spot_img
Home Blog Page 5513

ପୁଣି ଆଣ୍ଡ୍ରୋଏଡ ଫୋନକୁ ପ୍ରଭାବିତ କରିବାକୁ ଆସିଲା ଜୋକର, ଏହି ୮ଟି ଆପକୁ ତୁରନ୍ତ କରିଦିଅନ୍ତୁ ଡିଲେଟ ନହେଲେ…

ନୂଆଦିଲ୍ଲୀ: ଆଣ୍ଡ୍ରୋଏଡ ସ୍ମାର୍ଟଫୋନରେ ଭାଇରସ୍ କିମ୍ବା ମାଲୱେର୍ ସମସ୍ୟା ଦୀର୍ଘ ଦିନ ଧରି ଚାଲିଆସୁଛି । କେତେବେଳେ ଫୋନର ସିକ୍ୟୁରିଟିରେ ବ୍ରିଚ ହୋଇଯାଏ ତ କେତେବେଳେ ଆଣ୍ଡ୍ରୋଏଡ ଆପ୍ସରେ ମାଲୱେର୍ ଆସିଯାଇଥାଏ । ଆଣ୍ଡ୍ରୋଏଡ୍ ବ୍ୟବହାରକାରୀଙ୍କ ସମସ୍ୟା ଯାହାକୁ ସେୟା ହିଁ ରହିଯାଇଥାଏ । ବର୍ତ୍ତମାନ ଆଉ ଏକ ଖବର ସାମ୍ନାକୁ ଆସିଛି ଯେଉଁଥିରେ କୁହାଯାଇଛି ଯେ କୁଇକ୍ ହିଲ୍ ସିକ୍ୟୁରିଟି ଲ୍ୟାବର ରିସର୍ଚ୍ଚର ୮  ଟି ଆପର ଏକ ନୂଆ ବ୍ୟାଚ୍ ପାଇଛନ୍ତି ଯାହା ମାଲୱେର୍ ଦ୍ୱାରା ପ୍ରଭାବିତ ହୋଇଛି। ଏହି ମାଲୱେୟାରର ନାମ ହେଉଛି ଜୋକର୍ (Joker) । ଜୋକର ମାଲୱେୟାର ଆଣ୍ଡ୍ରୋଏଡ ଫୋନକୁ ପ୍ରଭାବିତ କରିବା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ଏହା ଅନେକ ଥର ଆଣ୍ଡ୍ରୋଏଡକୁ ପ୍ରଭାବିତ କରିଛି । ଯଦିଓ ଗୁଗୁଲ ତାହାର ପ୍ଲେ ଷ୍ଟୋରରୁ ମାଲୱେୟାରଗୁଡ଼ିକୁ ହଟାଇ ଦେଇଛି, ତଥାପି ଉପଭୋକ୍ତାମାନଙ୍କ ପାଇଁ ସତର୍କ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ପ୍ରତି ମାସରେ, ମାଲୱେର୍ ର ଏମିତି ସମସ୍ୟା ଆସିଥାଏ ଯାହା ଉପଭୋକ୍ତାଙ୍କ ତଥ୍ୟ ଚୋରି କରିଥାଏ, ଗୁଗୁଲର ଅଫିସିଆଲ୍ ଆପ୍ ଷ୍ଟୋର୍‌ର କୋଡ୍, ଏକଜିକ୍ୟୁଶନ୍ ପଦ୍ଧତି କିମ୍ବା ପେଲୋଡ୍-ରିଟ୍ରାଇବିଂଗ ଟେକ୍ନୋଲୋଜିରେ ପରିବର୍ତ୍ତନ କରାଇ ଏମାନଙ୍କୁ ପ୍ରଭାବିତ କରିଥାଏ। ଅନୁସନ୍ଧାନକାରୀଙ୍କ ଅନୁଯାୟୀ ଜୋକର ମାଲୱେୟାର ଉପଭୋକ୍ତାଙ୍କ ତଥ୍ୟ ଚୋରି କରିଥାଏ । ଯୋଗାଯୋଗ ତାଲିକା, ବିଭିନ୍ନ ପ୍ରକାରର ସୂଚନା, OTP ଇତ୍ୟାଦି । ଏପରି ପରିସ୍ଥିତିରେ, ଉପଭୋକ୍ତାମାନେ ଏହିପରି ଆପଗୁଡ଼ିକୁ ଅଣଦେଖା କରିବା ଏବଂ ସତର୍କ ରହିବା ଆବଶ୍ୟକତା ରହିଛି ।

ଯଦିଓ ବର୍ତ୍ତମାନ ଗୁଗୁଲ ଏହି ଆପ୍ଗୁଡ଼ିକୁ ପ୍ଲେ ଷ୍ଟୋରରୁ ହଟାଇ ଦେଇଛି । କିନ୍ତୁ ସେଗୁଡିକ ଡିଲିଟ୍ ହେବା ପରେ ମଧ୍ୟ ଯଦି ଉପଭୋକ୍ତାମାନେ ନିଜ ଫୋନରେ ଡାଉନଲୋଡ୍ କରିଛନ୍ତି ତେବେ ସେମାନେ ଫୋନରେ ରହିଯାଇଥିବ । ତେଣୁ ଏହାକୁ ଯାଞ୍ଚ କରି ତୁରନ୍ତ ଡିଲେଟ କରିବା ଆବଶ୍ୟକ । ତେବେ ଆସନ୍ତୁ ଜାଣିବା ଏହି ୮ ଟି ଆପ୍ ବିଷୟରେ ଯଦି ଆପଣ ଡାଉନଲୋଡ୍ କରିଛନ୍ତି ତେବେ ସେଗୁଡିକ ଡିଲିଟ୍ କରିବା ଆବଶ୍ୟକ ।

