spot_img
Home Blog Page 5345

ସୁନ୍ଦରଗଡ଼ ଗସ୍ତରେ ଯିବେ 5-T ସଚିବ: ହାଇସ୍କୁଲ ଟ୍ରାନ୍ସଫର୍ମେସନ କାର୍ଯ୍ୟକ୍ରମର କରିବେ ସମୀକ୍ଷା

ରାଉରକେଲା: ଆଜି ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଯିବେ ରାଜ୍ୟ ସରକାରଙ୍କ 5-T ସଚିବ ଭି. କେ ପାଣ୍ଡିଆନ୍ । ଗସ୍ତ ଅବସରରେ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍କୁଲ ଗସ୍ତ କରି ଉନ୍ନତି ମୂଳକ କାର୍ଯ୍ୟର ଅନୁଧ୍ୟାନ କରିବେ । ଏହାସହ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା ମଧ୍ୟ କରିବେ । ରାଜ୍ୟ ସରକାରଙ୍କ ‘5-T’ ଓ ‘ମୋ ସରକାର’ ଅଭିଯାନ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାରେ ‘ହାଇସ୍କୁଲ ଟ୍ରାନ୍ସଫର୍ମେସନ’ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି କାର୍ଯ୍ୟକ୍ରମ ଜରିଆରେ ଜିଲ୍ଲାର ୫୦ଟି ସରକାରୀ ହାଇସ୍କୁଲର ଭିତ୍ତିଭୂମି ଓ ଶୈକ୍ଷିକ ପରିବେଶରେ ଉନ୍ନତି କାର୍ଯ୍ୟ କରାଯାଉଛି । ସ୍କୁଲର ପରିବେଶକୁ ସୁନ୍ଦର ଓ ଆକର୍ଷଣୀୟ କରାଯାଉଛି । ଏହାସହ ସ୍ମାର୍ଟ କ୍ଲାସ ରୁମ, ଇ ଲାଇବ୍ରେରୀ କରାଯିବା ସହ ଗୁଣାତ୍ମକ ଶିକ୍ଷାକୁ ପ୍ରୋତ୍ସାହନ ଦିଆଯାଉଛି । ସୁନ୍ଦରଗଡ଼ ଜିଲ୍ଲାରେ ଥିବା ସରକାରୀ ହାଇସ୍କୁଲ ଗୁଡ଼ିକର ଉନ୍ନତିକରଣ ସହ ସ୍କୁଲ ପରିବେଶକୁ ସମ୍ପୂର୍ଣ୍ଣ ନୂଆ ରୂପ ଦେବା ପାଇଁ 5-T ଓ ମୋ ସରକାର ଅଧୀନରେ ରାଜ୍ୟ ସରକାରଙ୍କ ପକ୍ଷରୁ ‘ହାଇସ୍କୁଲ ଟ୍ରାନ୍ସଫର୍ମେସନ ତଥା ରୂପାନ୍ତରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ସରକାରୀ ସ୍କୁଲରେ ପାଠ ପଢିବା ପାଇଁ ଛାତ୍ରଛାତ୍ରୀଙ୍କ ପାଇଁ ଅଧିକ ଆକର୍ଷଣୀୟ ହୋଇପାରିବ ସେନେଇ ଗୁରୁତ୍ୱ ଦିଆଯାଉଛି । ହାଇସ୍କୁଲରେ ସ୍ମାର୍ଟ କ୍ଲାସରୁମରେ ପାଠପଢ଼ା ସହ ଇ-ଲାଇବ୍ରେରି, ବିଜ୍ଞାନାଗାର, ଖେଳପଡ଼ିଆ, ପାନୀୟ ଜଳ ଏବଂ ସ୍ୱଚ୍ଛ ଶୌଚାଳୟ ଆଦି ନିର୍ମାଣ କରାଯାଉଛି । ସୁନ୍ଦରଗଡ଼ ଜିଲ୍ଲାରେ ସରକାରୀ, ଅନୁଦାନପ୍ରାପ୍ତ ଓ ଟିଆର୍‌ଡବ୍ଲ୍ୟୁ ହାଇସ୍କୁଲକୁ ମିଶାଇ ମୋଟ ୩୮୩ଟି ସ୍କୁଲ ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୫୦ଟି ସ୍କୁଲର ରୂପାନ୍ତରଣ କାର୍ଯ୍ୟ ହାତକୁ ନିଆଯାଇଛି । ରାଉରକେଲା ସହରର ପାନୀୟ ଜଳ ସମସ୍ୟାର ସମାଧାନ କରିବା ସହ ବୃହତ ଜଳସେଚନ ପ୍ରକଳ୍ପ ହମିରପୁର କୋଏଲ ବ୍ୟାରେଜ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏ‌ହାସ‌ହ ସୁନ୍ଦରଗଡ଼ ଜିଲ୍ଲାର କିଞ୍ଜିରିମା ଠାରେ ଜଳ ସଂରକ୍ଷଣ ଓ ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୯୧ କୋଟି ୫୩ ଲଷ ଟଙ୍କା ମଞ୍ଜୁର କରିଥିବା 5-T ସଚିବ ଭିସି ମାଧ୍ୟମରେ ଗତ ଜୁଲାଇ ୬ ତାରିଖରେ ସୂଚନା ଦେଇଥିଲେ ।

