spot_img
Home Blog Page 5625

ରାଜ୍ୟରେ ସାଢ଼େ ୬ ଲକ୍ଷ ଟପିଲା କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୧୧ ହଜାରରୁ ଅଧିକ ପଜିଟିଭ୍

ଭୁବନେଶ୍ୱର: ଖସୁନି କରୋନା ସଂକ୍ରମଣ ମାମଲା । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଆଉ ୧୧ ହଜାର ୪୯୮ଟି ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । କ୍ୱାରେଣ୍ଟାଇନରୁ ୬ ହଜାର ୪୩୯ଟି ମାମଲା ଚିହ୍ନଟ ହୋଇଥିବା ବେଳେ ୫ ହଜାର ୫୯ଟି ସ୍ଥାନୀୟ ସଂକ୍ରମଣ ମାମଲା ଆସିଛି । ଖୋର୍ଦ୍ଧାରୁ ସର୍ବାଧିକ ୧୪୯୭, କଟକରୁ ୧୧୦୭ଟି ମାମଲା ଆସିଛି ।

ଅନୁଗୁଳରୁ ୮୬୭, ବାଲେଶ୍ୱରରୁ ୫୨୪, ବରଗଡ଼ରୁ ୩୯୫, ଭଦ୍ରକରୁ ୧୩୪, ବଲାଙ୍ଗିରରୁ ୨୯୪, ବୌଦ୍ଧରୁ ୩୧୩, କଟକରୁ ୧୧୦୭, ଦେବଗଡ଼ରୁ ୧୧୪, ଢେଙ୍କାନାଳରୁ ୨୫୧, ଗଜପତିରୁ ୮୬, ଗଞ୍ଜାମରୁ ୨୨୮, ଜଗତସିଂହପୁରରୁ ୩୨୫, ଯାଜପୁରରୁ ୩୭୮, ଝାରସୁଗୁଡ଼ାରୁ ୨୪୭, କଳାହାଣ୍ଡିରୁ ୨୦୫, କନ୍ଧମାଳରୁ ୧୦୧ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିଭଳି କେନ୍ଦ୍ରାପଡ଼ାରୁ ୨୦୪, କେନ୍ଦୁଝରରୁ ୧୯୩, ଖୋର୍ଦ୍ଧାରୁ ୧୪୯୭, କୋରାପୁଟରୁ ୨୬୬, ମାଲକାନଗିରିରୁ ୧୧୦, ମୟୂରଭଞ୍ଜରୁ ୫୩୮, ନବରଙ୍ଗପୁରରୁ ୩୪୬, ନୟାଗଡ଼ରୁ ୩୮୨, ନୂଆପଡ଼ାରୁ ୧୫୨, ପୁରୀରୁ ୪୨୪, ରାୟଗଡ଼ାରୁ ୨୩୩, ସମ୍ବଲପୁରରୁ ୩୯୩, ସୋନପୁରରୁ ୨୨୭, ସୁନ୍ଦରଗଡ଼ରୁ ୭୦୩ ଏବଂ ଷ୍ଟେଟ ପୁଲରୁ ୨୬୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

୨୪ ଘଣ୍ଟାରେ ଚିହ୍ନଟ ୧୧ ହଜାର ୪୯୮ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୫୫ ହଜାର ୮୯୯କୁ ବୃଦ୍ଧି ପାଇଛି । ୫ ଲକ୍ଷ ୪୬ ହଜାର ୬୩୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏବେ ରାଜ୍ୟରେ ୧ ଲକ୍ଷ ୬ ହଜାର ୮୧୨ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।

ଟ୍ରାକରୁ ଖସି ଦେବ ନଦୀକୁ ଢ଼ଳି ପଡ଼ିଲା ହାଟିଆ-ରାଉରକେଲା ପାସେଞ୍ଜର

ରାଉରକେଲା: ଅଳ୍ପକେ ବଡ଼ ଟ୍ରେନ୍ ଦୁର୍ଘଟଣାରୁ ବର୍ତ୍ତିଲେ ୮୪ ଯାତ୍ରୀ । ଝାଡ଼ଖଣ୍ଡର କନୋରମା ରେଲୱେ ଷ୍ଟେସନ ନିକଟରେ ହାଟିଆ-ରାଉରକେଲା ପାସେଞ୍ଜର ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ବୁଧବାର ରାତି ପ୍ରାୟ ୮ଟା ୨୦ରେ ଟ୍ରେନ୍ ଲାଇନଚ୍ୟୁତ୍ ହୋଇ ଦେବ ନଦୀକୁ ଢ଼ଳି ପଡ଼ିଥିଲା । ତେବେ ଟ୍ରେନର ଗତି କମ୍ ଥିବାରୁ ଏକ ବଡ଼ ଦୁର୍ଘଟଣା ଅଳ୍ପକେ ଟଳି ଯାଇଛି ।

