spot_img
Home Blog Page 5396

ଆଫଗାନିସ୍ତାନର ୮୫ ପ୍ରତିଶତ ଅଞ୍ଚଳ ତାଲିବାନ କବଳରେ

କାବୁଲ: ତାଲିବାନ କବଳରେ ଆଫଗାନିସ୍ତାନ । ଦେଶର ପ୍ରାୟ ୮୫ ପ୍ରତିଶତ ଅଞ୍ଚଳ ଏବେ ତାଲିବାନ କବଳରେ । ଏନେଇ ଘୋଷଣା କରିଛନ୍ତି ସଂଗଠନ ମୁଖପାତ୍ର ବିସମିଲ୍ଲା ରେହମାନି ରହିମ । ସେ କହିଚନ୍ତି ଖୁବ୍ ଶୀଘ୍ର ଅନ୍ୟାନ୍ୟ ଅଞ୍ଚଳକୁ ତାଲିବାନ ଅଧିକୃତ କରିବ । ତେବେ ପାକ୍ ଗୁଇନ୍ଦାସଂସ୍ଥାଠାରୁ ସୈନ୍ୟ ସହାୟତା ମିଳୁଥିବା ଖବରକୁ ଅଗ୍ରାହ୍ୟ କରିଛନ୍ତି । ତାଲିବାନୀ ଶାସନରେ ନାରୀର ଅଧିକାର ପ୍ରସଙ୍ଗରେ ସେ କହିଥିଲେ- ନାରୀମାନଙ୍କୁ ସେମାନଙ୍କ ପୂର୍ଣ୍ଣ ଅଧିକାର ଦିଆଯିବ ।

ମୌଳିକ ଅଧିକାରରୁ କାହାରିକୁ ବଞ୍ଚିତ କରାଯିବ ନାହିଁ । ମହିଳାମାନଙ୍କ ନିଯୁକ୍ତି ଓ କାମଦାମ ସମ୍ପର୍କରେ ବି କୌଣସି କଟକଣା ନାହିଁ ବୋଲି ସେ କହିଛନ୍ତି । ଭାରତୀୟ ଫଟୋ ଜର୍ଣ୍ଣାଲିଷ୍ଟ ଡାନିସ ସିଦ୍ଦିକଙ୍କ ମୃତ୍ୟୁ ଘଟଣାରେ ବି ତାଲିବାନର ହାତ ନାହିଁ ବୋଲି ସେ କହିଛନ୍ତି । ଶତ୍ରୁ ସୈନ୍ୟ ହାତରେ ତାଙ୍କର ମୃତ୍ୟୁ ଘଟିଛି ବୋଲି ସେ କହିଛନ୍ତି । ସେହିପରି ଆଫଗାନିସ୍ତାନରେ ଭାରତୀୟ ପ୍ରକଳ୍ପଗୁଡିକୁ ତାଲିବାନ ଟାର୍ଗେଟ କରୁଛି ବୋଲି ହେଉଥିବା ଖବରକୁ ସେ ଖଣ୍ଡନ କରିଛନ୍ତି ।

ଦିଦି ପାଳନ କରିବେ ’ଖେଲା ହୋବେ ଦିବସ’, ବିଜେପି ମୁକ୍ତ ନେଇ ଆହ୍ୱାନ

କୋଲକାତା: ଆସନ୍ତା ଅଗଷ୍ଟ ୧୬କୁ ଖେଲା ହୋବେ ଦିବସ ପାଳନ କରିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଯେପର୍ଯ୍ୟନ୍ତ ଦେଶ ବିଜେପି ମୁକ୍ତ ନହୋଇଛି ସେପର୍ଯ୍ୟନ୍ତ ଖେଲା ହୋବେ ଦିବସ ପାଳନ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରିବା ସହ ଭିସି ମାଧ୍ୟମରେ ଉଦ୍‌ବୋଧନ ଦେଇଥିଲେ ଦିଦି ।

ଦେଶରେ ସ୍ବାଧିନତା ଆଜି ବିପଦରେ ଅଛି । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଅପବ୍ୟବହାର କରାଯାଉଛି । ବିଜେପି ନିଜେ ଏକ ଭାଇରସ ଲୋଡେଡ ପାର୍ଟି ବୋଲି କହିଛନ୍ତି ମମତା । କରୋନାଠୁ ଅଧିକ ଭାଇରସ ବିଜେପିରେ ଅଛନ୍ତି ବୋଲି ଦିଦି କହିଛନ୍ତି । ଦେଶରେ ବେରୋଜଗାର ବଢିଛି । ଗୁଳି ଓ ଗାଳି ଭାଷାରେ ବିଜେପି ଶାସନ କରୁଛି ବୋଲି ଦିଦି ଅଭିଯୋଗ କରିଛନ୍ତି ।

