spot_img
Home Blog Page 5852

ଆତଙ୍କବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ, 3 ଆତଙ୍କୀ ନିହତ

ଜାମ୍ମୁ-କାଶ୍ମୀର: ସୋପିଆନ ଜିଲାରେ ଆତଙ୍କବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ । ସୁରକ୍ଷାକର୍ମୀଙ୍କ ଗୁଳିରେ 3 ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ସୂଚନା ମୁତାବକ ଦକ୍ଷିଣ କାଶ୍ମୀରର ମନିହାଲ ଅଞ୍ଚଳରେ ୨ରୁ ୩ ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା । ଏହାପରେ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ।

ସେପଟେ ଏନେଇ ସୁରକ୍ଷାକର୍ମୀ ଖବର ପାଇବା ପରେ ସର୍ଚ୍ଚ ଅପରେସନ ଜୋରଦାର କରିଥିଲା । ଉଭୟ ପକ୍ଷରୁ ଗୁଳିଚାଳନା ବେଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ରହିଛି । ଏବେ ବି ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ ଜାରି ରହିଛି ।

୨୦୨୦ରୁ ଏ ପର୍ଯ୍ୟନ୍ତ ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳି ବିନିମୟରେ ୨୨୬ ଆତଙ୍କୀ ନିହତ ହୋଇଛନ୍ତି । ସେହିପରି ୨୯୬ ଆତଙ୍କବାଦୀଙ୍କୁ କାବୁ କରାଯାଇଛି ବୋଲି ସିଆରପିଏଫ୍ ଡିଜି କୁଲଦୀପ ସିଂ ସୂଚନା ଦେଇଛନ୍ତି ।

ସପତ୍ନୀକ ମହାପ୍ରଭୁଙ୍କ ଦର୍ଶନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ପୁରୀ: ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ସୋମବାର ସକାଳେ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ତାଙ୍କ ସହ ରାଷ୍ଟ୍ରପତିଙ୍କ ପତ୍ନୀ ସବିତା କୋବିନ୍ଦ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଶ୍ରୀମନ୍ଦିରରେ ପହଞ୍ଚିବା ପରେ ସିଂହଦ୍ବାର ନିକଟରେ ସ୍ବାଗତ କରିଥିଲେ ଗଜପତି ଦିବ୍ୟସିଂହ ଦେବ ।

ପରେ କୌଳିକ ସେବାୟତ ରାଷ୍ଟ୍ରପତିଙ୍କୁ ମନ୍ଦିର ଭିତରକୁ ନେଇ ଦର୍ଶନ କରାଇଥିଲେ । ଶ୍ରୀମନ୍ଦିର ଭିତରେ ମା’ ବିମଳା ଓ ଲକ୍ଷ୍ମୀଙ୍କୁ ଦର୍ଶନ କରିଥିଲେ ରାଷ୍ଟ୍ରପତି । ଏହି ସମୟରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରାଷ୍ଟ୍ରପତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମହାପ୍ରଭୁଙ୍କ ଫଟୋ ଚିତ୍ରକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଛି । ଏଥିସହିତ ୧ ଲକ୍ଷ ଟଙ୍କା  ଚେକ୍ ଆକାରରେ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରିଛନ୍ତି ।

ଏହାପରେ ତଳବଣିଆ ହେଲିପ୍ୟାଡ୍‌ରୁ କୋଣାର୍କ ଅଭିମୁଖେ ଯାତ୍ରା କରିଛନ୍ତି । ସେଠାରେ ସେ ସୂର୍ଯ୍ୟ ମନ୍ଦିର ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ପରେ ୧୧ଟା ୨୦ରୁ ୧୨ଟା ଯାଏଁ ଆଇଓସିଏଲ ବାଖ୍ୟାନ ପରିଦର୍ଶନ କରିବେ । ୧୨ଟା ୫ ମିନିଟରେ କୋଣାର୍କ ଓଟିଡିସି ଯାତ୍ରୀନିବାସରେ ମଧ୍ୟାହ୍ନ ଭୋଜନ ଓ ବିଶ୍ରାମ ବ୍ୟବସ୍ଥା ହୋଇଛି । ଅପରାହ୍ନ ୪ ଟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ କୋଣାର୍କରୁ ହେଲିକପ୍ଟର ଯୋଗେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ ।

 