ଏଥିସହିତ ପଢ଼ନ୍ତୁ: ‘ସକାଳ’ ଜୟପୁର ପ୍ରେସକୁ ବୁଲି ଦେଖିଲେ ବିଜେଡ଼ି ସାଙ୍ଗଠନିକ ସଂପାଦକ

କମ୍ୟୁନିଟି ସେଣ୍ଟରରେ ଲାଗିଲା ନିଆଁ : ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ

ସମ୍ବଲପୁର: ବୁର୍ଲା ଏମସିଏଲରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଲାଗିବା ଫଳରେ ନଷ୍ଟ ହୋଇଯାଇଛି ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି । ଆନନ୍ଦ ବିହାରସ୍ଥିତ ପାର୍କ ନିକଟରେ ଥିବା କମ୍ୟୁନିଟି ସେଣ୍ଟରରେ ଲାଗିଲା ନିଆଁ । ସଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଅଗ୍ନିଶମବାହିନୀ ନିଆଁକୁ ଆୟତ୍ତ କରିଥିଲେ ସୁଦ୍ଧା ସବୁ ପୋଡି ଛାରଖାର ହୋଇଯାଇଛି । ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ହୋଇଥିଲା

ଏଥିସହିତ ପଢ଼ନ୍ତୁ: ନନ୍ଦନକାନନରେ ଗଡିବ ଟଏ ଟ୍ରେନ, ମଜ୍ଜା ନେବେ ପର୍ଯ୍ୟଟକ

ନନ୍ଦନକାନନରେ ଗଡିବ ଟଏ ଟ୍ରେନ, ମଜ୍ଜା ନେବେ ପର୍ଯ୍ୟଟକ

ଭୁବନେଶ୍ୱର: ଖୁବଶୀଘ୍ର ନନ୍ଦନକାନନରେ ଗଡିବ ଟଏ ଟ୍ରେନ । ଏଥର ଟ୍ରେନରେ ବସି ନନ୍ଦନକାନନ ବୁଲିବେ ପର୍ଯ୍ୟଟକ । ଏନେଇ ପ୍ରସ୍ତୁତି ଚାଲିଛି ବୋଲି ସୂଚନା ଦେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ । ବୁଲେଟ ଟ୍ରେନ ପରି ଏହା ତିଆରି ହୋଇଛି । ଏଥିରେ ଭିନ୍ନକ୍ଷମଙ୍କ ପାଇଁ ରହିବ ସ୍ବତନ୍ତ୍ର ବ୍ୟବସ୍ଥା ।

1985 ମସିହାରୁ ନନ୍ଦନକାନନରେ ଟଏ ଟ୍ରେନ ଆରମ୍ଭ ହୋଇଥିଲା ମାତ୍ର 2013 ମସିହାରେ ଏହାର ଯାନ୍ତ୍ରିକ ତ୍ରୁଟି ଯୋଗୁ ବନ୍ଦ ପଡ଼ିଥିଲା। ରାଜ୍ୟ ସରକାରଙ୍କ ଦ୍ୱାରା 3 କୋଟି 5 ଲକ୍ଷ ଟଙ୍କା ବ୍ୟୟରେ ବଗି ଓ ଟ୍ରାକର ନବୀକରଣ କରାଯାଇଛି । ଏହି ଟ୍ରେନରେ ଏକା ଥରକେ 72 ଜଣ ପର୍ଯ୍ୟଟକ ବୁଲିବାର ମଜା ନେଇପାରିବେ ।

