spot_img
Home Blog Page 5512

ସ୍ୱାସ୍ଥ୍ୟ ଅଧିକାରୀଙ୍କ ପାଗଳାମୀ: ମହିଳାଙ୍କୁ ୫ ମିନିଟରେ ଦେଇଦେଲେ କୋଭିସିଲ୍ଡ, କୋଭାକ୍ସିନ

ପାଟନା: କୋଭିସିଲ୍ଡ ନେବାର ୫ ମିନଟ ପରେ ଜଣେ ମହିଳାଙ୍କୁ ଦିଆଗଲା କୋଭାକ୍ସିନ ଟିକା । ଏହି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ବିହାରରେ । ପଦାରେ ପଡିଛି ସ୍ଥାନୀୟ ସ୍ବାସ୍ଥ୍ୟ ଅଧିକାରୀଙ୍କ ଦାୟିତ୍ବହୀନତା । ସୁନୀଳା ଦେବୀ ନାମ୍ନୀ ଏହି ମହିଳା ବିହାରର ପାଟନା ଅନ୍ତର୍ଗତ ପୁନପୁନ ବ୍ଲକର ଏକ ଗାଁର ଟିକାକରଣ କେନ୍ଦ୍ରକୁ ଯାଇଥିଲେ । ସେ ଲାଇନରେ ଠିଆ ହୋଇ କୋଭିସିଲ୍ଡ ନେଇଥିଲେ । ଟିକା ନେବା ପରେ ତାଙ୍କୁ ଅବଜର୍ଭେସନ ରୁମକୁ ନିଆଯାଇଥିଲା ।

ସେଠାରେ ବସିବାର ୫ ମିନଟ ପରେ ଜଣେ ନର୍ସ ଆସି ତାଙ୍କୁ ଡାକି ନେଇ ଟିକାକରଣ ରୁମକୁ ନେଇଯାଇଥିଲେ । ସେଠାରେ ତାଙ୍କୁ କୋଭାକ୍ସିନ ଦିଆଯାଇଥିଲା । ଏପରିକି ମହିଳା ଜଣକ ଟିକା ନେବା କଥା କହିଥିଲେ ମଧ୍ୟ ଉକ୍ତ ନର୍ସ ତାଙ୍କୁ ସେହି ହାତରେ ଆଉ ଏକ ଟିକା ନେବାକୁ କହିଥିଲେ । ଏଥିଲାଗି ଦାୟୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସୁନୀଳା ଦାବି କରିଛନ୍ତି ।

ଦେବାଶିଷ ପାଣିଗ୍ରାହୀଙ୍କ ଦେହାନ୍ତରେ ରାଜ୍ୟ IPS ସଂଘର ଶ୍ରଦ୍ଧାଞ୍ଜଳୀ, ପୋଲିସ ଡିଜିଙ୍କ ଅଧ୍ୟକ୍ଷତାରେ ଶୋକ ସଭା

ଭୁବନେଶ୍ୱର: ଭାରତୀୟ ପୋଲିସ ସେବାର ବରିଷ୍ଠ ଅଧିକାରୀ ତଥା ରାଜ୍ୟ ଦୁର୍ନୀତି ନିବାରଣ ବିଭାଗର ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗରେ ରାଜ୍ୟ ଆଇ.ପି.ଏସ୍. ସଂଘର ସଭ୍ୟ ସଭ୍ୟାମାନେ ଗଭୀର ମର୍ମାହତ ହୋଇଛନ୍ତି  । ଅପରାହ୍ନରେ ଡିଜିପି କ୍ୟାମ୍ପ ଅଫିସଠାରେ ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମାଧ୍ୟମରେ ଏକ ଶୋକ ସଭା ଆୟୋଜନ କରାଯାଇ ସ୍ୱର୍ଗତଃ ଡଃ ପାଣିଗ୍ରାହୀଙ୍କ ସ୍ମୃତିଚାରଣ କରାଯାଇଥିଲା  । ଏହି ଅବସରରେ ସ୍ୱର୍ଗତଃ ଡଃ ପାଣିଗ୍ରାହୀଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ କରାଯିବା ସହ ତାଙ୍କର ଅମର ଆତ୍ମାର ସଦ୍‌ଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା  ।

ସେପଟେ ସଂଘ ତରଫରୁ ସ୍ୱର୍ଗତଃ ଡଃ ପାଣିଗ୍ରାହୀଙ୍କ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରାଯାଇଥିଲା  । ପ୍ରାରମ୍ଭରେ ପୋଲିସ କମିଶନର ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ, ସ୍ୱର୍ଗତଃ ଡଃ ପାଣିଗ୍ରାହୀଙ୍କ ଚାକିରି ଜୀବନ ଉପରେ ଆଲୋକପାତ କରିଥିଲେ  । ୧୯୬୫ ମସିହାରେ ବାଲେଶ୍ୱରରେ ଜନ୍ମିତ ଡଃ ପାଣିଗ୍ରାହୀ ଓଡିଶା କ୍ୟାଡରର ଆଇପିଏସ୍‌ ଭାବେ କେନ୍ଦୁଝର, ଭୁବନେଶ୍ୱର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଭିଜିଲାନ୍ସ ଏସ୍‌ପି, ଭୁବନେଶ୍ୱର କଟକ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ଭାବେ ସଫଳତାର ସହ କାର୍ଯ୍ୟ କରିଥିଲେ  । ଏପରିକି ଡିଆଇଜି ପୁଲିସ (ପ୍ରଶାସନ), ଆଇଜି ପୁଲିସ (କାର୍ମିକ), ଆଇଜି ପୁଲିସ (ଆଧୁନିକିକରଣ), ଏଡିଜି ପୁଲିସ (କାର୍ମିକ), କଟକ ମୁଖ୍ୟାଳୟ ସହ ଗୃହ ବିଭାଗର ବିଭିନ୍ନ ପଦ ପଦବୀରେ କାର୍ଯ୍ୟ କରିଥିଲେ  ।

