spot_img
Home Blog Page 5608

ମେ ୨୬ ଚନ୍ଦ୍ରଗ୍ରହଣ: କେଉଁଠି ଓ କେମିତି ଦେଖିବେ, ଜାଣନ୍ତୁ…

ନୂଆଦିଲ୍ଲୀ: ୨୦୨୧ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ  ମେ ୨୬ ତାରିଖ ଅର୍ଥାତ୍ ବୁଧବାର ଦିନ ଦୃଶ୍ୟମାନ ହେବାକୁ ଯାଉଛି । ଏଥିସହିତ ଏହି ଦିନରେ ପଡୁଛି ବୈଶାଖ ପୂର୍ଣ୍ଣିମା କିମ୍ବା ବୁଦ୍ଧ ପୂର୍ଣ୍ଣିମା । ହେଲେ ଏହି ଦିନ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ନୁହେଁ ବରଂ ଉପଛାୟା ଚନ୍ଦ୍ରଗ୍ରହଣ ଲାଗିବ । ଏହି ଚନ୍ଦ୍ରଗ୍ରହଣ ମେ ୨୬ ଅପରାହ୍ନ ୨:୧୭ରେ ଆରମ୍ଭ ହେବା ସଙ୍ଗେସଙ୍ଗେ ସନ୍ଧ୍ୟା ୦୭:୧୯ରେ ଛାଡିବ ।

ଚଳିତ ଥର ଏହି ଉପଛାୟା ଚନ୍ଦ୍ରଗ୍ରହଣ ପୂର୍ବ ଏସିଆ, ଉତ୍ତର ୟୁରୋପ, ଆମେରିକା, ଅଷ୍ଟ୍ରେଲିଆ ଏବଂ ପ୍ରଶାନ୍ତ ମହାସାଗରର କେତେକ ଅଞ୍ଚଳରେ ଏହି ଚନ୍ଦ୍ରଗ୍ରହଣ ସମ୍ପୂର୍ଣ୍ଣ ରୂପେ ଦୃଶ୍ୟମାନ ହେବ। ହେଲେ ଭାରତରେ ଏହି ଚନ୍ଦ୍ରଗ୍ରହଣ ଛାଇ ପରି ହେବ।

କିଭଳି ଏବଂ କେଉଁଠାରେ ଏହି ଚନ୍ଦ୍ରଗ୍ରହଣ ଦେଖିପାରିବ-

ସୂର୍ଯ୍ୟ ପରାଗ ତୁଳନାରେ ଚନ୍ଦ୍ରଗ୍ରହଣ କ୍ଷତିକାରକ ନୁହେଁ । ଆପଣ ଚାହିଁଲେ ଖାଲି ଆଖିରେ କିମ୍ବା ଆପଣ ଟେଲିସ୍କୋପ ଜରିଆରେ ଦେଖିପାରିବେ । ଏହାବ୍ୟତୀତ ସୋଲାର ଫିଲ୍ଟର ଯୁକ୍ତ ଚଷମାରେ ମଧ୍ୟ ଏହି ବିରଳ ଦୃଶ୍ୟ ଦେଖିପାରିବେ। ନାସା ପକ୍ଷରୁ ମଧ୍ୟ ସୋସିଆଲ୍ ମିଡିଆ ସାଇଟରେ ଦୃଶ୍ୟକୁ ଅପଲୋଡ କରାଯାଇଥାଏ ।

 

ଆଉ କିଛି ଘଣ୍ଟା ପରେ ଅତି ଭୀଷଣ ବାତ୍ୟାର ରୂପ ନେବ ‘ୟାସ୍’, ଏବେ ପାରାଦୀପ ଠାରୁ ୨୨୦ କିମି ଦୂରରେ

ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ‘ୟାସ୍’ । ପଶ୍ଚିମକେନ୍ଦ୍ରୀୟ ଏବଂ ସଂଲଗ୍ନ ପୂର୍ବକେନ୍ଦ୍ରୀୟ ଓ ଉତ୍ତର ବଙ୍ଗୋପସାଗରରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି । ବିଗତ ୬ ଘଣ୍ଟା ହେଲା ଘଣ୍ଟାପ୍ରତି ୧୬ କିମି ବେଗରେ ଆଗକୁ ବଢ଼ୁଛି ବାତ୍ୟା ‘ୟାସ୍’ । ଦକ୍ଷିଣ-ଦକ୍ଷିଣପୂର୍ବରେ ପାରାଦୀପ ଠାରୁ ୨୨୦ କିଲୋମିଟର ଦୂରରେ ବାତ୍ୟା ‘ୟାସ୍’ ଥିବାବେଳେ ସମାନ ଦିଗରେ ବାଲେଶ୍ୱର ଠାରୁ ୩୩୦ ଓ ଦୀଘା ଠାରୁ ୩୨୦ ଏବଂ ସାଗରଦ୍ୱୀପ ଠାରୁ ୩୨୦ କିଲୋମିଟର ଦୂରରେ ରହିଛି ।

Cyclone Yaas Intensify Further Into A Very Severe Cyclonic Storm In Next Few Hour

ଭୟଙ୍କର ସାମୁଦ୍ରିକ ଝଡ଼ର ରୂପ ନେଇଥିବା ‘ୟାସ୍’ ଆଉ କିଛି ସମୟ ପରେ ଅତି ଭୀଷଣ ବାତ୍ୟାର ରୂପ ନେବ । ବାତ୍ୟା ‘ୟାସ୍’ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ଉତ୍ତରପଶ୍ଚିମ ବଙ୍ଗୋପସାଗରର ଧାମରା ନିକଟରେ ବୁଧବାର ଭୋର୍ ସମୟରେ ପହଞ୍ଚିବ । ବାତ୍ୟା ‘ୟାସ୍’ ୨୬ ମଧ୍ୟାହ୍ନରେ ଉତ୍ତର ଧାମରା ଏବଂ ଦକ୍ଷିଣ ବାଲେଶ୍ୱର ମଧ୍ୟରେ ଅତି ଭୀଷଣ ବାତ୍ୟା ରୂପରେ ଅତିକ୍ରମ କରିବ ।

Cyclone Yaas Intensify Further Into A Very Severe Cyclonic Storm In Next Few Hour

ବାତ୍ୟା ‘ୟାସ୍’ ପ୍ରଭାବରେ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଆଜିଠାରୁ ବର୍ଷା ଲାଗି ରହିଛି । ୨୬ ତାରିଖରେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କଟକ, ଢେଙ୍କାନାଳ, କେନ୍ଦୁଝର ଜିଲ୍ଲାରେ ଅତ୍ୟଧିକ ପ୍ରବଳ ବର୍ଷା ହେବ । ପୁରୀ, ଖୋର୍ଦ୍ଧା, ଅନୁଗୁଳ, ଦେବଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି  । ୨୭ ତାରିଖରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରରେ ପ୍ରବଳ ବର୍ଷା ହୋଇପାରେ ।

Cyclone Yaas Intensify Further Into A Very Severe Cyclonic Storm In Next Few Hour

ଆଜି ସନ୍ଧ୍ୟାରେ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ବଙ୍ଗୋପସାଗର ପବନ ବଢ଼ିବ । ଘଣ୍ଟାପ୍ରତି ପବନର ବେଗ ୧୦୫ରୁ ୧୧୫ କିଲୋମିଟର ରହିବ । ଏହା କ୍ରମଶଃ ୧୨୫ରୁ ୧୩୫ କିଲୋମିଟର ଘଣ୍ଟାପ୍ରତି ବୃଦ୍ଧି ପାଇବା ସହ ଝଟକା ପବନର ବେଗ ଘଣ୍ଟାପ୍ରତି ୧୪୦ କିଲୋମିଟର ରହିବା ଆଶଙ୍କା ରହିଛି । ୨୬ ସକାଳେ  ପବନର ବେଗ ଘଣ୍ଟାପ୍ରତି ୧୨୦ରୁ ୧୩୦ କିଲୋମିଟର ଏବଂ ଝଟକା ପବନର ବେଗ ୧୪୫ କିଲୋମିଟର ଘଣ୍ଟାପ୍ରତି ରହିବ । ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ସମୁଦ୍ରରେ ୨ରୁ ୪ ମିଟରର ଉଚ୍ଚ ଜୁଆର ଆସିପାରେ ।