କୋଭିଡ ଭୟବହତା ପାଇଁ ନନ୍ଦନକାନନ ବନ୍ଦ ରହିଥିବା ବେଳେ ଚଳିତ ସପ୍ତାହରୁ ଖୋଲିଛନ୍ତି ରାଜ୍ୟ ସରକାର  । ସେପଟେ ପର୍ଯ୍ୟଟକଙ୍କ ପାଇଁ ଟୟ ଟ୍ରେନରେ ବ୍ୟବସ୍ଥା କରାଯାଇଛି  । ଯାହା ଅତ୍ୟନ୍ତ ମନଲୋଭା ମଧ୍ୟ  । ଏଥିରା ପର୍ଯ୍ୟଟକ ବସିବା ସହ ନନ୍ଦନକାନନର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ  । ଏଥିସହିତ ଅତି ନିକଟରୁ ପଶୁ ପକ୍ଷୀଙ୍କୁ ମଧ୍ୟ ଦେଖିବାର ସୌଭାଗ୍ୟ ପାଇପାରିବେ  ।

ଭୁବନେଶ୍ୱରରେ ଡରାଉଛି ଡେଙ୍ଗୁ, 24ଘଣ୍ଟାରେ 36 ଆକ୍ରାନ୍ତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ ଆତଙ୍କ । ପ୍ରତିଦିନ ଭୁବନେଶ୍ବରରେ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗତ 24ଘଣ୍ଟାରେ ଭୁବନେଶ୍ୱରରେ 36ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଫଳରେ ଭୁବନେଶ୍ୱରରେ ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା 831କୁ ବୃଦ୍ଧି ପାଇଛି । ଡେଙ୍ଗୁରୁ ରକ୍ଷା ପାଇବା ପାଇଁ ବିଏମ୍‌ସି ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି ।

ସହରର ବିଭିନ୍ନ ସ୍ଥାନରେ ସଫେଇ ସହ ସଚେତନତା ରଥ ମାଧ୍ୟମରେ ଲୋକଙ୍କୁ ସଚେତନ କରୁଛି ବିଏମ୍‌ସି । ଗତ 24 ଘଣ୍ଟାରେ 7 ହଜାର 2 ଶହ 66ଟି ଘରେ ମୋଟ 30ହଜାର 628 ଲୋକଙ୍କ ଠାରୁ ତଥ୍ୟ ସଂଗ୍ରହ କରାଯାଇଛି । 23 ହଜାର 5 ଶହ 77ଟି ସମ୍ଭାବ୍ୟ ମଶା ବୃଦ୍ଧି ସ୍ଥାନକୁ ହଟେଇବା ସହ 23 ହଜାର 2 ଶହ 93ଟି ସ୍ଥାନରେ ମଶାର ଲାର୍ଭାକୁ ଚିହ୍ନଟ କରି ନଷ୍ଟ କରାଯାଇଥିବା ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।

ମଞ୍ଚେଶ୍ଵରରେ ବୁଲିଲା ଖଣ୍ଡା-ଭୂଜାଲି, ଯାହାକୁ ଦେଖିଲେ ଗୋଡ଼ାଇ ହାଣିଲେ..

ଭୁବନେଶ୍ୱର: ମଞ୍ଚେଶ୍ଵର ମୁଣ୍ଡା ସାହିରେ ଗୁଣ୍ଡାରାଜ । ବୁଲିଲା ଖଣ୍ଡା, ଭୂଜାଲି । 20 ରୁ 30 ମିନିଟ୍ ଧରି ଚାଲିଲା ଦୁର୍ବୃତ୍ତଙ୍କ ଆତଙ୍କରାଜ । ଗତକାଲିର ଛୋଟ ଝଗଡ଼ାକୁ ନେଇ ଆଜି ମହାଭାରତ । 40 ରୁ 50 ଯୁବକ ସାହି ଉପରେ ଆକ୍ରମଣ କରିଥିବା ସୂଚନା ରହିଛି । ଅଭିଯୁକ୍ତ ମାନେ ଘର ଓ ଗାଡ଼ି ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଯିଏ ସାମ୍ନାକୁ ଆସିଲା ମାରଣାସ୍ତ୍ରରେ ଗୋଡାଇ ଗୋଡାଇ ହାଣୁଥିଲେ ଅଭିଯୁକ୍ତ ।

