spot_img
Home Blog Page 5613

ଚିଟଫଣ୍ଡ ଅଭିଯୁକ୍ତ ସେଲ୍ ନିକଟରୁ ଫୋନ୍ ଜବତ, ୨୩ ଦିନରେ ଜବତ ହେଲାଣି ୧୨ ମୋବାଇଲ୍

ଭୁବନେଶ୍ୱର: ଜେଲରୁ ଜବତ ହେଉଛି ମୋବାଇଲ୍ । ଚଳିତ ମେ’ ମାସରେ ଆଜି ଯାଏ ଝାରପଡ଼ା ଜେଲର ସେଲରୁ ଏଯାବତ୍ ପାଖାପାଖି ୧୨ଟି ମୋବାଇଲ୍ ଜବତ ହୋଇଛି । ରବିବାର ଜେଲ୍ ସୁପରିଟେଣ୍ଡଣ୍ଟଙ୍କ ନେତୃତ୍ୱରେ ଚଢ଼ାଉ ହୋଇଥିଲା । ମାଟି ତଳେ ପୋତା ହୋଇ ରହିଥିବା ଏକ ମୋବାଇଲକୁ ଜେଲ୍ କର୍ତ୍ତୃପକ୍ଷ ଜବତ କରିଛନ୍ତି ।

ଏଥିସହ ପଢ଼ନ୍ତୁ- ଝାରପଡ଼ା ଜେଲରେ ଚଢ଼ାଉ, ଦୁର୍ଦ୍ଦାନ୍ତ ଅପରାଧୀର ସେଲ ପଛପଟୁ ମୋବାଇଲ୍ ଜବତ

ମୋବାଇଲଟି ଚିଟଫଣ୍ଡ ଅଭିଯୁକ୍ତର ସେଲ୍ ନିକଟରୁ ମିଳିଛି । ଏନେଇ ଲକ୍ଷ୍ମୀସାଗର ଥାନାରେ ଜେଲ କର୍ତ୍ତୃପକ୍ଷ ଏତଲା ଦେଇଥିବା ଡିଆଇଜି ଶୁଭକାନ୍ତ ମିଶ୍ର ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଉକ୍ତ ମୋବାଇଲରୁ ଗୋଟିଏ ମିନିଟକୁ ଶହେ ଟଙ୍କା ହିସାବରେ ISD କଲ୍ କରାଯାଉଥିଲା । ଅର୍ଥାତ୍ ମୋବାଇଲକୁ ବ୍ୟବହାର କରି ବିଦେଶକୁ କଲ୍ କରି କଥା ହେଉଥିଲେ ଅଭିଯୁକ୍ତ ।

ଏଥିସହ ପଢ଼ନ୍ତୁ- ଝାରପଡ଼ା ଜେଲରେ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ଠାରୁ ୨ଟି ମୋବାଇଲ୍ ସିଜ୍

ଏହା ପୂର୍ବରୁ ମେ ୧୨ରେ ଜେଲ ଡିଜିଙ୍କ ନେତୃତ୍ୱରେ ଝାରପଡ଼ା ଜେଲରେ ରେଡ୍ କରାଯାଇଥିଲା । ସେତେବେଳେ ସିମେଣ୍ଟ ତଳୁ ୨ଟି ମୋବାଇଲ୍ ଜବତ କରାଯାଇଥିଲା । ତା’ର ଦୁଇ ଦିନ ପୂର୍ବରୁ ରେଡ୍ ବେଳେ ୯ଟି ମୋବାଇଲ୍ ଜବତ ହୋଇଥିଲା । ମେ ୧ରେ ଜେଲ୍ ବିଭାଗ ଆଇଜି ଓ ଡିଆଇଜିଙ୍କ ନେତୃତ୍ୱରେ ରେଡ୍ ବେଳେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀର ସେଲ୍ ପଛପଟୁ ମଧ୍ୟ ମୋବାଇଲ୍ ଜବତ ହୋଇଥିଲା ।

ଏଟିଏମରୁ ଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ କାର୍ ସହ ଅପହରଣ

ବଲାଙ୍ଗିର: ବଲାଙ୍ଗିରରୁ ଆସିଲା ବଡ଼ ଖବର । ସଞ୍ଜ ଅନ୍ଧାରରେ ବଲାଙ୍ଗିରରେ ମାତିଛନ୍ତି ଦୁର୍ବୃତ୍ତ । ବଲାଙ୍ଗିରର ବରପାଲିପଡ଼ା ବ୍ରିଜ୍ ନିକଟ ଏଟିଏମରୁ ଦୁର୍ବୃତ୍ତ ଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀ ଜଗରଥି ପ୍ରଧାନଙ୍କୁ କାର୍ ସହ ଅପହରଣ କରି ନେଇଛନ୍ତି । ଏଟିଏମକୁ ଟଙ୍କା ଉଠାଇବାକୁ ଯାଇଥିବା ବେଳେ ଦୁର୍ବୃତ୍ତ ମାରଣାସ୍ତ୍ର ଦେଖାଇ ଜେଇଙ୍କୁ ଅପହରଣ କରି ନେଇଥିଲେ ।

