spot_img
Home Blog Page 5494

ଲଞ୍ଚ ହେଲା Windows 11, ଜାଣନ୍ତୁ କଣ ରହିଛି ନୂଆ ଫିଚର୍ସ

ନୂଆ ଦିଲ୍ଲୀ: ମାଇକ୍ରୋସଫ୍ଟର ଏକ ବଡ ଇଭେଣ୍ଟରେ ଆଜି କମ୍ପାନୀ ଏକ ନୂତନ ଅପରେଟିଂ ସିଷ୍ଟମ୍ ୱିଣ୍ଡୋଜ୍ ୧୧ ଲଞ୍ଚ କଲା । ୱିଣ୍ଡୋଜ୍ ୧୧ରେ ଅନେକ ନୂଆ ଫିଚର୍ସ ମଧ୍ୟ ଦିଆଯାଇଛି । ୱିଣ୍ଡୋଜ୍ ୧୧ ସହିତ କମ୍ପାନୀ ଏହି ଅପରେଟିଂ ସିଷ୍ଟମକୁ ଏକ ନୂଆ ଲୁକ୍ ଦେଇଛି । କେବଳ ସେତିକି ନୁହେଁ ନୂଆ ଥିମ୍, ନୂଆ ଫିଚର୍ସ ସହିତ ଏଥିରେ ଗ୍ରାଫିକ୍ସ ମଧ୍ୟ ଅଲଗା ରହିବ । ଟାସ୍କ ବାର୍ର ଡିଜାଇନ୍ ସଂପୂର୍ଣ୍ଣ ରୂପେ ଡିଜାଇନ୍ ବଦଳିଭା ସହ ଆଇକନ୍ ଗୁଡିକ ସେଣ୍ଟରରେ ରହିଛି । ଫାଇଲ୍ ମ୍ୟାନେଜମେଣ୍ଟ ପାଇଁ ନୂଆ ଫିଚର୍ସ ଦିଆଯାଇଛି | ଫାଇଲଗୁଡ଼ିକ ପାଇଁ ଏକ ଅଲଗା ବିକଳ୍ପ ରହିବ | ଫୋନ୍ ସହିତ କନେକ୍ଟିଭିଟି ଭଲ ରହିଥିବାରୁ ଫୋନର କାମ ସିଧାସଳଖ କମ୍ପ୍ୟୁଟରରେ କରାଯାଇପାରିବ । ମଲ୍ଟି ଟାସ୍କିଂ ପାଇଁ ନୂଆ ଫିଚର୍ସ ମଧ୍ୟ ରହିଛି ।

ସ୍ନାପ୍ ଲେଆଉଟ୍ – ଏହା ମଲ୍ଟି ଟାସ୍କିଂ ପାଇଁ ଡିଜାଇନ୍ ହୋଇଛି । ଗୋଟିଏ ସ୍କ୍ରିନ୍ ରେ ଏକାଧିକ ୱିଣ୍ଡୋଜ୍ ଏକାସହିତ ଅପରେଟ୍ କରାଯାଇପାରିବ । ଅନ୍ୟ ଅପରେଟିଂ ସିଷ୍ଟମରେ ଏଭଳି ଫିଚର୍ସ ଦିଆଯାଇନଥିବା କମ୍ପାନୀ କହିଛି।

ସ୍ନାପ ଗ୍ରୁପ- ଏଠାରେ ଆପ୍ସର କଲେକ୍ସନ୍ ରହିଛି । ଯାହା ଟାସ୍କ ବାର୍ ରୁ ଆକ୍ସେସ୍ କରିପାରିବେ ୟୁଜର୍ସ । ଟାସ୍କ ସୁଇଚ୍ ପାଇଁ ଏହି ଫିଚର୍ସ ଉତ୍ତମ ହେବ ।

ମାଇକ୍ରୋସଫ୍ଟ ଏଜ୍ ବ୍ରାଉଜର୍ ମଧ୍ୟ ପରିବର୍ତ୍ତନ କରାଯାଇଛି । ଗୋଟିଏ କ୍ଲିକ୍ ରେ ଏଠାରେ ମଲ୍ଟିଟାସ୍କିଂ ପ୍ରୋଗ୍ରାମେ କରିହେବ । ୱିଣ୍ଡୋଜ୍ ୧୧ ସହିତ, ପ୍ରତ୍ୟେକ ଡେସ୍କଟପ୍ କୁ ଭିନ୍ନ ଭିନ୍ନ ୱାଲପେପର ଦିଆଯାଇପାରିବ । ଯଦି ଆପଣ ବିଭିନ୍ନ କାର୍ଯ୍ୟ କରନ୍ତି, ଗୋଟିଏ କମ୍ପ୍ୟୁଟରରେ ବିଭିନ୍ନ ଡେସ୍କଟପ୍ ସେଟ୍ଅପ୍ କରାଯାଇପାରିବ ।