ଆକ୍ରମଣ ସମୟର ଭିଜୁଆଲ ସିସିଟିଭିରେ କଏଦ୍ ହୋଇଛି । ଘଟଣାରେ 20 ରୁ ଅଧିକ ଆହତ ହୋଇଥିବା ବେଳେ 5 ରୁ 6 ଜଣଙ୍କୁ ଗୁରୁତ୍ତର ଭାବେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ପଳାଶୁଣୀ ଛକରେ ଏନଏଚ ଅବରୋଧ କରିଥିଲେ ସ୍ଥାନୀୟ ବାସିନ୍ଦା । ପୋଲିସର ବୁଝାସୁଝା ପରେ ଏହି ଅବରୋଧ ହଟିଛି । ଘଟଣାରେ ଜଣଙ୍କୁ ଗିରଫ କରିଛି ମଞ୍ଚେଶ୍ବର ପୋଲିସ ।

ତେବେ ଥାନାଠୁ ମାତ୍ର 300 ମିଟର ଦୂରରେ ଘଟିଛି ଏହି ଘଟଣା । ଏନେଇ ପୋଲିର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ବାସୀନ୍ଦା । ସ୍ଥାନୀୟ ଲୋକ ବାରମ୍ଭାର ପିସିଆର୍ ଡାକିଥିଲେ ବି ପୋଲିସ ପହଞ୍ଚି ନଥିବା ଅଭିଯୋଗ ମଧ୍ୟ ହୋଇଛି । 100 ମିଟର ଦୂରରେ ଥିବା ଟ୍ରାଫିକ ପୋଲିସ ବି କିଛି କାର୍ଯ୍ୟାନୁଷ୍ଠାନ ନେଇନଥିବା ଅଭିଯୋଗ ହୋଇଛି ।

ଲଦାଖରେ ଶାନ୍ତିର ନୂଆ ଅଧ୍ୟାୟ, ଗୋଗ୍ରା ହାଇଟସରୁ ହଟିଲେ ଭାରତ ଓ ଚୀନ ସେନା

ନୂଆଦିଲ୍ଲୀ: ଶେଷରେ ଗୋଗ୍ରା ହାଇଟସରୁ ହଟିଲେ ଭାରତ ଓ ଚୀନ ସେନା । ପୂର୍ବ ଲଦାଖରେ ଦୁଇ ଦେଶ ମଧ୍ୟରେ ବିବାଦର କାରଣ ସାଜିଥିବା ଏହି ସ୍ଥଳରୁ ସୈନ୍ୟ ପ୍ରତ୍ୟାହାର ହେବା ପରେ ଶାନ୍ତି ପ୍ରତିଷ୍ଠାର ଏକ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି । ଏହା ସହ ସ୍ଥାନୀୟ ଅଞ୍ଚଳରେ ନିର୍ମିତ କେତେକ ନିର୍ମାଣ କାର୍ଯ୍ୟକୁ ମଧ୍ୟ ହଟାଇଦିଆଯାଇଛି । ମୋଲଡୋରେ ଦୁଇ ଦଶ ମଧ୍ୟରେ କମାଣ୍ଡରସ୍ତରୀୟ କଥାବାର୍ତ୍ତାର ଏକ ସପ୍ତାହ ପରେ ପ୍ରକୃତ ନିୟନ୍ତ୍ରଣ ରେଖାରୁ ସୈନ୍ୟ ପ୍ରତ୍ୟାହାର ହୋଇଛି ।

ପୂର୍ବ ଲଦାଖର ପାଟ୍ରୋଲିଂ ପଏଣ୍ଟ ୧୭-ଏ ଚାରିପାଖରେ ଅସ୍ତ୍ରଶସ୍ତ୍ର ସହ ମୁତୟନ ଥିବା ସେନା ନିଜ ନିଜ ଇଲାକାକୁ ଚାଲିଯାଇଛନ୍ତି । ଦୁଇ ପକ୍ଷ ମଧ୍ୟରେ ହୋଇଥିବା ରାଜିନାମା ଅନୁସାରେ ଏହି ପଦକ୍ଷେପ ନିଆଯାଇଛି । ଗତ ୪ ଓ ୫ରେ ଏହି ସେନା ପ୍ରତ୍ୟାହାର କାର୍ଯ୍ୟ ସମ୍ପନ୍ନ ହୋଇଛି । ଗତ ଫେବ୍ରୁଆରୀରେ ପାଙ୍ଗୋଙ୍ଗ ହ୍ରଦ ଅଞ୍ଚଳରୁ ବି ଦୁଇ ପକ୍ଷ ସେନା ପ୍ରତ୍ୟାହାର କରିଥିଲେ ।

