spot_img
Home Blog Page 5848

ଘରକୁ ଫେରିବା ପାଇଁ ଥାନା ଆଗରୁ ମହିଳା ମାଗିଥିଲେ ଲିଫ୍ଟ, କିନ୍ତୁ ଏଯାଏଁ ପହଞ୍ଚି ନାହାନ୍ତି ଘରେ…

ଖୋର୍ଦ୍ଧା: ଖୋର୍ଦ୍ଧାରେ ଚାଞ୍ଚଲ୍ୟ । ଲିଫ୍ଟ ମାଗି କାରରେ ଘରକୁ ଯାଉଥିବା ମହିଳା ଘରେ ପହଞ୍ଚିଲେନି । ଘଟଣାକୁ ତିନି ଦିନ ବିତିଥିଲେ ମଧ୍ୟ ମହିଳାଙ୍କ କୌଣସି ଖୋଜ ଖବର ନଥିବାରୁ ଚିନ୍ତାରେ ପଡିଛନ୍ତି ସ୍ବାମୀ ଓ ମା । ଏ ନେଇ ବେଗୁନିଆ ଥାନାରେ ଏତଲା ଦେବା ପରେ ପୋଲିସ ଆରମ୍ଭ କରିଛି ତନାଘନା । ମହିଳାଙ୍କ ପାଖରେ ମୋବାଇଲ ନଥିବାରୁ ପୋଲିସ ପାଇଁ ତାଙ୍କୁ ଖୋଜିବା ଏକ ବଡ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି ।

ମହିଳାଙ୍କ ବୟସ ଶୁଭଲଷ୍ମୀ ସେଠି । ବୟସ ୩୭ । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗିରେ ସ୍ୱାମୀ ପ୍ରକାଶ ସେଠି ଏବଂ ୧୨ ବର୍ଷର ପୁଅଙ୍କ ସହ ରୁହନ୍ତି । ଗତ ୧୯ ତାରିଖ ଦିନ ଶୁଭଲଷ୍ମୀ ନିଜ ବାପ ଘର ବେଗୁନିଆକୁ ଆସିଥିଲେ । ମାଆ ସହ ରହି ତାଙ୍କର ବ୍ୟକ୍ତିଗତ କାମ ସାରି ୨୦ ତାରିଖ ସକାଳେ ଟାଙ୍ଗି ଯିବା ପାଇଁ ବେଗୁନିଆ ଥାନା ଛକରେ ଅପେକ୍ଷା କରିଥିଲେ । ଏହି ସମୟରେ ଏକ କାର ଯୋଗେ ଲିଫ୍ଟ ନେଇ ଯାଇଥିଲେ ଶୁଭଲକ୍ଷ୍ମୀ । ନିର୍ଦ୍ଧାରିତ ସମୟ ଭିତରେ ଟାଙ୍ଗିରେ ନ ପହଂଚିବାରୁ ସ୍ୱାମୀ ପ୍ରକାଶ ବ୍ୟସ୍ତ ହୋଇ ସବୁଆଡ଼େ ଖୋଜା ଖୋଜାଖୋଜି କରିଥିଲେ । ପତ୍ନୀଙ୍କୁ ନପାଇବାରୁ ବେଗୁନିଆ ଥାନାରେ ସ୍ୱାମୀ ଏତଲା ଦେଲେ । ମହିଳା ଜଣଙ୍କ କାର ଲିଫ୍ଟ ମାଗିବା ପରେ ଘରେ ନ ପହଞ୍ଚିବା ନେଇ ସନ୍ଦେହ ସୃଷ୍ଟି ହୋଇଛି ।

ଘଟଣାକୁ ନେଇ ବେଗୁନିଆ ଥାନାରେ ଏକ ମିସିଂ କେଶ୍‌ ରୁଜୁ ହୋଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି । ଆଖପାଖ ସମସ୍ତ ଥାନାକୁ ଉକ୍ତ ମହିଳାଙ୍କ ଫୋଟ ପଠା ଯାଇଥିବା ବେଗୁନିଆ ଥାନା ଅଧିକାରୀ କହିଛନ୍ତି । ମହିଳାଙ୍କ ମାଆ ମଧ୍ୟ ନିଜ ୩୭ ବର୍ଷର ଝିଅର ଫଟୋ ଧରି ତାଙ୍କୁ ଉଦ୍ଧାର କରିବା ପାଇଁ ଆକୁଳ ନିବେଦନ କରୁଛନ୍ତି ।

