spot_img
Home Blog Page 5486

ପିଚୁରେ ଲାଖି ଯାଇଥିବା ନାଗ ସାପକୁ ନୂଆ ଜୀବନ ଦେଲେ ଅଗ୍ନିଶମ କର୍ମଚାରୀ

ଭୁବନେଶ୍ୱର: ନାଗ ପାଇଁ ଦେବଦୂତ ସାଜିଲେ ବବୁଲ । ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ତେଲେନପଲି ଗାଁର ପ୍ରସନ୍ନ ପ୍ରଧାନଙ୍କ ବାଡ଼ିରେ ଏକ ନାଗ ସାପ ତରଳି ଥିବା ପିଚୁରେ ସମ୍ପୂର୍ଣ୍ଣ ଭାବେ ଲାଖି ଯାଇଥିଲା । ସେଠାରେ ସ୍ନେକ ହେଲ୍ପ ଲାଇନର କେହି ସଦସ୍ୟ ନାହାନ୍ତି । ଏଣୁ ପ୍ରସନ୍ନ ବାବୁ ଫାୟାର ବ୍ରିଗେଡ଼କୁ ଫୋନ କରି ଖବର ଦେଇଥିଲେ ।

Fire Service Employee Safely Rescued An Cobra From Liquid Asphalt

ଅଗ୍ନିଶମ ବାହିନୀର ଜଣେ କର୍ମଚାରୀ ବବୁଲ ରାଉତ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ପିଚୁ ଦେହରୁ ନାଗ ସାପକୁ ଯତ୍ନର ସହିତ ଛଡ଼ାଇ ଏକ ସୁରକ୍ଷିତ ସ୍ଥାନକୁ ଆଣିଥିଲେ । ତା’ପରେ ସାପର ଶରୀରରେ ଲାଗିଥିବା ପିଚୁକୁ ବାହାର କରିବାକୁ ଚେଷ୍ଟା କରିଥିଲେ । ଏକ କପଡାକୁ କିରାସିନିରେ ବୁଡ଼େଇ ଅତି ଯତ୍ନର ସାପ ଦେହରେ ଘଷି ପିଚୁକୁ ବାହାର କରିଥିଲେ । ସାପ ଦେହରୁ ସବୁ ପିଚୁ ବାହାର କରିବାକୁ ପ୍ରାୟ ୩୦ ମିନିଟ୍ ସମୟ ଲାଗିଥିଲା । ଏହି ସମୟରେ ଅତି କମରେ ୧୦ ଥର ସାପ ଦେହକୁ ପାଣିରେ ଧୋଇଥିଲେ । ସାପ ଟିକୁ ଗାଁଠାରୁ ଅଲଗା ଯାଗାରେ ନେଇ ସୁରକ୍ଷିତ ଭାବେ ଛାଡ଼ି ଦେଇଥିଲେ ବବୁଲ ।

Fire Service Employee Safely Rescued An Cobra From Liquid Asphalt

ଫାୟାର ମ୍ୟାନ ଟ୍ରେନିଂରେ ସେ ଶିଖିଥିବା ଅନୁଶାସନ ହିଁ ତାଙ୍କୁ ସାପ ଉଦ୍ଧାର ପାଇଁ ପ୍ରେରଣା ଦେଇଛି ବୋଲି କୁହନ୍ତି ବବୁଲ ରାଉତ । ସାପ ଦେହରେ କିରାସିନି ଲଗେଇଥିବାରୁ କାଳେ କିଛି ରାସାୟନିକ ପ୍ରତିକ୍ରିୟା ହେବ ସେଥିପାଇଁ ସେ ବାରମ୍ବାର ପାଣିରେ ଧୋଇ ଦେଉଥିଲେ । ଯାହା ଫଳରେ କିରାସିନିର ପ୍ରଭାବ କମ ରହିବ । ସେଭଳି କରିନଥିଲେ ସାପଟି ମରି ଯାଇଥାନ୍ତା ବୋଲି କହିଛନ୍ତି ବବୁଲ୍ ।

