spot_img
Home Blog Page 5624

୧୦ ରାଜ୍ୟର ୫୪ ଜିଲ୍ଲାପାଳଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ମହାମାରୀ ନିୟନ୍ତ୍ରଣ ନେଇ ପ୍ରଧାନମନ୍ତ୍ରୀ ମୋଦି ଆଜି ଓଡ଼ିଶା ସମେତ ୧୦ ରାଜ୍ୟର ୫୪ ଜଣ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି । ଭର୍ଚୁଆଲରେ ଅନୁଷ୍ଠିତ ଏହି ବୈଠକରେ ମୋଦି କହିଛନ୍ତି, ମହାମାରୀ ଭଳି ପ୍ରାକୃତିକ ବିପର୍ଯ୍ୟୟ ଗୋଟିଏ କଥା ଶିଖାଇଛି ନିରନ୍ତର ପରିବର୍ତ୍ତନ ଜରୁରୀ ।

 PM Modi Holds Virtual Meetings With 54 Collector Of 10 States

ଭୂତାଣୁ ରୂପ ପରିବର୍ତ୍ତନ କରୁଛି । ସେହିଭଳି ଆମ ଯୋଜନା ବଦଳିବା ସହ ବଳିଷ୍ଠ ହେବା ଦରକାର । କରୋନାର ଦ୍ୱିତୀୟ ଲହରରେ ଯୁବଗୋଷ୍ଠୀ ଓ ଛୁଆଙ୍କ ପ୍ରତି ଚିନ୍ତା ବଢ଼ିଛି । ଆପଣମାନେ ଗ୍ରାଉଣ୍ଡରେ କାମ କରୁଛିବା ଯୋଗୁଁ ଏହି ଚିନ୍ତାରୁ ମୁକ୍ତି ତ ମିଳିଛି । କିନ୍ତୁ ଆଗକୁ ଆମକୁ ପ୍ରସ୍ତୁତ ହୋଇ ରହିବାକୁ ପଡ଼ିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଆଲୋଚନା ବେଳେ ଭ୍ୟାକ୍ସିନ୍ ଅପଚୟ ରୋକିବା, ସମ୍ବେଦନଶୀଳତାର ସହ ସମସ୍ୟା ସମାଧାନ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଟିକାକରଣରେ ରାଜ୍ୟ ସରକାର ଓ ଅନ୍ୟମାନଙ୍କ ପରାମର୍ଶ ନେଇ ରଣନୀତି ପ୍ରସ୍ତୁତ ହେଉଥିବା ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।

 PM Modi Holds Virtual Meetings With 54 Collector Of 10 States

ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶା ସହ ଝାଡ଼ଖଣ୍ଡ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, କେରଳ, ରାଜସ୍ଥାନ, ହରିୟାଣା, ଛତିଶଗଡ଼, ଉତ୍ତରପ୍ରଦେଶ ଓ ପୁଡୁଚେରୀ ଆଦି ରାଜ୍ୟର ୫୪ ଜିଲ୍ଲାପାଳଙ୍କ ସହ କଥା ହୋଇଛନ୍ତି ।

ଓଡ଼ିଶା ସାହିତ୍ୟ ଏକାଡେମୀର ନୂତନ ସଭାପତି ହୃଷୀକେଶ ମଲ୍ଲିକ

ଭୁବନେଶ୍ୱର: ଓଡ଼ିଶା ସାହିତ୍ୟ ଏକାଡେମୀ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ଓଡ଼ିଶା ଲଳିତ କଳା ଏକାଡେମୀ ଏବଂ ଓଡ଼ିଶା ଉର୍ଦ୍ଦୁ ଏକାଡେମୀର ନୂତନ କର୍ମକର୍ତ୍ତା ଚୟନ କରାଯାଇଛି । ହୃଷୀକେଶ ମଲ୍ଲିକ ଓଡ଼ିଶା ସାହିତ୍ୟ ଏକାଡେମୀର ନୂତନ ସଭାପତି ହୋଇଛନ୍ତି । ପୂର୍ବରୁ ଡକ୍ଟର ହରିହର ମିଶ୍ର ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଥିଲେ । ସେହିପରି ଓଡ଼ିଶା ସାହିତ୍ୟ ଏକାଡେମୀର ଉପସଭାପତି ହେଲେ ସଂଗ୍ରାମ ଜେନା । ଓଡ଼ିଶା ପ୍ରଶାସନିକ ସେବାର ଅଧିକାରୀ ପ୍ରବୋଧ କୁମାର ରାଉତ ସମ୍ପାଦକ ହୋଇଛନ୍ତି ।

ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ନୂଆ କର୍ମକର୍ତ୍ତା ଚୟନ କରାଯାଇଛି । ଶ୍ରୀମତି ଅରୁଣା ମହାନ୍ତି ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ନୂଆ ସଭାପତି ମନୋନୀତ ହୋଇଛନ୍ତି । ନାଟ୍ୟକାର ମନ୍ମଥ କୁମାର ଶତପଥୀ ହୋଇଛନ୍ତି ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ଉପସଭାପତି ।

ସେହିଭଳି ଲଳିତ କଳା ଏକାଡେମୀ ପାଇଁ କର୍ମକର୍ତ୍ତା ଚୟନ କରାଯାଇଛି । ଲଲିତ କଳା ଏକାଡେମୀର ଉପସଭାପତି ହୋଇଛନ୍ତି ଶ୍ରୀନିବାସ ପଢ଼ିହାରୀ ଓ ପଞ୍ଚାନନ ସାମଲ ସମ୍ପାଦକ ଚୟନ ହୋଇଛନ୍ତି । ଓଡ଼ିଶା ଉର୍ଦ୍ଦୁ ଏକାଡେମୀର ସମ୍ପାଦକ ହୋଇଛନ୍ତି ଡକ୍ଟର ସୟଦ ମୁସିର ଆଲମ । ମୁଖ୍ୟମନ୍ତ୍ରୀ ଏହି ଚୟନକୁ ଅନୁମୋଦନ ପ୍ରଦାନ କରିଛନ୍ତି ।

ରଥ କାମରେ ନିୟୋଜିତ ୮ ଜଣ ସେବାୟତଙ୍କୁ କରୋନା

ପୁରୀ: ପୁରୀ ରଥଖଳାରେ ପଶିଲା କରୋନା । ରଥ କାମରେ ନିୟୋଜିତ ସେବାୟତଙ୍କ ମଧ୍ୟରୁ ୮ ଜଣ କୋଭିଡ୍‌ ପଜିଟିଭ ଚିହ୍ନଟ ହୋଇଛନ୍ତି । ମୋଟ୍‌ ୮୯ ଜଣଙ୍କୁ ସଙ୍ଗରୋଧରେ ରଖି ଟେଷ୍ଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୩ ଜଣ ମହାରଣା ଓ ୫ ଜଣ ଭୋଇ ସେବାୟତ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା ସୂଚନା ଦେଇଛନ୍ତି ।

8 Servitor Of Puri Ratha Khala Found Covid Positive

ରଥକଳାରେ କାର୍ଯ୍ୟରତ ସମସ୍ତ ସେବାୟତ ପ୍ରଥମ ଡୋଜ୍ ନେଇଛନ୍ତି । ଆରଟି-ପିସିଆର୍ କୋଭିଡ୍ ଟେଷ୍ଟ ପରେ ରିପୋର୍ଟ ନେଗେଟିଭ୍ ଆସିବା ପରେ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ସଂକ୍ରମିତ ସେବାୟତଙ୍କୁ ନୀଳାଚଳ କୋଭିଡ୍ କେୟାର୍ ସେଣ୍ଟରରେ ଚିକିତ୍ସିତ ହେଉଛନ୍ତି । ଆକ୍ରାନ୍ତ ସେବାୟତ ସୁସ୍ଥ ହେବା ପରେ କାର୍ଯ୍ୟରେ ଯୋଗଦେବେ । କୌଣସି ବିଳମ୍ବ ହେବ ନାହିଁ ବୋଲି କହିଛନ୍ତି ଉନ୍ନୟନ ପ୍ରଶାସକ ।