ହସ୍ତକଳାର ଅଦ୍ଭୁତ ପରିକଳ୍ପନା, ବଢ଼ୁଛି ପଥର ଶିଳ୍ପୀ-କାଇଁଚ-ଟେରାକୋଟାର ଚାହିଦା

ଯାଜପୁର: ହସ୍ତକଳାର ଅଦ୍ଭୁତ ପରିକଳ୍ପନା । ସଜେଇ ହୋଇ ରହିଛି ଭଳିକି ଭଳି କଳାକୃତି । ଦେଖିବା ଓ କିଣିବାକୁ ଜମୁଛି ଲୋକଙ୍କ ଭିଡ ।  ହସ୍ତଶିଳ୍ପ କ୍ଷେତ୍ରରେ ରାଜ୍ୟର ବିଭିନ୍ନ ଜିଲ୍ଲା ବେଶ ପ୍ରସିଦ୍ଧ ଲାଭ କରିଛି । ହେଲେ କରୋନା ମହାମାରୀ ଯୋଗୁଁ ପ୍ରଭାବିତ ହୋଇଛନ୍ତି ଅନେକ କଳାକାର । ନିଜ ତିଆରି ସାମଗ୍ରୀକୁ ବିକ୍ରି କରି ନ ପାରି ସମସ୍ୟା ଭିତରେ ଗତି କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଛତିଆ ରାଜ ଦୋଳ ମେଳନ ମହୋତ୍ସବ ଅବସରରେ ହସ୍ତଶିଳ୍ପ ପଦର୍ଶନୀ କରାଯାଇଛି । ଏହି ପଦର୍ଶନୀ ମାଧ୍ୟମରେ ନିଜ ସାମଗ୍ରୀ ବିକ୍ରି କରିବା ଲକ୍ଷ୍ୟ ରଖିଛନ୍ତି କାରିଗର ।

ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ଏହି ଉତ୍ସବକୁ ଉଦଘାଟନ କରିଛନ୍ତି । ୭ ଦିନ ଧରି ଏହି ହସ୍ତଶିଳ୍ପ ପ୍ରଦର୍ଶନୀ ଚାଲିବାକୁ ଥିବାବେଳେ ଏଥିରେ ମୋଟ ୮୦ଟି ଷ୍ଟଲ ଖୋଲା ଯାଇଛି । ଏଥିରେ ହସ୍ତଶିଳ୍ପଠୁ ଆରମ୍ଭ କରି କୃଷି ଭିତ୍ତିକ ସାମଗ୍ରୀ ଓ ପୁସ୍ତକ ଷ୍ଟଲ ମଧ୍ୟ ଦେଖିବାକୁ ମିଳିଛି । ଏହି ପ୍ରଦର୍ଶନୀରେ ୬୦ରୁ ଉର୍ଦ୍ଧ୍ୱ କାରିଗର ସାମିଲ ଅଛନ୍ତି । ୧୪ ପ୍ରକାର ହସ୍ତଶିଳ୍ପର ଷ୍ଟଲ ଏଥିରେ ସାମିଲ ହୋଇଛି । ବିଶେଷ କରି ପଥର ଶିଳ୍ପୀ ଓ କାଇଁଚ, ଟେରାକୋଟାର ଚାହିଦା ଦେଖିବାକୁ ମିଳୁଛି । କରୋନା ଯୋଗୁଁ କ୍ଷତି ସହିଥିବା କାରିଗର ଏହି ପ୍ରଦର୍ଶନୀରୁ ବେଶ କିଛି ପଇସା ରୋଜଗାର ହେବାର ଆଶା ରଖିଛନ୍ତି ।

ସୁପ୍ରିମକୋର୍ଟ ଗଲେ ପରମବୀର ସିଂହ

ମୁମ୍ବାଇ: ସୁପ୍ରିମକୋର୍ଟରେ ପହଞ୍ଚିଲା ମହାରାଷ୍ଟ୍ର ଚିଠି ବିବାଦ ମାମଲା। ପୂର୍ବତନ ପୋଲିସ କମିଶନର ପରମବୀର ସିଂହ ଘଟଣାର ନିରପେକ୍ଷ ତଦନ୍ତ କରିବା ପାଇଁ ସୁପ୍ରିମକୋର୍ଟରେ ଯାଚିକା ଦାୟର କରିଛନ୍ତି। ସିବିଆଇ ଘଟଣାର ତଦନ୍ତ କଲେ ପ୍ରକୃତ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ଦାବି କରିଛନ୍ତି ପରମବୀର ସିଂ ।

ଆସନ୍ତା ୨୬ ତାରିଖରେ ଏହି ମାମଲା ଉପରେ ସୁପ୍ରିମକୋର୍ଟ ଶୁଣାଣି କରିପାରନ୍ତି । ସେପଟେ ସଂସଦରେ ଉଠିଛି ମହାରାଷ୍ଟ୍ର ଝଡ଼ । ଉଭୟ ଲୋକସଭା ଓ ରାଜ୍ୟସଭାରେ ବିଜେପି ସାଂସଦ ଏହି ପ୍ରସଙ୍ଗ ଉଠାଇ ମହାରାଷ୍ଟ୍ର ସରକାରକୁ ସମାଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଇସ୍ତଫା ଦେବା ଦରକାର ବୋଲି ସଂସଦରେ ଦାବି କରିଛି ବିଜେପି । ଘଟଣାର ନିରପେକ୍ଷ ତଦନ୍ତ ପାଇଁ କେନ୍ଦ୍ରୀୟ ସଂସ୍ଥାକୁ ଦାୟିତ୍ବ ଦେବାକୁ ଦଳ ଦାବି କରିଛି । ସେପଟେ ମହାରାଷ୍ଟ୍ର ଘଟଣାରୁ ନିଜକୁ ଦୂରେଇ ରଖିଥିବା କଂଗ୍ରେସ ଆଜି ଏହି ପ୍ରସଙ୍ଗରେ ମନ୍ତବ୍ୟ ରଖିଛି ।

