spot_img
Home Blog Page 5779

ରାଜ୍ୟରେ ହଜାରେ ଟପିଲା ଦୈନିକ ସଂକ୍ରମଣ, ଦିନକରେ ଚିହ୍ନଟ ହୋଇଛନ୍ତି ୧୨୮୨ ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ହାଜେର ଟପିଲା ଦୈନିକ ସଂକ୍ରମଣ ସଂଖ୍ୟା । ୨୪ଘଣ୍ଟାରେ ୧୨୮୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୭୫୫, ଲୋକାଲ କେସ୍ ୫୨୭ । ୨୮ ଜିଲ୍ଲା ଓ ଷ୍ଟେଟପୁଲରୁ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ସର୍ବାଧିକ ୨୨୪, ଖୋର୍ଦ୍ଧାରୁ ୧୯୨, ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୪୬ହଜାର ୮୦୮ରେ ପହଞ୍ଚିଥିବା ବେଳେ ସୁସ୍ଥ ହେଲେଣି ୩ଲକ୍ଷ ୩୮ହଜରା ୮୯୦ । ଆକ୍ଟିଭ କେସ୍ ରହିଛି ୫ହଜାର ୯୪୧ ।

ଅନୁଗୁଳରୁ ୪୯ ଜଣ, ବାଲେଶ୍ୱରରୁ ୧୦ଜଣ, ବରଗଡ଼ରୁ ୮୪, ଭଦ୍ରକରୁ ୨୪ ଜଣ, ବଲାଙ୍ଗିରରୁ ୪୫ ଜଣ, କଟକରୁ ୬୩ ଜଣ, ଦେବଗଡ଼ରୁ ୩, ଗଜପତି ୧ , ଗଞ୍ଜାମରୁ ୩୨ଜଣ, ଢେଙ୍କାନାଳରୁ ୨, ଜଗତସିଂହପୁରରୁ ୩ଜଣ, ଯାଜପୁରରୁ ୨୬ଜଣ, ଝାରସୁଗୁଡ଼ାରୁ ୩୬ଜଣ, କଳାହାଣ୍ଡିରୁ ୧୦୮ଜଣ, କନ୍ଧମାଳରୁ ୭ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିଭଲି କେନ୍ଦ୍ରାପଡ଼ାରୁ ଓ କେନ୍ଦୁଝରରୁ ୬ ଲେଖାଏଁ, କୋରାପୁଟରୁ ୮ ଜଣ, ମୟୂରଭଞ୍ଜରୁ ୫୨ଜଣ, ନବରଙ୍ଗପୁରରୁ ୨୭ ଜଣ, ନୟାଗଡ଼ରୁ ୧୦ ଜଣ, ନୂଆପଡ଼ାରୁ ୮୨ ଜଣ, ପୁରୀରୁ ୨୮ ଜଣ, ରାୟଗଡ଼ାରୁ ୧୫ ଜଣ, ସମ୍ବଲପୁରରୁ ୮୨ ଜଣ, ସୋନପୁରରୁ ୧୨ ଜଣ ଓ ଷ୍ଟେଟ୍ ପୁଲରୁ ୪୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏଥିସହ ରାଜ୍ୟରେ ମୋଟ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୪୬ ହଜାର ୮୦୮କୁ ବୃଦ୍ଧି ପାଇଛି । ୩ ଲକ୍ଷ ୩୮ ହଜାର ୮୯୦ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏବେ ରାଜ୍ୟରେ କରୋନାର ୫୯୪୧ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି ।

ଚିତ୍ରକୋଣ୍ଡା ପୋଲିସକୁ ବଡ଼ ସଫଳତା, ଜଙ୍ଗଲ ଭିତରୁ ୧୭ କ୍ୱିଣ୍ଟାଲର ଗଞ୍ଜେଇ ଜବତ

ଚିତ୍ରକୋଣ୍ଡା:  ଚିତ୍ରକୋଣ୍ଡା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ରାତିରେ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ପଳାସପଦର ଗ୍ରାମ ନିକଟରେ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ କିଛି ଲୋକମାନେ ଜଙ୍ଗଲ ଆଡେ ଦୌଡ଼ିବାର ଅନୁମାନ କରିଥିଲା । ଏଥିପାଇଁ ପୋଲିସକୁ ସନ୍ଦେହ ସୃଷ୍ଟି ହେବାରୁ ଲୋକେ ଦୌଡ଼ା ଆରମ୍ଭ କରିଥିବା ସ୍ଥାନରେ ପହଂଥିଲା । ଘଟଣା ସ୍ଥଳରେ ପୋଲିସ ଦେଖିଥିଲା ବିପୁଳ ପରିମାଣ ଗଂଜେଇ ସହ ଖାଲି ବସ୍ତା, ଅଠାଟେପ, ପ୍ଲାଷ୍ଟିକ ଦଉଡି ଓ ଓଜନ ମାପିବା ଯନ୍ତ୍ର ।