Narrow Escape For 84 Passengers Of Hatia Rourkela Train

ବାନୋ ରେଳ ଷ୍ଟେସନ ଛାଡ଼ିବା ପରେ କନୋରମା ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଥିବା ରାଞ୍ଚି ରେଲୱେ ମଣ୍ଡଳ ପ୍ରବନ୍ଧକ ସୂଚନା ଦେଇଛନ୍ତି । ତେବେ ଦୁର୍ଘଟଣାର ପ୍ରକୃତ କାରଣ ଏଯାଏଁ ଜଣାପଡ଼ିନାହିଁ । କମ୍ ବେଗରେ ଟ୍ରେନଟି ଯାଉଥିବାରୁ କେବଳ ଇଞ୍ଜିନ୍ ହିଁ ଲାଇନଚ୍ୟୁତ୍ ହୋଇଥିଲା । ଯାତ୍ରୀମାନଙ୍କୁ କୌଣସି କ୍ଷତି ହୋଇନାହିଁ ।

Narrow Escape For 84 Passengers Of Hatia Rourkela Train

ଟ୍ରେନ୍ ଚାଳକ ମଧ୍ୟ ଦୁର୍ଘଟଣାରୁ ଅଳ୍ପେକ ରକ୍ଷା ପାଇଛନ୍ତି । ୬ଟି କୋଚ ଓ ଇଞ୍ଜିନ୍ ବ୍ୟବସ୍ଥା କରାଯାଇ ଯାତ୍ରୀମାନଙ୍କୁ ନିଜ ନିଜ ଗନ୍ତବ୍ୟସ୍ଥଳକୁ ପଠାଯାଇଥିବା ଚକ୍ରଧରପୁର ଡିଆରଏମ ସୂଚନା ଦେଇଛନ୍ତି । ଟ୍ରେନ୍ ଇଞ୍ଜିନ୍ କିପରି ଲାଇନଚ୍ୟୁତ୍ ହେଲା ସେନେଇ ରେଲୱେ ପକ୍ଷରୁ ତଦନ୍ତ କରାଯାଉଛି ।

ଆଜି ଏହି ୩ ଜିଲ୍ଲାରେ ଦିଆଯିବ ନାହିଁ କୋଭିଡ୍ ଟିକା

ଭୁବନେଶ୍ୱର: ରାଜ୍ୟରେ ଟିକା ଅଭାବ ଜାରି ରହିଛି । ବାରମ୍ବାର ଚିଠି ସତ୍ତ୍ୱେ କେନ୍ଦ୍ର ସରକାର ଆବଶ୍ୟକ ଟିକା ପଠାଉନାହାଁନ୍ତି । ଫଳରେ ଦ୍ୱିତୀୟ ଡୋଜ୍ ଅପେକ୍ଷାରେ ଅଛନ୍ତି ଲକ୍ଷାଧିକ ଲୋକ । ଆଜି ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲାରେ ଟିକାକରଣ ବନ୍ଦ ରହିବ ।

ଗତକାଲି ୫୭୭ଟି କେନ୍ଦ୍ରରେ କୋଭିଡ୍ ଟିକା ଦିଆଯାଇଥିଲା । ୭୬ ହଜାର ୪୭୮ ଜଣଙ୍କୁ ଭ୍ୟାକ୍ସିନ୍ ଦିଆଯାଇଛି । ରାଜ୍ୟରେ ୬୮ ଲକ୍ଷ ୧୨ ହଜାର ୧୧୮ ଡୋଜ୍ ଏଯାବତ୍ ଦିଆଯାଇଛି । ୧୮ରୁ ୪୪ ବର୍ଷ ବୟସ୍କ ମଧ୍ୟରେ ୨ ଲକ୍ଷ ୯ ହଜାର ୩୧୧ ଜଣ ପ୍ରଥମ ଡୋଜ୍ ଟିକା ନେଇଛନ୍ତି । ୪୫ ଲକ୍ଷ ୩୧ ହଜାର ୩୩୫ ଜଣ ୪୫ ବର୍ଷରୁ ଅଧିକ ବୟସ୍କ ପ୍ରଥମ ଡୋଜ୍ ଏବଂ ୧୦ ଲକ୍ଷ ୩୪ ହଜାର ୪୩୩ ଜଣ ଦ୍ୱିତୀୟ ଡୋଜ୍ ଟିକା ନେଇଛନ୍ତି ।