ପଶ୍ଚିମବହ୍ଗରେ ମମତା ସରକାର ଏବଂ କେନ୍ଦ୍ରରେ ମୋଦି ସରକାରଙ୍କ ମଧ୍ୟରେ ଲାଗିଥିବା ଶୀତଳ ଯୁଦ୍ଧ ଥମିବାରେ ନା ଧରୁନାହିଁ  । ଗୋଟେପଟେ ନିର୍ବାଚନୀ ହିଂସାରେ ପଶ୍ଚିମବଙ୍ଗରେ ସାଧାରମ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମୃତ୍ୟୁକୁ ନେଇ ବିଜେପି ସାଧାରଣ ସଭା ଜରିଆରେ ରାଜ୍ୟ ସରକାରକୁ ବିରୋଧ କରିଆସୁଛି  । ଅନ୍ୟପଟେ ମମତାଙ୍କ ସରକାର କେନ୍ଦ୍ର ଜାତୀୟ ସଂସ୍ଥା ଗୁଡ଼ିକୁ ନିୟୋଜିତ କରି ଅସ୍ଥିରତା ସୃଷ୍ଟି କରୁଥିବା ନେଇ ଆଭିଯୋଗ ଆଣିଛନ୍ତି ମମତା ବାନାର୍ଜୀ  । ଯାହାକୁ ନେଇ ସେ ଖେଲା ହବେ କାର୍ଯ୍ୟକ୍ରମ ଚଳାଇବାକୁ ସ୍ଥିର କରିଛନ୍ତି  ।

ମାସ୍କ ପିନ୍ଧିନଥିଲେ, କହିବାରୁ.. ସାମ୍ବାଦିକଙ୍କୁ ପିଟିଲେ ମହିଳା କନଷ୍ଟେବଳ

କେନ୍ଦ୍ରାପଡ଼ା: ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ କୁ କେନ୍ଦ୍ର କରି କେନ୍ଦ୍ରାପଡାର ଜଣେ ୱେବ ଚାନେଲ ସାମ୍ବାଦିକଙ୍କୁ  ମହିଳା କନେଷ୍ଟବଳ ଙ୍କ ମାଡ। ସୋସିଆଲ ମିଡିଆରେ ମହିଳା କନେଷ୍ଟବଳ ଜଣକ ମାସ୍କ ନପିନ୍ଧି କାର୍ଯ୍ୟ କରୁଥିବା ଫଟୋ ଭାଇରାଲ୍ କୁ ନେଇ ତାତିଲେ ମହିଳା କନେଷ୍ଟବଳ । ରାଗିଯାଇ ହାତ ଉଠାଇଲେ ସାମ୍ବାଦିକ ଙ୍କ ଉପରକୁ। ସାମ୍ବାଦିକ ଜଣକ ମୁଁ ସାମ୍ବାଦିକ ସାମ୍ବାଦିକ ବୋଲି କହୁଥିଲେ ମଧ୍ୟ କିଛି ଶୁଣି ନଥିଲେ ମହିଳା କନେଷ୍ଟବଳ।

କେନ୍ଦ୍ରାପଡା ଏସ . ପି ଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିଜେପି ଧାରଣା ସ୍ଥଳକୁ ଖବର ସଂଗ୍ରହ ପାଇଁ ଯାଇଥିବା ସାମ୍ବାଦିକ ଜଣକ ମହିଳା କନେଷ୍ଟବଳ ମାସ୍କ ପିନ୍ଧିନଥିବା ଫଟୋକୁ ସୋସିଆଲ ମିଡିଆରେ ଛାଡିଥିଲେ। ଏହି ଘଟଣାରେ ଖପା ହୋଇ ମହିଳା  କନେଷ୍ଟବଳ ଉକ୍ତ ସାମ୍ବାଦିକ ଙ୍କ କଲର କୁ ଟାଣି ମାଡ ମାରିଲେ। ଘଟଣା ସ୍ଥଳରେ ଧାରଣାରେ ବସିଥିବା କେନ୍ଦ୍ରାପଡା ବିଜେପିର ନେତାମାନେ ମହିଳା କନେଷ୍ଟବଳ ଜଣକ ସାମ୍ବାଦିକ ଙ୍କୁ ମାରୁଥିବାର ଦେଖଣାହାରୀ ସାଜିଥିଲେ । ଏହି ଘଟଣାକୁ ବୁଦ୍ଧିଜୀବୀ ଓ ସାମ୍ବାଦିକ ମହଲ ରେ ନିନ୍ଦା କରିବା ସହ ମହିଳା କନେଷ୍ଟବଳ ଙ୍କୁ ନିଲମ୍ବନ ଦାବି କରିଛନ୍ତି

