spot_img
Home Blog Page 5399

ଦୋଷୀ ସାବ୍ୟସ୍ତ ହେଲେ ଶିଳ୍ପାଙ୍କ ପତି ରାଜ୍‌ଙ୍କୁ କେତେ ବର୍ଷ ଜେଲ?

ନୂଆଦିଲ୍ଲୀ: ଅଶ୍ଳୀଳ ବିଷୟବସ୍ତୁ ପ୍ରସଙ୍ଗରେ ଫେବୃୟାରୀ ୨୦୨୧ରେ ପ୍ରସିଦ୍ଧ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ପତି ରାଜ୍‌ କୁନ୍ଦ୍ରାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।  ଏପର୍ଯ୍ୟନ୍ତ ଏହି ମାମଲାରେ ରାଜ୍‌କୁନ୍ଦ୍ରାଙ୍କ ସମେତ ୧୧ ଲୋକଙ୍କୁ ଗିରଫ କରାଯାଇଛି ।  ୨୩ ଜୁଲାଇ ପର୍ଯ୍ୟନ୍ତ ପୋଲିସ୍‌ହେପାଜତରେ ରହିବେ । ଗଣମାଧ୍ୟମ ଖବର ଅନୁସାରେ ରାଜ୍‌ଙ୍କୁ ମୁମ୍ବାଇର ଭାୟଖଲା ଜେଲକୁ ନିଆଯାଇଛି । ତାଙ୍କ ଉପରେ IPCର ଦୁଇ ନନ୍‌ବେଲେବଲ ଧାରା ୪୨୦ ଏବଂ ୬୭A ଲାଗିଛି । ଅବଶ୍ୟ ରାଜ୍‌ଙ୍କୁ ଲିଗାଲ ଟିମ୍‌ରାଜଙ୍କ ଗିରଫକୁ ଅନୁଚିତ୍‌କହି ଜାମିନ୍‌ପାଇଁ ଦାବି କରିପାରନ୍ତି ।

ରାଜ୍‌କୁନ୍ଦ୍ରାଙ୍କ ଫୋନ୍‌ସହିତ ଇଲେକ୍ଟ୍ରୋନିକ୍‌ପ୍ରମାଣପତ୍ରକୁ ଜବତ କରାଯାଇଛି । ଏହି ମାମଲାରେ ତାଙ୍କ କମ୍ପାନୀର ଆଇଟି ହେଡ୍‌ରିୟାନ ଥୋର୍ପେଙ୍କୁ ପୋଲିସ୍‌କଷ୍ଟଡିରେ ରଖାଯାଇଛି । ସୂଚନାଯୋଗ୍ୟ ରାଜ୍‌ଙ୍କ ଉପରେ ପୋର୍ଣ୍ଣୋଗ୍ରାଫି କଣ୍ଟେଣ୍ଟ ତିଆରି କରି ତାହାକୁ ଭିନ୍ନ ଭିନ୍ନ ଆପ୍‌ମାଧ୍ୟମରେ ଦେଖାଉଥିବା ଅଭିଯୋଗ ଲାଗିଛି । ଗଣମାଧ୍ୟମ ଖବର ଅନୁସାରେ ଯଦି ଏହି ଅଭିଯୋଗ ସତ ପ୍ରମାଣିତ ହୁଏ, ତେବେ ତାଙ୍କୁ ୫ରୁ ୭ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ହୋଇପାରେ । ଅତି ବେଶୀରେ ୧୦ ବର୍ଷ ଜେଲ କାଟିବାକୁ ପଡ଼ିବାରେ ।

ଭାରତରେ ପୋର୍ଣ୍ଣୋଗ୍ରାଫିକୁ ନେଇ କାନୁନ୍‌ଖୁବ୍‌କଠୋର । ରାଜ୍‌କୁନ୍ଦ୍ରାଙ୍କ ନାମ ‘ମୁଖ୍ୟ ଷଡ଼ଯନ୍ତ୍ରକାରୀ’ ଭାବରେ ସାମ୍ନାକୁ ଆସିଛି । ମିଡିଆ ରିପୋର୍ଟ ଅନୁସାରେ ପ୍ରଥମ ଥର ଏହିଭଳି ଅଭିଯୋଗ ପ୍ରମାଣିତ ହେଲେ ୫ ବର୍ଷରୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଭୋଗିବାକୁ ପଡ଼ିପାରେ । ଦ୍ୱିତୀୟ ଥର ଏହି ଅଭିଯୋଗ ପ୍ରମାଣିତ ହେଲେ ୭ ବର୍ଷ ।