ଶ୍ରୀମନ୍ଦିରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ପୁରୀ: ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ପୁରୀ ଶ୍ରୀମନ୍ଦିରରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସପତ୍ନିକ ଶ୍ରୀମନ୍ଦିରରେ ପହଞ୍ଚିଲେ । ପୁରୀ ଜିଲ୍ଲପାଳ ମଧ୍ୟ ସାଥିରେ ଅଛନ୍ତି । ପ୍ରାୟ ୨୫ ମିନିଟ ସମୟ ଶ୍ରୀମନ୍ଦିର ଭିତରେ ଅତିବାହିତ କରିବାର କାର୍ଯ୍ୟକ୍ରମ ରହିଛି ।

ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ପୁରୀରେ ସୁରକ୍ଷା ବ୍ୟବସ୍ଥା  ଯାଞ୍ଚ କରିଛନ୍ତି ଅତିରିକ୍ତ ଡିଜି ଯଶୱନ୍ତ ଜେଠୱା । କାର୍‌କେଡ୍ ମକ୍‌ଡ୍ରିଲ ସହ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି । ରାଷ୍ଟ୍ରପତି ଶ୍ରୀମନ୍ଦିରରେ ଥିବା ଯାଏଁ ସେବାୟତମାନେ ଉପସ୍ଥିତ ରହିବେ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ୪୦ ପ୍ଲାଟୁନ ଫୋର୍ସ ସମେତ ୨୫୦ ପୋଲିସ ଅଧିକାରୀ, ୧୩ ଜଣ ବରିଷ୍ଠ ପୋଲିସ ଅଧିକାରୀ ନିୟୋଜିତ ହେବେ । ସେପଟେ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବଡ଼ଦାଣ୍ଡର ମେଡିକାଲ ଛକରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱର ସମସ୍ତ ଦୋକାନ ଓ ଉଠା ଦୋକାନ ବନ୍ଦ ରହିବ  । ସକାଳ ୧୦ଟା ୪୫ ମିନିଟରେ କୋଣାର୍କ ଯାଇ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି  । ପରେ ୧୧ଟା ୨୦ରୁ ୧୨ଟା ଯାଏଁ ଆଇଓସିଏଲ ଵ୍ୟାଖ୍ୟାନ ପରିଦର୍ଶନ କରିବେ । ୧୨ଟା ୫ ମିନିଟରେ କୋଣାର୍କ ଓଟିଡିସି ଯାତ୍ରୀନିବାସରେ ମଧ୍ୟାହ୍ନ ଭୋଜନ ଓ ବିଶ୍ରାମ ବ୍ୟବସ୍ଥା ହୋଇଛି  । ଅପରାହ୍ନ ୪ ଟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ କୋଣାର୍କରୁ ହେଲିକପ୍ଟର ଯୋଗେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ ।

ପୁରୀରେ ପହଞ୍ଚିଲେ ରାଷ୍ଟ୍ରପତି

ପୁରୀ: ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ପୁରୀରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସକାଳ ୯ଘଣ୍ଟା ୪୫ ମିନିଟ ସମୟରେ ମହାପ୍ରଭୁଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ରାଷ୍ଟ୍ରପତି ବର୍ତ୍ତମାନ ପୁରୀରେ ପହଞ୍ଚିସାରିଛନ୍ତି । ପୁରୀରେ ଗଜପତି ମାହାରାଜ ଦିବ୍ୟ ସିଂହ ଦେବ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବା ସହ ତାଙ୍କୁ ସ୍ୱାଗତ କରିଛନ୍ତି ।

 ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ପୁରୀରେ ସୁରକ୍ଷା ବ୍ୟବସ୍ଥା  ଯାଞ୍ଚ କରିଛନ୍ତି ଅତିରିକ୍ତ ଡିଜି ଯଶୱନ୍ତ ଜେଠୱା । କାର୍‌କେଡ୍ ମକ୍‌ଡ୍ରିଲ ସହ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି । ରାଷ୍ଟ୍ରପତି ଶ୍ରୀମନ୍ଦିରରେ ଥିବା ଯାଏଁ ସେବାୟତମାନେ ଉପସ୍ଥିତ ରହିବେ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ୪୦ ପ୍ଲାଟୁନ ଫୋର୍ସ ସମେତ ୨୫୦ ପୋଲିସ ଅଧିକାରୀ, ୧୩ ଜଣ ବରିଷ୍ଠ ପୋଲିସ ଅଧିକାରୀ ନିୟୋଜିତ ହେବେ । ସେପଟେ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବଡ଼ଦାଣ୍ଡର ମେଡିକାଲ ଛକରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱର ସମସ୍ତ ଦୋକାନ ଓ ଉଠା ଦୋକାନ ବନ୍ଦ ରହିବ  ।

 

ପୁରୀ ଅଭିମୁଖେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଭୁବନେଶ୍ୱର: ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ପୁରୀ ବାହାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଜଭବନରୁ ଭୁବନେଶ୍ୱର ବିମାନ ବନ୍ଦର ଅଭିମୁଖେ ବାହାରିଛନ୍ତି ରାଷ୍ଟ୍ରପତି । ସକାଳ ୯ଘଣ୍ଟା ୪୫ ମିନିଟ ସମୟରେ ପୁରୀ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିବେ । ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ପୁରୀରେ ସୁରକ୍ଷା ବ୍ୟବସ୍ଥା  ଯାଞ୍ଚ କରିଛନ୍ତି ଅତିରିକ୍ତ ଡିଜି ଯଶୱନ୍ତ ଜେଠୱା । କାର୍‌କେଡ୍ ମକ୍‌ଡ୍ରିଲ ସହ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି । ରାଷ୍ଟ୍ରପତି ଶ୍ରୀମନ୍ଦିରରେ ଥିବା ଯାଏଁ ସେବାୟତମାନେ ଉପସ୍ଥିତ ରହିବେ ।

ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ୪୦ ପ୍ଲାଟୁନ ଫୋର୍ସ ସମେତ ୨୫୦ ପୋଲିସ ଅଧିକାରୀ, ୧୩ ଜଣ ବରିଷ୍ଠ ପୋଲିସ ଅଧିକାରୀ ନିୟୋଜିତ ହେବେ । ସେପଟେ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବଡ଼ଦାଣ୍ଡର ମେଡିକାଲ ଛକରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱର ସମସ୍ତ ଦୋକାନ ଓ ଉଠା ଦୋକାନ ବନ୍ଦ ରହିବ  । ସକାଳ ୧୦ଟା ୪୫ ମିନିଟରେ କୋଣାର୍କ ଯାଇ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି  । ପରେ ୧୧ଟା ୨୦ରୁ ୧୨ଟା ଯାଏଁ ଆଇଓସିଏଲ ଵ୍ୟାଖ୍ୟାନ ପରିଦର୍ଶନ କରିବେ । ୧୨ଟା ୫ ମିନିଟରେ କୋଣାର୍କ ଓଟିଡିସି ଯାତ୍ରୀନିବାସରେ ମଧ୍ୟାହ୍ନ ଭୋଜନ ଓ ବିଶ୍ରାମ ବ୍ୟବସ୍ଥା ହୋଇଛି  । ଅପରାହ୍ନ ୪ ଟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ କୋଣାର୍କରୁ ହେଲିକପ୍ଟର ଯୋଗେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ ।

ଟ୍ରାନ୍ସଫର୍ମରରେ ଲାଗିଲା ନିଆଁ, ବିଦ୍ୟୁତ ସରବରାହ ବନ୍ଦ

ନୀଳଗିରି: ଟ୍ରାନ୍ସଫର୍ମରରେ ଲାଗିଲା ନିଆଁ । ଦୁର୍ଗାମଣ୍ଡପ ନିକଟରେ ଥିବା ବିଦ୍ୟୁତ ବିଭାଗର ଟ୍ରାନ୍ସଫର୍ମରରେ ନିଆଁ ଲାଗିଛି । ଆଜି ସକାଳେ ହୁତୁହୁତୁ ହୋଇ ଟ୍ରାନ୍ସଫର୍ମରଟି ଜଳୁଥିବା ଦେଖିବାକୁ ମିଳିଥିଲା । ତେବେ ନିଆଁ ତଳେ ଖୋଲା ପଡ଼ିଥିବା ମେଣ୍ଟେନାନ୍ସ ବକ୍ସରୁ ଲାଗିଥିବା ଅନୁମାନ କରାଯାଉଛି । ତେବେ ଏହି ନିଆଁ ଅଧିକରୁ ଅଧିକ ବଢ଼ୁଥିବା ବେଳେ ସମଗ୍ର ନୀଳଗିରିରେ ବିଦ୍ୟୁତ ସରବରାହ ବିଛିନ୍ନ ହୋଇଛି । ତେବେ ନୀଳଗିରିର ବିଭିନ୍ନ ସ୍ଥାନରେ ଟ୍ରାନ୍ସଫର୍ମର ବିପଦ ସଂକୁଳ ଭାବେ ଖୋଲାମେଲା ପଡ଼ିଥିବା ବେଳେ ଏହାର ସଠିକ ସମୟରେ ମେଣ୍ଟେନାନ୍ସ ହୋଇନଥିବା ଅଭିଯୋଗ ବି ହେଉଛି। ତେବେ ନିଆଁ ଆୟତ୍ତ ହେବା ସହ ବିଦ୍ୟୁତ ବିଭାଗ କର୍ମଚାରୀ ଟ୍ରାନ୍ସଫର୍ମର ସଜାଡ଼ିବାରେ ଲାଗିଛନ୍ତି । ଏହାସତ୍ତ୍ୱେ ଖବର ଲେଖା ହେବା ଯାଏଁ ସହରରେ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଥିବା ସୂଚନା ରହିଛି ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ଅସମ୍ଭାଳ ହେବ ତାତି: ୪୦ ଡିଗ୍ରୀ ଟପିବ ତାପମାତ୍ରା

ବିଶ୍ୱ ଜଳ ଦିବସ: ଭବିଷ୍ୟତ ପାଇଁ ବଞ୍ଚାଇବା ଜଳ

ଭୁବନେଶ୍ୱର: ଜଳ ବିନା ଜୀବ ଜଗତ ଅସମ୍ଭବ ।  ବିନା ଜଳରେ ଦୂବ ବି କଇଁଳିବା ସମ୍ଭବପର ନୁହେଁ । ଜଳ ଅଛି ମାନେ, ଜୀବନ ରହିଛି  । କିନ୍ତୁ ଅନେକ ସମୟରେ ଜଳର ଅଯଥା ବ୍ୟବହାର, ଆଗାମୀ ପିଢୀ ପାଇଁ ସୃଷ୍ଟି କରିବାକୁ ଯାଉଛି ବିପଦ  ।  ପୃଥିବୀର ପ୍ରାୟ ୭୧.୪ ପ୍ରତିଶତ ଜଳପୂର୍ଣ୍ଣ ଅଟେ । ଆକାଶରେ ବାଦଲରୁ ବର୍ଷା ରୂପରେ ଜଳ ତଳକୁ ପଡେ । ଜୀବନ ପାଇଁ ଜଳର ମୂଲ୍ୟ ଅତି ଜରୁରୀ । କିନ୍ତୁ ଜଣାଯାଏ ଯେ ୨୦୨୫ ସୁଦ୍ଧା ବିଶ୍ବର ଅର୍ଦ୍ଧାଧିକ ଲୋକେ ଯଥେଷ୍ଟ ଜଳ ପାଇବେ ନାହିଁ ।

ଜାତି ସଂଘର ଅନୁମୋଦନ କ୍ରମେ ପ୍ରତିବର୍ଷ ମାର୍ଚ୍ଚ ୨୨ ତରିଖକୁ ବିଶ୍ବ ଜଳ ଦିବସ ଭାବେ ପାଳନ କରାଯାଇ ଆସୁଛି । ବିଶ୍ବର ସମସ୍ତ ବିକଶିତ ଦେଶରେ ସ୍ୱଚ୍ଛ ଏବଂ ସୁରକ୍ଷିତ ଜଳ ଉପଲବ୍ଧ କରାଇବା ସହ ଜଳ ସଂରକ୍ଷଣର ମହତ୍ତ୍ୱ ତଥା ଆବଶ୍ୟକତା ବିଷୟରେ ଜନ ସଚେତନତା ସୃଷ୍ଟି କରିବା ଏହାର ଉଦ୍ଦେଶ୍ୟ । ପ୍ରଥମ ଥର ପାଇଁ ୧୯୯୨ ମସିହାରେ ବ୍ରାଜିଲ ସ୍ଥିତ ରିଓ ଡି ଜେନିରୋଠାରେ ମିଳିତ ଜାତିସଂଘର ଆୟୋଜିତ “ପର୍ଯ୍ୟାବରଣ ଓ ବିକାଶ ସମ୍ମେଳନ”ରେ ବିଶ୍ୱ ଜଳ ଦିବସ ପାଳନ କରାଯିବାର ନିଷ୍ପତ୍ତି ନିଆଯାଇଥିଲା ।

ପରେ ପୁଣି ମିଳିତ ଜାତିସଂଘର ସାଧାରଣ ସଭାରେ ୧୯୯୩ ମସିହାରେ ଏହି ନିଷ୍ପତ୍ତି ଅନୁମୋଦନ ଲାଭ କଲା । ସ୍ୱଚ୍ଛ ତଥା ସୁରକ୍ଷିତ ଜଳର ଆବଶ୍ୟକତା ବିଷୟରେ ଜନ ସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ଏହି ଦିନଟିକୁ ପ୍ରତିବର୍ଷ ଏକ ବାର୍ଷିକ କାର୍ଯ୍ୟକ୍ରମ ଭାବେ ପାଳିବାକୁ ସର୍ବ ସମ୍ମତି କ୍ରମେ ଗୃହିତ ହେଲା । ତେଣୁ ମାନବଜାତିର ଭବିଷ୍ୟତ ପାଇଁ ଜଳ ନଷ୍ଟ କରିବା ଅନୁଚିତ ।

ଯେକୌଣସି ରାଷ୍ଟ୍ରର ସମୃଦ୍ଧିପାଇଁ ତାହାର ଜଳ ସମ୍ପଦର ଅବଦାନ ଉଲେଖନୀୟ । କୃଷି, ଶିଳ୍ପ ଓ ଗମନାଗମନ ପାଇଁ ଭୂପୃଷ୍ଣ ଜଳ ସମ୍ପଦର ବହୁଳ ଆବଶ୍ୟକତା ରହିଛି । ସମୃଦ୍ଧିଶାଳୀ ରାଷ୍ଟ୍ର ସେମାନଙ୍କର ଜଳ ସମ୍ପଦର ସଂରକ୍ଷଣ ଓ ସୁପରିଚାଳନା କରି ଆସୁଛନ୍ତି । ପୃଥିବୀର ଅଧୁକାଂଶ ଗରିବ ରାଷ୍ଟ୍ରରେ ଉତ୍କଟ ଜଳାଭାବ ସେମାନଙ୍କର ଶିଳ୍ପ ସମୃଦ୍ଧିପାଇଁ ଏକ ପ୍ରତିବନ୍ଧକ ଭାବେ ଦେଖାଦେଇଛି । ଏଥିରୁ ଆମପାଇଁ ଜଳସମ୍ପଦର ଆବଶ୍ୟକତା ସହଜରେ ଅନୁମେୟ । ଗୋଟିଏ ସ୍ଥାନର ଜଳ ସମ୍ପଦର ପରିମାଣ ସେହି ସ୍ଥାନର ବୃଷ୍ଟିପାତ ଉପରେ ନିର୍ଭର କରୁଥିଲେ ମଧ୍ୟ ଏହା ଆହୁରି ଅନେକ କାରକ ଦ୍ଵାରା ନିୟନ୍ତ୍ରିତ ହୋଇଥାଏ ।

ଜଳ ପାଇଁ ଜୀବନ, ଜଳ ହିଁ ଜୀବଜଗତର ସତ୍ତା । ବଣ ଭୂମି, ପାହାଡ, ଓ ଜଙ୍ଗଲ ତିଷ୍ଠି ରହିଛି। ଜୀବନର ପ୍ରତିଟି ମୁହୂର୍ତ୍ତ ପାଇଁ ଜଳ ହିଁ ଲୋଡା। ଜନସଂଖ୍ୟା ବୃଦ୍ଧି ଯୋଗୁଁ ବିଶ୍ବ, ଦେଶ ଓ ରାଜ୍ୟରେ ଜଳ ସଙ୍କଟ ଦେଖାଦେଲାଣି। ପାନୀୟ ଜଳ ବ୍ୟବହାର ଉପଲବ୍ଧିକୁ ଦେଖିଲେ ୨୦୫୦ ବେଳକୁ ଦେଶ ତଥା ରାଜ୍ୟରେ ଜଳ ସଙ୍କଟ ଦେଖାଦେବ। ଆମ ରାଜ୍ୟର ଅନେକ ଅଞ୍ଚଳରେ ମଧ୍ୟ ପାନୀୟ ଜଳର ସଙ୍କଟ ଦେଖାଦେଲାଣି । ବିଶ୍ବ ଜଳ ଦିବସରେ ଏହି ଆହ୍ୱାନ ରହୁ, ଏଭଳି ଅମୂଲ୍ୟ ସମ୍ପଦକୁ ଅପଚୟ ନକରି ଭବିଷ୍ୟତ ପାଇଁ ବଞ୍ଚାଇ ରଖିବା ।

ରାଜ୍ୟରେ ଅସମ୍ଭାଳ ହେବ ତାତି: ୪୦ ଡିଗ୍ରୀ ଟପିବ ତାପମାତ୍ରା

ଭୁବନେଶ୍ୱର: ଏବେ ରାଜ୍ୟରେ ଅସମ୍ଭାଳ ହେବ ତାତି  । ସ୍ବାଭାବିକ ଠାରୁ ୩ ଡିଗ୍ରୀ ବଢିବ ତାପମାତ୍ରା  । କିଛି ସ୍ଥାନରେ କାଳବୈଶାଖୀ ବର୍ଷାର ବି ସମ୍ଭାବନା ରହିଛି  । ଆସନ୍ତା ୪ ଦିନ ମଧ୍ୟରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିବ । ଓଡ଼ିଶାର ଅଧାରୁ ଅଧିକ ସହରରେ ମେଘମୁକ୍ତ ଆକାଶ ସମେତ ଟାଣ ଖରା ପାଇଁ ତାପମାତ୍ରା ବୃଦ୍ଧି ହେବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର  । ସେହିଭଳି ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ହେବ । ବିଶେଷ କରି ନୂଆପଡା, ବରଗଡ, ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ, କେନ୍ଦୁଝର ଏବଂ ମୟୂରଭଞ୍ଜରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହୋଇପାରେ  ।

ଏଥିସହିତ ପଢ଼ନ୍ତୁ: ହୋମିଓପ୍ୟାଥି ଔଷଧରୁ ତିଆରି କରୁଥିଲେ ମଦ, ଡାକ୍ତରଙ୍କ ସହ ଅନ୍ୟ ଜଣେ ଗିରଫ

ଆଜିଠୁ ଆଠ ସହରରେ ନାଇଟ କର୍ଫ୍ୟୁ

ନୂଆଦିଲ୍ଲୀ: ଦେଶକୁ ପୁଣି ଘାରିଲାଣି ମହାମାରୀ କରୋନାର ଭୟ  । ଦୈନିକ ସଂକ୍ରମଣ ସଂଖ୍ୟା ୪୦ ହଜାର ପାର୍ କରିବାରେ ଲାଗିଛି । ମହାରାଷ୍ଟ୍ର, ପଞ୍ଜାବ, ଗୁଜରାଟ, ମଧ୍ୟପ୍ରଦେଶ ଓ ଦିଲ୍ଲୀରେ ସଂକ୍ରମଣ ବଢିବାରେ ଲାଗିଛି । ଆଜିଠୁ ରାଜସ୍ଥାନର ୮ ସହରରେ ଲାଗୁ ହେଇଛି ନାଇଟ୍ କର୍ଫ୍ୟୁ  । ବଢୁଥିବା ସଂକ୍ରମଣକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ଗେହଲଟ ସରକାର । ସେହିଭଳି ମଧ୍ୟପ୍ରଦେଶର ଭୋପାଳ, ଇନ୍ଦୋର ଓ ଜବଲପୁର ସହରରେ ପ୍ରତି ରବିବାର ସରକାର ଲକଡାଉନ୍ ଘୋଷଣା କରିଛନ୍ତି । ପଞ୍ଜାବରେ ମଧ୍ୟ କରୋନା ଚିନ୍ତାର କାରଣ ପାଲଟିଛି  । ଦିଲ୍ଲୀରେ କରୋନା ସଂକ୍ରମଣ ଚଳିତବର୍ଷ ନୂଆ ରେକର୍ଡ କରିଛି । ସଂକ୍ରମଣକୁ କାବୁ କରିବା ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଉଥିବା ସ୍ବାସ୍ଥ୍ୟ ବିଭାଗ କହିଛି । ପ୍ରତିଦିନ ପ୍ରାୟ ୮୦ ହଜାର ସ୍ବାବ୍ ଟେଷ୍ଟ କରାଯାଉଥିବା ବେଳେ ସଂକ୍ରମିତଙ୍କୁ ଆଇସୋଲେସନରେ ରଖାଯାଉଛି ।  ପୂର୍ବରୁ ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଟିକା ଦିଆଯାଉଥିଲା  ।

ଏଥିସହିତ ପଢ଼ନ୍ତୁ: ଭୟଙ୍କର ହେଉଛି କରୋନା ସଂକ୍ରମଣ, ମଧ୍ୟ ପ୍ରଦେଶର ୩ଟି ସହର ସମ୍ପୂର୍ଣ୍ଣ ଲକଡାଉନ୍