spot_img
Home Blog Page 5500

ଟ୍ୱିଟରରେ ଟ୍ରେଣ୍ଡ ହେଉଛି ମେନକା ଗାନ୍ଧି କ୍ଷମା ମାଗନ୍ତୁ ? ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ସୁଲତାନପୁରର ସାଂସଦ ତଥା ପଶୁ କାର୍ଯ୍ୟକର୍ତ୍ତା ମନେକା ଗାନ୍ଧୀଙ୍କ ବିରୋଧରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି (Indian Veterinary Association) ଭାରତୀୟ ପ୍ରାଣୀ ଚିକିତ୍ସା ସଂଘ । ଏନେଇ ସଂଘ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖିଛନ୍ତି। ଏଥିରେ ମେନକା ଗାନ୍ଧୀଙ୍କ ଉପରେ ପ୍ରାଣୀ ଚିକିତ୍ସକଙ୍କୁ ଧମକ ଦେବା ସହ ଅଶାଳୀନ ଭାଷା ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ଏହା ବ୍ୟତୀତ ଗାନ୍ଧୀଙ୍କ ବିରୋଧରେ ସୋସିଆଲ ମିଡିଆରେ ମଧ୍ୟ ଟ୍ରେଣ୍ଡ ଚାଲିଛି। ଉପଭୋକ୍ତାମାନେ କ୍ରମାଗତ ଭାବରେ #मेनकागांधीमाफीमांगे ମେନକାଙ୍କୁ କ୍ଷମା ମାଗିବା କଥା ଟୁଇଟ୍ କରି କୁହାଯାଉଛି ।

ମଙ୍ଗଳବାର ଦିନ ୨୨ ଜୁନ୍ ଲେଖାଯାଇଥିବା ଚିଠିରେ କୁହାଯାଇଛି ଯେ, ବଡ଼ ଚିନ୍ତାର ବିଷୟ ଯେ, ମନେକା ଗାନ୍ଧୀ ପ୍ରାଣୀ ଚିକିତ୍ସକଙ୍କୁ ସବୁ ବେଳେ ଧମକ ଦେଉଛନ୍ତି। ଏହା ପ୍ରଥମ ଘଟଣା ନୁହଁ ଏହା ପୂର୍ବରୁ ମଧ୍ୟ ସଂଘ ପ୍ରାଣୀ ଚିକିତ୍ସକଙ୍କ ବିରୋଧରେ ନିନ୍ଦନୀୟ ତଥା ଅପମାନଜନକ ମନ୍ତବ୍ୟରୁ ନିବୃତ୍ତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଏହି ପ୍ରସଙ୍ଗରେ ଧ୍ୟାନ ଦେବା ପାଇଁ ଆସୋସିଏସନ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ।

ଟ୍ୱିଟରରେ ଜାରି ରହିଛି ବିରୋଧ

ସୋସିଆଲ ମିଡିଆ ବ୍ୟବହାରକାରୀମାନେ #मेनकागांधीमाफीमांगे ରେ ଲଗାତାର ଟୁଇଟ୍ କରୁଛନ୍ତି । ଉପଭୋକ୍ତାମାନେ କହିଛନ୍ତି ଯେ ଏହିପରି ବ୍ୟବହାରକୁ ବରଦାସ୍ତ କରାଯାଇପାରିବ ନାହିଁ। ଏହା ସହିତ ସେମାନଙ୍କୁ ପ୍ରାଣୀ ଚିକିତ୍ସକଙ୍କୁ ସମ୍ମାନ ଦେବାକୁ ମଧ୍ୟ କୁହାଯାଉଛି। ଏହା ସହିତ ୨୩ ଜୁନ୍ ବୁଧବାର ଦିନ କଳା ଦିବସ ପାଳନ କରିବାକୁ କୁହାଯାଇଛି । ବ୍ଲାକ୍ ବ୍ୟାଣ୍ଡ ବାନ୍ଧିବାକୁ ଉପଭୋକ୍ତାମାନେ ନିବେଦନ କରୁଛନ୍ତି ।

ଭାଇରାଲ ହେଉଛି ଅଡିଓ

ଭାଷା ଅନୁଯାୟୀ, ଗାନ୍ଧୀଙ୍କ ଏକ ଅଡିଓ ଜିଲ୍ଲାରେ ଖୁବ୍ ଚର୍ଚ୍ଚାରେ ରହିଛି । ଯେଉଁଥିରେ ସାଂସଦ ସୀତାପୁରର କୋଟୱାଲି ଇନ୍-ଚାର୍ଜ (SO) କୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଉଥିବାର ଶୁଣିବାକୁ ମିଳିଛି । ସୀତାପୁରର କୋଟୱାଲୀ ପୋଲିସ ଫୋନରେ ନିର୍ଦ୍ଦେଶ ପାଇବା ପରେ ପଶୁ କ୍ରୁରତା ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ କରି ଗୱାଲ ମାଣ୍ଡି ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଯଦିଓ ଏହି ଅଡ଼ିଓଟିର ସତ୍ୟାସତ୍ୟ କିଛି ସ୍ପଷ୍ଟ ହୋଇନାହିଁ ।

ସମ୍ଭାବ୍ୟ ବନ୍ୟା ଓ ବାତ୍ୟାର ମୁକାବିଲା ନେଇ ଗୋଷ୍ଠୀ ଅଂଶଗ୍ରହଣ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱାରୋପ

ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ଅଧ୍ୟକ୍ଷତା କରି ବିପର୍ଯ୍ୟୟ ପ୍ରସ୍ତୁତି ଓ ପରିଚାଳନାରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହାମାରୀର ପ୍ରଭାବ ସତ୍ତ୍ୱେ ଓଡିଶା ବିଭିନ୍ନ ବିପର୍ଯ୍ୟୟର ଉତ୍ତମ ମୁକାବିଲା କରି ବିଶ୍ୱସ୍ତରରେ ପ୍ରଶଂସାର ପାତ୍ର ହୋଇପାରିଛି । ବିପର୍ଯ୍ୟୟ ପରିଚାଳନା ପାଇଁ ଆମର ନୀତି ହେଉଛି ‘ସବୁ ଜୀବନ ମୂଲ୍ୟବାନ’ । ଏହାସହିତ ସରକାରଙ୍କ ସବୁ ବିଭାଗ ସମନ୍ୱିତ ଭାବେ କାମ କରିବାର ଆଭିମୁଖ୍ୟ ନେଇ ଆମର ବିପର୍ଯ୍ୟୟ ପରିଚାଳନା ନୀତି କାର୍ଯ୍ୟକାରୀ କରାଯାଉଛି। ଏହାଦ୍ୱାରା ସବୁଠାରୁ ଭଲ ପଦକ୍ଷେପ ନିଆଯାଇ ବିପର୍ଯ୍ୟୟର ପ୍ରଭାବକୁ କମ୍‌ କରାଯାଇପାରିବ । ସେ ଆହୁରି କହିଛନ୍ତି ଯେ, ଓଡିଶା ହେଉଛି ଆମ ଦେଶରେ ସବୁଠାରୁ ବିପର୍ଯ୍ୟୟ ପ୍ରବଣ ରାଜ୍ୟମାନଙ୍କ ମଧ୍ୟରେ ଅନ୍ୟତମ । ବନ୍ୟା, ବାତ୍ୟା, ମରୁଡ଼ି ଆଦି ବିଭିନ୍ନ ପ୍ରକାର ବିପର୍ଯ୍ୟୟ ଆମେ ନିୟମିତ ଭାବରେ ସାମ୍ନା କରିଆସୁଛୁ । ଜଳବାୟୁ ପରିବର୍ତ୍ତନ ଯୋଗୁ ବିପର୍ଯ୍ୟୟର ତୀବ୍ରତା ବଢିବା ସହିତ ଅଧିକ ସଂଖ୍ୟକ ବିପର୍ଯ୍ୟୟ ଦେଖାଦେଉଛି । ୨୦୨୦-୨୧ରେ ଆମ ରାଜ୍ୟ ମହାବାତ୍ୟା ଅମ୍ଫାନ ଓ ବାତ୍ୟା ‘ୟାସ୍‌’ର ସାମ୍ନା କରିଛି । ବାରମ୍ବାର ଆସୁଥିବା ବାତ୍ୟା ପ୍ରତିରୋଧ ପାଇଁ ସ୍ଥାୟୀ ସୁରକ୍ଷା ବ୍ୟବସ୍ଥା କରିବାକୁ ବହୁ ପରିମାଣର ଅର୍ଥ ବିନିଯୋଗର ଆବଶ୍ୟକତା ରହିଛି । ଆମେ ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଅବଗତ କରାଇଛୁ । ବର୍ତ୍ତମାନ ଓଡିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରଭାବ ଆରମ୍ଭ ହୋଇଗଲାଣି । ଜୁନ୍‌ରୁ ଅକ୍ଟୋବର ପର୍ଯ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ସମୟ । ଏହି ସମୟରେ ବାତ୍ୟା, ବନ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ ଦେଖା ଦେଇପାରେ । ସମ୍ଭାବ୍ୟ ବିପର୍ଯ୍ୟୟକୁ ଆଖିଆଗରେ ରଖି ଆମର ପ୍ରସ୍ତୁତି ବ୍ୟବସ୍ଥାକୁ ସମୀକ୍ଷା କରି ଯେକୌଣସି ପ୍ରକାର ପରିସ୍ଥିତିର ସାମ୍‌ନା କରିବାକୁ ସଂପୂର୍ଣ୍ଣ ଭାବରେ ପ୍ରସ୍ତୁତ ରହିବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପ୍ରାକ୍‌ ସୂଚନା ବ୍ୟବସ୍ଥା,  ଉଦ୍ଧାର ଓ ରିଲିଫ କାର୍ଯ୍ୟକ୍ରମ, ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟ ଓ ପ୍ରାଣୀସେବା ଆଦି ସମସ୍ତ ବ୍ୟବସ୍ଥା ଠିକ୍‌ ଭାବେ ପ୍ରସ୍ତୁତ ରହିବା ଆବଶ୍ୟକ । ଓଡ୍ରାଫ ଓ ଅଗ୍ନିସେବା ୟୁନିଟ ଗୁଡିକ ତୁରନ୍ତ ପଦକ୍ଷେପ ନେବାପାଇଁ ସତର୍କ ହୋଇ ରହିବା ଜରୁରୀ । ବିପଦସଂକୁଳ ଓ ଅଗମ୍ୟ ଅଞ୍ଚଳରେ ଯଥେଷ୍ଟ ପରିମାଣରେ ଖାଦ୍ୟ ପଦାର୍ଥ ଏବଂ ଗୋଖାଦ୍ୟ ମହଜୁଦ କରି ରଖିବା ଜରୁରୀ । ବିପର୍ଯ୍ୟୟ ସମୟରେ ସବୁଜ ଗୋଖାଦ୍ୟର ବ୍ୟବସ୍ଥା କରାଯିବା ଉପରେ ଗୁରୁତ୍ୱ ଦେବା ସହିତ ପ୍ରାଣୀସେବା କ୍ୟାମ୍ପ ଆୟୋଜନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ସବୁ ଜିଲ୍ଲା ଓ ସମ୍ପୃକ୍ତ ବିଭାଗ ଗୁଡିକରେ କଣ୍ଟ୍ରୋଲ ରୁମ୍‌ ଗୁଡିକ ୨୪ ଘଣ୍ଟା ଖୋଲା ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ରିଲିଫ ଓ ଉଦ୍ଧାର କାର୍ଯ୍ୟ ସମୟରେ ଗର୍ଭବତୀ ମହିଳା, ଭିନ୍ନକ୍ଷମ ଓ ମାନସିକ ଅନଗ୍ରସର ବ୍ୟକ୍ତିବିଶେଷ, ଛୋଟପିଲା, ବିଧବା ମହିଳା ଓ ବୟୋଜ୍ୟୋଷ୍ଠ ଲୋକଙ୍କୁ ସ୍ୱତନ୍ତ୍ର ଧ୍ୟାନ ଦେବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଲୋକଙ୍କୁ ଖୋଜିବା ଓ ଉଦ୍ଧାର କରିବା,  ପ୍ରାଥମିକ ଚିକିତ୍ସା, ରିଲିଫ ବ୍ୟବସ୍ଥା, ଅତ୍ୟାବଶ୍ୟକ ସେବା ସମ୍ପର୍କିତ ଭିତ୍ତିଭୂମିର ତୁରନ୍ତ ମରାମତି ଓ ପୁନରୁଦ୍ଧାର ଏବଂ ଉଜୁଡ଼ି ଯାଇଥିବା ଜୀବିକାର ପୁନଃସଂସ୍ଥାନ ଆଦି ସବୁ ବିଷୟ ଗୁଡିକୁ ଧ୍ୟାନ ଦେଇ ତୁରନ୍ତ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ମାନବୀୟ ଦୃଷ୍ଟିକୋଣରୁ ସହାୟତା ପାଇବା ହେଉଛି ବିପର୍ଯ୍ୟୟ ପ୍ରଭାବିତ ଲୋକମାନଙ୍କର ଅଧିକାର । ଏହି ଆଭିମୁଖ୍ୟ ନେଇ ବିପର୍ଯ୍ୟୟ ପ୍ରଭାବିତ ଲୋକମାନଙ୍କୁ ଠିକ୍‌ ସମୟରେ  ସହାୟତା ଦେବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

                ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିପର୍ଯ୍ୟୟ ପରିଚାଳନାରେ ଗୋଷ୍ଠୀ ଅଂଶଗ୍ରହଣ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ସମସ୍ତ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳରେ ଗୋଷ୍ଠୀମାନଙ୍କର ଅଂଶଗ୍ରହଣକୁ ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ବିପର୍ଯ୍ୟୟ ପରିଚାଳନା ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କର ଶିକ୍ଷା ଏବଂ ସରକାରୀ କର୍ମଚାରୀ ଓ ପ୍ରତିନିଧିମାନଙ୍କ ପ୍ରଶିକ୍ଷଣ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି  ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହିତ ପ୍ରକୃତିର ବିଭୀଷିକାର ମୁକାବିଲା ପାଇଁ ଆମର ସମାଜ ସବୁବେଳେ ପ୍ରସ୍ତୁତ ରଖିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି ଆଲୋଚନାରେ ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ନରସିଂହ ମିଶ୍ର, ବିଧାୟକ ଜୟନ୍ତ ଷଡଙ୍ଗୀ, ବିଧାୟକ ପ୍ରତାପ କେଶରୀ ଦେଓ,  ବିଧାୟକ ଅନନ୍ତ ଦାସ ପ୍ରମୁଖ ଭାଗ ନେଇ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ସେମାନଙ୍କର ସୁଚିନ୍ତିତ ମତାମତ ଦେଇଥିଲେ ।

