ଭୁବନେଶ୍ୱର:ଅଗଷ୍ଟ ଦ୍ବିତୀୟ ସପ୍ତାହରେ ବାହାରିବ ଯୁକ୍ତ ଦୁଇ ପରୀକ୍ଷା ଫଳ । ଏନେଇ ମୂଲ୍ୟାୟନ ଫର୍ମୁଲାକୁ ବିଧିବଦ୍ଧ ସ୍ୱୀକୃତି ମିଳିଛି । ଏକ୍ସପର୍ଟ କମିଟି ଦେଇଥିବା ପ୍ରସ୍ତାବ ଅନୁସାରେ ପରିଷଦ ମୂଲ୍ୟାୟନ କରିବ । ଦଶମ ଶ୍ରେଣୀ ବୋର୍ଡ ମାର୍କ ଆଧାରରେ ଥିଓରୀ ପେପରରେ ନମ୍ବର ମିଳିବ । ସେହିପରି ଏକ୍ସରେଗୁଲାର ପରୀକ୍ଷାର୍ଥୀଙ୍କୁ ଗତ ବର୍ଷ ପରୀକ୍ଷା ଅନୁସାରେ ମାର୍କ ମିଳିବ। ପ୍ରାକ୍ଟିକାଲ ପାଇଁ ହାଇସ୍କୁଲ ସ୍ତରର ମାର୍କିଂ ଆଧାରରେ ନମ୍ବର ମିଳିବ । ପରୀକ୍ଷା ଫଳରେ ସନ୍ତୁଷ୍ଟ ନହେଲେ ସ୍ଥିତି ଅନୁସାରେ ଆଉ ଥରେ ଅଫ୍ଲାଇନ୍ ମୋଡ୍ରେ ପରୀକ୍ଷା ଦେଇପାରିବେ । ଏକ୍ସପର୍ଟ କମିଟିର ମାର୍କିଂ ପଦ୍ଧତିକୁ ସିଏଚଏସଇ ଓ୍ୱେବସାଇଟ୍ରେ ଅପଲୋଡ୍ କରାଯିବ । ମୂଲ୍ୟାୟନରେ ସନୁଷ୍ଟ ନଥିବା ପିଲାଙ୍କୁ ପରୀକ୍ଷା ଦେବା ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ରାଜ୍ୟରେ କରୋନା ପ୍ରଭାବ ଯୋଗୁଁ ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକଙ୍କ ସୁରକ୍ଷା ଦୃଷ୍ଟିରୁ ଯୁକ୍ତ ୨ ପରୀକ୍ଷାକୁ ବାତିଲ କରିଥିଲେ ରାଜ୍ୟ ସରକାର । ଏନେଇ ଗତ ୪ ତାରିଖରେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାରା ଦେଶରେ କୋଭିଡ ମହାମାରୀର ଦ୍ୱିତୀୟ ଲହର ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି। ଏଥିରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ପିଲାମାନଙ୍କ ପାଠପଢା ଓ ଲୋକମାନଙ୍କର ଜୀବନଜୀବିକା। କିନ୍ତୁ ଏସବୁ ଠାରୁ ଉର୍ଦ୍ଧ୍ୱରେ ରହିଛି ମଣିଷ ଜୀବନର ସୁରକ୍ଷା ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।
ପାର୍କିଂ ପାଇଁ ଉଚ୍ଛେଦକୁ ନେଇ ନୟାପଲ୍ଲୀରେ ପୋଲିସ ଓ ସାଧାରଣ ଜନତାଙ୍କ ମଧ୍ୟରେ ଧସ୍ତାଧସ୍ତି
