ଭୁବନେଶ୍ୱର: ମେ’ ୧ରୁ ଆରମ୍ଭ ହୋଇଛି ୧୮ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣ । ନୟାପଲ୍ଲୀରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏ ନେଇ ଡ୍ରାଏ ରନ୍ ମଧ୍ୟ କରାଯାଇଛି । ସୋମବାରଠୁ ଏହା ବ୍ୟାପକ ହେବ । ଟିକା ନେବା ଲାଗି ଆଜିଠୁ କୋୱିନ୍ ପୋର୍ଟାଲରେ ସ୍ଲଟ୍ ମିଳିବ । ବିନା ପଞ୍ଜିକରଣରେ କାହାକୁ ମିଳିବନି ଟିକା । ଭୁବନେଶ୍ୱରରେ ଟିକାର ଅଭାବ ନାହିଁ ବୋଲି କହିଛନ୍ତି ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ସମ୍ପ୍ରତି ୭୫୮୮ ଜଣ ସକ୍ରିୟ କରୋନା ରୋଗୀ ଭୁବନେଶ୍ବରରେ ରହିଛନ୍ତି। ଦୈନିକ ୧ ହଜାର କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ବିଭିନ୍ନ ହସ୍ପିଟାଲରେ ୩୫୫୩ଟି ବେଡ୍ ଉପଲବ୍ଧ । ଏଥିରୁ ୫୩୧ ଆଇସିୟୁ, ୮୩୬HUD, ୨୧୮୬ ସାଧାରଣ ବେଡ୍ ରହିଛି । ୯୫ ପ୍ରତିଶତ ସାଧାରଣ ବେଡ୍ରେ ଅକ୍ସିଜେନ୍ ସଂଯୋଗ ରହିଛି । ୯୦% ଆଇସିୟୁ, ୫୦ % ଏଚ୍ୟୁଡି ଏବଂ ସାଧାରଣ ବେଡ୍ରେ ରୋଗୀ ଚିକିତ୍ସା ହେଉଛନ୍ତି । ୮୫ ପ୍ରତିଶତ ରୋଗୀ ଏବେ ଘରେ ରହି ଚିକିତ୍ସିତ ହେଉଛନ୍ତ । ଆରଆର୍ଟିମାନେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ପରାମର୍ଶ ଦେଉଛନ୍ତି। ମଧ୍ୟମ ଲକ୍ଷଣଧାରୀଙ୍କୁ ଫାବିଫିରାଭିର୍ ଔଷଧ ଦିଆଯାଉଛି । ହେଲ୍ପଲାଇନ୍ ନମ୍ବର ୧୯୨୯ ଏବଂ ୧୦୪ ମାଧ୍ୟମରେ ପରାମର୍ଶ । ହେଲ୍ପଲାଇନ୍ ନମ୍ବର ୧୯୨୯ ଏବଂ ୧୦୪ ମାଧ୍ୟମରେ ପରାମର୍ଶ । ଅନେକ ଲୋକ ଲକ୍ଷଣ ଥାଇବି ଟେଷ୍ଟ କରୁ ନାହାନ୍ତି । ୧୧ଟି ଘରୋଇ ଏବଂ ୨୪ଟି ସିଏଚ୍ସି ଓ ପିଏଚ୍ସିରେ ହେଉଛି ନମୁନା ପରୀକ୍ଷଣ । ପରୀକ୍ଷା ଶୀଘ୍ର କଲେ ରୋଗ ଶୀଘ୍ର ଭଲ ହେବା ସମ୍ଭାବନା ରହିଛି ବୋଲି ବିଏମ୍ସି କମିଶନର କହିଛନ୍ତି ।
ଆରମ୍ଭ ହେବ ୧୮-୪୪ ବର୍ଷ ବୟସ୍କଙ୍କ ଟିକାକରଣ: ନୟାପଲ୍ଲୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ହେଲା ଡ୍ରାଏ ରନ୍