Fire Service Employee Safely Rescued An Cobra From Liquid Asphalt

ମୋର ପ୍ରାଥମିକ କାମ ହେଲା ସରକାରୀ ଡ୍ୟୁଟି । ଡ୍ୟୁଟି ସମୟ ଶେଷ ପରେ ମୁଁ ସାପ ପରି ଛୋଟ ଛୋଟ ବନ୍ୟ ପ୍ରାଣୀଙ୍କୁ ଉଦ୍ଧାର କରିବା ପାଇଁ ମୋର ସମୟକୁ ବିନିଯୋଗ କରିଥାଏ । ତେବେ କେଉଁ ବି କାମକୁ ଯିବା ପୂର୍ବରୁ ମୋର ଉପରିସ୍ଥ ଅଧିକାରୀଙ୍କ ଅନୁମତି ନେବାକୁ ଭୁଲି ନଥାଏ । ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କୁହନ୍ତି, ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ମୁଁ ନିଜେ ଅନେକ ଥର କୂଅ ଭିତରେ ପଶିଛି । କୂଅରେ ଅନେକ ସମୟରେ ଗାଈ ବଳଦଙ୍କ ସହିତ ନାଗ ସାପ ମଧ୍ୟ ପଡ଼ି ଯାଇଥାନ୍ତି । ସେହିପରି କ୍ଷେତ୍ରରେ ବବୁଲଙ୍କ ଭଳି ଫାୟାର ମ୍ୟାନ ଥିଲେ ସୋନେ ପେ ସୁହାଗା । ସ୍ନେକ ହେଲ୍ପ ଲାଇନ ସଦସ୍ୟ ମାନଙ୍କୁ ଆମେ ସାପ ଉଦ୍ଧାର କରିବା ପ୍ରଶିକ୍ଷଣ ଦେଇଥାଉ, ହେଲେ କୂଅ ଭିତରେ ପଶିବା ଆମେ ଶିଖିନାହୁଁ । ଏଣୁ ବବୁଲଙ୍କ ପରି କର୍ମଚାରୀ ଆମ ରାଜ୍ୟର ଗର୍ବ ଓ ଗୌରବ ନିଶ୍ଚୟ ।

କରୋନା ମହାମାରୀର କଟକଣା ହଟିବା ପରେ ସ୍ନେକ ହେଲ୍ପ ଲାଇନ ତରଫରୁ ଫାୟାରମ୍ୟାନ୍ ବବୁଲ ରାଉତଙ୍କୁ ସାପ ଧରିବାର ବିଶେଷ କୌଶଳ ଶିଖେଇବା ସହ ତାଙ୍କ ଠାରୁ କୂଅରେ ପଶିବା ଓ ବାହାରିବା କୌଶଳ ଶିଖୁବୁ ବୋଲି କହିଛନ୍ତି ଶୁଭେନ୍ଦୁ ମଲ୍ଲିକ ।

୩ ଦିନିଆ ଗୁରୁତ୍ୱପୂର୍ଣ୍ଣ ଲଦାଖ ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ଲଦାଖ ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଆଜିଠୁ ୩ ଦିନିଆ ଲଦାଖ ଗସ୍ତରେ ଯାଇଛନ୍ତି ରାଜନା । ସେ ସେନାର ସ୍ଥିତି ପରଖିବା ସହିତ ବିଭିନ୍ନ ସଡ଼କ, ବ୍ରିଜର ଉଦଘାଟନ କରିବେ । ରାଜନାଥଙ୍କ ସହିତ ସେନା ମୁଖ୍ୟ ଏମଏମ ନରଭଣେ ଲଦାଖ ଯାଇଛନ୍ତି । ଗତ କିଛି ମାସ ଧରି ସୀମାରେ ନିଜର ସ୍ଥିତି ମଜଭୁତ କରିବା ପ୍ରୟାସ କରି ଆସୁଛି ଭାରତ । ଏଣୁ ରାଜନାଥଙ୍କ ଗସ୍ତ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ସୀମାରେ ସଡ଼କ ଏବଂ ବ୍ରିଜ୍ ନିର୍ମାଣ କରାଯାଉଛି । ଏହା ଦ୍ୱାରା ସେନାର ଗତିବିଧି ବଢ଼ିବା ସହିତ ଦେଶର ସେନା ମଧ୍ୟ ଶକ୍ତିଶାଳୀ ହୋଇପାରିବ ।

ଗତ ସପ୍ତାହରେ ରାଜନାଥ ଆସାମ-ଅରୁଣାଚଳ ପ୍ରଦେଶ ଗସ୍ତ କରିବା ସହିତ ସେଠାରେ ବିଭିନ୍ନ ସଡ଼କ ଏବଂ ବ୍ରିଜର ଉଦଘାଟନ କରିଥିଲେ । ପୂର୍ବ ଲଦାଖ ଅଞ୍ଚଳରେ ସୀମା ବିବାଦକୁ ନେଇ ଭାରତ-ଚୀନ ଭିତରେ କଥା କଟାକଟି ଜାରି ରହିଛି । ଚୀନ ଓ ଭାରତୀୟ ସେନା ଅନେକ ଥର ମୁହାଁମୁହିଁ ମଧ୍ୟ ହୋଇସାରିଲେଣି । ଏପରି ସ୍ଥିତିରେ ରାଜନାଥ ସିଂହଙ୍କ ଏହି ଗସ୍ତ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ।

ରାଜ୍ୟରେ ୯ ଲକ୍ଷ ଡେଇଁଲା କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୩୪୦୮ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ସ୍ଥିର ରହିଛି । ଗତ ୨୪ ଘଣ୍ଟାରେ ଆଉ ୩ ହଜାର ୪୦୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୧୯୪୩ଟି ମାମଲା ଆସିଥିବା ବେଳେ ୧୪୬୫ଟି ମାମଲା ସ୍ଥାନୀୟ ସଂକ୍ରମଣ । ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ପାର୍ କରିଛି । ନୂତନ ୩୪୦୮ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୪୭୦କୁ ବୃଦ୍ଧି ପାଇଛି ।

ଖୋର୍ଦ୍ଧାରୁ ସର୍ବାଧିକ ୫୮୨ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରୁ ୫୫୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୯୩, ବାଲେଶ୍ୱରରୁ ୨୫୧, ବରଗଡ଼ରୁ ୨୪, ଭଦ୍ରକରୁ ୧୬୯, ବଲାଙ୍ଗିରରୁ ୨୨, ବୌଦ୍ଧରୁ ୨୮, ଦେବଗଡ଼ରୁ ୪, ଢେଙ୍କାନାଳରୁ ୭୩, ଗଜପତିରୁ ୧୪, ଗଞ୍ଜାମରୁ ୧୭, ଜଗତସିଂହପୁରରୁ ୧୦୩, ଯାଜପୁରରୁ ୨୫୮, ଝାରସୁଗୁଡ଼ାରୁ ୧୯, କଳାହାଣ୍ଡିରୁ ୧୫, କନ୍ଧମାଳରୁ ୧୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

କେନ୍ଦ୍ରାପଡ଼ାରୁ ୧୧୦, କେନ୍ଦୁଝରରୁ ୭୦, କୋରାପୁଟରୁ ୭୬, ମାଲକାନଗିରିରୁ ୭୩, ମୟୂରଭଞ୍ଜରୁ ୧୫୮, ନବରଙ୍ଗପୁରରୁ ୪୩, ନୟାଗଡ଼ରୁ ୧୬୦, ନୂଆପଡ଼ାରୁ ୬, ପୁରୀରୁ ୨୧୫, ରାୟଗଡ଼ାରୁ ୭୭, ସମ୍ବଲପୁରରୁ ୨୮, ସୋନପୁରରୁ ୧୬, ସୁନ୍ଦରଗଡ଼ରୁ ୩୭ ଏବଂ ଷ୍ଟେଟ ପୁଲରୁ ୯୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଗତ ୨୪ ଘଣ୍ଟାରେ ୩୯ କୋଭିଡ୍ ମୃତ୍ୟୁକୁ ମିଶାଇ ମୋଟ ମୃତ୍ୟୁସଂଖ୍ୟା ୩ ହଜାର ୮୮୭କୁ ବୃଦ୍ଧି ପାଇଛି । ରାଜ୍ୟରେ ଏବେ ୩୨ ହଜାର ୭୦୬ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି । ୮ ଲକ୍ଷ ୬୩ ହଜାର ୮୨୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।

ଜମ୍ମୁର ଏୟାରଫୋର୍ସ ଷ୍ଟେସନରେ ବିଳମ୍ବିତ ରାତିରେ ବିସ୍ଫୋରଣ

ଶ୍ରୀନଗର: ଜମ୍ମୁର ଟେକ୍ନିକାଲ୍ ଏୟାରପୋର୍ଟ ପରିସରରେ ବିଳମ୍ବିତ ରାତିରେ ବିସ୍ଫୋରଣ ହୋଇଛି । ରାତି ପ୍ରାୟ ୨ଟା ବେଳେ ୫ ମିନିଟ୍ ମଧ୍ୟରେ ୨ ଥର ବିସ୍ଫୋରଣ ହୋଇଥିବା ସୂଚନା ମିଳୁଛି । ଜମ୍ମୁ ପୋଲିସ ବିସ୍ଫୋରଣ କଥାକୁ ସ୍ପଷ୍ଟ କରିଛି । ବିସ୍ଫୋରଣରେ କିଛି ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ମିଲିଟାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଅନୁସାରେ, ବିସ୍ଫୋରଣର ତୀବ୍ରତା ବହୁତ କମ୍ ଥିଲା ।

ସୁରକ୍ଷା ଦୃଷ୍ଟିରୁ ବୋମା ନିଷ୍କ୍ରିୟକାରୀ ଦଳ ଓ ଫରେନ୍ସିକ ସ୍କ୍ୱାଡ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ବିସ୍ଫୋରଣର ଶବ୍ଦ ବହୁ ଦୂର ଯାଏ ଶୁଭା ଯାଇଥିବା କୁହାଯାଉଛି । ବିସ୍ଫୋରଣ ସ୍ଥଳରେ ବାୟୁସେନାର ଷ୍ଟେସନ ହେଡ କ୍ୱାର୍ଟର ସହ ଜମ୍ମୁର ମୁଖ୍ୟ ବିମାନବନ୍ଦର ପରିସର ଆସୁଛି ।

Blast Reported Inside Air Force Technical Airport Jammu

ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି । ଘଟଣାସ୍ଥଳରେ ବାୟୁସେନା, ଭାରତୀୟ ସେନା ଓ ଜମ୍ମୁ କାଶ୍ମୀର ପୋଲିସ ପହଞ୍ଚିଛି । ପୋଲିସ ଓ ସୁରକ୍ଷା ଏଜେନ୍ସି ଅଲଗା ଅଲଗା ଭାବେ ତଦନ୍ତ କରୁଛନ୍ତି । ତେବେ ଏହା ଆତଙ୍କବାଦୀଙ୍କ କାମ କି ନାହିଁ ତାହା ଜଣାପଡ଼ିନାହିଁ ।

ଦାଉ ସାଧୁଛି ତୈଳ ଦର, ଓଡ଼ିଶାରେ ୧୦୪ ଟଙ୍କା ଟପିଲା ପେଟ୍ରୋଲ

ଭୁବନେଶ୍ୱର: ଲଗାତାର ଦ୍ୱିତୀୟ ଦିନରେ ତୈଳଦର ବୃଦ୍ଧି ପାଇଛି । ପେଟ୍ରୋଲ ଦର ଲିଟର ପିଛା ୩୫ ପଇସା ବଢ଼ିଥିବା ବେଳେ ଡିଜେଲ୍ ଲିଟର ପିଛା ୨୫ ପଇସା ମହଙ୍ଗା ହୋଇଛି । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ପେଟ୍ରୋଲ ଲିଟର ପିଛା ୯୮ ଟଙ୍କା ୪୬ ପଇସା ରହିଥିବା ବେଳେ ଡିଜେଲ୍ ୮୮ ଟଙ୍କା ୯୦ ପଇସାରେ ପହଞ୍ଚିଛି । ମୁମ୍ବାଇରେ ପେଟ୍ରୋଲ ଦର ୧୦୪ ଟଙ୍କା ୫୬ ପଇସା ଓ ଡିଜେଲ୍ ୯୬ ଟଙ୍କା ୪୨ ପଇସାରେ ବିକ୍ରି ହେଉଛି ।

ଓଡ଼ିଶାର ୧୯ ଜିଲ୍ଲାରେ ପେଟ୍ରୋଲ୍ ଦର ୧୦୦ ଟଙ୍କା ଉପରେ ରହିଛି । ମାଲକାନଗିରିରେ ପେଟ୍ରୋଲ୍ ସର୍ବାଧିକ ୧୦୪ ଟଙ୍କା ୯୫ ପଇସା ରହିଥିବା ବେଳେ ଡିଜେଲ୍ ଦର ୧୦୧ ଟଙ୍କା ୭୯ ପଇସା ରହିଛି । କୋରାପୁଟ ଓ ନବରଙ୍ଗପୁରରେ ପେଟ୍ରୋଲର ଲିଟର ପିଛା ଦର ୧୦୩ ଟଙ୍କା ୪୩ ପଇସା ଥିବାବେଳେ ଡିଜେଲର ଦର ୧୦୦ ଟଙ୍କା ୯୪ ପଇସା ରହିଛି ।

Petrol Price Crossed Rs 100 Per Liter In 10 District Of Odisha

ସେହିଭଳି ରାୟଗଡ଼ାରେ ପେଟ୍ରୋଲ ଦର ୧୦୩ ଟଙ୍କା ୦୧ ପଇସା ଓ ଡିଜେଲ୍ ୧୦୦ ଟଙ୍କା ୫୧ ପଇସା ରହିଛି । ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୯୯ ଟଙ୍କା ୨୪ ପଇସା ରହିଥିବା ବେଳେ ଡିଜେଲ୍ ୯୬ ଟଙ୍କା ୮୮ ପଇସାରେ ବିକ୍ରି ହେଉଛି । କଟକରେ ପେଟ୍ରୋଲଲ ଲିଟର ପିଛା ମୂଲ୍ୟ ୯୯ ଟଙ୍କା ୫୬ ପଇସା ଥିବାବେଳେ ଡିଜେଲ୍ ଦର ୯୭ ଟଙ୍କା ୧୯ ପଇସା ରହିଛି । ଦିନେ ଦୁଇଦିନ ମଧ୍ୟରେ ପେଟ୍ରୋଲ ଟ୍ୱିନ୍ ସିଟିରେ ମଧ୍ୟ ଶତକ ମାରିବ । ତୈଳଦର ବଢ଼ୁଥିବାରୁ ପରିବହନ ଭଡ଼ା ବଢ଼ି ବିଭିନ୍ନ ସାମଗ୍ରୀର ଦର ମଧ୍ୟ ବଢ଼ିବାରେ ଲାଗିଛି । ଯାହାଦ୍ୱାରା ପ୍ରଭାବିତ ହେଉଛନ୍ତି ଲୋକ ।

ଓଡ଼ିଶା ସହ ଦେଶର ଅନ୍ୟ କେତେକ ରାଜ୍ୟରେ ପେଟ୍ରୋଲ୍ ଦର ୧୦୦ ଉପରେ ରହିଛି । ରାଜସ୍ଥାନ, ମଧ୍ୟପ୍ରଦେଶ,ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, କର୍ଣ୍ଣାଟକ, ଜମ୍ମୁ-କାଶ୍ମୀର, ଲଦାଖ ଓ ତାମିଲନାଡ଼ୁରେ ଦାମ ବେଶ୍ ଉଚ୍ଚା ରହିଛି । ଅଶୋଧିତ ତୈଳଦର ବା କ୍ରୁଡ୍ ଅଏଲର ଦର ମଧ୍ୟ ସର୍ବୋଚ୍ଚ ସ୍ତରରେ ରହିଥିବାରୁ ଦାମ ବଢ଼ୁଛି ।

