ଜଗତସିଂହପୁର: ସାରା ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟ୍ରୀୟରିଂ ଛାଡ଼ ଆନ୍ଦୋଳନ ଲାଗିରହିଥିବାରୁ ଜଗତସିଂହପୁର ଜିଲ୍ଲାରେ ପେଟ୍ରୋଲ ପମ୍ପ ଗୁଡିକୁ ପେଟ୍ରୋଲ ଆସିବାର ସମ୍ଭାବନା ବହୁତ କମ ଥିବାରୁ ଜଗତସିଂହପୁର ସହରରେ ଥିବା ପେଟ୍ରୋଲ ପମ୍ପ ଗୁଡିକରେ ବର୍ତ୍ତମାନ ଭିଡ଼ ଲାଗିରହିଥିବା ଦେଖିବାକୁ ମିଳିଛି। ଜଗତସିଂହପୁର ମୁଖ୍ୟ ରାସ୍ତାରୁ ପୁରା ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ଲମ୍ବା ଲାଇନ ଲାଗିଛି। ଏହାରି ଭିତରେ କିଏ କିଏ ପ୍ଲାଷ୍ଟିକ ଜାର ତ ଆଉ କିଏ ବୋତଲ ଧରି ଟାଙ୍କି ପାଖରେ ପହଞ୍ଚି ଗଲାଣି। ସରକାରଙ୍କ ସହିତ ଡ୍ରାଇଭର ସଙ୍ଘର ଆଲୋଚନା ଭିତରେ କୌଣସି ନିଷ୍କର୍ଷ ବାହାରି ପାରୁ ନାହିଁ। ଯାହାଫଳରେ ସାଧାରଣ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି।
ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁ ରାଜ୍ୟରେ ସୃଷ୍ଟି ହେବ ବଡ଼ ତେଲ ସଙ୍କଟ
ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁ ରାଜ୍ୟରେ ସୃଷ୍ଟି ହେବ ବଡ଼ ତେଲ ସଙ୍କଟ। ଦୁଇଦିନ ହେବ କୌଣସି ତେଲ ଟ୍ୟାଙ୍କର ମୁଭମେଣ୍ଟ ହୋଇ ନାହିଁ। ଗତକାଲି ବି ଟ୍ୟାଙ୍କର ମୁଭମେଣ୍ଟ ହୋଇନାହିଁ । ତେଣୁ ଆଜି ରାଜ୍ୟରେ ତେଲ ସରିଯିବ। କ୍ରାଇସିସ ହେବ ବୋଲି କହିଛନ୍ତି ପେଟ୍ରୋଲ ପମ୍ପ ମାଲିକ ସଂଘର ସାଧାରଣ ସଂପାଦକ ସଂଜୟ ଲାଠ। ଧର୍ମଘଟ ଜାରି ରହିଲେ ବି ପେଟ୍ରୋଲିୟମ ସେକ୍ଟରକୁ ବାଦ ଦେବାକୁ ଦାବି ରଖିଛି ପେଟ୍ରୋଲିୟମ ଡିଲର ସଂଘ। ସାଧାରଣତଃ ପେଟ୍ରୋଲ ପମ୍ପ ଗୁଡିକରେ ତିନି ଦିନର ଷ୍ଟକ ଥାଏ। ଦୈନିକ ୩ ହଜାର ୬୦୭ କିଲୋଲିଟର ପେଟ୍ରୋଲ ଓ ୮ ହଜାର ୫୦୦ କିଲୋଲିଟର ଡିଜେଲ ଆବଶ୍ୟକ ହୁଏ । ଆଜି ତେଲ ବହୁ ଟାଙ୍କିରୁ ସରିଯିବ । ସନ୍ଧ୍ୟା ସୁଦ୍ଧା ସବୁଆଡେ ତେଲ ସରିଯିବ।
ତେଲ ହେଉଛି ଲାଇଫଲାଇନ ମୁଭମେଣ୍ଟର। ସ୍ୱାସ୍ଥ୍ୟ, ଆଇନଶୃଙ୍ଖଳା ସବୁ ବାଧାପ୍ରାପ୍ତ ହେବ। ଦରଦାମ ବଢିବ । ଏହି ଅତି ଆବଶ୍ୟକ ସେବାକୁ କାହିଁକି ରୋକାଯାଇଛି ବୋଲି ପ୍ରଶ୍ନ ଉଠିଛି । ସରକାରଙ୍କ ପକ୍ଷରୁ କଡା ନିର୍ଦେଶ ଆସୁ। କିଏ ଅଟକାଇଲେ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ । ପାରାଦ୍ବୀପ, ଜଟଣୀ, ଝାରସୁଗୁଡା, ବାଲେଶ୍ଵରରେ ତେଲ ଡିପୋ ଅଛି। ପାରାଦ୍ୱୀପରୁ କଳାହାଣ୍ଡି ତେଲ ଯାଉଛି । ସରକାର ତୁରନ୍ତ ହସ୍ତକ୍ଷେପ କରିବାକୁ ନିବେଦନ କଲା ପେଟ୍ରୋଲୀୟମ ଡିଲର ସଂଘ। ସରକାର ଆଲୋଚନା କରି ଏସେନ୍ସିଆଲ ସର୍ଭିସକୁ ରିଷ୍ଟୋର କରନ୍ତୁ। ଜିଲ୍ଲାପାଳ ଓ ଏସ୍ପିଙ୍କ ଜରିଆରେ ଡିପୋରୁ ଲୋଡ଼ କରି ପେଟ୍ରୋଲ ପମ୍ପରେ ତେଲ ପହଞ୍ଚାଇବା ଆବଶ୍ୟକ ବୋଲି କୁହାଯାଉଛି ।
ରାଜ୍ୟରେ ତୈଳ କ୍ରାଇସିସ ହେବ: ପେଟ୍ରୋଲ ପମ୍ପ ମାଲିକ ସଂଘର ସାଧାରଣ ସଂପାଦକ
ଭୁବନେଶ୍ବର: ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁ ରାଜ୍ୟରେ ସୃଷ୍ଟି ହେବ ବଡ଼ ତେଲ ସଙ୍କଟ। ଦୁଇଦିନ ହେବ କୌଣସି ତେଲ ଟ୍ୟାଙ୍କର ମୁଭମେଣ୍ଟ ହୋଇ ନାହିଁ। ଗତକାଲି ବି ଟ୍ୟାଙ୍କର ମୁଭମେଣ୍ଟ ହୋଇନାହିଁ । ତେଣୁ ଆଜି ରାଜ୍ୟରେ ତେଲ ସରିଯିବ। କ୍ରାଇସିସ ହେବ ବୋଲି କହିଛନ୍ତି ପେଟ୍ରୋଲ ପମ୍ପ ମାଲିକ ସଂଘର ସାଧାରଣ ସଂପାଦକ ସଂଜୟ ଲାଠ। ଧର୍ମଘଟ ଜାରି ରହିଲେ ବି ପେଟ୍ରୋଲିୟମ ସେକ୍ଟରକୁ ବାଦ ଦେବାକୁ ଦାବି ରଖିଛି ପେଟ୍ରୋଲିୟମ ଡିଲର ସଂଘ। ସାଧାରଣତଃ ପେଟ୍ରୋଲ ପମ୍ପ ଗୁଡିକରେ ତିନି ଦିନର ଷ୍ଟକ ଥାଏ। ଦୈନିକ ୩ ହଜାର ୬୦୭ କିଲୋଲିଟର ପେଟ୍ରୋଲ ଓ ୮ ହଜାର ୫୦୦ କିଲୋଲିଟର ଡିଜେଲ ଆବଶ୍ୟକ ହୁଏ । ଆଜି ତେଲ ବହୁ ଟାଙ୍କିରୁ ସରିଯିବ । ସନ୍ଧ୍ୟା ସୁଦ୍ଧା ସବୁଆଡେ ତେଲ ସରିଯିବ। ତେଲ ହେଉଛି ଲାଇଫଲାଇନ ମୁଭମେଣ୍ଟର। ସ୍ୱାସ୍ଥ୍ୟ, ଆଇନଶୃଙ୍ଖଳା ସବୁ ବାଧାପ୍ରାପ୍ତ ହେବ। ଦରଦାମ ବଢିବ । ଏହି ଅତି ଆବଶ୍ୟକ ସେବାକୁ କାହିଁକି ରୋକାଯାଇଛି ବୋଲି ପ୍ରଶ୍ନ ଉଠିଛି । ସରକାରଙ୍କ ପକ୍ଷରୁ କଡା ନିର୍ଦେଶ ଆସୁ। କିଏ ଅଟକାଇଲେ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ । ପାରାଦ୍ବୀପ, ଜଟଣୀ, ଝାରସୁଗୁଡା, ବାଲେଶ୍ଵରରେ ତେଲ ଡିପୋ ଅଛି। ପାରାଦ୍ୱୀପରୁ କଳାହାଣ୍ଡି ତେଲ ଯାଉଛି । ସରକାର ତୁରନ୍ତ ହସ୍ତକ୍ଷେପ କରିବାକୁ ନିବେଦନ କଲା ପେଟ୍ରୋଲୀୟମ ଡିଲର ସଂଘ। ସରକାର ଆଲୋଚନା କରି ଏସେନ୍ସିଆଲ ସର୍ଭିସକୁ ରିଷ୍ଟୋର କରନ୍ତୁ। ଜିଲ୍ଲାପାଳ ଓ ଏସ୍ପିଙ୍କ ଜରିଆରେ ଡିପୋରୁ ଲୋଡ଼ କରି ପେଟ୍ରୋଲ ପମ୍ପରେ ତେଲ ପହଞ୍ଚାଇବା ଆବଶ୍ୟକ ବୋଲି କୁହାଯାଉଛି
ଆଜିଠାରୁ ଆରମ୍ଭ ହେଉଛି ହାଇଭୋଲଟେଜ୍ ଲର୍ଡସ ଟେଷ୍ଟ: ଇଂଲଣ୍ଡ ଓ ଭାରତ ମଧ୍ୟରେ ସିରିଜର ତୃତୀୟ ମ୍ୟାଚ
ଆଜିଠାରୁ ଆରମ୍ଭ ହେଉଛି ହାଇଭୋଲଟେଜ୍ ଲର୍ଡସ ଟେଷ୍ଟ । ଇଂଲଣ୍ଡ ଓ ଭାରତ ମଧ୍ୟରେ ସିରିଜର ତୃତୀୟ ମ୍ୟାଚ। ଏହି ମ୍ୟାଚରେ ବୁମରା ଖେଳିବା ଏକ ରକମର ପକ୍କା। ତାଙ୍କୁ ଗତ ମ୍ୟାଚରେ ବିଶ୍ରାମ ଦିଆଯାଇଥିଲା। ବୁମରା ଚୂଡ଼ାନ୍ତ ଏକାଦଶକୁ ଫେରୁଥିବାରୁ ଟିମ୍ କମ୍ଵିନେସନରେ ଅନେକ ପରିବର୍ତ୍ତନ ହୋଇପାରେ। ଫାଷ୍ଟ ବୋଲିଂକୁ ଏହି ପିଚ୍ ସୁହାଉଥିବାରୁ ଭାରତ ବୁମରାଙ୍କ ସହିତ ସିରାଜ ଓ ଗତ ମ୍ୟାଚର ହିରୋ ଆକାଶଦୀପଙ୍କୁ ଖେଳାଇବାର ସମ୍ଭାବନା ଅଛି। ପ୍ରସିଦ୍ଧ କ୍ରିଷ୍ଣା ବାଦ୍ ପଡ଼ିବା ଏକ ରକମର ପକ୍କା। ସେପଟେ ପ୍ରଥମ ଦୁଇଟି ମ୍ୟାଚରେ ଫ୍ଲପ ହେବା ସତ୍ତ୍ଵେ କରୁଣ ନାୟାରଙ୍କୁ ହୁଏତ ଆଉ ଏକ ସୁଯୋଗ ମିଳିପାରେ। ସ୍ପିନର ଭାବେ କୁଲଦୀପଙ୍କ ସମ୍ଭାବନା ଅଛି। କିନ୍ତୁ ଟିମ୍ ସନ୍ତୁଳନ ଦୃଷ୍ଟିରୁ ହୁଏତ ୱାସିଂଟନ ସୁନ୍ଦରଙ୍କୁ ଚାନ୍ସ ମିଳିପାରେ। ନୀତିଶ ରେଡ୍ଡି ବି ରହିପାରନ୍ତି। ସେପଟେ ପ୍ରତିଭାବାନ ସାଇ ସୁଦର୍ଶନ କି ଅଭିମନ୍ୟୁ ଈଶ୍ଵରନଙ୍କୁ ଖେଳାଯିବ, ତାହା ଏକ ବ଼ଡ଼ ପ୍ରଶ୍ନ। କ୍ୟାପଟନ ଶୁବମନ ଗିଲ ତ ଚମତ୍କାର ଫର୍ମରେ ଅଛନ୍ତି। ସେହିପରି ଯଶସ୍ଵୀ, ରାହୁଲ, ପନ୍ତ ବି ଭଲ ଫର୍ମରେ ଅଛନ୍ତି। ସେପଟେ ଇଂଲଣ୍ଡ ଟିମକୁ ଫେରିଛନ୍ତି ଦ୍ରୁତ ବୋଲର ଜୋଫ୍ରା ଆର୍ଚର। ଯାହା ଜଣାପଡୁଛି ବେଶ ରୋମାଞ୍ଚକର ହେବ ଏହି ମ୍ୟାଚ।
ତୃତୀୟ ଦିନରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ: ୭ ଦଫା ଦାବିରେ ଚାଲିଛି ଧର୍ମଘଟ
ଭୁବନେଶ୍ବର: ତୃତୀୟ ଦିନରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ। ୭ ଦଫା ଦାବିରେ ଚାଲିଛି ଧର୍ମଘଟ। ଆଜି ବି ଗଡୁନି ବସ କି ଟ୍ରକ୍। ଫଳରେ ହନ୍ତସନ୍ତ ହେଉଛନ୍ତି ଯାତ୍ରୀ। ସରକାର ଓ ଡ୍ରାଇଭରଙ୍କ ମଧ୍ୟରେ କିଛି ନୂଆ ଆଲୋଚନା ହୋଇ ନାହିଁ କିମ୍ଵା ସମାଧାନର ବାଟ ବାହାରି ପାରିନାହିଁ। ତେଣୁ ଡ୍ରାଇଭର ସଙ୍ଘ ନିଜ ଜିଦରେ ଅଟଳ ରହିଛି। ଆଗରୁ ପରିବହନ ମନ୍ତ୍ରୀ କହିଥିଲେ ଯେ, ଡ୍ରାଇଭର ସଙ୍ଘ ସଦସ୍ୟଙ୍କ ସହ ସେମାନଙ୍କ ଦାବି ନେଇ ଆଲୋଚନା ହୋଇଛି। ସେମାନଙ୍କ ଦାବି ପୂରଣ ଦିଗରେ କାର୍ଯ୍ୟ କରାଯିବ। ଏହା ସତ୍ତ୍ଵେ ସେମିତି କିଛି ଠୋସ୍ ଘୋଷଣା ଏ ଯାଏ କରାଯାଇ ନାହିଁ। ତେଣୁ ଡ୍ରାଇଭରଙ୍କ ଆନ୍ଦୋଳନ ଜାରି ରହିଛି। ସାରା ରାଜ୍ୟରେ ବସ୍ ଚଳାଚଳ ପ୍ରଭାବିତ ହୋଇଛି। ଅତ୍ୟାବଶ୍ୟକ ସାମଗ୍ରୀର ପରିବହନ ମଧ୍ୟ ପ୍ରଭାବିତ ହୋଇଛି।
ରଥଯାତ୍ରା ଦଳାଚକଟା ଘଟଣା: ଆଜି ପୁରୀରେ ସାକ୍ଷ୍ୟ ଗ୍ରହଣ ହେବ
ପୁରୀ: ରଥଯାତ୍ରା ଦଳାଚକଟା ଘଟଣାର ଆଜି ପୁରୀରେ ସାକ୍ଷ୍ୟ ଗ୍ରହଣ ହେବ। ଅପରାହ୍ନ ୩ଟାରୁ ଲୋକମାନେ ଆସି ତଥ୍ୟ ଦେଇପାରିବେ। କେମିତି ଦଳାଚକଟା ହେଲା, କାହିଁକି ହେଲା, ସେମାନେ କଣ ଦେଖିଛନ୍ତି, ଏଥିରେ କାହାର ଦୋଷ ଥିଲା, ସୁରକ୍ଷା ବ୍ୟବସ୍ଥା ଠିକ୍ ଥିଲା କି ନାହିଁ, ଭିଡ଼ ପରିଚାଳନା ପାଇଁ ଯଥେଷ୍ଟ ପୋଲିସ ଥିଲେ କି ନାହିଁ ଏସବୁର ତଥ୍ୟ ସଂଗ୍ରହ କରାଯାଉଛି। ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ନେତୃତ୍ଵରେ ପୁରା ଘଟଣାର ତଦନ୍ତ ହେଉଛି। ଗତକାଲି ଭୁବନେଶ୍ଵରରେ ୧୭ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ରାଜ୍ୟ ଅତିଥି ଭବନରେ ନିଜେ ଉପସ୍ଥିତ ଥିଲେ ଅନୁ ଗର୍ଗ। ରଥଯାତ୍ରା ବେଳେ ଗୁଣ୍ଡିଚା ମନ୍ଦିର ଆଗରେ ହୋଇଥିବା ଦଳାଚକଟାରେ ୩ ଭକ୍ତଙ୍କ ମୃତ୍ୟୁ ହୋଇଥିଲା। ସେ ସମ୍ପର୍କରେ କୌଣସି ବ୍ୟକ୍ତି କିମ୍ବା ସଂସ୍ଥା ଘଟଣାକୁ ନେଇ କୌଣସି ସୂଚନା କିମ୍ବା ଭିଡିଓ ତଥ୍ୟ ଥିଲେ, ଏହାକୁ ଆସନ୍ତା ୨୦ ତାରିଖ ସୁଦ୍ଧା ଇମେଲେ ଯୋଗେ ପଠାଇ ପାରିବେ ବୋଲି କୁହାଯାଇଛି। ଏଥିଲାଗି ଇମେଲ୍ ଜାରି କରାଯାଇଥିଲା। [email protected] ଇ-ମେଲ ଯୋଗେ ପଠାଇବାକୁ ଅନୁରୋଧ କରାଯାଇଛି।
୧୧ରେ ଓଡ଼ିଶା ଆସିବେ ରାହୁଲ, କଂଗ୍ରେସ ଶିବିରରେ ଉତ୍ସାହ
ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶା ଆସୁଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି । ଏଥିପାଇଁ ରାଜ୍ୟର କଂଗ୍ରେସ ଶିବିର ବେଶ ଉତ୍ସାହିତ । ରାହୁଲଙ୍କ ସହିତ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଓ ଭେନୁଗୋପାଳ ମଧ୍ୟ ଆସୁଛନ୍ତି । ଆସନ୍ତା ଶୁକ୍ରବାର ୧୧ ତାରିଖରେ ଭୁବନେଶ୍ଵର ବରମୁଣ୍ଡା ପଡିଆରେ ସମ୍ବିଧାନ ବଞ୍ଚାଅ ସମାବେଶ କରାଯିବ । ଏହା ସହିତ କଂଗ୍ରେସ ଭବନରେ ବସିବ ବଡ଼ ବୈଠକ । ଏଥିରେ ଦଳର ନେତାଙ୍କୁ ଦିଆଯିବ ଗୁରୁମନ୍ତ୍ର । ୨୬ ବର୍ଷ ଧରି କ୍ଷମତା ବାହାରେ ଥିବା ରାଜ୍ୟ କଂଗ୍ରେସର ନେତା ରାହୁଲଙ୍କ ଗସ୍ତ ପୂର୍ବରୁ ଏକତାର ବାର୍ତ୍ତା ଦେଇଛନ୍ତି । କୃଷକ, ଦଳିତ, ନାରୀ ନିର୍ଯାତନା, ସାମାଜିକ ନ୍ୟାୟଠାରୁ ଆରମ୍ଭ କରି ରଥଯାତ୍ରା ଅଘଟଣ ପ୍ରସଙ୍ଗରେ ରାହୁଲ ଡବଲ ଇଂଜିନ ସରକାର ବିରୋଧରେ ରଣହୁଙ୍କାର ଦେଇପାରନ୍ତି । ତାଙ୍କ ଗସ୍ତକୁ ସଫଳ କରିବାକୁ କଂଗ୍ରେସ ଜୋରଦାର ପ୍ରସ୍ତୁତି କରିଛି ।
ଏକ ହୋଇ ଲଢ଼େଇ କଲେ ଓଡ଼ିଶାରେ କମବ୍ୟାକ୍ କରିବ କଂଗ୍ରେସ । ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତର ଦିନକ ପୂର୍ବରୁ ଦଳର ନେତା କର୍ମୀଙ୍କୁ ଏହି ବାର୍ତ୍ତା ଦେଇଛନ୍ତି ପିସିସି ସଭାପତି ଭକ୍ତ ଦାସ । ରାହୁଲଙ୍କ ଗସ୍ତକୁ ସଫଳ କରିବାକୁ ଛାମୁଆ ସଂଗଠନର ନେତାମାନଙ୍କୁ ଏକଜୁଟ କରି ଭକ୍ତ ଦାସ ମିଳିତ ପ୍ରେସମିଟ କରିଛନ୍ତି । ସେ କହିଛନ୍ତି, ଥରେ ନୁହେଁ, ଓଡିଶାକୁ ବାରମ୍ବାର ଆସିବେ ରାହୁଲ ଗାନ୍ଧି । ଆସନ୍ତା ଶୁକ୍ରବାର ସେ ସାଢ଼େ ୧୧ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ ସିଧା ବରମୁଣ୍ଡା ପଡ଼ିଆ ଯିବେ । ତାଙ୍କୁ ଛକ ଛକରେ ସ୍ଵାଗତ କରିବେ କଂଗ୍ରେସ କର୍ମୀ । ୧୨ଟାରେ ସମ୍ବିଧାନ ବଞ୍ଚାଅ ସମାବେଶରେ ରାହୁଲ ଉଦବୋଧନ ଦେବେ । ସଭା ସରିବା ପରେ ଚାଷୀଙ୍କ ଦୁଇଟି ପ୍ରତିନିଧି ଦଳକୁ ମଧ୍ୟ ଭେଟିବେ । ଅପରାହ୍ନ ୩ଟାରେ କଂଗ୍ରେସ ଭବନରେ ପ୍ରଥମେ ରାଜନୈତିକ ବ୍ୟାପାର କମିଟି, ପରେ ବିଧାୟକ ଓ ପିସିସି କର୍ମକର୍ତ୍ତାଙ୍କ ସହିତ ରୁଦ୍ଧଦ୍ଵାର ବୈଠକ କରିବେ ରାହୁଲ ।
ରାଜ୍ୟରେ ୨୬ ବର୍ଷ ଧରି କ୍ଷମତା ବାହାରେ ଥିବା କଂଗ୍ରେସର ଶୀର୍ଷ ନେତୃତ୍ଵ ପୁଣି ଥରେ ଓଡ଼ିଶାକୁ ଫୋକସ୍ କରିଛନ୍ତି । ତୃଣମୂଳସ୍ତରରେ ଦୁର୍ବଳ ହୋଇ ଯାଇଥିବା ସଂଗଠନକୁ ସଜାଡ଼ିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ନାରୀ ନିର୍ଯାତନା, ଚାଷୀ ସମସ୍ୟା, ଯୁବ ଓ ଛାତ୍ରଙ୍କୁ ପ୍ରତାରଣା, ଦଳିତ, ଆଦିବାସୀ ଓ ପଛୁଆ ବର୍ଗଙ୍କ ସୁରକ୍ଷା, ଶ୍ରୀଜଗନ୍ନାଥଙ୍କୁ ଅସମ୍ମାନ ଆଦି ପ୍ରସଙ୍ଗ ଉଠାଇବେ ରାହୁଲ । ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, କଥା ଦେଇ କଥା ରଖିଛନ୍ତି ବୋଲି ମୋହନ ସରକାର ବଡ଼ ବଡ଼ ବ୍ୟାନର ମାରିଛନ୍ତି । ନିର୍ବାଚନ ଆଗରୁ କହିଥିଲେ, କଟନି ଛଟନି ଆଦୌ ହେବ ନାହିଁ । ହେଲେ ବିଜେପି ସରକାର ଆସିବା ପରେ ଏହା ବଢିଯାଇଛି । ପ୍ରେସମିଟରେ ବିଭିନ୍ନ ପ୍ରସଙ୍ଗରେ କଂଗ୍ରେସ ନେତା ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ।
ରାହୁଲଙ୍କୁ ଜୋକର କହି କଟାକ୍ଷ କଲେ ଜୟ ନାରାୟଣ
ସେପଟେ ରାହୁଲ ଗାନ୍ଧିଙ୍କୁ ଜୋକର କହି କକ୍ଷାକ୍ଷ କରିଛନ୍ତି ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର । ସେ ରାହୁଲଙ୍କୁ ଜଣେ କମେଡିଆନ ବା ଜୋକର ବୋଲି କହିଛନ୍ତି । ସେ ଆସିଲେ କିଛି ପ୍ରଭାବ ପଡ଼ିବ ନାହିଁ ବୋଲି ସେହିଛନ୍ତି । ଏହାସହ ଏହା ବି କହିଛନ୍ତି, ସେମାନେ ପୁଣି ଶାସନକୁ ଆସିବେ ବୋଲି ଆଶା କରିବା ଭଲ । ସଶକ୍ତ ବିରୋଧୀ ଦଳ ରହିବା ଦରକାର ।
ଦ୍ବିତୀୟ ଦିନରେ ଷ୍ଟିୟରିଂ ଛାଡ ଆନ୍ଦୋଳନ: ଜିଦରେ ଅଟଳ ଡ୍ରାଇଭର, ଯାତ୍ରୀ ହନ୍ତସନ୍ତ
ନନ୍ଦିଘୋଷ ବ୍ୟୁରୋ: ଦ୍ବିତୀୟ ଦିନରେ ପହଞ୍ଚିଛି ଡ୍ରାଇଭର ଆନ୍ଦୋଳନ । ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ବି ଆନ୍ଦୋଳନ ପ୍ରତ୍ୟାହାର କରିନାହାଁନ୍ତି ଡ୍ରାଇଭର ମହାସଂଘ । ଆଜି ବି ରାଜ୍ୟବ୍ୟାପୀ ଚକଅଖ ବନ୍ଦ ହୋଇଥିବାରୁ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି । ସେପଟେ ତେଲ ଗାଡି ଆସିପାରୁ ନଥିବାରୁ କାଲିଠୁ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ସଙ୍କଟ ଦେଖା ଦେବାକୁ ଯାଉଛି । ଡିପୋରେ ଯେତିକି ତେଲ ଅଛି ତାହା ଗୋଟିଏ ଦିନ ପାଇଁ ରାଜ୍ୟର ଆବଶ୍ୟକତାକୁ ମେଣ୍ଟାଇପାରିବ ।
ସାତ ଦଫା ଦାବିରେ ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ଆରମ୍ଭ ହୋଇଥିବା ଷ୍ଟିୟରିଂ ଛାଡ ଆନ୍ଦୋଳନ ଦ୍ଵିତୀୟ ଦିନରେ । ଆନ୍ଦୋଳନର ପ୍ରଭାବ ସାରା ରାଜ୍ୟରେ ଦେଖିବାକୁ ମିଳିଛି । କୋରାପୁଟରୁ କଟକ, ମୟୂରଭଞ୍ଜରୁ ମହାକାଳପଡା, ସବୁଠି ଷ୍ଟିୟରିଂ ଛାଡି ଆନ୍ଦୋଳନରେ ସାମିଲ ହୋଇଛନ୍ତି ଡ୍ରାଇଭର । ଜରୁରୀ ସେବାରେ ନିୟୋଜିତ ଗାଡିକୁ ଛାଡି ଦେଲେ ଅନ୍ୟ ସବୁ ଗାଡି ରାସ୍ତାରୁ ହଟିଯାଇଛି । କେଉଁଠି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଚାଲିଛି ପିକେଟିଂ ତ କେଉଁଠି ଜାତୀୟ ରାଜପଥ ଅବରୋଧ କରାଯାଇଛି । ବାହାର ରାଜ୍ୟରୁ ଆସିଥିବା ଗାଡିଗୁଡିକୁ ଗତରାତିରେ ସୀମା ପାର ହେବାକୁ ସୁଯୋଗ ଦେବାକୁ ମହସଂଘର ସଭାପତି ଅପିଲ କରିଥିଲେ । ଏଥିସହିତ ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ସେ କହିଛନ୍ତି ।
ଗତକାଲି ସନ୍ଧ୍ୟାରେ ଡ୍ରାଇଭର ମହାସଂଘ ସହ ରାଜ୍ୟ ସରକାର ପ୍ରାୟ ୫ ଘଣ୍ଟା ଧରି ଆଲୋଚନା କରିଥିଲେ । ଆଲୋଚନା ପରେ ପରିବହନ ମନ୍ତ୍ରୀ ମହାସଂଘର ଅଧିକାଂଶ ଦାବି ଯୁକ୍ତିଯୁକ୍ତ ବୋଲି କହିଥିଲେ । ହେଲେ ଡ୍ରାଇଭର ସଂଘ ସେମାନଙ୍କ ଜିଦରେ ଅଟଳ । ସରକାର ଏହି ବିବାଦର ସମାଧାନ କରିପାରୁ ନଥିବାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦୂରଦୂରାନ୍ତର ଯାତ୍ରୀମାନେ ବସ ନପାଇ ବସଷ୍ଟାଣ୍ଡରେ ଅପେକ୍ଷା କରିଛନ୍ତି ।
ସେପଟେ ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ରାଜ୍ୟକୁ ଆସିପାରୁନି ତେଲ ଗାଡି । ଯେତିକି ତେଲ ଗଚ୍ଛିତ ଅଛି ତାହା ରାଜ୍ୟର ଗୋଟିଏ ଦିନର ରାଜ୍ୟର ଆବଶ୍ୟକତାକୁ ମେଣ୍ଟାଇ ପାରିବ । ଡ୍ରାଇଭରଙ୍କ ଆନ୍ଦୋଳନ ଜାରି ରହିଲେ କାଲିକୁ ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ସଙ୍କଟ ଦେଖା ଦେବ ବୋଲି କହିଛନ୍ତି ରାଜ୍ୟ ପେଟ୍ରୋଲ ଡିଜେଲ ଡିଲର ମହାସଂଘର ସଭାପତି ।
ରାସ୍ତାରେ ସୁରକ୍ଷା, ଅଟୋ ଡ୍ରାଇଭରଙ୍କୁ ଓ୍ବେଲଫେୟାର ବୋର୍ଡରେ ସାମିଲ, ଡ୍ରାଇଭରଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ଆଇନ, ୬୦ ବର୍ଷ ପରେ ଭତ୍ତା, ରାଜ୍ୟର ଖଣି ଖାଦାନରେ ୭୦ ପ୍ରତିଶତ ସ୍ଥାନୀୟ ଡ୍ରାଇଭରଙ୍କୁ ସାମିଲ ଦାବି କରି ଏହି ଷ୍ଟିୟରିଂ ଛାଡ ଆନ୍ଦୋଳନ ଡାକରା ଦିଆଯାଇଛି ।
ପଲ୍ଲୀରୁ ଦିଲ୍ଲୀ ଭାରତ ବନ୍ଦ: ଅଟକିଗଲା ରାଜରାସ୍ତାରୁ ରେଳ ଷ୍ଟେସନ, କେନ୍ଦ୍ର ବିରୋଧରେ ଗର୍ଜିଲେ ବାମପନ୍ଥୀ ସଂଗଠନ
ନନ୍ଦିଘୋଷ ବ୍ୟୁରୋ: ପଲ୍ଲୀରୁ ଦିଲ୍ଲୀ ଭାରତ ବନ୍ଦ । କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ଓ ଶ୍ରମିକ ବିରୋଧୀ ନୀତି ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ କରିଛି ୧୦ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ । ୧୭ ଦଫା ଦାବିରେ ଏହି ବିକ୍ଷୋଭ କରାଯାଇଛି । ବିଭିନ୍ନ ସ୍ଥାନରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଭୁବନେଶ୍ୱର ରେଳ ଷ୍ଟେସନରେ ପ୍ରତିବାଦ କରାଯିବା ସହ ରେଳ ରୋକ ହୋଇଥିଲା । ସେହିପରି ଭୁବନେଶ୍ୱର ସରକାରୀ ବସଷ୍ଟାଣ୍ଡରେ ବିକ୍ଷୋଭ ହୋଇଛି । ଦାବି ପୂରଣ ନ ହେଲେ ଆନ୍ଦୋଳନ ଆହୁରି ଜୋରଦାର ହେବ ବୋଲି ଚେତାବନୀ ଦେଇଛି କେନ୍ଦ୍ରୀୟ ଶ୍ରମିକ ସଂଗଠନ ।
ଭୋରରୁ ୧୭ ଦଫା ଦାବି ନେଇ ହରତାଳ କରିଥିଲା କେନ୍ଦ୍ରୀୟ ଶ୍ରମିକ ସଂଗଠନ । ଭୁବନେଶ୍ବର ରେଳ ଷ୍ଟେସନ ସମେତ ବିଭିନ୍ନ ଜିଲ୍ଲାରେ ହୋଇଥିଲା ରେଳରୋକ । ମାଷ୍ଟର କ୍ୟାଣ୍ଟିନ ଛକରେ ଅଟକି ଥିଲା ଆମ ବସ୍ । କେନ୍ଦ୍ର ସରକାରଙ୍କ ୧୧ ବର୍ଷ ମଧ୍ୟରେ ଶ୍ରମଜୀବୀମାନଙ୍କର ଦୁର୍ଦ୍ଦଶା ଏହାର ଚରମ ସୋପାନରେ ପହଞ୍ଚିଛି । ବେକାରୀ, ଦୁରାବସ୍ଥା ଓ ଅସମାନତା ଏବେ ଆକାଶ ଛୁଆଁ । ମଜୁରୀର ପରିମାଣ କମିବାରେ ଲାଗିଛି । ଶ୍ରମିକଙ୍କର ଅଧିକାର ତଥା ସାମାଜିକ ସୁରକ୍ଷା ନଷ୍ଟ ହେବାରେ ଲାଗିଛି ।ଶ୍ରମିକଙ୍କୁ ସପ୍ତାହକୁ ୭୦ ରୁ ୯୦ ଘଣ୍ଟା କାମ କରାଇବା ପାଇଁ କର୍ପୋରେଟ ଜଗତ ପକ୍ଷରୁ ଚିତ୍କାର କରାଯାଉଛି । ୪ଟି ଶ୍ରମକୋଡ ପ୍ରସ୍ତୁତ କରିବା ପରେ କେନ୍ଦ୍ର ସରକାର ଏହାକୁ ଲାଗୁ କରିବା ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ଶ୍ରମକୋଡ ଲାଗୁ ହୋଇଗଲେ ଶ୍ରମିକ ଶ୍ରେଣୀ କର୍ପୋରେଟ ବା ମାଲିକ ଶ୍ରେଣୀଙ୍କର ଗୋଲାମ ହୋଇଯିବେ । ୩ଟି କଳା କୃଷି ଆଇନକୁ ଫେରାଇ ନେବା ପରେ କେନ୍ଦ୍ର ସରକାର ପୁରୁଣା କଳା ଆଇନଗୁଡ଼ିକୁ ଫେରାଇ ଆଣିବା ଉଦ୍ଦେଶ୍ୟରେ ଅଛନ୍ତି । କୃଷକଙ୍କଠାରୁ ଚାଷ ଜମି ଛଡ଼ାଇ ନେଇ ଉଦ୍ୟୋଗପତିଙ୍କୁ ସମର୍ପି ଦେବ ବୋଲି ଅଭିଯୋଗ ହୋଇଛି ।
କେନ୍ଦ୍ରୀୟ ଶ୍ରମିକ ସଂଗଠନର ଡାକରାରେ ସାମିଲ ହୋଇଥିଲା ବିଜୁ ଶ୍ରମିକ ସାମୁଖ୍ୟ । ୪ ଶ୍ରମ କୋଡ ବାତିଲ ଓ ସର୍ବନିମ୍ନ ମାସିକ ଦରମା ୨୬ ହଜାର ଟଙ୍କା ଦାବି କରିଥିଲା । ଭାରତ ବନ୍ଦର ପ୍ରଭାବ ଓଡିଶାରେ ପ୍ରମୁଖ ସହରରୁ ଗ୍ରାମାଞ୍ଚଳରେ ପଡିଥିଲା । ଭୁବନେଶ୍ବରରେ ସମସ୍ତ ରାଜନୈତିକ ଦଳର ନେତା ଗାନ୍ଧୀ ମାର୍ଗରେ ବିକ୍ଷୋଭ କରୁଥିବା ବେଳେ ପୋଲିସ ଉଠାଇ ନେଇଥିଲା । ଆନ୍ଦୋଳନକୁ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ସହିତ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ସମର୍ଥନ ମିଳିଛି ।
କୋରାନ ଓ ଆରବୀ ଭାଷା ବାଧ୍ୟତାମୂଳକ କଲା ଇସ୍ରାଏଲ, ହେଲେ କାହିଁକି ?
ନନ୍ଦିଘୋଷ ବ୍ୟୁରୋ: ଇରାନ ସହ ଯୁଦ୍ଧ ଭିତରେ ଇସ୍ରାଏଲ ସରକାରଙ୍କ ବଡ଼ ଘୋଷଣା । ମୋସାଦର ସମସ୍ତ ଅଧିକାରୀ ଏବଂ ସୈନିକଙ୍କ ପାଇଁ ଜାରି କରାଯାଇଛି ନିର୍ଦ୍ଦେଶନାମା । ଏହି ନିର୍ଦ୍ଦେଶନାମା ଅନୁସାରେ ସମସ୍ତ ଅଧିକାରୀ ଏବଂ ସୈନିକ ବାଧ୍ୟତାମୂଳକ ଭାବେ ଇସଲାମ ଶିକ୍ଷା କରିବେ । ଏଥିପାଇଁ ଶୀଘ୍ର ନୂଆ ପାଠ୍ୟକ୍ରମ ଆସିବ ବୋଲି ଆଦେଶରେ କୁହାଯାଇଛି । ଇସ୍ରାଏଲ ନ୍ୟାସନାଲ ନ୍ୟୁଜ ଅନୁସାରେ ୨୦୨୪ ଅକ୍ଟୋବରରେ ହମାସ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା । ଗୁଇନ୍ଦା ବିଫଳତାକୁ ଏହି ଆକ୍ରମଣର କାରଣ ବୋଲି କୁହାଯାଇଛି । ରିପୋର୍ଟରେ କୁହାଯାଇଛି, ଯଦି ଅଧିକାରୀ ପୂର୍ବରୁ ଆରବୀ ଭାଷା ଜାଣିଥାନ୍ତେ ତେବେ ସ୍ଥିତି କିଛି ଅଲଗା ହୋଇଥାନ୍ତା ।
ଇସଲାମ ଶିକ୍ଷା ଇସ୍ରାଏଲରେ ବାଧ୍ୟତାମୂଳକ
AMAN ଅନୁସାରେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ପଠାଇ ଦିଆଟାଇଛି । ଶୀଘ୍ର ଏହାକୁ କାର୍ଯ୍ୟକାରୀ କରାଯିବ । ସରକାର କହିଛନ୍ତି, ସମସ୍ତ ଅଧିକାରୀଙ୍କ ପାଇଁ ଏହା ବାଧ୍ୟତାମୂଳକ । ସେ ଯେଉଁ ପଦରେ ରହିଥାନ୍ତୁ କି ଯେଉଁ ଭାଷାର ଲୋକ ହୋଇଥାନ୍ତୁ, ଇସଲାମ ଶିକ୍ଷିବାକୁ ପଡ଼ିବ । ଆସନ୍ତା ବର୍ଷ ସୁଦ୍ଧ ସମସ୍ତ ଅଧିକାରୀଙ୍କୁ ଶତ ପ୍ରତିଶତ ଇସଲାମ ପଢ଼ିବା ଓ ୫୦ ପ୍ରତିଶତ ଆରବୀ ଭାଷା ଶିଖାଇବାକୁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ଶୀଘ୍ର ଇସ୍ରାଏଲରେ ଅଧିକାରୀଙ୍କ ପାଇଁ ଟ୍ରେନିଂ କାର୍ଯ୍ୟକ୍ରମ ଆରମ୍ଭ ହୋଇଯିବ ।
ଇସଲାମ ଓ ଆରବୀ ଭାଷା ବାଧ୍ୟତାମୂଳକର ୪ଟି ପ୍ରମୁଖ କାରଣ
୧. ମୁସଲିମ ଦେଶଙ୍କ ମଧ୍ୟରେ ରହିଛି ଇସ୍ରାଏଲ । ପଡୋଶୀରେ ଜୋର୍ଡାନ, ତୁର୍କିଏ, ସାଉଦୀ, ୟମନ ଓ ଲେବାନନ ରହିଛନ୍ତି । ଇସ୍ରାଏଲର ଅଧିକାଂଶ ପଡ଼ୋଶୀ ଦେଶରେ ଆରବୀ ଭାଷା କୁହାଯାଉଥିବା ବେଳେ କେବଳ ଇସ୍ରାଏଲରେ ହିବ୍ରୁ ଭାଷା ପ୍ରଚଳିତ ।
୨. ଇସ୍ରାଏଲର ବସୁଠାରୁ ବଡ଼ ଶତ୍ରୁ ଇରାନ । ନିକଟରେ ପ୍ରକ୍ସି ଓ୍ବାର ଜରିଆରେ ଇସ୍ରାଏଲ ଇରାନରେ ତାଣ୍ଡବ ମଚାଇଥିଲା । ହେଲେ ଇସ୍ରାଏଲର ଏହି ଚାଲକୁ ଇରାନ ବୁଝି ସାରିଛି । ଆଗକୁ ସ୍ଥିତି ଉପରେ ନଜର ରଖିବାକୁ ଇସ୍ରାଏଲ ଏମିତି ପଦକ୍ଷେପ ନେଇଛି ।
୩. ଇସ୍ରାଏଲର ଟପ କମାଣ୍ଡର ଇସଲାମ ଓ ଆରବୀ ଭାଷାକୁ ସହଜରେ ଡିକୋଡ କରିପାରୁଥିବା ବେଳେ ତଳସ୍ତର ଅଧିକାରୀ ଓ କର୍ମଚାରୀଙ୍କ କ୍ଷେତ୍ରରେ ଏହି ସଫଳତା ମିଳୁନାହିଁ । ଏହା ବି ଏକ ବଡ଼ କାରଣ ବୋଲି କୁହାଯାଉଛି ଏପରି ନିର୍ଦ୍ଦେଶନାମା ପଛରେ ।
୪. ମୋସଦକୁ ପ୍ରକୃତ ଡର ହୁତିଠାରୁ ରହିଛି । ହୁତି ବିଦ୍ରୋହୀଙ୍କ ଭାଷାକୁ ମୋସାଦର ଅଧିକାରୀ ସହଜରେ ଅନୁବାଦ କରିପାରି ନଥାନ୍ତି । ଏହି ସମସ୍ୟା ଦୂର କରିବାକୁ ଇସ୍ରାଏଲ ଏହି ପଦକ୍ଷେପ ନେଇଛି ।
କେମିତି ଲାଗୁ କରିବ ଇସ୍ରାଏଲ ?
ଏବେ ପ୍ରଶ୍ନ ଉଠୁଛି ଇସ୍ରାଏଲ ଏହାକୁ କେମିତି ଲାଗୁ କରିବ । ରିପୋର୍ଟ ଅନୁସାରେ, AMAN ଭିତରେ ନୂଆ ପ୍ରଶିକ୍ଷଣ ବିଭାଗ କରାଯିବ । ଏଥିରେ ଗୁଇନ୍ଦା ଅଧିକାରୀଙ୍କୁ ଭାଷାକୁ ନେଇ ସୂଚନା ଦିଆଯିବ । ଅଧିକାରୀଙ୍କୁ ଏହି ଭାଷା ଶିଖିବାକୁ ଉକ୍ତ ଅନୁବାଦକଙ୍କ ସାହାଯ୍ୟ ନିଆଯିବ । ଯେଉଁମାନେ ଇସ୍ରାଏଲର ସରକାରୀ ବିଭାଗରେ ପୂର୍ବରୁ କାର୍ଯ୍ୟରତ ଅଛନ୍ତି । ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ଗୋପନୀୟ ଭାବେ ଚାଲିବ ।

