spot_img
Home Blog Page 5904

ବିନା ଶବ୍ଦରେ ଶତ୍ରୁର ବୁଡ଼ାଜାହାଜକୁ କରିବ ଧ୍ୱଂସ, DRDOର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ଶକ୍ତିଶାଳୀ ହେଉଛି ଭାରତୀୟ ନୌସେନା। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ ଡିଆରଡିଓକୁ ମିଳିଛି ଆଉଏକ ସଫଳତା। ଏଭଳି ସଫଳତା ପରେ ଭାରତୀୟ ନୌସେନାର ବୁଡ଼ାଜାହାଜ ସମୁଦ୍ରରେ ଅଧିକ ମାରାତ୍ମକ ରୂପ ଧାରଣ କରିବ।

ସୋମବାର ରାତିରେ ମୁମ୍ବାଇରେ ଏୟାର ଇଣ୍ଡିପେଣ୍ଡେଣ୍ଟ ପ୍ରପୁଲସନ୍ (AIP) ଟେକ୍ନୋଲୋଜିକୁ DRDO ସଫଳ ପରୀକ୍ଷଣ କରିଛି। ଭାରତୀୟ ନୌସେନାରେ INS କରଞ୍ଜ ବୁଡ଼ାଜାହାଜକୁ ସାମିଲ କରିବାର ଗୋଟିଏ ଦିନ ପୂର୍ବରୁ ହୋଇଛି ଏହି ସଫଳ ପରୀକ୍ଷଣ। ଏହି ପରୀକ୍ଷଣ ନୌସେନାର ଶକ୍ତି ବୃଦ୍ଧିରେ ଏକ ପ୍ରମୁଖ ପଦକ୍ଷେପ ହେବ ବୋଲି କୁହାଯାଇଛି। ସମୁଦ୍ର ଭିତରେ ଭାରତୀୟ ବୁଡ଼ାଜାହାଜକୁ ଆହୁରି ମାରାତ୍ମକ କରିଦେବ AIP। ଭାରତର ଶତ୍ରୁମାନେ ଧ୍ୱଂସ ହେବା ପୂର୍ବରୁ ମଧ୍ୟ ଜାଣିପାରିବେ ନାହିଁ କି ତାଙ୍କ ଉପରକୁ କେହି ଆକ୍ରମଣ କରୁଛି ।

AIP ଟେକ୍ନୋଲୋଜି ବୁଡ଼ାଜାହାଜକୁ ଅଧିକ ସମୟ ପର୍ଯ୍ୟନ୍ତ ସମୁଦ୍ରର ଗଭିରତାରେ ରହିବାକୁ ସାହାଯ୍ୟ କରିଥାଏ। ବୁଡ଼ାଜାହାଜକୁ ଥଣ୍ଡା ରଖିବା ସହିତ ପରମାଣୁ ବୁଡ଼ାଜାହାଜ ଅପେକ୍ଷା ଉପ-ପୃଷ୍ଠ ପ୍ଲାଟଫର୍ମକୁ ଅଧିକ ମାରାତ୍ମକ କରିଥାଏ।  AIP ଟେକ୍ନୋଲୋଜିକୁ ବର୍ତ୍ତମାନ ଭାରତୀୟ ନୌସେନା ତାର ସମସ୍ତ କଲବରି ଶ୍ରେଣୀର ଅଣ-ପରମାଣୁ ବୁଡ଼ାଜାହାଜ ସହ ନବୀକରଣ କରିବାକୁ ଯୋଜନା କରୁଛି। ୨୦୨୩ ସୁଦ୍ଧା ଏହି କାର୍ଯ୍ୟ ସମାପ୍ତ ହେବ ବୋଲି ସୂଚନା ଦିଆଯାଇଛି।

ଏହି ଦେଶଗୁଡିକରେ ରହିଛି AIP ଟେକ୍ନୋଲୋଜି

AIP ଟେକ୍ନୋଲୋଜିର ସଫଳ ପରୀକ୍ଷଣ ହେଉଛି ଆତ୍ମନିର୍ଭରଶୀଳ ଭାରତ ଅଭିଯାନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଭାରତ ପୂର୍ବରୁ ଏହି ଟେକ୍ନୋଲୋଜି ଆମେରିକା, ଫ୍ରାନ୍ସ, ଚୀନ୍, ବ୍ରିଟେନ ଏବଂ ଋଷ ପାଖରେ ରହିଛି। DRDO ର AIP ଟେକ୍ନୋଲୋଜି ଏକ ଫସଫୋରିକ୍ ​​ଏସିଡ୍ ଇନ୍ଧନ କୋଷ ଉପରେ ଆଧାରିତ । ତେବେ ଶେଷ ଦୁଇଟି କଲବରୀ ଶ୍ରେଣୀର ବୁଡ଼ାଜାହାଜ ଏହା ଦ୍ୱାରା ପରିଚାଳିତ ହେବ। ସୋମବାର ମୁମ୍ବାଇରେ AIP ଡିଜାଇନର ପରୀକ୍ଷା କରାଯାଇଥିଲା।

ଏଥିପାଇଁ ଏହି ଟେକନୋଲୋଜି ସ୍ୱତନ୍ତ୍ର ଅଟେ

AIP କିମ୍ବା ସାମୁଦ୍ରିକ ପ୍ରବୃତ୍ତି ଟେକ୍ନୋଲୋଜି ଅଣ-ପରମାଣୁ ବୁଡ଼ାଜାହାଜକୁ ବାୟୁମଣ୍ଡଳୀୟ ଅମ୍ଳଜାନକୁ ପ୍ରବେଶ ନକରାଇ ଅଧିକ ସମୟ କାର୍ଯ୍ୟ କରିବାକୁ ଅନୁମତି ଦେଇଥାଏ। AIP ବୁଡ଼ାଜାହାଜର ଡିଜେଲ-ବୈଦ୍ୟୁତିକ ପ୍ରବୃତ୍ତି ପ୍ରଣାଳୀକୁ ବଢ଼େଇଥାଏ। ଏହାର ଅର୍ଥ ହେଉଛି, AIP ଫିଟ୍ ହୋଇଥିବା ବୁଡ଼ାଜାହାଜକୁ ବ୍ୟାଟେରୀ ଚାର୍ଜ କରିବା ପାଇଁ ଭୂପୃଷ୍ଠକୁ ଆସିବାକୁ ପଡିବ ନାହିଁ ଏବଂ ଏହା ଦୀର୍ଘ ସମୟ ପର୍ଯ୍ୟନ୍ତ ପାଣି ତଳେ ରହିଥାଏ। ଜାହାଜ ରିଆକ୍ଟର ଯୋଗୁଁ ପରମାଣୁ ବୁଡ଼ାଜାହାଜ ଶବ୍ଦ କରୁଥିବାବେଳେ, AIP ଟେକ୍ନୋଲୋଜି ସହିତ ସଜ୍ଜିତ ଏକ ବୁଡ଼ାଜାହାଜ ଏକ ଘାତକ ନୀରବତା ବଜାୟ ରଖିଥାଏ। ଏହି ନୂତନ ଟେକ୍ନୋଲୋଜି ଭାରତୀୟ ବୁଡ଼ାଜାହାଜକୁ ଆହୁରି ମାରାତ୍ମକ କରିବ।

