spot_img
Home Blog Page 5376

ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହେଲା ଲଘୁଚାପ  । ଏହାର ପ୍ରଭାବରେ ଆସନ୍ତା ୫ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ବର୍ଷା ଲାଗି ରହିବ । ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷାର ପରିମାଣ ବଢିଥିବାବେଳେ ଆଗାମୀ ୨୪ ଘଣ୍ଟା ପାଇଁ ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର  । ଆସନ୍ତା କାଲି ଉତ୍ତର ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି  । ଏଥିପାଇଁ ବରଗଡ଼, ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ଼, ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର ଏବଂ କଟକକୁ ସତର୍କତା ଜାରି ହୋଇଛି  । ଆସନ୍ତାକାଲି ୬ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର  । ତେବେ ଅଗଷ୍ଟ ୨ତାରିଖ ପର୍ଯ୍ୟନ୍ତ ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ହେବ  । ଏହାସହିତ ଘଣ୍ଟାପ୍ରତି ୪୦ ରୁ ୫୦ କିମି ବେଗରେ ବହିବ ପବନ  । ୩୦ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ଗଭୀର ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି  । ଜୁଲାଇ ୨୭ ପର୍ଯ୍ୟନ୍ତ ରାଜ୍ୟରେ ୪୦୨.୧ ମିଲିମିଟର ବର୍ଷା ହୋଇଛି  । କିନ୍ତୁ ଏହି ସମୟରେ ୫୧୧ଦଶମିକ ୬ ପ୍ରତିଶତ ବର୍ଷା ହେବା କଥା  । ରାଜ୍ୟରେ ଏବେ ୧୪ ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଥିଲା ବେଳେ ବାକି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି  ।

ଏଥିସହିତ ପଢ଼ନ୍ତୁ: କୃର୍ଣ୍ଣାଲ ପାଣ୍ଡ୍ୟାଙ୍କୁ କରୋନା: ସ୍ଥଗିତ ହେଲା ଦ୍ୱିତୀୟ ଟି-୨୦

ପର୍ଣ୍ଣ ଇଣ୍ଡଷ୍ଟ୍ରିରୁ ରାଜଙ୍କ ଫ୍ୟୁଚର ପ୍ଲାନ୍, ହାତେଇଥାନ୍ତେ ଏତିକି ପ୍ରଫିଟ୍…

ନୂଆଦିଲ୍ଲୀ: ପର୍ଣ୍ଣୋଗ୍ରାଫି ଫିଲ୍ମ ମାମଲାରେ୧୪ ଦିନ ଯାଏଁ ବଢିଛି ରାଜ କୁନ୍ଦ୍ରାଙ୍କ ବିଚାର ବିଭାଗୀୟ ହେପାଜତ ଅବଧି। ଆଜି ପୋଲିସ ରାଜଙ୍କୁ କୋର୍ଟରେ ହାଜର କରିବା ସହ ନ୍ୟାୟିକ ହେପାଜତ ବଢ଼ାଇବା ନେଇ ଆବେଦନ କରିଥିଲା।

ପର୍ଣ୍ଣ ମାମଲାର ଯାଞ୍ଚ କରୁଛି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ତରଫରୁ ଏକ ଚାର୍ଜସିଟରେ କୁନ୍ଦ୍ରାଙ୍କୁ ନେଇ ଏକ ପାୱାର ପଏଣ୍ଟ ପ୍ରେଜେଣ୍ଟେସନ୍ ଦାଖଲ କରାଯାଇଥିଲା। ଯେଉଁଥିରେ ବେଲିଫେମ୍ କମ୍ପାନୀରୁ ହେବାକୁ ଥିବା ଲାଭର ସମ୍ପର୍କରେ ଉଲ୍ଲେଖ କରାଯାଇଥିଲା । ସୂଚନା ଅନୁଯାୟୀ, ଆପଲ୍ ଓ ଗୁଗୁଲ୍ ହଟସଟ୍ ଆପକୁ ବନ୍ଦ କରିବା ପରେ ବେଲିଫେମକୁ  ପ୍ଲାନ୍ ବି ସମ୍ପର୍କରେ କହିଥିଲେ  ରାଜ ।

