spot_img
Home Blog Page 5374

ପୋଲିସ କାର୍ଯ୍ୟାନୁଷ୍ଠାନ ବିରୋଧରେ ତୃତୀୟ ଦିନରେ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ସୋର: ଥାନା ଭିତରେ ଓକିଲଙ୍କୁ ମାଡ଼ ପ୍ରତିବାଦରେ ତୃତୀୟ ସ୍ଥାନରେ ପହଞ୍ଚିଛି ସୋର ଓକିଲ ସଂଘର କାର୍ଯ୍ୟ ବନ୍ଦ ଆନ୍ଦୋଳନ । ଗତ ୪ତାରିଖ ରାତିରେ ସୋର ପୋଲିସ ଓ ଭୁବନେଶ୍ୱର ପୋଲିସ ମିଳିତ ଭାବେ ଜଣେ ଓକିଲଙ୍କୁ ଭଡ଼ା ଘରୁ ଉଠାଇ ଆଣି ଥାନାରେ ନିସ୍ତୁକ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି । ତେବେ ଘଟଣାକୁ ତୀବ୍ର ବିରୋଧ କରିବା ସହ ଘଟଣାକୁ ନିନ୍ଦା କରିଛି ଓକିଲ ସଂଘ । ଓକିଲଙ୍କ ଉପରେ ହୋଇଥିବ ମାଡ଼ ପ୍ରତିବାଦରେ ଓକିଲ ସଙ୍ଘ ସୋର କୋର୍ଟ ସମୁଖରେ ଆନ୍ଦୋଳନ ଜାରି ରଖିଛି । ସୋର କଲେଜ ଛକରେ ସୋର କୋର୍ଟର ଓକିଲ ଧୀରେନ ଦାସ ପରିବାର ସହ ଭଡ଼ାରେ ରୁହନ୍ତି । ଗତ ୪ ତାରିଖ ରାତିରେ ଭୁବନେଶ୍ୱର ନୟାପଲ୍ଲୀ ଥାନା ଓ ସୋର ପୋଲିସ ମିଳିତ ଭାବେ ଏକ ମାମଲାକୁ ନେଇ ଧୀରେନ ଦାସଙ୍କ ଘରେ ପହଞ୍ଚିଥିଲା ସେଠାରେ ତାଙ୍କୁ ଗେଟ ଖୋଲିବାକୁ କହିଥିଲା ଯେହେତୁ ଧୀରେନ ଦାସ ଭଡ଼ା ଘରେ ରହୁଛନ୍ତି ସେ କହିଥିଲେ ଘର ମାଲିକଙ୍କୁ କୁହନ୍ତୁ ପୁଲିସ ଏଥିରେ ଉତକ୍ଷୀପ୍ତ ହୋଇ ତାଙ୍କ ଗ୍ରୀଲ ଭାଙ୍ଗି ତାଙ୍କୁ ସେଠାରେ ମାଡ ମାରି ସୋର ଥାନାକୁ ଆଣି ମାଡ଼ ମାରିଥିଲା ଓ ଧୀରେନ ଦାସଙ୍କୁ ମାଡ଼ମାରିବା ପରେ ଥାନା ଭିତରେ ସେ ଅଚେତ ହୋଇପଡିଥିଲେ । ପୋଲିସ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ ତାଙ୍କ ପୁଅକୁ ମଧ୍ୟ ସେହି ଅଭିଯୋଗରେ ମାଡ ମାରି ଦୀର୍ଘ ୧୨ଘଣ୍ଟା ଅଟକ ପୋଲିସ ରଖିଥିଲା  ।  ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ସୋର ଓକିଲ ସଙ୍ଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କୋର୍ଟ ଅଚଳ କରାଯିବା ପାଇଁ ଚେତାବନୀ ଦେଇଛନ୍ତି । ଆଜି ବାଲେଶ୍ଵର ଜିଲ୍ଲା ଜଜ ଆନ୍ଦୋଳନ ସ୍ଥାନ ରେ ପହଁଚି ଓକିଲ ମାନଙ୍କୁ ବୁଝାଇଥିଲେ ମଧ୍ୟ ଓକିଲ ମାନେ ତାଙ୍କ ଜିଦ ରେ ଅଟଳ ଅଛନ୍ତି । କୋର୍ଟ ଅଚଳ ନେଇ ସାଧାରଣ ଲୋକ ମାନେ ନାହିଁନଥିବା ଅସୁବିଧାରେ ସମ୍ମୁଖୀନ ହୋଇଥିବା ଜଣାପଡିଛି ।