ପ୍ରତିରକ୍ଷା ବିଭାଗ ହେବ ଶକ୍ତିଶାଳୀ, ପରୀକ୍ଷଣ ହେଲା ଆଣ୍ଟି ଟ୍ୟାଙ୍କ ଗାଇଡେଡ୍ ମିଜାଇଲ୍

ଭୁବନେଶ୍ୱର:  ଗାଇଡେଡ ଆଣ୍ଟିଟ୍ୟାଙ୍କ ମିଜାଇଲ ମେନ୍ ପୋର୍ଟାବେଲ ଆଣ୍ଟି ଟ୍ୟାଙ୍କ ଗାଇଡେଡ୍ ମିଜାଇଲ୍ ଟେଷ୍ଟ ସଫଳ ହୋଇଛି । ସ୍ବଦେଶୀ କାରିଗରିରେ ନିର୍ମିତ MPAGM କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି ବୋଲି ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ପକ୍ଷରୁ କୁହାଯାଇଛି । ଏହି କ୍ଷେପଣାସ୍ତ୍ର ଜରିଆରେ ଭାରତୀୟ ପ୍ରତିରକ୍ଷା ଅଧିକ ଶକ୍ତିଶାଳୀ ହେବ ।

କମ୍ ଓଜନ ବିଶିଷ୍ଟ ଏହି ଫାୟାର ଆଣ୍ଡ ଫରଗେଟ ଟେକ୍ନୋଲୋଜି ଆଧାରିତ ଏହି କ୍ଷେପଣାସ୍ତ୍ରକୁ ପରୀକ୍ଷା କରାଯିବା ପରେ ଡିଆରଡିଓ ଆଉ ଏକ ମାଇଲଖୁଣ୍ଟ ପ୍ରତିଷ୍ଠା କରିଛି । ଏହାର ବିଶେଷତ୍ବ ଏହା ଯେ ଏହାକୁ ମଣିଷ ନେବା ଆଣିବା କରିପାରୁଥିବା ଲଞ୍ଚରରୁ ଉତକ୍ଷେପଣ କରାଯାଇଥିଲା । ବୈଜ୍ଞାନିକମାନେ ଯାହା ଯାହା ଆଶା କରିଥଇଲେ ତାହା ସଫଳ ହୋଇଥିଲା ।

ଏହାକୁ ସର୍ବାଧିକ ସ୍ଥିରୀକୃତ ଦୂର ଯାଏଁ ଉତକ୍ଷେପଣ କରାଯାଇଥିଲା । ଆଡଭାନ୍ସ ଆଭିଓନିକ୍ସ ଅନୁସାରେ ଏହି କ୍ଷେପଣାସ୍ତ୍ର ନିର୍ମିତ ହୋଇଛି ବୋଲି ଡିଆରଡିଓ କହିଛି । ଏପଟେ ନ୍ୟୁ ଜେନେରେସନ ଆକାଶ ମିଶାଇଲର ମଧ୍ୟ ପରୀକ୍ଷଣ ସଫଳ ହୋଇଛି । ଡିଆରଡିଓ ପକ୍ଷରୁ ଇଣ୍ଟିଗ୍ରେଟଡ ଟେଷ୍ଟ ରେଞ୍ଜର ଏହି ପରୀକ୍ଷଣ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି ।

୧୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ, ୪୮ ଘଣ୍ଟାରେ ଆସୁଛି ବଡ଼ ଲଘୁଚାପ

