spot_img
Home Blog Page 5776

ଟିଟିଲାଗଡ଼ ରେଳ ଓଭରବ୍ରିଜର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ବଲାଙ୍ଗିର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି  ଭିଡିଓ କନଫରେନ୍ସିଂ ଜରିଆରେ ଟିଟିଲାଗଡ଼ରେ ୧୦୪୨ ମିଟର ଦୀର୍ଘ ଏକ ରେଲୱେ ଓଭରବ୍ରିଜର ଉଦ୍‌ଘାଟନ କରିଛନ୍ତି । ଏଥିପାଇଁ ୭୧.୫୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହି ଉଦ୍‌ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି- ଟିଟିଲାଗଡ଼ ଏକ ଗୁରୁତ୍ୱପୂର୍ଣ୍ଣ ରେଳ ଜଙ୍କସନ୍‌ । ଓଭରବ୍ରିଜ୍ ନିର୍ମାଣ ହେବା ଦ୍ୱାରା ଲୋକଙ୍କ ଗମନାଗମନରେ ଅନେକ ସୁବିଧା ଆସିବା ଟିଟିଲାଗଡ଼ ସହିତ ଭବାନୀପାଟଣା, କେସିଙ୍ଗା ଓ ନୂଆପଡ଼ା ଅଞ୍ଚଳର ଜନସାଧାରଣ ଉପକୃତ ହେବେ ।

 CM Naveen Inaugurated Titilagarh Railway Over Bridge

ମୁଖ୍ୟମନ୍ତ୍ରୀ କହିଥିଲେ- ଟିଟିଲାଗଡ଼ ସହରର ବ୍ୟାପକ ଉନ୍ନତି ରାଜ୍ୟ ସରକାରଙ୍କ ଲକ୍ଷ୍ୟ । ଏହି ROB ସହିତ ଟିଟିଲାଗଡ଼ରେ ଆଧୁନିକ ବସ୍‌ ଷ୍ଟାଣ୍ଡ, ସୁଇମିଂ ପୁଲ୍‌, ମହାରାଜା ସାଗରର ପୁନରୁଦ୍ଧାର, ବର୍ଜ୍ୟ ଜଳ ବିଶୋଧନ ପ୍ଲାଣ୍ଟ ଏବଂ ଆହୁରି ଅନେକ ଉନ୍ନତିମୂଳକ କାର୍ଯ୍ୟ ଜାରି ରହିଛି । ଏହିସବୁ ଗୁଡ଼ିକ ଠିକ୍‌ ସମୟରେ ସମ୍ପୂର୍ଣ୍ଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ ।

ଭିତ୍ତିଭୂମି ବିକାଶର ଆଧାର ବୋଲି ମତ ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଭିତ୍ତିଭୂମିର ବିକାଶ ଉପରେ ସେ ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି । ଓଡ଼ିଶା ଆଜି ଭିତ୍ତିଭୂମି କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ହୋଇପାରିଛି । ରାଜ୍ୟରେ ସଡ଼କ, ସେତୁ, ବନ୍ଦର ଆଦି ଭିତ୍ତିଭୂମିର ବିକାଶ ଯୋଗୁଁ ଯୋଗାଯୋଗ କ୍ଷେତ୍ରରେ ବହୁତ ଉନ୍ନତି ଆସିଛି । ଭିତ୍ତିଭୂମି ସମସ୍ତଙ୍କର ସମ୍ପତ୍ତି ବୋଲି ପ୍ରକାଶ କରି, ସମସ୍ତେ ଏହାର ଯତ୍ନ ନେବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ ।

 CM Naveen Inaugurated Titilagarh Railway Over Bridge

କରୋନାର ଦ୍ୱିତୀୟ ଲହରକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମରେ ଜନସାଧାରଣ ସହଯୋଗ କରିବାକୁ ନିବେଦନ କରି ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ମାସ୍କ ପିନ୍ଧିବା ପାଇଁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂ ଜରିଆରେ ଯୋଗ ଦେଇ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଥିଲେ ଯେ ବିକାଶ ପାଇଁ ଗମନାଗମନ ବ୍ୟବସ୍ଥାର ଆବଶ୍ୟକତା ରହିଛି । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟରେ ସଡକ ବିକାଶ କାର୍ଯ୍ୟକ୍ରମରେ ଅନେକ ଉନ୍ନତି ଆସିଛି ବୋଲି ସେ କହିଥିଲେ ।

 CM Naveen Inaugurated Titilagarh Railway Over Bridge

ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଟିଟିଲାଗଡ ଜନସାଧାରଣଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ରେଲ ଓଭରବ୍ରିଜ ସହିତ ଟିଟିଲାଗଡ ପାଇଁ ଚାଲିଥିବା ଅନେକ ବିକାଶମୂଳକ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ ।

ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓ କହିଥିଲେ- ଏହାଦ୍ୱାରା ଟିଟିଲାଗଡ଼ ଜନସାଧାରଣଙ୍କର ଏକ ଦୀର୍ଘ ଦିନର ସ୍ୱପ୍ନ ପୂରଣ ହେଲା । ପଶ୍ଚିମ ଓଡ଼ିଶାରେ ହେଉଥିବା ବିକାଶ କାମ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ ସେ କହିଥିଲେ ଯେ ପଶ୍ଚିମ ଓଡ଼ିଶା ପାଇଁ ମୁଖ୍ୟମନ୍ତ୍ରୀଙ୍କର ସ୍ୱତନ୍ତ୍ର ଦୃଷ୍ଟି ରହିଛି । ଏହାସହିତ ମିଶନ ଶକ୍ତିକୁ ଏକ ସ୍ୱତନ୍ତ୍ର ବିଭାଗ କରିଥିବାରୁ ମଧ୍ୟ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ ।

CM Naveen Inaugurated Titilagarh Railway Over Bridge

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଥିଲେ ଯେ ଆଜି ଟିଟିଲାଗଡ଼ର ସବୁ ଲୋକଙ୍କ ପାଇଁ ବହୁତ ଅନନ୍ଦର ଦିନ । ପଶ୍ଚିମ ଓଡ଼ିଶା ପାଇଁ ଅନେକ ବିକାଶମୂଳକ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରି ସେ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶାକୁ କେତେ ପ୍ରାଥମିକତା ଦେଉଛନ୍ତି, ଏଥିରୁ ଏହା ସହଜରେ ଅନୁମେୟ ।

 CM Naveen Inaugurated Titilagarh Railway Over Bridge

କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାର ବିକାଶ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ଭିଡିଓ ଚିତ୍ର ପ୍ରଦର୍ଶିତ କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ସଚିବ 5T ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, କୃଷି ଉତ୍ପାଦନ କମିଶନର ଆର୍‌.କେ. ଶର୍ମା, ପୂର୍ତ୍ତ ବିଭାଗ ସଚିବ କିଶନ କୁମାର ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲାପାଳ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଟିଟିଲାଗଡ଼ ସବ୍‌ କଲେକ୍ଟର ଧନ୍ୟବାଦ ଅର୍ପଣ କରିଥିଲେ ।

୬ ମାସ ପରେ ରାଜଧାନୀରେ ରେକର୍ଡ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀରେ ବଢ଼ୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ବିଏମସି ଅଞ୍ଚଳରୁ ୧୫୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୬ ମାସ ପରେ ରାଜଧାନୀରେ ସଂକ୍ରମିତଙ୍କ ସଂଖ୍ୟା ୧୫୦ ଟପିଛି । ଗତବର୍ଷ ଅକ୍ଟୋବର ୨୪ରେ ୧୨୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ତା’ପରେ ସଂକ୍ରମିତଙ୍କ ସଂଖ୍ୟା ଖସିବାରେ ଲାଗିଥିଲା । ଏବେ ପୁଣି ମାର୍ଚ୍ଚ ଶେଷ ସପ୍ତାହରୁ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ୧୫୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୩୩ଟି ସଂକ୍ରମଣ ମାମଲା କ୍ୱାରେଣ୍ଟାଇନରୁ ଆସିଥିବା ବେଳେ ୧୧୭ଟି ମାମଲା ସ୍ଥାନୀୟ ସଂକ୍ରମଣ । ସ୍ଥାନୀୟ ସଂକ୍ରମଣ ମାମଲା ମଧ୍ୟରେ ନୟାପଲ୍ଲୀ ଓ ପଟିଆରୁ ସର୍ବାଧିକ ୧୨ ଜଣ ଲେଖାଏ ପଜିଟିଭ୍ ମାମଲା ଆସିଛି । ଓଲ୍ଡ ଟାଉନରୁ ୭, ସହିଦ ନଗର ଓ ରସୁଲଗଡ଼ରୁ ୬ ଜଣ ଲେଖାଏଁ, ବରମୁଣ୍ଡା ଓ କଳିଙ୍ଗ ନଗରରୁ ୫ ଜଣ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଗତ ୨୪ ଘଣ୍ଟାରେ ବିଏମସି ଅଞ୍ଚଳରୁ ୫୪ ଜଣ ସୁସ୍ଥ ହୋଇଛନ୍ତି । ରାଜଧାନୀରେ ଏଯାବତ୍ ୩୩ ହଜାର ୧୯୩ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୨ ହଜାର ୧୫୭ ଜଣ ସୁସ୍ଥ ହୋଇଛନ୍ତି । ୭୬୫ଟି ସକ୍ରିୟ ସଂକ୍ରମିତ ମାମଲା ରହିଥିବା ବେଳେ ୨୫୦ ଜଣଙ୍କ ମୃତ୍ୟୁ ହୋଇଛି ।