ଏହି ଗଂଜେଇ ଓ ଅନ୍ୟାନ୍ୟ ଜିନିଷ ଗୁଡିକ ଜବତ କରି ଥାନାକୁ ଆଣିଛି । ତେବେ ଚିତ୍ରକୋଣ୍ଡା ପୋଲିସ ସୂଚନା ଦେଇଛନ୍ତି ଗଂଜେଇ ଓଜନ ୧୭ କୁଇଣ୍ଟାଲ ଓ ଏହାର ମୂଲ୍ୟ ପାଖାପାଖି ଦେଢ଼ କୋଟିଟଙ୍କା । ପଳାଶପଦର ଗ୍ରାମର ଜଙ୍ଗଲ ଓ ଅନ୍ଧାରରାତିର ସୁଯୋଗନେଇ ଆସାମୀ ମାନେ ଖସି ପଳାଇଲେ ଏବଂ ଫେରାର ଥିବା ଆସାମୀକୁ ଖୁବ କମଦିନରେ ଧରାଯିବ ବୋଲି ସୂଚନା ଦେଇଛନ୍ତି ।

ଆରମ୍ଭ ହେବ ଫଟାଫଟ୍ କ୍ରିକେଟ୍ IPL: ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ MI ଓ RCB

ସବୁ ଅପେକ୍ଷାର ଅନ୍ତ । ଆଜିଠୁ ଆରମ୍ଭ ହେବ ଫଟାଫଟ୍ କ୍ରିକେଟ୍ ଆଇପିଏଲ । ବିନା ଦର୍ଶକରେ ହେବ ଆଇପିଏଲର ୧୪ ତମ ସଂସ୍କରଣ । ଏ ନେଇ ମୈଦାନ ପ୍ରସ୍ତୁତ ଥିବାବେଳେ ତୟାର ଅଛନ୍ତି ଖେଳାଳୀ । ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଚେନ୍ନାଇରେ ଖେଳାଯିବ ଏହି ହାଇଭୋଲଟେଜ୍ ଟକ୍କର । କରୋନା କଟକଣା ମଧ୍ୟରେ ହେବାକୁ ଯାଉଛି ଚଳିତବର୍ଷ ଆଇପିଏଲ୍ ଫାଇଟ୍ ।

କରୋନା..କଟକଣା…କ୍ରିକେଟ୍ । ଆଜିଠାରୁ ଆରମ୍ଭ ହେବ କ୍ରିକେଟ୍ ମହାସମର । ମୈଦାନରେ ହେବ ଛକା, ଚୌକାର ବର୍ଷା । ବୋଲରଙ୍କ ହୋସ୍ ଉଡାଇବେ ବ୍ୟାଟସମ୍ୟାନ୍ । ବାଜିସାରିଛି ଆଇପିଏଲ ବିଗୁଲ । ଶୁକ୍ରବାର ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଦୁଇ ବଡ ଟିମ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ହାର୍ଡ ହିଟର ରୋହିତ ଓ କ୍ୟାପଟେନ୍ କୋହଲିଙ୍କ ମଧ୍ୟରେ ହେବ କଡା ମୁକାବିଲା । ଦେଶ ଓ ଦେଶ ବାହାରର ଖେଳାଳୀଙ୍କୁ ନେଇ ମୈଦାନକୁ ଓହ୍ଲାଇବେ ଉଭୟ ଟିମ୍ । ଉଦଘାଚନୀ ମ୍ୟାଚରେ ୫ଥର ଆଇପିଏଲ୍ ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଓ ବିରାଟ କୋହଲିଙ୍କ ଟିମ ଆରସିବି ମଧ୍ୟରେ ଖେଳାଯିବ ।