ଏବେ ରାଜ୍ୟ ପାଖରେ କେନ୍ଦ୍ର ଦେଇଥିବା କୋଭିସିଲ୍ଡ ଟିକା ମଧ୍ୟରୁ ୮୨ ହଜାର ୩୦ ଡୋଜ୍, କୋଭାକ୍ସିନର ୩ ଲକ୍ଷ ୬୫ ହଜାର ୨୯୦ ଡୋଜ୍ ଏବଂ ରାଜ୍ୟ କିଣିଥିବା କୋଭାକ୍ସିନରୁ ୪୧ ହଜାର ୧୦ ଡୋଜ୍ ଏବଂ କୋଭିସିଲ୍ଡ ୩ ଲକ୍ଷ ୮୩ ହଜାର ୩୦ ଡୋଜ୍ ରହିଛି ।

କରୋନା ସହ ଲଢ଼ି ଜିତିଲା ୨୬ ଦିନର ଶିଶୁ

ନୂଆପଡ଼ା: କରୋନା କରୋନାକୁ ହରାଇଲା ୨୬ ଦିନର ଶିଶୁ । ମହାମାରୀ ସହ ୭ ଦିନ ସଂଘର୍ଷ କରି କରୋନାକୁ ମାତ ଦେଇଛି ନବଜାତକ ଶିଶୁଟି । ନୂଆପଡା ଜିଲ୍ଲା ସଦର ବ୍ଲକର ଏ ଘଟଣା । ସ୍ବାସ୍ଥ୍ୟବସ୍ଥା ଖରାପ ଥିବାରୁ ଗତ ୧୨ ତାରିଖରେ ତାଙ୍କୁ ନୂଆପଡ଼ା ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

ଟେଷ୍ଟ ପରେ ସେ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା । ପରେ ତାଙ୍କୁ ଶିଶୁ ୱାର୍ଡର ଏସଏନସିୟୁରେ ଭର୍ତ୍ତି କରାଯାଇ ଥିଲା । ତେବେ ୧୮ ତାରିଖରେ ସେ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଚିକିତ୍ସା ବେଳେ ଶିଶୁଟିକୁ ଅକ୍ସିଜେନ୍, ବ୍ଲଡ୍ ଟ୍ରାନ୍ସଫ୍ୟୁଜନ୍ ଆଦି ଦିଆଯାଇଥିଲା ।

ସମ୍ କୋଭିଡ୍ ହସ୍ପିଟାଲରେ କରୋନାକୁ ପରାସ୍ତ କଲେ ୯୯ ବର୍ଷୀୟ ବୃଦ୍ଧ

ଭୁବନେଶ୍ୱର: କରୋନା ବିରୋଧ ଯୁଦ୍ଧରେ ବିଜୟୀ ହେଉଛନ୍ତି ବୟୋଜ୍ୟେଷ୍ଠ । ସମ୍ କୋଭିଡ୍ ହସ୍ପିଟାଲରୁ ସୁସ୍ଥ ହେଉଛନ୍ତି ଜଣକ ପରେ ଜଣେ ବରିଷ୍ଠ ନାଗରିକ । ଏହି କ୍ରମରେ ବୁଧବାର ଜଣେ ୯୯ ବର୍ଷୀୟ ବୃଦ୍ଧ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଭୁବନେଶ୍ୱର ସହିଦନଗର ଅଞ୍ଚଳର ମୁରଲୀଧର ଦାସ କୋଭିଡ୍ ସଂକ୍ରମିତ ହୋଇ ଗତ ମେ ୯ ତାରିଖରେ ସମ୍ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ସମ୍ କୋଭିଡ୍ ହସ୍ପିଟାଲର ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟ ସେବାରେ ନିୟୋଜିତ ଥିବା କର୍ମଚାରୀଙ୍କ ଉତ୍ତମ ଚିକିତ୍ସା, ସେବା ଓ ଯତ୍ନ ଫଳରେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

99 Old Years Old Man Defeated Corona In Odisha

ମୁରଲୀଧରଙ୍କର ପାର୍କିନ୍ସନ, ଉଚ୍ଚ ରକ୍ତଚାପ, ମଧୁମେହ ଭଳି ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ରହିଥିବା ବେଳେ ଆଗରୁ ବ୍ରେନଷ୍ଟ୍ରୋକ୍ ମଧ୍ୟ ହୋଇସାରିଛି । କୋଭିଡ ଆକ୍ରାନ୍ତ ହେବା ପରେ ସେ ଠିକ୍ ଭାବେ କଥା ମଧ୍ୟ କହି ପାରୁନଥିଲେ । ତେଣୁ ଏହି ବୟୋଜ୍ୟେଷ୍ଠଙ୍କର ନିଷ୍ଠା ଓ ଯତ୍ନର ସହ ସେବା କରିଥିଲେ ସମ୍ କୋଭିଡର ଡାକ୍ତର ଓ ନର୍ସ ।