ପରେ ସେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ଭିଜିଲାନ୍ସ ବିଭାଗରେ ସୁଚାରୁ ରୂପେ କାର୍ଯ୍ୟ ତୁଲାଇଥିଲେ ୨୦୧୭ ନଭେମ୍ୱର ୧ ତରିଖରେ ସେ ଭିଜିଲାନ୍ସ ନିର୍ଦ୍ଦେଶକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ  ।
ଏହି ସଭାରେ ଆର୍. କେ. ଶର୍ମା, ‌ଆଇ.ପି.ଏସ୍, ନିର୍ଦ୍ଦେଶକ (ଇଣ୍ଟେଲିଜେନ୍ସ୍) ,  ସୌମେନ୍ଦ୍ର ପ୍ରିୟଦର୍ଶୀ, ‌ଆଇ.ପି.ଏସ୍, ପୋଲିସ କମିଶନର, ଅମିତାଭ ଠାକୁର, ‌ଆଇ.ପି.ଏସ୍, ଆଇ. ଜି (ଅପରେସନ୍) ଉପସ୍ଥିତ ଥିଲେ  ।

ବାହାରକୁ ଆସିଲା ବିଗବସ୍-୧୫ର ଥିମ୍ ! ଏଥର ୨ କି ୩ ମାସ ନୁହେଁ ୬ମାସ ପର୍ଯ୍ୟନ୍ତ ଚାଲିପାରେ ଶୋ

ମୁମ୍ବାଇ: ବିଗ୍ ବସ ୧୫କୁ ନେଇ ଏବେ ପ୍ରଶଂସକଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି । ଟିଭିର ସବୁଠାରୁ ବିବାଦୀୟ ଶୋ ପୁଣି ଥରେ ପ୍ରସାରିତ ହେବାକୁ ଯାଉଛି । ଶୋ ସହିତ ଜଡିତ କିଛି ନୂଆ ତଥ୍ୟ ଏବେ ସାମ୍ନାକୁ ଆସିଛି । ବିଗବସ୍ ୧୫ରେ ପ୍ରତିଯୋଗୀଙ୍କ ଲିଷ୍ଟ ଏବେ ପ୍ରଶଂସକଙ୍କୁ ଆକୃଷ୍ଠ କରିଛି । ଏନେଇ ଅନେକ ସେଲିବ୍ରେଟଙ୍କ ନାମ ମଧ୍ୟ ବାହାରକୁ ଆସିବାରେ ଲାଗିଛି । ଏହା ମଧ୍ୟ କୁହାଯାଉଛି ଯେ ସିଜନ ୧୫ ଦୁଇ-ତିନି ମାସ ପାଇଁ ନୁହେଁ ବରଂ ୬ ମାସ ପାଇଁ ଟେଲିକାଷ୍ଟ ହୋଇପାରେ । ତେବେ ଏମଧ୍ୟରେ , ବର୍ତ୍ତମାନ ଶୋ ବିଷୟରେ ଆଉ ଏକ ନୂଆ ଅପଡେଟ୍ ଆସିଛି । ବିଗବସର ନିର୍ମାତା ନିକଟରେ ଏକ ବୈଠକ କରିଛନ୍ତି । ସୂଚନା ଅନୁଯାୟୀ ଏହି ବୈଠକରେ ଘରର ଡିଜାଇନ୍, ସିଜନର ଥିମ୍, ସେଲିବ୍ରିଟି ଏବଂ ସାଧାରଣ ଲୋକଙ୍କ ବିଷୟରେ ଆଲୋଚନା ହୋଇଥିଲା । ନିର୍ମାତାମାନେ ଏକ ସ୍ୱତନ୍ତ୍ର ଫର୍ମାଟ୍ ଖୋଜୁଛନ୍ତି । ଏଥର ସାଧାରଣ ଲୋକମାନେ ମଧ୍ୟ ବିଗବସର ଅଂଶ ରହିବେ ।

ସୂଚନାନୁସାରେ, ଯେଉଁ ସାଧାରଣ ଲୋକମାନେ ପ୍ରକ୍ରିୟା ମାଧ୍ୟମରେ ସିଲେକ୍ଟ ହେବେ, ସିଜିନ ଆରମ୍ଭ ହେବା ପୂର୍ବରୁ ହିଁ ସେମାନେ ଗୋଟିଏ ଗୋଟିଏ ଘରେ ରହିବେ । ଟିଭିରେ ଟେଲିକାଷ୍ଟ ହେବା ପୂର୍ବରୁ ଏହା ଭୁଟରେ ପ୍ରସାରିତ ହେବ । ଦର୍ଶକମାନେ ଏହି ସାଧାରଣ ଲୋକଙ୍କୁ ଭୋଟ୍ ଦେବାର ସୁଯୋଗ ପାଇବେ, ସେମାନେ ଯେକୌଣସି ୪-୫ ସାଧାରଣ ଲୋକଙ୍କୁ ଚୟନ କରିପାରିବେ ଏବଂ ଗ୍ରାଣ୍ଡ୍ ପ୍ରିମିୟର ଦିନ ବିଗବସ୍ ଘରକୁ ପଠାଇ ପାରିବେ ।

ଏହା ମଧ୍ୟ କୁହାଯାଇଛି ଯେ ବିଗବସ୍ ୧୫ର ସେଟ୍ ତିଆରି କରିବାର କାମ ଆରମ୍ଭ ହେବାକୁ ଯାଉଛି। ଏହାସହ ଘରର ଡିଜାଇନ୍ ଚୂଡାନ୍ତ ହୋଇସାରିଛି । ବିଗବସ୍ ୧୫ର ଏକ ଅଂଶ ହେବାକୁ ଅନେକ ସେଲିବ୍ରିଟିଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ତେବେ, ଏହି କଳ୍ପନାଜଳ୍ପନାରେ କେତେ ସତ୍ୟତା ଅଛି, ଶୋ ପ୍ରସାରିତ ହେବା ପରେ ହିଁ ଜଣା ପଡିବ । ଏଥର ମଧ୍ୟ ସଲମାନ ଖାନ ରିଆଲିଟି ସୋ ହୋଷ୍ଟିଂ କରିବେ। ଗତ ସିଜନ୍ ଟିଭି ଅଭିନେତ୍ରୀ ରୁବିନା ଦିଲିକ୍ ଜିତିଛନ୍ତି ।