ଆଇପିଏଲରେ ଆରସିବି ଓ ମୁମ୍ବାଇ ଇଂଡିଆନ୍ସ ମଧ୍ୟରେ ଏବେ ସୁଦ୍ଧା ଖେଳାଯାଇଥିବା ୨୯ ମ୍ୟାଚ୍ ମଧ୍ୟରୁ ମୁମ୍ବାଇ ଇଣ୍ଡିଆନ୍ସ ୧୯ ଥର ବାଜି ମାରିଥିବାବେଳେ ଆରସିବି ୧୦ଟି ମ୍ୟାଚ୍ ଜିତିବାରେ ସଫଳ ହୋଇଛି । ଶୁକ୍ରବାର ଭାରତୀୟ ସମୟ ସନ୍ଧ୍ୟା ୭ଟାରେ ଆରମ୍ଭ ହେବ ମ୍ୟାଚ୍ । କରୋନା କଟକଣା ଭିତରେ ଦେଶର ୬ଟି ଷ୍ଟାଡିୟମରେ ଚଳିତବର୍ଷ ଖେଳାଯିବ ଆଇପିଏଲ । ଏଥର ଆଇପିଏଲ୍ ମ୍ୟାଚ୍ ଚେନ୍ନାଇ, ମୁମ୍ବାଇ, ଅହମ୍ମଦାବାଦ, ବେଙ୍ଗାଲୁରୁ, କୋଲକାତା ଓ ଦିଲ୍ଲୀରେ ଖେଳାଯିବ । ଆଇପିଏଲ୍ ପ୍ରଶଂସକ ମୋବାଇଲ ଓ ଟିଭିରେ ମ୍ୟାଚ ଦେଖିପାରିବେ । ଏ ନେଇ ଉତ୍କଣ୍ଠା ବଢିବାରେ ଲାଗିଛି ।

ଉତ୍ତର ଉପକୂଳ ଅଞ୍ଚଳରେ କାଳବୈଶାଖୀ ବର୍ଷା ସମ୍ଭାବନା, ୧୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

ଭୁବନେଶ୍ୱର: ରାଜ୍ୟର କିଛି କିଛି ସ୍ଥାନରେ ଏବେ ତାପମାତ୍ରା ବଢ଼ିଥିବା ବେଳେ କେତେକ ସ୍ଥାନରେ ପାରଦ ସ୍ତର ଖସିଛି। ଅନେକ ସ୍ଥାନର ତାପମାତ୍ରା ପ୍ରାୟ ୨ରୁ ୩ ଡିଗ୍ରି ବଢ଼ି ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ପାର୍‌ କରିଛି। ଆଜି ରାଜ୍ୟର ୯ ସହର ତାପମାତ୍ରା ୪୦ ଅତିକ୍ରମ କରିଥିଲା। ଟିଟିଲାଗଡ଼ରେ ୪୨ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଏହା ରାଜ୍ୟର ଉତ୍ତପ୍ତ ସହର ପାଲଟିଥିଲା। ଏଥିସହ ଝାରସୁଗୁଡ଼ା, ତାଳଚେର, ଭବାନୀପାଟଣା, ବଲାଙ୍ଗୀର, ମାଲକାନଗିରି, ସୋନପୁର, ବୌଦ୍ଧ ଓ ରାୟଗଡ଼ାର ତାପମାତ୍ରା ୪୦ ଡିଗ୍ରି ପାର୍‌ କରିଥିଲା। ଆଗକୁ ରାଜ୍ୟରେ ଏହି ତାପମାତ୍ରା ଜାରି ରହିବ। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ପରିବର୍ତ୍ତନ ଦେଖାଯିବ ନାହିଁ ।

କେନ୍ଦ୍ରର ସୂଚନା ମୁତାବକ, ଆସନ୍ତାକାଲି କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ବାଲେଶ୍ବର, ଭଦ୍ରକ, ଢେଙ୍କାନାଳ, କନ୍ଧମାଳ, ଗଜପତି, ଗଞ୍ଜାମ, ରାୟଗଡ଼ା ଓ କେନ୍ଦ୍ରାପଡ଼ାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ଏଣୁ ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ସେହିପରି ୧୦ ତାରିଖ ଦିନ କନ୍ଧମାଳ, ରାୟଗଡ଼ା, ଖୋର୍ଦ୍ଧା, କଟକ, ଗଞ୍ଜାମ, ନୟାଗଡ଼, ବୌଦ୍ଧ, ପୁରୀ, କୋରାପୁଟ, ମାଲକାନଗିରି, କେନ୍ଦୁଝର ଓ ମୟୂରଭଞ୍ଜରେ ଏବଂ ୧୧ ତାରିଖ ଦିନ କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ ଓ ନବରଙ୍ଗପୁରରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବା ସହ ପବନର ବେଗ ଖୁବ୍‌ ଅଧିକ ରହିବ। ୧୨ ତାରିଖ ଆଡ଼କୁ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର ଓ ଗଜପତି ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ଝଡ଼ବର୍ଷା ହେବ। କିନ୍ତୁ ଏ ଦିନ ପବନର ବେଗ କମ୍‌ ରହିବ। ଏହି ୩ ଦିନ ପାଇଁ ମଧ୍ୟ ଉକ୍ତ ଜିଲ୍ଲାଗୁଡ଼ିକରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଆଜି ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱରର ପାଗ କୋହଲା ରହିଥିଲା। ସର୍ବୋଚ୍ଚ ତାପମାତ୍ରା ୩୬.୨ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଆସନ୍ତା ୨୪ ଘଣ୍ଟାରେ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳର ତାପମାତ୍ରା ପ୍ରାୟ ୩୬ ଡିଗ୍ରି ରହିବ। ପାଗ ବି ଆଂଶିକ ମେଘୁଆ ରହିବ ବୋଲି ଜଣାପଡ଼ିଛି।

ଟ୍ୱିନ୍ ସିଟିରେ କାଳବୈଶାଖୀ ବର୍ଷା, ଗୁଳୁଗୁଳିରୁ ମିଳିଲା ଆଶ୍ୱସ୍ତି

ଭୁବନେଶ୍ୱର: ଗୁଳୁଗୁଳିରୁ ମିଳିଲା ଆଶ୍ୱସ୍ତି । ଟ୍ୱିନ୍ ସିଟି କଟକ ଓ ଭୁବନେଶ୍ୱରରେ କାଳବୈଶାଖୀ ବର୍ଷା ଆରମ୍ଭ ହୋଇଛି । ପବନ ସହ ତୁହାକୁ ତୁହା ବର୍ଷା ହେଉଛି । ବିଜୁଳି ଘଡ଼ଘଡ଼ି ବି ମାରୁଛି । ବର୍ଷା ପବନ ହେଉଥିବାରୁ ଗୁଳୁଗୁଳିରୁ ଆଶ୍ୱସ୍ତ ମିଳିଛି ଟ୍ୱିନ୍ ସିଟିବାସୀଙ୍କୁ । ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟ କାଳବୈଶାଖୀ ବର୍ଷା ପବନ ଲାଗି ରହିଥିବା ଜଣାପଡ଼ିଛି ।

ଅନ୍ୟପଟେ ଆଜି ରାଜ୍ୟର ୯ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ରହିଛି । ୪୨ ଡିଗ୍ରୀ ସହ ଟିଟିଲାଗଡ଼ ରାଜ୍ୟର ଉତ୍ତପ୍ତ ସହର ପାଲଟିଛି । ଆସନ୍ତା ୧୩ ତାରିଖ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ନେଇ ପାଣିପାଗ ବିଭାଗ ୱେଲୋ ୱାର୍ଣ୍ଣିଂ ଜାରି କରିଛି । ଆସନ୍ତା ୪ରୁ ୫ ଦିନ ମଧ୍ୟରେ ରାଜ୍ୟରେ ଦିନ ତାପମାତ୍ରାରେ ସେତେଟା ପରିବର୍ତ୍ତନ ହେବ ନାହିଁ ।

ଟିକା ନେବା ପରେ ୩୭ ଡାକ୍ତରଙ୍କୁ କରୋନା

ନୂଆଦିଲ୍ଲୀ: ଦିଲ୍ଲୀ ସାର୍ ଗଙ୍ଗାରାମ ହସ୍ପିଟାଲର ୩୭ ଜଣ ଡାକ୍ତର କରୋନା ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୨ ଜଣଙ୍କ ଠାରେ କରୋନାର ସାମାନ୍ୟ ଲକ୍ଷଣ ଥିବାବେଳେ ହୋମ୍ ଆଇସୋଲେସନରେ ଅଛନ୍ତି । ୫ ଜଣ ଡାକ୍ତରଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।

କରୋନା ସଂକ୍ରମିତ ଚିହ୍ନଟ ସମସ୍ତ ଡାକ୍ତର ପୂର୍ବରୁ କୋଭିଡ୍ ଟିକା ନେଇଥିଲେ । ସାର୍ ଗଙ୍ଗାରାମ ହସ୍ପିଟାଲରେ କୋଭିଡ୍ ସଂକ୍ରମିତଙ୍କ ଚିକିତ୍ସାରେ ନିୟୋଜିତ ୩୭ ଡାକ୍ତରଙ୍କ ନମୁନା କୋଭିଡ୍ ପଜିଟିଭ୍ ଆସିଛି । ଅଧିକାଂଶ ଡାକ୍ତରଙ୍କ ପାଖରେ କରୋନାର ସାମାନ୍ୟ ଲକ୍ଷଣ ରହିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ କରୋନାର ୭ ହଜାର ୪୭୩ଟି ମାମଲା ଆସିଛି । ସାଢ଼େ ୪ ମାସ ମଧ୍ୟରେ ଏହା ସର୍ବାଧିକ ଦୈନିକ ସଂକ୍ରମଣ । ଗତବର୍ଷ ନଭେମ୍ବର ୧୯ରେ ଦିଲ୍ଲୀରେ ୭ ହଜାର ୫୪୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ ।

ଛତିଶଗଡ଼ରୁ ଓଡ଼ିଶା ଆସୁଥିବା ଟ୍ରେନ୍ ବାତିଲ୍ ପାଇଁ ରେଲୱେକୁ ଚିଠି

ଭୁବନେଶ୍ୱର: ଦେଶର ଏକାଧିକ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିଛି । ବିଶେଷକରି ମହାରାଷ୍ଟ୍ର, ଛତିଶଗଡ଼, ପଞ୍ଜାବ, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶରେ ସ୍ଥିତି ଉଦବେଗ ଜନକ । ଯଦିଓ ଓଡ଼ିଶାରେ ସ୍ଥିତି ସେତେଟା ଖରାପ ନୁହେଁ ତଥାପି ସୀମାନ୍ତରେ ଯାତାୟାତ କୋଭିଡ୍ ସଂକ୍ରମଣ ସ୍ଥିତିକୁ ଓଡ଼ିଶା ସୀମାନ୍ତ ଜିଲ୍ଲାରେ ପ୍ରଭାବିତ କରୁଛି ।

Chief Secretary Writes Railway Board Chairman To Cancel All Train To Odisha From Chhatishgarh

ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରେଲୱେ ବୋର୍ଡ ଅଧ୍ୟକ୍ଷ ସୁନୀତ ଶର୍ମାଙ୍କୁ ଚିଠି ଲେଖିଛନ୍ତି । ଟ୍ରେନରେ ଦେଶର ଯେକୌଣସି ସ୍ଥାନରୁ ଓଡ଼ିଶା ଆସୁଥିବା ଲୋକ ଯାତ୍ରାର ୭୨ ଘଣ୍ଟା ପୂର୍ବରୁ କୋଭିଡ୍ ଆରଟି-ପିସିଆର୍ ଟେଷ୍ଟ ନେଗେଟିଭ୍ ରିପୋର୍ଟ କିମ୍ବା ଦ୍ୱିତୀୟ ଡୋଜ୍ ଭ୍ୟାକ୍ସିନର ପ୍ରମାଣପତ୍ର ରଖିବା ଆବଶ୍ୟକ । ଏହା ଭାରତୀୟ ରେଳବାଇ ସୁନିଶ୍ଚିତ କରିବା ଲାଗି ମୁଖ୍ୟ ଶାସନ ସଚିବ ଚିଠି ଲେଖିଛନ୍ତି । ଏହି କଟକଣା ଏପ୍ରିଲ୍ ୧୦ ପର ଠାରୁ ଛାଡ଼ିବାକୁ ଥିବା ସମସ୍ତ ଟ୍ରେନ୍ ପାଇଁ ଲାଗୁ ହେବ ।