କରୋନାରେ ଚାଲିଗଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ପାହାଡ଼ିଆ

ଜୟପୁର: ରାଜସ୍ଥାନର ପ୍ରଥମ ଦଳିତ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ପାହାଡ଼ିଆଙ୍କ ଦେହାନ୍ତ । ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ୯୩ ବର୍ଷ ବୟସରେ ପାହାଡ଼ିଆଙ୍କ ପରଲୋକ ଘଟିଛି । କିଛି ଦିନ ତଳେ ସେ କରୋନା ପଜିଟିଭ୍ ହୋଇଥିଲେ । ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।

Former Rajasthan CM Jagannath Pahadia dies of COVID-19

ପାହାଡ଼ିଆଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଗୋବିନ୍ଦ ସିଂ ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିଛନ୍ତି । ଦିନିକିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି ରାଜସ୍ଥାନ ସରକାର । ରାଷ୍ଟ୍ରୀୟ ସମ୍ମାନ ସହ ପାହାଡ଼ିଆଙ୍କ ଶେଷକୃତ୍ୟ କରାଯିବା ସହ ଆଜି ଗୋଟିଏ ଦିନ ପାଇଁ ସମସ୍ତ ସରକାରୀ ଅଫିସ ବନ୍ଦ ରହିବ ।

ସମ୍ଭାବ୍ୟ ବାତ୍ୟା ନେଇ SRCଙ୍କ ବୈଠକ, ସଜାଗ ରହିବାକୁ ବିଭିନ୍ନ ବିଭାଗକୁ ପରାମର୍ଶ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି । ବାତ୍ୟା ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା । ଆଇଏମ୍‌ଡି ଡିଜି ଓ ବିଭିନ୍ନ ବିଭାଗର ସଚିବଙ୍କ ସହ ଏସ୍‌ଆର୍‌ସି ପ୍ରଦୀପ ଜେନା ଭିଡିଓ କନଫରେନ୍ସିଂ ଯୋଗେ ଆଲୋଚନା କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଜିରୋ କାଜୁଆଲିଟିକୁ ପ୍ରାଥମିକତା ଦେଇ ଆରମ୍ଭ ହୋଇଛି ପ୍ରସ୍ତୁତି । ରାଜୀବ ଭବନରୁ ଭିଡିଓ କନଫରେନ୍ସିଂରେ ସାମିଲ ହୋଇ ବାତ୍ୟା ମୁକାବିଲା ସମ୍ପର୍କରେ ଆଲୋଚନା କରିଛନ୍ତି  । ଆବଶ୍ୟକ ମାନବସମ୍ବଳ ସହ ଯନ୍ତ୍ରପାତି ପ୍ରସ୍ତୁତ ରଖିବାକୁ ଏସଆରସି ପରାମର୍ଶ ଦେଇଛନ୍ତି ।

ଏଥିସହ ପଢ଼ନ୍ତୁ- ସମ୍ଭାବ୍ୟ ବାତ୍ୟା ନେଇ ଏସଆରସିଙ୍କ ବୈଠକ, ଉପକୂଳବର୍ତ୍ତୀ ୧୦ ଜିଲ୍ଲା ସହ ଆଲୋଚନା

ଗତକାଲି ମଧ୍ୟ ଏସଆରସି ବିଭିନ୍ନ ବିଭାଗ ସହ ଉପକୂଳବର୍ତ୍ତୀ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରିଥିଲେ । ବିଗତ ଦିନ ମାନଙ୍କରେ ଆସିଥିବା ସାମୁଦ୍ରିକ ଝଡ଼ର ସଫଳ ମୁକାବିଲା କରିଛନ୍ତି ରାଜ୍ୟ ସରକାର । ଆଗୁଆ ପଦକ୍ଷେପ ଯୋଗୁଁ ବହୁ ଧନଜୀବନ ମଧ୍ୟ ରକ୍ଷା ହୋଇପାରିଛି ।

ସମ୍ଭାବ୍ଯ ବାତ୍ଯାକୁ ନେଇ ଭୟଭୀତ ନଈକୂଳିଆବାସୀ

ଆରଡ଼ି: ସମ୍ଭାବ୍ୟ ବାତ୍ୟାକୁ ନେଇ ସରକାର ପୂର୍ବ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏସଆରସି ବିଭିନ୍ନ ଉପକୂଳବର୍ତ୍ତୀ ଜିଲ୍ଲାର ଜିଲ୍ଲାପାଳଙ୍କ ସହ କଥା ହୋଇଛନ୍ତି । ବାତ୍ୟା ଆସୁଥିବା ବେଳେ ଭଦ୍ରକ ଜିଲାର ନଦୀକୂଳିଆ ଅଞ୍ଚଳରେ ସ୍ଥିତି ପରଖିଛି ନନ୍ଦିଘୋଷ ଟିଭି । ଭଦ୍ରକ ଜିଲ୍ଲାର ଜଳଦେଶ ତଥା ତ୍ରିକୋଣ ଅଞ୍ଚଳ ଭାବେ ପରିଚିତ ଚାନ୍ଦବାଲି ବ୍ଲକର ଆରଡି, ତେନ୍ତୁଲିଡିହ, ମାଧପୁର, ସୁନ୍ଦରପୁର, ଓଳଗ, ନାନ୍ଦପୁର ଆଦି ପଞ୍ଚାୟତ ଦେଇ ପ୍ରବାହିତ ହେଉଥିବା ବୈତରଣୀ ଓ ସାଳନ୍ଦ ନଦୀ କୂଳକୁ ଲାଗି ରହିଛି ମୁଆଁ, କୁଲିବିନ୍ଧା, ପାଲଟପୁର, ଶୀତଳପୁର, ଗରିପୁର, ଧାନଖଣିଆ, ତିନିତର ଆଦି ୨୦ରୁ ୨୨ଟି ଗାଁ ।

Probable Cyclone, Aradi People Feared

ଅନେକ ସ୍ଥାନରେ ନଦୀବନ୍ଧ ଅତ୍ୟନ୍ତ ଦୁର୍ବଳ ରହିଥିବା ବେଳେ ୪ରୁ ୫ଟି ସ୍ଥାନରେ ଦୀର୍ଘ ବର୍ଷ ହେବ ନଦୀବନ୍ଧ ନଈରେ ଲିନ୍ନ ହୋଇଥିଲେ ମଧ୍ଯ ମରାମତି ହୋଇନଥିବା ନଦୀକୂଳିଆବାସୀ କହିଛନ୍ତି । ବର୍ତ୍ତମାନ ସମ୍ଭାବ୍ଯ ବାତ୍ଯାକୁ ନେଇ ଆତଙ୍କିତ ହୋଇ ପଡ଼ିଛନ୍ତି ନଦୀକୂଳିଆବାସୀ । ବିଶେଷକରି ଆଗକୁ ପୂର୍ଣ୍ଣିମା ତିଥି ଥିବାରୁ ନିକଟସ୍ଥ ଧାମାରା ସମୁଦ୍ର ମୁହାଣ ଅଶାନ୍ତ ରହିବ । ଏଥିସହ ଘୂର୍ଣ୍ଣିବଳୟ ପ୍ରଭାବରେ ଉଚ୍ଚ ଜୁଆର ଉଠିବାର ସମ୍ଭାବନା ରହିଛି ।

Probable Cyclone, Aradi People Feared

ଯଦି ଏପରି ସ୍ଥିତି ସୃଷ୍ଟି ହୁଏ ତାହାଲେ ଜନବସତିକୁ ଲୁଣା ପାଣି ମାଡ଼ି ଆସିବ ବୋଲି ନଦୀକୂଳିଆବାସୀ କହିଛନ୍ତି । ପୂର୍ବରୁ ଗ୍ରୀଷ୍ମ ଋତୁରେ ଯେବେ ବାତ୍ଯା ହୋଇଛି ଲୁଣା ଢେଉ ମାଡ଼ି ଆସିବାର ନଜିର ରହିଛି । ଏପଟେ ଭଦ୍ରକ ଜିଲାପାଳଙ୍କ ପକ୍ଷରୁ ସାମ୍ଭାବ୍ଯ ବାତ୍ଯାର ସମୀକ୍ଷା କରାଯିବା ସହ ସମସ୍ତ ତହସିଲିଦାର ଓ ବିଡିଓଙ୍କୁ ନଦୀକୂଳିଆ ଅଞ୍ଚଳ ଓ ବାତ୍ଯା ଆଶ୍ରୟସ୍ଥଳୀର ସ୍ଥିତି ଦେଖି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏଣିକି ଘରେ କରିହେବ କରୋନା ଟେଷ୍ଟିଂ :ମଞ୍ଜୁରୀ ଦେଇଛି ଆଇସିଏମ୍ଆର୍

ଏଣିକି ଘରେ କରିହେବ କରୋନା ଟେଷ୍ଟିଂ । ହୋମ୍ ବେସଡ୍ କରୋନା ଟେଷ୍ଟିଂ କିଟକୁ ମଞ୍ଜୁରୀ ଦେଇଛି ଆଇସିଏମ୍ଆର୍ । ଏହାଯୋଗୁ ଟେଷ୍ଟିଂ ପ୍ରକ୍ରିୟା ତ୍ବରାନ୍ବିତ ହେବା ସହ ଲୋକମାନେ ଘରେ ରହି କରୋନା ଟେଷ୍ଟ କରାଇପାରିବେ । ସାମାନ୍ୟ ଲକ୍ଷଣ ଥିବା ବ୍ୟକ୍ତି ବା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ଏହି ହୋମ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟିଂ କିଟ୍ ବ୍ୟବହାର କରି କରୋନା ଟେଷ୍ଟ କରାଇପାରିବେ । ICMR ଅନୁମତି ଦେବା ପରେ ଖୋଲା ବଜାରରେ ଏହି କିଟର ବିକ୍ରି ଲାଗି ଅନୁମତି ଦେଇଛି ଡ୍ରଗ୍ସ କଣ୍ଟ୍ରୋଲ ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ) । ବଜାରରେ ତୁରନ୍ତ ଏହି କିଟ୍ ଉପଲବ୍ଧ ହେବ ନାହିଁ । ବହୁଳ ମାତ୍ରାରେ ବଜାରରେ ବିକ୍ରି ହେବା ଲାଗି ଆଉ କିଛି ସମୟ ଲାଗିବ ବୋଲି କୁହାଯାଇଛି । ଭାରତରେ ଏହି କିଟ୍ ପ୍ରସ୍ତୁତ କରୁଥିବା ଏକମାତ୍ର କମ୍ପାନୀ ମାଇ ଲ୍ୟାବ୍ ସଲ୍ୟୁସନ୍ସ ଲିମିଟେଡକୁ ମଞ୍ଜୁରୀ ଦିଆଯାଇଛି ।.

ଲଗାତାର ତୃତୀୟ ଦିନରେ ବଢ଼ିଲା ସଂକ୍ରମଣ ମାମଲା, ଦେଶରେ ୨୪ ଘଣ୍ଟାରେ ୩୮୭୪ ମୃତ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ୩ ଲକ୍ଷ ତଳେ ରହିଛି । ତଥାପି କମୁଥିବା ସଂକ୍ରମଣ ଗତ ୩ ଦିନ ହେଲା ଆଂଶିକ ବଢ଼ିଛି । ଗତ ୨୪ ଘଣ୍ଟାରେ ଦେଶରୁ ଆଉ ୨ ଲକ୍ଷ ୬୭ ହଜାର  ୭୦ଟି ପଜିଟିଭ୍ ମାମଲା ଚିହ୍ନଟ ହୋଇଛନ୍ତି । ୩ ହଜାର ୮୭୪ ସଂକ୍ରମିତଙ୍କ ଜୀବନ ନେଇଛି କିଲର କରୋନା । ଦିନକରେ ୩ ଲକ୍ଷ ୬୯ ହଜାର ୭୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଦେଶରେ କରୋନାର ସ୍ଥିତି

ମୋଟ କରୋନା ମାମଲା କୋଟି ୫୭ ଲକ୍ଷ ୭୨ ହଜାର ୪୦୦

ମୋଟ ସୁସ୍ଥ କୋଟି ୨୩ ଲକ୍ଷ ୫୫ ହଜାର ୪୪୦

ମୋଟ ମୃତ୍ୟୁ ଲକ୍ଷ ୮୭ ହଜାର ୧୨୨

ସକ୍ରିୟ ସଂକ୍ରମଣ ମାମଲା୩୧ ଲକ୍ଷ ୨୯ ହଜାର ୮୭୮

ମୋଟ ଟିକାକରଣ୧୮ କୋଟି ୭୦ ଲକ୍ଷ ହଜାର ୭୯୨

ଅସହ୍ୟ ହେଲା ସ୍ୱାମୀର ଅତ୍ୟାଚାର, ୯ ମାସର ଛୁଆକୁ ଗାଡ଼ି ଆଗକୁ ଫିଙ୍ଗିଦେଲା ମାଆ

ଭଦ୍ରକ: ସହି ପାରିଲେନି ସ୍ୱାମୀର ଅତ୍ୟାଚାର, ଗାଡ଼ି ଆଗକୁ କଅଁଳ ଛୁଆକୁ ଫିଙ୍ଗିଦେଲା ମାଆ । ଏଭଳି ଏଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ । ବିଳମ୍ବିତ ରାତିରେ ଚାରିଘରିଆ ନିକଟ ମୁଣ୍ଡାସାହି ରାସ୍ତାରେ ଜଣେ ମହିଳା ସ୍ୱାମୀଙ୍କ ସହ ମନୋମାଳିନ୍ୟକୁ ନେଇ ଛୁଆକୁ ଗାଡ଼ି ଆଗକୁ ଫିଙ୍ଗି ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ । ତେବେ ସ୍ଥାନୀୟ ଲୋକଙ୍କ ମାଆ ଓ ଛୁଆଙ୍କ ଜୀବନ ବଞ୍ଚି ଯାଇଛି ।

9 Month Child Thrown In Front of Vehicle By Mother In Bhadrak

ସୂଚନା ଅନୁସାରେ, ମହିଳା ଜଣଙ୍କ ସ୍ୱାମୀ ପ୍ରଥମ ବିବାହ କରିଥିଲେ । ଛୁଆପିଲା ମଧ୍ୟ ଥିଲେ । ପୁଣି ଥରେ ସେ ଆଉ ଏକ ବିବାହ କରି ଦ୍ଵିତୀୟ ସ୍ତ୍ରୀକୁ ଭଡ଼ା ଘରେ ରଖିଥିଲେ । ଦ୍ୱିତୀୟ ସ୍ତ୍ରୀର ଛୁଆ ହେବା ପରେ ଆଉ ପଚାରି ନଥିଲେ । ଏହାକୁ ନେଇ ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏଥିରେ ମହିଳା ଜଣଙ୍କ ଭାଙ୍ଗି ପଡ଼ି ୯ ମାସର ଛୁଆକୁ ଗାଡ଼ି ଆଗକୁ ଫିଙ୍ଗି ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲେକ ଉଦ୍ଧାର କରିଛନ୍ତି ।

9 Month Child Thrown In Front of Vehicle By Mother In Bhadrak

ଛୁଆକୁ ଗାଡ଼ି ଆଗକୁ ଫିଙ୍ଗିବା ବେଳେ ଟ୍ରକ୍ ଚାଳକ ଗାଡ଼ି ଅଟକାଇ ସ୍ଥାନୀୟ ଲୋକଙ୍କୁ ଡାକିଥିଲେ । ପରେ ମାଆ ଓ ଛୁଆଙ୍କୁ ନେଇ ମେଡିକାଲରେ ଚିକିତ୍ସିତ କରିବା ସହ ପୋଲିସକୁ ଖବର ଦେଇଥିଲେ । ପୋଲିସ ଉଭୟ ସ୍ୱାମୀ, ସ୍ତ୍ରୀଙ୍କୁ ଥାନାକୁ ନେଇ ଆପୋଷ ବୁଝାମଣା ପରେ ଛାଡ଼ିଥିବା ଜଣାପଡ଼ିଛି ।

କରୋନା ମୃତ୍ୟୁରେ ରାଜ୍ୟର ସର୍ବକାଳୀନ ରେକର୍ଡ, ୨୪ ଘଣ୍ଟାରେ ୨୫ ମୃତ

ଭୁବନେଶ୍ୱର: ବଢ଼ିଲା ମୃତ୍ୟୁସଂଖ୍ୟା । ରାଜ୍ୟରେ ୨୪ ଘଣ୍ଟାରେ ୧୧ ହଜାରରି ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୫ ଜଣ କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ପ୍ରଥମଥର ପାଇଁ ରାଜ୍ୟରେ ଗୋଟିଏ ଦିନରେ ୨୨ରୁ ଅଧିକ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ୨୪ ଘଣ୍ଟାରେ ୨୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସହ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୨୪ ଶହ ପାର୍ କରିଛି ।

ଏଥିସହ ପଢ଼ନ୍ତୁ- ରାଜ୍ୟରେ ସାଢ଼େ ୬ ଲକ୍ଷ ଟପିଲା କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୧୧ ହଜାରରୁ ଅଧିକ ପଜିଟିଭ୍

ଅନୁଗୁଳରୁ ୩ ଜଣ କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବାଲେଶ୍ୱରରୁ ଜଣେ, ବରଗଡ଼ରୁ ଜଣେ, ବଲାଙ୍ଗିରରୁ ଜଣେ, ବୌଦ୍ଧରୁ ଜଣେ, କଟକରୁ ଜଣେ, ଢେଙ୍କାନାଳରୁ ଜଣେ, ଗଞ୍ଜାମରୁ ୨ ଜଣ, କଳାହାଣ୍ଡିରୁ ୪ ଜଣ, କେନ୍ଦୁଝରରୁ ଜଣେ, ଖୋର୍ଦ୍ଧାରୁ ୪ ଜଣ, ପୁରୀରୁ ଜଣେ, ରାୟଗଡ଼ାରୁ ୨ ଜଣ ଓ ସୁନ୍ଦରଗଡ଼ରୁ ୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

୨୪ ଘଣ୍ଟାରେ ୨୫ ମୃତ୍ୟୁ ସହ ରାଜ୍ୟରେ ମୋଟ କୋଭିଡ୍ ମୃତ୍ୟୁସଂଖ୍ୟା ୨୪୦୩କୁ ବୃଦ୍ଧି ପାଇଛି । ରାଜ୍ୟରେ ଏବେ ମୋଟ ୧ ଲକ୍ଷ ୬ ହଜାର ୮୧୨ ସକ୍ରିୟ ମାମଲା ରହିଛି । ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୫୫ ହଜାର ୮୯୯କୁ ବୃଦ୍ଧି ପାଇଛି । ୫ ଲକ୍ଷ ୪୬ ହଜାର ୬୩୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।