ଏଥିସହିତ ପଢ଼ନ୍ତୁ: ରାଜଧାନୀରୁ ଧରାପଡ଼ିଲେ ହାଇ ପ୍ରୋଫାଇଲ ଚୋରଣୀ: ଦିଲ୍ଲୀରୁ ଲୁଟିଥିଲେ କୋଟିଏ ଟଙ୍କାର ହୀରା ଓ ସୁନା

ପେଗାସସ୍ ପ୍ରସଂଗରେ ସରକାର ଆଲୋଚନା ନ କରିବା ଯାଏଁ ପଛକୁ ହଟିବୁ ନାହିଁ: ବିରୋଧୀ

ନୂଆଦିଲ୍ଲୀ: ସରଗରମ ହେଉଛି ସଂସଦର ମୌସୁମୀ ଅଧିବେଶନ । କୃଷି ଆଇନକୁ ନେଇ ବିରୋଧୀ ସରକାରଙ୍କୁ ସମାଲୋଚନା କରୁଥିବାବେଳେ ଏବେ ପେଗାସସ୍ ପ୍ରସଙ୍ଗ ଗୃହକୁ ସରଗରମ କରିଛି । ବିରୋଧୀ ଏ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ଦାବି କରୁଥିବାବେଳେ ଶାସକ ବିଜେପି ନିଜ ଜିଦରେ ଅଟଳ ରହିଛି । ଆଜି ରାଜ୍ୟସଭା ଆରମ୍ଭରୁ ବିରୋଧୀ ହୋହଲ୍ଲା କରିବା ଫଳରେ ଗୃହ ଅପରାହ୍ନ ୧୨ଟା ଯାଏଁ ମୁଲତବି କରାଯାଇଥିଲା । ରାଜ୍ୟସଭା ବାହାରେ ଅକାଳୀ ଦଳର ସାଂସଦମାନେ କୃଷି ଆଇନକୁ ନେଇ ପ୍ରତିବାଦ କରିବା ସହ ଆଇନ୍ ପ୍ରତ୍ୟାହାର ପାଇଁ ଦାବି କରିଥିଲେ । ସେପଟେ ଲୋକସଭାରେ ପେଗାସସ୍ ପ୍ରସଙ୍ଗରେ ଆଲୋଚନା ପାଇଁ ବିରୋଧୀ ଅଡି ବସିଥିଲେ, ଗୃହରେ ଖେଲା ହବେର ନାରା ଲଗାଇଥିଲେ କଂଗ୍ରେସ, ଟିଏମସି ସହ ଅନ୍ୟ ବିରୋଧୀ ସାଂସଦ । ଯାହାଫଳରେ ଗୃହ ମୁଲତବି କରିଥିଲେ ବାଚସ୍ପତି । ମୋଦି ସରକାର ଜାଣିଶୁଣି ଗୃହ ଚଲାଇ ଦେଉନଥିବା ଅଭିଯୋଗ କରିଛନ୍ତି ବିରୋଧୀ । କଂଗ୍ରେସ ସାଂସଦ ରାହୁଲ ଗାନ୍ଧି କହିଛନ୍ତି, ପ୍ରଥମେ ସଂସଦରେ ପେଗସସ ପ୍ରସଙ୍ଗରେ ଆଲୋଚନା ହେଉ । କାରଣ ଏହି ପ୍ରସଙ୍ଗ ଦେଶର ସୁରକ୍ଷା ସହ ଜଡିତ ଅଟେ । ଏଣୁ ସରକାର ଯେ ପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ ଆଲୋଚନା କରି ନାହାଁନ୍ତି ବିରୋଧୀ ପଛକୁ ହଟିବେ ନାହିଁ ବୋଲି କହିଛନ୍ତି ରାହୁଲ ଗାନ୍ଧିଙ୍କ ସହ ତମାମ ବିରୋଧୀ । ପେଗାସସକୁ ବ୍ୟବହାର କରି ପ୍ରଧାନମନ୍ତ୍ରୀ ଦେଶର ଗଣତନ୍ତ୍ର ଆତ୍ମାକୁ କୁଠାରଘାତ କରିଥିବା ସେ କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ଶୋଇଥିବା ବେଳେ ଚଢ଼ିଗଲା ଟ୍ରକ,୧୮ ମୃତ : ଅନୁକମ୍ପାମୂଳକ ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଉପାନ୍ତ ଜିଲ୍ଲାରେ 5-T ସଚିବ ଓ ମୁଖ୍ୟ ଶାସନ ସଚିବ: ଶିକ୍ଷା ଓ ସ୍ୱାସ୍ଥ୍ୟ ବିକାଶ କାର୍ଯ୍ୟର କରୁଛନ୍ତି ସମୀକ୍ଷା

କୋରାପୁଟ: ରାଜ୍ୟ ସରକାରଙ୍କ ଫୋକସରେ ଉପାନ୍ତର ଉନ୍ନତି । ସରକାରଙ୍କ ଯୋଜନା ଆଧାରରେ କେତେ ଆଗେଇଛି କାମ, ଏସବୁ ତଦାରଖ କରିବାକୁ ଆଜି କୋରାପୁଟ ଓ ନବରଙ୍ଗପୁର ଜିଲ୍ଲା ଗସ୍ତ କରିଛନ୍ତି ୫-T ସଚିବ ଭି.କେ ପାଣ୍ଡିଆନ ଓ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଜିଲ୍ଲାରେ ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ବିକାଶ କେତେ ବାଟ ଆଗେଇଛି, ସେନେଇ ଉଭୟ ସମୀକ୍ଷା କରୁଛନ୍ତି । ପ୍ରଥମେ ନବରଙ୍ଗପୁର ଜିଲ୍ଲାରେ ଏକ ମେଗା ଲିଫ୍‌ଟ ଇରିଗେସନ ପ୍ରକଳ୍ପର କାର୍ଯ୍ୟ ଅଗ୍ରଗତିର ତଦାରଖ କରିଛନ୍ତି । ଏହା ସହିତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ନିର୍ମାଣାଧୀନ ଅକ୍ସିଜେନ୍ ପ୍ଲାଣ୍ଟର ତଦାରଖ କରିଛନ୍ତି । ଏହାସହ ନବରଙ୍ଗପୁର ଜିଲ୍ଲାର ସର୍ବପୁରାତନ ଉଚ୍ଚ ବିଦ୍ୟାଳୟ RCD HIGH SCHOOLରେ ସ୍ମାର୍ଟ କ୍ଲାସ ବିଷୟରେ ତଦାରଖ କରିଛନ୍ତି । ଏହା ପରେ ୫-T ସଚିବ ଭି.କେ ପାଣ୍ଡିଆନ ଓ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କୋରାପୁଟ ଜିଲ୍ଲାରେ 650 ଶଯ୍ୟା ବିଶିଷ୍ଟ ହସପିଟାଲର ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିବେ ।

 

ଏଥିସହିତ ପଢ଼ନ୍ତୁ: ବାହାଘର ପାଇଁ ସ୍ୱପ୍ନ ଦେଖାଇଲା: ପରିତ୍ୟକ୍ତ ମିଲ୍ ପରିସରକୁ ଡାକି ସ୍ପିରିଟ୍ ଢାଳି ଜାଳିଦେଲା ପ୍ରେମିକ