Miscreants Kidnapped Junior Engineer Of Water Irrigation Department In Bolangir

କାରରେ ଅପହରଣ କରି ନେଇଯିବା ବେଳେ କନ୍ଧପାଲିପଡ଼ା ଠାରେ ବ୍ରିଜ୍ କାମ ଚାଲୁଥିବାରୁ ବିପରୀତ ଦିଗରୁ ଆସୁଥିବା କାରଟି ସମଲେଶ୍ବରୀ ନର୍ସିଂହୋମ୍ ନିକଟ ନାଳରେ ଫସି  ଯାଇଥିଲା । କାରରେ ଜଣେ ବ୍ୟବସାୟୀ ଥିବାବେଳେ ୧ ଲକ୍ଷ ୮୫ ହଜାର ଟଙ୍କା ଥିଲା । ଦୁର୍ବୃତ୍ତ ବ୍ୟବସାୟୀଙ୍କ ଠାରୁ ୧ ଲକ୍ଷ ୮୫ ହଜାର ଟଙ୍କା ସହ ୩ଟି ମୋବାଇଲ୍ ଲୁଟ୍ କରି ନେଇଛନ୍ତି ।

Miscreants Kidnapped Junior Engineer Of Water Irrigation Department In Bolangir

ଲୁଟ୍ ବେଳେ ଉପସ୍ଥିତ ବୁଦ୍ଧି ଖଟାଇ ଦୁର୍ବୃତ୍ତଙ୍କ ଠାରୁ ଅଳ୍ପକେ ଖସି ଆସିଛନ୍ତି କନିଷ୍ଠ ଯନ୍ତ୍ରୀ । ଏନେଇ ବଲାଙ୍ଗିର ଟାଉନ୍ ଥାନାରେ ଅଭିଯୋଗ ହେବା ପରେ ପୋଲିସ ପିଛା କରି ଜଣେ ଅଭିଯୁକ୍ତକୁ କାବୁ କରିବାରେ ସଫଳ ହୋଇଛି । ଅନ୍ୟ ଦୁର୍ବୃତ୍ତମାନଙ୍କୁ ଧରିବାକୁ ପୋଲିସ ଉଦ୍ୟମ କରୁଛି ।

ମେ’ ୨୬ରେ ଦେଶବ୍ୟାପୀ ଚାଷୀଙ୍କ ବିରୋଧକୁ ୧୨ ରାଜନୀତିକ ଦଳର ସମର୍ଥନ

ନୂଆଦିଲ୍ଲୀ: ନୂଆ କୂଷି ଆଇନକୁ ବିରୋଧର ୬ ମାସ ପୂରିବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ମେ ୨୬ ତାରିଖରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରିବ । ଏହି ବିରୋଧ ପ୍ରଦର୍ଶନକୁ ସମର୍ଥନ କରିଛନ୍ତି କଂଗ୍ରେସ ସହ ୧୨ ବିରୋଧୀ ଦଳ ।

କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଲକ୍ଷ ଲକ୍ଷ କୃଷକ ଆନ୍ଦୋଳନ କରୁଛନ୍ତି । କରୋନା ମହାମାରୀ ବେଳେ କୃଷକ ପୀଡ଼ିତ ହୋଇଛନ୍ତି । ତଥାପି ଚାଷୀ ଦେଶର ଜନତାଙ୍କୁ ଖାଦ୍ୟ ଦେଉଛନ୍ତି । ଆମେ ତୁରନ୍ତ କୃଷି ଆଇନ୍ ପ୍ରତ୍ୟାହାର ସହ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ସ୍ୱାମୀନାଥନ କମିଶନଙ୍କ ସୁପାରିସ୍ ଆଧାରରେ ଦେବାକୁ ଦାବି କରୁଛୁ ।

କଂଗ୍ରେସ ସମେତ ଜେଡିଏସ୍, ଏନସିପି, ଟିଏମସି, ଶିବସେନା, ଡିଏମକେ, ଜେଏମ୍ଏମ୍, ଜେକେପିଏ, ସମାଜବାଦୀ ପାର୍ଟି, ଆରଜେଡି, ସିପିଆଇ, ସିପିଆଇ-ଏମ୍ ଆଦି ୧୨ଟି ଦଳ ମେ ୨୬ରେ କୃଷକଙ୍କ ଦେଶବ୍ୟାପୀ ବିକ୍ଷୋଭକୁ ସମର୍ଥନ ଜଣାଇଛନ୍ତି ।

#CycloneYaas: ‘କରୋନା ପାଇଁ ଅଧିକ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ’

ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେଇଛି । ଆସନ୍ତାକାଲି ସୁଦ୍ଧା ତାହା ସାମୁଦ୍ରିକ ଝଡ଼ର ରୂପ ନେବାର ସମ୍ଭାବନା ରହିଛି । ବାତ୍ୟା ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରି ପାରାଦୀପରୁ ସାଗରଦ୍ୱୀପ ମଧ୍ୟରେ ସ୍ଥଳଭାଗ ଛୁଇଁବାର ଆକଳନ କରାଯାଇଛି । ସମ୍ଭାବ୍ୟ ଲ୍ୟାଣ୍ଡଫଲ ଆକଳନ କରି ପଦକ୍ଷେପ ନିଆଯାଉଥିବା କହିଛନ୍ତି ଏସଆରସି ପ୍ରଦୀପ ଜେନା ।

