spot_img
Home Blog Page 5482

ମାଟ୍ରିକ୍ ପରୀକ୍ଷା ଫଳକୁ ନେଇ ଅସନ୍ତୋଷ, ବୋର୍ଡ ଅଫିସ୍ ଆଗରେ ରାସ୍ତାରୋକ

କଟକ: ରେକର୍ଡ ପାସ୍, ତଥାପି ଅସନ୍ତୋଷ । ଦଶମ ଶ୍ରେଣୀର ଇଣ୍ଟରନାଲ ପରୀକ୍ଷା ଫଳ ଓ ନବମର ଟେଷ୍ଟ ଏବଂ ବାର୍ଷିକ ପରୀକ୍ଷା ଫଳକୁ ମିଶାଇ ଚଳିତ ବର୍ଷ ବିନା ପରୀକ୍ଷାରେ ପ୍ରକାଶ ପାଇଥିଲା ରେଜଲ୍ଟ । ରେକର୍ଡ ସଂଖ୍ୟକ ୯୭.୮୯ ପ୍ରତିଶତ ପାସ୍ ହାର୍ ରହିଥିଲା । ଆଉ ଏବେ ପରୀକ୍ଷା ଫଳକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଛି । କଟକ ସ୍ଥିତ ବୋର୍ଡ ଅଫିସ୍ ମୁଖ୍ୟ ଫାଟକ ଆଗରେ ଛାତ୍ରଛାତ୍ରୀ ଓ ଅଭିଭାବକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

Agiation Infront Of BSE Board Office Cuttack Matric Results

କମ ନମ୍ବର ପାଇଥିବା ଅଭିଯୋଗ କରି ସ୍କୁଲର ଛାତ୍ରଛାତ୍ରୀ ଓ ଅଭିଭାବକ ପ୍ରତିବାଦ କରିଛନ୍ତି । ପରୀକ୍ଷା ଫଳରେ ତ୍ରୁଟି ଥିବା ଅଭିଯୋଗ ହୋଇଛି । ପ୍ରତିବାଦରେ କଟକ ବୋର୍ଡ କାର୍ଯ୍ୟାଳୟ ସମ୍ମୁଖ ରାସ୍ତା ଅବରୋଧ କରିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ ।

Agiation Infront Of BSE Board Office Cuttack Matric Results

ଚଳିତବର୍ଷ ମହାମାରୀ କରୋନା କାରଣରୁ ଗଣଶିକ୍ଷା ବିଭାଗ ମାଟ୍ରିକ ପରୀକ୍ଷା ବାତିଲ୍ କରିଥିଲା । ନବମ ଓ ଦଶମ ଶ୍ରେଣୀର ପରୀକ୍ଷାଫଳକୁ ନେଇ ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇଥିଲା । ଦଶମ ଶ୍ରେଣୀରେ ଦେଇଥିବା ୪ଟି ଇଣ୍ଟରନାଲ ପରୀକ୍ଷାରୁ ୬୦ ପତିଶତ ନମ୍ବର ଓ ନବମ ଶ୍ରେଣୀରେ ଦେଇଥିବା ଟେଷ୍ଟ ଓ ବାର୍ଷିକ ପରୀକ୍ଷାର ୪୦ ପ୍ରତିଶତ ନମ୍ବରକୁ ଆଧାର କରି ଘୋଷଣା ହୋଇଥିଲା ରେଜଲ୍ଟ ।

ଅଗ୍ନି ପ୍ରାଇମର ସଫଳ ପରୀକ୍ଷଣ

ବାଲେଶ୍ୱର: ଭାରତ ସଫଳତାର ସହିତ ଅଗ୍ନି ପ୍ରାଇମ୍ କ୍ଷେପଣାସ୍ତ୍ରର ପରୀକ୍ଷଣ କରିଛି । ପ୍ରତିରକ୍ଷା ଅନୁସଂଧାନ ଓ ବିକାଶ ସଂଗଠନ (ଡିଆରଡିଓ) ଦ୍ୱାରା ବିକଶିତ ଅଗ୍ନି ପ୍ରାଇମକୁ ସୋମବାର ଦିନ ୧୦ଟା ୫୫ ମିନିଟରେ ଚାନ୍ଦିପୁରଠାରୁ ସଫଳତାର ସହିତ ଉତକ୍ଷେପଣ କରାଯାଇଛି । ସ୍ୱଳ୍ପ ଦୂରଗାମୀ ଭୂପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କରିପାରୁଥିବା ବାଲେଷ୍ଟିକ୍‌ ମିସାଇଲ ଅଗ୍ନି-୧ର ଏହା ବିକଶିତ ଭର୍ସନ । ଏହାର ଲକ୍ଷ୍ୟଭେଦ କ୍ଷ୍ୟମତା ୧ ହଜାରରୁ ୨ ହଜାର କିଲୋମିଟର ରହିଛି । ଏଥିରେ ୧ ହଜାର କିଲୋଗ୍ରାମ ପର୍ଯ୍ୟନ୍ତ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇ ପାରିବ ।