 

ବାହାଘର ପାଇଁ ସ୍ୱପ୍ନ ଦେଖାଇଲା: ପରିତ୍ୟକ୍ତ ମିଲ୍ ପରିସରକୁ ଡାକି ସ୍ପିରିଟ୍ ଢାଳି ଜାଳିଦେଲା ପ୍ରେମିକ

ବ୍ରହ୍ମପୁର: ପ୍ରେମିକାଙ୍କୁ ଜାଳିଦେଲା ପ୍ରେମିକ । ବିଶ୍ୱାସ ସହ ଖେଳ, ଜୀବନ ନେବାକୁ ସାଥୀ କରିଥିଲା ସାଂଘାତିକ ଷଡ଼ଯନ୍ତ୍ର । ମୃତ୍ୟୁ ପୂର୍ବରୁ ଏମିତି ଛାତିଥରା କାହାଣୀ କହିଛନ୍ତି ଶୁଭସ୍ମିତା । ୨୦୧୫ରୁ ଆରମ୍ଭ ହୋଇଥିଲା ପ୍ରେମ । ବିବାହ ପାଇଁ ଚାହୁଁଥିଲେ ଶୁଭସ୍ମିତା ଖାଡଙ୍ଗା। ସେପଟେ ପ୍ରେମିକ କୃଷ୍ଣ ସାହୁଙ୍କର ବିବାହ ମାମୁଁ ଝିଅଙ୍କ ସହ ଠିକ୍‌ ହୋଇଥିଲା । ତଥାପି ପ୍ରେମ ପାଇଁ ବାପା, ମାଆଙ୍କୁ ଛାଡ଼ି ଆସିବେ ବୋଲି କହି ଶୁଭସ୍ମିତାଙ୍କ ମନରେ ବିଶ୍ୱାସ ଜନ୍ମାଇଥିଲେ କୃଷ୍ଣ । ହେଲେ କିଏ ଜାଣିଥିଲା ମିଠା କଥା ପଛରେ ଲୁଚିଥିଲା ସାଂଘାତିକ ଷଡ଼ଯନ୍ତ୍ର । ଗଞ୍ଜାମ ପୁରୁଷୋତ୍ତମପୁର ଥାନା ପ୍ରତାପପୁରର ଏକ ପରିତ୍ୟକ୍ତ ମିଲ୍ ପରିସରକୁ ଡାକି ଶୁଭସ୍ମିତାଙ୍କ ଉପରେ ସ୍ପିରିଟ୍‌ ଢାଳି ନିଆଁ ଲଗାଇ ଦେଇଥିଲା। ପୋଡି ଯାଇଥିଲା ଦେହ, ଜଳିଯାଇଥିଲା ସବୁ ସ୍ୱପ୍ନ । ବ୍ରହ୍ମପୁର ଏମକେସିଜିରେ ଚିକିତ୍ସାଧୀନ ଅବସ୍ଥାରେ ଯୁବତୀଙ୍କ ମୃତ୍ୟୁ ହୋଇଛି । ଅଭିଯୁକ୍ତ ପ୍ରେମିକ କୃଷ୍ଣ ସାହୁକୁ ଗିରଫ କରାଯାଇଛି । ୨୦୧୫ରେ ବ୍ରହ୍ମପୁରରେ ପଢୁଥିବା ବେଳେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ହୋଇଥିଲା । ଶୁଭସ୍ମିତା ଗଞ୍ଜାମ ମୁଜାଗଡ଼ ପିଏଚସିରେ ପାଥୋଲୋଜି ଟେକ୍ନିସିଆନ୍‌ ଭାବେ କାମ କରୁଥିଲେ । ମୃତ୍ୟୁ ପୂର୍ବରୁ ଶୁଭସ୍ମିତାଙ୍କ ମୃତ୍ୟକାଳୀନ ଜମାନବନ୍ଦୀ ରେକର୍ଡ ହୋଇଛି । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍‌ ଛାନବିନ୍ କରିଛି ।

