spot_img
Home Blog Page 5778

ଭିଜିଲାନ୍ସ ଜାଲରେ କଟକ ସିସିଏଫ୍‌ କେନ୍ଦୁପତ୍ର ଅଫିସ ବରିଷ୍ଠ କିରାଣି

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ସିସିଏଫ, କେନ୍ଦୁପତ୍ର ଅଫିସର ବରିଷ୍ଠ କିରାଣି ଦିଲ୍ଲୀପ ଜେନାଙ୍କ ଘର ଓ ଅଫିସ ସମେତ ୪ଟି ସ୍ଥାନରେ ଭିଜିଲାନ୍ସ ରେଡ୍ । ଢେଙ୍କାନାଳ ରତନପୁର ପୈତୃକ ଘର ସହ ୪ଟି ସ୍ଥାନରେ ରେଡ୍ । କଟକ ଅଫିସ ଚାମ୍ବର, ଭୁବନେଶ୍ୱର କ୍ୱାଟରରେ ଚଢ଼ାଉ କରିଛି ଭିଜିଲାନ୍ସ । ଭୁବନେଶ୍ୱର ଜାଗମରାରେ ଥିବା ତ୍ରିତଳ ପ୍ରାସାଦରେ ମଧ୍ୟ ରେଡ୍ ହୋଇଛି ।

ବୁର୍ଲା SUIITର ୭ ବିଦ୍ୟାର୍ଥୀ କରୋନା ସଂକ୍ରମିତ ଚିହ୍ନଟ, ସମସ୍ତ କ୍ଲାସ୍ ବାତିଲ

ସମ୍ବଲପୁର: ବୁର୍ଲାରେ ପୁଣି ବ୍ୟାପିଲା କରୋନା । ସମ୍ବଲପୁର ୟୁନିଭର୍ସିଟି ଇନଷ୍ଟିଚ୍ୟୁଟ ଅଫ୍ ଇନଫର୍ମେସନ୍ ଟେକ୍ନୋଲଜିରେ ୭ଛାତ୍ର କରୋନା ଆକ୍ରାନ୍ତ ଚିହ୍ନଟ । ସଂକ୍ରମିତ ୭ଜଣଙ୍କ ମଧ୍ୟରେ ୫ଛାତ୍ର ଓ ୨ ଛାତ୍ରୀ ରହିଛନ୍ତି । ବିଶ୍ୱବିଦ୍ୟାଳୟର ଆଇସୋଲେସନ୍ ସେଣ୍ଟରରେ ଚାଲିଛି ଚିକିତ୍ସା । ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ କ୍ଲାସ୍ ବାତିଲ୍ କରାଯାଇଛି । SUIIT ନିର୍ଦ୍ଦେଶକ ପ୍ରଫେସର ନିହାରରଞ୍ଜନ ଶତପଥୀ ଏହି ସୂଚନା ଦେଇଛନ୍ତି ।

 

ଏବର୍ଷ ବିନା ଭକ୍ତରେ ରୁକୁଣା ରଥଯାତ୍ରା ଆୟୋଜନକୁ ଅନୁମତି

ଭୁବନେଶ୍ୱର: ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ନେଇ BMCର ଗାଇଡଲାଇନ୍ । ବିନା ଭକ୍ତରେ ରୁକୁଣା ରଥଯାତ୍ରା ଆୟୋଜନକୁ ମିଳିଲା ଅନୁମତି । ଚଳିତ ବର୍ଷ ବିନାଭକ୍ତରେ ହେବ ରୁକୁଣା ରଥଯାତ୍ରା ।  ରଥଟଣାରେ କୌଣସି ଶ୍ରଦ୍ଧାଳୁ ଭାଗ ନେଇପାରିବେ ନାହିଁ ବୋଲି ଗାଇଡଲାଇନରେ ଉଲ୍ଲେଖ କରାଯାଇଛି । ରଥ ଟଣା ଓ ଫେରିବା ବେଳେ କୌଣସି ଭକ୍ତ ସାମିଲ୍ ହେବେନାହିଁ, କେବଳ ସେବାୟତ ରଥ ଟଣା ଓ ଫେରିବାରେ ସାମିଲ୍ ହେବେ ।
ସମସ୍ତ ସେବାୟତଙ୍କ RT-PCR ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ବ୍ୟବହାର ପୂର୍ବରୁ ରଥକୁ ସମ୍ପୂର୍ଣ୍ଣ ସାନିଟାଇଜ କରାଇବ BMC ।

ଶ୍ରୀଲିଙ୍ଗରାଜ ମନ୍ଦିର କର୍ତ୍ତୃପକ୍ଷଙ୍କ ସହାୟତାରେ ସାନିଟାଇଜ୍ ହେବ ରଥ । ରଥଟଣା ବେଳେ କୌଣସି ଆତସବାଜି ବ୍ୟବହାର ହୋଇପାରିବନି ।
ଖାଦ୍ୟ ଠେଲାଗାଡ଼ି, ମୀନା ବଜାର, ସାଂସ୍କୃତିକ କାର୍ଯ୍ୟକ୍ରମ ଇତ୍ୟାଦିକୁ ବାରଣ କରାଯାଇଛି । ରଥଟଣା ବେଳେ ପାନ, ଗୁଟଖା ଖାଇ ଛେପ ପକାଇବା ମନା । କୋଭିଡ୍ ଗାଇଡଲାଇନ୍ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ, BMC କମିଶନର ପ୍ରେମଚନ୍ଦ୍ର ଚୌଧରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ ।

ବିଜାପୁରରେ ପୁଣି ମାତିଲେ ମାଓବାଦୀ, ୩ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ଅପହରଣ ଅଭିଯୋଗ

ବିଜାପୁର: ଛତିଶଗଡ଼ରେ ପୁଣି ମାତିଲେ ମାଓବାଦୀ । ବିଜାପୁରରେ ପୁଣି ଅପହରଣ ଅଭିଯୋଗ । ସିଆରପିଏଫ ଯବାନ ରାକେଶ୍ୱର ସିଂହ ମାନହାସଙ୍କୁ ଛାଡ଼ିବାର ଦିନକ ପରେ ୩ଜଣ ମହିଳା ସ୍ୱା ସ୍ଥ୍ୟକର୍ମୀଙ୍କୁ ମାଓବାଦୀ ଅପହରଣ କରିନେଇଛନ୍ତି । ବିଜାପୁର ଜିଲ୍ଲା ଗଙ୍ଗାଲୁରୁ ଅଞ୍ଚଳରୁ ୩ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ବିଳମ୍ବିତ ରାତିରେ ହାତ ବନ୍ଧି ଅପହରଣ ନେଇଥିବା ସୂଚନା। ମଷ୍ଟେର ଟ୍ରେନର ଶାରଦା ସମେତ ୩ ମହିଳା ଅପହରଣ ହୋଇଥିବା ସୂଚନା । ଏନେଇ ଏସପି କୋମଲଚନ କଶ୍ୟପ ସୂଚନା ଦେଇଛନ୍ତି ।

ଗୁରୁବାର ୫ ଦିନ ପରେ ମାଓବାଦୀଙ୍କ କବଳରୁ ମୁକୁଳିଥିଲେ ସିଆରପିଏଫ ଯବାନ ରାକେଶ୍ୱର ସିଂହ ମାନହାସ । ଜଙ୍ଗଲ ପାଖ ଗାଁର ଏକ ଅଜ୍ଞାତ ସ୍ଥାନରେ ଛାଡିଥିଲେ ମାଓବାଦୀ । ସେଠାରୁ ଅନ୍ୟ ଯବାନମାନେ ବାଇକରେ ସୁରକ୍ଷିତ ଆଣି ମେଡିକାଲ ଯାଞ୍ଚ କରିଥିଲେ । ସେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି । ପରେ ତାଙ୍କୁ ସେନା କ୍ୟାମ୍ପକୁ ଅଣାଯାଇଥିଲା । ରାକେଶଙ୍କୁ ମୁକ୍ତି ପାଇଁ ଦୁଇ ଜଣ ମଧ୍ୟସ୍ଥିଙ୍କୁ ଚୟନ କରାଯାଇଥିଲା । ଧରମପାଲ ସୋନୀ, ତେଲମ ବୋରୀ ମାଓବାଦୀଙ୍କ ସହ ଆଲୋଚନା କରିଥିଲେ ।

ରାକେଶଙ୍କ ମୁକ୍ତି ପୂର୍ବରୁ ବସିଥିଲା ପ୍ରଜା କୋର୍ଟ । ପ୍ରଜାକୋର୍ଟରେ ରାକେଶଙ୍କୁ ହାଜର କରାଯାଇଥିଲା । ମୁକ୍ତି ନେଇ ଲୋକଙ୍କ ମତାମତ ମଗାଯାଇଥିଲା । ରାକେଶଙ୍କ ମୁକ୍ତି ପରେ ପରିବାରରେ ଖୁସିର ଲହରି ଖେଳିଯାଇଛି । ମିଠାବାଣ୍ଟି ଖୁସି ବ୍ୟକ୍ତ କରିଛନ୍ତି ପରିବାର ଲୋକ । କୁନି ଝିଅ ବାପା ଫେରି ଆସିବା ଖୁସିରେ ନାଚି ଉଠିଛନ୍ତି । ଛତିଶଗଡ଼ର ସୁକ୍‌ମାରେ ୩ ଏପ୍ରିଲରେ ବଡ଼ ଧରଣର ମାଓ ଅପରେସନ ପରେ ମାଓବାଦୀ ମାନେ ରାକେଶଙ୍କୁ ଅପହରଣ କରିନେଇଥିଲେ । ମାଓ ଅପରେସନ ବେଳେ ୨୨ ଯବାନ ସହିଦ ହୋଇଥିଲେ । ରାକେଶ୍ୱର ସିଂଙ୍କୁ ମାଓବାଦୀ ବନ୍ଧକ ରଖି ମୁକ୍ତି ପାଇଁ ସର୍ତ୍ତ ରଖିଥିଲେ । ମଧ୍ୟସ୍ଥିଙ୍କ ଜରିଆରେ ଯବାନଙ୍କୁ ମୁକ୍ତି ମିଳିବ ବୋଲି ମାଓବାଦୀ ପ୍ରେସ୍ ରିଲିଜ୍ ଜାରି କରିଥିଲେ ।

ଦେଶରେ ରେକର୍ଡ ସଂକ୍ରମଣ: ଦିନକରେ ଆଉ ୧ ଲକ୍ଷ ୩୧ ହଜାର ୯୬୮ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ବେକାବୁ ହେଲାଣି କରୋନା । ୨୪ ଘଣ୍ଟାରେ ଦେଶରେ ଲକ୍ଷେ ୩୧ହଜାର ୯୬୮ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୭୮୦ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଦିନକରେ ୬୧ହଜାର ୮୯୯ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ ମୋଟ୍ ଆକ୍ଟିଭ କେସ୍ ୯ଲକ୍ଷ ୭୯ହଜାର ୬୦୮ ଥିବା ବେଲେ ମୃତ୍ୟୁସଂଖ୍ୟା ଲକ୍ଷେ ୬୭ହଜାର ୬୪୨କୁ ବୃଦ୍ଧି ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

କରୋନାର ଦ୍ୱିତୀୟ ଲହର ପରେ ଦେଶରେ ବଢ଼ୁଥିବା କୋଭିଡ୍ ସଂକ୍ରମଣକୁ ନେଇ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ଆଲୋଚନା କରିଛନ୍ତି । ବୈଠକ ପରେ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି- କୋଭିଡ୍ ବିରୋଧରେ ପୁଣି ଯୁଦ୍ଧକାଳୀନ ଭିତ୍ତିରେ କାମ କରିବାର ଆବଶ୍ୟକତା ରହିଛି । ଆମେ ପାଖେ ଭଲ ଅନୁଭବ, ମାନବସମ୍ବଳ ଓ ଟିକା ଅଛି । କରୋନାର ଦ୍ୱିତୀୟ ଲହର ବିରୋଧରେ ଆମେ ଯୁଦ୍ଧ କରିବାର ଆବଶ୍ୟକତା ରହିଛି ।

ମହାରାଷ୍ଟ୍ର, ଗୁଜରାଟ, ଛତିଶଗଡ଼, ପଞ୍ଜାବ ଆଦି ରାଜ୍ୟରେ ସଂକ୍ରମଣ ଶିଖରରେ ରହିଛି । ଏହା ଏକ ଚିନ୍ତାର ବିଷୟ,  ଲୋକ ଏଥିରେ ଅସ୍ତବ୍ୟସ୍ତ ହୋଇ ପଡ଼ିଛନ୍ତି । କିନ୍ତୁ, କିଛି କିଛି ରାଜ୍ୟରେ ପ୍ରଶାସନ ହୁଗୁଳା ହୋଇ ପଡ଼ିଛି । କୋଭିଡ୍ ସଂକ୍ରମଣକୁ ନିୟନ୍ତ୍ରଣ ଲାଗି ଟ୍ରେସିଂ ଓ ଟ୍ରାକିଂ ହେଉଛି ମାଧ୍ୟମ । ଆମେ ମାଇକ୍ରୋ-କଣ୍ଟେନମେଣ୍ଟ ଜୋନ୍ ଉପରେ ଧ୍ୟାନ ଦେବା ଆବଶ୍ୟକ । ଯେଉଁଠାରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗିଛି ତାକୁ ‘କରୋନା କର୍ଫ୍ୟୁ’ ଆଲର୍ଟ ରହିବା । ରାତି ୯ଟାରୁ ସକାଳ ୬ଟା ଯାଏ କର୍ଫ୍ୟୁ ଲାଗୁ କରିବା ଉପରେ ମୋଦି ଗୁରୁତ୍ୱାରୋପ କରିଛନ୍ତି ।

ପିଏମ୍ ମୋଦି କରୋନା ଟେଷ୍ଟିଂ ଉପରେ ଗୁରୁତ୍ୱ ଦେଇଛନ୍ତି । ୭୦ ପ୍ରତିଶତ ଆରଟି-ପିସିଆର୍ କୋଭିଡ୍ ଟେଷ୍ଟ ଆମ ଲକ୍ଷ୍ୟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ସଂକ୍ରମଣ ସଂଖ୍ୟା ବଢ଼ିଲେ ମଧ୍ୟ ଟେଷ୍ଟିଂ ବଢ଼ାଯିବା ଉଚିତ୍ । ମୃତ୍ୟୁହାର୍ କମ୍ ରହିବା ଉପରେ ସମସ୍ତେ ଧ୍ୟାନ ଦେବା ଦରକାର । ଏପ୍ରିଲ୍ ୧୧ରୁ ୧୪ ଯାଏ ଟିକା ଉତ୍ସବ ପାଳନ ପାଇଁ ପ୍ରଧାନମନ୍ତ୍ରୀ କହିଛନ୍ତି । ଏଥିସହ ସମସ୍ତେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବାକୁ ଅନୁରୋଧ କରିଛନ୍ତି ।

କରୋନା ସଂକ୍ରମଣ ପାଇଁ ହଷ୍ଟେଲ ଖାଲି କରିବା ନିର୍ଦ୍ଦେଶକୁ ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ବିରୋଧ

ଭୁବନେଶ୍ୱର: କରୋନା ସଂକ୍ରମଣ ପାଇଁ ହଷ୍ଟେଲ ଖାଲି କରିବା ନିର୍ଦ୍ଦେଶକୁ ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ବିରୋଧ । ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ସାମନାରେ ଧାରଣାରେ ବସିଛନ୍ତି ଅନ୍ତେବାସୀ । ଦାବି କରିଛନ୍ତି, ନିର୍ଦ୍ଦେଶନାମା ତୁରନ୍ତ ପ୍ରତ୍ୟାହାର ହେଉ । କରୋନା ଆଳରେ ଶିକ୍ଷାନୁଷ୍ଠାନ ବନ୍ଦ ନକରିବାକୁ ଅଡିବସିଛନ୍ତି ଛାତ୍ରଛାତ୍ରୀ । ଏଥିସହ ବିଏମ୍ସିର ନିର୍ଦ୍ଦେଶନାମା ବିରୋଧରେ ନାରାବାଜି କରିଛନ୍ତି । ଗତକାଲି ହଷ୍ଟେଲ ଖାଲି କରିବା ପାଇଁ ନୋଟିସ ଜାରି ହୋଇଥିଲା ।