ଆଗାମୀ ନିର୍ଦ୍ଦେଶ ଯାଏଁ ଦିଲ୍ଲୀରେ ସବୁ ସ୍କୁଲ୍ ବନ୍ଦ ନିଷ୍ପତ୍ତି

ନୂଆଦିଲ୍ଲୀ: ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟ ଶିକ୍ଷାନୁଷ୍ଠାନ ଗୁଡିକୁ ବନ୍ଦ କରି ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଦିଲ୍ଲୀ ସରକାର ମଧ୍ୟ ସ୍କୁଲ ବନ୍ଦ ଘୋଷଣା କରିଛନ୍ତି। ଆଗାମୀ ନିର୍ଦ୍ଦେଶ ନଆସିବା ଯାଏଁ ଦିଲ୍ଲୀରେ ସବୁ ଘରୋଇ ଓ ସରକାରୀ ସ୍କୁଲ୍ ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି।

କେଜ୍ରିୱାଲ ଟ୍ୱିଟ୍ କରି ଲେଖିଛନ୍ତି ଯେ, କୋଭିଡ ମାମଲା ବୃଦ୍ଧି ହେତୁ ଦିଲ୍ଲୀର ସମସ୍ତ ବିଦ୍ୟାଳୟ (ସରକାରୀ ତଥା ବେସରକାରୀ) ଗୁଡିକରେ ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ଯାଏଁ କ୍ଲାସ୍ ବନ୍ଦ ରହିବ।

ଏହାପୂର୍ବରୁ ଦିଲ୍ଲୀ ସରକାର ଘୋଷଣା କରିଥିଲେ ଯେ ଏପ୍ରିଲ ୨ ତାରିଖରୁ ବିଦ୍ୟାଳୟ ଗୁଡ଼ିକରେ ଫିଜିକାଲି ଉପସ୍ଥିତ ହୋଇ କୗେଣସି କ୍ଲାସ ହେବ ନାହିଁ। ନୂତନ ଅଧିବେଶନ ଭର୍ଚୁଆଲ୍ ମୋଡରେ ପରିଚାଳିତ ହେବ। ଦିଲ୍ଲୀରେ ନବମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନେ କେବଳ ପ୍ରାକ୍ଟିକାଲ୍ କ୍ଲାସ କରିବେ ଏବଂ ମଧ୍ୟମ ଅବଧି, ପ୍ରି-ବୋର୍ଡ, ବାର୍ଷିକ ଏବଂ ବୋର୍ଡ ପରୀକ୍ଷାରେ ଦେଖାଯିବା ପାଇଁ ବିଦ୍ୟାଳୟରେ ଡକାଯିବ |

ଦିଲ୍ଲୀର ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି ଯେ, ଛାତ୍ରଛାତ୍ରୀ ମାନଙ୍କୁ କେବଳ ଏକାଡେମିକ୍ ମାର୍ଗଦର୍ଶିକା ଦେବା ପାଇଁ ଡକାଯାଇପାରିବ । ଯାହା ଦ୍ୱାରା ସେମାନେ ଆଗାମୀ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇପାରିବେ। ତେବେ ଏଥିପାଇଁ ସେମାନଙ୍କୁ ନିଜ ପିତାମାତାଙ୍କ ଠାରୁ ଏକ ଅନୁମତି ଆଣିବାକୁ ପଡ଼ିବ।

 