ମଧ୍ୟପ୍ରଦେଶ ଭଳି ମହାରାଷ୍ଟ୍ରରେ ସରକାର ଭାଙ୍ଗିବାକୁ କେନ୍ଦ୍ର ସରକାର ଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ କରିଛି କଂଗ୍ରେସ । ଶିବସେନା ମଧ୍ୟ ବିଜେପିକୁ ସମାଲୋଚନା କରିଛି । ମାସକୁ ୧୦୦ କୋଟି ଟଙ୍କା ଚାନ୍ଦା ଆଦାୟ କରୁଥିଲେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ । ପୂର୍ବତନ ପୋଲିସ କମିଶନର ପରମବୀର ସିଂହଙ୍କ ଏଭଳି ଅଭିଯୋଗ ପରେ ମହାରାଷ୍ଟ୍ର ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି । ଏହି ଘଟଣାରେ ଅନୀଲ ଦେଶମୁଖଙ୍କ ଇସ୍ତଫା ଦାବି କରିଛି ବିରୋଧୀ ବିଜେପି । ସେପଟେ ରାମଦାଶ ଅଠାୱଲେ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହେଉ ବୋଲି କହିଛନ୍ତି।

କୁନି ଝିଅର ଅଦ୍ଭୁତ ପ୍ରତିଭା, ୧ ମିନିଟ୍‌ରେ ୧୭ଟି ଶ୍ଲୋକ ଗାନ କରି ଇଣ୍ଡିଆ ବୁକ ଅଫ୍ ରେକର୍ଡ

ଯାଜପୁର: କୁନି ଝିଅର ଅଦ୍ଭୁତ ପ୍ରତିଭା । ମାତ୍ର ଗୋଟିଏ ମିନିଟ୍‌ରେ ୧୭ଟି ଶ୍ଲୋକ ଗାଇ ଇଣ୍ଡିଆ ବୁକ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି ଦଶ ବର୍ଷର ଝିଅ ସାଇ ଆଦ୍ୟାଜ୍ୟୋତି ଦାଶ । ସର୍ବ ଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଯାଜପୁର ବିବିସରାଇ ଗ୍ରାମର ଆଦିତ୍ୟ କୁମାର ଦାଶଙ୍କ ଝିଅ ଆଦ୍ୟାଜ୍ୟୋତି । ସାଇ ଆଦ୍ୟାଜ୍ୟୋତି ସ୍ଥାନୀୟ ଡିଏଭି ସ୍କୁଲର ପଞ୍ଚମ ଶ୍ରେଣୀର ଛାତ୍ରୀ । ଗୋଟିଏ ମିନିଟରେ ଶ୍ରୀମଦ୍ ଭାଗବତ ଗୀତାର ୧୭ଟି ଶ୍ଲୋକ ଗାଇ ଚୟନକର୍ତ୍ତାଙ୍କୁ ଚକିତ କରିଦେଇଥିଲେ ।

ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି ଆଦ୍ୟାଜ୍ୟୋତି ଦାଶ । ଗୀତାର ଦ୍ୱାଦଶ ଅଧ୍ୟାୟ ଭକ୍ତିଯୋଗର ପ୍ରଥମରୁ ୧୭ଟି ଶ୍ଲୋକ ୧ ମିନିଟରେ ଗାନ କରି ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି । ଏହି କୃତିତ୍ୱ ପାଇଁ ସେ ଜଗତଗୁରୁ ଅଭିରାମ ପରମହଂସ, ତାଙ୍କ ଜେଜେ ବାପା ଓ ଗୁରୁଜନଙ୍କୁ ଶ୍ରେୟ ଦେଇଛନ୍ତି ।

ଦୈନିକ ସକାଳୁ ସାଇ ଆଦ୍ୟାଜ୍ୟୋତି ନିଜର ନିତ୍ୟକର୍ମ ସାରି ବାପାଙ୍କ ଉପସ୍ଥିତିରେ ସାନ ଭାଇଙ୍କ ସହ ଗୋଟିଏ ଗୋଟିଏ ଶ୍ଲୋକ ପାଠ କରିଥାନ୍ତି । ଏହାସହ ବିଭିନ୍ନ ଭକ୍ତିପୂର୍ଣ୍ଣ କାର୍ଯ୍ୟକ୍ରମରେ ସେ ପ୍ରବଚନ ଦେଇ ଆସୁଛନ୍ତି । ତାଙ୍କର ଏହି କୃତିତ୍ୱ ପାଇଁ ତାଙ୍କ ପରିବାର ବେଶ ଖୁସି । ଇଣ୍ଡିଆ ବୁକ୍ ଅଫ ରେକର୍ଡ ପ୍ରତିଯୋଗିତାରେ ବ୍ରହ୍ମପୁରର ଜଣେ ନାବାଳକଙ୍କୁ ପଛରେ ପକାଇ ଏହି ସମ୍ମାନର ଅଧିକାରୀ ହୋଇଛନ୍ତି । ବିଗତ ବର୍ଷ ବ୍ରହ୍ମପୁରର ଜଣେ ନାବାଳକ ୧ ମିନିଟରେ ୧୩ ଟି ଶ୍ଲୋକ ଗାଇ ପ୍ରଥମ ହୋଇଥିଲେ ।