ରାଉରକେଲାରେ ଭୁଶୁଡ଼ିଲା ପରିତ୍ୟକ୍ତ ତିନି ମହଲା କୋଠା

ରାଉରକେଲା: ରାଉରକେଲାର ସେକ୍ଟର ୨୧ ଅଞ୍ଚଳରେ ଏକ ପରିତ୍ୟକ୍ତ କୋଠା ଭୁଶୁଡ଼ି ପଡିଛି । ଫଳରେ ଭଗ୍ନାବଶେଷ ତଳେ କେହି ଚାପିହୋଇ  ରହିଥିବା ଆଶଙ୍କା କରାଯାଉଛି।

ସୂଚନା ଅନୁଯାୟୀ, ସେକ୍ଟର ୨୧ ଅଞ୍ଚଳରେ ଥିବା ବ୍ୟାଙ୍କ ଅଫ ବରୋଦା କଲୋନୀ ସ୍ଥିତ ଏକ ପରିତ୍ୟକ୍ତ ତିନି ମହଲା କୋଠା ଭୁଶୁଡି ପଡିଛି। ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଇଟା ତଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ରାଉରକେଲା ପୋଲିସ ଡିଏସପି, ପ୍ଲାଣ୍ଟ ସାଇଟ ଥାନା ପୋଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ତେବେ ପୋଲିସ ସନ୍ଧାନୀ କୁକୁରଙ୍କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯିବ ବୋଲି ସୂଚନା ମିଳିଛି।

ବାଲେଶ୍ୱରରେ ଶକ୍ତିମନ୍ତ୍ରୀଙ୍କ ସମୀକ୍ଷା: କୋଭିଡ ହସ୍ପିଟାଲକୁ ନିରବଚ୍ଛିନ୍ନ ବିଦ୍ୟୁତ ସେବା ଉପରେ ଗୁରୁତ୍ୱ

ବାଲେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ବାଲେଶ୍ୱରରେ ପହଞ୍ଚିଛନ୍ତି ଶକ୍ତିମନ୍ତ୍ରୀ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର । ବାତ୍ୟା ‘ୟାସ୍‌’ ମୁକାବିଲା ନେଇ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଶ୍ରୀ ମିଶ୍ର । ସମୀକ୍ଷା ବୈଠକ ପରେ ନିଜ ପ୍ରତିକ୍ରିୟାରେ କୋଭିଡ଼ ହସ୍ପିଟାଲକୁ ନିରବିଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣକୁ ପ୍ରାଥମିକତା ଦିଆଯିବ ବୋଲି ସେ କହିଛନ୍ତି । ବାତ୍ୟା ପୂର୍ବରୁ ୯ଟି କୋଭିଡ଼ ହସ୍ପିଟାଲରେ ଥିଲା ୧୮ଟି ଜେନେରେଟର । ବାତ୍ୟା ପାଇଁ ପୁଣି ଆଉ ୯ଟି ଜେନେରେଟର ବ୍ୟବସ୍ଥା କରାଯାଇଛି । ବିପର୍ଯ୍ୟୟ ପୂର୍ବରୁ ସମସ୍ତ ପ୍ରସ୍ତୁତି ସରିଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମୁଁ ବାଲେଶ୍ବରରେ ପହଞ୍ଚିଛି । ବାତ୍ୟା ସମୟରେ ସମସ୍ତେ ସତର୍କ ରହିବାକୁ ଦେଲେ ପରାମର୍ଶ । ବାତ୍ୟା ପରେ ମରାମତି ସମୟରେ ଉପଭୋକ୍ତାମାନଙ୍କୁ ଜେନେରେଟର ଚଳାଇବାକୁ ବାରଣ କଲେ ମନ୍ତ୍ରୀ । ବ୍ୟାକ୍‌ କରେଣ୍ଟରେ ଦୁର୍ଘଟଣା ହେବାର ଆଶଙ୍କା ଅଧିକ ରହିଥିବାରୁ ବାରଣ କରାଯାଇଛି । ବତ୍ୟାର ୨୪ ଘଣ୍ଟା ମଧ୍ୟରେ ବିଦ୍ୟୁତ୍‌ ସରବରାହ ସ୍ବାଭାବିକ କରିବାକୁ ଆମେ ସମସ୍ତ ଶକ୍ତି ଖଟାଇଦେବୁ । ରାସ୍ତା ସଫାକରି ମରାମତି ସାମଗ୍ରୀ ପହଞ୍ଚାଇବାକୁ ବିଭାଗ କରିଛି ସ୍ବତନ୍ତ୍ର ରେସ୍ପନ୍ସ ଟିମ୍‌ । ଜନସାଧାରଣ ସହଯୋଗ କରିବାକୁ କଲେ ଅପିଲ ।

