spot_img
Home Blog Page 5489

ଦେଶରେ କରୋନା ସଂକ୍ରମଣ ୫୦ ହଜାର ତଳେ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଖସୁଛି କରୋନା ସଂକ୍ରମଣ  । ଆଜି ବି ଦେଶରେ କରୋନା ସଂକ୍ରମଣ ୫୦ ହଜାର ତଳେ ରହିଛି । ଗତ ୨୪ ଘଣ୍ଟାରେ ୪୮ ହଜାର ୬୯୮ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ, ୬୪ ହଜାର ୮୧୮ ଜଣ ସୁସ୍ଥ ହୋଇଛନ୍ତି  । ସେହିପରି ୧ ହଜାର ୧୮୩ ଜଣକ ଜୀବନ ନେଇଛି କରୋନା । ଦେଶରେ ଆକ୍‌ଟିଭ୍ କେସ ୫ ଲକ୍ଷ ୯୫ ହଜାର ୫୬୫ରେ ପହଞ୍ଚିଛି ।

ଦେଶରେ ମୋଟ ୨ କୋଟି ୯୧ ଲକ୍ଷ ୯୩ ହଜାର ୮୫ ଜଣ କରୋନାରେ ସୁସ୍ଥ ହୋଇଛନ୍ତି । ୩ ଲକ୍ଷ ୯୪ ହଜାର ୪୯୩ ଜଣକ ମୃତ୍ୟୁ ହୋଇଛି  । ସାରା ଦେଶରେ କରୋନାରେ ୩ କୋଟି ୧ ଲକ୍ଷ ୮୩ ହଜାର ୧୪୩ ଜଣ ସଂକ୍ରମିତ ହୋଇଛନ୍ତି । ଦେଶରେ ଧୀରେ ଧୀରେ ସଂକ୍ରମଣ ହ୍ରାସ ପାଉଥିବା ବେଳେ ମୃତ୍ୟୁ ମଧ୍ୟ ରୋକ୍‌ ଲାଗୁଥିବା ଦେଖିବାକୁ ମିଳୁଛି  ।

ବିଜେଡିରେ ନୂଆ ନିଯୁକ୍ତି: ୩୦ ଜିଲ୍ଲା ପାଇଁ ନୂଆ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି, ଜାଣନ୍ତୁ କେଉଁ ଜିଲ୍ଲା ପାଇଁ କିଏ?