ନକଲି କରୋନା ଔଷଧ ମାମଲାରେ ୩ ଗିରଫ

କଟକ: STF ହାତରେ ନକଲି ମେଡିସିନ୍ କାରବାରର ମାଷ୍ଟର ମାଇଣ୍ଡ । କଟକରେ ଚାଲିଥିଲା କଲାବଜାରୀର କଳା ଧନ୍ଦା । କୋଭିଡ ସମୟରେ ଲୋକଙ୍କ ଜୀବନ ସହ ଖେଳି ଲୁଟିବାକୁ କରିଥିଲେ ମାଷ୍ଟର ପ୍ଲାନ। ବନ୍ଧା ହେଲେ ମେଡିଲୋଡ ମେଡିକମେଣ୍ଟ କମ୍ପାନୀର ନିର୍ଦ୍ଦେଶକ  ଓ ଅନ୍ୟ ଦୁଇ ଜଣ ସଦସ୍ୟ । ନିର୍ଦ୍ଦେଶକ ଶୁଭଲକ୍ଷ୍ମୀ ଜେନା ଓ  ଗୋଦାମ୍ ଇନ୍‌ଚାର୍ଜ ସତ୍ୟ ପ୍ରକାଶ ମହାନ୍ତି, ମ୍ୟାନେଜର  ପ୍ରୀତି ରଞ୍ଜନ ପରିଡ଼ା।  ହିମାଞ୍ଚଳର ମ୍ୟାକ୍ସ ରିଲିଫ୍ ହେଲଥ କେୟାର ନାମକ ଓଷଧ ଉତ୍ପାଦନକାରୀ କମ୍ପାନୀ ସହ ଡିଲ କରିଥିଲା କଟକ କମ୍ପାନୀ। STF ସୂଚନା ଅନୁସାରେ ମେଡିଲୋଡ ମେଡିସିନ୍ ପ୍ରାଇଭେଟ ଲିମିଟେଡ୍ ଅତି କମ ମୂଲ୍ୟରେ ମ୍ୟାକ୍ସ ରିଲିଫ୍ ହେଲଥ କେୟାର ଠାରୁ  ଫାଭିମାକ୍ସ ଟାବଲେଟ୍ କିଣିବାକୁ ଷଡଯନ୍ତ୍ର କରିଥିଲା ​​। ୧୦ଟି ଟାବଲେଟ୍ ପିଛା ୬୫ ଟଙ୍କା କିଣି  ଷ୍ଟ୍ରିପ୍ ପିଛା ୧୨୯୦ ଟଙ୍କାରେ ବିକିବାକୁ ପ୍ଲାନ କରିଥିଲା। ମେଡିଲୋଇଡ ମେଡିସିନ୍ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ଏବଂ ଅନ୍ୟ ଦୁଇଜଣ ଅଭିଯୁକ୍ତ ହେଉଛନ୍ତି କମ୍ପାନୀର ପ୍ରମୁଖ ସଦସ୍ୟ। କମ୍ପାନୀର ବ୍ୟାଙ୍କ ଆକାଉଣ୍ଟରେ ୫୦ ଲକ୍ଷରୁ ଅଧିକ ଟଙ୍କା ମଧ୍ୟ ଫ୍ରିଜ୍ କରିଛି। ଏ ନେଇ ଅଧିକ ଖୋଲତାଡ଼ ଚାଲିଛି ବୋଲି କ୍ରାଇମ ବ୍ରଞ୍ଚ ଏଡିଜି କହିଛନ୍ତି ।

ନକଲି ମେଡିସିନ କାରବାର ଉପରେ ଖୋଳତାଡ଼ ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଓ ଓଡ଼ିଶାରେ ସ୍ପେଶାଲ ଟାସ୍କ ଫୋର୍ସର ତଦନ୍ତ ଜାରି ରହିଛି । ମାସ୍କ ରିଲିଫ ହେଲଥ କେୟାର ନକଲି ମେଡିସିନ୍  ତିଆରି କରି ମାର୍କେଟରେ ବିକ୍ରି କରୁଥିଲା। ପୂର୍ବରୁ କମ୍ପାନୀର ଦୁଇ ଅଭିଯୁକ୍ତଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି । ଅଧିକ ତଦନ୍ତ ପାଇଁ ମୁମ୍ବାଇରେ ପୋଲିସ ଡେରା ପକାଇଛି। ସେପଟେ  ସୁଦୀପ ମୁଖର୍ଜିକୁ ରିମାଣ୍ଡରେ ଆଣିବକୁ ଯୋଜନ କରୁଚି ଏସ୍‌ଟିଏଫ୍ । ଏ ନେଇ ଦଲାଲ ଅପରାଧ ନେଇ ଥତ୍ୟ ଓ ପ୍ରମାଣ ଯୋଗାଡ କରି  କୋର୍ଟରେ ପୋଲିସ ରିମାଣ୍ଡରେ ନେବା ପାଇଁ ଆବେଦନ କରିବ ଏସ୍‌ଟିଏଫ୍ । ଓଡ଼ିଶାରେ ମେଡ଼ିଲୋଡ଼ ମେଡିକମେଣ୍ଟ ଭଳି କେତୋଟି କମ୍ପାନୀ ଡିଲ କରିଥିଲେ। ଓଡ଼ିଶାରେ ବିକ୍ରି ପାଇଁ କେଉଁ କେଉଁ ମେଡ଼ିସିନ ଡିଲର ଅଡର ଦେଇଥିଲେ। କେବଳ ଗୋଟିଏ ପ୍ରକର ମେଡିସିନ ନା ଅନ୍ୟ ମେଡିସିନ ପାଇଁ ଅଡର କରିଥିଲେ। ଖୋଳତାଡ଼ ପାଇଁ ୩ ଜଣକୁ ରିମାଣ୍ଡରେ ଆଣିପାରେ ଏସ୍‌ଟିଏଫ୍ ।

ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ପୁରୀ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ହୋଇପାରିବନି ରଥଯାତ୍ରା

କଟକ: ରଥାଯାତ୍ରାକୁ ନେଇ ହାଇକୋର୍ଟ ଶୁଣାଇଲେ ଗୁରୁତ୍ୱପୂର୍ଣ୍ଣ ରାୟ। ପୁରୀ ରଥଯାତ୍ରା ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ହୋଇପାରିବନି ରଥଯାତ୍ରା। ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତି ଉପରେ ମୋହର ମାରିଛନ୍ତି ହାଇକୋର୍ଟ।

ସୂଚନା ମୁତାବକ, କେନ୍ଦ୍ରାପଡ଼ା ବଳଦେବଜୀଉ ରଥଯାତ୍ରା ପାଇଁ ହୋଇଥିବା ଆବେଦନକୁ ଖାରଜ କରି ହାଇକୋର୍ଟ ଏହି ରାୟ ଦେଇଛନ୍ତି । ସୁପ୍ରିମକୋର୍ଟ ପୁରୀରେ କୋଭିଡ ଗାଇଡ଼ ଲାଇନ ଅନୁଯାୟୀ ରଥଯାତ୍ରା ପାଳନ କରିବାକୁ ଅନୁମତି ଦେଇଥିଲେ । ସେହି ଗାଇଡ ଲାଇନ ଅନୁଯାୟୀ ଗତବର୍ଷ ପରି ଏଥର ମଧ୍ୟ ପୁରୀରେ କଟକଣା ଭିତରେ ରଥଯାତ୍ରା ପାଳନ ହେବ।