କେନିଷ୍ଟାରରୁ ଉତକ୍ଷେପଣ କରାଯାଇ ପାରୁଥିବା ଏହି ଅଗ୍ନି ପ୍ରାଇମ୍‌ ମିସାଇଲ, ଅଗ୍ନୀ-୧ ମିସାଇଲ ଠାରୁ ହାଲୁକା ହୋଇଥିଲେ ମଧ୍ୟ ଏହା ଅଧିକ ବିଧ୍ୱଂସକ ଓ ପ୍ରଭାବଶାଳୀ ରହିବ ବୋଲି ଡିଆରଡିଓ ତରଫରୁ କୁହାଯାଇଛି । ଏଥିରେ ଡ଼ବଲ ଷ୍ଟେଜ୍‌ SFDR ବା ସଲିଡ଼ ଫୁଏଲ ଡ଼କ୍ଟେଡ଼ ରାମଜେଟ୍‌ ଟେକ୍ନୋଲୋଜି ବ୍ୟବହାର କରାଯାଇଛି ।  ପରମାଣୁ କ୍ଷମତା ସମ୍ପନ୍ନ ଏହି ମିଶାଇଲ କମ୍ପୋଜିଟ୍ ମେଟେରିଆଲରେ ନିର୍ମିତ । ପରୀକ୍ଷଣ ଯୋଜନା ଅନୁସାରେ ହୋଇଥିଲା ବୋଲି ଡିଆରଡିଓ ପକ୍ଷରୁ କୁହାଯାଇଛି । ୧୯୮୯ ମସିହାରେ ହୋଇଥିଲା ପ୍ରଥମ ପରୀକ୍ଷଣ । ଅଗ୍ନୀ ପ୍ରାଇମ୍‌ କ୍ଷେପଣାସ୍ତ୍ରକୁ ଉଭୟ ରୋଡ଼ ଓ ରେଳ ଲଞ୍ଚରରୁ ଉତ୍‌କ୍ଷେପଣ କରାଯାଇ ପାରିବ । ଅଗ୍ନୀ ପ୍ରାଇମ୍ ମିସାଇଲର ସଫଳ ଉତକ୍ଷେପଣ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡିଆରଡିଓକୁ ଶୁଭେଚ୍ଛା ଜଣାଇଛନ୍ତି ।

ଅଗ୍ନି ଭାରତର ସ୍ୱଦେଶୀ କ୍ଷପଣାସ୍ତ୍ର । ଏହି ସିରିଜରେ ବିଭିନ୍ନ ରେଂଜର ମିଶାଇଲ ରହିଛି । ୧୯୮୯ ମସିହାରେ ରାଜୀବ ଗାନ୍ଧୀଙ୍କ ଅମଳରେ ଅଗ୍ନିର ପ୍ରଥମ ପରୀକ୍ଷଣ ହୋଇଥିଲା । ସୂଚନା ଅନୁସାରେ ଅଗ୍ନି ପ୍ରାଇମ୍ କମ ଦୂରତା ବିଶିଷ୍ଟ କ୍ଷପଣାସ୍ତ୍ର । ଏହାର ମାରକ କ୍ଷମତା ୨ ହଜାର କିଲୋମଟିର ମଧ୍ୟରେ । ଏହା ଭୂପୃଷ୍ଟରୁ ଭୂପୃଷ୍ଟକୁ ପ୍ରକ୍ଷେପିତ ହୋଇଥାଏ । ଏହା ୧ ହଜାର କିଲୋର ପାରମ୍ପାରିକ ପେଲୋଡ୍ କିମ୍ବା ପରମାଣୁ ଯୁଦ୍ଧାସ୍ତ୍ର ବହନ କରିପାରେ । ଅଗ୍ନି ୧ ତୁଳନାରେ ଏହା ଅଧିକ ହାଲୁକା ଓ ପତଳା ହେବ । ସୂଚନା ଅନୁସାରେ ଅଗ୍ନୀ ପ୍ରାଇମକୁ ୪ ହଜାର କିମି ରେଂଜ୍ ବିଶିଷ୍ଟ ଅଗ୍ନୀ-୪ ଓ ୫ ହଜାର କିମି ବିଶିଷ୍ଟ ଅଗ୍ନୀ-୫ରେ ବ୍ୟବହୃତ ଟେକ୍ନୋଲୋଜି ଦ୍ୱାରା ତିଆରି କରାଯାଇଛି।