ଦୀର୍ଘ ମାସ ଧରି ଲଦାଖରେ ଉକ୍ତ ସ୍ଥାନରେ ଦୁଇ ଦେଶର ଯବାନଙ୍କ ମଧ୍ୟରେ ବୁଝାମଣା ବିଫଳ ହେଉଥିଲା  । ସେପଟେ ଫେପୃୟାରୀ ମାସରେ ଏଠାରେ ଯେପରି ରକ୍ତାକ୍ତ ସଂଘର୍ଷ ଘଟିଲା, ତାହା ନିଶ୍ଚିତ ପକ୍ଷେ ଅନ୍ତ୍ରରାଷ୍ଟ୍ରୀୟ ସ୍ତରରେ ଚିନ୍ତା ବଢାଇଥିଲା  । ଉଭୟ ଦେଶର ସେନା ମଧ୍ୟ ପ୍ରାଣ ହରାନ୍ତି  । ଏହାପରବର୍ତ୍ତୀ ସମୟରେ ମଧ୍ୟ ଏଠାରେ ଅଶାନ୍ତି ଲାଗି ରହିଥାଏ  । କିନ୍ତୁ ପରେ ଉଭୟ ଦେଶର କମାଣ୍ଡ ସ୍ତରୀୟ ଆଲୋଚନା ଦ୍ୱାରା ଏହାର ରାସ୍ତା ବାହାରିଥିଲା  । ଏବଂ ଶେଷରେ ଆଜି ଗୋଗ୍ରା ହାଇଟସରୁ ଉଭଯ ଭାରତ ଓ ଚୀନ ସେନା ହଟିଛନ୍ତି  ।

ଅକ୍ଟୋବରରୁ ପିଲାଙ୍କୁ ଟିକା, ୧୨ରୁ ୧୮ ବର୍ଷ ବୟସ୍କଙ୍କୁ ଦିଆଯିବ ଭ୍ୟାକ୍ସିନ

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବରରୁ ପିଲାଙ୍କୁ ଦିଆଯିବ ଟିକା । ୧୨ରୁ ୧୮ ବର୍ଷ ବୟସ୍କଙ୍କୁ ଟିକା ଦିଆଯିବ ବୋଲି କହିଛନ୍ତି ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ମୁଖ୍ୟ ଅଦାର ପୁନାଓ୍ବାଲା । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଆଲୋଚନା ପରେ ଏହି ଘୋଷଣା କରିଛନ୍ତି ପୁନାଓ୍ବାଲା ।

ସେ କହିଛନ୍ତି ଯେ, ଆସନ୍ତା ବର୍ଷ ପ୍ରଥମ ତିନି ମାସ ଭିତରେ ୧୨ବର୍ଷରୁ କମ ବୟସ୍କଙ୍କ ଲାଗି ଟିକା ଉପଲବ୍ଧ ହେବ । ଟିକା ପ୍ରସଙ୍ଗରେ ପୁନାଓ୍ବାଲା କେନ୍ଦ୍ର ଗୃହମନ୍ତ୍ରୀ ଶାହାଙ୍କ ସହ ସବିଶେଷ ଆଲୋଚନା କରିବା ପରେ କହିଛନ୍ତି- ଟିକା ଉତ୍ପାଦନ ନେଇ କୌଣସି ପ୍ରକାର ଆର୍ଥିକ ସଙ୍କଟ ନାହିଁ ।