ଛତିଶଗଡ଼ରୁ ଛାଡ଼ୁଥିବା ଏବଂ ଛତିଶଗଡ଼ ସୀମା ଦେଇ ଓଡ଼ିଶା ଯାଉଥିବା ସମସ୍ତ ଟ୍ରେନକୁ ଏପ୍ରିଲ ୧୦ରୁ ବାତିଲ୍ କରାଯାଉ । ଲୋକାଲ, ମେଲ୍ ଓ ଏକ୍ସପ୍ରେସ୍ ସମସ୍ତ ଟ୍ରେନକୁ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ବାତିଲ୍ କରିବା ପାଇଁ ମୁଖ୍ୟ ଶାସନ ସଚିବ ଚିଠି ଲେଖି ଅନୁରୋଧ କରିଛନ୍ତି । ଏନେଇ ଯଥାସମ୍ଭବ ପଦକ୍ଷେପ ଗ୍ରହଣ କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି ।

କରୋନା ମୁକାବିଲା ପାଇଁ କେନ୍ଦ୍ରକୁ ୩୦୦ କୋଟି ମାଗିଲା ଓଡ଼ିଶା, ୧୦ ଦିନର ଆଗୁଆ ଟିକା ଦେବାକୁ ଦାବି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ବେଳେ କରୋନା ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ସଂକ୍ରମଣ ବଢୁଥିବାରୁ ପ୍ରଶାସନିକ ସ୍ତରରେ ପୁଣି ଥରେ ଆଲର୍ଟ କରାଯାଇଛି । ପଡୋଶୀ ରାଜ୍ୟରେ ସଂକ୍ରମଣ ବଢୁଥିବାରୁ ରାଜ୍ୟରେ ସଂକ୍ରମଣ ବଢୁଛି । ଏଥିସହ ୨୦୨୧-୨୨ ବର୍ଷରେ କରୋନା ସ୍ଥିତି ମୁକାବିଲା ପାଇଁ ୩୦୦ କୋଟି ଟଙ୍କା ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୨୦-୨୧ ପାଇଁ ରାଜ୍ୟ ସରକାର ୪୦୦ କୋଟି ଦାବି କରିଥିଲେ । ସେଥିରୁ ୧୪୬ କୋଟି ଟଙ୍କା ମିଳିଥିଲା ।

Odisha CM Naveen Demands 300 Core For Covid Management

ଟିକା ନଷ୍ଟ ନକରି ରାଜ୍ୟରେ ସଫଳତାର ସହ ଟିକାକରଣ ଚାଲିଛି । କିନ୍ତୁ କେନ୍ଦ୍ରକୁ ବାରମ୍ବାର ଅନୁରୋଧ ସତ୍ତ୍ୱେ ପର୍ଯ୍ୟାପ୍ତ ଭ୍ୟାକ୍ସିନ୍ ମିଳନୁାହିଁ । ରାଜ୍ୟରେ ଟିକାର ଅଭାବ ଦେଖା ଦେଇଥିବାରୁ ଟିକାକରଣରେ ବାଧା ସୃଷ୍ଟି ହୋଇଛି । ବର୍ତ୍ତମାନ ରାଜ୍ୟ ସରକାର ପ୍ରତ୍ୟେକ ଦିନ ଅଢେଇ ଲକ୍ଷ ଲୋକଙ୍କୁ ଟିକା ଦେଉଛନ୍ତି । ରାଜ୍ୟକୁ ୧୦ ଦିନର ଆଗୁଆ ଟିକା ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ।

ରାଜ୍ୟମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା, ମାଇକ୍ରୋ-କଣ୍ଟେମେଣ୍ଟ ଜୋନ୍ ଉପରେ ଗୁରୁତ୍ୱ

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ପରେ ଦେଶରେ ବଢ଼ୁଥିବା କୋଭିଡ୍ ସଂକ୍ରମଣକୁ ନେଇ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ଆଲୋଚନା କରିଛନ୍ତି । ବୈଠକ ପରେ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି- କୋଭିଡ୍ ବିରୋଧରେ ପୁଣି ଯୁଦ୍ଧକାଳୀନ ଭିତ୍ତିରେ କାମ କରିବାର ଆବଶ୍ୟକତା ରହିଛି । ଆମେ ପାଖେ ଭଲ ଅନୁଭବ, ମାନବସମ୍ବଳ ଓ ଟିକା ଅଛି । କରୋନାର ଦ୍ୱିତୀୟ ଲହର ବିରୋଧରେ ଆମେ ଯୁଦ୍ଧ କରିବାର ଆବଶ୍ୟକତା ରହିଛି ।

ମହାରାଷ୍ଟ୍ର, ଗୁଜରାଟ, ଛତିଶଗଡ଼, ପଞ୍ଜାବ ଆଦି ରାଜ୍ୟରେ ସଂକ୍ରମଣ ଶିଖରରେ ରହିଛି । ଏହା ଏକ ଚିନ୍ତାର ବିଷୟ,  ଲୋକ ଏଥିରେ ଅସ୍ତବ୍ୟସ୍ତ ହୋଇ ପଡ଼ିଛନ୍ତି । କିନ୍ତୁ, କିଛି କିଛି ରାଜ୍ୟରେ ପ୍ରଶାସନ ହୁଗୁଳା ହୋଇ ପଡ଼ିଛି । କୋଭିଡ୍ ସଂକ୍ରମଣକୁ ନିୟନ୍ତ୍ରଣ ଲାଗି ଟ୍ରେସିଂ ଓ ଟ୍ରାକିଂ ହେଉଛି ମାଧ୍ୟମ । ଆମେ ମାଇକ୍ରୋ-କଣ୍ଟେନମେଣ୍ଟ ଜୋନ୍ ଉପରେ ଧ୍ୟାନ ଦେବା ଆବଶ୍ୟକ । ଯେଉଁଠାରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗିଛି ତାକୁ ‘କରୋନା କର୍ଫ୍ୟୁ’ ଆଲର୍ଟ ରହିବା । ରାତି ୯ଟାରୁ ସକାଳ ୬ଟା ଯାଏ କର୍ଫ୍ୟୁ ଲାଗୁ କରିବା ଉପରେ ମୋଦି ଗୁରୁତ୍ୱାରୋପ କରିଛନ୍ତି ।

ପିଏମ୍ ମୋଦି କରୋନା ଟେଷ୍ଟିଂ ଉପରେ ଗୁରୁତ୍ୱ ଦେଇଛନ୍ତି । ୭୦ ପ୍ରତିଶତ ଆରଟି-ପିସିଆର୍ କୋଭିଡ୍ ଟେଷ୍ଟ ଆମ ଲକ୍ଷ୍ୟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ସଂକ୍ରମଣ ସଂଖ୍ୟା ବଢ଼ିଲେ ମଧ୍ୟ ଟେଷ୍ଟିଂ ବଢ଼ାଯିବା ଉଚିତ୍ । ମୃତ୍ୟୁହାର୍ କମ୍ ରହିବା ଉପରେ ସମସ୍ତେ ଧ୍ୟାନ ଦେବା ଦରକାର । ଏପ୍ରିଲ୍ ୧୧ରୁ ୧୪ ଯାଏ ଟିକା ଉତ୍ସବ ପାଳନ ପାଇଁ ପ୍ରଧାନମନ୍ତ୍ରୀ କହିଛନ୍ତି । ଏଥିସହ ସମସ୍ତେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବାକୁ ଅନୁରୋଧ କରିଛନ୍ତି ।

ଆମେ କରୋନା ଟେଷ୍ଟିଂକୁ ଭୁଲି ଯାଇ ଟିକାକରଣ ଉପରେ ଧ୍ୟାନ ଦେଇଥିବା ଏକ ସମସ୍ୟା ବୋଲି କହିଛନ୍ତି ମୋଦି । ଭ୍ୟାକ୍ସିନ୍ ବିନା ଆମେ କୋଭିଡ୍ ବିରୋଧୀ ଯୁଦ୍ଧ ଜିତି ପାରିବା ନାହିଁ । କିନ୍ତୁ ଆମକୁ ତା’ସହ କରୋନା ଟେଷ୍ଟିଂ ଉପରେ ଧ୍ୟାନ ଦେବାକୁ ପଡ଼ିବ ।

ପୁଣି ଫେରିଲା କଟକଣା, ରାଜ୍ୟ ବାହାରୁ ଆସୁଥିଲେ ଲୋଡ଼ା କରୋନା ନେଗେଟିଭ୍ ରିପୋର୍ଟ

ଭୁବନେଶ୍ୱର: ଦେଶ ଓ ରାଜ୍ୟରୁ ବଢ଼ୁଥିବା କୋଭିଡ୍ ସଂକ୍ରମଣକୁ ଦେଖି ସ୍ୱତନ୍ତ୍ର ରିଲିଫ୍ କମିଶନର ନୂଆ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ବାହାର ରାଜ୍ୟରୁ ବସ୍, ଟ୍ରେନ୍ ଓ ବିମାନ ଯୋଗେ ଓଡ଼ିଶା ଆସୁଥିବା ଲୋକଙ୍କ ପାଇଁ କଟକଣାକୁ କଡ଼ାକଡ଼ି କରାଯାଇଛି । ବାହାର ରାଜ୍ୟରୁ ଆସିଥିବା ଲୋକ ୭୨ ଘଣ୍ଟା ପୂର୍ବର କୋଭିଡ୍ ଆରଟି-ପିସିଆର୍ ନେଗେଟିଭ୍ ରିପୋର୍ଟ ଅଥବା ଦ୍ୱିତୀୟ ଡୋଜ୍ ଭ୍ୟାକ୍ସିନ୍ ନେଇଥିବା ରିପୋର୍ଟ ଦେବେ । ଯଦି କେଉଁଟି ବି ନଥିବ ତ ସେମାନଙ୍କୁ ୭ ଦିନ ଲାଗି ବାଧ୍ୟତାମୂଳକ ହୋମ୍ କ୍ୱାରେଣ୍ଟାଇନ୍ କିମ୍ବା ଗୋଷ୍ଠୀଗତ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ ।

ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, ରାୟଗଡ଼ା, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ଆଦି ୧୬ଟି ଜିଲ୍ଲାରେ ଆବଶ୍ୟକତା ଭିତ୍ତିରେ ଟିଏମସି ସ୍ଥାପନ ଓ ପରିଚାଳନା ଲାଗି ନିର୍ଦ୍ଦେଶ ଦିଆଯାଇଛି । ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ଲାଗି ଗୋଷ୍ଠୀଗତ କ୍ୱାରେଣ୍ଟାଇନ୍ ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଦିଆଯିବ ।

ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଉଭୟ ପଟୁ ସାଧାରଣ ପରିବହନ ବ୍ୟବସ୍ଥାକୁ ଏପ୍ରିଲ୍ ୩୦ ଯାଏ ବାତିଲ୍ କରାଯାଇଛି । ସୀମା ଦେଇ ଓଡ଼ିଶା ଆସୁଥିବା ଲୋକଙ୍କୁ ଦ୍ୱିତୀୟ ଡୋଜ୍ ଭ୍ୟାକ୍ସିନ୍ ସାର୍ଟିଫିକେଟ୍ ଅଥବା ୭୨ ଘଣ୍ଟା ମଧ୍ୟରେ କରିଥିବା କୋଭିଡ୍ ଆରଟି-ପିସିଆର୍ ରିପୋର୍ଟ ଦେଖାଇବାକୁ ପଡ଼ିବ । ସମସ୍ତ ଶିଳ୍ପସଂସ୍ଥା, ଶିକ୍ଷାନୁଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନ କୋଭିଡ୍ କଟକଣା ମାନିବା ସହ ନିଜସ୍ୱ ଆଇସୋଲେସନ୍ ବ୍ୟବସ୍ଥା କରିବେ । କୋଭିଡ୍ ପଜିଟିଭ୍ ବାହାରିଲେ ସଂସ୍ଥା ସେମାନଙ୍କ ଲାଗି ଖର୍ଚ୍ଚ କରିବ । କୌଣସି ସଂସ୍ଥା କୋଭିଡ୍ ନିୟମ ପାଳନ ନକଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନ ଏନେଇ ନିୟମିତ ଶିଳ୍ପ ଉଦ୍ୟୋଗ, ଶିକ୍ଷାନୁଷ୍ଠାନ, ବାଣିଜ୍ୟିକ ପ୍ରତିଷ୍ଠାନ ସହ ଆଲୋଚନା କରିବେ । କୋଭିଡ୍ କଟକଣା ମାନିବା ଯେଭଳି ମାସ୍କି ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା, ଥର୍ମାଲ୍ ସ୍କାନିଂ ଓ ବାରମ୍ବାର ସାବୁନରେ ହାତ ଧୋଇବା ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି ।