spot_img
Home Blog Page 5483

୨୪ ଘଣ୍ଟାରେ ଆଉ ୩ ହଜାର ୩୧୯ ପଜିଟିଭ୍, କଟକରୁ ସର୍ବାଧିକ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ମାମଲା ସମାନ୍ତରଳ ସ୍ଥିତିରେ ରହିଛି । ୨୪ ଘଣ୍ଟା ମଧ୍ୟରେ ଆଉ ୩ ହଜାର ୩୧୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୧୮୯୬ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୪୨୩ଟି ମାମଲା ହେଉଛି ସ୍ଥାନୀୟ ସଂକ୍ରମଣ । କଟକରୁ ସର୍ବାଧିକ ୫୬୬ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୪୪୦ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି ।

କଟକ ଓ ଖୋର୍ଦ୍ଧାରେ ଦୈନିକ ସଂକ୍ରମଣ ମାମଲା ୬୦୦ ତଳେ ରହୁଥିବା ବେଳେ ବାଲେଶ୍ୱରରେ ସଂକ୍ରମଣ ଉପରମୁହାଁ ହେଉଛି । ଅନୁଗୁଳରୁ ୧୧୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୩୯୭, ବରଗଡ଼ରୁ ୪୭, ଭଦ୍ରକରୁ ୧୬୩, ବଲାଙ୍ଗିରରୁ ୧୦, ବୌଦ୍ଧରୁ ୧୬, ଦେବଗଡ଼ରୁ ୪, ଢେଙ୍କାନାଳରୁ ୬୯, ଗଜପତିରୁ ୧୨, ଗଞ୍ଜାମରୁ ୧୮, ଜଗତସିଂହପୁରରୁ ୧୩୦, ଯାଜପୁରରୁ ୧୯୪, ଝାରସୁଗୁଡ଼ାରୁ ୧୧, କଳାହାଣ୍ଡିରୁ ୩୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏଥିସହ ପଢ଼ନ୍ତୁ: ରାଜ୍ୟରେ କରୋନାରେ ଆଉ ୪୩ ଆକ୍ରାନ୍ତ ମୃତ

ସେହିଭଳି କନ୍ଧମାଳରୁ ୨୩, କେନ୍ଦ୍ରାପଡ଼ାରୁ ୧୩୪, କେନ୍ଦୁଝରରୁ ୬୫, କୋରାପୁଟରୁ ୬୯, ମାଲକାନଗିରିରୁ ୭୧, ମୟୂରଭଞ୍ଜରୁ ୧୯୯, ନବରଙ୍ଗପୁରରୁ ୩୯, ନୟାଗଡ଼ରୁ ୧୧୧, ନୂଆପଡ଼ାରୁ ୪, ପୁରୀରୁ ୧୭୫, ରାୟଗଡ଼ାରୁ ୪୩, ସମ୍ବଲପୁରରୁ ୨୯, ସୋନପୁରରୁ ୧୭, ସୁନ୍ଦରଗଡ଼ରୁ ୩୬ ଏବଂ ଷ୍ଟେଟପୁଲରୁ ୯୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୩ ହଜାର ୭୮୯କୁ ବୃଦ୍ଧି ପାଇଛି । ଏବେ ରାଜ୍ୟରେ ୩୨ ହଜାର ୪୦୪ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି । ୮ ଲକ୍ଷ ୬୭ ହଜାର ୪୦୨ ଜଣ କରୋନାକୁ ମାତ୍ ଦେଇ ସୁସ୍ଥ ହୋଇଛନ୍ତି । କରୋନାରେ ୩ ହଜାର ୯୩୦ ଜଣଙ୍କ ମୃତ୍ୟୁ ହୋଇଛି ।

ଏମ୍ସର ଜରୁରୀକାଳୀନ ୱାର୍ଡରେ ଅଗ୍ନିକାଣ୍ଡ, ରାସ୍ତା ଉପରେ ରୋଗୀଙ୍କୁ ଚିକିତ୍ସା କଲେ ଡାକ୍ତର

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ସୋମବାର ଭୋର୍ ପ୍ରାୟ ୫ଟା ସମୟରେ ନିଆଁ ଲାଗିଛି । ଅଗ୍ନିଶମ ବାହିନୀର ୭ଟି ଗାଡ଼ି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଜରୁରୀକାଳୀନ ୱାର୍ଡରେ ଭର୍ତ୍ତି ଥିବା ରୋଗୀଙ୍କୁ ତୁରନ୍ତ ବାହାରକୁ ଅଣାଯିବା ସହ ଭେଣ୍ଟିଲେଟରରେ ଥିବା ରୋଗୀଙ୍କ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । କିଛି ରୋଗୀଙ୍କୁ ଡାକ୍ତର ରାସ୍ତା ଉପରେ ଚିକିତ୍ସା କରୁଥିବା ଦେଖାଯାଇଛି ।

Fire At Delhi AIIMS Emergency Ward

ଏମ୍ସ କର୍ତ୍ତୃପକ୍ଷ ଗମ୍ଭୀର ରୋଗୀଙ୍କୁ ସଫଦରଜଙ୍ଗ ସ୍ଥାନାନ୍ତରଣ କରିଛନ୍ତି । ଅଗ୍ନିଶମ ବିଭାଗ ଅନୁସାରେ, ଷ୍ଟୋର ରୁମରେ ପ୍ରଥମେ ନିଆଁ ଲାଗିଥିଲା । ଏବେ ନିଆଁ ଆୟତ୍ତକୁ ଆସିଥିବା ବେଳେ ମୃତାହତ ନେଇ କୌଣସି ସୂଚନା ମିଳିନାହିଁ । ଏହା ପୂର୍ବରୁ ଜୁନ୍ ୧୭ ତାରିଖରେ ମଧ୍ୟ ଏମ୍ସରେ ନିଆଁ ଲାଗିଥିଲା । ଏମ୍ସର ନବମ ମହଲାରେ ଅଗ୍ନିକାଣ୍ଡ ହୋଇଥିଲା ।

ରାଜ୍ୟରେ କରୋନାରେ ଆଉ ୪୩ ଆକ୍ରାନ୍ତ ମୃତ

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ହାର୍ ଖସିଥିବା ବେଳେ ମୃତ୍ୟୁସଂଖ୍ୟା କମୁନି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୪୩ ଜଣ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । ଏଥିସହ ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୩ ହଜାର ୯୩୦କୁ ବୃଦ୍ଧି ପାଇଛି । ଗତ ୨୬ ତାରିଖରେ ସର୍ବାଧିକ ୪୭ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା ।

ବାଲେଶ୍ୱରରୁ ଜଣେ କୋଭିଡ୍ ଆକ୍ରାନ୍ତ ଆଖି ବୁଜିଥିବା ବେଳେ ବରଗଡ଼ରୁ ୫ ଜଣ, ଭଦ୍ରକରୁ ୩ ଜଣ, ଭୁବନେଶ୍ୱରରୁ ୫ ଜଣ, କଟକରୁ ୩ ଜଣ, ଢେଙ୍କାନାଳରୁ ୨ ଜଣ, ଗଞ୍ଜାମରୁ ୩ ଜଣ, କେନ୍ଦୁଝରରୁ ଜଣେ, ଖୋର୍ଦ୍ଧାରୁ ୪ ଜଣ, ମୟୂରଭଞ୍ଜରୁ ଜଣେ, ନୟାଗଡ଼ରୁ ୫ ଜଣ, ପୁରୀରୁ ୫ ଜଣ, ସମ୍ବଲପୁରରୁ ଜଣେ ଓ ସୁନ୍ଦରଗଡ଼ରୁ ୪ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଶ୍ରୀନଗର: ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ସାମ୍ବାଦିକତା କ୍ଷେତ୍ର ପ୍ରତି ତାଙ୍କ ଅବଦାନ ସର୍ବଦା ସ୍ମରଣୀୟ ବୋଲି କହିଛନ୍ତି ନବୀନ ।

ଗତକାଲି ଏକ ସଡ଼କ ଦୁର୍ଘଟଣାରେ ଜୀବନ ବରିଷ୍ଠ ସାମ୍ବାଦିକ ଜିମୁତ ମଙ୍ଗରାଜଙ୍କ ମୃତ୍ୟୁ ହୋଇଥିଲା । ପ୍ରତିଟି ପ୍ରସଙ୍ଗରେ ବଳିଷ୍ଠ ଜ୍ଞାନ ରଖିଥିବା ଜିମୁତ ମଙ୍ଗରାଜଙ୍କ ଅଚାନକ ମୃତ୍ୟୁ ଖବର ସଭିଙ୍କୁ ବିସ୍ମିତ କରିଛି  । ଯାଆଁଳା ମେଡ଼ିକାଲ ସମ୍ମୁଖରେ ସାମ୍ବାଦିକ ଜିମୁତ ମଙ୍ଗରାଜଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଏଥିସହ ପଢ଼ନ୍ତୁ: ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜଙ୍କ ଦୁର୍ଘଟଣାରେ ଦେହାନ୍ତ, ବିଶିଷ୍ଟ ବ୍ୟକ୍ତିଙ୍କ ଶୋକପ୍ରକାଶ

ବିଭିନ୍ନ ପ୍ରତିଷ୍ଠିତ ଗଣମାଧ୍ୟମରେ ସାମ୍ବାଦିକତା କରିଥିଲେ ଜିମୂତ । ସେ ବିଜୁ ପଟ୍ଟନାୟକ ଓଡ଼ିଶା ରାଜନୀତି ସମ୍ପର୍କରେ ଅନେକ ପୁସ୍ତକ ମଧ୍ୟ ଲେଖିଛନ୍ତି । ରାଜ୍ୟର ପ୍ରଥମ ରାଜନୈତିକ ଖବରକାଗଜ ‘ନେତା’ର  ସମ୍ପାଦକ ଭାବେ ଦାୟିତ୍ୱ ନିର୍ବାହ କରି ନିଜର ପରିଚୟକୁ ପରିପୃଷ୍ଠ କରିଛନ୍ତି । ସେହିପରି ୩ଟି ପିଏଚଡି ଡିଗ୍ରୀ ହାସଲ କରିଥିଲେ ଜିମୂତ ମଙ୍ଗରାଜ  । ତାଙ୍କ ବିୟୋଗରେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ମଧ୍ୟ ଶୋକ ପ୍ରକାଶ କରିଛନ୍ତି ।

ଘରେ ପଶି SPO ଓ ପତ୍ନୀଙ୍କୁ ହତ୍ୟା କଲେ ଆତଙ୍କବାଦୀ, ଝିଅ ଗୁରୁତର

ଶ୍ରୀନଗର: ଜମ୍ମୁ-କାଶ୍ମୀର ତ୍ରାଲରେ ଆତଙ୍କବାଦୀ ଏକ ଏସପିଓ ପରିବାରକୁ ଟାର୍ଗେଟ୍ କରିଛନ୍ତି । ଏସପିଓ ଫୈୟାଜ ଅହମ୍ମଦ ଓ ତାଙ୍କ ସ୍ତ୍ରୀଙ୍କୁ ନିର୍ମମ ଭାବେ ଗୁଳି କରି ହତ୍ୟା କରିଛନ୍ତି ଆତଙ୍କବାଦୀ । ଘରେ ପଶି ଏଭଳି ହତ୍ୟା କରିଛନ୍ତି ଆତଙ୍କବାଦୀ । ଆକ୍ରମଣରେ ଫୈୟାଜଙ୍କ ଝିଅ ମଧ୍ୟ ଗମ୍ଭୀର ଭାବେ ଆହତ ହୋଇଛି । ତାକୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲାର ତ୍ରାଲ ହରିପରିଗାମରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି । ଆତଙ୍କବାଦୀ ୪୧ ବର୍ଷିଅ ଏସପିଓ ଫୈୟାଜ ଅହମ୍ମଦ, ତାଙ୍କ ପତ୍ନୀ ଓ ଝିଅକୁ ଗୁଳି ମାରିଛନ୍ତି । ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ମେଡିକାଲ ନିଆଯାଇଥିବା ବେଳେ ଫୈୟାଜ ଓ ପତ୍ନୀ ଆଖି ବୁଜି ଦେଇଛନ୍ତି । ଝିଅର ଚିକିତ୍ସା କରାଯାଉଛି ।

Jammu Kashmir Terrorists Shot Dead A Special Police Officer His Home In Awantipora

ଏନେଇ କାଶ୍ମୀର ପୋଲିସ ପକ୍ଷରୁ ମଧ୍ୟ ସୂଚନା ଦିଆଯାଇଛି । ପୋଲିସ ପକ୍ଷରୁ କୁହାଯାଇଛି ଏସପିଓ ଫୈୟାଜଙ୍କ ଘରେ ପଶି ଆତଙ୍କବାଦୀ ଆଖିବୁଜା ଗୁଳିମାଡ଼ କରିଥିଲେ । ଘଟଣା ପରେ ସମ୍ପୃକ୍ତ ଅଞ୍ଚଳକୁ ସୁରକ୍ଷାକର୍ମୀ କର୍ଡନ କରି ରଖିଛନ୍ତି । ଆତଙ୍କବାଦୀଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ୍ ଜାରି ରହିଛି ।

ଏହି ଆକ୍ରମଣ ପୂର୍ବରୁ ଗତକାଲି ବିଳମ୍ବିତ ରାତିରେ ଜାମ୍ମୁର ଏୟାରଫୋର୍ସ ଷ୍ଟେସନରେ ମଧ୍ୟ ଆତଙ୍କବାଦୀ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରିଥିଲେ । ଶନିବାର ରାତିରେ ଦୁଇଥର ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ଏୟାରଫୋର୍ସର ଏକ କୋଠାର ଛାତରେ ଫାଟ ହୋଇଥିବା ବେଳେ ୨ ଜଣ ଆହତ ହୋଇଥିଲେ ।

ଯୁବ ସାମ୍ବାଦିକ ଦୀପକ ମିଶ୍ରଙ୍କ ମୃତ୍ୟୁ, ଚିକିତ୍ସାଧିନ ଅବସ୍ଥାରେ ପରଲୋକ

ଭୁବନେଶ୍ୱର: ଡେଲାଙ୍ଗ ନ୍ୟୁଜ 7 ପ୍ରତିନିଧି ଦୀପକ ମିଶ୍ରଙ୍କ ମୃତ୍ୟୁ । ବ୍ରେନ୍ ଷ୍ଟ୍ରୋକରେ ଗୁରୁତର ହୋଇ ଭୁବନେଶ୍ୱର ସ୍ଥିତ ସମ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି । ଜୁନ ୨୦ରେ ହଠାତ ଦୀପକ ଅସୁସ୍ଥ ହୋଇ ପଡ଼ିଥିଲେ । ପରେ ତାଙ୍କୁ କ୍ୟାପିଟାଲ ହସପିଟାଲ ଓ ପରେ ସମ ହସପିଟାଲରେ ଭର୍ତ୍ତି କରାଯାଇଥିଲା ।

ହେଲେ ସ୍ବାସ୍ଥ୍ୟବସ୍ଥାରେ ସୁଧାର ନଆସିବାରୁ ତାଙ୍କି ଭେଣ୍ଟିଲେଟରରେ ରଖାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଆଜି ମୃତ୍ୟୁ ହୋଇଛି । ଦୀପକଙ୍କ ମୃତ୍ୟୁ ନେଇ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଦୀପକଙ୍କ ଭଳି ଯୁବ ସାମ୍ବାଦିକଙ୍କୁ ହରାଇ ଅଞ୍ଚଳରେ ମଧ୍ୟ ଶୋକର ଛାୟା ଖେଳି ଯାଇଛି  ।

 

‘କିସ୍’ର ପ୍ରଥମ ସମାବର୍ତ୍ତନ ଉତ୍ସବରେ ରାଜ୍ୟପାଳଙ୍କ ପରାମର୍ଶ, ଜନଜାତି ସମ୍ପ୍ରଦାୟରେ ପ୍ରତିଭାଙ୍କ ଅଭାବ ନାହିଁ

ଭୁବନେଶ୍ୱର: ଜନଜାତି ସମ୍ପ୍ରଦାୟରେ ପ୍ରତିଭାଙ୍କ ଅଭାବ ନାହିଁ । ସେମାନଙ୍କ ପାଇଁ ଭଲ ପରିବେଶ, ପ୍ରୋତ୍ସାହନ ଏବଂ ସମୟଭିତ୍ତିକ ମାର୍ଗ ପ୍ରଦର୍ଶନ ଆବଶ୍ୟକ । ବିଶ୍ୱର ପ୍ରଥମ ଆଦିବାସୀ ବିଶ୍ବବିଦ୍ୟାଳୟ ‘କିସ୍’ର ପ୍ରଥମ ସମାବର୍ତ୍ତନ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଏହି ପରାମର୍ଶ ଦେଇଛନ୍ତି । ଉତ୍ସବରେ ରାଜ୍ୟପାଳଙ୍କ ସମେତ ୩ଜଣ ସ୍ବନାମ ଧନ୍ୟ ଓଡ଼ିଆଙ୍କୁ ମିଳିଛି ଡକ୍ଟରେଟ ଉପାଧି । କିସ୍‌ରେ ଜନଜାତିଙ୍କ ପାଇଁ ଥିବା ବ୍ୟବସ୍ଥା ସମ୍ପର୍କରେ ଏହାର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ସୂଚନା ଦେଇଥିଲେ ।

୧୯୯୨-୯୩ ମସିହାରେ ମାତ୍ର ୧୨୫ ଜଣ ପିଲାଙ୍କୁ ନେଇ ଆରମ୍ଭ ହୋଇଥିଲା କିସ୍‌ । ଛୋଟିଆ ଶିକ୍ଷାନୁଷ୍ଠାନ ଆଜି ମହାଦ୍ରୁମରେ ପରିଣତ ହୋଇଛି । କିସ୍‌ ଆଜି ଲକ୍ଷାଧିକ ଜନଜାତି ଶିଶୁ ଓ ଯୁବକଯୁବତୀଙ୍କୁ ଉପଯୁକ୍ତ ମାର୍ଗ ଦର୍ଶନ କରାଇଛି ବୋଲି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ କହିଛନ୍ତି । ଛାତ୍ରଛାତ୍ରୀଙ୍କୁ ଭୋକାଲ୍ ଫର୍ ଲୋକାଲ୍ ପାଇଁ ଶପଥ ନେବା ସହ ଏକ ସଫଳ ଆତ୍ମନିର୍ଭର ଭାରତ ନିର୍ମାଣ ପାଇଁ ସେ ଆହ୍ବାନ ଦେଇଥିଲେ । ଭର୍ଚୁଆଲରେ ଆୟୋଜିତ ଉତ୍ସବରେ କିସ୍ ପକ୍ଷରୁ ରାଜ୍ୟପାଳଙ୍କ ସମେତ ଭାରତର ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ, କେନିଆର ସାଂସଦ ତଥା କେନିଆ ମେଡିହିଲ୍ ହସ୍ପିଟାଲ୍ ସମୂହର ପ୍ରତିଷ୍ଠାତା ଅଧ୍ୟକ୍ଷ ସ୍ୱରୂପ ରଞ୍ଜନ ମିଶ୍ର ଏବଂ ନିୟୁର୍କରେ ରହୁଥିବା ବିଶିଷ୍ଟ ଫ୍ୟାସନ୍ ଡିଜାଇନର୍ ବିଭୁ ମହାପାତ୍ରଙ୍କୁ ସମ୍ମାନଜନକ ଡିଲିଟ୍‌ ପ୍ରଦାନ କରାଯାଇଛି ।

କିସ୍‌ରେ କଳା, ବିଜ୍ଞାନ ଓ ବାଣିଜ୍ୟ ଭଳି କୋର୍ସ ସହ ଜନଜାତିଙ୍କ ଶିକ୍ଷା, ଅଧିକାର, ଚାଲିଚଳଣି, ଭାଷା, ସଂସ୍କୃତି ଉପରେ ସ୍ୱତନ୍ତ୍ର ପାଠ୍ୟକ୍ରମ ଓ ଗବେଷଣା ବ୍ୟବସ୍ଥା ରହିଛି । ଏହି ଆବାସିକ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଇଁ ରହିଛି ସମ୍ପୂର୍ଣ୍ଣ ମାଗଣା ରହିବା, ଖାଇବା, ପାଠପଢାର ବ୍ୟବସ୍ଥା । ଏବେ ୩୦ ହଜାର ପିଲା ଏଠାରେ ପଢୁଛନ୍ତି । ଆଗକୁ ଲକ୍ଷେ ପିଲାଙ୍କୁ ମାଗଣା ପଢାଇବାର ଟାର୍ଗେଟ ରଖାଯାଇଛି । ଏହି ଅବସରରେ କିସ୍‌ର ଟ୍ରାଇବାଲ୍ ରିସୋର୍ସ ମ୍ୟାନେଜମେଣ୍ଟ ସ୍କୁଲର ୨୦୧୯ ବ୍ୟାଚ୍ ଛାତ୍ରୀ ମଲହୋ ମାର୍ଡି ଏବଂ ସ୍କୁଲ୍ ଅଫ୍ ଇଣ୍ଡିଜେନସ୍ ନଲେଜ୍, ସାଇନସ୍ ଓ ଟେକ୍ନୋଲୋଜିର ୨୦୨୦ ବ୍ୟାଚ୍‌ ଛାତ୍ର ପ୍ରଶାନ୍ତ ମାଝୀଙ୍କୁ ପ୍ରତିଷ୍ଠାତା ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା। ସେହିପରି ୧୪ଜଣ କୃତୀ ଛାତ୍ରଛାତ୍ରୀଙ୍କୁ କୁଳାଧିପତି ସ୍ୱର୍ଣ୍ଣ ପଦକ ଓ ୧୪ଜଣ ଛାତ୍ରଛାତ୍ରୀଙ୍କୁ କୁଳପତି ରୌପ୍ୟ ପଦକ ପ୍ରଦାନ କରାଯାଇଛି।

ଆଇଏଏସରେ ବଡ଼ ଅଦଳବଦଳ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଆଜି IAS ସ୍ତରରେ ହୋଇଛି ବଡ଼ ଧରଣର ଅଦଳ ବଦଳ  । ସୁରେଶ ବଶିଷ୍ଠ ହେଲେ A ଏବଂ FE ବିଭାଗର କମିଶନର ତଥା ସଚିବ  । ଭୂପେନ୍ଦ୍ର ସିଂ ପୁନିଆ ହେଲେ IPICOLର ପରିଚାଳନା ନିର୍ଦ୍ଦେଶକ  । ସେହିପରି WODCର CEO ହୋଇଛନ୍ତି ପ୍ରେମଚନ୍ଦ୍ର ଚୌଧରୀ  । ଅନ୍ୟପଟେ OSEPAର ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି ଅନୁପମ ଶାହା  ।

ଅନ୍ୟପଟେ ମନୀଷା ବାନାର୍ଜୀ ହେଲେ ବରଗଡ଼ ଜିଲ୍ଲାପାଳ, ଡ. ୟେଦ୍ଦୁଲ୍ଲା ଭିଜୟ ହେଲେ ପଶୁ ସମ୍ପଦ ଓ ପ୍ରାଣୀଧନ ନିର୍ଦ୍ଦେଶକ , ଲିଙ୍ଗରାଜ ପଣ୍ଡାଙ୍କୁ ଗଜପତି ଜିଲ୍ଲାର ଜିଲ୍ଲାପାଳ ଦାୟିତ୍ୱ,  ଏ.ଏସ ନରଓ୍ୱାଣେ ହେଲେ ସୋନପୁର ଜିଲ୍ଲାପାଳ, ଦିବ୍ୟଜ୍ୟୋତି ପରିଡ଼ା ରାଉରକେଲା ସ୍ମାର୍ଟ ସିଟି CEO (ଅତିରିକ୍ତ) ଏବଂ ବିଶାଲ ସିଂ ମାଲକାନଗିରି ଜିଲ୍ଲାପାଳ  ।

କଳାହାଣ୍ଡି PD DRDA ହେଲେ ସୋମେଶ କୁମାର ଉପାଧ୍ୟାୟ, ମୟୂରଭଞ୍ଜ PD DRDA ହେଲେ ପି ଅନ୍ୱେଷା ରେଡ୍ଡୀ , ଦିବାକର ଟି ଏସ୍‌ ହେଲେ OCACର ସ୍ୱତନ୍ତ୍ର ଡ୍ୟୁଟି ଅଫିସର, ଅଗ୍ରଓ୍ୱାଲ ଅକ୍ଷୟ ସୁନୀଲ ନବରଙ୍ଗପୁର ଉପଜିଲ୍ଲାପାଳ, ଅନନ୍ୟା ଦାସ ବାରିପଦା ଉପଜିଲ୍ଲାପାଳ, ଆଦିତ୍ୟ ଗୋୟଲ କୁଚିଣ୍ଡା ଉପଜିଲ୍ଲାପାଳ, ମହାଜନ ମନୋଜ ସତ୍ୟବାନ ଟିଟିଲାଗଡ଼ ଉପଜିଲ୍ଲାପାଳ,  ପାଓ୍ୱାର ସଚ୍ଚିନ ପ୍ରକାଶ ହେଲେ ଧର୍ମଗଡ଼ ଉପଜିଲ୍ଲାପାଳ ଏବଂ ଆଇ ଗୌରବ ଶିବାଜୀ ହୋଇଛନ୍ତି ଖୋର୍ଦ୍ଧା ଉପଜିଲ୍ଲାପାଳ  ।

ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜଙ୍କ ଦୁର୍ଘଟଣାରେ ଦେହାନ୍ତ, ବିଶିଷ୍ଟ ବ୍ୟକ୍ତିଙ୍କ ଶୋକପ୍ରକାଶ

ଭୁବନେଶ୍ୱର: ଦୁର୍ଘଟଣାରେ ଜୀବନ ହାରିଲେ ବରିଷ୍ଠ ସାମ୍ବାଦିକ ଜିମୁତ ମଙ୍ଗରାଜ  । ପ୍ରତିଟି ପ୍ରସଙ୍ଗରେ ବଳିଷ୍ଠ ଜ୍ଞାନ ରଖିଥିବା ଜିମୁତ ମଙ୍ଗରାଜଙ୍କ ଅଚାନକ ମୃତ୍ୟୁ ଖବର ସଭିଙ୍କୁ ବିସ୍ମିତ କରିଛି  । ଆଜି ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା ।  ଯାଆଁଳା ମେଡ଼ିକାଲ ସମ୍ମୁଖରେ ସାମ୍ବାଦିକ ଜିମୁତ ମଙ୍ଗରାଜଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ନେଇ ଯାଆଁଳା ପୋଲିସ ପକ୍ଷରୁ ସୂଚନା ମିଳିଛି   ।

ବିଭିନ୍ନ ପ୍ରତିଷ୍ଠିତ ଗଣମାଧ୍ୟମରେ ସାମ୍ବାଦିକତା କରିଆସିଛନ୍ତି ଜିମୁତ  । ସେହିପରି ବିଜୁ ପଟ୍ଟନାୟକ ଓଡ଼ିଶା ରାଜନୀତି ସମ୍ପର୍କରେ ଅନେକ ପୁସ୍ତକ ମଧ୍ୟ ଲେଖିଛନ୍ତି  । ରାଜ୍ୟର ପ୍ରଥମ ରାଜନୈତିକ ଖବରକାଗଜ ‘ନେତା’ର  ସମ୍ପାଦକ ଭାବେ ଦାୟିତ୍ୱ ନିର୍ବାହ କରି ନିଜର ପରିଚୟକୁ ପରିପୃଷ୍ଠ କରିଛନ୍ତି  । ସେହିପରି ୩ଟି ପିଏଚଡି ଡିଗ୍ରୀ ହାସଲ କରିଥିଲେ ଜିମୂତ ମଙ୍ଗରାଜ  । ଏକାଧିକ ସାଂସ୍କୃତିକ ଓ ସାମ୍ବାଦିକ ସଂଘ ସହ ଜଡ଼ିତ ରହି ଅନେକ କାର୍ଯ୍ୟକ୍ରମ ରାଜ୍ୟରେ ଜାରି ରଖିଥିଲେ  ।

ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜଙ୍କ ସଡ଼କ ଦୁର୍ଘଟଣାର ବିୟୋଗ ଖବରରେ ଦୁଃଖ ପ୍ରକାଶ କରିଛନ୍ତି ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ  ।    ଦୁଃଖକୁ ସାମ୍ନା କରିବା ପାଇଁ ପ୍ରଭୁ ଜଗନ୍ନାଥ ତାଙ୍କ ପରିବାରକୁ ଧୈର୍ଯ୍ୟ ଓ ଶକ୍ତି ଦିଅନ୍ତୁ। ବରିଷ୍ଠ ସାମ୍ବାଦିକ ଜୀମୁତ ମଙ୍ଗରାଜଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ମର୍ମାହତ। ଜଣେ ବିଚକ୍ଷଣ ତଥା ନିଃସ୍ୱାର୍ଥପର ସାମ୍ବାଦିକ ଭାବେ ସେ ବେଶ ଜଣାଶୁଣା। ସାମ୍ବାଦିକମାନଙ୍କ ଦାବିକୁ ସେ ସରକାରଙ୍କ ନିକଟରେ ଦୃଢ଼ ଭାବେ ଉପସ୍ଥାପିତ କରୁଥିଲେ ବୋଲି କହିଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା  ।

 

ଦେଶରେ ତୃତୀୟ ଲହର ଆସିବାକୁ ଲାଗିବ ୬-୮ ମାସର ସମୟ, ଦ୍ରୁତ ଗତିରେ ହେବ ଟିକାକରଣ: କେନ୍ଦ୍ର

ନୂଆଦିଲ୍ଲୀ: ଭାରତରେ କରୋନାର ଦ୍ୱିତୀୟ ଲହର ହ୍ରାସ ପାଉଛି । ତଥାପି, ଡେଲଟା ଭାରିଏଣ୍ଟ ଆସିବା ପରେ ତୃତୀୟ ଲହରକୁ ନେଇ ଆଶଙ୍କା କରାଯାଉଛି । ଏହି ସମୟରେ ଏକ ଆଶ୍ୱସ୍ଥିକର ଖବର ଆସିଛି । କୋଭିଡ ୱାର୍କିଂ ଗ୍ରୁପ୍ ଚେୟାରମ୍ୟାନ୍ ଡକ୍ଟର ଏନ.କେ ଆରୋଡା କହିଛନ୍ତି ଯେ ତୃତୀୟ ଲହର ପାଇଁ ଆଉ ୬-୮ ମାସ ବାକି ଅଛି। ଜୁଲାଇ କିମ୍ବା ଅଗଷ୍ଟରୁ ପିଲାମାନେ ମଧ୍ୟ ଟିକା ପାଇବେ ବୋଲି ସେ ଆଶା କରାଯାଉଛି । କୋଭିଡ ୱାର୍କିଂ ଗ୍ରୁପ୍ର ଚେୟାରମ୍ୟାନ୍ ଡକ୍ଟର ଏନ.କେ ଆରୋଡା କହିଛନ୍ତି ଯେ ଆଇସିଏମଆର ଏକ ଅଧ୍ୟୟନ କରିଛି, ଏହା ଅନୁଯାୟୀ କରୋନାର ତୃତୀୟ ଲହର ବିଳମ୍ବରେ ଆସିବ। ଆମର ୬-୮ ମାସର ସମୟ ଅଛି । ସମସ୍ତଙ୍କୁ ଟିକା ଦେବା ପାଇଁ ଆମର ବହୁତ ସମୟ ଅଛି । ଆଗାମୀ ଦିନରେ ଆମେ ପ୍ରତିଦିନ ୧ କୋଟି ଟିକା ଦେବୁ।

ପିଲାମାନଙ୍କର ଟୀକାକରଣ ବିଷୟରେ ସୂଚନା ଦେଇ ଡକ୍ଟର ଏନ.କେ ଆରୋଡା କହିଛନ୍ତି ଯେ ଜୁଲାଇ ଶେଷ କିମ୍ବା ଅଗଷ୍ଟ ଶେଷରୁ ୧୨-୧୮ ବର୍ଷ ବୟସର ପିଲାମାନଙ୍କୁ କରୋନା ଟିକା ଦିଆଯିବ। ସେ କହିଛନ୍ତି ଯେ, ପିଲାମାନଙ୍କ ଉପରେ ଜାୟଡସ୍ କ୍ୟାଡିଲାର କରୋନା ଟିକା ପରୀକ୍ଷା ପ୍ରାୟ ଶେଷ ହୋଇଛି।

୩୨.୧୭ କୋଟି ଡୋଜ ଦିଆଯାଇଛି
ରବିବାର ସକାଳ ୭ଟା ପର୍ଯ୍ୟନ୍ତ ପ୍ରକାଶିତ ଟୀକାକରଣ ତଥ୍ୟ ଅନୁଯାୟୀ, ଦେଶରେ ଗୋଟିଏ ଦିନରେ ୬୪.୨୫ ଲକ୍ଷ ଆଣ୍ଟି-କୋଭିଡ -19 ଟିକା ଦିଆଯିବା ପରଠାରୁ ଦେଶବ୍ୟାପୀ ଅଭିଯାନ ଅଧୀନରେ ମୋଟ ୩୨.୧୭ କୋଟି ଡୋଜ ଦିଆଯାଇଛି । ଏହା ବ୍ୟତୀତ, ୧୭,୪୫,୮୦୯ ଅଧିକ ନମୁନା ପରୀକ୍ଷା କରାଯାଇଥିଲା । ଏହା ସହିତ ଦେଶରେ ଏପର୍ଯ୍ୟନ୍ତ ୪୦,୧୮,୧୧,୮୯୨ ନମୁନା ପରୀକ୍ଷା କରାଯାଇଛି ।
ଏହି ଟିକା ତୃତୀୟ ଲହର ଉପରେ ପ୍ରଭାବ ପକାଇବ କି ?

ପ୍ରଶ୍ନ ଉଠିଛି ଯେ ଟିକାj ଦୁଇ ଡୋଜ ନେବା ପରେ ଏହି ସଂକ୍ରମଣକୁ ଏଡାଯାଇପାରିବ କି? ଏହାକୁ ନେଇ ବିଶ୍ୱରେ ଆଜିକାଲି ବିଭିନ୍ନ ଗବେଷଣା କରାଯାଉଛି । ସୂଚନା ଯୋଗ୍ୟ ଯେ, ଟିକାର ଦୁଇଟି ଡୋଜ ନେବା ପରେ ଆଉ କରୋନା ହେବ ନାହିଁ ବୋଲି କୌଣସି ଟିକା ଉତ୍ପାଦନକାରୀ କମ୍ପାନୀ ସ୍ପଷ୍ଟ କରିନାହାଁନ୍ତି । କେବଳ ଟିକା ନେବା ପରେ ସଂକ୍ରମଣ ହୋଇଥିଲେ ମଧ୍ୟ ଆପଣଙ୍କୁ ହସ୍ପିଟାଲ ଯିବାକୁ ପଡିବ ନାହିଁ ବୋଲି ଦାବି କରାଯାଉଛି।