spot_img
Home Blog Page 5514

ଦେଶରେ ୬୦ ହଜାରକୁ ଖସିଲା କରୋନା ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ୬୦ ହଜାରକୁ ଖସିଲା କରୋନା ଦୈନିକ ସଂକ୍ରମଣ । ଗତକାଲି ତୁଳନାରେ ଆଜି କମ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁସଂଖ୍ୟାରେ ବ୍ରେକ୍ ଲାଗିଛି । କରୋନା ଯୋଗୁ ଗତ ୨୪ ଘଣ୍ଟାରେ ଆଉ ୧ ହଜାର ୬୪୭ ଜଣଙ୍କ ଜୀବନ ଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୬୦ହଜାର ୭୫୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତକାଲି ଏହା ୬୨ହଜାର  ୪୮୦ ଥିଲା । ଅର୍ଥାତ୍‌ ଗତକାଲି ଅପେକ୍ଷା ଆଜି ଦୈନିକ ସଂକ୍ରମଣ ହ୍ରାସ ପାଇଛି ।

ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨କୋଟି ୯୮ଲକ୍ଷ ୨୩ହଜାର ୫୪୬କୁ ବୃଦ୍ଧି ପାଇଛି  । ତେବେ ଦିନକରେ କରନାରୁ ୯୭ହଜାର ୭୪୩ ଜଣ ସୁସ୍ଥ ହୋଇଛନ୍ତି । ଫଳରେ ଦେଶରେ ଏଯାଏ ମୋଟ ୨କୋଟି ୮୬ଲକ୍ଷ ୭୮ହଜାର ୩୯୦ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ବର୍ତ୍ତମାନ ଆକ୍ଟିଭ କେସ୍‌ ୭ଲକ୍ଷ ୬୦ହଜାର ୧୯ ରହିଛି । ତେବେ ଦେଶରେ ଆଜି ଯାଏ  ୨୭କୋଟି  ୨୩ଲକ୍ଷ  88ହଜାର ୭୮୩ଜଣ କରୋନା ଟିକା ନେଇସାରିଲେଣି  ।

ଦେଶରେ କରୋନାରୁ ମୃତ୍ୟୁ ହାର ୧.୨୯ ପ୍ରତିଶତ ହୋଇଥିବାବେଳେ ସୁସ୍ଥତା ହାର ପ୍ରାୟ ୯୬ ପ୍ରତିଶତ ରହିଛି। ସକ୍ରିୟ ମାମଲା ୩ ପ୍ରତିଶତରୁ କମ୍ ହୋଇଛି। କରୋନା ସକ୍ରିୟ ମାମଲାରେ ଭାରତ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି। ସଂକ୍ରମିତ ମୋଟ ସଂଖ୍ୟା ଅନୁଯାୟୀ ଭାରତ ମଧ୍ୟ ଦ୍ୱିତୀୟ ସ୍ଥାନରେ ରହିଛି। ଆମେରିକା ବ୍ରାଜିଲ ପରେ ବିଶ୍ୱରେ ଭାରତରେ ମୃତ୍ୟୁ ସଂଖ୍ୟା ସର୍ବାଧିକ।