ଏଥିସହିତ ପଢ଼ନ୍ତୁ: ବାଲେଶ୍ୱର ଯିବାକୁ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ

ସର୍ବାଧିକ ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସ୍‌ଆରସି: ସ୍ଥାନାନ୍ତରଣ ଉପରେ ଗୁରୁତ୍ୱ

ଭୁବନେଶ୍ୱର: ବାତ୍ୟା ‘ୟାସ’ ଆସନ୍ତାକାଲି (ବୁଧବାର) ସକାଳେ ଧାମରା ନିକଟରେ ମାଡ଼ ହୋଇପାରେ । ଏସଆରସି ପ୍ରଦୀପ କୁମାର ଜେନା ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ଏସଆରସି କହିଛନ୍ତି ଯେ, ଧାମରା ନିକଟରେ ‘ୟାସ’ ଲ୍ୟାଣ୍ଡଫଲ୍ କରିପାରେ ତେବେ ଏ ନେଇ ସବୁ ପ୍ରକାର ସ୍ଥିତିର ମୁକାବିଲା କରିବା ପାଇଁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର ଜିଲ୍ଲା ପ୍ରଶାସନକୁ ସଜାଗ ରହିବାକୁ କୁହାଯାଇଛି । ସମୁଦ୍ର କୁଳିଆ ଅଞ୍ଚଳରୁ ଲୋକଙ୍କୁ ହଟାଇବା କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ବୋଲି ସେ କହିଛନ୍ତି । ଚିହ୍ନଟ ଆଶ୍ରୟସ୍ଥଳୀ ସହିତ ସମସ୍ତ ସରକାରୀ ପକ୍କାଘରକୁ ଲୋକଙ୍କ ପାଇଁ ଉନ୍ମୁକ୍ତ କରାଯାଇଛି ।

ସୂଚନାଯୋଗ୍ୟ ଯେ, ବାତ୍ୟା ‘ୟାସ’ ମୁକାବିଲା ନେଇ ରାଜ୍ୟ ସରକାର ସବୁ ପ୍ରକାରର ପଦକ୍ଷେପ ଗ୍ରହଣ କରିଛନ୍ତି । ବାତ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଥିବା ଅଂଚଳର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରି ଦିଆଯାଇଛି । ଏନଡିଆରଏଫ୍, ଓଡ୍ରାଫ୍, ରାଜ୍ୟ ଅଗ୍ନିଶମ ବାହିନୀଙ୍କୁ ମୁକାବିଲା ନିମନ୍ତେ ତୟାର ରଖାଯାଇଛି । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଉଛି । ଆଗରୁ ବାତ୍ୟା ଚାନ୍ଦିପୁର ନିକଟରେ ମାଡ଼ ହେବ ବୋଲି କୁହାଯାଉଥିଲା । ଏବେ ବାତ୍ୟା ୟାସ ଘଣ୍ଟାପ୍ରତି ୧୦ରୁ ଅଧିକ କିଲୋମିଟର ବେଗରେ ଗତି କରୁଛି । ସ୍ଥଳଭାଗରେ ମାଡ଼ ହେବାର ୬ ଘଣ୍ଟା ପୂର୍ବରୁ ଓ ୬ ଘଣ୍ଟା ପରେ ବିପଦ ସର୍ବାଧିକ ବୋଲି କୁହାଯାଉଛି ।

ଭାରତରେ ବନ୍ଦ ହେବ କି ଫେସବୁକ୍, ଟ୍ୱିଟର ଭଳି ସୋସିଆଲ୍ ମିଡ଼ିଆ କମ୍ପାନୀ…

ନୂଆଦିଲ୍ଲୀ: ଭାରତରେ ଫେସବୁକ୍, ଟ୍ୱିଟର ଓ ଇନଷ୍ଟାଗ୍ରାମ୍ ଭଳି ସୋସିଆଲ୍ ମିଡିଆ କମ୍ପାନୀ କାମ କରିବା ବନ୍ଦ କରିଦେବ । ଏନେଇ ୟୁଜର୍ସଙ୍କ ଗହଣରେ ଖୁବ୍ ଚର୍ଚ୍ଚା ହେଉଛି ।  କାରଣ ଏହି ସବୁ କମ୍ପାନୀ ପକ୍ଷରୁ ଏଯାବତ୍ ସରକାରଙ୍କ ନିୟମ ଗଡିକର ପାଳନ କରାଯାଇନାହିଁ । ଆଉ ନିୟମ ପାଳନ ପାଇଁ ୩ ମାସ ସମୟ ଦିଆଯାଇଥିଲା ।

ସୂଚନା ଅନୁଯାୟୀ ଏହି ସମୟ ଅବଧି ମେ ୨୫ ତାରିଖରେ ସମାପ୍ତ ହେଉଛି । ଅଧିକାଂଶ ବହୁରାଷ୍ଟ୍ରୀୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏପର୍ଯ୍ୟନ୍ତ ନୂଆ ନିୟମକୁ ମାନି ନାହାଁନ୍ତି। ଯଦି ଏହି ନିୟମ ବିଷୟରେ କୗେଣସି ରିପୋର୍ଟ ମେ ୨୫ ସୁଦ୍ଧା ସରକାରଙ୍କ ନିକଟରେ ନ ପହଞ୍ଚେ, ତେବେ କୗେଣସି ୟୁଜର୍ସଙ୍କ ପୋଷ୍ଟ ପାଇଁ କମ୍ପାନୀ ମଧ୍ୟ ଆଇନଗତ ଭାବରେ ଦାୟୀ ରହିବ ବୋଲି ସରକାର ଚେତାଇଛନ୍ତି।

ଚଳିତ ବର୍ଷ ଫେବୃଆରୀ ୨୫ରେ ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏବଂ ସୂଚନା ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଥିଲେ।

ଇଣ୍ଡିଆ ଟୁଡେର ଏକ ରିପୋର୍ଟ ଅନୁଯାୟୀ, ଗତ ୩ ମାସରେ ପ୍ରାୟ ୩ଥର ଭାରତ ସରକାର (Meity)ଙ୍କ ପକ୍ଷରୁ  ଟ୍ୱିଟରର ଶୀର୍ଷ ଟିମକୁ କଲ୍ କରାଯାଇଥିଲେ ମଧ୍ୟ କମ୍ପାନୀ ପକ୍ଷରୁ କିଛି ପ୍ରତିକ୍ରିୟା ଦିଆଯାଇନାହିଁ। ସେମାନଙ୍କର ଏଭଳି ବ୍ୟବହାରରେ ସରକାର ଅତ୍ୟନ୍ତ ଅସନ୍ତୁଷ୍ଟ ଥିବା ପ୍ରକାଶ କରାଯାଇଛି।

କେବଳ ଭାରତୀୟ ସୋସିଆଲ ମିଡିଆ କମ୍ପାନୀ କୋ ସରକାରଙ୍କ ନୂଆ ନିୟମର ପାଳନ କରିଛନ୍ତି । ଯାହାର ୟୁଜର୍ ବେସ୍ ୫୦ ଲକ୍ଷରୁ ଅଧିକ ରହିଛି। ନୂତନ ନିୟମ ଅନୁଯାୟୀ, ଯେଉଁ ସୋସିଆଲ ମିଡିଆ ପ୍ଲାଟଫର୍ମ  ୟୁଜର୍ ବେସ୍ ୫୦ ଲକ୍ଷରୁ ଅଧିକ ରହିଛି ସେମାନେ ଜଣେ ଅଭିଯୋଗ ଅଧିକାରୀ, ମୁଖ୍ୟ ନିୟମ ଅଧିକାରୀ ଏବଂ ନୋଡାଲ ଯୋଗାଯୋଗ ବ୍ୟକ୍ତିଙ୍କୁ ରଖିବାକୁ ପଡିବ।

ତେବେ ମେ ୨୫ ପରେ ମଧ୍ୟ ଏହି ପ୍ଲାଟଫର୍ମ ଗୁଡିକର କାର୍ଯ୍ୟ ଜାରି ରଖିବ, କିନ୍ତୁ କୌଣସି ୟୁଜରଙ୍କ ପୋଷ୍ଟ ପାଇଁ ସେମାନଙ୍କୁ ଆଇନଗତ ସୁରକ୍ଷା ଦିଆଯିବ ନାହିଁ ବୋଲି ସୂଚନା ମିଳିଛି।

କରୋନାରେ ପୂର୍ବତନ ବିଧାୟକ ଉମାକାନ୍ତ ମିଶ୍ରଙ୍କ ଦେହାନ୍ତ

ଭୁବନେଶ୍ୱର: ଗଞ୍ଜାମର ଭଞ୍ଜନଗର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଉମାକାନ୍ତ ମିଶ୍ରଙ୍କ ମଙ୍ଗଳବାର ଦିନ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା ।

ସୂଚନା ଅନୁଯାୟୀ, କରୋନାରେ ସଂକ୍ରମିତ ହୋଇ ସେ ଗତ କିଛି ଦିନ ହେବ ଭୁବନେଶ୍ୱରର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସ୍ୱର୍ଗତଃ ମିଶ୍ର ୧୯୮୫ ମସିହାରୁ ୧୯୯୦ ମସିହା ପର୍ଯ୍ୟନ୍ତ କଂଗ୍ରେସରୁ ଭଞ୍ଜନଗର ନିର୍ବାଚନମଣ୍ଡଳୀର ବିଧାୟକ ରହିଥିଲେ ।

ସେ କେବଳ ଯେ ରାଜନେତା ଥିଲେ ତା ନୁହେଁ ସ୍ୱର୍ଗତ ମିଶ୍ର ଜଣେ ଅଭିନେତା ଭାବେ ମଧ୍ୟ ଜଣାଶୁଣା ଥିଲେ । ସେ  ‘ଅମଡାବାଟ’ ସିନେମାର ନାୟକ ଥିଲେ। ଏହାବ୍ୟତୀତ ହୀନ୍ଦି ଫିଲ୍ମ ‘ଭିଗି ପଲକେଂ’ରେ ମଧ୍ୟ ଅଭିନୟ କରିଥିଲେ । ତେବେ ତାଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି ।

 

ସମ୍ବଲପୁରର ବୁଢାରାଜା ଆକ୍ସିସ ବ୍ୟାଙ୍କରେ ନିଆଁ

ସମ୍ବଲପୁର: ସମ୍ବଲପୁର ସ୍ଥିତ ବୁଢାରାଜା ଆକ୍ସିସ ବ୍ୟାଙ୍କରେ ମଙ୍ଗଳବାର ଦିନ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ୩ଟି ଅଗ୍ନିଶମ ବାହିନୀ ପହଞ୍ଚିବା ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି।

ବିଲ୍ଡିଂରେ ଏତେ ଭୟାବହ ଭାବେ ନିଆଁ ଲାଗିଛି ଯେ ଭିତରକୁ ପ୍ରବେଶ ପାଇଁ ଅଗ୍ନିଶମ ବାହିନୀକୁ ଅସୁବିଧାର ସମ୍ମୁଖୀନ ହେଉଥିବା ନଜର ଆସିଛି।

 

ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବା ବେଳେ ସର୍ଟ ସର୍କିଟରୁ ଏଭଳି ଅଗ୍ନିକାଣ୍ଡ ହୋଇଥିବା ନେଇ ଅନୁମାନ କରାଯାଉଛି । ବିଲ୍ଡିଂରେ ଫସି ରହିଥିବା ୨୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ବ୍ୟାଙ୍କ କର୍ମଚାରୀ ମାନେ ସୁରକ୍ଷିତ ଥିବା ଜଣାପଡିଛି ।

 

୫୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ସ୍ଥାନାନ୍ତର: ସାଢ଼େ ୭ଲକ୍ଷ ଲୋକଙ୍କୁ ରଖିବା ନେଇ ବ୍ୟବସ୍ଥା

ଭୁବନେଶ୍ୱର: ଆସନ୍ତାକାଲି ସକାଳେ ଧାମରା ନିକଟରେ ଲ୍ୟାଣ୍ଡଫଲ କରିବ ବାତ୍ୟା ‘ୟାସ୍’ । ଭିତରକନିକା ଓ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ କରିବା ନେଇ ଭାରତୀୟ ପାଣିପାଗ ବିଭାଗର ସୂଚନା ପରେ ତଦ୍‌ନୁଯାୟୀ ପ୍ରସ୍ତୁତି ତ୍ୱରାନ୍ୱିତ କରାଯାଇଥିବା କହିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆରସି) ପ୍ରଦୀପ ଜେନା ।

କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ, ବାଲେଶ୍ଵରକୁ ହାଇଆଲର୍ଟରେ ରଖାଯାଇଥିବା ବେଳେ କେନ୍ଦୁଝର, ମୟୂରଭଞ୍ଜକୁ ମଧ୍ୟ ଆଲର୍ଟ କରାଯାଇଛି । ଆଉ ସୁନ୍ଦରଗଡ (ଲହୁଣୀପଡା ଓ ବଣେଇ) ଢେଙ୍କାନାଳ (୩ବ୍ଲକ,କଙ୍କଡାହାଡ଼, ଭୁବନ, କାମାକ୍ଷାନଗର) ଓ ଅନୁଗୁଳର (ପାଲଲହଡ଼ା ଓ କଣିହାଁ) କିଛି ବ୍ଲକକୁ ଆଲର୍ଟ ରଖିବା ପାଇଁ କୁହାଯାଇଥିବା ଏସ୍‌ଆରସି କହିଛନ୍ତି । ୩୦ଟି ଜିଲ୍ଲାରେ ୫୦ମିଲି ମିଟର ବର୍ଷା ହୋଇଛି । ଜଗତସିଂହପୁରରେ ସର୍ବାଧିକ ବର୍ଷା ହୋଇଛି । ବର୍ତ୍ତମାନଠୁ ପବନ ଆରମ୍ଭ ହୋଇଛି ଆଜି ଅପରାହ୍ଣରୁ ପବନର ବେଗ ଆହୁରି ବଢ଼ିବ । ୫୦ ରୁ ୬୦ ହଜାର ଲୋକ ବର୍ତ୍ତମାନ ସୁଦ୍ଧା ସ୍ଥାନାନ୍ତରିତ ହୋଇ ସାରିଛନ୍ତି । ଆହୁରି ୮୬୦ ସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳ ରହିଛି ଓ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳ ବି ପ୍ରସ୍ତୁତ ଅଛି । ୬୯୦୦ ବାତ୍ୟା ଆଶ୍ରୟ ସ୍ଥଳ ପ୍ରସ୍ତୁତ କରିରଖାଯାଇଛି । ଯେଉଁଥିରେ ୭.୫୦ ଲକ୍ଷ ଲୋକଙ୍କୁ ରଖାଯାଇପାରିବ ବୋଲି ଏସ୍‌ଆରସି କହିଛନ୍ତି । ଏହା ବାଦ୍ ପବ୍ଲିକ ବିଲ୍ଡିଂ ଗୁଡିକୁ ଖୋଲା ରଖିବା ପାଇଁ ଆମେ ନିର୍ଦ୍ଦେଶ ଦିଆଯାଇଛି । ଯାହା ଦ୍ୱାରା ଯେଉଁମାନେ ଶେଷ ମୁହୂର୍ତ୍ତରେ ଚାହିଁବେ ସେମାନଙ୍କୁ ସ୍ଥାନାନ୍ତର କରାଯିବ ।  ୭୧୦ ଡିଜି ସେଟ ଓ ୮୧୩ ଟ୍ୟାଙ୍କର ପଠାଯାଇଛି । ବିଦ୍ୟୁତ ବିଭାଗର ୧୦ ହଜାର ଲୋକ ମୁତୟନ ହୋଇ ସାରିଛନ୍ତି। ଆଉ ୨ ହଜାର ଲୋକ ଖୁବଶୀଘ୍ର ପହଞ୍ଚିବେ । ଅପରପକ୍ଷରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୩୦୮ ହେଲ୍ଥ ଟିମ୍ ଗଠନ କରାଯାଇଛି । ୨୧୫ ଜେନେରେଟର ରହିଛି । ୪୫୦୦ ଗର୍ଭବତୀ ମହିଳାମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ବ୍ୟବସ୍ଥା କରାଯାଇଥିବା ଏସ୍‌ଆରସି ସୂଚିତ କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ‘ୟାସ୍’ ଭେରୀ ସିଭିୟର ସାଇକ୍ଳୋନ୍ କିନ୍ତୁ ମହାବାତ୍ୟାର ରୂପ ନେବ ନାହିଁ: ମୃତ୍ୟୁଞ୍ଜୟ ମହାପାତ୍ର

କରୋନା ଡ୍ୟୁଟି ବେଳେ ମୃତ୍ୟୁ ଘଟିଲେ ଅଙ୍ଗନଓ୍ୱାଡି କର୍ମୀ ଓ ସୁପରଭାଇଜରଙ୍କୁ ମିଳିବ ୫୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା

ଭୁବନେଶ୍ୱର:  ଅଙ୍ଗନଓ୍ୱାଡି ଏବଂ ସୁପରଭାଇଜରଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ଆର୍ଥିକ ଅନୁକମ୍ପା ରାଶି ଘୋଷଣା କଲେ ରାଜ୍ୟ ସରକାର । କରୋନାର ଦ୍ୱିତୀୟ ପ୍ରବାହରେ କରୋନା ପରିଚାଳନା କାର୍ଯ୍ୟରେ ନିୟୋଜିତ ବେଳେ ମୃତ୍ୟୁ ଘଟିଲେ ମିଳିବ ୫୦ ଟଙ୍କାର ଆର୍ଥିକ ସହାୟତା । ପୂର୍ବରୁ ଆଗଧାଡ଼ିର କରୋନା ଯୋଦ୍ଧାଙ୍କ ପାଇଁ ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ଏବଂ ଏହା ଅନୁଯାୟୀ ମୃତ କରୋନା ଯୋଦ୍ଧାଙ୍କ ପରିବାରବର୍ଗଙ୍କୁ ଏହି ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଏଥିସହିତ ସାମ୍ୱାଦିକଙ୍କ ପାଇଁ ମଧ୍ୟ ୧୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି ରାଜ୍ୟ ସରକାର ।  ସୂଚନା ଯୋଗ୍ୟ ଯେ, ମେ’ ୨୪ରୁ ଅଗଷ୍ଟ ୩୧ ଯାଏଁ ରାଜ୍ୟରେ ଡୋର୍‌ ଟୁ ଡୋର୍ ସର୍ଭେ ଚାଲିବ । ଯେଉଁଥିରେ ଗ୍ରାମାଞ୍ଚଳରେ ଆଶା ଓ ଅଙ୍ଗନଓ୍ୱାଡି କର୍ମୀ ଘର ଘର ସ୍କ୍ରିନିଂ କରିବେ । ଫଳରେ କରୋନା ସଂକ୍ରମିତ ଚିହ୍ନଟ ହୋଇପାରିବେ ଏବଂ ଏହାକୁ ଅଧିକ ବ୍ୟାପିବାରୁ ରୋକାଯାଇପାରିବ ।

ଏଥିସହିତ ପଢ଼ନ୍ତୁ: ‘ୟାସ୍’ ଭେରୀ ସିଭିୟର ସାଇକ୍ଳୋନ୍ କିନ୍ତୁ ମହାବାତ୍ୟାର ରୂପ ନେବ ନାହିଁ: ମୃତ୍ୟୁଞ୍ଜୟ ମହାପାତ୍ର

ଏଥିସହିତ ଗତକାଲି  ଓପିଟିସିଏଲ ପକ୍ଷରୁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଘୋଷଣା କରାଯାଇଛି । ୟାସ୍‌ ବାତ୍ୟା ପରେ ବିଦ୍ୟୁତ ସରବରାହ ସ୍ବାଭାବିକ କରିବାକୁ କାମ କରିବେ ଓପିଟିସିଏଲ କର୍ମଚୀରୀ । ଏବଂ ଏହି ସମୟରେ ଯଦି କୌଣସି ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ ହୁଏ ତେବେ ବିଦ୍ୟୁତ କର୍ମଚାରୀଙ୍କ ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରାଯାଇଛି । ସେହିପରି ଯଦି ବାତ୍ୟା ମୁକାବିଲା ସମୟରେ କୌଣସି କର୍ମଚାରୀ ଆହତ ହୁଅନ୍ତି । ହେଲେ ସମ୍ପୂର୍ଣ୍ଣ ଚିକିତ୍ସା ଖର୍ଚ୍ଚ ଓପିଟିସିଏଲ ବହନ କରିବ । ଏଥିସହ ସରକାରୀ ନିୟମ ଅନୁସାରେ ଅନ୍ୟ ଯୋଜନାରେ ମଧ୍ୟ ଲାଭବାନ ହେବେ ବୋଲି ଓପିଟିସିଏଲ୍‌ ଘୋଷଣା କରିଛି ।