spot_img
Home Blog Page 5346

ନବୀନଙ୍କୁ ରାଣୀ ରାମପାଲଙ୍କ ପ୍ରଶଂସା, ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ବିନା ମହିଳା ହକି ଟିମ୍‌ର ଅଲିମ୍ପିକ୍ସ ଯାତ୍ରା ଅସମ୍ଭବ

ଭୁବନେଶ୍ୱର: ନବୀନଙ୍କ ବିନା ମହିଳା ହକି ଟିମ୍‌ର ଅଲିମ୍ପିକ୍ସ ଯାତ୍ରା ସମ୍ଭବ ହୋଇନଥାନ୍ତା । ତାଙ୍କର ସହଯୋଗ ଏବଂ ପଥ ପ୍ରଦର୍ଶକ ପାଇଁ ଅଲିମ୍ପିକ୍ସରେ ଖେଳିବାକୁ ସୁଯୋଗ ମିଳିଥିଲା ବୋଲି କହିଛନ୍ତି ମହିଳା ହକି ଟିମ୍‌ର କ୍ୟାପଟେନ୍‌ ରାଣୀ ରାମପାଲ୍‌ । ମହିଳାଙ୍କର ଯୋଗ୍ୟତା ଉପରେ ବିଶ୍ୱାସ କରିଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏପଟେ ସଂସଦର ଷ୍ଟାଣ୍ଡିଂ କମିଟିରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଂଶସା କରାଯାଇଛି ।

ହକି ଇଣ୍ଡିଆକୁ ପ୍ରୋତ୍ସାହନ ପାଇଁ ସଂସଦରେ ନବୀନଙ୍କ ଜୟଗାନ କରାଯାଇଛି । ରାଜ୍ୟ ସରକାରଙ୍କ ଅନବରତ ସହଯୋଗ ପାଇଁ ଭାରତୀୟ ହକି ଆଶାତୀତ ସଫଳତା ପାଉଛି । ୨୦୧୮ରୁ ଭାରତୀୟ ହକିର ପ୍ରାୟୋଜକ ଅଛି ଓଡ଼ିଶା । ହକି ପ୍ରତି ଓଡିଶାର ପ୍ରୋତ୍ସାହନ ଫଳରେ ହକିର ଉନ୍ନତି ଘଟିଛି । ଗୋଟେପଟେ ଅଲିମ୍ପିକ୍ସରେ ଯେତେବେଳେ ଉଭୟ ପୁରୁଷ ଓ ମହିଳା ହକି ଦଳ ଦୀର୍ଘ ୪୧ ବର୍ଷର ଇତିହାସକୁ ଅକ୍ତିଆର କରିଛି, ସେହି ସମୟରେ ସମସ୍ତେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି  ।

ଏଥିସହ ଓଡ଼ିଶାରେ ଏକ ହାଇ ପରଫରମାନ୍ସ ସ୍ପୋର୍ଟ୍ସ ସେଣ୍ଟର ପ୍ରତିଷ୍ଠା ହୋଇଛି । ଏହା ବାସ୍ତବରେ ଓଡ଼ିଶା ପାଇଁ ଗୌରବ । ୨୦୧୮ରୁ ଓଡ଼ିଶା ସରକାର ହକି ଇଣ୍ଡିଆର ପ୍ରାୟୋଜକ ଅଛନ୍ତି । ହକିର ଉତ୍‌ଥାନ ପାଇଁ ରାଜ୍ୟ ସରକାର ଅନେକ କିଛି କରିଛନ୍ତି । ଏଥିପାଇଁ ହକିକୁ ଅଲିମ୍ପିକ୍ସରେ ଯଥେଷ୍ଟ ସଫଳା ମିଳିଛି । ଏହି ଅବସରରେ ଅନ୍ୟ ରାଜ୍ୟ ମଧ୍ୟ ଓଡ଼ିଶା ଭଳି ବିଭିନ୍ନ କ୍ରୀଡାକୁ ପ୍ରୋତ୍ସାହନ କରିବା ଆବଶ୍ୟକ ବୋଲି ପରାମର୍ଶ ଦେଇଛି ସଂସଦୀୟ ଷ୍ଟାଣ୍ଡିଂ କମିଟି । ।