୩ ବର୍ଷରେ ମିଳିଥାନ୍ତା ଏତିକି ପ୍ରଫିଟ୍

କ୍ରାଇମବ୍ରାଞ୍ଚର ପାୱାର ପଏଣ୍ଟ ପ୍ରେଜେଣ୍ଟେସନରେ ଆଗାମୀ ୩ ବର୍ଷର ଲାଭ ସମ୍ପର୍କରେ ଉଲ୍ଲେଖ କରାଯାଇଥିଲା । ରିପୋର୍ଟ ମୁତାବକ ୨୦୨୧-୨୨ରେ ଗ୍ରସ୍ ରେଭେନ୍ୟୁ ୩୬,୫୦,୦୦,୦୦୦ ଟଙ୍କା । ଯେଉଁଥିରେ ପ୍ରଫିଟ୍ ୪,୭୬,୮୫,୦୦୦ ରହିଛି ।  ସେହିପରି ୨୦୨୨-୨୩ରେ ଗ୍ରସ୍ ରେଭେନ୍ୟୁ ୭୩,୦୦,୦୦,୦୦୦ ଟଙ୍କା ବୋଲି ସୂଚନା ମିଳିଛି । ଯେଉଁଥିରେ ପ୍ରଫିଟ୍ ହେବ ୪,୭୬,୮୫ରୁ ଅଧିକ । ଆହୁରି ମଧ୍ୟ ୨୦୨୩-୨୪ରେ ଗ୍ରସ୍ ରେଭେନ୍ୟୁ ୧୪୬,୦୦୦,୦୦୦ ଟଙ୍କା । ଯେଉଁଥିରୁ ପ୍ରଫିଟ୍ ମିଳିଥାନ୍ତି ୩୦,୪୨,୦୧,୪୦୦ ଟଙ୍କା ।

ତେବେ ଚାର୍ଜସିଟରେ ନେଟ୍ ପ୍ରଫିଟ୍ ଓ ଗ୍ରସ୍ ରେଭେନ୍ୟୁର ପ୍ରୋଜେକ୍ସନ୍ ବେଲିଫେମ୍ ପାଇଁ ହେଇଛି କିମ୍ବା ଆଉ କାହା ପାଇଁ । ସେନେଇ କିଛି କୁହାଯାଇନାହିଁ । ଏସବୁ ଦସ୍ତାବେଜ୍ ଉମେଶ କାମତ ଗିରଫ ହେବା ପରେ ମିଳିଥିବା କହିଛନ୍ତି ଜଣେ ଅଧିକାରୀ ।

https://www.instagram.com/p/CRDdqUCDCYw/?utm_source=ig_web_copy_link

ଅପରପକ୍ଷେ ରାଜଙ୍କ ଗିରଫଦାରୀ ପରେ ଏନେଇ ଅଧିକ କ୍ଲାରିଟି ମିଳିବା ଏବଂ ବେଲିଫେମ୍ ସମ୍ପର୍କିତ କନଫ୍ୟୁଜନ୍ ଦୂର କରିବା ନେଇ ଅଧିକ ଯାଞ୍ଚ କରିବୁ ବୋଲି ସମ୍ପୃକ୍ତ ଅଧିକାରୀ ପ୍ରକାଶ କରିଛନ୍ତି ।

 

ଦିଲ୍ଲୀରେ ମୋଦିଙ୍କୁ ଭେଟିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

କୋଲକାତା: ଦିଲ୍ଲୀରେ ପହଞ୍ଚିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେଠାରେ ମୁଖ୍ୟମନ୍ତ୍ରୀ ମମତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି । ଦୁଇ ନେତାଙ୍କ ମଧ୍ୟରେ ହୋଇଛି ସୌଜନ୍ୟମୂଳକ ସାକ୍ଷାତକାର।

