spot_img
Home Blog Page 5575

ଏୟାର ମାର୍ଶଲ ବିବେକ ରାମ ଚୌଧୁରୀଙ୍କୁ ନୂଆ ଦାୟିତ୍ୱ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା (IAF)ର ବରିଷ୍ଠ ଅଧିକାରୀମାନଙ୍କ ମଧ୍ୟରେ ବଦଳି ହୋଇଛି । ଏୟାର ମାର୍ଶଲ ବିବେକ ରାମ ଚୌଧୁରୀଙ୍କୁ ବାୟୁସେନା ମୁଖ୍ୟାଳୟରେ ବାୟୁସେନାର ପରବର୍ତ୍ତୀ ଉପାଧ୍ୟକ୍ଷ ଭାବରେ ନିଯୁକ୍ତି ଦିଆଯାଇଛି । ଏହାସହ ଦୁଇଜଣ ନୂଆ କମାଣ୍ଡର-ଇନ୍-ଚିଫ୍ ମଧ୍ୟ ସେମାନଙ୍କର ନୂଆ କାର୍ଯ୍ୟଭାର ଗ୍ରହଣ କରିବେ। ଏୟାର ଅପରେସନ୍ସର ମହାନିର୍ଦ୍ଦେଶକ ଏୟାର ମାର୍ଶଲ ବଲ୍ଲଭ ରାଧା କୃଷ୍ଣ ଦିଲ୍ଲୀର ପଶ୍ଚିମ କମାଣ୍ଡରେ ଚୌଧୁରୀଙ୍କ ସ୍ଥାନ ନେବେ । ଏହାସହ ଏୟାର ମାର୍ଶଲ ଆରଜେ ଡକବର୍ଥ ପ୍ରୟାଗରାଜରେ ଏୟାର କମାଣ୍ଡର ଦାୟିତ୍ୱ ଗ୍ରହଣ କରିବେ ।

ବିବେକ ରାମ ଚୌଧୁରୀ ସେହି ସମୟରେ ଉପାଧ୍ୟକ୍ଷ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ ଯେଉଁ ସମୟରେ ଭାରତୀୟ ବାୟୁସେନା ପୂର୍ବ ଲଦାଖ ଅଞ୍ଚଳରେ ରାତି ସମୟରେ ଏୟାର ପାଟ୍ରୋଲିଂ କରୁଥିଲା । ନ୍ୟାସନାଲ ଡିଫେନ୍ସ ଏକାଡେମୀର ପୁରାତନ ଛାତ୍ର ଏୟାର ମାର୍ଶଲ ଚୌଧରୀଙ୍କୁ ଡିସେମ୍ବର ୨୯, ୧୯୮୨ରେ ଭାରତୀୟ ବାୟୁସେନାର ଯୁଦ୍ଧବିମାନ ଷ୍ଟ୍ରିମରେ ସାମିଲ କରାଯାଇଥିଲା।

ଏୟାର ମାର୍ଶଲ ବିବେକ ରାମ ଚୌଧୁରୀ ପ୍ରାୟ ୩୮ ବର୍ଷ ଧରି କ୍ୟାରିୟରରେ ବିଭିନ୍ନ ପ୍ରକାରର ଯୁଦ୍ଧ ବିମାନ ଏବଂ ପ୍ରଶିକ୍ଷକ ବିମାନ ଉଡ଼ାଇଛନ୍ତି। ତାଙ୍କର MiG-21, MiG-23 MF, MiG-29 ଏବଂ ସୁଖୋଇ -30 MKI ଯୁଦ୍ଧ ବିମାନ ଉଡ଼ାଇବାର ଅଭିଜ୍ଞତା ରହିଛି । ତାଙ୍କ ପାଖରେ ୩,୮୦୦ ଘଣ୍ଟାରୁ ଅଧିକ ଉଡ଼ାଣ ମଧ୍ୟ ଅଭିଜ୍ଞତା ଅଛି । ଏୟାର ମାର୍ଶଲ ଚୌଧୁରୀ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି। ସେ ଜଣେ ଫ୍ରଣ୍ଟଲାଇନ ଯୁଦ୍ଧ ବିମାନର କମାଣ୍ଡର ମଧ୍ୟ ରହିଛନ୍ତି । ଜଣେ ଏୟାର ମାର୍ଶଲ ଭାବରେ ସେ ବାୟୁସେନାର ଉପାଧ୍ୟକ୍ଷ ପଦବୀ ମଧ୍ୟ ସମ୍ଭାଳିଛନ୍ତି ।

