spot_img
Home Blog Page 5421

ଖୋଲିବ ଜିମ, ସେଲୁନ, ସ୍ପା: ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲା ସଂଘ

ଭୁବନେଶ୍ୱର: ନୂଆ ଗାଇଡଲାଇନରେ ଅନେକ କଟକଣାକୁ କୋହଳକରିଛନ୍ତି ରାଜ୍ୟ ସରକାର  । ଯେଉଁଥିରେ ଜିମ, ସ୍ପା ଏବଂ ସେଲୁନ ଖୋଲିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର  । ସେପଟେ ଜିମ ଖୋଲିବା ପରେ ପ୍ରତିକ୍ରିୟା ରଖିଛନ୍ତି ଅଲ ଓଡିଶା ଜିମ ଓନର ଆସୋଶେସନ ର ସଭାପତି । ପଦକ୍ଷେପ କୁ ସ୍ୱାଗତ କରିବା ସହ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଛି ସଙ୍ଘ । ଜିମ ପାଇଁ ଯେଉଁ ମାନେ ଆସିବେ ସେମାନଙ୍କ ପାଇଁ ଆମେ ସ୍ୱତନ୍ତ୍ର ଗାଇଡ଼ଲାଇନ କରିବୁ ଏବଂ କୋଭିଡ ର ସମସ୍ତ ନିୟମ ଅନୁପାଳନ କଡାକଡି ଭାବରେ ପାଳନ କରାଯିବ । ତାହା ସହ ସମସ୍ତ ଜିଲ୍ଲାର ଜିମ ସେଣ୍ଟର ମାନଙ୍କୁ ଏହି sop ପଠା ଯିବ । ଯିମ ଖୋଲିବା ନିଷ୍ପତି ପରେ ପୁଣି କ୍ଷତି ସହିଥିବା ମାଲିକ ମାନେ ଆର୍ଥିକ ସହାୟତା ଦେବା ପାଇଁ ସଭାପତି ଙ୍କ ଜରିଆରେ ନିବେଦନ କରିଛନ୍ତି ।

ସରକାର ସ୍ପା, ବିୟୁଟି ସଲୁନ୍ ଖୋଲିବା ପାଇ ଅନୁମତି ଦେଇଥିବାରୁ ଧନ୍ୟବାଦ୍ ଦେଲା ଓଡ଼ିଶା ବିୟୁଟି ଆସୋସିଏସନ୍ । ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେବା ସହ ବି ଏମ ସି ର ସବୁ ଗାଇଡ ଲାଇନ୍ ମାନି ଚଳିବା ପାଇଁ ସଙ୍ଘ କହିଲା । କୋବିଡ ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ପୁର୍ବରୁ ଯାହା ନିଷ୍ପତି ନିଆ ଯାଇଥିଲା ସବୁ ଠିକ୍ ଥିଲା । ଏବେଠୁ ପି ପି ଇ କୀଟ ପିନ୍ଧି ଡ୍ୟୁଟି କରିବୁ । ଆମର ସବୁ କର୍ମଚାରୀ ଟୀକା ନେଇ ସାରିଲେଣି । କିଛି ଅସୁବିଧା ନାହିଁ ବୋଲି ସଙ୍ଘ ପକ୍ଷରୁ କୁହାଯାଇଛି ।

ବିଜେପି କାର୍ଯ୍ୟକ୍ରମରେ କୋଭିଡ ନାହିଁ, ନେତାଙ୍କ ମୁହଁରେ ମାସ୍କ ନାହିଁ

ସମ୍ବଲପୁର: ନା ମାସ୍କ ନା ସାମାଜିକ ଦୂରତା । ବିଜେପିର ରାଜନୈତିକ କାର୍ଯ୍ୟକ୍ରମରେ କୋଭିଡ୍ ନିୟମକୁ ଫୁ ।  ସମ୍ବଲପୁର ଆରଡିସି ଅଫିସ ସାମନାରେ କୋଭିଡ ନିୟମର ସାଙ୍ଘାତିକ ଉଲ୍ଲଂଘନ । ବିଜେପି ନେତାଙ୍କୁ ଜଣା ପଡୁନି କୋଭିଡର ଭୟବହତା  । ସଭା ସମିତି କରି ସାଧାରଣ ଲୋକଙ୍କ ପାଇଁ ବଢାଉଛନ୍ତି ଭୟବହତା  ।  ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବ, ବରଗଡ ସାଂସଦ ସୁରେଶ ପୂଜାରୀ, ରେଙ୍ଗାଳି ବିଧାୟକ ନାଉରୀ ନୟାକ, ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ, ବୀରମିତ୍ରପୁର ବିଧାୟକ ଭବାନୀ ଭୋଇ, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ପ୍ରମୁଖ ଏକ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଛନ୍ତି । ଯେଉଁଠାରେ କୋଭିଡ କଟକଣାର ସାଙ୍ଗାତିକ ଉଲ୍ଲଂଘନ ହୋଇଥିବା ଦେଖିବାକୁ ମିଳିଛି  ।

କାର୍ଯ୍ୟକ୍ରମରେ ଅଧିକାଂଶ ନେତାଙ୍କ ମୁହଁରେ ମାସ୍କ ନାହିଁ, ସାମାଜିକ ଦୂରତା କଥା ପଚାରେ କିଏ । କରୋନା ସଂକଟରେ ରାଜନୈତିକ ଏକତ୍ରିକରଣ ପାଇଁ ଅନୁମତି ନାହିଁ । ହେଲେ ଦେଖନ୍ତୁ ଜୀବନକୁ ପଛ କରି କେମିତି ରାଜନୀତି କରୁଛି ବିଜେପି । ପ୍ରତି ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର କୋଭିଡ୍ ସମୀକ୍ଷା କରୁଛନ୍ତି । ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରଖିବାକୁ ଦେଶବାସୀଙ୍କୁ ନିବେଦନ କରୁଛନ୍ତି । ହେଲେ ନିଜ ଦଳର ବରିଷ୍ଠ ନେତା ବି ମାନୁନାହାନ୍ତି ପ୍ରଧାନମନ୍ତ୍ରୀଙ୍କ କଥା। ମହାମାରୀ ବେଳେ ଜନନାୟକ ଯଦି ଅମାନିଆ ହେବେ, ତେବେ ସାଧାରଣ ଲୋକଙ୍କୁ କିଏ ସଚେତନ କରିବ । ଏଭଳି କାର୍ଯ୍ୟକ୍ରମ କରୋନା ସଂକ୍ରମଣ ବଢାଇବ ବୋଲି ଡାକ୍ତରମାନେ ଆଶଙ୍କା କରିଛନ୍ତି ।

ONLINE ଟ୍ରେଡିଂ ନାଁରେ ଠକେଇ, ୧୩ ଜଣଙ୍କ ଠାରୁ ୨ କୋଟି ୪୦ ଲକ୍ଷ ଲୁଟ

ଭୁବନେଶ୍ୱର:  ONLINE ଟ୍ରେଡିଂ ନାଁରେ ଠକେଇ । ପ୍ରଥମ ଥର ଲାଭ ଦେଇ ଦ୍ୱିତୀୟ ଥରରେ ଚୁନା ଲଗେଇଲା ଠକ । ସେୟାର ମାର୍କେଟରେ ଟଙ୍କା ଲଗାଅ, ଆଉ କିଛି ମାସ ମଧ୍ୟରେ ଦୁଇ ଗୁଣା ଟଙ୍କା ନିଅ। ଏମିତି ଲୋଭ ଦେଖାଇ ମଧ୍ୟପ୍ରଦେଶ ର ଜଣେ ଯୁବକ ବରମୁଣ୍ଡା ଓ ଖଣ୍ଡଗିରି ଅଂଚଳ ର 13 ଜଣଙ୍କ ଠାରୁ 2 କୋଟି40 ଲକ୍ଷ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଛି। ଏନେଇ ଠକାମିର ଶିକାର ଲୋକ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି। ଗତ ସେପ୍ଟେମ୍ବର 2020ରେ ବରମୁଣ୍ଡା ବି- 95ରେ ମଧ୍ୟପ୍ରଦେଶର ଓମ ପ୍ରକାଶ ଭରାୱତ ଏକ ଟ୍ରେଡିଂ ଅଫିସ ଖୋଲିଥିଲା। ତାଙ୍କ ପାଖରେ ଟଙ୍କା ଲଗାଇଲେ ସେ ସମସ୍ତଙ୍କୁ 25 ପ୍ରତିଶତ ଅଧିକ ଲାଭ ଦେବେ ବୋଲି କହିଥିଲେ।

ଏହି ଲୋଭରେ ବରମୁଣ୍ଡା ଅଂଚଳର ସତ୍ୟଜିତ ସାମନ୍ତରାୟ 67 ଲକ୍ଷ 50 ହଜାର,ରଞ୍ଜନ କୁମାର ସାହୁକାର 22 ଲକ୍ଷ, ଆଶୁତୋଷ ମିଶ୍ର 8 ଲକ୍ଷ, ଚିତ୍ତରଞ୍ଜନ ତ୍ରିପାଠୀ 80 ହଜାର, ସମୀର ମିଶ୍ର 8 ଲକ୍ଷ, ଜୟଦେବ ସାମନ୍ତରାୟ 17 ଲକ୍ଷ 50 ହଜାର, ରାଜକିଶୋର ମିଶ୍ର 27 ଲକ୍ଷ ଓ ଅନ୍ୟମାନେ ଟଙ୍କା ଲଗାଇଥିଲେ। କିଛି ମାସ ଓମ ପ୍ରକାଶ ସମସ୍ତ ଙ୍କୁ କିଛି ମାସ ର ସୁଧ ଟଙ୍କା ଦେଇଥିଲେ। ଓମ ଠିକ ରେ ଟଙ୍କା ଦେଉଥିବାରୁ ଏହି ଲୋକମାନେ ତା ପାଖରେ ଅଧିକ ଟଙ୍କା invest କରିଥିଲେ।

ଯାହାର ଫାଇଦା ଉଠେଇଥିଲା ଓମପ୍ରକାଶ। ପ୍ରାୟ 2 କୋଟି 40 ଲକ୍ଷ ଟଙ୍କା ନେଇ ଫେରାର ହୋଇଥିଲା। ଓମ ପ୍ରକାଶ । ଲୋକଙ୍କ ଫୋନ ଆଉ ନ ଉଠେଇବାରୁ ଲୋକମାନେ ଜାଣି ଥିଲେ କି ଓମ ସେମାନଙ୍କୁ ଠକି ଫେରାର ହୋଇଯାଇଛି। ଏନେଇ ସେମାନେ ଗତ କାଲି ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି ।

Tokyo Olympics 2020: ଅଲମ୍ପିକ୍ସକୁ ଅଭିଶାପ, ପ୍ରତି ୪୦ ବର୍ଷରେ ଲାଗେ ଗ୍ରହଣ

ଖେଳର ମହାକୁମ୍ଭ ‘ଅଲମ୍ପିକ୍ସ’ ଚଳିତ ବର୍ଷ ଆୟୋଜିତ ହେଉଛି। ଗତ ବର୍ଷ କରୋନା ସଂକ୍ରମଣ ଯୋଗୁଁ ଟୋକିଓ ଅଲମ୍ପିକ୍ସ ସ୍ଥଗିତ ରହିଥିଲା। ଅନେକ ସମୟରେ ଅଲମ୍ପିକ୍ସର ଆୟୋଜନ ନେଇ କିଛିଟା ସମସ୍ୟା ଉପୁଜିଥାଏ । ବେଳେ ବେଳେ ଆୟୋଜକ ଦେଶ ଏହାକୁ ସ୍ଥଗିତ କରିବାକୁ ମଧ୍ୟ ବାଧ୍ୟ ହୋଇଥାନ୍ତି । ତେବେ ସେ ଯାହା ହେଉନା କାହିଁକି, କୁହାଯାଏ ଅଲମ୍ପିକ୍ସ ଉପରେ ଏକ ଅଭିଶାପ ରହିଛି ।

ଯେଉଁଥିପାଇଁ ପ୍ରତ୍ୟେକ ୪ ଦଶନ୍ଧୀରେ ଥରେ ଏହାର ଆୟୋଜନ ନେଇ ସମସ୍ୟା ଉପୁଜିଥାଏ । ଏନେଇ ଜାପାନର ଉପ-ପ୍ରଧାନ ମନ୍ତ୍ରୀ ତାରୋ ଆସୋଙ୍କ ଏକ ବୟାନ ଚର୍ଚ୍ଚାରେ ରହିଥିଲା । ସେ ଗତ ବର୍ଷ କହିଥିଲେ ଯେ ‘‘ଅଲମ୍ପିକ୍ ୨୦୨୦ ଅଭିଶପ୍ତ ବୋଲି । ଏହା ପୂର୍ବରୁ ୧୯୪୦ ଓ ୧୯୮୦ରେ ମଧ୍ୟ ଅଲମ୍ପିକରେ ସମସ୍ୟା ଦେଖାଦେଇଥିଲା । ଏଭଳି ସମସ୍ୟା ପ୍ରତି ୪୦ ବର୍ଷରେ ହେଉଛି । ଯାହା ଏକ ସତ୍ୟ‘‘।

ତେବେ ଆସନ୍ତୁ ଜାଣିବା ଜାପାନର ମନ୍ତ୍ରୀ ଏଭଳି କାହିଁକି କହିଥିଲେ । ତାଙ୍କ ବୟାନ ପଛର କାରଣ କଣ? ବାସ୍ତବରେ, ପ୍ରତି ୪୦ ବର୍ଷ ପରେ ଅଲମ୍ପିକ୍ସରେ ଗ୍ରହଣ ଲାଗିଥାଏ କିମ୍ବା ଏହା କେବଳ ଏକ ସଂଯୋଗ ମାତ୍ର

ଟୋକିଓ ଅଲମ୍ପିକ୍ସ ୧୯୪୦-

୧୯୪୦ ମସିହାରେ ଟୋକିଓରେ ଅନୁଷ୍ଠିତ ହୋଇଥାନ୍ତା ଅଲମ୍ପିକ୍ସ ଏବଂ ଏହାକୁ ନେଇ ଜାପାନ ପକ୍ଷରୁ ପ୍ରସ୍ତୁତି ମଧ୍ୟ କରାଯାଇଥିଲା । ୧୯୩୨ ମସିହାରେ ଜାପାନକୁ ଏହି ମହାକୁମ୍ଭ ଆୟୋଜନ କରିବାର ଦାୟିତ୍ୱ ଦିଆଯାଇଥିଲା । ସେପ୍ଟେମ୍ବର ୨୧ରୁ ଅକ୍ଟୋବର ୬ ତାରିଖ ମଧ୍ୟରେ ଏହା ଅନୁଷ୍ଠିତ ହେବାକୁ ଥିଲା । ଟୁର୍ନାମେଣ୍ଟର ଠିକ୍ ଗୋଟିଏ ବର୍ଷ ପୂର୍ବରୁ ୧୯୩୯ ମସିହାରେ  ଦ୍ୱିତୀୟ ବିଶ୍ୱ ଯୁଦ୍ଧ ଆରମ୍ଭ ହୋଇଥିଲା । ଯାହା ୧୯୪୫ ମସିହା ପର୍ଯ୍ୟନ୍ତ ଚାଲିଥିଲା । ଯେଉଁଥିପାଇଁ ଟୋକିଓ ଅଲମ୍ପିକ୍ସକୁ ବାତିଲ କରିବାକୁ ପଡିଥିଲା|

ମସ୍କୋ ଅଲମ୍ପିକ୍ସ ୧୯୮୦-

୧୯୮୦ରେ ପ୍ରଥମ ଥର ଲାଗି ୟୁରୋପକୁ ଅଲମ୍ପିକ୍ ଗେମ୍ସ ଆୟୋଜନ କରିବାର ଦାୟିତ୍ୱ ଦିଆଯାଇଥିଲା| ହେଲେ ଋଷ ଏହି ଅଲମ୍ପିକ୍ସ ଆୟୋଜନ କରିଥିଲା ବେଳେ ବଡବଡ ଦେଶ ଏଥିରେ ଅଂଶଗ୍ରହଣ କରିନଥିଲେ । ସମସ୍ତେ ଏହାର ବହିଷ୍କାର  କରିଥିଲେ। ୧୯୫୬ ଅଲମ୍ପିକ୍ ଗେମ୍ସ ପରେ ଏହା ପ୍ରଥମ ଘଟଣା, ଯେଉଁଥିରେ ଖୁବ୍ କମ୍ ଦେଶ ଅଂଶଗ୍ରହଣ କରିଥିଲେ |  ଏପରିକି ଆମେରିକା ସମେତ ୬୬ଟି ଦେଶ ଏହାର ବହିଷ୍କାର କରିବା ସହ ଏଥିରେ ଅଂଶଗ୍ରହଣ କରିନଥିଲେ।

ଟୋକିଓ ଅଲମ୍ପିକ୍ସ ୨୦୨୦-

ପ୍ରତ୍ୟେକ ୪୦ ବର୍ଷ ପରେ ଆୟୋଜିତ ହେଉଥିବା ଅଲମ୍ପିକ୍ସ କିଛି ନା କିଛି କାରଣରୁ ସମସ୍ୟାରେ ପଡିଥାଏ । ପ୍ରଥମ ଦୁଇଟି ଅଲମ୍ପିକ୍ସ ମଧ୍ୟରୁ ଗୋଟିଏକୁ ବାତିଲ୍ କରିବାକୁ ପଡିଥିବା ବେଳେ ଦ୍ୱିତୀୟଟିକୁ ବଡବଡ ଦେଶ ବହିଷ୍କାର କରିଥିଲେ। ସେହିପରି କରୋନା ସଂକ୍ରମଣ ଯୋଗୁଁ ଗତ ବର୍ଷ ଟୋକିଓ ଅଲମ୍ପିକ୍ସ ୨୦୨୦କୁ ସ୍ଥଗିତ ରଖାଯାଇଥିଲା । ଯାହା ଚଳିତ ବର୍ଷ ଜୁଲାଇ ୨୩ରୁ ଆରମ୍ଭ ହେବାକୁ ଯାଉଛି ।

 

ରାଜ୍ୟର ୫ ଜିଲ୍ଲାର ୨୭ ବ୍ଳକ୍‌ରେ ଗଜା ମରୁଡ଼ି ଆଶଙ୍କା

ଭୁବନେଶ୍ୱର: ରାଜ୍ୟରେ ଚଳିତବର୍ଷ ଗଜା ମରୁଡ଼ି ଆଶଙ୍କା । କମ ବର୍ଷା କାରଣରୁ ସୃଷ୍ଟି ହୋଇପାରେ ମରୁଡ଼ି ପରିସ୍ଥିତି । ଏଭଳି ଆଶଙ୍କା ପ୍ରକାଶ କରିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ । ରାଜ୍ୟର ୫ଟି ଜିଲ୍ଲାର ୨୭ ବ୍ଲକରେ ଗଜାମରୁଡ଼ି ଆଶଙ୍କା ଦେଖାଦେଇଛି । କେନ୍ଦୁଝର, ଗଜପତି, ଅନଗୁଳ, ଭଦ୍ରକ ଓ ବୌଦ୍ଧ ଜିଲ୍ଲାରେ ମରୁଡି ଆଶଙ୍କା ରହିଛି । ତେବେ ଆଗକୁ ବର୍ଷା ହେଲେ ପରିସ୍ଥିତି ସୁଧୁରିବାର ଆଶା ରହିଛି । ଅନ୍ୟପଟେ ଆସନ୍ତା ଖରିଫ ଋତୁ ପାଇଁ କୃଷି ଓ ସମବାୟ ବିଭାଗର ସମନ୍ୱୟ ବୈଠକ ଶେଷ ହୋଇଛି । ବୈଠକରେ କୃଷି ବୀମା, ପଞ୍ଜିକରଣ, ଆୟ ବୃଦ୍ଧି, ପ୍ରସଙ୍ଗରେ ଆଲୋଚନା ହୋଇଛି । ଆଜିଠୁ ଖରିଫ ଋତୁର ଧାନ କିଣା ପାଇଁ ପଞ୍ଜିକରଣ ଆରମ୍ଭ ହୋଇଛି । ଏଥର ଚାଷୀଙ୍କର ପଞ୍ଜିକରଣ ନବୀକରଣ ନହୋଇ ପୁଣି ଥରେ ପଞ୍ଜିକରଣ କରାଯାଉଛି । ତାଲିକାରେ ଅନେକ ଭୂତ ଚାଷୀ ଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି । ଏଥିପାଇଁ ପାଞ୍ଚୋଟି ବିଭାଗ ଗ୍ରାଉଣ୍ଡରେ କାମ କରୁଛି । ବର୍ତ୍ତମାନ ସୁଦ୍ଧା ଚାଷୀଙ୍କୁ ୫ ହଜାର ୮୦୦ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି ।

ଏଥିସହିତ ପଢ଼ନ୍ତୁ: ରାଉରକେଲାରେ ସେକ୍ସ ରାକେଟ ଘଟଣା; ହୋଟେଲ୍ ମାଲିକ ସମେତ ୫ ଗିରଫ

 

 

କାଲିଠୁ ସାରା ରାଜ୍ୟରେ ଖୋଲିବ ସ୍ପା, ବିୟୁଟି ପାର୍ଲର ଓ ଜିମ୍

ଭୁବନେଶ୍ୱର : ରାଜ୍ୟର କରୋନା ସ୍ଥିତିକୁ ଅନୁଧ୍ୟାନ କରି ଆଂଶିକ କଟକଣାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର ।  ଅଗଷ୍ଟ ୧ ତାରିଖ ସକାଳ ୬ ଟା ଯାଏଁ ଆଂଶିକ ଲକ୍‌ଡାଉନ୍‌କୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏ ନେଇ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।  ଏ କାଟାଗୋରୀ ଜିଲ୍ଲାରେ ସକାଳ ୬ରୁ ରାତି ୮ ଯାଏଁ ଦୋକାନ ଖୋଲା ରହିବ । ବି କାଟାଗୋରୀ ଜିଲ୍ଲାରେ ସକାଳ ୬ରୁ ସନ୍ଧ୍ୟା ୫ ଯାଏଁ ଖୋଲିବ ଦୋକାନ ବଜାର । ବି କାଟାଗୋରୀ ଜିଲ୍ଲାରେ ସପ୍ତାହାନ୍ତ ସଟ୍‌ଡାଉନ୍  ଜାରି ରହିବ ଏବଂ ନାଇଟ କର୍ଫ୍ୟୁ ମଧ୍ୟ ବଳବତ୍ତର ରହିବ । ଅପରପକ୍ଷରେ ଲୋକଙ୍କ ସୁବିଧା ନେଇ ଆଉ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।

ଆସନ୍ତାକାଲି ଠାରୁ ରାଜ୍ୟଣ ସମସ୍ତ ଜିଲ୍ଲାରେ ବିୟୁଟି ପାର୍ଲର, ସ୍ପା ଓ ଜିମ୍ ଖୋଲିବ । ସାରା ରାଜ୍ୟରେ ଯାତ୍ରୀ ବାହୀ ବସ୍, ଅଟୋ ଚଳାଚଳ କରିବ । ସୀମିତ ସଂଖ୍ୟକୁ ଯାତ୍ରୀଙ୍କୁ ଯାତ୍ରା କରିପାରିବେ ବସ୍ । ଅନ୍ୟ ପାସେଞ୍ଜର ଗାଡ଼ିରେ ଡ୍ରାଇଭର ବ୍ୟତୀତ ୨ ଜଣ ଯାତ୍ରା କରିପାରିବେ । ପୁରୀ ଜିଲ୍ଲାରେ ୨୫ ଜୁଲାଇ ଯାଏଁ  ବସ୍ ଚଳାଚଳ ବନ୍ଦ । ଆଉଟଡୋର ଫିଲ୍ମ ସୁଟିଂକୁ ସମଗ୍ର ରାଜ୍ୟରେ ଅନୁମତି । ତେବେ ବର୍ତ୍ତମାନ ରାଜ୍ୟରେ ପଜିଟିଭି ହାର ୩ ପ୍ରତିଶତକୁ ଖସିଛି । ରାଜ୍ୟରେ ମୋଟ ଚିହ୍ନଟ ହେଉଥିବା କରୋନା ସଂକ୍ରମିତଙ୍କ ମଧ୍ୟରୁ ୭୦ରୁ ୮୦ ପ୍ରତିଶତ B କାଟାଗୋରୀ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ଏବଂ ରାଜ୍ୟର ମୋଟ ସଂକ୍ରମିତଙ୍କ ମଧ୍ୟରୁ ପାଖାପାଖି ୪୦ ପ୍ରତିଶତ କଟକ ଓ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ତେବେ ପୂର୍ବରୁ ବାହାଘର ନେଇ ଜାରି ପୂର୍ବ କଟକଣା ବଳବତ୍ତର ରହିବ । ସ୍କୁଲ ଓ କୋଚିଂ ସେଣ୍ଟର ପୂର୍ବ ଭଳି ବନ୍ଦ ରହିବ ।

 

ସରକାରଙ୍କ ରିପୋର୍ଟ ଅନୁସାରେ ଆଜି ୩୦ ଜିଲ୍ଲାରୁ କେବଳ ଦୁଇ ଜିଲ୍ଲା ଖୋର୍ଦ୍ଧା ଏବଂ କଟକ ରେଡ ଜୋନରେ ଅଛନ୍ତି । ସେହିଭଳି ପଜିଟିଭ୍ ହାର ତାଲିକାରେ ୪ ଜିଲ୍ଲା ୟେଲୋଜୋନରେ ଅଛନ୍ତି । ସେ ଗୁଡିକ ହେଲା ପୁରୀ, ଜଗତସିଂହପୁର, ନୟାଗଡ, କଟକ । ଏହି ୪ଟି ଜିଲ୍ଲାରେ ସଂକ୍ରମଣ ହାର ୫ ପ୍ରତିଶତ ଉପରେ ରହିଛି । ବାକି ୨୬ ଜିଲ୍ଲାରେ ସଂକ୍ରମଣ ହାର ୫ ପ୍ରତିଶତ ତଳେ ରହିଛି । ତେଣୁ ଉପକୂଳର ଏହି ଜିଲ୍ଲା ମାନଙ୍କରେ କଟକଣା କଠୋର ହେବ ନା କୋହଳ ହେବ ସେନେଇ ନିଷ୍ପତ୍ତି ନେବେ ସରକାର ।

ପୁରୀରେ ୭.୦, ନୟାଗଡରେ ୬.୨, କଟକରେ ୫.୫ ଓ ଜଗତସିଂହପୁରରେ ୫.୬ ରହିଛି ସଂକ୍ରମଣ ହାର । ସେହିଭଳି ମୟୂରଭଞ୍ଜ…4.9, ଭଦ୍ରକ…୪.୯, କେନ୍ଦ୍ରାପଡା…୪.୪, ଖୋର୍ଦ୍ଧା…୪.୨ ମାଲକାନଗିରି…୪.୧ ଢେଙ୍କାନାଳ …୩.୫ ବାଲେଶ୍ବର…3.4, ଯାଜପୁର…୩.୪ ସୁନ୍ଦରଗଡ ୨.୭, କେନ୍ଦୁଝର…୨.୧ ରହିଛି ସଂକ୍ରମଣ ହାର । ଅନୁଗୁଳରେ…2.5, ରାୟଗଡା…2.0, ବରଗଡରେ 1.09, ବୌଦ୍ଧ…1.2 କନ୍ଧମାଳ…1.2, ସମ୍ବଲପୁରରେ 1.0, ବଲାଙ୍ଗୀର ..0.9, କୋରାପୁଟ…0.7, ଦେବଗଡରେ 0.6 ନବରଙ୍ଗପୁର…0.6, ନୂଆପଡା…0.5, ସୁବର୍ଣ୍ଣପୁରରେ 0.4, ଗଜପତି…୦.୩, କଳାହାଣ୍ଡି…0.3, ଝାରସୁଗୁଡା 0.2 ଗଞ୍ଜାମ…0.2 ସଂକ୍ରମଣ ହାର ରହିଛି ।

Tokyo 2020: ଅଲମ୍ପିକ୍ ଗେମରେ ଭାରତରୁ ରହିଛନ୍ତି ୧୧୯ ଖେଳାଳି…

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଲାଗି ଗତ ବର୍ଷ ସ୍ଥଗିତ ଥିବା ଟୋକିଓ ୨୦୨୦ ଅଲିମ୍ପିକ୍ ଗେମ୍ସ, ଚଳିତ ବର୍ଷ ଜୁଲାଇ ୨୩ରେ ଜାପାନରେ ଅନୁଷ୍ଠିତ ହେବାକୁ ଯାଉଛି । ଯେଉଁଥିରେ ଭାରତରୁ ୧୧୯ ଆଥଲେଟଙ୍କ ସହ ରହିବେ ଆଉ କିଛି ପ୍ରତିନିଧି ଦଳ ।

ଟୋକିଓ ଅଲିମ୍ପିକ୍ସକୁ ଭାରତ ୨୨୮ ଜଣ  ପ୍ରତିଭାଶାଳୀ କଣ୍ଟିଜେଣ୍ଟ ପଠାଇବ ବୋଲି ଭାରତୀୟ ଅଲିମ୍ପିକ ଆସୋସିଏସନ ସଭାପତି ନରିନ୍ଦର ବତ୍ରା ମଙ୍ଗଳବାର ଦିନ କହିଛନ୍ତି। ୧୧୯ ଜଣ ଆଥଲେଟଙ୍କ ମଧ୍ୟରେ ୬୭ ଜଣ ପୁରୁଷ ଏବଂ ୫୨ ଜଣ ମହିଳା ଅଂଶଗ୍ରହଣକାରୀ ରହିଛନ୍ତି ।

ଏଥିଧ୍ୟରେ ସବୁଠାରୁ ବୟସ୍କ ୪୫ ବର୍ଷିୟ ମୀରଜ ଅହମ୍ମଦ ଖାନ ରହିଥିବା ବେଳେ ତେଜସ୍ୱିନୀ ସାୱନ୍ତ ଏବଂ ସଞ୍ଜୀବ ରାଜପୁତ (୪୦) ବର୍ଷୀୟ ଅନ୍ୟ ଦୁଇଜଣ ଆଥଲେଟ୍ ରହିଛନ୍ତି। ୩୯ ବର୍ଷୀୟ ଅଚାନ୍ତ ଶରଥ କମଲ ଏବଂ ଜଣେ ୧୮ ବର୍ଷୀୟ ଦିବ୍ୟାଂଶ ସିଂ ପାନୱାର ଏହି ୧୧୯ ଖେଳାଳି ତାଲିକାରେ ରହିଛନ୍ତି ।

ତେବେ ପ୍ରଥମ ଦିନ ଆର୍ଚେରୀ କ୍ୱାଲିଫିକେସନ୍ ରାଉଣ୍ଡ ସହ ଭାରତର ଅଭିଯାନ ଆରମ୍ଭ ହେବ । ସନ୍ଧ୍ୟାରେ ଉଦଘାଟନୀ ସମାରୋହରେ ମେରି କୋମ ଏବଂ ମନପ୍ରୀତ ସିଂ ଭାରତ ପାଇଁ ପତାକା ଧରିବେ।

ଜାଣନ୍ତୁ କେଉଁ ବିଭାଗରୁ କେତେ ଖେଳାଳି ରହିଛନ୍ତି…

 ବ୍ୟାଡମିଣ୍ଟନ୍-

 

ରାଉରକେଲାରେ ସେକ୍ସ ରାକେଟ ଘଟଣା; ହୋଟେଲ୍ ମାଲିକ ସମେତ ୫ ଗିରଫ

ରାଉରକେଲା: ରାଉରକେଲା କଚେରୀ ରୋଡ ଅଞ୍ଚଳରେ ଥିବା କମ୍ଫର୍ଟ ହୋଟେଲରୁ ସେକ୍ସ୍ ରାକେଟ ଠାବ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ଘଟଣାରେ ପୋଲିସ ହୋଟେଲର ଦୁଇ ଜଣ ମ୍ୟାନେଜର ଓ ହୋଟେଲ ମାଲିକଙ୍କୁ ଗିରଫ କରିଛି ।

ଏହାସହ ହୋଟେଲରୁ ଧରାପଡିଥିବା ଦୁଇ ଗ୍ରାହକଙ୍କୁ ମଧ୍ୟ ଗିରଫ କରାଯାଇଛି। ପଶ୍ଚିମବଙ୍ଗର ୪ ଜଣ ଯୁବତୀଙ୍କ ସହ ବଲାଙ୍ଗୀର ଅଞ୍ଚଳର ଜଣେ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ହୋଟେଲରୁ ସେକ୍ସ ରାକେଟ ସମ୍ପର୍କିତ ଡାଏରୀ ସହ ବିଭିନ୍ନ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି । ସେକ୍ସ୍ ରାକେଟ ଚାଲିଥିବା ସୂଚନା ପାଇ ଗତ ରାତିରେ ହୋଟେଲ କମ୍ଫର୍ଟରେ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା।

ସୂଚନାଯୋଗ୍ୟ, ରାଉରକେଲା ସହରର ଉଦିତନଗର କଚେରୀ ରୋଡ୍ ଅଞ୍ଚଳରେ ଥିବା ଏକ ହୋଟେଲରେ ସେକ୍ସ ରାକେଟ ଚାଲିଥିଲା ବେଳେ ଖବର ପାଇ ପୋଲିସ ଗତକାଲି ଚଢାଉ କରିଥିଲା । ପ୍ଲାଣ୍ଟ ସାଇଟ୍ ଥାନା ପୋଲିସ ଓ ଉଦିତନଗର ଥାନା ପୋଲିସ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇ ୫ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଥିଲା। ଏହାସହ ୨ ଜଣ ଯୁବକ ଓ ୨ ଜଣ ହୋଟେଲ କର୍ମଚାରୀଙ୍କୁ ଉଦିତନଗର ଥାନାରେ ପଚରାଉଚରା ପାଇଁ ଅଟକ ରଖାଯାଇଥିଲା ।

ତେବେ ଉଦ୍ଧାର ହୋଇଥିବା ୫ ଜଣ ଯୁବତୀଙ୍କ ମଧ୍ୟରୁ ୪ ଜଣ ପଶ୍ଚିମବଙ୍ଗର । ସେକ୍ସ ରାକେଟରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେନେଇ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି ।

 

ବେଆଇନ୍ ସୁନା କାରବାର: ୨ କିଲୋ ୨୮ ଗ୍ରାମ ସୁନା ଜବତ

କଟକ: ବେଆଇନ୍ ସୁନା କାରବାରରେ ଅନ୍ତରାଜ୍ୟ ରାକେଟ ଠାବ । ୨ କିଲୋ ୨୯ ଗ୍ରାମ ସୁନା ଜବତ କରିଛି ମାଲଗୋଦାମ ପୋଲିସ । ଜବତ ସୁନାର ଆନୁମାନିକ ମୂଲ୍ୟ ୫୩ ଲକ୍ଷ ଟଙ୍କା ହେବ । ଜିଏସଟି ଟିକସ ଠକି ସୁନା ଯୋଗାଉଥିଲେ । ଜିଏସଟି ବିଭାଗ ତରଫରୁ ଅଟକ ୩ ବ୍ୟବସାୟୀଙ୍କ ଠାରୁ ୧ ଲକ୍ଷ ୬୫ ହଜାର ଜରିମାନା ଆଦାୟ କରାଯାଇଛି । ଏମାନେ ପଞ୍ଜାବରୁ କଟକ ଆଣି ସୁନା ବିକ୍ରି କରୁଥିଲେ ।

https://www.youtube.com/watch?v=VMRwzPQd5rk

 

ଭରସାଯୋଗ୍ୟ ନୁହେଁ ହ୍ୱାଟ୍ସଆପ୍‌ ମେସେଜ, ଏହା ପ୍ରମାଣ ହିସାବରେ ଗ୍ରହଣୀୟ ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଭରସାଯୋଗ୍ୟ ନୁହେଁ ହ୍ୱାଟ୍ସଆପ୍‌ ମେସେଜ୍। ଲୋକପ୍ରିୟ ସୋସିଆଲ ମିଡିଆ ମେସେଜିଂ ଆପ୍ ହ୍ୱାଟ୍ସଆପ୍‌ ବାର୍ତ୍ତରକୁ ପ୍ରମାଣ ହିସାବରେ ନେଇ ହେବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। କୌଣସି ବ୍ୟକ୍ତିଙ୍କୁ ହ୍ୱାଟ୍ସଆପ୍ ମେସେଜ ଆଧାରରେ ଦଣ୍ଡିତ କରାଯାଇପାରିବନାହିଁ ।

ହ୍ୱାଟସଆପ୍ ମେସେଜର ପ୍ରାମଣିକତାକୁ ପ୍ରଶ୍ନ କରି ସୁପ୍ରିମକୋର୍ଟର ଖଣ୍ଡପୀଠ କହିଛନ୍ତି, ‘ବର୍ତ୍ତମାନ ସମୟରେ ହ୍ୱାଟସଆପ୍ ସନ୍ଦେଶର ପ୍ରାମାଣିକତା ମୂଲ୍ୟ କ’ଣ ? ଏବେ ସୋସିଆଲ ମିଡିଆରେ କିଛି ମଧ୍ୟ ତିଆରି କରାଯାଇ ପାରିବ ଓ ଡିଲିଟ୍ କରାଯାଇପାରିବ । ଆମେ ହ୍ୱାଟସଆପ୍ ମେସେଜକୁ କୌଣସି ଗୁରୁତ୍ୱ ଦେଉ ନାହୁଁ। ତଥ୍ୟ ପ୍ରମାଣ ହିସାବରେ ହ୍ୱାଟ୍ସଆପ୍‌ ମେସେଜକୁ ଆଦୌ ଗ୍ରହଣ କରାଯାଇ ପାରିବ ନାହିଁ।’

୨୦୧୬ ଡିସେମ୍ବରରେ ଦକ୍ଷିଣ ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ୍ ଏବଂ A2Z ଇନଫ୍ରାସ୍ ସର୍ଭିସେସ୍ ଏବଂ ଅନ୍ୟ ଏକ ସଂସ୍ଥା ମଧ୍ୟରେ ୱେଷ୍ଟ ମ୍ୟାଟେରିଆଲ୍ସର ସଂଗ୍ରହ ଏବଂ ପରିବହନ ପାଇଁ ହୋଇଥିବା ଚୁକ୍ତିକୁ ନେଇ ସୁପ୍ରିମ କୋରଟ ଏଭଳି ରାୟ ଦେଇଛନ୍ତି ।

ସୂଚନା ମୁତାବକ ୨୦୧୭ରେ, A2Z ଚୁକ୍ତିଭିତ୍ତିକ କାର୍ଯ୍ୟର ଏକ ଅଂଶ ପୂରା କରିବା ପାଇଁ କ୍ୱିପୋ ଇନଫ୍ରାଷ୍ଟ୍ରକଚର ସହିତ ଅନ୍ୟ ଏକ ଚୁକ୍ତି କରିଥିଲା। ଏବଂ ସହମତି ହୋଇଥିଲା ଯେ A2Z ଦ୍ୱାରା ପ୍ରାପ୍ତ ରାଶି ଏକ ଏସ୍କ୍ରୋ ଆକାଉଣ୍ଟରେ ଜମା ହେବ ଯେଉଁଠାରୁ ଅନ୍ୟ ପାର୍ଟିମାନଙ୍କୁ  ପେମେଣ୍ଟ କରାଯିବ।

ହେଲେ ୨୦୨୦ ରେ, A2Z ଏହି ଚୁକ୍ତିନାମାକୁ ବନ୍ଦ କରିଦେଲା । ଯାହା ପରେ କ୍ୱିପ୍ପୋ ଇନଫ୍ରାଷ୍ଟ୍ରକଚର କଲିକତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। କ୍ୱିପ୍ପୋ କୋର୍ଟଙ୍କୁ ତାଙ୍କର ଚୁକ୍ତିନାମା ଓ ୮.୧୮ କୋଟି ଟଙ୍କା ଦେୟ ନେଇ ଏକ ହ୍ୱାଟସ୍ଆପ୍ ବାର୍ତ୍ତାକୁ ପ୍ରମାଣ ଆଧାରରେ ଦେଖାଇଥିଲା। ହେଲେ A2Z କିନ୍ତୁ ଏହାକୁ ଖଣ୍ଡନ କରିଥିଲା ଓ ଏହି ମେସେଜ୍ ଜାଲ୍ ବୋଲି କହିଥିଲା । ଅବସ୍ୟ କ୍ୱିପୋର ଓକିଲ ପେମେଣ୍ଟ ସହ ଜଡ଼ିତ ଇମେଲ ଓ ବ୍ୟଙ୍କ ଷ୍ଟେମେଣ୍ଟ ଦେଖାଇବାପରେ କୋର୍ଟ A2Z କମ୍ପାନୀକୁ ସେହି ଏସ୍କ୍ର ଆକାଉଣ୍ଟରେ ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ହାଇକୋର୍ଟଙ୍କ ଏଭଳି ନିର୍ଦ୍ଦେଶରେ ସୁପ୍ରିମ କୋର୍ଟ ସନ୍ତୁଷ୍ଟ ନାହାଁନ୍ତି । କୋର୍ଟ କିଛନ୍ତି, ‘ଏକ ଏସ୍କ୍ରୋ ଆକାଉଣ୍ଟରେ ଟଙ୍କା ଜମା କରିବା ପାଇଁ HCଙ୍କ ନିର୍ଦ୍ଦେଶରେ ଆମେ ସନ୍ତୁଷ୍ଟ ନୁହଁ। ଆମେ ହ୍ୱାଟ୍ସଆପ୍ ବାର୍ତ୍ତାକୁ ନେଇ ବିଚାର କରୁନାହୁଁ। ଯଦି ଏହା ବିଳମ୍ବ ନହୁଏ, ତା’ହେଲେ ମଧ୍ୟସ୍ଥି ପାଖକୁ ଯାଆନ୍ତୁ। ଏବଂ ତାଙ୍କ ନିଷ୍ପତ୍ତିକୁ ଦଳଗୁଡିକ ଗ୍ରହଣ କରିବାକୁ ବାଧ୍ୟ।’

ଅନ୍ୟପଟେ, ହ୍ୱାଟ୍ସଆପ୍ର ଗୋପନୀୟତା ନୀତିକୁ ନେଇ କେନ୍ଦ୍ର ସହ ଚାଲିଥିବା ବିବାଦ ମଧ୍ୟରେ ଶୁକ୍ରବାର ଦିନ ହ୍ୱାଟ୍ସଆପ୍‌ ଦିଲ୍ଲୀ ହାଇକୋର୍ଟଙ୍କୁ କହିଛି ଯେ ଡାଟା ସୁରକ୍ଷା ବିଲ୍ କାର୍ଯ୍ୟକାରୀ ନହେବା ପର୍ଯ୍ୟନ୍ତ ସେ ଏହାର ଗୋପନୀୟତା ନୀତି ବା ପ୍ରାଇଭେସି ପଲିସିକୁ ଅସ୍ଥାୟୀ ଭାବରେ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।
ଜଣାଇଦେବାକୁ ଚାହୁଁ ଯେ ସୋସିଆଲ ମିଡିଆ ପ୍ଲାଟଫର୍ମ ଗୁଡ଼ିକ ଲାଗି କେନ୍ଦ୍ର ସରକାର ଜାରି କରିଥିବା ନୂତନ ମାର୍ଗଦର୍ଶିକା ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ହ୍ୱାଟ୍ସଆପ୍ । ନୂଆ ନିୟମରେ ୟୁଜରଙ୍କ ଚାର୍ଟକୁ ଟ୍ରେସ୍ କରିବାକୁ ପଡ଼ିବ। ଯାହାକି ୟୁଜରଙ୍କ ଗୋପନୀୟତାକୁ ପ୍ରଭାବିତ କରିବ ବୋଲି ହ୍ୱାଟ୍ସଆପ୍ ଅଭିଯୋଗ କରିଛି । ଅନ୍ୟପଟେ ସବୁ ମେସେଜର ଅରିଜିନ୍ ଟ୍ରେସ୍ କରାଯିବ ନାହିଁ ବୋଲି ଆଇଟି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।