ସୂଚନା ଅନୁଯାୟୀ, ମୋଦିଙ୍କୁ ଭେଟିବା ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ତଥା ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ଓ ଆନନ୍ଦ ଶର୍ମାଙ୍କୁ ଭେଟିଥିଲେ ଦିଦି । ଅନେକ ପ୍ରସଙ୍ଗରେ ଉଭୟ ନେତାଙ୍କ ସହ ଆଲୋଚନା ହୋଇଥିବା ଜଣାପଡିଛି । ଖାସ କରି କିଭଳି ଜାତୀୟ ସ୍ତରରେ ଶାସକ ବିଜେପିର ମୁକାବିଲା କରାଯାଇପାରିବ ସେ ନେଇ ଆଲୋଚନା ହୋଇଥିବା ଚର୍ଚ୍ଚା ଜୋର ଧରିଛି ।

ତେବେ ଆସନ୍ତାକାଲି ଦିନ ୧୦ଟା ବେଳେ ମମତା ବାନାର୍ଜୀ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହାବ୍ୟତୀତ ଦିଦି ଅନେକ ନେତାଙ୍କୁ ଭେଟି ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଅପରପକ୍ଷେ ପଶ୍ଚିମବଙ୍ଗ ବିଜୟ ପରେ ଏହା ମମତାଙ୍କ ପ୍ରଥମ ଦିଲ୍ଲୀ ଗସ୍ତ ବୋଲି ଜଣାପଡିଛି।

 

ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି: ହାଇକୋର୍ଟରେ ପିଟିସନ୍ ଦାଖଲ

କଟକ: ହାଇକୋର୍ଟରେ ପହଞ୍ଚିଲା ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା । ସିବିଆଇ ତଦନ୍ତ ଦାବିରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ପିଟିସନ୍ ଦାଖଲ ହୋଇଛି । ଏହା ଅତ୍ୟନ୍ତ ସମ୍ବେଦନଶୀଳ ମାମଲା । ତେଣୁ ଏହାର ତଦନ୍ତ CBIକୁ ଦେବା ପାଇଁ ହାଇକୋର୍ଟରେ ଦାବି ହୋଇଛି । CBI ନଚେତ୍ ହାଇକୋର୍ଟଙ୍କ ତତ୍ୱାବଧାନରେ ସ୍ୱାଧୀନ କମିଟି ଦ୍ୱାରା ତଦନ୍ତ କରାଇବା ପାଇଁ ଦାବି ହୋଇଛି । ହାଇକୋର୍ଟରେ ଦାଖଲ ରିଟ୍ ପିଟିସନରେ ୬ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି । କେନ୍ଦ୍ର ଗୃହ ସଚିବ, ରାଜ୍ୟ ମୁଖ୍ୟ ଶାସନ ସଚିବ, ରାଜ୍ୟ ଗୃହ ସଚିବ, ଡିଜିପି , ଗଜପତି ଏସ୍‌ପି ଓ ପାରଳାଖେମୁଣ୍ଡି ଆଇଆଇସିଙ୍କୁ ଏଥିରେ ପକ୍ଷଭୁକ୍ତ କରା ଯାଇଛି । ଡିଏଫଓ, ରୋଷେୟା ଓ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ବିରୋଧରେ ପରିବାର ପକ୍ଷରୁ ଏତଲା ଦିଆଯାଇଛି । DFOଙ୍କ ସହ ବିଦ୍ୟାଭାରତୀଙ୍କ ଅନୈତିକ ସଂପର୍କ ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: କୃର୍ଣ୍ଣାଲ ପାଣ୍ଡ୍ୟାଙ୍କୁ କରୋନା: ସ୍ଥଗିତ ହେଲା ଦ୍ୱିତୀୟ ଟି-୨୦

 

ଆସନ୍ତା ମାସରୁ ଶିଶୁଙ୍କୁ କରୋନା ଟିକା: ସ୍ୱାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ: ଆସନ୍ତା ମାସ ସୁଦ୍ଧା ଦେଶରେ ଶିଶୁ ମାନଙ୍କ ଟିକାକରଣ ଆରମ୍ଭ ହୋଇପାରେ । ବିଜେପି ଏମପିଙ୍କ ସଂସଦୀୟ ବୈଠକରେ ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ୍ ମାଣ୍ଡବ୍ୟ । ଶିଶୁଙ୍କୁ ଟିକା ଦେବା ଲାଗି ପ୍ରକ୍ରିୟା ଜାରି ରହିଛି ଏବଂ ଅଗଷ୍ଟରେ ଏହି ଅଭିଯାନ ଚାଲିବାର ଆଶା ରହିଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତ ଖୁବ୍ ଶୀଘ୍ର ସର୍ବବୃହତ ଟିକା ଉତ୍ପାଦନକାରୀ ରାଷ୍ଟ୍ର ହେବାକୁ ଯାଉଛି । ପୂର୍ବରୁ ଟିକା ସମ୍ପର୍କିତ ଜାତୀୟ ବିଶେଷଜ୍ଞ ଗୋଷ୍ଠୀ ଅଧ୍ୟକ୍ଷ ଡାକ୍ତର ଏନ.କେ. ଅରୋରା କହିଥିଲେ- ସେପ୍ଟେମ୍ବରରୁ ୧୨ରୁ ୧୮ ବର୍ଷ ବୟସ୍କଙ୍କୁ ଟିକା ଦିଆଯିବ।

ଗତ ସପ୍ତାହରେ AIIMS ମୁଖ୍ୟ ଡକ୍ଟର ରଣଦୀପ ଗୁଲେରିଆ ମଧ୍ୟ କହିଥିଲେ ଯେ ସେପ୍ଟେମ୍ବର ସୁଦ୍ଧା ପିଲାମାନଙ୍କ ପାଇଁ କୋଭିଡ -19 ଟିକାକୁ ବ୍ୟବହାରିକ ଅନୁମୋଦନ ଦିଆଯାଇପାରେ । ଦେଶର ପିଲାମାନଙ୍କ ପାଇଁ ଜିଡସ୍ କ୍ୟାଡିଲାର ଭ୍ୟାକ୍ସିନ୍ ଟ୍ରାଏଲ୍ ଶେଷ ପର୍ଯ୍ୟାୟରେ ରହିଛି।

ସେପଟେ ଆଷ୍ଟ୍ରାଜେନେକା ଓ ସ୍ପୁଟନିକ-ଭି ଭାକ୍ସିନକୁ ମିଶାଇ ଦିଆଯାଇପାରିବ ଟିକା । ଏହାକୁ ଅନୁମତି ଦେଇଛି ରୁଷ । ଏନେଇ ଦେଶର ୫ଟି କ୍ଲିନିକକୁ ଟ୍ରାଏଲ ଲାଗି ନିର୍ଦ୍ଦେଶ ଦିଆଯାଇଛି । ଏହି ଟ୍ରାଏଲ ଅବଧି ଆସନ୍ତା ମାର୍ଚ୍ଚ ୨୦୨୨ ସୁଦ୍ଧା ଶେଷ ହେବ । ରୁଷ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ନୈତିକ କମିଟି ଗତ ମେ ମାସରେ ଏହି ମିଶ୍ରଣର କ୍ଲିନିକାଲ ଟ୍ରାଏଲକୁ ବାତିଲ କରିଥିଲା । ଏହି ମିଶ୍ରଣର ପ୍ରଥମ ଡୋଜ ସାଧାରଣ ଭାବେ ଦିଆଯିବ ଏବଂ ଦ୍ବିତୀୟ ଡୋଜ ବୁଷ୍ଟର ଡୋଜ ଭାବେ ପରିଗଣିତ ହେବ । ସ୍ପୁଟନିକ-ଭି ଭାକ୍ସିନର ବ୍ୟବହାରକୁ ପ୍ରୋତ୍ସାହନ ଦେଉଥିବା ରୁଷୀୟ ପ୍ରତ୍ୟକ୍ଷ ନିବେଶ ପାଣ୍ଠି ବା ଆରଡିଆଇଏଫ ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛି ।