ଭୁବନେଶ୍ୱର: ପାର୍କିଂ ପାଇଁ ଉଚ୍ଛେଦକୁ ନେଇ ଭୁବନେଶ୍ବରରେ ଉତ୍ତେଜନା। ନୟାପଲ୍ଲୀରେ ପୋଲିସ ଓ ସାଧାରଣ ଜନତାଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ଭୁବନେଶ୍ୱର ଦ-ଓ୍ବାର୍ଲ୍ଡ ନିକଟରେ ଥିବା ପାର୍କିଂ ପାଇଁ ଉଛେଦକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ସହ ବିରୋଧ କରିଛନ୍ତି। କଳିଙ୍ଗ ଷ୍ଟାଡିୟମ ୧ନମ୍ବର ଗେଟ ପାର୍ଶ୍ୱରେ ଥିବା ଶ୍ମଶାନ ଓ ପଡିଆକୁ ଷ୍ଟାଡିୟମ ଶହ ମିଶାଇକୁ ଅଡର ଆସିଥିବା ବେଳେ ଏଥିପାଇଁ ଉଚ୍ଛେଦ ହୋଇଥାନ୍ତା।

ଏ ନେଇ ଅଞ୍ଚଳ ବାସୀଙ୍କ ପକ୍ଷରୁ ଏକ ସ୍ମାରକ ପତ୍ର ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି। ତେବେ ପୂର୍ବ ପୁରୁଷଙ୍କ ଶ୍ମଶାନ ଓ ପଡିଆକୁ କୌଣସି ପରିସ୍ଥିତିରେ ଛାଡ଼ିବୁ ନାହିଁ ବୋଲି ସ୍ଥାନୀୟ ବାସିନ୍ଦା ଚେତାବନୀ ଦେଇଛନ୍ତି।
ସାବରମତୀ ନଦୀରୁ ମିଳିଲା କରୋନା ଭାଇରସ୍
ଗାନ୍ଧିନଗର: କରୋନା ପଜିଟିଭ୍ ହେଲା ଗୁଜରାଟର ସାବରମତୀ ନଦୀ । ନଦୀ ଜଳ ସାମ୍ପୁଲରୁ ମିଳିଲା କରୋନା ଭୂତାଣୁ । ଧୀରେ ଧୀରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ସାମ୍ନାକୁ ଆସିଛି ଏଭଳି ଏକ ଚିନ୍ତାଜନକ ରିପୋର୍ଟ । ଗୁଜରାଟର ସାବରମତୀ ନଦୀ ଜଳରୁ ମିଳିଛି କରୋନା ଭୂତାଣୁ । ଗୁଜରାଟର ଅହମ୍ମଦାବାଦ ଦେଇ ପ୍ରବାହିତ ସାବରମତୀ ନଦୀର ସମସ୍ତ ସାମ୍ପୁଲ କରୋନା ପଜିଟିଭ୍ ଆସିଛି ।
ସାବରମତୀ ନଦୀ ସମେତ ଦୁଇଟି ବିରାଟ ପୋଖରୀ କାଙ୍କରିଆ ଓ ଚନ୍ଦୋଲା ପାଣି ସାମ୍ପୁଲରେ ମଧ୍ୟ କରୋନା ଭୂତାଣୁ ଥିବା ରିପୋର୍ଟ ଆସିଛି । ପୂର୍ବରୁ ଗଙ୍ଗାନଦୀର ବିଭିନ୍ନ ସିଓ୍ବେଜରେ କରୋନା ଭୂତାଣୁ ଚିହ୍ନଟ କରାଯାଇଥିଲା । ହେଲେ ଏବେ ପ୍ରାକୃତିକ ଜଳଉତ୍ସରେ କରୋନା ଭୂତାଣୁ ମିଳିବା ପରେ ଚିନ୍ତା ବଢ଼ିଯାଇଛି । ଆଇଆଇଟି ଗାନ୍ଧିନଗର ପକ୍ଷରୁ ସାବରମତୀ ନଦୀ ଜଳ ସାମ୍ପୁଲ ନିଆଯାଇଥିଲା । ପରୀକ୍ଷା କରାଯିବା ପରେ ଏଥିରେ କରୋନା ଭୂତାଣୁ ଥିବା ଜଣାପଡ଼ିଛି ବୋଲି ପ୍ରଫେସର ମନିଷ କୁମାର କହିଛନ୍ତି । ଅନୁସନ୍ଧାନ ବେଳେ ୨୫ ପ୍ରତିଶତ ଜଳ ନମୁନାରେ କରୋନା ଭାଇରସର ଉପସ୍ଥିତି ଚିହ୍ନଟ ହୋଇଛି, ଯାହା ଅତ୍ୟନ୍ତ ବିପଜ୍ଜନକ ବୋଲି ମଧ୍ୟ କୁହାଯାଇଛି।
ଏହି ଅନୁସନ୍ଧାନ ସମ୍ପର୍କରେ ଆଇଆଇଟି ଗାନ୍ଧିନଗରର ପୃଥିବୀ ଏବଂ ବିଜ୍ଞାନ ବିଭାଗର ପ୍ରଫେସର ମନୀଷ କୁମାର କହିଛନ୍ତି ଯେ, ଏହି ଜଳ ନମୁନାଗୁଡିକ ନଦୀରୁ ୩ ସେପ୍ଟେମ୍ବରରୁ ଡିସେମ୍ବର ୨୯, ୨୦୨୦ ପର୍ଯ୍ୟନ୍ତ ନିଆଯାଉଥିଲା। ନମୁନା ନେବା ପରେ ଏହାର ଯାଞ୍ଚ କରାଯାଇଥିଲା ଏବଂ ଏଥିରୁ କରୋନା ଭାଇରସ ମିଳିଛି । ମନୀଷ କୁମାରଙ୍କ ଅନୁଯାୟୀ ସାବରମତି ନଦୀରୁ ୬୯୪ଟି ନମୁନା, କାଙ୍କାରିଆ ପୋଖରୀରୁ ୫୪୯ଟି ଏବଂ ଚାନ୍ଦୋଲା ପୋଖରୀରୁ ୪୦୨ଟି ନମୁନା ପରୀକ୍ଷା କରାଯାଇଥିଲା । ଏହି ନମୁନାଗୁଡ଼ିକରୁ ହିଁ କରୋନା ଭାଇରସ ଚିହ୍ନଟ ହୋଇଛି ।
ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍ ପ୍ୟାକେଜରେ ଲାଭବାନ ହେବେ ନିମ୍ନବର୍ଗର ଲୋକ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୧୬୯୦ କୋଟି ଟଙ୍କାର କୋଭିଡ୍ ପ୍ୟାକେଜରେ ସମାଜର ସବୁଠାରୁ ନିମ୍ନବର୍ଗର ଲୋକଙ୍କ ଲାଭବାନ ହେବେ। ଏଥିରେ ଭୂମିହୀନ ଚାଷୀଙ୍କ ପାଇଁ ସହାୟତା ରାଶି ଦିଆଯାଇଛି। ସହରର ଗରିବଙ୍କ ପାଇଁ ବି କରାଯାଇଛି ବ୍ୟବସ୍ଥା। ବିଜେଡି ମୁଖ୍ୟାଳୟ ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା କହିଛନ୍ତି, କୋଭିଡ ଯୋଗୁ ଅର୍ଥନୀତି ଭୁଶୁଡି ପଡ଼ିଥିବା ବେଳେ ଗ୍ରାମୀଣ ଅର୍ଥନୀତିକୁ ମନରେଗା ଜରିଆରେ ଜାରି ରଖିବାକୁ ପ୍ରୋତ୍ସାହନ ଦିଆଯାଇଛି।
SFSରେ ୫ କିଲୋଗ୍ରାମ ଚାଉଳ ପ୍ୟାକେଜ, ପଞ୍ଜୀକୃତ ନିର୍ମାଣ ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ୧୫୦୦ ଟଙ୍କା ବ୍ୟବସ୍ଥା ହୋଇଛି। SC- STଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ, ୫ହଜାର ଓ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ଅଛି ପ୍ୟାକେଜ। ଯେଉଁ ବର୍ଗ ସାମିଲ ହୋଇଛନ୍ତି, ଏପରି କରିବାରେ ଭାରତବର୍ଷରେ ଓଡ଼ିଶା ପ୍ରଥମ ରାଜ୍ୟ। ଏହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସଂପନ୍ନ ନିଷ୍ପତ୍ତି। କୋଭିଡ ସମୟରେ ଏହି ପ୍ୟାକେଜ ସମାଜର ସବୁ ତଳ ଵର୍ଗକୁ ପ୍ରୋତ୍ସାହନ ଦେବ। ଅନେକ ପ୍ରବାସୀ ଶ୍ରମିକ ଫେରିଛନ୍ତି, କିଛି ଅଛନ୍ତି। ସେମାନଙ୍କୁ ସରକାର ସହଯୋଗ ଦେଉଛନ୍ତି, ତା’ ବାଦ ମନ୍ରେଗାରେ ଅଧିକ ୫୦ ଟଙ୍କା ଯାହା ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି, ତାହା ଗ୍ରାମ୍ୟ ଅର୍ଥନୀତିକୁ ସୁଦୃଢ଼ କରିବ ବୋଲି ବିଜେଡି ମୁଖ୍ୟାଳୟ ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା କହିଛନ୍ତି।
୪୩ କିଲୋର ସୁନା ବିସ୍କୁଟ ଜବତ, ଚୋରାଚାଲଣ ପାଇଁ ତିଆରି ହୋଇଥିଲା ସ୍ୱତନ୍ତ୍ର କାର
ନୂଆଦିଲ୍ଲୀ: ଆସାମରେ ବଡ ଧରଣର ସୁନା ରାକେଟ ଠାବ । ରାଜସ୍ବ ବିଭାଗ ଗୁଇନ୍ଦା କର୍ମଚାରୀଙ୍କ ହାତରେ ଧରାପଡିଲା ୨୧ କୋଟି ଟଙ୍କାର ସୁନା ବିସ୍କୁଟ । ଜବତ ସୁନାର ଓଜନ ପ୍ରାୟ ୪୩ କିଲୋଗ୍ରାମ । କୌଣସି ସୂତ୍ରରୁ ଖବର ପାଇ ରାଜସ୍ବ ବିଭାଗ ଗୁଇନ୍ଦା କର୍ମଚାରୀମାନେ ଏକ କାର ଉପରେ ନଜର ରଖିଥିଲେ । କାରରେ ୨ ଜଣ ବ୍ଯକ୍ତି ଥିଲେ । ପ୍ରଥମେ ସେମାନଙ୍କୁ ଜେରା କରାଯାଇଥିଲା । ମାତ୍ର ସେମାନେ କୌଣସି ସଠିକ୍ ଉତ୍ତର ଦେଇ ନଥିଲେ । ପରେ ଯାଞ୍ଚ ପରେ କାରରୁ ବିପୁଳ ସୁନା ବିସ୍କୁଟ ଜବତ କରାଯ଼ାଇଥିଲା ।

ଆଶ୍ଚର୍ଯ୍ଯକର କଥା ହେଉଛି ଏହି ବିସ୍କୁଟଗୁଡିକୁ ଏପରି ଭାବେ ଲୁକ୍କାୟିତ କରି ରଖାଯାଇଥିଲା ଯେ ସମସ୍ତ ବିସ୍କୁଟକୁ ପାଇବା ଲାଗି କର୍ମଚାରୀଙ୍କୁ ୧୮ ଘଣ୍ଟା ଲାଗିଯାଇଥିଲା । କାରରୁ ମୋଟ ୨୬୦ଟି ସୁନା ବିସ୍କୁଟ ଜବତ କରାଯାଇଛି ଯାହାକି ବିଦେଶରେ ତିଆରି ହୋଇଛି । କେବଳ ସୁନା ଚୋରାଚାଲାଣ ଲାଗି ଏହି କାର୍ ବ୍ଯବହୃତ ହୋଇଥିଲା ଏବଂ କାର୍ ଭିତରେ ସୁନା ରଖିବା ଲାଗି ଅତି ସତର୍କତା ଭାବେ ୩ଟି ଗୋପନ ସ୍ଥଳୀ ତିଆରି ହୋଇଥିଲା । ପୂର୍ବରୁ ମଧ୍ଯ ଏହି କାର୍ ସୁନା ଚୋରାଚାଲାଣରେ ବ୍ଯବହୃତ ହୋଇଥିଲା ବୋଲି ଜେରାରୁ ସ୍ପଷ୍ଟ ହୋଇଛି ।
ତେବେ କରୋନାଜନିତ ଲକଡାଉନ ସତ୍ତ୍ବେ ମିଆଁମାର ସୀମାନ୍ତ ଅନ୍ତର୍ଗତ ମଣିପୁରର ବିଭିନ୍ନ ଅଞ୍ଚଳରେ ଚୋରା ସୁନାକାରବାର ଚାଲିଥିବା ଜଣାଯାଇଛି । ମିଆଁମାର ସେକ୍ଟରରେ ଗୁଆହାଟି ଜୋନାଲ ୟୁନିଟରେ ଗତ ୩ ମାସରେ ପ୍ରାୟ ୬୭ କେଜି ସୁନା ଜବତ ହୋଇଛି ଯାହାର ମୂଲ୍ଯ ୩୩ କୋଟି ଟଙ୍କା ହେବ । ଲକଡାଉନର ସୁଯୋଗ ନେଇ ଏହି କାରବାର ନିର୍ବିଘ୍ନରେ ଚାଲିଆସୁଥିଲା ।
ତୃତୀୟ ଲହର ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପ୍ରସ୍ତୁତ: ସି.ବି.କେ ମହାନ୍ତି
ଭୁବନେଶ୍ୱର: କରୋନାର ସମ୍ଭାବ୍ୟ ତୃତୀୟ ଲହର ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପ୍ରସ୍ତୁତ। ଡିଏମଇଟି ନିର୍ଦ୍ଦେଶକ ସି.ବି.କେ ମହାନ୍ତି ଏହା କହିଛନ୍ତି। ଏବେବି ଅନେକ ଦେଶରେ ତୃତୀୟ ଲହର ଆସିନି। ମହାରାଷ୍ଟ୍ରରେ ମଧ୍ୟ ଆସିନାହିଁ। ଏବେଠାରୁ ଆତଙ୍କିତ ହେବାର ଆବଶ୍ୟକତା ନାହିଁ। କରୋନାର ସମ୍ଭାବ୍ୟ ତୃତୀୟ ଲହର ଆସିଲେ ମୁକାବିଲା ପାଇଁ ସରକାର ପ୍ରସ୍ତୁତ ବୋଲି ଡିଏମ୍ଇଟି ସିବିକେ ମହାନ୍ତି କହିଛନ୍ତି। ଲୋକଙ୍କୁ ସଚେତନ କରାଯାଉଛି। ଯୁଦ୍ଧକାଳୀନ ଭିତ୍ତିରେ ଟିକାକରଣ ବି ଚାଲିଛି। ଅଧିକ ଲୋକ ସଂକ୍ରମଣ ହେବା ଆଶଙ୍କା ଥିବାରୁ ଅଧିକ ବ୍ୟବସ୍ଥା ହୋଇଛି। ତୃତୀୟ ଲହରରେ ଶିଶୁ ଅଧିକ ଆକ୍ରାନ୍ତ ହେବେ କି ନାହିଁ ଭିନ୍ନ ଭିନ୍ନ ଆକଳନ ହୋଇଛି।
ଯଦି ଶିଶୁ ଅଧିକ ଆକ୍ରାନ୍ତ ହୁଅନ୍ତି ସେଥିପାଇଁ ସରକାର ପ୍ରସ୍ତୁତି କରିଛନ୍ତି। ଜୁନ୍ ୭ ସୁଦ୍ଧା ବିଶ୍ବରେ ୬୩ ଜଣ ଡେଲଟା ପ୍ଳସ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଥିଲେ। ସେଥିମଧ୍ୟରୁ ଭାରତରେ ୬ ଜଣ ଥିଲେ। ସେହି ସଂଖ୍ୟାକୁ ଦେଖିଲେ ଆତଙ୍କିତ ହେବାର ନାହିଁ। ବିଭିନ୍ନ ବିଶେଷଜ୍ଞଙ୍କ ମତରେ ତାଳମେଳ ରହୁନାହିଁ। ଆବଶ୍ୟକ ସ୍ଥଳେ ଅଧିକ ବ୍ୟବସ୍ଥା କରିବାକୁ ସ୍ବାସ୍ଥ୍ୟ ବିଭାଗ ପ୍ରସ୍ତୁତ ଥିବା ପ୍ରତିକ୍ରିୟା ଦେଇଛନ୍ତି ସିବିକେ ମହାନ୍ତି। ପ୍ରଥମ ଲହରରେ ୧୨ ପ୍ରତିଶତ ଆକ୍ରାନ୍ତ ହୋଇଥିଲେ। ଦ୍ବିତୀୟ ଲହରରେ ବି ସେତିକି ପ୍ରତିଶତ ରହିଲା। ତୃତୀୟ ଲହରରେ ଅଧିକ ସଂକ୍ରମଣ ଆଶା ନାହିଁ ବୋଲି ସେ କହିଛନ୍ତି। ସେପଟେ ଏବେ ରାଜ୍ୟରେ ସଂକ୍ରମଣ ସାମାନ୍ୟ ବଢିଛି। ସବୁ ରୋଗରେ ଏପରି ଟ୍ରେଣ୍ଡ ଦେଖାଦିଏ। ଡେଲଟା ଭାରିଆଣ୍ଟ ଦେଶରେ ବହୁ କମ୍ ଦେଖିବାକୁ ମିଲିଛି।