ଫ୍ରାନସକୁ ଏହି କୌଶଳ ମାଗିଥିଲା ପାକିସ୍ତାନ

DRDO ଟେକ୍ନୋଲୋଜିକୁ ଫ୍ରାନ୍ସ ସମର୍ଥନ କରିଛି। ଯେଉଁମାନେ କଲବରୀ ଶ୍ରେଣୀର ଉତ୍ପାଦନ ପରିପ୍ରେକ୍ଷୀରେ ଭାରତୀୟଙ୍କ ସହ ଯୋଗାଯୋଗରେ ଥିଲେ। ତେବେ ଏଥିପାଇଁ ପାକିସ୍ତାନ ମଧ୍ୟ ଫ୍ରାନ୍ସ ଆଡକୁ ମୁହାଁଇଥିଲା। କିନ୍ତୁ ପାକିସ୍ତାନର ଅନୁରୋଧ ସତ୍ତ୍ୱେ ଫ୍ରାନ୍ସ ପାକିସ୍ତାନୀ ଏଜୋଷ୍ଟା ୯୦ ବି ବୁଡ଼ାଜାହାଜକୁ AIP ଟେକ୍ନୋଲୋଜି ସହିତ ନବୀକରଣ ନକରିବାକୁ ନିଷ୍ପତ୍ତି ନେଇଥିଲା

ସିପି ଭାବେ ଦାୟିତ୍ୱ ନେଲେ ସୌମେନ୍ଦ୍ର ପ୍ରିୟଦର୍ଶୀ, କହିଲେ- ଜନସାଧାରଣଙ୍କ ଧନଜୀବନ ସୁରକ୍ଷା ବଡ଼ ଦାୟିତ୍ୱ

ଭୁବନେଶ୍ୱର: ୧୯୯୫ ବ୍ୟାଚର ଆଇପିଏସ୍ ଅଫିସର ସୌମେନ୍ଦ୍ର ପ୍ରିୟଦର୍ଶୀ ଭୁବନେଶ୍ୱର-କଟକ କମିଶନରଟ ପୋଲିସର କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବତନ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି ସୌମେନ୍ଦ୍ର । ଦାୟିତ୍ୱ ଗ୍ରହଣ ଅବସରରେ କଟକ, ଭୁବନେଶ୍ୱର ଦ୍ୱୈତ ନଗରୀର ଜନସାଧାରଣଙ୍କ ଅକୁଣ୍ଠ ସହଯୋଗ କାମନା କରିଛନ୍ତି ନୂତନ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

Soumendra Priyadarshi Taking Police Commissioner Charge Of Twin City

ଦାୟିତ୍ୱ ଗ୍ରହଣ ଅବସରରେ ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି- ପୋଲିସ କମିଶନର ହିସାବରେ ଦାୟିତ୍ୱକୁ ନିଷ୍ଠାର ସହ ପ୍ରତିପାଳନ କରିବି । କୌଣସି ପୋଲିସ ଅଫିସର ପାଇଁ ୨ଟି ମୁଖ୍ୟ ଦାୟିତ୍ୱ ହେଲା- ଆଇନ୍ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ଓ ଅପରାଧ ନିୟନ୍ତ୍ରଣ, ଅପରାଧ ଚିହ୍ନଟ । ନିଶ୍ଚିତ ଭାବେ ଏଥିପ୍ରତି ବିଶେଷ ପ୍ରାଥମିକତା ଦେଇ ମୁଁ କାର୍ଯ୍ୟ କରିବି । ପୂର୍ବତନ କମିଶନରଙ୍କ ଏଜେଣ୍ଡାକୁ ସୂଚାରୁରୂପେ କାର୍ଯ୍ୟକାରୀ ଉପରେ ଧ୍ୟାନ ଦେବି । ଉଭୟ ସହରର ଜନସାଧାରଣଙ୍କ ଧନଜୀବନ ସୁରକ୍ଷା କମିଶନରେଟ୍ ପୋଲିସର ବଡ଼ ଦାୟିତ୍ୱ ।

Soumendra Priyadarshi Taking Police Commissioner Charge Of Twin City

ଆପଣମାନଙ୍କ ସହଯୋଗରେ ଏହି ଦାୟିତ୍ୱ ନିର୍ବାହ ପାଇଁ ବଦ୍ଧପରିକର । ଆପଣମାନଙ୍କ ଅକୁଣ୍ଠ ସହଯୋଗରେ ପ୍ରଭୁଙ୍କ ଆଶୀର୍ବାଦ ଓ କଠୋର ପରିଶ୍ରମ ମାମଧ୍ୟମରେ ପୋଲିସିଂ ସିଷ୍ଟମ ଭଲ ଭାବେ ଚାଲିବ କହିଛନ୍ତି ସୌମେନ୍ଦ୍ର ପ୍ରିୟଦର୍ଶୀ । ୧୯୯୫ ମସିହାର ଆଇପିଏସ ଅଫିସର ସୌମେନ୍ଦ୍ର ପ୍ରିୟଦର୍ଶୀ ପୂର୍ବରୁ କ୍ରାଇମବ୍ରାଞ୍ଚ ଏଡିଜି ଭାବେ କାର୍ଯ୍ୟ କରୁଥିଲେ । ନୂତନ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ କମିଶନରେଟ୍ ପୋଲିସ ଅଫିସରେ ସ୍ୱାଗତ କରାଯାଇଛି ।

ମହିଳା ପୋଲିସଙ୍କ ଉପରେ ବନିବ ୱେବସିରିଜ୍, ଏମିତି କହିଲେ ଅମିତାଭ ବଚ୍ଚନ…

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସରେ ନିୟୋଜିତ ମହିଳା ହେଡ୍ କନଷ୍ଟେବଳ ସୀମା ଢାକା ରିଏଲ୍ ଲାଇଫରେ ଜଣେ ହିରୋ । ଯାହାଙ୍କ ସାହାସୀକତାକୁ ନେଇ ସବୁଠୁ ଚର୍ଚ୍ଚା । ଆଉ ତାଙ୍କ ଉପରେ ଖୁବଶୀଘ୍ର ନିର୍ମାଣ ହେବାକୁ ଯାଉଛି ଏକ ୱେବସିରିଜ୍ ।