ଭୁବନେଶ୍ୱର: ଆରମ୍ଭ ହେଲା ତୃତୀୟ ପର୍ଯ୍ୟାୟ ଟିକାକରଣ । ଏଥିପାଇଁ ଆଜି ଆରମ୍ଭ ହୋଇଛି ଡ୍ରାଏ ରନ୍ । ଭୁବନେଶ୍ବର ନୟାପଲ୍ଲୀ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡ୍ରାଏ ରନ୍ ହୋଇଛି । କୌଣସି ପ୍ରକାର ଯାନ୍ତ୍ରିକ ତ୍ରୁଟି ଏଡ଼ାଇବା ପାଇଁ ଏକ ପ୍ରତିକାତ୍ମକ ଟିକାକରଣର ସମୀକ୍ଷା କରିଛନ୍ତି ବିଏମସି କମିଶନର । ୫୦ ଜଣରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କୁ ଟିକା ଦିଆଯାଇଛି । ପୂର୍ବରୁ ଯେଭଳି ଟିକାକରଣ ହେଉଥିଲା, ସେହିଭଳି ଭାବେ ସୋମବାର ଠାରୁ ଟିକାକରଣ ଜାରି ରହିବ । ପଂଜିକୃତ ହିତାଧିକାରୀମାନଙ୍କୁ ଆଜି ମିଳିବ ସ୍ଲଟ୍ । ୧୮-୪୪ ବର୍ଷ ହିତାଧିକାରୀ ମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବା ସହ ହସ୍ପିଟାଲରେ ଅଧିକ କାଉଣ୍ଟର କରାଯିବ । ତେବେ କେନ୍ଦ୍ର ଗୁଡ଼ିକରେ ଗହଳି ନକରିବାକୁ ଅନୁରୋଧ କରାଯାଇଛି ।
ସୂଚନା ଯୋଗ୍ୟ ଯେ, ଗତକାଲି ଭୁବନେଶ୍ୱରରେ ଦେଢ଼ ଲକ୍ଷ କରୋନା ଟିକା ପହଞ୍ଚିଛି । ରାଜ୍ୟ ସରକାର ଟିକା ଉତ୍ପାଦନକାରୀ କମ୍ପାନୀକୁ ଦେଇଥିବା ଅର୍ଡରର ପ୍ରଥମ କନ୍ଷ୍ଟାଇଣ୍ଟମେଣ୍ଟ ଭୁବନେଶ୍ୱରରେ ପହଞ୍ଚିଛି । ଟିକା ଉତ୍ପାଦନକାରୀ କମ୍ପାନୀ ଭାରତ ବାୟୋଟେକର କୋଭାକ୍ସିନ୍ ଟିକା ପହଞ୍ଚିଛି । ମଇ ୧ ତାରିଖରୁ ୧୮-୪୪ ବର୍ଷ ବୟସ୍କଙ୍କ ଟିକାକରଣ ଆରମ୍ଭ ହେବାକୁ ଥିଲା । କିନ୍ତୁ ରାଜ୍ୟରେ ଏଥିଲାଗି ଆବଶ୍ୟକ ପରିମାଣର ଟିକା ନଥିବାରୁ ଟିକାକରଣ ନେଇ ଅନିଶ୍ଚିତତା ଦେଖାଦେଇଥିଲ । ଏଭଳି କି ମଇ ୧ରୁ ୧୮-୪୪ ବର୍ଷ ବୟସ୍କଙ୍କ ଟିକାକରଣ ହାେଇପାରିବ ନାହିଁ ବୋଲି ଶୁକ୍ରବାର ସାମ୍ୱାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ କହିଥିଲେ । ଆବଶ୍ୟ ଶନିବାର ଓ ରବିବାର ସଟ୍ଡାଉନ୍ ମଧ୍ୟ ଏହାର ଅନ୍ୟ ଏକ କାରଣ ଥିଲା । କିନ୍ତୁ ଆଜି ଟିକା ପହଞ୍ଚିବା ପରେ ରାଜଧାନୀ ଭୁବନେଶ୍ୱରେ ୧୮-୪୪ ବର୍ଷ ବୟସ୍କଙ୍କ ଟିକାକରଣ ମଇ ୩ରୁ ହେବା ନିଶ୍ଚିତ ହୋଇଛି । ତେବେ ଏବେ ମଧ୍ୟ ରାଜ୍ୟର ଅନ୍ୟ ସ୍ଥାନରେ ୧୮-୪୪ ବର୍ଷ ବୟସ୍କଙ୍କ ଟିକାକରଣ ଆରମ୍ଭ ହେବା ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ତେବେ ରାଜ୍ୟ ସରକାରଙ୍କ ଅର୍ଡର ପ୍ରଥମ ଆସାଇମେଣ୍ଟ ରାଜ୍ୟରେ ପହଞ୍ଚିିଥିବା ବେଳେ ସୋମବାର ଠାରୁ ଟିକାକରଣ ଆରମ୍ଭ ହେବ । ଏ ନେଇ ଆଜି ନୟାପଲ୍ଲୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡ୍ରାଏରନ୍ ହୋଇଛି ।
ଏଥିସହିତ ପଢ଼ନ୍ତୁ: ଭୁବନେଶ୍ୱରେ ପହଞ୍ଚିଲା ରାଜ୍ୟ ସରକାର କିଣିଥିବା ଟିକା: ମେ’ ୩ରୁ ଆରମ୍ଭ ହେବ ୧୮-୪୪ ବର୍ଷ ବୟସ୍କଙ୍କ ଟିକାକରଣ
ହସ୍ପିଟାଲ୍ ବାହାରେ କାରରେ ଚାଲିଗଲା ମହିଳାଙ୍କ ଜୀବନ, ବହୁ ଅନୁରୋଧ ପରେ ବି ମିଳିଲାନି ବେଡ୍
ନୋଏଡା: ଦେଶରେ ପ୍ରତିଦିନ କରୋନା ସଂକ୍ରମଣ ରେକର୍ଡ ଭାଙ୍ଗିବାରେ ଲାଗିଛି । କିଛି ରାଜ୍ୟରେ କରୋନା ସଂକ୍ରମିତଙ୍କୁ ନା ମିଳୁଛି ବେଡ୍ ନା ଅକ୍ସିଜେନ୍ । ଉତ୍ତର ପ୍ରଦେଶରେ ବେଡର ଅଭାବ ନଥିବା ଯୋଗୀ ଆଦିତ୍ୟନାଥ କହୁଥିବା ବେଳେ ରାଜ୍ୟର ହାଇପ୍ରୋଫାଇଲ୍ ସହରରେ ବହୁ ସଂଖ୍ୟାରେ ରୋଗୀଙ୍କ ମୃତ୍ୟୁ ଘଟୁଛି। ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ନୋଏଡାରେ।
ନୋଏଡା ସ୍ଥିତ ସରକାରୀ ଜିମ୍ସ ହସ୍ପିଟାଲର ପାର୍କିଂରେ ଥିବା ଏକ କାରରେ ଜଣେ ୩୫ ବର୍ଷୀୟ ଜାଗୃତି ଗୁପ୍ତା ପଡିପଡି ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ତାଙ୍କୁ ଡାକ୍ତରଖାନାରେ ବେଡ୍ କିମ୍ବା ଅକ୍ସିଜେନ ଦିଆଯାଇନଥିଲା । ଜାଗୃତିଙ୍କ ସହ ଆସିଥିବା ସମ୍ପର୍କୀୟ ଗୁରୁବାର ସକାଳ ୧୨ଟା ୩୦ମି.ରେ ମେଡିକାଲରେ ପହଞ୍ଚି ଡାକ୍ତରଙ୍କୁ ଚିକିତ୍ସା ପାଇଁ ବାରମ୍ବାର ନିବେଦନ କରିଥିଲେ। ହେଲେ ପ୍ରାୟ ୩ଘଣ୍ଟାର ସଂଘର୍ଷ ପରେ ଛଟପଟ ହୋଇ ତାଙ୍କର ଜୀବନ ଚାଲି ଯାଇଥିଲା । ସେ ବୃତ୍ତିରେ ଜଣେ ଇଞ୍ଜିନିୟର ହୋଇଥିବା ବେଳେ ଗ୍ରେଟର ନୋଏଡାରେ କାର୍ଯ୍ୟ କରୁଥିଲେ ।

ଘଟଣା ସମ୍ପର୍କରେ ଜାଗୃତିଙ୍କ ଘର ମାଲିକ କହିଛନ୍ତି ଯେ, ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିିଗୁଡୁ ଥିବାବେଳେ ସେ ବାରମ୍ବାର ମେଡିକାଲରେ କର୍ମଚାରୀ ମାନଙ୍କୁ ଚିକିତ୍ସା ପାଇଁ ଗୁହାରି କରିଥିଲେ । ହେଲେ କୗେଣସି ସୁଫଳ ମିଳିନଥିଲା । ପରେ ଦିନ ୩ଟା ୩୦ ବେଳକୁ ସେ ଅଚେତ୍ ହୋଇ ପଡିଥିଲେ । ଏନେଇ ସେ ପୁଣି ରିସେପସନକୁ ଯାଇ କହିବା ପରେ ମେଡିକାଲ୍ କର୍ମଚାରୀ ଆସି ତାଙ୍କୁ ଦେଖିଥିଲେ ଏବଂ ପରେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ ।
IPL 2021: ଚେନ୍ନାଇର ବିଜୟ ଅଭିଯାନକୁ ରୋକିପାରିବ କି ମୁମ୍ବାଇ?
ନୂଆଦିଲ୍ଲୀ: ଶନିବାର ଆଇପିଏଲ୍ 14ରେ ହେବ ବହୁ ପ୍ରତିକ୍ଷିତ ମ୍ୟାଚ୍। ମୁହାଁମୁହିଁ ହେବେ ଆଇପିଏଲର 2ଟି ସବୁଠୁ ସଫଳ ଟିମ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ। ବର୍ତ୍ତମାନ ସୁଦ୍ଧା ମହେନ୍ଦ୍ର ସିଂହ ଧୋନିଙ୍କ ଟିମ୍ ଚେନ୍ନାଇ ସୁପରକିଙ୍ଗ୍ସ 6 ଟି ମ୍ୟାଚରୁ 5ଟି ମ୍ୟାଚ୍ ଜିତିଛନ୍ତି। ତେବେ ଦଳ 10 ପଏଣ୍ଟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି। ଅନ୍ୟପଟେ ପାଞ୍ଚଥର ଚାମ୍ପିୟନ ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସ 6 ଟି ମ୍ୟାଚ୍ ରୁ ମାତ୍ର 3ଟି ଜିତିଛି। ଏବଂ 6 ପଏଣ୍ଟ ସହ ଦଳ ପଏଣ୍ଟ ଟେବୁଲର 4 ନମ୍ବର ସ୍ଥାମନରେ ରହିଛି।
ଗତ ବର୍ଷ ୟୁଏଇରେ ଖେଳାଯାଇଥିବା ଆଇପିଏଲ୍ ଟୁର୍ନାମେଣ୍ଟରେ CSK ପ୍ଲେ ଅଫ୍ ରେ ସ୍ଥାନ ରଖିବାରେ ବିଫଳ ହୋଇଥିଲା। ହେଲେ ଏଥର ଦଳ ବିଜୟର ଲକ୍ଷ ନେଇ ମଇଦାନକୁ ଓହ୍ଲାଇଛି। ଏପର୍ଯ୍ୟନ୍ତ ହୋଇଥିବା ମ୍ୟାଚଗୁଡ଼ିକରେ ମୁମ୍ବାଇ ଅପେକ୍ଷା ଚେନ୍ନାଇ ଦଳର ପ୍ରଦର୍ଶନ ବେଶ୍ ଭଲ ରହିଛି।
ମୁମ୍ବାଇର ଓପନର କ୍ୱିଣ୍ଟନ ଡିକକ୍ ଗତ ମ୍ୟାଚରେ ଜବରଦସ୍ତ ଫର୍ମ ସହ କମବ୍ୟାକ କରିଛନ୍ତି। କେବଳ ସେ ନୁହେଁ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ୍ କୃଣାଲ ପାଣ୍ଡ୍ୟା ମଧ୍ୟ ଗତ ମ୍ୟାଚରେ ଭଲ ପ୍ରଦର୍ଶନ କରିଛନ୍ତି। ତେବେ ଦଳର ଓପନିଂ ସହ ମିଡିଲ ଅର୍ଡର ମଧ୍ୟ ବେଶ୍ ମଜଭୁତ ରହିଛି। ଅନ୍ୟପଟେ ଚେନ୍ନାଇର କିନ୍ତୁ ଏ ପର୍ଯ୍ୟନ୍ତ ମିଡିଲ ଅର୍ଡରର ପରୀକ୍ଷା ହୋଇ ନାହିଁ କହିଲେ ଚଳେ। କାରଣ ଫାଫ୍ ଡୁପ୍ଲେସିସ୍ ଓ ଋତୁରାଜ ଗାୟକ୍ୱାଡ଼ ବିଗତ କିଛି ମ୍ୟାଚ ଗୁଡ଼ିକରେ ଜବରଦସ୍ତ ଓପନିଂ ସହ ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛନ୍ତି। ହେଲେ ଆଜିର ମ୍ୟାଚରେ ଏହି ଦୁଇଜଣଙ୍କୁ ଟ୍ରେଣ୍ଟ ବୋଲ୍ଟ ଓ ଜସପ୍ରିତ୍ ବୁମରାହଙ୍କ ବିପକ୍ଷରେ ନିଜର ଫର୍ମ ବଜାୟ ରଖିବା ବେଶ୍ ଚ୍ୟାଲେଞ୍ଜଂ ହେବ।
ସାମ୍ଭାବ୍ୟ ପ୍ଲେଇଁ ଇଲେଭେନ୍:
ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ ଶର୍ମା କ୍ୟାପ୍ଟେନ୍ଗ), କ୍ୱିଣ୍ଟନ୍ ଡିକକ୍ (ୱିକେଟ୍ କିପର୍), ସୂର୍ଯ୍ୟକୁମାର ଯାଦବ, କୃନାଲ ପାଣ୍ଡ୍ୟା, କିରନ୍ ପୋଲାର୍ଡ, ହାର୍ଦ୍ଦିକ ପାଣ୍ଡ୍ୟା, ଜୟନ୍ତ ଯାଦବ, ନାଥାନ୍ କୁଲଟର, ରାହୁଲ ଚହର, ଜସପ୍ରୀତ ବୁମରାହ, ଟ୍ରେଣ୍ଟ ବୋଲ୍ଟ।
ଚେନ୍ନାଇ ସୁପର କିଙ୍ଗସ୍: ଫାଫ୍ ଡୁ ପ୍ଲେସିସ୍, ରୁତୁରାଜ ଗାଇକୱାଡ଼, ମୋଇନ୍ ଅଲି, ସୁରେଶ ରାଇନା, ଅମ୍ବାତି ରାୟଡୁ, ରବିନ୍ଦ୍ର ଜାଡ଼େଜା, ଏମଏସ୍ ଧୋନି (ୱିକେଟକିପର୍ /କ୍ୟାପ୍ଟେନ), ସାମ କରନ, ଶାର୍ଦ୍ଦୁଲ ଠାକୁର, ଦୀପକ ଚହର, ଇମ୍ରାନ ତାହିର
ଘଣ୍ଟାଏ ଯାଏ ବନ୍ଦ ରହିଲା ଅକ୍ସିଜେନ୍ ବିତରଣ, ବାତ୍ରା ହସ୍ପିଟାଲରେ ଚାଲିଗଲା ୮ ଜଣଙ୍କ ଜୀବନ
ନୂଆଦିଲ୍ଲୀ: ଅକ୍ସିଜେନ୍ ଅଭାବ ପାଇଁ ଚାଲିଗଲା ୮ ରୋଗୀଙ୍କ ଜୀବନ । ଦିଲ୍ଲୀ ହାଇକୋର୍ଟରେ ଏନେଇ ତଥ୍ୟ ରଖିଛି ଦିଲ୍ଲୀର ବାତ୍ରା ହସ୍ପିଟାଲ । ହସ୍ପିଟାଲ ପକ୍ଷରୁ କୁହାଯାଇଛି, ପ୍ରାୟ ଘଣ୍ଟାଏ ଧରି ଅକ୍ସିଜେନ୍ ଅଭାବ ଯୋଗୁଁ ଜଣେ ଡାକ୍ତରଙ୍କ ସହ ୮ ଜଣଙ୍କ ମୃତ୍ୟୁ ହୋଇଛି ।
ହସ୍ପିଟାଲ ପକ୍ଷରୁ କୋର୍ଟରେ କୁହାଯାଇଛି, ଆମେ ସମୟରେ ଅକ୍ସିଜେନ୍ ପାଇଲୁ ନାହିଁ । ଦିନ ପ୍ରାୟ ୧୨ଟା ବେଳେ ଅକ୍ସିଜେନ୍ ସରିଗଲା । ଆମେ ଜଣେ ଡାକ୍ତରଙ୍କୁ ମଧ୍ୟ ହରାଇଛୁ । ପ୍ରାୟ ଘଣ୍ଟାଏ ଧରି ଅକ୍ସିଜେନ୍ ବିନା ଆମେ ଚିକିତ୍ସା ଜାରି ରଖିଥିଲୁ ।
ଅକ୍ସିଜେନ୍ ଅଭାବ ନେଇ ବାତ୍ରା ହସ୍ପିଟାଲ ଜରୁରୀ ମେସେଜ୍ ପଠାଇଥିଲା । ମାତ୍ର ୧୦ ମିନିଟ୍ ପାଇଁ ଅକ୍ସିଜେନ୍ ଅଛି, ମେଡିକାଲରେ ୩୨୬ ଜଣ ଆଡମିଟ୍ ଅଛନ୍ତି ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଥିଲା । ଏନେଇ ଦିଲ୍ଲୀର ମନ୍ତ୍ରୀ ରାଘବ ଚଢ଼ା କହିଛନ୍ତି- ଜରୁରୀ ମେସେଜର ମାତ୍ର ୫ ମିନିଟ ମଧ୍ୟରେ ଅକ୍ସିଜେନ୍ ଟ୍ୟାଙ୍କର ମେଡିକାଲରେ ପହଞ୍ଚିଥିଲା ।
ବିହାରର ବାହୁବଳୀ ସାଂସଦ ଶାହାବୁଦ୍ଦିନ ହେଲା କରୋନାର ଶିକାର, ତିହାଡ ଜେଲରେ ମୃତ୍ୟୁ
ନୂଆଦିଲ୍ଲୀ: ବିହାରର ସିବାନର ପୂର୍ବତନ ସାଂସଦ ତଥା ଆରଜେଡି ନେତା ଓ କୁଖ୍ୟାତ ମାଫିଆ ଡନ୍ ମହମ୍ମଦ ଶାହାବୁଦ୍ଦିନର କରୋନାରେ ମୃତ୍ୟୁ ହୋଇଛି । କରୋନା ସଂକ୍ରମିତ ହେବା ପରେ ଶାହାବୁଦ୍ଦିନକୁ ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଶାହାବୁଦ୍ଦିନ ବିରୋଧରେ ହତ୍ୟା ସମେତ ଅନେକ ସଂଗୀନ ଅଭିଯୋଗ ଥିଲା । ତିହାଡ ଜେଲ ଡିଜି ଶାହାବୁଦ୍ଦିନ ମୃତ୍ୟୁ ଖବରକୁ ସ୍ୱୀକାର କରିଛନ୍ତି । ପ୍ରଥମେ ମୃତ୍ୟୁ ସୂଚନା ମିଛ ବୋଲି ଖବର ଆସୁଥିଲା ।

ଭେଣ୍ଟିଲେଟରରେ ଥିଲା ଶାହାବୁଦ୍ଦିନ
କରୋନା ସଂକ୍ରମିତ ଶାହାବୁଦ୍ଦିନର ଅବସ୍ଥା ଏପ୍ରିଲ ୨୦ ତାରିଖ ପରଠାରୁ ଗୁରୁତର ହୋଇଥିଲା । କରୋନା ରିପୋର୍ଟ ପଜିଟିଭ୍ ଆସିବା ପରେ ଶାହାବୁଦ୍ଦିନ ଜେଲ ଡାକ୍ତରଙ୍କ ନିରୀକ୍ଷଣରେ ଥିଲେ । ତେବେ ପରେ ତାକୁ ଭେଣ୍ଟିଲେଟରକୁ ସ୍ଥାନାନ୍ତିରତ କରାଯାଇଥିଲା ।
ଶାହାବୁଦ୍ଦିନ କିଏ ?
୧୯ ବର୍ଷ ବୟସରେ ଶାହାବୁଦ୍ଦିନ ବିରୋଧରେ ପ୍ରଥମ ଆପରାଧିକ ମାମଲା ଦାଏର ହୋଇଥିଲା । ରାଜନୀତି ବିଜ୍ଞାନରେ ଏମଏ ଓ ପିଏଚଡି କରିଥିବା ଶାହାବୁଦ୍ଦିନ ସିବାନରେ ଆତଙ୍କର ରୂପ ଥିଲା । କଲେଜ ସମୟରୁ ହିଁ ସେ ଅପରାଧ ଦୁନିଆରେ ପାଦ ଦେଇଥିଲା । ପ୍ରଥମେ ସିବାନରେ ଆତଙ୍କ ସୃଷ୍ଟି କରିଥିବା ଶାହାବୁଦ୍ଦିନର ରାଜନୈତିକ ପ୍ରତିପତି ବୃଦ୍ଧି ସହିତ ସମଗ୍ର ରାଜ୍ୟରେ ଆତଙ୍କ ବଢିଥିଲା । ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ଶାହାବୁଦ୍ଦିନ ଉପରେ ଆର୍ଶିବାଦ ଥିବା ଅଭିଯୋଗ ହୁଏ । ୧୯୯୬ରେ ଲାଲୁ ଯାଦବଙ୍କ କୃପାରୁ ଶାହାବୁଦ୍ଦିନ ଲୋକସଭାକୁ ନିର୍ବାଚିତ ହୋଇଥିଲେ ।

୨୦୦୪ରେ ଚନ୍ଦା ବାବୁଙ୍କ ତିନି ପୁଅ ସତୀଶ, ଗିରୀଶ ଓ ରାଜୀବଙ୍କ ଅପହରଣ ଶାହାବୁଦ୍ଦିନ ଆଦେଶରେ ହୋଇଥିଲା । ଗିରିଶ ଓ ସତୀଶଙ୍କୁ ଏସିଡ କୁଣ୍ଡରେ ପକାଇ ହତ୍ୟା କରାଯାଇଥିଲା । ଅନ୍ୟପକ୍ଷରେ ଏହି ମାମଲାର ସାକ୍ଷୀ ରାଜୀବ କୌଣସି ପ୍ରକାରେ ସେଠାରୁ ଖସି ଚାଲି ଯାଇଥିଲେ । ପରେ ରାଜୀବ ଏହି ମାମଲାରେ ସାକ୍ଷୀ ହୋଇଥିଲେ । ତେବେ ୨୦୧୫ରେ ସିବାନର ଡିଏଭି ରୋଡରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ହତ୍ୟାର ମାତ୍ର ୧୮ ଦିନ ପୂର୍ବରୁ ରାଜୀବଙ୍କ ବିବାହ ହୋଇଥିଲା ।