ଜୋକର୍ ମାଲୱେର୍ ଦ୍ୱାରା ପ୍ରଭାବିତ ୮ ଟି ଆପ୍ ହେଉଛି

ଲକଜରୀ ମେସେଜ , ଫାଷ୍ଟ ମ୍ୟାଜିକ୍ SMS, ଫ୍ରୀ କ୍ୟାମସ୍କାନର , ସୁପର ମେସେଜ୍, ଏଲିମେଣ୍ଟ ସ୍କାନର୍, ଗୋ ମେସେଜସ , ଟ୍ରାଭେଲ ୱାଲପେପର ଏବଂ ସୁପର ଏସଏମଏସ । ଯଦି ଆପଣ ଆପଣଙ୍କର ଡିଭାଇସରେ ଏହି ଆପ୍ ଡାଉନଲୋଡ୍ କରିଛନ୍ତି, ତେବେ ତୁରନ୍ତ ଏହାକୁ ଡିଲେଟ କରିଦିଅନ୍ତୁ ।

ଅନ୍‌ଲାଇନ୍ କ୍ଳାସ୍ ବେଳେ ଫାଟିଲା ମୋବାଇଲ ଅଳ୍ପକେ ବର୍ତ୍ତିଲେ ଛାତ୍ର

ଫୁଲବାଣୀ: ଅନଲାଇନ୍ କ୍ଲାସ୍ ବେଳେ ଫାଟିଲା ମୋବାଇଲ ଅଳ୍ପକେ ବର୍ତ୍ତିଲେ ଛାତ୍ର । ଫୁଲବାଣୀରୁ ସାମ୍ନାକୁ ଆସିଛି ଏଭଳି ଘଟଣା । ସାତ୍ତ୍ୱିକ ସବୁଦିନ ଭଳି ଅନଲାଇନରେ ପଢୁଥିଲେ । କ୍ଲାସ୍ ସାରି ହୋମ୍ ୱାର୍କ ଆରମ୍ଭ କରିବା ବେଳକୁ ଫାଟିଗଲା ମୋବାଇଲ । ଅଲ୍ପକେ ବଞ୍ଚିଗଲା ସାତ୍ତ୍ୱିକଙ୍କ ଜୀବନ । ଶଦ୍ଧ ଶୁଣି ଘର ଲୋକେ ଦୈଡ଼ି ଆସିଥିଲେ । ସାତ୍ତ୍ୱିକ ଫୁଲବାଣୀ ପବ୍ଲିକ ସ୍କୁଲରେ ନବମ ଶ୍ରେଣୀର ଛାତ୍ର। କୋରାନା ମହାମାରୀ ଯୋଗୁଁ ଏବେ ସମସ୍ତ ଛାତ୍ର ଛାତ୍ରୀ ଅନଲାଇନ ଯୋଗେ ପାଠ ପଢୁଛନ୍ତି । ତେବେ ପଢା ବେଳେ ମୋବାଇଲ ଫାଟିବା ଶୁଣିବାକୁ ଯେତିକି ଭୟ ଲାଗୁଛି ଅଙ୍ଗେ ନିଭେଇଥିବା ସାତ୍ତ୍ୱିକ କେତେ ଭୟଭୀତ ନଥିବ ।

 

ଭିଜିଲାନ୍ସ ନିର୍ଦ୍ଦେଶକ ତଥା ସାହିତ୍ୟିକ ଦେବାଶିଷ ପାଣିଗ୍ରାହୀଙ୍କ ଶେଷକୃତ୍ୟ ସମ୍ପନ୍ନ

କଟକ: ପଞ୍ଚଭୂତରେ ଲୀନ ହେଲା ବରିଷ୍ଠ ଆଇପିଏସ୍ ଅଫିସର ତଥା ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ପାର୍ଥିବ ଶରୀର । ଖାନନଗର ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପୁଅ ମୁଖାଗ୍ନି ଦେଇଛନ୍ତି । କଟକସ୍ଥିତ ବାସଭବନରେ ପାର୍ଥିବ ଶରୀର ପହଞ୍ଚିବା ପରେ ବନ୍ଧୁ ପରିବାର ବର୍ଗ ତାଙ୍କର ଶେଷ ଦର୍ଶନ କରିଥିଲେ । ବରିଷ୍ଠ ପୋଲିସ ଅଧିକାରୀ ପହଞ୍ଚି ଶ୍ରଦ୍ଧାଞ୍ଚଳି ଜଣାଇବା ସହ ଶେଷ ଦର୍ଶନ କରିଥିଲେ । ଗତକାଲି ରାତିରେ ଦେବାଶିଷ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଥିଲା । କୋଲକାତାରେ ଚିକିତ୍ସାଧୀନ ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଥିଲା । ବାଲେଶ୍ଵର ଦେଇ ମର ଶରୀର କଟକ ଆସିବା ବେଳେ ଭିଜିଲାନ୍ସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ଜୁନ୍ ୮ ତାରିଖରେ ଦିନ ତାଙ୍କୁ ଏୟାର ଆମ୍ବୁଲାନ୍ସରେ କୋଲକାତାର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା ।

