spot_img
Home Blog Page 5607

ଅତି ଭୀଷଣ ବାତ୍ୟାରେ ପରିଣତ ହେଲା ‘ୟାସ୍’, ବାତ୍ୟାର ଆଖି ୩୫ କିଲୋମିଟର ବ୍ୟାସାର୍ଦ୍ଧ

ଭୁବନେଶ୍ୱର: ଭୟଙ୍କର ବାତ୍ୟା ‘ୟାସ୍’ ଅତି ଭୀଷଣ ବାତ୍ୟାରେ ପରିଣତ ହୋଇଛି । ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ବିଗତ ୬ ଘଣ୍ଟା ହେଲା ମାଡ଼ି ଆସୁଛି । ପୂର୍ବ-ଦକ୍ଷିଣପୂର୍ବରେ ପାରାଦୀପ ଠାରୁ ୧୬୦ କିଲୋମିଟର ଦୂରରେ ବାତ୍ୟା ‘ୟାସ୍’ ଥିବାବେଳେ ସମାନ ଦିଗରେ ବାଲେଶ୍ୱର ଠାରୁ ୨୫୦ ଓ ଦୀଘା ଠାରୁ ୨୪୦ ଏବଂ ସାଗରଦ୍ୱୀପ ଠାରୁ ୨୩୦ କିଲୋମିଟର ଦୂରରେ ରହିଛି ।

ଏବେ ପାରାଦୀପ ଡପଲର ରାଡାରରେ ବାତ୍ୟା ‘ୟାସ୍’ର ଆଖି ଦେଖାଯାଉଛି । ବାତ୍ୟାର ଆଖି ୩୫ କିଲୋମିଟର ବ୍ୟାସାର୍ଦ୍ଧ ବିଶିଷ୍ଟ ବୋଲି ଜଣାପଡ଼ିଛି । ପାଣିପାଗ ବିଭାଗ ଅନୁସାରେ, ବାତ୍ୟା ‘ୟାସ୍’ ବୁଧବାର ଭୋର୍ ସମୟରେ ଉତ୍ତର ଧାମରା ବନ୍ଦର ନିକଟ ଏବଂ ଦକ୍ଷିଣ ବାଲେଶ୍ୱର ମଧ୍ୟରେ ପହଞ୍ଚି ମଧ୍ୟାହ୍ନରେ ଅତି ଭୀଷଣ ବାତ୍ୟା ରୂପରେ ଅତିକ୍ରମ କରିବ । ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ଦେଇ ଝାଡ଼ଖଣ୍ଡ ଆଡ଼କୁ ଯିବ ।

ଲ୍ୟାଣ୍ଡଫଲ୍ ବେଳେ ଘଣ୍ଟାପ୍ରତି ପବନର ବେଗ ୧୫୫ରୁ ୧୬୫ କିଲୋମିଟର ବେଗରେ ବହିବ । ଝଟକା ପବନର ବେଗ ଘଣ୍ଟାପ୍ରତି ୧୮୦ କିଲୋମିଟର ରହିବ । ବାଲେଶ୍ୱର ଓ ଭଦ୍ରକରେ ସମୁଦ୍ର ଜୁଆର ୨ରୁ ୪ ମିଟର ଉଚ୍ଚରେ ଆସିବ । ୨୭ ତାରିଖ ସକାଳେ ବାତ୍ୟା ଦୁର୍ବଳ ହୋଇ ଅବପାତ ରୂପରେ ଝାଡ଼ଖଣ୍ଡ ମୁହାଁ ହେବ ।

ବାତ୍ୟା ‘ୟାସ୍’ ପାଇଁ ବୁଧବାର ରାଜଧାନୀ ଓ ରାଉରକେଲାରେ ଟିକାକରଣ ବନ୍ଦ

ଭୁବନେଶ୍ୱର: ବାତ୍ୟା ପାଇଁ ବୁଧବାର ବନ୍ଦ ରହିବ ଟିକାକରଣ । ରାଜଧାନୀ ଭୁବନେଶ୍ୱର ସହ ରାଉରକେଲା ସହରାଞ୍ଚଳରେ ଆସନ୍ତାକାଲି ବୁଧବାର କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମ ବନ୍ଦ ରହିବ । ଏନେଇ ୨ ମହାନଗର ନିଗମ ସୂଚନା ଦେଇଛନ୍ତି । ବିଏମସି ଅଞ୍ଚଳରେ ୨୬ ତାରିଖରେ ଟିକା ନେବା ପାଇଁ ଯେଉଁମାନେ ସ୍ଲଟ୍ ବୁକିଂ କରିଥିଲେ ସେମାନେ ୨୯ ତାରିଖରେ ଟିକା ନେଇ ପାରିବେ ।

ସେହିଭଳି ଆସନ୍ତାକାଲି ରାଉରକେଲା ସହରରେ କୋଭିଡ୍ ଟିକାକରଣ  ବନ୍ଦ ରହିବ । ସହରର ସମସ୍ତ ଟିକା ଦାନ କେନ୍ଦ୍ରରେ ଟିକାକରଣ ହେବନାହିଁ । ଏନେଇ ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା ସୂଚନା ଦେଇଛନ୍ତି ।

ବାତ୍ୟା ପ୍ରଭାବିତ ଜିଲ୍ଲାରେ ୨୭ ତାରିଖ ଯାଏ କୋଭିଡ୍ ଟିକାକରଣ, କୋଭିଡ୍ ଟେଷ୍ଟ ସହ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ସର୍ଭେ ମଧ୍ୟ ହେବ ନାହିଁ । ଏନେଇ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶନାମା ଜାରି କରିଛି । ପାଣିପାଗ ବିଭାଗର ଆକଳନ ଅନୁଯାୟୀ ବୁଧବାର ଭୋର୍ ସମୟରେ ବାତ୍ୟା ‘ୟାସ୍’ ଧାମରା ନିକଟରେ ମାଡ଼ ହେବ ।