ୱିଣ୍ଡୋଜ୍ ୧୧ରେ ମାଇକ୍ରୋସଫ୍ଟ ଟିମର ଇଣ୍ଟିଗ୍ରେସନ୍ ଦିଆଯାଇଛି  । କୌଣସି ପ୍ଲାଟଫର୍ମରେ ଥିଲେ ମଧ୍ୟ ୱିଣ୍ଡୋଜ୍ ୧୧ ମାଧ୍ୟମରେ ଟିମ୍ ବ୍ୟବହାର କରି କୌଣସି ଡିଭାଇସ୍ ସହିତ ସଂଯୋଗ କରି ପରସ୍ପର ସହିତ ଯୋଗାଯୋଗ କରିପାରିବେ ।କମ୍ପାନୀ ଅନୁସାରେ ଏଥିରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ବ୍ୟବହାର କରାଯାଇଛି । ପାଣିପାଗଠାରୁ ଆରମ୍ଭ କରି ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ୱିଜେଟଗୁଡିକ ମଧ୍ୟ ଏଠାରେ ଉପଲବ୍ଧ ରହିଛି ।

ଗେମିଂ ପାଇଁ ୱିଣ୍ଡୋଜ୍ ୧୧ରେ ସ୍ୱତନ୍ତ୍ର ଡିଜାଇନ୍ କରାଯାଇଛି । କମ୍ପାନୀ କହିଛି ଯେ ଏହି ଅପରେଟିଂ ସିଷ୍ଟମ ସର୍ବୋତ୍ତମ ଖେଳ ଅଭିଜ୍ଞତା ଦେବ। କମ୍ପାନୀ କହିବା ଅନୁସାରେ ୱିଣ୍ଡୋଜ୍ ୧୧ ହେଉଛି ଖେଳର ଭବିଷ୍ୟତ । ୱିଣ୍ଡୋଜ୍ ୧୧ରେ ପ୍ଲେୟାର ଏବଂ ଡେଭଲପର୍ସଙ୍କୁ କିଛି କରିବାକୁ ହେବ ନାହିଁ । ଡାଇରେକ୍ଟ ଷ୍ଟୋରେଜ୍ ଫିଚର ପାଇଁ ୱିଣ୍ଡୋଜ୍ ୧୧ ରେ ଖେଳଗୁଡିକ ଶୀଘ୍ର ଲୋଡ୍ ହେବ ବୋଲି କମ୍ପାନୀ କହିଛି । ଲୋଡ୍ ଟାଇମ୍ କମ ଥିବାରୁ ଖେଳ ତୁରନ୍ତ ଆରମ୍ଭ ହେବ । କମ୍ପାନୀ କହିଛି ଯେ ଗେମ୍ ପାସ୍ ଲାଇବ୍ରେରୀକୁ ଅଧିକ ଟଙ୍କା ଦେବାକୁ ପଡିବ ନାହିଁ ।

ଏଥିରେ ଏକ ନୂଆ ଟଚ୍ କିବୋର୍ଡ୍ ଦିଆଯାଇଛି ଏବଂ ଏଠାରେ ବିଭିନ୍ନ ଥିମ୍ ମଧ୍ୟ ରହିଛି । ଟାଇପିଂକୁ ସହଜ କରିବାକୁ, ଆଣ୍ଡ୍ରଏଡ୍ ପରି ଭଏସ୍ ଟାଇପିଂ ମଧ୍ୟ ଦିଆଯାଇଛି | ଆଣ୍ଡ୍ରଏଡ୍ର କିବୋର୍ଡ୍ ଆପ୍ ଭଳି ଅନେକ ଫିଚର୍ସ ମଧ୍ୟ ଏଥିରେ ଦିଆଯାଇଛି । ୱିଜେଟଗୁଡିକ ଫୁଲ ସ୍କ୍ରିନ୍ କରାଯାଇପାରିବ  । ଏଠାରେ ୟୁଜର୍ସଙ୍କ ଅନୁଯାୟୀ ନ୍ୟୁଜ୍ ଫିଡ୍ ମିଳିପାରିବ । ଯେଉଁଠାରେ ବିଶ୍ୱର ବିଭିନ୍ନ ସ୍ଥାନରୁ ବିଭିନ୍ନ ପ୍ରକାରର ଖବର ପାଇପାରିବେ ୟୁଜର୍ସ ।

