spot_img
Home Blog Page 5484

ଜାମ୍ମୁ ବାୟୁସେନା ଷ୍ଟେସନରେ ହୋଇଥିବା ବିସ୍ଫୋରଣ ପଛରେ ପାକିସ୍ତାନର ଆତଙ୍କବାଦୀ ସଂଗଠନ !

ନୂଆଦିଲ୍ଲୀ: ଜାମ୍ମୁର ସତୱାରୀ ଅଞ୍ଚଳରେ ଥିବା ବାୟୁସେନା ଷ୍ଟେସନରେ ରବିବାର ସକାଳେ ହୋଇଥିବା ବିସ୍ଫୋରଣ ପରେ ସତର୍କତା ଜାରି କରାଯାଇଛି । ଭାରତୀୟ ବାୟୁସେନାର ଷ୍ଟେସନ ମୁଖ୍ୟାଳୟ ତଥା ଜାମ୍ମୁର ମୁଖ୍ୟ ବିମାନବନ୍ଦର ମଧ୍ୟ ଏହି ପରିସରରେ ଆସିଛି । ଏହି ବିସ୍ଫୋରଣ ପରେ ଆଖପାଖ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ସୁରକ୍ଷା ଏଜେନ୍ସି କହିଛି ଯେ, ଭାରତୀୟ ବାୟୁସେନା (ଆଇଏଏଫ) ବେସରେ ଡ୍ରୋନ୍ ଦ୍ୱାରା ବିସ୍ଫୋରଣ ପଛରେ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈୟବା କିମ୍ବା ଜୈଶ-ଏ-ମହମ୍ମଦ ଥାଇପାରେ।

ଏଥି ସହିତ ଜାମ୍ମୁ କାଶ୍ମୀରର ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଦିଲବାଗ ସିଂ ଜାମ୍ମୁ ବିମାନବନ୍ଦରରେ ଭାରତୀୟ ବାୟୁସେନା ଅଧୀନସ୍ତ ଅଞ୍ଚଳରେ ଥିବା ହୋଇଥିବା ବିସ୍ଫୋରଣକୁ ଆତଙ୍କବାଦୀ ଆକ୍ରମଣ ବୋଲି କହିଛନ୍ତି। ସେ କହିଛନ୍ତି ପୋଲିସ, ବାୟୁସେନା ଏବଂ ଅନ୍ୟାନ୍ୟ ଏଜେନ୍ସି ଏହି ଆକ୍ରମଣର ତଦନ୍ତ କରୁଛନ୍ତି। ଏହି ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଏବଂ ସେମାନଙ୍କୁ ପଚରାଉଚରା କରାଯାଉଛି। ଏହି ଡ୍ରୋନ୍ ଆକ୍ରମଣ ପରେ ପଠାନକୋଟ, ଅମ୍ବାଲା, ଅବନ୍ତୀପୁର ଏବଂ ଅନ୍ୟ କେତେକ ଏୟାରବେଟ୍କୁ ହାଇ ଆଲର୍ଟ କରାଯାଇଛି । ଆତଙ୍କବାଦୀ ଦୃଷ୍ଟିରୁ ଅନ୍ୟାନ୍ୟ ଏଜେନ୍ସି ମଧ୍ୟ ଅନୁସନ୍ଧାନ କରୁଛନ୍ତି ।

ସୂଚନା ଅନୁସାରେ, ଏହାପୂର୍ବରୁ ଜୈଶ-ଏ-ମହମ୍ମଦ ହିଜବୁଲ ମୁଜାହିଦ୍ଦିନଙ୍କ ସହ ମିଶି ପାକିସ୍ତାନର ସୀମା ଆରପାର୍ଶ୍ୱରୁ ବିଶେଷ କରି ଜାମ୍ମୁ କାଶ୍ମୀରର ସାମ୍ବା ସେକ୍ଟରରେ ନିଜର ହେଡଲର୍ସ ମାଧ୍ୟମରେ ଡ୍ରୋନରୁ ଗୁଳି ବାରୁଦ ନିୟମିତ ଭାବରେ ଆଣୁଥିଲା । ଏହା ପରେ ଭାରତୀୟ ସେନା ମଧ୍ୟ ଗୁପ୍ତଚରଙ୍କ ସୂଚନା ଆଧାରରେ ଓଭର ଗ୍ରାଉଣ୍ଡ ୱାର୍କର୍ସ (OGW) କୁ ଗିରଫ କରିଥିଲା । ଗୁପ୍ତଚର ଏଜେନ୍ସିମାନେ ବିଶ୍ୱାସ କରନ୍ତି ଯେ ଏହି ଆକ୍ରମଣ ପଛରେ କିଛି ବଡ ଷଡଯନ୍ତ୍ର ଥାଇପାରେ।

