spot_img
Home Blog Page 5382

ମ୍ୟାଚ ପୂର୍ବରୁ ଶ୍ରୀଲଙ୍କାର ଜାତୀୟ ସଂଗୀତ ଗାଇଲେ ପାଣ୍ଡ୍ୟା, ଭାଇରାଲ ହେଲା ଭିଡିଓ

କଲମ୍ୱୋ: ବିଜୟ ସହ ଅଭିଯାନ ଆରମ୍ଭ କରିଛି ଭାରତୀୟ ଦଳ । ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି -୨୦ ଜିତିନେଇଛି ଭାରତାୟ କ୍ରିକେଟ ଦଳ । ରବିବାର ସିରିଜର ପ୍ରଥମ ମ୍ୟାଚ୍‌ରେ ଭାରତ ୩୮ ରନରେ ବିଜୟ ହାସଲ କରିଛି । ଏହି ଦଳ ଖେଳ ସହିତ ଭାରତୀୟ କ୍ରୀଡା ପ୍ରଶଂସକଙ୍କ ହୃଦୟ ମଧ୍ୟ ଜିତିଛନ୍ତି । ଖାସି କରି ଅଲରାଣ୍ଡରଙ୍କ ଏପରି କାମକୁ ନେଇ ସୋସିଆଲ ମିଡିଆରେ ଖୁବ ପ୍ରଶଂସା ମିଳୁଛି ।

ତେବେ ମ୍ୟାଚ୍ ପୂର୍ବରୁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏପରି କିଛି କରିଥିଲେ ଯାହା ଶ୍ରୀଲଙ୍କା ପ୍ରଶଂସକଙ୍କୁ ମଧ୍ୟ ଖୁସି କରିଦେଇଥିଲା । ମ୍ୟାଚ୍ ଆରମ୍ଭ ପୂର୍ବରୁ ଗ୍ରାଉଣ୍ଡରେ ଉଭୟ ଦଳର ଜାତୀୟ ସଂଗୀତ ଗାନ କରାଯାଇଥିଲା । ପଡ଼ିଆରେ ସବୁ ଖେଳାଳି ନିଜ ନିଜ ଦେଶର ଜାତୀୟ ସଂଗୀତ ଗାନ କରିଥିଲେ । ହେଲେ କେବଳ ପାଣ୍ଡ୍ୟା ଜଣେ ଖେଳାଳି ଯିଏ କି, ଭାରତର ଜାତୀୟ ସଂଗୀତ ଗାଇବା ପରେ ଶ୍ରୀଲଙ୍କାର ଜାତୀୟ ସଂଗୀତ ବି ଗାନ କରିଥିଲେ ।

ଆଉ ଏହି ଦୃଶ୍ୟଟି କ୍ୟାମେରରାରେ କଏଦ ହୋଇଯାଇଥିଲା । ଯାହାକି ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଆଉ ପାଣ୍ଡ୍ୟାଙ୍କ ଏମିତି କାର୍ଯ୍ୟ ପାଇଁ ବହୁତ ପ୍ରଶଂସା ବି ମିଳୁଛି । ପାଣ୍ଡ୍ୟାଙ୍କ ଏହି ଉଦ୍ୟମକୁ ଉଭୟ ଦେଶର ଲୋକେ ଖୁବ୍ ତାରିଫ କରିଛନ୍ତି ।

ଜମି ଦେବେ କହି ଟଙ୍କା ହଡ଼ପର ଅଭିଯୋଗ ପରେ ଗିରଫ ହେଲେ ବିଜେପି ନେତା

ଭୁବନେଶ୍ୱର: ଭୁବନେଶ୍ୱରରେ ଜମି ଦେବାକୁ କହି ଠକେଇ ଅଭିଯୋଗରେ ବିଜେପି ନେତା ସୁଜିତ୍ ଜେନା ଗିରଫ। ୩୦ଲକ୍ଷ ଟଙ୍କା ଠକି ନେଇଥିବା ବିଜେପି ନେତା ସୁଜିତ୍ ଜେନାଙ୍କୁ ଗିରଫ କରିଛି ବଡ଼ଗଡ଼ ଥାନା ପୋଲିସ। ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ସୁନାଖଳା ଅଞ୍ଚଳର ଅଜୟକୁମାର ନାୟକଙ୍କ ପତ୍ନୀ ବିମଳା ବେହେରା ବଡ଼ଗଡ଼ ଅଞ୍ଚଳରେ ଜମି କିଣିବାକୁ ସୁଜିତ ଜେନାଙ୍କୁ ୨ବର୍ଷ ତଳେ ୯ଲକ୍ଷ ୭୦ହଜାର ଦେଇଥିଲେ। କିନ୍ତୁ ଜମି ଦେଉନଥିଲେ କି ଟଙ୍କା ଫେରସ୍ତ କରୁନଥିଲେ। ଗତ ଜାନୁଆରୀରେ ବଡ଼ଗଡ଼ ଥାନାରେ ଏତଲା ପରେ ପୋଲିସ ଗତକାଲି ସୁଜିତକୁ ଗିରଫ କରିଛି।

ଠକେଇର ଖୋଳତାଡ଼ ପାଇଁ ସୁଜିତଙ୍କୁ ୩ଦିନ ରିମାଣ୍ଡରେ ଆଣିବାକୁ ଯୋଜନା କରୁଛି ପୋଲିସ। ଅନ୍ୟପଟେ ରେଲୱେରେ ଚାକିରି କରାଇଦେବାକୁ କହି ଠକେଇ ହୋଇଥିବା ଅଭିଯୋଗ ରହିଛି ସୁଜିତ ନାଁରେ। ଟଙ୍କା ନେଇ ଜମି ଦେଉନଥିବା ଅଭିଯୋଗ ପରେ ନିଜକୁ ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କର ନିକଟତର ବୋଲି କହି ଗିରଫଦାରୀ ଏଡାଇବାକୁ ପୋଲିସକୁ ଚାପ ପକାଉଥିଲା ସୁଜିତ୍ ଜେନା। ସୁଜିତ ଜେନା ବିଜେପିର କର୍ମକର୍ତ୍ତା ବୋଲି ଜଣାପଡିଛି।

