କଳାହାଣ୍ଡି: ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ। ନିର୍ବାଚନରେ ଭଲ ପ୍ରଦର୍ଶନ କରିବା ପାଇଁ ଏବେଠୁ ସଂଗଠନକୁ ମଝବୁତ କରିବା ପାଇଁ ଲାଗି ପଡ଼ିଲାଣି ବିଜେଡି। ପଞ୍ଚାୟତ ଏରିଆରେ କେମିତି ରହିଛି ରଣନୀତି କଣ ରହିବ ପ୍ଲାନ୍ ସେଥିପାଇଁ କଳାହାଣ୍ଡି ଗ୍ରସ୍ତରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି କଳାହଣ୍ଡିରେ ତୃଣମୂଳ ସ୍ତରରେ କର୍ମୀକୁ ସୁଦୃଢ କରିବାକୁ ଗୁରୁମନ୍ତ୍ର ଦେବେ ପ୍ରଣବ ପ୍ରକାଶ ଦାସ। ତେବେ କରୋନାକୁ ଦୃଷ୍ଟିରେ ରଖି କୋଭିଡ କଟକଣା ଭିତରେ ହେବ କର୍ମୀ ସମ୍ମିଳନୀ। ପ୍ରଥମେ ସେ ନର୍ଲା ବିଧନସଭା ମଣ୍ଡଳୀ କଶ୍ରୁପଡା, ପରେ ଭବାନିପାଟଣା ନିର୍ବାଚନ ମଣ୍ଡଳୀର ପାଷ୍ଟିଗୁଡ଼ି ଏବଂ ଲାଞ୍ଜିଗଡ ନିର୍ବାଚନୀ ମଣ୍ଡଳୀର ରିସଗାଁରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ। ସନ୍ଧ୍ୟାରେ ଭବାନୀପାଟଣା ମୁନିସିପାଲିଟିରେ କାର୍ଯ୍ୟରତ ସଫେଇ କର୍ମଚାରୀଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି।
ଆସାମ-ମିଜୋରାମ ସୀମା ବିବାଦରେ ୫ ଯବାନ ସହିଦ
ନୂଆଦିଲ୍ଲୀ: ଆସାମ-ମିଜୋରାମ ସୀମାରେ ତୁମୁଳ ସଂଘର୍ଷ। ସଂଘର୍ଷରେ ଆସାମ ପୋଲିସର ୫ ଜଣ ଅଫିସରଙ୍କ ମୃତ୍ୟୁ ଘଟିଥିବା ବେଳେ, ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଉତ୍ତେଜନା ପ୍ରବଣ ଅଞ୍ଚଳରେ ସିଆରପିଏଫ ଯବାନଙ୍କୁ ମୁତୟନ କରାଯାଇଛି। ଘଟଣା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆସାମ ଓ ମିଜୋରାମର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ସ୍ଥିତି ସମୀକ୍ଷା କରିଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱର୍ମା କହିଛନ୍ତି, ଆସାମ ପୋଲିସ ବିରୋଧରେ ମିଜୋରାମ ପୋଲିସ ଏପରିକି ହାଲୁକା ମେସିନଗନର ବ୍ୟବହାର କରିବା ଯୋଗୁ ସ୍ଥିତି ବିଗିଡିଛି।