ସୂଚନା ଅନୁସାରେ, ରାତି ପ୍ରାୟ ୧:୩୭ରେ ଘଟିଥିବା ପ୍ରଥମ ବିସ୍ଫୋରଣ ଯୋଗୁଁ ଗୋଟାଏ କୋଠାଘରର ଛାତ କଣା ହୋଇଯାଇଥିବା ବେଳେ ରାତି ୧.୩୭ରେ ଘଟିଥିବା ଦ୍ବିତୀୟ ବିସ୍ଫୋରଣଟି ପ୍ରାୟ ଏକ କିଲୋମିଟର ଦୂରରେ ଘଟିଥିବା ଶୁଭିଥିଲା। ଏହାକୁ ବଡ଼ ଗୁରୁତର ଘଟଣା ଭାବେ ବିବେଚନା କରାଯାଉଛି। ବିମାନ ବନ୍ଦରରେ ନ୍ୟାସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି ଟିମ୍‌ ମଧ୍ୟ ଉପସ୍ଥିତ ହୋଇଛି। ସୂଚନାଯୋଗ୍ୟ, ଜମ୍ମୁ ବିମାନ ବନ୍ଦର ରନ୍‌ୱେ ଏବଂ ଏୟାର୍‌ ଟ୍ରାଫିକ୍‌ କଣ୍ଟ୍ରୋଲ୍‌ ଭାରତୀୟ ବାୟୁସେନା ନିୟନ୍ତ୍ରଣରେ ଥାଏ। ସେଠାରେ ଯାତ୍ରୀବାହୀ ବିମାନ ମଧ୍ୟ ଚଳାଚଳ କରେ। ଏହି ଘଟଣା ପରେ ବିମାନ ଚଳାଚଳରେ କୌଣସି ବାଧା ଉପୁଜିନଥିଲେ ବି ସୁରକ୍ଷାକୁ କଡାକଡି କରାଯାଇଛି |

ମଦ ପିଇ ପଲିଥିନ ଫିଙ୍ଗିବାରୁ ମହାଭାରତ, ପୁରୁଷ- ମହିଳା ମାରପିଟ

ବଲାଙ୍ଗୀର:  ପାଟଣାଗଡ଼ ବ୍ଲକ ଲରମ୍ଭା ଥାନା ଅନ୍ତର୍ଗତ କୁତୁର୍ଲା ଗାଁରେ ଗତ ୨୧ତାରିଖରେ ଅଭାବନୀୟ ଘଟଣା ଘଟିଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦେଶୀ ମଦ ପିଇ ପଲିଥିନ ଫିଙ୍ଗିବାକୁ ନେଇ ଗାଁର ଦୁଇଟି ପରିବାର ମଧ୍ୟରେ ଗାଁ ଦାଣ୍ଡରେ ଠେଙ୍ଗା ବାଡ଼ି ଧରି ପୁରୁଷ ମହିଳା ମାନେ ମାଡ଼ପିଟ କରୁଥିବା ଭିଡିଓରେ ଦେଖାଯାଉଛି ।

ମାଡ଼ପିଟ ଯୋଗୁ କାର୍ତ୍ତିକ ସାହୁ ନାମକ ଜଣେ ୬୨ବର୍ଷିଆ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ନେଇ ଲରମ୍ଭା ଥାନାରେ ଅଭିଯୋଗ ପରେ ପୋଲିସ ଆକ୍ରମଣ କରିଥିବା ଅଭିଯୋଗରେ ୨ଜଣ ପୁରୁଷ ଓ ଦୁଇ ଜଣ ମହିଳାଙ୍କୁ ଗିରଫ କରି ତଦନ୍ତ କରୁଥିବା ଜଣାପଡିଛି । ଅନ୍ୟ ଅଭିଯୁକ୍ତ ମାନେ ଫେରାର ଥିବାରୁ ପୋଲିସ ଖୋଜାଖୋଜି କରୁଛି । ଗତ ୨୧ ତାରିଖର ଭିଡିଓ ବୋଲି ଜଣାପଡିଛି ।

