spot_img
Home Blog Page 5350

ISIS ପାଇଁ ପାଣ୍ଠି ସଂଗ୍ରହ ଓ କ୍ୟାଡର ଚୟନ କରିବା ଅଭିଯୋଗରେ ୪ ଗିରଫ

ନୂଆଦିଲ୍ଲୀ: ଭାରତରେ ଇସଲାମିକ ଷ୍ଟେଟ ଅଫ ଇରାକ ଆଣ୍ଡ ସିରିୟା ବା ଆଇଏସଆଇଏସ ସଂଗଠନ ଲାଗି ପାଣ୍ଠି ସଂଗ୍ରହ ଓ କ୍ୟାଡର ଚୟନ ଘଟଣାରେ ୪ ଜଣ ଗିରଫ। ଏହା ସହ ଜାମ୍ମୁ ଓ କାଶ୍ମୀର, କର୍ଣ୍ଣାଟକର ବିଭିନ୍ନ ସ୍ଥାନରେ ଚଢାଉ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନଆଇଏ। ଜାମ୍ମୁ ଓ କାଶ୍ମୀରର ତିନିଟି ସ୍ଥାନରେ ଓ କର୍ଣ୍ଣାଟକର ମାଙ୍ଗାଲୁରୁ ଓ ବେଙ୍ଗଳୁରୁର କିଛି ସ୍ଥାନରେ ଏହି ଚଢାଉ ହୋଇଛି। ଆଇଏସଆଇଏସ ଆତଙ୍କବାଦୀ ସଂଗଠନର କିଛି କର୍ମୀ ନୂଆ ସଦସ୍ୟଙ୍କୁ ଚୟନ କରୁଥିବା ଅଭିଯୋଗ କ୍ରମେ ଏନଆଇଏ ପକ୍ଷରୁ ଏହି ଚଢାଉ କରାଯାଇଥିଲା। ସେମାନଙ୍କ ନିକଟରୁ ଡିଜିଟାଲ ଯନ୍ତ୍ରପାତି, ମୋବାଇଲ, ହାର୍ଡଡିସ୍କ, ପେନଡ୍ରାଇଭ, ବହୁ ସିମ୍ କାର୍ଡ ଜବତ ହୋଇଛି। ଦେଶରେ ଆଇଏସଆଇଏସ ସଂଗଠନ ସକ୍ରିୟ ଥିବା ଖବର ପାଇ ଏନଆଇଏ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଗତ ମାର୍ଚ୍ଚରେ ଏନେଇ ମାମଲା ରୁଜୁ ହୋଇଥିଲା। କେରଳର ମହମ୍ମଦ ଅମିନ ନାମକ ଜଣେ ବ୍ୟକ୍ତି ଓ ତାଙ୍କର ସହଯୋଗୀ ଟେଲିଗ୍ରାମ, ହୁପ୍, ଇନଷ୍ଟାଗ୍ରାମ ଆଦି ଜରିଆରେ ଆଇଏସ କାର୍ଯ୍ୟକଳାପର ପ୍ରସାର କରୁଥିଲେ ଏବଂ ନୂଆ ଯୁବକମାନଙ୍କୁ ସଂଗଠନରେ ସାମିଲ କରିବା ଲାଗି ଯୋଜନା କରୁଥିଲେ। ମହମ୍ମଦ ଅମିନ ଗତବର୍ଷଠାରୁ ଦେଶର ବିଭିନ୍ନ ସ୍ଥାନରେ ଏହି କାର୍ଯ୍ୟରେ ଲିପ୍ତ ଥିଲା।

ଜାମ୍ମୁ ଓ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦର ୨ ବର୍ଷ ପୂର୍ତ୍ତି

ନୂଆଦିଲ୍ଲୀ: ଜାମ୍ମୁ ଓ କାଶ୍ମୀରକୁ ପ୍ରଦାନ କରାଯାଇଥିବା ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ପ୍ରତ୍ୟାହାରକୁ ପୂରିଲା ଦୁଇ ବର୍ଷ। ସଂସଦରେ ଅନେକ ବାଦବିବାଦ ପରେ ହଟିଥିଲା ଧାରା ୩୭୦। ଗୃହିତ ହୋଇଥିଲା ଜାମ୍ମୁ ଓ କାଶ୍ମୀର ପୁନର୍ଗଠନ ବିଲ୍। ଏହି ବିଲ୍ ଗୃହିତ ହେବା ଯୋଗୁ ଜାମ୍ମୁ ଓ କାଶ୍ମୀର ଏବଂ ଲଦାଖ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହୋଇଥିଲା। ତେବେ ଜାମ୍ମୁ ଓ କାଶ୍ମୀରର ବିଧାନସଭା ରହିଥିବାବେଳେ ଲଦାଖର ବିଧାନସଭା ରହି ନଥିଲା। ୩୭୦ ଧାରା ଉଚ୍ଛେଦକୁ ନେଇ ସରକାର ଦେଖାଇଥିଲେ ନାନା ପ୍ରତିଶ୍ରୁତି ଓ ବିକାଶର ସ୍ୱପ୍ନ । ଏପରିକି ଆତଙ୍କବାଦୀ କାର୍ଯ୍ୟକଳାପ ବନ୍ଦ ହେବ ବୋଲି ଗୃହରେ କହିଥିଲେ। ମାତ୍ର ଦୁଇ ବର୍ଷ ପରେ ବି ସ୍ଥିତି ରହିଛି ପୂର୍ବବତ। ସରକାର କହିଥିଲେ ଲୋକଙ୍କ ନିକଟରେ ପହଞ୍ଚିପାରିବ ବିକାଶ। ଭୋଟବ୍ୟାଙ୍କ ରାଜନୀତି ଓ ଶୋଷଣ ବନ୍ଦ ହେବ। ଏହି ଧାରା ରହିବା ଯୋଗୁ ଲୋକଙ୍କ ବିକାଶ ପ୍ରଭାବିତ ହେଉଥିଲା। ଯେଉଁମାନେ ନାଗରିକତ୍ୱ ପାଇନାହାନ୍ତି ସେମାନେ ଏହା ପାଇବେ। ଏହା ସହ ରାଜ୍ୟରେ ଶାନ୍ତି ପ୍ରତିଷ୍ଠା ହେବ। ମାତ୍ର ଏହି ଧାରା ଉଚ୍ଛେଦର ୨ ବର୍ଷ ପରେ ସ୍ଥିତି ସୁଧୁରିଲା ନାହିଁ। ନା ହୋଇଛି ରାଜ୍ୟର ଆର୍ଥିକ ବିକାଶ ନା କମିଛି ଆତଙ୍କବାଦ।

ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଲାଗି କେନ୍ଦ୍ର ଗୃହମନ୍ତ୍ରାଳୟର ସୁପାରିଶ

ନୂଆଦିଲ୍ଲୀ: ବଢିଲା ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ଅଡୁଆ। ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଲାଗି ସୁପାରିଶ କରିଛି କେନ୍ଦ୍ର ଗୃହମନ୍ତ୍ରାଳୟ। ସେବା ନିୟମ ଉଲ୍ଲଂଘନ ଓ ପଦବିର ଅପବ୍ୟବହାର ଅଭିଯୋଗ କ୍ରମେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଏହି ସୁପାରିଶ ହୋଇଛି। ବିଭିନ୍ନ ଅଭିଯୋଗ କ୍ରମେ ତାଙ୍କୁ ଗତ ୨୦୧୯ ଜାନୁଆରୀରେ ସିବିଆଇ ନିର୍ଦ୍ଦେଶକ ପଦରୁ ହଟାଇଦିିଆଯାଇଥିଲା। ଯଦି ତାଙ୍କ ବିରୋଧରେ ହୋଇଥିବା ସୁପାରିଶକୁ ୟୁପିଏସସି ଗ୍ରହଣ କରେ ତେବେ ତାଙ୍କର ପେନସନ ହ୍ରାସ ହେବ ବା ସ୍ଥାୟୀ ଭାବେ ଏହାକୁ ରଦ୍ଦ କରାଯିବ।

ଏହା ସହ ସେ ପାଇବାକୁ ଥିବା ଅବସରକାଳୀନ ସୁବିଧା ବି ବନ୍ଦ ହେବ। ସିବିଆଇ ନିର୍ଦ୍ଦେଶକ ପଦରୁ ହଟିବା ପରେ ତାଙ୍କୁ ଅଗ୍ନିସେବା ବିଭାଗ ଡିଜି ଭାବେ ଯୋଗ ଦେବା ଲାଗି ନିର୍ଦ୍ଦେଶ ଦିଆଯାଇଥିଲା। ଏଥିଲାଗି ଗୃହମନ୍ତ୍ରାଳୟ ପକ୍ଷରୁ ପର୍ସୋନେଲ ବିଭାଗକୁ କୁହାଯାଇଥିଲା। ମାତ୍ର ଶ୍ରୀ ବର୍ମା ଏହି ପଦବିରେ ଯୋଗ ଦେଇନଥିଲେ। ସିବିଆଇ ନିର୍ଦ୍ଦେଶକ ପଦରୁ ହଟିବା ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସିଜେଆଇ ନୋମିନି ଜଷ୍ଟିସ ଏ.କେ. ସିକ୍ରି ଓ ଲୋକସଭାରେ ତତକାଳୀନ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ ସ୍ୱୀକୃତି ଦେଇଥିଲେ।

କେନ୍ଦ୍ରୀୟ ଦୁର୍ନୀତି ନିବାରଣ ଆୟୋଗ ବା ସିଭିସି ବର୍ମାଙ୍କ ବିରୋଧରେ ଅନେକ ପ୍ରମାଣ ପାଇବା ପରେ ତାଙ୍କୁ ସିବିଆଇ ମୁଖ୍ୟ ପଦରୁ ହଟାଇବା ଲାଗି ପଦକ୍ଷେପ ନିଆଯାଇଥିଲା। ସିବିଆଇ ମୁଖ୍ୟ ପଦରୁ ହଟିବା ପୂର୍ବରୁ ସିବିଆଇର ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ବିରୋଧରେ ବର୍ମା କିଛି ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆଣିଥିଲେ।

ଯୁକ୍ତ ଦୁଇ ପ୍ରଥମ ବର୍ଷ ଆଡମିଶନ ପାଇଁ ଜାରି ହେଲା ଆଡମିଶନ ସଂକ୍ରାନ୍ତ ମାର୍ଗଦର୍ଶିକା

ଭୁବନେଶ୍ୱର: ଯୁକ୍ତ ଦୁଇ ପ୍ରଥମ ବର୍ଷ ଆଡମିଶନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା। ଇଚ୍ଛୁକ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ହେଲା ଆଡମିଶନ ସଂକ୍ରାନ୍ତ ମାର୍ଗଦର୍ଶିକା। ଆଡମିଶନ ପାଇଁ କେବଳ ସାମ୍‌ସ ପୋର୍ଟାଲରେ ଅନଲାଇନରେ ଆବେଦନ ଗ୍ରହଣ ହେବ। ଏନେଇ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ। ଆବେଦନ ସମୟରେ କୌଣସି ଘରୋଇ ଏଜେଣ୍ଟ କିମ୍ବା ଏଜେନ୍ସିକୁ ଛାତ୍ରଛାତ୍ରୀମାନେ ଡକୁମେଣ୍ଟ ନଦେବା ଲାଗି ନିର୍ଦ୍ଦେଶାଳୟ ପକ୍ଷରୁ ସତର୍କ କରାଇଦିଆଯାଇଛି। କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଷ୍ଟ୍ରିମରେ ଆଡମିଶନ ଲାଗି https://samsodisha.gov.in ଓ୍ୱେବସାଇଟ ଜରିଆରେ ଅନଲାଇନରେ ଆବେଦନ କରାଯିବ। ଅନଲାଇନ କମନ ଆପ୍ଲିକେସନ ଫର୍ମ ବା ସିଏଏଫ ପୂରଣ ଓ ଦାଖଲ ପୂର୍ବରୁ ଛାତ୍ର ଏବଂ ଅଭିଭାବକଙ୍କୁ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରିବାକୁ ପରାମର୍ଶ ଦିଆଯାଇଛି। ଅନଲାଇନ ଆବେଦନ କରିବାକୁ ହେଲେ ମୋବାଇଲ ଫୋନ ନମ୍ବର ସହିତ ସାମସ ପୋର୍ଟାଲରେ ପଞ୍ଜୀକରଣ କରିବାକୁ ପଡ଼ିବ।

ରାଜ୍ୟରେ ୧୩୪୨ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକରେ ୨୯ ଜିଲ୍ଲା ଓ ଷ୍ଟେଟପୁଲରୁ ୧୩ଶହ୪୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୬୮ ଆକ୍ରାନ୍ତଙ୍କ ଜୀବନ ନେଇଛି କିଲର କରୋନା। ବୌଦ୍ଧରେ ଦୈନିକ ସଂକ୍ରମଣ ରହିଛି ଶୂନ। କ୍ୱାରେଣ୍ଟାଇନରୁ ୭୭୫ ଓ ଲୋକାଲ କେସ୍ ୫୬୭ ରହିଛି। ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୧୬ଶହ ୩୦। ଖୋର୍ଦ୍ଧାରୁ ସର୍ବାଧିକ ୪୭୭, କଟକରୁ ୧୬୪, ଷ୍ଟେଟପୁଲରୁ ୧୦୫, ଜଗତସିଂହପୁରରୁ ୭୮, ଯାଜପୁରରୁ ୬୬, ବାଲେଶ୍ୱରରୁ ୫୯, ପୁରୀରୁ ୫୫, କେନ୍ଦ୍ରାପଡାରୁ ୪୩, ମୟୂରଭଞ୍ଜରୁ ୪୧, ଭଦ୍ରକରୁ ୪୦, ଅନୁଗୁଳରୁ ୩୦, ନୟାଗଡ଼ରୁ ୨୮, କେନ୍ଦୁଝରରୁ ୨୩, ଢେଙ୍କାନାଳରୁ ୧୯, ରାୟଗଡ଼ା ଓ ସମ୍ବଲପୁରରୁ ୧୮ଜଣ ଲେଖାଏଁ, ସୁନ୍ଦରଗଡ଼ରୁ ୧୩, କୋରାପୁଟରୁ ୧୧, ଗଞ୍ଜାମରୁ ୯, ବରଗଡ଼ରୁ ୮, ମାଲକାନଗିରିରୁ ୭ ସଂକ୍ରମିତ, କନ୍ଧମାଳରୁ ୫, ଗଜପତି ଓ ସୋନପୁରରୁ ୪ଜଣ ଲେଖାଏଁ, ବଲାଙ୍ଗୀର, ଦେବଗଡ଼, ଝାରସୁଗୁଡା, କଳାହାଣ୍ଡି, ଓ ନୂଆପଡାରୁ ୩ଜଣ ଲେଖାଏଁ, ନବରଙ୍ଗପୁରରୁ ୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୯ଲକ୍ଷ ୮୩ହଜାର ୫୨୩ ଥିବା ବେଳେ ମୋଟ୍ ସୁସ୍ଥ ହେଲେଣି ୯ଲକ୍ଷ ୬୩ହଜାର ୭୧୮। ଆକ୍ଟିଭ କେସ୍ ରହିଛି ୧୩ହଜାର ୫୧୬।

ବ୍ରୋଞ୍ଜ ପଦକ ଜିତିବା ପରେ ଭାରତୀୟ ହକି ଦଳକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଏବଂ ଦିଲୀପ ତିର୍କି

ଭୁବନେଶ୍ୱର: ଅଲମ୍ପିକ୍‌ରେ ଇତିହାସ ରଚିଲା ଭାରତ। ଟିମ୍ ଇଣ୍ଡିଆ ୪୧ ବର୍ଷ ପରେ ଅଲିମ୍ପିକ୍ସରେ ଦେଶ ପାଇଁ ପଦକ ଆଣିଛି। ବ୍ରୋଞ୍ଜ ପଦକ ମ୍ୟାଚ୍‌ରେ ୫-୪ ଗୋଲରେ ଜର୍ମାନୀକୁ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ଏମିତି ଏକ ସମୟ ଆସିଥିଲା ଯେତେବେଳେ ଭାରତ ୩-୧ ଗୋଲରେ ପଛରେ ଥିଲା। କିନ୍ତୁ ଏହା ପରେ ଭାରତୀୟ ଟିମ୍‌ ପଦକ ଜିତିବା ଟ୍ରାକ୍‌କୁ ପୁଣି ଫେରିଥିଲା। ଜବରଦସ୍ତ ଗେମ୍‌ ପ୍ଲାନ୍‌ରେ ଅଲମ୍ପିକ୍‌ ସ୍ୱର୍ଣ୍ଣ ବିଜେତାକୁ ପରାସ୍ତ କରିଛି। ଏହା ପରେ ସୋସିଆଲ ମିଡିଆରେ ଟିମ୍‌ ଇଣ୍ଡିଆ ପାଇଁ ଅଭିନନ୍ଦନ ବାର୍ତ୍ତା ଆସିବାରେ ଲାଗିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି ଟିମ୍ ଇଣ୍ଡିଆକୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି  ତିହାସିକ ଲେଖିଛନ୍ତି! ଏହା ହେଉଛି ଏମିତି ଏକ ଦିନ ଯାହା ପ୍ରତ୍ୟେକ ଭାରତୀୟଙ୍କ ସ୍ମୃତିରେ ଲିପିବଦ୍ଧ ରହିବ।  ବ୍ରୋଞ୍ଜ ପଦକ ଜିତିବା ପାଇଁ ଆମ ପୁରୁଷ ହକି ଦଳକୁ ଅଭିନନ୍ଦନ। ଏହି ସଫଳତା ସହିତ ସେ ସମଗ୍ର ଦେଶର ବିଶେଷ କରି ଆମର ଯୁବକମାନଙ୍କ ଆଶା ପୂରଣ କରିଛନ୍ତି। ଏଭଳି ହକି ଦଳ ପାଇଁ ଭାରତ ଆଜି ଗର୍ବିତ ବୋଲି ପ୍ରଧାନମନ୍ତ୍ରୀ ଟ୍ୱିଟ୍‌ କରିଛି ଜଣାଇଛନ୍ତି।

ସେପଟେ ପୂର୍ବତନ ହକି ଖେଳାଳି ତଥା ସାଂସଦ ଦିଲୀପ ତିର୍କି ଏହାକୁ ଏକ ଐତିହାସିକ ବିଜୟ ବୋଲି କହିଛନ୍ତି। ତିର୍କି ଟ୍ୱିଟ୍ କରି ଐତିହାସିକ ବିଜୟ କହିଛନ୍ତି! ଭାରତୀୟମାନଙ୍କ ପାଇଁ ବହୁଦିନର ସ୍ୱପ୍ନ ସାକାର ହୋଇଛି। ଟୋକିଓ ଅଲିମ୍ପିକ୍ସରେ ଜର୍ମାନୀକୁ ପରାସ୍ତ କରି ବ୍ରୋଞ୍ଜ ପଦକ ଜିତିଥିବାରୁ ଭାରତୀୟ ପୁରୁଷ ହକି ଦଳକୁ ଅଭିନନ୍ଦନ ବୋଲ ଦିଲୀପ କହିଛନ୍ତି ।

ବ୍ରୋଞ୍ଜ ପଦକ ଜିତିବା ପରେ ବ୍ରିଲିଆଣ୍ଟ ଇନ୍ ବ୍ଲୁ ଲେଖି ଭାରତୀୟ ହକି ଟିମକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଟିମର ଐତିହାସିକ ବିଜୟ। ଦୀର୍ଘ ୪୧ବର୍ଷ ପରେ ଦେଶକୁ ମେଡାଲ୍ ଦେଇଛି ଭାରତୀୟ ହକି ଟିମ୍। ଆଜିର ମ୍ୟାଚ୍‌ରେ ଦେଖିବାକୁ ମିଳିଥିଲା ରୋମ ଟାଙ୍କୁରା ଗେମ୍‌। ପ୍ରତିଟି ମିନିଟରେ ରୋମାଞ୍ଚକର ହେଉଥିଲା ହକି ମ୍ୟାଚ୍‌। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ବ୍ରିଲିଆଣ୍ଟ ଇନ୍ ବ୍ଲୁ ଲେଖି ଭାରତୀୟ ହକି ଟିମକୁ ପ୍ରଶଂସା କରିଛନ୍ତି ନବୀନ। ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତୀୟ ହକି ଦଳ ସହ ଟେଲିଫୋନ୍ ଯୋଗେ କଥା ହୋଇଛନ୍ତି। କଥା ହୋଇ ଚମତ୍କାର ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଏହା ସହ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଉଭୟ ପୁରୁଷ ଓ ମହିଳା ହକି ଟିମର ସ୍ପନ୍ସର ହେଉଛି ଓଡ଼ିଶା ସରକାର।

୨୦୧୮ରୁ ଓଡ଼ିଶା ଭାରତୀୟ ହକି ଟିମ୍‌ର ପ୍ରାୟୋଜକ ରହିଛି ଖାଲି ସେତିକି ନୁହେଁ ହକି ପାଇଁ ଓଡ଼ିଶାର ଅବଦାନ ମଧ୍ୟ ଅନନ୍ୟ। ଓଡ଼ିଶାରେ ହକିର ଉନ୍ନତି ହେବାରୁ ଆଜି ଓଡ଼ିଶାରୁ ପୁରୁଷ ହକି ଟିମ୍‌ରେ ଉପ ଅଧିନାୟକ ବିରେନ୍ଦ୍ର ଲାକ୍ରା ଥିବା ବେଳେ ମହିଳା ଟିମ୍‌ରେ ଦିପ୍‌ ଗ୍ରେସ୍‌ ଏକ୍କା ଅଛନ୍ତି। ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଛୁଟୁଛି ବିଭିନ୍ନ ମହଲରୁ ପ୍ରଶଂସାର ସୁଅ।

ଶେଷ ଥର ପାଇଁ ୧୯୮୦ ମସ୍କୋ ଅଲମ୍ପିକ୍ସରେ ଭାରତୀୟ ଟିମ୍ ସେମିଫାଇନାଲରେ ପହଂଚିଥିଲା। ଆଉ ଶେଷ ଥର ପାଇଁ ମଧ୍ୟ ୧୯୮୦ ମସିହାରେ ଭାରତୀୟ ହକି ଟିମ୍ ଅଲମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ପାଇଥିଲା।

ଅଲମ୍ପିକ୍ସରେ ଇତିହାସ ରଚିଲା ଭାରତ, ଜର୍ମାନୀକୁ ହରାଇ ବ୍ରୋଞ୍ଜ ଆଣିଲା

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚିଲା ପୁରୁଷ ହକି ଦଳ। ଜର୍ମାନୀକୁ ହରାଇ ବ୍ରୋଞ୍ଜ ପଦକ ଉପରେ ନିଜର ଅଧିକାର ସାବ୍ୟସ୍ତ କରିଛି। ଦୀର୍ଘବର୍ଷର ଅପେକ୍ଷାର ଅନ୍ତ ଘଟିଛି। ୧୯୮୦ରେ ପ୍ରଥମ ଥର ପାଇଁ ପଦକ ଆଣିଥିଲା ଭାରତ। ଏହା ପରେ ଅଲମ୍ପିକର ପଦକ ପାଇଁ ଲଢ଼ି ଚାଲିଥିଲା। ପଦକ ସଂଘର୍ଷରେ ଜିତିଛି ଭାରତ। ବ୍ରୋଞ୍ଜ ପଦକ ମ୍ୟାଚରେ ଜର୍ମାନୀକୁ ୫-୪ରେ ପରାସ୍ତ କରିଛି ପଦକରେ ନିଜ ନାମ ଲେଖିଛି।​ ଚାରି ଦଶନ୍ଧିର ସଂଗ୍ରାମକୁ ସମାପ୍ତ କରି ପୁରୁଷ ହକିରେ ଭାରତ ବ୍ରୋଞ୍ଜ ପଦକ ଜିତିଛି। ସିମରନଜିତ୍ ସିଂ ୩ଟି ଗୋଲ୍ ସ୍କୋର କରିଥିଲେ ବ୍ରୋଞ୍ଜ ପଦକ ମ୍ୟାଚ୍‌ରେ। ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ଖରାପ ଆରମ୍ଭ ହୋଇଥିଲା। କିନ୍ତୁ ଦମଦାର ପ୍ରଦର୍ଶନ ସହିତ ମ୍ୟାଚ୍‌କୁ ନିଜ ଅଧିନକୁ ନେଇଥିଲା ଭାରତ। ତା’ପରେ କ୍ରମାଗତ ଗୋଲ୍ ସ୍କୋର କରିଥିଲା।  କିନ୍ତୁ ଏହା ପରେ ଜର୍ମାନୀ ଆଉ ଦୁଇଟି ଗୋଲ ସ୍କୋର କରି ଭାରତ ଉପରେ ଚାପ ପକାଇଲା। କିନ୍ତୁ ଟିମ୍ ଇଣ୍ଡିଆ ଏକ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ମାତ୍ର ୨ ମିନିଟରେ ମ୍ୟାଚ୍‌କୁ ୫-୪ ଆଗୁଆ ଦୌଡ଼କୁ ଆଣିଥିଲା। ​ମ୍ୟାଚର ପ୍ରଥମ ମିନିଟରେ ଜର୍ମାନୀ ଗୋଲ ସ୍କୋର କରିଥିଲା। ଜର୍ମାନୀ ପାଇଁ ମୁର ଓରୁଜ ଏହି ଫିଲ୍ଡ ଗୋଲ ସ୍କୋର କରିଥିଲେ। ଯାହା ପରେ ଜର୍ମାନୀ ୧-୦ରେ ଆଗରେ ରହିଥିଲା। ପ୍ରତିପକ୍ଷ ଆକ୍ରମଣ ପାଇଁ ଟିମ୍ ଇଣ୍ଡିଆର ସୁଯୋଗ ଥିଲା, କିନ୍ତୁ ଏହା ହାତଛଡା କରିଥିଲା। ୫ମ ମିନିଟରେ ଭାରତ ଏକ ପେନାଲ୍ଟି କର୍ଣ୍ଣର ପାଇଥିଲା। କିନ୍ତୁ ରୁପିନ୍ଦର ପାଲ ସିଂ ଗୋଲ କରିବାରେ ବିଫଳ ହୋଇଥିଲେ।

ପ୍ରଥମ କ୍ୱାର୍ଟରରେ ଜର୍ମାନୀ ଭାରତ ଉପରେ ଚାପ ପକାଇଥିଲା। ଏହି କ୍ୱାର୍ଟରରେ ଜର୍ମାନୀ ବହୁତ ଆକ୍ରମଣାତ୍ମକ ଢ଼ଙ୍ଗରେ ଖେଳିଥିଲା ପ୍ରଥମ ମିନିଟରେ ଏକ ଗୋଲ ସ୍କୋର କରି ଜର୍ମାନୀ ପାଇଁ ଏହି ପଦକ କେତେ ମୂଲ୍ୟବାନ ତାହା ଦେଖାଇଦେଇଥିଲା। ପ୍ରଥମ କ୍ୱାର୍ଟର ଶେଷ ହେବା ପୂର୍ବରୁ ଭାରତକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଯାହାର ପୁରା ଫାଇଦା ଉଠାଇଥିଲା ଭାରତ। ପେନାଲଟିରେ ଗୋଲ ଦେବା ପରେ ଜର୍ମାନୀକୁ ୧-୧ରେ ଆଗୁଆ ରଖିଥିଲା। ଶ୍ରୀଜେଶଙ୍କୁ ଏଠାରେ ବିଶେଷ ପ୍ରଶଂସା କରିବାକୁ ପଡିବ। ସବୁଠାରୁ ଗୋଲ କିପର ସ୍ରିଜେସ୍‌ ଆଜି ତାଙ୍କର ଭଲ ପ୍ରଦର୍ଶନ କରିଥିଲେ।

ଆଜି କଟକରେ କରୋନା କଟକଣା ସହ ଖୋଲୁଛି ସମସ୍ତ ଧର୍ମାନୁଷ୍ଠାନ

କଟକ: କରୋନାରୁ ଧିରେ ଧିରେ ମୁକୁଳୁଛି ଓଡ଼ିଶା। କରୋନାର ଦ୍ୱିତୀୟ ଲହରରେ ବନ୍ଦ ଥିବା ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ ଧିରେ ଧିରେ ଖୋଲିବାକୁ ଲାଗିଛି। ରାଜ୍ୟ ସରକାର ସମସ୍ତ ଜିଲ୍ଲା ପ୍ରାଶାସନକୁ ସ୍ଥାନୀୟ ସ୍ଥିତି ଦେଖି ମନ୍ଦିର ଖୋଲିବାକୁ ନିଷ୍ପତ୍ତି ଦେଇପାରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ତେବେ ବହୁ ଦିନ ପରେ ଆଜିଠାରୁ ଖୋଲିବ କଟକ ସହରର ସମସ୍ତ ଧର୍ମାନୁଷ୍ଠାନ । ସକାଳ ୬ରୁ ରାତି ୮ ଯାଏ ଖୋଲା ରହିବ ଧର୍ମାନୁଷ୍ଠାନ । ୫୦ ଜଣ ଭକ୍ତ କିମ୍ବା ଧର୍ମାନୁଷ୍ଠାନରେ ୫୦ ପ୍ରତିଶତ ଭକ୍ତଙ୍କୁ ପ୍ରବେଶ ପାଇଁ ମିଳିବ ଅନୁମତି। ଶନିବାର ଏବଂ ରବିବାର ସର୍ଟଡାଉନ ପାଇଁ ଭକ୍ତଙ୍କ ପ୍ରବେଶ ଉପରେ ବାରଣ କରାଯାଇଛି । କୋଭିଡ୍ କଟକଣା ମଧ୍ୟରେ ଦର୍ଶନ କରିବେ ଭକ୍ତ । ମନ୍ଦିର ଭିତରେ ଭୋଗ, ପ୍ରସାଦ ବଣ୍ଟନ ବାରଣ ହୋଇଛି । ବହୁଦିନ ପରେ ଧର୍ମାନୁଷ୍ଠାନ ଖୋଲୁଥିବାରୁ ଭକ୍ତମାନେ ଖୁସି ଜାହିର କରିଛନ୍ତି ।

ରିମାଣ୍ଡର ତୃତୀୟ ଦିନରେ ବିରଞ୍ଚି ସାହୁଙ୍କୁ କାରାଥନ ଜେରା

ଭୁବନେଶ୍ୱର: ଖୋଲିବ କୁବେର ପିଏସଙ୍କ କଳାଧନର କୁହୁକ ପେଡ଼ି। କୋଟିପତି ବିରଞ୍ଚି ସାହୁଙ୍କୁ ମାରାଥନ୍ ଜେରା କରୁଛି ଭିଜିଲାନ୍ସ। ଆଜି ତୃତୀୟ ଦିନରେ ବିରଞ୍ଚି ସାହୁଙ୍କୁ କରାଯିବ ଜେରା। ବିରଞ୍ଚିଙ୍କ ୧୦ ଦଶ ବର୍ଷର ଫାଇଲ ଖୋଲିଛି ଭିଜିଲାନ୍‌ସ। ବିରଞ୍ଚିଙ୍କ ପାଖକୁ କେମିତି ଆସିଲା ଏତେ ନଗଦ ଟଙ୍କା। ବେଆଇନ ଆୟର ଉତ୍ସ କଣ, ପ୍ଲଟ ଓ ସୁନା କେଉଁ ଟଙ୍କାରେ କିଣା ହୋଇଛି ? ବିରଞ୍ଚିଙ୍କ ପତ୍ନୀ ଓ ସଢ଼ୁଙ୍କ ନାଁରେ କେତେ ସମ୍ପତ୍ତି ରହିଛି, ଏସବୁର ଟିକିନିଖି ତଥ୍ୟ ସଂଗ୍ରହ କରୁଛନ୍ତି ଭିଜିଲାନ୍ସ ଟିମ୍। ଦୁର୍ନୀତିର ଗୁମର ଫିଟାଇବା ପାଇଁ ବିରଞ୍ଚିଙ୍କ ପତ୍ନୀ ଓ ସଢୁଙ୍କ ରିମାଣ୍ଡରେ ଆଣି ମୁହାଁମୁହିଁ ଜେରା କରିବାକୁ ଯୋଜନା ରହିଛି। ତଦନ୍ତ ପରେ ବିରଞ୍ଚିଙ୍କ ଦୁର୍ନୀତିର କଳା ସାମ୍ରାଜ୍ୟ ଉପରୁ ପରଦା ହଟିବ ବୋଲି ଭିଜିଲାନ୍‌ସ ଆଶା ରଖିଛି। ସେପଟେ କୋଟିପତି ବିରଞ୍ଚିଙ୍କ ଟଙ୍କାର ଉତ୍ସ ଦେଖି ମନି ଲଣ୍ଡରିଂ ଆକ୍ଟରେ ନିଜ ଆଡୁ ମାମଲା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।