spot_img
Home Blog Page 5417

୧୦୦ କୋଟି ଚାନ୍ଦା ଆଦାୟ ଘଟଣା, ଅନିଲ ଦେଶମୁଖଙ୍କ ଠାରୁ ଇଡି ଜବତ କଲା ୪.୨୦ କୋଟି ଟଙ୍କାର ସମ୍ପତ୍ତି

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ୧୦୦ ଗୋଟି ଚାନ୍ଦା ଆଦାୟ ଘଟଣା। ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଠାରୁ ଜବତ ହେଲା ୪.୨୦ କୋଟି ଟଙ୍କା ସମ୍ପତ୍ତି। ଏହି ପ୍ରସଙ୍ଗରେ ଅଧିକାରୀମାନେ କହିଛନ୍ତି ଯେ ମନି ଲଣ୍ଡରିଂ ଆକ୍ଟ (PMLA) ଅଧୀନରେ ଏକ ସାମୟିକ ସଂଲଗ୍ନ ଆଦେଶ ଜାରି କରାଯାଇଛି। ସବୁଠାରୁ ବଡ଼ କଥା ହେଉଛି ୭୨ ବର୍ଷିୟ ଦେଶମୁଖ ବାରମ୍ବାର ସମନକୁ ଅଣଦେଖା କରିଛନ୍ତି।

ପଚରାଉଚରା ପାଇଁ ଅତି କମରେ ତିନି ଥର ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ତରଫରୁ ଡକରା ଯାଇଥିଲେ ମଧ୍ୟ ଯାଇନାହାଁନ୍ତି ଦେଶମୁଖ। ଏହାପୂର୍ବରୁ ତାଙ୍କ ପୁଅ ହ୍ରିଷିକେଶ ଏବଂ ପତ୍ନୀଙ୍କୁ ମଧ୍ୟ ଫେଡେରାଲ ଇନଭେଷ୍ଟିଗେସନ୍ ଏଜେନ୍ସି ଡକାଯାଇଥିଲା କିନ୍ତୁ ସେମାନେ ମଧ୍ୟ ସାକ୍ଷି ଦେବାକୁ ମନା କରିଦେଇଥିଲେ।

ଏହାପୂର୍ବରୁ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମ୍ବୀର ସିଂଙ୍କ ଅଭିଯୋଗ ଅନୁଯାୟୀ ସିବିଆଇ ଏବଂ ଇଡି ଦେଶମୁଖଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିଲେ। ସିଂ ତାଙ୍କ ଅଭିଯୋଗରେ ଦେଶମୁଖଙ୍କୁ ଅତି କମରେ ୧୦୦କୋଟି ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ କରିଛନ୍ତି।

କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେଡି ସାଂସଦ ଅମର ପଟ୍ଟନାୟକ

ଭୁବନେଶ୍ୱର: ରାଜ୍ୟର ଅସମ୍ପୂର୍ଣ୍ଣ ରେଳ ପ୍ରକଳ୍ପ ନେଇ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ । ଚିଠିରେ ଉଲ୍ଲେଖ କରିଛନ୍ତି, ଏବେ ବି ରାଜ୍ୟର ୬ ଜିଲ୍ଲାକୁ ଛୁଇଁନି ରେଳ ଲାଇନ । ଗତ ୪ ବର୍ଷ ହେଲା ଭୁବନେଶ୍ବର ରେଳ ଷ୍ଟେସନ ବିକାଶ କାମ ସରୁନି । ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଶତ ପ୍ରତିଶତ ଅର୍ଥ ଓ ଜମି ଯୋଗାଇ ଦେଇଛନ୍ତି । ସବୁ ଅସମ୍ପୂର୍ଣ୍ଣ ପ୍ରକଳ୍ପ ନେଇ କେନ୍ଦ୍ର ମନ୍ତ୍ରୀ ସମୀକ୍ଷା କରିବାକୁ ଅମର ଚିଠି ଲେଖି ଦାବି କରିଛନ୍ତି ।

୨୦୧୬ରୁ ପୁରୀ-କୋଣାର୍କ ରେଳ ପଥ ନିର୍ମାଣ କାମ ସରୁନି । ୨୦୧୭-୧୮ରୁ ଗୁଣୁପୁର-ଥେରୁଭାଲି ପ୍ରକଳ୍ପ କାମ ବି ସରୁନି । ଶୀତଳାପଲ୍ଲୀ ୱାଗନ କାରଖାନା କାମ ଏଯାଏଁ ଆରମ୍ଭ ହୋଇପାରିଲାନି ବୋଲି କହି କ୍ଷୋଭ ପ୍ରକାଶ କରିଛନ୍ତି ସାଂସଦ । ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗିର ରେଳପଥ କାମ ମଧ୍ୟ ଅଧାପନ୍ତରିଆ ଭାବେ ପଡିରହିଛି । ଏସବୁ ପ୍ରକଳ୍ପ ପ୍ରତି ଧ୍ୟାନ ଦିଆଗଲେ ଓଡ଼ିଶା ଲାଭବାନ ହେବ ବୋଲି କହିଛନ୍ତି ସାଂସଦ ଅମର ପଟ୍ଟନାୟକ ।