ସୂଚନାଯୋଗ୍ୟ ଯେ, ଏହାପୂର୍ବରୁ ପଶ୍ଚିମ ଏୟାର କମାଣ୍ଡର ମୁଖ୍ୟ ଭାବରେ ଏୟାର ମାର୍ଶଲ ବିବେକ ଚୌଧରୀଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଯେତେବେଳେ ପୂର୍ବ ଲଦାଖ (LAC) ରେ ଭାରତ ଏବଂ ଚୀନ୍ ମଧ୍ୟରେ ବିବାଦ ବଢିଯାଇଥିଲା । ଏବଂ ଏହା ବ୍ୟତୀତ ପାକିସ୍ତାନ ମଧ୍ୟ କ୍ରମାଗତ ଭାବରେ ସୀମାରେ ଘୃଣ୍ୟ କାର୍ଯ୍ୟକଳାପ କରୁଥିଲା।

 

ଇଏ କେମିତିକା ହାକିମି: ବୃଦ୍ଧଙ୍କୁ ମାରିଲେ, ମାପଯନ୍ତ୍ର ଛଡାଇନେଲେ

ଝାରସୁଗୁଡା: ମାନବିକତା ଭୁଲିଗଲେ ତହସିଲଦାର । କଥାରେ ଅଛି ଯେମିତି କୁଜି ଅସରପା ଉପରେ କାଣି ବିରାଢି  ଷଣ୍ଢ  । ଠିକ ସେହିପରି ବୃଦ୍ଧାଙ୍କ ଉପରେ ଦବଙ୍ଗଗିରି ଦେଖାଇଲେ ଉକ୍ତ ତହସିଲଦାର  । ବୃଦ୍ଧ ତରଭୁଜ ବିକାଳିଙ୍କୁ ମାରିଲେ ମାଡ । ଅନେକ ସ୍ଥାନରେ କୋଭିଡ ନିୟମ ଆଳରେ ନିରୀହ ଲୋକଙ୍କ ଉପରେ ଅତ୍ୟାଚାର ହେଉଥିବା ଦୃଶ୍ୟ ସାମ୍ନାକୁ ଆସୁଛି । ଆଜି ପୁଣି ଏଭଳି ଆଉ ଏକ ଚିତ୍ର ଆସିଛି ଝାରସୁଗୁଡା ସହରରୁ ଆସିଛି।

ସୂଚନା ମୁତାବକ ବମ୍ବେ ଛକରେ ଝାରସୁଗୁଡା ଅତିରିକ୍ତ ତହସିଲଦାର ଯୋବିତା ତିର୍କୀ ଜଣେ ବୃଦ୍ଧ ତରଭୁଜ ବିକାଳିଙ୍କୁ ବାଡିରେ ମାଡ ମାରୁଥିବା ଭିଡିଓ ଭାଇରଲ ହେଉଛି । ଏହାପରେ ବୁଢା ତରଭୁଜ ବିକାଳି ଜଣକ ଗଣମାଧ୍ୟମ ସମ୍ମୁଖରେ ଅତିରିକ୍ତ ତହସିଲଦାରଙ୍କ ଦାଦାଗିରି ବାବଦରେ ମୁହଁ ଖୋଲିଛନ୍ତି । ଅଭିଯୋଗ ମୁତାବକ ସେ ଆଜି ପୂର୍ବାହ୍ଣ ୧୧ଟାରେ ତରଭୁଜ ଦୋକାନ ବନ୍ଦ କରୁଥିବାବେଳେ ଅତିରିକ୍ତ ତହସିଲଦାର ଯୋବିତା ତିର୍କୀ ପହଁଚି ତାଙ୍କୁ ଗାଳି କରିବାସହ ତାଙ୍କ ବଟକରା ଓ ମାପଯନ୍ତ୍ର ଜବତ କରୁଥିଲେ ।

ବୁଢା ତରଭୁଜ ଦୋକାନୀ ଜଣକ ଏହାକୁ ବିରୋଧ କରିବାପରେ ଅତିରିକ୍ତ ତହସିଲଦାର ତାଙ୍କୁ ୧୦ରୁ୧୨ ଥର ବାଡ଼ିରେ ମାରିଥିବା ସେ ଅଭିଯୋଗ କରିଛନ୍ତି । ଏହାସହ ପାଖରେ ଥିବା ତାଙ୍କ ନାବାଳକ ପୁଅକୁ ମଧ୍ୟ ଅତିରିକ୍ତ ତହସିଲଦାର ମାଡ ମାରିଥିବା କହିଛନ୍ତି ଦୋକାନୀ ଜଣକ । ସେପଟେ ତହସିଲଦାର ମାଡ ମାରୁଥିବା ସମୟର ଦୃଶ୍ୟ ଏବେ ସୋସିଆଲ ମଡିଆରେ ଭାିରାଲ ହେବାରେ ଲାଗିଛି  ।

ପାଞ୍ଚ ରାଜ୍ୟ ପାଇଁ କଂଗ୍ରେସର ସହପ୍ରଭାରୀ ଘୋଷଣା, ସପ୍ତଗିରି ଉଲାକାଙ୍କୁ ଛତିଶଗଡ଼ ଭାର

ନୂଆଦିଲ୍ଲୀ: ପାଞ୍ଚୋଟି ରାଜ୍ୟ ପାଇଁ କଂଗ୍ରେସର ସହ ପ୍ରଭାରୀ ଘୋଷଣା । କଂଗ୍ରେସ ସାଧାରଣ ସଂପାଦକ କେସି ବେଣୁଗୋପାଲ ଏହି ରାଜ୍ୟ ମାନଙ୍କ ପାଇଁ ସହ ପ୍ରଭାରୀଙ୍କ ନାମ ଘୋଷଣା କରିଛନ୍ତି । ଓଡିଶାରୁ ଲୋକସଭା ଯାଇଥିବା ସପ୍ତଗିରି ଉଲ୍ଲାକା ନାମ ମଧ୍ୟ ଏହି ତାଲିକାରେ ସାମିଲ ହୋଇଛି । ଛତିଶଗଡ ପାଇଁ ସପ୍ତଗିରି ଉଲ୍ଲାକାଙ୍କୁ ସହ ପ୍ରଭାରୀ ଭାବେ ନିଯୁକ୍ତ କରିଛି କଂଗ୍ରେସ ।

ସେହିପରି ବିଧାୟିକା ଦିପିକୀ ପାଣ୍ଡେଙ୍କୁ ଉତ୍ତରାଖଣ୍ଡ କଂଗ୍ରେସ ପାଇଁ ସହପ୍ରଭାରୀ , ସଞ୍ଜୟ ଦତ୍ତଙ୍କୁ ହିମାଞ୍ଚଳ ପ୍ରଦେଶ ସହ ତାମିଲନାଡ଼ୁ ଏବଂ ପୁଡୁଚେରୀ ପାଇଁ ମଧୟ ସହପ୍ରଭାରୀ ଦାୟିତ୍ୱ ହସ୍ତାନ୍ତର କରାଯାଇଛି । ଅନ୍ୟପଟେ ଇମ୍ରାନ ମାସୁଦଙ୍କୁ ଦିଲ୍ଲୀ ଏବଂ ବ୍ରିଜଲାଲ ଖାବ୍ରୀଙ୍କୁ ବିହାର ସହପ୍ରଭାରୀ ଭାବେ ନିଯୁକ୍ତ କରିଛି କଂଗ୍ରେସ ।

ଭୀମସାର ହସ୍ପିଟାଲରେ କଳା କନା ବୁଲାଇଲେ ଦୁର୍ବୁତ୍ତ, ଟେକି ନେଇଗଲେ AC

ସମ୍ବଲପୁର: ଭୀମସାର କ୍ୟାନ୍ସର ବିଭାଗରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ। ଗତକାଲି ବିଳମ୍ବିତ ରାତିରେ ଭୀମସାର କ୍ୟାନ୍ସର ବିଭାଗରୁ ତିନୋଟି AC ସହ ବିଭିନ୍ନ ଆସବାବପତ୍ର ଚୋରି ହୋଇଥିବାର ଅଭିଯୋଗ ହୋଇଛି। ଚୋରି ହୋଇଥିବା ସାମଗ୍ରୀ କୁ ଆକଳନ କଲେ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡିଛି।

ବିଗତ କିଛି ଦିନ ତଳେ ଭୀମସାର ର 25 ଟି ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ  ଚୋରି କରାଯାଇଥିବା ବେଳେ ଏବେ ପୁଣି ଥରେ ଏଭଳି ଚୋରି ସୁରକ୍ଷା ବ୍ୟବସ୍ଥା ପ୍ରତି ଆଙ୍ଗୁଳି ନିର୍ଦେଶ କରୁଛି। ଏହି ହସ୍ପିଟାଲ ମାନଙ୍କୁ ସୁରକ୍ଷା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ କିଭଳି ଏତେ ସୁରକ୍ଷା ବଳୟ ଭିତରୁ ଚୋରି ହେଲା ତାହା ଏବେ ସାଧାରଣ ରେ ପ୍ରଶ୍ନ ସୃଷ୍ଟି ହୋଇଛି।