ଦୀର୍ଘ ୧୧ ଦିନ ମଧ୍ୟରେ ତାଙ୍କ ସହ ଏକ ଅନାବିଳ ସମ୍ପର୍କ ସୃଷ୍ଟି ହୋଇଯାଇଥିଲା ବୋଲି କହିଛନ୍ତି ହସ୍ପିଟାଲର ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀ । ମୁରଲୀଧର ହସ୍ପିଟାଲରୁ ଡିସଚାର୍ଜ ହେବା ସମୟରେ ବେଶ ଆନନ୍ଦିତ ଥିଲେ । ସେ ଯିବା ସମୟରେ ଏକ ଭାବବିହ୍ଵଳ ପରିବେଶ ସୃଷ୍ଟି ହୋଇଥିଲା । କୋଭିଡର ଦ୍ଵିତୀୟ ଲହରୀ  ସମୟରେ ଭୁବନେଶ୍ୱରର ୯୦ ଓ ୯୮ ବର୍ଷୀୟା ଦୁଇ ଜଣ ବୃଦ୍ଧା ସମ କୋଭିଡ୍ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

କାଳ ସାଜିଲା କରୋନା, ପୁଅର ମୃତ୍ୟୁ ଶୁଣି ହୃଦଘାତରେ ଚାଲିଗଲା ମାଆର ଜୀବନ

ଯାଜପୁର: ମହାମାରୀ ନେଇଗଲା ମାଆ, ପୁଅଙ୍କୁ । ଗୋଟିଏ ପରିବାରର ୩ ଜଣ କରୋନା ସଂକ୍ରମିତ ହୋଇଥିଲେ । ବାପପୁଅଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରା ଯାଇଥିଲା । ମାଆ ଏକାକୀ ହୋମ୍ ଆଇସୋଲେସନରେ ଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ଏକମାତ୍ର ୨୮ ବର୍ଷର ପୁଅର ମୃତ୍ୟୁ ହୋଇଥିଲା ।

 Mother Dies In Heart Attack After Listening Death Of Covid Positive Son

ଏହି ଖବର ଶୁଣିବା ପରେ ତାଙ୍କ ମାଆଙ୍କର ହୃଦଘାତରେ ମୃତ୍ୟୁ ହୋଇଛି । ଏଭଳି ଦୁଃଖଦ ଘଟଣା ଘଟିଛି ଯାଜପୁର ଜିଲ୍ଲା ବ୍ୟାସନଗର ଧବଳଗିରି ଅଞ୍ଚଳରେ । ସୂଚନା ମୁତାବକ ରଙ୍ଗ ବ୍ୟବସାୟୀ ଚୈତନ୍ୟ ଆରୁଖଙ୍କ ପରିବାରର ସମସ୍ତେ କରୋନାରେ ଆକ୍ରାନ୍ତ ହୋଇଥିଲେ । ଚୈତନ୍ୟ ଏବେବି କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

 Mother Dies In Heart Attack After Listening Death Of Covid Positive Son

ଯାଜପୁରର ଏ ଗୋଟିଏ ଘଟଣା ନୁହେଁ । କରୋନା ଏଭଳି ଅନେକ ପରିବାରକୁ ଛାରଖାର୍ କରି ଦେଇଛି । କେଉଁଠି ଛୋଟ ଛୋଟ ଛୁଆଙ୍କୁ ଅନାଥ କରି ପରିବାର ଉଜୁ଼ଡ଼ି ଯାଉଛି ତ ଆଉ କେଉଁଠି ଭେଣ୍ଡିଆ ପୁଅ ଆରପାରିକୁ ଗଲା ପରେ ଏକା ହେଉଯାଉଛି ବୁଢ଼ୀ ମାଆ । ଭୂତାଣୁର ଆକ୍ରମଣରେ ପୂରା ପରିବାର ଉଜୁଡ଼ି ଯାଉଛି ।