ଏଥିସହିତ ପଢ଼ନ୍ତୁ: ରାଜଧାନୀରୁ ଧରାପଡ଼ିଲେ ହାଇ ପ୍ରୋଫାଇଲ ଚୋରଣୀ: ଦିଲ୍ଲୀରୁ ଲୁଟିଥିଲେ କୋଟିଏ ଟଙ୍କାର ହୀରା ଓ ସୁନା

 

ରାଜଧାନୀରୁ ଧରାପଡ଼ିଲେ ହାଇ ପ୍ରୋଫାଇଲ ଚୋରଣୀ: ଦିଲ୍ଲୀରୁ ଲୁଟିଥିଲେ କୋଟିଏ ଟଙ୍କାର ହୀରା ଓ ସୁନା

ଭୁବନେଶ୍ୱର: ପୋଲିସ ହାତରେ ହାଇପ୍ରୋଫାଇଲ ଚୋରଣୀ । ଦିଲ୍ଲୀରୁ ଚୋରି କରି ଭୁବନେଶ୍ୱର ରାଜ୍ ମହଲ ଛକରେ ଲୁଚିଥିଲେ । ତାଙ୍କ ଠାରୁ କୋଟିଏ ଟଙ୍କାର  ହୀରା ଓ ସୁନା ଜବତ କରିଛି ପୋଲିସ । କ୍ୟାପିଟାଲ ଥାନା ପୋଲିସ ସହାୟତାରେ ମହିଳାଙ୍କୁ ଗିରଫ କଲା ଦିଲ୍ଲୀର ମେହେରୁଲି ଥାନା ପୋଲିସ। ପୋଲିସର ସୂଚନା ଅନୁସାରେ ସାଲିଆ ସାହିର ଜଣେ  ମହିଳା ଦିଲ୍ଲୀର ଦ୍ଵାରିକା ଜଣେ ପ୍ରତିଷ୍ଠିତ ଲୋକ ଶ୍ୟାମଲାଲଙ୍କ ଘରେ ଚାକରାଣୀ କାମ କରୁଥିଲେ। କିଛି ଦିନ ତଳେ ଘର ମାଲିକ ଜଣକ ପରିବାର ଲୋକଙ୍କ ସହ ବିବାହ ଭୋଜିରେ ଯାଇଥିଲେ।  ଏହାର ସୁଯୋଗ ନେଇ ହୀରା ଓ ସୁନା ଚୋରି କରି ଭୁବନେଶ୍ୱର ଆସି ରାଜମହଲର ଏକ ହୋଟେଲରେ ଲୁଚି ଥିଲେ। ଏ ନେଇ ଘର ମାଲିକ ଜଣକ ଦିଲ୍ଲୀ  ଏକ ଥନରେ ଏତଲା ଦେଇଥିଲେ। ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଲା ମହିଳା ଜଣକ ଭୁବନେଶ୍ୱର ଅଛନ୍ତି। ଏ ନେଇ କମିଶନରେଟ ପୋଲିସକୁ ଅବଗତ କରିଥିଲା। କ୍ୟାପିଟାଲ ପୋଲିସ ସହାୟତାରେ ମହିଳା ଜାଣକୁ ଗିରଫ କରିଛି ଦିଲ୍ଲୀ ୩ଜଣିଆ ପୋଲିସ ଟମ। ତେବେ ତଦନ୍ତ ବେଳେ ମହିଳା ଜଣଙ୍କର ଜଣେ ପୁରୁଷ ବନ୍ଧୁ ଥିବା ଜଣା ପଡ଼ିଛି । ଯୁବଜ ଜଣକ ଫେରାର ଅଛନ୍ତି। ମହିଳା ଜାଣଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ନେଇଛି ଦିଲ୍ଲୀ ପୋଲିସ।

ରାଜ୍ୟରେ ୨ ପ୍ରତିଶତକୁ ଖସିଛି ପଜିଟିଭିଟି ହାର:ଦୈନିକ ୭୦ ହଜାର ଟେଷ୍ଟିଂ ଲକ୍ଷ୍ୟ

ଭୁବନେଶ୍ୱର: ରାଜ୍ୟରେ କ୍ରମାଗତ ଭାବରେ କରୋନା ସଂକ୍ରମଣ କମିବାରେ ଲାଗିଛି । ଏହା ସହ ପଜିଟିଭ୍ ହାର ଦ୍ରୁତଗତିରେ କମୁଛି । ଆଶ୍ୱସ୍ତିକର କଥା, ଭାରତର ୫୪ଟି ଜିଲ୍ଲାରେ ସଂକ୍ରମଣ ବଢୁଛି ବୋଲି କେନ୍ଦ୍ର ସରକାର କହିଛନ୍ତି । ତେବେ ସେହି ତାଲିକାରେ ଓଡ଼ିଶାର କୌଣସି ଜିଲ୍ଲା ନାହିଁ । ଯାହାକି ଖୁସିର କଥା । ରାଜ୍ୟରେ ପଜିଟିଭ୍ ହାର ୨ପ୍ରତିଶତକୁ ଖସିଛି । ଅଗଷ୍ଟ କିମ୍ବା ସେପ୍ଟେମ୍ବରରେ ତୃତୀୟ ଲହର ଆସିବା ନେଇ ଆକଳନ କରାଯାଉଥିବାରୁ ଏଥିଲାଗି ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ତେବେ ଅଗଷ୍ଟ ମାସରେ ଦୈନିକ ଟେଷ୍ଟିଂ ୭୦ ହଜାର ଉପରେ କରିବାକୁ ସ୍ୱାସ୍ଥ୍ୟ ବିଭାଗ ଚାର୍ଗେଟ ରଖିଛି । ଆଣ଼୍ଟିଜେନ୍ ଓ ଆର୍‌ଟି-ପିସିଆର ଟେଷ୍ଟ କରିବାକୁ ଧାର୍ଯ୍ୟ କରାଯାଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୮ହଜାର ୭୪୦ଟେଷ୍ଟିଂ କରାଯାଇଛି ।

ଏଥିସହିତ ପଢ଼ନ୍ତୁ: ଶୋଇଥିବା ବେଳେ ଚଢ଼ିଗଲା ଟ୍ରକ,୧୮ ମୃତ : ଅନୁକମ୍ପାମୂଳକ ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ

କର୍ଣ୍ଣାଟକର ନୂଆ ବସ୍ ହେଲେ ବାସବରାଜ ବୋମାଇ: ରାଜଭବନରେ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିଛନ୍ତି

ବେଙ୍ଗାଲୁରୁ: କର୍ଣ୍ଣାଟକର ୨୩ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବାସବରାଜ ବୋମାଇ । ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ପଦ ଓ ଗୋପନୀୟତାର ଶପଥପାଠ କରିଛନ୍ତି । ବାସବରାଜ କର୍ଣ୍ଣାଟକ ରାଜନୀତିର ଜଣେ ବରିଷ୍ଠ ନେତା । ଆଜିର ଶପଥ ଗ୍ରହଣ ସମାରୋହରେ କର୍ଣ୍ଣାଟକ ବିଜେପିର ସମସ୍ତ ବରିଷ୍ଠ ନେତା, ମନ୍ତ୍ରୀ ଓ ବିଧାୟକ ଉପସ୍ଥିତ ଥିଲେ । ଏଥିସହ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକମାନେ ଉପସ୍ଥିତ ରହିବେ । ବିଧାୟକ ଦଳ ବୈଠକରେ ସର୍ବସମ୍ମତି କ୍ରମେ ବାସବରାଜଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ବଛାଯାଇଥିଲା । କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ.ଆର. ବୋମାଇଙ୍କ ପୁତ୍ର ହେଉଛନ୍ତି ବାସବରାଜ୍‌ । ବିଜେପି ମହଲରେ ଜଣେ ବିଶ୍ୱସ୍ତ ନେତା ହେଉଛନ୍ତି ବାସବରାଜ୍ । ୟେଦ୍ୟୁରପ୍ପାଙ୍କ ଇସ୍ତଫା ପରେ ବାସବରାଜ ହିଁ ଥିଲେ ଏକ ମାତ୍ର ପ୍ରତିଦ୍ୱନ୍ଦ୍ୱି । ଲିଙ୍ଗାୟତ ସମ୍ପ୍ରଦାୟରୁ ଆସିଥିବାରୁ ବିଧାୟକ ଦଳ ବୈଠକରେ ତାଙ୍କ ନାଁରେ ସମର୍ଥନ ମିଳିଥିଲା । କର୍ଣ୍ଣାଟକ ରାଜନୀତିରେ ବେଶ ଚର୍ଚ୍ଚିତ ଚେହେରା ବାସବରାଜ ବୋମାଇ ।

ଏଥିସହିତ ପଢ଼ନ୍ତୁ:ମେକାନିକାଲ ଇଞ୍ଜିନିୟରରୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ: ଜାଣନ୍ତୁ ପୂରା କାହାଣୀ

ଶୋଇଥିବା ବେଳେ ଚଢ଼ିଗଲା ଟ୍ରକ,୧୮ ମୃତ : ଅନୁକମ୍ପାମୂଳକ ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଉତ୍ତରପ୍ରଦେଶରେ ମର୍ମନ୍ତୁଦ ଦୁର୍ଘଟଣା । ରାସ୍ତା ଉପରେ ଶୋଇଥିବା ଅବସ୍ଥାରେ ଗାଡ଼ି ମାଡ଼ିଯିବାରୁ ପ୍ରାଣ ହରାଇଲେ ୧୮ ଜଣ ଶ୍ରମିକ । ଏଥିସହ ଆହତ ହୋଇଛନ୍ତି ୧୯ ଜଣ । ଉତ୍ତରପ୍ରଦେଶର ବାରବାଙ୍କିରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଏଠାରେ ଏକ ସଡ଼କ ଉପରେ ରାତିରେ କିଛି ଶ୍ରମିକ ଶୋଇଥିଲେ । ଏକ ଡବଲ ଡେକର ବସ୍ ସହ ଏକ ଟ୍ରକର ଧକ୍କା ହେବା ପରେ ସେମାନଙ୍କ ଉପରକୁ ଚଢିଯାଇଥିଲା । ଘଟଣାସ୍ଥଳରେ ୧୮ ଜଣଙ୍କ ପ୍ରାଣହାନୀ ହୋଇଛି । ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ପୋଲିସ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରିରହିଛି ।

ଅପରପକ୍ଷରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କ ନିମନ୍ତେ ୨ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଏଥିସହିତ ଆହତଙ୍କ ନିମନ୍ତେ ୫୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘାେଷଣା କରିଛନ୍ତି ।

 

କମୁଛି କରୋନା: ରାଜ୍ୟରେ ଆଉ ୧୭୦୩ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କମୁଛି ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୧୭୦୩ ପଜିଟିଭ୍ । ଏହାସହ ଆଉ ୬୯ ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ କ୍ୱାରେଣ୍ଟାଇନ୍‌ରୁ ୯୮୮ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୭୧୫ । ଆଜି ଖୋର୍ଦ୍ଧାରୁ ୩୮୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, କଟକରୁ ୨୪୦, କେନ୍ଦ୍ରାପଡ଼ାରୁ ୧୪୯, ପୁରୀରୁ ୧୩୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ବାଲେଶ୍ୱରରୁ ୮୮, ଯାଜପୁରରୁ ୮୫, ଷ୍ଟେଟ୍ ପୁଲରୁ ୭୧, ଭଦ୍ରକରୁ ୭୦, ମୟୂରଭଞ୍ଜରୁ ୬୨, ଅନୁଗୁଳରୁ ୫୯, ଢେଙ୍କାନାଳରୁ ୫୨, ଜଗତସିଂହପୁରରୁ ୫୧, ନୟାଗଡ଼ ୪୬, ସୁନ୍ଦରଗଡ଼ରୁ ୪୩, ରାୟଗଡ଼ାରୁ ୩୩, କେନ୍ଦୁଝରରୁ ୨୮, ସମ୍ବଲପୁରରୁ ୧୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କଳାହାଣ୍ଡିରୁ ୧୨, ଗଞ୍ଜାମ ଓ ସୋନପୁରରୁ ୧୦ ଜଣ ଲେଖାଏଁ, ଦେବଗଡ଼ରୁ ୯, କନ୍ଧମାଳରୁ ୮, ବରଗଡ଼ରୁ ୬, କୋରାପୁଟ, ଝାରସୁଗୁଡ଼ାରୁ ୫ ଜଣ ଲେଖାଏଁ, ମାଲକାନଗିରି ଓ ନବରଙ୍ଗପୁର ଓ ବୌଦ୍ଧରୁ ୪ ଜଣ ଲେଖାଏଁ, ବଲାଙ୍ଗୀର ଓ ଗଜପତିରୁ ୩ ଜଣ ଲେଖାଏଁ, ନୂଆପଡ଼ାରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ନବରଙ୍ଗପୁର ଜିଲ୍ଲାଗସ୍ତରେ ଯିବେ ୫-ଟି ସଚିବ: ଶିକ୍ଷା ଓ ସ୍ୱାସ୍ଥ୍ୟ ସମ୍ପର୍କିତ ବିକାଶ କାର୍ଯ୍ୟର ସମୀକ୍ଷା କରିବେ

ହଂକଂ ପ୍ରତିଦ୍ୱନ୍ଦ୍ୱିଙ୍କୁ ହରାଇ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହେଲେ ପି.ଭି ସିନ୍ଧୁ

ଟୋକିଓ: ଅଲିମ୍ପିକ୍ସରେ ଚମକିଲେ ପି ଭି ସିନ୍ଧୁ । ବ୍ୟାଡମିଣ୍ଟନର ପରବର୍ତ୍ତୀ ରାଉଣ୍ଡକୁ ଉଠିଲେ ସିନ୍ଧୁ । ମହିଳା ସିଙ୍ଗଲ୍ସରେ ହଂକଂ ପ୍ରତିଯୋଗୀଙ୍କୁ ହରାଇଲେ ସିନ୍ଧୁ । ଏହି ବିଜୟ ସହ ପ୍ରି-କ୍ୱାର୍ଟର ଫାଇନାଲକୁ ଉଠିଛନ୍ତି ବ୍ୟାଡମିଣ୍ଟନ ତାରକା । ହଂକଂର ଚିଉଙ୍ଗଙ୍କୁ ୨୧-୯, ୨୧-୧୬ରେ ପରାସ୍ତ କରିଛନ୍ତି ସିନ୍ଧୁ । ସେପଟେ ପୁରୁଷ ତୀରନ୍ଦାଜୀରେ ବଢିଲା ଭାରତର ଆଶା । ୟୁକ୍ରେନ ପ୍ରତିଯୋଗୀଙ୍କୁ ୬-୪ରେ ହରାଇଲେ ତରୁଣଦୀପ ରାୟ । ପୂର୍ବରୁ  ଇସ୍ରାଏଲ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳିଥିବା ପି.ଭି ସିନ୍ଧୁ ୨୧-୭, ୨୧-୧୦ ସେଟ୍‌ରେ ବିଜୟୀ ହୋଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ଇସ୍ରାଏଲ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ପି.ଭି ସିନ୍ଧୁ ବିଜୟୀ