୧୯୯୧ ବ୍ୟାଚ୍ ଆଇପିଏସ୍ ଅଫିସର ଦେବାଶିଷ ପାଣିଗ୍ରାହୀ ବାଲେଶ୍ୱର ଜିଲ୍ଲାରେ ୧୯୬୫ ମସିହା ଅଗଷ୍ଟ ୨୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । କେନ୍ଦୁଝର, ପୁରୀ, କଟକ, ଗଞ୍ଜାମ ଓ ଭୁବନେଶ୍ୱର ଏସ୍‌ପି ଭାବେ କାର୍ଯ୍ୟ କରିଥିଲେ ଦେବାଶିଷ । ପରେ ଡିଆଇଜି, ଆଇଜି ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ରାଜ୍ୟ ସରକାର ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଭିଜିଲାନ୍ସ ବିଭାଗର ନିର୍ଦେଶକ ଭାବେ ନିଯୁକ୍ତି ଦେଇଥିଲେ । ରାଜନୀତି ବିଜ୍ଞାନରେ ଏମଏ ପାସ୍ କରିଥିବା ଦେବାଶିଷ ଦିଲ୍ଲୀ ଜେଏନ୍‌ୟୁରେ ଏମଫିଲ୍ କରିଥିଲେ । ପରେ ପିଏଚ୍‌ଡି ଡିଗ୍ରି ହାସଲ କରିଥିଲେ ଦେବାଶିଷ । ସେ ଆଇନରେ ସ୍ନାତକ ମଧ୍ୟ କରିଥିଲେ । ଜଣେ ସାହିତ୍ୟିକ ଭାବେ ତାଙ୍କୁ ଓଡ଼ିଶାବାସୀ ଜାଣନ୍ତି । କ୍ଷୁଦ୍ର ଗଳ୍ପ ପାଇଁ ସେ ୨୦୦୨ରେ ରାଜ୍ୟ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ମୋଟ ୯ଟି ଉପନ୍ୟାସ ଏବଂ ୭ଟି କ୍ଷୁଦ୍ର ଗଳ୍ପର ସେ ରଚୟିତା ଥିଲେ । ଦେବାଶିଷ ପାଣିଗ୍ରାହୀଙ୍କର ପରଲୋକରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ପରଲୋକରେ ଓଡ଼ିଆ ଆଇଏଏସ୍ ଡକ୍ଟର ଗୁରୁ ପ୍ରସାଦ ମହାପାତ୍ର

 

ଉତ୍ତରାଖଣ୍ଡ ନଦୀ ଗୁଡ଼ିକର ଭୟଙ୍କର ରୂପ, ଅଳକାନନ୍ଦାରେ ବୁଡ଼ିଲା ଅନେକ ତଳିଆ ଅଞ୍ଚଳ

ଡେହରାଡୁନ୍:  ରାଜ୍ୟର ସମସ୍ତ ପାହାଡ଼ିଆ ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ନଦୀଗୁଡିକ ଜଳସ୍ତର ବଢିବାରେ ଲାଗିଛି । ଏବଂ ଜଳସ୍ତର ବଢିବା କାରଣରୁ, ଶ୍ରୀନଗର ଏବଂ ପୌଡୀ ଗଡୱାଲର ଅନେକ ତଳିା ଅଞ୍ଚଳ ପାଣିରେ ବୁଡ଼ି ଯାଇଛି। ଅଳକାନନ୍ଦା ନଦୀର ଜଳ ସ୍ତରର ଦ୍ରୁତ ଗତିରେ ବଢୁଥିବାରୁ ଅନେକ ସ୍ଥାନରେ ବନ୍ଧ ଉପରୁ ନଦୀ ପାଣି ବିଭିନ୍ନ ଅଞ୍ଚଳରେ ପସିବା ଆରମ୍ଭ କଲାଣି । ଏବଂ ଅନେକ ସ୍ଥାନରେ ନଦୀ ବନ୍ଧ ଭାଙ୍ଗିବା ଭଳି ପରିସ୍ଥିତି ଉପୁଜିଲାଣି । ଅଳକାନନ୍ଦର ଅନେକ ତଳିଆ ଅଞ୍ଚଳକୁ ଜଳମଗ୍ନ କରିଥିବାବେଳେ ଋଷିକେଶରେ ଗଙ୍ଗା ନଦୀର ଜଳ ସ୍ତର ବିପଦ ସଙ୍କେତ ଟପିଲାଣି । ସ୍ଥାନୀୟ ପ୍ରଶାସନ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ସେଠାରେ ସତର୍କ ସୂଚନା ଜାରି କରିଛନ୍ତି।

ସୂଚନା ଅନୁସାରେ, ଅଳକାନନ୍ଦା ନଦୀ ଜଳ ସ୍ତର ବୃଦ୍ଧି କାରଣରୁ ତଳିଆ ଅଞ୍ଚଳଗୁଡିକ ପ୍ରଭାବିତ ହୋଇଛି ଏବଂ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହେଉଛି। ଏହାପୂର୍ବରୁ ଆଅଳନନ୍ଦାର ଜଳ ସ୍ତର ସମ୍ପର୍କରେ ଷ୍ଟେଟ କଣ୍ଟ୍ରୋଲ ରୁମ ଦ୍ୱାରା ସତର୍କ ସୂଚନା ଜାରି କରାଯାଇଥିଲା । ଋଷିକେଶଙ୍କ ସହ ପିଥୋରଗଡ, ଆଲମୋଡ଼ା, ପୌଡି ଗଢୱାଲ ଏବଂ ଚାମୋଲିରେ ନଦୀଗୁଡ଼ିକ ଭୟଙ୍କର ରୂପ ଦେଖିବାକୁ ମିଳିଛି ।

ବିଭିନ୍ନ ନଦୀ ଗୁଡ଼ିକର ଚିତ୍ର ମାଧ୍ୟମରେ ପିଥୋରାଗଡ ଏବଂ ଋଷିକେଶରେ ଥିବା ନଦୀର ପରିସ୍ଥିତି ବିଷୟରେ ସ୍ପଷ୍ଟ ବାରି ହୋଇପଡ଼ୁଛି । ରାଜ୍ୟର ପାହାଡ଼ିଆ ଜିଲ୍ଲାର ଅନେକ ସ୍ଥାନରେ ଭୂସ୍ଖଳନ ହେବାର ମଧ୍ୟ ଖବର ଆସିଛି। ଯାତ୍ରୀ ଏବଂ ଲୋକଙ୍କୁ ମଧ୍ୟ ବହୁତ ସତର୍କ ରହିବାକୁ ଆବେଦନ କରାଯାଉଛି।

୧୭୧୦ ଲିଟର ବିଦେଶୀ ମଦ ଜବତ: ୪ ଜଣ ମଦ ମାଫିଆ ଗିରଫ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ତାମଡା ଗାଁରେ ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ । ୧୯୦ ପେଟିରେ ଥିବା ୧୭ ଶହ ୧୦ ଲିଟର ବିଦେଶୀ ମଦ ଜବତ କରାଯାଇଛି । ଗୋଟିଏ କାର୍‌ ସହିତ ୪ ଜଣ ମଦ ମାଫିଆଙ୍କୁ ଅବକାରୀ ବିଭାଗ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଅରୁଣାଚଳ ପ୍ରଦେଶରୁ ଏହି ବିଦେଶୀ ମଦ ଆସିଥିଲା ।

ଜବତ ମଦର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ରାଉରକେଲା ଅବକାରୀ ଡି ଏସ୍‌ ପି ଝସକେତନ ବରିହା ସୂଚନା ଦେଇଛନ୍ତି । ଲକଡାଉନ ସମୟରେ ବିଭିନ୍ନ ଗାଡ଼ିରେ ଚୋରାରେ ଅରୁଣାଚଳ ପ୍ରଦେଶରୁ ଵିଦେଶୀ ମଦ ଆଣି ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି । ଅବକାରୀ ବିଭାଗ ସୂଚନା ପାଇ ଗତ ମଧ୍ୟରାତ୍ରୀରେ ତାମଡା ଗ୍ରାମରେ ଚଢ଼ାଉ କରି ମଦ ଜବତ କରିବା ସହ ୪ଜଣ ମଦ ମାଫିଆଙ୍କୁ ଗିରଫ କରିଛି । ଚୋରା କାରବାର ପଛରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେନେଇ ତଦନ୍ତ ଜାରି ରହିଥିବା ଅବକାରୀ ଡିଏସପି ସୂଚନା ଦେଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ଟିକା ନେବା ପରେ ମୃତ୍ୟୁ ନେଇ ସର୍ଭେ କରୁଛନ୍ତି ବିଶେଷଜ୍ଞ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

 

ଟିକା ନେବା ପରେ ମୃତ୍ୟୁ ନେଇ ସର୍ଭେ କରୁଛନ୍ତି ବିଶେଷଜ୍ଞ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: କରୋନା ଟିକା ନେବା ପରେ କରୋନା ହେବନି ବୋଲି କୁହାଯାଇନି । ଟିକା ନେଲେ ୭୧ରୁ ୯୭ ପ୍ରତିଶତ ସୁରକ୍ଷିତ ରହିବେ । ଟିକା ନେବା ପରେ ମୃତ୍ୟୁ ପ୍ରସଙ୍ଗରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଏପରି ପ୍ରିତିକ୍ରିୟା ରଖିଛନ୍ତି । ଘଟଣା ନେଇ ସର୍ଭେ କରୁଛନ୍ତି ବୈଷୟିକ କମିଟି । କେତେ ଲୋକଙ୍କର ଦୁଇ ଡୋଜ ଟିକା ନେବା ପରେ ମୃତ୍ୟୁ ହୋଇଛି ? ଦୁଇ ଡୋଜ ନେବାର କେତେ ଦିନ ପରେ ମୃତ୍ୟୁ ହୋଇଛି ? ଏସବୁ ଅନୁଧ୍ୟାନ କରାଯାଉଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ଟିକା ନେଲେ ସାଙ୍ଗେ ସାଙ୍ଗେ ରୋଗ ପ୍ରତିରୋଧ ବଢେନାହିଁ । ଯଦି କାହାର ମୃତ୍ୟୁ ହୋଇଛି, ତେବେ ସେ କେତେ ଗୁରୁତର ଥିଲେ ? ଯଦି ବେଶି ଗୁରୁତର ଥାଇ ମୃତ୍ୟୁ ହୋଇଛି ତେବେ ଅନ୍ୟ ରୋଗ ଥିଲା କି ? ନା କେବଳ କରୋନାରେ ମୃତ୍ୟୁ ହୋଇଛି ? ଏସବୁ ତଥ୍ୟ ସଂଗ୍ରହ କରୁଛନ୍ତି କମିଟି । ତଥ୍ୟ ମିଳିବା ପରେ ସମୀକ୍ଷା କରାଯିବ । ପୂର୍ବରୁ ସର୍ଭେ ସମୟରେ ଟିକା ଦିଆଯାଇ ନଥିଲା । ଟିକା ଦେବା ପରେ ପୁନର୍ବାର ତଥ୍ୟ ସଂଗ୍ରହ କରାଯାଉଛି । ସବୁ ଜିଲ୍ଲାର ତଥ୍ୟ ସଂଗ୍ରହ କରାଯାଉଛି । ଭ୍ୟାକ୍ସିନ ନେଲା ପରେ ବି କୋଭିଡ ନିୟମ ମାନିବା ଦରକାର । ରାଜ୍ୟ ସରକାର ସବୁବେଳେ ସଚେତନ କରୁଛନ୍ତି । ସେପଟେ ରାଜ୍ୟର ସଂକ୍ରମଣ ସଂଖ୍ୟା ତଳ-ଉପର ହେବ । କିନ୍ତୁ ରାଜ୍ୟ ଏକ ଭଲ ସ୍ଥିତି ଆଡ଼କୁ ଗତି କରୁଛି ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ଆଜି ପଜିଟିଭ ସଂଖ୍ୟା ୫ ଦଶମିକ ୩ ପ୍ରତିଶତ ଅଛି । ତୃତୀୟ ଲହର ପାଇଁ ବିଭିନ୍ନ ମତ ଆସୁଛି । ସବୁ ପରିସ୍ଥିତି ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ୩୪୨୭ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଯେତେ ଡେରି ସେତେ ଭଲ କୋଭିସିଲ୍ଡ: ଆଷ୍ଟ୍ରାଜେନେକା ଟିକାର ରିସର୍ଚ୍ଚର