ରାଜ୍ୟସଭା ସଚିବଙ୍କୁ ସାଂସଦ ଅମର ପଟ୍ଟନାୟକଙ୍କ ଚିଠି, ଓଡ଼ିଶାର ସାମୁଦ୍ରିକ ବାଣିଜ୍ୟ ଇତିହାସକୁ ସ୍ୱୀକୃତି ଦାବି

ଭୁବନେଶ୍ୱର: ରାଜ୍ୟସଭା ସଚିବଙ୍କୁ ସାଂସଦ ଅମର ପଟ୍ଟନାୟକଙ୍କ ଚିଠି । ଓଡ଼ିଶାର ସାମୁଦ୍ରିକ ବାଣିଜ୍ୟ ଇତିହାସକୁ ସ୍ୱୀକୃତି ଦିଆଯାଉ । ଭାରତର ବୈଦେଶିକ ନୀତିରେ ଏହାର ଉପଯୋଗ କରାଯାଉ । ଜିଓ-ପଲିଟିକାଲ ପ୍ରତିଯୋଗିତାରେ ସାମୁଦ୍ରିକ ବାଣିଜ୍ୟର ଗୁରୁତ୍ୱ ବଢ଼ୁଛି ଏଣୁ ଓଡ଼ିଶାର ପ୍ରାଚୀନ ସାମୁଦ୍ରିକ ବାଣିଜ୍ୟ ଇତିହାସକୁ ବ୍ୟବହାର କରିବାକୁ ସାଂସଦ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି ।

ସେ ଆହୁରି ଲେଖିଛନ୍ତି ଏହାଦ୍ୱାରା ଦେଶର ସାଂସ୍କୃତିକ ମାନଚିତ୍ରକୁ ସମୃଦ୍ଧ କରାଯାଇପାରିବ । ଦକ୍ଷିଣ-ପୂର୍ବ ଏସିଆର ଇତିହାସକୁ ରୂପ ଦେବାରେ ଓଡ଼ିଶାର ବଳିଷ୍ଠ ଭୂମିକା ରହିଛି । ପୂର୍ବରୁ ବହୁ ଦେଶ ସହ କଳିଙ୍ଗର ସାମୁଦ୍ରିକ ବାଣିଜ୍ୟିକ ସଂପର୍କ ଥିଲା । ଦକ୍ଷିଣ ଏସିଆ, ପୂର୍ବ ଆଫ୍ରିକା ଓ ଆରବ ଦେଶମାନଙ୍କ ସହ ସଂପର୍କ ଥିଲା । ଅର୍ଥନୈତିକ ଅଭିବୃଦ୍ଧି ସହ ସାମାଜିକ-ସାଂସ୍କୃତିକ ସମନ୍ୱୟ ରଖୁଥିଲା କଳିଙ୍ଗ । ବାଲିରେ ହିନ୍ଦୁ ସଂସ୍କୃତିର ଉତଥାନରେ ଓଡ଼ିଶାର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ଏଣୁ ଏହା ଉପରେ ଅଧିକ ଗବେଷଣା ପାଇଁ ଦାବି କରିଛନ୍ତି ସାଂସଦ ଅମର ପଟ୍ଟନାୟକ ।

ନାଁକୁ ମାତ୍ର ସୁପର ସ୍ପେସିଆଲିଟି ହସ୍ପିଟାଲ, ନାଁ ଆଛନ୍ତି ଅଭିଜ୍ଞ ଡାକ୍ତର ନା ମିଳୁଛି କିଛି ସୁବିଧା

ରାଉରକେଲା: ମୋଦିଙ୍କ ପ୍ରତିଶ୍ରୁତି ଅନୁଯାୟୀ ରାଉରକେଲା ଆଇଜିଏଚ୍‌ ମେଡିକାଲ କଲେଜ ହେଲାନି, କିନ୍ତୁ ସୁପର ସ୍ପେଶିଆଲିଟି ହସ୍‌ପିଟାଲ ଉଦ୍‌ଘାଟନର ଦିନକ ପରେ ଦେଖାଗଲା ଉତ୍ତେଜନା । ଉନ୍ନତ ମାନର ସ୍ୱାସ୍ଥ୍ୟସେବା ଆଶାରେ ଦୂରଦୂରାନ୍ତରୁ ରୋଗୀ ଆସି ହତାଶ ହୋଇଥିବା ଅଭିଯୋଗରେ ମେଡିକାଲରେ ଉତ୍ତେଜନା ପ୍ରକାଶ ପାଇଥିବା ଜଣାପଡ଼ିଛି । ସୋମବାର ନାଗରିକ ସୁରକ୍ଷା କମିଟି ପକ୍ଷରୁ ହସ୍‌ପିଟାଲ ଅନୁଧ୍ୟାନ କରାଯାଇଥିଲା । ଏହି ସମୟରେ ଜଣାପଡ଼ିଥିଲା ଯେ, ଘୋଷଣା ଅନୁସାରେ କୌଣସି ସୁବିଧା ଉପଲବ୍ଧ ନାହିଁ । ଏହାସହ ରୋଗୀଙ୍କଠାରୁ ୫୦୦ ଟଙ୍କା ଲେଖାଏଁ ଆଦାୟ କରାଯାଉଥିବା ମଧ୍ୟ ଅଭିଯୋଗ ହୋଇଛି ।