ଭୁବନେଶ୍ୱର: ୪୮ ଘଣ୍ଟା ମଧ୍ୟରେ ଆସୁଛି ବଡ଼ ଲଘୁଚାପ । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଦୁଇ ଦିନ ଭିତରେ ବଡ଼ ଧରଣର ଲଘୁଚାପର ରୂପ ନେବ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ୨୪ ଘଣ୍ଟା ମଧ୍ୟରେ ଘଡଘଡି ବିଜୁଳି ସହ ବର୍ଷା ସମ୍ଭାବନା । ୧୯ଟି ଜିଲ୍ଲାକୁ ୟଲୋ ଆଲର୍ଟ ଜାରି କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର ।

୭ଟି ଜିଲ୍ଲା ତଥା କଟକ, ଭଦ୍ରକ, ଜଗତସଂହପୁର, କେନ୍ଦ୍ରାପଡା, ସମ୍ବଲପୁର, ଦେଓଗଡ ଓ ଅନୁଗୁଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଖୋର୍ଦ୍ଧା, ପୁରୀ, କୋରାପୁଟ, ମାଲକାନଗିରି, ବାଲେଶ୍ବର, କନ୍ଧମାଳ, ଯାଜପୁର, ମୟୂଭରଞ୍ଜ ଏବଂ ସୁନ୍ଦରଗଡରେ ମଧ୍ୟ ପ୍ରବଳ ବର୍ଷା ହେବ । ଲଘୁ0.

ଚାପ ପ୍ରଭାବରେ ୩ ଦିନ ପର୍ଯ୍ୟନ୍ତ ଲଗାଣ ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟରେ ଜୁନ୍୧ ତାରିଖରୁ ଜୁଲାଇ ୨୧ତାରିଖ ପର୍ଯ୍ୟନ୍ତ ୩୩୦.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ବାଭାବିକ ବର୍ଷା ଠାରୁ କମ୍ । ବର୍ତ୍ତମାନ ସୁଦ୍ଧା ୨୬ ପ୍ରତିଶତ ନିଅଁଣ୍ଟିଆ ବର୍ଷା ହୋଇଛି । ଭଦ୍ରକ ଜିଲ୍ଲାରେ ସର୍ବାଧିକ ୨ଶହ ମିଲିମିଟର କମ୍ ବର୍ଷା ରେକର୍ଡ କରାଯାଇଛି ।

ମଞ୍ଚେଶ୍ୱରରେ ଚାଞ୍ଚଲ୍ୟ, ବାଲିରେ ଅଧାପୋତା ମୃତଦେହ

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ  । ଭୁବନେଶ୍ବର ମଞ୍ଚେଶ୍ବର ଥାନା ଵାଲି ଯାତ୍ରା ପଡିଆରେ ଅଧା ପୋତା ଅବସ୍ଥାରେ ମୃତଦେହ ରହିଥିବା ଦେଖିବାକୁ ମିଳିଛି । ହତ୍ୟାକାଣ୍ଡ ପରେ ମୃତଦେହକୁ ବାଲିରେ ପୋତି ଦିଆଯାଇଥିବା ଜଣାପଡିଛି  । ଅନ୍ୟପଟେ ମୃତ ଦେହକୁ ପୋଡ଼ାଯାଇ ବାଲିରେ ପୋତା ଯାଇଥିବାବେଳେ ମୃତ ଦେହର ଅଧିକାଂଶ ଅଂଶ ଦେଖାଯାଉଥିବା ଦେଖିବାକୁ ମିଳିଛି  ।

ତେଣୁ ଏହା ସୁଚିନ୍ତିତ ହତ୍ୟା କାଣ୍ଡ ଏବଂ ହତ୍ୟା ପରେ କିଛି ଦୁର୍ବୁତ୍ତ ଏପରି କରିଥିବା ଅନୁମାନ କରାଯାଉଛି  । ମୃତଦେହର କିଛି ଅଂଶ ଉପରକୁ ଦେଖାଯାଉଛି  । ମୃତ ଶରୀର ପଚିଯାଇଥିବାବେଳେ କେବେ ଓ କେଉଁ ପରିସ୍ଥିତିରେ ଅଚିହ୍ନା ବ୍ୟକ୍ତିଙ୍କୁ ହତ୍ୟା କରାଯାିଛି ତାହା ଜଣା ପଡ଼ିନାହିଁ  । ସେପଟେ ଘଟଣା ବିଷୟରେ ଖବର ପାଇ  ଘଟଣାସ୍ଥଳରେ ମଞ୍ଚେଶ୍ୱର ପୋଲିସ ପହଁଚି ତଦନ୍ତ କରୁଥିବା ସୂଚନା ମିଳିଛି  ।