ଏଥିସହ ପଢ଼ନ୍ତୁ: #CycloneYaas: ଓଡ଼ିଶାର ସମସ୍ତ ବନ୍ଦର ପାଇଁ ୧ ନମ୍ବର ବିପଦ ସଂକେତ ଜାରି

ତଳିଆ ଅଞ୍ଚଳରେ କଚ୍ଚାଘରେ ରହୁଥିବା ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ନିଆଯିବ । କୋଭିଡ୍ କଟକଣାକୁ ମଧ୍ୟ ଧ୍ୟାନ ଦିଆଯିବ । ଓଡ଼ିଶାରେ ବାତ୍ୟା ଲ୍ୟାଣ୍ଡଫଲ ହେଲେ ୧୨୦ରୁ ୧୬୫ କିଲୋମିଟର ଘଣ୍ଟାପ୍ରତି ବେଗରେ ପବନ ବହିପାରେ । ୨୦୦ରୁ ୩୦୦ ମିଲିମିଟରର ବର୍ଷା ଓ ୩ରୁ ୪ ମିଟରର ବାତ୍ୟା ଝଡ଼ ହୋଇପାରେ । ଏହାକୁ ଦୃଷ୍ଟିରେ ରଖି ସମସ୍ତ ପଦକ୍ଷେପ ନିଆଯାଇଛି ।

Cyclone Yaas Additional Cyclone Shelter Ready In View Of Covid Says SRC

ବାତ୍ୟା ଆଶ୍ରୟସ୍ଥଳୀକୁ ସାନିଟାଇଜ୍ କରାଯାଇଛି । ଗୋଟିଏ ବାତ୍ୟା ଆଶ୍ରୟସ୍ଥଳୀରେ ଭିଡ଼ ନହେବା ପାଇଁ ଅଧିକ ସେଲ୍ଟର ବ୍ୟବସ୍ଥା କରାଯାଇଛି । ସେଠାରେ ଅତିରିକ୍ତ ପିଇବା ପାଣି, ପାୱାର ବ୍ୟାକଅପ୍ ସହ କୋଭିଡ୍ ନିୟମ ଅନୁସାରେ ଆରଆରଟି ଟିମ୍ ଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରିବେ । ଶୁଖିଲା ଓ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯିବ । ବାତ୍ୟା ପରବର୍ତ୍ତୀ ସମୟରେ ଅସୁବିଧା ନହେବା ପାଇଁ ପାୱାର ବ୍ୟାକଅପ୍ ସହ ପାଣି ଟାଙ୍କି ମାଧ୍ୟମରେ ଜଳ ଯୋଗାଣ କରାଯିବ । ବିଦ୍ୟୁତ୍ ବ୍ୟବସ୍ଥା ବ୍ୟାହାତ ହେଲେ ସଜାଡ଼ିବା ଲାଗି ପଦକ୍ଷେପ ନିଆଯାଇଛି । ସେହିଭଳି ଟେଲିକମ୍ ଟାୱାର କ୍ଷତିଗ୍ରସ୍ତ ହେଲେ ସେନେଇ ପଦକ୍ଷେପି ନିଆଯାଇଛି । କୌଣସି ସ୍ଥାନରେ ଗୋଟିଏ ଟାୱାର କଟିଗଲେ ଅନ୍ୟ ଟାୱାର ଜରିଆରେ ଅନ୍ୟ ଅପରେଟରର ଉପଭୋକ୍ତା କଥା ହୋଇପାରିବେ ।

Cyclone Yaas, Likely Intesified Into Deep Depression In Next 4 Hour

ଏବେ ସୁଦ୍ଧା ୨୨ଗୋଟି ଏନଡିଆରଏଫ୍ ଟିମ୍, ୫୦ରୁ ଅଧିକ ଓଡ୍ରାଫ୍ ଟିମ୍ ଏବଂ ୧୭୫ଟି ଅଗ୍ନିଶମ ବାହିନୀକୁ ମୁତୟନ କରାଯାଇଛି । ଏଥିସହ ଏନଡିଆରଏଫର ଆଉ ୧୦ଟି ଟିମ୍ ଆସିବେ । ୩୫ଟି ଟ୍ରି-କଟର ଗ୍ରୁପ୍ ରହିବେ । ବିଦ୍ୟୁତ୍ ବ୍ୟବସ୍ଥା ପାଇଁ ୧୨ରୁ ୧୩ ହଜାର ୱାର୍କର ପ୍ରସ୍ତୁତ ହୋଇ ଅଛନ୍ତି ବୋଲି ଏସଆରସି ସୂଚନା ଦେଇଛନ୍ତି ।

ଟୁଲକିଟ୍ ମାମଲାରେ ଆକ୍ସନ୍, ବିଜେପି ପ୍ରବକ୍ତା ସମ୍ବିତ ପାତ୍ରଙ୍କୁ ପୋଲିସର ନୋଟିସ୍

ନୂଆଦିଲ୍ଲୀ: ଟୁଲକିଟ୍ ମାମଲାରେ ପଚରାଉଚରା ପାଇଁ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ଛତିଶଗଡ଼ ପୋଲିସ୍ ନୋଟିସ୍ ଜାରି କରିଛି । ଶନିବାର ଜାରି ନୋଟିସରେ ରବିବାର ଅପରାହ୍ଣ ୪ଟା ସୁଦ୍ଧା ଥାନାରେ ହାଜର ହେବାକୁ କୁହାଯାଇଥିଲା । ଆସି ନପାରିଲେ ଭିଡିଓ କଲ୍ ମାଧ୍ୟମରେ ପଚରାଉଚରା ପାଇଁ ପୋଲିସ୍ ବିକଳ୍ପ ଦେଇଥିଲା । ଏଥିପାଇଁ ସମ୍ବିତ ପାତ୍ର ପୋଲିସକୁ ୭ ଦିନ ସମୟ ମାଗିଛନ୍ତି ।