କରୋନା ପାଇଁ ଆସନ୍ତାକାଲିଠାରୁ ୨୭ ତାରିଖ ଯାଏଁ ବନ୍ଦ ରହିବ ହାଇକୋର୍ଟ

କଟକ: ରାଜ୍ୟ ସହ କଟକ ସହରରେ ବଢ଼ୁଥିବା ସଂକ୍ରମଣକୁ ଦେଖି ହାଇକୋର୍ଟ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି । ହାଇକୋର୍ଟର ଏକାଧିକ କର୍ମଚାରୀ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ମେ ୧୯ ତାରିଖରୁ ଓଡ଼ିଶା ହାଇକୋର୍ଟ ମେ ୨୭ ତାରିଖ ଯାଏ ବନ୍ଦ ସଟଡାଉନ୍ ରହିବ । ୨୮ ତାରିଖରେ ଖୋଲିବ ହାଇକୋର୍ଟ । ଏନେଇ ହାଇକୋର୍ଟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ଏହି ସମୟରେ ଜରୁରୀ ମାମଲା ଶୁଣାଣି ହେବ । ରେଜିଷ୍ଟ୍ରାର (ଜୁଡିସିଆଲ୍)ଙ୍କ ନିକଟରେ ପୂର୍ବରୁ ଧାର୍ଯ୍ୟ ମାମଲା ମୁଖ୍ୟ ବିଚାରପତିଙ୍କ ନିର୍ଦ୍ଦେଶ ଅନୁସାରେ ଶୁଣାଣି ହେବ । ଏହି ସମୟରେ ଅଭ୍ୟାସ କରୁଥିବା ଆଇନଜୀବୀଙ୍କୁ ବିରତ ରହିବା ପାଇଁ କୋର୍ଟ ଅନୁରୋଧ କରିଛନ୍ତି । ୨୮ ତାରିଖ ପରେ କୋର୍ଟ ଖୋଲିଲେ ସରକାରଙ୍କ ଲକଡାଉନ୍ ଅନୁଯାୟୀ କୋଭିଡ କଟକଣାରେ କୋର୍ଟ କାର୍ଯ୍ୟ ଚାଲିବ ।

‘ଦ ଫ୍ୟାମିଲି ମ୍ୟାନ୍ ୨’ର ଟ୍ରେଲରରେ ନଜର ଆସିଥିବା ଏହି ଅଭିନେତା ୬ ମାସ ତଳେ କରିଥିଲେ ଆତ୍ମହତ୍ୟା

ମୁମ୍ବାଇ: ବଲିଉଡ୍ ଅଭିନେତା ମନୋଜ ବାଜପେୟୀଙ୍କ ୱେବ ସିରିଜ ‘ଦ ଫ୍ୟାମିଲି ମ୍ୟାନ୍ ୨’ର ଟ୍ରେଲର ରିଲିଜ ହୋଇଛି। ଏଥିରେ ଭରପୂର ରହିଛି ଆକ୍ସନ ଓ ହ୍ୟୁମର । ଏହାର ଟ୍ରେଲରକୁ ଖୁବ୍ ପସନ୍ଦ କରୁଛନ୍ତି ଦର୍ଶକ। ମାତ୍ର ୭ ଘଣ୍ଟା ଭିତରେ ଟ୍ରେଲରକୁ ଦେଖିସାରିଲେନି ୫ ମିଲିୟନରୁ ଅଧିକ ଦର୍ଶକ । ସିରିଜରେ ମନୋଜ ବାଜପେୟୀ, ସାମନ୍ଥା ଅକିନେନି, ପ୍ରିୟାମଣୀଙ୍କ ସହ ଦିବଙ୍ଗତ ଆକ୍ଟର ଆସିଫ୍ ବସ୍ରା ମଧ୍ୟ ନଜର ଆସିଛନ୍ତି।

ଦିବଙ୍ଗତ ଆସିଫ୍ ବସ୍ରା ନିଜର ଦମଦାର ଅଭିନୟ ପାଇଁ ଖୁବ୍ ପରିଚିତ। ଜବ ଉଇ ମେଟ୍, ୱାନ୍ସ ଓପନ ଏ ଟାଇମ ଇନ୍ ମୁମ୍ବାଇ ଓ କାଇ ପୋ ଚେରେ ସେ ନିଜର ଅଭିନୟର ଯାଦୁ ଦେଖାଇଥିଲେ। ଦୁର୍ଭାଗ୍ୟବଶତଃ ଗତ ବର୍ଷ ନଭେମ୍ବରରେ ସେ ଆତ୍ମହତ୍ୟା କରିଥିଲେ। ଧର୍ମଶାଳାର ଏକ ଭଡ଼ା ଘରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ତାଙ୍କର ମୃତ୍ୟୁ ବଲିଉଡ ଜଗତର ଅନେକଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ତାଙ୍କ ମୃତ୍ୟୁକୁ ନେଇ କେହି କିଛି ବୁଝି ପାରିନଥିଲେ ଯେ ସେ ଏଭଳି କାହିଁକି କଲେ।