ସୀମା ଢାକା ନିଜ ପ୍ରଚେଷ୍ଟା ବଳରେ ପ୍ରାୟ ୩ ମାସ ମଧ୍ୟରେ ୭୬ ଜଣ ନିଖୋଜ ଶିଶୁଙ୍କୁ ଖୋଜି ବାହାର କରିଥିଲେ । ଯେଉଁଥିପାଇଁ ସୀମାଙ୍କୁ ଆଉଟ୍ ଅଫ୍ ଟର୍ନ ପ୍ରମୋଶନ ଦିଆଯାଇଥିଲା । ସୀମାଙ୍କ ବୀରତ୍ୱର ଭୁରିଭୁରି ପ୍ରଶଂସା କରିବା ସହ ବଲିଉଡର ଶେହନସା ବୋଲାଉଥିବା ଅମିତାଭ କହିଛନ୍ତି, ସୀମାଙ୍କ ଉପରେ ଫିଲ୍ମ ବନିବା ଜରୁରୀ ।

ଏନେଇ ସେ ଟ୍ୱିଟ୍ କରି ନିଜ ଇଚ୍ଛା ଜାହିର କରିଛନ୍ତି ।

ନିକଟରେ ଏବ୍ସଲୁଟ୍ ବିଜ୍ ଏଣ୍ଟରଟେନମେଣ୍ଟ କମ୍ପାନୀ ସୀମା ଢାକାଙ୍କ ଉପରେ ୱେବ ସିରିଜ୍ ବନାଇବା ପାଇଁ ରାଇଟ୍ସ କିଣିଛନ୍ତି । ହେଡ୍ କନଷ୍ଟେବଳ ସୀମା ଢାକା ଯେଉଁ ୭୬ ଶିଶୁଙ୍କୁ ଖୋଜି ବାହାର କରିଛନ୍ତି, ସେମାନଙ୍କ ମଧ୍ୟରୁ ୫୬ ଜଣଙ୍କ ବୟସ ୧୪ ବର୍ଷରୁ କମ୍ ରହିଥିଲା । ରାଇଟ୍ସ କିଣିଥିବା କମ୍ପାନୀ ଯୋଗେନ୍ଦ୍ର ଚତୁର୍ବେଦୀ କହିଛନ୍ତି ଯେ, ଯେବେ ଆମକୁ ସୀମା ଢାକାଙ୍କ କାହାରୀ ସମ୍ପର୍କରେ ଜଣାପଡିଲା । ଆମେ ସଙ୍ଗେସଙ୍ଗେ ତାଙ୍କ ସହ ସମ୍ପର୍କ କରିଥିଲୁ । ଆଉ ଏଭଳି ଏକ କାହାଣୀ ଯାହା ସମସ୍ତଙ୍କୁ ଶୁଣାଇବା ଉଚିତ୍ ।

 

ସଂସଦରେ ତେଲ ତାତି: ଆସନ୍ତକାଲି ଯାଏଁ ଗୃହକୁ ମୁଲତବୀ କଲେ ବାଚସ୍ପତି

ନୂଆଦିଲ୍ଲୀ: ଲଗାତାର ଦ୍ୱିତୀୟ ଦିନ ପାଇଁ ସଂସଦରେ ତେଲ ତାତି । ତେଲ ଦର ବୃଦ୍ଧିକୁ ନେଇ ସଂସଦରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ  । ଏ ପ୍ରସଂଗରେ ଆଲୋଚନା ପାଇଁ ଅଡ଼ି ବସିଥିଲେ ବିରୋଧୀ । ଫଳରେ ଗୃହକୁ ଦିନକ ପାଇଁ ମୁଲତବୀ ଘୋଷଣା କଲେ ବାଚସ୍ପତି  । ପ୍ରଥମେ ସଂସଦର ଉଭୟ ଗୃହକୁ ଦିନ ୨ଟା ପରେ ଆସନ୍ତାକାଲି ଯାଏଁ ଗୃହକୁ ମୁଲତବୀ ଘୋଷଣା କରାଯାଇଛି  ।

ସୂଚନାଯୋଗ୍ୟ ଯେ, ଗତକାଲି ମଧ୍ୟ ତୈଳଦର ବୃଦ୍ଧିକୁ ନେଇ ଗୃହ ଅଚଳ ହୋଇଥିଲା ।  କଂଗ୍ରେସ ସମେତ ଅନ୍ୟ ବିରୋଧି ଦଳ ଗୃହରେ ପ୍ରବଳ ହଟ୍ଟଗୋଳ କରିଥିଲେ ।  ଅନ୍ତର୍ଜାତୀୟ ବଜାରରେ ବ୍ୟାରେଲ ପିଛା ତୈଳ ଦର କମ ରହିଥିବାବେଳେ ଭାରତରେ କାହିଁକି ମାତ୍ରାଧିକ ଅର୍ଥ ନିଆଯାଇଛି, ସେନେଇ ପ୍ରଶ୍ନ ଉଠାଇଲେ ବିରୋଧି ଦଳ । ତେଣୁ ଏନେଇ ଗୃହରେ ଆଜି ଆଲୋଚନା ହେଉ ବୋଲି ଅଡ଼ି ବସିଥିଲେ କଂଗ୍ରେସ ସାଂସଦ ।

ଏହି ପ୍ରସଙ୍ଗରେ ପ୍ରଥମେ ଗୃହ ଦିନ ୧୧ଟା ଓ ପରେ ୧ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ ଅଧକ୍ଷ ଭେଙ୍କୟା ନାଇଡୁ। ରାଜ୍ୟସଭାରେ ବିରୋଧି ଦଳ ନେତା ମଲିକାର୍ଜୁନ ଖଡଗେ ପ୍ରଥମେ ତୈଳଦର ବୃଦ୍ଧି ପ୍ରସଙ୍ଗ ଉଠାଇଥିଲେ । ପରେ ଦଳର ସାଂସଦ ମାନେ ଏନେଇ ଆଲୋଚନା କରିବାକୁ ଦାବି କରିଥିଲେ । ଯାହାକୁ ନେଇ ଗୃହରେ ପ୍ରବଳ ହଟ୍ଟଗୋଳ ଏବଂ ହୋହଲ୍ଲା ଦେଖାଯାଇଥିଲା।

ଆଲୋଚନା ପାଇଁ ଏକ ନିର୍ଦ୍ଧିଷ୍ଟ ଦିନ ଧାର୍ଯ୍ୟ କରିବାକୁ ଅଧ୍ୟକ୍ଷ ଭେଙ୍କୟା ନାଇଡୁ ପ୍ରସ୍ତାବ ଦେଇଥିବା ବେଳେ, ସାଂସଦ ମାନେ ଏହାକୁ ଖାରଜ କରିଥିଲେ । କଂଗ୍ରେସ ସାଂସଦ ଏହି ପ୍ରସ୍ତାବରେ ନାରାଜ ରହିଥିଲେ । କହିଥିଲେ ଅନ୍ୟ କେଉଁ ଦିନ ନୁହେଁ ବଂର ଆଲୋଚନା ଆଜି ହେବାର ଆବଶ୍ୟକତା ରହିଛି । ଦେଶରେ ଅଶୌଧିତ ତୈଳ ଦର କାହିଁକି ଦିନକୁ ଦିନ ବୃଦ୍ଧି ଘଟୁଛି, କେଉଁ କାରଣରୁ ବୃଦ୍ଧି ଘଟୁଛି । ଯେଉଁ ସମୟରେ ଅନ୍ତ୍ରର୍ଜାତୀୟ ବଜାରରେ ଦର କମ ରହିଛି, ସେସମୟରକେ ଭାରତରେ କାହିଁକି ହୁ ହୁ ହୋଇ ତୈଳ ଦର ବଢୁଛି ? ତାହାର ଉତ୍ତର ସରକାରଙ୍କୁ ଯଥାଶୀଘ୍ର ଦେବାର ଅଛି ବୋଲି କହିଥିଲେ କଂଗ୍ରେସ ସାଂସଦ ।

ଏଥିସହିତ ପଢ଼ନ୍ତୁ: ପୁଣି ରାଜ୍ୟସଭାରେ ସସ୍ମିତ ଉଠାଇଲେ ମହିଳାଙ୍କ ସଂରକ୍ଷଣ ପ୍ରସ୍ତାବ

ଇଂଲଣ୍ଡ ଟେଷ୍ଟ ଦଳର ଅଧିନାୟକ ଜୋ ରୁଟଙ୍କୁ ପଛରେ ପକାଇଲେ ରବିଚନ୍ଦ୍ରନ୍ ଅଶ୍ୱିନ୍‌, କାହିଁକି ଜାଣନ୍ତୁ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷରେ ଚମତ୍କାର ପ୍ରଦର୍ଶନ ଯୋଗୁଁ ଫେବୃଆରୀରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ଦ୍ୱାରା ରବିଚନ୍ଦ୍ରନ୍ ଅଶ୍ୱିନ୍‌ଙ୍କୁ ‘ଆଇସିସି ମେନସ୍ ପ୍ଲେୟାର ଅଫ୍ ଦି ମନ୍ଥ’ ଭାବେ ଘୋଷଣା କରାଯାଇଛି। ଭେଟେରାନ୍ ଇଣ୍ଡିଆନ୍ ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ ଇଂଲଣ୍ଡ ଟେଷ୍ଟ ଦଳର ଅଧିନାୟକ ଜୋ ରୁଟଙ୍କୁ ପଛରେ ପକାଇ ଏହି ପୁରସ୍କାର ହାସଲ କରିଛନ୍ତି।  ହୋମ ଗ୍ରାଉଣ୍ଡରେ କମାଲ କରିଛନ୍ତି ଅଶ୍ୱିନ। ଚେନ୍ନାଇରେ ଅଶ୍ୱିନ ଇଂଲଣ୍ଡ ବିପକ୍ଷରେ ୯ ୱିକେଟ୍ ନେଇଥିଲେ। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ସିରିଜର ଏହା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଥିଲା। ଯାହାକି ଏମ ଚିଦାମ୍ବରମ୍ ଷ୍ଟାଡିୟମ୍ ରେ ଖେଳାଯାଇଥିଲା।

ଏହା ବ୍ୟତୀତ ରବିଚନ୍ଦ୍ରନ ଅଶ୍ୱିନ୍ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ହାରାହାରି ୨୪ ଟି ୱିକେଟ୍ ନେଇଛନ୍ତି। ଏହା ବ୍ୟତୀତ, ଏହି ସିରିଜ୍ ସମୟରେ ସେ ଏକ ଚମତ୍କାର ଶତକ ମାରିଛନ୍ତି । ତାଙ୍କର ସ୍ମରଣୀୟ ପ୍ରଦର୍ଶନ ପାଇଁ ତାଙ୍କୁ ‘ମ୍ୟାନ୍ ଅଫ୍ ଦି ସିରିଜ୍’ ଭାବରେ ମଧ୍ୟ ମନୋନୀତ କରାଯାଇଥିଲା ।

ଆଇସିସି ଏହାର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟ ମାଧ୍ୟମରେ ଏହା ଘୋଷଣା କରିଛି। ଅଶ୍ୱିନଙ୍କ ପୂର୍ବରୁ ରିଷଭ ପନ୍ତ ଜାନୁଆରୀ ମାସରେ ଆଇସିସି ପ୍ଲେୟାର ଅଫ୍ ଦି ମନ୍ଥ ପୁରସ୍କାର ଗ୍ରହଣ କରିଥିଲେ। ଏହିପରି, କ୍ରମାଗତ ଦ୍ୱିତୀୟ ଥର ପାଇଁ ଜଣେ ଭାରତୀୟ ଏହି ପୁରସ୍କାର ହାସଲ କରିଛନ୍ତି।

ଚଳନ୍ତା ବସରେ ଅଗ୍ନିକାଣ୍ଡ, ଯାଉଥିଲେ ୩୦ରୁ ଅଧିକ ଯାତ୍ରୀ

ଆନନ୍ଦପୁର: ହାଟଡ଼ିହି ତହସିଲ ଛକ ନିକଟରେ ଚଳନ୍ତା ବସରେ ଅଗ୍ନିକାଣ୍ଡ ଘଟିଛି । ଭଦ୍ରକ ରୁ ଖିଚିଂ ଯାଉଥିବା ‘ଶ୍ରୀ ଲକ୍ଷ୍ମୀ’ ନାମକ ବସରେ ନିଆଁ ଲାଗିଥିଲା । ସଟ୍ ସର୍କିଟ ଯୋଗୁଁ ନିଆଁ ଲାଗିବା ଫଳରେ ପ୍ରବଳ ଧୂଆଁରେ ବସଟି ପରିପୂର୍ଣ୍ଣ ହୋଇ ଯାଇଥିଲା । ତତକ୍ଷଣାତ୍ ବସ୍ ଡ୍ରାଇଭର ଗାଡ଼ି ଅଟକାଇ ସମସ୍ତ ଯାତ୍ରୀଙ୍କୁ ବାହାରକୁ ବାହାର କରି ଦେଇଥିଲେ ।

Running Bus Catches Fire In Keonjhar 

ବସରେ ୩୦ରୁ ଅଧିକ ଯାତ୍ରୀ ଥିବା ବେଳେ ସେମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । କୌଣସି କାରଣରୁ ବସ୍ ବ୍ୟାଟେରିରୁ ନିଆଂ ଲାଗିଥିବା ଅନୁମାନ କରାଯାଉଛି । ବସରେ ନିଆଁ ଲାଗିବା ପରେ ଉକ୍ତ ଅଞ୍ଚଳ ଧୂଆଁମୟ ହୋଇ ଯାଇଥିଲା । ସ୍ଥାନୀୟ ଲୋକଙ୍କ ସହଯୋଗରେ ବସରେ ନିଆଁ ଆୟତ୍ତ ହୋଇଛି ।

ଏହିପରି ପାରା କମାଣ୍ଡୋ ଅପରେସନ୍ ରୁମରୁ ଆତଙ୍କବାଦୀଙ୍କ ବିରୁଦ୍ଧରେ ଯୁଦ୍ଧର ରଣନୀତି ପ୍ରସ୍ତୁତ କରିଥାନ୍ତି

ନୂଆଦିଲ୍ଲୀ: କେମିତି ହୁଏ ଯୁଦ୍ଧର ରଣନୀତି। ଭାରତୀୟ ସେନା ଯୁଦ୍ଧକୁ ଜିତିବା ପାଇଁ କଣ କରନ୍ତି। ଅପରହେସନ ରୁମରେ କେଉଁ କେଉଁ ଦିଗ ଉପରେ ଆଲୋଚନା ହୋଇଥାଏ। ଏମିତି କିଛି ପ୍ରଶ୍ନ କିମ୍ବା ଏହି ସବୁ ତରିକା ଗୁଡ଼ିକୁ ଜାଣିବା ପାଇଁ ଆପଣଙ୍କ ମନରେ ଇଚ୍ଛା ଜାଗ୍ରତ ହୋଇଥାଏ। ତେବେ ଆମେ ଆଜି ଆପଶଙ୍କୁ ଏଠାରେ ଏହି ସବୁ ତକିବା ସମ୍ବନ୍ଧରେ ଜଣାଇବୁ ।

କାଶ୍ମୀରକୁ ନିଜ ଅଧିନକୁ ନେବା ପାଇଁ ପ୍ରତି ମୁହୂର୍ତ୍ତରେ ଚେଷ୍ଟା ଚଳାଇଛି ପାକିସ୍ତାନ। ପ୍ରତି ଦିନ ଆତଙ୍କବାଦୀଙ୍କ ଆକ୍ରମଣରେ କାନ୍ଦୁଛି କାଶ୍ମୀର। ଆଉ ଏହି ସବୁ ଆକ୍ରମଣରୁ ରକ୍ଷା କରିବା ପାଇଁ ପାହାଡ଼ ହୋଇ ଛିଡ଼ା ହୋଇଛନ୍ତି ଆମ ଦେଶର ବୀର ଯବାନ। ଆତଙ୍କବାଦୀଙ୍କ ବିରୋଧରେ ସ୍ୱତନ୍ତ୍ର ଅପରେସନ୍ ପାଇଁ ଭାରତୀୟ ସେନାର ପାରା କମାଣ୍ଡୋ ସବୁ ସମୟରେ କାଶ୍ମୀରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛି। ଆତଙ୍କବାଦର ଅନ୍ତ ହେଉଛି ଭାରତୀୟ ସେନାର ପାରା କମାଣ୍ଡୋ। ପାରା କମାଣ୍ଡୋର ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏମାନେ ଅପରେସନ ସମୟରେ ସାଧାରଣ ନାଗରୀକଙ୍କୁ କେଉଁଭଳି ଭାବରେ କ୍ଷତି ନପହଞ୍ଚିବ ତାହା ଚେଷ୍ଟା କରନ୍ତି। ଏଥିପାଇଁ ଏମାନଙ୍କୁ ସ୍ୱତନ୍ତ୍ର ଭାବେ ଟ୍ରେନିଂ ନେବାକୁ ପଡ଼ିଥାଏ।

କାଶ୍ମୀରରେ ଯଦି କେଉଁଠି ଆତଙ୍କବାଦୀମାନେ ଲୁଚି ରହିଥିବାର ଖବର ମିଳେ । ତେବେ ଏନେଇ ଅପରେସନରେ ଥିବା ଦଳକୁ ଆତଙ୍କବାଦୀଙ୍କ ଉପରେ ଏକ ସଂକ୍ଷିପ୍ତ ସୂଚନା ଦିଆ ଯାଇଥାଏ। ଏହା ପରେ ଏମାନା ସମ୍ପୂର୍ଣ୍ଣଭାବେ ନିଜର ମନ ଭିତରେ ପ୍ରସ୍ତୁତ ହୋଇଯାଆନ୍ତି। ପାରା କମାଣ୍ଡୋ ମାନଙ୍କୁ ସବୁ ସମୟରେ ପସ୍ତୁତ ରହିବା ପାଇଁ ଟ୍ରେନିଂ ଦିଆଯାଇଥାଏ। ତେବେ ଡ୍ରୋନ ମାଧ୍ୟମରେ ନିଆଯାଇଥିବା ଫଟୋକୁ ବ୍ୟବହାର କରି କେମିତି ଯୁଦ୍ଧ କରାଯିବ ସେନେଇ ସୈନିକ ମାନଙ୍କ ସହ ବର୍ଣ୍ଣନା କରାଯାଇଛି ଏକ ରଣନୀତି ପ୍ରସ୍ତୁତ କରାଯାଇଥାଏ। ଶତ୍ରୁ ମାନଙ୍କର ଲୁଚିଥିବା ସ୍ଥାନକୁ ନିଜ ମୁଣ୍ଡରେ ଭଲକରି ଛାପି ଦିଅନ୍ତିି ପାରା କମାଣ୍ଡୋ।

ଅପରେସନ୍ ରୁମରେ ସମୟ ନ କାଟି ପୂର୍ବ ପ୍ରସ୍ତୁତି ମୁତାବକ ସୈନିକମାନଙ୍କୁ ଦୁଇଟି ଦଳରେ ବିଭକ୍ତ କରାଯାଇଥାଏ। ପ୍ରଥମେ ଏକ ଟିମ ଲୁଚି ରହିଥିବା ଆରଙ୍କବାଦୀ ମାନଙ୍କ ଘର ଠାରୁ ପ୍ରାୟ ୨ଶହରୁ ୩ଶହ ମିଟର ଦୂରରେ ବାହ୍ୟ କର୍ଡନ ତିଆରି କରନ୍ତି। ଏହା ପରେ ଦ୍ୱିତୀୟ କୋର୍ ଟିମ୍ ଆଗକୁ ବଢ଼ିବା ପୂର୍ବରୁ ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ କରିବାକୁ ଲାଉଡ ସ୍ପିକରକୁ କହିବା ପାଇଁ କହିଥାଏ। ଏହା ପରେ ପାରା କମାଣ୍ଡୋ ଧିରେ ଧିରେ ଲକ୍ଷ୍ୟ ଆଡକୁ ବଢ଼ନ୍ତି। ଲାଉଡ ସ୍ପିକରରେ କହିବା ସମୟରେ ଏହା ସୁନିଶ୍ଚିତ ହୁଏ ଯେ ଭିତରୁ ପ୍ରଥମେ ଆତଙ୍କବାଦୀ ଆକ୍ରମଣ ନକରିବା ପର୍ଯ୍ୟନ୍ତ କେହି ଆକ୍ରମଣ କରିବେ ନାହିଁ ।

ପରସ୍ପର ସହ କଥା ହେବା ପାଇଁ ସଙ୍କେତ ବ୍ୟବହାର

ଏହି ସମୟ ମଧ୍ୟରେ ପ୍ରତ୍ୟେକ ସନ୍ଦେହଜନକ କାର୍ଯ୍ୟ ଉପରେ ନଜର ରଖିବା ପାଇଁ ଡ୍ରୋନ୍ ମଧ୍ୟ ଟାର୍ଗେଟ୍ ହାଉସ୍ ଉପରେ ଉଡ଼ାଯାଏ। ତେବେ ଯେଉଁମାନେ ପାରା କାମାଣ୍ଡୋର ଏହି ଟିମରେ ଅଧିକ ତିକ୍ଷ୍ଣ ହୋଇଥାନ୍ତି ସେମାନେ ଟାର୍ଗେଟ ଘର ଆଡକୁ ୫ରୁ ୬ ଜଣ ଭଳି ଏକ ବଡ଼ ଯୋଡ଼ିରେ ଯାଇଥାନ୍ତି। ଏହା ପରେ ବହୁ ଶୀଘ୍ର ଗୋଟିଏ ପରେ ଗୋଟିଏ ରୁମକୁ ଯାଞ୍ଚ କରାଯାଏ। କୋଠରୀକୁ ଯାଞ୍ଚ କରିବା ପରେ ଇଞ୍ଜିନିୟର ମାନଙ୍କୁ IEDର ଯାଞ୍ଚ ପାଇଁ ଡକାଯାଇଥାଏ। ଅପରେସନ୍ ସମୟରେ ପରସ୍ପର ସହିତ କଥାବାର୍ତ୍ତା କରିବାକୁ ଏକ ପ୍ରକାାରର ସିଗନାଲ୍ ବ୍ୟବହାର କରାଯାଇଥାଏ। ଯାହାକୁ କଲ୍ ସେନ୍ସ କୁହାଯାଏ। ଏହି ସିଗନାଲ ବ୍ୟବହାର କରିବା ଦ୍ୱାରା ଶତ୍ରୁମାନେ ଯାଣିପାରନ୍ତି ନାହିଁ କି ସେମାନଙ୍କ ଆଡ଼କୁ କିଏ ଆସୁଛି ବୋଲି।

ଜଙ୍ଗଲ ଏବଂ ସହରରେ ଯୁଦ୍ଧ ପାଇଁ ଅଲଗା ତାଲିମ

କାରା କମାଣ୍ଡୋ ମାନଙ୍କୁ ଦୁଇ ପ୍ରକାରର ଟ୍ରେନିଂ ଦିଆଯାଇଥାଏ। ୟୁନିଟର କମ୍ପାନୀ କମାଣ୍ଡର ମେଜର ମଲକିତ କହିଛନ୍ତି ଯେ ପାରା ଫୋର୍ସ ଏକ ଭଲିଣ୍ଟିୟର ଫୋର୍ସ। ଯବାଦ କିମ୍ବା ଅଧିକାରୀମାନେ ନିଜ ନିଜ ଇଚ୍ଛାରେ ଏଥିରେ ସାମିଲ ହୋଇଥାନ୍ତି। ଏହା ପରେ ଏଥିରେ ସାମିଲ ହେବା ପାଇଁ ସେମାନଙ୍କୁ କଠିନ ପରିଶ୍ରମ କରିବା ପାଇଁ ପଡ଼ିଥାଏ। ଟ୍ରେନିଂ ସମୟରେ ପ୍ରଥମେ ଏୟାରବୋର୍ଣ୍ଣ ଟାସ୍କ ର ଟ୍ରେନିଂ ଦିଆଯାଇଥାଏ। ଯେଉଁଥିରେ ଆକାଶ ମାର୍ଗରୁ କେମିତି ଜମ୍ପ କରିବାକୁ ପଡ଼ିବ ତାର ଟ୍ରେନିଂ ଦିଆଯାଏ। ଗୋଟିଏ ହେଉଛି ଏକ ଷ୍ଟାଟିକ୍ ଲାଇନ୍ ଜମ୍ପ ଯେଉଁଥିରେ ପାରାଚ୍ୟୁଟ୍ କେମିତି ଖୋଲିବେ ଏବଂ ଅନ୍ୟଟି ୧୨ ହଜାର ଫୁଟ କିମ୍ବା ତା’ଠାରୁ ଅଧିକ ଉଚ୍ଚର ଜମ୍ପ କରିବା ପରେ ପାରାଚ୍ୟୁଟକୁ କେମିତି ଖୋଲିବେ। ମେଜର କହିଛନ୍ତି ଯେ LoC ଅପରେସନ୍ ଅଲଗା, ଯେଉଁଠାରେ ସେମାନେ ଜଙ୍ଗଲ ଅଞ୍ଚଳରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଭଳି ଆହ୍ୱାନର ସମ୍ମୁଖୀନ ହେଉଛନ୍ତି। ତେଣୁ ଜଙ୍ଗଲ ରେ ଯୁଦ୍ଧ ପାଇଁ ଅଲଗା ଭାବେ ଟ୍ରେନିଂ ଦିଆଯାଇଥାଏ। ହେଲେ ସହର କିମ୍ବାର ଗାଁ ଗହଳି ମାନଙ୍କରେ ଯୁଦ୍ଧ କରିବାକୁ ହେଲେ ସେମାନଙ୍କୁ ବିଭିନ୍ନ ପ୍ରକାରର ସ୍ୱତନ୍ତ୍ର ତାଲିମ ନେବାକୁ ପଡିଥାଏ।

ଏହି ଅଭ୍ୟାସକୁ ‘ଅଗର-ମଗର’ ଅଭ୍ୟାସ କୁହାଯାଏ

ପାରା ୟୁନିଟ୍ ର କମାଣ୍ଡିଂ ଅଫିସର କର୍ଣ୍ଣେଲ କରଣ ଭାଟିଆ କହିଛନ୍ତି ଯେ ପାରାଚ୍ୟୁଟ୍ ୟୁନିଟ୍ ହେଉଛି ଏକ ସ୍ୱତନ୍ତ୍ର ଅପରେସନ୍ ପାଇଁ ବ୍ୟବହୃତ ଏକ ସ୍ୱତନ୍ତ୍ର ୟୁନିଟ୍। ସୈନିକମାନଙ୍କ ପାଖରେ ସ୍ୱତନ୍ତ୍ର ଅସ୍ତ୍ରଶସ୍ତ୍ର ରହିଥାଏ ଏବଂ ଭାରତୀୟ ସେନା ଯେଉଁଠାରେ ରହିଥାନ୍ତି ସେଠାରେ ସେମାନଙ୍କୁ ସ୍ୱତନ୍ତ୍ର ଅପରେସନ୍ ପାଇଁ ନିୟୋଜିତ କରାଯାଇଥାଏ। ଅପରେସନ ନଥିଲେ ମଧ୍ୟ ପାରା ମିଲିଟାରି ଫୋର୍ସକୁ ସବୁବେଳେ ଅଭ୍ୟାସ କରିବାକୁ ପଡ଼ିଥାଏ। ଯେଉଁଥିରେ ଯଦି ପ୍ରଥମ ପ୍ଲାନ ବିଫଳ ହୁଏ, ତେବେ ଦ୍ୱିତୀୟ ପ୍ଲାନରେ କ’ଣ କରିବାକୁ ପଡ଼ିବ ସେ ବିଷୟରେ ଆଲୋଚନା ହୋଇଥାଏ। ସେଥିପାଇଁ ଏହି ଅଭ୍ୟାସକୁ ‘ଅଗର-ମଗର ଅଭ୍ୟାସ’ ବୋଲି କୁହାଯାଏ।

ଏହି ଅସ୍ତ୍ରଗୁଡିକ ବ୍ୟବହୃତ ହୋଇଥାଏ

ପାରା ୟୁନିଟ୍ ଯବାନ ଇସ୍ରାଏଲ୍ ମେଡ୍ ଟେବୋର -୨୧ ଆସାଲ୍ଟ ରାଇଫଲ୍ ବ୍ୟବହାର କରିଥାନ୍ତି । ଯାହାର ପ୍ରାୟ ୫୫୦ ମିଟର ପର୍ଯ୍ୟନ୍ତ ରେଞ୍ଚ ରହିଥାଏ । ସେହିଭଳି ଅଷ୍ଟ୍ରିଆ ମେଡ୍ ଗ୍ଲକ୍ -୧୭ ପିସ୍ତଲ, ଇସ୍ରାଏଲ୍ ମେଡ୍ ଉଜି SMG, ନାଇଟ୍ ଭିଜନ୍ ଡିଭାଇସ୍, ଲେଜର, ଶରୀର କ୍ୟାମେରା, ଛୁରୀ ଏବଂ ବାଲାଷ୍ଟିକ ସିଲ୍ନର ବ୍ୟବହାର କରିଥାନ୍ତି ସୈନିକ ମାନେ।

ମହାଶିବରାତ୍ରୀରେ ଆପଣାନ୍ତୁ ଏଭଳି ଉପାୟ, ବଢିବ ସୁଖ ଓ ସମୃଦ୍ଧି

ସନାତନ ଧର୍ମରେ ମହାଶିବରାତ୍ରୀର ବିଶେଷ ମହତ୍ୱ ରହିଛି । ଚଳିତ ଥର ଏହି ପର୍ବ ଫାଲଗୁନ୍ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥିରେ ପାଳିତ ହେବାକୁ ଯାଉଛି । ଆଉ ଦିନକ ପରେ ଅର୍ଥାତ୍ ଗୁରୁବାର ଦିନ ଅନୁଷ୍‌ଠିତ ହେବାକୁ ଯାଉଛି ଜାଗର ଯାତ୍ରା। ଏହି ଦିନରେ ଶ୍ରଦ୍ଧାଳୁ ବ୍ରତ, ପୂଜାପାଠ କରିବା ସହ ଜଳାଭିଷେକ ଓ ରୁଦ୍ରାଭିଷେକ କରି ବାବାଙ୍କ ଆରାଧନା କରିଥାନ୍ତି ।

ପୗେରାଣିକ କଥା ଅନୁଯାୟୀ ଏହି ଦିନ ଭୋଳାନାଥଙ୍କୁ ଖୁବ୍ ପସନ୍ଦ । କାରଣ ଏହି ଦିନରେ ଶିବ ଓ ଶକ୍ତିଙ୍କ ମିଳନ ହୋଇଥାଏ । ମାତା ପାର୍ବତୀଙ୍କ ସହ ଭଗବାନ ଶିବଙ୍କର ବିବାହ ଅନୁଷ୍ଠିତ ହୋଇଥିଲା । ଯେଉଁଥିପାଇଁ ଅନେକ ଶ୍ରଦ୍ଧାଳୁ ବ୍ରତ କରିଥାନ୍ତି ।

ମହାଶିବରାତ୍ରୀରେ ଏହି ଭଳି କିଛି ଉପାୟ ଆପଣାଇ ଭୋଳାନାଥଙ୍କ ଆଶିର୍ବାଦ ପାଆନ୍ତୁ । ଆଉ ଭଗବାନଙ୍କ କୃପାରୁ ସୁଖ ଓ ସମୃଦ୍ଧି ପାଇପାରିବେ…

ମହାଶିବରାତ୍ରୀର ଶୁଭ ତିଥି ତଥା ମଧ୍ୟରାତ୍ରୀରେ ଶିବ ଓ ଶକ୍ତିଙ୍କ ପୂଜା କରିବାର ବିଧାନ ରହିଛି । ଲୋକକଥା ଅନୁଯାୟୀ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜାପ କରିବା ଉଚିତ୍ । ଏଭଳି କରିବା ଦ୍ୱାରା ଆପଣଙ୍କ ସହ ଆପଣଙ୍କ ପରିବାର ସ୍ୱାସ୍ଥ୍ୟ ଭଲ ରହିବା ସହ ଭୟରୁ ମୁକ୍ତି ମିଳିଥାଏ । ଏଥିସହ ଶିବଙ୍କର ଆଶିର୍ବାଦ ପ୍ରାପ୍ତ ହେବା ସହ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ ।

ଆପଣାନ୍ତୁ ଏହି ଉପାୟ, ହେବ ଧନ ବୃଦ୍ଧି-

ମହାଶିବରାତ୍ରୀର ଶୁଭ ଦିନରେ ୪ ପ୍ରହରରେ ଏହି ୪ଟି ଜିନିଷରେ ଶିବଲିଙ୍ଗର ଅଭିଷେକ କରନ୍ତୁ । ପ୍ରଥମ ପ୍ରହରରେ ଗଙ୍ଗାଜଳ, ଦ୍ୱିତୀୟ ପ୍ରହରରେ କ୍ଷୀର, ତୃତୀୟ ପ୍ରହରରେ ଦହି ଓ ଅନ୍ତିମ ପ୍ରହରରେ ମହୁ ଓ ଗଙ୍ଗାଜଳ ଦ୍ୱାରା ଅଭିଷେକ କରନ୍ତୁ । ଏଭଳି କରିବା ଦ୍ୱାରା ଧନ ବୈଭବ ବୃଦ୍ଧି ହେବା ସଙ୍ଗେସଙ୍ଗେ ମୃତ୍ୟୁ ପରେ ମୋକ୍ଷ ପ୍ରାପ୍ତି ହୋଇଥାଏ ।

ଆପଣାନ୍ତୁ ଏହି ଉପାୟ, ବୃଦ୍ଧି ପାଇବ ସୗେଭାଗ୍ୟ-

ମହାଶିବରାତ୍ରୀରେ ସାରା ରାତି ଉଜାଗର ରହି ମନ୍ତ୍ର ଜପ କରନ୍ତୁ । କୁହାଯାଏ ଏହି ରାତିରେ ଶୋଇଲେ ଆପଣଙ୍କ ଭାଗ୍ୟ ମଧ୍ୟ ଶୋଇପଡେ । ଏଥିପାଇଁ ଜାଗରଣ କରୁଥିବା ବେଳେ ଶିବ ପୁରାଣ, ଶିବ ସ୍ତୁତି, ଭଜନ, କିର୍ତ୍ତନ ଆଦି ଜପ କରନ୍ତୁ। ଏଭଳି କରିବା ଦ୍ୱାରା ସୗେଭାଗ୍ୟ ବୃଦ୍ଧି ସହ ଉନ୍ନତି ହୋଇଥାଏ ।

କାଳସର୍ପ ଦୋଷ ଦୂର ହେବ-

ଶିବରାତ୍ରୀ ଦିନ ମୁଖ୍ୟ କବାଟର ପୃଷ୍ଠଭାଗକୁ ହଳଦୀ ପାଣିରେ ଧୋଇବା ଉଚିତ୍ । ଏଥିସହ ହଳଦୀରେ ସ୍ୱସ୍ତୀକ ଚିହ୍ନ ବନାଇବା ଉଚିତ୍ । ରାତ୍ରୀ ସମୟରେ ଐଶାନ୍ୟ କୋଣରେ ଦୀପ ଜଳାଇ ଶିବ ଭଗବାନଙ୍କର ମନ୍ତ୍ର ଓ ବୀଜ ମନ୍ତ୍ର ଜପ କରନ୍ତୁ । ଏଭଳି କରିବା ଦ୍ୱାରା କାଳସର୍ପ ଦୋଷ ଦୂର ହୋଇଥାଏ ।

 

ବ୍ରିଟେନ ସଂସଦରେ ଚାଷୀ ଆନ୍ଦୋଳନ ତାତି

ନୂଆଦିଲ୍ଲୀ: ବ୍ରିଟେନ ସଂସଦରେ ଚାଷୀ ଆନ୍ଦୋଳନ ତାତି। ଭାରତରେ ଚାଷୀଙ୍କ ସୁରକ୍ଷା ଓ ପ୍ରେସ୍‌ ସ୍ୱାଧୀନତାକୁ ନେଇ ବିତର୍କ ହେବା ସହ ସାଂସଦମାନେ ଭାରତକୁ ସମାଲୋଚନା କରିଛନ୍ତି। ହେଲେ ବ୍ରିଟିଶ ସଂସଦରେ ଭାରତର ଆଭ୍ୟନ୍ତରଣ ପ୍ରସଙ୍ଗରେ ଆଲୋଚନାକୁ କଡ଼ା ବିରୋଧ କରିଛି ଭାରତ। ଲଣ୍ଡନରେ ଥିବା ଭାରତର ହାଇକମିଶନ ଏହାର ଦୃଢ଼ ପ୍ରତିବାଦ କରିଛି। ବ୍ରିଟିସ ସଂସଦରେ ଭିତ୍ତିହୀନ ପ୍ରସଙ୍ଗରେ ଆଲୋଚନା କରାଯିବା ସହ ମିଥ୍ୟା ତଥ୍ୟ ଉପସ୍ଥାପନ କରାଯାଇଛି। ଏହା ଭାରତ ପ୍ରତି ଅପମାନ। ବିଶ୍ୱର ସବୁଠୁ ବଡ଼ ଗଣତନ୍ତ୍ର ଦେଶର ଅଖଣ୍ଡତା ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରାଯାଇଛି ବୋଲି ହାଇକମିଶନ ପକ୍ଷରୁ କୁହାଯାଇଛି। ଅନେକ ବିଦେଶୀ ମିଡିଆ ଭାରତରେ ରହିଥିବାରୁ ସେମାନେ ଏହି ଘଟଣା ସମ୍ପର୍କରେ ସମ୍ପୂର୍ଣ୍ଣ ଅବଗତ। ଚାଷୀଙ୍କ ସମସ୍ୟା ସମାଧାନ କରିବାକୁ ଚେଷ୍ଟା କରାଯାଇଛି ବୋଲି ହାଇକମିଶନ ପ୍ରତିକ୍ରିୟାରେ ଉଲ୍ଲେଖ କରାଯାଇଛି।

ସରଗରମ ହେଉଛି ପଶ୍ଚିମବଙ୍ଗ ନିର୍ବାଚନ, ନିର୍ବାଚନ ପୂର୍ବରୁ ମମତାଙ୍କ ହାତ ଛାଡ଼ିଲେ ୫ ଜଣ ବିଧାୟକ

ନିର୍ବାଚନ ପୂର୍ବରୁ ଦିଦିଙ୍କୁ ଝଟ୍‌କା। ମମତାଙ୍କ ହାତ ଛାଡ଼ିଲେ ୫ ବିଧାୟକ। ଟିଏମ୍‌ସି ହାତ ଛାଡ଼ି ୫ ବିଧାୟକ ବିଜେପିରେ ସାମିଲ ହୋଇଛନ୍ତି। ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ପଶ୍ଚିମବଙ୍ଗ ରାଜେନୈତିକ ମାହୋଲ ସରଗରମ ହୋଇଛି। ବିଜେପିର ହାଇକମାଣ୍ଡମାନେ ପଶ୍ଚିମବଙ୍ଗ ଗସ୍ତ କରି ପ୍ରଚାର ଜୋରଦାର ଚଳାଇଛନ୍ତି। ସେପଟେ ବିଜେପିକୁ ଜୋରଦାର ଟକ୍କର ଦେଉଛନ୍ତି ଦିଦି। ତେବେ ଦିଦିଙ୍କ ବଳ କମାଇବାକୁ ସବୁ ପ୍ରକାର ପ୍ରଚେଷ୍ଟା ଚଳେଇଛି ବିଜେପି। ପୂର୍ବରୁ ଟିଏମ୍‌ସିର ବହୁ ବଡ଼ ନେତା ବିଜେପିରେ ସାମିଲ ହୋଇଥିବା ବେଳେ ଏବେ ଆଉ ୫ ବିଧାୟକ ଦିଦିଙ୍କ ହାତ ଛାଡ଼ିଛନ୍ତି। ସିଙ୍ଗୁରର ଟିଏମ୍‌ସି ବିଧାୟକ ରବୀନ୍ଦ୍ରନାଥ ଭଟ୍ଟାଚାର୍ଯ୍ୟ, ଦ୍ୱିପେନ୍ଦୁ ବିଶ୍ୱାସ, ସୋନାଲି ଗୁହା, ଜଟୁ ଲହୋରୀ, ସୀତଲ ସରଦାର ବିଜେପିରେ ସାମିଲ ହୋଇଛନ୍ତି।