Tool Kit Case Raipur Police Sent Notice To BJP Leader Sambit Patra

ରାୟପୁରର ସିବିଲ ଲାଇନ୍ ଥାନାରେ ପ୍ରଭାରୀ ଏକ ନମ୍ବର ମଧ୍ୟ ଭିଡିଓ କଲ୍ ପାଇଁ ଦେଇଥିଲେ । ଥାନାରେ ହାଜର ନହେବା ଅଥବା ପଚରାଉଚରାରେ ସହଯୋଗ ନକଲେ ସମ୍ବିତଙ୍କୁ ହେପାଜତକୁ ନେବା ପାଇଁ ପ୍ରକ୍ରିୟା ଆରମ୍ଭ ବୋଲି ନୋଟିସରେ ଲେଖା ଯାଇଥିଲା । ତେବେ ସନ୍ଧ୍ୟାରେ ରାୟପୁର ପୋଲିସକୁ ମେଲ୍ ପଠାଇ ସମ୍ବିତ ୭ ଦିନ ସମୟ ମାଗିଛନ୍ତି । ସମ୍ବିତଙ୍କ ମେଲର ଉତ୍ତର ରାୟପୁର ପୋଲିସ ଦେଇନଥିବା ବେଳେ ପଚରାଉଚରା ପାଇଁ ଖୁବଶୀଘ୍ର ନୂଆ ତାରିଖ ସ୍ଥିର ହେବ ବୋଲି ଜଣାପଡ଼ିଛି ।

ସମ୍ବିତଙ୍କ ଭଳି ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କୁ ପୋଲିସ ସମାନ ନୋଟିସ୍ ଜାରି କରିଛି । ପୋଲିସ ରମଣଙ୍କୁ ୨୪ ମେ ଦିନ ସାଢ଼େ ୧୨ଟା ବେଳେ ଘରେ ରହିବାକୁ କହିଛି । ପୋଲିସ ଟିମ୍ ଘରକୁ ଯାଇ ରମଣଙ୍କୁ ଜେରା କରିବ ବୋଲି କୁହାଯାଇଛି । ଟ୍ୱିଟର ଆକାଉଣ୍ଟ କାହାର ? ଟୁଲକିଟ୍ ଦସ୍ତାବିଜ୍ କେଉଁଠୁ ମିଳିଲା ? ଏଭଳି ପ୍ରଶ୍ନ ଲେଖି ରମଣଙ୍କୁ ନୋଟିସ୍ ପଠାଇଛି ପୋଲିସ । ଏଥିସହ ୯ ପ୍ରକାରର ନିର୍ଦ୍ଦେଶ ଦେଇଛି । ଯେଉଁଥିରେ ପ୍ରମାଣ ନଷ୍ଟ କଲେ ଗିରଫ କରାଯିବ ବୋଲି କୁହାଯାଇଛି ।

#CycloneYaas: ଓଡ଼ିଶାର ସମସ୍ତ ବନ୍ଦର ପାଇଁ ୧ ନମ୍ବର ବିପଦ ସଂକେତ ଜାରି

ଭୁବନେଶ୍ୱର: ବଙ୍ଗୋପସାଗରରେ ବଳ ଗୋଟାଉଛି ଅବପାତ । ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ଆସନ୍ତାକାଲି ଅର୍ଥାତ୍ ସୋମବାର ସକାଳ ସୁଦ୍ଧା ସାମୁଦ୍ରିକ ଘୂର୍ଣ୍ଣିଝଡ଼ ବା ବାତ୍ୟାର ରୂପ ନେବ । ଏହା ପରେ ବାତ୍ୟା ‘ୟଶ୍’ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ଶକ୍ତିଶାଳୀ ହୋଇ ୨୬ ତାରିଖ ସକାଳେ ଉତ୍ତରପଶ୍ଚିମ ବଙ୍ଗୋପସାଗରର ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ଉପକୂଳରେ ପହଞ୍ଚିବ । ‘ୟଶ୍’ ଅତି ଭୀଷଣ ବାତ୍ୟା ରୂପରେ ୨୬ ସନ୍ଧ୍ୟାରେ ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଅତିକ୍ରମ କରିବା ନେଇ ପାଣିପାଗ ବିଭାଗ ଆକଳନ କରିଛି ।

ଏବେ ଅବପାତ ପୋର୍ଟବ୍ଲେଆର୍ ଠାରୁ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ୫୬୦ କିଲୋମିଟର ଦୂରରେ ଥିବାବେଳେ ପାରାଦୀପ ଠାରୁ ପୂର୍ବ-ଦକ୍ଷିଣପୂର୍ବ ଦିଗରେ ୫୯୦ କିମି ଦୂରରେ ରହିଛି । ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୬୯୦ କିଲୋମିଟର ଏବଂ ଦୀଘା ଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ୬୭୦ କିଲୋମିଟର ଦୂରରେ ରହିଛି । ଆଉ କିଛି ଘଣ୍ଟା ପରେ ଏହା ଗଭୀର ଅବପାତରେ ପରିଣତ ହେବ ।