ଟିକାକରଣ ବ୍ୟାପକ କଲା ବିଏମସି: ୧୦ହଜାର ଗର୍ଭବତୀ କଲେ ପଞ୍ଜୀକରଣ

ଭୁବନେଶ୍ୱର: ଗର୍ଭବତୀ ମହିଳାଙ୍କ ଟିକାକରଣକୁ ବ୍ୟାପକ କଲା ବିଏମସି । ବିଏମସି ଅଞ୍ଚଳରେ ମୋଟ ୧୦ହଜାରରୁ ଅଧିକ ଗର୍ଭବତୀ ମହିଳାଙ୍କ ଟିକାକରଣ ନେଇ ହୋଇଛି ପଞ୍ଜିକରଣ । ସମସ୍ତଙ୍କୁ ଦୁଇଟି ଡୋଜ୍ ଟିକା କିଭଳି ଦିଆଯିବ ସେଥିପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ପୂର୍ବରୁ ଅର୍ଥାତ୍ ଗତ ୧୫ତାରିଖରୁ କ୍ୟାପିଟାଲ ହସ୍ପିଟାଲ ଓ ଏମ୍ସ୦ ରେ ଯଦିଓ ଗର୍ଭବତୀଙ୍କ ଟିକାକରଣ ଆରମ୍ଭ ହୋଇସାରିଛି ତଥାପି ବର୍ତ୍ତମାନ ଭୁବନେଶ୍ବରର ସମସ୍ତ ପୌର ଓ ସରକାରୀ ହସ୍ପିଟାଲରେ ଏହି ବ୍ୟବସ୍ଥା କରାଯାଇଛି ।

ତେବେ ସପ୍ତାହର ଦୁଇ ଦିନ ହେବ ଗର୍ଭବତୀଙ୍କ ପଞ୍ଜିକରଣ । ବୁଧବାର ଓ ଶନିବାଦ ଦୁଇ ଦିନ କେବଳ ଦିନ ୧୧ଟା ଠାରୁ ୧ଟା ପର୍ଯ୍ୟନ୍ତ ଟିକାକରଣ ପାଇଁ ସମୟ ଧାର୍ଯ୍ୟ କରାଯାଇଛି । ଗର୍ଭବତୀଙ୍କ ଟିକାକରଣରେ ନିୟୋଜିତ ହେଉଥିବା ଏଏନ୍ଏମ୍, ନର୍ସ ଓ ଆଶାକର୍ମୀଙ୍କୁ ଏଥିପାଇଁ ସ୍ବତନ୍ତ୍ର ପ୍ରଶିକ୍ଷଣ ମଧ୍ୟ ଦିଆଯାଇଛି । ଗର୍ଭବତୀଙ୍କୁ ଯେଭଳି କୌଣସି ଟିକାକେନ୍ଦ୍ରରେ ଧାଡିରେ ଅପେକ୍ଷା କରିବାକୁ ପଡିବ ନାହିଁ ସେଥିପାଇଁ ସ୍ବତନ୍ତ୍ର ନଜର ରଖାଯାଇଛି ।

ସୁନା ବେଶରେ ସୁସଜ୍ଜିତ ତିନି ଠାକୁର, ରଥ ଉପରେ ଦେଉଛନ୍ତି ଦର୍ଶନ

ପୁରୀ: ତିନି ରଥରେ ବସି ବିଶ୍ୱବାସୀଙ୍କୁ ଦର୍ଶନ ଦେଉଛନ୍ତି ତିନି ଠାକୁର  । ମାଉସୀ ମା ଘରେ ପୋଡ଼ ପିଠା ଖାଇ ଫେରିବା ପରେ ଆଜି ମହଣ ମହଣ ସୁନାରେ ସୁସଜ୍ଜିତ ହେଉଛନ୍ତି  । ବଡ଼ଦାଣ୍ଡରେ ତିନି ରଥିରେ ତିନି ଠାକୁର ସୁନା ବେଶରେ ଦର୍ଶନ ଦେବାକୁ ପ୍ରସ୍ତୁତ ହେଉଛନ୍ତି  । ତେବେ  ସୁନାବେଶ (ବା ରାଜବେଶ ବା ବଡ଼ତଢାଉ ବେଶ) ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଏକ ବିଶେଷ ବେଶ, ଯହିଁରେ ଦିଅଙ୍କୁ ସୁବର୍ଣ୍ଣ ଆଭୂଷଣରେ ସାଜ କରାଯାଏ ।

ସେବାୟତଙ୍କ ଦ୍ୱାରା ଶ୍ରୀମନ୍ଦିରରୁ ସୁନା ଆସିବା ପରେ ଶ୍ରୀଜୀଉଙ୍କୁ ସଜା ଯାଉଛି  । ଗୋଟେ ପରେ ଗୋଟେ ନୀତି କାନ୍ତି ଅନୁଷ୍ଠିତ ହେଉଛି  । ରଥଯାତ୍ରା ପ୍ରଭୁ ସୁନାବେଶରେ ଦର୍ଶନ ଦେଉଥିବାବେଳେ ଏଥିମଧ୍ୟରୁ ଶ୍ରୀମନ୍ଦିରସ୍ଥ ରତ୍ନସିଂହାସନ ଉପରେ ଶ୍ରୀଜୀଉମାନେ କାର୍ତ୍ତିକ ପୂର୍ଣ୍ଣିମା, ପୌଷ ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା ଓ ଦଶହରା ତିଥି ଗୁଡ଼ିକରେ ସୁନାବେଶରେ ସଜ୍ଜିତ ହୋଇଥାନ୍ତି  ।

ଅନ୍ୟପଟେ କେବଳ ଥରେ ମାତ୍ର ସମସ୍ତବର୍ଗର ଜନତାଙ୍କ ପାଇଁ ଆଷାଢ଼ ଶୁକ୍ଲ ଏକାଦଶୀଦିନ ସିଂହଦ୍ୱାରଠାରେ ରଖାଯାଇଥିବା ତିନିରଥ ଉପରେ ସୁନାବେଶରେ ସଜ୍ଜିତ ହୋଇଥାନ୍ତି ।ଶ୍ରୀଜୀଉମାନଙ୍କର ମଧ୍ୟାହ୍ନ ଧୂପ ଶେଷ ହେବା ପରେ, ପ୍ରାୟ ୨ଘଣ୍ଟା ସମୟ ବିନିମୟରେ ତିନିରଥ ଉପରେ ସୁନାବେଶ ଅନୁଷ୍ଠିତ ହୋଇଥାଏ । ଶ୍ରୀଜୀଉମାନେ ସୁନାବେଶରେ ପ୍ରାୟ ୬ଘଣ୍ଟା ପର୍ଯ୍ୟନ୍ତ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି ।

କୋହଳ ହେଉଛି କଟକଣା, ଖୋଲିବ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ହଷ୍ଟେଲ

ଭୁବନେଶ୍ୱର: ଆସନ୍ତା ୨୬ ତାରିଖରୁ ଖୋଲିବ ହଷ୍ଟେଲ । ହଷ୍ଟେଲ ଖୋଲିବାକୁ SOP ଜାରି କରିଛି ଗଣଶିକ୍ଷା ବିଭାଗ । ଦଶମ ଓ ଦ୍ବାଦଶ ଶ୍ରେଣୀ ପିଲାଙ୍କ ହଷ୍ଟେଲ ଖୋଲିବାକୁ SOP ଜାରି । ହଷ୍ଟଲରେ ସାମାଜିକ ଦୂରତା ରଖିବାକୁ ଗୁରୁତ୍ୱ ଦିଆଯାଇଛି । ଦୈନିକ ମେସ୍ ଏବଂ ଶୌଚାଳୟ ସାନିଟାଇଜ କରାଯିବ । ହଷ୍ଟେଲରେ ସ୍ୱାସ୍ଥ୍ୟ ଓ ପରିମଳକୁ ଗୁରୁତ୍ୱ ଦିଆଯାଇଛି।

ସେହିପରି ଅଭିଭାବକଙ୍କ ଅନୁମତି ନେଇ ଛାତ୍ରଛାତ୍ରୀମାନେ ହଷ୍ଟେଲରେ ରହିପାରିବେ । ହଷ୍ଟେଲ ମୁଖ୍ୟ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ର ସହ ସମ୍ପର୍କରେ ରହିବେ । ହଷ୍ଟେଲରେ ପିଲାଙ୍କୁ ଏକତ୍ରିତ ନହେବାକୁ ପରାମର୍ଶ ଦିଆଯାଇଛି । ଏହାସହ ସବୁ ହଷ୍ଟେଲରେ ଆଇସୋଲେସନ ରୁମରେ ବ୍ୟବସ୍ଥା ରଖିବାକୁ SOP ଜାରି ହୋଇଛି ।

ପୃଥ୍ୱୀରାଜ ହରିଚନ୍ଦନଙ୍କ ପଛୁଆବର୍ଗ ବିରୋଧି ମନ୍ତବ୍ୟ ଦୁର୍ଭାଗ୍ୟଜନକ : ବିଜେଡ଼ି

ଭୁବନେଶ୍ୱର: ପୃଥୀରାଜ ହରିଚନ୍ଦନ ଓଡ଼ିଶା ବିଧାନସଭାର ସଦସ୍ୟ ହୋଇନଥିବାରୁ ରାଜ୍ୟରେ ପଛୁଆବର୍ଗଙ୍କ ଗଣନା ପାଇଁ ତାଙ୍କରି ଦଳ ଓଡ଼ିଶା ରାଜ୍ୟ ପଛୁଆ ବର୍ଗ (ସଂଶୋଧନ) ବିଲ୍ ପାରିତ କରିବା ଲାଗି ଫେବୃଆରୀ, ୨୦୨୦ ରେ ବିଧାନସଭାରେ ସମର୍ଥନ କରିଥିବା ବିଷୟ ସେ ଜାଣିନାହାନ୍ତି ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ । ବିଜେପି ନେତା ପୃଥୀରାଜ ହରିଚନ୍ଦନଙ୍କୁ ଜବାବ ଦେଇ ବିଜେଡି ପ୍ରବକ୍ତା କହିଛନ୍ତି ଯେ ଏହି ବିଲ୍‌କୁ ବିଜେପି ସମେତ ଓଡିଶା ବିଧାନସଭାର ସମସ୍ତ ରାଜନୈତିକ ଦଳ ସର୍ବସମ୍ମତି କ୍ରମେ ପାରିତ କରିଥିଲେ । ହେଲେ ଦୁର୍ଭାଗ୍ୟଜନକ ଭାବେ ହରିଚନ୍ଦନ ଏହାକୁ ସହଜରେ ଭୁଲି ଯାଇଛନ୍ତି କିମ୍ବା ଏ ବିଷୟରେ ଆଦୌ ଅବଗତ ନୁହଁନ୍ତି ।

ତାଙ୍କର ଏଭଳି ବିବୃତ୍ତିି ଆଜି ଓଡିଶା ବିଜେପି ଓ ଏହାର ପଛୁଆ ବର୍ଗ ବିରୋଧି ମନୋଭାବକୁ ପଦାରେ ପକାଇ ଦେଇଛି । ୨୦୨୦ ମସିହାରେ ପଛୁଆ ବର୍ଗଙ୍କ ଗଣନା ପାଇଁ ଓଡିଶା ବିଜେପି ଏହି ବିଲ ପାରିତ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ର୍ରୀ ନବୀନ ପଟ୍ଟନାୟକଙ୍କ ପଦକ୍ଷେପକୁ ସମର୍ଥନ କରିଥିବାବେଳେ ଆଜି ପଛୁଆ ବର୍ଗଙ୍କ ସ୍ୱାର୍ଥ ବିରୁଦ୍ଧରେ ଓଡ଼ିଶା ବିଜେପିର ଏଭଳି ପରିବର୍ତ୍ତନ ଅତ୍ୟନ୍ତ ଦୁଃଖଦାୟକ ଏବଂ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ।

ସେହିପରି ବିଜେଡ଼ି କହିଛି ଆମେ ଆଶା କରୁଛୁ ଓଡିଶା ବିଜେପି ଏବଂ ପୃଥୀରାଜ ହରିଚନ୍ଦନଙ୍କ ସଦବୁଦ୍ଧି ଉଦୟ ହେଉ ଏବଂ ସେ ତାଙ୍କର ଏଭଳି ଦାୟିତ୍ୱହୀନ ମନ୍ତବ୍ୟ ପ୍ରତ୍ୟାହାର କରିବା ସହିତ ଓଡିଶାର ପଛୁଆ ବର୍ଗଙ୍କ ନିକଟରେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି କହିଛି ବିଜେଡ଼ି ।