ଉତ୍ତରାଖଣ୍ଡ ପାଇଁ ଦୁଃଖ ଆଣିଲା ମୌସୁମୀ, ଦେଖାଦେଲାଣି ବନ୍ୟାସ୍ଥିତି

ଡେରାଡୁନ: ଉତ୍ତରାଖଣ୍ଡ ପାଇଁ ଦୁଃଖ ଆଣିଲା ମୌସୁମୀ । ପ୍ରବଳ ବର୍ଷା ଯୋଗୁଁ ହିମାଳୟ ପାଦ ଦେଶରେ ଥିବା ଉତ୍ତରାଖଣ୍ଡରେ ବନ୍ୟା ସ୍ଥିତି ଦେଖାଦେଇଛି । ପାଣିପାଗ ବିଭାଗ ମଧ୍ୟ କିଛି ଜିଲ୍ଲାରେ ହାଇ ଆଲର୍ଟ ଜାରି କରିଛି । ଚମୋଲି, ପିଥୋରାଗଗଡ଼, ବାଗେଶ୍ବରରେ ପ୍ରବଳ ବର୍ଷା ଯୋଗୁଁ ରେଡ ଆଲର୍ଟ ଜାରି କରାଯାଇଛି । ରୁଦ୍ରପ୍ରୟାଗ, ନୈନିତାଲ, ଚମ୍ପାବତରେ ମଧ୍ୟ ପ୍ରବଳ ବର୍ଷା ଯୋଗୁଁ ସ୍ଥିତି ଏବେ ଅଣାୟତ । କରୋନା ସଂକ୍ରମଣ କମିଥିବାରୁ ରାଜ୍ୟ ବାହାରୁ ପର୍ଯ୍ୟଟକ ସଂଖ୍ୟା ବଢିବାରେ ଲାଗିଛି । ଏ

ଥିପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ବିପଦ ସଙ୍କେତ ଉପରେ ବହୁଥିବା ନଦୀ ପାଖକୁ ଯିବା ପାଇଁ ମନା କରାଯାଇଛି । ପ୍ରବଳ ବର୍ଷା ଯୋଗୁଁ ଲୋକଙ୍କୁ ଅତି ଆବଶ୍ୟକ ନଥିଲେ ଘରୁ ନବାହାରିବାକୁ କୁହାଯାଇଛି । ଅଳକାନନ୍ଦା ନଦୀରେ ଜଳସ୍ତର ଅଚାନକ ବଢି ଜନବସତି ଆଡ଼କୁ ମାଡି ଆସିଛି ବନ୍ୟାଜଳ । ଛୋଟ ଛୋଟ ମନ୍ଦିର ଉପରେ ନଦୀଜଳ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି । ରାଜଧାନୀ ଡେରାଡୁନ୍‌ରେ ମଧ୍ୟ ସ୍ଥିତି ସାଂଘାତିକ । ଗୁରୁବାର ରାତିରୁ ଅନବରତ ବର୍ଷା ହେଉଛି ।

ୟୁପି ରାଜନୀତିରେ ମୋଦିଙ୍କ ବିଶ୍ୱସ୍ଥ ଏ.କେ ଶର୍ମାଙ୍କ ଏଣ୍ଟ୍ରି

ଲକ୍ଷ୍ନୌ: ୟୁପି ରାଜନୀତିରେ ଏଣ୍ଟ୍ରି କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଶ୍ୱସ୍ଥ ଏ.କେ ଶର୍ମା । ଉତ୍ତରପ୍ରଦେଶର ସଂଗଠନରେ ଏକ ପଦବୀ ଦେଇ କଳ୍ପନା ଜଳ୍ପନାର ଅନ୍ତ ଘଟାଇଛନ୍ତି ମୋଦି। ଏ.କେ ଶର୍ମାଙ୍କୁ ଦଳ ରାଜ୍ୟ ଉପାଧ୍ୟକ୍ଷର ଦାୟିତ୍ୱ ଦେଇଛନ୍ତି। ଏଥିସହ ରାଜ୍ୟ ଅଧ୍ୟକ୍ଷ ସ୍ୱତନ୍ତ୍ର ଦେବ ସିଂ ଅର୍ଚ୍ଚନା ମିଶ୍ରା ଏବଂ ଅମିତ ବାଲମିକିଙ୍କୁ ରାଜ୍ୟ ମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି। ସୂଚନାଯୋଗ୍ୟ ଯେ ଗୁଜୁରାଟ କ୍ୟାଡରର ୧୯୮୮ ବ୍ୟାଚ୍ ଆଇଏଏସ୍ ଅରବିନ୍ଦ କୁମାର ଶର୍ମାଙ୍କୁ ଜାନୁଆରୀ ୧୪, ୨୦୨୧ ରେ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ବିଜେପିର ରାଜ୍ୟ ସଭାପତି ସ୍ୱତନ୍ତ୍ର ଦେବ ସିଂ ଏବଂ ଉପମୁଖ୍ୟମନ୍ତ୍ରୀ ଡଃ ଦୀନେଶ ଶର୍ମା ଉପସ୍ଥିତିରେ ଏ.କେ ଶର୍ମାଙ୍କୁ ବିଜେପି ଦଳର ସଦସ୍ୟତା ପ୍ରଦାନ କରାଯାଇଥିଲା । କାରଣ ଅରବିନ୍ଦ କୁମାର ଶର୍ମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟତମ ଲୋକମାନଙ୍କ ମଧ୍ୟରୁ ଜଣେ । ଏବଂ ୟୁପିରେ ନିର୍ବାଚନ ସମୟରେ ବିଜେପିରେ ଯୋଗ ଦେଇ ନିଜର ଅଭିଜ୍ଞତା ଓ କୌଶଳତାର ପ୍ରମାଣ ଦେଇଥିଲେ ଶର୍ମା ।

ପରେ ତାଙ୍କୁ ବିଧାନ ପରିଷଦର ସଦସ୍ୟ କରାଯାଇଥିଲା। ଏଭଳି ପରିସ୍ଥିତିରେ ତାଙ୍କର ଅନ୍ୟ ବଡ ଭୂମିକା ବିଷୟରେ କଳ୍ପନାଜଳ୍ପନା କରାଯାଉଥିଲା। ଘଟଣାକ୍ରମ ପରେ ସଂଗଠନ ଠାରୁ ଆରମ୍ଭ କରି ସରକାର ପର୍ଯ୍ୟନ୍ତ କିଛି ବଡ ଚେହେରାଙ୍କ ହୃଦସ୍ପନ୍ଦନ ବଢିଯାଇଥିଲା । କିନ୍ତୁ ରାଜ୍ୟ ଉପାଧ୍ୟକ୍ଷ ହେବା ପରେ ଆଭ୍ୟନ୍ତରୀଣ ରାଜନୈତିକ ଅସ୍ଥିରତା ଉପରେ ବିରାମ ଲାଗିବ ବୋଲି କୁହାଯାଉଛି ।

ଉଲ୍ଲେଖନୀୟ ବିଷୟ ହେଉଛି, ଯେତେବେଳେ କରୋନା ସଂକ୍ରମଣ ବୃଦ୍ଧି ପାଉଥିଲା, ସେତେବେଳେ ଅମ୍ଳଜାନକୁ ନେଇ ଲୋକଙ୍କ ମଧ୍ୟରେ ହାହାକାର ଦେଖାଦେଇଥିଲା । ଆଉ ସେହି ସମୟରେ ଏ.କେ ଶର୍ମା  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀରେ ନିଜର ଦାୟିତ୍ୱ ପୂର୍ବକ କର୍ତ୍ତବ୍ୟର ଖୁବ୍ ସୁନ୍ଦର ଭାବେ ନିର୍ବାହ କରିଥିଲେ । ପରେ ସେ ପୁରା ପୂର୍ବାଞ୍ଚଳର ଦାୟିତ୍ୱ ସମ୍ଭାଳି ଥିଲେ । ବାରାଣାସି ବୈଠକ ସମୟରେ ଯେତେବେଳେ ମୋଦୀ ଏକ ଭର୍ଚୁଆଲ ମିଟିଂ ନେଉଥିଲେ, ସେତେବେଳେ ସେ ଏମଏଲସି ଏବଂ ପୂର୍ବତନ ଅମଲାତନ୍ତ୍ରକୁ ମଧ୍ୟ ପ୍ରଶଂସା କରିଥିଲେ। ଏହା ପରେ, ପୁଣିଥରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିଲେ ଏ.କେ ଶର୍ମା । ତେବେ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଭଳି ପରିସ୍ଥିତିରେ ସଂଗଠନରେ ତାଙ୍କର ଦାୟିତ୍ୱ ବିଜେପି ପାଇଁ ଆଗାମୀ ପରିସ୍ଥିତକୁ ସହଜ କରିପାରେ ବୋଲି ଆକଳନ କରାଯାଉଛି ।