ଏଣିକି ଶନିବାର ଓ ରବିବାର ବନ୍ଦ ରହିବ ଗୋପାଳପୁର ଓ ସୁନାପୁର ସମୂଦ୍ରକୂଳ: ଗଞ୍ଜାମ ଜିଲ୍ଲାପାଳ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢୁଛି । ଫଳରେ ସବୁଠି କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । ଗଞ୍ଜାମରେ କରୋନା ସଂକ୍ରମଣ ରୋକିବାକୁ ସତର୍କତାମୂଳକ ପଦକ୍ଷେପ ନିଆଗଲାଣି । ଭିଡ କମାଇବାକୁ କିଛି ପଦକ୍ଷେପ ନିଆଯାଇଥିବା ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଶନିବାର ଓ ରବିବାର ଛୁଟି ଦିନ ଥିବାରୁ ଗୋପାଳପୁର ଓ ସୁନାପୁର ସମୁଦ୍ର ବେଳାଭୂମୀରେ ଭିଡ ହେଉଛି । ଭିଡ କମାଇବାକୁ ଏଣିକି ଶନିବାର ଓ ରବିବାର ବନ୍ଦ ରହିବ ଗୋପାଳପୁର ଓ ସୁନାପୁର ସମୂଦ୍ରକୂଳ । ସେହିପରି ରାମଲିଙ୍ଗେଶ୍ୱର ପାର୍କ ଓ ତାମ୍ପରା ସୋମବାର ଦିନ ବନ୍ଦ ରହିବାକୁ ନିଷ୍ପତ୍ତି ହୋଇଛି । କେବଳ ସେତିକି ନୁହେଁ ମା ତାରିଣୀ ମନ୍ଦିର ମଧ୍ୟ ବୁଧବାର ବନ୍ଦ ରହିବ । ଏହି ନିଷ୍ପତ୍ତିକୁ ସ୍ୱାଗତ କରିବା ସହ ସହ ଗ କରିବାକୁ ଲୋକଙ୍କୁ ଜଣାଇଛନ୍ତି ଜିଲ୍ଲାପାଳ ।

ରାଜ୍ୟରେ ହଜାରେ ଟପିଲା ଦୈନିକ ସଂକ୍ରମଣ । ୨୪ଘଣ୍ଟାରେ ୧୨୮୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । କ୍ୱାରେଣ୍ଟାଇନରୁ ୭୫୫, ଲୋକାଲ କେସ୍ ୫୨୭ । ୨୮ ଜିଲ୍ଲା ଓ ଷ୍ଟେଟପୁଲରୁ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ସର୍ବାଧିକ ୨୨୪, ଖୋର୍ଦ୍ଧାରୁ ୧୯୨, ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଳାହାଣ୍ଡିରୁ ୧୦୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବରଗଡ଼ରୁ ୮୪, ନୂଆପଡା ଓ ସମ୍ବଲପୁରରୁ ୮୨ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

କଟକରୁ ୬୩, ମୟୂରଭଞ୍ଜରୁ ୫୨, ଅନୁଗୁଳରୁ ୪୯, ବଲାଙ୍ଗୀର ଓ ଷ୍ଟେଟପୁଲରୁ ୪୫ଜଣ ଲେଖାଏଁ, ଝାରସୁଗୁଡାରୁ ୩୬, ଗଞ୍ଜାମରୁ ୩୨, ପୁରୀରୁ ୨୮, ନବରଙ୍ଗପୁରରୁ ୨୭, ଯାଜପୁରରୁ ୨୬, ଭଦ୍ରକରୁ ୨୪, ରାୟଗଡ଼ାରୁ ୧୫, ସୋନପୁରରୁ ୧୨, ବାଲେଶ୍ବର ଓ ନୟାଗଡ଼ରୁ ୧୦ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ । କୋରାପୁଟରୁ ୮, କନ୍ଧମାଳରୁ ୭, କେନ୍ଦ୍ରାପଡା ଓ କେନ୍ଦୁଝରରୁ ୬ଜଣ ଲେଖାଏଁ, ଦେଓଗଡ଼ ଓ ଜଗତସିଂହପୁରରୁ ୩ଜଣ ଲେଖାଏଁ, ଢେଙ୍କାନାଳରୁ ୨, ଗଜପତିରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୪୬ହଜାର ୮୦୮ରେ ପହଞ୍ଚିଥିବା ବେଳେ ସୁସ୍ଥ ହେଲେଣି ୩ଲକ୍ଷ ୩୮ହଜରା ୮୯୦ । ଆକ୍ଟିଭ କେସ୍ ରହିଛି ୫ହଜାର ୯୪୧ ।

ଅନୁଗୁଳ: ଅଗ୍ନିକାଣ୍ଡରେ ଜଳିଗଲେ ୪ହଜାର କୁକୁଡ଼ା

ଅନୁଗୁଳ: ଅଗ୍ନିକାଣ୍ଡରେ ଜଳିଗଲେ ୪ହଜାର କୁକୁଡ଼ା । ଘଟଣା ଘଟିଛି ଅନୁଗୁଳ ବାରଗୌଣିଆରେ । କୁକୁଡା ଫାର୍ମରେ ନିଆଁ ଲାଗିବା ଫଳରେ ଜିଅନ୍ତା ଜଳିଗଲେ ସବୁ କୁକୁଡ଼ା । ସୂଚନା ଅନୁସାରେ ଗାଁର ନରେନ୍ଦ୍ର ସାହୁଙ୍କ ଏକ କୁକୁଡ଼ା ଫାର୍ମ ପୁରୁଣାପଶି ସାହିରେ ରହିଛି । ତେବେ କୌଣସି କାରଣ ବଶତଃ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ କୁକୁଡ଼ା ଫାର୍ମଟି ଜଳି ଉଠିଥିଲା ।

ଗ୍ରାମବାସୀ ମାନେ ନିଆଁ କୁ ଆୟତ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ନିଆଁକୁ ଆୟତ କରିପାରିନଥିଲେ । ଫଳରେ ଫାର୍ମରେ ଥିବା ପ୍ରାୟ ୪ହଜାର କୁକୁଡ଼ା ଜୀବନ୍ତ ପୋଡି ଯାଇଛନ୍ତି । ପରେ ପରେ ଅନୁଗୁଳ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ଥିଲେ ମଧ୍ୟ ସେତେବେଳକୁ ଫାର୍ମଟି ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଥିଲା ।

ଆଜିଠୁ ବ୍ରହ୍ମପୁରର ପ୍ରସିଦ୍ଧ ଠାକୁରାଣୀ ଯାତ୍ରା, ମଧ୍ୟରାତ୍ରରୁ ଶାଶୂଘର ଛାଡି ବାପଘରକୁ ଯିବେ ମାଆ

ବ୍ରହ୍ମପୁର: ଆଜିଠାରୁ ଆରମ୍ଭ ହେବ ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢୀ ଠାକୁରାଣୀଙ୍କ ପ୍ରସିଦ୍ଧ ଦ୍ୱିବାର୍ଷିକ ଯାତ୍ରା । ଏନେଇ ସମସ୍ତ ପ୍ରକାର ପ୍ରସ୍ତୁତି ସରିଥିବା ବେଳେ ମା’ ଆଜି ମଧ୍ୟରାତ୍ରରେ ଶାଶୂଘର ଛାଡି ବାପଘରକୁ ଆସିବେ। ଚଳିତ ବର୍ଷ କୋଭିଡ କଟକଣା ଭିତରେ ପାଳିତ ହେବ ମା’ଙ୍କ ଯାତ୍ରା । ସାମାଜିକ ଦୂରତା ଓ ଅଳ୍ପ ଶ୍ରଦ୍ଧାଳୁଙ୍କ ଭିତରେ ମା’ଙ୍କୁ ମୁଖ୍ୟ ମନ୍ଦିରରୁ ଅଣାଯିବ ଦେଶୀବେହେରାଙ୍କ ସାହିକୁ । ଏ ନେଇ ବାପଘର ଲୋକ ବେଶ ଚଳଚଞ୍ଚଳ ହୋଇଥିବା ବେଳେ ବ୍ରହ୍ମପୁରବାସୀ ଉତ୍ସାହିତ ଅଛନ୍ତି। ପ୍ରଥମ ପର୍ଯ୍ୟାୟରେ ଯାତ୍ରା ପାଇଁ ୭ ଦିନ ଲାଗି ଅନୁମତି ପ୍ରଦାନ କରିଛି ବ୍ରହ୍ମପୁର ମହାନଗର ନିଗମ । କରୋନା କଟକଣା ମଧ୍ୟରେ ହେବ ଯାତ୍ରା ମା’ ବୁଢୀ ଠାକୁରାଣୀଙ୍କ ଯାତ୍ରା । ପୂର୍ବରୁ ଶୁଭଖୁଣ୍ଟି ସ୍ଥାପନ ହୋଇ ସାରିଛି ।