ସୂଚନାଯୋଗ୍ୟ ଫିଲ୍ମ ‘ଗନ୍ଦି ବାତ୍‌’ର ନାୟିକା ଗହନା ବଶିଷ୍ଠ ଏକ ଭିଡ଼ିଓ ଜାରି କରି କହିଛନ୍ତିଯେ, ଏହି ଫିଲ୍ମ ଅଶ୍ଳୀଳ ବା ଏରୋଟିକ୍‌ଫିଲ୍ମ ଶ୍ରେଣୀରେ ଆସିପାରେ । କିନ୍ତୁ ଏହା ପୋର୍ଣ୍ଣୋଗ୍ରାଫି ନୁହେଁ । ତେବେ ଏବେ କେବଳ କୋର୍ଟଙ୍କ ନିଷ୍ପତ୍ତି ଉପରେ ରହିବ ସମସ୍ତଙ୍କ ନଜର ।

ମହଣ ମହଣ ସୁନାରେ ସଜେଇ ହେବେ ଶ୍ରୀଜିଉ

ପୁରୀ: ଆଜି ମହାପ୍ରଭୁଙ୍କ ପବିତ୍ର ସୁନାବେଶ  । ମହଣ ମହଣ ସୁନାରେ ସଜେଇ ହେବେ ଶ୍ରୀଜିଉ । ଚଳିତବର୍ଷ କୋଭିଡ୍ କଟକଣା ପାଇଁ ମହାପ୍ରଭୁଙ୍କ ସୁନାବେଶ ଦର୍ଶନରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ  । ମଙ୍ଗଳ ଆଳତି ମଇଲମ, ତଡ଼ପ ଲାଗି, ଅବକାଶ, ବେଶ ଶେଷ, ଗୋପାଳ ବଲ୍ଳଭ, ସକାଳ ଧୂପ, ମଇଲମ, ମହାସ୍ନାନ ଓ ସର୍ବାଙ୍ଗ, ବେଶ ଶେଷ ପରେ ଅନ୍ୟାନ୍ୟ ନୀତି ବଢ଼ି ମେକାପ ସର୍ବାଙ୍ଗ ପରେ ଶ୍ରୀ ଜୀଉଙ୍କ ସୁନାବେଶ ନୀତି ଅନୁଷ୍ଠିତ ହେବ  । ଏ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ବେଳେ ସହରରେ ଲଗାଯାଇଥିବା କର୍ଫ୍ୟୁ କୋହଳ କରାଯାଇଛି  । କେବଳ ଶ୍ରୀ ମନ୍ଦିର ଚତୁର୍ପାଶ୍ୱରେ କର୍ଫ୍ୟୁ ବଳବତ୍ତର ରହିବ  । ଗତକାଲି ଶୃଙ୍ଖଳିତ ଭାବେ ବାହୁଡା ନୀତି ସମ୍ପନ୍ନ ହୋଇଥିବା ବେଳେ ଏବେ ରଥାରୂଢ ଶ୍ରୀବିଗ୍ରହଙ୍କ ଚାଲିଛି ନୀତିକାନ୍ତି  ।

