spot_img
Home Blog Page 5898

ମମତାଙ୍କୁ ଛାତିରେ ଯନ୍ତ୍ରଣା, ଶ୍ୱାସକ୍ରିୟାରେ ହେଉଛି ସମସ୍ୟା

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦିଗ୍ରାମରୁ ନିର୍ବାଚନୀ ପ୍ରଚାର ସାରି ଫେରୁଥିବା ବେଳେ ତାଙ୍କୁ ଆକ୍ରମଣ କରାଯିବା ଘଟଣା ରାଜନୀତିକୁ ଆହୁରି ସରଗରମ କରିଛି । ଆକ୍ରମଣରେ ମମତା ଆହତ ହୋଇ SSKM ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ଡାକ୍ତରଙ୍କ କହିବାନୁସାରେ, ମମତା ବାନାର୍ଜୀଙ୍କ ବାମ ଗୋଡ଼ରେ ଆଘାତ ଲାଗିଛି । ତେଣୁ ପ୍ଲାଷ୍ଟର କରାଯାଇଛି । ଏହା ବ୍ୟତୀତ ତାଙ୍କୁ ଛାତିରେ ଯନ୍ତ୍ରଣା ଏବଂ ଶ୍ୱାସ ନେବାରେ ମଧ୍ୟ ଅସୁବିଧା ହେଉଛି ।  ମିଳିଥିବା ସୂଚନା ଅନୁଯାୟୀ, ମମତା ବାନାର୍ଜୀଙ୍କ ବାମ ଜଙ୍ଘରେ ବି ଗଭୀର ଆଘାତ ଲାଗିଛି। ଏହା ସହିତ ପାଦରେ କ୍ଷତ ହୋଇଥିବା ଚିହ୍ନ ମଧ୍ୟ ଅଛି । ସେହିପରି ଡାହାଣ କାନ୍ଧରେ ମଧ୍ୟ ଆଘାତ ଲାଗିଛି। ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ମମତାଙ୍କ ହାତଗୋଡ଼ ଏବଂ ବେକରେ ମଧ୍ୟ ଆଘାତ ଲାଗିଛି। ତେବେ ମମତାଙ୍କୁ ୪୮ ଘଣ୍ଟା ଡାକ୍ତରଙ୍କ ଅବଜରଭେଶନରେ ରଖାଯିବ ବୋଲି SSKM ହସ୍ପିଟାଲର ଡାକ୍ତର ଏମ୍ ବାନ୍ଧୋପାଧ୍ୟାୟ କହିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ପାଞ୍ଚଜଣ ବରିଷ୍ଠ ଡାକ୍ତରଙ୍କ ଏକ ଟିମ୍ ଗଠନ କରିଛନ୍ତି। ମମତାଙ୍କର କେବଳ ଏକ୍ସରେ ହୋଇଛି । ତେବେ ବର୍ତ୍ତମାନ ଡାକ୍ତରୀ ଟିମ୍ ତାଙ୍କର ଏମରାଇ ବି କରିବାକୁ ଚାହୁଁଛନ୍ତି। ରିପୋର୍ଟ ଜଣାପଡ଼ିବା ପରେ ହିଁ ତାଙ୍କ ଚିକିତ୍ସା ନେଇ ନିଷ୍ପତ୍ତି ନିଆଯିବ । ଡାକ୍ତରୀ ଟିମ୍ କହିଛି ଯେ ଡିସଚାର୍ଜ ହେବା ପୂର୍ବରୁ (ଡାକ୍ତରଖାନାରୁ) ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିବା ନିହାତି ଆବଶ୍ୟକ।

ଶିମିଳିପାଳରେ ନିଆଁ ଲିଭା ଅଭିଯାନରେ ସାମିଲ ହେଲେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ

ଭୁବନେଶ୍ୱର: ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲିଭା ଅଭିଯାନରେ ସାମିଲ ହେଲେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ସ୍ଥାନୀୟ ଲୋକଙ୍କ ସହଯୋଗରେ ଶିମିଳିପାଳ ଅଭୟାରଣ୍ୟ ଭିତରେ ଚାଲିବ ନିଆଁ ଲିଭା । ପ୍ରଣବ ପ୍ରକାଶଙ୍କ ସହିତ ବିଧାୟକ ରାଜକିଶୋର ଦାସ, ବାସନ୍ତି ହେମ୍ବ୍ରମ, ଏଗ୍ରୋ ଇଣ୍ଡଷ୍ଟ୍ରିଜ ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ପୂର୍ବତନ ବିଧାୟକ ବିଜୟ କୁମାର ନାଏକ ଓ ସ୍ଥାନୀୟ ଲୋକେ ସାମିଲ । ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ ସାମିଲ, ରାଜ୍ୟସଭା ସାଂସଦ ମମତା ମହାନ୍ତ ସାମିଲ, କାଳିକାପ୍ରସାଦ ଗେଟ୍ ଦେଇ ପୁରା ଟିମ୍ ଶିମିଳିପାଳ ଅଭୟାରଣ୍ୟକୁ ପ୍ରବେଶ କରିଛନ୍ତି ।

ଅନ୍ୟପଟେ ଏବେ ଶିମିଳିପାଳରେ ନିଆଁ ଆୟତ୍ତକୁ ଆସିଛି  । ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁ ନିୟନ୍ତ୍ରଣରେ ରହିଛି । ନ୍ୟାସନାଲ ରିମୋଟ ସେନସିଂ ସେଣ୍ଟର (NRSC) ହାଇଦ୍ରାବାଦ ସାଟେଲାଇଟ୍ ଏକ ଫଟୋଚିତ୍ର ଜାରି କରିଛି । ଯେଉଁଥିରେ ଶିମିଳିପାଳରେ ଲାଗିଥିବା ନିଆଁ ଆୟତ୍ତକୁ ଆସି ସାରିଥିବା ଦେଖାଯାଇଛି । ଏନେଇ ଫରେଷ୍ଟ ଟାସ୍କ ଫୋର୍ସ ମୁଖ୍ୟ ସନ୍ଦୀପ ତ୍ରିପାଠୀ ଟ୍ୱିଟ୍ କରି ବୁଧବାର ସୂଚନା ମଧ୍ୟ ଦେଇଥିଲେ ।

ଅନ୍ୟପଟେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ବୁଧବାର ବର୍ଷା ହୋଇଥିଲା । ସକାଳୁ କୋହଲା ପାଗ ରହିବା ସହ ଆକାଶ ମେଘାଚ୍ଛନ ଥିଲା । ଶିମିଳିପାଳର ଗୁଡୁଗୁଡ଼ିଆ, ପୀଠାବଟା, ସମେତ ବାରିପଦା, କରଞ୍ଜିଆ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝିପି ଝିପି ବର୍ଷା ହୋଇଥିଲା । କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ଅଳ୍ପ ସମୟ ପାଇଁ କୁଆପଥର ବର୍ଷା ହୋଇଥିବା ସୂଚନା ମିଳିଛି । ଶିମିଳିପାଳ ଜାତୀୟ ଉଦ୍ୟାନରେ ଲାଗିଥିବା ନିଆଁ ଲିଭାଇବାରେ ଅଳ୍ପକେ ହେଲେ ମଧ୍ୟ ଏହି ବର୍ଷା ସହାୟକ ହୋଇଥିବା କୁହାଯାଉଛି ।

Forest fire contained in Similipal Shown NRSC Satelite Image

ମହାଶିବରାତ୍ରିରେ ଭକ୍ତ ନିରାଶ, ୧୪୪ ଯୋଗୁଁ ଶୈବ ପିଠ ଖାଁ ଖାଁ..

ଆଜି ମହାଶିବରାତ୍ରି । ରାଜ୍ୟର ସମସ୍ତ ଶୈବ ପୀଠ ଚଳଞ୍ଚଳ ହୋଇ ଉଠିଛି । କରୋନା କଟକଣା ଯୋଗୁ ବିଭିନ୍ନ ଶୈବ ପୀଠରେ ୧୪୪ ଧାରା ଲାଗୁ କରାଯାଇଛି । ରାଜ୍ୟର ଏକ ପ୍ରମୁଖ ଶୈବ ପୀଠ ଯାଜପୁର ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ମହାବିନାୟକ ମନ୍ଦିରରେ ମଧ୍ୟ ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଛି । ହେଲେ ରୀତିନୀତି ଅନୁସାରେ ପୂଜାର୍ଚନା ଚାଲୁ ରହିଛି । ଭକ୍ତଙ୍କୁ ମନ୍ଦିରରେ ଦର୍ଶନ ପାଇଁ ବାରଣ ରଖାଯାଇଛି । ଯାନୀ ଯାତ୍ରାକୁ ବନ୍ଦ ରଖାଯାଇଛି । ମଧ୍ୟରାତ୍ରିରେ ମହାଦୀପ ଉଠିବା ପାଇଁ ମନ୍ଦିର କମିଟି ପକ୍ଷରୁ ନୀତି ନିର୍ଘଣ୍ଟ କରାଯାଇଛି ।

ସେହିଭଳି ପ୍ରଶାସନିକ କଟକଣା ଯୋଗୁଁ ତୁମୁଡ଼ିବନ୍ଧର ପ୍ରଶିଦ୍ଧ ଶୈବପୀଠ ଜଲେଶପଟ୍ଟା ଏବେ ଖାଁ ଖାଁ । ମହାଶିବରାତ୍ରୀ ହୋଇଥିବା ବେଳେ ମନ୍ଦିର ନିକଟରେ କେହି ଭକ୍ତ ଦେଖାଯାଉନାହାନ୍ତି । ଅନ୍ୟପଟେ ଯେଉଁ ଭକ୍ତ ଆସୁଛନ୍ତି ସେମାନେ ନିରାଶ ହୋଇ ଫେରୁଥିବା ଦେଖାଯାଇଛି । ସେପଟେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ ଆମେ ନିୟମ ପାଳନ କରୁଛୁ ବୋଲି କହିଛନ୍ତି ମନ୍ଦିର ପୂଜକ ଓ ସଭାପତି ।

ସେହିଭଳି କଟକର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର ପୀଠରେ ମହାଶିବରାତ୍ରୀ ପାଳିତ ହେଉଛି । ତେବେ କୋଭିଡ୍ କଟକଣା କାରଣରୁ ପୀଠ ପରିସରରେ ୧୪୪ ଧାରା ଜାରି କରାଯାଇ ଭକ୍ତଙ୍କ ଗମନାଗମନକୁ ବାରଣ କରାଯାଇଛି । ପୂଜକମାନେ କେବଳ ପୀଠରେ ଉପସ୍ଥିତ ରହି ବିଧି ଅନୁଯାୟୀ ପୂଜାର୍ଚ୍ଚନା କରୁଛନ୍ତି । ରାତି ୧୨ଟା ପରେ ଏଠାରେ ମହାଦୀପ ଉଠିବ।

ଅନ୍ୟପଟେ କଟକ ଜିଲ୍ଲା ବଡମ୍ବା ବ୍ଲକର ପ୍ରସିଦ୍ଧ ଶୈବ ପୀଠ ବାବା ସିଂହନାଥ ଦେବଙ୍କ ପୀଠରେ ପ୍ରଶାସନ ତରଫରୁ ୧୪୪ ଧାରା ଲଗାଯାଇଛି । ସ୍ଥାନୀୟ ତହସିଲଦାର ତଥା ବଡମ୍ବା ଦେବୋତ୍ତର ବିଭାଗ ମୁଖ୍ୟ ଦେବଦତ୍ତ ମାହାନ୍ତ ଏହି କଟକଣା ଲାଗୁ କରିଛନ୍ତି । ଚଳିତ ବର୍ଷ ମହାଶିବରାତ୍ରି (ଜାଗର) ଯାତ୍ରା ସିଂହନାଥଙ୍କ ପୀଠରେ ହେବ ନାହିଁ । କୋଭିଡ -୧୯ ସଂକ୍ରମଣ ବଡମ୍ବା ଅଞ୍ଚଳରେ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ବଡମ୍ବା ଦେବୋତ୍ତର ପ୍ରଶାସନ ଏହି ନିଷ୍ପତ୍ତି ନେଇଛନ୍ତି । ଅପର ପକ୍ଷରେ ବ୍ଲକରେ ଅନ୍ୟ ଶୈବପୀଠରେ ଭକ୍ତ ମାନେ କୋଭିଡ-୧୯ ନିୟମ ଅନୁଯାୟୀ ସାମଜିକ ଦୂରତା ଅବଲମ୍ବନ କରି ମହାଦେବଙ୍କ ଦର୍ଶନ କରିପାରିବେ ବୋଲି ଅନୁମତି ରହିଛି । କିନ୍ତୁ କୌଣସି ଭକ୍ତ ଦୀପ ଜାଳି ପାରିବେନି ବୋଲି ପ୍ରଶାସନ ପକ୍ଷରୁ କଟକଣା ଜାରି କରଯାଇଛି ।

ପଲରୁ ବାହାରି କୂଅରେ ଖସିପଡ଼ିଲା ହାତୀ

0

ଅନୁଗୋଳ: ଗତ କିଛି ଦିନ ଧରି  ଅନୁଗୁଳ ବ୍ଲକ ଶରଧାପୁର ପଞ୍ଚାୟତ ବାଲିଜେରେଙ୍ଗ ଗାଁ ପାଖରେ ହାତୀ ପଲଙ୍କ ଉପଦ୍ରବ ଦେଖିବାକୁ ମିଳୁଥିଲା । ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲରୁ ବାହାରି ହାତୀ ପଲ ଗାଁ ମୁହାଁ ହୋଇଛନ୍ତି । ତେବେ ବୁଧବାର ବିଳମ୍ବିତ ରାତିରେ ଗୋଟିଏ ହାତୀ ପଲ ଭିତରୁ ବାହାରି ଏକ କୂଅ ଭିତରେ ଖସି ପଡ଼ିଛି । ପୁରୁଣା ଢାଞ୍ଚାରେ କୁଅଟି ନିର୍ମିତ ହୋଇଥିବାରୁ ଏଥିରେ ବାଡ଼ ନାହିଁ । ତେବେ ହାତୀ ପଲ ସେଇ ରାସ୍ତା ଦେଇ ଯାଉଥିବା ବେଳେ ଅନ୍ଧାରରେ ଗୋଟିଏ ହାତୀ ସେହି କୁଅରେ ଖସି ପଡ଼ିଥିବା ଅନୁମାନ କରାଯାଉଛି । ଏହି ଘଟଣା ରାତି ପ୍ରାୟ ଦୁଇଟା ବେଳେ ହୋଇଥିବା ନେଇ ଆଶଙ୍କା କରାଯାଉଛି ।

ହାତୀ ପଲ୍ଲ ଗାଁ ଭିତରକୁ ଖଦ୍ୟ ଅନ୍ୱେଷଣରେ ଆସିଥିଲେ । ସେମାନେ ଖାଦ୍ୟ ପାଇଁ ଉକ୍ତ ଗାଁର ସୁରଥ ସାହୁଙ୍କ ବାଡ଼ିରେ ପଶିଥିଲେ । ତାଙ୍କ ବାଡ଼ିରୁ ଖାଦ୍ୟ ଖାଇ ଫସଲ ନଷ୍ଟ କରି ଅନ୍ୟ ହାତୀମାନେ ଚାଲି ଯାଇଥିବା ବେଳେ ଗୋଟିଏ ହାତୀ ଖସିପଡ଼ିଛି ।

ତେବେ ସବୁଠାରୁୁ ବଡ଼ କଥା ହେଲେ ବନ ବିଭାଗ ଓ ଅଗ୍ନିଶମ ବାହିନୀ ନିକଟରେ ଏନେଇ ଖବର ପହଞ୍ଚିଥିଲେ ମଧ୍ୟ ହାତୀକୁଦିନ ୧୦ଟା ସୁଦ୍ଧା ଉଦ୍ଧାର କରାଯାଇ ପାରି ନାହିଁ । ଗ୍ରାମବାସୀ ହାତୀକୁ ଜଗି ବସିଛନ୍ତି । ହାତୀ କୁଅରେ ପଡ଼ିଥିବା ନେଇ ଦେଖିବା ପାଇଁ ସେଠାରେ ଲୋକଙ୍କ ଭିଡ଼ ଜମୁଛି ।

ବସ୍‌କୁ ଜାଳିଦେଲେ ଦୁର୍ବୃତ୍ତ, ଭିତରେ ଶୋଇଥିଲେ ଡ୍ରାଇଭର-ହେଲପର

ଚାନ୍ଦବାଲି: ଚାନ୍ଦବାଲି ବ୍ଲକ୍‌ ବାଂଶଡ଼ା ଫେରୀ ଘାଟ ନିକଟରେ ବିଳମ୍ୱତ ରାତ୍ରୀରେ ଏକ ଯାତ୍ରୀବାହୀ ବସ୍‌କୁ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ । ଏହି ବସ୍‌ଟି ନିୟମିତ ଭାବେ ଭୁବନେଶ୍ୱରରୁ ଭାୟା ଚାନ୍ଦବାଲି ଦେଇ ବଂଶଡ଼ା ଫେରୀ ଘାଟ ନିକଟରେ ପହଞ୍ଚିଥାଏ । ଏହି ବସ୍‌ର ନାଁ ନାୟକ । ବାଂଶଡା ଫେରି ଘାଟରେ ହିଁ ରାତି ସାରା ଏହି ବସ୍‌ଟି ରହିଥାଏ । ସକାଳୁ ଭୁବନେଶ୍ୱର ଅଭିମୁଖେ ପୁଣି ବାହାରିଥାଏ ।

ତେବେ ବୁଧବାର ବିଳମ୍ବିତ ରାତ୍ରୀରେ କିଛି ଦୁର୍ବୃତ୍ତ ବସ୍‌ରେ ନିଆଁ ଲଗାଇ ଦେଇଥିଲେ । ବସ୍‌ଟି ପୁରା ଜଳିଯାଇଥିଲା । ବସ୍‌ ଭିତରେ ହେଲପର ଓ ଡ୍ରାଇଭର ଶୋଇଥିଲେ । ସେମାନେ ଜଳନ୍ତା ବସ୍‌ରୁ ଜୀବନ ବଞ୍ଚାଇ ବହୁ କଷ୍ଟରେ କାଚ ଭାଙ୍ଗି ବାହାରିଥିଲେ । ବସ୍‌ରୁ ବାହାରିବା ପରେ ଏନେଇ ସେମାନେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ହେଲେ ଅଗ୍ନିଶମ ଭିଭାଗ ପହଞ୍ଚିବା ବେଳକୁ ବସ୍‌ଟି ସମ୍ପୂର୍ଣ ଜଳି ଯାଇଥିଲା ।

ଏନେଇ ଥାନାରେ ମଧ୍ୟ ଅଭିଯୋଗ କରାଯାଇଛି । ଅଭିଯୋଗକୁ ଭିତ୍ତିକରି ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ କିଏ ଏଭଳି କାଣ୍ଡ ଘଟାଇଲା ସେନେଇ ଏବେ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ବସ୍‌ ମାଲିକ ସହ କୌଣସି ପୂର୍ବ ଶତ୍ରୁତା ଥିବା ଯୋଗୁଁ ଏଭଳି ହୋଇଥାଇପାରେ ବୋଲି କୁହାଯାଉଛି ।

ଜାଗରରୁ ଆରମ୍ଭ ହେବ କପିଳାସର ଉନ୍ନତିକରଣ

ଢ଼େଙ୍କାନାଳ: ଗୋଟିଏ ପଟେ ଜାଗର ପାଇଁ ଶୈବ ପିଠ ଗୁଡ଼ିକରେ ଭକ୍ତଙ୍କ ଭିଡ଼ ଜମୁଥିବା ବେଳେ ଅନ୍ୟପଟେ ଏହି ଅବସରରେ କପିଳାଶ ପୀଠରେ ଉନ୍ନତିକରଣ କାର୍ଯ୍ୟର ଶୁଭାରମ୍ଭ ହେବାକୁ ଯାଉଛି । ପୀଠର ଉନ୍ନତିକରଣ ପାଇଁ ଆସିଥିବା ୧ କୋଟି ଟଙ୍କା ବ୍ୟୟ ବରାଦରେ ହୋଇଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ଶୁଭାରମ୍ଭ ହେବ । ମନ୍ଦିରକୁ ଯିବାକୁ ଥିବା ୧୩୫୨ ପାହାଚରେ ଷ୍ଟିଲ ରେଲିଂ, ପାନୀୟଜଳ ବ୍ୟବସ୍ଥା ଓ ଶୌଚାଳୟର ଲୋକାର୍ପଣ କରାଯିବ ।

ଏହା ସହ ଶ୍ରଦ୍ଧାଳୁଙ୍କ ପାଇଁ ନିର୍ମିତ ଗୋଷ୍ଠୀ ସୁବିଧା କେନ୍ଦ୍ରର ମଧ୍ୟ ଲୋକାର୍ପଣ କରାଯିବ । ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ ଓ ଜିଲ୍ଲାପାଳ ଉପସ୍ଥିତ ରହି ଏହାର ଉଦଘାଟନ କରିବେ । ତେବେ ଦୀର୍ଘ ଦିନର ସ୍ୱପ୍ନ ପୂରଣ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ତଥା ଓ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଅର୍ପଣ କରିଛନ୍ତି ଢେଙ୍କାନାଳ ବାସୀ ।

ସେପଟେ କପିଳାସ ପିଠରେ ଜାଗର ଉପଲକ୍ଷେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସମସ୍ତ ବ୍ୟବସ୍ଥା କରିଛି ପ୍ରଶାସନ । ଏଠାରେ ମଧ୍ୟ କୋଭିଡ୍‌ କଟକଣାକୁ ମାନିବାକୁ କୁହାଯାଇଛି । ସାମାଜିକ ଦୂରତା ଓ ମାସ୍କ ବ୍ୟବହାରକୁ ଅଧିକ ଗରୁତ୍ୱ ଦିଆଯାଇଛି ।

ଲିଙ୍ଗରାଜ ମନ୍ଦିରରେ ଭକ୍ତିମୟ ପରିବେଶ, ଛୁଟୁଛି ଭକ୍ତଙ୍କ ଶୁଅ; ୩୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ

ଭୁବନେଶ୍ୱର: ଆଜି ମହାଶିବରାତ୍ରୀ । କୋଭିଡ କଟକଣା ଭିତରେ ଶୈବପୀଠରେ ଆୟୋଜିତ ହେଉଛି ଜାଗରଯାତ୍ରା । ଭୁବନେଶ୍ୱରର ଲିଙ୍ଗରାଜଙ୍କ ପୀଠରେ ରାତି ୧୦ଟାରେ ଉଠିବ ମହାଦୀପ । ବଡ଼ି ଭୋରରୁ ଦ୍ୱାରଫିଟା ପରେ ବିଭିନ୍ନ ନୀତିକାନ୍ତି ଆରମ୍ଭ ହୋଇଯାଇଛି । ସେପଟେ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ମୁତୟନ ଅଛନ୍ତି ୩୪ ପ୍ଲାଟୁନ ପୋଲିସ ଫୋର୍ସ । ଏଥିସହ ଟ୍ରାଫିକ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି କମିଶନରେଟ ପୋଲିସ ।

ସେହିଭଳି ପୁରୀ ଲୋକନାଥଙ୍କ ପୀଠରେ କଟକଣା ଭିତରେ ପାଳନ ହେବେ ଜାଗର ଯାତ୍ରା । ଶ୍ରଦ୍ଧାଳୁଙ୍କ ପାଇଁ ମାସ୍କ ଓ ସାମାଜିକ ଦୂରତା ବାଧ୍ୟତା ମୂଳକ କରାଯାଇଛି । ଭୋର ୪ଟାରୁ ନୀତିକାନ୍ତି ଆରମ୍ଭ ହୋଇଥିବା ବେଳେ, ୧୦ଟା ପର୍ଯ୍ୟନ୍ତ ଚାଲିବ ସାଧାରଣ ଦର୍ଶନ । ରାତ୍ରି ୩ଟାରେ ମହାଦୀପ ଉଠିବାକୁ ନିର୍ଘଣ୍ଟ ହୋଇଛି । ସେପଟେ ଭଦ୍ରକ ଆରଡିରେ ଜାଗର ପାଇଁ ଜାରି ହୋଇଛି ୧୪୪ ଧାରା । ବିନା ଭକ୍ତରେ ସମସ୍ତ ନୀତିକାନ୍ତି ସାରିବାକୁ ପ୍ରସ୍ତୁତି କରିଛି ପ୍ରଶାସନ । ଭୋର ୪ଟାରେ ପହଡ଼ ଖୋଲିବା ପରେ ମଙ୍ଗଳ ଆଳତୀ କରାଯାଇଥିଲା । ଏହାପରେ ପହିଲି କନିକାରାଜାଙ୍କର ଘର୍ଷଣଭୋଗ ସରିବା ପରେ ପାଳିଆ ସେବାୟତଙ୍କ ପକ୍ଷରୁ ଖେଚୁଡି ଅନ୍ନନୀତି ଭୋଗ ଲାଗି ହୋଇଥିଲା । ସଂଧ୍ୟାରୁ ରାତି ୧୨ଟା ଯାଏଁ ଚତୁର୍ଥ ପ୍ରହର ଘର୍ଷଣଭୋଗ କରାଯିବ । ରାତି ଗୋଟାଏରେ ସୁନାବେଶ ଓ ଭୋର ସାଢ଼େ ୪ଟାରେ ମହାଦୀପ ଉଠିବ ।

ପୁରୀ ଲୋକନାଥ ପୀଠର ଅଲୌକିକ ମହିମା ରହିଛି । କିମ୍ବଦନ୍ତୀ ଅନୁସାରେ ତ୍ରେତୟା ଯୁଗରେ ବନବାସ ସମୟରେ ଲୋକନାଥ ପୀଠକୁ ଆସିଥିଲେ ମହାପ୍ରଭୁ ଶ୍ରୀରାମ । ସେ ସମୟରେ ଏହି ସ୍ଥାନରେ ଏକ ଉଜ୍ଜ୍ୱଳ ଆଲୋକକୁ ଦେଖି ରାମଚନ୍ଦ୍ର ତୀର ମାରିଥିଲେ । ଏହି ତୀର ମାଡ଼ରେ ସେଠାରୁ ଜଳ ନିଷ୍କାସନ ହେବା ସହ ତୀରଟି ସୁବର୍ଣ୍ଣ ପାଲଟି ଥିଲା । ପରେ ରାମଚନ୍ଦ୍ର ଆଶ୍ଚର୍ଯ୍ୟ ଚକିତ ହେବା ସହ ପଥର ଲିଙ୍ଗ ଉପରେ ଲାଉ ରଖି ଶୈବ ଉପାସନା କରିବା ସହିତ ହରଙ୍କୁ ଭେଟିଥିଲେ । ଏଣୁ ଏଠାରେ ମହାଶିବରାତ୍ରିରେ ହରିହର ଭେଟର ପରମ୍ପରା ପାଳିତ ହୋଇ ଆସୁଛି । ଏହା ପୂର୍ବରୁ ଏକାଦଶୀ ଦିନ ବର୍ଷକରେ ଥରେ ମାତ୍ର ଶୈବଲିଙ୍ଗ ଦର୍ଶନର ବିଧି ରହିଛି । ଏହି ଶୈବପୀଠ ଜ୍ୟୋର୍ତିଲିଙ୍ଗ ହୋଇନଥିବା ସତ୍ୱେ ଏହାର ମହତ୍ଵ ଓ ଲୋକ ବିଶ୍ୱାସ ଏହି ପୀଠକୁ ଆତ୍ମାଲିଙ୍ଗର ଆଖ୍ୟା ପ୍ରଦାନ କରିଛି ।

୪-୫-୬ ସଂଖ୍ୟା ଅନୁସାରେ, ମାର୍ଚ୍ଚ ମାସଟି ଆପଣଙ୍କର କେମିତି କଟିବ ଜାଣନ୍ତୁ

୨୦୨୧ର ତୃତୀୟ ମାସ ମାର୍ଚ୍ଚର ଦ୍ୱିତୀୟ ସପ୍ତାହ ଆରମ୍ଭ ହୋଇଯାଇଛି । ଆଜି ଆମେ ଆପଣଙ୍କୁ ଏକ ଅଙ୍କ ଜ୍ୟୋତିଷ ବିଷୟରେ କହିବାକୁ ଯାଉଛୁ । ଜ୍ୟୋତିଷ ଅଙ୍କ ଅନୁଯାୟୀ, ମାର୍ଚ୍ଚ ୮ ତାରିଖରୁ ୧୪ ତାରିଖ ଯାଏଁ ଯେଉଁମାନଙ୍କ ଜନ୍ମ ତାରିଖ ମିଶିଲେ ୪ ରୁ ୬ ଅଙ୍କ ହେଉଛି । ସେମାନଙ୍କର ଏହି ସପ୍ତାହ କିପରି କଟିବ । ସେନେଇ ଆମେ ଆପଣଙ୍କ ଜଣାଇବୁ ।

ଅଙ୍କ-୪: ଯେଉଁମାନଙ୍କ ଜନ୍ମ ୪, ୧୩, ୨୨, ୩୧ ତାରିଖରେ ହୋଇଛି ।

ସେମାନେ ସ୍ୱଭାରେ ପରିଶ୍ରମୀ, ରହସ୍ୟମୟୀ ବ୍ୟକ୍ତିତ୍ୱ, ସ୍ପଷ୍ଟ ବିଚାରବାଦୀ ଏବଂ ସୁନ୍ଦର ବ୍ୟବହାର ଦେଖାଇଥାନ୍ତି ।

ତେବେ ଏହି ବ୍ୟକ୍ତିମାନଙ୍କୁ ଏହି କିଛି ଦିନ ପର୍ଯ୍ୟନ୍ତ ସାମାନ୍ୟ ସମସ୍ୟା ରହିଛି । ଋଣ ସୁଝିବାରେ ସେମାନଙ୍କୁ କଷ୍ଟ ହେବ । ଯାହାଦ୍ୱାରା ମାନସିକ ଭାରାକ୍ରାନ୍ତ ହେବାର ସମ୍ଭାବନା ରହିଛି । ଆମଦାନୀରେ ମଧ୍ୟ ବାଧା ସୃଷ୍ଟି ହେବ । ଏଭଳି ଆର୍ଥିକ ସଙ୍କଟ ମଧ୍ୟରେ ସେମାନେ ଧର୍ଯ୍ୟ ରଖିବା ଆବଶ୍ୟକ । ଧର୍ଯ୍ୟ ହିଁ ସେମାନଙ୍କୁ ରକ୍ଷା କରିପାରିବ । ଏହି ସମୟକୁ ସେମାନେ ସଦୁପଯୋଗ କରନ୍ତୁ । ବ୍ୟବସାୟରେ କିଭଳି ଉନ୍ନତି ହେବ ସେଦିଗ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଖାଲି ସେତିକି ନୁହେଁ ପରିବାର ଲୋକଙ୍କଠାରୁ ଅନେକ କିଛି ଖରାପ ଶୁଣିବାକୁ ମଧ୍ୟ ପଡ଼ିପାରେ । କୌଣସି ପ୍ରକାର ମତଭେଦ ଓ ମନମାଳିନ୍ୟ ରୋକିବାକୁ ନିଜ ଉପରେ ସଞ୍ଜମତା ରକ୍ଷା କରନ୍ତୁ ।

ସେମାନଙ୍କର ଶୁଭ ଅଙ୍କ-୪ ଏବଂ ୧୩ ।

ଶୁଭ ରଙ୍ଗ: ନୀଳ, ବାଦାମୀ, ଖାକି ।

ଶୁଭ ଦିନ: ରବିବାର, ସୋମବାର, ବୁଧବାର ।

ବାରାକ ଓବାମା, ଏସ୍‌ ରାମାନୁଜନ, ସରଦାର ପଟେଲ, ଜର୍ଜ ଓ୍ୱାସିଂଟନ୍‌, ଋଷି କାପୁର, ଅମିତ ଶାହ, ଶ୍ରୀଦେବୀ, ମାଇକଲ ଫେରାଡ଼େ, କିଶୋର କୁମାର ଏହି ତାରିଖରେ ଜନ୍ମ ଗ୍ରହଣ କରିଥିଲେ ।

ଅଙ୍କ-୫: ଯେଉଁମାନଙ୍କର ଜନ୍ମ ୫, ୧୪, ୨୩ ।

ସେମାନଙ୍କ ନାମ E, H, N ଓ X ରୁ ଆରମ୍ଭ ହେଉଥିବ ।

ସ୍ୱାମୀ ଗ୍ରହ: ବୁଧ

ସେମାନଙ୍କର ସ୍ୱଭାବ: ତାର୍କିକ, ବୁଦ୍ଧିମାନ, କର୍ମଶୀଳ, ଚତୁର

ଶୁଭ ରଙ୍ଗ: ସବୁଜ, ଧଳା, ହାଲୁକା ଖାକି

ଶୁଭ ଦିନ: ଗୁରୁବାର, ଶୁକ୍ରବାର, ଶନିବାର

ଏହି ସପ୍ତାହ ସେମାନଙ୍କ ପାଇଁ ମିଶ୍ରିତ ଫଳାଫଳ ଯୋଗାଇବାକୁ ଯାଉଛି । ଅନ୍ୟ କୌଣସି କ୍ୟାରିୟର ପ୍ରତି ମନଯୋଗ କରିଥିଲେ ମଧ୍ୟ ଆଶାନୁରୂପ ଫଳ ମିଳିବାର ସମ୍ଭାବନା ନାହିଁ । ଏଥିପାଇଁ ମନ ବିଚଳିତ ତଥା ଭାରାକ୍ରାନ୍ତ ମଧ୍ୟ ରହିପାରେ । ଟଙ୍କା ଅଭାବ ହେତୁ ଆପଣ ନିଜ ଉପରେ ଚାପ ମଧ୍ୟ ଅନୁଭବ କରିବେ । ଅନ୍ୟପଟେ ବ୍ୟକ୍ତିଗତ ଜୀବନ ଭଲ ରହିବ । ଆପଣ ପରିବାର ସଦସ୍ୟ ଏବଂ ସାଙ୍ଗମାନଙ୍କ ଠାରୁ ସମ୍ପୂର୍ଣ୍ଣ ସମର୍ଥନ ପାଇବେ  । ବିବାହ ଯୋଗ୍ୟ ପିଲାମାନଙ୍କ ପାଇଁ ଶୁଭ ଖବର ଆସିବାର ସମ୍ଭାବନା ରହିଛି ।

ଆଲବର୍ଟ ଆଇନ୍‌ ଷ୍ଟାଇନ୍‌, ବିରାଟ କୋହଲି, ଓ୍ୱିଲିୟମ ସେକ୍ସପିୟର, ଅମିର ଖାନ୍‌, ଦିପିକା ପାଦୁକୋନ, ଡୋନାଲ୍ଡ ଟ୍ରମ୍ପ, ଅଭିଷେକ ବଚ୍ଚନଙ୍କ ଭଳି ବ୍ୟକ୍ତିତ୍ୱ ଏହି ଦିନରେ ଜନ୍ମ ହୋଇଥିଲେ ।

Numeric Astrology

ଅଙ୍କ-୬: ଯେଉଁମାନଙ୍କ ଜନ୍ମ ୬, ୧୫, ୨୪ ତାରିଖରେ ହୋଇଛି

ସେମାନଙ୍କର ନାମ U, V ଓ W ରୁ ଆରମ୍ଭ ହୋଇଥିବ ।

ସ୍ୱାମୀ ଗ୍ରହ: ଶୁକ୍ର

ଶୁଭ ସଂଖ୍ୟା, ୬, ୨୪

ଶୁଭ ରଙ୍ଗ: ହାଲୁକା ନୀଳ, ଧଳା, ଗୋଲାପୀ

ଶୁଭ ଦିନ: ସୋମବାର, ବୁଧବାର, ଶୁକ୍ରବାର

ସେମାନଙ୍କ ସ୍ୱଭାବ: କଳାପ୍ରେମୀ, ଆକର୍ଷଣୀୟ, ବନ୍ଧୁ କରିବାରେ ମାହିର, ନ୍ୟାୟପ୍ରିୟ ।

ଏହି ବ୍ୟକ୍ତି ମାନଙ୍କ ସମୟ ଅତ୍ୟନ୍ତ ଭଲ ଚାଲିଛି । କିନ୍ତୁ ଆପଣ ତରବର ହୋଇ କୌଣସି କାମ କରନ୍ତୁ ନାହିଁ । ନଚେତ ଭବିଷ୍ୟତରେ ହଇରାଣରେ ପଡ଼ିପାରନ୍ତି । ଏଥିପାଇଁ କୌଣସି ଅଭିଜ୍ଞ ବ୍ୟକ୍ତିଙ୍କ ମାର୍ଗଦର୍ଶନ ଏବଂ ନିଜେ ଧର୍ଯ୍ୟର ସହ କାର୍ଯ୍ୟକାରନ୍ତୁ । ଏହା ଆପଣଙ୍କୁ ସଫଳତା ଦେବାରେ ସାହାଯ୍ୟ କରିବ । ଭବିଷ୍ୟତ କଥା ଚିନ୍ତା କରନ୍ତୁ ଏବଂ ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରିହିବ ।

କମିଶନରେଟ୍ ପୋଲିସ ସ୍କାନରରେ ଅପରାଧୀ, ୨୪ ଘଣ୍ଟାରେ ୯ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଅପରାଧୀଙ୍କୁ ସାବାଡ୍ କରୁଛି କମିଶନରେଟ୍ ପୋଲିସ । କମିଶନରେଟ୍ ପୋଲିସର ନୂଆ ପୋଲିସ କମିଶନର ଭାବେ ୧୯୯୫ ବ୍ୟାଚର ଆଇପିଏସ୍ ସୌମେନ୍ଦ୍ର ପ୍ରିୟଦର୍ଶୀ ଯୋଗ ଦେବାର ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱର ସହର ଓ ଆଖପାଖରୁ କମିଶନରେଟ୍ ପୋଲିସ ୯ ଜଣ ଅପରାଧୀଙ୍କୁ ଗିରଫ କରିଛି । ଏଥିସହ ଅପରାଧରେ ବ୍ୟବହୃତ ଗାଡ଼ି, ବନ୍ଧୁକ, ଛୁରୀ ଭଳି ମାରଣାସ୍ତ୍ର ସାମଗ୍ରୀ ଜବତ କରିଛି ପୋଲିସ ।

 Commissionerate Police Arrested 9 Accused In Last 24 Hours In Different Cases
Saumyendra Kumar Priyadarsi, IPS 1995, assumed the charge as CP on 09 Mar 2021.

ଭରତପୁର ଥାନା ପୋଲିସ ଡକାୟତି ଉଦ୍ୟମ ବେଳେ ୫ ଜଣଙ୍କୁ ଗିରଫ କରିଛି । ଡକାୟତଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ, ୨ଟି ଗୁଳି, ଗୋଟିଏ ଛୁରୀ, ଲୁହା ରଡ୍ ଜବତ କରାଯାଇଛି । ସେହିଭଳି ତମାଣ୍ଡୋ ପୋଲିସ ଗୋଟିଏ ମାମଲାରେ ଜଣକୁ ଗିରଫ କରିବା ସହ ୩ଟି ମନିଟର, ୪ଟି ୟୁପିଏସ୍, ଗୋଟିଏ କିବୋର୍ଡ, ଗୋଟିଏ ମାଉସ୍ ଜବତ କରିଛି ।

ବାଲିଅନ୍ତା ପୋଲିସ୍ ଗୋଟିଏ ସାଉଣ୍ଡ ମେସିନ୍, ବ୍ୟାଟେରି, ଇନଭର୍ଟର ସହ ଜଣଙ୍କୁ ଗିରଫ କରିଛି । ଖଣ୍ଡଗିରି ପୋଲିସ ୨ ଜଣଙ୍କୁ ଗିରଫ କରିବା ସହ ୨ଟି ଚୋରି ମୋବାଇଲ୍ ଫୋନ୍ ଜବତ କରିଛି । ସେହିଭଲି ସହିଦନଗର ଥାନା ପୋଲିସ ଗୋଟିଏ ମୋବାଇଲ୍ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ।

ଭାରତୀୟ ନୌସେନାରେ ସାମିଲ ହେଲା ‘INS କରଞ୍ଜ’, ଆଟାକ୍‌ ବେଳେ No Sound

ମୁମ୍ବାଇ: ଆହୁରି ଶକ୍ତିଶାଳୀ ହେଲା ଭାରତୀୟ ନୌସେନା । ଭାରତର ତୃତୀୟ ‘ସ୍କର୍ପିନ୍‌-କ୍ଲାସ୍‌’ ଡିଜେଲ୍‌-ଇଲେକ୍ଟ୍ରିକ୍‌ ବୁଡ଼ାଜାହାଜ ‘ଆଇଏନ୍‌ଏସ୍‌ କରଞ୍ଜ’କୁ ମୁମ୍ବାଇରେ ଭାରତୀୟ ନୌସେନାରେ ସାମିଲ କରାଯାଇଛି । ଏଥର ଜଳପଥରେ ହେବ ସାଇଲେଣ୍ଟ ଆଟାକ୍ । ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ସବ୍‌ମେରାଇନ୍ INS କରଞ୍ଜକୁ ମୁମ୍ବାଇର ନାଭାଲ୍ ଡକ୍ ୟାର୍ଡରେ ଆୟୋଜିତ ଉତ୍ସବରେ ନୌସେନାରେ ସାମିଲ କରାଯାଇଛି । INS କରଞ୍ଜ ‘ସାଇଲେଣ୍ଟ କିଲର’ ନାମରେ ପରିଚିତ । INS କରଞ୍ଜ ଭାରତୀୟ ନୌସେନାରେ ସାମିଲ ହେବା ପରେ ଏହା ଶତ୍ରୁ ଦେଶକୁ ଚକ୍‌ମା ଦେବ ବୋଲି କୁହାଯାଉଛି । ଏହି ଅବସରରେ ଆୟୋଜିତ ଉତ୍ସବରେ ଚିଫ୍‌ ଅଫ୍‌ ନେଭାଲ୍‌ ଷ୍ଟାଫ୍‌ ଆଡ୍‌ମିରାଲ୍‌ କରମବୀର ସିଂହ ଏବଂ ଆଡ୍‌ମିରାଲ୍‌ (ଅବସରପ୍ରାପ୍ତ) ଭିଏସ୍‌ ଶେଖାଓ୍ଵତ୍‌ ଉପସ୍ଥିତ ଥିଲେ।

ଏହି ସବ୍ ମେରାଇନ୍ ଲଗାତାର ୪୦ରୁ ୫୦ ଦିନ ପର୍ଯ୍ୟନ୍ତ ପାଣି ଭିତରେ ରହିପାରିବ । ଏଥିରେ ଷ୍ଟିଲଥ ଜ୍ଞାନକୌଶଳ ବ୍ୟବହାର କରାଯାଇଥିବାରୁ ଶତ୍ରୁଦେଶର ରାଡରରେ ଆସିବା ସେତେଟା ସହଜ ହେବନି । ଫ୍ରାନ୍ସ ସହାୟତାରେ ନିର୍ମିତ ଏହି ସବ୍ ମେରାଇନ୍ ମେକ୍ ଇନ୍ ଇଣ୍ଡିଆ କ୍ୟାମ୍ପେନର ବଡ଼ ସଫଳତା ବୋଲି କୁହାଯାଉଛି । ମିଶନରେ ଥିବା ବେଳେ ଏହି ସବ୍‌ମେରାଇନ୍ ଆଦୌ ଶବ୍ଦ ସୃଷ୍ଟି କରିବ ନାହିଁ । INS କରଞ୍ଜର ଲମ୍ବ ପ୍ରାୟ ୭୦ମିଟର ଓ ଉଚ୍ଚତା ପ୍ରାୟ ୧୨ମିଟର ହେବ । ଏହି ସବ୍‌ମେରାଇନର ଓଜନ ପ୍ରାୟ ୧୬ଶହ ଟନ୍ । ଦିନକୁ ଦିନ ଚୀନ ଓ ପାକିସ୍ତାନ ସହ ସମ୍ପର୍କ ବିଗୁଡୁଥିବା ବେଳେ ଭାରତ ଏବେ ଶକ୍ତି ବୃଦ୍ଧି କରିବାରେ ଲାଗିଛି । ଗତ କିଛି ଦିନ ଧରି ଭାରତୀୟ ସେନାକୁ ସୁଦୃଢ କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରାଳୟ ଜୋର ଲଗାଇଛି ।

ଅନ୍ୟପଟେ ଆଜିର ଏହି ଉତ୍ସବରେ ଉଦ୍‌ବୋଧନ ଦେଇ ନୌସେନା ମୁଖ୍ୟ ଆଡ୍‌ମିରାଲ୍‌ କରମବୀର ସିଂହ କହିଲେ, ଗତ ୭ ବର୍ଷରୁ ଊର୍ଦ୍ଧ୍ୱ ହେବ ଭାରତୀୟ ନୌସେନା ପ୍ରତିରକ୍ଷା କ୍ଷେତ୍ରରେ ଭାରତୀୟ କରଣ ଏବଂ ଆତ୍ମନିର୍ଭରତାର ଦୃଢ଼ ସମର୍ଥକ ହୋଇ ଆସିଛି । ସମ୍ପ୍ରତି, ଠିକ୍‌ ଭାବେ ଚାଲିଥିବା ୪୨ଟି ଜାହାଜ ଓ ବୁଡ଼ାଜାହାଜରୁ ୪୦ଟି ଭାରତୀୟ ‘ସିପ୍‌ୟାର୍ଡ’ରେ ନିର୍ମିତ ।