ଟସ୍ ଜିତି ଆରସିବିର ବୋଲିଂ ନିଷ୍ପତ୍ତି

0

ଚେନ୍ନାଇ: ଆରମ୍ଭ ହେଲା ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୧ । ଉଦ୍‌ଘାଟନୀ ମ୍ୟାଚ୍‌ରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ମୁମ୍ୱାଇ ଇଣ୍ଡିଆନ୍ସ ବିପକ୍ଷରେ ପ୍ରାରମ୍ଭିକ ମ୍ୟାଚ୍ ଖେଳିବ ଆରସିବି ।  ତେବେ ବିନା ଦର୍ଶକରେ ହେବ ଆଇପିଏଲର ଚଳିତ ସଂସ୍କରଣ । ଏ ନେଇ ମୈଦାନ ପ୍ରସ୍ତୁତ ଥିବାବେଳେ ତୟାର ଅଛନ୍ତି ଖେଳାଳି । ଚେନ୍ନାଇରେ ଖେଳାଯିବ ଆରମ୍ଭ ହୋଇଥିବା ଏହି ହାଇଭୋଲଟେଜ୍ ଟକ୍କର । କରୋନା କଟକଣା ମଧ୍ୟରେ ହେବାକୁ ଯାଉଛି  । ହାର୍ଡ ହିଟର ରୋହିତ ଓ କ୍ୟାପଟେନ୍ କୋହଲିଙ୍କ ମଧ୍ୟରେ ହେବ କଡା ମୁକାବିଲା । ଦେଶ ଓ ଦେଶ ବାହାରର ଖେଳାଳୀଙ୍କୁ ନେଇ ମୈଦାନକୁ ଓହ୍ଲାଇବେ ଉଭୟ ଟିମ୍ । ମ୍ୟାଚରେ ୫ଥର ଆଇପିଏଲ୍ ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଓ ବିରାଟ କୋହଲିଙ୍କ ଟିମ ଆରସିବି ମଧ୍ୟରେ ଖେଳାଯିବ ।

ଏଥିସହିତ ପଢ଼ନ୍ତୁ: ଟିକା ନେବା ପରେ ୩୭ ଡାକ୍ତରଙ୍କୁ କରୋନା

ଜାଲରେ ବଡ଼ ମାଛ ପଡ଼ିଥିବା ଭାବି ଧାଇଁ ଆସିଲେ, ମିଳିଲା ବାଇକ୍

ଭଦ୍ରକ: ଜାଲରେ ପଡ଼ିଛି ବଡ଼ ମାଛ । ଡକାଡକି ହୋଇ ମାଛ ପାଇଁ ସଭିଏଁ ଧାଇଁ ଆସିଲେ । ହେଲେ ଜାଲରେ ମାଛ ନଥିଲା, ଥିଲା ବାଇକ୍ । ଓଜନ ଲାଗିଲା ଜାଲ । ଭାବିଲେ ଜାଲରେ ପଡ଼ିଛି ବଡ଼ ମାଛ । ଏତେ ବଡ଼ ମାଛ ଯେ ୪ ଜଣ ଡକାଡକି ହୋଇ ଜାଲ ଟାଣିଲେ । ଜାଲ ଉପରକୁ ଆସିଲା ହେଲେ ମାଛ ପରିବର୍ତ୍ତେ ଥିଲା ଏକ ବାଇକ୍ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କାଞ୍ଜିଆପାଳ ଗ୍ରାମର ଆମ୍ବନାଳ ନିକଟରେ ଏଭଳି ଘଟଣା ଘଟିଛି ।

 Instead Of Fish Bike Catched In Net At Bhadrak

ଆମ୍ବ ନାଳରେ ଜାଲୁଆ ମାଛ ଧରୁଥିଲେ । ମାଛ ଧରିବା ବେଳେ ଜାଲ ଭାରି ଲାଗିଲା । ଯାହାଫଳରେ ସ୍ଥାନୀୟ ଯୁବକ ମାଛ ଧରିବାକୁ ଧାଇଁ ଆସିଲେ । ପରେ ଯୁବକ ମାନେ ପହଞ୍ଚି ଜାଲ ଟାଣିବାରୁ ଜାଲରେ ଏକ ବାଇକ୍ ଲାଗିଥିବା ଦେଖିଥିଲେ । ପରେ ବାଇକ୍ ଟିକୁ ଉପରକୁ ଆଣିଥିଲେ । ତେବେ ବାଇକ୍ କାହାର ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । କୌଣସି ଅପରାଧୀ କିମ୍ବା ଡକାୟତ ବାଇକ୍ ଲୁଚାଇବା ପାଇଁ ନାଳକୁ ପିଙ୍ଗି ଥାଇପାରେ ବୋଲି ସନ୍ଦେହ କରାଯାଉଛି ।

କଡ଼ାକଡ଼ି ହେଲା ମାସ୍କ ପିନ୍ଧିବା, ନଚେତ୍ ଦୁଇ ଗୁଣ ଦେବେ ଜରିମାନା

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ସଂକ୍ରମଣ ବଢ଼ିଥିବା ବେଳେ ମାସ୍କ ପିନ୍ଧିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ଆଜିଠାରୁ ରାଜ୍ୟରେ ୧୪ ଦିନ ଲାଗି ମାସ୍କ ଅଭିଯାନ ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେବା ସହ ମାସ୍କ ନପିନ୍ଧିଲେ ୨ ଗୁଣ ଜରିମାନା ଦେବାକୁ ପଡ଼ିବ ବୋଲି କହିଛନ୍ତି । ଏହାପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୋଭିଡ୍-୧୯ ନିୟମାବଳୀରେ ସଂଶୋଧନ କରାଯାଇଛି ।

ମାସ୍କ ପିନ୍ଧିନଥିବା ବେଳେ ଧରାପଡ଼ିଲେ ୨ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ । ଦ୍ୱିତୀୟ ଥର ଧରାପଡ଼ିଲେ ୨ହଜାର ଟଙ୍କା ଦେବେ । ତା’ପରେ ସମାନ ଭୁଲ୍ ପାଇଁ ଧରାପଡ଼ିଲେ ୫ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ । ପୂର୍ବରୁ ପ୍ରଥମ ଥର ମାସ୍କ ପିନ୍ଧିନଥିବା ବେଳେ ଧରାପଡ଼ିଲେ ୧ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ୁଥିଲା । ସଂଶୋଧିତ ଜରିମାନା ତତ୍କାଳ ଲାଗୁ ପାଇଁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି ।

IPL 2021: ଉଦଘାଟନୀ ମାଚରେ କିଏ କରିବ ବାଜିମାତ୍, ଭବିଷ୍ୟବାଣୀ କଲେ ପୂର୍ବତନ ଭାରତୀୟ କ୍ରିକେଟର୍

ଚେନ୍ନାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ର ୧୪ତମ ସଂସ୍କରଣ ଶୁକ୍ରବାର ଚେନ୍ନାଇର ଏମ ଚିଦାମ୍ବରମ୍ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ। ଉଦଘାଟନୀ ମ୍ୟାଚରେ ମଇଦାନକୁ ଓହ୍ଲାଇବେ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର । ଯାହାକୁ ନେଇ କ୍ରିକେଟ୍ ପ୍ରେମୀଙ୍କ ଭିତରେ ଉତ୍କଣ୍ଠା ଦେଖାଦେଇଛି ।

ଡିଫେଣ୍ଡିଂ ଚାମ୍ପିଅନ୍ ବୋଲାଉଥିବା ମୁମ୍ବାଇ ଇଣ୍ଡିଆନ୍ସରେ ଅନେକ ଅଭିଜ୍ଞ ଓ ମ୍ୟାଚ୍ ୱିନର ଖେଳାଳି ରହିଛନ୍ତି। ଯାହା ପାଇଁ ହିଟ୍ ମ୍ୟାନ୍ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଓ କିଙ୍ଗ କୋହଲିଙ୍କ ଆରସିବି ମଧ୍ୟରେ କଡା ଟକ୍କର ହେବ। ଗ୍ଲେନ୍ ମ୍ୟାକ୍ସୱେଲ ଏବଂ କାଇଲ୍ ଜାମିସନଙ୍କ ଭଳି ଖେଳାଳିଙ୍କ ଏଣ୍ଟ୍ରି ସହ ଆରସିବି ମଧ୍ୟ ଶକ୍ତିଶାଳୀ ପାଲଟିଛି | ଏଭଳି ପରିସ୍ଥିତିରେ ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍ ତଥା commentator ଆକାଶ ଚୋପ୍ରା ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍କୁ ନେଇ ପ୍ରେଡିକସନ୍ କରିଛନ୍ତି।

ଆକାଶଙ୍କ ମତରେ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସର ଦବଦବା ରହିଥିବା ବେଳେ ଏହା ପଛରେ ଅନେକ କାରଣବି ରହିଛି । ଟିମରେ ଅନେକ ମ୍ୟାଚ୍ ୱିନର ପ୍ଲେୟାର ରହିଥିବା ବେଳେ ହିଟ୍ ମ୍ୟାନଙ୍କ କ୍ୟାପଟେନସିପର ଜବାବ ନାହିଁ। ଗେମ୍ କୁ କିଭଳି ଖେଳା ଯାଏ ତାହା ତାଙ୍କୁ ବେଶ ଭଲଭାବେ ଜଣା। ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ, ଇଶାନ କିସନ୍, ହାର୍ଦ୍ଦିକ, କୃଣାଳ, ବୁମରାହ ଓ ରାହୁଲ ଚହର ଭଳି ଖେଳାଳି ପ୍ଲେଇଙ୍ଗ ୧୧ରେ ଖେଳିବାର ସମ୍ଭାବନା ରହିଛି । ଆଉ ଏହି ଖେଳାଳି ମାନେ ହେଉଛନ୍ତି ଜଣେ ଜଣେ ମ୍ୟାଚ୍ ୱିନର । ଏଭଳି ପ୍ରତିଭାବାନ ଯୋଡି ଆପଣଙ୍କୁ ଆଉ କୌଣସି ଟିମରେ ଦେଖିବାକୁ ମିଳିବ ନାହିଁ। ଯାହା ଟିମକୁ ଅଧିକ ଶକ୍ତିଶାଳୀ କରୁଛି ।

ଆକାଶ କହିଛନ୍ତି ଯେ ପ୍ରଥମ ମ୍ୟାଚରେ ରୋହିତ ଶର୍ମାଙ୍କ ପଲଟନ୍ ବିରାଟ ବାହିନୀ ଉପରେ ଭାରୀ ପଡିପାରେ। କାହିଁକି ନା ରୋହିତଙ୍କ ଭଳି ବ୍ୟାଟ୍ସମ୍ୟାନ, ଜସପ୍ରିତ ବୁମରାହଙ୍କ ଭଳି ବୋଲର ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ଅଲରାଉଣ୍ଡର ଆଉ କେଉଁଠି ଦେଖିବାକୁ ମିଳିବେ ନାହିଁ।

ଭାରତୀୟ ଦଳର ଏହି ପୂର୍ବତନ କ୍ରିକେଟର ଭବିଷ୍ୟବାଣୀ କରିଛନ୍ତି, ଏହି ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ଓ ରୋହିତ ମିଶି ବିରାଟ ଏବଂ ମ୍ୟାକ୍ସୱେଲଙ୍କଠାରୁ ଅଧିକ ରନ୍ ସ୍କୋର କରିପାରନ୍ତି। ଏମ ଚିଦାମ୍ବରମ ଷ୍ଟାଡିୟମ ପିଚକୁ ନଜରରେ ରଖି ଆକାଶ କହିଛନ୍ତି ଯେ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚରେ ସ୍ପିଡ୍ ବୋଲରଙ୍କ ଅପେକ୍ଷା ସ୍ପିନର ଅଧିକ ୱିକେଟ୍ ନେବେ। ଏମିତିକି ଉଭୟ ଦଳର ଓପନର୍ ମାନେ ଏକ ଦମଦାର ଇନିଂସ ଆରମ୍ଭ କରିବେ ବୋଲି ସେ ପ୍ରେଡିକସନ୍ କରିଛନ୍ତି ।

ମୁମ୍ବାଇର ଚାରିଜଣ ବିଦେଶୀ ଖେଳାଳି ଭାବରେ ଜେମ୍ସ ନିଶମ, ଟ୍ରେଣ୍ଟ ବୋଲ୍ଟ, ଆଡାମ ମିଲନେ, କିରୋନ ପୋଲାର୍ଡଙ୍କ ଉପରେ ଭରସା କରିଥିବା ବେଳେ ଆରସିବିର ଗ୍ଲେନ୍ ମ୍ୟାକ୍ସୱେଲ, ଏବି ଡିଭିଲିୟର୍ସ, ଡେନ କ୍ରିଷ୍ଟିଆନଙ୍କ ନାଁ ସେ ନେଇଛନ୍ତି। ତାଙ୍କ ମତରେ ଆରସିବିର ଚତୁର୍ଥ ସ୍ଥାନରେ ବିଦେଶୀ ଖେଳାଳିଙ୍କ ମଧ୍ୟରେ କେନ୍ ରିଚାର୍ଡସନ ଏବଂ କେଲ୍ ଜାମିସନଙ୍କୁ ନେବା ପାଇଁ ପରାମର୍ଶ ଦେଇଛନ୍ତି। ଯାହା ଟିମର ପ୍ରଦର୍ଶନକୁ ଅଧିକ ସୁଦୃଢ କରିପାରିବ।

 

 

୮ ଜିଲ୍ଲାକୁ ତିନି ଘଣ୍ଟା ପାଇଁ କାଳବୈଶାଖୀ ସତର୍କତା

ଭୁବନେଶ୍ୱର: କାଳବୈଶାଖୀ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସତର୍କ ସୂଚନା ଜାରି କରିଛି । ୮ ଗୋଟି ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ମଧ୍ୟମଧରଣର କାଳବୈଶାଖୀ ବର୍ଷା ସହ ଘୂର୍ଣ୍ଣିଝଡ଼ ସମ୍ଭାବନା ରହିଛି । ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ରହିବା ନେଇ ଆକଳନ କରାଯାଇଛି । ଆଗାମୀ ୩ ଘଣ୍ଟା ପାଇଁ କୋରାପୁଟ, ରାୟଗଡ଼ା, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ସତର୍କ କରାଇଛି ପାଣିପାଗ ବିଭାଗ ।

ସେହିପରି ହାଲକା କାଳବୈଶାଖୀ ବର୍ଷା ଓ ବଜ୍ରପାତ ନେଇ କନ୍ଧମାଳ, ନୟାଗଡ଼, କଟକ ଓ ଖୋର୍ଦ୍ଧା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆଗାମୀ ତିନିଘଣ୍ଟା ଯାଏ ସତର୍କ ରହିବାକୁ କୁହାଯାଇଛି । ପାଗକୁ ଦେଖି ବଜ୍ରପାତରୁ ବର୍ତ୍ତିବା ଲାଗି ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

 

କାଶୀ ବିଶ୍ୱନାଥ ମନ୍ଦିର- ଜ୍ଞାନଭାପି ମସ୍‌ଜିଦ ବିବାଦ: କୋର୍ଟଙ୍କ ରାୟଙ୍କୁ ଚ୍ୟାଲେଞ୍ଜ କରିବ ସୁନ୍ନି ସେଣ୍ଟ୍ରାଲ ଓ୍ୱାକଫ୍

ବାରାଣସୀ: କାଶୀ ବିଶ୍ୱନାଥ ମନ୍ଦିର ଏବଂ ଜ୍ଞାନବ୍ୟାପୀ ମସଜିଦ୍ ମାମଲାରେ ଏବେ ଆକ୍ଷେପ ପ୍ରତିଆକ୍ଷେପ ଆରମ୍ଭ ହୋଇଯାଇଛି । ସୁନ୍ନି ସେଣ୍ଟ୍ରାଲ ଓ୍ୱାକଫ୍  ବୋର୍ଡ ଓକିଲ କହିଛନ୍ତି ଯେ, ସେ କୋର୍ଟଙ୍କ ନିଷ୍ପତ୍ତିରେ ସନ୍ତୁଷ୍ଟ ନୁହଁନ୍ତି ଏବଂ ସେ ଏହି ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିବେ । ଅପରପକ୍ଷରେ ଏଆଇଏମ୍ଆଇଏମ୍ ଚିଫ୍ ଆସଦୁଦ୍ଦିନ ଓବେସୀ ମଧ୍ୟ ନିଜ ପ୍ରତିକ୍ରିୟା ରଖିଛନ୍ତି  । ତେବେ ଆସିବା ଜାଣନ୍ତୁ କାଶୀ ବିଶ୍ୱନାଥ ଏବଂ ଜ୍ଞାନବ୍ୟାପୀ ମସଜିଦ୍ ମଧ୍ୟରେ କ’ଣ ବିବାଦ ରହିଛି । ଏବଂ ଏଏସ୍ଆଇ ଏ ମାମଲାରେ କ’ଣ ଦାୟିତ୍ୱ ମିଳିଛି ।

ବାରାଣାସୀ କାଶୀ ବିଶ୍ୱନାଥ ମନ୍ଦିର ଏବଂ ସେହି ଅଞ୍ଚଳରେ ସ୍ଥିତ ଜ୍ଞାନବ୍ୟାପୀ ମସଜିଦ୍ ମାମଲାରେ କୋର୍ଟ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଯେଉଁଥିରେ ଜ୍ଞାନବ୍ୟାପୀ ପରିସରର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ କରିବା ନେଇ ଆର୍କଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ୍ (ଏଏସ୍ଆଇ)କୁ ଦିଆଯାଇଛି । ଏବଂ ରିପୋର୍ଟ ମଧ୍ୟ କୋର୍ଟରେ ଉପସ୍ଥାପନ କରିବାକୁ କୁହାଯାଇଛି । ଏହା ଦ୍ୱାରା ବହୁତ ଶୀଘ୍ର ସ୍ପଷ୍ଟ ହୋଇଯିବ ଯେ, ଜ୍ଞାନବ୍ୟାପୀ ମସଜିଦ୍ ତଳେ ଏବଂ ଆଖପାଖର ପୂରା ଅଞ୍ଚଳରେ ପ୍ରତ୍ନତାତ୍ତ୍ୱିକ ଅନୁଯାୟୀ ରହିଛି କି? ସେଠାରେ କାଶୀ ବିଶ୍ୱନାଥ ମନ୍ଦିର ସହ ଜଡ଼ିତ କୌଣସି ଅବଶେଷ ରହିଛି କି?

ତେବେ କୋର୍ଟ ପକ୍ଷରୁ ପ୍ରକାଶ ରାୟ ମନ୍ଦିର ପକ୍ଷଙ୍କ ଆଶା ବଢ଼ାଇଛି । କାହିଁକି ନା ମନ୍ଦିର ପକ୍ଷଙ୍କ ତରଫରୁ ଦାବି କରାଯାଇଛି ଯେ, ଜ୍ଞାନବ୍ୟାପୀ ମନ୍ଦିର ପରିସର ଏବଂ ଏହାର ତଳେ ମନ୍ଦିର ଅବଶେଷ ରହିଛି । ବାରାଣାସୀ ସିଭିଲ୍ ଜଜ୍ ସିନିୟର ଡିଭିଜନ୍ ଫାଷ୍ଟ ଟ୍ରାକ୍ କୋର୍ଟଙ୍କ ପକ୍ଷରୁ ରାୟ ଦିଆଯିବା ପରେ ଆଗାମୀ ଶୁଣାଣି ମେ’ ୩୧ ତାରିଖ ପାଇଁ ଧାର୍ଯ୍ୟ କରାଯାଇଛି । ବର୍ତ୍ତମାନ କୋର୍ଟ କାଶୀ ବିଶ୍ୱନାଥ ପକ୍ଷର ଲୋକଙ୍କ ସପକ୍ଷରେ ରାୟ ଦେଇଛନ୍ତି ।

ତହସିଲ୍ କାର୍ଯ୍ୟାଳୟରେ ଦୁର୍ନୀତି ! ଗୋଟିଏ ଲୋକର ତିନି ଗୋଟି ଜମି ପଟ୍ଟାରେ ତିନି ପ୍ରକାର ଜାତି

ଗଜପତି: ଜଣେ ମଣିଷ, ହେଲେ ତିନି ଭିନ୍ନ ଭିନ୍ନ ଜାତି । ଅସମ୍ଭବ ଲାଗୁଥିଲେ ବି ସତ । ସରକାରୀ ନଥିପତ୍ରରେ ଜଣେ ବ୍ୟକ୍ତିଙ୍କ ତିନି ତିନୋଟି ଜାତି ଉଲ୍ଲେଖ ରହିଛି । ଗଜପତି ଜିଲ୍ଲା ନୂଆଗଡ଼ ତହସିଲ କାର୍ଯ୍ୟାଳୟରୁ ଜାରି ହୋଇଥିବା ଅଲଗା ଅଲଗା ତିନୋଟି ଜମି ପଟ୍ଟାରେ ଜଣେ ବ୍ୟକ୍ତିଙ୍କର ତିନୋଟି ଅଲଗା ଅଲଗା ଜାତି ନାଁ ଉଲ୍ଲେଖ ହୋଇଛି । ଯାହା ସରକାରୀ କର୍ମଚାରୀଙ୍କ ଦୁର୍ନୀତିକୁ ପଦାରେ ପକାଇଛି ।

One Man, Three Caste In Different Land Records At Nuagarh Tehsil Of Gajapati

ଗ୍ରାମ ଗାଇନ୍ତା ସାହି । ନାଁ ବଳରାମ ନାରା । ପିତା ଜଡିଆ ନାରା । ପଟ୍ଟା ନମ୍ବର- ୨୧ । ଜାତି ଗାଇନ୍ତା । ଆଉ ଏକ ପଟ୍ଟା ଖାତା ନମ୍ବର- ୬୨/୧୧୩ । ସମାଲ ଲୋକ ହେଲେ ଜାତୀ ଗୌଡ଼ । ସେହିଭଳି ଆଉ ଏକ ପ୍ଲଟ ନମ୍ବର-୭୬/୧୧କୁରେ ବି ସେହି ସମାନ ଲୋକ ହେଲେ ଜାତି ଶବର ଉଲ୍ଲେଖ ରହିଛି । ଗଜପତି ଜିଲ୍ଲା ନୂଆଗଡ଼ ତହସିଲ ପକ୍ଷରୁ ଏହି ପଟ୍ଟା ପ୍ରଦାନ କରାଯାଇଛି ।

One Man, Three Caste In Different Land Records At Nuagarh Tehsil Of Gajapati

ଅନୁନ୍ନତ ବର୍ଗ ଲୋକଙ୍କ ବିକାଶ ନିମନ୍ତେ ବିଭିନ୍ନ ଜାତିଭିତ୍ତିକ ସଂରକ୍ଷଣ ଓ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ଜାତିଗତ ପ୍ରମାଣପତ୍ର ଦେବା ବ୍ୟବସ୍ଥା ରହିଛି । ତେବେ ନୂଆଗଡ ତହସିଲ ଅନ୍ତର୍ଗତ ପାଇକ ଅନ୍ତରଡ଼ା ପଞ୍ଚାୟତର ରୁବୁଡିସିଂ ଗାଁରେ ଦେଖା ଦେଇଛି ବ୍ୟତିକ୍ରମ । ଦୁର୍ନୀତି କରି ଜଙ୍ଗଲ ଜମି ଅଧିକାର ଦିଆଯାଇଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ତେବେ ଅଭିଯୋଗ ପରେ ତଦନ୍ତ କରି ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।