ବାତ୍ୟା ‘ୟାସ୍’ ମୁକାବିଲା ନେଇ କେଉଁ ଜିଲ୍ଲାରେ କଣ ରହିଛି ପ୍ରସ୍ତୁତି, ଜାଣନ୍ତୁ…

ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ‘ୟାସ୍’ । ଉତ୍ତରପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି । ବିଗତ ୬ ଘଣ୍ଟା ହେଲା ଘଣ୍ଟାପ୍ରତି ୧୫ କିମି ବେଗରେ ଆଗକୁ ବଢ଼ୁଛି ବାତ୍ୟା ‘ୟାସ୍’ । ଦକ୍ଷିଣ-ଦକ୍ଷିଣପୂର୍ବରେ ପାରାଦୀପ ଠାରୁ ୨୦୦ କିଲୋମିଟର ଦୂରରେ ବାତ୍ୟା ‘ୟାସ୍’ ଥିବାବେଳେ ସମାନ ଦିଗରେ ବାଲେଶ୍ୱର ଠାରୁ ୨୯୦ ଓ ଦୀଘା ଠାରୁ ୨୯୦ ଏବଂ ସାଗରଦ୍ୱୀପ ଠାରୁ ୨୮୦ କିଲୋମିଟର ଦୂରରେ ରହିଛି ।

How Odisha Prepared To Tackle Cyclone Yaas

ବାତ୍ୟାରେ ଉତ୍ତର ଉପକୂଳ ଓଡ଼ିଶା ବିଶେଷ ପ୍ରଭାବିତ ହେବାର ଆଶଙ୍କା ରହିଛି । ଧନଜୀବନ ସୁରକ୍ଷା ପାଇଁ ସରକାର ପଦକ୍ଷେପ ନେଇଛନ୍ତି । ବାତ୍ୟା ପାଇଁ ୧୩ ଗୋଟି ଜିଲ୍ଲାରେ ୬୮୯୧ଟି ଆଶ୍ରୟସ୍ଥଳୀ ପ୍ରସ୍ତୁତ ରହିଛି । ଆଶ୍ରୟସ୍ଥଳରୀ ଶୁଖିଲା ଓ ରନ୍ଧା ଖାଦ୍ୟ ସହ ପର୍ଯ୍ୟାପ୍ତ ପିଇବା ପାଣିର ବ୍ୟବସ୍ଥା କରାଯାଇଛି । ଆଲୋକ ସହ ବିଦ୍ୟୁତ୍ ପାଇଁ ବିକଳ୍ପ ବ୍ୟବସ୍ଥା ହୋଇଛି । ଅପରାହ୍ଣ ୫ଟା ସୁଦ୍ଧା ୫ ହଜାର ୫୨୩ଟି ବାତ୍ୟା ଆଶ୍ରୟ ସ୍ଥଳୀକୁ ୨ ଲକ୍ଷ ୪୮ ହଜାର ୪୯ ହଜାର ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଛି । ଏଥିସହ ୬୫୧ଟି ଫ୍ରି କିଚେନ୍ ସେଣ୍ଟର କରାଯାଇଛି ।

ଜିଲ୍ଲା ଅନୁଯାୟୀ ସ୍ଥାନାନ୍ତରଣ

  ଜିଲ୍ଲା ଖୋଲା ଥିବା ବାତ୍ୟା ଆଶ୍ରୟସ୍ଥଳୀ ସ୍ଥାନାନ୍ତରଣ
ବାଲେଶ୍ୱର ୧୪୧୨ ୭୯, ୫୫୮
ଭଦ୍ରକ ୭୭୪ ୭୩, ୧୦୩
କଟକ ୭୬୨ ୧, ୯୧୫
ଜଗତସିଂହପୁର ୧୭୯ ୧,୧୧,୧୮୪
ଯାଜପୁର ୧୨୦ ୩,୬୨୩
କେନ୍ଦ୍ରାପଡ଼ା ୮୦୦ ୬୨,୦୦୯
କେନ୍ଦୁଝର ୧୨ ୪୫୩
ମୟୂରଭଞ୍ଜ ୪୨୭ ୧୦,୨୮୧
ଢେଙ୍କାନାଳ ୩୦ ୯୭୯
୧୦ ପୁରୀ ୧୬୬ ୩, ୫୦୦
୧୧ ଖୋର୍ଦ୍ଧା ୮୪୧ ୧, ୪୪୪
  ମୋଟ ୫୫୨୩ ୨, ୪୮, ୦୪୯

ବାତ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଥିବା ୧୩ ଜିଲ୍ଲାରେ ୫୨ଟି ଏନଡିଆରଏଫ୍ ଟିମ୍, ୬୦ଟି ଓଡ୍ରାଫ୍ ଟିମ୍, ୨୦୬ଟି ଅଗ୍ନିଶମ ବାହିନୀ ସହ ୮୬ଟି ଗଛ କାଟିବା ପାଇଁ ଟିମ୍ ମୁତୟନ ହୋଇଛନ୍ତି । ଏଥିସହ ସମସ୍ତ ଜିଲ୍ଲାପାଳଙ୍କୁ ସାଟେଲାଇଟ୍ ଫୋନ୍ ଦିଆଯାଇଛି । ଟେଲିକମ୍ ସେବା ବ୍ୟାହତ ହେଲେ ଏହାର ବ୍ୟବହାର କରାଯିବ । ବାତ୍ୟାରେ ଘର ଭାଙ୍ଗିଲେ କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ପଲିଥିନ ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯାଇଛି ।

How Odisha Prepared To Tackle Cyclone Yaas

ଜୁନ୍ ପ୍ରଥମ ସୁଦ୍ଧା ପ୍ରସବ ତାରିଖ ଥିବା ୪ ହଜାର ୫୧୦ ମହିଳାଙ୍କୁ ଚିହ୍ନଟ କରାଯାଇଛି । ୩୬୫ ଜଣଙ୍କୁ ମେଡିକାଲକୁ ସ୍ଥାନାନ୍ତରଣ କରାଯାଇଛି । ଅନ୍ୟମାନଙ୍କୁ ସ୍ଥାନାନ୍ତରଣ ନେଇ ପ୍ରକ୍ରିୟା ଚାଲିଛି । ଆବଶ୍ୟକ ଔଷଧ ସହ ସ୍ୱାସ୍ଥ୍ୟସେବା ନେଇ ଅନ୍ୟ ବ୍ୟବସ୍ଥା କରାଯାଇଛି । ସରକାରୀ ଛୁଟି ବାତିଲ୍ କରାଯାଇଥିବା ବେଳେ ସମସ୍ତ ଅଧିକାରୀ ହେଡକ୍ୱାର୍ଟରରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବାତ୍ୟା ‘ୟାସ୍’: ୬ ଜିଲ୍ଲାରେ ଟେଷ୍ଟିଂ, ଟିକାକରଣ ଓ ସର୍ଭେ ବନ୍ଦ

ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ‘ୟାସ୍’। ଉତ୍ତରପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି। ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଆସନ୍ତା ୨୭ ତାରିଖ ଯାଏଁ ୬ ଜିଲ୍ଲାରେ କୋଭିଡ୍ ଟେଷ୍ଟିଂ, ଟିକାକରଣ ଓ ଡୋର ଟୁ ଡୋର୍ ସର୍ଭେକୁ ବନ୍ଦ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି ।

ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି କେ ମହାପାତ୍ର ଚିଠି ଲେଖି ୬ ଜିଲ୍ଲାର ଜିଲ୍ଲାପାଳଙ୍କୁ ଅବଗତ କରାଇଛନ୍ତି । ଉକ୍ତ ଜିଲ୍ଲାଗୁଡିକ ମଧ୍ୟ୍ୟରେ ରହିଛି ପୁରୀ, କଟକ, ଢେଙ୍କାନାଳ, ଅନୁଗୁଳ, ସୁନ୍ଦରଗଡ ଓ ଖୋର୍ଦ୍ଧା । ଏଥିସହିତ ଜିଲ୍ଲା ପ୍ରଶାସନ ପକ୍ଷରୁ ବାତ୍ୟାକୁ ନେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ଗତକାଲି ମଧ୍ୟ ସରକାରଙ୍କ ପକ୍ଷରୁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ମୟୂରଭଞ୍ଜ ଓ କେନ୍ଦୁଝରରେ ମଧ୍ୟ କରୋନା ଟେଷ୍ଟ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏଥିସହିତ କୋଭିଡ ଟିକାକରଣ ଓ ଡୋର୍ ଟୁ ଡୋର୍ ସର୍ଭେ ବନ୍ଦ ପାଇଁ ସୂଚନା ଦିଆଯାଇଥିଲା ।

ସୂଚନାଯୋଗ୍ୟ, ବାତ୍ୟା ଏବେ ପାରାଦୀପ ଠାରୁ ଦକ୍ଷିଣ-ପୂର୍ବଦକ୍ଷିଣରେ ୨୦୦ କିଲୋମିଟର ଦୂରରେ ଅଛି । ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି ବାତ୍ୟା ଗତି କରୁଥିବା ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ଧାମରାର ଉତ୍ତରରେ ଥିବା ବାହାନଗା, ବାସୁଦେବପୁର ଅଞ୍ଚଳ ଦେଇ ବାତ୍ୟା ଗତି କରିବ । ମୟୂରଭଞ୍ଜ, କେନ୍ଦୁଝର ଦେଇ ବାତ୍ୟା ଝାଡ଼ଖଣ୍ଡ ଯିବ । ପବନର ବେଗ ଘଣ୍ଟାପ୍ରତି ୧୫୦ରୁ ୧୫୫ କିଲୋମିଟର ରହିବ ।

 

ଗତକାଲିଠାରୁ ବର୍ଷା ଜାରି ରହିଛି । ସକାଳେ ପବନର ବେଗ ଅଧିକ ରହିବ, ସନ୍ଧ୍ୟାରେ ପବନ କମିବ । ଲ୍ୟାଣ୍ଡଫଲ ପଏଣ୍ଟର ଡାହାଣକୁ ସମୁଦ୍ରରେ ଜୁଆର ୪ ମିଟର ଉଚ୍ଚରେ ଆସିବ । ବାମ ପଟରେ ଜୁଆର ୨ରୁ ୩ ମିଟର ଉଚ୍ଚରେ ଆସିବ । ଲୋକଙ୍କୁ ସ୍ଥାନାନ୍ତରଣ ଚାଲିଛି । କଚ୍ଚାଘରେ ଥିବା ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ଅଣାଯାଉଛି । ଜୁଆର ଆସିବାକୁ ଥିବା ଅଞ୍ଚଳରୁ ସମସ୍ତଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ଆଣୁଛୁ । ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ବେଶୀ ପ୍ରଭାବିତ ହେବ । ତା ସହ କେନ୍ଦ୍ରାପଡ଼ା ଜିଲ୍ଲାରେ ଅଧିକ ପ୍ରଭାବ ରହିବ । ଭିତରକନିକା ଓ ପାରାଦୀପ ଅଞ୍ଚଳରେ ପବନର ବେଗ ଅଧିକ ରହିବ ।

କରୋନା ଭୟରେ କଏଦୀଙ୍କୁ ମିଳିପାରିବନି ଆଗୁଆ ଜାମିନ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଭୟ ତଥା ମୃତ୍ୟୁ ଆଶଙ୍କାରେ କଏଦୀ ମାନଙ୍କୁ ଆଗୁଆ ଦିଆଯାଇପାରିବ ନାହିଁ ବୋଲି ମଙ୍ଗଳବାର ଦିନ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶକୁ ସ୍ଥଗିତ ରଖି ସୁପ୍ରିମକୋର୍ଟ ଏଭଳି ରାୟ ଶୁଣାଇଛନ୍ତି ।

ଯେଉଁଥିରେ ଆହ୍ଲାବାଦ ହାଇକୋର୍ଟ କହିଥିଲେ ଯେ ଅପରାଧୀ ମାନେ କରୋନା ସଂକ୍ରମିତ ହେବା ତଥା ସଂକ୍ରମଣରେ ମୃତ୍ୟୁବରଣ କରିବାର ଆଶଙ୍କା ରହିଛି । ଯାହାକୁ ଦୃଷ୍ଟିରେ ରଖି କଏଦୀଙ୍କୁ ଆଗୁଆ ଜାମିନ ପ୍ରଦାନ କରାଯାଇପାରିବ। ଆହ୍ଲାବାଦ ହାଇକୋର୍ଟଙ୍କ ଏହି ଆଦେଶ ବିରୋଧରେ ୟୁପି ସରକାର ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ । ଯାହାର ଶୁଣାଣି କରି ସୁପ୍ରିମକୋର୍ଟ ମଙ୍ଗଳବାର ଦିନ କହିଛନ୍ତି ଯେ କରୋନାରେ ମୃତ୍ୟୁ ବରଣ ଭୟରେ କେହି ବ୍ୟକ୍ତିଙ୍କୁ ଜାମିନ ମିଳିପାରିବ ନାହିଁ। ଏହାର ଶୁଣାଣି କରି ଜଷ୍ଟିସ ଭୀନିତ ସରନ ଓ ଜଷ୍ଟିସ ବିଆର ଗାଭାଇଙ୍କ ଖଣ୍ଡପୀଠ ଏଭଳି କହିଛନ୍ତି।

ତେବେ ଆହ୍ଲାବାଦ ହାଇକୋର୍ଟର ଏଭଳି ପଦକ୍ଷେପ ଅନ୍ୟ କୋର୍ଟଙ୍କୁ ଭୁଲ୍ ବାର୍ତ୍ତା ଦେବ ବୋଲି ଅଭିଯୋଗ କରିବା ସହ ଉତ୍ତରପ୍ରଦେଶ ସରକାର ସୁପ୍ରିମକାେର୍ଟରେ ଏକ ପିଟିସନ୍ ଦାଖଲ କରିଥିଲେ ।

ତେବେ ୨୦୨୨ ମସିହା ଜାନୁୟାରୀ ମାସ ପର୍ଯ୍ୟନ୍ତ ପ୍ରତିକ ଜୖେନଙ୍କୁ ହାଇକୋର୍ଟ ଆଗୁଆ ଜାମିନ ପ୍ରଦାନ ଲାଗି ଅନୁମତି ଦେବା ପରେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା।

ବାତ୍ୟା କେଉଁଠି ମାଡ଼ ହେବ ? କେମିତି ରହିଛି ପ୍ରଶାସନର ପ୍ରସ୍ତୁତି

ଭୁବନେଶ୍ୱର: ବାତ୍ୟା ‘ୟାସ୍’ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ବାତ୍ୟା ‘ୟାସ୍’ ଧାମରା ଓ ବାଲେଶ୍ୱର ମଧ୍ୟରେ ଭୋର୍ ସମୟର ଅତିକ୍ରମ କରିବାର ଆଶଙ୍କା ରହିଛି । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ବାତ୍ୟାକୁ ଦୃଷ୍ଟିରେ ରଖି ସମସ୍ତ ବ୍ୟବସ୍ଥା କରାଯାଇଛି । ୫ଟି ଜିଲ୍ଲାରେ ବରିଷ୍ଠ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । କଚ୍ଚାଘରେ ଥିବା ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ ସହ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଅଢ଼େଇ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ ।

Cyclone Yaas, How Odisha Administration Prepared To Tackle Situation

ବାତ୍ୟା ଆଶ୍ରୟସ୍ଥଳୀରେ ଥିବା ଲୋକଙ୍କୁ ମାସ୍କ ଯୋଗାଇ ଦେବା ସହ ସମସ୍ତ ସୁବିଧା ସୁଯୋଗ ଦିଆଯାଇଛି । ବାତ୍ୟା ଏବେ ପାରାଦୀପ ଠାରୁ ଦକ୍ଷିଣ-ପୂର୍ବଦକ୍ଷିଣରେ ୨୦୦ କିଲୋମିଟର ଦୂରରେ ଅଛି । ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି ବାତ୍ୟା ଗତି କରୁଥିବା ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ଧାମରାର ଉତ୍ତରରେ ଥିବା ବାହାନଗା, ବାସୁଦେବପୁର ଅଞ୍ଚଳ ଦେଇ ବାତ୍ୟା ଗତି କରିବ । ମୟୂରଭଞ୍ଜ, କେନ୍ଦୁଝର ଦେଇ ବାତ୍ୟା ଝାଡ଼ଖଣ୍ଡ ଯିବ । ପବନର ବେଗ ଘଣ୍ଟାପ୍ରତି ୧୫୦ରୁ ୧୫୫ କିଲୋମିଟର ରହିବ ।