 

କୃର୍ଣ୍ଣାଲ ପାଣ୍ଡ୍ୟାଙ୍କୁ କରୋନା: ସ୍ଥଗିତ ହେଲା ଦ୍ୱିତୀୟ ଟି-୨୦

କଲୋମ୍ୱ: ଭାରତୀୟ ଅଲ୍‌ରାଉଣ୍ଡର କୃର୍ଣ୍ଣାଲ ପାଣ୍ଡ୍ୟାଙ୍କୁ କରୋନା । ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି-୨୦ ପୂର୍ବରୁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତିୁ କୃର୍ଣ୍ଣାଲ । ଏହା ପରେ ବୁଧବାର ଖେଳାଯିବାକୁ ଥିବା ଦ୍ୱିତୀୟ ଟି-୨୦କୁ ବାତିଲ କରାଯାଇଛି । ତେବେ କୁର୍ଣ୍ଣାଲଙ୍କ ସଂସ୍ପର୍ଶରେ ଆସିଥିବା ଆଠ ଜଣ ଖେଳାଳିଙ୍କୁ ମଧ୍ୟ ଆଇସୋଲେସନ୍‌ରେ ରଖାଯାଇଛି । ତେବେ ଏଯାବତ୍ ମିଳିଥିବା ସୂଚନା ମୁତାବକ ପୃଥ୍ୱି ଶ’ ଏବଂ ସୂର୍ଯ୍ୟ କୁମାର ଯାଦବଙ୍କୁ ଆଇସେଲେସନ୍‌ରେ ରଖାଯାଇଥିବା ଜଣାପଡ଼ିଛି । ଯଦି ସେମାନେ ବି କରୋନା ସଂକ୍ରମିତ ଚିହ୍ନଟ ହୁଅନ୍ତି ତେବେ ଆଗାମୀ ଇଂଲଣ୍ଡ ବିପକ୍ଷ ସିରିଜ୍ ସେମାନେ ଖେଳିପାରିବେ ନାହିଁ ।

ତେବେ ୩ ଟିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ୩୮ରନ୍‌ରେ ଜିତି ଭାରତ ଆଗୁଆ ରହିଛି । ରବିବାର ଖେଳାଯାଇଥିବା ଏହି ପ୍ରଥମ ମ୍ୟାଚ୍‌ରେ କୃର୍ଣ୍ଣାଲ ୨ ଓଭରରେ ଗୋଟିଏ ଓ୍ୱିକେଟ ନେଇ ୧୬ ରନ୍ ଦେଇଥିଲେ । ତେବେ ବୁଧବାର ଖେଳାଯିବାକୁ ଥିବା ମ୍ୟାଚ୍ ଶ୍ରୀଲଙ୍କା ପାଇଁ କର ବା ମରର ସ୍ଥିତି ଥିବା ବେଳେ କରୋନା କାରଣରୁ ମ୍ୟାଚ୍ ସ୍ଥଗିତ ହୋଇଛି ।  ବାୟୋ ବବଲ୍ସ ମଧ୍ୟରେ ଉଭୟ ଦଳ ରହୁଥିବା ସତ୍ତ୍ୱେ ପୋର୍ଟକଲ ଅନୁଯାୟୀ ଅନ୍ୟ ଖେଳାଳି ମଧ୍ୟ ଆଇସୋଲେସନ୍‌ରେ ରହିବେ ବୋଲି ଜଣାପଡ଼ିଛି ।

ଏଥିସହିତ ପଢ଼ନ୍ତୁ: ସ୍ପେନ୍‌କୁ ୩-୦ରେ ହରାଇ ଟୋକିଓ ଅଲମ୍ମିକ୍ସରେ ବିଜୟ ରାସ୍ତାକୁ ଓହ୍ଲାଇଲା ଭାରତୀୟ ହକି ଦଳ

ବର୍ଷାରେ ଭିଜିଲା ରାଜଧାନୀ; ରାସ୍ତାଘାଟ ଜଳମଗ୍ନ

ନୂଆଦିଲ୍ଲୀ: ଶ୍ରାବଣ ପହିଲି ବର୍ଷାରେ ଭିଜିଲା ରାଜଧାନୀ। ଦିଲ୍ଲୀ-NCRରେ ଅବିଶ୍ରାନ୍ତ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଥିବା ବେଳେ ରାସ୍ତାଘାଟ ଜଳମଗ୍ନ ହୋଇଛି। ରାସ୍ତା ଉପରେ ବର୍ଷା ପାଣି ଜମି ରହିଥିବାରୁ ଟ୍ରାଫିକ ସମସ୍ୟା ଦେଖାଦେଇଥିବା ବେଳେ ବସ୍‌ ଭିତରେ ବର୍ଷା ପାଣି ପଶିଯାଇଛି।

ଇଣ୍ଡିଆ ଗେଟ୍‌ ଆଖପାଖରେ ରାସ୍ତା ଉପରେ ପାଣି ଜମି ରହିଥିବା ଯୋଗୁ ଯାତାୟାତ ବାଧାପ୍ରାନ୍ତ ହୋଇଛି। ମଥୁରା ରୋଡ୍‌, ଆର୍ କେ ପୁରମ୍, ଧୋଲା କୁଆ, ସଫଦରଗଞ୍ଜ ଆଦି ଅଞ୍ଚଳରେ ଅତି ଗମ୍ଭୀର ପରିସ୍ଥିତି ସୃଷ୍ଟି ହୋଇଛି। ଆଜି ଦିନ ତମାମ ବର୍ଷା ହେବା ସମ୍ଭାବନା ରହିଥିବା ବେଳେ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ।

ଆସନ୍ତା ୩-୪ ଦିନ ଧରି ବର୍ଷା ଲାଗି ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଦକ୍ଷିଣ-ପଶ୍ଚିମ ଦିଲ୍ଲୀ, ନୂଆ ଦିଲ୍ଲୀ, ସାହଦରା, ପ୍ରୀତ ବିହାର, ମଧ୍ୟ ଦିଲ୍ଲୀ, ଗୁରୁଗ୍ରାମ ଆଦି ଅଞ୍ଚଳ ପାଇଁ ସତର୍କ ସୂଚନା ଜାରି କରାଯାଇଛି।

ତେବେ ବର୍ଷା ଯୋଗୁ ଜମୁନାନଦୀର ଜଳସ୍ତର ବଢ଼ୁଥିବା ବେଳେ ତଳିଆ ଅଞ୍ଚଳରେ ବନ୍ୟାସ୍ଥିତି ସୃଷ୍ଟି ହେବା ଆଶଙ୍କା ରହିଥିବା ନେଇ ସୂଚନା ମିଳିଛି ।

 

ଫର୍ମ ଫିଲ୍‌ଅପ୍‌ ନହୋଇପାରିବାରୁ ଦାନାଦାର ଖାଇ ଆତ୍ମହତ୍ୟା ଉଦ୍ୟମ କଲେ ମାଆ ପୁଅ

ଭୁବନେଶ୍ୱର: କ୍ୟାପିଟାଲ ହାଇସ୍କୁଲରେ ଅଭାବନୀୟ ଘଟଣା। ଦଶମ ଅଫଲାଇନ୍ ପରୀକ୍ଷା ଫର୍ମପୂରଣ ନହେଇପାରିବାରୁ ମା ପୁଅଙ୍କ ଆତ୍ମହତ୍ୟା ଉଦ୍ୟମ। ୟୁନିଟ9 ଅଞ୍ଚଳର ଛାତ୍ର ଇମ୍ରାନ୍ ଖାନ୍ ଏବଂ ତାଙ୍କ ମା ଙ୍କ ଆତ୍ମହତ୍ୟା ଉଦ୍ୟମ। ଦାନାଦାର ଧରି ସ୍କୁଲ ସମ୍ମୁଖରେ ଧାରଣା ଦେବା ସହ ଶିକ୍ଷକଙ୍କ ନାଁ ରେ ଆଣିଲେ ଅଭିଯୋଗ। ଶିକ୍ଷକ ଜାଣିଶୁଣି ଫର୍ମ ପୂରଣ କରିନାହାଁନ୍ତି। ପୁଅ ପରୀକ୍ଷା ନ ଦେଲେ ଆତ୍ମହତ୍ୟା କରିବେ ବୋଲି ମା ଓ ପୁଅଙ୍କ ଚେତାବନୀ। ଘଟଣା ସ୍ଥଳରେ ଖାରବେଳ ନଗର ଥାନା ପୋଲିସ ପହଞ୍ଚି ବୁଝାସୁଝା କଲାପରେ ପରିସ୍ଥିତି ଶାନ୍ତ ପଡ଼ିଲା। ସେପଟେ କ୍ୟାପିଟାଲ ହାଇସ୍କୁଲ ପ୍ରଧାନ ଶିକ୍ଷକ ଙ୍କ ପ୍ରତିକ୍ରିୟା। ତାଙ୍କ ଅଭିଭାବକ ଦୁଇ ଥର ଆସି ଯୋଗାଯୋଗ କରିଥିଲେ। ଘରେ କଥାବାର୍ତ୍ତା କରି ଫର୍ମ ପୂରଣ କରିବେ ବୋଲି କହିଥିଲେ। କିନ୍ତୁ ଫର୍ମପୂରଣ ଶେଷ ଦିନ ପର୍ଯ୍ୟନ୍ତ କେହି ଆସିଲେ ନଥିଲେ। ଏବେ ଆଉ ଫର୍ମପୂରଣ ସମ୍ଭବ ନୁହେଁ। ଆମ ପକ୍ଷରୁ କୌଣସି ଭୁଲ ନାହିଁ।

ଅଗଷ୍ଟ ୧୫ ଲାଗି ସାଂସଦଙ୍କୁ ଏଭଳି ଟାସ୍କ ଦେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ମୌସୁମୀ ଅଧିବେଶନର ହଙ୍ଗାମା ଭିତରେ ମଙ୍ଗଳବାର ଦିନ ବିଜେପି ସଂସଦୀୟ ଦଳର ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ନେଇ ସାଂସଦ ମାନଙ୍କୁ ଟାସ୍କ ଦେଇଛନ୍ତି ।

୨୦୪୭ ମସିହା ବେଳକୁ ୧୦୦ତମ ସ୍ୱାଧୀନତା ଦିବସ ପାଳନ କରିବ ଦେଶ । ସେ ସମୟରେ ଦେଶ କେଉଁଠି ଥିବ ତାହା ଲୋକମାନେ ବିଚାର କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସବୁ ବିଧାନସଭା କ୍ଷେତ୍ରରେ ୨ ଜଣ କାର୍ଯ୍ୟକର୍ତ୍ତା ଯୋଡି ୭୫ଟି ଗାଁର ଗସ୍ତ କରିବ । ଏହି ସମୟରେ ଏକ ଡାଟା ପ୍ରସ୍ତୁତ କରାଯିବ, ଯେଉଁଥିରୁ ଜଣାପଡିବ ଡିଜିଟାଲ୍ ଲିଟରେସି କେଉଁ ସ୍ଥାନରେ ପହଞ୍ଚିଛି ଓ ଦେଶ କେଉଁ ସ୍ଥାନରେ ପହଞ୍ଚିପାରିବ ।

ମୋଦି ଆହୁରି ମଧ୍ୟ କହିଛନ୍ତି ଯେ, ସ୍ୱାଧୀନତାର ୭୫ ବର୍ଷ ଅବସରରେ ୭୫ ଗାଁକୁ ଯାଆନ୍ତୁ । ସେଠାରେ ୭୫ ଘଣ୍ଟା ବିତାଇବା ସହ ଜନତାଙ୍କୁ ଦେଶରେ ହୋଇଥିବା ଉନ୍ନତିମୂଳକ କାର୍ଯ୍ୟ ସମ୍ପର୍କରେ ଅବଗତ କରାଇବେ।

ଉଲ୍ଲେଖଯୋଗ୍ୟ, ପେଗାସସ୍ ସ୍ପାଏ ହ୍ୟାକିଂକୁ ନେଇ ଗତକାଲି IT ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୃହରେ ବିବୃତି ରଖୁଥିବା ବେଳେ ଟିଏମସି ସାଂସଦ ଶାନ୍ତନୁ ତାଙ୍କ ହାତରୁ କାଗଜ ଛଡ଼ାଇ ଚିରି ଦେଇଥିଲେ। ପରବର୍ତ୍ତୀ ସମୟରେ ଏହି ଘଟଣାରେ ଶାନ୍ତନୁଙ୍କୁ ସସପେଣ୍ଡ କରାଯାଇଥିଲା।

ଲକ୍ଷ୍ମଣ ଚୌଧୁରୀ ହେଲେ ବିଜେଡିର ନୂଆ ସାଧାରଣ ସମ୍ପାଦକ

ଭୁବନେଶ୍ୱର: ବିଜୁ ଯୁବ ଜନତା ଦଳର ଗଞ୍ଜାମ ଜିଲ୍ଲା ସଭାପତିଙ୍କୁ ଦଳ ପଦୋନ୍ନତି ସହ ନୂଆ ଦାୟିତ୍ୱ ଦେଇଛି ।  ଗଞ୍ଜାମ ଜିଲ୍ଲା ସଭାପତି ଥିବା ଲକ୍ଷ୍ମଣ ଚୌଧୁରୀଙ୍କୁ ଦଳର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛି। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ। ସେହିପରି ଭବାନୀକାନ୍ତ ସାହୁ ହେଲେ ଗଞ୍ଜାମ ଜିଲ୍ଲା ବିଜୁ ଯୁବ ଜନତା ଦଳର ନୂତନ ସଭାପତି। କାର୍ଯ୍ୟ ଦକ୍ଷତାକୁ ଦେଖି ବିଜୁ ଛାତ୍ର ଜନତା ଦଳ ଉପ-ସଭାପତିରୁ ଗଞ୍ଜାମ ଜିଲ୍ଲା ସଭାପତି ପଦରେ ନିଯୁକ୍ତି ଦିଆଯାଇଛି । ବିଜେଡି ସଭାପତିଙ୍କ ନିର୍ଦ୍ଦେଶକ୍ରମେ ଏହି ନିଯୁକ୍ତି ପ୍ରଦାନ କଯାଇଛି। ଏକ ପ୍ରେସ୍‌ ବାର୍ତ୍ତରାରେ ଶ୍ରୀ ମଙ୍ଗରାଜ କହିଛନ୍ତି, ଦଳୀୟ ନିଷ୍ପତ୍ତି ଅନୁସାରେ ଦୁଇଜଣଙ୍କୁ ତୁରନ୍ତ ଦିଆଯାଇଥିବା ପଦର ଦାୟିତ୍ୱ ନେବେ।