ମୁଖ୍ୟମନ୍ତ୍ରୀ ଉଦଘାଟନ କଲେ ୨ ଶହ ଶଯ୍ୟାର କୋଭିଡ ହସ୍ପିଟାଲ, ମେଡ଼ିକାଲରେ ଅଛି ICU ଓ HDU

ଭବାନୀପାଟଣା:  କୋଭିଡ୍‌ ହସ୍ପିଟାଲ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨ ଶହ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଉଦ୍‌ଘାଟିତ ହୋଇଛି । ବେଦାନ୍ତ ଗ୍ରୁପ୍‌ ଏହି କୋଭିଡ ହସ୍ପିଟାଲ ପରିଚାଳନା କରିବ । ଏଠାରେ ଭେଣ୍ଟିଲେଟର ଓ ଅକ୍ସିଜେନର ବ୍ୟବସ୍ଥା ରହିଛି । ଶିଶୁଙ୍କ ପାଇଁ ରହିଛି ସ୍ବତନ୍ତ୍ର କୋଭିଡ ଓ୍ବାର୍ଡ । ଉଦ୍‌ଘାଟନ କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ, ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ବେଦାନ୍ତ ଚେୟାରମ୍ୟାନ୍‌ ଅନୀଲ ଅଗ୍ରଓ୍ବାଲ ପ୍ରମୁଥ ଉପସ୍ଥିତ ଥିଲେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ କଳାହାଣ୍ଡିର ଭବାନୀପାଟଣା ଠାରେ ବେଦାନ୍ତ ଗ୍ରୁପ ସହଯୋଗରେ ନିର୍ମିତ ଏକ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍‌ପିଟାଲ ଉଦ୍‌ଘାଟନ କରିଛନ୍ତି। ଏଥିରେ ୧୬ଟି ICU ଓ ୧୬ଟି HDU ଶଯ୍ୟା ସହିତ ଏକ ସ୍ବତନ୍ତ୍ର ଶିଶୁ ଚିକିତ୍ସା ୱାର୍ଡ ମଧ୍ୟ ରହିଛି । ଏଥିରେ ସମସ୍ତ ପ୍ରକାର ଆଧୁନିକ ଚିକିତ୍ସା ଉପକରଣ ରଖାଯାଇଛି । ଏହାଦ୍ବାରା କଳାହାଣ୍ଡି ଓ ଆଖପାଖ ଅଞ୍ଚଳର ଲୋକମାନେ ଉନ୍ନତମାନର କୋଭିଡ ଚିକିତ୍ସା ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ହସ୍‌ପିଟାଲ ପାଇଁ ବେଦାନ୍ତ ଗ୍ରୁପ ତଥା ଏହାର ଅଧ୍ୟକ୍ଷ  ଅନିଲ ଅଗ୍ରୱାଲଙ୍କୁ ଧନ୍ୟବାଦ ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ହସ୍‌ପିଟାଲରେ ଚିକିତ୍ସା ଠାରୁ ଆରମ୍ଭ କରି ରୋଗ ନିରୂପଣ, ଔଷଧ, ଖାଦ୍ୟ ଆଦି ସବୁ ମାଗଣାରେ ଯୋଗାଇ ଦିଆଯିବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏକବିଂଶ ଶତାଦ୍ଦୀର କଳାହାଣ୍ଡି ବିଂଶ ଶତାଦ୍ଦୀର କଳାହାଣ୍ଡି ଠାରୁ ବହୁତ ଆଗକୁ ଯାଇପାରିଛି । ଗତ ଦୁଇ ଦଶକ ମଧ୍ୟରେ ବିକାଶର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି କରିଛି । ଏ ରୂପାନ୍ତର ବାସ୍ତବିକ ଉଲ୍ଲେଖନୀୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । କଳାହାଣ୍ଡି ଆଜି ସାରା ଦେଶକୁ ଖାଦ୍ୟ ଯୋଗାଉଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ କଳାହାଣ୍ଡିର ଏ ରୂପାନ୍ତର, କଳାହାଣ୍ଡି ଜିଲ୍ଲାର ଚାଷୀଭାଇ, ଯୁବସମାଜ ଓ ମା ମାନଙ୍କ ଉଦ୍ୟମ ଯୋଗୁ ସମ୍ଭବ ହୋଇପାରିଛି । କୋଭିଡ ମୁକାବିଲାରେ ରାଜ୍ୟର ପଦକ୍ଷେପ ସଂପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗତ କିଛି ଦିନ ମଧ୍ୟରେ ରାଜ୍ୟରେ ୧୫ଟି ଅକ୍‌ସିଜେନ ପ୍ଲାଣ୍ଟ ପାଇଁ କାମ ଆରମ୍ଭ ହୋଇଛି । ଆଗାମୀ ଦୁଇ ମାସ ମଧ୍ୟରେ ଏଥିରୁ ଉତ୍ପାଦନ ଆରମ୍ଭ ହେବ। କୋଭିଡର ଦ୍ବିତୀୟ ଲହରରେ ରୋଗୀ ମାନଙ୍କୁ ଅକ୍‌ସିଜେନ ସ୍ତର କମିବା ଯୋଗୁ ସାରା ଦେଶରେ ଅକ୍‌ସିଜେନ ଯୋଗାଣ ଉପରେ ଅତ୍ୟଧିକ ଚାପ ସୃଷ୍ଟି ହୋଇଥିଲା ।

ଏଭଳି ସମୟରେ ଓଡିଶା ୧୮ଟି ରାଜ୍ୟକୁ ଅକ୍‌ସିଜେନ ଯୋଗାଇ ଅନେକ ମୂଲ୍ୟବାନ ଜୀବନ ବଞ୍ଚାଇପାରିଛି । ଏଭଳି ସଂକଟ ସମୟରେ ମାନବତାର ସେବା ପାଇଁ ସୁଯୋଗ ପାଇବା ଓଡିଶାବାସୀଙ୍କ ପାଇଁ ନିଶ୍ଚିତ ଭାବରେ ସମ୍ମାନର ବିଷୟ ବୋଲି ମୁଖ୍ୟମନ୍ତ୍ରୀ ମତପ୍ରକାଶ କରିଥିଲେ । କୋଭିଡର ଦ୍ବିତୀୟ ଲହରର ମୁକାବିଲାରେ କଳାହାଣ୍ଡିବାସୀ ଯେପରି ସାହସ ପ୍ରଦର୍ଶନ କରିଛନ୍ତି ସେଥିପାଇଁ ଜିଲ୍ଲାବାସୀଙ୍କୁ ତଥା ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ଆଶା ଓ ଅଂଗନବାଡୀ କର୍ମୀ ମାନଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ତୃତୀୟ ଲହର ପାଇଁ ଏବେଠାରୁ ପ୍ରସ୍ତୁତ ରହିବାକୁ ପୁଣି ଥରେ ପରାମର୍ଶ ଦେଇ ଜନସାଧାରଣଙ୍କୁ ସମସ୍ତଙ୍କୁ ଡବଲ ମାସ୍କ ପିନ୍ଧିବା ସହିତ ଟିକା ନିଶ୍ଚୟ ନେବା ପାଇଁ ନିବେଦନ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମହାମାରୀ ହେଉ, ବା ପ୍ରାକୃତିକ ବିପର୍ଯ୍ୟୟ, ଆମେ ଯଦି ଠିକ୍‌ ଭାବରେ ଆଗରୁ ପ୍ରସ୍ତୁତ ହୋଇ ରହିବା, ତେବେ ଆମେ ନିଶ୍ଚୟ ବିଜୟ ଲାଭ କରିବା ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବ ଦାସ କଳାହାଣ୍ଡିରେ କୋଭିଡ ହସ୍‌ପିଟାଲ ସହିତ ମେଡିକାଲ କଲେଜ, ଜଳସେଚନର ବିକାଶ ଆଦି ବ୍ୟାପକ ବିକାଶମୂଳକ କାମ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଶକ୍ତିମନ୍ତ୍ରୀ ଶ୍ରୀ ଦିବ୍ୟଶଂକର ମିଶ୍ର କହିଥିଲେ ଯେ କଳାହାଣ୍ଡିରେ କୋଭିଡ ମୁକାବିଲା ପାଇଁ ଦୁଇଟି ଅକ୍‌ସିଜେନ ପ୍ଲାଣ୍ଟ କରାଯାଇଛି, ହସ୍‌ପିଟାଲରେ ଭେଣ୍ଟିଲେଟର ବ୍ୟବସ୍ଥା କରାଯାଇଛି। ତେଣୁ କଳାହାଣ୍ଡିବାସୀ ଉନ୍ନତ କୋଭିଡ ଚିକିତ୍ସା ପାଇପାରିବେ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ କଳାହାଣ୍ଡି ସାଂସଦ  ବସନ୍ତ ପଣ୍ଡା, ରାଜ୍ୟସଭା ସାଂସଦ  ସୁଜିତ୍‌ କୁମାର, ଧର୍ମଗଡ ଓ ଲାଞ୍ଜିଗଡର ବିଧାୟକ ଯୋଗ ଦେଇ କୋଭିଡ ହସ୍‌ପିଟାଲ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବଦ ଦେଇଥିଲେ .