ବାତ୍ୟାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ଓଡ଼ିଶାର ସମସ୍ତ ବନ୍ଦରରେ ୧ ନମ୍ବର ବିପଦ ସଂକେତ ଦିଆଯାଇଛି । ଗୋପାଳପୁର, ପୁରୀ, ପାରାଦୀପ ଓ ଧାମରାରେ ୧ ନମ୍ବର ବିପଦ ସଂକେତ ରହିଛି । ବାତ୍ୟା ‘ୟଶ୍’ ପ୍ରଭାବରେ ରାଜ୍ୟରେ ୨୪ ତାରିଖରୁ ବର୍ଷା ଆରମ୍ଭ ହେବ । ୨୫ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା ଜିଲ୍ଲାର ଗାଟିଏ ରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ମୟୂରଭଞ୍ଜ, ଗଞ୍ଜାମ ଏବଂ ଢେଙ୍କାନାଳ ଜିଲ୍ଲାର ଗାଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Cyclone Yaas, Likely Intesified Into Deep Depression In Next 4 Hour

ସେହିଭଳି ୨୬ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ମୟୂରଭଞ୍ଜ, କେନ୍ଦୁଝର ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ତଥା ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ଗୋଟିଏରୁ ୨ଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେହିଭଳି ପ୍ରବଳ ବର୍ଷା ନେଇ ଢେଙ୍କାନାଳ, ଅନୁଗୁଳ, ଦେବଗଡ଼, ଖୋର୍ଦ୍ଧା ଏବଂ ସୁନ୍ଦରଗଡ଼ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ଅଲିମ୍ପିକ୍ସ ପୋଡିୟମରେ ଛାତି ଚଉଡ଼ା କରି ଛିଡ଼ା ହେଉଥିବା ସୁଶୀଲ, ଆଜି କାହିଁକି ଜେଲର ୪ କାନ୍ଥ ଭିତରେ, ଜାଣନ୍ତୁ

ନୂଆଦିଲ୍ଲୀ: ସୁଶୀଲ କୁମାର, ଏହି ନାଁ ଏବେ ଅଲମ୍ପିକ୍ସର ଗ୍ରାଉଣ୍ଡରୁ ଅପରାଧର ଦୁନିଆରେ ଆସି ପହଞ୍ଚିଛି। ଯେଉଁ ହାତ ଦୁଇ ଦୁଇଥର ଅଲିମ୍ପିକ୍ ପଦକକୁ ହାତେଇଥିଲା ସେହି ହାତରେ ଏବେ ହତ୍ୟା ଅଭିଯୋଗରେ ହାତକଡ଼ି ପଡ଼ିଛି। ଆଜି ସୁଶୀଲ କୁମାର ହତ୍ୟା ମାମଲାରେ ହାଜତରେ ରହିଛନ୍ତି। କିନ୍ତୁ କିପରି ? ଆସନ୍ତୁ ଜାଣିବା…

୧୯୯୮ରୁ ଆରମ୍ଭ ହୁଏ ସୁଶୀଲ କୁମାରଙ୍କ ସଫଳତା। ବିଶ୍ୱ କ୍ୟାଡେଟ ଗେମ୍ସରେ ସୁଶୀଲ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଦୁଇ ବର୍ଷ ପରେ ଏସିଆନ୍‌ ସ୍ତରରେ ଜୁନିୟର ଚାମ୍ପିଅନସିପରେ ମଧ୍ୟ ସ୍ୱର୍ଣ୍ଣ ଜିତିଥିଲେ ସୁଶୀଲ। ଆହୁରି ଆଗକୁ ବଢ଼ିବା ପାଇଁ ସୁଶୀଲଙ୍କ ପ୍ରଥମ ଷ୍ଟେପ୍ ଥିଲା ଏସିଆନ ରେସଲିଂ ଚାମ୍ପିଅନସିପ୍। ୨୦୦୩ରେ ଏସିଆନ ରେସଲିଂ ଚାମ୍ପିଅନସିପ୍ ଏବଂ କମନୱେଲଥ ଚାମ୍ପିଅନସିପରେ ହାତେଇଥିଲେ ସ୍ୱର୍ଣ୍ଣ ପଦକ। ଏହାପରେ ସମସ୍ତଙ୍କର ବହୁତ ଆଶା ଥିଲା ଯେ ସୁଶୀଲ କୁମାର ୨୦୦୪ ଅଲିମ୍ପିକ୍ସରେ ନିଶ୍ଚିତ ଭାବରେ କିଛି କରିବେ କିନ୍ତୁ ସେ ସମସ୍ତଙ୍କୁ ନିରାଶ କରିଥିଲେ। ଏହା ଏମିତି ଏକ ସମୟ ଥିଲା ଯେଉଁଠାରୁ ସୁଶୀଲ କୁମାରଙ୍କ ପରିଚୟ ବଦଳିବାକୁ ଆରମ୍ଭ କରିଥିଲା ।

୨୦୦୪ ଅଲିମ୍ପିକ୍ସ ହାରିବା ପରେ ଅନ୍ୟ ଟୁର୍ନାମେଣ୍ଟରେ ସ୍ୱର୍ଣ୍ଣ ଜିତିବାରେ ଲାଗିଥିଲେ ସୁଶୀଲ। ୨୦୦୫ ଏବଂ ୨୦୦୭ର କମନୱେଲଥ ଗେମରେ ମଧ୍ୟ ସ୍ୱର୍ଣ୍ଣ ଜିତି ସାରା ଦେଶକୁ ଗର୍ବିତ କରାଇଥିଲେ। ଏହାପରେ ଆସିଲା ୨୦୦୮ ଅଲିମ୍ପିକ୍ସ। ୨୦୦୪ରେ ବିଫଳ ହୋଇଥିବା ସୁଶୀଲ କୁମାର ୨୦୦୮ରେ ଜିତିଥିଲେ ବ୍ରୋଞ୍ଜ ମେଡାଲ। ସୁଶୀଲ ବ୍ରୋଞ୍ଜ ମେଡାଲ ଜିତିବା ପରେ ୨୦୧୧ ରେ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ।

ଭାରତ ସେତେବେଳେ ଏମିତି ଏକ ସମୟରେ ପାଦ ଥାପିଥିଲା, ଯେଉଁ ସମୟରେ ଅଲିମ୍ପିକ୍ସରେ ଗୋଟିଏ ବି ପଦକ ଜିତିବା ଭାରତ ପାଇଁ ଅତ୍ୟନ୍ତ ଗର୍ବର ବିଷୟ ହେଉଥିଲା। ଆଉ ସୁଶୀଲ କୁମାର ଏହି ସୁଯୋଗ ଭାରତକୁ ଦୁଇ ଦୁଇଥର ଦେଇଛନ୍ତି। ଏହାପରେ ୨୦୧୨ ଗ୍ରୀଷ୍ମ ଅଲିମ୍ପିକ୍ସରେ ସୁଶୀଲ ସିଲଭର ପଦକ ଜିତି ଇତିହାସ ସୃଷ୍ଟି କରିଥିଲେ। ତେବେ ଦୁଇଟି ଅଲିମ୍ପିକ୍ ପଦକ ଜିତିଥିବା ଏକମାତ୍ର ଭାରତୀୟ ହେଉଛନ୍ତି ସଶୀଲ କୁମାର।

୨୦୧୨ ପରେ ବଦଳିଯାଇଥିଲା ସୁଶୀଲଙ୍କ ଜୀବନଶୈଳୀ। ରେଲଓ୍ୱେରେ ଚାକିରି ମିଳିଥିଲା ଏବଂ ଛତ୍ରସାଲ ଷ୍ଟାଡିୟମରେ ଥିଲେ OSD। ଧିରେ ଧିରେ ସେ ରୋଲ ମଡେଲ ହୋଇ ସମସ୍ତଙ୍କ ସାମ୍ନାରେ ଉଭା ହୋଇଥିଲେ। କୁସ୍ତି ପାଇଁ ଆସୁଥିବା ଯୁବ ରେସଲର ତାଙ୍କୁ ଏକ ଆଦର୍ଶ ଭାବରେ ମାନି ନେଇଥିଲେ। ସେଥିମଧ୍ୟରୁ ସାଗର ଧନଖର ଥିଲେ ଜଣେ ସେମିତି ଫ୍ୟାନ୍।

ସାଗର ୨୦୧୨-୧୩ରେ ସିଜନରେ ଛତ୍ରସାଲ ଷ୍ଟାଡିୟମକୁ କୁସ୍ତି ଶିଖିବା ପାଇଁ ଆସିଥିଲେ। ସେଠାରେ ସୁଶୀଲ ନେଇଥିଲେ ସାଗରଙ୍କର ଟେଷ୍ଟ। ଟେଷ୍ଟରେ ପାସ୍ ହେବା ପରେ ସାଗରଙ୍କୁ ହଷ୍ଟେଲରେ ରହିବା ପାଇଁ ଏକ ରୁମ ଦିଆଯାଇଥିଲା ଆଉ ଆରମ୍ଭ ହୋଇଥିଲା ତାଲିମ। ସାଗର ଜଣେ ଭଲ କୁସ୍ତି ଖେଳାଳି ଥିଲେ, ଦେଶ ତଥା ବିଦେଶରେ ଅନେକ ପଦକ ଜିତିଛନ୍ତି ସାଗର। ଗତ ବର୍ଷ ପର୍ଯ୍ୟନ୍ତ ଛତ୍ରସାଲର ହଷ୍ଟେଲରେ ରହୁଥିଲେ କିନ୍ତୁ ଏହା ପରେ ମାଣ୍ଡଲ ଟାଉନର ଏମ୍ ବ୍ଲକ୍‌କୁ ସ୍ଥାନାନ୍ତର ହୋଇଥିଲେ ସାଗର ଏବଂ ସେହିଠାରୁ ସାଗରଙ୍କୁ ଅପହରଣ କରାଯାଇଥିଲା ।

୨୦୨୧ ମେ ୪ ତାରିଖରେ ଅଲିମ୍ପିକ୍ସ ବିଜେତା ସୁଶୀଲ କୁମାର ପାଲଟିଥିଲା ସାଗରଙ୍କ ହତ୍ୟାର ମୁଖ୍ୟ ଅଭିଯୁକ୍ତ। ୪ ତାରିଖ ରାତି ୧୧ ଟାରେ ସାଗର ରହୁଥିବା ଏମ୍ ବ୍ଲକରେ କିଛି ଲୋକ ପହଞ୍ଚନ୍ତି ଏବଂ ସେଠାରୁ ସାଗରଙ୍କ ସହ ତାଙ୍କ ସାଥିଙ୍କୁ ଅପହରଣ କରିନିଅନ୍ତି। ଯେଉଁମାନେ ଅପହରଣ ହୋଇନଥିଲେ ସେମାନେ କହିଛନ୍ତି ସାଗରଙ୍କୁ ଅପହରଣ କରାଯାଇଥିବା ଗାଡ଼ିରେ ସୁଶୀଲ କୁମାର ବସିଥିଲେ। ସମସ୍ତଙ୍କୁ ବନ୍ଧୁକ ମୁନରେ ଡରାଇ ଛତ୍ରସାଲ ହଷ୍ଟେଲକୁ ନିଆଯାଇଥିଲା।

ଅଭିଯୋଗ ହୋଇଛି ଯେ ଏହି ଛତ୍ରସାଲ ଷ୍ଟାଡିୟମର ପାର୍କିଂରେ ସାଗର ଏବଂ ତାଙ୍କ ସାଙ୍ଗ – ସୋନୁ ଏବଂ ଅମିତ କୁମାରଙ୍କୁ ଗୁରୁତର ଭାବେ ମାଡ ମରାଯାଇଥିଲା। ଏହାପରେ ୩ ଜଣ ଗୁରୁତର ହୋଇପଡ଼ିଥିଲେ। ଗୁରୁତରଙ୍କୁ ବିଜେଆରଏନ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ୨ ଜଣ ବଞ୍ଚିଯାଇଥିବା ବେଳେ ସାଗରଙ୍କର ଚିକିତ୍ସା ସମୟରେ ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା।

ତେବେ ସାଗରଙ୍କର ମୃତ୍ୟୁ ପରେ ସାମ୍ନାକୁ ଆସିଥିଲା ସୁଶୀଲ କୁମାରଙ୍କର ନାଁ। ଏହାପରେ ସୁଶୀଲ ହୋଇଯାଇଥିଲେ ଫେରାର। ଦିଲ୍ଲୀ ପୋଲିସ ସୁଶୀଲଙ୍କୁ ଖୋଜିବା ପାଇଁ ଏକ ଲକ୍ଷ ଟଙ୍କା ପୁରସ୍କାର ରାଶିର ଘୋଷଣା କରିଥିଲେ। ଏହା ପରେ ଲୁକଆଉଟ୍ ନୋଟିସ୍ ଏବଂ ମେ ୧୫ ରେ କୋର୍ଟ ସୁଶୀଲ କୁମାରଙ୍କ ବିରୋଧରେ ଜାରି କରିଥିଲେ ଜାମିନ ବିହୀନ ୱାରେଣ୍ଟ। ତା’ପରେ ସୁଶୀଲଙ୍କ ପକ୍ଷରୁ ଓକିଲ ରୋହିଣୀ ଜିଲ୍ଲା କୋର୍ଟରେ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନ କରିଥିଲେ। ଏହାପରେ ତାଙ୍କୁ ଦିଲ୍ଲୀର ମୁନ୍ଦକା ଅଞ୍ଚଳରୁ ଗିରଫ କରାଯାଇଥିଲା। ସୁଶୀଲଙ୍କ ସହ ତାଙ୍କର ଜଣେ ସହଯୋଗୀ ଅଜୟ ମଧ୍ୟ ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି। ଫେରାର ପରେ ସୁଶୀଲ ହରିଦ୍ୱାରର ଋଷିକେଶର ଏକ ବଡ ଆଶ୍ରମରେ ରହୁଥିଲେ।

ଜୁନ୍ ପହିଲାରେ CBSE ଦ୍ୱାଦଶ ବୋର୍ଡ ପରୀକ୍ଷା ନେଇ ହୋଇପାରେ ତାରିଖ ଘୋଷଣା

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଯୋଗୁଁ ସ୍ଥଗିତ ଥିବା CBSE-ICSE ବୋର୍ଡ ପରୀକ୍ଷା ନେଇ ଆଜି ବସିଥିବା କେନ୍ଦ୍ରୀୟ ମନ୍ତ୍ରିସ୍ତରୀୟ ବୈଠକରେ କୌଣସି ନିଷ୍ପତ୍ତି ହୋଇପାରି ନାହିଁ । ସୂଚନା ଅନୁସାରେ, CBSE ବୋର୍ଡ ପରୀକ୍ଷା ତାରିଖ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ୍ ଜୁନ୍ ୧ରେ ତାରିଖ ଘୋଷଣା କରିପାରନ୍ତି ।

ବୈଠକ ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରତିକ୍ରିୟାରେ କହିଛନ୍ତି, ଦ୍ୱାଦଶ ବୋର୍ଡ ପରୀକ୍ଷା ନେଇ ବିଭିନ୍ନ ରାଜ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଦେଇଛନ୍ତି । ରାଜ୍ୟ ସରକାର ଆସନ୍ତା ୨୫ ତାରିଖ ସୁଦ୍ଧା ସେମାନଙ୍କ ସମ୍ପୂର୍ଣ୍ଣ ପ୍ରସ୍ତାବ ପଠାଇବାକୁ ଅନୁରୋଧ କରାଯାଇଛି ।

ଦ୍ୱାଦଶ ପରୀକ୍ଷା ନେଇ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଉଭୟ ପରୀକ୍ଷାର୍ଥୀ ଓ ଅଭିଭାବକଙ୍କ ସୁରକ୍ଷା ଆମର ପ୍ରାଥମିକତା । ଏସବୁକୁ ନେଇ ଯାହା ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ୨ ଘଣ୍ଟା ଧରି ଚାଲିଥିବା ବୈଠକରେ ବିଭିନ୍ନ କେନ୍ଦ୍ର ମନ୍ତ୍ରୀଙ୍କ ସହ ରାଜ୍ୟର ଶିକ୍ଷାମନ୍ତ୍ରୀ ଓ ସଚିବ ଯୋଗ ଦେଇଥିଲେ । ଦିଲ୍ଲୀକୁ ବାଦ୍ ଦେଲେ ସମସ୍ତ ରାଜ୍ୟ ପରୀକ୍ଷା ନେଇ ସହମତି ମଧ୍ୟ ପ୍ରଦାନ କରିଛନ୍ତି ।