ଚିକିତ୍ସା ଅଭାବ ସହ ୫୦୦ ଟଙ୍କା ଆଦାୟକୁ ଦୂରଦୂରାନ୍ତରରୁ ଆସିଥିବା ଲୋକେ ବିରୋଧ କରିଥିଲେ । ଏହାସହ ମେଡିକାଲ କର୍ତ୍ତୃପକ୍ଷଙ୍କୁ ନାଁରେ ନାରାବାଜି କରି ଅସନ୍ତୋଷ ଯାହିର କରିଥିଲେ । ପରିସ୍ଥିତି ଏଭଳି ହୋଇଥିଲା ଯେ, ଶେଷରେ ପୋଲିସ ଆସିବାକୁ ପଡ଼ିଥିଲା । ଖବରପାଇ ପୋଲିସର ଘଟଣାସ୍ଥଳରେ ପହଞ୍ଚିବା ପରେ ପରିସ୍ଥିତି ଆୟତ୍ତକୁ ଆସିଥିଲା ।

ସେପଟେ ରାଉରକେଲା ନାଗରିକ ସୁରକ୍ଷା କମିଟି କହିଛି ଏହା କେବଳ ନାଁକୁ ମାତ୍ର ସୁପର ସ୍ପେଶିଆଲିଟି ହସ୍ପିଟାଲ । ଏଠାରେ କୌଣସି ବିଶେଷଜ୍ଞ ଡାକ୍ତରଙ୍କୁ ନିଯୁକ୍ତି ମିଳିନାହିଁ । ଅନ୍ୟ ସୁବିଧା ମଧ୍ୟ ନାହିଁ । ଉଦ୍ଦେଶ୍ୟ ଓ ଘୋଷଣା ସମ୍ପୂର୍ଣ୍ଣ ଫେଲ ବୋଲି ନାଗରିକ ସୁରକ୍ଷା କମିଟି ଅଭିଯୋଗ କରିଛି । ସେପଟେ ପ୍ରଧାନମନ୍ତ୍ରୀ ନିଜ ପ୍ରତିଶ୍ରୁତି ରକ୍ଷା କରି ଶୀଘ୍ର ମେଡିକାଲ କଲେଜ କରିବା ଦାବିରେ ନିଆରା ଢଙ୍ଗରେ ପୋଷ୍ଟକାର୍ଡ ଅଭିଯାନ ଆରମ୍ଭ ହୋଇଛି । ସହରବାସୀ ହଜାର ହଜାର ହଜାର ପୋଷ୍ଟକାର୍ଡରେ ଦାବି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖକୁ ପଠାଇବାକୁ ଯୋଜନା ଆରମ୍ଭ କରିଛନ୍ତି । ତେବେ ମେଡିକାଲ କଲେଜ ଦାବିରେ ଆଗକୁ ବଡ଼ ଧରଣର ଆନ୍ଦୋଳନ ହୋଇପାରେ ବୋଲି ରାଉରକେଲା ନାଗରିକ ସୁରକ୍ଷା କମିଟି ଓ ସହରବାସୀଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି ।

କେନ୍ଦ୍ର-ରାଜ୍ୟ ମଧ୍ୟରେ ଚୁକ୍ତି, ଖୁବ୍‌ଶୀଘ୍ର ପୁରଣ ହେବ ରେଳ ସ୍ୱପ୍ନ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଉଦ୍ୟମ ଫଳରେ ପୂରଣ ହେବାକୁ ଯାଉଛି ନବରଙ୍ଗପୁର ଜିଲ୍ଲାର ବହୁ ଦିନର ସ୍ୱପ୍ନ । ଆଦିବାସୀ ଅଧ୍ୟୁଷିତ ଏହି ଜିଲ୍ଲା ସ୍ୱାଧୀନତାର ୭୪ ବର୍ଷ ପରେ ପାଇବ ରେଳ ସେବା । କେନ୍ଦ୍ର ସରକାରଙ୍କ ସହ ଚୁକ୍ତି ପରେ ମାଗଣା ଜମି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ରାଜ୍ୟ ସରକାର । ଏଥିପାଇଁ ଆରମ୍ଭ ହୋଇଛି ଜମି ଅଧିଗ୍ରହଣ ପ୍ରକ୍ରିୟା ।

ଆଦିବାସୀ ଅଧ୍ୟୁଷିତ ଏହି ଜିଲ୍ଲାକୁ ରେଳ ଲାଇନ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଚୁକ୍ତି ହୋଇଛି । ପ୍ରକଳ୍ପ ପାଇଁ ୭ଶହ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ମାଗଣା ଜମି ସହ ୫୦ ପ୍ରତିଶତ ଖର୍ଚ୍ଚ ବହନ କରିବାକୁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଛନ୍ତି । ସରକାରଙ୍କ ଏହି ଉଦ୍ୟମକୁ ପ୍ରଶଂସା କରିଛନ୍ତି ଜିଲ୍ଲାବାସୀ ।

ଚୁକ୍ତି ସ୍ୱାକ୍ଷରିତ ହେବା ପରେ ଆରମ୍ଭ ହୋଇଛି ଜମି ଅଧିଗ୍ରହଣ ପ୍ରକ୍ରିୟା । ଜିଲ୍ଲାର ୫୫ ଜଣ ଚାଷୀଙ୍କ ଠାରୁ ୪୫.୮୦ ଏକର ଜମି ଅଧିଗ୍ରହଣ କରାଯିବ । ତେଣୁ ଜିଲ୍ଲା ପ୍ରଶାସନ ଓ ରେଳ ବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ନନ୍ଦାହାଣ୍ଡା ବ୍ଲକର ସିନ୍ଧିଗୁଡା ଓ ନବରଙ୍ଗପୁର ମ୍ୟୁନିସିପାଲିଟିରେ ଚାଷୀଙ୍କ ସହ ଆଲୋଚନା ହୋଇଛି । ଜମି ହରାଇଥିବା ଲୋକଙ୍କୁ ଜମିର ଦୁଇଗୁଣା ସହ ୧୨ ପ୍ରତିଶତ ସୁଧ ହାରରେ ଟଙ୍କା ଯୋଗାଇ ଦିଆଯିବ ବୋଲି କୁହାଯାଇଛି । ଏଥିପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଚାଷୀ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏଭଳି ଗତିବିଧି ଦେଇଥାଏ ଶୁଭଫଳ

ଜ୍ୟାେତିଷ ଶାସ୍ତ୍ର ଅନୁସାରେ ଜୀବଜନ୍ତୁଙ୍କର ଗତିବିଧିକୁ ଆଧାର କରି ଜଣେ ବ୍ୟକ୍ତିର ଭବିଷ୍ୟତ ମଧ୍ୟ ଆକଳନ କରାଯାଇପାରେ। ଏମିତି କିଛି ଗତିବିଧି ଅଛି ଯାହା ଦ୍ୱାରା ମଣିଷକୁ ଶୁଭ ଓ ଅଶୁଭ ସଙ୍କେତ ମିଳିଥାଏ। ତଦନୁଯାୟୀ ଫଳ ମଧ୍ୟ ମିଳିଥାଏ।

ଶାସ୍ତ୍ରନୁସାରେ ବାଛୁରୀକୁ ଦେଖିବା, ଜଳ କଳସ ନଜର ଆସିବା, ଶରୀର ଉପରେ ଝିଟିପଟି ପଡିବା ଆଦିକୁ ଶୁଭ ବୋଲି ବିବେଚନା କରାଯାଇଥାଏ । ଏସବୁକୁ ଦେଖିଲେ ବ୍ୟକ୍ତିକୁ  ସଫଳତା ମିଳିବାର ସମ୍ଭାବନା ବଢିଯାଇଥାଏ।

ସେହିପରି ଯାତ୍ରା ସମୟରେ କୗେଣସି ସକରାତ୍ମକ ଶବ୍ଦ ଶୁଣାଗଲେ ତାହାକୁ ଭଲ ବୋଲି ଜ୍ୟାେତିଷ ଶାସ୍ତ୍ରରେ ବିବେଚିତ କରାଯାଇଥାଏ । କମ୍ ଅନ୍ ଭଳି ଶବ୍ଦ ଶୁଣିଲେ କାମ ସମ୍ପୂର୍ଣ୍ଣ ହେବାର ଅଧିକ ସମ୍ଭାବନା ରହିଥିବା ବେଳେ ଗୋ ବ୍ୟାକ୍ ଭଳି ଧ୍ୱନି ଅଶୁଭ ସଙ୍କେତ ଧରାଯାଇଥାଏ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୗେଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ଯିବା ସମୟରେ ଜଳ ଭର୍ତ୍ତି କଳସକୁ ଦେଖିଲେ ଶୁଭ ଫଳ ପ୍ରାପ୍ତିର ସମ୍ଭାବନା ରହିଥାଏ । ସେହିପରି କିଛି ଜରୁରୀ କାଗଜପତ୍ର କାମ କରୁଥିବା ବେଳେ କାଗଜ ଉପରେ ଝିଟିପିଟି କିମ୍ବା ଆଖପାଖରେ ଝିଟିପିଟି ପଡିଲେ ବହୁତ ଶୁଭ କୁହାଯାଇଥାଏ । ଘରକୁ କୁଣିଆ ଆସିବା ଲକ୍ଷ୍ମୀଙ୍କ କୃପା ମିଳିବାର ସଙ୍କେତ ଦେଇଥାଏ । କେବଳ ଏତିକି ନୁହେଁ ଘୋଡା, ସୁନ୍ଦର ପକ୍ଷୀ ଅଥବା ହାତୀ ଦେଖିଲେ ଅଟକି ଯାଇଥିବା କାମ ପୂରା ହୋଇଥାଏ ।

ଠାକୁରଙ୍କ ମୂର୍ତ୍ତି, ଯଜ୍ଞ, ଅଗ୍ନି, ସ୍ୱର୍ଣ୍ଣ ଓ ରତ୍ନ ଦେଖିଲେ ଅତ୍ୟନ୍ତ ଶୁଭ ଫଳ ମିଳିଥାଏ । ରାଜକୀୟ ଚିହ୍ନ, ଚକ୍ର, ଶଙ୍ଖ, ବାଦ୍ୟଯନ୍ତ୍ରର ଶବ୍ଦ ଶୁଣାଗଲେ ବ୍ୟକ୍ତିକୁ ଲକ୍ଷ୍ୟ ପ୍ରାପ୍ତ ହେବା ସହ ମିଛ ଦୋଷର ଆଶଙ୍କା ଦୂର ହୋଇଥାଏ ବୋଲି ଜ୍ୟାେତିଷ ଶାସ୍ତ୍ର ମାନ୍ୟତା ରହିଛି ।

ଶ୍ରୀମନ୍ଦିର ବିକାଶ ପାଇଁ ରାଷ୍ଟ୍ରପତିଙ୍କ ଏକ ଲକ୍ଷ ଟଙ୍କା ଦାନ

ପୁରୀ: ପୁରୀରେ ଭଗବାନ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପରେ ରାଷ୍ଟ୍ରପତି ଶ୍ରୀମନ୍ଦିରର ବିକାଶ ପାଇଁ ଏକ ଲକ୍ଷ ଟଙ୍କା ଦାନ କରିଛନ୍ତି । ରାଷ୍ଟ୍ରପତି ତାଙ୍କ ଦରମାରୁ ଏହି ରାଶି ପ୍ରଦାନ କରିଛନ୍ତି । ଏକ ଲକ୍ଷ ଟଙ୍କାର ଚେକ୍ ରାଷ୍ଟ୍ରପତି ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରିଥିଲେ । ଖାଲି ସେତିକି ନୁହେଁ ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ସୌନ୍ଦର୍ଯ୍ୟକରଣ ଦେଖି ରାଷ୍ଟ୍ରପତି ଅତ୍ୟନ୍ତ ଖୁସି ହୋଇଥିବା ବେଳେ ବିକାଶ ଦେଖି ହେଲେ ଆଶ୍ଚର୍ଯ୍ୟ ହୋଇଛି । ସେ କହିଛନ୍ତି ୨୦୧୮ର ପୁରୀ ଓ ୨୦୨୧ର ପୁରୀ ଭିତରେ ଆକାଶ ପାତାଳ ଫରକ ରହିଛି ।ଉନ୍ନତିମୂଳକ କାର୍ଯ୍ୟ ପାଇଁ ରାଜ୍ୟ ସରକାରଙ୍କୁ ଏଭଳି ପ୍ରଶଂସା କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

ସୋମବାର ସାକଳୁ ପତ୍ନୀଙ୍କ ସହ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଦର୍ଶନ ପରେ ଶ୍ରୀମନ୍ଦିର ପରିକ୍ରମା ଯୋଜନା ନେଇ ନିଜ ଦରମାରୁ ଏକଲକ୍ଷ ଟଙ୍କା ଦାନ କରିଥିଲେ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମହାମହିମଙ୍କୁ ନାଗାର୍ଜୁନ ବେଶର ଏକ ପଟ୍ଟଚିତ୍ର ଉପହାର ସ୍ୱରୂପ ଦିଆଯାଇଛି । ଗର୍ଭଗୃହରେ ଅବକାଶ ବେଶରେ ଶ୍ରୀଜିଉଙ୍କୁ ଦର୍ଶନ କରି ଅତ୍ୟନ୍ତ ଭାବ ବିହ୍ଵଳ ହୋଇ ପଡିଥିଲେ ରାଷ୍ଟ୍ରପତି । ତେବେ ଏହି ଗସ୍ତ ସମୟରେ ଶ୍ରୀମନ୍ଦିର ଚାରିପଟ ସୌନ୍ଦର୍ଯ୍ୟକରଣକୁ ଖୁବ୍ ପ୍ରଶଂସା କରିଥିଲେ ରାଷ୍ଟ୍ରପତି ।

ସ୍ୱତନ୍ତ୍ର ବାୟୁସେନା ହେଲିକପ୍ଟର ଯୋଗେ ପୁରୀ ହେଲିପ୍ୟାଡ଼ରେ ଓହ୍ଲାଇଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଧର୍ମ ପତ୍ନୀ । ସେଠାରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ ଜିଲ୍ଲାପାଳ, ଏସ୍‌ପି ଓ ସ୍ଥାନୀୟ ବିଧାୟକ । ସେଠାରୁ ସେ ସିଧାସଳଖ କାରକେଡ୍‌ରେ ଶ୍ରୀମନ୍ଦିର ପହଞ୍ଚିଥିଲେ । ସିଂହଦ୍ୱାର ସାମ୍ନାରେ ଗଜପତି ମହାରାଜା, ବରିଷ୍ଠ ସେବାୟତ ଜନାର୍ଦ୍ଦନ ପାଟ୍ଟଯୋଶୀ ଶୀମନ୍ଦିର ଭିତରକୁ ପାଛୋଟି ନେଇଥିଲେ । ବାଇଶି ପାହାଚ, ଅରୁଣସ୍ତମ୍ଭ ପରିକ୍ରମା ପରେ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ ରାମନାଥ ।

ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ସୌନ୍ଦର୍ଯ୍ୟକରଣକୁ ରାଷ୍ଟ୍ରପତିଙ୍କ ପ୍ରଶଂସା; କହିଲେ ବିକାଶ ଅବିଶ୍ୱସନୀୟ

0

ଭୁବନେଶ୍ୱର: ଓଡ଼ିଶାକୁ ତିନି ଦିନିଆ ଗସ୍ତରେ ଆସି ଫେରିଗଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ହେଲେ ପୁରୀର ସୌନ୍ଦର୍ଯ୍ୟକରଣ ଦେଖି ହେଲେ ବିମୋହିତ । ବିକାଶ ଦେଖି ହେଲେ ଆଶ୍ଚର୍ଯ୍ୟ । ଗଲା ବେଳକୁ କହିଗଲେ ପୁରୀର ବିକାଶ ଅବିଶ୍ୱସନୀୟ । ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ସୌନ୍ଦର୍ଯ୍ୟକରଣ ଉଚ୍ଚକୋଟିର । ଉନ୍ନତିମୂଳକ କାର୍ଯ୍ୟ ପାଇଁ ରାଜ୍ୟ ସରକାରଙ୍କୁ ଏଭଳି ପ୍ରଶଂସା କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଶ୍ରୀଜିଉଙ୍କ ଦର୍ଶନ ପରେ କୋଣାର୍କ ଓ ଆଇଓସିଏଲ୍‌ ବ୍ୟାଖ୍ୟାନ କେନ୍ଦ୍ର ମଧ୍ୟ ପରିଦର୍ଶନ କରିଥିଲେ । ପରେ ଅପରାହ୍ନରେ ଦିଲ୍ଲୀ ଫେରିଗଲେ ରାଷ୍ଟ୍ରପତି ।

ସୋମବାର ସାକଳୁ ପତ୍ନୀଙ୍କ ସହ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଦର୍ଶନ ପରେ ଶ୍ରୀମନ୍ଦିର ପରିକ୍ରମା ଯୋଜନା ନେଇ ନିଜ ଦରମାରୁ ଏକଲକ୍ଷ ଟଙ୍କା ଦାନ କରିଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମହାମହିମଙ୍କୁ ନାଗାର୍ଜୁନ ବେଶର ଏକ ପଟ୍ଟଚିତ୍ର ଉପହାର ସ୍ୱରୂପ ଦିଆଯାଇଛି । ଗର୍ଭଗୃହରେ ଅବକାଶ ବେଶରେ ଶ୍ରୀଜିଉଙ୍କୁ ଦର୍ଶନ କରି ଅତ୍ୟନ୍ତ ଭାବ ବିହ୍ଵଳ ହୋଇ ପଡିଥିଲେ ରାଷ୍ଟ୍ରପତି । ତେବେ ଏହି ଗସ୍ତ ସମୟରେ ଶ୍ରୀମନ୍ଦିର ଚାରିପଟ ସୌନ୍ଦର୍ଯ୍ୟକରଣକୁ ଖୁବ୍ ପ୍ରଶଂସା କରିଥିଲେ ମହିମହିମ ରାଷ୍ଟ୍ରପତି ।

ପୁରୀର ବିକାଶ ଅବିଶ୍ୱସନୀୟ । ଶ୍ରୀମନ୍ଦିର ଚତୁପାର୍ଶ୍ୱ ସୌନ୍ଦର୍ଯ୍ୟକରଣ କାମ ଅତି ଉଚ୍ଚକୋଟିର । ୨୦୧୮ ଓ ୨୦୨୧ର ବଡ଼ଦାଣ୍ଡ ଭିତରେ ଆକାଶ ପାତାଳ ଫରକ । ଦେଶ ବିଦେଶର ପର୍ଯ୍ୟଟକଙ୍କୁ ବିମୋହିତ କରିବ ଶ୍ରୀକ୍ଷେତ୍ର । ମହାପ୍ରଭୁଙ୍କ ଦର୍ଶନ ସାରି ରାଷ୍ଟ୍ରପ୍ରତି ପୁରୀର ବିକାଶକୁ ନେଇ ରାଜ୍ୟ ସରକାରଙ୍କୁ କରିଛନ୍ତି  ପ୍ରଶଂସା । ସ୍ୱତନ୍ତ୍ର ବାୟୁସେନା ହେଲିକପ୍ଟର ଯୋଗେ ପୁରୀ ହେଲିପ୍ୟାଡ଼ରେ ଓହ୍ଲାଇଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଧର୍ମ ପତ୍ନୀ । ସେଠାରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ ଜିଲ୍ଲାପାଳ, ଏସ୍‌ପି ଓ ସ୍ଥାନୀୟ ବିଧାୟକ । ସେଠାରୁ ସେ ସିଧାସଳଖ କାରକେଡ୍‌ରେ ଶ୍ରୀମନ୍ଦିରରେ ପହଞ୍ଚିଥିଲେ । ସିଂହଦ୍ୱାର ସାମ୍ନାରେ ଗଜପତି ମହାରାଜା, ବରିଷ୍ଠ ସେବାୟତ ଜନାର୍ଦ୍ଦନ ପାଟ୍ଟଯୋଶୀ ଶୀମନ୍ଦିର ଭିତରକୁ ପାଛୋଟି ନେଇଥିଲେ । ବାଇଶି ପାହାଚ, ଅରୁଣସ୍ତମ୍ଭ ପରିକ୍ରମା ପରେ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ ରାମନାଥ ।