ତାଙ୍କ ମୃତ୍ୟୁକୁ ନେଇ ପୋଲିସ ଛାନଭିନ୍ ବି ଆରମ୍ଭ କରିଥିଲା । ରିପୋର୍ଟ ମୁତାବକ ଆସିଫ୍ କିଛି ବର୍ଷ ହେବ ମେକ୍ଲୋଡ ଙ୍ଗଜରେ ଭଡ଼ାରେ ରହୁଥିଲେ । ସୂଚନା ଅନୁଯାୟୀ ତାଙ୍କ ଗର୍ଲଫ୍ରେଣ୍ଡ ବି ତାଙ୍କ ସହ ରହୁଥିଲେ । ଆତ୍ମହତ୍ୟାର ଦିନକ ପୂର୍ବରୁ ସେ ନିଜ ପୋଷା କୁକୁରକୁ ବୁଲାଉଥିବା ପ୍ରତ୍ୟକ୍ଷଦର୍ଶୀ ଜଣାଇଥିଲେ। ଘରକୁ ଫେରି ସେ ପୋଷା କୁକୁରର ବେଲ୍ଟରେ ଫାଶୀ ଲଗାଇଥିଲେ । ହେଲେ ପ୍ରାଥମିକ ତଦନ୍ତରୁ ସେ ଡିପ୍ରେସନରେ ଥିବା ପୋଲିସ ଅନୁମାନ କରିଥିଲା ।

ଆସିଫ୍ ବଲିଉଡ଼ର ଅନେକ ଫିଲ୍ମରେ କାମ କରିଛନ୍ତି ।  ହିଚକି, କ୍ରିଷ ୩, କଲାକାଣ୍ଡି, ପାତାଲ ଲୋକ, ହୋଷ୍ଟେଜ୍ ଭଳି ଅନେକ ପ୍ରୋଜେକ୍ଟରେ ନିଜର ଅଭିନୟ ଯାଦୁ ଦେଖାଇଛନ୍ତି। ଏବେ ‘ଦ ଫ୍ୟାମିଲି ମ୍ୟାନ୍ ୨’ରେ ଆସିଫଙ୍କୁ ଦେଖି ଫ୍ୟାନ୍ସ ତାଙ୍କୁ ଖୁବ୍ ମନେ ପକାଇଛନ୍ତି।

ମାସେ ଯାଏଁ ଫ୍ରିଜରେ ଷ୍ଟୋର ହୋଇ ରହିପାରିବ ଫାଇଜର ଟିକା

ନୂଆଦିଲ୍ଲୀ: କରୋନା କାଳରେ ଭ୍ୟାକ୍ସିନ ଭରସା । କିନ୍ତୁ ଭ୍ୟାକ୍ସିନକୁ ନେଇ ରହିଛି ଅନେକ ସର୍ତ୍ତ । ଟିକାର ଟ୍ରାନସପୋର୍ଟେସନ ଠାରୁ ପ୍ରିଜର୍ଭେସନ ଆରମ୍ଭରୁ ମୁଣ୍ଡବିନ୍ଧାର କାରଣ ହୋଇଛି । କୋଉ ଭ୍ୟାକ୍ସିନ୍ ମାଇନସ ୧୮ ଡିଗ୍ରୀ ତାପମାତ୍ରାରେ ତ’ କାହାକୁ ମାଇନସ ୪ ଡିଗ୍ରୀରେ ରଖିବାକୁ ପଡୁଛି । ବିକଶିତ ରାଷ୍ଟ୍ରଙ୍କ ପାଖରେ କୋଲ୍ଡ ଷ୍ଟୋରେଜ ଚେନ୍ ଥିବାରୁ ସେମାନଙ୍କ ପାଇଁ ଏହା ବଡ ସମସ୍ୟା ନୁହେଁ କିନ୍ତୁ ତୃତୀୟ ବିଶ୍ୱର ଦେଶ ଯେମିତି ଭାରତ କିମ୍ବା ଆଫ୍ରିକାର ଗରିବ ଦେଶଙ୍କ ପାଇଁ ଭ୍ୟାକ୍ସିନକୁ ଠିକ୍ ତାପମାତ୍ରାରେ ସଂରକ୍ଷିତ ରଖିବା ବଡ ଚ୍ୟାଲେଂଜ୍ । କିନ୍ତୁ ଏହା ଭିତରେ ଗୋଟିଏ ଭଲ ଖବର ଆସିଛି । ଆଗକୁ ଭାରତ ଆସୁଥିବା ଫାଇଜର ଟିକାକୁ ନେଇ ଏହି ଖବର । ଫାଇଜର ଟିକାକୁ ସୁରକ୍ଷିତ ରଖିବା ପାଇଁ କୋଲ୍ଡ ଚେନରେ ଅଧିକ ଖର୍ଚ୍ଚ କରିବାକୁ ପଡିବ ନାହିଁ ।