ଜ୍ୱରରେ ଆକ୍ରାନ୍ତ ମହାପ୍ରଭୁ, ୧୫ ଦିନ ଧରି ଚାଲିବ ଅଣବସର ଗୁପ୍ତ ନୀତି

ପୁରୀ: ସ୍ନାନଯାତ୍ରା ଓ ଗଜବେଶ ଦର୍ଶନ ପରେ ଗୋଟି ପହଣ୍ଡିରେ ଅଣସର ପିଣ୍ଡିକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଅତ୍ୟଧିକ ସ୍ନାନ ହେତୁ ଶ୍ରୀବିଗ୍ରହମାନେ ଜ୍ୱରରେ ପୀଡ଼ିତ ହୋଇଛନ୍ତି । ୧୫ ଦିନ ଧରି ଅଣସର ପିଣ୍ଡିରେ ଜ୍ୱରରେ ଆକ୍ରାନ୍ତ ମହାପ୍ରଭୁଙ୍କ ଅଣବସର ଗୁପ୍ତ ନୀତି କରାଯିବ ।

 During Anasara Stay Of Lord Jagannath Devotees Barred From Lord Alarnath's Darshan

ଅଣବସର ସମୟରେ ବ୍ରହ୍ମଗିରି ଅଲାରନାଥଙ୍କ ଦର୍ଶନ କରିବା ଦ୍ୱାରା ଦାରୁ ବିଗ୍ରହଙ୍କ ଦର୍ଶନର ସମାନ ଫଳ ପ୍ରାପ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି । ତେବେ କୋଭିଡ୍ କଟକଣା ପାଇଁ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ କୌଣସି ଭକ୍ତଙ୍କୁ ଦର୍ଶନ ସୁଯୋଗ ମିଳିବ ନାହିଁ । ବ୍ରହ୍ମଗିରି ଅଲାରନାଥ ମନ୍ଦିରର ଚାରିପାଖରେ ୧୪୪ ଧାରା ଜାରି କରାଯାଇଛି ।

 During Anasara Stay Of Lord Jagannath Devotees Barred From Lord Alarnath's Darshan

ଭୋର୍ ୪ଟା ସମୟରେ ଦ୍ୱାର ଫିଟା ଯିବା ପରେ ମଙ୍ଗଳ ଆଳତି, ଅବକାଶ, ବେଶ, ଚନ୍ଦନ ତୁଳସୀ ଲାଗି, ଦ୍ୱାରପାଳ ପୂଜା, ଗୋପାଳବଲ୍ଲଭ ଆଦି ହେଉଛି । ସୂର୍ଯ୍ୟପୂଜା ଓ ରୋଷହୋମ ନୀତି ପରେ ମଧ୍ୟାହ୍ନ ୧୨ଟାରେ ସକାଳ ଧୂପ ଓ ଗୋଟାଏରେ ଦ୍ୱିପ୍ରହର ଧୂପ ହେବ ।

ଅପରାହ୍ଣ ୪ଟାରେ ଘୋଷଣା ହେବ ଦଶମ ଫଳାଫଳ, ସନ୍ଧ୍ୟା ୬ଟା ପରେ ୱେବସାଇଟରେ ମିଳିବ

କଟକ: ଆଜି ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ । ଅପରାହ୍ଣ ୪ଟାରେ ବୋର୍ଡ କାର୍ଯ୍ୟାଳୟରେ ଘୋଷଣା ହେବ ମାଟ୍ରିକ ଫଳାଫଳ । ସନ୍ଧ୍ୟା ୬ଟା ପରେ ବୋର୍ଡ ୱେବସାଇଟରେ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ । www.bseodisha.ac.inwww.bseodisha.nic.inରେ ଉପଲବ୍ଧ ହେବ ରେଜଲ୍ଟ । ଇଣ୍ଟରନେଟ୍ ସହ ଏସଏମଏସ ମାଧ୍ୟମରେ ବି ରେଜଲ୍ଟ ଜାଣିପାରିବେ ଛାତ୍ରଛାତ୍ରୀ । ଏଥିପାଇଁ ଛାତ୍ରଛାତ୍ରୀ OR01 ସ୍ପେସ୍ ରୋଲ ନମ୍ବର ଲେଖି ୫୬୭୬୭୫୦ ନମ୍ବରକୁ ଏସଏମଏସ କଲେ ଫଳାଫଳ ମିଳିବ ।

 BSE To Announce 10th Class Results Today

ଦଶମ ଶ୍ରେଣୀ ବୋର୍ଡ ରେଗୁଲାର ସହ ଷ୍ଟେଟ୍ ଓପନ ସ୍କୁଲ ଓ ମଧ୍ୟମା ରେଜଲ୍ଟ ବି ପ୍ରକାଶ ପାଇବ । ପାଖାପାଖି ୫ ଲକ୍ଷରୁ ଅଧିକ ରେଗୁଲାର ଛାତ୍ରଛାତ୍ରୀଙ୍କ ଫଳ ପ୍ରକାଶ ପାଇବ । ଦଶମ ଶ୍ରେଣୀରେ ଦେଇଥିବା ୪ଟି ଇଣ୍ଟରନାଲ ପରୀକ୍ଷାରୁ ୬୦ ପତିଶତ ନମ୍ବର ଓ ନବମ ଶ୍ରେଣୀରେ ଦେଇଥିବା ଟେଷ୍ଟ ଓ ବାର୍ଷିକ ପରୀକ୍ଷାର ୪୦ ପ୍ରତିଶତ ନମ୍ବରକୁ ଆଧାର କରି ଘୋଷଣା ହେବ ରେଜଲ୍ଟ ।

 BSE To Announce 10th Class Results Today

ଚଳିତବର୍ଷ ମହାମାରୀ କରୋନା କାରଣରୁ ଗଣଶିକ୍ଷା ବିଭାଗ ମାଟ୍ରିକ ପରୀକ୍ଷା ବାତିଲ୍ କରିଥିଲା । ନବମ ଓ ଦଶମ ଶ୍ରେଣୀର ପରୀକ୍ଷାଫଳକୁ ନେଇ ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇବାକୁ ଯାଉଛି ।

ବିଚ୍ ରାସ୍ତାରେ ଦେହ ବେପାର, ଗ୍ରାହକଙ୍କୁ ନେଇ ଦୁଇ ଦେହଜୀବୀ ହାତାହାତି

ଭୁବନେଶ୍ୱର: ଜଣେ ଗ୍ରାହକଙ୍କୁ ନେଇ ଦୁଇ ଦେହଜୀବୀ ହାତାହାତି । ରାଜଧାନୀ ଭୁବନେଶ୍ବରରୁ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଚିତ୍ର । କରୋନା ପାଇଁ ଭୁବନେଶ୍ବରରେ ଚାଲିଛି ଲକଡାଉନ୍ । ପୋଲିସର ସବୁଠି କଡା ପ୍ରହରା । ହେଲେ  ବିଚ ରାସ୍ତାରେ ପୋଲିସର ଆଖି ଆଢୁଆଳରେ ଦେହଜୀବୀ ଚଳାଇଛନ୍ତି ନିଜ କଳା ବ୍ୟବସାୟ । ଏନେଇ ଆଜି ଜୟଦେବଭବନ ନିକଟରେ ଜଣେ ଗ୍ରାହକଙ୍କୁ ନେଇ ଦୁଇ ଦେହଜୀବୀ ମୁହାଁମୁହିଁ ହୋଇଛନ୍ତି ।

ସେପଟେ ଦୁହିଙ୍କ ମଧ୍ୟରେ ମାରପିଟ ହୋଇଥିବା ଖବର ପୋଲିସ ପାଇବା ପରେ ଘଟଣାସ୍ତଳରେ ପହଁଚିଥିଲା  । ପରବର୍ତ୍ତୀ ମୁହୁର୍ତ୍ତରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣକୁ ଆଣିଥିଲା । ପାଖାପାଖି ୩୦ ମିନିଟ୍ ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଉଭୟଙ୍କୁ କାବୁ କରିଥିଲା । ପରେ ଜଣେ ଦେହଜୀବୀ ଅନ୍ୟ ଦେହଜୀବୀଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇ ଚାଲିଯାଇଥିବା ପୋଲିସ ପାଖରେ ଅଭିଯୋଗ ପହଁଚିଛି ।

ସବୁଠୁ ବଡ଼ ପ୍ରଶ୍ନ ଏଭଳି କଡ଼ା କଟକଣା ଭିତରେ କିପରି ରାଜଧାନୀ ଭଳି ଅତି ସମ୍ବେଦନଶୀଳ ସ୍ଥାନରେ ପୋଲିସକୁ ଚକମା ଦେଇ ଦେହଜୀବୀ ଜାରି ରଖିଛନ୍ତି ବ୍ଯବସାୟୀ  । ପୁଣି କେଉଁ ଗ୍ରାହକ ଜଣଙ୍କ ଯାଇଥିଲେ  । ସେପଟେ ଦୁଇ ଦେହଜୀବୀଙ୍କୁ ପୋଲିସ ପଚରା ଉଚରା ଜାରି ରଖିଥିବା ଜଣାପଡିଛି  ।

ଏଣିକି ଘରୋଇ ହସ୍ପିଟାଲକୁ କୋଭିଡ୍ ଭ୍ୟାକସିନ ଦେବେନି ସରକାର

ଭୁବନେଶ୍ୱର: ଆଉ ଏଣିକି ଘରୋଇ ହସ୍ପିଟାଲକୁ କୋଭିଡ୍ ଭ୍ୟାକସିନ ଦେବେନି ସରକାର । ଏନେଇ ସବୁ ଜିଲ୍ଲାପାଳ, ମହାନଗର ନିଗମ କମିଶନରଙ୍କୁ ନିର୍ଦ୍ଦେଶନାମା ଜାରି କରିଛି ସ୍ବାସ୍ଥ୍ୟ ବିଭାଗ । ନୂଆ ନିର୍ଦ୍ଦେଶନାମା ଅନୁସାରେ ଏଣିକି ସିଧାସଳଖ ଭ୍ୟାକସିନ କମ୍ପାନୀଙ୍କ ଠାରୁ ଟିକା କିଣିବେ ଘରୋଇ ହସ୍ପିଟାଲ । ଏହା ସହ ଯଦି ଘରୋଇ ହସ୍ପିଟାଲରେ କିଛି ଟିକା ବଳକା ରହିଛି ତେବେ ତାହାକୁ ଫେରାଇ ଆଣିବା ଲାଗି ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ପୂର୍ବରୁ ଟିକାକରଣ ପାଇଁ ଘରୋଇ ହସ୍ପିଟାଲକୁ ଟିକା ଯୋଗାଉଥିଲେ ସରକାର । କେନ୍ଦ୍ରର ସାର୍ବଜନୀନ ଟିକାକରଣ ଘୋଷଣା ପରେ ନିଷ୍ପତ୍ତି ବଦଳାଇଛନ୍ତି ରାଜ୍ୟ ସରକାର । ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି- କୋଭିଡ ଟିକାକରଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଲାଗି ବିଭିନ୍ନ ଘରୋଇ ହସ୍ପିଟାଲରେ ଟିକାକରଣ କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବକୁ ସରକାରଙ୍କ ମଞ୍ଜୁରୀ ମିଳିଛି । ସଂଶୋଧିତ ନିୟମ ଅନୁସାରେ ୧୮ରୁ ୪୪ ବର୍ଷ ବୟସ୍କଙ୍କ ଲାଗି ଟିକାକୁ କେନ୍ଦ୍ର ସରକାର ଯୋଗାଇବେ ।

ଜଗନ୍ନାଥଙ୍କ ପରମ ଭକ୍ତ ବିଶିଷ୍ଟ ଗବେଷକ କୃଷ୍ଣ ଚନ୍ଦ୍ର ପଟ୍ଟନାୟକଙ୍କ ପରଲୋକ

ପୁରୀ: ପବିତ୍ର ଦେବସ୍ନାନ ପୁର୍ଣିମାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ତଥା ବିଶିଷ୍ଟ ଗବେଷକ କୃଷ୍ଣ ଚନ୍ଦ୍ର ପଟ୍ଟନାୟକଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା । ପୁରୁଣା ଭୁବନେଶ୍ୱର ଖରଖିଆ ବୈଦ୍ୟନାଥ ନିବାସୀ ସ୍ବର୍ଗତ କୃଷ୍ଣ ଚନ୍ଦ୍ର ଏକାଧାରରେ ଥିଲେ ଜଣେ ପ୍ରଶାସକ, ସାହିତ୍ୟିକ, ଗବେଷକ ଓ ସମାଜସେବୀ । ସେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଉପରେ ବହୁ ଗବେଷଣାତ୍ମକ ପୁସ୍ତକ ରଚନା କରିଛନ୍ତି ।

ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ସହ ବହୁ ସମ୍ମାନରେ ସେ ସମ୍ମାନିତ ହୋଇଛନ୍ତି । ସ୍ବର୍ଗତ କୃଷ୍ଣଚନ୍ଦ୍ର ପଟ୍ଟନାୟକ ପାରଳାଖେମୁଣ୍ଡିର ମୂଳବାସିନ୍ଦା । ଓଡଗାଁ ରଘୁନାଥ ଟ୍ରଷ୍ଟ ସହିତ ମଧ୍ୟ ଜଡିତ ଥିଲେ । ପତ୍ନୀଙ୍କ ଦେହାନ୍ତ ପୂର୍ବରୁ ହୋଇଯାଇଥିଲା । ତାଙ୍କ ରଚିତ ପୁସ୍ତକ ଛୋଟ ପରିବାର, ରତ୍ନମାଳ, ସର୍ବ ଧର୍ମର ମୂଳଭିତ୍ତି – ସନାତନ ଧର୍ମ, ଭାବାନ୍ତର , ମାନବ ସେବା ହିଁ ମାଧବ ସେବା, ମୁକ୍ତିର ସୋପାନ, ସର୍ବ ବ୍ରହ୍ମମୟ ଜଗତ, ଦ୍ବିତୀୟ ଶ୍ରୀକ୍ଷେତ୍ର ଓଡଗାଁ ଶ୍ରୀ ଶ୍ରୀ ରଘୁନାଥ ଜୀଉ ଆଦି ତାଙ୍କ ତାଙ୍କ ଲେଖା  ।

ସେହିପରି ଇଂରାଜୀରେ ରଚିତ ଭଏସ ଅଫ ଅନସାଇନ୍ସ, ଏ କଲଚରାଲ ଆଣ୍ଡ ସ୍ପିରିଚୁଆଲ ଗାଇଡ୍ ଆଦି ବେଶ ପ୍ରସିଦ୍ଧି ଲାଭ କରିଛି । ସ୍ବର୍ଗତ ପଟ୍ଟନାୟକଙ୍କର ଶେଷକୃତ୍ୟ ପୁରୁଣା ଭୁବନେଶ୍ୱରସ୍ଥ କାଲିଗଡ଼ିଆ ସ୍ମଶାନରେ କରାଯାଇଛି । ବଡ଼ ପୁଅ ନାଗେଶ୍ୱର ପଟ୍ଟନାୟକ ମୁଖାଗ୍ନି ଦେଇଥିଲେ । ଅନ୍ତ୍ୟେଷ୍ଟି ସମୟରେ ଅନ୍ୟ ପୁଅ ଓ ଝିଅ ଏବଂ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।

ପୁଣି ଚିନ୍ତା ବଢାଇଲା ଭାଇରସ: ବ୍ରାଜିଲରେ ଗୋଟିଏ ଦିନରେ ୧ ଲକ୍ଷ ୧୫ ହଜାର ୨୨୮ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଥମିବାର ନାଁ ନେଉନି କରୋନା । ଗୋଟିଏ ପରୋ ଗୋଟିେ ବିପଦ ନେଇ ଆସୁଛି କରୋନାର ନୂଆ ନୂଆ ଷ୍ଟ୍ରେନ । ଏବେ ପୁଣି ବିଭିନ୍ନ ରାଷ୍ଟ୍ରରେ ଚିନ୍ତା ବଢାଇଲା ଭାଇରସ । ବ୍ରାଜିଲରେ ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୧ ଲକ୍ଷ ୧୫ ହଜାର ୨୨୮ କରୋନା ଆକ୍ରାନ୍ତ । ଫଳରେ ଦେଶରେ ପୁଣି ଆତଙ୍କ ବଢିଛି । ଦେଶର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି- ସଂକ୍ରମିତଙ୍କ ସଂଖ୍ୟା ପୁଣି ବୃଦ୍ଧି ପାଇବା ଯୋଗୁ ସରକାର ଚିନ୍ତିତ ଅଛନ୍ତି ।

ଅନ୍ୟପଟେ ଦେଶରେ ଟିକାକରଣ ପ୍ରକ୍ରିୟାରେ ଅଗ୍ରଗତି ହେଉ ନଥିବାବେଳେ ଅଧିକ ସଂକ୍ରମଣ ଅଧିକ ଚିନ୍ତା ଦେଇଛି । ଆମେରିକାର ବର୍ତ୍ତମାନ ସୁଦ୍ଧା ୩ କୋଟି ୪୪ ଲକ୍ଷ ୪୯ ହଜାର କୋଭିଡ ରୋଗୀ ଚିହ୍ନଟ ହୋଇଥିବାବେଳେ ଭାରତରେ ସମୁଦାୟ ୩ କୋଟି ୮୨ ଲକ୍ଷ ୭୭୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ବ୍ରାଜିଲରେ ୧ କୋଟି ୮୧ ଲକ୍ଷ ୭୦ ହଜାର ୭୭୮ ରୋଗୀ ଚିହ୍ନଟ ହୋଇଛନ୍ତି । ସମ୍ପ୍ରତି ପ୍ରଥମ ସ୍ଥାନରେ ଆମେରିକା, ଦ୍ବିତୀୟ ସ୍ଥାନରେ ଭାରତ ଓ ତୃତୀୟ ସ୍ଥାନରେ ବ୍ରାଜିଲ ରହିଛନ୍ତି । ବ୍ରାଜିଲରେ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୭ ହଜାରରୁ ଅଧିକ ହେବାରୁ ଆଗକୁ ଅଧିକ ବିପଦ ଆସିବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।

ବର୍ଷା-ଅନୁଭବ ବିବାଦ: ‘ଜାଣିଶୁଣି ମାମଲାକୁ ବିଳମ୍ବ କରୁଛନ୍ତି ବର୍ଷା’

କଟକ: ପରିବାର ଅଦଲତରେ ଚାଲିଥିବା ବର୍ଷା-ଅନୁଭବ ବିବାଦ ମାମଲାରେ ନୂଆ ମୋଡ଼ । ବର୍ଷା ଜାଣିଶୁଣି ମାମଲାକୁ ବିଳମ୍ବିତ କରୁଥିବା ଅଭିଯୋଗ କରିଛନ୍ତି ସାଂସଦ ତଥା ସ୍ବାମୀ ଅନୁଭବ । ଆଜି ମଧ୍ୟସ୍ଥତା କେନ୍ଦ୍ରରେ ଉଭୟଙ୍କ ମଧ୍ୟରେ ମିଳାମିଶା ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା । ତେବେ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହୋଇ ଅନୁଭବ ଆଜି ନିଜର ପକ୍ଷ ରଖିଥିବା ବେଳେ ବର୍ଷା ପ୍ରିୟଦର୍ଶିନୀ ହାଜର ହୋଇ ନାହାନ୍ତି ।

ତେବେ ଏହା ପ୍ରଥମ ଥର ନୁହେଁ ବରଂ ବର୍ଷା ବାରମ୍ବାର ଏହି ଭଳି କରି ଶୁଣାଣି ପ୍ରକ୍ରିୟାକୁ ବିଳମ୍ବିତ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଅନୁଭବ । ଏହା ସହିତ ବର୍ଷା ସାମାଜିକ ଗଣମାଧ୍ୟମରେ ସକ୍ରିୟ ରହୁଥିଲେ ମଧ୍ୟ ସେ ନିଜେ ଦାୟର କରିଥିବା ମାମଲାର ଶୁଣାଣିକୁ ଆସୁନଥିବା ମଧ୍ୟ କହିଛନ୍ତି ଅନୁଭବ । ସେପଟେ ଏନେଇ ବର୍ଷାଙ୍କର ପ୍ରତିକ୍ରିୟା ମିଳି ପାରିନାହିଁ ।

 

ବୃଦ୍ଧଙ୍କୁ ମାଡ଼ ମାରିବା ଘଟଣା: ଗାଜିଆବାଦ ପୋଲିସକୁ କଠୋର ପଦକ୍ଷେପ ନ ନେବାକୁ ନିର୍ଦ୍ଦେଶ ଦେଲା କର୍ଣ୍ଣାଟକ ହାଇକୋର୍ଟ

ନୂଆଦିଲ୍ଲୀ: ଗାଜିଆବାଦ ଭାଇରାଲ ଭିଡିଓ ମାମଲାରେ ଉତ୍ତରପ୍ରଦେଶ ପୋଲିସ ପଠାଇଥିବା ନୋଟିସକୁ ନେଇ କର୍ଣ୍ଣାଟକ ହାଇକୋର୍ଟରୁ ଟ୍ୱିଟର ଇଣ୍ଡିଆକୁ ଆଶ୍ୱସ୍ଥି ମିଳିଛି । ଗୁରୁବାର ଦିନ ଏହି ମାମଲାର ଶୁଣାଣି ବେଳେ କର୍ଣ୍ଣାଟକ ହାଇକୋର୍ଟ ଟ୍ୱିଟର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ମନୀଷ ମହେଶ୍ୱରୀଙ୍କୁ ମଧ୍ୟବର୍ତ୍ତୀକାଳୀନ ଆଶ୍ୱସ୍ତି ଦେଇଛନ୍ତି । ଏହାସହ ଗାଜିଆବାଦ ପୋଲିସକୁ କୌଣସି କଠୋର ପଦକ୍ଷେପ ନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନା ଅନୁସାରେ  ଜଣେ ବୃଦ୍ଧଙ୍କ ଦବରଦସ୍ତ ଦାଢି କଟିବା ଏବଂ ମାଡ଼ ମାରିବାର ଏକ ଭିଡ଼ିଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହୋଇଥିଲା । ଏହାକୁ ନେଇ ଗାଜିଆବାଦ ପୋଲିସ ନୋଟିସ ପଠାଇଥିଲା ।

ଏହାପୂର୍ବରୁ ୟୁପିର ଗାଜିଆବାଦ ପୋଲିସ ତରଫରୁ ସିଆରପିସି ଧାରା ୪୧(କ) ଅନୁସାରେ ପଠାଯାଇଥିବା ନୋଟିସ ବିରୋଧରେ ଟ୍ୱିଟର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ମନୀଷ ମହେଶ୍ୱରଙ୍କ ଆବେଦନ ଉପରେ କର୍ଣ୍ଣାଟକ ହାଇକୋର୍ଟରେ ଶୁଣାଣି ହୋଇଥିଲା। ଏହି ସମୟରେ ମନୀଷ ମହେଶ୍ୱରୀଙ୍କ ଓକିଲ ହାଇକୋର୍ଟଙ୍କୁ କହିଥିଲେ ଯେ ସେ ସଂଗଠନର ଜଣେ କର୍ମଚାରୀ ଏବଂ ଏହି ଅପରାଧ ସହ ତାଙ୍କର କୌଣସି ସମ୍ପର୍କ ନାହିଁ।

ଟ୍ୱିଟର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକଙ୍କ ଓକିଲ କର୍ଣ୍ଣାଟକ ହାଇକୋର୍ଟ କହିଛନ୍ତି ଯେ ତାଙ୍କ କ୍ଲାଇଣ୍ଟ ବାଙ୍ଗାଲୋରରେ ରୁହନ୍ତି। ତେବେ ଏହାକୁ ନେଇ ଓକିଲ କହିଛନ୍ତି ଯେ ସୁପ୍ରିମକୋର୍ଟ ଏବଂ ହାଇକୋର୍ଟ କହିଛନ୍ତି ଭିଡିଓ କନଫରେନ୍ସିଂ ମାଧ୍ୟମରେ ତାଙ୍କ ବୟାନ ରେକର୍ଡ କରାଯାଇପାରିବ। ଯଦିଓ ଗାଜିଆବାଦ ପୋଲିସ ତାଙ୍କ ଶାରୀରିକ ଉପସ୍ଥିତି ଚାହୁଁଛି।

୮ ଜିଲ୍ଲାରେ ଅକ୍ସିଜେନ ପ୍ଲାଣ୍ଟ ଭିତ୍ତିପ୍ରସ୍ତର ସ୍ଥାପନ ଓ ସ୍ବାସ୍ଥ୍ୟ ଭିତ୍ତିଭୂମିର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୮ଟି ଜିଲ୍ଲାରେ ଅକ୍ସିଜେନ ପ୍ଲାଣ୍ଟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଅନ୍ୟ ସ୍ବାସ୍ଥ୍ୟ ଭିତ୍ତିଭୂମିର ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବରଗଡ, ଗଞ୍ଜାମ, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡା, କେନ୍ଦୁଝର, ରାୟଗଡା ଓ ମାଲକାନଗିରିରେ ଲିକୁଇଡ୍‌ ମେଡିକାଲ୍‌ ଅକ୍ସିଜେନ୍‌ ଓ ପିଏସଏ ପ୍ଲାଣ୍ଟ ପାଇଁ ଭିତ୍ତିପ୍ରସ୍ତର ରଖିଛନ୍ତି । ଏହାସହ ବ୍ରହ୍ମପୁର ସିଟି ହସ୍‌ପିଟାଲରେ ୧୨ ଶଯ୍ୟା ବିଶିଷ୍ଟ ନବଜାତ ଶିଶୁ ଚିକିତ୍ସା କେନ୍ଦ୍ର, ଭଂଜନଗରରେ ଡାୟାଲିସିସ୍‌ ୟୁନିଟ, କୁକୁଡାଖଣ୍ଡି ବ୍ଲକ୍‌ରେ ନୂତନ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ଦିଗପହଣ୍ଡି ବ୍ଲକ୍‌ରେ ନୂତନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଉଦ୍‌ଘାଟନ କରିଛନ୍ତି।

କରୋନା ଦ୍ବିତୀୟ ଲହର ସ୍ଥିତିରେ ଉନ୍ନତି ଆସିଥିଲେ ମଧ୍ୟ କେତେକ ଉପକୂଳବର୍ତ୍ତୀ ଜିଲ୍ଲାର ପରିସ୍ଥିତିରେ ସ୍ଥିରତା ରହୁନାହିଁ । ସେହିପରି ତୃତୀୟ ଲହର ନେଇ ବିଶେଷଜ୍ଞମାନେ ଭିନ୍ନ ଭିନ୍ନ ମତ ରଖୁଛନ୍ତି । ତାସହ କିଛି ରାଜ୍ୟରେ ଡେଲ୍‌ଟା ପ୍ଲସ୍‌ ଭ୍ୟାରିଆଣ୍ଟ ମଧ୍ୟ ଦେଖା ଦେଲାଣି। ତେଣୁ ପ୍ରସ୍ତୁତିରେ ସାମାନ୍ୟତମ ଅବହେଳା ନକରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ପ୍ରସ୍ତୁତି, ସତର୍କତା ଓ ସହଯୋଗ ଆମର ମୂଳ ମନ୍ତ୍ର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସରକାରଙ୍କ ପ୍ରସ୍ତୁତି, ଜନସାଧାରଣଙ୍କ ସତର୍କତା ଓ ସହଯୋଗ ଜରିଆରେ ଏ ଲଢେଇ ଜିତିହେବ। ଏବେ ସୁଦ୍ଧା ୧ କୋଟିରୁ ଅଧିକ ଡୋଜ୍‌ ଟିକା ଦିଆସରିଛି। ରାଜ୍ୟ ସରକାର ନିକଟରେ ଗରିବ ଓ ଚାଷୀଙ୍କ ପାଇଁ ୧୬୯୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି । ପୂର୍ବରୁ ୧୫ଟି ଜିଲ୍ଲାରେ LMO ଓ PSA plant ପାଇଁ କାମ ଆରମ୍ଭ ହୋଇଥିବା ବେଳେ, ଆଜି ଆଉ ୮ଟି ଜିଲ୍ଲାରେ ଅକ୍‌ସିଜେନ ପ୍ଲାଣ୍ଟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ।