spot_img
Home Blog Page 5739

ସତର୍କ କରାଇଲେ DMET ନିର୍ଦ୍ଦେଶକ, କହିଲେ ଦ୍ରୁତଗତିରେ ବଢୁଛି ସଂକ୍ରମଣ

ଭୁବନେଶ୍ୱର: କରୋନା ଦ୍ଵିତୀୟ ଲହର ପାଇଁ ସଂକ୍ରମଣ ଦ୍ରୁତଗତିରେ ବଢୁଛି । ଆମ ସ୍ଥିତି ଏବେ ଭଲ ନାହିଁ । ଆମକୁ ସତର୍କ ଏବଂ ସଚେତନ ରହିବାକୁ ପଡିବ । ଡିଏମଇଟି ନିର୍ଦ୍ଦେଶକ ଡାକ୍ତର ସିବିକେ ମହାନ୍ତି ଦେଇଛନ୍ତି ଏଭଳି ସୂଚନା । କିନ୍ତୁ ଆଶ୍ବାସନା ଦେଇ ସେ କହିଛନ୍ତି, ମହାରାଷ୍ଟ୍ର ପରି ରାଜ୍ୟ ତୁଳନାରେ ଆମ ସ୍ଥିତି ଭଲ ଅଛି । ଏହାର ଅର୍ଥ ନୁହେଁ କି ଆମେ ଅବହେଳା କରିବା ।

104 ଟୋଲ ଫ୍ରି ନମ୍ବରରେ ସଂକ୍ରମିତ ରୋଗୀ ସୂଚନା ଦେବାକୁ ଡିଏମଇଟି ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି । ଗତବର୍ଷ ଜିଲ୍ଲାଗୁଡ଼ିକୁ ଯେଉଁ ଯୋଗାଯୋଗ ନମ୍ବର ଦିଆଯାଇଥିଲା, ତାକୁ ପୁଣି ସକ୍ରିୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଓଡ଼ିଶାରେ ବ୍ରିଟେନ ଓ ଅନ୍ୟ ଷ୍ଟ୍ରେନ ଚିହ୍ନଟ ହୋଇଥିବା ବୋଲି କହିଛନ୍ତି ଡିଏମଇଟି ନିର୍ଦ୍ଦେଶକ।

କାଳବୈଶାଖୀ ନେଇ ଆଗାମୀ ୩ ଘଣ୍ଟା ଯାଏ ୧୪ ଜିଲ୍ଲାକୁ ସତର୍କତା

ଭୁବନେଶ୍ୱର: ଦିନରେ ଡହ ଡହ ଖରା ସନ୍ଧ୍ୟାରେ କାଳବୈଶାଖୀ । ଗତ କିଛି ସପ୍ତାହ ହେଲା ଓଡ଼ିଶାରେ ପାଣିପାଗରେ ଏମିତି ପରିବର୍ତ୍ତନ ଦେଖିବାକୁ ମିଳୁଛି । ଆଜି ସକାଳୁ ଟାଣ ଖରା ହେଉଥିବା ବେଳେ ଆଗାମୀ ୩ ଘଣ୍ଟା ପାଇଁ ୧୪ ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ ଜାରି କରିଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ବଲାଙ୍ଗିର, କଳାହାଣ୍ଡି, କୋରାପୁଟ, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, ଅନୁଗୁଳ, କଟକ, ନୟାଗଡ଼, ଯାଜପୁର, କେନ୍ଦୁଝର, ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି । କାଳବୈଶାଖୀ ସହ ଘଡ଼ଘଡ଼ି ନେଇ ଆଲର୍ଟ କରାଯାଇଛି । ପାଗକୁ ଦେଖି ବଜ୍ରପାତ ବେଳେ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ କହିଛି ପାଣିପାଗ ବିଭାଗ ।

