ରେଢାଖୋଲ : ଆସନ୍ତାକାଲି ରେଢାଖୋଲ ବନ୍ଦ ଡାକରା। ରେଢାଖୋଲର ବିଭିନ୍ନ ସମସ୍ଯା ନେଇ ବନ୍ଦ ଡାକରା ଦେଇଛି ରେଢାଖୋଲ ବିଜେଡି। ସମ୍ବଲପୁର-କଟକ ୫୫ ନମ୍ବର ଏନଏଚ ୨୦୧୭ରୁ ଆରମ୍ଭ ହୋଇଥିବାବେଳେ ସରିବାର ନାଁ ଧରୁନାହିଁ।ରେଢ଼ାଖୋଲ ସହର ଦେଇ ଯାଇଥିବା NH-55ର ୬ କିଲୋମିଟର ରାସ୍ତା ସମ୍ପ୍ରସାରଣ ହେବ ନା ବାଇପାସ୍ ହେବ ତାହା ଆଜି ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସହର ଭିତରେ ପ୍ରତ୍ୟେକ ଦିନ ଶହ ଶହ ପାଉଁଶ ବୋଝେଇ ଟ୍ରକ ଯାଆସ କରୁଛି। ଧୂଆଁ ଧୂଳିରେ ପରିବେଶ ପ୍ରଦୂଷଣ ହୋଇ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଯେଉଁ ସ୍ଥାନରେ କାମ ଚାଲିଛି ସେ ସ୍ଥାନରେ ପାଣି ପକାଉ ନଥିବାରୁ ଧୂଳିଧୁଆଁରେ ରାସ୍ତା ପରିପୂର୍ଣ ହୋଇ ଯିବା ଆସିବା ବହୁତ କଷ୍ଟକର ହେଉଛି।ରେଢ଼ାଖୋଲରୁ ୨୦କିମି ଭିତରେ ଟୋଲଗେଟ ସମ୍ପୂର୍ଣ୍ଣ ଟିକସ ମୁକ୍ତ କରିବାକୁ ଦାବି ହୋଇଛି। ହାତୀ କରିଡର ଗୁଡିକରେ ଗ୍ରାମ ଗୁଡିକୁ ରାସ୍ତା ନିର୍ମାଣ କରାଯିବା ସହିତ ବିଭିନ୍ନ ଦାବି ନେଇ ନେଇ ଆଗାମୀ ଅଗଷ୍ଟ ୨୨ ତାରିଖରେ ରେଢ଼ାଖୋଲ ବନ୍ଦ ଡାକରା ଦେଇଛି ରେଢ଼ାଖୋଲ ବିଜେଡି।ଏହି ବନ୍ଦ ଡାକରାରେ ଜରୁରୀକାଳୀନ ସେବାକୁ ଛାଡି ଦେଲେ ସମ୍ପୂର୍ଣ୍ଣ ବନ୍ଦ ହେବ ବୋଲି ରେଢ଼ାଖୋଲ ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ଯ ପ୍ରେସମିଟ କରି ସୂଚନା ଦେଇଛନ୍ତି।
ସାନଖେମୁଣ୍ଡିରେ ଲଜ୍ଜା, ଜଣେ ଯୁବତୀଙ୍କୁ ୨ ଜଣ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ
ନନ୍ଦିଘୋଷ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡିରେ ଲଜ୍ଜା । ଜଣେ ଯୁବତୀଙ୍କୁ ୨ ଜଣ ଯୁବକ ଦୁଷ୍କର୍ମ କରି କୋର୍ଟ ଚାଲାଣ ହୋଇଛନ୍ତି । ଯୁବତୀଙ୍କୁ ଦୁଇ ସାଙ୍ଗ ବିବାହ ଏବଂ ଚାକିରି କରାଇ ଦେବା କହି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଯୁବତୀ ଜଣଙ୍କ ଏନେଇ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ୨ ଯୁବକଙ୍କୁ ପାଟପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଦ୍ବୟ ହେଲେ ଶେରଗଡ଼ ଥାନା ଅଞ୍ଚଳର ବସନ୍ତ ଦାସ ଓ ଶଙ୍କର ପ୍ରଧାନ ।
ସୁରକ୍ଷାକର୍ମୀଙ୍କ ହାତରେ ଧରାପଡିଲେ ୫ ହାର୍ଡକୋର ମାଓବାଦୀ
ନନ୍ଦିଘୋଷ ବ୍ୟୁରୋ: ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାର ବାଙ୍ଗୋଲିର ଜଙ୍ଗଲରେ କମ୍ବିଂ ଅପରେସନ ଜୋରଦାର। ସୁରକ୍ଷାକର୍ମୀଙ୍କ ହାତରେ ଧରାପଡିଲେ ୫ ହାର୍ଡକୋର ମାଓବାଦୀ। ଡିଆରଜି ବାହିନୀର କମ୍ବିଂ ଅପରେସନ ଚାଲିଥିବାବେଳେ ଧରାପଡିଲେ । ସେମାନଙ୍କ ମୁଣ୍ଡ ଉପରେ ୬ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ଗିରଫ ମାଓବାଦୀ ମାନେ ଦୀର୍ଘ ଦିନ ଧରି ମାଓ ସଂଗଠନରେ ସକ୍ରିୟ ସଦସ୍ଯ ଭାବେ କାର୍ଯ୍ୟ କରୁଥିଲେ । ସେମାନଙ୍କ ନିକଟରୁ ବିପୁଳ ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି । ଗିରଫ ମାଓବାଦୀଙ୍କ ମଧ୍ଯରୁ ଲକ୍ଷ୍ମୀ ଫାର୍ସା ଓ ସୁଖରାମ ହେମଲା ଓଡିଶାର ବୋଲି ଜଣା ପଡିଛି । ଏମାନଙ୍କ ନିକଟରୁ ଟିଫିନ୍ ବୋମା, କୋର୍ଡେକ୍ସ ତାର, ବିଦ୍ୟୁତ ତାର, ବ୍ୟାଟେରୀ, ମାଟି ଖୋଳିବା ଉପକରଣ ଓ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି।
ଏଫବିଆଇ କବଜାରେ ଆମରିକାର ମୋଷ୍ଟ ଓ୍ବାଣ୍ଟେଡ ସିଣ୍ଡି ରଡ୍ରିଗ ସିଂ
ନନ୍ଦିଘୋଷ ବ୍ୟୁରୋ: ଏଫବିଆଇ କବଜାରେ ଆମରିକାର ମୋଷ୍ଟ ଓ୍ବାଣ୍ଟେଡ ସିଣ୍ଡି ରଡ୍ରିଗ ସିଂ । ଆମେରିକାର ଟପ ଟେନ ମୋଷ୍ଟ ଓ୍ବାଣ୍ଟେଡ ପଳାତକ ତାଲିକାରେ ଥିଲେ ସିଣ୍ଡି । ମାମଲାର ସମ୍ମୁଖୀନ ହେବା ପୂର୍ବରୁ ବେଆଇନ ଭାବେ ଭାରତ ଚାଲିଆସିବା ଘଟଣାରେ ତାଙ୍କୁ ଗିରଫ କରାଯାଇଛି । ୬ ବର୍ଷ ବୟସ୍କ ତାଙ୍କ ସନ୍ତାନ ନୋଏଲ ରଡ୍ରିଗ ଆଲଭାରେଜଙ୍କ ମୃତ୍ୟୁ ଘଟଣାରେ ଟେକ୍ସାସ ଷ୍ଟେଟ ପକ୍ଷରୁ ତାଙ୍କ ବିରୋଧରେ ଓ୍ବାରଣ୍ଟ ଜାରି ହୋଇଥିଲା । ପୁଅକୁ ହତ୍ୟା କରିବା ଘଟଣାରେ ମାମଲାର ସମ୍ମୁଖୀନ ହେବାକୁ ଏଡାଇବା ଲାଗି ସେ ଆମେରିକା ଛାଡି ଭାରତ ଚାଲିଆସିଥିଲେ । ଗତବର୍ଷ ଅକ୍ଟୋବର ୩ରେ ତାଙ୍କ ବିରୋଧରେ ଇଣ୍ଟରପୋଲ ରେଡ ନୋଟିସ ଜାରି ହୋଇଥିଲା ଏବଂ ଭାରତ ସମେତ ସମସ୍ତ ସଦସ୍ୟ ରାଷ୍ଟ୍ରଙ୍କୁ ଏହି ସର୍କୁଲାର ପଠାଯାଇଥିଲା ।
ଏହା ସହ ପ୍ରତ୍ୟର୍ପଣ ଲାଗି ଭାରତ ନିକଟରେ ଦାବି କରାଯାଇଥିଲା । ତାଙ୍କୁ ଗିରଫ କରିବା ଲାଗି ଭାରତ ସରକାର ଓ ଇଣ୍ଟରପୋଲ ସହ ଏଫବିଆଇ ଯୋଗସୂତ୍ରରେ ଥିଲା । ଗିରଫ ପରେ ତାଙ୍କୁ ଟେକ୍ସାସ ନିଆଯାଇଛି । ଗିରଫଦାରୀ ସମ୍ପର୍କରେ ସୂଚନା ଦେଇଛନ୍ତି ଏଫବିଆଇ ନିର୍ଦ୍ଦେଶକ କାସ୍ ପଟେଲ । ପୁଅକୁ ହତ୍ୟା କରିବା ଘଟଣା ସମ୍ପର୍କରେ ଜଣାପଡିଥିଲା ଗତ ୨୦୨୩ ମାର୍ଚ୍ଚ ୨୦ରେ । ସିଣ୍ଡିଙ୍କ ପୁଅ ସମ୍ପର୍କରେ ଖୋଳତଡ଼ କରିବା ଲାଗି ଟେକ୍ସାସର ପରିବାର ଓ ସୁରକ୍ଷା ସେବା ବିଭାଗକୁ ଟେକ୍ସାସ ପୋଲିସ ନିର୍ଦ୍ଦେଶ ଦେବା ପରେ ଏହି ଖବର ପଦାକୁ ଆସିଥିଲା । ଗତ ୨୦୨୨ ଅକ୍ଟୋବରରୁ ପୁଅର କୌଣସି ଖୋଜଖବର ମିଳି ନଥିଲା । ପିଲାଟିର ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଥିଲା । ତେବେ ଯାଞ୍ଚ ସମୟରେ ପୁଅ ସମ୍ପର୍କରେ ସିଣ୍ଡି ଅନେକ ଭ୍ରାନ୍ତ ତଥ୍ୟ ପ୍ରଦାନ କରିଥିଲେ । ଏପରିକି ବାପାଙ୍କ ସହ ମେକ୍ସିକୋରେ ସେ ନଭେମ୍ବର ୨୦୨୨ରୁ ରହିଛି ବୋଲି ସିଣ୍ଡି କହିଥିଲେ । ୨୦୨୩ ମାର୍ଚ୍ଚ ୨୨ରେ ସିଣ୍ଡି, ତାଙ୍କ ସ୍ବାମୀ ଅର୍ଶଦୀପ ସିଂ ଓ ଅନ୍ୟ ୬ ସନ୍ତାନ ଭାରତ ଚାଲିଆସିଥିଲେ । ତେବେ ସେମାନଙ୍କ ମଧ୍ୟରେ ନିଖୋଜ ସନ୍ତାନ ନଥିଲା । ଗତ ଜୁଲାଇରେ ତାଙ୍କୁ ଏଫବିଆଇର ପଳାତକ ତାଲିକାରେ ସ୍ଥାନୀତ କରାଯାଇଥିଲା । ସିଣ୍ଡିଙ୍କ ଉପରେ ଏଫବିଆଇ ୨, ୫୦,୦୦୦ ଡଲାର ପୁରସ୍କାର ଘୋଷଣା କରିଥିଲା ।
ପୁଣି ଜଣେ ମହିଳା ହେଲେ ନିର୍ଯାତନାର ଶିକାର : ବ୍ୟାଙ୍କ ମ୍ୟାନେଜର ଗିରଫ
ନନ୍ଦିଘୋଷ ବ୍ୟୁରୋ: ପୁଣି ଜଣେ ମହିଳା ହେଲେ ନିର୍ଯାତନାର ଶିକାର । ଯୌନ ନିର୍ଯାତନା ମାମଲା ରେ ଗିରଫ ହେଲେ ବ୍ୟାଙ୍କ ମ୍ୟାନେଜର । ବରଗଡ଼ ପଦ୍ମପୁର ଥାନାରେ ମାମଲା ରୁଜୁ ପରେ ଗିରଫ ହୋଇଛନ୍ତି। ଗିରଫ ପରେ ଜେଲ ଗଲେ ସମ୍ବଲପୁର ଜିଲ୍ଲା ସମବାୟ କେନ୍ଦ୍ର ବ୍ୟାଙ୍କର ପୂର୍ବତନ ବ୍ୟାଙ୍କ ମ୍ୟାନେଜର ତଥା ବର୍ତମାନ ସୋହେଲା ସମବାୟ ବ୍ୟାଙ୍କ ମ୍ୟାନେଜର ପ୍ରଭଞ୍ଜନ ମାଝୀ। କାର୍ଯ୍ୟରତ ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଗିରଫ ହୋଇଥିବା ବେଳେ ଗିରଫ ପରେ ଚାକିରୀରୁ ନିଲମ୍ବିତ ହୋଇଛନ୍ତି।