ଧସିଲା ମାଟି ଅତଡ଼ା, ମାଟି ତଳୁ ଉଦ୍ଧାର ହେଲେ ତିନି ଶ୍ରମିକ

ଗଂଜାମ: ଅପରାହ୍ନରେ ଘଟିଛି ଅଭାବନୀୟ ଘଟଣା  । କାର୍ଯ୍ୟ ଚାଲିଥିଲା ବେଳେ ହଠାତ ବାଜିରେ ଲଗିଲା  ଜୀବନ  । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଦେଖିବାକୁ ମିଳିଛି  ଅଭାବନୀୟ ଘଟଣା । ସାଇଟ ୱାଲ ନିର୍ମାଣ ବେଳେ ଧସିଲା ମାଟି ଅତଡ଼ା । ମାଟି ତଳେ ତିନି ଜଣ ଶ୍ରମିକ ଚାପି ହୋଇ ରହିଥିବା ସୂଚନା ।

ସେପଟେ ଘଟଣା ବିଷୟରେ ଖବର ପାଇ ସ୍ଥାନୀୟ ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥ୍ଳରେ ପହଁଛି ଉଦ୍ଧାର କାର୍ଯ୍ୟ ଜାରି ରଖିଛିନ୍ତି  । ସାଇଟ ୱାଲ କାର୍ଯ୍ୟ ଚାଲିଥିଲା ବେଳେ ମାଟି ଅତଡ଼ା ଧସି ଯାଇଥିଲା  ।ଫଳରେ ଆଖି ପିଛୁଳାକେ କାର୍ଯ୍ୟ କରୁଥିବା ଶ୍ରମିକ ମୁକୁଳି ଆସିବେରେ ବିଫଳ ହୋଇଥିଲେ  । ଫଳରେ ମାଟି ତଳେ ଚାପି ହୋଇ ରହିଥଛିବା ଜଣାପଡ଼ିଛି  । ମିଳିଥିବା ସୂଚନା ମୁତାବକ ବର୍ତ୍ତମାନ ସମସ୍ତ ଶ୍ରମିକ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି  ।

ପାଠ ପଢିବାର ନଥାଏ ବୟସ, ୫୭ବର୍ଷରେ ମାଟ୍ରିକ୍ ପାସ୍ କଲେ ଆଶା ଦିଦି

ଭଦ୍ରକ: ୫୭ବର୍ଷରେ ମାଟ୍ରିକ୍ ପାସ୍ କଲେ ଆଶା ଦିଦି । ଭଦ୍ରକ ଜିଲ୍ଲା କଣ୍ଟି ଗାଁର ସ୍ବର୍ଣ୍ଣଲତା ପତି ଦଶମ ଶ୍ରେଣୀରେ କୃତକାର୍ଯ୍ୟ ହୋଇ ସମାଜକୁ ଦେଇଛନ୍ତି ନିଆରା ବାର୍ତ୍ତା । ଶିକ୍ଷାଗ୍ରହଣରେ ବୟସ ଏକ ସଂଖ୍ୟା ମାତ୍ର । ଇଚ୍ଛାଶକ୍ତି ଓ ଦୃଢ ମନୋବଳ ଥିଲେ ସବୁକିଛି ସମ୍ଭବ ହୋଇପାରିବ । ଯାହାକୁ ପ୍ରମାଣିତ କରିଛନ୍ତି ସ୍ବର୍ଣ୍ଣଲତା । ଶିକ୍ଷାଗ୍ରହଣରେ ବାଧକ ନୁହେଁ ବୟସ । ମାଟ୍ରିକ୍ ପାସ୍ କଲେ ଆଶା ଦିଦି । ସମାଜକୁ ଦେଲେ ନିଆରା ବର୍ତ୍ତା ।

ଇଚ୍ଛାଶକ୍ତି ଓ ଦୃଢ ମନୋବଳ ଥିଲେ ସବୁକିଛି ସମ୍ଭବ । ବୟସର ଅପରାହ୍ନରେ ମାଟ୍ରିକ୍ ପାସ୍ କରି ସମାଜକୁ ନିଆରା ବାର୍ତ୍ତା ଦେଇଛନ୍ତି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ କଣ୍ଟି ଗାଁର ସ୍ବର୍ଣ୍ଣଲତା ପତି । ସ୍ଥାନୀୟ ଆଶା ଦିଦିଭାବେ କାର୍ଯ୍ୟକରୁଛନ୍ତି ସ୍ବର୍ଣ୍ଣଲତା । ଅଧିକ ସରକାରୀ ସୁବିଧା ପାଇବା ପାଇଁ ସେ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିଲେ । ଏବଂ ଏଥିରେ କୃତକାର୍ଯ୍ୟ ମଧ୍ୟ ହୋଇଛନ୍ତି ।  ବିବାହର କିଛିବର୍ଷ ପରେ ସ୍ବର୍ଣ୍ଣଲତା ସ୍ବାମୀଙ୍କଠାରୁ ଅଲଗା ରହୁଛନ୍ତି ।

ଆଶା ଦିଦି ଭାବେ କାର୍ଯ୍ୟ କରି ସ୍ବାବଲମ୍ବି ହେବା ସହିତ ନିଜର ୪ ପିଲାଙ୍କୁ ଉଚ୍ଚ ଶିକ୍ଷିତ କରାଇପାରିଛନ୍ତି । ସ୍ଥାନୀୟ ଅଞ୍ଚଳରେ ସ୍ବାସ୍ଥ୍ୟସେବା ଯୋଗାଇ ଦେଇ ପାଇଛନ୍ତି ଲୋକଙ୍କର ଭଲପାଇବା । ତେବେ ଅଧିକ ସରକାରୀ ସୁବିଧା ପାଇଁ ୫୭ବର୍ଷ ବୟସରେ ସେ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ କରି କୃତକାର୍ଯ୍ୟ ହୋଇଛନ୍ତି । ଜୀବନର ବାଟରେ ବୟସ ଏକ ସଂଖ୍ୟା ମାତ୍ର । ଆଗ୍ରହ ଆଉ ମନୋବଳ ହିଁ ସଫଳତା ଆଣିଦିଏ । ଯାହାସକୁ ସ୍ବର୍ଣ୍ଣଲତା ପ୍ରମାଣ କରିଛନ୍ତି ।

ପେଟ୍ରୋଲ ପମ୍ପରେ ମିଳୁଛି ପାଣି ମିଶା ପେଟ୍ରୋଲ, ଗାଡି ଷ୍ଟାର୍ଟ ନହେବାରୁ ଗ୍ରାହକଙ୍କ ସନ୍ଦେହ

ମୟୁରଭଞ୍ଜ: ପେଟ୍ରୋଲ ପମ୍ପରେ ମିଳୁଛି ପାଣି ମିଶା ପେଟ୍ରୋଲ । ଭେଜାଲ ପେଟ୍ରଲକୁ ନେଇ ପମ୍ପରେ ଉତ୍ତେଜନା । ଏମିତି ଏକ ଘଟଣା ଦେଖିବାକୁ ମିଳିଛି କରଞ୍ଜିଆ ଉପଖଣ୍ଡ 49 ନମ୍ବର ଜାତୀୟ ରାଜପଥ ମୁର୍ଗାପାଟ ରିଲାଏଆନ୍ସ ପେଟ୍ରୋଲ ପମ୍ପରେ । କିଛି ବାଇକ ଚାଳକ ପେଟ୍ରୋଲ ଭରିବା ପରେ ଗାଡି ଷ୍ଟାର୍ଟ ନହେବାରୁ ସନ୍ଦେହ କରିଥିଲେ । ପରେ ଏକ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ଦେବାକୁ କହିଥିଲେ । ପ୍ଲାଷ୍ଟିକରେ ପେଟ୍ରୋଲ ଭରିବା ପରେ ଏଥିରେ ପାଣିଥିବା ଦେଖାଦେଇଥିଲା ।

ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଲୋକେ ପେଟ୍ରୋଲ ପମ୍ପ ଘେରିଥିଲେ । ତେବେ ଏନେଇ ପେଟ୍ରୋଲ ପମ୍ପ ପରିଚାଳକ କିମ୍ବା ନୋଜେଲ ମେନ ଅନଭିଜ୍ଞ ଥିବା ଜଣାଇଛନ୍ତି । କିପରି ପେଟ୍ରୋଲରେ ପାଣି ବାହାରିଲା ଜାଣିନଥିବା ସେମାନେ ପ୍ରକାଶ କରିଛନ୍ତି । ସେପଟେ ଏହି ଘଟଣା ପରେ ପେଟ୍ରୋଲ ପମ୍ପକୁ ବନ୍ଦ କରିଦିଆଯାଇଛି । ପରୀକ୍ଷା ପରେ ପ୍ରକୃତ କଥା ପଦାକୁ ଆସିବ ବୋଲି କହିଛନ୍ତି ପେଟ୍ରୋଲ ପମ୍ପ ମାଲିକ ।

ଟିକା ନେବେ ଛୋଟ ପିଲା, ଜୁଲାଇ ଶେଷ ଆଡ଼କୁ ମିଳିପାରେ

ନୂଆଦିଲ୍ଲୀ: ଦେଶରେ  ଜୋରଦାର ଚାଲିଛି ଚିକାକରଣ ପକ୍ରିୟା  । ୧୮ରୁ ୪୪ ବର୍ଷ ବୟସ୍କ ହୁଅନ୍ତୁ ଅବା ୪୫ ରୁ ଉର୍ଦ୍ଧ୍ୱ  । ପ୍ରତିଦିନ ବ୍ୟାପକତ ଭାବେ ଟିକାକରଣ ପକ୍ରିୟା ଆଗେଇଥିବାବେଳେ ଆଗକୁ ଛୋଟ ପିଲାଙ୍କୁ ଟିକା ଦେବା ନେଇ ବିଚାର ବିମର୍ଶ କରୁଛନ୍ତି ଭାରତ ସରକାର  ।  ୧୨ରୁ ୧୮ ବର୍ଷ ଭିତରେ ପିଲାଙ୍କୁ ଦିଆଯିବ ଟିକା  । ଜୁଲାଇ ଶେଷ ଆଡକୁ ଏବି ବୟସର ପିଲାଙ୍କୁ ଟିକାକରଣରେ ଯୋଡ଼ିବାକୁ ପକ୍ରିୟା ଆରମ୍ଭ କରିବେ ସରକାର  ।

ଜାଇଡସ କାଡିଲା ଟିକା ପରୀକ୍ଷଣ ବର୍ତ୍ତମାନ ଜାରି ରହିଛି  ।  ସେପଟେ ବିଳମ୍ବରେ ଆସିପାରେ କରୋନାର ତୃତୀୟ ଲହର  ।  ଆସନ୍ତା ୬ରୁ ୮ ମାସରେ ଭିତରେ ଟିକାକରଣ ବ୍ୟାପକ କରିବାକୁ ପଡିବ  । ଯେତିକି ପ୍ରତିଶତ ଟିକାକରଣ ପ୍ରତିଦିନ  ଚାଲିଛି  । ତାହାକୁ ବ୍ୟାପକ କରିବାକୁ ପଡ଼ିବ ବୋଲି କହିଛନ୍ତି କୋଭିଡ ଓ୍ବାର୍କିଂ ଗ୍ରୁପ ଅଧ୍ୟକ୍ଷ   ।  ପ୍ରତିଦିନ ଏକ କୋଟି ଟିକାକରଣ କରିବାକୁ ସରକାର ଲକ୍ଷ୍ୟ ରହିଛି ବୋଲି କୋଭିଡ ଓ୍ବାର୍କିଂ ଗ୍ରୁପ ଅଧ୍ୟକ୍ଷ ଏନ କେ ଆରୋରା ସୂଚନା ଦେଇଛନ୍ତି  ।

ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ଏକାକୀ ଲଢ଼ିବ ବିଏସପି

ଲକ୍ଷ୍ନୌ: ଆସନ୍ତାବର୍ଷ ହାବକୁ ଯାଉଛି ଉତ୍ତରପ୍ରଦେଶ ସମେତ ପାଞ୍ଚ ରାଜ୍ୟରେ ବିଧାନସଭା ନିର୍ବାଚନ  । ସମୟ ପାଖେଇବା ସହ ଉସ୍ଣତା ବଢୁଛି  । ରାଜନୀତି ହଟଚନଟ ଦେଖିବାକୁ ମିଳିଛି   । ସେପଟେ ଏଭଳି ସ୍ଥଳରେ ବହୁଜନ ସମାଜବାଦୀ ପାର୍ଟି ବା ବିଏସପି ଘୋଷଣା କରିଛି ଦଳୀୟ ନିଷ୍ପତି  । ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ଏକାକୀ ଲଢ଼ିବ ବହୁଜନ ସମାଜ ପାର୍ଟି । ବିଏସ୍‌ପି ସୁପ୍ରିମୋ ମାୟାବତୀ କହିଛନ୍ତି, ଏହି ଦୁଇ ରାଜ୍ୟରେ ଦଳ କାହା ସହ ମେଣ୍ଟ କରିବ ନାହିଁ । ବିଭିନ୍ନ ପ୍ରସଙ୍ଗକୁ ନେଇ ଦଳ ନିର୍ବାଚନ ଲଢ଼ିବ ।

ଅସଦୁଦ୍ଦିନ ଓଏସିଙ୍କ ଏଆଇଏମଆଇଏମ ସହ ମେଣ୍ଟ କରିବାକୁ ବିଏସପି ପ୍ରସ୍ତୁତ ବୋଲି ଚାଲିଥିବା କଳ୍ପନାଜଳ୍ପନାକୁ ମାୟାବତୀ ଖଣ୍ଡନ କରିଛନ୍ତି । ତେବେ ପଞ୍ଜାବରେ ଶିରୋମଣି ଅକାଳୀ ଦଳ ସହ ବିଏସପି ମେଣ୍ଟ କରିବ ଏବଂ ଦୁଇ ଦଳ ମଧ୍ୟରେ ଆସନ ବୁଝାମଣା ହୋଇଥିବା କହିଛନ୍ତି ମାୟାବତୀ । ୧୧୭ ଆସନ ବିଶିଷ୍ଟ ପଞ୍ଜାବ ବିଧାନସଭାରେ ଶିରୋମଣି ଅକାଳୀ ଦଳ ୯୭ ଓ ବିଏସପି ୨୦ ଆସନରେ ନିର୍ବାଚନ ଲଢ଼ିବ ।

ନିର୍ବାଚନ ପ୍ରସଙ୍ଗରେ ବିଏସପି ସୁପ୍ରିମୋ ମାୟାବତୀ କହିଛନ୍ତି ୟୁପି ଓ ଉତ୍ତରାଖଣ୍ଡରେ ତାଙ୍କ ଦଳ କାହା ସହ ମେଣ୍ଟ କରିବ ନାହିଁ । ସେ ଆହୁରି କହିଛନ୍ତି, ତାଙ୍କ ଦଳରୁ ବହିଷ୍କୃତ ୫ ବିଧାୟକଙ୍କୁ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ନିଜ ଦଳରେ ସାମିଲ କରୁଛନ୍ତି । କିନ୍ତୁ ଦଳର ଶକ୍ତି ଏବଂ ସାମର୍ଥ୍ୟ ରହିଛି  । ଦଳ ଆଗାମୀ ନିର୍ବାଚନରେ  ନିଶ୍ଚିତ ଭାବେ ଏକାକୀ ନିର୍ବାଚନ ଲଢିବ  । ବଂର କାହା ସହିତ ଦଳ ମେଣ୍ଟ କରି ନିର୍ବାଚନ ଲଢିବ ନାହିଁ ବୋଲି ସ୍ପଷ୍ଟ ଭାବେ ଜଣାଇଛନ୍ତି ମାୟାବତୀ  ।

ଓଡ଼ିଶା ମୋ ପରିବାର ପକ୍ଷରୁ ଗୋପାଳପୁରରେ ରକ୍ତଦାନ ଶିବିର ଆୟୋଜିତ

ଭୁବନେଶ୍ୱର: ଓଡ଼ିଶା ମୋ ପରିବାର ପକ୍ଷରୁ ଗୋପାଳପୁର ନିର୍ବାଚନ ମଣ୍ଡଳୀର ଲୁହାଝର ପଞ୍ଚାୟତର ବାଦପୁର ଗାଁରେ ଅନୁଷ୍ଠିତ ହୋଇଛି ରକ୍ତଦାନ ଶିବିର । ଏହି ରକ୍ତଦାନ ଶିବିରକୁ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଶୁଭାରମ୍ଭ କରିଥିଲେ । ବର୍ତ୍ତମାନ ମହାମାରୀ ସମୟରେ ଅନେକ ଲୋକଙ୍କୁ ରକ୍ତର ଆବଶ୍ୟକତା ରହିଥିବା ବେଳେ ବାହାରେ କେଉଁଠାରେ ମଧ୍ୟ ରକ୍ତଦାନ ଶିବିର ହୋଇପାରୁନାହିଁ । ଯାହାଫଳରେ ବର୍ତ୍ତମାନ ଓଡ଼ିଶା ମୋ ପରିବାର ପକ୍ଷରୁ ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିରର ଆୟୋଜନ କରାଯାଇ ରକ୍ତ ସଂଗ୍ରହ କରାଯାଉଛି ।

ବାଦପୁର ଗାଁରେ ହୋଇଥିବା ରକ୍ତଦାନ ଶିବିରରେ ଅନେକ ଯୁବକ ଓ ମହିଳା ସ୍ବତଃପ୍ରବୃତ୍ତ ଭାବେ ରକ୍ତଦାନ କରିଥିଲେ । 100 ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ଗୋପାଳପୁର ନିର୍ବାଚନ ମଣ୍ଡଳୀର ସମସ୍ତ ପଞ୍ଚାୟତରେ ଏଭଳି ରକ୍ତଦାନ ଶିବିର କରାଯାଇ ଏକ ହଜାର ୟୁନିଟ ରକ୍ତ ସଂଗ୍ରହ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି । କୋରୋନା ମହାମାରୀ ଭୟ ରହିଥିବା ଯୋଗୁଁ କଟକଣା ମଧ୍ୟରେ ରକ୍ତଦାନ ଅନୁଷ୍ଠିତ ହୋଇଥିଲା । ଏହି ରକ୍ତଦାନ ଶିବିରରେ ଓଡ଼ିଶା ମୋ ପରିବାର ଓ ଗୋପାଳପୁର ନିର୍ବାଚନ ମଣ୍ଡଳୀର ବହୁ ବିଜେଡ଼ି ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ ।

ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତିଙ୍କୁ ନିର୍ମମ ହତ୍ୟା

ଝାରସୁଗୁଡ଼ା: ଦିନ ଦ୍ୱିପ୍ରହରରେ ହତ୍ୟା  । ଘରେ ପସି ଅଚାନକ ହାଣିଲେ  ।  ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡକ୍ଟର ଧୃବରାଜ ନାଏକଙ୍କୁ ହତ୍ୟା କରାଯାଇଛି । ଝାରସୁଗୁଡା ଜିଲ୍ଲା ଲଇକେରା ଥାନା ଅଞ୍ଚଳରେ କେହି ଦୃବୁର୍ତ୍ତ ତାଙ୍କୁ ହତ୍ୟା କରିଛି । ସୂଚନା ଅନୁସାରେ ଧୃବରାଜଙ୍କୁ ଦୁର୍ବୃତ୍ତ ଟାଙ୍ଗିଆରେ ଆକ୍ରମଣ କରି ଫେରାର ପ୍ରଥମେ କେଉଁଆଡ଼େ ଫେରାର ହୋଇଯାଇଥିଲା  ।

ଗୁରୁତର ଅବସ୍ଥାରେ ଡକ୍ଟର ଧୃବରାଜ ନାଏକଙ୍କୁ ଉଦ୍ଧାର କରି ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ସେଠାରେ  ମୃତ୍ୟୁ ଘୋଷଣା କରିଥିଲେ  । ସେପଟେ ଏଭଳି ସମ୍ବେଦନଶୀଳ ଖବର ପାଇ ୃ ଲଇକେରା ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ମୁତାବକ ଧୃବରାଜଙ୍କୁ ଜଣେ ଲୋକ ମଦ ପିଇବାକୁ ଏକ ଶହ ଟଙ୍କା ମାଗିଥିଲା । ତେବେ ସେ ତାଙ୍କୁ ଟଙ୍କା ନ ଦେଇଥିବାରୁ ବ୍ୟକ୍ତି ଜଣକ ରାଗିଯାଇଥିଲେ। ଏବଂ ମଦ ନିଶାରେ ଧୃବରାଜଙ୍କ ଉପରେ ଆକ୍ରମଣ କରିଥିଲେ। ଟାଙ୍ଗିଆରେ ହାଣିବା ପରେ ଫେରାର ହୋଇଯାଇଥିବା ଦୁର୍ବୃତ୍ତକୁ ଧରିବାରେ ସଫଳ ହୋଇଛି ପୋଲିସ । ଝାରସୁଗୁଡା ଜିଲ୍ଲା ଲଇକେରା ଥାନା ଅଞ୍ଚଳରେ ରହୁଥିଲେ ଧ୍ରୁବରାଜ ନାଏକ ।

ଶତ୍ରୁଘ୍ନ ସିହ୍ନା କହିଲେ ଦୁଃଖୀ ଲୋକଙ୍କ ନୂଆ ଭାରିଏଣ୍ଟ ବିଷୟରେ ! ଜାଣନ୍ତୁ ପୂରା ଘଟଣା


ନୂଆଦିଲ୍ଲୀ: କଂଗ୍ରେସ ନେତା ଶତ୍ରୁଘ୍ନ ସିହ୍ନା ରବିବାର ଦିନ ଦୁଃଖି ବା ଅସନ୍ତୁଷ୍ଟ ଲୋକଙ୍କୁ କରୋନାର ନୂଆ ଭାରିଏଣ୍ଟ ବିଷୟରେ କହିଛନ୍ତି। ସେ ଟୁଇଟ୍ କରି ବ୍ୟଙ୍ଗାତ୍ମକ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଦୁନିଆରେ ଚାରି ପ୍ରକାରର ଅସନ୍ତୁଷ୍ଟ ଲୋକ ଅଛନ୍ତି। ଏହାମାଧ୍ୟରୁ ଗୋଟିଏ ଭାରିଏଣ୍ଟ ହେଉଛି ‘କଥା ନ କହି ମୋଦୀଙ୍କ ଉପରେ ଅସନ୍ତୁଷ୍ଟ ଥିବା ଭାରିଏଣ୍ଟ।’

କଂଗ୍ରେସ ନେତା ଶତ୍ରୁଘ୍ନ ସିହ୍ନା ଟ୍ୱିଟ୍ କରି କହିଛନ୍ତି-

୧. ନିଜ ଦୁଃଖରେ ଦୁଃଖୀ

୨. ତୃତୀୟ ଲୋକଙ୍କ ଦୁଃଖରେ ଦୁଃଖୀ

୩. ଅନ୍ୟମାନଙ୍କ ସୁଖରେ ଦୁଃଖୀ

ଏବଂ * ନୂଆ ଭାରିଏଣ୍ଟ*

୪. କଥାବାର୍ତ୍ତା ନକରି ମୋଦୀଙ୍କ ଉପରେ ଦୁଃଖୀ

ଶତ୍ରୁଘ୍ନ ସିହ୍ନାଙ୍କ ଏହି ଟୁଇଟ୍ ରୁ ଅନେକ ଅର୍ଥ ବାହାର କରାଯାଉଛି । ଶତ୍ରୁଘ୍ନ ସିହ୍ନାଙ୍କ ଏହି ଟୁଇଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା ରୂପେ ଦେଖାଯାଉଛି। ଚଳଚ୍ଚିତ୍ର ଜଗତରୁ ରାଜନୀତିକୁ ଆସିଥିବା ଶତ୍ରୁଘ୍ନ ସିହ୍ନା ବିଜେପି ସହିତ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ମଧ୍ୟ ମନ୍ତ୍ରୀ ରହିଛନ୍ତି।

ଏହାପୂର୍ବରୁ ୨୦୧୪ ଲୋକସଭା ନିର୍ବାଚନରେ ​​ସେ ବିଜେପି ଟିକେଟରେ ପାଟନା ସାହିବ ଆସନରୁ ସାଂସଦ ହୋଇଥିଲେ। ଯଦିଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରରେ ସେ ସ୍ଥାନ ପାଇନାହାଁନ୍ତ । ସେବେଠାରୁ ସେ ମୋଦୀଙ୍କୁ ଖୋଲାଖୋଲି ସମାଲୋଚନା କରୁଥିଲେ। ଏହା ପରେ ସେ ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ସହ ସମ୍ପର୍କ ଭାଙ୍ଗିଥିଲେ। ସେତେବେଳେ ସେ ଜେଡିୟୁରେ ଯୋଗଦେବା ନେଇ କଳ୍ପନାଜଳ୍ପନା ଚାଲିଥିଲା। କିନ୍ତୁ ପରେ ଶତ୍ରୁଘ୍ନ କଂଗ୍ରେସରେ ଯୋଗ ଦେଇଥିଲେ। ଯଦିଓ କଂଗ୍ରେସ ଦଳରୁ ସେ ରାଜନୈତିକ ସଫଳତା ପାଇପାରିନଥିଲେ। ସେବେଠାରୁ, ଶତ୍ରୁଘ୍ନ ସିହ୍ନାଙ୍କ ଚର୍ଚ୍ଚା ବନ୍ଦ ହୋଇଯାଇଥିଲା । ଏଭଳି ପରିସ୍ଥିତିରେ ତାଙ୍କର ଏହି ଟ୍ୱିଟ ପରେ ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।