ଏଥିସହିତ ପଢ଼ନ୍ତୁ: ଶ୍ରୀମନ୍ଦିରରେ ତିନି ରଥ: ସାରିଲେ ଲୀଳାଖେଳା, ବାହୁଡ଼ିଗଲେ ବାହୁଡ଼ାବ୍ରହ୍ମ

କୋଭିଡରେ ଛଟପଟ ଦେଶ: କେନ୍ଦ୍ର କହୁଛି ଅକ୍ସିଜେନ ଅଭାବରୁ ଯାଇନି ଗୋଟିଏ ବି ଜୀବନ

ନୂଆଦିଲ୍ଲୀ: ସଂସଦରେ କେନ୍ଦ୍ର ସରକାରଙ୍କ ବୟାନ ସମସ୍ତଙ୍କୁ ବ୍ୟଥିତ କରିଛି । କରୋନାର ଦ୍ବିତୀୟ ଲହରରେ ଅକ୍ସିଜେନ୍ ଅଭାବରୁ ଜଣଙ୍କର ବି ମୃତ୍ୟୁ ହୋଇନି , ଏ କଥା କହିଛନ୍ତି କେନ୍ଦ୍ର ସରକାର । ଏଥିରୁ ସ୍ପଷ୍ଟ ହୋଇଛି, କୋଭିଡ ଯୋଗୁଁ ଦେଶ ଛଟପଟ ହେଉଥିବା ବେଳେ ଆଖି ବୁଜି ଦେଇଥିଲେ କେନ୍ଦ୍ର ସରକାର । ଯଦି ଆଖି ଖୋଲା ରଖିଥାନ୍ତେ, ତାହେଲେ ପ୍ରକୃତ ଘଟଣା ନିଶ୍ଚୟ ଦେଖିପାରିଥାନ୍ତେ । ଯଦି ଅକ୍ସିଜେନରେ କାହାରି ମୃତ୍ୟୁ ହୋଇନି ତାହାଲେ ସତ କହୁଛି କିଏ ।

ଜୁଇରେ ଜଳୁଥିବା ଶବ ମିଛ କହୁଛି ନା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ । ଅକ୍ସିଜେନ୍ ଅଭାବରୁ ଦିଲ୍ଲୀବାସୀ କିଭଳି କଲବଲ ହେଉଥିଲେ ତାହା ସାରା ଦେଶବାସୀ ଜାଣନ୍ତି, ତେବେ କେନ୍ଦ୍ର ସରକାର ରଖିଥିବା ଏହି ତଥ୍ୟ କେତେଦୂର ସତ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । କଂଗ୍ରେସ ନେତା କେ.ସି ବେଣୁଗୋପାଳ ଳିଖିତ ଆକାରରେ ଜାଣିବାକୁ ଚାହିଁଥିଲେ ଦ୍ବିତୀୟ ଲହରରେ ଦେଶରେ କେତେ ଜଣ ଅକ୍ସିଜେନ୍ ଅଭାବରୁ ପ୍ରାଣ ହରାଇଛନ୍ତି ।

କେନ୍ଦ୍ର ରାଷ୍ଟ୍ର ସ୍ବାସ୍ଥ୍ୟମନ୍ତ୍ରୀ ଭାରତୀ ପାଓ୍ବାରଙ୍କ ଉତ୍ତର ଥିଲା, ଦେଶରେ କେହି ଜଣେ ବି ଅକ୍ସିଜେନ୍ ଅଭାବରୁ ପ୍ରାଣ ହରାଇନାହାଁନ୍ତି । ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ଆସିଥିବା ରିପୋର୍ଟ ହିଁ ଏଭଳି କହୁଥିବା କହିଛନ୍ତି କେନ୍ଦ୍ର ରାଷ୍ଟ୍ର ସ୍ବାସ୍ଥ୍ୟମନ୍ତ୍ରୀ । ଏଠିବି ରାଜ୍ୟ ଉପରେ ସମସ୍ତ ଦୋଷ ଲଦି ଦେଇଛନ୍ତି କେନ୍ଦ୍ର ସରକାର । ଏଥିରୁ ସ୍ପଷ୍ଟ ଅନୁମେୟ କେନ୍ଦ୍ର ସରକାର ଦେଶର ସ୍ବାସ୍ଥ୍ୟସେବାକୁ କେତେ ବ୍ୟଥିତ ।

ଯଦି ଅକ୍ସିଜେନ ପାଇଁ କାହାର ଜୀବନ ଯାଇନି, ତାହେଲେ ହେଲେ ଅକ୍ସିଜେନ ପାଇଁ ଏତେ ଘମାଘୋଟ କାହିଁକି ଚାଲିଥିଲା । କାହିଁକି ରୋଗୀଙ୍କ ପାଇଁ ଗ୍ରୀନ୍‌ କରିଡର ମାଧ୍ୟମରେ ଅକ୍ସିଜେନ ପଠାଇବା ବ୍ୟବସ୍ଥା କରାଗଲା । କାହିଁକି ପିଏମ କେୟାର ଫଣ୍ଡରୁ ଅକ୍ସିଜେନ ପ୍ଲାଣ୍ଟ ଖୋଲିବା ପାଇଁ ଅର୍ଥ ଦିଆଗଲା । ସଂସଦରେ କେନ୍ଦ୍ର ସରକାରଙ୍କ ଏଭଳି ବୟାନ କରୋନାରେ ଜୀବନ ଯାଇଥିବା ଲୋକଙ୍କ ପରିବାର ପ୍ରତି ଘୋର ଅପମାନ ବୋଲି ବିରୋଧୀ କହିଛନ୍ତି ।

ଭିଜିଲାନ୍ସ ଜାଲରେ ଭବାନୀପାଟଣା ସରକାରୀ ପଲିଟେକନିକ୍ କଲେଜ ଅଧ୍ୟକ୍ଷ

କଳାହାଣ୍ଡି: ଭିଜିଲାନ୍ସ ଜାଲରେ ଭବାନୀପାଟଣା ସରକାରୀ ପଲିଟେକନିକ୍ କଲେଜ ଅଧ୍ୟକ୍ଷ । ଆୟ ବର୍ହିଭୁତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ । ସୁର୍ଯ୍ୟନାରାୟଣଙ୍କ ସରକାରୀ କାର୍ଯ୍ୟାଳୟ ସହିତ ନିଜସ୍ବ ଓ ସରକାରୀ ବାସଭବନରେ ରେଡ୍ ହୋଇଛି । ଭୁବନେଶ୍ବର, ଝାରସୁଗୁଡା, ସୁନ୍ଦରଗଡ଼, କେନ୍ଦ୍ରାପଡା, ଓ ଭବାନିପାଟଣାରେ ଚଢାଉ କରିଛି ଭିଜିଲାନ୍ସ ।

୫ଜଣ ଡିଏସପିଙ୍କ ସମେତ ୩ଜଣ ଇନିସପେକ୍ଟରଙ୍କ ତତ୍ତ୍ବାବଧାନରେ ରେଡ ହେଉଛି । ରାଉରକେଲାର ୩ ଜଣିଆ ଭିଜିଲାନ୍ସ ଟିମ୍ ତଦନ୍ତ ଜାରିରଖିଛି । ଅନ୍ୟପଟେ ତାଙ୍କ ପତ୍ନୀ କାମ କରୁଥିବା ଅଫିସ, କେନ୍ଦ୍ରାପଡ଼ା ବାସଭବନ, ଭବାନୀପାଟଣାରେ ଥିବା ସରକାରୀ ବାସଭବନ ଓ ଭୁବନେଶ୍ଵରର ଏକ ଘରେ ମଧ୍ୟ ରେଡ୍ କରାଯାଇଛି । ୨ କୋଟି ଟଙ୍କାର ୪୫ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ କରାଯାଇଛି ।

ACF ସୌମ୍ୟରଞ୍ଜନ ମୃତ୍ୟୁ: ବିଦ୍ୟାଭାରତୀ ଲେଖିଛନ୍ତି ଚିଠି

ଭୁବନେଶ୍ୱର: ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ବଡ଼ ଖୁଲାସା । ତଦନ୍ତକାରୀ ସାଇଣ୍ଟିଫିକ୍ ଟିମ୍ ହାତରେ ଲାଗିଛି ଏକ ଗୁରୁତ୍ବପୂର୍ଣ୍ଣ ଚିଠି । ଏହି ଚିଠି ବିଦ୍ୟାଭାରତୀ ଲେଖିଥିବା ଜଣାପଡିଛି । ପୃଥିବୀରେ ମୁଁ ତମକୁ ସବୁଠାରୁ ଅଧିକ ଘୃଣା କରେ । ହେ ପ୍ରଭୁ ସବୁ ଭୁଲକୁ କ୍ଷମା କର । ମୋ ଜୀବନକୁ ନଷ୍ଟ ହେବାକୁ ଦିଅନାହିଁ । କେମିତି ଆଉ ୩ ଦିନ କଟିବ ୧୨ ତାରିଖରୁ ୧୫ ତାରିଖ ପରେ ଶାନ୍ତିରେ ରହିବି ବୋଲି ଚିଠିରେ ଲେଖାହୋଇଛି ।

ମୁଁ ଏହି ଲୋକକୁ ସବୁଠାରୁ ଅଧିକ ଘୃଣା କରେ । ମୋ ନାଁକୁ ଏହି ଲୋକ ସହ ଯୋଡିବାକୁ ମଧ୍ୟ ମୋତେ ଖରାପ ଲାଗୁଛି । ଗୋଟିଏ ଭୁଲ ନିଷ୍ପତ୍ତି କେମିତି ଜୀବନ ନଷ୍ଟ କରିଦିଏ । ପ୍ଲିଜ ମୋତେ କ୍ଷମା କରିଦିଅ । ଜୀବନସାରା ପାଇଁ କଷ୍ଟ ଦେଖିପାରିବିନି । ମୁଁ କାହାର କେବେ କ୍ଷତି କରିନି । କେବେ କାହାର କ୍ଷତି କେବେ ଚାହିଁନି ବୋଲି ଚିଠିରେ ଲେଖାହୋଇଛି । ଯାହାକୁ ନେଇ ଏବେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ସୋମ୍ୟରଞ୍ଜନଙ୍କ ସହ ଝଗଡ଼ା ହେଲେ ନିଜର ମନର କୋହକୁ ସେ ଏଭଳି ଲେଖି ଦେଇଥିଲେ ବୋଲି ବିଦ୍ୟାଭାରତୀ କହିଛନ୍ତି ।

ଦିଲ୍ଲୀରେ ହୋଇପାରେ ଡ୍ରୋନ ଆକ୍ରମଣ, ଷଡ଼ଯନ୍ତ୍ର କରୁଛନ୍ତି ଆତଙ୍କବାଦୀ

ନୂଆଦିଲ୍ଲୀ:  ଦିଲ୍ଲୀରେ ଆକ୍ରମଣ କରିବା ନେଇ ଷଡ଼ଯନ୍ତ୍ର । ଡ୍ରୋନ୍ ଜରିଆରେ ଆକ୍ରମଣ କରିପାରନ୍ତି ଆତଙ୍କବାଦୀ । ଗୁଇନ୍ଦାସଂସ୍ଥା ଏଭଳି ଖବର ପାଇବା ପରେ ଦିଲ୍ଲୀ ପୋଲିସକୁ ଆଲର୍ଟ କରାଯାଇଛି । ଅଗଷ୍ଟ ୧୫ ତାରିଖ ପୂର୍ବରୁ ଏହି ଆକ୍ରମଣ ହେବା ନେଇ ସୁରାଗ ପାଇଛି ଗୁଇନ୍ଦାସଂସ୍ଥା । ଏଭଳିକି ଅଗଷ୍ଟ ୫ ତାରିଖରେ ଆକ୍ରମଣ ହୋଇପାରେ ବୋଲି ଜଣାପଡିଛି । ଅଗଷ୍ଟ ୫ ତାରିଖରେ ଜାମ୍ମୁ-କାଶ୍ମୀରରୁ ହଟିଥିଲା ଧାରା ୩୭୦ ।

ସେହିଦିନ ଆକ୍ରମଣ ହେବା ନେଇ ସୂଚନା ମିଳିଛି । ଏଭଳି କିଛି ଖବର ମିଳିବା ପରେ ଦିଲ୍ଲୀ ପୋଲିସ ଏବେ ଆଲର୍ଟ ରହିବା ସହ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି । ବିଶେଷକରି ଦେଶ ବାହାର ଲୋକଙ୍କ ଉପରେ ଅଧିକ ନଜର ରଖିବା ସହ ପାଟ୍ରୋଲିଂ କଡାକଡି କରିଛି ଦିଲ୍ଲୀ ପୋଲିସ । ସାଧାରଣତଃ ଭାବେ ଅଗଷ୍ଟ ୧୫ ଏବଂ ଜାନୁଆରୀ ୨୬ ତାରିଖ ପାଇଁ ଦିଲ୍ଲୀରେ ହାଇଆଲର୍ଟ ଜାରି କରାଯାଇଥାଏ ।

ଦେଶର ଦୁଇ ତୃତୀୟାଂଶ ଜନସଂଖ୍ୟାରେ ବୃଦ୍ଧି ହୋଇଛି ଆଣ୍ଟିବଡି

ଭୁବନେଶ୍ୱର: ଦେଶର ଦୁଇ ତୃତୀୟାଂଶ ଜନସଂଖ୍ୟା ଆଣ୍ଟିବଡି ବୃଦ୍ଧି ହୋଇଛି । ତଥାପି ବିପଦର ବଳୟ ଭିତରେ ୪୦ କୋଟି ଲୋକ ଥିବା କହିଛି ଆଇସିଏମଆର । ୬ରୁ ୧୭ ବର୍ଷ ଭିତରେ ୫୦ ପ୍ରତିଶତ ପିଲା ସଂକ୍ରମିତ ହୋଇସାରିଛନ୍ତି ବୋଲି ସେରୋ ସର୍ଭେ ରିପୋର୍ଟରୁ ସ୍ପଷ୍ଟ ହୋଇଛି । ସେମାନଙ୍କର ଆଣ୍ଟିବଡି ବୃଦ୍ଧି ହୋଇଛି । ୪୫ରୁ ୬୦ ବର୍ଷ ବୟସ୍କ ଭିତରେ ୭୭ ପ୍ରତିଶତ ଲୋକଙ୍କର ଆଣ୍ଟିବଡି ବୃଦ୍ଧି ହୋଇଛି ।

ସେହିଭଳି ୭୬ ପ୍ରତିଶତ ୬୦ ବର୍ଷରୁ ଅଧିକ ଲୋକଙ୍କର ଆଣ୍ଟିବଡ଼ି ବୃଦ୍ଧି ହୋଇଛି । ପ୍ରାକୃତିକ ଉପାୟରେ କରୋନା ଆଣ୍ଟିବଡ଼ି ସୃଷ୍ଟି ହେଉଥିବା ଲୋକମାନେ ଅଧିକ ସୁରକ୍ଷିତ । ICMR ପକ୍ଷରୁ କରାଯାଇଥିବା ସେରୋସର୍ଭେରୁ ଏହା ଜଣାପଡ଼ିଛି । କରୋନାର ପ୍ରଥମ ଲହରରେ ଯେଉଁ ବ୍ୟକ୍ତିଙ୍କର ସେରୋ ସର୍ଭେ କରାଯାଇଥିଲା, ସେମାନଙ୍କ ମଧ୍ୟରୁ ୨ହଜାର ୨୩୮ ଜଣ ପୁନଃ ସଂକ୍ରମିତ ନେଇ ଆଉ ଏକ ସର୍ଭେ କରାଯାଇଥିଲା ।

ଏଥିରୁ ଜଣାପଡ଼ିଛି ଯେ, ୧୧ଶହ ୭୦ ଅର୍ଥାତ୍ ୫୨.୦୭ ପ୍ରତିଶତ ବ୍ୟକ୍ତିଙ୍କଠାରେ ଆଣ୍ଟିବଡ଼ି ସୃଷ୍ଟି ହୋଇଛି । ଏହି ସେରୋ ସର୍ଭେ ରିପୋର୍ଟ ଅନୁସାରେ ଦ୍ବିତୀୟ ଲହରରେ ଏହି ଲୋକମାନେ ଅଧିକ ସୁରକ୍ଷିତ । ଆଣ୍ଟିବଡ଼ି ସୃଷ୍ଟି ହୋଇଥିବା ୩ଜଣ ବ୍ୟକ୍ତି ଦ୍ବିତୀୟ ଲହରରେ ପୁନଃ ସଂକ୍ରମିତ ହୋଇଛନ୍ତି । ସେପଟେ ଆଣ୍ଟିବଡ଼ି ହୋଇଥିବା ୧୨୭ଜଣ ଦ୍ବିତୀୟ ଲହରରେ ସଂକ୍ରମିତ ହୋଇଛନ୍ତି ।

ଶୃଙ୍ଖଳିତ ସମାପନ ହେଲା ରଥଯାତ୍ରା, ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନବଦିନାତ୍ମକ ଯାତ୍ରା ସାରି ବାହୁଡିଗଲେ ବାହୁଡ଼ାବ୍ରହ୍ମ  । ତିନି ଠାକୁର ଆଜି ଜନ୍ମବେଦୀରୁ ରତ୍ନ ବେଦୀ ଅଭିମୁଖେ ବାହାରି ଯାଇଛନ୍ତି  । କିନ୍ତୁ ବିଶ୍ୱରୁ ବାହାରି ଯାଇନି କରୋନା  । ଗୋଟେପଟେ ରାଜ୍ୟରେ କୋଭିଡ ମହାମାରୀର ଭୟଙ୍କର ସ୍ଥିତି ଏବେ ବି ବଜାୟ  ରହିଛି  । ଆଉ ଏପରି ସ୍ଥିତିରେ ବିଶ୍ୱ ନିୟନ୍ତାଙ୍କ ନିକଟରେ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।

ସୀମିତ ସେବାୟତ, ଅଳ୍ପ ସଂଖ୍ୟକ ପୋଲିସ କର୍ମଚାରୀଙ୍କୁ ନେଇ ଚଳିତ ବର୍ଷ ରଥଯାତ୍ରା ସମାପନ୍ନ କରାଯାଇଛି  । ଅତ୍ୟନ୍ତ ଶାନ୍ତି ଶୃଙ୍ଖଳାର ସହ ରଥଯାତ୍ରା କାର୍ଯ୍ୟ ରୀତିନୀତିରେ ସରିଛି  । ଏବଂ ସବୁଠୁ ବଡ଼ କଥା ହେଉଛି ରାଜ୍ୟବାସୀ, ବିଶେଷ କରି ପୁରୀ ସହରବାସୀଙ୍କ ସହଯୋଗ ଯୋଗୁଁ ଏଥର ରଥଯାତ୍ରା ଶୃଙ୍ଖଳାଦାୟକ ଭାବେ ହୋଇଥିବା ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।

ତେଣୁ ଶୃଙ୍ଖଳିତ ରଥଯାତ୍ରା ଚଳିତ ବର୍ଷ ସୁରୁଖୁରୁରେ ସମାପନ ହୋଇଥିବାରୁ ରଥଯାତ୍ରାରେ ନିୟୋଜିତ ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭିଡ କଟକଣା ଯୋଗୁଁ ପୁରୀ ସହରରେ କର୍ଫ୍ୟୁ ଲାଗିଥିବାବେଳେ ଦର୍ଶନ ନେଇ ମଧ୍ୟ ବିଶେଷ ପ୍ରାଧାନ୍ୟ ଦିଆଯାଇଥିଲା  । ସମଗ୍ର ରାଜ୍ୟବାସୀ ସରକାରଙ୍କ ନିୟମକୁ ମାନିଥିବାରୁ ବିଶେଷ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ  ।

ଶ୍ରୀମନ୍ଦିରରେ ତିନି ରଥ: ସାରିଲେ ଲୀଳାଖେଳା, ବାହୁଡ଼ିଗଲେ ବାହୁଡ଼ାବ୍ରହ୍ମ

ପୁରୀ: ବାହୁଡ଼ିଲେ ମହାବାହୁ ।  ଜନ୍ମବେଦିରେ ଲୀଳାଖେଳା ସାରି ଶ୍ରୀମନ୍ଦିର ପହଁଚିଗଲେ  ଚତୁର୍ଦ୍ଧାମୂର୍ତ୍ତି ।  ଶ୍ରୀକ୍ଷେତ୍ରରେ ପ୍ରବଳ ବର୍ଷା ସ୍ୱତେ ତିନି ରଥ ଶ୍ରୀମନ୍ଦିର ସମ୍ମୁଖରେ ଲାଗି ଯାଇଛି  ।  ଶ୍ରୀଗୁଣ୍ଡିଚା ଯାତ୍ରା ପରି ବାହୁଡା ଯାତ୍ରା ମଧ୍ୟ ଏଥର ସଅଳ ହୋଇଛି । ରଥଟଣାରେ ଏଥର କଡ଼ାକଡ଼ି ପାଳନ କରାଯାଇଥିଲା କୋଭିଡ୍‌ ନିୟମ । ପୁରୀରେ ଜାରି କରାଯାଇଥିବା କର୍ଫ୍ୟୁ କୋହଳ କରାଯାଇଛି । କିନ୍ତୁ ଶ୍ରୀମନ୍ଦିର ଆଖପାଖରେ ନୀଳାଦ୍ରିବିଜେ ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ ।

ସୁଦର୍ଶନଙ୍କ ପରେ ଆଗରେ ବଡ଼ଭାଇ ବଳଭଦ୍ର, ପଛରେ ଭଉଣୀ ସୁଭଦ୍ରା ଓ ଶେଷରେ ଜଗା କାଳିଆ । ଘଣ୍ଟଘଣ୍ଟା, କାହାଳୀ ହରିବୋଲ, ଜୟ ଜଗନ୍ନାଥ ଧ୍ବନି ମଧ୍ୟରେ ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ବାର ଦେଇ ପହଣ୍ଡିରେ ରଥକୁ ବିଜେ କରିଥିଲେ ଚତୁର୍ଦ୍ଧା ମୂର୍ତ୍ତି । ତିନି ରଥରେ ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜା ଦିବ୍ୟସିଂହ ଦେବ ଛେରା ପହଁରା କରିଥିଲେ । ଚାରମାଳ ଫିଟା ପରେ ଆରମ୍ଭ ହୋଇଥିଲା ରଥଟଣା । ସେପଟେ ତିନି ରଥ- ତାଳଧ୍ବଜ, ଦେବଦଳନ ଓ ନନ୍ଦିଘୋଷକୁ ନିର୍ଦ୍ଦିଷ୍ଟ ସେବାୟତମାନେ କ୍ରମାନ୍ବୟରେ ଶ୍ରୀମନ୍ଦିର ଆଡ଼କୁ ଭିଡ଼ି ନେଇଥିଲେ ।

ମାଉସୀ ମା’ ମନ୍ଦିର ପାଖରେ ମହାପ୍ରଭୁଙ୍କୁ ପୋଡ଼ପିଠା ଲାଗି କରାଯାଇଥିଲ । ଶ୍ରୀନଅର ନିକଟରେ ଗଜପତି ଲକ୍ଷ୍ମୀ -ନାରାୟଣ ଭେଟ କରାଇଥିଲେ । କୋଭିଡ୍‌ ନିୟମ ପାଳନ ପୂର୍ବକ ରଥ ଟଣା ଯାଇଥିଲା । ବଡ଼ଦାଣ୍ଡରେ ଭକ୍ତ ନଥିଲେ । କେବଳ ଥିଲେ ସୀମିତ ସେବାୟତ । ଶ୍ରୀମନ୍ଦିର ପ୍ରଶାସନ, ପୁରୀ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଅନ୍ୟପଟେ ଆସନ୍ତାକାଲି ରଥ ଉପରେ ଶ୍ରୀଜିଉଙ୍କର ସୁନାବେଶ, ତା’ ପରଦିନ ଅଧରପଣା ଓ ତା’ ପରଦିନ ନୀଳାଦ୍ରିବିଜେ ନୀତି ସମ୍ପନ୍ନ ହେବ ।

ମହାକାଶ ବୁଲିବାକୁ ଗଲେ ବେଜୋସ୍

ମହାକାଶକୁ ବୁଲି ବାହାରିଲେ ଜେଫ୍ ବେଜୋସ୍ । ବ୍ଳ୍ୟୁ ଅରଜିନ୍  କମ୍ପାନୀର ରକେଟ ନ୍ୟୁ ସେପାର୍ଡ ଚାରି ଜଣ ଯାତ୍ରୀଙ୍କ ସହିତ ମହକାଶ ଯାତ୍ରାରେ ବାହାରି ପଡ଼ିଛନ୍ତି । ଯାହାର ଲଞ୍ଚିଂ ୨୦ ଜୁଲାଇ ଅର୍ଥାତ ଆଜି ୬.୪୫ ମିନିଟରେ ଓ୍ୱେଷ୍ଟ ଟେକ୍ସାସର ବ୍ଳୁ୍ ଅରଜିନ୍‌ର ଲଞ୍ଚିଂ ସାଇଡ୍‌ରୁ ଲଞ୍ଚ କରଯାଇଛି ।