ଏହି କାର୍ଯ୍ୟକ୍ରମରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଯୋଗ ଦେଇ ବେଦାନ୍ତ ଗ୍ରୁପ ଅଧ୍ୟକ୍ଷ ଅନିଲ ଅଗ୍ରୱାଲ କଳାହାଣ୍ଡିର ବିକାଶ ଓ ଓଡିଶାର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚପ୍ରଶଂସା କରିଥିଲେ । ସେ କହିଥିଲେ ଯେ କଳାହାଣ୍ଡି ମୁଖ୍ୟମନ୍ତ୍ରୀଙ୍କ ହୃଦୟରେ ରହିଛି । ମୁଁ ତାଙ୍କୁ ଯେତେବେଳେ ଭେଟିଛି, ସେ ସବୁବେଳେ କଳାହାଣ୍ଡିର ବିକାଶ ସଂପର୍କରେ ମୋ ସହିତ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ ସବୁବେଳେ ଲୋକଙ୍କ ଉନ୍ନତି ଓ ରାଜ୍ୟର ବିକାଶ କଥା ଚିନ୍ତା କରନ୍ତି। ବାତ୍ୟା ସମୟରେ ମୁଖ୍ୟମନ୍ତ୍ରୀ ଯେଉଁଭଳି ଭାବରେ ନେତୃତ୍ବ ନେଇ ମୁକାବିଲା କଲେ ଓ ଲୋକଙ୍କ ଜୀବନର ସୁରକ୍ଷା କଲେ, ତାହା ଆଜି ସମଗ୍ର ବିଶ୍ବରେ ଚର୍ଚ୍ଚାର ବିଷୟ ହୋଇଛି । ଆମେ ଅନେକ ରାଜ୍ୟରେ କାମ କରୁଛୁ, କିନ୍ତୁ ଓଡିଶାରେ କାମ କରିବାର ଅଭିଜ୍ଞତା ମୋତେ ସବୁଠାରୁ ଭଲ ଅନୁଭବ ଦେଇଛି ବୋଲି ସେ କହିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି)  ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କଳାହାଣ୍ଡି ଜିଲ୍ଲାପାଳ ସ୍ବାଗତ ଭାଷଣ ଦେଇଥିଲେ ଏବଂ ବେଦାନ୍ତ ର CFO ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଶିଳ୍ପ ବିଭାଗ ପ୍ରମୁଖ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ମୋବାଇଲକୁ ଆସିନି ମେସେଜ କିମ୍ବା କଲ, କିନ୍ତୁ ଟଙ୍କା ଲୁଟିନେଲେ ସାଇବର ଅପରାଧି

ଭୁବନେଶ୍ୱର: ରାଜଧାନୀରେ ପୁଣି ମାତିଲେ ସାଇବର ଠକ । ଜଣେ ବ୍ୟକ୍ତିଙ୍କ କ୍ରେଡିଟ କାର୍ଡରୁ ହୋଇଛି ଏଭଳି ସାଇବର ଠକେଇ  । ବଡ କଥା ହେଉଛି ମୋବାଇଲ କୁ କୌଣସି ମେସେଜ କିମ୍ବା କଲ ଆସି ନଥିବା ବେଳେ ରାତି 12 ଟା ରେ ଆପେ ଆପେ 19 ଥର ଟ୍ରାଞ୍ଜେକ୍ସନରେ 31 ହଜାର କଟିଲା ଟଙ୍କା । ଏନେଇ ସେ ସାଇବର ସେଲ ରେ ଅଭିଯୋଗ କରିଛନ୍ତି । ସେହିଭଳି ଅନ୍ୟ ଜଣେ ମହିଳାଙ୍କ ଠାରୁ BSNL ନମ୍ବର ବନ୍ଦ ହୋଇଯିବ। ରିଚାର୍ଜ କରିବାକୁ କହି 50 ହଜାର ଠକେଇ ହୋଇଛି। କଳିଙ୍ଗ ନଗରର ଆଉ ଜଣଙ୍କ ବୃଦ୍ଧ ଲୋକଙ୍କ ଠାରୁ kyc ଅପଡେଟ କରିବକୁ କହି 50 ହଜାର ଠକେଇ ନେଇ ସାଇବର ଥାନାରେ ଅଭିଯୋଗ ହୋଇଛି ।

ସୋସିଆଲ ମିଡିଆର ବ୍ୟବହାର ଭିତରେ ସକ୍ରୀୟ ହେବାରେ ଲାଗିଛନ୍ତି ସାଇବର ଅପରାଧି  । ସବୁଠାରୁ ବଡ଼ କଥା ହେଉଛି ବିନା କୈଣସି ମେସେଜ କିମ୍ବା କଲରେ ସାଇବର ଇପରାଧି ଆକାଉଣ୍ଟକୁ କଳାକନା ବୁଲାଇଛନ୍ତି  । ୧୯ ଥରର ଟ୍ରାଞ୍ଜାକ୍ସନରେ ୩୧ ହଜାର ଲୁଟିନେଇଛନ୍ତି  । ସାଇବର ସେଲରେ ଅଭିଯୋଗ ପାଇବା ପରେ ପୋଲିସ ଏ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି  ।

ନିଶା ପାଇଁ ୧୦ ଦିନର ପୁଅକୁ ୧୦ ହଜାରରେ ବିକିଦେଲା ବାପା…

ଭୁବନେଶ୍ୱର:  ରାଜଧାନୀ ଭୁବନେଶ୍ୱରରେ ଦଶ ଦିନର ଶିଶୁକୁ ୧୦ ହଜାର ଟଙ୍କାରେ ବିକ୍ରି  । ଖାରବେଳନଗର ଅଞ୍ଚଳରୁ ଉଦ୍ଧାର ହୋଇଛି ୧୦ ଦିନର ଶିଶୁ ପୁତ୍ର । ଖାରବେଳନଗର ପୋଲିସ ସହଯୋଗରେ ଉଦ୍ଧାର କରିଛି CWC । ଖବର ପାଇବା ପରେ ଥାନାରେ ମାମଲା ରୁଜୁ କରିଥିଲା CWC । ଶିଶୁ ପୁତ୍ରକୁ କିଣିଥିବା ମହିଳାଙ୍କୁ ଅଟକ ରଖି ପଚରାଉଚରା ହୋଇଥିଲା । ଏହା ପରେ ସମସ୍ତ ସତ ସାମ୍ନାକୁ ଆସିଥିଲା । ନିଶା ପାଇଁ ୧୦ ଦିନର ଶିଶୁକୁ ବିକିଥିଲା ତାର ବାପା ।

ମିଳିଥିବା ଖବର ଅନୁଯାୟୀ ନିଶା ପାଇଁ ଶିଶୁପୁତ୍ରର ବାପା ନିଜ ଜନ୍ମକଲା ପୁଅକୁ ବିକି ଦେଇଛି  । ମାତ୍ର ୧୦ ହଜାର ଟଙ୍କା ପାଇଁ ଦଶ ଦିନର ଶିଶୁ ପୁତ୍ରକୁ ବିକିବାକୁ ଫଛାଇ ନାହିଁ ବାପା  । ସେପଟେ ଏବିଷୟରେ ଖବର ପାଇ ଖାରବେଳ ନଗର ପୋଲିସ ସହାୟତାରେ ସିଶୁ ସୁରକ୍ଷା କମିଟି ଶିଶୁପୁତ୍ର ଟିକୁ ଉଦ୍ଧାର କରିଛି  ।

ରହିବା ପାଇଁ ଅନୁକୂଳ ରାଜଧାନୀ ଭୁବନେଶ୍ୱର, ତାଲିକାର ପଛରେ ଦିଲ୍ଲୀ, ମୁମ୍ବାଇ

ଭୁବନେଶ୍ୱର: ରହିବା ପାଇଁ ସବୁଠାରୁ ଅନୁକୂଳ ରାଜଧାନୀ ତାଲିକାରେ ଭୁବନେଶ୍ୱର ସ୍ଥାନ ପାଇଛି । ଦେଶରେ ରହିବା ପାଇଁ ସବୁଠାରୁ ଅନୁକୂଳ ରାଜଧାନୀର ଟପ୍ ଟେନରେ ଭୁବନେଶ୍ୱର  । ଏହି ତାଲିକର ଚତୁର୍ଥ ସ୍ଥାନରେ ରହିଛି ରାଜଧାନୀ ଭୁବନେଶ୍ୱର । ପ୍ରଥମ ସ୍ଥାନରେ ବେଙ୍ଗଳୁରୁ ଥିବାବେଳେ ଦ୍ୱିତୀୟ ସ୍ଥାନରେ ଚେନ୍ନାଇ, ତୃତୀୟ ସ୍ଥାନରେ ସିମଲା ରହିଛି । ସେଂଟର ଫର୍ ସାଇନ୍ସ ଆଣ୍ଡ ଏନଭାୟର୍ନମେଂଟ –ସିଏସଇ ପକ୍ଷରୁ କରାଯାଇଥିବା ସର୍ଭେରେ ମୁମ୍ବାଇ ପଞ୍ଚମ, ଦିଲ୍ଲୀ ଷଷ୍ଠ, ଭୋପାଳ ସପ୍ତମ, ରାୟପୁର ଅଷ୍ଟମ, ଗାନ୍ଧିନଗର ନବମ ଓ ଜୟପୁର ଦଶମ ସ୍ଥାନରେ ରହିଛି ।

ସେପଟେ ଜାତୀୟ ସ୍ତରରେ ଭୁନଶ୍ୱରର ପରିବେଶ ସଭିଙ୍କୁ ଆକୃଷ୍ଟ କରୁଥିବାବେଳେ ଏହା ସବୁଠାରୁ ଅନୂକୁଳ ସ୍ଥାନ ପାଲଟିଛି  । ସେପଟେ ରାଜଧାନୀ ଭୁବନେଶ୍ବର ସିଏସଇ ସର୍ଭେର ଚତୁର୍ଥ ସ୍ଥାନରେ ରହିଥିବାରୁ ଖୁସି୍ ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ସମଗ୍ର ଦେଶରେ ଭୁବନେଶ୍ୱର ଅନୱୁକୂଳ ପରିବେଶ ଭାବରେ ଚତୁର୍ଥ ସ୍ଥାନଜରେ ରହିଛି  । ସେପଟେ ଭୁବନେଶ୍ବର ପଛରେ ରହିଛି ଦିଲ୍ଲୀ  ।

ଣବତ୍ତା ସମ୍ପନ୍ନ ଜୀବନଧାରଣ, ଅର୍ଥନୈତିକ ସାମର୍ଥ୍ୟ, ସହନଶୀଳତା ଓ ନାଗରିକଙ୍କୁ ମିଳୁଥିବା ଅନ୍ୟ ସୁବିଧା ମାପଦଣ୍ଡ ଅନୁସାରେ ପ୍ରସ୍ତୁତ ଇଜ୍ ଅଫ ଲିଭିଙ୍ଗ ଇଣ୍ଡେକ୍ସରେ ଭୁବନେଶ୍ବର ସ୍ଥାନ ପାଇବା ଓଡିଶା ଲାଗି ଗର୍ବର କାରଣ ହୋଇଛି । ୧୦୦ ଜଣକୁ ନେଇ ହୋଇଥିଲା ଏହି ସର୍ଭେ । ଭୁବନେଶ୍ବରକୁ ୯୪.୮ ପ୍ରତିଶତ ମାର୍କ ମିଳିଥିବାବେଳେ ବେଙ୍ଗାଲୁରୁକୁ ୭୮ ପ୍ରତିଶତ, ଚେନ୍ନାଇକୁ ୮୨.୬ ପ୍ରତିଶତ , ସିମଲାକୁ ୮୩.୩୯ ମାର୍କ ମିଳିଛି । ସେହିଭଳି ଦେଶର ରାଜଧାନୀ ଦିଲ୍ଲୀ ୬୯. ୪ ପ୍ରତିଶତ ମାର୍କ ମିଳିଛି ।

ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ଅଭିନନ୍ଦନ ଜଣାଇଛନ୍ତି । କହିଛନ୍ତି- ରହିବା ଲାଗି ସବୁଠାରୁ ଅନୁକୂଳ ରାଜଧାନୀ ତାଲିକାରେ ଭୁବନେଶ୍ବର ସ୍ଥାନ ପାଇଛି । ବଡ ବଡ ସହରକୁ ପଛରେ ପକାଇ ଚତୁର୍ଥ ସ୍ଥାନରେ ରହିଛି ଭୁବନେଶ୍ବର । ଉତ୍କୃଷ୍ଟ ଜୀବନଧାରଣର ସୂଚୀ କ୍ଷେତ୍ରରେ ଭୁବନେଶ୍ବରକୁ ୧୦୦ରୁ ୫୯.୮୫ ମାର୍କ ମିଳିଛି ା ଗତ ମାର୍ଚ୍ଚରେ ଗୃହନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀଙ୍କ ଦ୍ବାରା ପ୍ରକାଶିତ ଇଜ ଅଫ ଲିଭିଙ୍ଗ ସିଟି ତାଲିକାରେ ଭୁବନେଶ୍ବରର ସ୍ଥାନ ଥିଲା ଦ୍ବିତୀୟ ।

କେନ୍ଦ୍ରର ପାଞ୍ଚ ସୂତ୍ରୀ ପରାମର୍ଶ, ଲକଡାଉନ କୋହଳ ନେଇ ସବୁ ରାଜ୍ୟଙ୍କୁ କେନ୍ଦ୍ରର ପ୍ରସ୍ତାବ

ଭୁବନେଶ୍ୱର: କୋଭିଡଜନିତ ଲକଡାଉନ କୋହଳ ନେଇ ସବୁ ରାଜ୍ୟଙ୍କୁ କେନ୍ଦ୍ରର ପରାମର୍ଶ । କୋହଳ କଟକଣା ଯୋଗୁ ଜନଗହଳି ସୃଷ୍ଟି ହେଉଥିବାରୁ ବିଭନ୍ନ ଗାଇଡଲାଇନ ପାଳନ କରିବା ଲାଗି ୫ ସୂତ୍ରୀ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର । କୋଭିଡ ନିୟନ୍ତ୍ରଣ ନେଇ ଉପଯୁକ୍ତ ପଦକ୍ଷେପ, ଟେଷ୍ଟ-ଟ୍ରାକ-ଟ୍ରିଟ ଓ ଟିକାକରଣ ଉପରେ ଗୁରୁତ୍ବ ଦେଇଛନ୍ତି ସରକାର । ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କଟକଣା କୋହଳ ହେଉଥିବାରୁ ଏଥିପ୍ରତି ସତର୍କ ରହିବା ଲାଗ ତତ୍ପର ହୋଇଛନ୍ତି ସରକାର । ଏହା ସହ ଏହି ଗାଇଡଲାଇନ ନ ମାନିଲେ ସ୍ଥିତି ପୁଣି ବିଗିଡିପାରେ ବୋଲି ଦେଇଛନ୍ତି ସତର୍କ ସୂଚନା ।

କେନ୍ଦ୍ର ଗୃହ ସଚିବ କହିଛନ୍ତି- କୋଭିଡ ଦ୍ବିତୀୟ ଲହରୀରେ ଅସାବଧନତା ଯୋଗୁ ସଂକ୍ରମଣ ସଂଖ୍ୟା ବିଶେଷ ଭାବେ ବଢିଛି । ସେପଟେ ସକ୍ରିୟ ମାମଲା ସଂଖ୍ୟା ହ୍ରାସ ପାଉଥିବାରୁ ବିଭିନ୍ନ ରାଜ୍ୟରେ ଲକଡାଉନକୁ ହ୍ରାସ କରାଯାଉଛି । ତେବେ ଗ୍ରାଉଣ୍ଡ ଜିରୋର ସ୍ଥିତି ଅନୁଧ୍ୟାନ ପରେ ହିଁ ଲକଡାଉନ କୋହଳ ବିଷୟ ଚିନ୍ତା କରାଯିବା ଆବଶ୍ୟକ ବୋଲି କହିଛନ୍ତି ଗୃହସଚିବ ଅଜୟ ଭାଲ୍ଲା । ଏହା ସହ ସମସ୍ତେ ମାସ୍କ ପିନ୍ଧିବା, ହାତ ସଫା କରିବା, ସାମାଜିକ ଦୂରତା ରକ୍ଷା କରିବା ଆଦି ନିୟମକୁ ମାନିାବା ଲାଗି ସେ ପରାମର୍ଶ ଦେଇଛନ୍ତି ।