ସେପଟେ ଆସାମର କାଚର ଜିଲ୍ଲା ଏସପିଙ୍କ ଦେହରେ ଗୁଳି ଲାଗିବାରୁ ସେ ଗୁରୁତର ଆହତ ହୋଇଛନ୍ତି। ଲୈଲାପୁରରେ ସଂରକ୍ଷିତ ଜଙ୍ଗଲକୁ ନଷ୍ଟ କରି ମିଜୋରାମ ଏକ ସଶସ୍ତ୍ର ଶିବିର ନିର୍ମାଣ କରିବାକୁ ନେଇ ଏହି ସଂଘର୍ଷ ଉପୁଜିଛି। ଶିବିର ପ୍ରତିଷ୍ଠାକୁ ଆସାମ ପୋଲିସ ବିରୋଧ କରିବା ପରେ ମିଜୋରାମ ପକ୍ଷରୁ ଗୁଳିଚାଳନା କରାଯାଇଥିଲା ବୋଲି ଆସାମ ସରକାର ଅଭିଯୋଗ କରିଛନ୍ତି। ସେପଟେ ଆସାମ ବିରୋଧରେ ପାଲଟା ଅଭିଯୋଗ କରିଛି ମିଜୋରାମ। କୋଲାସିବଠାରେ ଏକ ପୋଲିସ ଶିବିର ଉପରେ ଆସାମ ପ୍ରଥମେ ଆକ୍ରମଣ କରିଛି ବୋଲି ମିଜୋରାମ ଅଭିଯୋଗ କରିଛି।
ଶିଲଂରେ ସମସ୍ତ ଉତ୍ତରପୂର୍ବ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଆଲୋଚନା କରିବାର ଦୁଇ ଦିନ ପରେ ଏହି ସଂଘର୍ଷ ଚିନ୍ତାର କାରଣ ହୋଇଛି। ସଂଘର୍ଷକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଓ ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରମଥାଙ୍ଗା ପରସ୍ପର ବିରୋଧରେ ଘଟୁଥିବା ହିଂସାକୁ ନେଇ ଟ୍ୱିଟ ଯୁଦ୍ଧ ଚଳାଉଥିଲେ। ଆସାମର କାଚର, ହେଲକାଣ୍ଡି ଓ କରିମଗଞ୍ଜ ଜିଲ୍ଲା ସହ ମିଜୋରାମର ଆଇଜଲ, କୋଲାସିବ ଓ ମାମିତ ଜିଲ୍ଲାର ସୀମା ଲାଗିଛି। ଆସାମ ଓ ମିଜୋରାମ ମଧ୍ୟରେ ଆନ୍ତଃରାଜ୍ୟ ସୀମାର ଦୀର୍ଘତା ହେଉଛି ୧୬୪ କିଲୋମିଟର।
ସ୍ପେନ୍କୁ ୩-୦ରେ ହରାଇ ଟୋକିଓ ଅଲମ୍ମିକ୍ସରେ ବିଜୟ ରାସ୍ତାକୁ ଓହ୍ଲାଇଲା ଭାରତୀୟ ହକି ଦଳ
ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ବିଜୟ ରାସ୍ତାକୁ ଫେରିଲା ଭାରତୀୟ ହକି ଟିମ୍। ପୁଲ୍-ଏର ତୃତୀୟ ମ୍ୟାଚରେ ସ୍ପେନକୁ ୩-୦ ଗୋଲରେ ମାତ୍ ଦେଇଛି ଭାରତୀୟ ହକି ଟିମ୍ । ଟିମ୍ ପକ୍ଷରୁ ରୂପିନ୍ଦର ପାଲ୍ ସର୍ବାଧିକ ୨ଟି ଗୋଲ୍ କରିଛନ୍ତି । ସିମରନଜିତ୍ ସିଂହ ଖୋଳର ୧୪ ମିନିଟରେ ଗୋଟିଏ ଗୋଲ ଦେଇଛନ୍ତି । ଗୁରୁବାର ଭାରତର ପରବର୍ତ୍ତୀ ମୁକାବିଲା ଆର୍ଜେଣ୍ଟିନା ବିପକ୍ଷରେ ହେବ । ଅଷ୍ଟ୍ରେଲିଆଠାରୁ ୧-୭ରେ ହାରିଥିବା ଭାରତୀୟ ଟିମ୍ ଆଜି ପୁରା ଦମରେ ଖେଳିଥିଲା । ଗ୍ରୁପ୍ ଏରେ ଦ୍ବିତୀୟ ନମ୍ବରରେ ରହିଛି ଭାରତୀୟ ହକି ଟିମ୍ । ୩ଟି ମ୍ୟାଚରୁ ଗୋଟିଏରେ ପରାଜୟ ଓ ୨ଟି ମ୍ୟାଚରେ ବିଜୟର ସ୍ବାଦ ଚାଖିଛି ଟିମ୍ ।
ଟି-୨୦ ସିରିଜ ହାତେଇବା ଲକ୍ଷରେ ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ, ହୋଇପାରେ ପ୍ଲେ ୧୧ରେ ପରିବର୍ତ୍ତନ
ନୂଆଦିଲ୍ଲୀ: ଆଜି ଖେଳାଯିବ ଦ୍ୱିତୀୟ ଟି ୨୦। ଶ୍ରୀଲଙ୍କା ଠାରୁ ଶୃଙ୍ଖଳା ବିଜୟ ଲକ୍ଷ୍ୟରେ ଟିମ ଇଣ୍ଡିଆ। ପ୍ରଥମ ମ୍ୟାଚ ଜିତି ସିରିଜରେ ୧-୦ରେ ଅଗ୍ରଣୀ ଥିବା ଭାରତ ଆଜି ପୁଣି ପଡିଆକୁ ଓହ୍ଲେଇବ୍ । ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ର ଦ୍ଵିତୀୟ ମ୍ୟାଚ୍ ଆଜି କଲୋମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍ରେ ଭାରତୀୟ ଦଳର ଚୂଡାନ୍ତ ଏକାଦଶରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିପାରେ। ପୃଥ୍ଵୀ ଶ ଓ ସୂର୍ଯ୍ୟକୁମାର ଯାଦବ ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦଳରେ ଚୟନ ହୋଇଛନ୍ତି। ତେଣୁ ଏହି ଦୁଇ ଖେଳାଳି ଆଜି ମ୍ୟାଚରେ ଖେଳି ନପାରନ୍ତି।ତାଙ୍କ ସ୍ଥାନରେ ଋତୁରାଜ ଗାଏକୋଓ୍ଵାଡ ଓ ଦେବଦତ୍ତ ପାଦିକଲଙ୍କୁ ଦଳରେ ସୁଯୋଗ ମିଳିପାରେ।
ଘରକୁ ଫେରୁଥିବା ବେଳେ ଯୁବକଙ୍କୁ ଭୁଜାଲିରେ ଦୁର୍ବୃତ୍ତଙ୍କ ଆକ୍ରମଣ
ସମ୍ବଲପୁର: ସମ୍ବଲପୁର ଧନୁପାଲି ଥାନା ଗୋବିନ୍ଦତୋଲା ଅଞ୍ଚଳରେ ହତ୍ୟାକାଣ୍ଡ। ପୂର୍ବ ଶତ୍ରୁତା କେନ୍ଦ୍ରକରି ଦୀପକ ଯାଦବଙ୍କୁ ଭୁଜାଲିରେ ଆକ୍ରମଣ ଅଭିଯୋଗ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ପ୍ରଥମେ ସମ୍ବଲପୁର ପରେ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହା ପରେ ଚିକିତ୍ସାଧିନ ଅବସ୍ଥାରେ ଦୀପକଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ଗୋବିନ୍ଦତୋଲା ଅଞ୍ଚଳର ଦୀପକ ଯାଦକ କାମରୁ ନିଜ ଘରକୁ ବିଳମ୍ବିତ ରାତିରେ ଫେରୁଥିଲେ। ଅନ୍ଧାର ରାସ୍ତାରେ ୨ ଜଣ ଦୁର୍ବୃତ୍ତ ଛକି ରହିଥିଲା। ଛକି ରହିଥିବା ଦୁଇଜଣ ଦୁର୍ବୃତ୍ତ ତାଙ୍କୁ ହଠାତ୍ ଆକ୍ରମଣ କରିଥିଲେ। ଆକ୍ରମଣ ପରେ ଦୀପକ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସୂଚନା ଦେବା ପାରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଦୀପକଙ୍କୁ ଡାକ୍ତରଖାନା ନେଇଥିଲା। ପୋଲିସ ଘଟଣାର ତଦନ୍ତ କରୁଛି ।



