spot_img
Home Blog Page 5738

ନବୀନଙ୍କ ପ୍ରସ୍ତାବରେ ଦେଶ ଖୁସି, ଏଣିକି ଖୋଲା ବଜାରରେ ମିଳିବ ଟିକା

ଭୁବନେଶ୍ୱର: ପୁଣି ରାଷ୍ଟ୍ରନାୟକର ପରିଚୟ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ ସମୟରେ ସାଧାରଣ ଲୋକଙ୍କ ଜୀବନକୁ କିପରି ଗୁରୁତ୍ବ ଦିଆଯିବ ସେନେଇ ନବୀନ ସାଜିଛନ୍ତି ଉଦାହରଣ । ଟିକାକରଣ କାର୍ଯ୍ୟକୁ କିପରି ବିକେନ୍ଦ୍ରୀକରଣ କରାଯିବ । ଟିକା ପ୍ରସ୍ତୁତକାରୀ ୫୦% ଟିକା ରଖନ୍ତୁ ଏବଂ ବଳକା ୫୦% ରାଜ୍ୟ ଓ ଖୋଲା ବଜାରରେ ମିଳୁ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁଇଦିନ ତଳେ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଏହି ପ୍ରସ୍ତାବ ଦେଇଥିବାବେଳେ ଆଜି ଏହି ପ୍ରସ୍ତାବରେ ମୋହର ମାରିଛନ୍ତି କେନ୍ଦ୍ର ସରକାର ।

ସେପଟେ ଖୋଲା ବଜାରରେ ଟିକାର ମୂଲ୍ୟ ନିଷ୍ପତ୍ତି ନେବେ ଉତ୍ପାଦନକାରୀ । ସିଧାସଳଖ ଉତ୍ପାଦନକାରୀଙ୍କ ଠାରୁ ରାଜ୍ୟ ସରକାର କିଣିବେ ଟିକା । ଘରୋଇ ହସ୍ପିଟାଲଗୁଡିକ ମଧ୍ୟ ସିଧାସଳଖ ଟିକା କିଣିପାରିବେ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି । କେନ୍ଦ୍ରର ଏହି ନିଷ୍ପତ୍ତିରେ ଉପକୃତ ହେବେ ଦେଶବାସୀ । ନବୀନଙ୍କ ଏଭଳି ପଦକ୍ଷେପକୁ ପ୍ରଶଂସା କରୁଛି ସାରା ଦେଶ। ଯାହାକୁ ନେଇ ଟ୍ବିଟରେ ଟ୍ରେଣ୍ଡ କରୁଛି

ମାନବ ସେବା ଓ ଦେଶବାସୀଙ୍କ ପ୍ରତି ପ୍ରତିଶ୍ରୁତିବଦ୍ଧତା ମୂଳମନ୍ତ୍ର ବୋଲି କହି ଆସୁଛନ୍ତି ମୁଖ୍ୟମନ୍ତ୍ରୀ । ଟିକା ନେଇ କେନ୍ଦ୍ରକୁ ୪ଟି ପ୍ରସ୍ତାବ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖୋଲା ବଜାରରେ ଟିକା ମିଳିବା ନେଇ ପ୍ରସ୍ତାବ ରଖିଥିଲେ ମୁଖ୍ୟମନ୍ତ୍ରୀ । ସେହିଭଳି ଅଧିକ ପ୍ରଭାବିତ ସହରରେ ପ୍ରାଥମିକତା ଭିତ୍ତିରେ ଟିକାକରଣ ପାଇଁ ପ୍ରସ୍ତାବ ଦେବା ସହ ଅଧିକରୁ ଅଧିକ ଲୋକଙ୍କୁ ଟିକା ଯୋଗାଇବା ପାଇଁ ପ୍ରସ୍ତାବ ଦେଇଥିଲେ ନବୀନ । ଯେଉଁ ପ୍ରସ୍ତାବ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର ।

ରାତି ୮ ସୁଧା ନାଗପୁରରେ ୧୦ ହଜାର ରେମଡେସିଭିର ଇଂଜକ୍ସନ ପହଞ୍ଚାଇବାକୁ ହାଇକୋର୍ଟଙ୍କ ଆଦେଶ

ମୁମ୍ବାଇ: ଲାଗୁଛି କରୋନା ସଂକ୍ରମଣକୁ ନେଇ ଦେଶର ବିଭିନ୍ନ ହାଇକୋର୍ଟ ଅଧିକ ପ୍ରୋଆକ୍ଟିଭ୍ ହୋଇଛନ୍ତି । ଆହ୍ଲାବାଦ ହାଇକୋର୍ଟ ଉତ୍ତର ପ୍ରଦେଶର ୫ ସହରରେ ଲକଡାଉନ୍ ଲାଗୁ କରିବାକୁ ଆଦେଶ ଦେବାର କେଇ ଘଣ୍ଟା ପରେ ବମ୍ବେ ହାଇକୋର୍ଟ ସୋମବାର ରାତି ୮ଟା ସୁଧା ନାଗପୁରରେ ୧୦ ହଜାର ରେମଡେସିଭିର ଇଂଜକ୍ସନ ପହଂଚାଇବାକୁ ଆଦେଶ ଦେଇଛନ୍ତି ।
ମହାରାଷ୍ଟ୍ରର ଅଧିକାଂଶ ସହର ଯେମିତି ମୁମ୍ବାଇ,ନାଗପୁର ଓ ପୁନାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଛି ।

ଏହି ସହର ଗୁଡିକର ହସ୍ପିଟାଲ ଶଯ୍ୟା ସହିତ ଅକ୍ସିଜେନ୍ ସିଲିଣ୍ଡରର ଅଭାବ ମଧ୍ୟ ଅନୁଭୂତ ହେଉଛି । ଏହାରି ଭିତରେ ଗମ୍ଭୀର କରୋନା ସଂକ୍ରମିତଙ୍କ ପାଇଁ ଆବଶ୍ୟକ ରେମଡେସିଭିର ଇଂଜକ୍ସେନର କଳାବଜାରି ହେଉଥିବା ଅନେକ ମାମଲା ମଧ୍ୟ ସାମ୍ନାକୁ ଆସୁଛି । ଯାହାକୁ ଦୃଷ୍ଟିରେ ରଖି ବମ୍ବେ ହାଇକୋର୍ଟ ଉଦ୍ଧବ ସରକାରଙ୍କୁ ସୋମବାର ରାତି ୮ଟା ସୁଧା ନାଗପୁର ସହରକୁ ୧୦ ହଜାର ରେମଡେସିଭିର ଇଂଜକ୍ସନ ଯୋଗାଇ ଦେବାକୁ ଆଦେଶ ଦେଇଛନ୍ତି ।

ବମ୍ବେ ହାଇକୋର୍ଟର ଜଷ୍ଟିଷ ସୁନିଲ ଶୁକରେ ଓ ଏସଏମ୍ ମୋଦକଙ୍କୁ ନେଇ ଗଠିତ ଖଣ୍ଡପୀଠ ତାଙ୍କ ଆଦେଶରେ କହିଛନ୍ତି ଯେ, ରେମଡେସିଭିରର ବିତରଣ ଆବଶ୍ୟକତା ଅନୁସାରେ ହେବା ଜରୁରୀ । ହାଇକୋର୍ଟ ମଧ୍ୟ ମହାରାଷ୍ଟ୍ର ସରକାର ଓ କେନ୍ଦ୍ର ସରକାରଙ୍କୁ କେଉଁ ଆଧାରରେ ଔଶଧ ବିତରଣ ହେଉଛି ସେ ସମ୍ବନ୍ଧରେ ଜବାବ ମାଗିଛନ୍ତି । ହାଇକୋର୍ଟ କହିଛନ୍ତି ଯେ, ଯଦି ଭାରତର ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟାର ୪୦ ପ୍ରତିଶତ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛନ୍ତି ତେବେ ସେହି ଅନୁପାତରେ ମହାରାଷ୍ଟ୍ରକୁ ଔଶଧ ମିଳିବା ଆବଶ୍ୟକ ।ସୂଚନାଯୋଗ୍ୟ ଯେ, କରୋନାର ଗମ୍ଭୀର ରୋଗୀଙ୍କୁ ରେମଡେସିଭିର ଇଂଜକ୍ସନ ଦିଆଯାଇଥାଏ । ବର୍ତ୍ତମାନ ଦେଶର ଅଧିକାଂଶ ସହରରେ ଏହି ଔଶଧର ବ୍ଲାକ୍ ମାର୍କେଟିଂ ହେଉଥିବା ଖବର ଆସୁଛି ।