୬ ତାରିଖରୁ ଏହି ରାଜ୍ୟରେ ପର୍ଯ୍ୟାୟ କ୍ରମରେ ଖୋଲିବ ସ୍କୁଲ

ପାଟନା: ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବା କାରଣରୁ ବିହାର ସରକାର ଜୁଲାଇ ୬ ତାରିଖ ପରେ ସ୍କୁଲ ଓ କେଲଜ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ତେବେ ସ୍କୁଲ ଓ ଅନ୍ୟ ଶିକ୍ଷାନୁଷ୍ଠାନ ପର୍ଯ୍ୟୟକ୍ରମେ ଖୋଲିବ ।

ଏଥିସହ ପଢ଼ନ୍ତୁ: ଓଡ଼ିଶାର ଡେଲ୍ଟା ଭାରିଆଣ୍ଟ ଆକ୍ରାନ୍ତ କେମିତି ହେଲେ ସୁସ୍ଥ ?

ରିପୋର୍ଟ ଅନୁସାରେ କଲେଜ ଓ ବିଶ୍ୱବିଦ୍ୟାଳୟ ପ୍ରଥମେ ଖୋଲିବ । ଦ୍ୱିତୀୟ ପର୍ଯ୍ୟାୟରେ ସ୍କୁଲ ଖୋଲିବ । ତେବେ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ସ୍କୁଲ ଖୋଲିବ ନାହିଁ । କେବଳ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ହିଁ ଖୋଲିବ । ତୃତୀୟ ପର୍ଯ୍ୟାୟରେ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲ ଖୋଲିବ । ଏହା ସହିତ ସବୁ ବିଦ୍ୟାର୍ଥୀ ଏକକାଳିନ କ୍ଲାସରେ ଯୋଗ ଦେଇ ପାରିବେ ନାହିଁ । ୫୦ ପ୍ରତିଶତ ବିଦ୍ୟାର୍ଥୀଙ୍କୁ ନେଇ କ୍ଲାସ ଆରମ୍ଭ ହେବ । ସ୍କୁଲ ଓ ଅନ୍ୟ ଶିକ୍ଷାନୁଷ୍ଠାନରେ ମାସ୍କ ପିନ୍ଧିବା ତଥା ସାନିଟାଇଜେସନ୍ ବାଧ୍ୟତାମୁଳକ ହେବ ।

ତେବେ ସ୍କୁଲ ଆସିବା ପାଇଁ ଅଭିଭାବକଙ୍କ ଅନୁମତି ଆବଶ୍ୟକ ହେବ ।ଅଭିଭାବକଙ୍କ ଅନୁମତି ନଥିଲେ ବିଦ୍ୟାର୍ଥୀ ସ୍କୁଲ ଆସି ପାରିବେ ନାହିଁ । ସ୍କୁଲ ଓ କଲେଜକୁ ସାନିଟାଇଜ୍ କରିବା ଦାୟିତ୍ୱ ସ୍କୁଲ କର୍ତ୍ତୁପକ୍ଷଙ୍କର ରହିବ । ପିଲାଙ୍କୁ ସଂକ୍ରମଣରୁ ଦୁରେଇ ରଖିବା ପାଇଁ ଅନୁଷ୍ଠାନ ସବୁ ପଦକ୍ଷେପ ନେବେ ।

ଶ୍ରମିକ, ରିକ୍ସା ଚାଳକଙ୍କ ନାଁରେ ଜାଲ୍ କମ୍ପାନୀ ଖୋଲି ଫାଙ୍କୁଥିଲା GST

ଭୁବନେଶ୍ୱର: ୧୦ କୋଟି ଟଙ୍କାର ଜିଏସଟି ଠକେଇ କରିଥିବା ଅଭିଯୋଗରେ ଯୁବକ ଗିରଫ । ଭୁବନେଶ୍ଵର ଜିଏସଟି ବିଭାଗ ସ୍ମୃତି ରଞ୍ଜନ ସାହୁ ନାମକ ଜଣେ ଯୁବକଙ୍କୁ ଆଜି ଗିରଫ କରିଛି । ଭୁବନେଶ୍ଵର ବିଜେବି ନଗର ଅଞ୍ଚଳରୁ ଆଜି ଭୋର ସମୟରେ ଗିରଫ କରାଯାଇଥିବା ଜିଏସଟି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗିରଫ ଅଭିଯୁଙ୍କୁ ଭୁବନେଶ୍ୱର ଜିଏସଟି ଅଫିସରେ ପଚରାଉଚରା କରାଯାଉଛି ।

GST Department Arrested One Person In 10 Crore Tax Fraud

ରାଉରକେଲା ସହରର ଶ୍ରମିକ, ରିକ୍ସା ଚାଳକଙ୍କ ସହ ନିରୀହ ଲୋକଙ୍କ ନାଁରେ ନକଲି କମ୍ପାନୀ ଖୋଲିଥିଲା ଗିରଫ ଅଭିଯୁକ୍ତ । ଏହି ନକଲି କମ୍ପାନୀ ମାଧ୍ୟମରେ ଅଭିଯୁକ୍ତ ୧୦ କୋଟି ଟଙ୍କାର ଜିଏସଟି ଠକେଇ କରିଥିବା ଜଣାପଡ଼ିଛି । ଏନେଇ ସୂଚନା ଦେଇଛି ଜିଏସଟି ବିଭାଗ । ଆଜି ଭୋର୍ ସମୟରେ ଭୁବନେଶ୍ଵର ବିଜେବି ନଗର ଘରେ ଜିଏସଟି ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ରେଡ୍ କରି ଅଭିଯୁକ୍ତକୁ  ଗିରଫ କରିଛି ।

ଓଡ଼ିଶାର ଡେଲ୍ଟା ଭାରିଆଣ୍ଟ ଆକ୍ରାନ୍ତ କେମିତି ହେଲେ ସୁସ୍ଥ ?

ଭୁବନେଶ୍ୱର: ଆତଙ୍କ ଖେଳାଇଛି କରୋନା । ଭୟ ବଢ଼ାଉଛି ନୂଆ ନୂଆ ଭାରିଆଣ୍ଟ । ବ୍ରିଟେନ୍, ସାଉଥ ଆଫ୍ରିକା ଭାରିଆଣ୍ଟ ପରେ ଏବେ ଡେଲ୍ଟା ପ୍ଲସ ଭାରିଆଣ୍ଟ ଚିନ୍ତାର କାରଣ ପାଲଟିଛି । ରାଜ୍ୟରେ ଦେବଗଡ଼ ଜିଲ୍ଲାରେ ଚିହ୍ନଟ ଡେଲ୍ଟା ପ୍ଲସ ଭାରିଆଣ୍ଟ ଆକ୍ରାନ୍ତ ବ୍ୟକ୍ତି କରୋନାରୁ ସୁସ୍ଥ ହୋଇଛନ୍ତି । ତେବେ, ସେ କେମିତି ଡେଲ୍ଟା ପ୍ଲସ ଭାରିଆଣ୍ଟକୁ ମାତ୍ ଦେଲେ ? ସୁସ୍ଥ ହେବାରେ କ’ଣ କ’ଣ ତାଙ୍କୁ ସାହାଯ୍ୟ କଲା ? ଆସନ୍ତୁ ଜାଣିବା…

ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକରେ ଜନୈକ ବ୍ୟକ୍ତି ଗତମାସରେ କରୋନାରେ ଆକ୍ରାନ୍ତ ହୋଇଥିଲେ । ଏହି ସମୟରେ ସେ ଘରେ ରହି ଚିକିତ୍ସିତ ହେଉଥିଲେ । ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ଘରେ ରହି ସୁସ୍ଥ ହୋଇଥିବା କହିଛନ୍ତି । କରୋନା ପଜିଟିଭ୍ ସମୟରେ ତାଙ୍କ ଠାରେ ଥଣ୍ଡାର ଲକ୍ଷଣ ଥିଲା । ଏପ୍ରିଲ୍ ୨୩ରେ ଥଣ୍ଡା ଧରିବା ପରେ ୨୬ରେ ତାଙ୍କ ନମୁନା କୋଭିଡ୍ ପଜିଟିଭ୍ ଆସିଥିଲା ।

Delta Plus Variant Case In Odisha Man Lists What Helped Him Recover

ବ୍ୟକ୍ତି ଜଣଙ୍କ ମାର୍ଚ୍ଚ ୩୦ରେ କୋଭିସିଲ୍ଡର ପ୍ରଥମ ଡୋଜ୍ ନେଇଥିଲେ । ସଂକ୍ରମିତ ହେବାର ୨୦ରୁ ୨୫ ଦିନ ମଧ୍ୟରେ ସେ କରୋନାରୁ ସୁସ୍ଥ ହୋଇଛନ୍ତି । ତେବେ ବଡ଼ କଥା ହେଉଛି ଡେଲ୍ଟା ପ୍ଲସ ଭାରିଆଣ୍ଟରେ ଆକ୍ରାନ୍ତ ହୋଇ ମଧ୍ୟ ସେ ମେଡିକାଲ୍ ଯାଇନଥିଲେ ବରଂ ଘରେ ଚିକିତ୍ସିତ ହୋଇ କରୋନାକୁ ହରାଇ ପାରିଛନ୍ତି ।

ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏମକେ ଉପାଧ୍ୟାୟଙ୍କ ଅନୁସାରେ, ଏପ୍ରିଲ ୧୦ରୁ ଏପ୍ରିଲ୍ ୩୦ ମଧ୍ୟରେ ୮୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ୬୨ ବର୍ଷିଅ ବ୍ୟକ୍ତି ଡେଲ୍ଟା ପ୍ଲସ ଭାରିଆଣ୍ଟରେ ସଂକ୍ରମିତ ହୋଇଥିଲେ । ଆଉ ଏହାକୁ ଭାରିଆଣ୍ଟ ଅଫ୍ କନସର୍ଣ୍ଣ ଲିଷ୍ଟରେ ରଖାଯାଇଛି । ବ୍ୟକ୍ତି ଜଣଙ୍କ ଡେଲ୍ଟି ପ୍ଲସ ଭାରିଆଣ୍ଟ ଆକ୍ରାନ୍ତ ପରେ ଆମ ଟିମ୍ ଗାଁକୁ ଯାଇଥିଲା । ୮୧ ସଂକ୍ରମିତଙ୍କ ମଧ୍ୟରୁ ମାତ୍ର ୪ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅନ୍ୟମାନେ ଘରେ ସୁସ୍ଥ ହୋଇଥିଲେ । ସେଥି ମଧ୍ୟରୁ କାହାରି ମୃତ୍ୟୁ ହୋଇନାହିଁ ।

ବ୍ୟକ୍ତି ଜଣଙ୍କ ପ୍ରଥମ ଡୋଜ୍ ଟିକା ନେଇଥିବାରୁ ଡେଲ୍ଟା ପ୍ଲସ୍ ଭାରିଆଣ୍ଟ ବିରୋଧରେ ଲଢ଼ିବାକୁ ସକ୍ଷମ ହୋଇଥିବା କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ଜୁନ୍ ୧୧ରେ ଡେଲ୍ଟା ପ୍ଲସକୁ ଭାରିଆଣ୍ଟ ଅଫ୍ କନସର୍ଣ୍ଣ ଲିଷ୍ଟରେ ରଖିଥିଲେ କେନ୍ଦ୍ର ସରକାର । ଦେଶର ୧୨ ରାଜ୍ୟର ୫୧ଟି ଡେଲ୍ଟା ପ୍ଲସ ମାମଲା ଚିହ୍ନଟ କରାଯାଇଛି । ଯେତେବେଳେ କି ମହାରାଷ୍ଟ୍ରରେ ଡେଲ୍ଟା ପ୍ଲସର ସର୍ବାଧିକ ମାମଲା ରହିଛି ।

୧୦ ଜିଲ୍ଲାରେ ଖୋଲିବ ୬୦ ସିଟ୍ ବିଶିଷ୍ଟ ନର୍ସିଂ କଲେଜ୍

ଝାରସୁଗୁଡ଼ା: ରାଜ୍ୟରେ ସୁଦୃଢ଼ ହେବ ସ୍ୱାସ୍ଥ୍ୟସେବା । ସରକାର ଏନେଇ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ୧୦ ଗୋଟି ଜିଲ୍ଲାରେ ନର୍ସିଂ କଲେଜ୍ ଖୋଲିବ । ସବୁ କଲେଜରେ ୬୦ଟି ଲେଖାଏଁ ସିଟ୍ ରହିବ । ଏଥିସହ ପରବର୍ତ୍ତୀ ସମୟରେ ଏହି ସିଟ୍ ସଂଖ୍ୟା ବୃଦ୍ଧି କରାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ।

Nusing College To Be Opened In 10 District Of Odisha

ମୟୂରଭଞ୍ଜ, ବଲାଙ୍ଗିର, କୋରାପୁଟ, ବାଲେଶ୍ୱର, ଝାରସୁଗୁଡ଼ା, ପୁରୀ, ସୁନ୍ଦରଗଡ଼, ଅନୁଗୁଳ, କେନ୍ଦୁଝର ଓ ଯାଜପୁର ଜିଲ୍ଲାରେ ନର୍ସିଂ କଲେଜ ଖୋଲିବ । ଏଥିସହ ଝାରସୁଗୁଡ଼ା ଜିଲ୍ଲାରେ ଚଳିତବର୍ଷ ହାର୍ଟ ହସ୍ପିଟାଲ କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।

Nusing College To Be Opened In 10 District Of Odisha

ଆଗକୁ କରୋନାର ତୃତୀୟ ଲହର ଆସୁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସମସ୍ତ ପଦକ୍ଷେପ ନିଆଯାଇଛି । କରୋନା ହାରିବ, ଓଡ଼ିଶା ଜିତିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

କେନ୍ଦ୍ରକୁ ଅତିରିକ୍ତ ୬ ଲକ୍ଷ ଡୋଜ୍ କୋଭିସିଲ୍ଡ ଟିକା ମାଗିଲା ଓଡ଼ିଶା

ଭୁବନେଶ୍ୱର: ରାଜ୍ୟରେ ଟିକାକରଣ ଜାରି ରହିଛି । ଜୁନ୍ ୨୧ରୁ ଦୈନିକ ହାରାହାରି ୩ ଲକ୍ଷ ଟିକାକରଣ ହେଉଛି । ଜୁନରେ ଓଡ଼ିଶା ୧୩ ଲକ୍ଷ ୭୮ ହଜାର ୩୧୦ ଡୋଜ୍ କୋଭିସିଲ୍ଡ ଟିକା ପାଇଥିବା ବେଳେ ଏହା ଜିଲ୍ଲାଗୁଡ଼ିକୁ ପଠାଇ ଦିଆଯାଇଛି ।

Odisha Request Additional 6 Lakh Doses Covishield Vaccine From Centre

ଏବେ ରାଜ୍ୟ ପାଖରେ ମାତ୍ର ୩.୫ ଲକ୍ଷ କୋଭିସିଲ୍ଡ ଟିକା ଗଚ୍ଛିତ ରହିଛି । ଯାହାକି ମାତ୍ର ୨ ଦିନରେ ସରିଯିବ । ରାଜ୍ୟରେ ମଙ୍ଗଳବାର ପରେ ଆଉ କୋଭିସିଲ୍ଡ ଟିକା ବଳକା ରହିବ ନାହିଁ । ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସ୍ୱାସ୍ଥ୍ୟ ବିଭାଗ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିଛନ୍ତି । ଜୁଲାଇ ମାସରେ କେନ୍ଦ୍ର ଓଡ଼ିଶାକୁ ୨୫.୩୧ ଲକ୍ଷ କୋଭିସିଲ୍ଡ ଟିକା ଦେବେ ।