ବିଜେପିର ବିଭିନ୍ନ କର୍ମକର୍ତ୍ତା ଓ ସାଂସଦଙ୍କ ସହ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତାଙ୍କୁ ଟଙ୍କା ଫେରାଇବା ପାଇଁ କହିବାରୁ ସୁଜିତ ସେମାନଙ୍କୁ ଧମକ ଦେଉଥିଲେ। ବିଜେପି ସାଂସଦଙ୍କ ହାତ ତାଙ୍କ ମୁଣ୍ଡ ଉପରେ ଅଛି କହି ହଡ଼ପ କରିଚାଲିଥିଲେ ଟଙ୍କା।

ପାକିସ୍ତାନର ଏମିତି କିଛି ଭୁଲ ପାଇଁ ଆରମ୍ଭ ହୁଏ କାର୍ଗିଲ ଯୁଦ୍ଧ, ଆଉ ବିଫଳତାର ସ୍ୱାଦ ଚାଖେ ପାକିସ୍ତାନ

ଭୁବନେଶ୍ୱର: ୧୯୯୯ ମସିହା ଜୁଲାଇ ୨୬ । ଫେଲ ହୁଏ ପାକିସ୍ତାନର ସବୁ ପ୍ଲାନ । ପରାଜିତ ହୁଏ ପାକିସ୍ତାନ । କାରଗିଲ ଯୁଦ୍ଧରେ ବିଜୟ ହାସଲ କରେ ଭାରତ। ୧୮ହଜାର ଫୁଟ ଉଚ୍ଚରେ ପ୍ରାୟ ୨ମାସ । ୬୦ ଦିନ ଧରି ଚାଲିଥିବା ଏହି ଯୁଦ୍ଧରେ ଭାରତୀୟ ସେନା ଯେପରି ପ୍ରବଳ ପରାକ୍ରମ ପ୍ରଦର୍ଶନ କରିଥିଲା, ଦେଶବାସୀ ଏଥିରେ ଏବେ ବି ଗର୍ବ ଅନୁଭବ କରନ୍ତି। ସେଦିନର ସେ ଯୁଦ୍ଧ ଏବେ ମଧ୍ୟ ଯବାନଙ୍କ ଶରୀରରେ ଶୀହରଣ ଖେଳାଇଦିଏ । ଏହାରି ଭିତରେ କାରଗିଲ ବିଜୟ ଦିବସକୁ ୨୨ ବର୍ଷ ବିତି ସାରିଛି । କିନ୍ତୁ କାର୍ଗିଲର କାହାଣୀ ସେଇଠି ହିଁ ଅଟକିଛି । କେମିତି ଓ କେଉଁ ଉପାୟରେ ପଡୋଶୀ ପାକିସ୍ତାନର ଏ ଭିତିରି ଷଡ଼ଯନ୍ତ୍ର ବିଷୟରେ ସୁରାକ ପାଇଥିଲା ଭାରତ ? କଣ ଥିଲା ସମ୍ପୂର୍ଣ୍ଣ କାରଗିଲର କାହାଣୀ ?

ଭାରତ-ପାକିସ୍ତାନ ସୀମାରେ ଏକ ଛୋଟିଆ ଗାଁ ଗରକୌନ। ଗାଁରେ ବାସକରନ୍ତି ପାଖାପାଖି ୬ଶହ ଲୋକ । ପାହାଡ ଉପରେ ବାସ କରୁଥିବା ଏହି ଲୋକ ମାନଙ୍କର ଜୀବିକା କହିଲେ ବୁଝାଏ ଗୋପାଳନ । ଅର୍ଥାତ ଏମାନେ ପାହାଡ଼ ଉପରେ ଚମରୀ ଗାଇ ପାଳନ କରି ପରିବାର ପ୍ରତିପୋଷଣ କରନ୍ତି । ପ୍ରାକୃତିକ ପରିବେଶରେ ଭରା ଗରକୌନ ଗାଁକୁ ଘେର ରହିଛି କେତେ ଯେ ପାହାଡ଼ । ପ୍ରତିଦିନ ଏଠାକାର ବାସୀନ୍ଦା ଏହି ପାହାଡ଼କୁ ଗାଇ ଚରାଇବାକୁ ନିଅନ୍ତି । ଏବଂ ସନ୍ଧ୍ୟାକୁ ପୁଣି ଫେରି ଆସନ୍ତି । ଠିକ ପ୍ରତିଦିନ ଭଳି ଗାଁର ତାସି ନାମକ ଜଣେ ଯୁବକ ଚମରୀ ଗାଈ ଚରାଇବାକୁ ପାହଡ଼ ଉପରକୁ ଯାଇଥିଲେ । ସେଦିନ ସବୁ ଗାଇ ଫେରିଲେ କିନ୍ତୁ ଗୋଟିଏ ଫେରି ନଥିଲା । ଆଖ ପାଖ ଅଞ୍ଚରେ ତାସି ବହୁ ଖୋଜାଖୋଜି କରିବା ପରେ ମଧ୍ୟ ପାଇ ନଥିଲା ।

ସେଦିନ ଥାଏ ୧୯୯୯ ମସିହା ମେ’ ୨ ତାରିଖ। ଗାଇଟି କାଳେ ପାହାଡ଼ ଉପରକୁ ଚାଲିଯାଥିବ ସେଥିପାଇଁ ତାସି ନିକଟରେ ଥିବା ପାହାଡ଼ ଉପରକୁ ଚଢିଥିଲା । ଏବଂ ଗାଇ ଖୋଜିବା ପାଇଁ ସାଥିରେ ବାଇନାକୁଲାର ମଧ୍ୟ ନେଇଥିଲା ତାସି । କିନ୍ତୁ ବାଇନାକୁଲାରରେ ଗାଇ ଦେଖିବା ପରିବର୍ତ୍ତେ ସେଦିନ ତାସି ଯାହା ଦେଖିଥିଲା, ତାହା ତାକୁ ଆଶ୍ଚର୍ଯ୍ୟ କରିଥିଲା । ସେହି ଦୃଶ୍ୟ ଏହି ଗାଇ ଚରାଳୀକୁ ଯେତିକି ଭୟଭୀତ କରିଥିଲା ସେତିକି ସଙ୍କୋଚରେ ମଧ୍ୟ ପକାଇଥିଲା । ଯାହା ଦେଖିଥିଲା ତାହାକୁ ବିଶ୍ୱାସ କରିବାକୁ ବି ସେ ସାହାସ କରିପାରୁନଥିଲା । କାରଣ ବାଇନାକୁଲାରରେ ଆସୁଥିବା ଏହି ଚିତ୍ରରେ ଥିଲେ କିଛି ସନ୍ଦିଗ୍ଧ ବ୍ୟକ୍ତି । ଯେଉଁମାନେ ମୁହଁରେ କପଡା ଗୁଳାଇ ଭାରତ ସୀମା ମଧ୍ୟକୁ ଲୁଚି ଛପି ପ୍ରବେଶ କରୁଥାନ୍ତି । ଏବଂ ହାତରେ ବନ୍ଧୁକ ଧରି ବଡ ବଡ଼ ପଥର ପାଖରେ ଛପି ରହିଥାନ୍ତି ।

ତାସି ଏବିଷୟରେ ତତକ୍ଷଣାତ ପାଖରେ ଥିବା ଭାରତୀୟ ସେନା କ୍ୟାମ୍ପରେ ସୂଚନା ଦିଅ । କିନ୍ତୁ ସେନା କର୍ମଚାରୀଙ୍କୁ ତାସିର କଥା ହଜମ ହୁଏ ନାହିଁ । ପରେ ଗୋପାଳକ ଜଣଙ୍କ ନିଜ ପରିବାର ରାଣ ଖାଇ ଘଟଣା ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ଦିଏ ଯବାନଙ୍କୁ । ଏହି ଷଡଯନ୍ତ୍ର ପାକିସ୍ତାନର ବୋଲି ସମ୍ପୂର୍ଣ୍ଣ ଅବଗତ ହୁଏ ଭାରତୀୟ ସେନା । ୧୯୯୯ ମସିହା ମେ’ ୬ରେ କାରଗିଲର ଖବର ପହଁଚେ ଦିଲ୍ଲୀରେ । ପ୍ରତିରକ୍ଷା ମନ୍ତ୍ରୀଳୟର ନିର୍ଦେଶରେ ଏକ ଟିମ କାରଗିଲରେ ପାକିସ୍ତାନ ସେନା ଅନୁପ୍ରବେଶ କରିଥିବା ବିଷୟରେ ସ୍ପଷ୍ଟ ହୁଅନ୍ତି । ଆଉ ଏହା ପରେ ତତ୍କାଳୀନ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ଣ୍ଣାଣ୍ଡିଜ୍ ଏବଂ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ମଧ୍ୟରେ ହୁଏ ଗୁରୁ ଗମ୍ଭୀର ଆଲୋଚନା ।

ପାକିସ୍ତାନ ସେନା ପାହାଡ ଉପରେ ରହି ଗୁଳି ଚଳାଉଥିବାବେଳେ, ତଳେ ରହି ଯୁଦ୍ଧ କରିବା ସେତେଟା ସହଜ ହେଉନଥିଲା ଭାରତୀୟ ଯବାନଙ୍କୁ । ୧୯୯୯ ମେ’ ୯ ତାରିଖରେ ପାକିସ୍ତାନ ସୀମାରୁ ଭାରତକୁ ହୁଏ ପ୍ରଥମ ଆକ୍ରମଣ । ପାକିସ୍ତାନର ଆକ୍ରମଣରେ କାରଗିଲରେ ଅବସ୍ଥିତ ଅସ୍ତ୍ର ଭଣ୍ଡାର ଛାରଖାର ହୋଇଯାଏ । ପ୍ରାୟ ୧୦୦ କୋଟି ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଏ । ଯାହା ଭାରତକୁ ଦିଏ ପ୍ରଥମ ଝଟକା । ଏହାପରେ ୧୯୯୯ ମେ’ ୨୧ରେ ପଡ଼ ପଦକ୍ଷେପ ନିଏ ଭାରତ। ସ୍ଥଳସେନା ମୁଖ୍ୟ ବି ପି ମଲ୍ଲିକ କାରଗିଲର ତାଜା ସ୍ଥିତି ଉପରେ ବୈଠକ କରିନ୍ତି। ବାୟୁସେନା ମୁଖ୍ୟଙ୍କ ସହ ଆଲୋଚନା ମଧ୍ୟ କରନ୍ତି । ଏୟାରଷ୍ଟ୍ରାଇକ କରିବାକୁ ଉଭୟଙ୍କ ମଧ୍ୟରେ ଆଲୋଚନା ହୁଏ । ଏବଂ ଏହାର ଚୂଡ଼ାନ୍ତ ରୂପରେଖ ମଧ୍ୟ ପ୍ରସ୍ତୁତ ହୁଏ ।