ଆଗାମୀ ୨୪ ତାରିଖ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଏଥିସହ ଆଗାମୀ ୨ ଦିନ ଯାଏ ଦିନବେଳାର ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ ଯାଏ ବୃଦ୍ଧି ପାଇବ ବୋଲି କୁହାଯାଇଛି ।

ଚୋରା ମଦ ଚଢ଼ାଉକୁ ନେଇ ପୋଲିସ-ଜନତା ମୁହାଁମୁହିଁ

ଆରଡି: ବଜାରରେ ଚୋରା ମଦ ଚଢାଉକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ବେତାଳି ଗାଁ ବଜାରରେ ଭଦ୍ରକ ଜିଲା ଅବକାରୀ ବିଭାଗ ଓ ଧୁଷୁରୀ ପୋଲିସ ମିଳିତ ରେଡ୍ କରିଥିଲେ । ଚୋରା ମଦ ଚଢାଉ କାରବାର ଅଭିଯୋଗରେ ଜଣେ ମହିଳାଙ୍କୁ ଗିରଫ କରି ନେଉଥିଲେ ଅବକାରୀ ଅଧିକାରୀ । ଗିରଫ ସମୟରେ ସାଧା ପୋଷାକରେ ଥିବା ପୋଲିସଙ୍କ କିଛି ଅଶାଳୀନ ମନ୍ତବ୍ୟକୁ ନେଇ ସ୍ଥାନୀୟ ଲୋକ ତାତି ଥିଲେ ।

ପୋଲିସ ସହ ସହ ମୁହାଁମୁହିଁ ସ୍ଥିତି ଉପୁଜିଥିଲା । ଏହି ସମୟରେ ସ୍ଥାନୟ ଜଣେ ଯୁବକ ଫଟୋ ଉତ୍ତୋଳନ କରୁଥିବାରୁ ପୋଲିସ ଲାଠି ଚାଳନା କରିଥିଲା । ଯାହାକୁ ନେଇ ସ୍ଥାନୀୟ ଲୋକ ଦୀର୍ଘ ସମୟ ଧରି ପୋଲିସ ଗାଡ଼ିକୁ ଅଟକ ରଖିବା ସହିତ ଉକ୍ତ ଯୁବକର ମୋବାଇଲ ଫେରାଇବାକୁ ଦାବି କରିଥିଲେ ।

ମୋଦି ବିରୋଧୀ ହିଂସାର ମାଷ୍ଟାରମାଇଣ୍ଡଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ୨୩ ନେତାଙ୍କ ସହ ୨୯୮ ଗିରଫ

ଢାକା: ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଂଲାଦେଶ ଗସ୍ତକୁ ବିରୋଧ କରି ବାଂଲାଦେଶରେ ସୃଷ୍ଟି ହୋଇଥିବା ହିଂସାକାଣ୍ଡ ପଛରେ ଥିବା ଇସଲାମିକ ମୌଳବାଦୀ ସଂଗଠନ ହିଫାଜତ୍-ଏ-ଇସଲାମର ବଡ଼ ନେତାଙ୍କ ବିରୋଧରେ ବାଂଲାଦେଶ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ବାଂଲାଦେଶ ପୋଲିସ ଏହି ମୌଳବାଦୀ ସଂଗଠନର ନେତା ଓ କର୍ମୀଙ୍କୁ ଗିରଫ କରିଛି । ଗିରଫ ନେତା ଓ କର୍ମୀଙ୍କ ସଂଖ୍ୟା ଶତାଧିକ ବୋଲି କୁହାଯାଉଛି । ସୂଚନାଯୋଗ୍ୟ ଯେ, ବାଂଲାଦେଶ ସ୍ୱାଧୀନତାର ସ୍ୱର୍ଣ୍ଣଜୟନ୍ତୀ ଅବସରରେ ସେଠାକାର ସରକାର ଭାରତର ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରିଥିଲେ ।
ମୋଦିଙ୍କ ଗସ୍ତକୁ ବିରୋଧ କରି ହିଫାଜତ୍-ଏ-ଇସଲାମର କର୍ମୀ ଦେଶବ୍ୟାପି ହିଂସାକାଣ୍ଡ ଭିଆଇ ଥିଲେ । ହିଫାଜତର ଅଭିଯୋଗ ଯେ, ମୋଦି ଇସଲାମ ବିରୋଧୀ ଓ ଭାରତରେ ସେ ମୁସଲମାନଙ୍କ ଉପରେ ଅତ୍ୟାଚାର କରୁଛନ୍ତି ।

Bangladesh cracks down on Islamist group after anti-Modi protests

ହିଫାଜତର କର୍ମୀ ରାଜଧାନୀ ଢାକା ସମେତ ଅନେକ ସହରରେ ହିଂସାକାଣ୍ଡରେ ଲିପ୍ତ ଥିଲେ । ପୋଲିସ ଗୁଳିରେ ଅତିକମରେ ୧୩ ଜଣ ମୌଳବାଦୀ ପ୍ରାଣ ହରାଇଥିଲେ । ଏହାପରଠାରୁ ବାଂଲାଦେଶରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ରବିବାର ଦିନ ପୋଲିସ ହିଫାଜତର ଯୁଗ୍ମ ସଚିବ ମାମନୁଲ ହକକୁ ଗିରଫ କରିଛି । ଢାକାର ମୋହମ୍ମଦପୁରର ଏକ ମଦ୍ରାସାରୁ ତାକୁ ଗିରଫ କରାଯାଇଛି । ୪୭ ବର୍ଷୀୟ ହକ୍ ବିରୋଧରେ ହିଂସାକୁ ଉସକାଇବା ଅଭିଯୋଗ ରହିଛି ।
ହକ୍ ସହିତ କେବଳ ବ୍ରାହ୍ମନବାରା ଜିଲ୍ଲାରୁ ୨୯୮ ଜଣ ହିଫାଜତ କ୍ୟାଡରଙ୍କୁ ପୋଲିସ ଗିରଫ କରିଛି । ଭିଡିଓ ଫୁଟେଜ୍ ଆଧାରରେ ଏହି ସମସ୍ତଙ୍କୁ ଗିରଫ କରାଯାଇଛି । ଅନ୍ୟପକ୍ଷରେ ହିଫାଜତ୍ ମୁଖପାତ୍ର ଜାକାରିଆ ନୋମାନ ଫୋୟଜି ଅନୁସାରେ ସଂଗଠନର ୨୩ ଜଣ ନେତାଙ୍କୁ ପୋଲିସ ଅଟକ ରଖିଛି । ପୋଲିସ ମିଥ୍ୟା ଅଭିଯୋଗରେ ହିଫାଜତର ନେତା ଓ କର୍ମୀଙ୍କୁ ଗିରଫ କରୁଥିବା ସେ କହିଛନ୍ତି ।

ଏଥିସହ ପଢ଼ନ୍ତୁ- ମୋଦିଙ୍କ ଗସ୍ତ ପରେ ବାଂଲାଦେଶରେ ବ୍ୟାପକ ହିଂସା, ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ

ସୋନୁ ନିଗମ କହିଲେ, ହିନ୍ଦୁ ଭାବେ କହିବି କୁମ୍ଭ ମେଳା ହେବାର ନଥିଲା

ନୂଆଦିଲ୍ଲୀ: ପ୍ରସିଦ୍ଧ ଗାୟକ ସୋନୁ ନିଗମ କରୋନା କାଳରେ କୁମ୍ଭ ମେଳା ଆୟୋଜନ କରାଯିବାକୁ ନାପସନ୍ଦ କରିଛନ୍ତି । ନିଜ ପରିବାରରେ ଜଣେ କରୋନା ସଂକ୍ରମିତଙ୍କ ବାବଦରେ ଚର୍ଚ୍ଚା କରି ସେ ଏକ ଭିଡିଓରେ କହିଛନ୍ତି ଯେ, ଏବେ ଦେଶ ଓ ଡାକ୍ତରଙ୍କ ଅବସ୍ଥା ଖରାପ ଅଛି । କରୋନା ସଂକଟ କାଳରେ ଏବେ କୁମ୍ଭ ମେଳା ହେବାର ନଥିଲା ବୋଲି ଜଣେ ହିନ୍ଦୁ ଭାବେ ସେ ବିଚାର କରନ୍ତି ବୋଲି କହିଛନ୍ତି ।
କୁମ୍ଭ ମେଳା ଆୟୋଜନ କରାଯିବାର ନଥିଲା
ରାତି ୩ଟାରେ ଇନଷ୍ଟାଗ୍ରାମରେ ପୋଷ୍ଟ୍ କରିଥିବା ଭିଡିଓରେ ସୋନୁ ନିଗମ କହିଛନ୍ତି ଯେ, ଆଉ କାହା ବିଷୟରେ ମୁଁ କିଛି କହି ପାରିବି ନାହିଁ କିନ୍ତୁ ଜଣେ ହିନ୍ଦୁ ଭାବେ ଏତିକି କହି ପାରିବି ଯେ କୁମ୍ଭ ମେଳା କରାଯିବାର ନଥିଲା । ତେବେ ଭଲ କଥା ହେଲା,ଠିକ୍ ସମୟରେ ବୁଦ୍ଧି ପସିବାରୁ ଏହାକୁ କେବଳ ପ୍ରତିକାତ୍ମକ କରି ଦିଆଯାଇଛି । ମୁଁ ଆସ୍ଥାକୁ ବୁଝେ କିନ୍ତୁ ବର୍ତ୍ତମାନ ଜୀବନଠାରୁ ଆଉ କିଛି ବଡ଼ ନୁହେଁ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, କ’ଣ ଆପଣ ଭାବୁଛନ୍ତି ଆମକୁ ସୋ’ କରିବାକୁ ଇଛା ହେଉ ନାହିଁ ? ଇଛା ହେଉଛି କିନ୍ତୁ ଏବେ ପରିସ୍ଥିତି ଖରାପ ଅଛି। ଆଗକୁ ସୋସିଆଲ ଡିଷ୍ଟାନ୍ସିଂ ସୋ’ କରାଯାଇ ପାରିବ । କିନ୍ତୁ ଏବେ ପରିସ୍ଥିତି ଅତ୍ୟନ୍ତ ଖରାପ ବୋଲି ଆମକୁ ବୁଝିବାକୁ ପଡ଼ଇବ।

ଭିଡିଓରେ ସୋନୁ ତାଙ୍କର ଜଣେ ସିନିୟର ଓ ତାଙ୍କ ପତ୍ନୀ କରୋନା ସଂକ୍ରମିତ ହୋଇଥିବା କଥା ମଧ୍ୟ କହିଛନ୍ତି ।

ଔଷଧ କଳାବଜାରୀ ରୋକିବାକୁ ଗଠନ ହେଲା ଫ୍ଲାଇଂ ସ୍କ୍ୱାଡ୍

ଭୁବନେଶ୍ୱର: କରୋନା ବେଳେ ଔଷଧ ଓ ଆନୁଷଙ୍ଗିକ ସାମଗ୍ରୀର କଳାବଜାରୀ ରୋକିବାକୁ ପୋଲିସର ପ୍ରୟାସ । କରୋନା ସମୟରେ କଳାବଜାରୀ ରୋକିବା ଉପରେ ପୋଲିସର ରହିବ ତୀକ୍ଷଣ ନଜର । ଏନେଇ ପୋଲିସ ଡିଜିଙ୍କ କ୍ୟାମ୍ପ ଅଫିସରେ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଛି । କଳାବଜାରୀ ରୋକିବାକୁ କମିଟି ଗଠନ କରାଯାଇଛି । କଟକ ଓ ଭୁବନେଶ୍ୱର ପାଇଁ ୭ ଫ୍ଲାଇଂ ସ୍କ୍ୱାଡ୍ ଗଠନ ହୋଇଛି । ସେହିପରି ଅନ୍ୟ ଅଞ୍ଚଳ ପାଇଁ ୧୫ଟି ଫ୍ଲାଇଂ ସ୍କ୍ୱାଡ୍ ଗଠନ ହୋଇଛି ।

To Prevent Hoarding And Black Marketing Of Medical Supplies Police Constituted Flying Squad

ଅନ୍ୟ ୧୫ଟି ଜିଲ୍ଲା ମଧ୍ୟରେ ସମ୍ବଲପୁର, ଗଞ୍ଜାମ, ସୁନ୍ଦରଗଡ଼ ରହିଛି । ବେଆଇନ କଳାବଜାରୀ ଖବର ମିଳିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ଯଶୱନ୍ତ ଜେଠୱା । ସେହିପରି ସାରା ରାଜ୍ୟ ପାଇଁ ୨୩ ସ୍କ୍ୱାଡ୍ ଗଠନ କରାଯାଇଥିବା ନେଇ କ୍ରାଇମବ୍ରାଞ୍ଚ ଏଡିଜି ସୂଚନା ଦେଇଛନ୍ତି ।

ଏଥିସହ ପଢ଼ନ୍ତୁ- କୋଭିଡ୍ ଔଷଧ ଓ ଅନ୍ୟ ଉପକରଣ କଳାବଜାରୀ ରୋକିବାକୁ ରାଜ୍ୟସ୍ତରୀୟ କମିଟି ଗଠନ

ମେଡିସିନ ଷ୍ଟକିଷ୍ଟ, ଯୋଗାଣ, ପ୍ରସ୍ତୁତକାରୀ କମ୍ପାନୀର ବୈଧ୍ୟତା ଯାଞ୍ଚ କରାଯିବ । ଜିଲ୍ଲା ସ୍ତରରେ ଏସପି ଡିଆଇଜି ତଦାରଖ କରିବେ । ଟ୍ଵିନ୍ ସିଟି ଦାୟିତ୍ୱରେ ଏସଟିଏଫ, ଡିଆଇଜି, କ୍ରାଇମବ୍ରାଞ୍ଚ ଆଇଜି, ଡ୍ରଗ୍ସ କଣ୍ଟ୍ରୋଲର ଓ ପୋଲିସ କମିଶନରଙ୍କ ଅଫିସର ବରିଷ୍ଠ ପୋଲିସ ଅଧିକାରୀ ରହିବେ । ଔଷଧ ବିତରଣ, ବିକ୍ରି ଓ ବୈଧତା ନେଇ ଥିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ବାହାର ରାଜ୍ୟରେ ମେଡିସିନ କଳାବଜାରୀ ପରେ ଏହି ପଦକ୍ଷେ ନେଇଛି ରାଜ୍ୟ ପୋଲିସ ।

ପରିତ୍ୟକ୍ତ ଘରେ ଗ୍ୟାସ୍ ଫାଟି ୨ ମୃତ, ୪ ଗୁରୁତର

ବ୍ରହ୍ମପୁର: ବିସ୍ଫୋଟକ ନେଲା ଜୀବନ । କ୍ରସର ପାଇଁ ଘରେ ଥିବା ବିସ୍ଫୋଟକ ଗ୍ୟାସ୍ ଫାଟିବା ପରେ ଭୟାବହ ପରିସ୍ଥିତି ସୃଷ୍ଟି କରିଛି । ବିସ୍ଫୋରଣରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ବ୍ରହ୍ମପୁର ଉପଖଣ୍ଡ ସଦର ଥାନା କୁକୁଡ଼ାଖଣ୍ଡି ଏବି କ୍ରସରରେ ଥିବା ପରିତ୍ୟକ୍ତ ଘରେ ଏହି ଗ୍ୟାସ୍ ବିସ୍ଫୋରଣ ଘଟିଛି । ପରିତ୍ୟକ୍ତ ଘରେ କ୍ରସର ପାଇଁ ଥିବା ବିସ୍ଫୋଟକ ଯୋଗୁଁ ଅଧିକ ମୃତାହତ ଓ କ୍ଷୟକ୍ଷତି ଘଟିଥିବା ଅଭିଯୋଗ ହୋଇଛି ।

ଗୁରୁତରମାନଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତରମାନଙ୍କ ଶରୀରର ଅଧିକାଂଶ ଭାଗ ପୋଡ଼ି ଯାଇଛି । ହସ୍ପିଟାଲ ପରିସରରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି । ସନ୍ତୋଷ କୁମାର ଓ ସୁରେଶଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ବାଲି ଗାଡ଼ି ମାଲିକଙ୍କୁ ଫୋନରେ ବଟି ମାଗୁଛନ୍ତି ହାବିଲଦାର, ଅଡିଓ ଭାଇରାଲ୍ ପରେ ନିଲମ୍ବନ କଲେ ଏସପି

ଆନନ୍ଦପୁର: ଫୋନରେ ବଟି ମାଗୁଛନ୍ତି ହାବିଲଦାର । ବାଲି ଗାଡ଼ି ମାଲିକଙ୍କୁ ଫୋନ୍ କରି ଆନନ୍ଦପୁର ଥାନାର ହାବିଲଦାର ବଟି ମାଗୁଥିବା ଅଡିଓ ଭାଇରାଲ୍ ହୋଇଛନ୍ତି । ଭାଇରାଲ୍ ଅଡିଓରେ ସନ୍ତୋଷ ଜେନା ସାହୁ ନାମକ ହାବିଲଦାର ଓଭର୍ ଲୋଡ୍ ଗାଡ଼ି ପରିବହନ ପାଇଁ ଟଙ୍କା ମାଗୁଛନ୍ତି । ଏପରିକି ଅନ୍ୟ ଗାଡ଼ି ମାଲିକ ତାଙ୍କୁ ଚାନ୍ଦା ଦେଉଥିବାରୁ ସେ ସେମାନଙ୍କୁ ବିଭିନ୍ନ ପ୍ରକାର ସାହାଯ୍ଯ କରୁଥିବା କହିଛନ୍ତି ।

Keonjhar SP Suspends Havildar After Audio Viraled  Demanding Money

ଅଡିଓ ଭାଇରାଲ୍ ପରେ ହାବିଲଦାରଙ୍କ କଳା କାରନାମା ପଦାରେ ପଡ଼ିଛି । ଲାଞ୍ଚ, ଦାଦା ବଟି ଓ ବେଆଇନ୍ ଚାନ୍ଦା ଆଦାୟକୁ ସରକାର କଠୋର ହସ୍ତରେ ଦମନ ପାଇଁ ସମସ୍ତ ବିଭାଗକୁ କଡା ନିର୍ଦ୍ଦେଶ ଦେଇଛନ୍ତି । ଭାଇରାଲ୍ ଅଡିଓ ଆଧାରରେ ପ୍ରାଥମିକ ଭାବେ ହାବିଲଦାର ସନ୍ତୋଷ ଜେନାଙ୍କୁ ସସପେଣ୍ଡ କରାଯାଇଛି । ତଦନ୍ତ ପାଇଁ ଜଣେ ଡିଏସପିଙ୍କୁ ଦାୟିତ୍ୱ ଦିଆଯିବ । ତା’ପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି କେନ୍ଦୁଝର ଏସପି ମିତ୍ରଭାନୁ ମହାପାତ୍ର ।

ଲକଡାଉନ୍ ହେବ କି ନାହିଁ, ନିଷ୍ପତ୍ତି ନେବା ରାଜ୍ୟଙ୍କ ଉପରେ ଛାଡ଼ିଲା କେନ୍ଦ୍ର

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ପର୍ଯ୍ୟାୟ ଦେଶରେ ଆତଙ୍କ ସୃଷ୍ଟି କରିଛି । ହସ୍ପିଟାଲରେ ଶଯ୍ୟା ଅଭାବ, ଅକ୍ସିଜେନ୍ ଅଭାବ ଭିତରେ ଦେଶରେ ପୁଣିଥରେ ଲକଡାଉନ୍ ଲାଗୁ ହେବ କି ? ଏହି ପ୍ରଶ୍ନ ସବୁଠୁ ବଡ଼ ପ୍ରଶ୍ନ ଭାବେ ଉଭା ହୋଇଛି । ଏହାରି ଭିତରେ ଲକଡାଉନ୍ ଲାଗୁ କରିବା ନିଷ୍ପତ୍ତି ରାଜ୍ୟ ସରକାର ନେବେ ଓ ସେମାନଙ୍କୁ ଏ ବାବଦରେ କ୍ଷମତା ଦିଆଯାଇଛି ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।

ନିଜ ରାଜ୍ୟରେ ଲକଡାଉନ ଲାଗୁ କରିବା ପାଇଁ ରାଜ୍ୟ ସ୍ୱତନ୍ତ୍ର ବୋଲି ଅମିତ ଶାହ କହିଛନ୍ତି । ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ଗତ ତିନି ମାସ ଭିତରେ ଆମେ ରାଜ୍ୟ ସରକାରଙ୍କୁ ଲକଡାଉନ୍ ସମ୍ପର୍କିତ ଅନେକ କ୍ଷମତା ଦେଇଛୁ । ସେମାନେ ନିଜ ରାଜ୍ୟର ପରିସ୍ଥିତିକୁକୁ ଦେଖି ନିଷ୍ପତ୍ତି ନେଇ ପାରିବେ । କାରଣ ସବୁ ରାଜ୍ୟର ପରିସ୍ଥିତି ସମାନ ନୁହେଁ । ଏମିତିରେ ରାଜ୍ୟ ସରକାରଙ୍କୁ ନିଜ ରାଜ୍ୟର ସ୍ଥିତିକୁ ନେଇ ନିଷ୍ପତ୍ତି ନେବାକୁ ପଡ଼ିବ ।

State To Decide On Lockdown Said Amit Shah

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ, ଯେତେବେଳେ ପ୍ରଥମ ଥର ପାଇଁ ଲକଡାଉନ୍ ଲାଗୁ ହୋଇଥିଲା ସେତେବେଳେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଠିକ୍ ନଥିଲା । ହସ୍ପିଟାଲରେ ବେଡ୍ ଓ ଅକ୍ସିଜେନର ଅଭାବ ଥିଲା । ଏବେ କିନ୍ତୁ କେନ୍ଦ୍ର ସରକାରଙ୍କ ସାହାଯ୍ୟରେ ଭିତ୍ତିଭୂମିର ବିକାଶ ହୋଇ ପାରିଛି । କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ନିଜର ସ୍ଥିତିକୁ ଦେଖି ନିଷ୍ପତ୍ତି ନେବେ ଓ କେନ୍ଦ୍ର ରାଜ୍ୟ ସରକାରଙ୍କୁ ସବୁ ପ୍ରକାର ସହଯୋଗ ଯୋଗାଇ ଦେବେ ।

କରୋନା କାଳରେ କୁମ୍ଭକୁ ନେଇ କ’ଣ କହିଲେ ଅମିତ ଶାହ ?

କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ କୁମ୍ଭ ମେଳା ଆୟୋଜନ ଉପରେ ଉଠୁଥିବା ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନିଜେ ସାଧୁ ସନ୍ଥଙ୍କ ସହ କଥା ହୋଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ ମାନି କୁମ୍ଭ ମେଳାକୁ କେବଳ ପ୍ରତିକାତ୍ମକ କରିବାକୁ ସେମାନେ ରାଜି ହୋଇଛନ୍ତି । ଏପରିକି ୧୩ ଆଖଡ଼ା ମଧ୍ୟରୁ ୧୨ ଆଖଡା ଶାହି ସ୍ନାନ ଶେଷ ବାବଦରେ ଘୋଷଣା ମଧ୍ୟ କରିଲେଣି । ଏବେ କୁମ୍ଭ ମେଳାରେ ଭକ୍ତଙ୍କ ଭିଡ଼ କମିବାରେ ଲାଗିଛି ।

ଦୈନିକ ୨ ଲକ୍ଷ ସଂକ୍ରମଣ

କରୋନାର ପ୍ରଥମ ଆକ୍ରମଣ ତୁଳନାରେ ଦ୍ୱିତୀୟ ପର୍ଯ୍ୟାୟରେ ଅଧିକ ସଂଖ୍ୟକ ବ୍ୟକ୍ତି ସଂକ୍ରମିତ ହେଉଛନ୍ତି । ଗତ କିଛି ଦିନ ଧରି ଦୈନିକ ୨ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ମହାରାଷ୍ଟ୍ର ଓ ଉତ୍ତର ପ୍ରଦେଶରେ ସଂକ୍ରମିତଙ୍କ ସଂଖ୍ୟା ଚିନ୍ତା ଅଧିକ ବଢାଇ ଦେଇଛି ।

ପୌର କର୍ମଚାରୀଙ୍କ ମାଡ଼ରେ ୨ ପରିବା ବିକାଳି ଆହତ ଅଭିଯୋଗ

ବଲାଙ୍ଗିର: କୋଭିଡ୍ ସଂକ୍ରମଣକୁ ଦେଖି ହାଟରୁ ଉଠା ପରିବା ଦୋକାନୀଙ୍କୁ ହଟାଇବା ବେଳେ ଗଣ୍ଡଗୋଳ । ବଲାଙ୍ଗିର ଡେଲି ମାର୍କେଟ ବିକ୍ରମ ଛକରେ ଉଠା ଦୋକାନୀ ଓ ପୌର କର୍ମଚାରୀ ମୁହାମୁହିଁ ହୋଇଛନ୍ତି । ଭିଡ଼ ନ କରିବା ଲାଗି ପୌର ପରିଷଦର କର୍ମଚାରୀ ଉଠା ପରିବା ଦୋକାନୀମାନଙ୍କୁ ସଚେତନ କରିବା ସହ ସେଠାରୁ ଅନ୍ୟତ୍ର ଯିବାକୁ କହୁଥିଲେ ।

Allegation Of Bolangir Municipal Employee Attacked Street Vegetable Vendor

ଏହାକୁ ନେଇ ପୌର ପାଳିକା କର୍ମଚାରୀ ଓ ପରିବା ବିକାଳିଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପୌର ପାଳିକା କର୍ମଚାରୀଙ୍କ ମାଡ଼ରେ ଜଣେ ପରିବା ବିକାଳି ଗୁରୁତର ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଥିବା ଅଭିଯୋଗ ହୋଇଛି । ଗୁରୁତର ପରିବା ଦୋକାନି ରାକେଶ ମେହେରଙ୍କୁ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Allegation Of Bolangir Municipal Employee Attacked Street Vegetable Vendor

ମାଡ଼ ପ୍ରତିବାଦରେ ପୌର କର୍ମଚାରୀଙ୍କୁ ଗିରଫ ଦାବି କରି ପରିବା ବିକାଳି ମାନେ ବଲାଙ୍ଗିର ଟାଉନ ଥାନା ଘେରାଉ କରିଛନ୍ତି । ଟାଉନ୍ ଥାନା ଆଗରେ ଧାରଣା ଦେଇଛନ୍ତି ପରିବା ବିକାଳି । ପୋଲିସ ପରିବା ବିକାଳିଙ୍କୁ ବୁଝାସୁଝା କରୁଥିବା ବେଳେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଘଟଣାସ୍ଥଳରେ ପହଞ୍ଚି ଆଲୋଚନା କରିଛନ୍ତି ।