ଜମ୍ମୁ କଶ୍ମୀର ସୋପିଆନରେ ସେନାର ଏନକାଉଣ୍ଟର, ଗୁଳିରେ ଟଳିଲେ ୩ ଆତଙ୍କବାଦୀ

ଶ୍ରୀନଗର: ଦକ୍ଷିଣ କଶ୍ମୀର ଅନ୍ତର୍ଗତ ଶୋପିଆଁ ଏବଂ ପୁଲ୍‌ଓ୍ଵାମା ଜିଲ୍ଲାରେ ନିରାପତ୍ତା ବଳ ଓ ଆତଙ୍କବାଦୀମାନଙ୍କ ମଧ୍ୟରେ ଘଟିଥିବା ଦୁଇଟି ପୃଥକ୍‌ ‘ଏନ୍‌କାଉଣ୍ଟର୍‌’ରେ ଚାରିଜଣ ଆତଙ୍କବାଦୀ ନିହତ ଓ ଚାରିଜଣ ଯବାନ ଆହତ ହୋଇଛନ୍ତି।

ଗୁରୁବାର ସନ୍ଧ୍ୟାରେ ଶୋପିଆଁ ସହରରେ ହୋଇଥିବା ଗୁଳିବିନିମୟ ଘଟଣାରେ ତିନିଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଆତଙ୍କବାଦୀ ଜନ୍‌ ମୋହଲ୍ଲାସ୍ଥିତ ଆଞ୍ଚଳିକ ମସ୍‌ଜିଦ୍‌ରେ ଆତ୍ମଗୋପନ କରିଥିବା ମନେହେଉଛି। ଜଣେ ସେନା ଅଧିକାରୀଙ୍କ ସମେତ ସେନାର ଚାରିଜଣ ସୈନିକ ଏହି ‘ଏନ୍‌କାଉଣ୍ଟର୍‌’ରେ ଆହତ ହୋଇଛନ୍ତି।

ଆଜି ବଡ଼ି ଭୋର୍‌ରୁ ପୁଲ୍‌ଓ୍ଵାମା ଜିଲ୍ଲା ଅନ୍ତର୍ଗତ ତ୍ରାଲ୍‌ ଅଞ୍ଚଳରେ ଦ୍ୱିତୀୟ ‘ଏନ୍‌କାଉଣ୍ଟର୍‌’ ଆରମ୍ଭ ହୋଇଛି। ସେଠାରେ ଦୁଇତିନିଜଣ ଆତଙ୍କବାଦୀ ଛପି ରହିଥିବା ଅନୁମାନ କରାଯାଉଛି। ହସ୍ତଗତ ହୋଇଥିବା ସଦ୍ୟତମ ରିପୋର୍ଟ ଅନୁସାରେ, ଆତ୍ମଗୋପନ କରିଥିବା ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ସୁରକ୍ଷା ବଳର ଗୁଳି ଚୋଟରେ ନିହତ ହୋଇଛନ୍ତି। ସତର୍କତାମୂଳକ ପଦକ୍ଷେପସ୍ୱରୂପ ଉଭୟ ଜିଲ୍ଲାରେ ଇଣ୍ଟର୍‌ନେଟ୍‌ ସେବା କାଟି ଦିଆଯାଇଛି।