spot_img
Home Blog Page 5375

ମେକାନିକାଲ ଇଞ୍ଜିନିୟରରୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ: ଜାଣନ୍ତୁ ପୂରା କାହାଣୀ

ବାସବରାଜ୍‌ ବୋମାଇ । ଇଞ୍ଜିନିୟରରୁ ମୁଖ୍ୟମନ୍ତ୍ରୀ । ୧୯୬୦ ଜାନୁଆରୀରେ ଲିଙ୍ଗାୟତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ବାସବରାଜ୍‌ ବୋମାଇ । ୧୯୮୨ ମସିହାରେ ଭୁମାରାଦ୍ଦୀ କଲେଜ୍ ଅଫ ଇଞ୍ଜିନିୟରିଙ୍ଗ ଆଣ୍ଡ ଟେକ୍ନୋଲୋଜିରୁ ଇଞ୍ଜିନିୟରିଂରେ BE ଡ୍ରିଗୀ ହାସଲ କରିଥିଲେ । ମେକାନିକାଲ ଇଞ୍ଜିନିୟର ଥିବା ବୋମାଇ ପୂର୍ବରୁ ସଂଯୁକ୍ତ ଜନତା ଦଳ ସହ ଥିଲେ । ୧୯୯୮ରୁ ୨୦୦୪ ଯାଏଁ ସେ କର୍ଣ୍ଣାଟକ ବିଧାନ ପରିଷଦର ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ । ପରେ ସେ ୨୦୦୮ରେ ବିଜେପିରେ ସାମିଲ ହୋଇଥିଲେ । ୟେଦ୍ୟୁରପ୍ପା ସରକାରରେ ଗୃହ, ଆଇନ୍ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଥିଲେ ବାସବରାଜ୍‌ । ୨୦୦୮ ଜୁନ୍ ୮ରୁ ୨୦୧୩ ମେ ୧୩ ତାରିଖ ଯାଏ ଜଳସମ୍ପଦ ମନ୍ତ୍ରୀ । ୨୦୧୯ ସେପ୍ଟେମ୍ବର ୧୭ରୁ ୨୦୨୦ ଫେବୃଆରୀ ୬ ପର୍ଯ୍ୟନ୍ତ ସମବାୟ ମନ୍ତ୍ରୀ । ୨୦୧୯ ଅଗଷ୍ଟ ୨୬ରୁ ୨୦୨୧ ଜୁଲାଇ ୨୬ ଯାଏ ଗୃହ ମନ୍ତ୍ରୀ ଓ ଚଳିତବର୍ଷ ଜାନୁଆରୀ ୨୧ରୁ ଜୁଲାଇ ୨୬ ଯାଏ ଆଇନ୍ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି ବାସବରାଜ୍ । ସିଗାଓଁ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ବୋମାଇ । ଅନେକ ଜନକଲ୍ୟାଣକାରୀ ଯୋଜନା, ଜଳସେଚନ ଯୋଜନା କରି ଲୋକପ୍ରିୟତା ହାସଲ କରିଛନ୍ତି । ନିଜ ନିର୍ବାଚନ ମଣ୍ଡଳୀରେ ୧୦୦ ପ୍ରତିଶତ ପାଇପ ଜଳ ଜଳସେଚନ ବ୍ୟବସ୍ଥା କରି ଦେଶରେ ଚର୍ଚ୍ଚାର କାରଣ ପାଲଟିଥିଲେ । ୟେଦିଙ୍କ ଅତି ନିକଟତର ଅଟନ୍ତି ବାସବରାଜ୍‌ । ସେ ଲିଙ୍ଗାୟତ ସଂପ୍ରଦାୟରୁ ଆସିଛନ୍ତି । କର୍ଣ୍ଣାଟକରେ ଲିଙ୍ଗାୟତ ସଂପ୍ରଦାୟର ଏକ ବଡ ଭୋଟ୍ ବ୍ୟାଙ୍କ ରହିଛି । ଏଣୁ ବାସବରାଜଙ୍କୁ ମୁଖ୍ୟମନ୍ତ୍ରୀ କରି ବିଜେପି ଆଗାମି ଦିନରେ ଦଳକୁ ମଜବୁତ କରିବା ପାଇଁ ଚେଷ୍ଟା କରିଛି ।

ତେବେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ.ଆର. ବୋମାଇଙ୍କ ପୁତ୍ର ହେଉଛନ୍ତି ବାସବରାଜ୍‌ । ବିଜେପି ମହଲରେ ଜଣେ ବିଶ୍ୱସ୍ତ ନେତା ହେଉଛନ୍ତି ବାସବରାଜ୍ । ୟେଦ୍ୟୁରପ୍ପାଙ୍କ ଇସ୍ତଫା ପରେ ବାସବରାଜ ହିଁ ଥିଲେ ଏକ ମାତ୍ର ପ୍ରତିଦ୍ୱନ୍ଦ୍ୱି । ଲିଙ୍ଗାୟତ ସମ୍ପ୍ରଦାୟରୁ ଆସିଥିବାରୁ ବିଧାୟକ ଦଳ ବୈଠକରେ ତାଙ୍କ ନାଁରେ ସମର୍ଥନ ମିଳିଥିଲା । କର୍ଣ୍ଣାଟକ ରାଜନୀତିରେ ବେଶ ଚର୍ଚ୍ଚିତ ଚେହେରା ବାସବରାଜ ବୋମାଇ ।

ଏଥିସହିତ ପଢ଼ନ୍ତୁ: କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ହେଲେ ବାସବରାଜ ବୋମାଇ

ନବରଙ୍ଗପୁର ଜିଲ୍ଲାଗସ୍ତରେ ଯିବେ ୫-ଟି ସଚିବ: ଶିକ୍ଷା ଓ ସ୍ୱାସ୍ଥ୍ୟ ସମ୍ପର୍କିତ ବିକାଶ କାର୍ଯ୍ୟର ସମୀକ୍ଷା କରିବେ

ଜୟପୁର: ରାଜ୍ୟ ସରକାରଙ୍କ ଫୋକସରେ ଉପାନ୍ତର ବିକାଶ  । ସରକାରଙ୍କ ସ୍ୱପ୍ନ ଆଧାରରେ କେତେ ଆଗେଇଛି କାମ । ଏସବୁ ତଦାରଖ କରିବାକୁ ଆଜି କୋରାପୁଟ ଓ ନବରଙ୍ଗପୁର ଜିଲ୍ଲା ଗ୍ରସ୍ତରେ ଯିବେ 5- ଟି ସଚିବ ଭି କେ ପାଣ୍ଡିଆନ ଓ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର  । ଜିଲ୍ଲାରେ ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ବିକାଶ କେତେ ବାଟ ଆଗେଇଛି, ସେନେଇ ଉଭୟ ସମୀକ୍ଷା କରିବେ । ପ୍ରଥମେ ଜୟପୁର ଏଆରଷ୍ଟ୍ରିପରେ ପହଞ୍ଚି ନବରଙ୍ଗପୁର ଜିଲ୍ଲା ଗ୍ରସ୍ତରେ ଯିବେ  । ନବରଙ୍ଗପୁର ଜିଲ୍ଲାରେ ଏକ ମେଗା ଲିପ୍ଟ କାର୍ଯ୍ୟ ଅଗ୍ରଗତି ତଦାରଖ କରିବେ । ଏହା ସହିତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ସମ୍ପର୍କରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି  । ନବରଙ୍ଗପୁର ଜିଲ୍ଲାର ସର୍ବପୁରାତନ ଉଚ୍ଚ ବିଦ୍ୟାଳୟ RCD HIGH SCHOOLରେ ସ୍ମାର୍ଟ କ୍ଲାସ ବିଷୟରେ ତଦାରଖ କରିବେ । ଏହା ପରେ କୋରାପୁଟ ଜିଲ୍ଲାରେ ୬୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲର ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିବେ ।

ଏଥିସହିତ ପଢ଼ନ୍ତୁ: ଲକ୍ଷ୍ମଣ ଚୌଧୁରୀ ହେଲେ ବିଜେଡିର ନୂଆ ସାଧାରଣ ସମ୍ପାଦକ

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପୁରୀରେ ବୋମାମାଡ଼

ପୁରୀ: ସ୍ଥାନୀୟ ଏକ ହୋଟେଲ ଉପରେ ବୋମା ମାଡ଼ । ଅଠରନଳା ଉପରେ ଥିବା ହୋଟେଲ ଉପରେ ବୋମା ମାଡ଼ ହୋଇଥିବା ଜଣାପଡିଛି । ପୂର୍ବ ଶତ୍ରୁତାକୁ ନେଇ ବୋମାମାଡ଼ ହୋଇଥିବା ବେଳେ ଘଟଣାସ୍ଥଳରେ ପୋଲିସ ମୁତୟନ ହୋଇଛନ୍ତି । ତେବେ ବିଶେଷ କ୍ଷୟକ୍ଷତି ହୋଇନାହିଁ  । କେହିଁ ଆହତ ହୋଇଥିବା ନେଇ ମଧ୍ୟ କୌଣସି ଖବର ହସ୍ତଗତ ହୋଇନାହିଁ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିଛି  ।

ଏଥିସହିତ ପଢ଼ନ୍ତୁ: ପର୍ଣ୍ଣୋଗ୍ରାଫି ମାମଲା; ୧୪ ଦିନିଆ ନ୍ୟାୟିକ ହେପାଜତରେ ରାଜ କୁନ୍ଦ୍ରା

ଆସାମ ଓ ମିଜୋରାମ ମଧ୍ୟରେ ଉଗ୍ରରୂପ ନେଲା ସୀମା ବିବାଦ: ବେଆଇନ ଅନୁପ୍ରବେଶ ହିଁ ଅଶାନ୍ତିର କାରଣ

ଆସାମ ଓ ମିଜୋରାମ ମଧ୍ୟରେ ସୀମା ବିବାଦ ଉଗ୍ରରୂପ ନେଇଛି । ୬ଜଣ ପୋଲିସ କର୍ମୀଙ୍କ ମୃତ୍ୟୁ ପରେ ଏବେ ସାରା ଦେଶର ନଜର ଏହି ଦୁଇ ରାଜ୍ୟ ଉପରେ । କେନ୍ଦ୍ର ସରକାର ବିବାଦକୁ ନେଇ ଚିନ୍ତାରେ ପଡ଼ିଛନ୍ତି । ବିରୋଧୀ ମଧ୍ୟ ସୀମା ବିବାଦର ସ୍ଥାୟୀ ସମାଧାନ କରିବାକୁ ଦାବି କରିଛନ୍ତି । ଇଂରେଜ ଅମଳରୁ ଲାଗି ରହିଛି ଦୁଇ ରାଜ୍ୟ ମଧ୍ୟରେ ସୀମା ବିବାଦ । ଏଥିପାଇଁ ଆଜି ବି ବଳିପଡୁଛନ୍ତି ସୀମାବର୍ତ୍ତି ଅଞ୍ଚଳ ଲୋକେ ।

ଆସାମ ଓ ମିଜୋରାମ ସୀମାରେ ବଡ଼ ଧରଣର ସଂଘର୍ଷରେ ଆସାମର ୫ ପୋଲିସ କର୍ମଚାରୀଙ୍କ ସହ ୫୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ଏଭଳି ହିଂସା ପରେ ପୂରା ଦେଶର ନଜର ଏବେ ଏହି ଦୁଇ ଅଞ୍ଚଳ ଉପରେ ପଡ଼ିଛି ।

ଆସାମର କହିବା କଥା, ମିଜୋରାମ ଧୀରେ ଧୀରେ ଆସାମ ଅଞ୍ଚଳରେ ନିଜର ଆଧିପତ୍ୟ ଜାହିର କଲାଣି । ଯାହାକୁ ଆଦୌ ବରଦାସ୍ତ କରାଯିବ ନାହିଁ । ଆସାମର ଏକ ଜଙ୍ଗଲ ମଧ୍ୟ ମିଜୋରାମ ଧୀରେ ଧୀରେ ସଫା କରିଦେଲାଣି ବୋଲି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଅଭିଯୋଗ କରିଛନ୍ତି । ଆସାମର ସୀମା ବିବାଦ କେବଳ ମିଜୋରାମ ସହ ନାହିଁ । ରାଜ୍ୟର ସୀମାକୁ ଲାଗିଥିବା ଅନ୍ୟ ୫ଟି ରାଜ୍ୟ ସହ ବିବାଦ ମଧ୍ୟ ଜାରି ରହିଛି । ଏହି ସମସ୍ତ ରାଜ୍ୟ ନିଜ ନିଜ ଉପରେ ବେଆଇନ ଅନୁପ୍ରବେଶ ଭଳି ଅଭିଯୋଗ କରିଆସୁଛନ୍ତି । ଆସାମ ସହ ମିଜୋରାମର ଏହି ବିବାଦ ଗଲା ୧୦୦ ବର୍ଷର । ଇଂରେଜ ଅମଳରୁ ଏହି ସମସ୍ୟା ଜାରି ରହିଥିଲେ ମଧ୍ୟ କୌଣସି ସରକାର ଏହାର ସମାଧାନ ନକରିବା ଆଶ୍ଚର୍ଯ୍ୟର ପ୍ରସଙ୍ଗ ପାଲଟିଛି ।

ରାଉରକେଲାରୁ ରାଜ୍ୟ ବାହାରେ ବିକ୍ରି ହେଉଥିଲା, ଶିଶୁ କନ୍ୟା ବାବଦକୁ ୮୦ ହଜାର ଓ ଶିଶୁପୁତ୍ରକୁ ୪ ଲକ୍ଷ ଟଙ୍କା

ରାଉରକେଲାରେ ଶିଶୁ ବିକ୍ରି କରୁଥିବା ରାକେଟର ସାତ ଜଣ ଗିରଫ  ।  ଗରିବ ଓ ଅସହାୟ ମହିଳାଙ୍କୁ ଅର୍ଥ ଲୋଭ ଦେଖାଇ ଶିଶୁ କିଣିନେଵା ପରେ ଶିଶୁଙ୍କୁ ଲକ୍ଷାଧିକ ଟଙ୍କାରେ ରାଜ୍ୟ  ବାହାରେ ବିକ୍ରି କରୁଥିଲେ ଅଭିଯୁକ୍ତ  । ଶିଶୁ କନ୍ୟାକୁ ୪୦ ହଜାରରୁ ୮୦  ହଜାର ଟଙ୍କା ଓ  ଶିଶୁ ପୁତ୍ରକୁ ତିନି ଲଷରୁ ୪ ଲଷ ଟଙ୍କାରେ କିଣି ବିକ୍ରି କରୁଥିଲେ ରାକେଟ ସଦସ୍ୟ ।  ରାକେଟର ଅନ୍ୟ ଫେରାର ସଦସ୍ୟଙ୍କୁ ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଆରମ୍ଭ  ହୋଇଛି ।

ପୁଅ ପାଇଁ ୪ଲକ୍ଷ, ଝିଅ ପାଇଁ ୮୦ ହଜାର। ପିଲା ବିକ୍ରି ପାଇଁ ବେଧଡ଼କ ବାର୍ଗେନିଂ । ପିଲାଙ୍କ ବୋଲି ଲଗାଉଛନ୍ତି ବେପାରୀ । ଟାର୍ଗେଟ୍‌ରେ ବସ୍ତି ଅଞ୍ଚଳର ଗରିବ ପରିବାର । ଡିଲ୍‌ ଫାଇନାଲ୍‌ ପରେ ଶିଶୁଙ୍କୁ ଠିକଣାସ୍ଥଳରେ ପହଞ୍ଚାଉଥିଲେ ଦଲାଲ୍‌। ଲକ୍‌ଡାଉନ୍‌ରେ ରାଉରକେଲା ସହର ଛାତି ଉପରେ ଏମିତି ଚାଲିଥିଲା ଶିଶୁ ବିକ୍ରି ରାକେଟ୍‌। ନା ଆଇନକୁ ଡର ନା ପୋଲିସକୁ ଭୟ । ବେଧଡ଼କ୍‌ ଚାଲିଥିଲା ଶିଶୁ ବିକ୍ରି ରାକେଟ୍‌ । ଗ୍ୟାଙ୍ଗର ୭ଜଣଙ୍କୁ ଗିରଫ କରିଛି ପୋଲିସ । ଟିମ୍ଵର କଲୋନୀର ସୀମା ଖୁଣ୍ଟିଆ ନାମକ ଜଣେ ଗରିଵ ମହିଳାଙ୍କୁ ଶିଶୁ କନ୍ୟା ଯୋଗାଡ଼ କରିବାକୁ କହିଥିଲେ ରାକେଟ୍ ଦୁଇ ସଦସ୍ୟା। ଶୁଣନ୍ତୁ , କେମିତି ହୋଇଥିଲା ଡିଲ୍‌ । ସନ୍ଦେହ ହେବାରୁ ସୀମା ଏନେଇ ପ୍ଲାଣ୍ଟ ସାଇଟ୍ ଥାନା ପୋଲିସକୁ ଜଣାଇଥିଲେ। ଆଉ ସୂଚନା ଆଧାରରେ ଶିଶୁ ବିକ୍ରି ରାକେଟର ପର୍ଦ୍ଦାଫାସ କରିଛି ପୋଲିସ ।

ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ସୀମା ଅଗ୍ରୱାଲ, ସରୀତା ଅଗ୍ରୱାଲ, ନିତା ଅଗ୍ରୱାଲ, ଆଶା ଦେଵୀ, ଶିଲା ଗୁପ୍ତି, ନିଖିଲ ଅଗ୍ରୱାଲ ଓ ସୁନିଲ ଅଗ୍ରୱାଲ  । ରାକେଟରେ ସମ୍ପୃକ୍ତ ଅନ୍ୟ ଜଣେ ମହିଳା ଫେରାର ହୋଇଯାଇଛନ୍ତି। ତେବେ ଅଭିଯୁକ୍ତମାନେ ପୁର୍ଵରୁ ଦୁଇଜଣ ଶିଶୁଙ୍କୁ ଝାଡ଼ଖଣ୍ଡ ଓ ରାୟଗଡ଼ାରେ ବିକ୍ରି କରିଥିବା ପୋଲିସ କହିଛି । କିଭଳି ଚାଲୁଥିଲା ଶିଶୁ ବିକ୍ରି ରାକେଟ୍ ? କିଏ ଏହାର କିଙ୍ଗପିଙ୍ଗ ? ରାକେଟରେ କେତେଜଣ ସଦସ୍ୟ ରହିଛନ୍ତି ? କେତେବାଟ ଲମ୍ବିଛି ଚେର ? ଏ ସମସ୍ତ ଦିଗ ନେଇ ତନାଘନା କରୁଛି ରାଉରକେଲା ପୋଲିସ  ।

ଏଥିସହିତ ପଢ଼ନ୍ତୁ: କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ହେଲେ ବାସବରାଜ ବୋମାଇ

କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ହେଲେ ବାସବରାଜ ବୋମାଇ

ବେଙ୍ଗାଲୁରୁ: କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ବାସବରାଜ ବୋମାଇ। ସେ ହେଉଛନ୍ତି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ.ଆର. ବୋମାଇଙ୍କ ପୁତ୍ର ।

କର୍ଣ୍ଣାଟକ ରାଜନୀତିରେ ୟେଦ୍ୟୁରପ୍ପା ଶାସନର ପତନ ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ତାହାକୁ ନେଇ ଜାରି ରହିଥିଲା ଚର୍ଚ୍ଚା । ନୂଆ ମୁଖ୍ୟମନ୍ତ୍ରୀ ବାଛିବା ଲାଗି ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ଜି. କିଷାନ ରେଡ୍ଡୀ ଓ ବିଜେପି ଜାତୀୟ ସାଧାରଣ ସମ୍ପାଦକ ତଥା କର୍ଣ୍ଣାଟକ ପ୍ରଭାରୀ ଅରୁଣ ସିଂ।

ସୂଚନା ଅନୁଯାୟୀ, ବାସବରାଜ କର୍ଣ୍ଣାଟକ ରାଜନୀତିର ଜଣେ ବଳିଷ୍ଠ ରାଜନୀତିଜ୍ଞ । ସେ ବର୍ତ୍ତମାନ ଗୃହ ବ୍ୟାପାର, ଆଇନ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଅଛନ୍ତି । ଜାନୁଆରୀ ୧୯୬୦ରେ ଲିଙ୍ଗାୟତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ବାସବରାଜ। ପୂର୍ବରୁ ସେ ଜଳସମ୍ପଦ ଓ ସମବାୟ ମନ୍ତ୍ରୀ ରହିଥିଲେ । ମେକାନିକାଲ ଇଞ୍ଜିନିୟର ଥିବା ବୋମାଇ ପୂର୍ବରୁ ସଂଯୁକ୍ତ ଜନତା ଦଳ ସହ ଥିଲେ । ୧୯୯୮ରୁ ୨୦୦୪ ଯାଏଁ ସେ କର୍ଣ୍ଣାଟକ ବିଧାନସଭା ପରିଷଦର ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ। ପରେ ସେ ୨୦୦୮ରେ ବିଜେପିରେ ସାମିଲ ହୋଇଥିଲେ। ସେହି ବର୍ଷ ସେ ସିଗାଓଁ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

ଅଧିକ ପଢନ୍ତୁ- ୟେଦିୟୁରପ୍ପାଙ୍କ ପରେ କିଏ ହେବ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ?

ଅନେକ ଜନକଲ୍ୟାଣକାରୀ ଯୋଜନା, ଜଳସେଚନ ଯୋଜନା କରି ସେ ଲୋକପ୍ରିୟତା ହାସଲ କରିଛନ୍ତି । ନିଜ ନିର୍ବାଚନ ମଣ୍ଡଳୀରେ ୧୦୦ ପ୍ରତିଶତ ପାଇପ ଜଳ ଜଳସେଚନ ବ୍ୟବସ୍ଥା କରି ଦେଶରେ ଚର୍ଚ୍ଚାର କାରଣ ପାଲଟିଥିଲେ।

 

ମାଷ୍ଟର କ୍ୟାଣ୍ଟିନ୍‌ରୁ ଉଠିଲା ମାଇଷ୍ଟ ମାଇଣ୍ଡର ଉଠା ଦୋକାନ: ତଡ଼ିପାର କରିବାକୁ ପୋଲିସ କମିଶନରଙ୍କୁ ସୁପାରିସ୍

ଭୁବନେଶ୍ୱର: ଆକ୍ସନ ପରେ ରିଆକ୍ସନ। ମାଷ୍ଟର କ୍ୟାଣ୍ଟିନରେ ବୁଲିଲା କ୍ରେନ। ଉଠିଲା ମାଷ୍ଟର ମାଇଣ୍ଡର ଉଠା ଦୋକାନ । ଆତଙ୍କ ରଚୁଥିବା ଅଭିଯୁକ୍ତମାନଙ୍କୁ ତଡ଼ିପାର କରିବାକୁ ପୋଲିସ କମିଶନରଙ୍କୁ ସୁପାରିସ । ସୋମବାର ଷ୍ଟେସନ ଛକରେ ରକ୍ତପାତ ଘଟାଇଥିବା ମୁଖ୍ୟ ଅଭିଯୁକ୍ତ ରାଜା ବେହେରା ଦୋକାନକୁ ଉଠେଇ ନେଇଛି କ୍ୟାପିଟାଲ ଥାନା ପୋଲିସ । ରାଜା ଦୋକାନରେ ନିଶା କାରବାର କରିବା ସହ କିଛି ନିସାଡି ଯୁବକଙ୍କୁ ନେଇ ଖଟି କରୁ ଥିବା ଅଭିଯୋଗ ହୋଇଥିଲା । ଯାହାକୁ ନେଇ  ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଥିଲା । ଆଗକୁ ଏଭିଳି ଅସମାଜିକ ପରିସ୍ଥିତି ସୃଷ୍ଟି ଆଶଙ୍କାରେ ପୋଲିସ ଆକ୍ସନ ମୋଡ଼କୁ ଆସିଛି । ରାଜାର ଠେଲା ଦୋକାନ, ନିଶା ଦ୍ରବ୍ୟ ଓ ୨ଟି ବାଇକ ଜବତ କରିଛି। । କିଛିଦିନ ତଳେ ଛକ ଉପରେ  ସେକ ସାହିଦ ଓ ରାଜା ମଧ୍ୟରେ ଗଣ୍ଡଗୋଳ ହୋଇଥିଲା  । ଗତକାଲି ପ୍ରତିଶୋଧ ନେବାକୁ ଯାଇ ମୁଖ୍ୟ ଅଭିଯୁକ୍ତ ରାଜା ଦାଶ ପନ୍ଦର ଜଣକୁ ନେଇ ସାହିଦକୁ ଆକ୍ରମଣ କରିଥିଲା ।

ମାଷ୍ଟରକ୍ୟାଣ୍ଟିନ ଦୁଇ ଗୋଷ୍ଠିଙ୍କ ମଧରେ ମାରପିଟ ଘଟଣା ପରେ ଅଭ୍ୟାସ ଗତ ପେଶାଦାର ଅପରାଧୀଙ୍କୁ ତଡ଼ିପାର କରିବା ପାଇଁ ସିପିଙ୍କୁ  ସୁପାରିସ୍ କରିଛନ୍ତି ଡିସିପି । ପୂର୍ବରୁ ନୟାପଲ୍ଲୀ ଓ ସିଆରପି ସମେତ ବିଭିନ୍ନ ସ୍ଥାନର ଅଭ୍ୟାସ ଗତ ଅପରାଧୀଙ୍କ ତାଲିକା ପ୍ରସ୍ତୁତ କରୁଛି ପୋଲିସ।  ଆହତ ସେକ ସାହିଦ ବିରୋଧରେ ୬ଟି ମାମଲା ରହିଛି ।  ଗତ ବର୍ଷ ଭୁବନେଶ୍ୱରରେ ଦାଦାଵଟି , ହଣକଟା, ମାରପିଟ ମାମଲାରେ ୧୬ ଜଣକ ବିରୋଧରେ ଏନଏସଏ ଲଗାଇଥିଲା ପୋଲିସ ।

ମୁଖ୍ୟ ଅଭିଯୁକ୍ତ ରାଜା ସମେତ ୨ଜଣକୁକୁ କୋର୍ଟ ଚାଲାଣ କରାଯାଇଛି । ୧୦ରୁ ଅଧିକ ଅଭିଯୁକ୍ତ ଏବେ ବି ଫେରାର ଅଛନ୍ତି । ଅନ୍ୟ ପଟେ ୪ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲ ରେ ଚିକିତ୍ସିତ ହେଉଛନ୍ତି । ଖାରବେଳନଗର, କ୍ୟାପିଟାଲ ଓ ରେଳବାଇ ଭଳି ତିନି ତିନୋଟି ଥାନା ଥିଲେ ମଧ୍ୟ ଏଭଳି ଘଟଣା ଘଟିବା ପୋଲିସର କାର୍ଯ୍ୟଦକ୍ଷତାକୁ ନେଇ ଉଠାଇଛି ପ୍ରଶ୍ନ  ।

ଏଥିସହିତ ପଢ଼ନ୍ତୁ: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କଲା ପାଣିପାଗ ବିଭାଗ

ୟୁନେସ୍କୋର ୱାଲ୍ଡ ହେରିଟେଜ ଲିଷ୍ଟରେ ହଡପ୍ପା ଯୁଗର ସହର

ନୂଆଦିଲ୍ଲୀ: ଗୁଜୁରାଟର ହରପ୍ପା ଯୁଗର ସହର ଧୋଲାଭିରା ୟୁନେସ୍କୋର ୱାଲ୍ଡ ହେରିଟେଜ ତାଲିକାରେ ସ୍ଥାନ ପାଇଛି। ମିଳିତ ଜାତିସଂଘ ସଂଗଠନ ମଙ୍ଗଳବାର ଦିନ ଏହି ସୂଚନା ଦେଇଛି। ମିଳିତ ଜାତିସଂଘର ଶିକ୍ଷା, ବୖେଜ୍ଞାନିକ ଏବଂ ସାଂସ୍କୃତିକ ସଂଗଠନ (ୟୁନେସ୍କୋ) ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଏପର୍ଯ୍ୟନ୍ତ ଭାରତର ମୋଟ ୪୦ଟି ସ୍ଥାନ ବିଶ୍ୱ ଐତିହ୍ୟରେ ସାମିଲ ହୋଇଛି।

ୟୁନେସ୍କୋର ଟୁଇଟ୍ ଅନୁଯାୟୀ, ‘‘ଧୋଲାଭିରା: ଭାରତର ଏକ ହରପ୍ପା ସହର ବିଶ୍ୱ ଐତିହ୍ୟ ତାଲିକାରେ ଯୋଡି ହୋଇଛି। ଅଭିନନ୍ଦନ! ‘ ଗୁଜୁରାଟର ପାଭଗଡ ନିକଟ ଚମ୍ପାନର୍, ପାଟନର ରାନୀ କି ଭାଭ୍ ଏବଂ ଅହମ୍ମଦାବାଦ ଭଳି ତିନୋଟି ସହର ବିଶ୍ୱ ଐତିହ୍ୟ ସ୍ଥଳରେ ସାମିଲ ହୋଇଛି ।

ବିଶ୍ୱ ଐତିହ୍ୟ କମିଟିର ଏହି ଅଧିବେଶନ ଅନଲାଇନରେ ଚୀନ୍‌ର ଫୁଜୋରେ କରାଯାଉଛି। ଏହା ଜୁଲାଇ ୧୬ରେ ଆରମ୍ଭ ହୋଇଥିଲା ବେଳେ ଜୁଲାଇ ୩୧ରେ ଶେଷ ହେବାକୁ ଯାଉଛି । ଏନେଇ ସଂସ୍କୃତି ମନ୍ତ୍ରୀ ଜି କିଶନ ରେଡ୍ଡୀ ଟୁଇଟ କରି ଖୁସିବ୍ୟକ୍ତ କରିଥିବା ବେଳେ ପ୍ରଧାନମନ୍ତ୍ରୀ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି । ପାଠ ପଢୁଥିବା ସମୟରେ ସେ ପ୍ରଥମ ଥର ପାଇଁ ଧୋଲାଭିରା ଯାଇଥିଲେ। ପରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବେ ସେ ଧୋଲାଭିରାର ସଂରକ୍ଷଣ ପାଇଁ ବହୁ କାମ କରିଥିଲେ ।

କିଛି ଦିନ ପୂର୍ବେ ୟୁନେସ୍କୋ ତେଲେଙ୍ଗାନାର ୱାରଙ୍ଗଲର ପାଲମ୍ପେଟରେ ଥିବା ରାମପ୍ପା ମନ୍ଦିରକୁ ବିଶ୍ୱ ଐତିହ୍ୟ ସ୍ଥଳ ଭାବରେ ସ୍ୱୀକୃତି ଦେଇଥିଲା। ରାମପ୍ପା ମନ୍ଦିର ୧୩ତମ ଶତାବ୍ଦୀରେ ନିର୍ମିତ ହୋଇଥିଲା ବେଳେ ଏହା ସ୍ଥାପତ୍ୟ ରାମପ୍ପାଙ୍କ ନାମରେ ନାମିତ ହୋଇଥିଲା । ୨୦୧୯ ପାଇଁ ସରକାରଙ୍କ ପକ୍ଷରୁ ଏହାକୁ ବିଶ୍ୱ ଐତିହ୍ୟ ସ୍ଥଳ ଭାବରେ ମାନ୍ୟତା ପାଇଁ ୟୁନେସ୍କୋକୁ ପ୍ରସ୍ତାବ ଦିଆଯାଇଥିଲା।

ଭାରସାମ୍ୟ ହରାଇ ତାଳ ଗଛରେ ପିଟିହେଲା କାର୍‌: ମା’ ସମେତ ୨ କୁନି ଝିଅ ମୃତ

କଳାହାଣ୍ଡି: କେସିଙ୍ଗା ଥାନା ଏନଏଚ୍-୨୬ ଚାଞ୍ଚେର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାସ୍ଥଳରେ ମା’ ଓ ଦୁଇ ଛୁଆଙ୍କର ମୃତ୍ୟୁ ଘଟିଛି । ଗୁରୁତର ଅବସ୍ଥାରେ ବାପାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଭବାନୀପାଟଣାରୁ ଟିଟିଲାଗଡ଼ ଘରକୁ କାରରେ ଫେରୁଥିବା ସମୟରେ ଭାରସାମ୍ୟ ହରାଇ ତାଳ ଗଛରେ ପିଟି ହୋଇଥିଲା କାର । ଫଳରେ ଗୋଟିଏ ପରିବାରର ଦୁଇ କୁନି ଝିଅ ଓ ମା’ଙ୍କ ମୃତ୍ୟୁ ହୋଇଛି । ଖବର ପାଇ କେସିଙ୍ଗା ପୋଲିସ ତଦନ୍ତ ଆରମ୍ଭ କରିଛି ।

ଏଥିସହିତ ପଢ଼ନ୍ତୁ: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କଲା ପାଣିପାଗ ବିଭାଗ

ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କଲେ ମମତା; ଡକାଯାଉ ପେଗାସସ୍ ଉପରେ ସର୍ବଦଳୀୟ ସମ୍ମିଳନୀ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ପେଗାସସ୍ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଏକ ସର୍ବଦଳୀୟ ବୖେଠକ ଡାକନ୍ତୁ ବୋଲି ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

ଏହି ଘଟଣାର ତଦନ୍ତ ହେବା ଉଚିତ୍ ବୋଲି ସେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି । ଏଥିସହିତ ଦୁଇ ନେତାଙ୍କ ମଧ୍ୟରେ ସୌଜନ୍ୟମୂଳକ ସାକ୍ଷାତକାର ହୋଇଥିବା ନେଇ ଦିଦି କହିଛନ୍ତି । ସାକ୍ଷାତକାର ପରେ ଦିଦି ଆହୁରି ମଧ୍ୟ କହିଛନ୍ତି ଯେ, ‘‘ମୁଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲି, ଏହା ଏକ ସୌଜନ୍ୟମୂଳକ ସାକ୍ଷାତକାର। ଏହି ସମୟରେ ଆମକୁ ଅଧିକ ଟିକା ମିଳିବା ନେଇ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଥିଲୁ। ଜନସଂଖ୍ୟା ଦୃଷ୍ଟିରୁ ଆମ ରାଜ୍ୟ ଅନ୍ୟ ରାଜ୍ୟ ତୁଳନାରେ ବହୁତ କମ୍ ଟିକା ପାଇଛି। ତେଣୁ ଜନସଂଖ୍ୟା ଅନୁଯାୟୀ ରାଜ୍ୟକୁ ଅଧିକ କୋଭିଡ ଟିକା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରାଯାଇଛି ।

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବୈଠକ ନେଇ ମଧ୍ୟ ଟୁଇଟ୍ କରାଯାଇଛି ।

ତେବେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପୂର୍ବରୁ ମମତା ବାନାର୍ଜୀ କଂଗ୍ରେସର ବରିଷ୍ଠ ନେତା କମଲ ନାଥ ଏବଂ ଆନନ୍ଦ ଶର୍ମାଙ୍କୁ ଭେଟିଥିଲେ। ଅନେକ ପ୍ରସଙ୍ଗରେ ଉଭୟ ନେତାଙ୍କ ସହ ଆଲୋଚନା ହୋଇଥିବା ଜଣାପଡିଛି । ଆସନ୍ତାକାଲି ଦିନ ୧୦ଟା ବେଳେ ମମତା ବାନାର୍ଜୀ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।