Odisha Request Additional 6 Lakh Doses Covishield Vaccine From Centre

ମଙ୍ଗଳବାର କୋଭିସିଲ୍ଡ ଟିକା ସରୁଥିବାରୁ ଟିକାକରଣ ବାଧାପ୍ରାପ୍ତ ହେବ । ସେଥିପାଇଁ କେନ୍ଦ୍ର ଅତିରିକ୍ତ ୬ କୋଭିସିଲ୍ଡ ଟିକା ଜୁନ୍ ମାସରେ ଦେବାକୁ ଓଡ଼ିଶା ଅନୁରୋଧ କରିଛି । ଏଥିରେ କେନ୍ଦ୍ର ସରକାର ମଧ୍ୟ ସହମତି ପ୍ରକାଶ କରିଥିବା ଜଣାପଡ଼ିଛି ।

ମାଛ ପୋଖରୀ ଲିଜକୁ ନେଇ ପୂର୍ବତନ କୁଳପତିଙ୍କୁ ହତ୍ୟା, ଅଭିଯୁକ୍ତ ଗିରଫ

ଝାରସୁଗୁଡ଼ା: ସମ୍ବଲପୁର ବିଶ୍ୱବିଦ୍ୟାଳୟ ପୂର୍ବତନ କୁଳପତି ଡକ୍ଟର ଧ୍ରୁବରାଜ ନାଏକ ହତ୍ୟା ଘଟଣା । ଅଭିଯୁକ୍ତ ପ୍ରବୀଣ ଧରୁଆଙ୍କୁ ଗିରଫ କରିଛି ପୋଲିସ । ସେପଟେ ଧୀରେ ଧୀରେ ହତ୍ୟା ରହସ୍ୟ ଉପରୁ ପରଦା ହଟୁଛି । ଟଙ୍କା ପାଇଁ ନୁହେଁ ବରଂ ମାଛ ଚାଷକୁ କେନ୍ଦ୍ର କରି କୁଳପତିଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି । କୁଳପତି ଡକ୍ଟର ଧ୍ରୁବରାଜ ମାଛ ଚାଷ ପାଇଁ ନିଜ ପୋଖରୀକୁ ଅନ୍ୟକୁ ଲିଜ୍ ଦେଇଥିଲେ ।

Murder Case Of Ex Vice Chancellor Sambalpur University, One Arrested

ସେହି ଲିଜ୍‌କୁ ନେଇ ହତ୍ୟାକାଣ୍ଡ ହୋଇଥିବା ସୂଚନା ଦେଇଛି ପୋଲିସ । ଜେରା ବେଳେ ଅଭିଯୁକ୍ତ ପ୍ରବୀଣ ମାଛ ପୋଖରୀ ଲିଜକୁ ନେଇ ହତ୍ୟା କରିଥିବା କହିଛି । ଗତକାଲି ଅଭିଯୁକ୍ତ ଝାରସୁଗୁଡା କୁଆଁରମାଳ ସର୍ଗିଡିହି ସ୍ଥିତ କୁଳପତିଙ୍କ ଘରେ ପଶି ଟାଙ୍ଗିଆରେ ହାଣି ହତ୍ୟା କରିଥିଲା । ମଧ୍ୟାହ୍ନ ପ୍ରାୟ ୧୨ଟା ୩୦ରେ ଏହି ବର୍ବର କାଣ୍ଡ ଘଟାଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା ।

ଟ୍ୱିଟର ବିବାଦ, ଇସ୍ତଫା ଦେଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ଟ୍ୱିଟରକୁ ନେଇ ଦେଶରେ ବଢୁଛି ବିବାଦ । ଏହାରି ଭିତରେ ଟ୍ୱିଟର ପକ୍ଷରୁ ନବନିଯୁକ୍ତ ଭାରତୀୟ ଅଧିକାରୀ ଧର୍ମେନ୍ଦ୍ର ଚତୁର ଇସ୍ତଫା ଦେଇଛନ୍ତି । ନୂଆ ଆଇଟି ନିୟମ ପାଳନ କରିବା ପାଇଁ ଟ୍ୱିଟର ପକ୍ଷରୁ ଏହି ନିଯୁକ୍ତି ହୋଇଥିଲା । ନିୟମ ଅନୁସାରେ, ଏହି ନିଯୁକ୍ତି ଅତି ଜରୁରୀ । ତେବେ ଧର୍ମେନ୍ଦ୍ର କାହିଁକି ଇସ୍ତଫା ଦେଲେ ସେନେଇ କିଛି କାରଣ ଜଣାପଡ଼ିନାହିଁ । ଗତ କିଛି ଦିନ ହେଲା ଏନେଇ କେନ୍ଦ୍ର ସରକାର ଓ ଟ୍ୱିଟର ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି ।

 Twitter Vs Central Government Interim Grievance Officer For India Dharmendra Chatur Quits

ସରକାରଙ୍କ ପକ୍ଷରୁ ବାରମ୍ବାର ଚେତାବନୀ ମଧ୍ୟ ଦିଆଯାଇଛି । ନୂଆ ନିୟମ ଅନୁସାରେ ଦେଶରେ କୌଣସି ସୋସିଆଲ ମିଡିଆରେ ୫୦ ଲକ୍ଷରୁ ଅଧିକ ବ୍ୟବହାରକାରୀ ଥିଲେ କମ୍ପାନୀ, ଜଣେ ଅଧିକାରୀଙ୍କୁ ନିଯୁକ୍ତି କରିବାକୁ ବାଧ୍ୟ । ଏହାଦ୍ୱାରା କୌଣସି ଅଭିଯୋଗ ହେଲେ ତୁରନ୍ତ ତାଙ୍କୁ ଯୋଗାଯୋଗ କରାଯାଇପାରିବ । ଏହି ନିୟମ ଆଧାରରେ ଟ୍ୱିଟର ଭାରତରେ ଧର୍ମେନ୍ଦ୍ର ଚତୁରଙ୍କୁ ନିଯୁକ୍ତି ଦେଇଥିଲା । ହେଲେ ସେ ଇସ୍ତଫା ଦେଇଛନ୍ତି ।

କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗ, ମଦ ଦୋକାନ ସହ ୨୦ରୁ ଅଧିକ ସପ୍ ସିଲ୍

ଭୁବନେଶ୍ୱର: ସପ୍ତାହାନ୍ତ ସଟଡାଉନ୍ ଶେଷ ପରେ ପରେ ଆଜି ପୁଣି ଭୁବନେଶ୍ୱରର ବିଭିନ୍ନ ମାର୍କେଟରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । କୋଭିଡ କଟକଣା ଉଲ୍ଲଂଘନ ଅଭିଯୋଗରେ ବିଏମସି ଓ କମିଶନରେଟ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି । ବିଏମସିର ୩ଟି ଯାକ ଜୋନରେ ପୋଲିସ ସହାୟତାରେ ରେଡ୍ ଚାଲିଥିବା ବେଳେ ପୋଲିସ ପକ୍ଷରୁ ମଧ୍ୟ ପୃଥକ ଭାବେ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି । କଟକ ପୁରୀ ରୋଡ଼ରେ ୨୦ରୁ ଅଧିକ ଦୋକାନକୁ ସିଲ୍ କରାଯିବା ସହ ଜରିମାନା ଆଦାୟ କରାଯାଇଛି ।

More than 20 Shop Sealed For Covid Norms Violation In Capital City

ସେହିଭଳି ଅଶୋକ ନଗର ସ୍ଥିତ ବିଦେଶୀ ମଦ ଦୋକାନରେ ଅସମ୍ଭାଳ ଭିଡ଼କୁ ଦୃଷ୍ଟିରେ ରଖି ଦୋକାନକୁ ବନ୍ଦ କରିଛି ପୋଲିସ । ସଂକ୍ରମଣ ସ୍ଥିତି ଉଭୟ କଟକ ଓ ଭୁବନେଶ୍ୱରରେ ହ୍ରାସ ପାଉ ନଥିବାରୁ ବିଏମସି ଓ ପୋଲିସ ପକ୍ଷରୁ ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ସଂଖ୍ୟାକୁ ଦ୍ୱିଗୁଣିତ କରାଯାଇଛି । ପୂର୍ବରୁ ୟୁନିଟ-୧ ହାଟକୁ ଜୁଲାଇ ପହିଲା ପର୍ଯ୍ୟନ୍ତ ବନ୍ଦ କରାଯାଇଥିବା ବେଳେ ୟୁନିଟ-୪ ମାର୍କେଟ ଓ ବାପୁଜୀନଗର ମାର୍କେଟକୁ ଜୁଲାଇ ୧ ଯାଏ ବନ୍ଦ ରଖାଯାଇଛି ।