ଭୁବନେଶ୍ୱର: ବିଜେଡିର ଜିଲ୍ଲାୱାରୀ ପର୍ଯ୍ୟବେକ୍ଷକ ନିଯୁକ୍ତ । ରାଜ୍ୟର ସବୁ ଜିଲ୍ଲା ପାଇଁ ନୂଆ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି ଦଳୀୟ ସଭାପତି ନବୀନ ପଟ୍ଟନାୟକ । ଏହି ନୂଆ ତାଲିକାକୁ ପ୍ରକାଶ କରିଛନ୍ତି ବିଜେଡି ସାଧାରଣ ସମ୍ପାଦକ ( ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ । ଅନୁଗୁଳ- ପ୍ରଶାନ୍ତ ମୁଦୁଲି, ବାଲେଶ୍ୱର- ପ୍ରତାପ କେଶରୀ ଦେବ, ବରଗଡ଼ – ସୁଧିର କୁମାର ସାମଲ, ଭଦ୍ରକ- ପ୍ରଣବ ବଳବନ୍ତରାୟ, ବଲାଙ୍ଗୀର- ସୁଶାନ୍ତ ସିଂହ, ବୌଦ୍ଧ-ସୌଭାଗ୍ୟ ନାୟକ, କଟକ-ଉଷା ଦେବୀ, ଦେବଗଡ଼ ସୁଶାନ୍ତ ସିଂହ, ଢେଙ୍କାନାଳ-ବିଜୟ ନାୟକ, ଗଜପତି ଅତନୁ ସବ୍ୟସାଚୀ ନାୟକ, ଗଞ୍ଜାମ-ପ୍ରଫୁଲ୍ଲ ମଲ୍ଲିକ, ଜଗତସିଂହପୁର-ସମୀର ରଞ୍ଜନ ଦାସ, ଯାଜପୁର-ଅଶୋକ ଚନ୍ଦ୍ର ପଣ୍ଡା, ଝାରସୁଗୁଡ଼ା ସୁବାସ ସିଂହ, କଳାହାଣ୍ଡି ନବ କିଶୋର ଦାସ, କନ୍ଧମାଳ-ପ୍ରତାପ ଜେନା, କେନ୍ଦ୍ରାପଡ଼ା- ଦେବାଶିଷ ସାମନ୍ତରାୟ, କେନ୍ଦୁଝର-ପ୍ରଣବ ପ୍ରକାଶ ଦାସ, ଖୋର୍ଦ୍ଧା-ପ୍ରମିଳା ମଲ୍ଳିକ, କୋରାପୁଟ-ଚନ୍ଦ୍ର ସାରଥି ବେହେରା, ମୟୂରଭଞ୍ଜ ପ୍ରଣବ ପ୍ରକାଶ ଦାସ, ନବରଙ୍ଗପୁର-ତୁଷାରକାନ୍ତି ବେହେରା, ନୟାଗଡ଼-ପଦ୍ମନାଭ ବେହେରା, ନୂଆପଡ଼ା-ଦିବ୍ୟଶଙ୍କର ମିଶ୍ର, ପୁରୀ-ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ରାୟଗଡ଼ା-ଅତନୁ ସବ୍ୟସାଚୀ ନାୟକ, ସମ୍ୱଲପୁର-ନଳନୀକାନ୍ତ ପ୍ରଧାନ, ସୁବର୍ଣ୍ଣପୁର-ପ୍ରଦୀପ କୁମାର ଅମାତ, ସୁନ୍ଦରଗଡ଼ ପାଇଁ ପ୍ରୀତିରଞ୍ଜନ ଘଡ଼ାଇଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି ।

ଏଥିସହିତ ପଢ଼ନ୍ତୁ: କରୋନା ଟିକା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିଆରା ସଚେତନତା

ଓଡ଼ିଶାର ପୂର୍ବତନ ଆଡଭୋକେଟ ଜେନେରାଲ ଜୟନ୍ତ ଦାସଙ୍କ ବିୟୋଗରେ ଆଇନ ମନ୍ତ୍ରୀଙ୍କ ଶୋକ

କଟକ: ରାଜ୍ୟର ପୂର୍ବତନ ଆଡଭୋକେଟ ଜେନେରାଲ ତଥା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଜୟନ ଦାସଙ୍କ ପରଲୋକ ହୋଇଛି । ତାଙ୍କୁ ୭୮ ବର୍ଷ ହୋଇଥିଲା । ସେ ଗତ କିଛି ଦିନ ଧରି ଅସୁସ୍ଥ ହୋଇ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଆଜି ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସତ୍ୟନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ସ୍ୱର୍ଗତ ଦାସ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଅଣନାତି ତଥା ଜଷ୍ଟିନ ନବ କୁମାର ଦାସଙ୍କ ଓ ପ୍ରଭାମୟୀ ଦେବୀଙ୍କ ପୁଅ ଥିଲେ । ସେ ସର୍ବ ଭାରତୀୟ ସେବା ଆଲାଏଡ୍ରେ ଦେଇ କିଛି ବର୍ଷ କାର୍ଯ୍ୟ କରିବା ପରେ ଚାକିରି ଛାଡ଼ି ଓକିଲାତି ପେସାକୁ ଆପଣାଇଥିଲେ । ୧୯୯୧ରେ ଓଡ଼ିଶା ହାଇକୋର୍ଟ ପକ୍ଷରୁ ତାଙ୍କୁ ବରିଷ୍ଠ ଆଇନଜୀବୀ ଭାବେ ମାନ୍ୟତା ପ୍ରଦାନ କରାଯାଇଥିଲା । ସେ ରାଜ୍ୟର ଆଡଭୋକେଟ ଜେନେରାଲ ଭାବେ କାର୍ଯ୍ୟ କରିଥିଲେ । ଏଥିସହିତ ୨୦୧୩ରେ ଓଡ଼ିଶଶ ହାଇକୋର୍ଟ ବାର ଆସୋସିଏସନ୍ ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ସୁପ୍ରିମକୋର୍ଟ ତଥା ହୋଇକୋର୍ଟର ଜଣେ ବରିଷ୍ଠ ଆଇନଜୀବୀ ଭାବେ ସେ ସାରା ଦେଶରେ ସୁନାମ ଅର୍ଜନ କରିଥିଲେ । ସାମ୍ୱିଧାନିକ ମାମଲା, ଚାକିରି ସମ୍ୱନ୍ଧୀୟ, ଦେଓ୍ୱାନୀ ମାମଲା ପରିଚାଳନାରେ ତାଙ୍କ ବିଶେଷ ଦକ୍ଷତା ଥିଲା । ସେ କଂଗ୍ରେସ ଦଳର ପ୍ରାର୍ଥୀ ଭାବେ ପୁରୀ ଲୋକସଭା ଆସନରୁ ପ୍ରତିନ୍ଦ୍ୱନ୍ଦ୍ୱିତା କରିଥିଲେ । ତାଙ୍କ ପତ୍ନୀ ଭାରତୀୟ ପ୍ରଶାସନିକ ସେବାରୁ ଅବସର ନେଇଥିବା ବେଳେ ପୁଅ ଆଦିତ୍ୟ ନାରାୟଣ ଦାସ ହାଇକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ କରୁଛନ୍ତି । ତାଙ୍କ ପରଲୋକରେ ଗଭୀର ଶୋକବ୍ୟକ୍ତ କରିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା । ସେ ଜଣେ ଅତି ମେଳପି, ନମ୍ର ଓ ଭଦ୍ର ବ୍ୟକ୍ତି ଥିଲେ ଶ୍ରୀ ଜେନା କହିଛନ୍ତି ଏଥିସହିତ ଶୋକସନ୍ତପ୍ତ ପରିବାରବର୍ଗ ପ୍ରତି ସମବେଦନା ଜଣାଇଛନ୍ତି  ।

ବାଂଲାଦେଶରେ ଗମ୍ଭୀର ହେଉଛି କରୋନା ସ୍ଥିତି: ସଟ୍‌ଡାଉନ୍ ଘୋଷଣା କଲେ ସରକାର

କୋଭିଡର ମୁକାବିଲା ଲାଗି ସାରା ବାଂଲାଦେଶ ସଟଡାଉନ । ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଦେଶ ବନ୍ଦ ରହିବ ବୋଲି ସରକାର ଘୋଷଣା କରିଛନ୍ତି । ଗୋଟିଏ ଦିନରେ ୧୦୮ ଜଣ ପ୍ରାଣ ହରାଇବା ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ବାଂଲାଦେଶରେ ତାଣ୍ଡବ ରଚିଲାଣି ମହାମାରୀ କରୋନା । ଗୋଟିଏ ଦିନରେ ଏତେ ସଂଖ୍ୟକ ଲୋକ ପ୍ରାଣ ହରାଇଥିବାରୁ ସରକାର ନେଇଛନ୍ତି ଆଗୁଆ ପଦକ୍ଷେପ । ସେହିପରି ଭାରତରେ ପ୍ରଥମେ ଠାବ ହୋଇଥିବା ଡେଲଟା ଭାରିଆଣ୍ଟ ଏବେ ବାଂଲାଦେଶରେ ବ୍ୟାପିବାରେ ଲାଗିଲାଣି । ବିଶେଷ କରି ଢାକାରେ ସ୍ଥିତି ଅଧିକ ଖରାପ ହେଲାଣି । ନିଷ୍ପତ୍ତି ଅନୁସାରେ, କେବଳ ଜରୁରୀ ସେବାକୁ ବାଦ୍ ଦେଇ ସମସ୍ତ ସରକାରୀ ଓ ଘରୋଇ ଅଫିସ ବନ୍ଦ ରହିବ । ଜରୁରୀ କାମ ନଥିଲେ ଘରୁ ବାହାରକୁ ବାହାରିବା ଉପରେ ନିଷେଧାଦେଶ ଜାରି କରାଯାଇଛି । ସାମଗ୍ରୀ ପରିବହନକାରୀ ଗାଡି ଗୁଡିକୁ ଚଳାଚଳ ଲାଗି ଅନୁମତି ମିଳିବ । ଦେଶରେ ମୋଟ ପଜିଟିଭ ସଂଖ୍ୟା 8 ଲକ୍ଷ 78 ହଜାର 804 ଥିବାବେଳେ, ବର୍ତ୍ତମାନ ସୁଦ୍ଧା 13 ହଜାର 976 ଲୋକଙ୍କ ଜୀବନ ନେଲାଣି କିଲର ଭାଇରସ । ସ୍ଥିତିର ମୁକାବିଲା ଲାଗି ସଟଡାଉନ ନିଷ୍ପତ୍ତି କାର୍ଯ୍ୟକାରୀ କରାଯାଉଛି ଏବଂ ଗତବର୍ଷ ତୁଳନାରେ ଏହା ଅଧିକ କଠୋର ହେବ ବୋଲି କହିଛନ୍ତି ସାଧାରଣ ପ୍ରଶାସନ ବିଭାଗ ମନ୍ତ୍ରୀ ଫରହାଦ ହୁସେନ ।

ଏଥିସହିତ ପଢ଼ନ୍ତୁ: କୋଭିଡ ମୃତ୍ୟୁର ଅନୁକମ୍ପା ରାଶି ଉପରେ ଆୟକର ଛାଡ଼

ଜମି ବିବାଦକୁ କେନ୍ଦ୍ରକରି ବାପା-ପୁଅଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲା ଦାଦା

ନୀଳଗିରି: ଜମିବାଡ଼ି ବିବାଦକୁ କେନ୍ଦ୍ରକରି ବାପା-ପୁଅକୁ ଗୋଡ଼ାଇ ଗୋଡ଼ାଇ ହାଣିଲା ଦାଦା । ନୀଳଗିରି ଥାନା ଜୁକଗଡ଼ିଆ ଗାଁରେ ଏପରି ଏକ ଅଭାବନୀୟ ଘଟଣା । ଦାଦାର କଟୁରି ଚୋଟରେ ପୁତୁରା ଓ ଭାଇ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ପୂର୍ବରୁ ଲାଗି ରହିଥିବା ଜମିବାଡ଼ି ବିବାଦକୁ ନେଇ ଗତକାଲି ଦୁଇ ଭାଇଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଦାଦା ରାଗିଯାଇ ଉଭୟ ବାପ-ପୁଅଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲା । ଦାଦାର ଆକ୍ରମଣରେ ପୁତୁରା ମାନସ ରଞ୍ଜନ ବାରିକ ନୀଳଗିରି ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ, ନୀଳଗିରି ଥାନାରେ ଉଭୟ ଲିଖିତ ଅଭିଯୋଗ ହୋଇଛି । ପୋଲିସ ଅଭିଯୋଗ ଆଧାରରେ ତଦନ୍ତ ଜାରି ରଖିଛି ।

ଏଥିସହିତ ପଢ଼ନ୍ତୁ: କରୋନା ଟିକା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିଆରା ସଚେତନତା

ରାଜ୍ୟରେ ଆଉ ୩ହଜାର ୫୫୪ ଜଣ କରୋନା ସଂକ୍ରମିତ ଚିହ୍ନଟ: ୪୭ଜଣଙ୍କ ଜୀବନ ନେଇଛି କରୋନା

ଭୁବନେଶ୍ୱର: ରାଜ୍ୟରେ ଆଉ ୩ହଜାର ୫୫୪ ନୂଆ କରୋନା ସଂକ୍ରମିତ ଚିହ୍ନଟ । ସେମାନଙ୍କ ମଧ୍ୟରୁ ୨ହଜାର ୨୮ ଜଣ କ୍ୱାରେଣ୍ଟାଇନ୍‌ରୁ ଏବଂ ୧୫୨୬ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୧୩୩, ବାଲେଶ୍ୱରରୁ ୨୭୧, ବରଗଡ଼ରୁ ୩୧, ଭଦ୍ରକ ୧୫୮, ବଲାଙ୍ଗୀର ୩୧, ବୌଦ୍ଧ ୩୩, କଟକ ୫୦୧, ଦେବଗଡ଼ ୮, ଢେଙ୍କାନାଳ୫୬, ଗଜପତି ୨୪, ଗଞ୍ଜାମ ୨୨, ଜଗତସିଂହପୁର ୧୪୫, ଯାଜପୁର ୨୫୬, ଝାରସୁଗୁଡ଼ା ୧୧,କଳାହାଣ୍ଡି ୨୧, କନ୍ଧମାଳ ୩୮, କେନ୍ଦ୍ରାପଡ଼ା୧୧୯, କେନ୍ଦୁଝର ୬୫, ଖୋର୍ଦ୍ଧା ୬୫୧, କୋରାପୁଟ ୬୯, ମାଲକାନଗିରି ୬୧, ମୟୂରଭଞ୍ଜ ୧୯୬, ନବରଙ୍ଗପୁର୨୨, ନୟାଗଡ଼ ୧୦୦, ନୂଆପଡ଼ା ୨୦, ପୁରୀ ୨୩୩, ରାୟଗଡ଼ା ୬୧, ସମ୍ୱଲପୁର ୧୮, ସୋନପୁର ୨୯, ସୁନ୍ଦରଗଡ଼ ୭୧ ଏବଂ ଷ୍ଟେଟ୍ ପୁଲ୍‌ରୁ ୧୦୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ୪୭ ଜଣ କରୋନାରେ ପ୍ରାଣ ହରାଇଛନ୍ତି ।

ମନି ଲଣ୍ଡରିଂ ମାମଲାରେ ଅନୀଲ ଦେଶମୁଖଙ୍କ ପିଏ ଓ ପିଏସ ଗିରଫ

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ପିଏ କୁନ୍ଦନ ସିନ୍ଦେ ଓ ପିଏସ୍ ସଞ୍ଜୀବ ପଲାଣ୍ଡେଙ୍କୁ ଇଡି ଗିରଫ କରିଛି । ମନି ଲଣ୍ଡରିଂ ମାମଲାରେ ଉଭୟଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନେଇଛି ଇଡି । ଆଜି ଦିନ ୧୧ଟାରେ ଉଭୟଙ୍କୁ କୋର୍ଟରେ ହାଜର କରାଯିବ । କୁହାଯାଇଛି ଇଡି ଅନୀଲ ଦେଶମୁଖଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ ।

ସୂଚନାଯୋଗ୍ୟ, ଅନୀଲ ଦେଶମୁଖ ୧୦୦ କୋଟିର ଚାନ୍ଦା ମାଗୁଥିବା ମୁମ୍ବାଇ ପୋଲିସର ପୂର୍ବତନ କମିଶନର ପରମବୀର ସିଂହ ଅଭିଯୋଗ କରିଥିଲେ । ଏଥିସହ ଏହି ଚାନ୍ଦା ମାଗିବା ସମୟରେ ସେହି କକ୍ଷରେ ଦେଶମୁଖଙ୍କ ସହ ତାଙ୍କର ବ୍ୟକ୍ତିଗତ ସଚିବ ଏବଂ ସଞ୍ଜୀବ ପଲାଣ୍ଡେ ଉପସ୍ଥିତ ରହୁଥିବା ସେ କହିଥିଲେ ।

ଶୁକ୍ରବାର ଇଡି ମନି ଲଣ୍ଡରିଂ ମାମଲାରେ ଅନୀଲ ଦେଶମୁଖଙ୍କ ନାଗପୁର ଓ ମୁମ୍ବାଇ ସ୍ଥିତ ଘରେ ରେଡ୍ କରିଥିଲା । ଅନୀଲ ଦେଶମୁଖଙ୍କ ପିଏ କୁନ୍ଦନ ସିନ୍ଦେ ଓ ପିଏସ୍ ସଞ୍ଜୀବ ପଲାଣ୍ଡେଙ୍କ ଘରେ ମଧ୍ୟ ଇଡି ଚଢ଼ାଉ କରିଥିଲା ।

କୋଭିଡ ମୃତ୍ୟୁର ଅନୁକମ୍ପା ରାଶି ଉପରେ ଆୟକର ଛାଡ଼

ନୂଆଦିଲ୍ଲୀ: କରୋନା ସମୟରେ ଆୟକର ଦାଖଲ ସମ୍ପର୍କିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ ଖର୍ଚ୍ଚ ହେଉଥିବା ଅର୍ଥ ଉପରେ ଆୟକର ଦେବାକୁ ପଡୁଥିଲା । ଏପରିକି କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ହେଉଥିଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ପରିବାରକୁ ମିଳୁଥିବା ଅନୁକମ୍ପାମୂଳକ ସହାୟତା ରାଶି ମଧ୍ୟ ଟାକ୍ସେବୁଲ୍ ରହିଥିଲା । ମାତ୍ର ନୂଆ ନିଷ୍ପତ୍ତି ଅନୁସାରେ, କୋଭିଡରେ ମୃତ୍ୟୁ ହେଲେ ଯିଏ ଦେଉଛି ଏବଂ ଯାହାକୁ ଦେଉଛି, ଉଭୟଙ୍କ କ୍ଷେତ୍ରରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁକମ୍ପା ରାଶି ଗ୍ରହଣ ଉପରେ ଆୟକର ଛାଡ଼ ସୁବିଧା ମିଳିବ ।

Centre Announce Covid Treatment Tax Free

କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର । ସେ କହିଛନ୍ତି, ଭାରତର ପ୍ରତ୍ୟେକ ନାଗରିକ ଯେପରି କୋଭିଡ୍ ସଂକ୍ରମଣରୁ ନିଜକୁ ସୁରକ୍ଷିତ ରଖିବେ ସେଥିପାଇଁ କେନ୍ଦ୍ର ସରକାର ସବୁ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି । ଆୟକର ଦାତାଙ୍କୁ ଆହୁରି ଆର୍ଥିକ ବୋଝରୁ ମୁକ୍ତି ଦେବା ପାଇଁ କୋଭିଡ ଚିକିତ୍ସା ଖର୍ଚ୍ଚକୁ ସମ୍ପୂର୍ଣ୍ଣ ଭାବେ କରଯୁକ୍ତ ରାଶିରୁ ବାଦ ଦେବା ପାଇଁ ଅର୍ଥ ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି ।

Centre Announce Covid Treatment Tax Free

କରଦାତାମାନଙ୍କୁ ଏହି ସୁବିଧା ୨୦୨୦-୨୧ ଆର୍ଥିକ ବର୍ଷରୁ ମିଳିବ । ପରବର୍ତ୍ତୀ ଆର୍ଥିକ ବର୍ଷମାନଙ୍କରେ ବି କୋଭିଡ୍ ଚିକିତ୍ସା କ୍ଷେତ୍ରରେ ଖର୍ଚ୍ଚ ହେଉଥିବା ଅର୍ଥକୁ ଆୟକର ଛାଡ଼ ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଯିବ । ଏଥିପାଇଁ ସହାୟତା ଗ୍ରହଣ କରୁଥିବା କର୍ମଚାରୀ ଓ ସହାୟତା ପ୍ରଦାନ କରୁଥଇବା କମ୍ପାନୀ ଓ ମାଲିକମାନଙ୍କୁ କୌଣସି ଟିକସ ଦେବାକୁ ପଡ଼ିବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ଠାକୁର ସ୍ପଷ୍ଟ କରିଦେଇଛନ୍ତି ।

ଆସନ୍ତା ୫ଦିନ ପର୍ଯ୍ୟନ୍ତ ଜାରି ରହିବ ବର୍ଷା

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ମୌସୁମୀ ବର୍ଷା । ଆସନ୍ତା ୫ଦିନ ପର୍ଯ୍ୟନ୍ତ ବର୍ଷା ଜାରି ରହିବ । କେତେକ ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ପାଇଁ ୧୨ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ମାଲକାନଗିରି, କୋରାପୁଟ ଢେଙ୍କାନାଳ, କଟକ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଯାଜପୁର, କେନ୍ଦୁଝର, ସୁନ୍ଦରଗଡ଼, ମୟୂରଭଞ୍ଜ, ପ୍ରବଳ ବର୍ଷା ହେବାର ଆକଳନ କରାଯାଇଛି ।

ଏହା ଛଡ଼ା ପ୍ରାୟ ସମସ୍ତ ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଭୁବନେଶ୍ୱରରେ ପାଗ ମେଘୁଆ ରହିବା ସହିତ ହାଲୁକା ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି । ତେବେ ଜୁନ୍ ୨୫ ପର୍ଯ୍ୟନ୍ତ ରାଜ୍ୟରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି ।

ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ମଲ୍ଟି ବ୍ୟାରେଲ ରକେଟ୍ ଲଞ୍ଚରର ସଫଳ ପରୀକ୍ଷଣ: ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ଵର: ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ମଲ୍ଟି ବ୍ୟାରେଲ୍ ରକେଟ୍ ଲଞ୍ଚରର ସଫଳ ପରୀକ୍ଷଣ । ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ କ୍ୟାଲେବର ରକେଟର ବର୍ଦ୍ଧିତ ରେଞ୍ଜ ସଂସ୍କରଣକୁ ସଫଳତାର ସହ ପରୀକ୍ଷା କରାଯାଇଛି । ୧୨୨ ମିଲିମିଟର ରକେଟର ଚାରୋଟି ବର୍ଦ୍ଧିତ ପରିସର ସଂସ୍କରଣକୁ ପୂର୍ଣ୍ଣ ଯନ୍ତ୍ର ସହିତ ପରୀକ୍ଷଣ କରାଯାଇଥିଲା । ଏହି ରକେଟଗୁଡିକ ସେନାରେ ପ୍ରୟୋଗ ପାଇଁ ବିକଶିତ ହୋଇଛି । ଏହାର ୪୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କ୍ଷମତା ରହିଛି । ଗୋଟିଏ ଦିନରେ ଏହାକୁ ୫ଥର ପରୀକ୍ଷା କରାଯାଇଛି । ପୁନେସ୍ଥିତ ଆର୍ମାମେଣ୍ଟ ରିସର୍ଚ୍ଚ ଆଣ୍ଡ ଡେଭେଲପ୍‌ମେଣ୍ଟ ଏଷ୍ଟାବ୍ଲିସ୍‌ମେଣ୍ଟ ଏବଂ ହାଇଦ୍ରାବାଦସ୍ଥିତ ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭେଲପ୍‌ମେଣ୍ଟ ଲାବୋରୋଟାରି ଦ୍ୱାରା ଏହାକୁ ବିକଶିତ କରାଯାଇଛି । ୧୯୯୯ କାର୍‌ଗିଲ୍‌ ଯୁଦ୍ଧ ସମୟରେ ପ୍ରଥମ କରି ପିନାକ୍‌ ରକେଟ୍‌ ବ୍ୟବହାର କରାଯାଇଥିଲା । ଏହା ପାହାଡ ଉପରେ ଥିବା ପାକ କ୍ୟାମ୍ପ୍‌ଗୁଡ଼ିକୁ ଟାର୍ଗେଟ କରି ଧ୍ୱଂସ କରିଥିଲା । ତେବେ ଡିଆରଡିଓର ଏହି ସଫଳ ପରୀକ୍ଷଣ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ ।

ଏଥିସହିତ ପଢ଼ନ୍ତୁ: କରୋନା ଟିକା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିଆରା ସଚେତନତା