କଙ୍ଗୋରେ ଆଗ୍ନେୟଗିରି ଉଦଗିରଣ, ଲୋକଙ୍କ ଜୀବନ ବଞ୍ଚାଇଲେ ଭାରତୀୟ ଯବାନ

କିଶାସା : କଙ୍ଗୋର ଗୋମା ସହର ନିକଟ ମାଉଣ୍ଟ ନ୍ୟାରାଗୋଙ୍ଗୋରେ ଆଗ୍ନେୟଗିରି ଉଦଗିରଣ ହୋଇଛି । ଫଳରେ ଆକାଶ ଲାଲ୍ ରଙ୍ଗର ହୋଇଯିବା ସହ ଆଗ୍ନେୟଗିରି ଉଦଗିରଣ ପରେ ଲାଭା ସଡ଼କକୁ ବୋହି ଆସିଥିଲା । ସ୍ଥାନୀୟ ଲୋକ ଭୟଭୀତ ହେବା ସହ ଘର ଛାଡ଼ି ପଳାଇଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ଗୋମାକୁ ଅନ୍ୟ ପ୍ରଦେଶ ସହ ଯୋଡ଼ୁଥିବା ରାସ୍ତାରେ ଲାଭା ପଡ଼ିଛି । ତେବେ ଏଯାଏଁ ଜଣାପଡ଼ିନି ଆଗ୍ନେୟଗିରି ଉଦଗିରଣ ଯୋଗୁଁ କେତେ ଲୋକଙ୍କ ମୃତ୍ୟୁ ହୋଇଛି ।

ଏହି ଆଗ୍ନେୟଗିରି ଶେଷଥର ପାଇଁ ୨୦୦୨ ମସିହାରେ ଉଦଗିରଣ ହୋଇଥିଲା । ସେତେବେଲେ ସଂଖ୍ୟାଧିକ ଲୋକଙ୍କ ଜୀବନ ହାନି ହୋଇଥିବା ବେଳେ ଲାଭା ସମସ୍ତ ବିମାନବନ୍ଦରର ରନୱେକୁ ପଳାଇ ଆସିଥିଲା । ଜାତିସଂଘର ଶାନ୍ତିରକ୍ଷା ମିଶନ ପକ୍ଷରୁ ଆଗ୍ନେୟଗିରି ଉଦଗିରଣ ପରେ ସହରର ଫଟୋ ଟ୍ୱିଟ୍ କରାଯାଇଛି । ବିମାନ ଜରିଆରେ ସମ୍ପୂର୍ଣ୍ଣ ଅଞ୍ଚଳରେ ଉପରେ ନଜର ରଖାଯାଇଥିବା ଟ୍ୱିଟରେ କୁହାଯାଇଛି । କଙ୍ଗୋରେ ଜାତିସଂଘ ମିଶନରେ ସାମିଲ୍ ଥିବା ଭାରତୀୟ ସେନାର ଯବାନ ଲାଭା ପ୍ରଭାବିତ ଗୋମା ସହରରେ ନାଗରିକ ଓ ଜାତିସଂଘର ଅନ୍ୟ ସଦସ୍ୟଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି । ଏହି ସକ୍ରିୟ ଆଗ୍ନେୟଗିରି ମେ ୨୨ ସନ୍ଧ୍ୟା ପ୍ରାୟ ୬ଟା ୩୦ରେ ଉଦଗିରଣ ହୋଇଥିଲା ।

ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରୁ ଆମୋନିଆ ଗ୍ୟାସ୍ ଲିକ୍, ୩ ଗୁରୁତର

ପାରାଦୀପ: ଆମୋନିଆ ଗ୍ୟାସ୍ ଲିକ ଯୋଗୁଁ ତିନି ଜଣ ମହିଳା ଗୁରୁତର ହୋଇଛନ୍ତି । ପାରାଦୀପର ଇଣ୍ଡଷ୍ଟ୍ରିଆଲ ଏରିଆରେ ଥିବା ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରୁ ଆମୋନିଆ ଗ୍ୟାସ ଲିକ୍ ହୋଇ ୩ ମହିଳା ଗୁରୁତର ହୋଇଛନ୍ତି । ସେମାନଙ୍କୁ ପ୍ରଥମେ ଅଠରବାଙ୍କି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ କଟକ ସ୍ଥାନାନ୍ତର କରାଯାଇଛି ।

Ammonia Gas Leakage From Prawn Factory Of Paradeep

ଫ୍ୟାକ୍ଟ୍ରିରେ ଥିବା ଆମୋନିଆ ଟ୍ୟାଙ୍କରର ଏକ ଭଲବରୁ ଆମୋନିଆ ଲିକ୍ ହୋଇଥିଲା । ଫଳରେ ସେଠାରେ କାମ କରୁଥିବା ୩ ଜଣ ମହିଳା ଏହି ଗ୍ୟାସ ପ୍ରଭାବରେ ବେହୋସ୍ ହୋଇ ପଡ଼ିଥିଲେ । ସଙ୍ଗେ ସଙ୍ଗେ ଉକ୍ତ ଭଲବକୁ ବଦଳାଇ ଦିଆଯାଇଛି । ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ଓ ଏକ ଟେକ୍ନିକାଲ ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି ।