spot_img
Home Blog Page 5368

CBSE Result 2021: ଜାଣନ୍ତୁ କିଭଳି ଡାଉନଲୋଡ୍ କରିବେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ରୋଲନମ୍ୱର

ନୂଆଦିଲ୍ଲୀ: ଖୁବଶୀଘ୍ର ସିବିଏସ୍‌ଇ ପକ୍ଷରୁ ବାତିଲ ହୋଇଥିବା ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଘୋଷଣା ହେବ । କରୋନା କାରଣରୁ ଏହି ସବୁ ପରୀକ୍ଷା ବାତିଲ ହୋଇଥିବା ବେଳେ ଛାତ୍ରଛାତ୍ରୀମାନେ ସେମାନଙ୍କ ରୋଲ ନମ୍ୱର ଥିବା କୌଣସି ଆଡମିଟ୍ କାର୍ଡ ପାଇନାହାନ୍ତି । ଏଣୁ ଛାତ୍ରଛାତ୍ରୀମାନଙ୍କୁ ରୋଲ ନମ୍ୱର ଯୋଗାଇଦେବା ନେଇ ବୋର୍ଡ ପକ୍ଷରୁ ଓ୍ୱେବସାଇଟରେ ବ୍ୟବସ୍ଥା କରାଯାଇଛି ।

ପ୍ରଥମେ https://www.cbse.gov.in/cbsenew/cbse.html କୁ ଯିବେ । ଓ୍ୱେବସାଇଟ ଖୋଲିଲା ପରେ ତଳେ ଦେଇଥିବା ରୋଲ୍ ନମ୍ୱର ଫାଇଣ୍ଡର ଲିଙ୍କ ଉପରେ କ୍ଳିକ୍ କରିବେ ।

ଏହାପରେ କଣ୍ଟିନିୟୁ ଉପରେ କ୍ଳିକ୍ କରିବେ ।

 ଏହାରେ ଯଦି ଆପଣ ଦଶମ ଶେଣୀ ଛାତ୍ର ତେବେ ଦଶମ ଅବା ଦ୍ୱାଦଶ ଶ୍ରେଣୀ ଛାତ୍ର ତେବେ ଦ୍ୱାଦଶ ଉପରେ କ୍ଳିକ୍ କରିବେ ।

ଏହାରେ ଓ୍ୱେବସାଇଟରେ ମଗାଯାଇଥିବା ବିବରଣୀ ପ୍ରଦାନ କରିବେ । ଏଭଳି ଭାବେ ଆପଣ ଆପଣଙ୍କ ରୋଲ ନମ୍ୱର ପାଇପାରିବେ  ।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୬ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ବାଂଲାଦେଶ ଏବଂ ପଶ୍ଚିମବଙ୍ଗ ଆଖପାଖରେ ଥିବା ଓ୍ୱେଲମାର୍କ ଲୋ ପ୍ରେସର ପଶ୍ଚିମ ମୁହାଁ ହୋଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗ ମୁହାଁ ହେବ । ପ୍ରଭାବରେ ସାରା ରାଜ୍ୟରେ ଲାଗି ରହିଛି ବର୍ଷା । ବିଶେଷ କରି ଉତ୍ତର ଏବଂ ଉପକୂଳ ଓଡିଶାରେ ବର୍ଷା ଲାଗି ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ବଲାଙ୍ଗୀର ଏବଂ ନୂଆପଡ଼ା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏଥିପାଇଁ ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଲଘୁଚାପର ପ୍ରଭାବ ଅଗଷ୍ଟ ୧ ତାରିଖ ସକାଳ ସାଢେ ୮ଟା ପର୍ଯନ୍ତ ରହିବ । ବର୍ଷା ପବନ ପାଇଁ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ମତ୍ସଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି । ସେପଟେ ଜୁନ୍ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ୫୩୮ ମିଲିମିଟର ବର୍ଷା ରେକର୍ଡ ହେବା କଥା । କିନ୍ତୁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪୨୭.୧ ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ବର୍ଷା ଠାରୁ ୨୧ ପ୍ରତିଶତ କମ୍ ବର୍ଷା । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୫ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ ୧୫ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ୨ଟି ଜିଲ୍ଲା ଭଦ୍ରକ ଏବଂ ଯାଜପୁରରେ ୪୦ ରୁ କମ୍ ବର୍ଷା ହୋଇଛି ।

ଏଥିସହିତ ପଢ଼ନ୍ତୁ: ରାଜଧାନୀରେ ଡେଙ୍ଗୁ ଆତଙ୍କ, ଗତ ୨୪ ଘଣ୍ଟାରେ ୨୯ ଡେଙ୍ଗୁ ରୋଗୀ ଚିହ୍ନଟ

ରାଜ୍ୟରେ ପ୍ରଥମ ଥର ପାଇଁ ମାଲକାନଗିରିରେ ପ୍ରୋଟିନ ଯୁକ୍ତ ଚାଉଳ ଯୋଗାଇଲେ ରାଜ୍ୟ ସରକାର

ମାଲକାନାଗିରି: ରାଜ୍ୟରେ ପ୍ରଥମ ଥର ପାଇଁ ମାଲକାନଗିରିରେ ପ୍ରୋଟିନ ଯୁକ୍ତ ଚାଉଳ ଯୋଗାଇଲେ ରାଜ୍ୟ ସରକାର। ଆଜି ଗୋଟିଏ ଦେଶ ଗୋଟିଏ ରାସନ ଆରମ୍ଭ କରି ଭିଡିଓ କନ୍‌ଫରେସିଙ୍ଗ ଜରିଆରେ ମାଲକାନଗିରିରେ ପ୍ରୋଟିନ ଯୁକ୍ତ ଖାଦ୍ୟ ଯୋଗାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲାପାଳ ଵିଶାଲ ସିଂ, ଆଇଟି ମନ୍ତ୍ରୀ ତୁଷାର କାନ୍ତି ବେହେରା ଓ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା ଉପସ୍ଥିତ ଥିଲେ। ମାଲକାନଗିରିରେ ମୋଟ ୧ ଲକ୍ଷ ୫୭ ହଜାର ୮୩ ପରିବାର ବସବାସ କରୁଥିବା ବେଳେ ୫ ଲକ୍ଷ ୪୬ ହଜାର ୫୦୧ ଜଣ ହିତାଧିକାରୀ ଏହାଦ୍ଵାରା ଉପକୃତ ହେବେ। ମାସକୁ ପ୍ରାୟ ୩୨ ଲକ୍ଷ ୧୦ ହଜାର ୩୧୩ କ୍ୱିଣ୍ଟାଲ ଚାଉଳ ମାଲକାନଗିରି ଜିଲ୍ଲାରେ ବଣ୍ଟାଯିବ। ୧୧୭ ଟି ବିତରଣକେନ୍ଦ୍ରରୁ ଏହି ରାସନ ପାଇପାରିବେ।

ରାଜଧାନୀରେ ଡେଙ୍ଗୁ ଆତଙ୍କ, ଗତ ୨୪ ଘଣ୍ଟାରେ ୨୯ ଡେଙ୍ଗୁ ରୋଗୀ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବେକାବୁ ହେଉଛି ଡେଙ୍ଗୁ। ୨୪ ଘଣ୍ଟାରେ ପୁଣି ୨୯ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୪୮୨କୁ ବୃଦ୍ଧି ପାଇଛି। ବୁଧବାର ୩୨ଜଣ ଡେଙ୍ଗୁରୋଗୀ ଚିହ୍ନଟ ହୋଇଥିଲେ। ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରେ ସ୍ୱାସ୍ଥ୍ୟ ଟିମ ଦ୍ୱାରା ମୋଟ ୫ ହଜାର ୧୭୮ଟି ଘର ବୁଲି ତଥ୍ୟ ସଂଗ୍ରହ କରାଯାଇଛି। ସେହିପରି ୨୧ ହଜାର ୪୯୮ ଲୋକଙ୍କ ସ୍ୱାସ୍ଥ୍ୟଗତ ତଥ୍ୟ ସଂଗ୍ରହ କରାଯାଇଛି। ୧୩୯୦ ସ୍ଥାନରୁ ଡେଙ୍ଗୁ ମଶାର ସମ୍ଭାବ୍ୟ ବଂଶ ବୃଦ୍ଧିକୁ ରୋକାଯାଇଛି। ୫୩୩ଟି ସ୍ଥାନରେ ଏଡିସ ମଶାର ଲାର୍ଭା ଦେଖାଯାଇଛି। ଏଣୁ ସଚେତନତା ସହ ସଫେଇ ଉପରେ ଗୁରୁତ୍ୱ ଦେଇଛି ବିଏମସି।

ଜାତୀୟ ଶିକ୍ଷା ନୀତିକୁ ପୁରିଲା ଏକ ବର୍ଷ, ଦୀକ୍ଷା ପୋର୍ଟାଲ ଶିକ୍ଷା ନୀତି ପାଇଁ ମାଇଲଖୁଣ୍ଟ ହୋଇଛି

ନୂଆଦିଲ୍ଲୀ: ଜାତୀୟ ଶିକ୍ଷା ନୀତିକୁ ପୁରିଛି ଏକ ବର୍ଷ। ଏହି ଅବସରରେ ଦେଶର ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କରୋନା କାଳରେ ନୂଆ ଶିକ୍ଷା ନୀତିକୁ ନେଇ ଅନେକ କାମ ହୋଇଛି। ଗତ ଏକ ବର୍ଷ ଭିତରେ ଶିକ୍ଷା କ୍ଷେତ୍ରକୁ ବହୁ ମାତ୍ରାରେ ଗୁରୁତ୍ୱଦେଇଛନ୍ତି ସରକାର। ଜାତୀୟ ଶିକ୍ଷା ନୀତିରେ ବହୁ ନିଷ୍ପତ୍ତି ନିଆଯାଇଛି। ଆଞ୍ଚଳିକ ଶିକ୍ଷାରେ ଉଚ୍ଚଶିକ୍ଷା ପାଇଁ ଜାତୀୟ ଶିକ୍ଷା ନୀତିରେ ବ୍ୟବସ୍ଥା ରହିଛି। ଏହା ଖୁସିର କଥାଯେ ୮ ରାଜ୍ୟର ୧୪ ଇଞ୍ଜିନିୟରିଂ କଲଜରେ ୫ଟି ଭାଷାରେ ପାଠପଢା ହେବ। ହିନ୍ଦୀ, ତାମିଲ, ତେଲୁଗୁ, ମରାଠୀ ଓ ବଙ୍ଗଳା ଭାଷାରେ ଛାତ୍ରଛାତ୍ରୀ ପାଠ ପଢିପାରିବେ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ। ନୂଆ ଶିକ୍ଷା ନୀତିରେ ସ୍କୁଲ ଶିକ୍ଷାଠାରୁ ଆରମ୍ଭ କରି ଉଚ୍ଚ ଶିକ୍ଷା କ୍ଷେତ୍ରରେ ଅନେକ ପରିବର୍ତ୍ତନ କରାଯାଇଛି। ଦୀକ୍ଷା ପୋର୍ଟାଲ ଶିକ୍ଷା ନୀତି ପାଇଁ ଏକ ମାଇଲଖୁଣ୍ଟ ପାଲଟିଛି। ଛାତ୍ରଛାତ୍ରୀମାନେ ଏବେ ଅନଲାଇନ୍ ଜରିଆରେ ପାଠ ପଢିବା ପାଇଁ ଅଧିକରୁ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହା ଡିଜିଟାଲ ଇଣ୍ଡିଆକୁ ନୂଆ ଗତି ଦେଇଛି। ରାଷ୍ଚ୍ର ନିର୍ମାଣରେ ନୂଆ ଶିକ୍ଷା ନୀତିର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଥିବା କହିଛନ୍ତି ମୋଦି। ଆଗରୁ ଆମ ଦେଶର ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାଉଥିଲେ, ହେଲେ ଏବେ ଦେଶରେ ନିଜ ଇଛା ଅନୁସାରେ ସମସ୍ତ ପାଠ ପଢି ପାରୁଛନ୍ତି ଛାତ୍ରଛାତ୍ରୀ। ବିଦେଶରୁ ଅନେକ ଛାତ୍ରାଛାତ୍ରୀ ମଧ୍ୟ ଭାରତ ଆସି ପାଠ ପଢୁଛନ୍ତି। ଗତବର୍ଷ ଆଜିର ଦିନରେ ୩୪ ବର୍ଷର ପୁରୁଣା ଶିକ୍ଷା ନୀତିରେ ପରିବର୍ତ୍ତନ କରିଥିଲେ କେନ୍ଦ୍ର ସରକାର।

ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ନେଲେ ସତ୍ୟ ନାରାୟଣ ପ୍ରଧାନ

ଭୁବନେଶ୍ୱର: ଓଡ଼ିଆ ପୁଅ ସତ୍ୟ ନାରାୟଣ ପ୍ରଧାନଙ୍କୁ ଗୁରୁ ଦାୟିତ୍ୱ। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ନେଲେ ସତ୍ୟ ନାରାୟଣ ପ୍ରଧାନ । ଆଜି ରାକେଶ ଆସ୍ଥାନାଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି ଏସ ଏନ ପ୍ରଧାନ। ଏବେ NDRF ଡିଜି ଥିବାବେଳେ ତାଙ୍କୁ ମିଳିଛି ଅତିରିକ୍ତି ଦାୟିତ୍ୱ। ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା କରି ବେଶ ଚର୍ଚ୍ଚାରେ ଅଛନ୍ତି ସତ୍ୟ ନାରାୟଣ ପ୍ରଧାନ। ବାତ୍ୟା ସମୟରେ ଲୋତଙ୍କୁ ଉଦ୍ଧାର କରିବା ଓ ଏନଡିଏରଏଫକୁ ସୁ ପରିଚାଳନା କରିବା ଦିଗରେ ବଡ ଦାୟିତ୍ୱ ନେଇଥାଆନ୍ତି ଏସ ଏନ ପ୍ରଧାନ। ରାକେଶ ଆସ୍ଥାନା ଦିଲ୍ଲୀର ପୋଲିସ କମିଶନର ଭାବେ ନିଯୁକ୍ତି ହେବାପରେ ତାଙ୍କ ସ୍ଥାନରେ ୧୯୮୮ ବ୍ୟାଚ୍ ଝାଡ଼ଖଣ୍ଡ କ୍ୟାଡର ଓଡ଼ିଆ ଆଇପିଏସ୍ ସତ୍ୟ ନାରାୟଣ ପ୍ରଧାନଙ୍କୁ ମିଳିଛି NCB ଡିଜି ଦାୟିତ୍ୱ।

ରାଜ୍ୟରେ ବାରମ୍ବାର କମିବାରେ ଲାଗିଛି ବାଘଙ୍କର ସଂଖ୍ୟା

ଭୁବନେଶ୍ୱର: ବଢୁଛି ଶିକାର, କମୁଛି ବାଘସଂଖ୍ୟା। ୨୦୦୪ରେ ରାଜ୍ୟରେ ରୟାଲ ବେଙ୍ଗଲ ଟାଇଗରଙ୍କ ସଂଖ୍ୟା ଥିଲା ୧୯୨। ୨୦୦୬ରେ ୪୫କୁ ଖସିଆସିଲା। ୨୦୧୦ରେ ୩୨ ଓ ୨୦୧୪ରେ ବାଘ ସଂଖ୍ୟା ୨୮କୁ ଖସିଆସିଲା। ୨୦୧୪ରେ ରାଜ୍ୟ ସରକାର ନିଜସ୍ୱ ବାଘ ଗଣନା କରି ୫୮ଟି ମହାବଳ ବାଘ ଥିବା କହିଥିଲେ। ୨୦୧୮ରେ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷଙ୍କ ଗଣନା

ଅନୁସାରେ ବାଘସଂଖ୍ୟା ଥିଲା ୨୮। ଗତ ୭ ମାସରେ ୮୪ଟି ବାଘଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବନ୍ୟଜନ୍ତୁ ଶିକାର ନେଟଓ୍ବର୍କ ବଢ଼ିଥିବା ପିସିସିଏଫ୍ ସ୍ୱୀକାର କରିଛନ୍ତି। ତେବେ ସ୍ୱତନ୍ତ୍ର ବ୍ୟାଘ୍ର ପ୍ରକଳ୍ପ ସାଙ୍ଗକୁ ଅପରାଧ ନିୟନ୍ତ୍ରଣ ପାଇଁ ଡିଜିଟାଲ ପ୍ଲାଟଫର୍ମ ଉପରେ ଫୋକସ କରାଯାଉଥିବା ସେ କହିଛନ୍ତି।

ୱାଇଲ୍ଡ ଲାଇଫ୍ କ୍ରାଇମ୍ କଣ୍ଟ୍ରୋଲ ବ୍ୟୁରୋ ଓ ଡବ୍ଲୁସିସିବି ସହ ରାଜ୍ୟ ବନ ବିଭାଗ ଇଣ୍ଟେଲିଜେନ୍ସ ସେୟାର କରି ସଫଳତା ପାଇଛି ସତ, କିନ୍ତୁ ଅପରାଧୀ ନିଜ କାୟା ବିସ୍ତାର କରିଚାଲିଛନ୍ତି। ଗତ ୮ ବର୍ଷରେ ରାଜ୍ୟରେ ୨୫୦ ବାଘଛାଲ ଜବତ ହେବା ଅପରାଧୀଙ୍କ ସକ୍ରିୟତାକୁ ସ୍ପଷ୍ଟ କରୁଛି। ଶିମିଳିପାଳରେ ବାଘସଂଖ୍ୟା କମୁଥିବା ବେଳେ ସାତକୋଶିଆରେ ବି ଫେଲ୍ ମାରିଛି ବାଘସଂଖ୍ୟା ବୃଦ୍ଧି ଯୋଜନା।

ଏବେ ସୁନାବେଡ଼ା ହିଁ ଭରସା ବୋଲି କୁହାଯାଉଛି। ବାଘର ସ୍ୱାସ୍ଥ୍ୟାବସ୍ଥାରୁ ଜଙ୍ଗଲର ସ୍ୱାସ୍ଥ୍ୟ ଜଣାପଡ଼େ। ଜୈବ ବିବିଧତା କିପରି କାମ କରୁଛି ତାହା ବାଘସଂଖ୍ୟାରୁ ସ୍ପଷ୍ଟ ହୁଏ। ତେଣୁ ଜଙ୍ଗଲ ସୁରକ୍ଷା ଓ ବନ୍ୟଜନ୍ତୁ ଶିକାର ରୋକି ପାରିଲେ ବାଘସଂଖ୍ୟା ବଢ଼ିବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି। ବାଘସଂଖ୍ୟା ବଢ଼ାଇବାକୁ ପ୍ରଜନନ ପାଇଁ ମାଷ୍ଟର ପ୍ଲାନ କରିବାକୁ ହେବ। ନହେଲେ ପରପିଢ଼ି ବାଘକୁ କେବଳ ଚିତ୍ର କି ଚିଡ଼ିଆଖାନା ଦେଖିବାକୁ ପାଇବେ।

୨୯ ସାମ୍ବାକିକଙ୍କ ନାଁରେ ମାନହାନି ମକଦ୍ଦମା ଦାୟର କଲେ ଶିଳ୍ପା

ମୁମ୍ବାଇ: ଅଭିନେତା ଶିଳ୍ପା ଶେଟ୍ଟୀ ‘ମିଥ୍ୟା ରିପୋର୍ଟିଂ ଏବଂ ତାଙ୍କ ଭାବମୂର୍ତ୍ତିକୁ ବଦନାମ କରିବା’ ଅଭିଯୋଗରେ ବମ୍ବେ ହାଇକୋର୍ଟରେ ୨୯ ଜଣ ମିଡିଆ କର୍ମଚାରୀ ଏବଂ ମିଡିଆ ହାଉସ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଛନ୍ତି । ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ସହ ଜଡ଼ିତ ପର୍ଣ୍ଣୋଗ୍ରାଫୀ ମାମଲାରେ ହେଉଥିବା ରିପୋର୍ଟିଂ ବାବଦରେ ଶିଳ୍ପା ଅଭିଯୋଗ ଆଣିଥିବା ANI ରିପୋର୍ଟରେ ଦର୍ଶାଯାଇଛି  । କାଲି ଏହି ମାମଲାର ଶୁଣାଣି ହେବ ।

ଅଶ୍ଳୀଳ ଚଳଚିତ୍ର ପ୍ରସ୍ତୁତ କରିବା ଏବଂ ପ୍ରକାଶନ ସହ ଜଡିତ ଥିବା ଅଭିଯୋଗରେ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ଜୁଲାଇ ୧୯ ତାରିଖରେ ଗିରଫ କରାଯାଇଥିଲା । ମୁମ୍ବାଇର ଏକ କୋର୍ଟ କୁନ୍ଦ୍ରାଙ୍କ ନ୍ୟାୟିକ ହେପାଜତକୁ ୧୪ ଦିନ ବୃଦ୍ଧି କରିଥିଲେ ।

ANI ସୂଚନା ମୂତାବକ, SEBI (Securities and Exchange Board of India) ଇନସାଇଡର୍ ଟ୍ରେଡିଂ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ଅଭିନେତା ଶିଳ୍ପା ଶେଟ୍ଟୀ, ସ୍ୱାମୀ ରାଜ କୁନ୍ଦ୍ରା ଏବଂ ତାଙ୍କ କମ୍ପାନୀ ଭିଆନ୍ ଇଣ୍ଡଷ୍ଟ୍ରିଜ୍ ଉପରେ ୩ ଲକ୍ଷ ଟଙ୍କା ଜୋରିମାନା ଲଗାଇଛି।

ମୁମ୍ବାଇ କ୍ରାଇମ ବ୍ରାଞ୍ଚର ଜଣେ ଅଧିକାରୀ ଏହା ପୂର୍ବରୁ ANI କୁ ସୂଚନା ଦେଇଥିଲେ ଯେ ଶିଳ୍ପା ଶେଟ୍ଟୀଙ୍କୁ ଏହି ମାମଲାରେ କ୍ଲିନ୍ ଚିଟ୍ ଦିଆଯାଇ ନାହିଁ ଏବଂ ଫୋରେନସିକ୍ ଅଡିଟର ସମ୍ପୃକ୍ତ ସମସ୍ତ ଟ୍ରାନଜାକ୍ସନ ଉପରେ ନଜର ରଖିବେ।

କଳା ମାଧ୍ୟମରେ ଲୋକଙ୍କୁ ଡେଙ୍ଗୁନେଇ ସଚେତନ କରାଉଛନ୍ତି ଯୁବଶିଳ୍ପୀ

ଭୁବନେଶ୍ୱର: କରୋନା ପରେ ରାଜଧାନୀରେ ଡେଙ୍ଗୁ ଆତଙ୍କ। ସଚେତନ ପାଇଁ ସବୁ ମହଲରୁ ପ୍ରୟାସ। ନିଆରା ଉଦ୍ୟମ କଲେ ଯୁବ ଶିଳ୍ପୀ। ଭୁବନେଶ୍ୱରରେ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ପରେ ଏବେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ତେବେ ଏହାକୁ ରୋକିବାକୁ ଚିକିତ୍ସା ଯେତିକି ଜରୁରୀ, ତାଠାରୁ ଅଧିକ ଆବଶ୍ୟକ ସଚେତନତା। ଏଥିପାଇଁ ନିଜର କଳା ମାଧ୍ୟମରେ ଲୋକଙ୍କୁ ସଚେତନ କରିବାକୁ ଅଣ୍ଟା ଭିଡିଛନ୍ତି ଯୁବ ଶିଳ୍ପୀ ପ୍ରିୟରଞ୍ଜନ ବରାଳ।

ସାଧାରଣତଃ ଟାୟାର, ନଡିଆ ସଢ଼େଇ ଓ ଫୁଲକୁଣ୍ଡ ଭଳି ଜିନିଷରେ ପାଣି ଜମି ମଶା ବଂଶ ବୃଦ୍ଧି ହୋଇଥାଏ। ତେଣୁ ଏସବୁକୁ ଏଣେତେଣ ନଫୋପାଡିବାକୁ ଅବ୍ୟହୃତ ଇଲୋକ୍ରୋନିକ୍ସ ଓ ଲୁହାରୁ ସେ ତିଆରି କରିଛନ୍ତି ଡେଙ୍ଗୁ ମଶା। ଏହାସହ ଅବ୍ୟବହୃତ ଟାୟାରରୁ ତିଆରି କରିଛନ୍ତି ଗାର୍ଡେନ ସୋଫା। ଏହାକୁ ତିଆରି କରିବା ପାଇଁ ୫ ରୁ ୬ ଦିନ ତାଙ୍କୁ ସମୟ ଲାଗିଛି।

ପ୍ରିୟଙ୍କ ଦ୍ୱାରା ତିଆରି ଏସବୁ ଜିନିଷ ଦେଖିବାକୁ ଯେତିକି ସୁନ୍ଦର ସେତିକି ହୃଦୟସ୍ପର୍ଶି। ପୂର୍ବରୁ ମଧ୍ୟ କରୋନାର ପ୍ରଥମ ଲହର ସମୟରେ ପ୍ରିୟ ଓ ତାଙ୍କ ଗ୍ରୁପର ଅନ୍ୟ ସଦସ୍ୟମାନେ ଅନୁରୂପ ଭାବେ ଭୂତାଣୁର ପ୍ରତିକୃତି ତିଆରି କରି ଭୁବନେଶ୍ୱରର ପ୍ରମୁଖ ଛକ ଗୁଡିକରେ ସ୍ଥାପନ ସହ ପ୍ରାଚୀରରେ ଚିତ୍ର କରି ସଚେତନତା କରିଥିଲେ।

ବିଏମସି ପକ୍ଷରୁ ଆରମ୍ଭ ହୋଇଛି e ୱେଷ୍ଟ ସଂଗ୍ରହ ଅଭିଯାନ। ପ୍ରିୟଙ୍କ ଓଡ଼ିଶା ପ୍ରୋଗ୍ରେସିଭ ଆର୍ଟିଷ୍ଟ ଗ୍ରୁପ ଦ୍ୱାରା ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ଏଭଳି ସାମଗ୍ରୀ ବିଏମସିର ଅଭିଯାନକୁ ଭିନ୍ନ ଏକ ଦିଗ ଦେବାରେ ସହାୟକ ହୋଇପାରିବ।

କେମିତି ଅଛି ଉଠା ଦୋକାନୀଙ୍କ ସ୍ୱାସ୍ଥ୍ୟ, ଟିକାକରଣ ସହ ସଚେତନ ପାଇଁ ଜୟ ଓଡ଼ିଶାର ଅଭିଯାନ ଆରମ୍ଭ

ଭୁବନେଶ୍ୱର: କେମିତି ଅଛି ଉଠାଦୋକାନୀଙ୍କ ସ୍ୱାସ୍ଥ୍ୟ ? କରୋନା ଟିକା ନେଇଛନ୍ତି ତ ? ଯଦି ନେଇନାହାଁନ୍ତି ତେବେ କାରଣ କଣ ? ହାଟ ବୁଲିବୁଲି ଏଭଳି ସର୍ଭେ କରୁଛନ୍ତି ସାମାଜିକ ସଂଗଠନ ଜୟ ଓଡ଼ିଶାର ସଦସ୍ୟ। ଉଠାଦୋକାନୀଙ୍କ ଟିକାକରଣ ଏବଂ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ବୁଝି ସଚେତନ କରୁଛନ୍ତି। ଏ ଦୃଶ୍ୟ ହେଉଛି ଲିଙ୍ଗରାଜ ପରିବା ମାର୍କେଟର। ଯେଉଁମାନେ ଟିକା ନେଇଛନ୍ତି ସେମାନଙ୍କ ଦୋକାନ ସମ୍ମୁଖରେ ‘ମୁଁ ଟିକା ନେଇଛି’ ବୋଲି ପୋଷ୍ଟର ମାରୁଛନ୍ତି ସ୍ୱେଚ୍ଛାସେବୀ। ଏହାସହ ବରିଷ୍ଠ ନାଗରିକମାନେ ମାସ୍କ ବଣ୍ଟନ କରି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଛନ୍ତି।

ସ୍ଥିତି ଧିରେ ଧିରେ ସ୍ୱାଭାବିକ ହେଉଥିବା ବେଳେ ଅନ୍‌ଲକ୍ ହେଉଛି ଓଡ଼ିଶା। ତେଣୁ ଏଭଳି ସମୟରେ ବଜାରକୁ ସାମଗ୍ରୀ କିଣିବାକୁ ଆସିଥିବା ଗ୍ରାହକ ଜାଣିବା ଦରକାର ସେ ଯାହାଠୁ ସଉଦା ନେଉଛନ୍ତି ସେ ଟିକା ନେଇସାରିଛନ୍ତି। ଏହାସହ ଯେଉଁମାନେ ଟିକା ନେଇ ନାହାଁନ୍ତି ସେମାନେ କିଭଳି ଟିକା ନେଇପାରିବେ ସେ ବ୍ୟବସ୍ଥା ମଧ୍ୟ ସଂଗଠନ ପକ୍ଷରୁ କରାଯାଉଛି। ସଂଗଠନର ଏଭଳି ପଦକ୍ଷେପକୁ ଉଠାଦୋକାନୀମାନେ ବେଶ୍‌ପ୍ରଶଂସା କରିଛନ୍ତି। ଏବେ ରାଜ୍ୟର ସବୁ ଜିଲ୍ଲାରେ ସଂକ୍ରମଣ ତଳମୁହାଁ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ସବୁଠୁ ଅଧିକ ରହୁଛି। ତେଣୁ ରାଜଧାନୀରେ ଟିକାକରଣ ବଢାଇବା ପାଇଁ ଜୟ ଓଡ଼ିଶା ଉଦ୍ୟମ ଆରମ୍ଭ କରିଛି।