‘ସକାଳ’ ଜୟପୁର ପ୍ରେସକୁ ବୁଲି ଦେଖିଲେ ବିଜେଡ଼ି ସାଙ୍ଗଠନିକ ସଂପାଦକ

ଜୟପୁର: ସକାଳ ସଂସ୍କରଣ ଛାପା କାର୍ଯ୍ୟାଳୟ ବୁଲି ଦେଖିଲେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ । ଉପାନ୍ତ ଜିଲ୍ଲାଗୁଡିକର ମୁଖ୍ୟ ସହର ଜୟପୁରରେ ଏଭଳି ଅତ୍ୟାଧୁନିକ ଖବର କାଗଜ ଛାପା କାର୍ଯ୍ୟାଳୟ ହେବାକୁ ନେଇ ସେ ଆନନ୍ଦ ପ୍ରକାଶ କରିଛନ୍ତି । ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ଖବରକୁ ଏହି ଖବର କାଗଜରେ ସ୍ଥାନୀତ କରିବା ନେଇ ଆଶା ରଖିଛନ୍ତି ପ୍ରଣବ ପ୍ରକାଶ । ଆଗାମୀ ଦିନରେ ଏହି ଖବର କାଗଜ ଲୋକଙ୍କ ସ୍ୱର ହୋଇପାରିବ ବୋଲି କହିଛନ୍ତି ପ୍ରବଣ ପ୍ରକାଶ ଦାଶ ।

 ପବିତ୍ର ବାହୁଡ଼ା ଯାତ୍ରାରେ ଦୈନିକ ଖବର କାଗଜ ‘ସକାଳ’ର ଜୟପୁର ସଂସ୍କରଣ ପାଇଁ ଉଦଘାଟନ ହୋଇଥିଲା ନିଜସ୍ୱ ପ୍ରେସ୍ । ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ପ୍ରେସର ଉଦଘାଟନ କରିଥିଲେ  । ନିଜ୍ୱସ ପ୍ରେସ୍ ଜୟପୁରରେ ହେବା ଦ୍ୱାରା ପାଠକ ବନ୍ଧୁ ତାଜା ଖବର ପାଇପାରିବେ ବୋଲି ଆଶା ବ୍ୟକ୍ତ କରିଥିଲେ ଗଣମାଧ୍ୟମ ପରାମର୍ଶମଦାତା  । ଏଥି ସହିତ ଉପାନ୍ତ ଅଞ୍ଚଳର ଲୋକଙ୍କ ସମସ୍ୟା କିପରି ସକାଳରେ ପ୍ରତିଫଳନ ହେବ ଏବଂ ଲୋକଙ୍କ ପ୍ରସଙ୍ଗ ହେବ ସେଥିପ୍ରତି ବିଶେଷ ପ୍ରାଧ୍ୟାନ୍ୟ ଦିଆଯିବ ବୋଲି  ମତ ପ୍ରକାଶ କରିଥିଲେ  ।

ରିମାଣ୍ଡ ସରିବା ପରେ ଜେଲଗଲେ କୋଟିପତି ପିଏସ ବିରଞ୍ଚି ସାହୁ

ଭୁବନେଶ୍ୱର: ଜେଲଗଲେ କୋଟିପତି ପିଏସ ବିରଞ୍ଚି ସାହୁ । ରିମାଣ୍ଡ ସରିବା ପରେ ତାଙ୍କୁ ଜେଲ ପଠାଇଦିଆଯାଇଛି । ରିମାଣ୍ଡ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ସୂଚନା ମିଳିଛି । ତାଙ୍କର ବ୍ୟାଙ୍କ ଆକାଉଣ୍ଟ ଯାଂଚ କରାଯାଉଥିବାବେଳେ ତାଙ୍କ ପତ୍ନୀ 9ଶହ ଜଣଙ୍କ ପଲିସି କରିଥିବା ଜଣାଯାଇଛି । ସେଥି ମଧ୍ୟରୁ 21ଜଣ କ୍ୟାଣ୍ଡିଡେଟ ପଲିସି କରିଛନ୍ତି  । ବିରଞ୍ଚିଙ୍କ ଆୟବହିର୍ଭୂତ ସମ୍ପତ୍ତି ପରିମାଣ 3 କୋଟି 51 ଟଙ୍କା ହୋଇଥିବାବେଳେ ଏହା ପ୍ରକୃତ ସମ୍ପତ୍ତି ଠାରୁ ୨୬୮ ଗୁଣ ବୋଲି ଆକଳନ କରାଯାଇଛି ।