କିଭଳି ଭାବରେ ଏତେ ସଂଖ୍ୟକ ସୁରକ୍ଷା କର୍ମୀ ନିୟୋଜିତ ହୋଇଥିବା ବେଳେ ତିନିଟି AC ଚୋରି ହୋଇଗଲା ତାହା ସୁରକ୍ଷା ବ୍ୟବସ୍ଥା ର ଢୀଲାପଣକୁ ଦର୍ଶାଇଛି। ଯଦି ସରକାର ସୁରକ୍ଷା କର୍ମୀଙ୍କୁ ସୁରକ୍ଷା ବ୍ୟବସ୍ଥା ଦାୟିତ୍ବ ଦେଇ ନିଶ୍ଚିନ୍ତ ହେଉଛନ୍ତି ତା ହେଲେ ନିଶ୍ଚିତ ଚିନ୍ତାର ବିଷୟ। ବାରମ୍ବାର ଏଭଳି ଚୋରି ହେଉଥିବା ବେଳେ କେମିତି ଚୁପ ରହିଛନ୍ତି କର୍ତ୍ତୃପକ୍ଷ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।

ସ୍ପୁଟନିକ-ଭି ଉତ୍ପାଦନ କରିବା ପାଇଁ ଲାଇସେନ୍ସ ମାଗିଲା ସେରମ ଇନଷ୍ଟିଚ୍ୟୁଟ କମ୍ପାନୀ

ନୂଆଦିଲ୍ଲୀ: କୋଭିସିଲଡ଼ି ଉତ୍ପାଦନ କରୁଥିବା ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ କମ୍ପାନୀ ବିଦେଶୀ ଟିକା ପ୍ରସ୍ତୁତ କରିବା ନେଇ ଆବେଦନ କରିଛି । ଅର୍ଥାତ ରୁଷିଆ କମ୍ପାନୀ ଦ୍ୱାରା ପ୍ରସ୍ତୁତ ହୋଇଥିବା କୋଭିଡ ଟିକା ସ୍ପୁଟନିକ୍- ଭି ଉତ୍ପାଦନ କରିବାକୁ DCGIଙ୍କୁ ଅନୁମତି ମାଗିଛି ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ । ପୂର୍ବରୁ ଦେଶରେ କେବଳ ଦୁଇଟି ଟିକାକୁ ବ୍ୟବହାର ଲାଗି ଅନୁମତି ଦେଇଥିଲେ ଡିସିଜିଆଇ । ଉକ୍ତ କମ୍ପାନୀ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଦ୍ୱାରା ନିର୍ମିତ କୋଭିସିଲଡି ଏବଂ ଭାରତ ବାଓଟେକ ଦ୍ୱାରା ପ୍ରସ୍ତୁତ ହୋଇଥିବା କୋଭାକ୍ସିନକୁ ବ୍ୟବହାର ପାଇଁ ଅନୁମତି ଦେଇଥିଲେ ଡିସିଜିଆଇ ।

ଭାରତରେ ରୁଷିଆ ଟିକା ପ୍ରସ୍ତୁତ ବର୍ତ୍ତମାନ ମଧ୍ୟ ଜାରି ରହିଛି । ହାଇଦ୍ରାବାଦ ସ୍ଥିତ ଡକ୍ଟର ରେଡ୍ଡୀ ଲ୍ୟାବରେ ଜାରି ରହିଛି ସ୍ପୁଟନିକ-ଭି ଭ୍ୟାକସିନ । କିନ୍ତୁ ଏବେ ଭାରତରେ ଏହି ଟିକାକୁ ନିର୍ମାଣ କରିବା ପାଇଁ SII ଡିସିଜିଆଇଙ୍କ ନିକଟରେ ଆବେଦନ କରିଛନ୍ତି । ରୁଷିଆନ୍ କମ୍ପାନୀ ସହଭାଗିତା ଜରିଆରେ ଭାରତରେ ଟିକା ପ୍ରସ୍ତୁତ କରିବା ଏବଂ ବିତରଣ କରିବା ପାଇଁ ଅନୁମତି ମାଗିଛନ୍ତି ।

ଭାରତ ବାୟୋଟେକ ପ୍ରସ୍ତୁତ କରୁଥିବା କୋଭାକ୍ସିନ ଏବଂ ସେରମ ଇନଷ୍ଟଚ୍ୟୁଟ ପ୍ରସ୍ତୁତ କରୁଥିବା କୋଭିସିଲଡି ଟିକା ଏବେ ଦେଶରେ ଜାରି ରହିଛି  । ଏହା ସହିତ DRDO ମଧ୍ୟ ଏକ କୋଭିଡ ଟିକା ଉଦ୍ଭାବନା କରିଛି  । ଯାହା ଦେଶରେ ବିତରଣ ଜାରି ରହିଛି  । ଆଜି ସେରମ ଇନଷ୍ଟଚ୍ୟୁଟ କମ୍ପାନୀ ପୁନର୍ବାର ସ୍ପୁଚନିକ-ଭି ପ୍ରସ୍ତୁତ କରିବା ପାଇଁ DCGIଙ୍କ ନିକଟରେ ଲାଇସେନ୍ସ ପାଇଁ ଅନୁମତି ମାଗିଛି  ଉକ୍ତ କମ୍ପାନୀ  ।

ଫେବିଫ୍ଲୁ ସଂରକ୍ଷଣ ଘଟଣାରେ ଗୌତମ ଗମ୍ଭୀର ଫାଉଣ୍ଡେସନ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: ଗୌତମ ଗମ୍ଭୀର ଫାଉଣ୍ଡେସନର ଅନଧିକୃତ ଫାବିଫ୍ଲୁ ଔଷଧର ସଂରକ୍ଷଣ, କ୍ରୟ ଏବଂ ବିତରଣ କରୁଥିବା ନେଇ ଦୋଷୀ ସାବ୍ୟସ୍ତ ହୋଇଛି। ଦିଲ୍ଲୀ ସରକାରଙ୍କ ଡ୍ରଗ୍ କଣ୍ଟ୍ରୋଲର୍ ଦ୍ୱାରା ଏହି ଘଟଣାର ତଦନ୍ତ କରାଯାଇଥିଲା। ଏହା ପରେ ଡ୍ରଗ୍ କଣ୍ଟ୍ରୋଲର୍ ଗୁରୁବାର ଦିନ ଦିଲ୍ଲୀ ହାଇକୋର୍ଟରେ ନିଜର ରିପୋର୍ଟ ଦାଖଲ କରିଛନ୍ତି । ବର୍ତ୍ତମାନ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୯ରେ ହେବାକୁ ଯାଉଛି ।

ତେବେ ଘଟଣାକୁ ନେଇ ଡ୍ରଗ୍ କଣ୍ଟ୍ରୋଲର କହିଛନ୍ତି ଯେ, ଗୌତମ ଗମ୍ଭୀର ଫାଉଣ୍ଡେସନ, ଡ୍ରଗ୍ ଡିଲରଙ୍କ ସହ ଏମିତି ଅନ୍ୟ ମାମଲା ଯାହା ତାଙ୍କ ନଜରରେ ଆସିବ ସେଥିରେ ମଧ୍ୟ ବିଳମ୍ବ ନକରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଡ୍ରଗ୍ କଣ୍ଟ୍ରୋଲର ହାଇକୋର୍ଟଙ୍କୁ କହିଛନ୍ତି ଯେ ଡ୍ରଗ୍ ଏବଂ କସମେଟିକ୍ସ ଆକ୍ଟ ଅନୁଯାୟୀ ଆପ ବିଧାୟକ ପ୍ରବୀଣ କୁମାର ମଧ୍ୟ ସମାନ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ତେବେ ଦିଲ୍ଲୀ ହାଇକୋର୍ଟ ଡ୍ରଗ କଣ୍ଟ୍ରୋଲରଙ୍କୁ ସପ୍ତାହ ମଧ୍ୟରେ ଏହି ମାମଲାଗୁଡ଼ିକର ଅଗ୍ରଗତି ରିପୋର୍ଟ ଦାଖଲ କରିବାକୁ କହିଛନ୍ତି  ।

ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ଦିଲ୍ଲୀ ହାଇକୋର୍ଟ ସେହିସବୁ ପିଟିସନର ଶୁଣାଣି କରୁଛନ୍ତି ଯେଉଁଥିରେ ବିଭିନ୍ନ ଦଳର ନେତାଙ୍କ ଦ୍ୱାରା ଔଷଧ, ଅମ୍ଳଜାନ ଏବଂ କରୋନା ଚିକିତ୍ସା ପାଇଁ ଆବଶ୍ୟକ ଜିନିଷ ସଂରକ୍ଷଣ ରଖିବା ସହ ନିଜ ନିଜ ଅଞ୍ଚଳର ଲୋକଙ୍କ ମଧ୍ୟରେ ବାଣ୍ଟିବା ନେଇ ଅଭିଯୋଗ କରାଯାଇଥିଲା । ଏହିପରି ଭାବରେ, ଔଷଧ ଏବଂ ଅତ୍ୟାବଶ୍ୟକ ଜିନିଷ ସଂରକ୍ଷଣ ଆଇନଗତ ଭାବରେ କରାଯାଇପାରିବ ନାହିଁ  ଏହା ବେଆଇନ୍।

ହାଇକୋର୍ଟ ଡ୍ରଗ୍ କଣ୍ଟ୍ରୋଲରଙ୍କୁ ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି, କିନ୍ତୁ କଣ୍ଟ୍ରୋଲର ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କୁ କ୍ଲିନ୍ ଚିଟ୍ ଦେଇଛନ୍ତି। ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କୁ କ୍ଲିନ୍ ଚିଟ୍ ଦେଇଥିବାରୁ ଡ୍ରଗ୍ କଣ୍ଟ୍ରୋଲରଙ୍କୁ ନିନ୍ଦା କରାଯିବା ସହ କୋର୍ଟ ଆଉଥରେ ତଦନ୍ତର ଯାଞ୍ଚ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

ବୁଲା ପ୍ରାଣୀଙ୍କ ପାଇଁ ୬୭ ଲକ୍ଷ ୫୨ ହଜାର ମଞ୍ଜୁର, ତୃତୀୟ ପର୍ଯ୍ୟାୟରେ ପ୍ରଦାନ

ଭୁବନେଶ୍ୱର:  ତୃତୀୟ ପର୍ଯ୍ୟାୟରେ ବୁଲା ପ୍ରାଣୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୬୭ ଲକ୍ଷ ୫୨ ହଜାର ଟଙ୍କା ମଞ୍ଜୁର ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅର୍ଥ ରାଶିକୁ ମଞ୍ଜୁର ଦେଇଛନ୍ତି  ।  ଅସହାୟ ଭାବେ ବୁଲୁଥିବା ଗାଈଗୋରୁ ଓ କୁକୁରଙ୍କୁ ଖାଦ୍ୟ ଯୋଗାଇବାକୁ ଖର୍ଚ୍ଚ ହେବ । ଭୁବନେଶ୍ୱରରେ ଦିନକୁ ୨୦ହଜାର ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ୪ ମ୍ୟୁନିସିପାଲ କର୍ପୋରୋସନ ଦିନକୁ ୧୦ ହଜାର ଟଙ୍କା ଲେଖାଏଁ ଖର୍ଚ୍ଚ କରିବେ ।

୪୮ଟି ମ୍ୟୁନିସିପାଲିଟି ଦିନକକୁ ୫ହଜାର ଟଙ୍କା ଲେଖାଏଁ ଖର୍ଚ୍ଚ କରିବେ । ୬୧ଟି ଏନଏସି ଦିନକୁ ୨ହଜାର ଟଙ୍କା ଖର୍ଚ୍ଚ କରିବେ । ପୂର୍ବରୁ ୨ଟି ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଟିରୁ ଏବାଦରେ କୋଟିଏ ୧୩ ଲକ୍ଷ ୯୪ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । କୋଭିଡ ପରିଚାଳନା ପାଇଁ କଟକ ମହାନଗର ନିଗମକୁ ୧୫ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ପ୍ରଦାନ କରାଯାଇଛି ।

ପୂର୍ବରୁ ସିଏମସିକୁ ୨୬କୋଟି ୭୧ଲକ୍ଷ ୧୯ହଜାର ୧୪୪ ଟଙ୍କା ପ୍ରଦାନ କରାଯାଇଥିଲା । କେବଳ କଟକ ମହାନଗର ନିଗମକୁ ଏଯାଏ ମୋଟ୍ ୪୧କୋଟି ୭୧ ଲକ୍ଷ ୧୯ହଜାର ୧୪୪ ଟଙ୍କା ମିଳିଛି । ରାଜ୍ୟ ସରକାର ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ବୁଲା ଗାଇ ଏବଂ କୁକୁରଙ୍କ ଖାଇବା ପାଇଁ ଅର୍ଥ ମଞ୍ଜୁର କରିଥିବାବେଳେ ଆଜି ତୃତୀୟ ପର୍ଯ୍ୟାୟ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଚିରୁ ୬୭ ଲକ୍ଷ ୫୨ ହଜାର ଟଙ୍କା ମଞ୍ଜୁର କରିଛନ୍ତି  ।

ସାଇ ଇଣ୍ଟର ନ୍ୟାସନାଲ ସ୍କୁଲ ଅଧ୍ୟକ୍ଷ ବିଜୟ ସାହୁଙ୍କ ଦେହାନ୍ତ, କୋଭିଡରେ ଥିଲେ ସଂକ୍ରମିତ

ଭୁବନେଶ୍ୱର: କୋଭିଡ ବୁଝୁନି ଟଙ୍କା ଓ ଟିକା । ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଅନେକ ଲୋକଙ୍କ ଜୀବନ ନେଇଗଲାଣି । କେତେବେଳେ ରାଜନେତା ତ ଆଉ କେତେବେଳେ ପୁଞ୍ଜିପତି । ଆଜି ମଧ୍ୟ ଏମିତି ଏକ ଘଟଣା ସମସ୍ତଙ୍କୁ ଚକିତ କରିଛି । ରାଜଧାନୀର ସବୁଠି ଦାମୀ ସ୍କୁଲ ଭାବେ ପ୍ରତିଷ୍ଠିତ ଲାଭ କରିଥିବା ସାଇ ଇଣ୍ଟର ନ୍ୟାସନାଲ ସ୍କୁଲର ଅଧ୍ୟକ୍ଷଙ୍କ ଆଜି ପରଲୋକ ଘଟିଛି । କିଛି ଦିନ ତଳେ କୋଭିଡ ସଂକ୍ରମିତ ହୋଇ ଚିକିତ୍ସିତ ଥିବା ଡକ୍ଟର ବିଜୟ କୁମାର ସାହୁଙ୍କ ଆଜି ମଧ୍ୟାହ୍ନରେ ଦେହାନ୍ତ ହୋଇଛି ।

ସରକାରୀ ବିଦ୍ୟାଳୟରେ ଗୁଣବତ୍ତା ଶିକ୍ଷାଦାନ ଏବଂ ସଂସ୍କରଣ ଆଣିବା ଦିଗରେ ସର୍ବଦା ଚେଷ୍ଟାରତ ଥିଲେ ଡାକ୍ତର ବିଜୟ କୁମାର ସାହୁ । ରାଜ୍ୟ ସରକାର ତାଙ୍କୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ଭାବେ ମଧ୍ୟ କାର୍ଯ୍ୟ କରିଆସୁଥିଲେ ସେ । ରାଜ୍ୟରେ ଶିକ୍ଷାଦାନରେ ଉନ୍ନତି ଆଣିବାରେ ତାଙ୍କ ଭୂମିକା ସର୍ବଦା ପ୍ରଶଂସନୀୟ  । କୋଭିଡରେ ସଂକ୍ରମଣ ପରେ ବିଜୟ ସାହୁ ହାଇଦ୍ରାବାଦ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ  । କିନ୍ତୁ ହଠାତ ତାଙ୍କ ସ୍ୱାସ୍ଥ୍ୟରେ ଅବନତି ଆସିଥିଲେ  । ଏବଂ ୫୭ ବର୍ଷ ବୟସରେ଼ ଡ଼କ୍ଟର ବିଜୟ କୁମାର ସାହୁ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି  ।

ଡକ୍ଟର ବିଜୟ ସାହୁଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଭୀର ଶୋକବ୍ୟକ୍ତ କରିଛନ୍ତି  । ଏଥି ସହିତ ତାଙ୍କ ପରିବାରଲୋକଙ୍କୁ ମଧ୍ୟ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ    । ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳୀ ଜଣାଇବା ସହ ବିଜୟ ସାହୁଙ୍କ ପ୍ରତିଭା ଏବଂ ପରାକାଷ୍ଠାକୁ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି  । ଶିକ୍ଷା ପ୍ରତି ତାଙ୍କର ଅବଦାନ ସର୍ବଦା ଅବିସ୍ମରଣୀୟ ଏବଂ ପ୍ରଶଂସନୀୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ସେହିପରି ରାଜ୍ୟ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ମଧ୍ୟ ବିଜୟ ସାହୁଙ୍କ ଦେହାନ୍ତରେ ଶୋକବ୍ୟକ୍ତ କରିବା ସହ ତାଙ୍କ ଅମ୍ଲାନ ସ୍ମୃତିକୁ ମନେ ପକାଇଛନ୍ତି  ।

କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ୱର: ଆଜି କେରଳ ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଏ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ମୌସୁମୀ ବାୟୁ ଆଜି କେରଳ ଛୁଇଁବା ନେଇ ଅନୁମାନ କରିଥିଲା ଆଇଏମଡି। କେରଳ ଛୁଇଁବାର ୧୦ରୁ ୧୨ ଦିନ ପରେ ଅର୍ଥାତ ରଜ ପରେ ଓଡ଼ିଶା ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ।

ଚଳିତ ବର୍ଷ ଭାରତରେ ସ୍ୱାଭାବିକ ହେବ ମୌସୁମୀ ବର୍ଷା। ଓଡ଼ିଶାରେ ୧୦୬ ପ୍ରତିଶତରୁ ଅଧିକ ବର୍ଷା ହେବା ନେଇ ସମ୍ଭାବନା ରହିଛି। ଜୁନରୁ ସେପ୍ଟେମ୍ବର ମଧ୍ୟରେ ଓଡିଶାରେ ବର୍ଷିବ ୧୧୫୦ ମିଲିମିଟର। ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ସ୍ୱାଭାବିକ କିମ୍ବା ତାଠାରୁ ଅଧିକ ବର୍ଷା ହେବ ବୋଲି ଆକଳନ କରାଯାଇଛି।

Monsoon Active Over South Bay Of Bengal

୩ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ପବନ ହେବ । ୪ ରୁ ୬ ତାରିଖ ମଧ୍ୟରେ ବର୍ଷା ର ପରିମାଣ କମିବ। ତେବେ ଏହା ପୂର୍ବରୁ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଥିଲା ଯେ, ଜୁନ ୧ରୁ ସେପ୍ଟେମ୍ବର ୩୦ ଭିତରେ ୧୦୧ ପ୍ରତିଶତ ବର୍ଷିବ । ଓଡ଼ିଶାରେ ୧୦୬ ପ୍ରତିଶତରୁ ଅଧିକ ବର୍ଷା ସମ୍ଭାବନା । ଜୁନରୁ ସେପ୍ଟେମ୍ବର ମଧ୍ୟରେ ଓଡିଶାରେ ବର୍ଷିବ ୧୧୫୦ ମିଲିମିଟର । ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ସ୍ବାଭାବିକ କିମ୍ବା ତାଠାରୁ ଅଧିକ ବର୍ଷା ହେବ ବୋଲି ଆକଳନ କରାଯାଇଛି ।

ଜୁଲାଇ ସୁଦ୍ଧା ଭାରତକୁ ଆସିବ ଫାଇଜର ଟିକା

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ପ୍ରତିହତ କରିବା ଲାଗି ଦେଶରେ ଟିକାକରଣ ଜାରି ରହିଛି । ହେଲେ ଏପରିସ୍ଥଳେ ଟିକା ସଙ୍କଟ ମଧ୍ୟ ଦେଖାଦେଇଛି । ଯାହାକୁ ଦୃଷ୍ଟିରେ ରଖି ବିଭିନ୍ନ ପ୍ରକାର ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇଥିବା ବେଳେ ଅନେକ ଟିକାକୁ ଅନୁମତି ମଧ୍ୟ ମିଳୁଛି ।

ଏଭଳି ସ୍ଥଳେ ଖୁବଶୀଘ୍ର ଭାରତକୁ ବିଦେଶୀ ଟିକା ଫାଇଜର ଆସିବ ବୋଲି ସୂଚନା ମିଳିଛି। ତେବେ ଅନ୍ୟ ଦେଶରେ ବ୍ୟବହାର ଲାଗି ଅନୁମତି ମିଳିଥିବା ଟିକାଗୁଡ଼ିକର ବ୍ରିଜିଂ ଟ୍ରାଏଲ କରାଯିବ ନାହିଁ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିବା ପରେ ବିଦେଶୀ ଟିକା ଖୁବ୍ ଶୀଘ୍ର ଉପଲବ୍ଧ ହେବା ଆଶା ବଢ଼ିଛି ।

ଆହୁରି ମଧ୍ୟ ଜୁଲାଇ ସୁଦ୍ଧା ଭାରତକୁ ଟିକା ଯୋଗାଇଦେବା ପାଇଁ ଫାଇଜର ପକ୍ଷରୁ ସଙ୍କେତ ଦିଆଯାଇଛି ବୋଲି ନୀତି ଆୟୋଗ ସଦସ୍ୟ ଡା. ବିକେ ପଲ୍ ସୂଚନା ଦେଇଛନ୍ତି। ଏନେଇ ସରକାର ଆଲୋଚନା କରୁଛନ୍ତି । ଅପରପକ୍ଷେ ଜୁଲାଇ ସୁଦ୍ଧା ଟିକା ବ୍ୟବହାର ଲାଗି ଅନୁମତି ମିଳିପାରେ ବୋଲି ସୂଚନା ମିଳିଛି।

Yanam District Has Highest Corona Positivity Rate In India

ଉଲ୍ଲେଖଯୋଗ୍ୟ, ଦେଶରେ ଗତ ୨୪ ଘଣ୍ଟାରେ ଲକ୍ଷେ ୩୪ହଜାର ୧୫୪ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୧୧ହଜାର ୪୯୯ । ଏବଂ  ୨ ହଜାର ୮୮୭ ସଂକ୍ରମିତଙ୍କ ପ୍ରାଣ ନେଇଛି କରୋନା । ତେବେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ୮୪ ଲକ୍ଷ ୪୧ ହଜାର ୯୮୬ । ମୋଟ୍ ସୁସ୍ଥ ହୋଇଛନ୍ତି ୨କୋଟି ୬୩ଲକ୍ଷ ୯୦ ହଜାର ୫୮୪ । ମୋଟ୍ କରୋନା ମୃତ୍ୟୁସଂଖ୍ୟା ୩ଲକ୍ଷ ୩୭ହଜାର ୯୮୯ । ଆକ୍ଟିଭ କେସ୍ ୧୭ଲକ୍ଷ ୧୩ହଜାର ୪୧୩।