କିନ୍ତୁ ତାହା ପୂର୍ବରୁ ଆସନ୍ତାକାଲି କୋଭିଡ କଟକଣାରେ ପାଳନ ହେବ ଶ୍ରୀଜିଉଙ୍କ ଦେବସ୍ନାନପୂର୍ଣ୍ଣିମା। ପୂର୍ବବର୍ଷ ପରି ଚଳିତବର୍ଷ ମଧ୍ୟ ବିନା ଭକ୍ତରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହେବ। ସ୍ୱତ୍ତ୍ୱଲିପି ଅନୁଯାୟୀ ଆବଶ୍ୟକ ସଂଖ୍ୟକ ସେବାୟତ ନିୟୋଜିତ ହେବେ। ଦେବସ୍ନାନ ପୂର୍ଣ୍ଣିମା ପାଇଁ ସହରର ବିଭିନ୍ନ ସ୍ଥାନରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ଆଜି ରାତି ୧୦ଟାରୁ ୨୫ ତାରିଖ ଭୋର ୨ଟା ପର୍ଯ୍ୟନ୍ତ ବଳବତ୍ତର ଏହା ରହିବ।

ଭାରତରେ ଫାଇଜର ଟିକାକୁ ଖୁବ ଶୀଘ୍ର ମିଳିପାରେ ଅନୁମତି

ନୂଆଦିଲ୍ଲୀ: ଦେଶବାସୀଙ୍କୁ ମିଳିବାକୁ ଯାଉଛି ଆଉ ଏକ କରୋନା ଟିକା । ଖୁବଶୀଘ୍ର ଭାରତ ସରକାର ଆମେରିକା ଫାର୍ମୀ କମ୍ପାନୀ ଦ୍ବାରା ପ୍ରସ୍ତୁତ ଫାଇଜର ଟିକାର ବ୍ୟବହାର ପାଇଁ ଅନୁମତି ଦେଇପାରନ୍ତି । ଭାରତରେ ଫାଇଜର ଟିକାକୁ ଖୁବ ଶୀଘ୍ର ମିଳିପାରେ ଅନୁମତି । ଏ ନେଇ ଶେଷ ପର୍ଯ୍ୟାୟରେ ଆଲୋଚନା ପହଞ୍ଚିଥିବା କହିଛନ୍ତି ଫାଇଜର୍ ସିଇଓ ଆଲବର୍ଟ ବୋଉର୍ଲା ।

କମ୍ପାନୀ ଯେଉଁ କିଛି ସର୍ତ୍ତ ରଖିଛି ତାହା ଉପରେ ଆଲୋଚନା ଜାରି ରହିଛି । ଭାରତ ସରକାର ଫାଇଜରକୁ ଅନୁମତି ଦେଲେ କମ୍ପାନୀ ଚଳିତବର୍ଷ ୫ କୋଟି ଟିକା ଯୋଗାଇବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ଆଲବର୍ଟ । ଆମେରିକା ସମେତ ଅନ୍ୟ ଦେଶରେ ଏବେ ଫାଇଜର ଟିକାର ବ୍ୟବହାର ଜାରି ରହିଛି । କରୋନା କ୍ଷେତ୍ରରେ ଫାଇଜର ଟିକା ୯୫ ପ୍ରତିଶତ ପ୍ରଭାବଶାଳୀ ହେଉଛି । ଭାରତରେ ଏବେ ଦୁଇଟି ଟିକା କୋଭିସିଲ୍ଡ ଓ କୋଭାକ୍ସିନର ବ୍ୟବହାର ହେଉଥିବା ବେଳେ ସ୍ପୁଟିନିକ୍-ଭିକୁ ଅନୁମତି ମିଳିସାରିଛି ।

ଲସ୍କର ମୁଖିଆ ଆତଙ୍କବାଦୀ ହାଫିଜ୍ ସଇଦ୍ ଘର ବାହାରେ ବିସ୍ଫୋରଣ: ୨ନିହତ, ୧୫ ଆହତ

ଲାହୋର : ପାକିସ୍ତାନର କୁଖ୍ୟାତ ଆତଙ୍କବାଦୀ ତଥା ମୁମ୍ବାଇ ଆକ୍ରମଣର ମାଷ୍ଚର ମାଇଣ୍ଡ୍ ହାଫିଜ୍ ସଇଦ୍ ଘର ବାହାରେ ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ୨ ଜଣ ନିହତ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଥିବା ପ୍ରାରମ୍ଭିକ ତଥ୍ୟରୁ ଜଣାପଡ଼ିଛି । ଲାହୋରର ଜୋହର ଟାଉନ ଅଞ୍ଚଳରେ ଏହି ବିସ୍ଫୋରଣ ହୋଇଛି । ଜୋହର ଟାଉନରେ ହାଫିଜର ଘର ରହିଛି । ସୂଚନା ଅନୁସାରେ ବିସ୍ଫୋରଣ ଭୟଙ୍କର ଥିଲା ।କେଇ କିଲୋମିଟର ଦୂର ପର୍ଯ୍ୟନ୍ତ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିଲା ବୋଲି ରିପୋର୍ଟରେ କୁହାଯାଇଛି । ବିସ୍ଫୋରଣ କାରଣରୁ ନିକଟରେ ଥିବା ଘର ଓ କାର କାଚ ଭାଙ୍ଗି ଯାଇଛି । ବିସ୍ଫୋରଣରେ ଆହତଙ୍କୁ ଜିନ୍ନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ହାଫିଜ୍ ସଇଦ ଭାରତର ମୋଷ୍ଟ ୱାଣ୍ଟେଡ୍ ତାଲିକରେ ସର୍ବା ଉପରେ ରହିଛି । ଜମାତ ଉଦ ଦୱା ନାମକ ତଥାକଥିତ ସ୍ୱେଛାସେବି ସଂଗଠନ ଆଢୁଆଳରେ ଲସ୍କର ଏ ତୋଇବା ଆତଙ୍କବାଦୀ ସଂଗଠନ ଚଳାଉଛି । ଏହି ଆତଙ୍କବାଦୀ ସଂଗଠନ କାଶ୍ମୀରରେ ସକ୍ରୀୟ ରହିଛି । ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ଲସ୍କର ସାମିଲ ଥିଲା । ଭାରତ ହାଫିଜର ପ୍ରତ୍ୟାର୍ପଣ ପାଇଁ ପାକିସ୍ତାନକୁ ଅନେକ ଥର କହିଥିଲ ମଧ୍ୟ ପାକିସ୍ତାନ ତାକୁ ସୁରକ୍ଷା ଦେଇ ଆସୁଛି ।

ପଂଜାବର ବାହୱଲପୁରରେ ଲସ୍କରର ମୁଖ୍ୟାଳୟ ରହିଛି । ଟ୍ରେନିଂ ପରେ ହାଫିଜ ଏଲଓସି ଦେଇ ଭାରତ ମଧ୍ୟକୁ ଆତଙ୍କବାଦୀଙ୍କ ପ୍ରବେଶ କରାଇଥାଏ । ହାଫିଜ୍ ମଧ୍ୟ ଆମେରିକାର ମୋଷ୍ଟ ୱାଣ୍ଟେଡ୍ ଲିଷ୍ଟରେ ରହିଛି। ହାଫିଜ୍ ସଇଦ ପଂଜାବ ବିଶ୍ୱବିଦ୍ୟାଳୟରୁ ଇସଲାମିକ ଅଧ୍ୟୟନରେ ଡକ୍ଟରେଟ୍ ପାଇଛି । କାଶ୍ମୀରକୁ ଭାରତରେ ମିଶାଇବା ସହିତ ଭାରତରେ ଇସଲାମିକ ଖଲିପା ସ୍ଥାପନ ହାଫିଜର ଲକ୍ଷ୍ୟ ।

ଭାରତରେ ଡେଲ୍ଟା ପ୍ଲସ ଭାରିଆଣ୍ଟର ୪୦ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ ଡେଲ୍ଟା ଭାରିଆଣ୍ଟ ଭୟ । ଦେଶରେ ୪୦ ଜଣ ଡେଲ୍ଟା ପ୍ଲସ୍ ଭାରିଆଣ୍ଟରେ ସଂକ୍ରମିତ ହୋଇଛନ୍ତି । ୮୦ଟି ଦେଶରେ ଡେଲ୍ଟା ଭାରିଆଣ୍ଟ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୯ଟି ଦେଶରେ ଡେଲ୍ଟା ପ୍ଲସ୍ ଭାରିଆଣ୍ଟ ସଂକ୍ରମିତ ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ତେବେ ଏହି ୪୦ଜଣ ୪ଟି ରାଜ୍ୟରୁ ଚିହ୍ନଟ ହୋଇଥିବା କୁହାଯାଇଛି । ଅଧିକ ଭାରିଆଣ୍ଟ ରୋଗୀ ଚିହ୍ନଟ ହୋଇଥିବା ରାଜ୍ୟ ମହାରାଷ୍ଟ୍ର, କେରଳ ଓ ମଧ୍ୟ ପ୍ରଦେଶକୁ ଚିଠି ଲେଖିଛନ୍ତି କେନ୍ଦ୍ର ସରକାର ।

ଅନ୍ୟପଟେ ସାରା ଦେଶରେ ଟିକାକରଣ ବ୍ୟାପକ ଭାବେ ଆଗେଇ ଚାଲିଛି । ୫୩ ପ୍ରତିଶତ ପୁରୁଷ ଟିକା ନେଇଥିବା ବେଳେ ୪୬ ପ୍ରତିଶତ ମହିଳା ଟିକା ନେଇଥିବା କହିଛନ୍ତି ନୀତି ଆୟୋଗ ସଦସ୍ୟ ଭି.କେ ପଲ୍ । ସ୍ବାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ୬୩. ୬୮ ପ୍ରତିଶତ ଟିକା ଗ୍ରାମୀଣ ଅଞ୍ଚଳରେ ହୋଇଥିବା ବେଳେ ସହରରେ ୩୬.୩୨ ପ୍ରତିଶତ ଟିକାକରଣ କରାଯାଇଛି ।  ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ଏବେ ଆରୋଗ୍ୟ ହାର ୯୬ ପ୍ରତିଶତରେ ପହଞ୍ଚିଛି । ୧୫ ଜୁନରୁ ୨୧ ଜୁନ୍ ମଧ୍ୟରେ ୫୫୩ ଜିଲ୍ଲାରେ ସଂକ୍ରମଣ ହାର ୫ ପ୍ରତିଶତ ତଳେ ରହିଛି ।  ସଂକ୍ରମଣ କମିଛି, ହେଲେ ଢ଼ିଲାପଣ ଆଦୌ ବି ଠିକ୍ ନୁହେଁ ବୋଲି ସରକାର କହିଛନ୍ତି ।

ଡେଲଟା ପ୍ଲସ୍ ଭାରିଏଣ୍ଟ କ’ଣ ?

ଆପଣଙ୍କୁ କହି ରଖୁଛୁ ଯେ, କରୋନା ଭାଇରସ କ୍ରମାଗତ ଭାବରେ ଏହାର ରୂପ ପରିବର୍ତ୍ତନ କରୁଛି ଯାହାଦ୍ୱାରା କରୋନା ଭାଇରସରେ ବାରମ୍ବାର ପରିବର୍ତ୍ତନ ଆସୁଛି । ଭାରତରେ ମିଳୁଥିବା କରୋନାର ଡେଲଟା ଭାରିଆଣ୍ଟ, ଏହି ଡେଲଟା ପ୍ଲସ୍ ସମାନ ପ୍ରକାରରୁ ପରିବର୍ତ୍ତନ ହୋଇସାରିଛି । ସାଧାରଣ ଭାବେ ଏହି ଭାବର  ନାମ B.1.617.2.1 କିମ୍ବା AY.1 |

 

କଟକରୁ ପୁଣି ଜବତ ହେଲା ଧଳା ଜହର, ଜଣେ ଯୁବକ ଗିରଫ

କଟକରୁ ପୁଣି ଜବତ ହେଲା ବ୍ରାଉନସୁଗାର।  କଟକ ଜିଲ୍ଲା ବାଙ୍କୀରୁ ଜବତ ହୋଇଛି ୧୬୪ ଗ୍ରାମ ବ୍ରାଉନ ସୁଗାର। ତେବେ ଏହି ଘଟଣାରେ ବାଙ୍କୀ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ ଜଣେ ଯୁବକଙ୍କୁ ଗିରଫ କରିଛି।

ସୂଚନା ଅନୁଯାୟୀ, ଏହି ଧଳା ଜହର କାରବାର ଘଟଣାରେ ବାଙ୍କୀ ପଡ଼ାସାହିର ସୁରେଶ ମହାପାତ୍ର ନାମକ ଜଣେ ଯୁବକକୁ ଗିରଫ କରାଯାଇଛି। ତେବେ ସୁରେଶ ଦୀର୍ଘଦିନ ହେଲା ବାଙ୍କୀ ଅଞ୍ଚଳରେ ଧଳା ଜହର ବେପାର କରୁଥିଲା ବୋଲି ଜଣାପଡ଼ିଛି। ସୁରେଶଙ୍କଠୁ ପୋଲିସ ଜବତ କରିଥିବା ୧୬୪ ଗ୍ରାମ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ପାଖାପାଖି ୧୬ ଲକ୍ଷ ଟଙ୍କା ହେବ ବୋଲି କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ ସ୍ପଷ୍ଟ କରିଛି।

ନବୀନଙ୍କୁ କଟାକ୍ଷ କରୁଥିଲେ ଅପରାଜିତା, ମୁହଁତୋଡ଼ ଜବାବ ଦେଲେ ସସ୍ମିତ

ଭୁବନେଶ୍ୱର: ଟିକାକରଣ ବେଳେ ବିଜେପିର ଶ୍ରେୟ ରାଜନୀତି ପ୍ରସଙ୍ଗ। ଟିକାକରଣକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଟାକ୍ଷ କରିଥିବା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଟ୍ୱିଟ୍‌ର କଡ଼ା ଜବାବ ଦେଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। ଏଥିସହ ଟିକାକେନ୍ଦ୍ରରେ ବିଜେପି କର୍ମୀଙ୍କ ପୋଷ୍ଟର ଚିରିବା ଘଟଣାକୁ ବି ସେ ସମାଲୋଚନା କରିଛନ୍ତି।

ବିଜେପି ସାଂସଦ ଅପରାଜିତା ମହାନ୍ତି ଏକ ଟ୍ୱିଟ୍ କରି ଲେଖିଛନ୍ତି ଯେ ଓଡ଼ିଶା ସରକାର ରାଜ୍ୟ ପାଇଁ ଟିକା ସଂଗ୍ରହ କରିବାରେ ବିଫଳ ହୋଇଥିଲେ, ଏବଂ ଶେଷରେ କେନ୍ଦ୍ରର ସାହାୟତା ଲୋଡ଼ିଥିଲେ । ତେବେ ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଏହି ସଂକଟରୁ ଉଦ୍ଧାର କରିଥିଲେ । ଆଉ ଏବେ ଓଡ଼ିଶାର ସମସ୍ତ ଟିକାକେନ୍ଦ୍ରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲଗାଇବାକୁ ଦାବି କରାଯାଉଛି । ଏହା ନିଶ୍ଚିତ ଭାବରେ ଅସୁରକ୍ଷା ଭାବ ଏବଂ ସଂକୀର୍ଣ୍ଣ ମାନସିକତାର ଶେଷ ସୀମାର ପରିଚୟ।

ତେବେ ଅପରାଜିତାଙ୍କ ଏଭଳି ଟ୍ୱିଟର ମୁହଁତୋଡ଼ ଜବାବ ରଖିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। ସେ କହିଛନ୍ତି, କୋଭିଡ୍ ଟିକାକରଣ ସାର୍ଟିଫିକେଟ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ରହିଛି । ସବୁ ଦଳ ଏହାକୁ ନେଇ ରାଜନୀତି କରୁଥିବା ବେଳେ ବିଜେଡି କେବେ ଏହି ପ୍ରସଙ୍ଗ ଉଠାଇନି କି ରାଜନୀତି କରିନି। ଦେଶରେ ଟିକାକରଣ ସବୁବେଳେ କେନ୍ଦ୍ର ସରକାରଙ୍କ ଦ୍ୱାରା ଜାତୀୟ କାର୍ଯ୍ୟକ୍ରମ ଭାବେ କରାଯାଏ । ପୋଲିଓ ହେଉ କି ବିସିଜି, ମିଳିମିଳା, ଡିପିଟି, ହେପାଟାଇଟିସ୍, ଭିଟାମିନ୍ ଏ ଟିକା, ସବୁବେଳେ ଏହା ଜାତୀୟ କାର୍ଯ୍ୟକ୍ରମ ଭାବେ କରାଯାଇଛି।

ହେଲେ କୋଭିଡ୍ ସଂକଟରେ ଏହାକୁ ରାଜ୍ୟମାନଙ୍କ ଉପରେ ପ୍ରଥମେ ଲଦି ଦିଆ ଯାଇଥିଲା ଓ ପରେ ପ୍ରତ୍ୟାହାର କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାସ୍କ ବ୍ୟବହାର ଓ କୋଭିଡ୍ ନିୟମ ପାଳିବାକୁ ସଚେତନତା ବାର୍ତ୍ତା ଦେଇଛନ୍ତି । ଏଥିରେ ଟିକାକରଣ ସଂପର୍କିତ କଥା ନାହିଁ। ତେଣୁ ଏହାକୁ ନେଇ ରାଜନୀତି କରିବା ନିହାତି ଲଜ୍ଜାଜନକ ବୋଲି ସସ୍ମିତ ଟ୍ୱିଟ୍ କରିଛନ୍ତି ।

ତେବେ କେବଳ ସସ୍ମିତ ନୁହଁନ୍ତି ଅପରାଜିତାଙ୍କ ଏହି ଟ୍ୱିଟ୍ କୁ ନେଇ ବହୁ ଲୋକ ସମାଲୋଚନା କରିଛନ୍ତି ।  କେବଳ ଯେ ରାଜ୍ୟ ତା ନୁହେଁ ରାଜ୍ୟ ବାହାରର ଲୋକମାନେ ମଧ୍ୟ ନବୀନଙ୍କ ସପକ୍ଷରେ ବାହାରିଛନ୍ତି ।  ଫଟୋ ପ୍ରତିଯୋଗିତା ନବୀନ ନୁହଁନ୍ତି ବରଂ  ପ୍ରଧାନମନ୍ତ୍ରୀ ମୋଦି ଆରମ୍ଭ କରିଥିଲେ ବୋଲି କହି ଏହି ଟ୍ୱିଟର ୟୁଜର୍ସ ଅପରାଜିତାଙ୍କୁ ସମାଲୋଚନା କରିଛନ୍ତି।

ସେପ୍ଟେମ୍ବର ସୁଦ୍ଧା ଦେଶରେ ଶିଶୁମାନଙ୍କୁ ଦିଆଯିବ ଟିକା

ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଦେଶରେ ଶିଶୁମାନଙ୍କ ଲାଗି ଆରମ୍ଭ ହୋଇପାରେ ଟିକାକରଣ । ଏନେଇ ଦିଲ୍ଲୀ ଏମସ ମୁଖ୍ୟ ଡାକ୍ତର ରଣଦୀପ ଗୁଲେରିଆ ସୂଚନା ଦେଇଛନ୍ତି। କୋଭିଡ ୧୯ ଟାସ୍କଫୋର୍ସ ସଦସ୍ୟ ଗୁଲେରିଆ କହିଛନ୍ତି, ସେପ୍ଟେମ୍ବର ସୁଦ୍ଧା କୋଭାକ୍ସିନର ଦ୍ୱିତୀୟ ଓ ତୃତୀୟ ଟ୍ରାଏଲ ସରିବ। ଏହାସହ ସେହି ମାସରେ ଏହାକୁ ମଞ୍ଜୁରୀ ମିଳିବ।

ଫଳରେ ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଶିଶୁଙ୍କୁ ଟିକାକରଣ ପ୍ରକ୍ରିୟା ସମ୍ଭାବନା ରହିଛି । ଯଦି ଦେଶରେ ଫାଇଜର ବାୟୋଏନଟେକର ଭାକ୍ସିନକୁ ସବୁଜ ସଂକେତ ମିଳେ, ତେବେ ଶିଶୁମାନଙ୍କ ଲାଗି ଏହା ଏକ ବିକଳ୍ପ ହେବ । ଦିଲ୍ଲୀ ଏମସ ପକ୍ଷରୁ ଶିଶୁଙ୍କ କ୍ଷେତ୍ରରେ ଏହାର ସ୍କ୍ରିନିଂ କରାଯାଉଛି । ୨ରୁ ୧୭ ବର୍ଷ ବୟସ୍କଙ୍କ କ୍ଷେତ୍ରରେ ଏହାର ଟ୍ରାଏଲ ଚାଲିଛି । ଗତ ମେ ୧୨ ତାରିଖରେ ଶିଶୁଙ୍କ କ୍ଷେତ୍ରରେ କୋଭାକ୍ସିନର ଫେଜ ୨ ଟ୍ରାଏଲ କରିବା ଲାଗି ଡିସିଜିଆଇ ଭାରତ ବାୟୋଟେକକୁ ଅନୁମତି ଦେଇଛି।