ATM ଭିତରୁ ଛଡାଇ ନେଇଥିଲେ ୪୦ହଜାର, ଜଣଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର: ୪ସେକେଣ୍ଡରେ ଲୁଟିନେଲେ ୪୦ ହଜାର । ରାଜଧାନୀ ଛାତି ଉପରେ ଆଖିପିଛୁଳାକେ ଲୁଟିନେଲେ ଦୁର୍ବୁତ୍ତ । ଏଟିଏମ୍ ଭିତରେ ପଶି ଦୁଇ ଯୁବତୀଙ୍କଠାରୁ ଛିନତାଇ କଲେ ଦୁର୍ବୃତ୍ତ । ଭୁବନେଶ୍ବର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏଟିଏମ୍ ଭିତରୁ ମହିଳାଙ୍କଠାରୁ ଭ୍ୟାନିଟ ବ୍ୟାଗ ଛଡ଼େଇ ନେବା ଘଟଣାରେ ଜଣକୁ ଗିରଫ କଲା ନୟାପଲ୍ଲୀ ପୋଲିସ୍ ।

କିଛିଦିନ ତଳେ ନୀଳାଦ୍ରି ବିହାରର ଏକ ଏଟିଏମରୁ ଦୁଇ ଜଣ ଯୁବତୀ ଟଙ୍କା ଉଠାଉ ଥିବା ବେଳେ ଲୁଟେରା ଜଣକ ବ୍ୟାଗ ଝାମ୍ପି ନେଇଥିଲା । ବ୍ୟାଗରେ 40ହଜାର ଟଙ୍କା ଥିବାର ଅଭିଯୋଗ ହୋଇଥିଲା । ଲୁଟ୍ ବେଳର ସେହି ଭିଡିଓ ନନ୍ଦିଘୋଷ ଟିଭିର ହସ୍ତଗତ ହୋଇଛି । ମାମଲାରେ ଜଣେ ଗିରଫ ହୋଇଥିବାବେଳେ ଆଉ ଜଣେ ଫେରାର ଅଛି ।

ଥମୁନି ପଞ୍ଜାବ କଂଗ୍ରେସ ବିବାଦ, ସୋନିଆ ଗାନ୍ଧି ଓ ରାହୁଲଙ୍କୁ ପୁଣି ଭେଟିଲେ ନବଜୋତ ସିଂ ସିଦ୍ଧୁ

ନୂଆଦିଲ୍ଲୀ: ଥମୁନି ପଞ୍ଜାବ କଂଗ୍ରେସ ବିବାଦ। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କୁ ପୁଣି ଭେଟିଲେ ନବଜୋତ ସିଂ ସିଦ୍ଧୁ। ଦଳରେ ସ୍ଥିରତା ଫେରାଇ ଆଣିବା ଉଦ୍ଦେଶ୍ୟରେ ଗତରାତିରେ ବିଦ୍ରୋହୀ ଗୋଷ୍ଠୀର ଏକ ବୈଠକ ପରେ ଗାନ୍ଧିଙ୍କୁ ସିଦ୍ଧୁ ଭେଟିବା ଗୁରୁତ୍ୱପୂର୍ଣ୍ଣ ହୋଇଛି। ପିସିସି ସଭାପତି ସୁନୀଲ ଜାଖଡଙ୍କୁ ହଟାଇ ତାଙ୍କ ସ୍ଥାନରେ ନବଜୋତଙ୍କୁ ପିସିସି କରିବା ଲାଗି ଯେଉଁ ଉଦ୍ୟମ ଚାଲିଛି ତାହାକୁ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ବିରୋଧ କରୁଥିବା କୁହାଯାଉଛି। ସିଦ୍ଧୁଙ୍କୁ ଏହି ପଦବି ଦିଆଯାଉଥିବା ନେଇ ଖବର ପ୍ରକାଶ ପାଇବା ପରେ ରାଜ୍ୟ କଂଗ୍ରେସର ହଲଚଲ ସୃଷ୍ଟି ହୋଇଥିଲା। ଗତକାଲି ରାତିରେ ଅମରିନ୍ଦର ଓ ସିଦ୍ଧୁ ନିଜ ନିଜର ସମର୍ଥକ ବିଧାୟକ ଓ ମନ୍ତ୍ରୀଙ୍କୁ ନେଇ ସ୍ୱତନ୍ତ୍ର ବୈଠକ ଆୟୋଜନ କରିଥିଲେ। ସିଦ୍ଧୁଙ୍କ ଶିବିରରେ ୩ କ୍ୟାବିନେଟ ମନ୍ତ୍ରୀ ଓ ୬ ଜଣ ବିଧାୟକ ଯୋଗ ଦେଇଥିଲେ।

ଥମିବାର ନାଁ ନେଉନି ଦକ୍ଷିଣ ଆଫ୍ରିକା ହିଂସା, ଗଡିଲାଣି ୮୦ ମୁଣ୍ଡ

ନନ୍ଦିଘୋଷ ଟିଭି ବ୍ୟୁରୋ: ବେଳକୁ ବେଳ ଅସ୍ଥିର ହେଉଛି ଦକ୍ଷିଣ ଆଫ୍ରିକା ରାଜନୀତି। ତିନି ଭାରତୀୟ ଭାଇଙ୍କ ଲାଗି ଜଳୁଛି ଦକ୍ଷିଣ ଆଫ୍ରିକା। ରାଜଧାନୀ ଜୋହନସବର୍ଗ ଓ ଡର୍ବାନ ସମେତ ଅଧିକାଂଶ ସହରରେ ଅସ୍ଥିରତା। ଆନ୍ଦୋଳନକାରୀଙ୍କୁ ଦେଖିବା ମାତ୍ରେ ଗୁଳି ନିର୍ଦ୍ଦେଶ। ଗଡିଲାଣି ୮୦ରୁ ଅଧିକ ଲୋକଙ୍କ ମୁଣ୍ଡ। ହେଲେ କଣ ରହିଛି ଏହା ପଛରେ କାରଣ। କାହିଁକି ଏହି ଅସ୍ଥିରତା। ଦୁର୍ନୀତି ଅଭିଯୋଗରେ ଜେଲରେ ଥିବା ପୂର୍ବତନ ରାଷ୍ଟ୍ରପତି ଜ୍ୟାକବ ଜୁମାଙ୍କ ମୁକ୍ତି ନେଇ ଚାଲିଛି ସମର। ସେ ଉପରାଷ୍ଟ୍ରପତି ଥିବାବେଳେ ୧୯୯୯ରେ ୨୦୦ କୋଟି ଡଲାରର ଅସ୍ତ୍ର କାରବାର ଦୁର୍ନୀତି ଓ ୨୦୦୯ରୁ ୨୦୧୮ ମଧ୍ୟରେ ସେ ରାଷ୍ଟ୍ରପତି ଥିବାବେଳେ ହୋଇଥିବା ଅନ୍ୟାନ୍ୟ ଦୁର୍ନୀତି ମାମଲାରେ ଜେଲରେ ଅଛନ୍ତି ଜୁମା।

ଆଫ୍ରିକାନ ନ୍ୟାସନାଲ କଂଗ୍ରେସର ସର୍ବଶକ୍ତିମାନ ନେତା ଜୁମାଙ୍କ ମୁକ୍ତି ଦାବିରେ ଚାଲିଛି ଆନ୍ଦୋଳନ। ତେବେ ଦେଶର ଏହି ସ୍ଥିତି ପଛରେ ମୁଖ୍ୟ କାରଣ ହେଉଛନ୍ତି ଭାରତୀୟ ତିନି ଭାଇ। ଉତ୍ତରପ୍ରେଦଶର ସାହାରନପୁରର ଅତୁଲ ଗୁପ୍ତା, ଅଜୟ ଗୁପ୍ତା, ରାଜେଶ ଗୁପ୍ତା ଚର୍ଚ୍ଚାରେ। ସାହାରନପୁରର ଏହି ପରିବାର ଅତି ଦରିଦ୍ର ଥିଲେ। ୧୯୯୩ରେ ବଡଭାଇ ଅତୁଲ ପ୍ରଥମେ ଦକ୍ଷିଣ ଆଫ୍ରିକା ଚାଲିଯାଇ ସେଠାରେ ଜୋତା ବିକିବା ଆରମ୍ଭ କରିଥିଲେ। ପରେ ସେ ସାହାରା କମ୍ପ୍ୟୁଟର ନାମକ ଏକ ଛୋଟ କମ୍ପାନୀ ଖୋଲି ଅନ୍ୟ ଭାଇମାନଙ୍କୁ ନେଇଯାଇଥିଲେ। ସେଠାରୁ ଆରମ୍ଭ ହୋଇଥିଲା ଗୁପ୍ତା ବ୍ରଦର୍ସଙ୍କ ବିଜୟର ଯାତ୍ରା।

ବିଭିନ୍ନ ରାଜନୈତିକ ସମ୍ପର୍କ ସୃଷ୍ଟି କରିବା ପରେ ବିମାନ, ଶକ୍ତି, ଖଣି, ପ୍ରଯୁକ୍ତି ଓ ମିଡିଆରେ ଗୁପ୍ତାଙ୍କ ନିବେଶ ବୃଦ୍ଧି ହେଲା। ଏହାର ଭିତରେ ଜୁମାଙ୍କ ସହ ତାଙ୍କର ସମ୍ପର୍କ ପ୍ରତିଷ୍ଠା ହେଲା। ଏହି ସମ୍ପର୍କ ଏତେ ଘନିଷ୍ଠ ହୋଇଯାଇଥିଲା ଯେ ଏହି ୪ ଜଣଙ୍କୁ ଗୁପ୍ତା ବୋଲି କୁହାଗଲା। ଅତୁଲ ଗୁପ୍ତା ଦକ୍ଷିଣ ଆଫ୍ରିକାର ସପ୍ତମ ସର୍ବଶ୍ରେଷ୍ଠ ଧନୀ ହୋଇଥିବାବେଳେ ତାଙ୍କ ସମ୍ପତ୍ତି ପରିମାଣ ୭ଶହ ନିୟୁତ ଡଲାର। ମନ୍ତ୍ରୀ ନିଯୁକ୍ତି, କିଛି ମନ୍ତ୍ରୀଙ୍କୁ କ୍ୟାବିନେଟ ପାହ୍ୟା ଦେବା ସେମାନଙ୍କ ବାଁ ହାତର ଖେଳ ଥିଲା।

