ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ବାତିଲ ପରେ ଗଣଶିକ୍ଷା ମନ୍ତ୍ରୀ ଙ୍କୁ ଭେଟିଲେ୧୦ମ ଶ୍ରେଣୀ ଛାତ୍ର। କରୋନା ସମୟରେ ଏଭଳି ନିଷ୍ପତ୍ତି ନେଇଥିବାରୁ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଙ୍କୁ ଛାତ୍ର ମାନେ ଧନ୍ୟବାଦ ଜଣାଇଛନ୍ତି। ମନ୍ତ୍ରୀ ଙ୍କ ସରକାରୀ ବାସଭବନରେ ଭେଟି ଫୁଲତୋଡା ଦେଇ ଧନ୍ୟବାଦ ଜଣାଇଛନ୍ତି। ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଛାତ୍ର ମାନେ ଧନ୍ୟବାଦ ଜଣାଇଛନ୍ତି। ସିବିଏସଇ ମାଟ୍ରିକ ପରୀକ୍ଷା ବାତିଲ କରିବା ପରେ ଗତ ବୁଧବାର ଭୁବନେଶ୍ୱର ସରକାରୀ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଆନ୍ଦୋଳନ କୁ ଓହ୍ଲାଇ ଥିଲେ। ସଂକ୍ରମଣ ବଢୁଥିବାରୁ ପରୀକ୍ଷା ବାତିଲ କରିବା ପାଇଁ ଛାତ୍ର ମାନେ ଦାବି କରିଥିଲେ।
ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀଙ୍କ ମଧ୍ୟ୍ୟରେ ଟାଙ୍ଗିଆରେ ଆକ୍ରମଣ
ଚାନ୍ଦବାଲି: ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମୁହାଁ ମୁହିଁ । ଚାନ୍ଦବାଲି ବ୍ଲକ ବାଂଶଡ଼ା ଥାନା ଅଧିନସ୍ଥ ବଜରାପୁର ପଞ୍ଚାୟତରେ ଦୁଇ ଗୋଷ୍ଠୀଙ୍କ ମଧରେ ମୁହାଁ ମୁହିଁ । ଗୋଟିଏ ଗୋଷ୍ଠୀର ଟାଙ୍ଗିଆ ମାଡ଼ରେ ଲହୁଲୁହାଣ ହୋଇ ୪ଜଣ ଗୁରୁତର। ଗୁରୁତରଙ୍କୁ ପ୍ରଥମେ ତିହିଡି ମେଡିକାଲ ଓ ପରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ଏପରିକି ଖବର ପରିବେଷଣ କରୁଥିବା ସମୟରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ କରିଥିଲେ ଗଣ୍ଡଗୋଳକାରୀ। ଏପରି ଘଟଣାକୁ ନେଇ ତୀବ୍ର ନିନ୍ଦା କରିଛି ଚାନ୍ଦବାଲି ପ୍ରେସକ୍ଲବ। ତାହାସହ ଆକ୍ରମଣକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ବାଂଶଡା ଥାନା ପୋଲିସ ନିକଟରେ ଦାବି କରିଛନ୍ତି ସାମ୍ବାଦିକମାନେ।
ଏହି ରାଜ୍ୟରେ ଆଜି ରାତି ୮ଟାରୁ ଲାଗୁ ହେବ ଲକ୍ଡାଉନ୍, ୨ ଘଣ୍ଟାରେ ବାହାଘର ସାରିବାକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ଅତି ଭୟଙ୍କର ଭାବରେ ବୃଦ୍ଧି ପାଇବାରେ ଲାଗିଛି। ପ୍ରତି ଦିନ ଏକ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏବେ ମହାରାଷ୍ଟ୍ର କରୋନା ହଟସ୍ପଟରେ ରହିଛି। କାରଣ କରୋନାର ଦ୍ୱିତୀୟ ଲହରରେ ବହୁତ ଭୟଙ୍କର ଭାବରେ ଶୀକାର ହୋଇଛି ମହାରାଷ୍ଟ୍ର। ରାଜ୍ୟରେ କରୋନା ଭାଇରସ ସଂକ୍ରମଣର ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ରାଜ୍ୟରେ ନିୟମ କଡ଼ା କରାଯାଇଛି। ଆଜି ରାତି ୮ ଟାରୁ ୧ ମେ ପର୍ଯ୍ୟନ୍ତ ମହାରାଷ୍ଟ୍ରର ହେବ ଲକ୍ଡାଉନ। ପ୍ରକାଶିତ ନୂଆ ନିର୍ଦ୍ଦେଶାବଳୀ ଅନୁଯାୟୀ ସମସ୍ତ ସରକାରୀ କାର୍ଯ୍ୟାଳୟ କେବଳ ୧୫ ପ୍ରତିଶତ କର୍ମଚାରୀଙ୍କ ଉପସ୍ଥିତିରେ ଚାଲିବ। ଏହା ପୂର୍ବରୁ ୫୦ ପ୍ରତିଶତ ଥିଲା।
ସରକାରୀ ନିର୍ଦ୍ଦେଶ ଅନୁଯାୟୀ ବର୍ତ୍ତମାନ ବିବାହ ଉତ୍ସବ ପାଇଁ ମାତ୍ର ଦୁଇ ଘଣ୍ଟା ଅନୁମତି ଦିଆଯିବ। ଏକ ବିବାହରେ କେବଳ ୨୫ ଜଣ ଲୋକ ଯୋଗ ଦେଇ ପାରିବେ। ଏହି ନିୟମକୁ ଉଲ୍ଲଂଘନ କରୁଥିବା ଲୋକଙ୍କୁ ପଚାଶ ହଜାର ଜୋରିମାନା ଦେବାକୁ ପଡିବ। ନୂତନ ପ୍ରତିବନ୍ଧକ ଅନୁଯାୟୀ ସରକାରୀ ବସ୍ ୫୦ ପ୍ରତିଶତ କ୍ଷମତାରେ ଚାଲିବ। ଠିଆ ହେବା ସମୟରେ ଯାତ୍ରା ଉପରେ ଏକ ନିଷେଧାଦେଶ ଅଛି। ଏହା ବ୍ୟତୀତ ବେସରକାରୀ ବସ୍ ଗୁଡ଼ିକ ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଯିବାବେଳେ ପ୍ରଥମେ ସ୍ଥାନୀୟ DMA କୁ ଜଣାଇବା ଆବଶ୍ୟକ ହେବ, ଏବଂ ଯାଉଥିବା ଲୋକଙ୍କ ହାତରେ ୧୪ ଦିନିଆ କ୍ୱାରେଣ୍ଟାଇନ ଷ୍ଟାମ୍ପ ମାରିବା ଘରୋଇ ବସ୍ ଦାୟିତ୍। ୨୧ ଏପ୍ରିଲରେ, ମୁମ୍ବାଇରେ ୭୬୮୪ ଟି କରୋନା ମାମଲା ରୁଜୁ ହୋଇଥିଲା। ଏଥିସହିତ କରୋନା ଯୋଗୁଁ ୬୨ ଜଣଙ୍କର ମୃତ୍ୟୁ ହୋଇଥିଲା।
ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତିଙ୍କ ସହ ଅନ୍ୟ ୨ ଜଣଙ୍କ ନାଁରେ ଏତଲା
ସମ୍ବଲପୁର: ସମ୍ବଲପୁର ବିଶ୍ବବିଦ୍ୟାଳୟର ଠିକା କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ମୃତ୍ୟୁ ମାମଲା । ଭିସି ପ୍ରଫେସର ସଂଜୀବ ମିତ୍ତଲଙ୍କ ସମେତ ଅନ୍ୟ ଅଧିକାରୀଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ଅନ୍ୟ ଦୁଇଜଣ ହେଲେ ପିଇଓ ଅବିନାଶ କର ଓ ୱାର୍ଡନ ବିଶ୍ବଜିତ ଶତପଥୀ । ଦୀନବନ୍ଧୁଙ୍କ ମୃତ୍ୟୁ ପାଇଁ ଭିସି ଦାୟୀ ବୋଲି ଅଭିଯୋଗ ଆଣି ବୁର୍ଲା ଥାନାରେ ଏତଲା ଦେଇଛନ୍ତି ଦୀନବନ୍ଧୁଙ୍କ ପୁଅ ଅଭିଷେକ ।

୨୭ ବର୍ଷ ଚାକିରି ପରେ ସ୍ଥାୟୀ କରିବା ପାଇଁ ବାରମ୍ବାର ଗୁହାରି କରୁଥିଲେ । ଗତକାଲି କୁଳପତିଙ୍କ ସହ ବଚସା ପରେ କ୍ୟାମ୍ପସ ଭିତରେ ହିଁ ଆତ୍ମାହୁତି କରିଥିଲେ ଦୀନବନ୍ଧୁ । ଏସସିବି ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ମୃତଦେହ ବିଶ୍ବବିଦ୍ୟାଳୟରେ ପହଞ୍ଚିବା ପରେ ଉତ୍ତେଜନା ଦେଖାଦେଇଥିଲା। ତେବେ ପୁଅକୁ ଚାକିରି ଓ ୫ ଲକ୍ଷ କ୍ଷତିପୂରଣ ନେଇ ପ୍ରତିଶ୍ରୁତି ପରେ ମୃତଦେହ ଉଠାଯାଇଥିଲା ।
ଏଥିସହ ପଢ଼ନ୍ତୁ- ସମ୍ବଲପୁର ବିଶ୍ବବିଦ୍ୟାଳୟର ଠିକା କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ମୃତ୍ୟୁ ପାଇଁ ଦାୟୀ କିଏ ?