୨୬ ତାରିଖରେ ଶ୍ରୀନଗର ଏବଂ ପଠାନକୋଟ୍ ଏୟାରବେସ୍ରୁ ମିଗ୍-୨୧, ମିଗ୍-୨୭ ଏବଂ ଏମ୍-୧୭ ଦ୍ରାସ ସେକ୍ଟର ଅଭିମୁଖେ ଉଡ଼ାଣ ଭରେ । ଦ୍ରାସ ସେକ୍ଟରରେ ଲୁଚିଥିବା ଅନୁପ୍ରବେଶକାରୀଙ୍କ ଉପରେ ସିଧା ଆଟାକ୍ କରେ ଭାରତୀୟ ବାୟୁସେନାର ଏହି ଲଢୁଆ ବିମାନ। ଗୋଟିଏପଟେ ଭାରତୀୟ ବାୟୁସେନା ଅନୁପ୍ରବେଶକାରୀଙ୍କ ଉପରେ ଆକ୍ରମଣ ଜାରି ରଖିଥିବାବେଳେ ଅନ୍ୟପଟେ ଭାରତୀୟ ସ୍ଥଳ ସେନା ମଧ୍ୟ ପାକିସ୍ତାନ ସୀମାକୁ କରେ ଗୁଲି ବର୍ଷା । ଏହି ଆକ୍ରମଣ ହିଁ ଆରମ୍ଭ କରିଦେଇଥିଲା ଭାରତର ମିଶନ ‘ବିଜୟ’ର ଶୁଭାରମ୍ଭ । ଏବଂ ଶେଷ କରିଦେଇଥିଲା ପାକିସ୍ତାନର ଶେଷ ଶିବିର ।

ସେପଟେ ୨୯ ମେ’ ସୁଦ୍ଧା ଭାରତୀୟ ଯବାନମାନେ ବଟାଲିକ୍, ଦ୍ରାସ ଏବଂ ମସ୍କୋ ସେକ୍ଟରର କିଛି ସ୍ଥାନରୁ ଅନୁପ୍ରବେଶକାରୀଙ୍କୁ ତଡ଼ି ତ୍ରିରଙ୍ଗା ଉଡାଇବାରେ ସଫଳ ହୁଅନ୍ତି । ଭାରତୀୟ ସୀମାରେ ପ୍ରବେଶ କରିଥିବା ଅନୁପ୍ରବେଶକାରୀଙ୍କୁ ତଡ଼ିବା ଭାରତୀୟ ସେନାଙ୍କ ଚାଲେଞ୍ଜ ହୋଇଯାଇଥିଲା। ଦିନ ଯେତିକି ବଢ଼ୁଥିଲା ଭାରତୀୟ ସେନାର ଉତ୍ସାହ ସେତିକି ବଢୁଥିଲା। ଏହାରି ଭିତରେ ଶତ୍ରୁ ପକ୍ଷର ପାଖାପାଖି ୩ ହଜାରରୁ ୪ ହଜାର ଯବାନଙ୍କୁ ମୃତ୍ୟୁ ସେଯରେ ଶୁଆଇ ସାରିଥାଏ ଭାରତ । ପରାକ୍ରମୀ ଯବାନଙ୍କ ଶତ ସିହଂର ବଳ ଆଗରେ ହାର ମାନେ ପଡୋଶୀ ପାକିସ୍ତାନ । ଏବଂ ପ୍ରାୟ ୬୦ ଦିନର ଯୁଦ୍ଧରେ ପଡେ ଯବନିକା । ଶେଷରେ ଜୁଲାଇ ୨୬ ତାରିଖରେ କାରଗିଲର ସୁଉଚ୍ଚ ପର୍ବତ ଉପରେ ଭାରତର ବୀର ଯବାନ ଉଡ଼ାନ୍ତି ବିଜୟ ଧ୍ୱଜା ।

କରୋନା କଟକଣାରେ ରାଜ୍ୟରେ ଖୋଲିଲା ସ୍କୁଲ

ଭୁବନେଶ୍ୱର: ବାଜିଲା ବେଲ୍, ଖୋଲିଲା ସ୍କୁଲ। କରୋନା କାରଣରୁ ଦୀର୍ଘ ଦିନ ପରେ ରାଜ୍ୟରେ ଖୋଲିଛି ସ୍କୁଲ। ପିଲାଙ୍କର ଅନ୍‌ଲାଇନ୍‌ରେ ପାଠପଢ଼ା ହେଉଥିବା ବେଳେ ଆଜି ରାଜ୍ୟରେ ଶ୍ରେଣୀଗୃହରେ ଆରମ୍ଭ ହେଲା ଦଶମ ଓ ଦ୍ୱାଦଶ ପାଠପଢା। ବହୁ ଦିନ ପରେ ସ୍କୁଲ ଖୋଲିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ଛାତ୍ରଛାତ୍ରୀ ଓ ଶିକ୍ଷକ, ଶିକ୍ଷୟତ୍ରି।

ନିର୍ଦ୍ଧାରିତ ସମୟ ଅନୁଯାୟୀ ସକାଳ ୧୦ଟାରୁ କ୍ଲାସ ଆରମ୍ଭ ହୋଇ ଦିନ ଗୋଟାଏ ୩୦ ଯାଏ ଚାଲିବ। ଏହି ସମୟରେ ପିଲାଙ୍କୁ ବ୍ରେକ ପାଇଁ ଛଡାଯିବ ନାହିଁ। କରୋନା କଟକଣା ଭିତରେ ଖୋଲିଛି ସମସ୍ତ ସ୍କୁଲ୍। କ୍ଲାସ୍ ରୁମ୍ ସାନିଟାଇଜ୍ କରାଯିବା ସହିତ ପରିସରକୁ ସଫା ସୁତୁରା କରାଯାଇଛି।

ପିଲାମାନେ ଯେପରି ହାତ ଭଲ କରି ଧୋଇବେ, ସାମାଜିକ ଦୂରତ୍ୱ ମାନି କ୍ଲାସରେ ବସିବେ ଏବଂ ସବୁବେଳେ ମାସ୍କ ପିନ୍ଧିବେ ସେଥିପ୍ରତି ସ୍କୁଲ ପକ୍ଷରୁ ସଚେତନ କରାଯାଇଛି। ଯେଉଁମାନେ ସ୍କୁଲ ନ ଆସିବେ ସେମାନଙ୍କ ଅନଲାଇନ୍ କ୍ଲାସରେ ସାମିଲ ହୋଇପାରିବେ। କରୋନାର ଦ୍ୱିତୀୟ ଲହର ସଂକ୍ରମଣ ହ୍ରାସ ପାଇବା ପରେ ଅନଲାଇନ୍ ସହ ଅଫଲାଇନ୍ କ୍ଲାସ୍ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

କରୋନା ସଂକ୍ରମଣରୁ ସୁସ୍ଥ ହେଉଛି ରାଜ୍ୟ, ଚିହ୍ନଟ ହେଲେ ୧୬ଶହ ୩୭ ନୂଆ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ କ୍ରମାଗତ କମିବାରେ ଲାଗିଛି କରୋନା ସଂକ୍ରମଣ। ୨୯ଜିଲ୍ଲା ଓ ଷ୍ଟେଟପୁଲରୁ ୧୬ଶହ୩୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ୯୪୯ ଜଣ ସଂକ୍ରମିତ ବାହାରିଥିବା ବେଳେ ଲୋକାଲ କଣ୍ଟାକ୍ଟ ରହିଛି ୬୮୮। ଖୋର୍ଦ୍ଧାରୁ ସର୍ବାଧିକ ୩୫୦ ବାହାରିଥିବା ବେଳେ କଟକରୁ ୨୫୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୧୦୦, ବାଲେଶ୍ୱରରୁ ୫୭, ବରଗଡ଼ରୁ ୧୧, ଭଦ୍ରକରୁ ୭୧, ବଲାଙ୍ଗୀରରୁ ୮, ବୌଦ୍ଧରୁ ୯, ଦେବଗଡ଼ରୁ ୪, ଢ଼େଙ୍କାନାଳରୁ ୫୦, ଗଞ୍ଜାମରୁ ୧୬, ଜଗତସିଂହପୁରରୁ ୮୫, ଯାଜପୁରରୁ ୮୦, ଝାରସୁଗୁଡ଼ାରୁ ୬, କଳାହାଣ୍ଡିରୁ ୩୬, କେନ୍ଦ୍ରାପଡ଼ାରୁ ୭୬, କେଉଁଝରରୁ ୧୮, କୋରାପୁଟରୁ ୯, ମାଲକାନାଗିରିରୁ ୯, ମୟୂରଭଞ୍ଜରୁ ୭୫, ନବରଙ୍ଗପୁରରୁ ୯, ନାଗଡ଼ରୁ ୩୯, ନୂଆପଡ଼ାରୁ ୧୪ ପୁରୀ ୭୮, ରାୟଗଡ଼ାରୁ ୧୪, ସମ୍ବଲପୁରରୁ ୧୩, ସୋନପୁରରୁ ୧୧, ସୁନ୍ଦରଗଡ଼ରୁ ୬୧, ଷ୍ଟେଟପୁଲରୁ ୭୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ରାଜ୍ୟରେ ସୁସ୍ଥ ହୋଇଛନ୍ତି ୨୧୦୮।

ଆଜିଠୁ ଖୋଲିବ ମଲ୍ଟିପ୍ଲେକ୍ସ, ସିନେମା ହଲ୍, କରୋନା କଟକଣାରେ ଦେଖିବେ ଫିଲ୍ମ

ନୂଆଦିଲ୍ଲୀ: ଆଜିଠୁ ଦିଲ୍ଲୀରେ ଖୋଲିବ ମଲ୍ଟିପ୍ଲେକ୍ସ, ସିନେମା ହଲ୍। ୫୦ପ୍ରତିଶତ ଦର୍ଶକରେ ସିନେମା ହଲ୍ ଖୋଲିବାକୁ ଅନୁମତି ଦିଆଯାଇଛି। ଏହା ସହିତ ଶହେ ପ୍ରତିଶତ ସିଟିଂ କାପାସିଟିରେ ଚାଲିବ ମେଟ୍ରୋ। ହେଲେ ମେଟ୍ରୋରେ କୌଣସି ବ୍ୟକ୍ତି ଠିଆ ହୋଇ ଯାଇପାରିବେ ନାହିଁ। ଏନେଇ ଗାଇଡଲାଇନ ଜାରି କରିଛନ୍ତି ଦିଲ୍ଲୀ ସରକାର। ଡିଡିଏମଏ ପକ୍ଷରୁ ଜାରି ନୂଆ ଗାଇଡ ଲାଇନ ଅନୁସାରେ ଆଜିଠୁ ଶହେ ପ୍ରତିଶତ ବସିବା କ୍ଷମତାରେ ଚାଲିପାରିବ ଡିଟିଏସ୍ ବସ୍ ଓ ମେଟ୍ରୋ ଟ୍ରେନ୍।

ସେହିପରି ମଲ୍ଟିପ୍ଲେକ୍ସ, ସିନେମା ହଲ୍, ଥିଏଟର ୫୦ ପ୍ରତିଶତ ଦର୍ଶକରେ ଖୋଲିବାକୁ ଅନୁମତି ଦିଆଯାଇଛି। ସେହିପରି ବିବାହରେ ଶହେ ଓ ଅନ୍ତେଷ୍ଟି କର୍ମରେ ୫୦ ଲୋକ ଉପସ୍ଥିତ ରହିପାରିବେ। ସେହିପରି ସମସ୍ତ ଅଡିଟୋରିୟମ ମଧ୍ୟ ଖୋଲିପାରିବ। ହେଲେ ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନଗୁଡ଼ିକ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦରହିବ। ରାଜନୈତିକ. ଧାର୍ମିକ ସଭା ବା କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ଉପରେ ପୂର୍ବଭଳି କଟକଣା ବଳବତ୍ତର ରହିବ।

ଶୀତ କାକରରେ ବି ଥଣ୍ଡା ପଡ଼ିନଥିଲା ଯବାନଙ୍କ ରକ୍ତ, କାର୍ଗିଲ୍‌ ବିଜୟକୁ ପୁରିଲା ୨୨ ବର୍ଷ

ଭୁବନେଶ୍ୱର: ଯୁଦ୍ଧର ନାଁ ଶୁଣିଲେ ଆଗ ଭାରତୀୟଙ୍କ ମନକୁ କାର୍ଗିଲ କଥା ଆସେ । ଟାଇଗର ହିଲକୁ କେମିତି ଦେଶର ବୀର ଯବାନ ଅକ୍ତିଆର କରିଥିଲେ ମନରେ ଉଙ୍କି ମାରେ । କାର୍ଗିଲର ଦୃଶ୍ୟ ମନରେ ଭାବିଲେ ରୁମ ଟାଙ୍କୁରି ଉଠେ । ୬୦ ଦିନର ଭୋକିଲା ଓ ଶୋଷିଲା ଶୀତରେ ମଧ୍ୟ ଥଣ୍ଡା ପଡ଼ିନଥିଲା ଦେଶର ବୀର ଯବାନଙ୍କ ରକ୍ତ। ମାଟି ମାଆକୁ ବଞ୍ଚାଇବା ପାଇଁ ରକ୍ତକୁ ଥଣ୍ଡା ପଡ଼ିବାକୁ ଦେଉନଥିଲେ ଦେଶର ବୀର। କାରଣ ସେ ସମୟ ହିଁ ଥିଲା କିଛି ସେମିତି ।

୧୯୪୭ରେ ଆମ ଦେଶ ଭାରତ ସ୍ୱାଧୀନ ହୋଇଥିଲା। ଏହା ପରେ ଭାରତ ଏବଂ ପାକିସ୍ତାନ ଦୁଇଟି ପୃଥକ ଦେଶ ଭାବେ ପରିଚିତ ହୋଇଥିଲେ। କିନ୍ତୁ ଏହାପରେ ପାକିସ୍ତାନ ତାର ଅସଲ ରୂପ ଦେଖାଇବା ଆରମ୍ଭ କରିଥିଲା। ଭାରତର ଭୂସ୍ୱର୍ଗ କାଶ୍ମୀରକୁ ଅକ୍ତିଆର କରିବା ପାଇଁ ଉଲଂଙ୍ଘନ କରୁଥିଲା ଗୋଟିଏ ପରେ ଗୋଟିଏ ସୀମା । ଜୁଲାଇ ୧୯୯୯ ମସିହାରେ ପାକିସ୍ତାନର କେତେକ ଅନୁପ୍ରବେଶକାରୀ ଭାରତର କାର୍ଗିଲ ଜିଲ୍ଲା ଅକ୍ତିଆର କରିବାପାଇଁ ଆସ୍ଥାନ ଜମାଇଥିଲା। ତାପରେ ଆରମ୍ଭ ହୋଇଥିଲା କାର୍ଗିଲ ଯୁଦ୍ଧ।

କାର୍ଗିଲ ଯୁଦ୍ଧକୁ ଆଜି ୨୨ ବର୍ଷ ପୁରିଛି। ୧୯୯୯ ମସିହା ଜୁଲାଇ ୨୬ ତାରିଖ ଏମିତି ଏକ ସମୟ ଯେଉଁଦିନ ଭାରତୀୟ ସୈନିକମାନେ ପାକିସ୍ତାନୀ ସୈନ୍ୟମାନଙ୍କୁ ଘଉଡାଇ କାର୍ଗିଲ ପାହାଡରେ ତ୍ରିରଙ୍ଗା ଉଡ଼ାଇଥିଲେ। ଅମର ଯବାନମାନେ ସେମାନଙ୍କର ଅଦମ୍ୟ ସାହସ ଦେଖାଇ ଶତ୍ରୁକୁ ସୀମାରୁ ବାହାରିଯିବାକୁ ବାଧ୍ୟ କରିଥିଲେ। ବୀର ଯବାନ ମାନଙ୍କ ଅଦମ୍ୟ ସାହସ, ପରାକାଷ୍ଠା ଏବଂ ବଳୀଦାନ ପାଇଁ ଆଜି ଦେଶ ଯବାନ ମାନଙ୍କୁ ଝୁରୁଛି।

ଅସୁବିଧା ଅନେକ ଥିଲା, କିନ୍ତୁ ଆମର ସୈନିକମାନେ ଦୃଢ଼ ଭାବରେ ଠିଆ ହୋଇଥିଲେ କଠିନ ପରିସ୍ଥିତିରେ। ପାକ୍ ସୈନିକମାନେ ଉଚ୍ଚ ପାହାଡ଼ ଉପରେ ବସି କାରଗିଲକୁ ଅକ୍ତିଆର କରିବା ପାଇଁ ବେସ୍ କ୍ୟାମ୍ପ ତିଆରି କରୁଥିଲେ। ଏକଥା ଭାରତ କେମିତି ବା ସହିଥାନ୍ତା। ସେଥିପାଇଁ ଭାରତୀୟ ସୈନିକମାନେ ହାର ମାନିନଥିଲେ। ଦୁଇମାସ ଧରି ଭାରତୀୟ ସୈନିକମାନେ ଭୋକ ଶୋଷର ଶୀତରେ ପାଗର ଅସୁବିଧାର ସମ୍ମୁଖୀନ କରିଥିଲେ। କାର୍ଗିଲର ଉଚ୍ଚ ପାହାଡ଼ରେ ୬୦ ଦିନ ଧରି ଚାଲିଥିବା ଏହି ଯୁଦ୍ଧରେ ପାକ୍ ସୈନିକମାନେ ଶେଷରେ ଭାରତୀୟ ସେନାର ପରାକାଷ୍ଠା ଆଗରେ ସମର୍ପଣ କରିଥିଲେ। ଭାରତୀୟ ସେନା ଏବଂ ବାୟୁସେନା ମଧ୍ୟ ପାକ୍ ପୋଷ୍ଟ ଉପରେ ଅତ୍ୟଧିକ ଆକ୍ରମଣ କରିଥିଲେ ।

କିନ୍ତୁ ଏହି ଯୁଦ୍ଧରେ ବିଜୟ ପାଇଁ ଆମକୁ ମଧ୍ୟ ମୂଲ୍ୟ ଦେବାକୁ ପଡ଼ିଲା। କାର୍ଗିଲରେ ଭାରତର ୫୨୭ ସାହସୀ ସୈନିକଙ୍କୁ ସବୁଦିନ ପାଇଁ ହରାଇଥିଲା। ୨୨ ବର୍ଷ ପରେ ମଧ୍ୟ ଦେଶ ସେନାର ଏହି ବୀରପୁତ୍ରମାନଙ୍କ ବଳିଦାନକୁ ଭୁଲି ନାହିଁ। କାର୍ଗିଲ ବିଜୟ ଦିବସ ଅବସରରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସହିଦମାନଙ୍କୁ ସ୍ମରଣ କରିବା ଏକ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ।

ବସ୍ତାନି ସଜାଡ଼ିଲେଣି ଛାତ୍ରଛାତ୍ରୀ, ଆଉ କିଛି ସମୟ ପରେ ଖୋଲିବ ସ୍କୁଲ

ଭୁବନେଶ୍ୱର: ଆଜିଠୁ ବାଜିବ ସ୍କୁଲ ଘଣ୍ଟା। ରାଜ୍ୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ କ୍ଲାସ୍ ରୁମରେ ହେବ ପାଠପଢା। ବସ୍ତାନୀ ସଜାଡି ପ୍ରସ୍ତୁତ ହୋଇଛନ୍ତି ଛାତ୍ରଛାତ୍ରୀ। ସକାଳ ୧୦ଟାରୁ କ୍ଲାସ ଆରମ୍ଭ ହୋଇ ଦିନ ଗୋଟାଏ ୩୦ ଯାଏ ଚାଲିବ। ନା ହେବ ପ୍ରାର୍ଥନା ନା ଟିଫିନ ବ୍ରେକ, ନନଷ୍ଟପ୍ ଚାଲିବ କ୍ଲାସ। କରୋନା କଟକଣା ଭିତରେ ଖୋଲିବ ସମସ୍ତ ସ୍କୁଲ୍। କରୋନାର ଦ୍ୱିତୀୟ ଲହର ସଂକ୍ରମଣ ହ୍ରାସ ପାଇବା ପରେ ଅନଲାଇନ୍ ସହ ଅଫଲାଇନ୍ କ୍ଲାସ୍ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସ୍କୁଲଗୁଡିକରେ ସମସ୍ତ ପ୍ରସ୍ତୁତି ସରିଛି।

କ୍ଲାସ୍ ରୁମ୍ ସାନିଟାଇଜ୍ କରାଯିବା ସହିତ ପରିସରକୁ ସଫା ସୁତୁରା କରାଯାଇଛି। ପିଲାମାନେ ଯେପରି ହାତ ଭଲ କରି ଧୋଇବେ, ସାମାଜିକ ଦୂରତ୍ୱ ମାନି କ୍ଲାସରେ ବସିବେ ଏବଂ ସବୁବେଳେ ମାସ୍କ ପିନ୍ଧିବେ ସେଥିପ୍ରତି ସ୍କୁଲ ପକ୍ଷରୁ ସଚେତନ କରାଯାଇଛି। ଏହାସହ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ମଧ୍ୟ ସଚେତନ କରିଛନ୍ତି କର୍ତ୍ତୃପକ୍ଷ। ଦୀର୍ଘଦିନ ପରେ ସ୍କୁଲ ଖୋଲୁଥିବାରୁ ଛାତ୍ରଛାତ୍ରୀ ଉତ୍ସାହିତ ଅଛନ୍ତି। ଯେଉଁମାନେ ସ୍କୁଲ ନ ଆସିବେ ସେମାନଙ୍କ ଅନଲାଇନ୍ କ୍ଲାସ ଜାରି ରହିବ ବୋଲି କୁହାଯାଇଛି।

ଶ୍ରାବଣ ମାସାର ପ୍ରଥମ ସୋମବାରରେ ଖାଁ ଖାଁ ଶୈବ ପୀଠ, ସୁଭୁନି କାଉଡ଼ିଆଙ୍କର ବୋଲମବ୍‌ ସ୍ୱର

ଭୁବନେଶ୍ୱର: ଆଜି ହେଉଛି ଶ୍ରାବଣ ମାସର ପ୍ରଥମ ସୋମବାର। ଆଜିର ଦିନରେ କାଉଡ଼ିଆଙ୍କ ଭିଡ଼ ପ୍ରତି ଶୈବ ପୀଠରେ ଦେଖିବାକୁ ମିଳିଥାଏ। କାନ୍ଧରେ ମାନସିକ ଜଳ ଭାର ନେଇ ମହାଦେବଙ୍କ ଉପରେ ଢ଼ାଳିଥାନ୍ତି କାଉଡ଼ିଆ। କିନ୍ତୁ କରୋନା କଟକଣା ଯୋଗୁଁ ପୁର୍ବ ବର୍ଷ ପରି ଚଳିତ ବର୍ଷ ମଧ୍ୟ କାଉଡ଼ିଆଙ୍କ ଉପରେ ରୋକ ଲଗାଯାଇଛି। ରାଜ୍ୟର ପ୍ରତିଟି ଶୈବ ପୀଠ କାଉଡ଼ିଆଙ୍କ ବିନା ଖାଁ ଖାଁ ହୋଇଛି। ମହାପ୍ରଭୁ ଲିଙ୍ଗରାଜ, ଆରଡ଼ି ପୀଠ ଭଳି ରାଜ୍ୟର ବଡ଼ ବଡ଼ ମନ୍ଦିରେ କାଉଡ଼ିଆଙ୍କ ଗହଳି ଦେଖିବାକୁ ମିଳିନାହିଁ। କରୋନା କଟକଣାକୁ ଦୃଷ୍ଟିରେରଖି ରାଜ୍ୟ ସରକାରଙ୍କ ପକ୍ଷରୁ ବୋଲବମ୍‌କୁ ବାରଣ କରାଯାଇଛି।

କାଉଡ଼ିଆଙ୍କ ପାଇଁ ଏସ୍ଓପି ଜାରି କରିଛନ୍ତି ରାଜ୍ୟ ସରକାର। ଫଳରେ ଆଖଣ୍ଡଳମଣିଙ୍କ ନିକଟରେ ଚଳିତ ବର୍ଷ କାଉଡ଼ିଆଙ୍କ ଜଳଲାଗି କରାଯାଇନାହିଁ। ରୀତିନୀତି ଅନୁଯାୟୀ ବାବାଙ୍କ ସମସ୍ତ କାର୍ଯ୍ୟ ସମାପନ ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା ବେଳେ ପୀଠରେ ପୋଲିସ ମୁତୟନ ରହିଛନ୍ତି। ବାବାଙ୍କର ସମସ୍ତ ଶ୍ରାବଣ ନୀତିକାନ୍ତି କିପରି ସୂଚାର ରୂପେ ସମାପନ ହେବ ସେଥିପାଇଁ ସେବାୟତଙ୍କ ସହଯୋଗ କାମନା କରିଛନ୍ତି ଭଦ୍ରକ ଉପ ଜିଲାପାଳ ଓ ମନ୍ଦିରଟ୍ରଷ୍ଟି। ତାହାସହ ପୀଠରେ କଡା ସୁରକ୍ଷା ବ୍ୟବସ୍ଥା କରାଯିବା ସହିତ ନଦୀଘାଟ ଓ ପୁଷ୍କରିଣୀରେ ଯେପରି କୌଣସି ଭକ୍ତଜଳ ନ ଉଠାଇବେ ସେଥିପ୍ରତି କଡା ନଜର ରଖିବାକୁ ଜିଲାପାଳ ଜ୍ଞାନ ଦାସ ନିର୍ଦ୍ଦେଶ ଦେଇଛନ୍ତି।

କଳ୍ପତରୁ ଦାସଙ୍କ ଷଷ୍ଠ ଶ୍ରାଦ୍ଧ ବାର୍ଷିକୀରେ ରକ୍ତଦାନ ଶିବିର, ୧,୧୦୦ ୟୁନିଟ ରକ୍ତ ସଂଗ୍ରହ

ଧର୍ମଶାଳା: ପୂର୍ବତନ ବିଧାୟକ ତଥା ସାଂସଦ ସ୍ୱର୍ଗତ କଳ୍ପତରୁ ଦାସଙ୍କ ଷଷ୍ଠ ଶ୍ରାଦ୍ଧ ବାର୍ଷିକରେ ରକ୍ତଦାନ ଶିବିର  । ବିଜୁ ଜନତା ଦଳ ପକ୍ଷରୁ ଧର୍ମଶାଳାରେ ଆୟୋଜିତ ହୋଇଛି ରକ୍ତଦାନ ଶିବିର  । ଏହାକୁ ଓଡିସା ମୋ ପରିବାର ଆନୁକୁଲ୍ୟରେ କରାଯାଇଛି  । ରକ୍ତଦାନ ଶିବିରରୁ ୧,୧୦୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିବାବେଳେ ଶତାଧିକ ସ୍ୱେଚାକୃତ ରକ୍ତଦାତା ରକ୍ତଦାନ କରିଥିଲେ  ।

ସେପଟେ ଦଳର ଜମେ ପୁରୁଖା ଏବଂ ପ୍ରତିଷ୍ଠାତା ସଦସ୍ୟଙ୍କ ପ୍ରତି ଦଳର ଏହା ସମ୍ମାନ  ।  ରକ୍ତଦାନ ଜରିଆରେ ଦଳୀୟ ନେତାଙ୍କ ପ୍ରତି ଏହି ଶ୍ରଦ୍ଧାଞ୍ଜଳି ମହତ ବାର୍ତ୍ତା  । ସେପଟେ କାର୍ଯ୍ୟକ୍ରମରେ ବିଧାୟକ ପ୍ରଣବ ବଳବନ୍ତ ରାୟ, ବିଧାୟକ ବ୍ୟୋମକେଶ ରାୟ, ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଆଦି ଯୋଦ ଦେଇଥିଲେ  ।