spot_img
Home Blog Page 5485

ଅମାନିଆ ବିଧାୟକ, ସଟଡାଉନରେ ଲୋକଙ୍କୁ ଏକାଠି କରି କୋଭିଡ୍ ନିୟମ ଭାଙ୍ଗିଲେ ସୁର ରାଉତରାୟ

ଭୁବନେଶ୍ୱର: ସବୁବେଳେ ଖବରର ଚର୍ଚ୍ଚା ରହିଥାନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । କେତେବେଳେ ବିବାଦୀୟ ମନ୍ତବ୍ୟ ତ ଆଉ କେବେ ନିୟମ ଉଲ୍ଲଂଘନ । କରୋନା ସମୟରେ ମାସ୍କ ସୁରକ୍ଷା କବଚ ସାଜିଥିବା ବେଳେ ସୁର ପ୍ରଥମେ ମାସ୍କ ପିନ୍ଧୁନଥିଲେ । କରୋନାର ଭୟାବହ ରୂପ ଦେଖିବା ପରେ ମାସ୍କ ପିନ୍ଧିଥିଲେ ଏହି ବରିଷ୍ଠ ନେତା । ବିଧାୟକଙ୍କ କାନ୍ଧରେ ଜନତାଙ୍କ ଦାୟିତ୍ୱ ଥିବାବେଳେ ସୁର ଅମାନିଆ ହୋଇ ପଡ଼ିଛନ୍ତି ।

Congress MLA Sura Routray Flouts Covid Norms

କୋଭିଡ୍ କଟକଣାକୁ ଭୁଲି ସଟ୍‌ଡାଉନ୍‌ ସମୟରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ତାହା ପୁଣି ଶତାଧିକ ଲୋକଙ୍କୁ ନେଇ । ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗ ଅଞ୍ଚଳରେସଟଡାଉନରେ ସୁର ପ୍ରେସମିଟ୍ କରୁଥିବା ବେଳେ ଅତିରିକ୍ତ ତହସିଲଦାର ଚଢ଼ାଉ କରିଥିଲେ ।

Congress MLA Sura Routray Flouts Covid Norms

ନନ୍ଦନକାନନର କିଛି ସମସ୍ୟା ସମ୍ପର୍କରେ ଜଟଣୀ ବିଧାୟକ ସୁରେଶ ରାଉତରାୟ ପ୍ରେସମିଟ୍ କରୁଥିଲେ । କିଛି କର୍ମୀ ବି ଉପସ୍ଥିତ ଥିଲେ । ସଟ୍‌ଡାଉନ ଓ କୋଭିଡ୍ ନିୟମର ଉଲ୍ଲଂଘନ କରିଥିବାରୁ ଭୁବନେଶ୍ୱର ଅତିରିକ୍ତ ତହସିଲଦାର ଶର୍ମିଷ୍ଠା ଦାସ ଓ ଚନ୍ଦକା ପୋଲିସ ଚଢ଼ାଉ କରିଥିଲା । ନିୟମ ମାନିନଥିବାରୁ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଅତିରିକ୍ତ ତହସିଲଦାର ।

ସ୍ପୁଟନିକ୍-ଭି ଓ ଆଷ୍ଟ୍ରାଜେନେକା ଟିକା ହ୍ରାସ କରାଉଛି ମୃତ୍ୟୁହାର: ଆର୍ଜେଣ୍ଟିନାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ବ୍ୟୁନସ ଆୟର୍ସ: ଆର୍ଜେଣ୍ଟିନାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏକ ଅଧ୍ୟୟନ ଦେଇଛି ଆଶ୍ୱସ୍ଥି । ଏହି ଅଧ୍ୟୟନରେ ୬୦ବର୍ଷରୁ ଉର୍ଦ୍ଧ୍ୱ ଲୋକଙ୍କ ପାଇଁ ଆସିଛି ଖୁସି ଖବର । ଏଥିରେ   କୁହାଯାଇଛି ଯେ କରୋନା ଭାଇରସ ବିରୁଦ୍ଧରେ ସ୍ପୁଟନିକ୍-ଭି କିମ୍ବା ଆଷ୍ଟ୍ରାଜେନେକା ଟିକାର ଗୋଟିଏ ମାତ୍ର ଡୋଜ ୬୦ବର୍ଷରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହାରକୁ ୭୦-୮୦ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିପାରିବ । ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ବିବୃତ୍ତିରେ ଆଉ ମଧ୍ୟ କୁହାଯାଇଛି ଯେ, ୬୦ ବର୍ଷ କିମ୍ବା ୬୦ରୁ ଉର୍ଦ୍ଧ୍ୱ ବୟସର ରୋଗୀଙ୍କୁ ଦିଆଯାଉଥିବା ଟିକାର ଡୋଜଗୁଡ଼ିକର କ୍ଷମତାର ମୂଲ୍ୟାଙ୍କନରେ ଏହି ତଥ୍ୟ ସାମ୍ନାକୁ ଆସିଛି।

ଅଧ୍ୟୟନରେ କୁହାଯାଇଛି ଯେ ଏହି ଟିକାଗୁଡ଼ିକର ମାତ୍ର ଦୁଇଟି ଡୋଜରେ ମୃତ୍ୟୁ ହାର ୯୦ ପ୍ରତିଶତକୁ ହ୍ରାସ ପାଇଥାଏ। ରିସର୍ଚ୍ଚ ସମୟରେ, ୬୦ ବର୍ଷରୁ ଅଧିକ ବୟସର ୪,୭୧,୬୮୨ ଲୋକଙ୍କୁ ନେଇ ଏହି ଅଧ୍ୟୟନ କରାଯାଇଥିଲା । ଅନ୍ୟପକ୍ଷରେ, ସାରା ବିଶ୍ୱରେ କରୋନା ଭାଇରସ ବ୍ୟାପିବା ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୮କୋଟିରୁ ଅଧିକ ହୋଇଛି ଏବଂ ୩୯.୦୯ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି।

ଆମେରିକାର ଜାନ୍ ହାପକିନ୍ସ ୟୁନିଭରସିଟିର ବିଜ୍ଞାନ ଏବଂ ଇଞ୍ଜିନିୟରିଂ କେନ୍ଦ୍ର (CSSE) ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ବିଶ୍ୱର ୧୯୨ଟି ଦେଶ ବା ଅଞ୍ଚଳରେ ସଂକ୍ରମିତଙ୍କ ସଂଖ୍ୟା ବଢି ୧୮କୋଟି ୪ ଲକ୍ଷ ୧୦ ହଜାର ୧୩୧କୁ ବୃଦ୍ଧି ପାଇଥିବାବେଳେ ୩୮ ଲକ୍ଷ ୯୮ ଲୋକଙ୍କ ଏହି ମହାମାରୀ ଯୋଗୁଁ ପ୍ରାଣ ଯାଇଛି । ସେହିଭଳି ବିଶ୍ୱର ସବୁଠୁ ଅଧିକ ଶକ୍ତିଶାଳି ଦେଶ ଭାବରେ ଚିହ୍ନା ଆମେରିକାରେ କରୋନା ଭାଇରସ ସଂକ୍ରମଣ ଧିମା ହୋଇଛି । ଏଠାରେ ସମୁଦାୟ ସଂକ୍ରମିତ ସଂଖ୍ୟା ୩.୩୬ କୋଟିରୁ ଅଧିକ ରହିଛି ଏବଂ ୬.୦୩ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।

ଫ୍ରାନ୍ସର ରାଫେଲ ସ୍ଥାପନ କଲା ରେକର୍ଡ, ୧୨ ଘଣ୍ଟାରେ ଅତିକ୍ରମ କଲା ୧୭୦୦୦ କିଲୋମିଟର

ପ୍ୟାରିସ୍: ରାଫେଲ୍ ଫାଇଟର୍ ଜେଟ୍ କେଉଁଠାରେ ନ ରହି ୧୨ ଘଣ୍ଟା ମଧ୍ୟରେ ୧୭୦୦୦ କିଲୋମିଟର ଦୂରତାକୁ ଅତିକ୍ରମ କରିଛି । ଏହି ୧୭୦୦୦କିଲୋକମିଟର ଅତିକ୍ରମ କରି ରାଫେଲ ନୂଆ ରେକର୍ଡ କରିଛି । ସୂଚନା ଅନୁସାରେ ଆଜି ପୂର୍ବରୁ କୌଣସି  ବି ରାଫେଲ୍ ବିମାନ କେଉଁଠି ବି ନ ରହି ଏତେ ଦୂରତା ଯାତ୍ରା କରିବାରେ ସକ୍ଷମ ହୋଇ ନାହିଁ । ଏହାପୂର୍ବରୁ ରାଫେଲ ଯୁଦ୍ଧ ବିମାନ ଫ୍ରାନ୍ସଠାରୁ ଭାରତ ପର୍ଯ୍ୟନ୍ତ ୬୭୦୦ କିଲୋମିଟର ଦୂରତା ଅତିକ୍ରମ କରିଥିଲା ।

ଫ୍ରାନ୍ସର ବାୟୁସେନା ଏୟାର-ଟୁ-ଏୟାର ରିଫ୍ୟୁଲିଂ ଅପରେଟର ମେଜର ପିୟରିକ୍ କହିଛନ୍ତି ଯେ ଆମେ ୟୁରୋପର ଏକମାତ୍ର ଦେଶ ଯିଏ ଆମ ବେସ୍ ଠାରୁ ୧୭୦୦୦ କିଲୋମିଟର ଦୂରତା ପର୍ଯ୍ୟନ୍ତ ଏମିତି ଉଡ଼ିବାରେ ସକ୍ଷମ ହୋଇଛୁ । ରାଫେଲ ବିମାନ ଏହି ଦୂରତା କାଲିଫର୍ନିଆରୁ ଉଡ଼ାଣ ଭରି ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ଅବସ୍ଥିତ ଫରାସୀ ଏୟାରବେସ୍ ତାହିତିରେ ପହଞ୍ଚିବା ପର୍ଯ୍ୟନ୍ତ ରେକର୍ଡ କରାଯାଇଛି । ଏହି ସମୟରେ, ରାଫେଲ ବିମାନ ଉଡୁଥିବା ସମୟରେ ହିଁ ଏହାକୁ ଆକାଶରେ ସାତଥର ଇନ୍ଧନ ଦିଆଯାଇଥିଲା ।

ଫ୍ରାନ୍ସ ଗଣମାଧ୍ୟମ ଅନୁଯାୟୀ, ତାହିତf ଯିବା ପାଇଁ ରାଫାଲ ଯୁଦ୍ଧ ବିମାନ ସମେତ ଫ୍ରାନ୍ସ ବାୟୁସେନାର ସାତୋଟି ବିମାନ ଫ୍ରାନ୍ସରୁ ଯାତ୍ରା କରିଥିଲା।  ତେବେ ପ୍ରଥମ ଥର ଉଡାଣ ରେ ହିଁ ରାଫେଲ ଆମେରିକାର କାଲିଫର୍ନିଆର ଏୟାରବେସରେ ପହଞ୍ଚିଥିଲା। ଏଠାରୁ ଦ୍ୱିତୀୟ ଥର ଉଡ଼ାଣରେ ବିମାନ ରେକର୍ଡ ସୃଷ୍ଟି କରି ତାହିତିରେ ଏକ ନିରାପଦ ଅବତରଣ କରିଥିଲା । ୧୫ ଘଣ୍ଟାର ଏହି ରେକର୍ଡ ଉଡ଼ାଣ ସମୟରେ, ରାଫାଲ୍ ଯୁଦ୍ଧ ବିମାନରେ ସାତଥର ଇନ୍ଧନ ଦିଆଯାଇଥିଲା ।

କେନ୍ଦ୍ରର ସତ୍ୟପାଠ, ୨୦୨୧ ସୁଦ୍ଧା ୨୧୬ କୋଟି ନୁହେଁ ୧୩୫ କୋଟି ଟିକା କିଣିବା ସମ୍ଭାବନା

ନୂଆଦିଲ୍ଲୀ: କରୋନା ଟିକା ନୀତିକୁ ନେଇ କେନ୍ଦ୍ରର ୟୁ-ଟର୍ଣ୍ଣ । ଡିସେମ୍ବର ସୁଦ୍ଧା ୨୧୬ କୋଟି ନୁହେଁ, ୧୩୫କୋଟି ଟିକା କିଣିବାକୁ ଯୋଜନା କରିଛି କେନ୍ଦ୍ର । ଏ ନେଇ ସୁପ୍ରିମକୋର୍ଟରେ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଛି । ଦେଶରେ ଟିକା ସଙ୍କଟ ଜାରି ରହିଥିବା ବେଳେ ଡିସେମ୍ବର ସୁଦ୍ଧା ୨୧୬ କୋଟି ଟିକା କିଣିବାକୁ ଯୋଜନା ରହିଛି ବୋଲି ଗତ ମେ ମାସରେ କେନ୍ଦ୍ର ପକ୍ଷରୁ କୁହାଯାଇଥିଲା । ହେଲେ ଏବେ ଏଥିରେ ପରିବର୍ତ୍ତନ ଆଣିଛନ୍ତି କେନ୍ଦ୍ର ସରକାର । ଆସନ୍ତା ଡିସେମ୍ବର ସୁଦ୍ଧା ଦେଶରେ ମାତ୍ର ୧୩୫ କୋଟି ଟିକା କିଣାଯିବାର ସମ୍ଭାବନା ଅଛି । ଦେଶରେ ଟିକା ନୀତି ନେଇ ସୁପ୍ରିମକୋର୍ଟରେ ଦାଏର ସତ୍ୟପାଠରେ ଏହା ଉଲ୍ଲେଖ ହୋଇଛି ।

 135 crore COVID-19 vaccine doses projected to be available in India between August to December 2021

୨୦୨୧ ଅଗଷ୍ଟରୁ ଡିସେମ୍ବର ମଧ୍ୟରେ କୋଭିସିଲ୍ଡ ଟିକା ୫୦କୋଟି, କୋଭାକ୍ସିନ ୪୦ କୋଟି, ବାୟୋ-ଇ-ସବ୍ -ୟୁନିଟ୍ ୩୦କୋଟି, ଜାଇଡସ୍ କାଡିଲା ୫କୋଟି ଓ ସ୍ପୁଟନିକ୍ ଭିର ୧୦କୋଟି ଟିକା କିଣିବା ଯୋଜନା ରହିଛି ବୋଲି ସତ୍ୟପାଠରେ ଦର୍ଶାଯାଇଛି । ପୂର୍ବରୁ ୮ଟି କମ୍ପାନୀର ୨୧୬ କୋଟି ଡୋଜ୍ ଉବଲବ୍ଧ ହେବ ବୋଲି କୁହାଯାଇଥିବା ବେଳେ ଏବେ ୫ଟି କମ୍ପାନୀର ୧୩୫ କୋଟି ଡୋଜ୍ କିଣାଯିବା ସମ୍ଭାବନା ରହିଛି ବୋଲି କୁହାଯାଇଛି ।

ମାଛ ଧରିବା ପାଇଁ ମାନିଲେନି କରୋନା କଟକଣା

ଡେଲାଙ୍ଗ: କରୋନା ପାଇଁ କଡ଼ା କଟକଣା ଲାଗିଛି । ଲକଡାଉନ୍, ସଟଡାଉନ୍ ସହ ଏକାଠି ହେବାକୁ ମନା କରାଯାଉଛି । ହେଲେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକରେ । ଯେଉଁଠି ମାଛ ଧରିବା ପାଇଁ ଲୋକେ କରୋନା କଟକଣାକୁ ବାଏଁ ବାଏଁ ଉଡ଼ାଇ ଦେଇଛନ୍ତି । ରବିବାର ଥିବାରୁ ପୋଖରୀରେ ଜାଲ ଧରି ଶହ ଶହ ଗାଁ ଲୋକ ଏକତ୍ରିତ ହୋଇଥିବା ଦେଖିବାକୁ ମିଳିଛି ।

People Floats Covid Guidelines For Fishing In Delang

ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଜିଲ୍ଲା ଡେଲାଙ୍ଗ ବ୍ଲକ ସାନ ଗୁଆଳିପଡ଼ା ଗାଁରେ । କରୋନାକୁ ଭ୍ରୁକ୍ଷେପ ନକରି ଛୋଟ ଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ଏକତ୍ରିତ ହୋଇ ମାଛ ଧରାରେ ଲାଗି ପଡ଼ିଛନ୍ତି । ଜିଲ୍ଲାରେ ଦୈନିକ ୨୦୦ରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଡେଲାଙ୍ଗ ବ୍ଲକରେ ସଂକ୍ରମଣ ହାର୍ ଅଧିକ ରହିଛି । ତଥାପି ଲୋକ ନିୟମ ମାନୁ ନଥିବାରୁ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି ।

ଜ୍ୱରରେ ପୀଡ଼ିତ ଚତୁର୍ଦ୍ଧାମୂର୍ତ୍ତିଙ୍କ ଚାଲିଛି ପଥି ଉପଚାର, ରଥ କାର୍ଯ୍ୟ ୭୫ ପ୍ରତିଶତ ଶେଷ

ପୁରୀ: ରଥଯାତ୍ରା ପାଇଁ ଜୋରଦାର ଚାଲିଛି ପ୍ରସ୍ତୁତି । ରଥଖଳାରେ ତିନି ରଥର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ନିର୍ଦ୍ଧାରିତ ସମୟ ପୂର୍ବରୁ ଚାରି ନାହାକା, ୧୪ ନାହାକା, ଯୋଖା, ପ୍ରଥମ, ଦ୍ଵିତୀୟ ଓ ତୃତୀୟ ଭୂଇଁ ଆଦି ୭୫ ପ୍ରତିଶତ କାର୍ଯ୍ୟ ଶେଷ ହୋଇଛି । ବର୍ତ୍ତମାନ ତିନି ରଥର ପୋଟଳ ନିର୍ମାଣ କାର୍ଯ୍ୟ ଜକିଆ କଣ୍ଟା ବାଡ଼ାଯାଇ ପ୍ରସ୍ତୁତ ହେଉଛି । ଆଜି ସମସ୍ତ ପୋଟଳ ରଥଉପରେ ସଂଯୋଗ ପୂର୍ବରୁ ପୋଟଳଗୁଡ଼ିକର ଚାରି ପାର୍ଶ୍ୱରେ କଣ୍ଟା ବାଡ଼ାଯିବ । ଗତକାଲି ୩୨ଟି ଲେଖାଁଏ ପାଖୁଡ଼ା ନିର୍ମାଣ କରାଯିବା ପରେ କଳସ ପେଣ୍ଡିରେ ବସାଯାଇଛି ।

Puri Sri Jew Treatment After Snana Yatra And Ratha Update

ସେପଟେ ସ୍ନାନଯାତ୍ରାରେ ଅତ୍ୟଧିକ ସ୍ନାନ କରି ଜ୍ୱରରେ ପୀଡ଼ିତ ଚତୁର୍ଦ୍ଧାମୂର୍ତ୍ତି । ଶ୍ରୀମନ୍ଦିର ଅଣସର ପିଣ୍ଡିରେ ଚାଲିଛି ଗୁପ୍ତ ଉପଚାର । ଦୀପର କ୍ଷୀଣ ଆଲୋକରେ ସେବାରେ ନିୟୋଜିତ ଦଇତାପତି ସେବାୟତ । ଅଣସରର ଚତୁର୍ଥ ଦିନରେ ଚାଲିଛି ଗୁପ୍ତ ନୀତିକାନ୍ତି । ଜ୍ୱରର ଉପଚାର ପାଇଁ ପଥିରେ ଅଛନ୍ତି ଠାକୁର । ଚକଟା ଓ ପଣା ଭୋଗ ଲାଗି କରାଯାଉଛି । ସେପଟେ ମହାପ୍ରଭୁଙ୍କ ଅନୁପସ୍ଥିତିରେ ରତ୍ନବେଦୀରେ ପୂଜା ପାଉଛନ୍ତି ପଟି ଦିଅଁ । ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଅନନ୍ତ ନାରାୟଣ, ବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ ଓ ଦେବୀ ସୁଭଦ୍ରାଙ୍କ ସ୍ଥାନରେ ମା’ ଭୁବନେଶ୍ୱରୀଙ୍କୁ ପୂଜା କରାଯାଉଛି ।

ଶିକ୍ଷକଙ୍କ ନାଁରେ ଫେସବୁକରେ ଫେକ୍ ଆଇଡି, ଚାଟରେ ମାଗୁଛନ୍ତି ଟଙ୍କା

ଭଦ୍ରକ: ଠକେଇର ମାଧ୍ୟମ ପାଲଟିଛି ସୋସିଆଲ୍ ମିଡିଆ । କିଛି ବ୍ୟକ୍ତି ଫେକ୍ ଆକାଉଣ୍ଟ ଖୋଲି ଟଙ୍କା ମାଗୁଛନ୍ତି । କିଛି ସମସ୍ୟା ଥିବା କହି ଟଙ୍କା ମାଗିବା ସହ ଅନଲାଇନ ଜରିଆରେ ଟଙ୍କା ଟ୍ରାନ୍ସଫର ପାଇଁ ମେସେଜ୍ କରୁଛନ୍ତି । ସୋସିଆଲ୍ ମିଡିଆ ଫେସବୁକରେ ଏଭଳି ମାଳ ମାଳ ଆକାଉଣ୍ଟ ରହିଛି । ଭଦ୍ରକରୁ ଆସିଛି ସେଭଳି ଏକ ମାମଲା । ଜଣେ ଶିକ୍ଷକଙ୍କ ନାମରେ କେହି ନକଲି ଫେସବୁକ୍ ଆକାଉଣ୍ଟ ଖୋଲି ମେସେଜ ଚାଟ୍ ମାଧ୍ୟମରେ ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି ।

Miscreants Shouting Help In Fake Facebook ID In Name Of Teacher Bhadrak

ଭଦ୍ରକ ଜିଲ୍ଲା ବାଗୁରାଇ ହାଇସ୍କୁଲରେ ଏନସିସି ଶିକ୍ଷକ ଥିବା ରବି ନାରାୟଣ ମହାନ୍ତିଙ୍କ ନାଁରେ ଟଙ୍କା ମାଗୁଛି ଠକ । ବାଗୁରାଇ ହାଇସ୍କୁଲ ଏକାଧିକ ଛାତ୍ରଛାତ୍ରୀଙ୍କୁଠକ ଟାର୍ଗେଟ କରି ଟଙ୍କା ମାଗୁଛି । ଏନେଇ ଶିକ୍ଷକ ରବି ନାରାୟାଣ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି ।

Miscreants Shouting Help In Fake Facebook ID In Name Of Teacher Bhadrak

ଶିକ୍ଷକ ରବି ନାରାୟଣ କହିଛନ୍ତି ଏହା ସମ୍ପୂର୍ଣ୍ଣ ମିଥ୍ୟା ଅଟେ, ମୁଁ କାହାକୁ ଟଙ୍କା ମାଗିନି । କେହି ଜଣେ ବଦମାସ ମୋ ନାଁରେ ଏମିତି ଫେକ୍ ଆଇଡି କରିଛି । ସେ ବହୁତ ଜଣଙ୍କୁ ଟଙ୍କା ମାଗିବା ନେଇ ମୁଁ ଫୋନ୍ ପାଉଛି । କାହା ନିକଟକୁ ଟଙ୍କା ମାଗିବା ନେଇ ମେସେଜ ଯାଇଥିଲେ ଟଙ୍କା ନ ପଠାଇବା ଲାଗି ଶିକ୍ଷକ ଛାତ୍ରଛାତ୍ରୀ ମାନଙ୍କୁ କହିଛନ୍ତି ।

ସହକର୍ମୀଙ୍କୁ ଚୁମ୍ବନ ଓ ଆଲିଙ୍ଗନ କରି ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମଟ୍ ହାନକକ୍

ନୂଆଦିଲ୍ଲୀ: ମହଙ୍ଗା ପଡିଲା ଚୁମ୍ବନ ଓ ଆଲିଙ୍ଗନ । ପଦବୀ ହରାଇଲେ ବ୍ରିଟେନର ସ୍ବାସ୍ଥ୍ୟ ମନ୍ତ୍ରୀ ମଟ୍ ହାନକକ୍  । କରୋନା ନିୟମ ଉଲ୍ଲଂଘନ କରି ସେ ଜଣେ ଅନ୍ତରଙ୍ଗ ସହକର୍ମୀଙ୍କୁ ଚୁମ୍ବନ ଦେବା ସହ ଆଲିଙ୍ଗନ କରୁଥିବା ଫଟୋ ଭାଇରାଲ ହେବା ପରେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ସ୍ଥାନରେ ପୂର୍ବତନ ଅର୍ଥମନ୍ତ୍ରୀ ସାଜିଦ ଜାଭିଦ ଦାୟିତ୍ବ ନେବେ ।

ସାରା ଦେଶରେ କରୋନା ଭାଇରସ ମୁକାବିଲା ଲାଗି ଟିକାକରଣ ଚାଲିଥିବାବେଳେ ବିବାଦୀୟ ହାନକକ୍, ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ ଇସ୍ତଫାପତ୍ର ଦେଇଛନ୍ତି । କୋଭିଡ ମହାମାରୀ ସମୟରେ ଯେଉଁମାନେ ଜୀବନ ଉତ୍ସର୍ଗ କରିଛନ୍ତି, ସେମାନଙ୍କ ପ୍ରତି ସେ ସମ୍ମାନ ଜଣାଇବା ସହ ନିଜେ କୋଭିଡ ଗାଇଡଲାଇନ ଉଲ୍ଲଂଘନ କରିଥିବା ସ୍ବୀକାର କରିଛନ୍ତି ।

ତେବେ ହାନକକଙ୍କ ଇସ୍ତଫା ନେଇ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ତାଙ୍କର ଉଲ୍ଲେଖନୀୟ ସେବା ଲାଗି ସେ ଗର୍ବ ଅନୁଭବ କରୁଛନ୍ତି ବୋଲି କହିଛନ୍ତି । ତାଙ୍କ ଇସ୍ତଫା ପରେ ପୂର୍ବତନ ଅର୍ଥମନ୍ତ୍ରୀ ସାଜିଦ ଜାଭିଦଙ୍କ ନିଯୁକ୍ତିକୁ ମଞ୍ଜୁର ଦେଇଛନ୍ତି ରାଣୀ ଏଲିଜାବେଥ ଦ୍ବିତୀୟ । ହାନକକଙ୍କ ବିବାଦୀୟ ଫଟୋକୁ ନେଇ ସରକାରଙ୍କୁ ସମାଲୋଚନା କରିଥିଲେ ବିରୋଧୀ ।

ବିଜୁ ମହିଳା ଜନତା ଦଳରେ ନୂଆ ନିଯୁକ୍ତି, ୩ ଜଣଙ୍କୁ କାର୍ଯ୍ୟକାରୀ ସଭାପତି ଦାୟିତ୍ୱ

ଭୁବନେଶ୍ୱର: ବିଜୁ ମହିଳା ଜନତା ଦଳରେ ନୂଆ ନିଯୁକ୍ତି ଦିଆଯାଇଛି । ବିଜୁ ମହିଳା ଜନତା ଦଳର ସଭାପତି ସ୍ନେହାଙ୍ଗିନୀ ଛୁରିଆଙ୍କ ସୁପାରିସ୍ କ୍ରମେ ନୂଆ ନିଯୁକ୍ତି ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳର ରାଜ୍ୟ କାର୍ଯ୍ୟାଳୟରେ ଉପଦେଷ୍ଟା ଭାବେ ଡକ୍ଟର ରାଜଶ୍ରୀ ମଲ୍ଲିକ, ମଞ୍ଜୁଲତା ମଣ୍ଡଳ, ରୀତା ତରାଇ, ଲତିକା ପ୍ରଧାନ, ନନ୍ଦିନୀ ଦେବୀଙ୍କୁ ନିଯୁକ୍ତ କରାଯାଇଛି । ସେହିଭଳି କାର୍ଯ୍ୟକାରୀ ସଭାପତି ଭାବେ ସୁଭାଶିନୀ ଜେନା, ସୁଲତା ଦେଓ ଓ ନିବେଦିତା ମହାନ୍ତିଙ୍କୁ ଦାୟିତ୍ୱ ଦିଆଯାଇଛି ।

New Office Bearers Of Biju Mahila Janata Dal

ପ୍ରେସ୍ ଇସ୍ତାହାର ଜରିଆରେ ଏନେଇ ସୂଚନା ଦେଇଛନ୍ତି ଦଳର ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ରଞ୍ଜନ ମଙ୍ଗରାଜ ସୂଚନା ଦେଇଛନ୍ତି । ବିଜୁ ମହିଳା ଜନତା ଦଳର ସାଧାରଣ ସମ୍ପାଦକ ଭାବେ କସ୍ତୁରୀ ମହାପାତ୍ର, ରାଜ୍ୟ କୋଷାଧ୍ୟକ୍ଷ ଜୟଶ୍ରୀ ଦାସ. ସୋସିଆଲ୍ ମିଡିଆ କୋ-ଅର୍ଡିନେଟର ଭାବେ ମାନସୀ ସୁନ୍ଦରାୟଙ୍କୁ ନିଯୁକ୍ତ କରାଯାଇଛି ।

New Office Bearers Of Biju Mahila Janata Dal

ଭୁବନେଶ୍ୱର, କଟକ, ବାଲେଶ୍ୱର, ସମ୍ବଲପୁର, ବଲାଙ୍ଗିର ଆଦି ୫ଟି ଜୋନରେ ସଭାପତି ସହ କାର୍ଯ୍ୟକାରୀ ସଭାପତି ନିଯୁକ୍ତ କରାଯାଇଛି । ଗଞ୍ଜାମ ଓ କୋରାପୁଟ ଜୋନରେ ସଭାପତି ନିଯୁକ୍ତ କରାଯାଇଛି । ବରିଷ୍ଠ ଉପସଭାପତି ଭାବେ ୯ ଜଣଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ଉପସଭାପତି ଭାବେ ୨୭ ଜଣ, ସାଧାରଣ ସମ୍ପାଦକ ଭାବେ ୩୫ ଜଣ, ସମ୍ପାଦକ ଭାବେ ୩୬ ଜଣ, ଯୁଗ୍ମ ସମ୍ପାଦକ ଭାବେ ୨୮ ଜଣଙ୍କୁ ଦାୟିତ୍ୱ ଦିଆଯାଇଛି ।

New Office Bearers Of Biju Mahila Janata Dal

୩୩ଟି ସାଙ୍ଗଠନିକ ଜିଲ୍ଲାରେ ୩୩ ଜଣଙ୍କୁ ସଭାପତି ଭାବେ ନିଯୁକ୍ତ କରାଯାଇଛି । ବିଜୁ ମହିଳା ଜନତା ଦଳର ଏକଜୁକ୍ୟୁଟିଭ୍ ବଡି ମେମ୍ବର ଭାବେ ୬୯ ଜଣଙ୍କୁ ନିଯୁକ୍ତ କରାଯାଇଛି । ଏହି ନୂଆ ନିଯୁକ୍ତି ତତ୍କାଳ କାର୍ଯ୍ୟକାରୀ ହେବ ।

ଦେଶରେ ଦିନକରେ ୫୦,୦୪୦ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶର ସାମାନ୍ୟ ବଢିଛି କରୋନା ଗ୍ରାଫ୍ । ଦିନକରେ ୫୦ହଜାର ୪୦ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ, ଗତକାଲିଠାରୁ ୨ଦଶମିକ ୭ ପ୍ରତିଶତ ବଢିଛି କରୋନା ପଜିଟିଭିଟି । ସେପଟେ କମିଛି ଆକ୍ଟିଭ କେସ୍ । ୫ ଲକ୍ଷ ୮୬ହଜାର ୪୦୩କୁ ଖସିଛି ଆକ୍ଟିଭ କେସ୍ । ଏହାସହ ଦେଶରେ ବଢିଛି ସୁସ୍ଥତା ହାର । ୯୬ ଦଶମିକ ୭୫ ପ୍ରତିଶତକୁ ବଢ଼ିଛି ଦେଶର ସୁସ୍ଥତା ହାର । ଦେଶରେ ୨୪ ଘଣ୍ଟାରେ ୬୪ ଦଶମିକ ୨୫ ଲକ୍ଷ ଟିକାକରଣ ହୋଇଥିବା ସୂଚନା ମିଳିଛି ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୩୨,୧୭,୬୦,୦୭୭ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ‘ଆଇସିଏମ୍ଆର୍‌’ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ଜୁନ୍ ୨୫ ତାରିଖ ସୁଦ୍ଧା ସମୁଦାୟ ୪୦,୩୫,୮୯,୨୦୧ ନମୁନା ପରୀକ୍ଷା ସରିଛି। ଗତକାଲି ପରୀକ୍ଷା ହୋଇଛି ୧୭,୭୭,୩୦୯ଟି ନମୁନା।