ଏହା ସହ ୧୧୪ଟି ଆଡମିଟ କାର୍ଡ ଜବତ ହୋଇଛି । ସେଥି ମଧ୍ୟରୁ 107ଜଣ କେଉଁଠି ଚାକିରୀ ପାଇ ନଥିବା ତଦନ୍ତରୁ ଜଣା ପଡିଛି । ଅବଶିଷ୍ଟ 7ଜଣକୁ ନେଇ ଯାଞ୍ଚ କରାଯାଉଛି । ବିରଞ୍ଚିଙ୍କ ଅନେକଗୁଡିଏ ଅଣ୍ଡର ଭ୍ୟାଲୁ ପ୍ରପଟି ରହିଛି ବୋଲି ସୂଚନା ମିଳିଛି । ମନି ଲଣ୍ଡ୍ରିଙ୍ଗ ନେଇ ଇଡି ତଦନ୍ତ କରୁଛି, ସେ ଦିଗରେ ଭିଜିଲାନ୍ସ ବି ନଜର ରଖିଛି  । ସେପଟେ ପତ୍ନୀ ଓ ସଢ଼ୁ ଏବେ ବି ଫେରାର ରହିଥିବା ସୂଚନା ମିଳିଛି ।

ଗଣମାଧ୍ୟମ ଜଗତର ନୂତନ ପରିଚୟ ନନ୍ଦିଘୋଷ ଟିଭି, ଉଲ୍ଲେଖନୀୟ ଭୂମିକା ପାଇଁ ସମ୍ପାଦକଙ୍କୁ ସମ୍ମାନ

ଭୁବନେଶ୍ୱର: ଓଡ଼ିଶାର ବୈଦ୍ୟୁତିକ ଗଣମାଧ୍ୟମ ଓ ସାମ୍ବାଦିକତା କ୍ଷେତ୍ରରେ ନୂଆ ପରିଚୟ ସୃଷ୍ଟି କରିଛି ନନ୍ଦିଘୋଷ ଟିଭି । କେବଳ ସମ୍ବାଦ ପରିବେଷଣ ନୁହେଁ ଓଡ଼ିଶାର କଳା, ସାହିତ୍ୟ, ସଂସ୍କୃତିକୁ ବିଶ୍ୱ ଦରବାରରେ ପରିଚିତ କରିବାରେ ଏହାର ରହିଛି ମହତ୍ୱପୂର୍ଣ୍ଣ ଅବଦାନ । ଏହି ଅନନ୍ୟ ଅବଦାନ ପାଇଁ ନନ୍ଦିଘୋଷ ଟିଭିର ସମ୍ପାଦକ ଶିଶିର ଭଟ୍ଟମିଶ୍ରଙ୍କୁ ବୀଣାପାଣି କଳାନିକେତନ – ୨୦୨୧ ସମ୍ମାନ ପ୍ରଦାନ କରାଯାଇଛି ।

ବୀଣାପାଣି କଳାନିକେତନ, ଆନନ୍ଦପୁର ତରଫରୁ ଏକ ନିରାଡାମ୍ବର ଉତ୍ସବରେ ଅନୁଷ୍ଠାନର ମୁଖ୍ୟ ନୃତ୍ୟ ଗୁରୁ ଜିତୁ ଦାଶ ପ୍ରଥମେ ମାନପତ୍ର ପାଠ କରିଥିଲେ  । ପରେ ସ୍ୱାଗତ କରିବା ସହ ଅନୁଷ୍ଠାନର ଉପଦେଷ୍ଟା ବୀଣାପାଣି ସେନାପତି ପୁଷ୍ପଗୁଚ୍ଛ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଳାକାର ଓ ନୃତ୍ୟଶିଳ୍ପୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ ।

ସ୍ୱାଧୀନତା ଦିବସରେ ତ୍ରିରଙ୍ଗା ରାଲି କରିବେ ଆନ୍ଦୋଳନରତ କୃଷକ

ନୂଆଦିଲ୍ଲୀ: ଜାନୁଆରୀ ୨୬ରେ ଦିଲ୍ଲୀ, ଅଗଷ୍ଟ ୧୫ରେ ସାରା ଦେଶ । ଟ୍ରାକ୍ଟର ପରେଡ୍ ପରେ ତ୍ରିରଙ୍ଗା ରାଲି କରିବେ ଆନ୍ଦୋଳନରତ କୃଷକ । କେନ୍ଦ୍ରର ୩ କୃଷି ଆଇନକୁ ନେଇ କୃଷକଙ୍କ ବିରୋଧ ଜାରି ରହିଛି । ଅଗଷ୍ଟ ୧୫ରେ ଧାରଣାରତ କୃଷକ ‘କିଷାନ ମଜଦୂର ଆଜାଦି ସଂଗ୍ରାମ ଦିବସ’ ପାଳନ କରିବେ । ଏହି ଅବସରରେ ଦେଶବ୍ୟାପୀ ତ୍ରିରଙ୍ଗା ଶୋଭାଯାତ୍ରା କରିବେ କୃଷକ । ଏ ଘୋଷଣା କରିଛି ସମ୍ୟୁକ୍ତ କିଷାନ ମୋର୍ଚ୍ଚା ।

୪୦ଟି କୃଷକ ସଂଗଠନ ଏଥିରେ ସାମିଲ୍ ହେବେ । ବ୍ଲକରୁ ନେଇ ତହସିଲ୍, ଜିଲ୍ଲାସ୍ତରରେ ସ୍ୱାଧୀନତା ଦିବସରେ ତ୍ରିରଙ୍ଗା ରାଲି କରିବେ ଚାଷୀ । ଅନ୍ୟପଟେ କିଷାନ ସଂସଦ ଜାରି ରହିଛି । ସଂସଦ ବାହାରେ ଧାରଣା ଦେଉଛନ୍ତି କୃଷକ । ଆଇନଗତ ଭାବେ ସର୍ବନିମ୍ନ ସହାୟତା ମୂଲ୍ୟ (MSP) ଦାବି କରି ଆନ୍ଦୋଳନ ଜାରି ରହିଛି ।

Protesting farmer unions to hold Tiranga rallies on Independence Day

ଗତବର୍ଷ ନଭେମ୍ବରରୁ ଦିଲ୍ଲୀର ଏକାଧିକ ସୀମାନ୍ତରେ କେନ୍ଦ୍ରର ୩ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଜାରି ରହିଛି । ସରକାରଙ୍କ ସହ କୃଷକ ନେତା ୧୦ରୁ ଅଧିକ ଥର ଆଲୋଚନା କରିଛନ୍ତି । ତଥାପି ନିଷ୍କର୍ସ ବାହାରି ପାରୁନି । ସରକାର ଆଇନ୍ ପ୍ରତ୍ୟାହାର ପାଇଁ ଅରାଜି ଥିବାବେଳେ ଜିଦରେ ଅଟଳ କୃଷକ ।

ଗତ ଜାନୁଆରୀ ୨୬ରେ ୩ କୃଷି ଆଇନକୁ ବିରୋଧ କରି କୃଷକ ଟ୍ରାକ୍ଟର ପରେଡ୍ କରିଥିଲେ । ଆଲୋଚନା ଅନୁଯାୟୀ ଟ୍ରାକ୍ଟର ପରେଡ୍ ଦିଲ୍ଲୀ ସୀମାରେ ହେବାର ଥିଲା । କିନ୍ତୁ ହଠାତ୍ ଲାଲକିଲ୍ଲା ଆଡ଼କୁ ଟ୍ରାକ୍ଟର ଧରି ମାଡ଼ି ଯାଇଥିଲେ କୃଷକ । ଫଳରେ ଦିଲ୍ଲୀ ରଣକ୍ଷେତ୍ର ପାଲଟିବା ସହ ଲାଲକିଲ୍ଲାରେ ବ୍ୟାପକ ଭଙ୍ଗାରୁଜା ହୋଇଥିଲା । ଏବେ ସ୍ୱାଧୀନତା ଦିବସରେ କୃଷକଙ୍କ ତ୍ରିରଙ୍ଗା ରାଲି ଉପରେ ସମସ୍ତଙ୍କ ନଜର ।

ସର୍ପାଘାତର ଶିକାର ନବରଙ୍ଗପୁର ଝିଅ ମଞ୍ଜୁଳାର ଦ୍ୱିତୀୟ ପର୍ଯ୍ୟାୟ ପ୍ଳାଷ୍ଟିକ ସର୍ଜରୀ ଶେଷ

କଟକ: ଶୁକ୍ରବାର ଏସ୍‌ସିବିରେ ସର୍ପାଘାତରେ ଅସୁସ୍ଥ ମଞ୍ଜୁଳାର ଦ୍ୱିତୀୟ ପର୍ଯ୍ୟାୟ ପ୍ଳାଷ୍ଟିକ୍ ସର୍ଜରୀ ସଫଳତାର ସହ ପୂରା ହୋଇଛି । ଗତ ୩ସପ୍ତାହ ତଳେ ମଞ୍ଜୁଳାର ପ୍ରଥମ ପର୍ଯ୍ୟାୟ ଅପରେସନ ହୋଇଥିଲା। ତେବେ ଅବସ୍ଥା ସଂକଟାପର୍ଣ୍ଣ ଥିବାରୁ ୩ ସପ୍ତାହ ସମୟ ନିଆଯାଇଥିଲା। ଆଜି ୩ ଘଣ୍ଟାର ଅପରେସନରେ ସର୍ଜରୀ ଶେଷ ହୋଇଛି।

ସୂଚନା ଯୋଗ୍ୟ ଯେ,  ନବରଙ୍ଗପୁର ଜିଲ୍ଲା ରାଇଘର ବାଲିଧର ଗାଁର ୯ ବର୍ଷର ଝିଅ ମଞ୍ଜୁଳା ସର୍ପ ଦଂଶନ ଶିକାର ହେବା ପରେ ଅର୍ଥାଭାବରୁ ଘରେ ଯନ୍ତ୍ରଣାରେ ଛଟପଟ ହେଉଥିଲା ।  ସର୍ପ ଦଂଶନ କରଥିବା ଡାହାଣ ହାତର କହୁଣିରୁ ଆଙ୍ଗୁଠୁ ପାଖ ଯାଏ ଅଧା ପଚି ଘାଆ ହୋଇଯାଇଥିଲଶ । ଅନ୍ୟପକ୍ଷରେ ଝିଅ ମଞ୍ଜୁଳାକୁ ଦଂଶନ କରିଥିବା ନାଗସାପକୁ ପରିବାର ଲୋକ ବନ୍ଦ କରି ରଖିଥିଲେ ।  ଝିଅ ଭଲ ହେଲେ ସାପକୁ ଛାଡିବେ ବୋଲି କହିଥିଲେ ।

କିଛି ମାସ ପୂର୍ବେ ବାପା ସୁନାଧର ଚାଷ ପାଇଁ ଜମିକୁ ଯାଇଥିବା ବେଳେ ମା’ ଘର କାମରେ ବ୍ୟସ୍ତ ଥିଲେ। ଏହି ସମୟରେ ମଞ୍ଜୁଳା ତା’ ଛୋଟ ଭାଇ ସହ ବାହାରେ ଖେଳୁଥିଲା। ଖେଳୁ ଖେଳୁ ଘର ଦାଣ୍ଡରେ ଏକ ଗଛରେ ଚଢ଼େଇ ଧରିବାକୁ ଯାଇ ସର୍ପ ଦଂଶନର ଶିକାର ହୋଇଥିଲା। ପ୍ରଥମେ ପରିବାର ଲୋକ ତାକୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ନବରଙ୍ଗପୁର ନିଆଯାଇଥିଲା। ନବରଙ୍ଗପୁରରେ ଗୋଟିଏ ଦିନ ଚିକିତ୍ସା ପରେ ସେଠାରୁ ତାକୁ ତା ପରିବାର ଲୋକ କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ୍ ନେଇଥିଲେ। ସେଠାରେ ଡାକ୍ତର ତିନିଦିନ ଧରି ଚିକିତ୍ସା କରିବା ପରେ ଝିଅର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନଆସିବାରୁ ଡାକ୍ତର ଝିଅକୁ ବ୍ରହ୍ମପୁର ନେବାପାଇଁ ପରାମର୍ଶ ଦେଲେ। ହେଲେ ପରିବାର ଲୋକଙ୍କ ପାଖରେ ଅର୍ଥ ନଥିଲା। ତେଣୁ ଝିଅ ଝିଅକୁ ଘରକୁ ନେଇ ଆସିଥିଲେ ପରିବାର ଲୋକ। ଏ ନେଇ ନନ୍ଦିଘୋଷ ଟିଭିରେ ପ୍ରଥମ ଖବର ପ୍ରସାରିତ ହୋଇଥିଲା । ଏବଂ ଏହାପରେ ଝିଅଟିକୁ ଏସ୍‌ସିବିରେ ଭର୍ତ୍ତି କରାଯାଇଥିଲା । ଏବଂ ଝିଅର ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାରଙ୍କ ପକ୍ଷରୁ ବହନ କରାଯାଉଛି ।

ମେଜର ଧ୍ୟାନଚନ୍ଦଙ୍କ ନାମରେ ମିଳିବ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର

ନୂଆଦିଲ୍ଲୀ: କେନ୍ଦ୍ରର ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି । ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ନାମ ମୋଦି ସରକାର ବଦଳାଇ ଛନ୍ତି । ସରକାର ଏବେ ହକିର ଯାଦୁଗର ମେଜର ଧ୍ୟାନଚନ୍ଦଙ୍କ ନାମରେ ଖେଳରତ୍ନ ପୁରସ୍କାର ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଟ୍ୱିଟ୍ କରି ଏନେଇ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପିଏମ୍ ମୋଦି ଟ୍ୱିଟ୍ କରି ଲେଖିଛନ୍ତି, ଦେଶ ଗର୍ବିତ ହେବା ସମୟରେ ଦେଶବାସୀ ମେଜର ଧ୍ୟାନଚନ୍ଦଙ୍କ ନାଁରେ ଖେଳରତ୍ନ ପୁରସ୍କାର ଦେବାକୁ ଆଗ୍ରହ ପ୍ରକାଶ କରିଥିଲେ । ଲୋକଙ୍କ ଭାବନାକୁ ଦେଖି ଏବେ ଖେଳରତ୍ନର ନାଁ ମେଜର ଧ୍ୟାନଚନ୍ଦ ଖେଳରତ୍ନ ପୁରସ୍କାର କରାଯାଇଛି ।

Rajiv Gandhi Khel Ratna Award As Major Dhyanchand Khel Ratna Award

ଟୋକିଓ ଅଲମ୍ପିକରେ ଭାରତୀୟ ପୁରୁଷ ଓ ମହିଳା ଦଳର ସଂଘର୍ଷପୂର୍ଣ୍ଣ ପ୍ରଦର୍ଶନ ପୂରା ଦେଶକୁ ରୋମାଞ୍ଚିତ କରିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ଏବେ ହକି ପ୍ରତି ଲୋକଙ୍କ ଆଗ୍ରହ ବଢ଼ିବା ଆଗାମୀ ଦିନ ପାଇଁ ଭଲ ସଂକେତ । ଖେଳରତ୍ନ ସମ୍ମାନ ଅନୁଯାୟୀ ୨୫ ଲକ୍ଷ ଟଙ୍କା ପୁରସ୍କାର ଦିଆଯାଉଛି ।

ମହିଳା ହକି ଟିମ୍‌ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ କଥା ହେଲେ ମୁଖ୍ୟମନ୍ତ୍ରୀ : ଲଢ଼ୁଆ ପ୍ରଦର୍ଶନ ପାଇଁ ସାବାସି ଦେଲେ

ଭୁବନେଶ୍ୱର: ମହିଳା ହକି ଟିମ୍‌ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍‌ସିଂରେ ନବୀନ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଗ୍ରେଟ୍‌ ବ୍ରିଟେନ୍‌ ବିରୋଧରେ ସଂଘର୍ଷପୂର୍ଣ୍ଣ ବ୍ରୋଞ୍ଚ ଲଢ଼େଇରେ ପରାସ୍ତ ହୋଇଥିଲେ ସୁଧା ମନୋବଳ ଦୃଢ଼ କରିବାକୁ ନବୀନ କହିଛନ୍ତି । ଟୋକିଓ ଅଲିମ୍ପିକ୍ସରେ ଜବରଦସ୍ତ ପ୍ରଦର୍ଶନ କରିଛି ମହିଳା ହକି ଟିମ୍ । ଦଳରେ ଦୁଇଜଣ ଓଡ଼ିଆ ଖେଳାଳି ଅଛନ୍ତି । ଉପଅଧିନାୟିକା ତଥା ଡିଫେଣ୍ଡର ଦୀପଗ୍ରେସ ଏକ୍କା ଓ ନମିତା ଟପ୍ପୋ ସାବାସି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ସୂଚନା ଯୋଗ୍ୟ, ବ୍ରୋଞ୍ଚ ପଦକ ନେଇ ଆଜି ଖେଳାଯାଇଥିବା ଗ୍ରେଟ ବ୍ରିଟେନ ବିପକ୍ଷ ହାଇଭୋଲଟେଜ୍‌ ମ୍ୟାଚ୍‌ରେ ପରାସ୍ତ ହୋଇଛି ଭାରତୀୟ ମହିଳା ହକି ଦଳ ।  କଡ଼ା ଟକ୍କର ଦେଇ ୪-୩ ଗୋଲରେ ପରାଜୟ ବରଣ କରିଛି ମହିଳା ଦଳ ।  ପ୍ରଥମ କ୍ୱାର୍ଟରରେ ମ୍ୟାଚ୍‌ ୦-୦ ଗୋଲରେ ସ୍ଥିତି ବରାବର ରହିଥିଲା । ଦ୍ୱତୀୟ କ୍ୱାର୍ଟର ପ୍ରଥମାର୍ଦ୍ଧରେ ଗ୍ରେଟ ବ୍ରିଟେନ ୨ଟି ଗୋଲ କରି ଆଗୁଆ ରହିଥିବା ବେଳେ ଜବରଦସ୍ତ କମବ୍ୟାକ୍ କରିଥିଲା ଭାରତୀୟ ଦଳ । ଗୁରୁଜିତ କୌର ଲଗାତାର ୨ଟି ଗୋଲ ସ୍କୋ କରିଥିବା ବେଳେ ବନ୍ଦନା କଟାରିଆଙ୍କ ଆଉ ୧ ଗୋଲ କରି ମ୍ୟାଚ୍‌ରେ ଆଗୁଆ ରହିଥିଲେ । କିନ୍ତୁ ପୁଣି ଗ୍ରେଟ ବ୍ରିଟେନ ଆଉ ୨ଟି ଗୋଲ କରିବା ସହ ମ୍ୟାଚ୍‌ରେ ଆଗୁଆ ରହିଥିଲା । ଏବଂ ଶେଷ ପର୍ଯ୍ୟନ୍ତ ସମାନ ସ୍କୋର ବଜାୟୀ ରଖିବା ସହ ବିଜୟୀ ହୋଇଥିଲା ଗ୍ରେଟ ବ୍ରିଟେନ୍ ।

କାରୋଲିନାରୁ ମିଳିଲା ମଣିଷ ଭଳି ଦାନ୍ତ ଥିବା ବିରଳ ମାଛ

ଭୁବନେଶ୍ୱର: ମାଛ… ମାଛକୁ ନେଇ ଅନେକଙ୍କ ମନରେ ଥାଏ ଉତ୍କଣ୍ଠା । କିଏ ମାଛ ଖାଇବାକୁ ଭଲ ପାଏ ତ ଆଉ କିଏ ଆକ୍ୱାରିୟମରେ ଭଳିକି ଭଳି ମାଛ ରଖିବାକୁ । ମାଛକୁ ନେଇ ସଭିଙ୍କ ରହିଛି ଭିନ୍ନ ଭିନ୍ନ ସଉକ । ଖାଇବା ଭଳି ମାଛକୁ ଆକ୍ୱାରିୟମରେ ରଖିବାରେ ଲୋକଙ୍କ ଭିନ୍ନ ପସନ୍ଦ ରହିଛି । ଦୁନିଆର ଲବଣ ଓ ମିଠା ଜଳରେ ପ୍ରାୟ ୩୪ ହଜାର ପ୍ରଜାତିର ମାଛ ରହିଛନ୍ତି । ଆମେ ଆଜି ଆପଣଙ୍କୁ ଏଭଳି ଏକ ମାଛ ବିଷୟରେ ଜଣାଇବୁ ଯାହାକୁ ଆପଣ କେବେ ଦେଖିନଥିବେ ।

Fish With Human Like Teeth Caught Off In North Carolina

ଭଲକରି ଦେଖନ୍ତୁ ଏହି ମାଛକୁ । ଆଉ ଗଣି ନିଅନ୍ତୁ ମାଛ ପାଟି ଭିତରେ ଏକାଧିକ ଦାନ୍ତକୁ । ଆଉ ଟିକେ ଭଲକରି ଦେଖନ୍ତୁ ମାଛ ପାଟିରେ ଥିବା ଦାନ୍ତକୁ । ଅବିକଳ ମଣିଷର ଦାନ୍ତ ଭଳି ଏହି ମାଛ ପାଟି ଭିତରେ ରହିଛି ଦାନ୍ତ । ଏହି ମାଛ ଦେଖିବାକୁ ବିରଳ । ଆମେରିକାର ଉତ୍ତର କାରୋଲିନାରେ ମିଳିଛି ଏହି ବିରଳ ପ୍ରଜାତିର ମାଛ ।

Fish With Human Like Teeth Caught Off In North Carolina

ଏହି ମାଛକୁ ସିପସେଡ୍ ଫିସ୍ କୁହାଯାଏ । ଶିକାର ପାଇଁ ମାଛର ପାଟିରେ ପରସ୍ତ ପରସ୍ତ ହୋଇ ଦାଢ଼ ରହିଛି । ମାଛର ମୁହଁ ମେଣ୍ଢା ମୁହଁ ଭଳି ଦେଖାଯାଉଥିବାରୁ ଏହାର ନାମକରଣ ଏପରି ହୋଇଛି । ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି ଏହି ମଣିଷ ଭଳି ଦାନ୍ତ ଥିବା ମାଛ । ବହୁ ସଂଘର୍ଷ ପରେ ସିପସେଡ୍ ଫିସକୁ  ଧରିଥିବା କହିଛନ୍ତି ମତ୍ସ୍ୟଜୀବୀ ନାଥନ ମାର୍ଟିନ୍ ।

ଆସନ୍ତା ୧୬ରୁ ଖୋଲିବ ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର:  ଅଗଷ୍ଟ ୧୬ରୁ ଖୋଲିବ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ । ପୂର୍ବରୁ ବୈଷୟିକ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଖୋଲିବା ନେଇ ଅନୁମତି ଦିଆଯାଇଥିବା ବେଳେ ଏବେ ଅଣ ବୈଷୟିକ କଲେଜ ଓ ୟୁନିଭର୍ସିଟି ଖୋଲିବାକୁ ଅନୁମତି ଦିଆଯାଇଛି । ଏ ନେଇ ଟ୍ୱିଟ୍ ଯୋଗେ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଟ୍ୱିଟ୍ ସୂଚନା ଅନୁଯାୟୀ, ଉଚ୍ଚଶିକ୍ଷା ବିଭାଗ ଅଧୀନସ୍ଥ ସମସ୍ତ ୟୁନିଭର୍ସିଟି ଓ କଲେଜ  ଖୋଲାଯିବ । ଏବଂ ଅଫଲାଇନ୍‌ରେ କ୍ଳାସ୍ ହେବ ।  ପିଜି ପ୍ରଥମ ବର୍ଷ ୟୁଜି ପ୍ରି ଫାଇନାଲ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ମଧ୍ୟ ଖୋଲାଯିବ । ତେବେ ପୂର୍ବ ନିଷ୍ପତ୍ତି ଅନୁଯାୟୀ ପିଜି ଏବଂ ୟୁଜି ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଅନ୍‌ଲାଇନ୍ ମାଧ୍ୟମରେ ହେବ ।