ରାଜଧାନୀରେ ରାକ୍ଷସ ମାମୁ, ୧୫ ବର୍ଷ ଧରି ଭାଣୀଜି ସହ ରଖିଛି ଶାରୀରିକ ସମ୍ପର୍କ

ଭୁବନେଶ୍ୱର: ଆପଣ ଜହ୍ନ ମାମୁ କଥା ଶୁଣିଥିବେ କିମ୍ବା ବାଘ ମାମୁ କଥା । କିନ୍ତୁ ରାଜଧାନୀ ଉପକଣ୍ଠରେ ରାକ୍ଷସ ମାମୁ । ମାମୁଁ ବିରୋଧରେ ଭାଣିଜୀ ଆଣିଲା ସାଂଘାତିକ ଅଭିଯୋଗ । ଜୋର ଜବରଦସ୍ତ ଶାରୀରିକ ସମର୍କ ରଖିବା ସହ ମାନସିକ ନିର୍ଯ୍ୟାତନା ଦେଉଥିଲା ମାମୁ। ଦୀର୍ଘ ୧୫ ବର୍ଷ ହେଲା ବିବାହ ନକରି ଭାଣୀଜିକୁ ସ୍ତ୍ରୀ କରି ରଖିଛି ରାକ୍ଷସ ମାମୁଁ । ମାମୁଁ ରାଧେଶ୍ୟାମ ପଟ୍ଟନାୟକଙ୍କ ନାମରେ ଏଭଳି ଅଭିଯୋଗ ଆଣିଛି ଭାଣିଜୀ ।

ଅଭିଯୋଗ ଅନୁସାରେ ୧୨ ବର୍ଷ ବୟସରେ ମାମୁଁ ରାଧେଶ୍ୟାମ ତାଙ୍କୁ ଦୁଷ୍କର୍ମ କରି ଗର୍ଭବତୀ କରିଥିଲେ । ଘର ଲୋକ ମାନ ସମ୍ମାନ ଭୟରେ ବିନା ବିବାହରେ ମାମୁଁଙ୍କ ପାଖରେ ସ୍ତ୍ରୀ କରି ଛାଡିଦେଇଥିଲେ । ପରେ 3 ଟି ପିଲା ଜନ୍ମ ହୋଇଥିଲା । ୧୫ ବର୍ଷ ହେଲାଣି ଶାରୀରିକ , ମାନଷିକ ନିର୍ଯ୍ୟାତନା ଦେଉଛନ୍ତି ରାଧେଶ୍ୟାମ । ମହିଳା ଥାନା ଠୁ ନେଇ ମହିଳା କମିଶନଙ୍କ ପର୍ଯ୍ୟନ୍ତ ନିର୍ଯ୍ୟାତନାରୁ ତ୍ରାହି ପାଇବା ପାଇଁ ସବୁଠି ଅଭିଯୋଗ କରିଥିଲେ ।

ଅନେକ ଅଭିଯୋଗ ପରେ ଶେଷରେ ମାନବାଧିକାର କର୍ମୀଙ୍କ ନିକଟରେ ଦ୍ୱାରସ୍ତ ହୋଇଛନ୍ତି । ଅନ୍ୟପଟେ ରାଧେଶ୍ୟାମଙ୍କ ବିରୋଧରେ ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି ବିଶ୍ୱ ମାନବାଧିକାର ସୁରକ୍ଷା ସଂଗଠନର କର୍ମୀ । ତେବେ ରାକ୍ଷସ ମାମୁଁର ଏ କର୍ଯ୍ୟକଳାପକୁ ବାପା ମା କିଭଳି ସମର୍ଥନ କରୁଥିଲେ ତାକୁ ନେଇ ସୃଷ୍ଟି ହୋଇଛି ବଡ ପ୍ରଶ୍ନ ।

ମେ ପହିଲାରୁ ୧୮ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ଟିକା, ନବୀନଙ୍କ ପ୍ରସ୍ତାବକୁ ଗ୍ରହଣ କଲା କେନ୍ଦ୍ର

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବଡ ଘୋଷଣା । ମେ ପହିଲାରୁ ୧୮ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ଦିଆଯିବା କରୋନା ଟିକା । ତୃତୀୟ ପର୍ଯ୍ୟାୟ ଟିକାକରଣରେ ୧୮ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ଟିକା ଦିଆଯିବା ନେଇ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । ଔଷଧ କମ୍ପାନୀ ଓ ବରିଷ୍ଠ ଡାକ୍ତରଙ୍କ ସହ ସୋମବାର ଦିନ ପ୍ରଧାନମନ୍ତ୍ରୀ ଆଲୋଚନା କରିବା ପରେ ଏହି ନିଷ୍ପତି ନେଇଛନ୍ତି ।

କରୋନା ଟିକାକରଣକୁ ଅଧିକ ଗତି ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି ଦିନ ତଳେ କେନ୍ଦ୍ର ସରକାରଙ୍କୁ ଟିକା ଖୋଲା ବଜାରରେ ଉପଲବ୍ଧ କରାଇବା ନେଇ ପ୍ରସ୍ତାବ ଦେଇଥିଲେ । ଯାହାକୁ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି । ନବୀନଙ୍କ ପ୍ରସ୍ତାବ ଉପରେ ମୋହର ମାରିଛନ୍ତି କେନ୍ଦ୍ର ସରକାର । ଟିକା ଉତ୍ପାଦନକାରୀ ୫୦ ପ୍ରତିଶତ ଟିକା କେନ୍ଦ୍ରକୁ ଦେବେ ଓ ବାକି ଟିକା ରାଜ୍ୟ ସରକାରଙ୍କୁ ଓ ଖୋଲା ବଜାରରେ ବିକ୍ରି ପାଇଁ ଉପଲବ୍ଧ ।

ଦେଶରେ କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସୋମବାର ଦିନ ଟିକାକରଣକୁ ନେଇ ଏହି ବଡ଼ ଘୋଷଣା କରିଛନ୍ତି । ଏହା ସହିତ ମେ ୧ ତାରିଖରୁ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ଦିଆଯିବ ବୋଲି ସରକାର ଘୋଷଣା କରିଛନ୍ତି । ଔଷଧ କମ୍ପାନୀ ଓ ବରିଷ୍ଠ ଡାକ୍ତରଙ୍କ ସହ ସୋମବାର ଦିନ ପ୍ରଧାନମନ୍ତ୍ରୀ ଆଲୋଚନା କରିବା ପରେ ଏହି ନିଷ୍ପତି ନିଆଯାଇଛି । ସେପଟେ କିନ୍ତୁ ଖୋଲା ବଜାରରେ ଉପଲବ୍ଧ ହେବାକୁ ଥିବା ଟିକାର ମୂଲ୍ୟ ପରବର୍ତ୍ତୀ ପର୍ଯ୍ୟାୟରେ ସ୍ଥିର କରାଯିବା  ନେଇ ସୂଚନା ମିଳିଛି  ।

 

ସରକାରଙ୍କ ବଡ଼ ଘୋଷଣା, ସମସ୍ତ ସହରାଞ୍ଚଳରେ ଶନି, ରବି ସଟଡାଉନ

ଭୁବନେଶ୍ୱର: ରାଜ୍ୟକୁ ପୁଣି ଫେରିଲା ସଟଡାଉନ । ଦ୍ୱିତୀୟ ପର୍ଯ୍ୟାୟ କରୋନା କେସକୁ ପରିଲିଖିତ କରି ରାଜ୍ୟ ସରକାରଙ୍କ ବଡ଼ ଘୋଷଣା ।  ସମସ୍ତ ସହରାଞ୍ଚଳରେ ସପ୍ତାହାନ୍ତ ସଟଡାଉନ ଘୋଷଣା କରିଛନ୍ତି ଏସଆରସି  । ବଢୁଥିବା କୋଭିଡ ମାମଲାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତି ନେଇଛନ୍ତି । ଯଦ୍ବାରା ଜରୁରୀକାଳୀନ ସେବା ବ୍ୟତୀତ ଅନ୍ୟ ସମସ୍ତ ସେବା ଉପରେ ରୋକ ଲାଗିବ ।
ମାଲ ପରିବହନ ଓ ମଣ୍ଡି ଖୋଲା ରହିବ । ଜାତୀୟ ରାଜପଥ ପାର୍ଶ୍ବ ଢାବା ଖୋଲା ରହିବ । ଏହି ଦିନମାନଙ୍କରେ କେବଳ ଖାଦ୍ୟ ପାରସଲ ପାଇଁ ଅନୁମତି ଦେଇଛନ୍ତି ସରକାର ।

ସେହିପରି ଜରୁରୀ ସେବାରେ ଥିବା କର୍ମଚାରୀ ସଟଡାଉନ ଦିନରେ କେବଳ ପାସ ଦେଖାଇ ଯାଇପାରିବେ । ଗଣମାଧ୍ୟମ କର୍ମଚାରୀଙ୍କୁ ମଧ୍ୟ ଯାତାୟତ ପାଇଁ ଅନୁମତି ମିଳିବ । ଅନ୍ୟପଟେ ଅଙ୍ଗନୱାଡି, ସ୍କୁଲ, କଲେଜ ଆଦି ବନ୍ଦ ରହିବ । ରୋଗୀମାନେ ମଧ୍ୟ ମେଡିକାଲ କାଗଜପତ୍ର ଦେଖାଇ ଆବଶ୍ୟକୀୟ କାର୍ଯ୍ୟ କରିପାରିବେ ।

ରାଜ୍ୟରେ ଗତ ୭ରୁ ୮ ଦିନ ହେବ କରୋନା ସଂକ୍ରମଣ ସଂଖ୍ୟା ଦ୍ରୁତ ବେଗରେ ବଢିବାରେ ଲାଗିଛି । ତେଣୁ ଏହି ବଢୁଥବା କରୋନା ମାମଲାକୁ କମାଇବା ପାଇଁ ସରକାର ଏହି ନିଷ୍ପତି ନେଇଛନ୍ତି । ଏହି କଟକଣା ଅର୍ଥାତ ସଟଡାଉନ ଆସନ୍ତା ୨୧ ତାରିଖରୁ ଆରମ୍ବ କରାଯିବ । ମେ ୧୫ ତାରିଖ ପର୍ଯ୍ୟନ୍ତ ସରକାର ଏହି କଟକଣା ବଳବତ୍ତର ରଖିବେ ବୋଲି କହିଛନ୍ତି ଏସଆରସି ।

ନୂଆ କଟକଣା ଅନୁଯାୟୀ ଏଣିକି ବିବାହ ଉତ୍ସବରେ ସର୍ବାଧିକ ୫୦ ଓ ଅନ୍ତ୍ୟେଷ୍ଟିରେ ୨୦ ଜଣଙ୍କୁ ଅନୁମତି ରହିଛି । ତେବେ ବିବାହ ଉତ୍ସବରେ ସାମିଲ ହେବାକୁ ଥିବା ଅତିଥିଙ୍କ ତାଲିକା ମାରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ରହିଛି । ସେହିପରି ହାଟବଜାର ଓ ସପିଂ ମଲ ଉପରେ କଟକଣା ଆହୁରି କଡ଼ାକଡ଼ି କରାଯାଇଛି । ମଲ ଭିତରେ ଥିବା ଫୁଡକୋର୍ଟ ବା କୌଣସି ହୋଟେଲରେ ବସି ଖାଇବାକୁ ଅନୁମତି ଦିଆଯିବ ନାହିଁ ।

କଟକଣାରେ କେବଳ ପାର୍ସଲ ପାଇଁ ଅନୁମତି ରହିଛି । ସେହିପରି ରାସ୍ତାକଡ଼ ଉଠା ଦୋକାନୀ ବା ଠେଲାରୁ ପାର୍ସଲ ନୋଇପାରିବେ ଲୋକେ । ସେହିପରି ଜାତୀୟ ରାଜପଥ ପାର୍ଶ୍ବରେ ଥିବା ଢାବା ଗୁଡ଼ିକ ମଧ୍ୟ କେବଳ ପାର୍ସଲ ଦେଇପାରିବେ । ଅନ୍ୟପଟେ ଫିଲ୍ମ ହଲ ଗୁଡ଼ିକ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିପାରିବ ବୋଲି କଟକଣାରେ ନିର୍ଦେଶ ରଖିଛନ୍ତି ରାଜ୍ୟ ସରକାର ।

ଶ୍ୱଶୁର- ବୋହୁ ଭିଡା ଭିଡି, ଭିଡିଓ ଭାଇରାଲ

ଖୋର୍ଦ୍ଧା: ଶ୍ୱଶୁର- ବୋହୁ ଭିତରେ ଝଗଡା ହେବା କଥା ଜଣାଥିବା । କିନ୍ତୁ ଉଭୟେ ଚୁଟି ଧରି ଭିଡ଼ା ଓଟରା ହେବା ଭଳି ଘଟଣା ଏବେ ସାମ୍ନାକୁ ଆସିଛି । କୌଣସି ଏକ କଥାକୁ ନେଇ ଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଯାହାକୁ ନେଇ ପରବର୍ତ୍ତୀ ସମୟରେ ଶ୍ୱଶୁର ବୋହୁ ଭିଡା ଭିଡି, ଚୁଟି ଧରାଧରି ଏବଂ ମାରପିଟ ଭଳି ଚିତ୍ର ଦେଖିବାକୁ ମିଳିଛି।

ବୋହୁ , ଶ୍ୱଶୁର ବେକରେ ଗାମୁଛା ଭିଡି ଘୋଷରୁଛି। ଶ୍ୱଶୁର ମଧ୍ୟ ଘୋଷରୁଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନନ୍ଦପୁର ପଂଚାୟତ ଅନ୍ତର କିଆରୀ ଗ୍ରାମ ରେ। ବୋହୁର ଅଭିଯୋଗ ଅନୁଯାୟୀ ତାଙ୍କୁ ଶ୍ୱଶୁର ପୂର୍ବରୁ ନିର୍ଯାତନା ଦେଇ ଆସୁଥିଲେ । ସ୍ବାମୀ ବାହାର ରାଜ୍ୟରେ ରହୁଛନ୍ତି । ତେଣୁ ଶ୍ୱଶୁରଙ୍କ ଏଭଳି କାର୍ଯ୍ୟ ବଢୁଥିବା ଅଭିଯୋଗ ବାଢିଛନ୍ତି ବୋହୁ ।

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କରୋନା ସଂକ୍ରମିତ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କରୋନା ସଂକ୍ରମିତ ହୋଇଛନ୍ତି । ମନମୋହନଙ୍କ ରିପୋର୍ଟ ପଜିଟିଭି ଆସିବା ପରେ ଆଜି ତାଙ୍କୁ ଦିଲ୍ଲୀ ଏମସରେ ଅଧିକ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । କରୋନା ଟିକାକରଣ ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖିବାର ଗୋଟିଏ ଦିନ ପରେ ମନମୋହନ କରୋନା ସଂକ୍ରମିତ ହୋଇଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ପତ୍ରରେ ମନମୋହନ କେତେ ଲୋକଙ୍କୁ ଟିକା ଦିଆଯାଇଛି ତାକୁ ହିସାବ ନକରି ଅଧିକରୁ ଅଧିକ ନାଗରିକଙ୍କୁ ଟିକା ଦେବାକୁ ସରକାର ଉଦ୍ୟମ କରନ୍ତୁ ବୋଲି ଉଲ୍ଲେଖ କରିଥିଲେ ।

ଏହାସହିତ ଆମେରିକା ଓ ୟୁରୋପରେ ଯେଉଁ ସବୁ କରୋନା ଟିକାକୁ ଅନୁମତି ମିଳିଛି ସେହି ଟିକାକୁ ଭାରତରେ ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦେବାକୁ ମଧ୍ୟ ସେ ପ୍ରସ୍ତାବ ଦେଇଥିଲେ ।
ସୂଚନାଯୋଗ୍ୟ ଯେ, ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ ସୋମବାର ଦିନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରାଜ୍ୟରେ ୬ ଦିନିଆ ଲକଡାଉନ୍ ଘୋଷଣା କରିଛନ୍ତି । ଅନ୍ୟପକ୍ଷରେ ଉତ୍ତରପ୍ରଦେଶର ୫ଟି ସହରରେ ଲକଡାଉନ୍ ଲାଗୁ କରିବାକୁ ଆହ୍ଲାବାଦ ହାଇକୋର୍ଟ ଆଦେଶ ଦେଇଛନ୍ତି ।

ଗିରଫଦାରୀ ପରେ ପତି କହିଲେ, ‘ମୋର କିଛି ଭୁଲ ନାହିଁ ସ୍ତ୍ରୀର ସବୁ ଭୁଲ’

ନୂଆଦିଲ୍ଲୀ: ପଙ୍କଜ ଦତ୍ତଙ୍କ କହିବା ହେଉଛି ଯାହା କିଛି ବି ହେଲା ସେଥିପାଇଁ ସେ ଦୁଃଖିତ । କିନ୍ତୁ ଏଥିପାଇଁ ତାଙ୍କ ସ୍ତ୍ରୀ ଦାୟୀ । ପୋଲିସ ସହ ଯୁକ୍ତିତର୍କ କରିବା ବେଳେ ସ୍ତ୍ରୀର ସାଥ୍ ଦେଉଥିବା ପଙ୍କଜ ଏବେ କହୁଛନ୍ତି,କାର ଭିତରେ ମାସ୍କ ପିନ୍ଧିବାକୁ ମୁଁ ସ୍ତ୍ରୀକୁ କହିଥିଲେ । କିନ୍ତୁ ସେ ମାନିନଥିଲା ଏବଂ ମତେ ମଧ୍ୟ ମାସ୍କ ପିନ୍ଧିବାକୁ ଦେଇନଥିଲା । ଦରିୟାଗଞ୍ଜ ଥାନା ବାହାରେ ଏକ ନ୍ୟୁଜ୍ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ପଙ୍କଜ ନିଜକୁ ପୁତପବିତ୍ର ସାବ୍ୟସ୍ତ କରିବାକୁ ଏହା କହିଛନ୍ତି । ରିପୋର୍ଟର ଯେତେବେଳେ ପଚାରିଲେ ଯେ,ଆପଣ ପୋଲିସ ସହିତ ଏମିତି ଖରାପ ବ୍ୟବହାର କାହିଁକି କରୁଥିଲେ ?

ତାର ଉତ୍ତରରେ ପଙ୍କଜ କହିଥିଲେ ଯେ, ସ୍ତ୍ରୀ କାରଣରୁ କିଛି ଅସୁବିଧା ହୋଇଗଲା । ମୋତେ ମୋ ସ୍ତ୍ରୀ ରଗାଉଥିଲା । ପୋଲିସକୁ ମୁଁ ଖରାପ ବ୍ୟବହାର କରିନାହିଁ ମୋ ସ୍ତ୍ରୀ କରିଛି ବୋଲି ପଙ୍କଜ କହିଛନ୍ତି । ଦିନକ ତଳେ ମାସ୍କ ନପିନ୍ଧିବାକୁ ନେଇ ପୋଲିସ ସହିତ ଯୁକ୍ତିତର୍କ କରି ଦେଶରେ କୁଖ୍ୟାତ ହୋଇ ସାରିଥିବା ଏହି ଯୋଡି ସୋମବାର ଦିନ କିନ୍ତୁ ବେସ ନରମ ପଡିଯାଇଥିଲେ । ଥାନାକୁ ଆସିବା ବେଳେ ମାସ୍କ୍ ପିନ୍ଧିଥିଲେ । ସବୁ କାଣ୍ଡ ପାଇଁ ସ୍ତ୍ରୀକୁ ଦାୟି କରୁଥିବା ପତିଦେବଙ୍କ କହିବା ହେଉଛି ମୁଁ ଯେତେବେଳେ ବି ଏକୁଟିଆ ଥାଏ ମାସ୍କ ପିନ୍ଧେ କିନ୍ତୁ ସ୍ତ୍ରୀ ପାଖରେ ଥିବା ବେଳେ ସମସ୍ୟା ଆସେ ।

ସୂଚନାଯୋଗ୍ୟ ଯେ,ରବିବାର ଦିନ ମାସ୍କ ନପିନ୍ଧିଥିବାରୁ ପୋଲିସ ଏହି ଦମ୍ପତିଙ୍କ ଚାଲଣ କାଟିଥିଲା । କିନ୍ତୁ ଚାଲଣ ଦେବା ବଦଳରେ ଉଭୟ ପୋଲିସ ସହ ଯୁକ୍ତିତର୍କ କରିଥିଲେ । ପଙ୍କଜଙ୍କ ପତ୍ନୀ ପୋଲିସକୁ କହିଥିଲେ ଯେ, ମୁଁ ପୋଲିସ ଝିଅ । ମୁଁ ମାସ୍କ ପିନ୍ଧିବିନାହି । ମୋ ଇଛା ଯଦି ହେବ ଏଇଠି ମୋ ସ୍ୱାମୀକୁ କିସ୍ କରିବି ତମେ କ’ଣ କରିବ । କେବଳ ଏତିକି ନୁହେଁ ସେ ମଧ୍ୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ୍ କରିଥିଲେ । ପୋଲିସକୁ ଭିକାରୀ ବୋଲି କହିବାକୁ ପଛାଇ ନଥିଲେ ।  ।

ନବୀନଙ୍କ ନିଷ୍ପତ୍ତି, ପିପିଲିରେ ବିଜେଡି କରିବ ନାହିଁ ନିର୍ବାଚନୀ ରାଲି

ଭୁବନେଶ୍ବର: ପିପିଲିରେ ବିଜୁ ଜନତା ଦଳ କରିବ ନାହିଁ କୈଣସି ନିର୍ବାଚନୀ ରାଲି କିମ୍ବା ପ୍ରଚାର। କୋଭିଡ ଭୟବହତା ଦୃଷ୍ଟିରୁ ପ୍ରଚାର, ଶୋଭାଯାତ୍ରା ଏବଂ ସଭା ସମ୍ମିଳନୀକୁ ବାରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳର ସମସ୍ତ ନେତା, କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି ଦଳ ମୁଖିଆ ।

ଲୋକଙ୍କ ସେବା କରିବା ପାଇଁ ଆମେ ନିର୍ବାଚନ ଲଢୁ । ସମଗ୍ର ଓଡିଶା ମୋ ପରିବାର । ତେଣୁ ପରିବାରର ସମସ୍ତ ସଦସ୍ୟ ସୁରକ୍ଷିତ ରହିବାର ଦାୟିତ୍ବ ମୋ ର ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଜନସାଧାରଣଙ୍କ ମୂଲ୍ୟବାନ ଜୀବନ ରକ୍ଷା କରିବା ପାଇଁ ପ୍ରଚାର ଏବଂ ରାଲିକୁ ବିଜେଡି କରିବ ନାହିଁ ବୋଲି ଟ୍ବିଟ ଜରିଆରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Crowd at Wine Shops: ଦିଲ୍ଲୀରେ ଲକଡାଉନ ଘୋଷଣା ହେଉ ହେଉ ମଦ ଦୋକାନରେ ଭାରି ଭିଡ଼

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ଭୂତାଣୁ ଆତଙ୍କ ସୃଷ୍ଟି କରିଛି । କରୋନାକୁ କାବୁ କରିବା ପାଇଁ ନାଇଟ କର୍ଫ୍ୟୁ ଏବଂ ଓ୍ୱିକେଣ୍ଡ କର୍ଫ୍ୟୁ ଘୋଷଣା କରିଥିବା ଅରବିନ୍ଦ କେଜରିଓ୍ୱାଲ ସରକାର ସୋମବାର ଛଅ ଦିନର ମିନି ଲକଡାଉନ ଘୋଷଣା କରିଛନ୍ତି । ଏହା ସୋମବାର ରାତି ୧୦ଟାରୁ ଆରମ୍ଭ କରି ୨୬ ଅପ୍ରେଲ ସକାଳ ୫ଟା ପର୍ଯ୍ୟନ୍ତ ଲାଗୁ ହେବ । ଲକଡାଉନ ଘୋଷଣା ହେଉ ହେଉ ମଦ ପ୍ରେମୀଙ୍କ ଚିନ୍ତା ବଢିଯାଇଛି । ଫଳସ୍ୱରୂପ ମଦ ଦୋକାନରେ ଲମ୍ବା ଲାଇନ ଦେଖିବାକୁ ମିଳିଛି ।

ଲକଡାଉନ ଘୋଷଣା ହେଉ ହେଉ ଲୋକ ସାମାଜିକ ଦୂରତା ଭୁଲି ମଦ କିଣିବାରେ ମାତିଛନ୍ତି । ଅବଶ୍ୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସାମାଜିକ ଦୂରତା ରକ୍ଷା କରିବାକୁ ଚେଷ୍ଟା କରିଛି ।

ଦିଲ୍ଲୀର ଆନନ୍ଦ ବିହାର, ଖାନ ମାର୍କେଟ,ଗୋଲ ମାର୍କେଟ,ଖାନପୁର,ତୁଗଲକବାଦ ଓ ରୋହିଣୀ ସମେତ ଏକାଧିକ ସ୍ଥାନରେ ସୗମାନ ଦୃଶ୍ୟ ଦେଖିବାକୁ ମିଳିଛି । ବାସ୍ତବରେ ଏହି ଦୃଶ୍ୟ ପୂର୍ବବର୍ଷର ଲକଡାଉନକୁ ତାଜା କରିଦେଇଛି । ଗତବର୍ଷ ଲକଡାଉନରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା ଏବଂ ସାମାଜିକ ଦୂରତା ଭାଙ୍ଗୁଥିବା ଅମାନିଆଙ୍କ ଉପରେ ଦିଲ୍ଲୀ ପୋଲିସ ଲାଠିଚାର୍ଜ ମଧ୍ୟ କରିଥିଲା । ପରିସ୍ଥିତିରେ ସୁଧାର ନଆସିବାରୁ ଦିଲ୍ଲୀ ସରକାର ମଦ ଦୋକାନ ବନ୍ଦ କରିବାକୁ ଆଦେଶ ଦେଇଥିଲା । କିନ୍ତୁ କିଛି ଦିନ ମଧ୍ୟରେ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଥିଲା ।

ମୁଖ୍ୟମନ୍ତ୍ରୀ କେଜରିଓ୍ୱାଲ ଲକଡାଉନ ଘୋଷଣା ସହିତ ଦିଲ୍ଲୀ ଛାଡ଼ି ନ ଯିବାକୁ ପ୍ରବାସୀ ଶ୍ରମିକଙ୍କୁ ଅପିଲ କରିଛନ୍ତି । ଯିବା ଆସିବାରେ ସମୟ ବରବାଦ ନକରିବାକୁ ପରାମର୍ଶ ଦେଇଛନ୍ତି । ଏହା ସହିତ ସରକାରଙ୍କ ତରଫରୁ ସମ୍ପୂର୍ଣ୍ଣ ଧ୍ୟାନ ଦିଆଯିବ ବୋଲି ଘୋଷଣା କରିଛନ୍ତି କେଜରିଓ୍ୱାଲ ସରକାର ।