ଏଥିସହ ପଢ଼ନ୍ତୁ: ହୁ ହୁ ହୋଇ ବଢ଼ୁଛି ତୈଳଦର, ୯ ରାଜ୍ୟରେ ଶହେ ଟଙ୍କା ଡେଇଁଲା ପେଟ୍ରୋଲ

ଇତିହାସ ରଚିଲେ ମିତାଲି ରାଜ, ସଚିନ ତେନ୍ଦୁଲକରଙ୍କ ସମକକ୍ଷ ରେକର୍ଡର ଅଧିକାରୀ

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ମିତାଲି ରାଜ ଇତିହାସ ରଚିବାକୁ ଯାଉଛନ୍ତି । ଦୁନିଆର ସବୁଠୁ ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଏକ ଖାସ୍ ରେକର୍ଡର ନିକଟରେ ପହଞ୍ଚିଛନ୍ତି ମିତାଲି ରାଜ । ଆଜି ଇଂଲଣ୍ଡ ବିପକ୍ଷରେ ଦିନିକିଆ ମ୍ୟାଚ୍ ଖେଳି ମିତାଲି ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ସଚିନଙ୍କ ପରେ ୨୨ ବର୍ଷ ଯାଏ ଦିନିକିଆ ଖେଳିବାରେ ଦ୍ୱିତୀୟ କ୍ରିକେଟର ହେବେ ।

ସଚିନ ତେନ୍ଦୁଲକରଙ୍କ ଅନ୍ତରାଷ୍ଟ୍ରୀୟ କ୍ୟାରିଅର ବେଶ୍ ଲମ୍ବା । ସଚିନ ୨୨ ବର୍ଷ ୯୧ ଦିନ ଯାଏ ଅନ୍ତରାଷ୍ଟ୍ରୀୟ କ୍ରିକେଟ ଖେଳିଛନ୍ତି । ମିତାଲି ରାଜ ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟରେ ୨୨ ବର୍ଷ ପୂରା କରିଛନ୍ତି । ରବିବାର ଇଂଲଣ୍ଡ ବିପକ୍ଷରେ ମିତାଲି ଅନ୍ତର୍ଜାତୀୟ କ୍ରିକେଟରେ ୨୨ ବର୍ଷ ୧ ଦିନ ପୂରା କରିବେ ।

ତେନ୍ଦୁଲକରଙ୍କ ଭଳି ମିତାଲି ରାଜ କମ୍ ବୟସରୁ ଅନ୍ତର୍ଜାତୀୟ କ୍ରିକେଟରେ ସାମିଲ୍ ହୋଇଥିଲେ । ୩୮ ବର୍ଷୀୟ ମିତାଲି ରାଜ ୧୯୯୯ ଜୁନ୍ ୨୬ ତାରିଖରେ ଆୟର୍ଲାଣ୍ଡ ବିପକ୍ଷରେ ମିଲ୍ଟନ କିନ୍ସରେ ପଦାର୍ପଣ କରିଥିଲେ । ସେତେବେଳେ ମିତାଲିଙ୍କୁ ମାତ୍ର ୧୬ ବର୍ଷ ହୋଇଥିଲା ।

ରାଜଧାନୀକୁ ପୁଣି ଫେରିଲା କଣ୍ଟେନମେଣ୍ଟ ଜୋନ୍, 5ଟି ଆପାଟମେଣ୍ଟରେ କୋଭିଡ ଆକ୍ରାନ୍ତ

ଭୁବନେଶ୍ୱର: ରାଜଧାନୀକୁ ପୁଣି ଫେରିଲା କଣ୍ଟେନମେଣ୍ଟ ଜୋନ୍  । ୟୁନିଟ-5ର 36 ନମ୍ବର ୱାର୍ଡରେ ବିଏମସି ପକ୍ଷରୁ ଲାଗିଛି କଟକଣା  । 5ଟି ଆପାଟମେଣ୍ଟକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ଭୁବନେଶ୍ୱର ମହାନିଗର ନିଗମ  । ମିଳିଥିବା ଖବର ମୁତାବକ ରାଜଧାନୀର ଉକ୍ତ ଅଞ୍ଚଳରେ ଥିବା ଏହି ଆପାର୍ଟମେଣ୍ଟରୁ ଅତ୍ୟଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି  । ଯଦ୍ୱାରା  ବିଏମସିର କଣ୍ଟେନମେଣ୍ଟ ଜଡୋନ ଘୋଣଣା କରିବାକୁ ବାଧ୍ୟ ହୋଇଛି  ।

ସେପଟେ ଯେହେତୁ ଆପାର୍ଟମେଣ୍ଟକୁ ସମ୍ପୂର୍ଣ୍ଣ ନିଷିଦ୍ଧ ଘୋଷଣା କରାଯିବା ସହ ଏହାକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି  । ସେହିପରି ବିଏମସି ପକ୍ଷରୁ ଆପାର୍ଟମେଣ୍ଟର ଲୋକଙ୍କୁ ଯୋଗାଇ ଦିଆଯିବ ଅତ୍ୟାବଶ୍ୟକ ସେବା  । କଣ୍ଟେନମେଣ୍ଟ ଜୋନ ଭିତରକୁ ବାହାର ଲୋକଙ୍କୁ ପ୍ରବେଶ ମନା କରାଯାଇଛି  ।

ଏଣିକି ପାସପୋର୍ଟ ସହ ଭାକ୍ସିନ ସାର୍ଟିଫିକେଟକୁ ଲିଙ୍କ କରାଯାଇପାରିବ

ନୂଆଦିଲ୍ଲୀ: ଏଣିକି ପାସପୋର୍ଟ ସହ ଭାକ୍ସିନ ସାର୍ଟିଫିକେଟକୁ ଲିଙ୍କ କରାଯାଇପାରିବ  । ଏନେଇ ଅନୁମତି ପ୍ରଦାନ କରିଛି କୋଓ୍ବିନ   । ଶିକ୍ଷା, ଚାକିରି ତଥା ଟୋକିଓ ଅଲିମ୍ପିକ ଲାଗି ଯିବାକୁ ଇଚ୍ଛୁକ ବ୍ୟକ୍ତି ଏହି ନିଷ୍ପତ୍ତି ଯୋଗୁ ଉପକୃତ ହେବେ । କିଛି ଦିନ ତଳେ ଏହି ବ୍ୟବସ୍ଥା କରିବା ଲାଗି ସରକାର ଘୋଷଣା କରିଥିଲେ । ଭାକ୍ସିନ ସାର୍ଟିଫିକେଟ ଓ ପାସପୋର୍ଟରେ କିଛି ଅମେଳ ରହିଲେ ମଧ୍ୟ ପାସପୋର୍ଟଧାରୀ କୋଓ୍ବିନରେ ଏହାର ସଂଶୋଧନ କରିପାରିବେ ।

ବର୍ତ୍ତମାନର ନିୟମ ଅନୁସାରେ କେବଳ ଟ୍ରାଭେଲ ଲାଗି ଭାକ୍ସିନେସନ ସାର୍ଟିଫିକେଟକୁ ପାସପୋର୍ଟ ସହ ଲିଙ୍କ କରିବା ବ୍ୟବସ୍ଥା କୋଓ୍ବିନ ପୋର୍ଟାଲରେ ରହିଛି । ନିଜର ଟିକାକରଣ ପ୍ରମାଣପତ୍ରରେ ବର୍ତ୍ତମାନ ଜଣେ ବ୍ୟକ୍ତି ନିଜର ପାସପୋର୍ଟ ନମ୍ବର ଅପଡେଟ କରିପାରିବେ । ନୂତନ କରି କେନ୍ଦ୍ର ସରକାର ଏପରି ନୂଆ ନିୟମ ଆରମ୍ଭ କରିଛନ୍ତି  ।

ନକଲି ଟିକା ନେଇ ସାଂସଦ ଅସୁସ୍ଥ, ଜାରି ରହିଛି ଚିକିତ୍ସା

କୋଲକାତା: ଜାଲ୍ ଟିକା ନେବାର ୪ ଦିନ ପରେ ଅସୁସ୍ଥ ହୋଇଛନ୍ତି ଟିଏମସି ଏମପି ତଥା ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀ । ଆଜି ସକାଳ ନିଜ ବାସଭବନରେ ମିମି ହଠାତ୍ ଅସୁସ୍ଥ ହୋଇପଡିଥିଲେ । ଚିକିତ୍ସା ଲାଗି ପରିବାର ପକ୍ଷରୁ ତାଙ୍କ ଫ୍ୟାମିଲି ଡାକ୍ତରଙ୍କୁ ଡକାଯାଇଥିଲା । ପିତ୍ତକୋଷ ଓ ଯକୃତ ରୋଗରେ ପୀଡିତ ମିମି ହଠାତ୍ ଡିହାଇଡ୍ରେସନରେ ପଡିଥିଲେ । ତାଙ୍କର ରକ୍ତଚାପ ହ୍ରାସ ପାଇବା ସହ ଅନ୍ୟାନ୍ୟ ପାର୍ଶ୍ବ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ମିମିଙ୍କ ଅବସ୍ଥା ବର୍ତ୍ତମାନ ଭଲ ରହିଛି ।

୪ ଦିନ ତଳେ ତ୍ରୁଣମୂଳ କଂଗ୍ରେସ ସାଂସଦ ମିମି କୋଲକାତାରେ ଚାଲିଥିବା ନକଲି ଟିକାକରଣର ପର୍ଦ୍ଦାଫାଶ କରିଥିଲେ। ସେ ନିଜେ ଏହି ନକଲି ଟିକାର ଶିକାର ହୋଇଥିବା ନେଇ ମଧ୍ୟ ଦାବି କରିଥିଲେ। ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସେ ଏନେଇ ସୂଚନା ଦେଇଥିଲେ। ମିମି କହିଥିଲେ ଯେ, ଟିକାକରଣ କ୍ୟାମ୍ପ ଗୁଡିକରେ ବ୍ୟବହାର ହୋଇଥିବା ଟିକାର ଶିଶିଗୁଡିକୁ ପରୀକ୍ଷା ପାଇଁ ପଠାଯାଇଛି। ଲୋକଙ୍କୁ ଟିକା ନେବାକୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ସେ ଏହି ଟିକାକରଣ କେନ୍ଦ୍ରକୁ ଯାଇ ଟିକା ନେଇଥିଲେ ବୋଲି ସାଂସଦ କହିଛନ୍ତି।

ରାଜ୍ୟରେ ଇ-ଏଫଆଇଆର ବ୍ୟବସ୍ଥା ଆରମ୍ଭ, ୫T ଅଧିନରେ କାର୍ଯ୍ୟକରିବ

ଭୁବନେଶ୍ୱର: ରାଜ୍ୟରେ ଇ-ଏଫଆଇଆର ବ୍ୟବସ୍ଥା ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ । ୫T ଅଧିନରେ ଏହି ବ୍ୟବସ୍ଥା କାର୍ଯ୍ୟକରିବ । ଲୁଟ୍‌ର ଶୀକାର ହେଉଥିବା ଲୋକ ଇ-ଏଫଆଇଆର ମାଧ୍ୟମରେ ଅଭିଯୋଗ କରିପାରିବେ । ଏସଏମଏସ ମାଧ୍ୟମରେ ତଦନ୍ତର କରି ଜାଣିପାରିବେ ଲୋକେ । ସରକାରଙ୍କ ଏଭଳି ବ୍ୟବସ୍ଥାକୁ ସ୍ବାଗତ କଲେ ଡିଜି ଅଭୟ ।

ରାଜ୍ୟରେ ସମସ୍ତ ଲୋକଙ୍କୁ ସୁବିଧାରେ ବ୍ୟବସ୍ଥାର ସଦୁପଯୋଦ କରିବାକୁ ଏହା ସରକାରଙ୍କ ଆଉ ଏକ ବଳିଷ୍ଠ ଉଦ୍ୟମ  । ଯଦ୍ୱାରା ସାଧାରଣ ଲୋକେ ଏହି ସୁବିଧା ସହଜରେ ଉପଲବ୍ଧ କରିପାରିବେ  । ସୂଚନା ମୁତାବକ ଏହି ଇ ଏଫଆଇଆର ରାଜ୍ୟ ସରକାରଙ୍କ  ୫T ଅଧିନରେ ଏହି ବ୍ୟବସ୍ଥା କାର୍ଯ୍ୟକରିବ  ।