ନିଶାସକ୍ତ ଅବସ୍ଥାରେ ବାପାକୁ ବୀଭତ୍ସ ଭାବେ ହତ୍ୟା କଲା ପୁଅ

ସୋର: କଟୁରିରେ ବାପାକୁ ହାଣିଲା ପୁଅ  । ନିଶାଶକ୍ତ ଅବସ୍ଥାରେ ବାପାକୁ ପୁଅ ବୀଭତ୍ସ ଭାବେ ହତ୍ୟା କରିଥିବା ଜଣାପଡ଼ିଛି  । ବାଲେଶ୍ଵର ଜିଲ୍ଲା ଔପଦା ଥାନା ଫତେପୁର ପଞ୍ଚାୟତର ପାଇକପଡା ଗାଁରେ ଏପରି ଏକ ଅଭାବନୀୟ ଘଟଣାଘଟିଛି  ।  ସୂଚନା ଅନୁଯାୟୀ  ଗତକାଲି ରାତିରେ ସେହି ଗାଁର ୩୮ ବର୍ଷୀୟ ପୁଅ ଶ୍ରୀକାନ୍ତ ନାୟକ ତାଙ୍କ ବାପା  ଅନାମ ନାୟକଙ୍କୁ କଟୁରିରେ ହାଣି ହତ୍ୟା କରିଥିଲେ  । ଏନେଇ ଗ୍ରାମବାସୀ ଜାଣିବା ପରେ ଅଭିଯୁକ୍ତ ପୁଅକୁ ଅଟକ ରଖିବା ସହ ତାର ଗୋଡ ହାତକୁ ବାନ୍ଧି ଦେଇଥିଲେ  । ପରେ ପୋଲିସ କୁ ଖବର ଦେଇଥିଲେ ଗ୍ରାମବାସୀ ।

ଗ୍ରାମବାସୀଙ୍କ ଅନୁସାରେ ଶ୍ରୀକାନ୍ତ ଅଧିକାଂଶ ସମୟରେ ନିଶାଶକ୍ତ ଅବସ୍ଥାରେ ରହୁଥିଲା । ନିଶା ପାଇଁ ସେ ସବୁବେଳେ ଘର ଝଗଡା କରୁଥିଲା । ଶ୍ରୀକାନ୍ତକୁ  ନେଇ ତା’ ପରିବାରରେ ଅସନ୍ତୋଷ ରହିଥିଲା ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ୩୪୨୭ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ

କିମ୍ୱଦନ୍ତି ଧାବକ ମିଲ୍‌ଖା ସିଂହଙ୍କ ଦେହାନ୍ତରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ଶୋକ

ନୂଆଦିଲ୍ଲୀ: କିମ୍ୱଦନ୍ତି ଧାବକ ମିଲ୍‌ଖା ସିଂହଙ୍କ ଦେହାନ୍ତରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ଶୋକ ବ୍ୟକ୍ତ କରିଛନ୍ତି । ମିଲଖା ସିଂହଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗଭୀର ଭାବେ ମର୍ମାହତ ହୋଇଥିବା କହିଛନ୍ତି ରାଷ୍ଟ୍ରପତି । ମିଲଖା ସିଂହଙ୍କ ଜୀବନି, ସଂଘର୍ଷ ଏବଂ ଚରିତ୍ର ଯୁବପୀଢୀ ତଥା ଅନ୍ୟାମାନଙ୍କ ପାଇଁ ପ୍ରେରଣା ପାଲଟିବ ।

ସେହିପରି ପ୍ରଧାନମନ୍ତ୍ରୀ କହିଛନ୍ତି ଆମେ ଏକ ମହାନ୍ ଖେଳାଳିଙ୍କୁ ହରାଇଲୁ । ଭାରତୀୟ ଦଳରେ ମିଲଖା ସିଂହଙ୍କ ସ୍ଥାନ ସ୍ୱତନ୍ତ୍ର । ସେ ଆହୁରି କହିଛନ୍ତି ଯେ, ମିଲଖାଙ୍କ ବ୍ୟକ୍ତିତ୍ୱ ଅନ୍ୟମାନଙ୍କ ପ୍ରେରଣା । ମୁଁ ତାଙ୍କ ମୃତ୍ୟୁରେ ଗଭୀର ମର୍ମାହତ ।

ମିଲଖା ସିଂହ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ ବିୟୋଗରେ ଦେଶ ଜଣେ କିମ୍ବଦନ୍ତି ଧାବକଙ୍କୁ ହରଇଲା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ମିଲଖା ସିଂହଙ୍କ ଜୀବନି, ଯୁବପୀଢ଼ି ତଥା ଅନ୍ୟାମାନଙ୍କ ପାଇଁ ପ୍ରେରଣା ପାଲଟିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ୩୪୨୭ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ

ରାଜ୍ୟରେ ୩୪୨୭ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କ୍ରମାଗତ ଭାବରେ କମିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୪୨୭ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୧୯୫୪ ଓ ସ୍ଥାନୀୟ ଅଞ୍ଚଳରୁ ୧୪୭୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନୁଗୁୁଳରୁ ୧୩୮, ବାଲେଶ୍ୱର ୨୬୧, ବରଗଡ଼ ୫୨, ଭଦ୍ରକ ୧୩୯, ବଲାଙ୍ଗୀର ୪୦, ବୌଦ୍ଧ ୩୧, କଟକ ୩୯୬, ଦେବଗଡ଼ ୨୨, ଢେଙ୍କାନାଳ ୭୮, ଗଜପତି ୨୭, ଗଞ୍ଜାମ ୨୬, ଜଗତସିଂହପୁର ୧୦୮, ଯାଜପୁର ୨୮୫, ଝାରସୁଗୁଡ଼ା୧୦,କଳାହାଣ୍ଡି୩୫,କନ୍ଧମାଳ୪୧,କେନ୍ଦ୍ରାପଡ଼ା୧୧୧,କେନ୍ଦୁଝର୪୭,ଖୋର୍ଦ୍ଧା ୫୫୩, କୋରାପୁଟ ୭୨, ମାଲକାନଗିରି ୩୮, ମୟୂରଭଞ୍ଜ ୧୬୨, ନବରଙ୍ଗପୁର ୬୦, ନୟାଗଡ଼ ୧୪୨, ନୂଆପଡ଼ା ୨୦, ପୁରୀ ୨୭, ରାୟଗଡ଼ା ୯୪, ସମ୍ୱଲପୁର ୩୨, ସୋନପୁର ୩୦, ସୁନ୍ଦରଗଡ଼ ୭୮ଜଣ ଓ ଷ୍ଟେଟ୍ ପୁଲରୁ ୮୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ଶୋକ

ଭୁବନେଶ୍ୱର: ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗରେ ଗଭୀର ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଜଣେ ଅଭିଜ୍ଞ ଏବଂ ଦକ୍ଷ ପୋଲିସ ଅଫିସର ଥିଲେ । ଏଥି ସହିତ ଜଣେ ସଫଳ ଲେଖକ ଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଦିବଗଂତ ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତିି ।

ଅପରପକ୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ମଧ୍ୟ ଶ୍ରୀ ପାଣିଗ୍ରାହୀଙ୍କ ଦେହାନ୍ତରେ ଶୋକ ବ୍ୟକ୍ତ କରିଛନ୍ତି । ସେ ଜଣେ ଆଇପିଏସ୍‌ ଅଧିକାରୀ ଭାବେ ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ରହି ଦକ୍ଷତାର ସହ ଦାୟିତ୍ୱ ତୁଲାଇଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି । ସେ ମଧ୍ୟ ଦିବଂଗତ ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

ଓଡ଼ିଶା ପୋଲିସ ଶ୍ରୀ ପାଣିଗ୍ରାହୀ କଠିନ୍ ପରିଶ୍ରମ ଓ କାର୍ଯ୍ୟ ଦକ୍ଷତା ପାଇଁ ତାଙ୍କୁ ମନେରଖିବ ବୋଲି ଓଡ଼ିଶା ପୋଲିସ ଡିଜି ଟ୍ୱିଟ୍‌ କରି ଜଣାଇଛନ୍ତି ।

ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟର ଅନେକ ଜିଲ୍ଲାରେ ଝିପିଝିପି ବର୍ଷା ସାଙ୍ଗକୁ ଲାଗି ରହିଛି କୋହଲା ପାଗ । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ ଆଜି ସମ୍ବଲପୁର, କେନ୍ଦୁଝର, ବରଗଡ଼, ଦେବଗଡ଼, ଅନୁଗୁଳ, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି  । ଦକ୍ଷିଣ-ପଶ୍ଚିମ ବିହାର ଦେଇ ଏକ ଟ୍ରପ ଲାଇନ୍ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଉତ୍ତର ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଆସନ୍ତାକାଲିଠୁ ପାଗରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ଯାହାଫଳରେ ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଏଥିସହିତ ପଢ଼ନ୍ତୁ: ସ୍ୱତନ୍ତ୍ର SOP ଜାରି କଲା ସ୍ୱାସ୍ଥ୍ୟ ବିଭାଗ: ଶିଶୁଙ୍କ ପାଇଁ ୨୩୯୦ ବେଡ୍‌, ୬୧୦ ଆଇସିୟୁ ବେଡ ପ୍ରସ୍ତୁତ

 

କରୋନାରେ ଚାଲିଗଲେ ଫ୍ଳାଇଂ ଶିଖ୍ ମିଲଖା ସିଂହ

ନୂଆଦିଲ୍ଲୀ: ପରଲୋକରେ ଫ୍ଲାଇଂ ଶିଖ୍ ମିଲଖା ସିଂ । କରୋନାରେ ଆକ୍ରାନ୍ତ ହୋଇ ତାଙ୍କର ଦେହାନ୍ତ ହୋଇଛି । ଗତ ମେ’ ମାସରେ ସେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ । କିଛି ଦିନ ହୋମ୍‌ ଆଇସୋଲେସନରେ ରହିବା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବହୁତ ଖରାପ ହୋଇଥିଲା । ଫଳରେ ତାଙ୍କୁ ଜୁନ୍‌ ୩ ତାରିଖରେ ଚଣ୍ଡିଗଡ଼ର PGIMER ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅତି ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରିଥିଲେ ମେଡିକାଲ କର୍ତ୍ତୃପକ୍ଷ । ହେଲେ ଗତ କାଲି ରାତିରେ ତାଙ୍କର ଦୋହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିଲା । କିଛି ଦିନ ତଳେ ତାଙ୍କ ଧର୍ମପତ୍ନୀ ନିର୍ମଲ ମିଲଖାଙ୍କର ମଧ୍ୟ ଦେହାନ୍ତ ହୋଇଥିଲା । ମିଲଖାଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୋକ ବ୍ୟକ୍ତ କରିଛନ୍ତି । ତାଙ୍କର ବିୟୋଗରେ ଗଭୀର ମର୍ମାହତ ବୋଲି କହିଛନ୍ତି ରାଷ୍ଟ୍ରପତି । ମିଲଖା ସିଂହଙ୍କ ଜୀବନି, ସଂଘର୍ଷ ଏବଂ ଚରିତ୍ର ଯୁବପୀଢୀ ତଥା ଅନ୍ୟାମାନଙ୍କ ପାଇଁ ପ୍ରେରଣା ପାଲଟିବ । ଆହୁରି ମଧ୍ୟ ରାଷ୍ଟ୍ରପତି ଜଣାଇଛନ୍ତି ଯେ, ଶୋକସନ୍ତପ୍ତ ପରିବାରକୁ ମୁଁ ଗଭୀର ସମବେଦନା ଜଣାଉଛି । ସେହିପରି ପ୍ରଧାନମନ୍ତ୍ରୀ କହିଛନ୍ତି ଆମେ ଏକ ମହାନ୍ ଖେଳାଳିଙ୍କୁ ହରାଇଲୁ । ଭାରତୀୟ ଦଳରେ ମିଲଖା ସିଂହଙ୍କ ସ୍ଥାନ ସ୍ବତନ୍ତ୍ର । ସେ ଆହୁରି କହିଛନ୍ତି ଯେ, ମିଲଖାଙ୍କ ବ୍ୟକ୍ତିତ୍ୱ ଅନ୍ୟମାନଙ୍କ ପ୍ରେରଣା । ମୁଁ ତାଙ୍କ ମୃତ୍ୟୁରେ ଗଭୀର ମର୍ମାହତ ।

ଏଥିସହିତ ପଢ଼ନ୍ତୁ: କୋଭିଡରେ ଆଖି ବୁଜିଲେ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ

 

କୋଭିଡରେ ଆଖି ବୁଜିଲେ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ

ଭୁବନେଶ୍ୱର: ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ପରଲୋକ । କୋଲକାତାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । କରୋନାରେ ପୀଡିତ ହୋଇ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିଲେ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ । ସେପଟେ ଗତ ୮ ତାରିଖରେ ଅଶ୍ୱିନୀ କୋଭିଡ୍ ହସ୍ପିଟାଲରୁ କୋଲକାତା ପଠାଯାଇଥିଲା । ଏକମୋ ଚିକିତ୍ସା ପାଇଁ କୋଲକାତା ପଠା ଯାଇଥିଲାବେଳେ ଆଜି ରାତିରେ ତାଙ୍ତକର ଦେହାନ୍ତ ଘଟିଛି ।

ସୂଚନା ମୁତାବକ ବରିଷ୍ଠ ଆଇପିଏସ୍ ଅଫିସର ତଥା ଭିଜିଲାନ୍ସ ନିର୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କର ଶୁକ୍ରବାର ରାତି ୧୦ଟା ୧୫ରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ବୟସ ହୋଇଥିଲା । କୋଲକାତାରେ ଚିକିତ୍ସାଧୀନ ଅବସ୍ଥାରେ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ଜୁନ୍ ୮ ତାରିଖ ଦିନ ତାଙ୍କୁ ଏୟାର ଆମ୍ବୁଲାନ୍ସରେ କୋଲକାତାର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା ।

୧୯୯୧ ବ୍ୟାଚ୍ ଆଇପିଏସ୍ ଅଫିସର  ପାଣିଗ୍ରାହୀ ବାଲେଶ୍ବର ଜିଲ୍ଲାରେ ୧୯୬୫ ମସିହା ଅଗଷ୍ଟ ୨୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । କେନ୍ଦୁଝର, ପୁରୀ, କଟକ, ଗଞ୍ଜାମ ଓ ଭୁବନେଶ୍ବର ଏସ୍‌ପି ଭାବେ କାର୍ଯ୍ୟ କରିଥିଲେ ଦେବାଶିଷ । ପରେ ଡିଆଇଜି, ଆଇଜି ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ରାଜ୍ୟ ସରକାର ତାଙ୍କୁ ଗୁରୁତ୍ବପୂର୍ଣ୍ଣ ଭିଜିଲାନ୍ସ ବିଭାଗର ନିର୍ଦେଶକ ଭାବେ ନିଯୁକ୍ତି ଦେଇଥିଲେ । ରାଜନୀତି ବିଜ୍ଞାନରେ ଏମଏ ପାସ୍ କରିଥିବା ଦେବାଶିଷ ଜେଏନ୍‌ୟୁରେ ଏମଫିଲ୍ କରିଥିଲେ । ପରେ ପିଏଚ୍‌ଡି ଡିଗ୍ରି ହାସଲ କରିଥିଲେ । ସେ ଆଇନରେ ସ୍ନାତକ ମଧ୍ୟ କରିଥିଲେ ।

କୋଭିଡ୍‌ ଆକ୍ତାନ୍ତ ପରେ ଗୁରୁତର ହୋଇ ସେ ପ୍ରଥମେ କଟକ ଅଶ୍ବିନୀ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ କୋଲାକାତାର ଏକ ସ୍ପେସାଲିଟି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଏୟାର ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଏକ ବିଶେଷଜ୍ଞ ଦଳ କୋଲକାତା ନେଇଥିଲେ । କରୋନାରେ ଆକ୍ରାନ୍ତ ହୋଇ ଗତ ୨୯ରୁ ଦେବାଶିଷ ପାଣିଗ୍ରାହୀ କଟକ ଅଶ୍ବିନୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପରେ ତାଙ୍କ ସ୍ଥିତି ଗମ୍ଭୀର ହେବାରୁ ତାଙ୍କୁ ଭେଣ୍ଟିଲେଣ୍ଟରରେ ରଖାଯାଇଥିଲା । ଏକ୍‌ମୋ ଚିକିତ୍ସା ଜରୁରୀ ହୋଇଥିବା ପରିପ୍ରେକ୍ଷୀରେ ତାଙ୍କୁ ରାଜ୍ୟ ବାହାରକୁ ନେବାକୁ ଯୋଜନା ହୋଇଥିଲା । ବ୍ୟାପକ ବିଚାର ଆଲୋଚନା ପରେ କୋଲକାତାରେ ତାଙ୍କର ପରବର୍ତ୍ତୀ ଚିକିତ୍ସା ପାଇଁ ନିଷ୍ପତ୍ତି ହୋଇ ଆବଶ୍ୟକ ପଦକ୍ଷେପ ନିଆଯାଇଥିଲା । ଆଜି ତାଙ୍କ ମୃତଦେହ ଓଡ଼ିଶା ଆସିବ ବୋଲି ଜଣାପଡିଛି । ଦେବାଶିଷଙ୍କ ମୃତ୍ୟୁ ପରେ ବିଭିନ୍ନ କ୍ଷେତ୍ରରୁ ଶୋକ ପ୍ରକାଶ ପାଇଛି ।

ଦେବାଶିଷ ପାଣିଗ୍ରାହୀ ଜଣେ ପୋଲିସ ଅଫିସର କେବଳ ନୁହଁନ୍ତି । ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଗାଳ୍ପିକ । ୨୦୦୨ ମସିହାରେ ସେ ନିଜ କ୍ଷୁଦ୍ରଗଳ୍ପ ସଂକଳନ “ତଥାକଥିତ” ପାଇଁ ଏହି ପୁରସ୍କାର ଲାଭ କରିଥିଲେ । ୧୯୯୧ ମସିହାର ଭାରତୀୟ ପୁଲିସ ସେବା ଅଧିକାରୀ ଓ ବର୍ତ୍ତମାନ ଭିଜିଲାନ୍ସ ନିର୍ଦେଶକ(୨୫ ଡିସେମ୍ବର ୨୦୧୬ରୁ) ଭାବରେ ଅବସ୍ଥାପିତ ଅଛନ୍ତି । ସେହିପରି ତାଙ୍କ ଗଳ୍ପ ଇଂରାଜୀ, ହିନ୍ଦୀ, ବଙ୍ଗଳା,ତେଲୁଗୁ ଓ କନ୍ନଡ଼ ଆଦି ଭାଷାକୁ ଅନୁବାଦିତ ହୋଇସାରିଛି ।

ଆଡହକ୍ ଟିମ୍ ଅଧ୍ୟକ୍ଷ ହେଲେ ଦିଲ୍ଲୀପ ତିର୍କୀ

ଭୁବନେଶ୍ୱର: ଦିଲ୍ଲୀପ ତିର୍କୀ ହେଲେ ଆଡ୍‌ହକ କମିଟିର ଅଧ୍ୟକ୍ଷ । ପୂର୍ବରୁ ଆଡ୍‌ହକ କମିଟିର ସଦସ୍ୟ ଥିଲେ ଦିଲ୍ଲୀପ । ଆଡ୍‌ହକ କମିଟିର ଅଧ୍ୟକ୍ଷ ଭୋଳା ନାଥ ସିଂହ ଥିଲେ । ଯେଉଁଥିପାଇଁ ଅନେକ ବିବାଦ ଦେଖାଦେଇଥିଲା । ଏଥିରେ ହକି ଇଣ୍ଡିଆର ଉପସଭାପତି ଭୋଳାନାଥ ସିଂହଙ୍କୁ ଅଧ୍ୟକ୍ଷ କରାଯାଇ ଥିବାବେଳେ ଅଲିମ୍ପିଆନ ଦିଲୀପ ତିର୍କୀ ସଦସ୍ୟ ଥିଲେ । ଏହାସହ ଓଡ଼ିଶା ଅଲିମ୍ପିକ ସଂଘର ଜଣେ ପ୍ରତିନିଧିଙ୍କୁ ତୃତୀୟ ସଦସ୍ୟ ଭାବେ ରଖାଯାଇଥିଲା । ତେବେ ଆଡ୍‌ହକ୍ କମିଟି ଅଧ୍ୟକ୍ଷ ପଦବୀକୁ ନେଇ ଉଠିଥିଲା ପ୍ରଶ୍ନ । ଓଡ଼ିଶା ହକିର ବିକାଶ ପାଇଁ ହକି କିମ୍ବଦନ୍ତୀ ଦିଲ୍ଲୀପ ତିର୍କୀଙ୍କୁ ଆଡ୍ ହକ୍ କମିଟି ଅଧ୍ୟକ୍ଷ କରିବାକୁ ବିଶେଷଜ୍ଞମାନେ ମତ ଦେଇଥିଲେ ।

ଏଥିସହିତ ପଢ଼ନ୍ତୁ: ସ୍ୱତନ୍ତ୍ର SOP ଜାରି କଲା ସ୍ୱାସ୍ଥ୍ୟ ବିଭାଗ: ଶିଶୁଙ୍କ ପାଇଁ ୨୩୯୦ ବେଡ୍‌, ୬୧୦ ଆଇସିୟୁ ବେଡ ପ୍ରସ୍ତୁତ

ସ୍ୱତନ୍ତ୍ର SOP ଜାରି କଲା ସ୍ୱାସ୍ଥ୍ୟ ବିଭାଗ: ଶିଶୁଙ୍କ ପାଇଁ ୨୩୯୦ ବେଡ୍‌, ୬୧୦ ଆଇସିୟୁ ବେଡ ପ୍ରସ୍ତୁତ

ଭୁବନେଶ୍ୱର: ଦ୍ୱିତୀୟ ପରେ ତୃତୀୟ ଲହର ପାଇଁ ରାଜ୍ୟ ସରକାରଙ୍କ ସମରସଜ୍ଜା । ଥାର୍ଡ ଓ୍ୱେଭ୍‌ରେ ଶିଶୁଙ୍କୁ କିଭଳି ଚିକିତ୍ସା କରାଯିବ, ସେନେଇ ପ୍ରସ୍ତୁତ ରହିବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏସଓପି ଜାରି କରିଛି । ସେପଟେ ତୃତୀୟ ଲହରରେ ଶିଶୁ କମ୍ ସଂକ୍ରମିତ ହେବେ ବୋଲି ଡିଏମ୍ଇଟି ନିର୍ଦ୍ଦେଶକ କହିଛନ୍ତି । ଶିଶୁଙ୍କ ରୋଗ ପ୍ରତିରୋଧକ ଶକ୍ତି ବେଶି ଥିବାରୁ ସେମାନେ ଅଧିକ ସଂକ୍ରମିତ ହେବେନାହିଁ ବୋଲି ଡବ୍ଲୁଏଚଓ ଏବଂ ଏମ୍‌ସର ସର୍ଭେରୁ ଜଣାପଡ଼ିଛି ।

ଦ୍ୱିତୀୟ ପରେ ତୃତୀୟ ଲହର ମୁକାବଲା ପାଇଁ ରାଜ୍ୟ ସରକାରଙ୍କ ଆଗୁଆ ପ୍ରସ୍ତୁତି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏସଓପି ଜାରି କରି ଜିଲ୍ଲାପାଳ ଓ ସିଡିଏମଓଙ୍କୁ ପଠାଇଛି । ଆଗାମୀ ଲହରରେ ଶିଶୁଙ୍କୁ କିଭଳି ଚିକିତ୍ସା କରାଯିବ, ସେନେଇ ପ୍ରସ୍ତୁତ ରହିବାକୁ କୁହାଯାଇଛି । ସେପଟେ ଅନେକ ଦେଶରେ ତୃତୀୟ ଲହର ଆସିନି । ତେଣୁ ଏବେଠୁ ଆତଙ୍କିତ ହେବାର ଆବଶ୍ୟକତା ନାହିଁ ବୋଲି ଡିଏମ୍‌ଇଟି ନିର୍ଦ୍ଦେଶକ କହିଛନ୍ତି । ଆସିଲେ ମୁକାବିଲା ପାଇଁ ରାଜ୍ୟ ପ୍ରସ୍ତୁତ । ସଚେତନତା ସହ ଯୁଦ୍ଧକାଳୀନ ଭିତ୍ତିରେ ଟିକାକରଣ ଚାଲିଛି । ତୃତୀୟ ଲହରରେ ଶିଶୁ ଅଧିକ ଆକ୍ରାନ୍ତ ହେବେ କି ନାହିଁ ସେନେଇ ଭିନ୍ନ ତଥ୍ୟ ଆସୁଛି । ଅଧିକ ଶିଶୁ ଆକ୍ରାନ୍ତ ହେଲେ ବି ସ୍ୱାସ୍ଥ୍ୟସେବା ପାଇଁ ସରକାର ପ୍ରସ୍ତୁତ । ଜୁନ୍ ୭ସୁଦ୍ଧା ବିଶ୍ୱରେ ୬୩ଜଣଙ୍କଠାରେ ଡେଲଟା ପ୍ଳସ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଥିଲେ। ସେଥିରେ ଭାରତରୁ ୬ ଜଣ ଥିଲେ । ତେଣୁ ଆତଙ୍କିତ ହେବାର କାରଣ ନାହିଁ ।

ତୃତୀୟ ଲହରୀ ଆସିଲେ ବି ସେତେବେଳକୁ ହର୍ଡ ଇମ୍ୟୁନିଟି ଡେଭଲପ ହୋଇଯାଇଥିବ । ତେଣୁ ସମ୍ଭାବ୍ୟ ତୃତୀୟ ଲହର ସେକେଣ୍ଡ ଓ୍ୱେଭ୍‌ଠାରୁ ଅଧିକ ଭୟଙ୍କର ହେବନି ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି । ଡବ୍ଲୁଏଚଓ ଓ ଏମ୍ସର ସର୍ଭେରେ ପିଲାଙ୍କ ଆଣ୍ଟିବଡି ଡେଭଲପ୍ ହୋଇଥିବା ଜଣାପଡିଛି । ତେଣୁ ସେମାନେ ଅଧିକ ପ୍ରଭାବିତ ହେବାର ଆଶଙ୍କା ନାହିଁ । ସେହିପରି ଗ୍ରାମାଞ୍ଚଳରେ ବି ଲୋକଙ୍କଠାରେ ଆଣ୍ଟିବଡି ଡେଭଲପ ହୋଇଛି । ଯାହାଦ୍ୱାରା ଦ୍ୱିତୀୟ ଲହରରେ ଆକଳନଠୁ କମ କ୍ଷୟକ୍ଷତି ହୋଉଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି। ଦ୍ୱିତୀୟ ଲହରର ପ୍ରକୋପ କମିଥିଲେ ବି ସମସ୍ତଙ୍କୁ କୋଭିଡ କଟକଣା ମାନିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।