ଚଳିତ ମାସରେ ସେରମ ଇନଷ୍ଟିଚ୍ୟୁଟ ୧୨ରୁ ୧୮ ବର୍ଷ ବୟସ୍କ ପିଲାଙ୍କ କ୍ଷେତ୍ରରେ କୋଭାଭାକ୍ସର ଟ୍ରାଏଲ କରାଯିବ । ୧୨ରୁ ୧୭ ବର୍ଷ ବୟସ୍କ ୪୬୦ ପିଲା ଓ ୨ରୁ ୧୧ ବର୍ଷ ବୟସ୍କ ଆଉ ୪୬୦ ପିଲାଙ୍କ କ୍ଷେତ୍ରରେ ଟ୍ରାଏଲ କରାଯିବ । ପୂର୍ବରୁ ପିଲାଙ୍କ କ୍ଷେତ୍ରରେ ଭାରତୀୟ ଟିକା ପ୍ରସ୍ତୁତକାରୀ କମ୍ପାନୀ ଭାରତ ବାୟୋଟେକ କୋଭାକ୍ସିନ ଓ ଜାଇଡସ କାଡିଲାର ଟ୍ରାଏଲ ଆରମ୍ଭ କରିଛି ।

ଦଳ ବିରୋଧି କାର୍ଯ୍ୟ ପାଇଁ କାର୍ଯ୍ୟାନୁଷ୍ଠାନ, ନିଲମ୍ବିତ ହେଲେ ବିଜେଡ଼ି ନେତା

ଭୁବନେଶ୍ୱର: ବିଜେଡ଼ିରୁ ନିଲମ୍ବିତ ହେଲେ ନବରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ନେତା ସୟଦ କଜାମ ମଦାନି  ।  ଦଳରେ ରହି ଦଳ ବିରୋଧୀ କାମ କରିଥିବା ନେଇ ଅଭିଯୋଗ ହୋଇ ଆସୁଥିଲା  । ସମସ୍ତ ଘଟଣାକୁ ତର୍ଜମା କରିବା ପରେ ଦଳ ପକ୍ଷରୁ ଆଜି  ନିଲମ୍ବନ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ବିଜେଡିର ଗଣମାଧ୍ୟମ ବ୍ୟାପାର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ।

ବିଜେଡ଼ି ଏକ ଶୃଙ୍ଖଳିତ ଏବଂ ସାଧାରଣ କର୍ମକର୍ତ୍ତାଙ୍କ ବିଶ୍ୱାସ ଭାଜନର ଦଳ ଭାବେ କାର୍ଯ୍ୟ କରିଆସୁଛି  । ଦଳରେ କାର୍ଯ୍ୟକରୁଥିବା ସୟଦ କଜାମ ମଦାନି ଦଳ ବିପକ୍ଷରେ ଦୀର୍ଘ ଦିନ ଧରି କାର୍ଯ୍ୟ କରିଆସୁଥିଲେ  । ସ୍ଥାନୀୟ କର୍ମକର୍ତ୍ତା ଏନେଇ ଅଭିଯୋଗ କରିଆସୁଥିଲେ  । ମିଳିଥିବା ସୂଚନା ମୁତାବକ ନବରଙ୍ଗପୁର ବିଜେଡ଼ିରେ ଅସନ୍ତୁଷ୍ଟ ସୃଷ୍ଟି କରୁଥିଲେ ଏହି ନେତା  । ତେଣୁ ଦଳ ପକ୍ଷରୁ ଅଭିଯୋଗକୁ ଉପଯୁକ୍ତ ତର୍ଜମା କରାଯାଇ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି  ।

ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କଲେ ଶକ୍ତି ବିଭାଗର ଅନଲାଇନ ସେବା

ଭୁବନେଶ୍ୱର: ଶକ୍ତି ବିଭାଗର ଅନଲାଇନ ସେବାର ଶୁଭାରମ୍ଭ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନଲାଇନ ସେବାର ଶୁଭାରମ୍ଭ କରିଛନ୍ତି । 5T କାର୍ଯ୍ୟକ୍ରମ ଅଧିନରେ ୯ଟି ସେବା ଅନଲାଇନରେ ଉପଲବ୍ଧ ହେବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ସବୁ କ୍ଷେତ୍ରରେ ରୂପାନ୍ତରଣ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ଅନଲାଇନ ସେବା ଦ୍ୱାରା ଶିଳ୍ପାନୁଷ୍ଠାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଉପକୃତ ହେବେ । ଡିଜିଟାଲ ରୂପାନ୍ତରଣରେ ଲୋକଙ୍କୁ ସଶକ୍ତ କରିବା ଲକ୍ଷ୍ୟରେ ଅନଲାଇନ ସେବାର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ସାଧାରଣ ଲୋକଙ୍କ ହାତପାହାନ୍ତାରେ ପହଞ୍ଚିପାରିବ ସେବା ।