ଗତକାଲିଠାରୁ ବର୍ଷା ଜାରି ରହିଛି । ସକାଳେ ପବନର ବେଗ ଅଧିକ ରହିବ, ସନ୍ଧ୍ୟାରେ ପବନ କମିବ । ଲ୍ୟାଣ୍ଡଫଲ ପଏଣ୍ଟର ଡାହାଣକୁ ସମୁଦ୍ରରେ ଜୁଆର ୪ ମିଟର ଉଚ୍ଚରେ ଆସିବ । ବାମ ପଟରେ ଜୁଆର ୨ରୁ ୩ ମିଟର ଉଚ୍ଚରେ ଆସିବ । ଲୋକଙ୍କୁ ସ୍ଥାନାନ୍ତରଣ ଚାଲିଛି । କଚ୍ଚାଘରେ ଥିବା ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ଅଣାଯାଉଛି । ଜୁଆର ଆସିବାକୁ ଥିବା ଅଞ୍ଚଳରୁ ସମସ୍ତଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ଆଣୁଛୁ । ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ବେଶୀ ପ୍ରଭାବିତ ହେବ । ତା ସହ କେନ୍ଦ୍ରାପଡ଼ା ଜିଲ୍ଲାରେ ଅଧିକ ପ୍ରଭାବ ରହିବ । ଭିତରକନିକା ଓ ପାରାଦୀପ ଅଞ୍ଚଳରେ ପବନର ବେଗ ଅଧିକ ରହିବ ।

ଏଥିସହ ପଢ଼ନ୍ତୁ- ଘଣ୍ଟାପ୍ରତି ୧୫ କିମି ବେଗରେ ମାଡ଼ି ଆସୁଛି ବାତ୍ୟା ‘ୟାସ୍’, ବୁଧବାର ଭୋରରେ ଛୁଇଁପାରେ ଉପକୂଳ

କେନ୍ଦୁଝର, ଆନନ୍ଦପୁର, ଠାକୁରମୁଣ୍ଡା, ହାଟଡିହି ଅଞ୍ଚଳ ଦେଇ ବାତ୍ୟା ଯିବ । କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରସ୍ତୁତି କରାଯାଇଛି । ପିଇବା ପାଣି ଉପରେ ଗୁରୁତ୍ୱ ଦିଆଯାଇଛି । ୩୫୬ଟି ଟ୍ୟାଙ୍କର, ୨୭୦ଟି ମୋବାଇଲ୍ ରିପ୍ୟାରିଂ ୟୁନିଟ୍, ୪୧୧୭ଟି ପାଇପ୍ ୱାଟର ସପ୍ଲାଏ, ୧୭୮୬ଟି ପିଭିସି ଟ୍ୟାଙ୍କ ଦିଆଯାଇଛି । ୭୧୦ଟି ଡିଜି ସେଟ୍ ରଖାଯାଇଛି । ଲୋକଙ୍କୁ ଅନୁରୋଧ କରାଯାଇଛି ଘରେ ପିଇବା ପାଇଁ ୨ରୁ ୩ ଦିନ ପାଇଁ ପାଣି ରଖନ୍ତୁ । ଶକ୍ତି ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି । ୧୦ ହଜାରରୁ ଅଧିକ କର୍ମଚାରୀ କାମ କରୁଛନ୍ତି । ୨୬ ହଜାରରୁ ଅଧିକ ଖୁଣ୍ଟି ରଖାଯାଇଛି । ୩ ହଜାର କିଲୋମିଟର ତାର, ୧୨ ଶହ ଟ୍ରାନ୍ସଫର୍ମର ରଖାଯାଇଛି ।

୫୨ଟି ଏନଡିଆରଏଫ୍, ୬୦ଟି ଓଡ୍ରାଫ୍ ଟିମ୍, ୨୦୬ଟି ଅଗ୍ନିଶମ ଟିମ୍, ୮୬ଟି ଜଙ୍ଗଲ ବିଭାଗ ଟ୍ରି କଟର ଟିମ୍ ମୁତୟନ କରାଯାଇଛି । ଏଥିରେ ପ୍ରାୟ ୪ ହଜାର ଲୋକ ଅଛନ୍ତି । ୬ ଶହରୁ ଅଧିକ ଇଞ୍ଜିନିୟର୍ ଟିମ୍ ମଧ୍ୟ ଗଠନ କରାଯାଇଛି । ମେଡିକାଲରେ ସମସ୍ତ ବ୍ୟବସ୍ଥା କରାଯାଇଛି, ଅଧିକ ଅକ୍ସିଜେନ୍ ମହଜୁଦ୍ ରଖାଯାଇଥିବା ସୂଚନା ଦେଇଛନ୍ତି ଏସଆରସି ।

Cyclone Yaas, How Odisha Administration Prepared To Tackle Situation

ରାଜ୍ୟରେ ବାତ୍ୟା ମୁକାବିଲ୍ ପାଇଁ ସମସ୍ତ ପଦକ୍ଷେପ ନିଆଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମସ୍ତଙ୍କ ଜୀବନ ବଞ୍ଚାଇବା ଲାଗି ସରକାର କାର୍ଯ୍ୟ କରୁଛନ୍ତି । ଜନସାଧାରଣ ପ୍ରଶାସନକୁ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି ।

ଗିରଫର ଦିନକ ପରେ ସୁଶୀଲ କୁମାରଙ୍କୁ ନିଲମ୍ବନ ପାଇଁ ରେଲଓ୍ୱେର ନିର୍ଦ୍ଦେଶ

ନୂଆଦିଲ୍ଲୀ: ହତ୍ୟା ମାମଲାରେ ରେସଲର ସୁଶୀଲ କୁମାର ଗିରଫ ହେବାର ଦିନକ ପରେ ମଙ୍ଗଳବାର ଦିନ ତାଙ୍କୁ ନିଲମ୍ବନ କରିବା ପାଇଁ ନର୍ଥ ରେଲଓ୍ୱେ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି ।

ଛତ୍ରସାଲ ଷ୍ଟାଡିୟମରେ ୨୩ ବର୍ଷ ବୟସ୍କ କୁସ୍ତିଯୋଦ୍ଧାଙ୍କ ମୃତ୍ୟୁ ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ଅଲିମ୍ପିକ୍ ପଦକ ବିଜେତା ସୁଶୀଲ ଓ ତାଙ୍କ ସହଯୋଗୀଙ୍କୁ ଦିଲ୍ଲୀର ମୁଣ୍ଡକା ଅଞ୍ଚଳରୁ ଗତ ୨୩ରେ ଗିରଫ କରାଯାଇଥିଲା ।

ଅଧିକ ପଢନ୍ତୁ- ହତ୍ୟା ଅଭିଯୋଗରେ ଗିରଫ ହେଲେ ରେସଲର ସୁଶୀଲ କୁମାର, ହତ୍ୟା ପରେ ଫେରାର ଥିଲେ

ଉତ୍ତର ରେଳବାଇର ଜଣେ ବରିଷ୍ଠ ବାଣିଜ୍ୟିକ ପରିଚାଳକ କହିଛନ୍ତି ଯେ, ସୁଶୀଲ ୨୦୧୫ ମସିହାରୁ ଦିଲ୍ଲୀ ସରକାରଙ୍କ ସହ ଡେପୁଟେସନରେ ଥିଲେ ଏବଂ ସ୍କୁଲ ସ୍ତରରେ କ୍ରୀଡ଼ାର ବିକାଶ ପାଇଁ ଛତ୍ରସାଲ ଷ୍ଟାଡିୟମରେ ସ୍ପେଶାଲ ଡ୍ୟୁଟି (ଓଏସଡି)ରେ ତାଙ୍କୁ ଅଫିସର ଭାବରେ ପୋଷ୍ଟିଂ କରାଯାଇଥିଲା ।

ଅଧିକ ପଢନ୍ତୁ- ସୁଶୀଲ ନାଁରେ ସୁପାରୀ ଦେଇଛି ମାଫିଆ

ଉଲ୍ଲେଖଯୋଗ୍ୟ, ୨୦୨୧ ମେ ୪ ତାରିଖରେ ଅଲିମ୍ପିକ୍ସ ବିଜେତା ସୁଶୀଲ କୁମାର ପାଲଟିଥିଲା ସାଗରଙ୍କ ହତ୍ୟାର ମୁଖ୍ୟ ଅଭିଯୁକ୍ତ। ସାଗରଙ୍କର ମୃତ୍ୟୁ ପରେ ସାମ୍ନାକୁ ଆସିଥିଲା ସୁଶୀଲ କୁମାରଙ୍କର ନାଁ। ଏହାପରେ ସୁଶୀଲ ହୋଇଯାଇଥିଲେ ଫେରାର। ଦିଲ୍ଲୀ ପୋଲିସ ସୁଶୀଲଙ୍କୁ ଖୋଜିବା ପାଇଁ ଏକ ଲକ୍ଷ ଟଙ୍କା ପୁରସ୍କାର ରାଶିର ଘୋଷଣା କରିଥିଲେ। ଏହା ପରେ ଲୁକଆଉଟ୍ ନୋଟିସ୍ ଏବଂ ମେ ୧୫ ରେ କୋର୍ଟ ସୁଶୀଲ କୁମାରଙ୍କ ବିରୋଧରେ ଜାରି କରିଥିଲେ ଜାମିନ ବିହୀନ ୱାରେଣ୍ଟ। ତା’ପରେ ସୁଶୀଲଙ୍କ ପକ୍ଷରୁ ଓକିଲ ରୋହିଣୀ ଜିଲ୍ଲା କୋର୍ଟରେ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନ କରିଥିଲେ। ଏହାପରେ ତାଙ୍କୁ ଦିଲ୍ଲୀର ମୁନ୍ଦକା ଅଞ୍ଚଳରୁ ଗିରଫ କରାଯାଇଥିଲା। ସୁଶୀଲଙ୍କ ସହ ତାଙ୍କର ଜଣେ ସହଯୋଗୀ ଅଜୟ ମଧ୍ୟ ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି। ଫେରାର ପରେ ସୁଶୀଲ ହରିଦ୍ୱାରର ଋଷିକେଶର ଏକ ବଡ ଆଶ୍ରମରେ ରହୁଥିଲେ।

ଅଧିକ ପଢନ୍ତୁ- ଅଲିମ୍ପିକ୍ସ ପୋଡିୟମରେ ଛାତି ଚଉଡ଼ା କରି ଛିଡ଼ା ହେଉଥିବା ସୁଶୀଲ, ଆଜି କାହିଁକି ଜେଲର ୪ କାନ୍ଥ ଭିତରେ, ଜାଣନ୍ତୁ

ଘଣ୍ଟାପ୍ରତି ୧୫ କିମି ବେଗରେ ମାଡ଼ି ଆସୁଛି ବାତ୍ୟା ‘ୟାସ୍’, ବୁଧବାର ଭୋରରେ ଛୁଇଁପାରେ ଉପକୂଳ

ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ‘ୟାସ୍’ । ଉତ୍ତରପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି । ବିଗତ ୬ ଘଣ୍ଟା ହେଲା ଘଣ୍ଟାପ୍ରତି ୧୫ କିମି ବେଗରେ ଆଗକୁ ବଢ଼ୁଛି ବାତ୍ୟା ‘ୟାସ୍’ । ଦକ୍ଷିଣ-ଦକ୍ଷିଣପୂର୍ବରେ ପାରାଦୀପ ଠାରୁ ୨୦୦ କିଲୋମିଟର ଦୂରରେ ବାତ୍ୟା ‘ୟାସ୍’ ଥିବାବେଳେ ସମାନ ଦିଗରେ ବାଲେଶ୍ୱର ଠାରୁ ୨୯୦ ଓ ଦୀଘା ଠାରୁ ୨୯୦ ଏବଂ ସାଗରଦ୍ୱୀପ ଠାରୁ ୨୮୦ କିଲୋମିଟର ଦୂରରେ ରହିଛି ।

Cyclone Yaas Update, o Dhamra port by the early morning

ଭୟଙ୍କର ସାମୁଦ୍ରିକ ଝଡ଼ର ରୂପ ନେଇଥିବା ‘ୟାସ୍’ ଆଉ କିଛି ସମୟ ପରେ ଅତି ଭୀଷଣ ବାତ୍ୟାର ରୂପ ନେବ । ବାତ୍ୟା ‘ୟାସ୍’ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ଉତ୍ତରପଶ୍ଚିମ ବଙ୍ଗୋପସାଗରର ଧାମରା ନିକଟରେ ବୁଧବାର ଭୋର୍ ସମୟରେ ପହଞ୍ଚିବ । ବାତ୍ୟା ‘ୟାସ୍’ ୨୬ ମଧ୍ୟାହ୍ନରେ ଉତ୍ତର ଧାମରା ଏବଂ ଦକ୍ଷିଣ ବାଲେଶ୍ୱର ମଧ୍ୟରେ ଅତି ଭୀଷଣ ବାତ୍ୟା ରୂପରେ ଅତିକ୍ରମ କରିବ ।

ଏଥିହ ପଢ଼ନ୍ତୁ- ଆଉ କିଛି ଘଣ୍ଟା ପରେ ଅତି ଭୀଷଣ ବାତ୍ୟାର ରୂପ ନେବ ‘ୟାସ୍’, ଏବେ ପାରାଦୀପ ଠାରୁ ୨୨୦ କିମି ଦୂରରେ

ବାତ୍ୟା ‘ୟାସ୍’ ପ୍ରଭାବରେ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଆଜିଠାରୁ ବର୍ଷା ଲାଗି ରହିଛି । ୨୬ ତାରିଖରେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କଟକ, ଢେଙ୍କାନାଳ, କେନ୍ଦୁଝର ଜିଲ୍ଲାରେ ଅତ୍ୟଧିକ ପ୍ରବଳ ବର୍ଷା ହେବ । ପୁରୀ, ଖୋର୍ଦ୍ଧା, ଅନୁଗୁଳ, ଦେବଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି  । ୨୭ ତାରିଖରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ ।

ଏଥିହ ପଢ଼ନ୍ତୁ-  ବାତ୍ୟା ପାଇଁ ୭ ଜିଲ୍ଲାରୁ ସ୍ଥାନାନ୍ତରଣ ହେଲେଣି ଦେଢ଼ ଲକ୍ଷରୁ ଅଧିକ ଲୋକ

ଆଜି ସନ୍ଧ୍ୟାରେ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ବଙ୍ଗୋପସାଗର ପବନ ବଢ଼ିବ । ଘଣ୍ଟାପ୍ରତି ପବନର ବେଗ ୧୦୫ରୁ ୧୧୫ କିଲୋମିଟର ରହିବ । ଏହା କ୍ରମଶଃ ୧୨୫ରୁ ୧୩୫ କିଲୋମିଟର ଘଣ୍ଟାପ୍ରତି ବୃଦ୍ଧି ପାଇବା ସହ ଝଟକା ପବନର ବେଗ ଘଣ୍ଟାପ୍ରତି ୧୪୦ କିଲୋମିଟର ରହିବା ଆଶଙ୍କା ରହିଛି । ୨୬ ସକାଳେ ପବନର ବେଗ ଘଣ୍ଟାପ୍ରତି ୧୫୫ରୁ ୧୬୫ କିଲୋମିଟର ଏବଂ ଝଟକା ପବନର ବେଗ ୧୮୦ କିଲୋମିଟର ଘଣ୍ଟାପ୍ରତି ରହିବ । ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ସମୁଦ୍ରରେ ୨ରୁ ୪ ମିଟରର ଉଚ୍ଚ ଜୁଆର ଆସିପାରେ ।

ହସ୍ପିଟାଲରେ ଭର୍ତ୍ତି ହେଲେ ‘ଫ୍ଲାଇଂ ଶିଖ୍’ ମିଲ୍ଖା

ନୂଆଦିଲ୍ଲୀ: ଭାରତର ଲିଜେଣ୍ଡାରୀ ସ୍ପ୍ରିଣ୍ଟର ମିଲ୍ଖା ସିଂ କରୋନା ସଂକ୍ରମିତ ହୋଇ ମୋହାଲିର ଫୋର୍ଟିସ୍ ହସ୍ପିଟାଲର ଇଣ୍ଟେନସିଭ୍ କେୟାର ୟୁନିଟରେ ଭର୍ତ୍ତି ହୋଇଥିବା ଜଣାପଡିଛି। ୯୧ ବର୍ଷୀୟ ମିଲ୍ଖା ଚଣ୍ଡିଗଡ଼ ସ୍ଥିତ ତାଙ୍କ ବାସଭବନରେ ଆଇସୋଲେସନରେ ରହୁଥିଲେ । ହେଲେ ପରବର୍ତ୍ତୀ ସମୟରେ ନିମୋନିଆ ହେବାରୁ ତାଙ୍କୁ ତୁରନ୍ତ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା।

ହସ୍ପିଟାଲ୍ ପକ୍ଷରୁ ଜାରି ବିଜ୍ଞପ୍ତିରେ କହୁଯାଇଛି, “ମିଲ୍କା ସିଂଙ୍କୁ ମେ ୨୪ରେ ମୋହାଲିର ଫୋର୍ଟିସ୍ ହସ୍ପିଟାଲର ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ ରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଏବଂ ବର୍ତ୍ତମାନ କମ୍ ଅମ୍ଳଜାନ ଦିଆଯାଉଥିବା’’ ନେଇ ପ୍ରକାଶ କରାଯାଇଛି ।

ଏସମ୍ପର୍କରେ ମିଲ୍ଖାଙ୍କ ପୁଅ ଜୀଭ ମିଲ୍ଖା ସିଂହ କହିଛନ୍ତି ଯେ ‘‘ପିତା ଖୁବ୍ ଦୁର୍ବଳ ଅନୁଭବ କରୁଥିଲେ ଏବଂ ଭଲ ଭାବେ ଖାଇବାପିଇବା ମଧ୍ୟ କରୁନଥିଲେ । ଯେଉଁଥିପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା’’।

ବାତ୍ୟା ପାଇଁ ୭ ଜିଲ୍ଲାରୁ ସ୍ଥାନାନ୍ତରଣ ହେଲେଣି ଦେଢ଼ ଲକ୍ଷରୁ ଅଧିକ ଲୋକ

ଭୁବନେଶ୍ୱର: ବୁଧବାର ଭୋରରୁ ବାତ୍ୟା ‘ୟାସ୍’ ଉତ୍ତର ଧାମରା ଏବଂ ଦକ୍ଷିଣ ବାଲେଶ୍ୱର ମଧ୍ୟରେ ଉପକୂଳ ଛୁଇଁବ । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଉଛି । ଆସନ୍ନ ପ୍ରସବାଙ୍କୁ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ପରିବର୍ତ୍ତେ ମେଡିକାଲକୁ ନିଆଯାଇଛି । ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକର ତଳିଆ ଅଞ୍ଚଳରେ କଚ୍ଚାଘରେ ଥିବା ଲୋକଙ୍କୁ ସ୍ଥାନାନ୍ତରିତ କରାଯାଉଛି ।

Odisha Evacuated More Than 1.5 Lakh People In View Of Cyclone Yaas

ମଧ୍ୟାହ୍ନ ସୁଦ୍ଧା ୭ ଜିଲ୍ଲାରୁ ୧ ଲକ୍ଷ ୫୫ ହଜାର ୧୨୯ ଜଣଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରଶାସନ ପକ୍ଷରୁ ସ୍ଥାନାନ୍ତରିତ କରାଯାଇଛି । ଭଦ୍ରକ ଜିଲ୍ଲାରେ ସର୍ବାଧିକ ୭୨ ହଜାର ୯୭୦ ଜଣଙ୍କୁ ବାତ୍ୟା ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତରଣ କରାଯାଇଥିବା ବେଳେ ବାଲେଶ୍ୱରରେ ୪୬ ହଜାର ୮୨୮ ଜଣଙ୍କୁ ବାତ୍ୟା ଆଶ୍ରୟ ସ୍ଥଳୀକୁ ନିଆଯାଇଛି । ସେହିଭଳି କେନ୍ଦ୍ରାପଡ଼ା ଜିଲ୍ଲାରେ ବାତ୍ୟା ଆଶ୍ରୟ ସ୍ଥଳୀକୁ ୧୮ ହଜାର ୩୯୧ ଜଣ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି ।

Odisha Evacuated More Than 1.5 Lakh People In View Of Cyclone Yaas

ଜଗତସିଂହପୁର ଜିଲ୍ଲାରେ ୯ ହଜାର ୧୨୨ ଜଣ, ପୁରୀରେ ୩ ହଜାର ୫୦୦ ଜଣ ଓ ଯାଜପୁରରେ ୧୧୧୮ ଜଣଙ୍କୁ ବାତ୍ୟା ଆଶ୍ରୟ ସ୍ଥଳୀରେ ରଖାଯାଇଛି । ଏଥିସହ ବାତ୍ୟାକୁ ଦୃଷ୍ଟିରେ ରଖି କୋଭିଡ୍ ହସ୍ପିଟାଲଗୁଡ଼ିକରେ ନିରାପତ୍ତା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି । ହସ୍ପିଟାଲର କବାଟ ଓ ଝରକାକୁ ଅଧିକ ସୁରକ୍ଷିତ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବାଲେଶ୍ୱରରେ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।