ଫାଇଜର ଟିକାକୁ ସୁରକ୍ଷିତ ଭାବେ ଆପଣଙ୍କ ଘରେ ଥିବା ସାଧାରଣ ଫ୍ରିଜରେ ମଧ୍ୟ ରଖି ହେବ । ତା’ ପୁଣି ଦିନେ ଦୁଇ ଦିନ ପାଇଁ ନୁହେଁ ଗୋଟିଏ ମାସ ପର୍ଯ୍ୟନ୍ତ। ଏଭଳି ସୂଚନା ଦେଇଛି ୟୁରୋପୀୟ ସଂଘର ଡ୍ରଗ ରେଗୁଲେଟର ବୋର୍ଡ । ପୂର୍ବରୁ ଏହି ସମୟ ସୀମା କେବଳ ୫ ଦିନ ଥିବାବେଳେ ଏବେ ଏହାକୁ ବୃଦ୍ଧି କରାଯାଇ ଏକ ମାସ କରାଯାଇଛି । ବନ୍ଦ ଭାୱେଲ ଟିକାରେ ଏହି ପରିବର୍ତ୍ତନ କରାଯାଇଛି । ବନ୍ଦ ଭାୱେଲ ଭିତରେ ଥିବା ଭ୍ୟକସିନ ୨ରୁ ୮ ଡିଗ୍ରୀ ସେଲସିୟସ ତାପାମାତ୍ରା ମଧ୍ୟରେ ଫ୍ରିଜ୍ ଭିତରେ ୫ ଦିନରୁ ଏକ ମାସ ପର୍ଯ୍ୟନ୍ତ ଷ୍ଟୋର କରି ରଖାଯାଇପାରିବ। ପୂର୍ବରୁ ଏହାକୁ ୭୦ରୁ ୮୦ ଡିଗ୍ରୀ ସେଲସିୟସ ମଧ୍ୟରେ ସଂରକ୍ଷିତ ରଖା ଯାଉଥିଲା । ହେଲେ ବର୍ତ୍ତମାନ ଏହି ନିୟମରେ ପରିବର୍ତ୍ତନ କରାଯାଇଛି । ପୂର୍ବ ଭଳି ଭ୍ୟାକସିନର ପ୍ରଭାବ କରୋନା ଭାଇରସ ଉପରେ ବଳବତ୍ତର ରହିବ ଏଥିରେ କୌଣସି ପରିବର୍ତ୍ତନ ହେବ ନାହିଁ । ପୂର୍ବ ନିର୍ଦ୍ଧାରିତ ଷ୍ଟୋରେଜ ନିୟମରେ ପରିବର୍ତ୍ତନ କରା ଯାଇଥିବା ନେଇ ସୁଚନା ଦେଇଛି ୟୁରୋପୀୟାନ ମେଡିକାଲ ଏଜେନ୍ସି ।

କରୋନା ଭୂତାଣୁ ବିପକ୍ଷରେ ବେଶ ପ୍ରଭାବୀ ଫାଇଜର ଟିକା । ଟ୍ରାନ୍ସପୋର୍ଟ ଓ ଷ୍ଟୋରେଜକୁ ନେଇ ସମସ୍ୟା ଥିବା ଫଳରେ ଏହି ଟିକାର ବିତରଣକୁ ପ୍ରଭାବିତ କରୁଥିଲା । ବର୍ତ୍ତମାନ ଫାଇଜର ଟିକାକୁ ନେଇ ଥିବା ଟ୍ରାନ୍ସପୋର୍ଟ ଓ ଷ୍ଟୋରେଜ ସମସ୍ୟାକୁ ଏହା ଦ୍ବାରା ଦୂର କରାଯାଇ ପାରିବ । ଫାଇଜର ଭ୍ୟାକସିନ ଷ୍ଟୋରେଜ ଲାଗି ଉଚ୍ଚତାପମାନର ଆବଶ୍ୟକତା ଥାଏ । ଏଭଳି କିଛି କାରଣ ପାଇଁ ବିଭିନ୍ନ ଦେଶରେ ଫାଇଜର ଟିକାର ବିତରଣ ସେତେ ମାତ୍ରାରେ ହୋଇ ପାରୁ ନଥିଲା । ଆଷ୍ଟ୍ରାଜେନେକା ଟିକାକୁ ଅନେକ ଦେଶରୁ ଆସୁଛି ବ୍ଲଡ କ୍ଲଟ ଭଳି ସମସ୍ୟା । ଏହାକୁ ଦୃଷ୍ଟିରେ ରଖି ୟୁରୋପୀୟ ମେଡିକା ଏଜେନସି ବା EMA ନେଇ ଆସୁଥିବା ଆଷ୍ଟ୍ରାଜେନେକା ଟିକା ଉପରେ ଅସ୍ଥାୟୀ ରୂପେ ରୋକ ଲଗାଇଛି । ଏଥିସହ ଫାଇଜରର ଉତ୍ପାଦନ ବଢାଇବା ପାଇଁ ମଧ୍ୟ କହିଛି ବୋର୍ଡ ।

Big Decision Can Be Taken On First Day Of The New Year Regarding The Corona Vaccine

୧୨ରୁ ୧୫ ବର୍ଷ ବୟସର ପିଲାଙ୍କ ପାଇଁ ଫାଇଜର ଟିକା ଦେବା ପାଇଁ ଅନୁମତି ଦେଇଛି କାନାଡାରେ । ସାରା ବିଶ୍ବରେ ପ୍ରଥମ ଦେଶ ବାବେ କାନାଡା ଏହି ନିଷ୍ପତ୍ତି ନେଇଛି । ନିକଟରେ ଆମେରିକା ଫାଇଜର ଟିକାର ଟ୍ରାନ୍ସପୋର୍ଟ ନିୟମରେ କିଛିଟା ପରିବର୍ତ୍ତନ କରିଛି । ୧୫ରୁ ୨୫ ଡିଗ୍ରୀ ସେଲସିୟସ ଫାଇଜର ଟିକାକୁ ୨ ସପ୍ତାହ ଷ୍ଟୋର ଓ ଟ୍ରାନ୍ସପୋର୍ଟ କରିବାକୁ ଅନୁମତି ଦେଇଛି । ଫାଇଜର ଟିକାକୁ ବ୍ରିଟେନ, ଆମେରିକା, ୟୁକ୍ରେନ, ଇସ୍ରାଏଲ ସମେତ ୮୪ ଦେଶ ଅନୁମତି ଦେଇଛନ୍ତି । ୧୨ ସପ୍ତାହରେ ବ୍ୟବଧାନରେ ଏହି ଟିକାର ଦ୍ବିତୀୟ ଡୋଜ ଦିଆଯାଉଛି । ଫାଇଜର ଟିକା କରୋନା ବିଦ୍ଧରେ ୯୫ ପ୍ରତିଶତ ପ୍ରଭାବୀ ବୋଲି ଦାବି କରୁଛି କମ୍ପାନୀ ।

ପ୍ରଶାନ୍ତ ମହାପାତ୍ରଙ୍କ ଦେହାନ୍ତରେ କ୍ରିକେଟର ସୁରେଶ ରୈନାଙ୍କ ଶୋକପ୍ରକାଶ

ଭୁବନେଶ୍ୱର: ପୂର୍ବତନ ଓଡ଼ିଆ ରଣଜୀ ଖେଳାଳି ପ୍ରଶାନ୍ତ ମହାପାତ୍ରଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରୈନା।

ସେ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ଯେ, ‘‘ପ୍ରଶାନ୍ତ ମହାପାତ୍ର ସାରଙ୍କ ଦେହାନ୍ତରେ ମୁଁ ଖୁବ୍ ମର୍ମାହତ । ତାଙ୍କ ଆତ୍ମାକୁ ସଦଗତି ମିଳୁ । ଏଭଳି ଦୁଃଖଦ ସମୟରେ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି । ଓମ୍ ଶାନ୍ତି’’ ।

ସୂଚନାଯୋଗ୍ୟ, ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ଦିନ ପୂର୍ବତନ ଓଡ଼ିଆ ରଣଜୀ ଖେଳାଳି ପ୍ରଶାନ୍ତଙ୍କର ମୃତ୍ୟୁ ହୋଇଥିଲା ।ଦିବଙ୍ଗତ ସାଂସଦ ତଥା  ବିଶିଷ୍ଟ ସ୍ଥପତି ରଘୁନାଥ ମହାପାତ୍ରଙ୍କ ପୁତ୍ର ହେଉଛନ୍ତି ପ୍ରଶାନ୍ତ। ଗତ କିଛି ଦିନ ତଳେ ରଘୁନାଥ ମହାପାତ୍ରଙ୍କ ଦେହାନ୍ତ ହୋଇଥିବା ବେଳେ ଆଜି ସକାଳେ ପ୍ରଶାନ୍ତଙ୍କର ଦେହାନ୍ତ ହୋଇଛି। ସେ ବିସିସିଆଇ ରେଫେରୀ ଟିମ୍‌ର ମଧ୍ୟ ସଦସ୍ୟ ଥିଲେ।

ଅଧିକ ପଢନ୍ତୁ- ରାଷ୍ଟ୍ରୀୟ ମର୍ଯ୍ୟାଦାରେ ହେବ ରଘୁନାଥ ମହାପାତ୍ରଙ୍କ ଶେଷକୃତ୍ୟ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