ଏଣିକି ଅନଲାଇନରେ ବୈଦ୍ୟୁତିକ ଲାଇସେନ୍ସ ଆବେଦନ ଓ ନବୀକରଣ କରାଯିବ । ସେହିପରି ଇଲେକ୍ଟ୍ରିକାଲ ଡ୍ରଇଁକୁ ଅନୁମତି , ଜରୁରୀକାଳୀନ ଅନୁଧ୍ୟାନ ରିପୋର୍ଟ , ସ୍ବଲ୍ପକାଳୀନ ଲାଇସେନ୍ନ ପ୍ରଦାନ ଆଦି ବ୍ୟବସ୍ଥା ଅନଲାଇନ ଯୋଗେ ହୋଇପାରିବ । କାର୍ଯ୍ୟକ୍ରମରେ ସାମିଲ ହୋଇ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଶକ୍ତି ବିଭାଗର ବିଭିନ୍ନ ଯୋଜନା ଓ ଉପଲବ୍ଧି ସଂପର୍କରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମକୁ ୫ଟି ସଚିବ ଭି.କେ ପାଣ୍ଡିଆନ ପରିଚାଳନା କରିଥିବା ବେଳେ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ପି. କେ ଜେନା ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ରାତିରେ ଲାଞ୍ଚ ନେଉଥିଲେ ନିମାପଡ଼ା ସବ ରେଜିଷ୍ଟ୍ରର କାର୍ଯ୍ୟାଳୟର କିରାଣୀ, ମାଡ଼ିବସିଲା ଭିଜିଲାନ୍ସ

ନିମାପଡା: ଲାଞ୍ଚ ନେଉଥିଲେ, ରାତି ଅଧିଆ ଧରାପଡିଲେ  । ପୁରୀ ଜିଲ୍ଲା ନିମାପଡ଼ା  ସବ ରେଜିଷ୍ଟ୍ରର ଅଫିସରେ ଭିଜିଲାସ ଚଢ଼ାଉ । ସବ ରେଜିଷ୍ଟ୍ରର ଅଫିସର ମୁଖ୍ୟ କିରାଣୀ ପ୍ରକାଶ କୁମାର ଦାସ ଆଖି ବୁଜି ଲାଞ୍ଚ କାରବାର କରୁଛିବା ବେଳେ ମାଡି ବସିଲା ଭୁବନେଶ୍ୱର ଭିଜିଲାନ୍ସ ଟିମ  । ଏବଂ ଏହି ଲାଞ୍ଚ କାରବାରରେ ଧରାପଡିଛନ୍ତି ରାତ୍ରୀ ଜଗୁଆଳି ହରିହର ଦାସ  ।

ସୂଚନା ମୁତାବକ ନିମାପଡ଼ା ଅଞ୍ଚଳର ଏକ ଜମି ବିକ୍ରି ପାଇଁ ଲାଞ୍ଚ  ଭାଗବଣ୍ଟା କରୁଥିଲେ ମୁଖ୍ୟ କିରାଣୀ  ।  ୨୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ୱର ଭିଜିଲାସ ହାତରେ ଧରା ପଡିଛନ୍ତି ନିମାପଡ଼ା ରେଜିଷ୍ଟର କାର୍ଯ୍ୟାଳୟର ଦୁଇ କର୍ମଚାରୀ  ।

ନିମାପଡ଼ା ଥାନା ବଳଙ୍ଗା ଅଞ୍ଚଳର ନକୁଳ ତରଣ ପ୍ରଧାନଙ୍କ ଅଭିଯୋଗ ମୁତାବକ ସବ ରେଜିଷ୍ଟର ଅଫିସରେ କାର୍ଯ୍ୟ କରୁଥିବା ମୁଖ୍ୟ କିରାଣୀ ପ୍ରକାଶ କୁମାର ଦାସ ଏକ ଜାଗା ବିକ୍ରି କାଗଜପତ୍ର କରାଇଦେବା ନେଇ ଲାଞ୍ଚ ମାଗିଥିଲେ  । ଏବଂ ପୂର୍ବ କଥା ମୁତାବକ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଘଟଣା ବିଷୟରେ ସୂଚନା ମୁତାବକ ସେହି ସମୟରେ ମାଡି ବସିଥିଲେ  ।