ନୂଆଦିଲ୍ଲୀ: ଦେଶରେ ଦ୍ରୁତ ଗତିରେ ଆଗେଇ ଚାଲିଛି କରୋନା ଟୀକାକରଣ ଅଭିଯାନ । ଏହାରି ମଧ୍ୟରେ ଏବେ କୋଭିସିଲ୍ଡର ଦୁଇଟି ଡୋଜ ମଧ୍ୟରେ ବ୍ୟବଧାନକୁ ନେଇ ବିବାଦ ଦେଖାଦେଇଛି । ବ୍ରିଟେନରେ କୋଭିସିଲ୍ଡର ଦୁଇଟି ଡୋଜ ମଧ୍ୟରେ ବ୍ୟବଧାନ ହ୍ରାସ କରିବା ବିଷୟରେ ସୂଚନା ପାଇବା ପରେ ଏହାକୁ ଭାରତରେ ମଧ୍ୟ ହ୍ରାସ କରିବାର ଦାବି ହୋଇଛି । ଏହି ସମୟରେ, ବର୍ତ୍ତମାନ କରୋନା ଟିକା ନିର୍ମାତା ଆଷ୍ଟ୍ରାଜେନେକା ଭାରତରେ ଦୁଇ ଡୋଜ୍ କୋଭିସିଲ୍ଡ ମଧ୍ୟରେ ୧୨ରୁ ୧୬ ସପ୍ତାହ ବ୍ୟବଧାନକୁ ସମର୍ଥନ କରିଛି ।

ଆଷ୍ଟ୍ରାଜେନେକା ଟିକାର କ୍ଲିନିକାଲ୍ ପରୀକ୍ଷଣର ମୁଖ୍ୟ ଅନୁସନ୍ଧାନକାରୀ ଏଣ୍ଡ୍ରୟୁ ପୋଲାର୍ଡ ଭାରତରେ କୋଭିସିଲ୍ଡର ଦୁଇଟି ଡୋଜ ମଧ୍ୟରେ ଥିବା ବ୍ୟବଧାନକୁ ସମର୍ଥନ କରି କହିଛନ୍ତି ଯେ, ଟୀକାକରଣ ପରେ କରୋନାରୁ ସୁରକ୍ଷା ସ୍ତର ଦ୍ୱିତୀୟ ଏବଂ ତୃତୀୟ ମାସରେ ଯଥେଷ୍ଟ ବୃଦ୍ଧି ପାଇଥାଏ। ତେଣୁ ଏହି ଟିକାକୁ ନେଇ ଦୁଇ ଦେଶ ମଧ୍ୟରେ ତୁଳନା କରାଯାଇପାରିବ ନାହିଁ । ସେ କହିଛନ୍ତି ଯେ ବ୍ରିଟେନ ବାସୀ ଏବଂ ଭାରତୀୟଙ୍କ ଜୀବନ ଯାପନ ଅବସ୍ଥା ଏବଂ ପରିସ୍ଥିତି ଭିନ୍ନ। ଉଭୟଙ୍କ ଟୀକାକରଣ ନୀତିରେ ତୁଳନା କରିବା ଭୁଲ ହେବ ।

ଅକ୍ସଫୋର୍ଡ ଭ୍ୟାକ୍ସିନ ଗ୍ରୁପର ନିର୍ଦ୍ଦେଶକ ଏଣ୍ଡ୍ରୟୁ ପୋଲାର୍ଡ କହିଛନ୍ତି ଯେ, ବିଶ୍ୱବ୍ୟାପୀ ଟିକା ଅଭିଯାନର ଲକ୍ଷ୍ୟ ହେଉଛି ଯଥାଶୀଘ୍ର ଲୋକଙ୍କୁ ଅତି କମରେ ଗୋଟିଏ ଡୋଜ ଟିକା ଦେବା । ଭାରତ ସରକାର ଏହି ନୀତିରେ କାର୍ଯ୍ୟ କରୁଛନ୍ତି ଏବଂ ଏହା ସେମାନଙ୍କ ଟୀକାକରଣ ଅଭିଯାନରେ ମଧ୍ୟ ଦୃଶ୍ୟମାନ ହେଉଛି । ପ୍ରଫେସର ପୋଲାର୍ଡ ଏପର୍ଯ୍ୟନ୍ତ ଆଷ୍ଟ୍ରା ଜେନେକାର ଗୋଟିକିଆ ଡୋଜ୍ ଟିକା ଏବଂ ବୁଷ୍ଟର୍ ଟିକା ଉପରେ କାମ କରିନାହାଁନ୍ତି। କମ୍ପାନୀର ପ୍ରୟାସ ହେଉଛି ଅତି କମରେ ଟିକାର ଗୋଟିଏ ଡୋଜ ପ୍ରଥମେ ସମସ୍ତଙ୍କୁ ଦିଆଯିବା ଉଚିତ, ଯାହାଦ୍ୱାରା ଲୋକଙ୍କ ଜୀବନ ବଞ୍ଚିପାରିବ ।

ବ୍ରିଟେନରେ କୋଭିଡସିଲ୍ଡ ଡୋଜ ମଧ୍ୟରେ ବ୍ୟବଧାନର ହ୍ରାସ କରିବା ବିଷୟରେ ପୋଲାର୍ଡ କହିଛନ୍ତି ଯେ ବ୍ରିଟେନ ତାର କରୋନା ଟିକା ମଧ୍ୟରେ ପାର୍ଥକ୍ୟ ଏଭଳି ସମୟର କରିଛି ଯେଉଁ ସମୟରେ ସେଠାରେ ଜନସଂଖ୍ୟାର ଏକ ବଡ ଅଂଶ ଟିକା ନେଇ ସାରିଛନ୍ତି ।

ମାଇଲଖୁଣ୍ଟର ରଙ୍ଗ ଭିନ୍ନ ଭିନ୍ନ କାହିଁକି?

ନୂଆଦିଲ୍ଲୀ: ବୁଲା ବୁଲି କରିବାକୁ ପ୍ରାୟ ସମସ୍ତେ ଭଲ ପାଅନ୍ତି । ରୋଡ୍ ଟ୍ରିପ୍ ହେଲେ ତ’ ତା ମଜା ଆହୁରି ନିଆରା । ଯଦି ଆପଣ କେବେ ରୋଡ୍ ଟ୍ରିପ୍‌ରେ ଯାଇଥିବେ ତେବେ ଆପଣଙ୍କ ନଜରରେ ମାଇଲଷ୍ଟୋନ୍ ବା ମାଇଲଖୁଣ୍ଟ ନିଶ୍ଚେ ଆସିଥିବ । ହେଲେ ଆପଣ ଜାଣନ୍ତି କି ଏହି ମାଇଲଷ୍ଟୋନ୍ ଗୁଡ଼ିକର ରଙ୍ଗ ଭିନ୍ନ ଭିନ୍ନ କାହିଁକି । କେଉଁ ରଙ୍ଗର ମାଇଲ ଷ୍ଟୋନ୍ କ’ଣ ଇଙ୍ଗିତ କରିଥାଏ ।

ଆମେରିକା ପରେ ଆମ ଦେଶର ରୋଡ୍ ନେଟଓ୍ୱର୍କ ବିଶ୍ୱରେ ସର୍ବବୃହତ । ପ୍ରାୟ ୫୮ ଲକ୍ଷ ୯୭ ହଜାର ୬୭୧ କିଲୋମିଟର ରୋଡ୍ ଆମ ଦେଶରେ ବିଛେଇ ହୋଇଛି । ହୁଏତ ଆଉ କିଛି ବର୍ଷ ପରେ ଏହା ଆମେରିକାକୁ ମଧ୍ୟ ଟପିଯିବ । ଆମ ଦେଶରେ ୫ ପ୍ରକାରର ରୋଡ୍ ରହିଛି । ଏକ୍ସପ୍ରେସ୍ ଓ୍ୱେ, ନ୍ୟାସନାଲ ହାଇଓ୍ୱେ ବା ଜାତୀୟ ରାଜପଥ, ଷ୍ଟେଟ୍ ହାଇଓ୍ୱେ ବା ରାଜ୍ୟ ରାଜପଥ , ଜିଲ୍ଲା ରାଜପଥ ଓ ଗ୍ରାମୀଣ ରୋଡ । ଦେଶରେ ପ୍ରାୟ ୧୬୮୨ କିଲୋମିଟରର ଏକ୍ସପ୍ରେସ ଓ୍ୱେ ରହିଛି । ଯାହା ୨ ଟି ବଡ଼ ବଡ଼ ସହରକୁ ସଂଯୋଗ କରିଥାଏ । ଯେମିତି କି ୟୁପି-ଦାସନା ଏକ୍ସପ୍ରେସ ଓ୍ୱେ । ଏହି ଏକ୍ସପ୍ରେସ ଓ୍ୱେ ଗୁଡ଼ିକ ଦେଶର ସବୁଠାରୁ ଓସାରିଆ ରୋଡ୍ । ଏହା ୮ ଲେନ୍ରୁ ବି ଅଧିକ ହୋଇଥାଏ । ଏହା ପରେ ରହିଛି ଜାତୀୟ ରାଜପଥ ବା ନ୍ୟାସନାଲ ହାଇଓ୍ୱେ । ଦେଶରେ ପ୍ରାୟ ୧ଲକ୍ଷ ୫୧ ହଜାରରୁ ଊର୍ଦ୍ଧ୍ୱ କିଲୋମିଟରର ନ୍ୟାସନାଲ ହାଇଓ୍ୱେ ରହିଛି । ଜାତୀୟ ରାଜପଥ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ, ନର୍ଥ-ସାଉଥ ନ୍ୟାସନାଲ ହାଇଓ୍ୱେ ଓ ଇଷ୍ଟ-ଓ୍ୱେଷ୍ଟ ନ୍ୟାସନାଲ ହାଇଓ୍ୱେ । ନର୍ଥ-ସାଉଥ ହାଇଓ୍ୱେର ନମ୍ୱର ଗୁଡ଼ିକ ଇଭେନ୍ ହୋଇଥିବା ବେଳେ ଇଷ୍ଟ-ଓ୍ୱେଷ୍ଟ ହାଇଓ୍ୱେ ରୋଡ୍ ଗୁଡ଼ିକର ନମ୍ୱର ଅଡ୍ ହୋଇଥାଏ । ଏହା ପରେ ରହିଛି ରାଜ୍ୟ ରାଜପଥ । ଯାହା ରାଜ୍ୟ ମଧ୍ୟରେ ଦୁଇଟି ସହରକୁ ଯୋଡ଼ିଥାଏ । ଏବଂ ଏହା ଜାତୀୟ ରାଜପଥ ସହ ମଧ୍ୟ ସଂଲଗ୍ନ । ଦେଶରେ ମୋଟ ୧ଲକ୍ଷ ୭୬ ହଜାର ୧୬୬ କିଲୋମିଟର ଲମ୍ୱର ରାଜ୍ୟ ରାଜପଥ ରହିଥିବା ବେଳେ ମହାରାଷ୍ଟ୍ରରେ ସବୁଠାରୁ ଅଧିକ ରାଜ୍ୟ ରାଜପଥ ରହିଛି । ଏହା ପରେ ରହିଛି ଜିଲ୍ଲା ରାଜପଥ ଓ ଗ୍ରାମୀଣ ରାସ୍ତା । ଦେଶରେ ମୋଟ ୫୮ ହଜାର ୯୭ ହଜାର କିଲୋମିଟର ରାଜପଥ ରହିଛି ଯାହା ଜିଲ୍ଲା ପ୍ରଶାସନ ଅଧିନ ବା ଏହାର ରକ୍ଷଣା ବେକ୍ଷଣ ଜିଲ୍ଲା ପ୍ରଶାସନ କରିଥାଏ । ଏହା ପରେ ରହିଛି ଗ୍ରାମୀଣ ରୋଡ । ଯାହାକୁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ ଯୋଜନା ଅନୁଯାୟୀ ନିର୍ମାଣ କରାଯାଇଥାଏ । ଏବଂ ଦେଶରେ ମୋଟ ୫ ଲକ୍ଷ ୬୧ ହଜାର କିଲୋମିଟର ବିଶିଷ୍ଟ ଗ୍ରାମୀଣ ରୋଡ ରହିଛି । ଏବେ ଆସନ୍ତୁ ଜାଣିବା ଏହି ରୋଡରେ ଥିବା ମାଇଲଷ୍ଟୋନ୍ର ରଙ୍ଗ କ’ଣ ଦର୍ଶାଇଥାଏ । ଯଦି ମାଇଲଷ୍ଟୋନ୍ର ଉପର ପାର୍ଶ୍ୱର ରଙ୍ଗ ହଳଦିଆ ହୋଇଥାଏ ତେବେ ଜାଣିବେ ଯେ, ଆପଣ ଜାତୀୟ ରାଜପଥରେ ଯାତ୍ରା କରୁଛନ୍ତି । ଯଦି ମାଇଲ ଷ୍ଟୋନ୍ର ରଙ୍ଗ ଗ୍ରୀନ୍ ହୋଇଥାଏ ତେବେ ତାହା ରାଜ୍ୟ ରାଜପଥ ଓ ମାଇଲଷ୍ଟୋନ୍ର ଉପରପାର୍ଶ୍ୱର ରଙ୍ଗ କଳା ବା ମାଇଲଷ୍ଟୋନ୍ଟି ସମ୍ପୂର୍ଣ୍ଣ ଧଳା ତେବେ ଆପଣ କୌଣସି ବଡ଼ ସହରର ରାସ୍ତାରେ ଯାଉଛନ୍ତି ଯାହା ଜିଲ୍ଲା ପ୍ରଶାସନ ଅଧିନସ୍ଥ । ଯଦି ମାଇଲଷ୍ଟୋନ୍ର ରଙ୍ଗ ଅରେଞ୍ଜ ଥାଏ ତେବେ ଆପଣ ଗ୍ରାମୀଣ ରାସ୍ତାରେ ଯାଉଛନ୍ତି ।

ଜମ୍ମୁ-କଶ୍ମୀରରେ ଫେରିପାରେ ନିର୍ବାଚିତ ସରକାର: ପ୍ରଧାନମନ୍ତ୍ରୀ ଡକାଇଲେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ବଦଳିବ କି କାଶ୍ମୀରର ଚିତ୍ର । ଜମ୍ମୁ-କଶ୍ମୀରକୁ ଫେରିବ କି ନିର୍ବାଚିତ ସରକାର । ନିକଟରେ ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତି ପରେ ଏମତି ଆଶଙ୍କା କରାଯାଇଛି । କାରଣ ପ୍ରଧାନମନ୍ତ୍ରୀ ମୋଦି ଜୁନ୍ ୨୪ରେ କାଶ୍ମୀରର ନେତାଙ୍କ ସହ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି । ଯହା ଏବେ କାଶ୍ମୀରରେ ରାଜନୈତିକ ପ୍ରକ୍ରିୟା ଆଡକୁ ଏକ ବଡ ପଦକ୍ଷେପର ଆରମ୍ଭ ଭାବରେ ଦେଖାଯାଉଛି । ନିକଟରେ କାଶ୍ମୀର ରାଜନୈତିକ ଦଳଙ୍କ ଗୁପକାର ମେଣ୍ଟ କେନ୍ଦ୍ର ସହିତ ଆଲୋଚନା ପାଇଁ ପ୍ରସ୍ତୁତ ଥିବା କହିଛି ।

ତେବେ ରାଜ୍ୟରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନ ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ଏହି ବୈଠକ ଡକାଯାଇଥିବା  ଆଲୋଚନା କରାଯାଉଛି । ଯେତେବେଳେ ଅଗଷ୍ଟ ୨୦୧୯ରେ କାଶ୍ମୀରରୁ ଧାରା ୩୭୦କୁ ହଟାଇ ଦିଆଯାଇଥିଲା, ସେତେବେଳେ ମୋଦୀ ସରକାର ଉପରେ ଅଭିଯୋଗ ହୋଇଥିଲା କି ଏହି ନିଷ୍ପତ୍ତି କାଶ୍ମୀରର ଦଳ ଏବଂ ନେତାମାନଙ୍କୁ ଭରସା ନ କରି ଜବରଦସ୍ତି ଭାବେ ନିଆଯାଇଛି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସର୍ବଦଳୀୟ ବୈଠକର ଡାକରା ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି।

ଆଜି ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ ପଠାଯିବ

ସୂଚନାନୁସାରେ, ସର୍ବଦଳୀୟ ବୈଠକ ପାଇଁ ନ୍ୟାସନାଲ କନଫରେନ୍ସ ଅଧ୍ୟକ୍ଷ ଫାରୁକ୍ ଅବଦୁଲ୍ଲା, ପିଡିପି ସଭାପତି ମେହବୁବା ମୁଫତି, ଜାମ୍ମୁ କାଶ୍ମୀର ଆପ୍ନି ପାର୍ଟିର ଅଲତାଫ ବୁଖାରୀ ଏବଂ ପିପୁଲ୍ସ କନଫରେନ୍ସର ସାଜ୍ଜାଦ ଲୋନ ଭଳି ନେତା ମାନଙ୍କୁ  ଆନୁଷ୍ଠାନିକ ନିମନ୍ତ୍ରଣ ପଠାଯିବ। କାଶ୍ମୀର ନେତାଙ୍କ ସହ ଏହି ସର୍ବଦଳୀୟ ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଯୋଗଦେବେ। ଅନ୍ୟପକ୍ଷରେ, ସରକାରଙ୍କ ସର୍ବଦଳୀୟ ବୈଠକରେ ସମିଲ ହେବା ନହେବା ଉପରେ ଗୁପକାର ମେଣ୍ଟର ନେତାମାନେ ଶୀଘ୍ର ନିଷ୍ପତ୍ତି ନେବେ।

ଏହା ମଧ୍ୟରେ କିଛି ଦିନ ପୂର୍ବରୁ ପାକିସ୍ତାନ ସରକାରଙ୍କ ଉପରେ ଏକ ଆନୁଷ୍ଠାନିକ ବିବୃତ୍ତି ଜାରି କରାଯାଇ କାଶ୍ମୀରରେ କୌଣସି ପରିବର୍ତ୍ତନର ଉଦ୍ଦେଶ୍ୟ ଉପରେ ବିରୋଧ କରି ପ୍ରକାଶ କରିଥିଲା, ଯେଉଁଥିରେ ଭାରତ ସରକାର ପୁଣି ଥରେ ସ୍ପଷ୍ଟ କରିଛନ୍ତି ଯେ କାଶ୍ମୀର ହେଉଛି ଭାରତର ଏକ ଆଭ୍ୟନ୍ତରୀଣ ବିଷୟ ଯେଉଁଥିରେ ପାକିସ୍ତାନର କିଛି ବି ସ୍ଥାନ ନାହିଁ ।

ପରଲୋକରେ ଓଡ଼ିଆ ଆଇଏଏସ୍ ଡକ୍ଟର ଗୁରୁ ପ୍ରସାଦ ମହାପାତ୍ର

ଭୁବନେଶ୍ୱର: ପରଲୋକରେ ଓଡ଼ିଆ ଆଇଏଏସ୍ ତଥା କେନ୍ଦ୍ର DPIIT ସଚିବ ଡକ୍ଟର ଗୁରୁ ପ୍ରସାଦ ମହାପାତ୍ର । କରୋନାରେ ଆଜି ତାଙ୍କର ଦେହାନ୍ତ ହୋଇଛି । ଓଡ଼ିଶାରେ ୧୯୮୬ ବ୍ୟାଚ୍ ଗୁଜରାଟ କ୍ୟାଡର ଆଇଏଏସ୍ ଅଫିସର ଡକ୍ଟର ଗୁରୁପ୍ରସାଦ ମହାପାତ୍ର । ସେ ଲୋକପ୍ରିୟ ସାହିତ୍ୟିକ ମହାପାତ୍ର ନୀଳମଣି ସାହୁଙ୍କ ସାନ ପୁଅ । DPIIT ସଚିବ ପୂର୍ବରୁ ସେ କେନ୍ଦ୍ରରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ କାମ କରିଥିଲେ । ବାଣିଜ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଥିଲେ ଗୁରୁପ୍ରସାଦ ମହାପାତ୍ର । ସ୍ପେଶାଲ୍ ଇକୋନୋମିକ୍ ଜୋନ୍ ପ୍ରମୋସନ ପାଇଁ ବହୁ କାମ କରିଛନ୍ତି । ସେହିପରି ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ଅଧ୍ୟକ୍ଷ ଥିଲେ ଗୁରୁପ୍ରସାଦ ମହାପାତ୍ର । ତାଙ୍କ କାର୍ଯ୍ୟକାଳରେ ଏୟାରପୋର୍ଟ ଅଥରିଟିକୁ ନୂଆ ଦିଶା ଦେଇଥିଲେ । ୨୦୧୯ ଅଗଷ୍ଟ ୧ ତାରିଖରେ ତାଙ୍କୁ DPIIT ସଚିବ ଭାବରେ ନିଯୁକ୍ତ କରାଯାଇଥିଲା । କେନ୍ଦ୍ରକୁ ଆସିବା ପୂର୍ବରୁ ଗୁଜରାଟରେ ସୁରତ ଓ ଅହମ୍ମଦାବାଦ ମହାନଗର ନିଗମ କମିଶନର ଥିଲେ ଗୁରୁପ୍ରସାଦ । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି ।