spot_img
Home Blog Page 5727

କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ତାଗିଦ, ‘ତୁରନ୍ତ ଜଣାଅ କରୋନା ରଣନୀତି’

ନୂଆଦିଲ୍ଲୀ: ବଢୁଥିବା କରୋନା ସଂକ୍ରମଣ ଏବେ ନିୟନ୍ତ୍ରଣ ବାହାରକୁ ଯିବାରେ ଲାଗିଛି । ସଂକ୍ରମିତଙ୍କ ସଂଖ୍ୟା ଏବଂ ଅକ୍ସିଜେନର ଅଭାବ ବିଭିନ୍ନ ରାଜ୍ୟରେ ଦୟନୀୟ ସ୍ଥିତି ସୃଷ୍ଟି କରିଛି । ସେପଟେ ଦେଶରେ କରୋନା ସ୍ଥିତି ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । କରୋନା ମୁକାବିଲା ରଣନୀତି ସମ୍ପର୍କରେ ସୂଚନା ଦେବାକୁ କେନ୍ଦ୍ରକୁ ନୋଟିସ ଜାରି କରିଛନ୍ତି ସୁପ୍ରିମକୋର୍ଟ ।

ସାରାଦେଶରେ କରୋନା ଦ୍ବିତୀୟ ଲହରର ହାହାକାର ସ୍ଥିତି ଆଣିଦେଇଛି । ଅନେକ ରାଜ୍ୟରେ ଅକ୍ସିଜେନ୍ ସଙ୍କଟ ସ୍ଥିତିକୁ ଆହୁରି ଖରାପ କରିଛି । ଏଭଳି ସ୍ଥିତିରେ କେନ୍ଦ୍ର ସରକର କ’ଣ ରଣନୀତି ପ୍ରସ୍ତୁତ କରିଛନ୍ତି, ସେ ନେଇ ଜବାବ ମାଗିଛନ୍ତି ସୁପ୍ରିମକୋର୍ଟ । ହରିଶ ସାଲଭେଙ୍କୁ କୋର୍ଟ ଆମିକଶ କ୍ୟୁରୀ ଭାବେ ନିଯୁକ୍ତ କରିଛନ୍ତି ।

ମହାରାଷ୍ଟ୍ର ଏଂବଂ ଦିଲ୍ଲୀ ଭଳି ରାଜ୍ୟରେ କୋଭିଡ ସ୍ଥିତି ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି । ଅକ୍ସିଜେନ ସିଲିଣ୍ଡର ସଂକ୍ରମିତହ୍କ ସମ୍ପର୍କୀୟ ମେଡିକାଲ ଆଗରେ ଭିଡ ଲଗାଇଛନ୍ତି । ଏହାର ପ୍ରମୁଖ କାରଣ ମେଡିକାଲରେ ଅକ୍ସିଜେନର ଅଭାବ । ତେଣୁ ଏପରି ସ୍ଥଳେ ଅକ୍ସିଜେନ୍ ସପ୍ଲାଏ ଓ ଟିକାକରଣ ନେଇ କେନ୍ଦ୍ର ସରକାର କ’ଣ ଷ୍ଟ୍ରେଟେଜି ପ୍ରସ୍ତୁତ କରିଛନ୍ତି, ସେ ନେଇ ମଧ୍ୟ ଉତ୍ତର ରଖିବାକୁ କହିଛନ୍ତି କୋର୍ଟ ।

ମେ ୧୩ ରେ ହେବ ନାହିଁ ପିପିଲି ଉପ-ନିର୍ବାଚନ, ୧୬ରେ ପଡିବ ଭୋଟ

ଭୁବନେଶ୍ୱର: ପୁଣି ଘୁଞ୍ଚିଲା ପିପିଲି ଉପନିର୍ବାଚନ ତାରିଖ । ମେ ୧୩ ନୁହେଁ ଏଥର ମେ ୧୬ ରେ ହେବ ନିର୍ବାଚନ। ଏନେଇ ଘୋଷଣା କଲେ ରାଜ୍ୟ ନିର୍ବାଚନ ଅଧିକାରୀ । ମେ ୧୩ ତାରିଖରେ ଇଦ୍-ଉଲ୍-ଫିତର ପଡୁଥିବାରୁ ତାରିଖ ପରିବର୍ତ୍ତନ କରାଯାଇଛି । ସେପଟେ କୋଭିଡ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ନିର୍ବାଚନ କମିଶନ ବ୍ୟାପକ କଟକଣା ଲାଗୁ କରିଛନ୍ତି ।

ପିପିଲିରେ କୋଭିଡ ଗାଇଡଲାଇନକୁ ଅନୁପାଳନ କରାଯିବ  । ସମସ୍ତ କଟକଣାକୁ ଦୃଷ୍ଟିରେ ରଖି ନିର୍ବାଚନ କରାଯିବ  । ସେପଟେ ଯେହେତୁ ତାରିଖ ଘୁଞ୍ଚାଯାଇଛି ଭୋଟରଙ୍କ ସୁରକ୍ଷାକୁ ମଧ୍ୟ ପ୍ରାଧାନ୍ୟ ଦିଆଯିବା ନେି ପ୍ରକାଶ କରିଛନ୍ତି ମୁଖ୍ୟ ନିର୍ବାଚନ କମିସନ  । ପୂର୍ବରୁ ଯେଉଁଭଳି ଭାବରେ ସଭା, ସମିତି କିମ୍ବା ପ୍ରଚାର କରାଯାଉଥିଲା  । ପ୍ରଚାର ଉପରେ  ମଧ୍ୟ ରୋକ ଲଗାଯାଇଛନ୍ତି ନିର୍ବାଚନ କମିସନ  । ଭର୍ଚୁଆଲ ମାଧ୍ୟମରେ ବିଭିନ୍ନ ରାଜନୈତିକ ଦଳ ମାନେ ପ୍ରଚାର କରିବେ ବୋଲି କହିଛନ୍ତି ନିର୍ବାଚନ ଅଧିକାରୀ  ।

ଭୋଟରମାନଙ୍କ ହାତ ସାନିଟାଇଜ୍ କରାଯିବ, ମାସ୍କ ପିନ୍ଧିବେ । ପ୍ରଚାରରେ ସାମିଲ୍ ଦଳୀୟ କର୍ମୀଙ୍କୁ ମାସ୍କ, ସାନିଟାଇଜର ଦିଆଯିବ । ଏ ସବୁ ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚରେ ସାମିଲ୍ କରାଯିବ । କୌଣସି ପ୍ରାର୍ଥୀକୁ ରାଲି କରିବାକୁ ଅନୁମତି ଦିଆଯବି ନାହିଁ । ଭର୍ଚୁଆଲରେ  ପ୍ରଚାର କରାଯିବ । ଭୋଟିଂର ୭୨ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ ରହିବ ବୋଲି କହିଛନ୍ତି ନିର୍ବାଚନ କମିଶନ ।

କୋଭିଡ ସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଦେଶରେ କରୋନା ସ୍ଥିତି ନେଇ  ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟାକ । ମୁଖ୍ୟମନ୍ତ୍ରୀ ମଧ୍ୟହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଟେଲିଫୋନ ଯୋଗେ କଥା ହୋଇଛନ୍ତି  । ଯେଉଁଭଳି ଭାବରେ ଅନେକ ରାଜ୍ୟରେ କୋଭିଡର ଭୟାବହ ସ୍ଥିତି ସୃଷ୍ଟି ହୋଇଛି  । ଅକ୍ସିଜେନର ଅଭାବ ପରିଲିଖିତ ହେଉଅଛି  । ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  କଥା ହୋଇଥିବା ନେଇ ସୂଚନା ମିଳିଛି  ।

ସୂଚନା ମୁତାବକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ରାଜ୍ୟକୁ ଅକ୍ସିଜେନ ଯୋଗାଇବା ନେଇ ପ୍ରତିଶ୍ରୁତି ଦେଇଛନ୍ତି  । ଅନେକ ରାଜ୍ୟରେ ଯେଉଁଭଳି ଅକ୍ସିଜେନ ଅଭାବରୁ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟୁଛି  । ତାହାକୁ ଗମ୍ଭୀରତାର ସହ ନେଇଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ  । କୋଭିଡ ମହାମାରୀରେ ଓଡିଶା ସମଗ୍ର ଦେଶକୁ ସାହାଯ୍ୟ କରିବ  । ଅକ୍ସିଜେନ ଉତ୍ପାଦନ ବୃଦ୍ଧି ନେଇ ମଧ୍ୟ ସମସ୍ତ ରାଜ୍ୟକୁ ଓଡିଶା ସହଯୋଗ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।

ସେପଟେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ  । ମୁଖ୍ୟମନ୍ତ୍ରୀ ଅମ୍ଲଜାନ ଯୋଗାଣରେ ଦିଲ୍ଲୀକୁ ସହଯୋଗ କରିବ  । କୋଭିଡ ମୁକାବିଲା ପାଇଁ ଆବଶ୍ୟକୀୟ ସମସ୍ତ ସହାୟତା ମଧ୍ୟ ପ୍ରଦାନ କରିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ନବୀନ ପଟ୍ଟନାୟକ  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏଭଳି ସହାୟତା ଏବଂ ସହଯୋଗକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜ୍ଞାପନ କରିଛନ୍ତି  ।

ଚନ୍ଦକା ଅଞ୍ଚଳର ରାସ୍ତାକଡ଼ରୁ ଉଦ୍ଧାର ହେଲା ୫ଟି ଭାଲୁ ଛୁଆ

ଭୁବନେଶ୍ୱର: ରାସ୍ତା କଡ଼ରୁ ଉଦ୍ଦାର ହେଲା ଭାଲୁ ଛୁଆ। ଗୋଟିଏ ନୁହେଁକି ଦୁଇଟି ନୁହେଁ ଏକା ଥରକେ ୫ଟି ଭାଲୁ ଛୁଆକୁ ଉଦ୍ଧାର କରାଯାଇଛି। ଏହି ୫ଟି ଭାଲୁ ଛୁଆ ଖୋର୍ଦ୍ଧା ନିକଟସ୍ଥ ଚନ୍ଦକା ଜଙ୍ଗଲରୁ ଚାଲିଆସଥିବାର ଜଣାପଡ଼ିଛି। ସ୍ଥାନୀୟ ଅଞ୍ଚଳର ଲୋକେ ଏହାକୁ ଦେଖି ପ୍ରଥମେ ଗୋଟିଏ ସ୍ଥାନରେ ଏକାଠି ରଖି ସେମାନଙ୍କ ଉପରେ ନଜର ରଖିଥିଲେ। ଏହା ପରେ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ। ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ବନ ବିଭାଗକୁ ଖବର ଦେବା ପରେ ହଳଦିଆ ରେଞ୍ଜର ୪ଜଣିଆ ଟିମ ଯାଇ ଭାଲୁ ଛୁଆ ଗୁଡ଼ିକୁ ଉଦ୍ଧାର କରିଛନ୍ତି। ୫ ଟି ଯାକ ଭାଲୁଛୁଆ ଏବେ ସୁସ୍ଥ ଅଛନ୍ତି। ଯଦି ଦେଖିବା ବିଭିନ୍ନ ସମୟରେ ହାତୀ ଗାଁ ମୁହାଁ ହେଉଥିବାର ଆମେ ଦେଖିଛେ କିନ୍ତୁ ପ୍ରଥମ ଥର ପାଇଁ ଭାଲୁ ଆସିଥିବା ଦେଖାଯାଇଛି।

ବିଜୟର ଚୌକା ମାରିବାକୁ ଆଜି ମଇଦାନକୁ ଓହ୍ଲାଇବେ କ୍ୟାପଟେନ କୋହଲି, ଅଟକାଇ ପାରିବେ କି ସଞ୍ଜୁ ସ୍ୟାମସନ ?

0

ମୁମ୍ବାଇ: ଆଇପିଏଲ ସିଜିନ ୧୪ର ୧୬ ନମ୍ବର ମ୍ୟାଚରେ ଗୁରୁବାର ମୁମ୍ବାଇରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୁରୁ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ ହେବାକୁ ଯାଉଛି । ତିନୋଟି ମ୍ୟାଚରେ ବିଜୟ ସହ ଆତ୍ମବିଶ୍ୱାସରେ ଭରପୂର ବାଙ୍ଗାଲୁରୁ ଟିମ ନିଜ ବିଜୟ ଅଭିଯାନକୁ ଆଗରୁ ବଢ଼ାଇବା ପାଇଁ ଆଜି ମଇଦାନକୁ ଓହ୍ଲାଇବେ । ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଆସି ଏହି ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି । ଉଭୟ ଟିମ ଚଳିତ ସିଜିନରେ ନିଜ ଅଭିଯାନ ବିପରିତ ଅନ୍ଦାଜରେ ଆରମ୍ଭ କରିଥିଲେ । ଆରସିବି ଲଗାତାର ତିନୋଟି ମ୍ୟାଚରେ ବିଜୟ ହାସଲ କରିଥିବା ବେଳେ ରାଜସ୍ଥାନ ରୟାଲ୍ସ ତିନୋଟି ମ୍ୟାଚ ମଧ୍ୟରେ କେବଳ ଗୋଟିଏ ମ୍ୟାଚରେ ବିଜୟ ହାସଲ କରିପାରିଛି ।

RCB Vs RR: କଣ କହୁଛି ଅଙ୍କ ?

ଆଇପିଏଲ ରେକର୍ଡ କଥା କହିବାକୁ ଗଲେ RCB ଏବଂ RR ମଧ୍ୟରେ (୨୦୦୮-୨୦୨୦) ୨୨ଟି ମ୍ୟାଚ ଖେଳାଯାଇଛି । ଉଭୟ ଟିମ ୧୦-୧୦ଟି ମ୍ୟାଚରେ ବିଜୟ ହାସଲ କରିଛନ୍ତି । ରାଜସ୍ଥାନ ରୟାଲ୍ସ ଲଗାତାର ଭଲ ପ୍ରଦର୍ଶନ କରିବାରେ ବିଫଳ ହୋଇଛି । ଅଧିନାୟକ ସଞ୍ଜୁ ସାମସନ ପଞ୍ଜାବ କିଙ୍ଗସଙ୍କ ବିପରିତ ମ୍ୟାଚରେ ଶାନଦାର ଶତକ କରି ମ୍ୟାଚକୁ ବିଜୟର ପାଦ ଦେଶରେ ପହଞ୍ଚାଇଥିଲେ କିନ୍ତୁ ବିଜୟ ହାସଲ କରିବାରେ ବିଫଳ ହୋଇଥିଲେ । ଦିଲ୍ଲୀ କ୍ୟାପିଟାଲ ବିପକ୍ଷରେ ଦକ୍ଷିଣ ଆଫ୍ରିକାର ଡେବିଡ ମିଲର ଏବଂ କ୍ରିସ ମୋରିସଙ୍କ ଯୋଗୁଁ ଟିମ ବିଜୟ ହାସଲ କରିବାରେ ସଫଳ ହୋଇଥିଲା ।

ବିଜୟ ପାଇଁ ରାଜସ୍ଥାନ ରୟାଲ୍ସକୁ କଣ କରିବା ଉଚିତ  ?

ଚେନ୍ନାଇ ସୁପର କିଙ୍ଗସ୍ ବିପକ୍ଷରେ ଟ୍ୟାଟସ ମ୍ୟାନ ଜୋଶ୍ ବଟଲର ଖବ ଭଲ ପ୍ରଦର୍ଶନ କରିଥିଲେ କିନ୍ତୁ ତାଙ୍କୁ ଅନ୍ୟ ବ୍ୟାଟସମ୍ୟାନଙ୍କ ସମର୍ଥନ ମିଳିପାରି ନଥିଲା । ରାଜସ୍ଥାନକୁ ଯଦି ବିଜୟ ଦରକାର ତେବେ ଟିମକୁ ଏକଜୁଟ ହୋଇ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ ।

RCB ପାଖରେ ଅଛନ୍ତି ‘ହିରୋ’ ଗ୍ଲେନ ମ୍ୟାକ୍ସୱେଲ:

ଆରସିବି ପାଇଁ  ଅନୁଭବି ଏବି ଡେଭିଲିୟର୍ସ  ଏବଂ ଚଳିତ ସିଜିନରେ ଟିମ ସହ ଯୋଡ଼ି ହୋଇଥିବା ଗ୍ଲେନ ମ୍ୟାକ୍ସୱେଲ ଶାନଦାର ପ୍ରଦର୍ଶନ କରିଛନ୍ତି । ଡେଭିଲିୟର୍ସ ପ୍ରତି ସିଜିନରେ ନିଜର ଶାନଦାର ଖେଳ ଜାରି ରଖିଛନ୍ତି । ଅନ୍ୟପଟେ ମ୍ୟାକ୍ସୱେଲଙ୍କ ଟିମରେ ସାମିଲ ହେବା ଟିମକୁ ଆହୁର ମଜଭୁତ କରିବ ।

ବିଏମ୍‌ସିରେ ବଢ଼ିଲା RRT ବା ରାପିଡ଼ ରେସପନ୍ସ ଟିମ୍ ସଂଖ୍ୟା

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମରେ ବଢ଼ିଲା RRT ବା ରାପିଡ଼ ରେସପନ୍ସ ଟିମ୍ ସଂଖ୍ୟା। ବିଏମସିର ୬୭ଟି ଓ୍ୱାର୍ଡ ପାଇଁ ୩୯ ଟିମ ରହିଛନ୍ତି। ପୂର୍ବରୁ ପ୍ରତି ଜୋନରେ ୮ଟି ଲେଖାଏଁ ହିସାବରେ ମୋଟ ୨୪ଟି RRT ଥିଲା। ଏବେ ପ୍ରତି ଜୋନ ପାଇଁ ୧୩ଟି ଲେଖାଏଁ ଟିମ ନିୟୋଜିତ ହୋଇଛନ୍ତି। ପ୍ରତି ଟିମରେ ଅଛନ୍ତି ଜଣେ ଡାକ୍ତର ଓ କୋଭିଡ ସଚେତକ ଓ ଜଣେ ଏଏନମ ରହିଛନ୍ତି। ଘର ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା, ତଥ୍ୟ ସଂଗ୍ରହ ଓ ଔଷଧ ବାଣ୍ଟିବା କାର୍ଯ୍ୟରେ ଟିମ୍‌ ନିୟୋଜିତ ହୋଇଛନ୍ତି। ପ୍ରତି ଯୋନରେ ଗୋଟିଏ ସ୍ୱତନ୍ତ୍ର ସେଣ୍ଟ୍ରାଲ ଟିମ ମଧ୍ୟ କାର୍ଯ୍ୟ କରୁଛି। ସୋସିଆଲ ମିଡିଆ ଓ ହ୍ୱାଟସାପ୍ ଗ୍ରୁପ ଜରିଆରେ ସ୍ଥିତିକୁ ନିୟନ୍ତ୍ରଣ କରୁଛି ଟିମ୍। କଣ୍ଟାକ୍ଟ ଟ୍ରେସିଂ ଟିମ୍ ସଂଖ୍ୟା ବୃଦ୍ଧି କରାଯାଇଛି। ସ୍ୱତନ୍ତ୍ର କୋଭିଡ ଆମ୍ବୁଲାନ୍ସ ସଂଖ୍ୟା ୧୮ରୁ ୨୮କୁ ବୃଦ୍ଧି କରାଯାଇଛି। ଭୁବନେଶ୍ୱରରେ ୫ହଜାର ଶଯ୍ୟା ବ୍ୟବସ୍ଥା କରିବାକୁ ଟାର୍ଗେଟ ରଖିଛି ବିଏମସି। ଆବଶ୍ୟକତା ଅନୁଯାୟୀ ହସ୍ପିଟାଲ ସହିତ ଶଯ୍ୟା ସଂଖ୍ୟା ଓ ଅକ୍ସିଜେନ ବୃଦ୍ଧିକୁ ଗୁରୁତ୍ୱ ଦେଉଛି ବିଏମସି।

ଦିଲ୍ଲୀକୁ ଅମ୍ଲଜାନ ଯୋଗାଇ ଦେବ ଓଡ଼ିଶା, ନବୀନଙ୍କୁ ଧନ୍ୟବାଦ କହିଲେ କେଜ୍ରିୱାଲ

ନୂଆଦିଲ୍ଲୀ: କୋଭିଡ୍-୧୯ ମହାମାରୀର ଦ୍ୱିତୀୟ ପର୍ଯ୍ୟାୟ ଆକ୍ରମଣରେ ବେହାଲ ଦିଲ୍ଲୀକୁ ସହାୟତାର ହାତ ବଢାଇଛି ଓଡ଼ିଶା। ଦିଲ୍ଲୀରେ ଅମ୍ଲଜାନ ଅଭାବ କାରଣରୁ ହସ୍ପିଟାଲରେ ରୋଗୀଙ୍କ ଅବସ୍ଥା ସାଂଘାତିକ ହୋଇଛି। ଏହାରି ଭିତରେ ଓଡ଼ିଶା ଦିଲ୍ଲୀକୁ ଅମ୍ଲଜାନ ଯୋଗାଇ ଦେବା ବୋଲି ଘୋଷଣା କରିଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ।

ଅରବିନ୍ଦ ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଅରବିନ୍ଦ ଟ୍ୱିଟରେ ଲେଖିଛନ୍ତି ଯେ, କିଛି ସମୟ ପୂର୍ବରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫୋନ୍ କଲ ମୁଁ ଗ୍ରହଣ କରିଥିଲି। ଦିଲ୍ଲୀକୁ ଆବଶ୍ୟକ ଅମ୍ଲଜାନ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭରସା ଦେଇଛନ୍ତି। ଏଥିପାଇଁ ସେ ଜଣେ ଅଧିକାରୀଙ୍କୁ ବିଶେଷ ଭାବେ ନିଯୁକ୍ତ କରିଛନ୍ତି। ଧନ୍ୟବାଦ ସାର। ଦିଲ୍ଲୀ ଆପଣଙ୍କ ପାଖରେ ଋଣି।

ସୂଚନାଯୋଗ୍ୟ ଯେ, ଦେଶର ବିଭିନ୍ନ ସ୍ଥାନରେ ଅମ୍ଲଜାନ ଅଭାବ ଦେଖା ଦେଇଥିବା ବେଳେ ଓଡ଼ିଶା ସରକାରଙ୍କ ଆଗୁଆ ପଦକ୍ଷେପ କାରଣରୁ ରାଜ୍ୟରେ ଯଥେଷ୍ଟ ପରିମାଣର ଅମ୍ଲଜାନ ମହଜୁଦ ରହିଛି। ଦିଲ୍ଲୀ ହାଇକୋର୍ଟ ମଧ୍ୟ ଓଡ଼ିଶା ସରକାରଙ୍କ ପଦକ୍ଷେପକୁ ପ୍ରଂଶସା କରିଛନ୍ତି।

ଜେଏସ୍‌ପିଏଲ ଅନୁଗୁଳରେ ୫ଶହ ଟନ୍ ତରଳ ଅମ୍ଳଜାନ ଷ୍ଟକ୍ ଉପଲବ୍ଧ, ଆବଶ୍ୟକତା ଅନୁଯାୟୀ ମେଡିକାଲକୁ ଦେବ ଅମ୍ଳଜାନ

ଭୁବନେଶ୍ୱର: କରୋନା ସଂକ୍ରମଣ ବୃଦ୍ଧି କାରଣରୁ ଦେଶରେ ଏବେ ଅମ୍ଳଜାନର ଘୋର ଅଭାବ ଦେଖା ଦେଲାଣି। ଦେଶର ବିଭିନ୍ନ ସ୍ଥାନରେ ଅମ୍ଳଜାନ ଅଭାବରୁ ଲୋକଙ୍କର ମୃତ୍ୟୁ ହେଉଛି। ଏଭଳି ପରିସ୍ଥିତି ଯେମିତି ଓଡ଼ିଶାରେ ଆଗକୁ ନହୁଏ ସେଥିପାଇଁ ଆଗେଇ ଆସିଛି ଇସ୍ପାତ କମ୍ପାନୀ ଜିନ୍ଦଲ ଷ୍ଟିଲ। କୋଭିଡ-19 ରୋଗୀମାନଙ୍କ ଚିକିତ୍ସା ନିମନ୍ତେ ଜରୁରୀ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏହାର ଅନୁଗୁଳ ଷ୍ଟିଲ କାରଖାନାରେ ୫ଶହ ଟନରୁ ଅଧିକ ତରଳ ଅମ୍ଳଜାନ ଷ୍ଟକ ଉପଲବ୍ଧ ଅଛି ବୋଲି ଏକ ଟ୍ଵିଟର ପୋଷ୍ଟରେ ଘୋଷଣା କରିଛି।

“ଆମେ ବ୍ୟବହାରକାରୀଙ୍କ ଟ୍ୟାଙ୍କର୍ ପଠାଇବାକୁ ଅପେକ୍ଷା କରିଛୁ ବୋଲି ସେ ଟୁଇଟରେ କହିଛନ୍ତି। ପ୍ରଥମେ ଆସିଥିବା ସେବା ଭିତ୍ତିରେ କିମ୍ବା ଇସ୍ପାତ ମନ୍ତ୍ରଣାଳୟ ଦ୍ଵାରା ସ୍ଥିର କରାଯାଇଥିବା ପ୍ରାଥମିକତା ଅନୁଯାୟୀ ଆମେ ମେଡିକାଲକୁ ଅକ୍ସିଜେନ ଯୋଗାଇଦେବୁ” ବୋଲି ଏହି ଟ୍ଵିଟର ପୋଷ୍ଟରେ କମ୍ପାନୀ ଘୋଷଣା କରିଛି।

ଜେଏସପିଏଲର ଚେୟାରମ୍ୟାନ୍ ନବୀନ ଜିନ୍ଦଲ ଏହାର ଓଡ଼ିଶା ଏବଂ ଛତିଶଗଡ ୟୁନିଟରୁ ମେଡିକାଲ ଅକ୍ସିଜେନ ଯୋଗାଇବାକୁ ଘୋଷଣା କରିଥିଲେ। ଜିନ୍ଦଲ କକହିଥିଲେଯେ ବିପର୍ଯ୍ୟୟ ଏବଂ ଜରୁରୀକାଳୀନ ପରିସ୍ଥିତିରେ ଜେଏସପିଏଲ ଦେଶ ତଥା ଦେଶବାସୀଙ୍କ ସହ ସର୍ବଦା ଛିଡ଼ା ହୋଇଛି ଏବଂ ଏହି ମହାମାରୀ ସମୟରେ ଏହା ଜାରି ରଖିବ। ଗତ ବର୍ଷ ଜେଏସପିଏଲ୍ କୋଭିଡ-19 ସମୟରେ ଓଡ଼ିଶାରେ ୭୨୫ ଟନ୍ ମେଡିକାଲ ଅମ୍ଳଜାନ ଯୋଗାଇ ଦେଇଥିଲା।

କରୋନା ସ୍ଥିତିକୁ ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ, କଣ ରହିଛି ଜାତୀୟ ପ୍ଲାନ୍ ?

ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ କରୋନା ଜନିତ ସଂକଟ ଗମ୍ଭୀର ହେବାରେ ଲାଗିଛି । ଦେଶର ବିଭିନ୍ନ ସ୍ଥାନରେ ଅମ୍ଲଜାନ ସଂକଟ ସୃଷ୍ଟି ହେଲାଣି । ଏହାରି ଭିତରେ ସୁପ୍ରିମକୋର୍ଟ ମାମଲାରେ ହସ୍ତକ୍ଷେପ କରିଛନ୍ତି । ନିଜ ତରଫରୁ ମାମଲାକୁ ବିଚାର ପାଇଁ ଗ୍ରହଣ କରି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ଜାତୀୟସ୍ତରରେ କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ କ’ଣ ପ୍ଲାନ୍ ରହିଛି ବୋଲି ସୁପ୍ରିମକୋର୍ଟ କେନ୍ଦ୍ରକୁ ପଚାରିଛନ୍ତି ।

ସଲିସିଟର ଜେନରାଲ ତୁଷାର ମେହଟା ଗୁରୁବାର ଦିନ ସର୍ବୋଚ୍ଚ ଅଦାଲତଙ୍କୁ କହିଥିଲେ ଯେ, ଦେଶ ଏବେ ଅମ୍ଲଜାନ ଆବଶ୍ୟକ କରୁଛି । ସୁପ୍ରିମକୋର୍ଟ ଅମ୍ଲଜାନ ଯୋଗାଣ ଓ ଆବଶ୍ୟକ ଔଷଧ ପ୍ରସଙ୍ଗକୁ ନିଜ ତରଫରୁ ବିଚାରକୁ ନେଇ କେନ୍ଦ୍ରକୁ ଏହି ନୋଟିସ ଜାରି କରିଛନ୍ତି । ପ୍ରଧାନ ବିଚାରପତି ଏସଏ ବୋବଡେ କହିଛନ୍ତି ଯେ, ଅଦଲାତ ଶୁକ୍ରବାର ଦିନ ମାମଲାର ଶୁଣାଣି କରିବେ । ପ୍ରଧାନ ବିଚାରପତିଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ସଲିସିଟର ଜେନରାଲଙ୍କ କୋଭିଡ୍ ଉପରେ ରାଷ୍ଟ୍ରୀୟ ଯୋଜନା ବନାଇ ଅଦାଲତଙ୍କ ସମ୍ମୁଖରେ ରଖିବାକୁ କହିଛନ୍ତି ।

ଏହି ପ୍ରସଙ୍ଗ ଉପରେ ଜାତୀୟ ନୀତି ଚାହାନ୍ତି ସୁପ୍ରିମକୋର୍ଟ୍

କୋଭିଡ୍-୧୯କୁ ନେଇ ଅଲଗା ଅଲଗା ୬ଟି ହାଇକୋର୍ଟଙ୍କ ଶୁଣାଣି ଭ୍ରମ ସୃଷ୍ଟି କରିପାରେ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ତେଣୁ ସୁପ୍ରିମକୋର୍ଟ ଅମ୍ଲଜାନ, ଆବଶ୍ୟକ ଔଷଧ ଓ ଟିକାକରଣ ଭଳି ପ୍ରସଙ୍ଗ ଉପରେ ଜାତୀୟ ନୀତି ଚାହାନ୍ତି । କୋର୍ଟ ଏହି ମାମଲାରେ ବରିଷ୍ଠ ଓକିଲ ହରିଶ ସାଲଭେଙ୍କୁ ଅଦାଲତ ମିତ୍ର ଭାବେ ନିଯୁକ୍ତ କରିଛନ୍ତି । ଏହା ସହ କୋଭିଡ୍ ମହାମାରୀ ମଧ୍ୟରେ ଲକଡାଉନ୍ ପାଇଁ ହାଇକୋର୍ଟଙ୍କ ପାଖରେ ଆଦେଶ ଦେବାର ନ୍ୟାୟିକ କ୍ଷମତା ରହିଛି କି ନାହିଁ ତାହାର ମଧ୍ୟ ସୁପ୍ରିମକୋର୍ଟ ସମୀକ୍ଷା କରିବେ । ସୂଚନାଯୋଗ୍ୟ ଯେ, ନିକଟରେ ଆହ୍ଲାବାଦ ହାଇକୋର୍ଟ ଉତ୍ତର ପ୍ରଦେଶର ୫ ସହରରେ ଲକାଡାଉନ୍ ଲଗାଇବାକୁ ଆଦେଶ ଦେଇଥିଲେ । ଯାହାକୁ ବିରୋଧ କରି ଉତ୍ତର ପ୍ରଦେଶ ସରକାର ସୁପ୍ରିମକୋର୍ଟକୁ ଯାଇଥିଲେ । ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ରାୟ ଉପରେ ରହିତାଦେଶ ଲଗାଇଥିଲେ ।

ସୂଚନାଯୋଗ୍ୟ ଯେ,ଭାରତରେ କରୋନାର ଦ୍ୱିତୀୟ ପର୍ଯ୍ୟାୟରେ ଅଧିକରୁ ଅଧିକ ଲୋକ ସଂକ୍ରମିତ ହେଉଛନ୍ତି । ଗୋଟିଏ ଦିନରେ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ପାର କରିଲାଣି । ଦେଶର ଅନେକ ସହରରେ ଅକ୍ସିଜେନ୍ ଅଭାବ କାରଣରୁ ଲୋକଙ୍କ ଜୀବନ ମଧ୍ୟ ଯାଉଛି ।

ଖୋଲିଲା ଝରାଫୁଲ ମୃତ୍ୟୁର ରହସ୍ୟ, ଦେଇଥିବା ୩୦ହଜାର ଟଙ୍କା ଫେରସ୍ତ ମାଗିବାରୁ ଝରାଫୁଲକୁ ମଦ ଦେଇ ହତ୍ୟା କରିଥିଲା ରାକେଶ

ଯାଜପୁର: ରମାଦେବୀ ଛାତ୍ରୀ ଝରାଫୁଲ ନାୟକ ମୃତ୍ୟୁ ଘଟଣା। ଫେରାର ଅଭିଯୁକ୍ତ ଶକ୍ତି ଶେଖର ସ୍ୱାଇଁ ଗିରଫ ପରେ ଖୋଲିଲା ମୃତ୍ୟୁର ରହସ୍ୟ। ଏ ନେଇ ସୂଚନା ଦେଇଛନ୍ତି ଯାଜପୁର ଏସପି କହିଛନ୍ତି, ଟଙ୍କା ଦେଣନେଣକୁ ନେଇ ହତ୍ୟା କରିଥିବା କହିଛି ମୁଖ୍ୟ ଅଭିଯୁକ୍ତ ତଥା ପ୍ରେମିକ ରାକେଶ ସ୍ୱାଇଁ। ପାଖାପାଖି ୩୦ହଜାର ଟଙ୍କା ଝରାଫୁଲଠାରୁ ନେଇଥିଲା ରାକେଶ। ପରବର୍ତ୍ତି ସମୟରେ ଝରଫୁଲ ପଇସା ମାଗିବାରୁ ହତ୍ୟାକରିବାକୁ ଯୋଜନା କରିଥିଲା ରାକେଶ। ଝରାଫୁଲ ବାରମ୍ବାର ଟଙ୍କା ମାଗିବା ସହ ଘରେ କହିଦେବାକୁ ଧମକ ଦେଇଥିଲା। ଝରାଫୁଲର ଧମକ୍‌ରେ ଅତିଷ୍ଟ ହୋଇପଡ଼ିଥିଲା ରାକେଶ। ଧମକ ପରେ ପରାକେଶର ପ୍ରେମ ଷଡ଼ଯନ୍ତ୍ରରେ ପରିଥତ ହୋଇଥିଲା। ଏହାପରେ ଝରାଫୁଲକୁ ମାରିବା ପାଇଁ ରାକେଶ କରିଥିଲଶ ପ୍ଲାନ୍‌।

ପ୍ଲାନ୍‌ ମୁତାବକ ଜାନୁଆରୀ ୨୬ ତାରିଖ ରାତିରେ ଝରାଫୁଲକୁ ହୋଟେଲ ନେଇଥିଲା ରାକେଶ। ହୋଟେଲରେ ମଦ ପିଇବାକୁ ଦେବାପରେ ଶ୍ୱାସରୁଦ୍ଧ କରି ଝରାଫୁଲଙ୍କୁ ରାକେଶ ହତ୍ୟା କରିଥିଲା ବୋଲି କହିଛନ୍ତି ଯାଜପୁର ଏସପି। ଜାନୁଆରୀ ୨୭ ତାରିଖ ଦିନ ଯାଜପୁର ଜିଲ୍ଲା କୁଆଖିଆ ଥାନା ରାଜେନ୍ଦ୍ରପୁର ନିକଟ ରାସ୍ତା କଡ଼ରୁ ଝରାଫୁଲ ନାୟକଙ୍କ ମୃତଦେହ ମିଳିଥିଲା। ପରେ ଏକ ସିସିଟିଭି ଫୁଟେଜକୁ ଆଧାର କରି କୁଆଖିଆ ପୋଲିସ୍‌ ତଦନ୍ତ କରିଥିଲା।

ଏହାପରେ ଝରାଫୁଲଙ୍କ ବାପା କୁଆଖିଆ ଥାନାରେ ଲିଖିତ ଅଭିଯୋଗ କରିବା ସହ ରାକେଶ ସ୍ୱାଇଁ ନାମକ ଯୁବକର ସଂପୃକ୍ତି ନେଇ ସୂଚନା ଦେଇଥିଲେ। ପୋଲିସ ସେହି ଦିଗରେ ତଦନ୍ତ କରିଥିଲା। ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ଭୁବନେଶ୍ୱରରୁ ଗିରଫ କରାଯାଇଥିଲା। ଯାଜପୁର ପୋଲିସ ତାକୁ ୩ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିବା ପରେ ଏବେ ସେ ଯାଜପୁର ସବ୍ ଜେଲରେ ରହିଛି।