ଏପରିକି ଅତୁଲଙ୍କ ଆକାଉଣ୍ଟରେ କୃଷକଙ୍କ ଲାଗି ଉଦ୍ଦିଷ୍ଟ କୋଟି କୋଟି ଡଲାର ଜମା ହେଉଥିଲା। ଗୁପ୍ତା ବ୍ରଦର୍ସଙ୍କୁ ଉତ୍ତରାଖଣ୍ଡ ସରକାର ଜେଡ କ୍ୟାଟେଗୋରୀ ସୁରକ୍ଷା ବି ଦେଇଛନ୍ତି। ଗୁପ୍ତାଙ୍କ ପ୍ରାଧାନ୍ୟ ନେଇ ୨୦୧୭ରେ ପ୍ରାୟ ୧ ଲକ୍ଷ ମେଲ୍ ଲିକ୍ ହୋଇଥିଲା ଯାହାକୁ ନେଇ ସାରା ଦେଶରେ ଚାଞ୍ଚଲ୍ୟ ଖେଳିଯାଇଥିଲା। ୨୦୧୮ ରେ ଜୁମା କ୍ଷମତାରୁ ହଟିବା ପରେ ଗୁପ୍ତା ବ୍ରଦର୍ସ ଚାଲିଯାଇଥିଲେ ଦୁବାଇ। ବିଭିନ୍ନ ଦୁର୍ନୀତି ଅଭିଯୋଗ କ୍ରମେ ଜୁମା ୧୫ ମାସ ଲାଗି ଜେଲଦଣ୍ଡରେ ଦଣ୍ଡିତ ହୋଇଛନ୍ତି। ସେପଟେ ତାଙ୍କ ଗିରଫଦାରୀ ବିରୋଧରେ ଦେଶରେ ଦେଖାଦେଇଛି ଅସ୍ଥିରତା।

ଜୁମାଙ୍କ ନିଜ ଘର କ୍ୱାଜାଲୁ ନାଟାଲ ଓ ଗୁଟେଙ୍ଗରେ ଚାଲିଛି ଲୁଟତରାଜ।  ସେପଟେ ଦେଶରେ ପୁଣି ମୁଣ୍ଡ ଟେକିଛି ବର୍ଣ୍ଣ ବୈଷମ୍ୟବାଦ। ଅର୍ଥନୈତିକ ଅଗ୍ରଗତି ହୋଇ ନଥିବା ପ୍ରତିବାଦରେ ବଢିଛି ଆନ୍ଦୋଳନ। ଏହା ସହ କୋଭିଡ ପରିଚାଳନାରେ ସରକାରଙ୍କ ବିଫଳତା, ଅଧିକ ମୃତ୍ୟୁ ସଂଖ୍ୟାକୁ ନେଇ ତାତିଛନ୍ତି ଲୋକ। ଦେଶରେ ମୁଣ୍ଡପିଛା ଆୟ ହ୍ରାସ ପାଇଥିବାବେଳେ ଲଗାତର ୬ ବର୍ଷ ଧରି ଅଭିବୃଦ୍ଧି ହାର ହ୍ରାସ ପାଇଛି। ବେକାରୀ ହାର ୪୪ ପ୍ରତିଶତ ହୋଇଛି। ଭୟଙ୍କର ଅସ୍ଥିରତା ମଧ୍ୟରେ ଦେଶର ଅର୍ଥନୈତିକ ଅବସ୍ଥା ଚାଲିଗଲାଣି ବହୁ ବର୍ଷ ପଛକୁ।

ଇସ୍ରାଏଲ ଦୂତାବାସ ବିସ୍ଫୋରଣ: ଗିରଫ ହୋଇଥିବା ୪ ଛାତ୍ରଙ୍କୁ ମିଳିଲା ଜାମିନ, ସେମାନଙ୍କର ନାହିଁ ଆତଙ୍କବାଦୀ ଲିଙ୍କ୍‌

ଭୁବନେଶ୍ୱର: ନୂଆଦିଲ୍ଲୀସ୍ଥିତ ଇସ୍ରାଏଲ ଦୂତାବାସ ସମ୍ମୁଖରେ ହୋଇଥିବା ବିସ୍ଫୋରଣ ମାମଲା। କାରଗିଲର ୪ ଅଭିଯୁକ୍ତ ଛାତ୍ରଙ୍କୁ ଜାମିନ। ଗତ ଜାନୁଆରୀ ୨୯ ତାରିଖରେ ଦୂତାବାସ ସମ୍ମୁଖରେ ହୋଇଥିବା ବିସ୍ଫୋରଣ ଘଟଣାରେ ଏହି ୪ ଛାତ୍ରଙ୍କୁ ଗିରଫ କରିଥିଲା ଦିଲ୍ଲୀ ପୋଲିସ ସ୍ୱତନ୍ତ୍ର ସେଲ୍। ସେମାନଙ୍କ ବିରୋଧରେ ସେପରି କୌଣସି ପ୍ରମାଣ ନ ଥିବା ଆଧାରରେ ଜାମିନ ମଞ୍ଜୁର କରିଛନ୍ତି ମେଟ୍ରୋପଲିଟାନ ମାଜେଷ୍ଟ୍ରେଟ। ଜାମିନ ପାଇଥିବା ଏହି ୪ ଛାତ୍ର ହେଲେ ନାଜିର ହୁସେନ, ଜୁଲଫିକର ଅଲ୍ଲୀ, ଆଜାଜ ହୁସେନ ଓ ମୁଜାମିଲ ହୁସେନ। ସେମାନେ କୌଣସି ଏକ ଆତଙ୍କବାଦୀ ସଂଗଠନ ସହ ଜଡିତ ବୋଲି ସେମାନଙ୍କ ନାଁରେ ଅଭିଯୋଗ ହୋଇଥିଲା। ୨୦ ବର୍ଷରୁ କମ ବୟସ୍କ ଏହି ୪ ଛାତ୍ରଙ୍କ ବୟସ, ଘଟଣାକ୍ରମ ଆଦିକୁ ବିଚାରକୁ ନେଇ ମାଜିଷ୍ଟ୍ରେଟ ଡଃ ପଙ୍କଜ ଶର୍ମା ସେମାନଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଏହି ବିସ୍ଫୋରଣ ମାମଲାର ତଦନ୍ତ କରୁଥିଲେ ଜାତୀୟ ତଦନ୍ତକାରୀ ସଂସ୍ଥା। ବିସ୍ଫୋରଣ ଅଭିଯୋଗରେ ଏହି ୪ ଛାତ୍ରଙ୍କୁ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ସେମାନଙ୍କୁ ଜୁନ ୨୩ରେ ଗିରଫ କରିଥିଲା। ସେମାନଙ୍କୁ ଚିହ୍ନଟ ସକାଶେ ଏନଆଇଏ ପ୍ରତି ପିଲା ଲାଗି ୧୦ ଲକ୍ଷ ଟଙ୍କା ଲେଖାଏଁ ଟଙ୍କାର ପୁରସ୍କାର ଘୋଷଣା କରିଥିଲା।

ଶ୍ରୀନଗର ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ, ଚଳିତ ବର୍ଷ ୭୮ ଆତଙ୍କବାଦୀଙ୍କୁ ଏନକାଉଣ୍ଟର

ଶ୍ରୀନଗର: ଶ୍ରୀନଗରରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳି ବିନିମୟରେ ୨ ଆତଙ୍କୀ ନିହତ । ଜାମ୍ମୁ-କାଶ୍ମୀରର ଆଲାମଦାର କଲୋନୀ, ଡାନାମାର ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ଖବରପାଇଁ ସୁରକ୍ଷାକର୍ମୀ ସେଠାରେ ପହଞ୍ଚିଥିଲେ । ଉଭୟ ପକ୍ଷରୁ ଗୁଳିଚାଳନାରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ଆତଙ୍କବାଦୀ ଦ୍ବୟ ସ୍କର-ଏ-ତୋଏବାର ସଦସ୍ୟ ବୋଲି ଜଣାପଡ଼ିଛି । ସ୍ଥାନୀୟ ଅଞ୍ଚଳରେ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି ।

ଆଇଜିପି ବିଜୟ କୁମାରଙ୍କ ସୂଚନା ଅନୁଯାୟୀ, ଚଳିତ ବର୍ଷ କାଶ୍ମୀରରେ ୭୮ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରାଯାଉଛି। ନିହତ ହୋଇଥିବା ମୋଟ ଆତଙ୍କବାଦୀଙ୍କ ମଧ୍ୟରୁ ୩୯ ଜଣ ଆତଙ୍କବାଦୀ ଲଶ୍କର-ଏ-ତାଇବା ସଂଗଠନର। ଅନ୍ୟ ଆତଙ୍କବାଦୀମାନେ ହିଜବୁଲ ମୁଜାହିଦ୍ଦିନ, ଅଲ-ବଦର, ଜୈଶ-ଏ-ମହମ୍ମଦ ଏବଂ ଅନସର-ଗାଜୱାଟୁଲ-ହିନ୍ଦ ସହିତ ଜଡିତ ଥିଲେ।

ସେପଟେ ଜାମ୍ମୁରେ ପୁଣି ଉଡ଼ିଲା ଡ୍ରୋନ୍। ଜାମ୍ମୁ-କାଶ୍ମୀରର ୪ଟି ସ୍ଥାନରେ ସନ୍ଦିଗ୍ଧ ଡ୍ରୋନ୍ ବୁଲୁଥିବା ଦେଖାଯାଇଥିଲା। ରାତି ୮ଟାରୁ ୯ଟା ମଧ୍ୟରେ ଡ୍ରୋନ୍ ଉଡୁଥିବା ଦେଖାଯାଇଥିଲା। ସାମ୍ବାର ନନ୍ଦପୁର, ହୀରାନଗର, ଜାମ୍ମୁର ମୀରସାହବ ଓ ସାତବରୀ ଅଞ୍ଚଳରେ ସନ୍ଦଗ୍ଧ ଡ୍ରୋନ ଉଡୁଥିବା ନଜର ଆସିଥିଲା। ନନ୍ଦପୁରରେ ସେନା ପକ୍ଷରୁ ଡ୍ରୋନ୍ ଉପରକୁ ଫାୟାରିଂ କରାଯିବା ପରେ ତାହା ଫେରାର ହୋଇଯାଇଥିଲା। ଆନ୍ତର୍ଜାତୀୟ ସୀମାରେ ବାରମ୍ବାର ଡ୍ରୋନ୍ ଦେଖାଯିବାକୁ ନେଇ ସୁରକ୍ଷାକର୍ମୀଙ୍କ ଚିନ୍ତା ବଢ଼ିଯାଇଛି। ଗତ ଜୁନ୍ ୨୭ ତାରିଖରେ ଜାମ୍ମୁ ଏୟାରଫୋର୍ସ ଷ୍ଟେସନରେ ବୋମା ବିସ୍ଫୋରଣ ପରେ ସେହି ଅଞ୍ଚଳରେ ସନ୍ଦିଗ୍ଧ ଡ୍ରୋନ୍ ଦେଖିବାକୁ ମିଳୁଛି । ଯାହା ସୁରକ୍ଷା ଏଜେନ୍ସିଗୁଡ଼ିକ ପାଇଁ ଚିନ୍ତା ବଢ଼ାଇଛି।

 

ଶାଶୁକୁ ଘୋଷାଡ଼ି ମାରୁଛି ବୋହୂ, ମୋବାଇଲେରେ ଘୁରି ବୁଲୁଛି ଭିଡ଼ିଓ

ବଲାଙ୍ଗୀର: ବରପାଲିପଡ଼ାରେ ଅଭାବନୀୟ ଘଟଣା । ଘରବାଡ଼ି ଘଟଣାକୁ କେନ୍ଦ୍ରକରି ଶାଶୁକୁ ମାଡ଼ ମାରିଲା ବୋହୁ । ଦାଣ୍ଡରେ ବୃଦ୍ଧା ଶାଶୁକୁ ଚୁଟି ଧରି ଘୋଷାଡ଼ି ଘୋଷାଡ଼ି ମାଡ଼ ମାରୁଛି ବୋହୁ  । ପାଖରେ ଅନ୍ୟ ଦୁଇ ଜଣ ମହିଳା ମଧ୍ୟ ଅଛନ୍ତି । ଆଉ ଏହି ଭିଡ଼ିଓ ଭାଇରଲ ହୋଇଛି । ଶାଶୁକୁ ବୋହୂ ନିର୍ଦ୍ଧୁମ ମାଡ଼ ମାରୁଥିବା ନେଇ ସୋସିଆଲ ମିଡିଆରେ ଭାିରାଲ ହେବାରେ ଲାଗିଛି ଏହି  ଭିଡ଼ିଓ  ।

ସୂଚନା ମୁତାବକ ଅତ୍ୟାଚାରର ଶିକାର ହୋଇଥିବା ମହିଳାଜଣଙ୍କୁ ମାଡ ମାରୁଥିବା ମହିଳା ଜଣଙ୍କ ତାଙ୍କ ବୋହୁ  । କିଛି ଦିନ ତଳେ ପୁଇର ମୃତ୍ୟୁ ଘଟିଥିଲା  ।  ପୁଅର ମୃତ୍ୟୁ ପରେ ବୋହୁ ବାରମ୍ବାର ନିର୍ଯାତନା ଦେଉଥିବା ଶାଶୁ ଅଭିଯୋଗ କରିଛନ୍ତି । ପୁର୍ବରୁ ଏହି ବିବାଦ ବଲାଙ୍ଗୀର ଟାଉନ ଥାନାରେ ଥିଲେ ବି ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ନେଇ ନଥିବା ଜଣାପଡ଼ିଛି  ।

ପୂର୍ବରୁ ଅନେକ ଥର ବୋହୂ ଜଣଙ୍କ ଶାଶୁଙ୍କୁ ମାଡ଼ ମାରିଥିବା କହିଛନ୍ତି ଅଭିଯୋଗକାରୀ  । ଆଜି ପୁନର୍ବାର ସଂପୃକ୍ତ ମହିଳାଙ୍କୁ ତାଙ୍କ ବୋହୂ ମାଡ଼ ମାରିଥିବା ଜଣା ପଡିଛି  । ଭିଡ଼ିଓରେ ସ୍ପଷ୍ଟ ଦୃଶ୍ୟମାନ ପାଖରେ ଅନ୍ୟ ଦୁଇ ଜଣ ମହିଳା ମଧ୍ୟ ଉପସ୍ଥିତ ରହିଛନ୍ତି  । ଆଜି ଭିଡିଓଟି ଭାଇରାଲ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଏନେଇ ପିଡୀତା ବୃଦ୍ଧା ଜଣକ ନିଜ ସାନ ପୁଅ ସହ ନ୍ୟାୟ ଦାବିରେ ବଲାଙ୍ଗୀର ଏସପିଙ୍କ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ।

ବର୍ଷିଲା ବିଜେଡ଼ି; ଚାଷୀଙ୍କ ପାଖରେ ଚଳିବ ନାହିଁ ଦଲାଲଗିରି, ଟୋକନକୁ କାହିଁକି ବିରୋଧ କରୁଛି ବିଜେପି ?

ଭୁବନେଶ୍ୱର: ଧାନକିଣା ପ୍ରସଙ୍ଗରେ ବିଜେପି ଉପରେ ବର୍ଷିଲା ବିଜେଡି । ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ କେନ୍ଦ୍ର ଉପରେ ବର୍ଷିଛନ୍ତି । ଧାନ କିଣାକୁ ନେଇ ବିଜେପି କୁମ୍ଭୀର କାନ୍ଦଣା କାନ୍ଦୁଛି । ଚାଷୀଙ୍କ ସହିତ ବିଜେଡି ସବୁବେଳେ ଠିଆ ହୋଇଛି । ଟୋକନ ବ୍ୟବସ୍ଥାରେ ଧାନ କିଣାରେ ଚାଷୀ ଲାଭବାନ ହେଉଛନ୍ତି । ଚାଷୀଙ୍କୁ 24ରୁ 48 ଘଣ୍ଟାରେ ଧାନକିଣା ଟଙ୍କା ଦିଆଯାଉଛି । ମାତ୍ର ଏହି ବ୍ୟବସ୍ଥାକୁ ବିଜେପି ବିରୋଧ କରୁଛି । ଚାଷୀ ବିରୋଧୀ ବିଜେପି ଏବେ ଭୟଭୀତ ଅବସ୍ଥାରେ ଅଛି । ସ୍ନେହାଙ୍ଗିନୀ କହିଛନ୍ତ, କୃଷି ଆଉ କୃଷକର ଉନ୍ନତି ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି । ଟୋକନ ପାଇଥିବା ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଯାଉଛି ।

ସେମାନେ ସୁରୁଖୁରୁରେ ମଣ୍ଡିରେ ଧାନ ବିକୁଛନ୍ତି । ଟୋକନ ବ୍ୟବସ୍ଥାକୁ ବିଜେପି କାହିଁକି ବିରୋଧ କରୁଛି ବୋଲି ବିଜେଡି ପ୍ରଶ୍ନ କରିଛି । ଦଲାଲ୍ ଓ ଅସାଧୁ ବ୍ୟବସାୟୀଙ୍କୁ ହଟାଇବା ପାଇଁ ଟୋକନ ବ୍ୟବସ୍ଥା ହୋଇଛି । ଚାଷୀଙ୍କ ନିକଟରେ ଦଲାଲଗିରି ଭାଇଗିରି ଚଳିବ ନାହିଁ । ଧାନକିଣା ପ୍ରକ୍ରିୟାକୁ କେନ୍ଦ୍ର ସରକାର ଧାର୍ଯ୍ୟ କରିଛନ୍ତି । କେନ୍ଦ୍ରର ନୀତି ଅନୁସାରେ ରାଜ୍ୟ ସରକାର ଧାନ କିଣୁଛନ୍ତି । ଆଗରୁ ଓଡ଼ିଶାକୁ ଭୋକର ଭୂଖଣ୍ଡ ବୋଲି ବାହାର ଲୋକ ଜାଣୁଥିଲେ । ଏବେ ଓଡ଼ିଶାର ଚାଷୀ ସମ୍ମାନର ସହିତ ସ୍ବାବଲମ୍ବୀ ହୋଇଛନ୍ତି । ରାଜ୍ୟ ସରକାରଙ୍କ ମଡେଲ୍ ଉତ୍ତରପ୍ରଦେଶ ଆପଣାଇବାକୁ ଚିନ୍ତା କରୁଛି । ରାଜନୀତି ନକରି ଚାଷୀଙ୍କ ପାଖରେ ବିଜେପି ଠିଆ ହେଉବୋଲି ବିଜେଡି କହିଛି ।

ରାଜ୍ୟରେ 20ଲକ୍ଷ ମେଟ୍ରିକ ଟନରୁ 7ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଏବେବି ଅଛି । 7ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ କେନ୍ଦ୍ର ସରକାର କେବେ ନେବେ ବୋଲି କେନ୍ଦ୍ର ସ୍ପଷ୍ଟ କରୁ । 2011 ମସିହା ଠାରୁ ଓଡିଶା ଚାଉଳରେ ବଳକା ରାଜ୍ୟ ହୋଇପାରିଛି । କୃଷି ନୀତି, ଆଧୁନିକ ଯନ୍ତ୍ରପାତି, ଅମଳ କ୍ଷମ ବିହନ ଏହି ସବୁ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଧାନକିଣା ପ୍ରକ୍ରିୟା 2003-2004ରୁ ଓଡିଶା ସରକାର ସୁରୁଖୁରୁରେ ଚଳାଇ ଆସିଛନ୍ତି । ଡିଜିଟାଇଜେସନ, ମଣ୍ଡି, ଡିବିଟି ବ୍ୟବସ୍ଥା ହୋଇଛି । ଓଡିଶା ସରକାର ଋଣ ଆଣି ଧାନ କିଣନ୍ତି ଓ ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାର ଅର୍ଥ ଦିଅନ୍ତି । ଧାନ କିଣା ସରିବା ପରେ ଗତ ବର୍ଷର 6 ହଜାର 570 କୋଟି ଟଙ୍କା କେନ୍ଦ୍ର ସରକାର ଦେଇନାହାନ୍ତି ।

ରାଜ୍ୟ ସରକାର ଋଣ କରି ଚାଷୀଙ୍କୁ ପୈଠ କରିଛନ୍ତି। ତୁରନ୍ତ ରାଜ୍ୟର ବଳକା ଥିବା 6 ହଜାର 570 କୋଟି କେନ୍ଦ୍ର ଦେଉବୋଲି ଦାବି କରିଛି ବିଜେଡି । ଏହା ସହିତ 7 ହଜାର କୁଇଣ୍ଟାଲ ଚାଉଳ ଶୀଘ୍ର ଉଠାନ୍ତୁ । ଦାବି ନଶୁଣିଲେ ଆସନ୍ତା 20 ତାରିଖରେ ସମସ୍ତ ଏଫସିଆଇ ଗୋଦାମ ସମ୍ମୁଖରେ ବିଜେଡିର ଆନ୍ଦୋଳନ କରିବ ବୋଲି ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଚେତାବନୀ ଦେଇଛନ୍ତି ।

ୟୁରୋପରେ ପୁଣି ବଢ଼ୁଛି କରୋନା ସଂକ୍ରମଣ, ଏହା ହେଉଛି ଆମ ପାଇଁ ଚେତାବନୀ: ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: କରୋନା ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା। ସମ୍ଭାବ୍ୟ ତୃତୀୟ ଲହର ଓ ଆଗାମୀ ରଣନୀତି ନେଇ ୬ ରଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଭର୍ଚୁଆଲ ଆଲୋଚନାରେ ଓଡ଼ିଶା ସମେକ ତାମିଲନାଡୁ, କର୍ଣ୍ଣାଟକ, ମହାରାଷ୍ଟ୍ର, କେରଳ ଓ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ସାମିଲ ଥିଲେ। ରାଜ୍ୟରେ କଣ ରହିଛି କୋଭିଡ୍ ସ୍ଥିତି, ଆଗାମ ଦିନରେ କିଭଳି ଏହାର ମୁକାବିଲା କରାଯାଇପାରିବ ସେ ନେଇ ଆଲୋଚନା ହୋଇଛି। ଏବେ ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି। ତେବେ କଟକଣାରେ କିଛିଟା କୋହଳ କରାଯାଇଥିବାରୁ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଓ ହାଟବଜାରରେ ଅମାନିଆଙ୍କ ଭିଡ଼ ଜମୁଛି। ଯାହାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ। ସତର୍କ ସହ କରୋନାର ମୁକାବିଲା କରିବା ପାଇଁ ପ୍ରଧାନମନ୍ତ୍ରୀ କହିଛନ୍ତି। ସଂକ୍ରମଣ ବଢୁଥିବା ସ୍ଥାନରେ ଅଧିକ ଫୋକସ୍ କରିବା ଆବଶ୍ୟକ। ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କରିବା ସହ ତୃତୀୟ ଲହର ପାଇଁ ଆଗୁଆ ସଜାଗ ରହିବାକୁ ମୋଦି ପରାମର୍ଶ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଏହି ସଙ୍କଟ ସମୟରେ ସମସ୍ତ ରାଜ୍ୟ ସରକାର ପରସ୍ପରଠାରୁ ଶିଖିବାକୁ ଚେଷ୍ଟା କରିଛନ୍ତି। ଗତ ସପ୍ତାହରେ ଉତ୍ତର-ପୂର୍ବ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ହୋଇଥିବା ଆଲୋଚନା ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଦ୍ୱିତୀୟ ତରଙ୍ଗ ସମୟରେ କେତେକ ରାଜ୍ୟ ଲକଡାଉନ କରିନାହାନ୍ତି। କିନ୍ତୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଉପରେ ଅଧିକ ଧ୍ୟାନ ଦେଇଛନ୍ତି। ସେଥିପାଇଁ ସେ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଗତ ସପ୍ତାହରେ ପ୍ରାୟ ୮୦ ପ୍ରତିଶତ ମାମଲା ୬ ଟି ରାଜ୍ୟରୁ ଆସିଛି। ମହାରାଷ୍ଟ୍ର, କେରଳରେ ବୃଦ୍ଧି ପାଉଥିବା ମାମଲା ଚିନ୍ତାଜନକ, କାରଣ ଏସବୁ ହେଉଛି ଦ୍ୱିତୀୟ ତରଙ୍ଗର ପ୍ରଥମ ଲକ୍ଷଣ। ଆମକୁ ପୁଣି ଥରେ ଟେଷ୍ଟ, ଟ୍ରାକ୍ ଏବଂ ଟିକା ରଣନୀତି ସହିତ ଆଗକୁ ବଢ଼ିବାକୁ ପଡିବ। ଯେଉଁଠାରେ ଅଧିକ ସଂକ୍ରମଣ ଅଛି ସେହିଠାରେ ଟିକାକରଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପରୀକ୍ଷଣରେ RT-PCR ଟେକ୍ନୋଲୋଜିକୁ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ। ଆଇସିୟୁ ଶଯ୍ୟା, ସମସ୍ତ ରାଜ୍ୟରେ ପରୀକ୍ଷା କ୍ଷମତା ବୃଦ୍ଧି ପାଇଁ ପାଣ୍ଠି ଆବଣ୍ଟନ କରାଯାଉଛି। କେନ୍ଦ୍ର ୨୩ ହଜାର କୋଟି ପାଣ୍ଠି ଦେଇଛି, ଏହାକୁ ବ୍ୟବହାର କରାଯିବା ଉଚିତ୍। ମିଶନ୍ ମୋଡ୍ ଅଧୀନରେ ଅମ୍ଳଜାନ କାରଖାନା ମଧ୍ୟ ସମ୍ପୂର୍ଣ୍ଣ ହେବା ଉଚିତ।

ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତା ବେଳେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ପିଲାମାନଙ୍କୁ କରୋନାରୁ ବଞ୍ଚାଇବା ପାଇଁ ସମସ୍ତ ପ୍ରସ୍ତୁତି କରିବାକୁ ପଡିବ। ଗତ ଦୁଇ ସପ୍ତାହ ମଧ୍ୟରେ ୟୁରୋପର ଦେଶରେ କରୋନା ବୃଦ୍ଧି ପାଉଛି, ଆମେରିକାରେ ମଧ୍ୟ ମାମଲା ବୃଦ୍ଧି ପାଉଛି। ଏହା ଆମ ପାଇଁ ଏକ ଚେତାବନୀ। ସର୍ବସାଧାରଣ ସ୍ଥାନରେ ଭିଡ଼ ବଢ଼ିବାକୁ ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ଉଦବେଗ ପ୍ରକାଶ କରିଥିଲେ ଏବଂ ଏହାକୁ ବନ୍ଦ କରିବାକୁ ନିବେଦନ କରିଥିଲେ।

ଭିଡିଓ କନଫରେନ୍ସ ଜରିଆରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୟୁ.ଏସ୍ ଜଗନମୋହନ ରେଡ୍ଡୀ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରୁପ୍ପା, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ଭାଇଜାନ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ। ଏହି ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖଭାଇ ମାଣ୍ଡବିୟ ମଧ୍ୟ ଉପସ୍ଥିତ ଥିଲେ।