spot_img
Home Blog Page 5903

ଦର ବୃଦ୍ଧିକୁ ନେଇ ପାକିସ୍ତାନ ସୋସିଆଲ୍ ମିଡିଆରେ ଇମ୍ରାନ୍‌ ଖାନ୍‌ଙ୍କୁ ତାତ୍ସଲ୍ୟ: ଦେଖନ୍ତୁ ଭାଇରାଲ୍‌ ଭିଡିଓ

ଇସ୍‌ଲାମାବାଦ: ପାକିସ୍ତାନରେ ଦର ବୃଦ୍ଧିକୁ ନେଇ ହାହାକାର । ଅଟା, ଡାଲି ଓ ପରିବା ସମେତ ମାଂସ ଦର ମଧ୍ୟ ଆକାଶ ଛୁଆଁ । ଏହା ସାଙ୍ଗାକୁ ପେଟ୍ରୋଲ ଦର ବୃଦ୍ଧି ଲୋକଙ୍କୁ ନୟାନ୍ତ କଲାଣି । ଏତେ ସବୁ ଅସୁବିଧାର ସମ୍ମୁଖିନ ହେଉଥିବା ପାକିସ୍ତାନର ଜନତା ଏକ ନିଆରା ଶୈଳୀରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍‌ଙ୍କୁ କଟାକ୍ଷ କରିଛି ।

            ଯାହା ଏବେ ପାକିସ୍ତାନ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେଉଛି । ଯେଉଁଥିରେ ଇମ୍ରାନ୍ ଖାନ୍‌ଙ୍କ ପ୍ରସିଦ୍ଧ ଡାଏଲଗ ‘ଘବରାନା ନହିଁ ହେ’ (ବିଚଳିତ ହେବାନି)ର ବ୍ୟବହାର କରାଯାଇଛି । ଏବଂ ଏହି ଭିଡିଓରେ ପିଲାଙ୍କ ସ୍କୁଲ ଫି’ ଔଷଧ ଏବଂ ଚିକିତ୍ସା ଖର୍ଚ୍ଚ ବୃଦ୍ଧିକୁ ନେଇ କଟାକ୍ଷ କରିଛନ୍ତି ।

https://twitter.com/nailainayat/status/1369199784653971457?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1369199784653971457%7Ctwgr%5E%7Ctwcon%5Es1_&ref_url=https%3A%2F%2Fnavbharattimes.indiatimes.com%2Fstate%2Fjharkhand%2Franchi%2Flalu-s-security-guards-grab-the-mattress-pillow-of-the-rims-jharkhand-news%2Farticleshow%2F81413215.cms

କରାଚୀ-ଲାହୋରରେ କୁକୁଡ଼ା ଦର ଆକାଶ ଛୁଆଁ

ପାକିସ୍ତାନର ଏଆରଓ୍ୱାଇ ନ୍ୟୁଜ୍ ରିପୋର୍ଟ ଅନୁସାରେ, କରାଚୀରେ ଜୀଅନ୍ତା କୁକୁଡ଼ାର ଦାମ୍ ୩୭୦ ଟଙ୍କା  ପ୍ରତି କିଲୋଗ୍ରାମ ଏବଂ ମାଂସର ଦାମ୍ ୫୦୦ ଟଙ୍କାରେ ପହଞ୍ଚିଛି । ଏହି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ବୃଦ୍ଧକୁ ନେଇ ବହୁ ସଂଖ୍ୟାରେ ଲୋକେ ପ୍ରଭାବିତ ହେଉଥିବା ବେଳେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି । ସେହିଭଳି ଲାହୋରରେ ମାଂସ କିଲୋଗ୍ରାମ ପ୍ରତି ୩୬୫ ଟଙ୍କାରେ ପହଞ୍ଚିଛି ।

ଅପରପକ୍ଷରେ ଆଗକୁ ଗମ୍ଭୀର ରୋଷୋଇ ଗ୍ୟାସ୍ ସମସ୍ୟାର ସମ୍ମୁଖିନ ହେବ ପାକିସ୍ତାନ । ପାକିସ୍ତାନକୁ ଗ୍ୟାସ୍ ସପ୍ଳାଇ କରୁଥିବା କମ୍ପାନୀ ନର୍ଦନ ୫୦୦ ମିଲିୟନ୍ ଷ୍ଟେଣ୍ଡର୍ଡ କ୍ୟୁବିକ୍ ଫୁଟ୍ ପ୍ରତିଦିନ ଗ୍ୟାସ୍ ଅଭାବର ସମ୍ମୁଖିନ କରିବ । ଆଉ ପାକିସ୍ତାନ ସରକାର ସଠିକ ସମୟରେ ଗ୍ୟାସ୍ କିଣି ନଥିବାରୁ ଏହାର କୁପରିଣାମ ପାକିସ୍ତାନର ସାଧାରଣ ଜନତାଙ୍କୁ ଭୋଗିବାକୁ ପଡ଼ିବ ।

ସଞ୍ଜୟ ଲୀଲା ଭଂସାଲି କରୋନା ପଜିଟିଭ, କ୍ୱାରେଣ୍ଟାଇନରେ ଆଲିଆ

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁରଙ୍କ ପରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲି ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏବେ ସେ ନିଜକୁ ସେଲ୍ଫ-କ୍ୱାରେଣ୍ଟାଇନ କରିଥିବା ବେଳେ ଅକଳରେ ପଡିଛନ୍ତି ଆଲିଆ ।

ଭଂସାଲିଙ୍କ ସହ ଆଲିଆ ନିଜର ଅପକମିଂ ଫିଲ୍ମ ଗଙ୍ଗୁବାଇ କାଠିୱାଡି ସୁଟିଂରେ ବ୍ୟସ୍ତ ଥିବା ବେଳେ ସଞ୍ଜୟ ଲୀଲା ଭଂସାଲି କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଯାହା ପରେ କାଠିୱାଡି ଫିଲ୍ମ ଏକପ୍ରକାର ଅଟକି ରହିଥିବା ନେଇ ସୁତ୍ରରୁ ପ୍ରକାଶ ।

 

ଉଭୟ ରଣବୀର ଓ ସଞ୍ଜୟ ଲୀଲା ଭଂସାଲି କରୋନା ପଜିଟିଭ ଚିହ୍ନଟ ହୋଇଥିଲା ବେଳେ ଦୁହେଁ ସେଲ୍ଫ-କ୍ୱାରେଣ୍ଟାଇନରେ ରହିଛନ୍ତି । ଏମାନଙ୍କ ସଂସ୍ପର୍ଶରେ ଆଲିଆ ଆସିଥିବାରୁ ସେ ନିଜକୁ କ୍ୱାରେଣ୍ଟାଇନ୍ କରିଥିବା ଜଣାପଡିଛି ।

ସୂଚନାନୁସାରେ ଭଂସାଲି କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ମଧ୍ୟ ତାଙକ୍ ମା’ ଲୀଲା ଭଂସାଲି ସୁସ୍ଥ ରହିଛନ୍ତି ।  ସେ କହିଛନ୍ତି ଯେ ସଞ୍ଜୟଙ୍କ କରୋନା ଟେଷ୍ଟ ପଜିଟିଭ ଆସିବା ପରେ ମା’ଙ୍କର ଟେଷ୍ଟ କରାଯାଇଥିଲା । ଆଉ ତାଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଥିଲା । ତେବେ ସୁରକ୍ଷା ଦୃଷ୍ଟି କୋଣରୁ ସେ ନିଜକୁ କ୍ୱାରେଣ୍ଟାଇନ୍ କରିଛନ୍ତି ।

ଏହା ପୂର୍ବରୁ ରଣବୀର କପୁରଙ୍କୁ କରୋନା ହୋଇଥିବା ନେଇ ତାଙ୍କ ମା’ ନିତୁ ଇନଷ୍ଟାଗ୍ରାମ ଜରିଆରେ ସ୍ପଷ୍ଟ କରିଥିଲେ । ନିତୁ ନିଜ ପୋଷ୍ଟରେ ଲେଖିଥିଲେ ଯେ, ‘ଆପଣ ସମସ୍ତଙ୍କ ପ୍ରାର୍ଥନା ଓ ଚିନ୍ତା ପାଇଁ ଧନ୍ୟବାଦ । ରଣବୀର କରୋନା ସଂକ୍ରମିତ । ସେ ଏବେ ଚିକିତ୍ସାଧିନ ଓ ସୁସ୍ଥ ଅଛନ୍ତି । ସେ ଘରେ କ୍ୱାରେଣ୍ଟାଇନରେ ଅଛନ୍ତି’’ ।

ବିଚାରପତିଙ୍କ ଉପରକୁ ଚପଲ ଫିଙ୍ଗିଥିବା ଅଭିଯୋଗରେ ଶ୍ରମିକଙ୍କୁ ଦୁଇ ବର୍ଷର ସଶ୍ରମ କାରାଦଣ୍ଡ

ମହାରାଷ୍ଟ୍ରର ଥାଣେ ଜିଲ୍ଲା ଜଜଙ୍କ ଉପରେ ଚପଲ ପକାଇବା ଅଭିଯୋଗରେ ଜଣେ ୩୫ ବର୍ଷ ବୟସ୍କା ଅଣ୍ଡର ଟ୍ରାଏଲ କଏଦୀଙ୍କୁ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ମାର୍ଚ୍ଚ ୫ ରେ, ଜିଲ୍ଲା ଜଜ୍ ପିଏମ୍‌ ଗୁପ୍ତା, ଦଣ୍ଡ ପାଇଥିବା ଗଣେଶ ଲକ୍ଷ୍ମଣ ଗାଇକୱାଡଙ୍କୁ ଭାରତୀୟ ଦଣ୍ଡ ବିଧାନ ର ଧାରା ୩୫୩ ଏବଂ ୨୯୪ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଥିଲେ। ସୋମବାର ଏହି ଆଦେଶର ଏକ ନକଲ ପ୍ରକାଶ ପାଇଛି।

ଅତିରିକ୍ତ ସରକାରୀ ଓକିଲ ଏସଏମ ଦାଣ୍ଡେକର କୋର୍ଟଙ୍କୁ କହିଛନ୍ତି ଯେ ଅଭିଯୁକ୍ତ ନାଭି ମୁମ୍ବାଇର ଜଣେ ଶ୍ରମିକ ଏବଂ ସେ ଏବେ ଥାଣେ ସେଣ୍ଟ୍ରାଲ ଜେଲରେ ରହିଛନ୍ତି। ୨୮ ଜୁନ୍ ୨୦୧୯ ରେ, ତାଙ୍କୁ ଜିଲ୍ଲା ତଥା ଅତିରିକ୍ତ ଅଧିବେଶନ ଜଜ୍ ଆର.ଏସ୍ ଗୁପ୍ତାଙ୍କ କୋର୍ଟରେ ହାଜର କରାଯାଇଥିଲା। ଶୁଣାଣି ସମୟରେ ଅଭିଯୁକ୍ତ କହିଛନ୍ତି ଯେ କୋର୍ଟ ତାଙ୍କୁ ପ୍ରଦାନ କରିଥିବା ଓକିଲ ହାଜର ହେଉନାହାଁନ୍ତି।

ଏହା ପରେ କୋର୍ଟ ଅଭିଯୁକ୍ତଙ୍କୁ କହିଥିଲେ ଯେ ତାଙ୍କୁ ଦ୍ୱିତୀୟ ଓକିଲ ଯୋଗାଇ ଦିଆଯିବ ଏବଂ ପରବର୍ତ୍ତୀ ତାରିଖରେ ଶୁଣାଣି ହେବ। ଏହା ପରେ ଅଭିଯୁକ୍ତ ତାଙ୍କ ଚପଲ କାହିଁକି ବିଚାରପତିଙ୍କ ଉପରକୁ ଫିଙ୍ଗିଥିଲେ। ଏବଂ ଏପରିକି ଦୁର୍ବ୍ୟବହାର ମଧ୍ୟ କରିଥିଲେ। ଜଜ୍ ତାଙ୍କ ଆଦେଶରେ କହିଛନ୍ତି ଯେ ଅଭିଯୁକ୍ତଙ୍କ ଦ୍ୱାରା କରାଯାଇଥିବା ଅପରାଧ ଗୁରୁତର ଏବଂ ସେ କୌଣସି ସହାନୁଭୂତିର ଯୋଗ୍ୟ ନୁହଁନ୍ତି।

କୋଭିଡ୍ ନେଗେଟିଭ୍ ରିପୋର୍ଟ ନଥିଲେ ମନ୍ଦିରରେ ଜାଳି ପାରିବେନି ଜାଗର ଦୀପ

ଢେଙ୍କାନାଳ: କପିଳାସ ପୀଠରେ ଜାଗରକୁ ନେଇ ଜିଲ୍ଲା ପ୍ରଶାସନର ବଡ଼ ନିଷ୍ପତ୍ତି । କୋଭିଡ୍ ନେଗେଟିଭ୍ ରିପୋର୍ଟ ନଥିଲେ କପିଳାସ ମନ୍ଦିର ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ । ଭକ୍ତଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ କରିବା ଲାଗି କୋଭିଡ୍ ରିପୋର୍ଟ ଦେଖାଇବାକୁ ପଡ଼ିବ । ଏନେଇ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି ।

Dhenkanal Allows Devotee To Inter Kapilash Temple With Covid Report On Occasion Of Jagar

ତେବେ, ଏହି ନିଷ୍ପତ୍ତି କେବଳ ଢେଙ୍କାନାଳ ଜିଲ୍ଲାବାସୀଙ୍କ ଲାଗି ଉଦ୍ଦିଷ୍ଟ । ଢେଙ୍କାନାଳ ବ୍ୟତୀତ ବାହାର ଜିଲ୍ଲା କିମ୍ବା ରାଜ୍ୟ ବାହାର ଶ୍ରଦ୍ଧାଳୁଙ୍କୁ ଜାଗରରେ କପିଳାସ ବାରଣ କରାଯାଇଛି । କୋଭିଡ୍ ରିପୋର୍ଟ ଦେଖାଇ ଶ୍ରଦ୍ଧାଳୁ ମନ୍ଦିର ପ୍ରବେଶ ସହ ଦୀପ ମଧ୍ୟ ଜାଳି ପାରିବେ । ଚଳିତଥର କପିଳାସ ଜାଗର ଯାତ୍ରାକୁ ସମ୍ପୂର୍ଣ ପ୍ଲାଷ୍ଟିକ ମୁକ୍ତ କରାଯିବ । କପିଳାସରେ ରାତି ୩ଟା ୫୫ରେ ମହାଦୀପ ଉଠିବ । ଢେଙ୍କାନାଳ କୋଭିଡ୍ ମୁକ୍ତ ଥିବାରୁ ଜାଗର ଯାତ୍ରା ଲାଗି ପ୍ରଶାସନ ନିଷ୍ପତ୍ତି ନେଇଛି ।

ଭାରତୀୟ ମହିଳା କ୍ରିକେଟ ଦଳର ବୃହତ ବିଜୟ: ୯ ଓ୍ୱିକେଟରେ ବିଜୟ ସହ ସ୍ଥିତି ବରାବର କଲା ଟିମ୍‌ ଇଣ୍ଡିଆ

ଲକ୍ଷ୍ଣୌ: ଭାରତୀୟ ମହିଳା କ୍ରିକେଟ ଟିମ୍‌ର ବୃହତ ବିଜୟ । ଦ୍ୱିତୀୟ ଏକଦିବସୀୟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୯ ଓ୍ୱିକେଟରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ଏଥିସହିତ ୫ ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜରେ ଭାରତ୧-୧ ସହ ସ୍ଥିତି ବରାବର କରିଛି । ଭାରତର ବିଜୟରେ ଝୁଲଣ ଗୋସ୍ୱାମୀ ୪ ଓ୍ୱିକେଟ ସହ ସ୍ମୃତି ମନ୍ଦାନା ଅପରାଜିତ ୮୦ରନ୍ ଗୁରୁତ୍ୱପୂର୍ଣ୍ଣ ରହିଥିଲା ।

ମଙ୍ଗଳବାର ଲକ୍ଷ୍ଣୌରେ ଖେଳାଯାଇଥିବା ଦ୍ୱିତୀୟ ଏକଦିବସୀୟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଭାରତ ସମ୍ମୁଖରେ ୧୫୮ ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲା । ଯାହାକୁ ଭାରତ ୨୮.୪ ଓଭରରେ ୧ ଓିକେଟ ବିନିମୟରେ  ହାସଲ କରିଛି । ଏହି ଦୁଇ ଟିମ୍‌ଙ୍କ ମଧ୍ୟରେ ତୃତୀୟ ଏକଦିବସୀ ମ୍ୟାଚ୍ ମଧ୍ୟ ଏହି ଗ୍ରାଉଣ୍ଡରେ ଖେଳାଯିବ ।

ଭାରତୀୟ ଅଧିନାୟକ ମିତାଲି ରାଜ୍ ପ୍ରଥମ ଟସ୍ ଜିତି ଦକ୍ଷିଣ ଆଫ୍ରିକାକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ । ତେବେ ନିୟମିତ ବ୍ୟବଧାନରେ ଓ୍ୱିକେଟ ହରାଇବାରେ ଲାଗିଥିଲା ଦକ୍ଷିଣ ଆଫ୍ରିକା ଦଳ । ୪୧ ସୁଦ୍ଧା ସମସ୍ତ ଓ୍ୱିକେଟ ହରାଇ ମାତ୍ର ୧୫୭ ରନ୍ କରିବାକୁ ସମର୍ଥ ହୋଇଥିଲା ଦଳ । ୧୫୮ରନର  ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିବା ଭାରତୀ୍ୟ ଦଳର ପ୍ରଦର୍ଶନ ଖରାପ ଥିଲା । ପାଞ୍ଚ ଓଭର ଖେଳ ବେଳକୁ ଜୋମିମାହ ରାଡ୍ରିଗ୍ସଙ୍କୁ ଦ୍ରୁତ ବୋଲର ଶବନୀମ୍ ଇସ୍ମାଇଲ୍ ଆଉଟ୍ କରିଥିଲେ । ଏହାପରେ ଓପନର ସ୍ମୃତି ମନ୍ଦାନାଙ୍କ ଆକ୍ରାମଣାତ୍ମକ ସଟ୍ ଖେଳି ଆଫ୍ରିକାକୁ ବେକଫୁଟରେ ରଖିଥିଲେ । ମନ୍ଦାନା ଇସ୍ମାଇଲଙ୍କୁ ପ୍ରଥମ ଓଭରରେ ୨ଟି ଛକା ମାରି ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ ସେ ପୁନମ୍ ସହିତ ୧୩୮ ରନ୍‌ର ଅପରାଜିତ ଇଂନିସ ଖେଳିଥିଲେ । ପୁନମ୍ ୮୯ ବଲରେ ୬୨ ରନ୍ କରିଥିଲେ । ଯାହାକୁ ଟିମ୍‌ ଇଣ୍ଡିଆକୁ ବିଜୟ ହେବାରେ ସହାୟକ ହୋଇଥିଲା ।

ଏଥିସହିତ ପଢ଼ନ୍ତୁ: ରାଫେଲ କମ୍ପାନୀ ଡାସାଉଲ୍ଟର ମାଲିକ ଅଲିଭିଅର୍ ଡାସାଉଲ୍ଟଙ୍କ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ

ବିମାନ କ୍ରାସ୍‌ରେ ବର୍ତ୍ତିଗଲେ, ଜଙ୍ଗଲରେ ଫସିଗଲେ: ୫ ସପ୍ତାହ ଯାଏଁ କିଭଳି ବିତାଇଲେ ଜୀବନ, ଜାଣନ୍ତୁ

ନୂଆଦିଲ୍ଲୀ: ଦୁର୍ଘଟଣାରୁ ବର୍ତ୍ତିଗଲେ କିନ୍ତୁ ଜଙ୍ଗଲରେ ଫସିଗଲେ । ପର୍ତ୍ତୁଗାଲର ଏଲେଙ୍କର ସହର ଅଭିମୁଖେ ଯାଉଥିବା ପାଇଲଟ୍ ଜଣଙ୍କ ବିମାନ କ୍ରାସ୍ କରିଥିବା ବେଳେ ସେ ଏଥିରୁ ବର୍ତ୍ତିଯାଇଥିଲେ । ଏବଂ ଆମାଜୋନ୍‌ର ଭୟଙ୍କର ଜଙ୍ଗଲରେ ଫସିଯାଇଥିଲେ । ଆଉ ୫ ସପ୍ତାହ ଯାଏଁ ନିର୍ଜନ ଜଙ୍ଗଲ ଭିତରେ ଚାଲିଥିଲା ବଞ୍ଚିରହିବାକୁ ଅହରହ ସଂଗ୍ରାମ ।

एंटोनियो

ଦୁର୍ଘଟଣାଗ୍ରସ୍ତ ବିମାନର ପାଇଲଟ୍ ଏଣ୍ଟୋନିଆ ୨୮ ଜାନୁଆରୀରୁ ନିଖୋଜ ଥିଲେ । ସେ ପର୍ତ୍ତୁଗାଲର ଏଲେଙ୍କର ସହରରୁ ଉଡ଼ାଣ ଭରି ସେ ଏଲମେରିମ୍ ସହରକୁ ଯାଉଥିଲେ । ଉଡ଼ାଣ ସମୟରେ ବିମାନରେ କିଛି ଯାନ୍ତ୍ରିକ ସମସ୍ୟ ଦେଖାଯିବାରୁ ଆମାଜୋନର ଜଙ୍ଗଲରେ ଲ୍ୟାଣ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ କିନ୍ତୁ ଏହା ପୂର୍ବରୁ ବିମାନରେ ନିଆଁ ଲାଗିଯାଇ କ୍ରାସ୍ ହୋଇଯାଇଥିଲା ।  ତେବେ ଏହା ପୂର୍ବରୁ ସେ ଏକ ବ୍ୟାଗରେ କିଛି ବ୍ରେଡ୍ ଏବଂ ଅନ୍ୟ ଜରୁରୀ ସାମଗ୍ରୀ ରଖିସାରିଥିଲେ । ଏଣ୍ଟୋନି ଜଙ୍ଗଲରେ ପାଞ୍ଚ ସପ୍ତାହ ଯାଏଁ ଜୀବନ ବିତାଇଥିଲେ । ଏହାରି ମଧ୍ୟରେ ସେ ପକ୍ଷୀଙ୍କ ଅଣ୍ଡା ଓ ଜଙ୍ଗଲର ଫଳ ଖାଇ ଜୀବନ ନିର୍ବାହ କରୁଥିଲେ ।

एंटोनियो

ପ୍ରଥମ ସପ୍ତାହରେ ନିଜ ବିମାନ ନିକଟରେ ହିଁ ବିତାଇଥିଲେ । ଅପରପକ୍ଷରେ ଏଣ୍ଟୋନିଙ୍କ କୌଣସି ଖବର ନ ମିଳିବାପରେ ରେସ୍କ୍ୟୁ ଟିମ୍ ଆକ୍ଟିଭ୍ ହୋଇଯାଇଥିଲା । ତେବେ ଏହି ସମୟ ମଧ୍ୟରେ ସେ ପକ୍ଷୀମାନଙ୍କ ଅଣ୍ଡା ଓ ଜଙ୍ଗଲରେ ଉପଲବ୍ଧ ଫଳ ଖାଇ ରହିଥିଲେ ।

एंटोनियो

ନିଜ ପ୍ଳେନ୍ ନିକଟରେ କିଛି ଦିନ ରହିବା ପରେ ଏଣ୍ଟୋନି ସହାୟତା ଆଶାରେ ଜଙ୍ଗଲରେ ଘୁରି ବୁଲୁଥିଲେ ଏହି ସମୟରେ ତାଙ୍କୁ ରେସ୍କ୍ୟୁ ଟିମ୍  ତାଙ୍କୁ ଖୋଜି ପାଇବାରେ ସଫଳ ହୋଇଥିଲା । ସେମାନଙ୍କୁ ଭେଟିବା ପରେ ସେ ଭାବୁକ ହୋଇଯାଇଥିଲେ ଏହାରି ମଧ୍ୟରେ ୩୬ ବର୍ଷୀୟ ପାଇଲଟଙ୍କ ଶୀରର ଓଜନ ମଧ୍ୟ କମ୍ ହୋଇଯାଇଥିଲା । ତାଙ୍କ ପରିବାର ଲୋକଙ୍କ ପ୍ରତି ଏଣ୍ଟୋନିଙ୍କ ଭଲପାଇବା ତାଙ୍କୁ ଏଭଳି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ବାନ୍ଧି ରଖିଥିଲା ।

 

ହେଲିକପ୍ଟର ଦୁର୍ଘଟଣାରେ ରାଫେଲ ମାଲିକଙ୍କ ମୃତ୍ୟୁ

ନୂଆଦୀଲ୍ଲୀ: ହେଲିକପ୍ଟର ଦୁର୍ଘଟଣାରେ ଫ୍ରାନ୍ସର ବ୍ୟବସାୟୀ ଅଲିଭିଅର ଡାସାଉଲ୍ଟଙ୍କ ମୃତ୍ୟୁ ଘଟିଛି। ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମେକ୍ରୋନ ଡାସଲଟଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି। ଡାସଲଟଙ୍କ କମ୍ପାନୀ ରାଫେଲ ଯୁଦ୍ଧ ବିମାନ ମଧ୍ୟ ତିଆରି କରେ। ଡାସାଉଲ୍ଟ ଫ୍ରାନ୍ସ ସଂସଦର ସଦସ୍ୟ ଥିଲେ। ମୃତ୍ୟୁ ସମୟରେ ଅଲିଭିୟର ଡାସାଉଲ୍ଟଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ତେବେ ରାଜନୈତିକ କାରଣରୁ ଡାସାଉଲ୍ଟ ବୋର୍ଡରୁ ତାଙ୍କ ନାମ ପ୍ରତ୍ୟାହାର କରି ନେଇଥିଲେ। ୨୦୨୦ ଫୋର୍ବସ୍ ଧନୀ ବ୍ୟକ୍ତିଙ୍କ ତାଲିକାରେ ଡାସାଉଲ୍ଟ ତାଙ୍କର ଦୁଇ ଭାଇ ଏବଂ ଭଉଣୀଙ୍କ ସହ ୩୬୧ ସ୍ଥାନ ପାଇଥିଲେ। ଖବର ଅନୁଯାୟୀ, ରବିବାର ଦିନ ସେ ତାଙ୍କ ନିଜ ହେଲିକପ୍ଟରରେ ଛୁଟି ମନେଇବାକୁ ଯାଇଥିବା ସମୟରେ ତାଙ୍କ ହେଲିକପ୍ଟର ଆକାଶ ମାର୍ଗରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ବିମାନ କମ୍ପାନୀ ବ୍ୟତୀତ ଡାସାଉଲ୍ଟ  ଗ୍ରୁପରେ ଏକ ଲେ ଫିଗାରୋ ଖବରକାଗଜ ରହିଛି। ସେ ୨୦୦୨ ମସିହାରେ ଫ୍ରାନ୍ସର ନ୍ୟାସନାଲ ଆସେମ୍ବ୍ଲିରେ ନିର୍ବାଚିତ ହୋଇଥିଲେ ଏବଂ ଫ୍ରାନ୍ସର ଓଏସ୍ ଅଞ୍ଚଳର ପ୍ରତିନିଧିତ୍ୱ କରିଥିଲେ। ରିପବ୍ଲିକାନ୍ ପାର୍ଟି ସାଂସଦ ଡାସଲଟଙ୍କର ପ୍ରାୟ ୭.୩ ବିଲିୟନ ଆମେରିକୀୟ ଡଲାର ସମ୍ପତ୍ତି ରହିଛି। ରିପୋର୍ଟ ବ୍ୟତୀତ ଅଲିଭିଅର ଡାସଲଟଙ୍କ ବ୍ୟତୀତ ଏହି ଦୁର୍ଘଟଣାରେ ପାଇଲଟଙ୍କ ମୃତ୍ୟୁ ଘଟିଛି।

ପାରାଦୀପରେ ଅତ୍ୟାଧୁନିକ ପ୍ଲାଷ୍ଟିକ୍ ପାର୍କ ନେଇ ବୁଝାମଣା ପତ୍ର ସ୍ୱାକ୍ଷର

ଭୁବନେଶ୍ୱର: ପାରାଦୀପରେ ନିର୍ମାଣ ହେବ ଅତ୍ୟାଧୁନିକ ପ୍ଲାଷ୍ଟିକ୍ ପାର୍କ । ଏନେଇ ଆଜି ଇଣ୍ଡିଆନ ଅଏଲ୍ ଓ ଇଡକୋ ମଧ୍ୟରେ ଏମଓୟୁ ସ୍ୱାକ୍ଷର ହୋଇଛି । ଆୟୋଜିତ ଭର୍ଚ୍ଚୁଆଲ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ । ୧୦୬ କୋଟି ଟଙ୍କା ବିନିଯୋଗରେ ୧୨୦ ଏକର ଜମିରେ ଏହି ଅତ୍ୟାଧୁନିକ ପ୍ଲାଷ୍ଟିକ୍ ପାର୍କ ନିର୍ମାଣ ହେବ ।

 IOC IDCO Signed MoU For Plastic Park In Paradeep In Presence Of CM Naveen Patnaik

ଏହି ଡାଉନଷ୍ଟ୍ରିମ୍ ପ୍ଲାଷ୍ଟିକ୍ ଶିଳ୍ପ ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ଭାରତରେ ପ୍ରଥମ । ଏହି ପ୍ଲାଷ୍ଟିକ୍ ପାର୍କରେ ପାରାଦୀପ ବିଶୋଧନାଗାରରେ କମ୍ପ୍ଲେକ୍ସରୁ ଉତ୍ପାଦିତ ପଲିପ୍ରୋପିଲିନ ଓ ଇଥାଇଲିନର ବ୍ୟବହାର କରାଯିବ । ଏହି ପ୍ଲାଷ୍ଟିକ୍ ପାର୍କ କାର୍ଯ୍ୟକ୍ଷମ ହେଲେ ଓଡ଼ିଶାର ସାମାଜିକ ଓ ଅର୍ଥନୈତିକ ବିକାଶ ସହ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

 IOC IDCO Signed MoU For Plastic Park In Paradeep In Presence Of CM Naveen Patnaik

ଆଇଓସିଏଲ-ଇଡକୋ ମଧ୍ୟରେ ପାରାଦୀପରେ ପ୍ଲାଷ୍ଟିକ ପାର୍କ ସ୍ଥାପନ ନେଇ ଏମଓୟୁ ସ୍ୱାକ୍ଷର ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସିବ୍ୟକ୍ତ କରିଛନ୍ତି । ପାରାଦୀପ ପ୍ଲାଷ୍ଟିକ ପାର୍କ ଲାଗି ରାଜ୍ୟ ସରକାର ସମସ୍ତ ସହଯୋଗ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆଇସିଓଏଲର ପେଟ୍ରୋଲିୟମ ଓ ପେଟ୍ରୋ କେମିକାଲ୍ ପ୍ରକଳ୍ପ ଲାଗି ସମସ୍ତ ସହଯୋଗ ରାଜ୍ୟ ଯୋଗାଇ ଦିଆଯିବ । ଡାଉନ୍ ଷ୍ଟ୍ରିମ୍ ପଲିମରକୁ ପାରାଦୀପ ପ୍ଲାଷ୍ଟିକ ପାର୍କ ଭଲ ସାହାଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

 IOC IDCO Signed MoU For Plastic Park In Paradeep In Presence Of CM Naveen Patnaik

ଏମଓୟୁ ସ୍ୱାକ୍ଷର ଅବସରରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି- ୮୦ଟି ଇଣ୍ଡଷ୍ଟ୍ରିଆଲ୍ ୟୁନିଟ୍ ପାଇଁ ପ୍ଲାଷ୍ଟିକ ପାର୍କ ନିର୍ମାଣ ହେବ । ଆଇଓସି ପ୍ରାୟ ୪୦ କୋଟି ଟଙ୍କା ଖର୍ଚ୍ଚ କରି ଏକ ଡେଭଲପମେଣ୍ଟ ସେଣ୍ଟର ତିଆରି କରିଛି । ଏହା ଶିଳ୍ପକୁ ଜ୍ଞାନକୌଶଳ ଯୋଗାଇବ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ମୟୂରଭଞ୍ଜ ଜିଲ୍ଲାର ଜଙ୍ଗଲରେ ନିଆଁ ଲଗାଇ ୨ ଗିରଫ

କରଞ୍ଜିଆ: ଜଙ୍ଗଲ ଜଳୁଛି, ପରିବେଶ ନଷ୍ଟ ହେଉଛି । ଖାଲି ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ କାହିଁକି ରାଜ୍ୟର ଅଧିକାଂଶ ଜଙ୍ଗଲେ ନିଆଁ ଲାଗିଛି । ବନାଗ୍ନି ବ୍ୟାପିବା ଫଳରେ ଜୈବ ବିବିଧତା ନଷ୍ଟ ହେବା ସହ ବିପଦରେ ପଡ଼ିଛି ବନ୍ୟଜନ୍ତୁଙ୍କ ଜୀବନ । ତେବେ, ବନାଗ୍ନି ପଛରେ କିଏ ? ସମସ୍ତଙ୍କ ମନରେ ଏହାକୁ ନେଇ ନାନା ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି ବନ ବିଭାଗ ।

Forest Department Arresting Two For Forest Fire In Mayurbhanj

ଶିମିଳିପାଳ ସହ ନିକଟବର୍ତ୍ତୀ ବିଭିନ୍ନ ଆଖପାଖ ଜଙ୍ଗଲ ପ୍ରାୟ ୧୦ ଦିନ ହେଲା ଜଳୁଛି । ଆପ୍ରାଣ ଉଦ୍ୟମ କରି ଦିନରାତି କରି ବନ ବିଭାଗ ଓ ଅନ୍ୟ କର୍ମଚାରୀ ଜଙ୍ଗଲରେ ଲାଗିଥିବା ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ କରୁଛନ୍ତି । ଗୋଟିଏ ସ୍ଥାନରେ ନିଆଁ ଆୟତ୍ତ ହେଉଥିବା ବେଳେ ଅନ୍ୟ ସ୍ଥାନରେ ଲାଗି ଯାଉଛି । ପାହାଡ଼କୁ ପାହାଡ଼, ଜଙ୍ଗଲରୁ ଜଙ୍ଗଲକୁ ବ୍ୟାପି ଯାଉଛି ନିଆଁ । ତେବେ,ଏହି ନିଆଁ ମନ୍ୟୁଷ କୃତ ।

Forest Department Arresting Two For Forest Fire In Mayurbhanj

ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗୁଥିବା ବେଳେ ୨ ଜଣଙ୍କୁ ଗିରଫ କରିଛି ବନ ବିଭାଗ । ଦୁଧିଆଣି ରେଞ୍ଜ ବାଦାମପାହାଡ଼ ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଉଥିବା ଅଭିଯୋଗରେ ବନ ବିଭାଗ ଜଣଙ୍କୁ ଗିରଫ କରିଛି । ଗିରଫ ଜଣଙ୍କ ଆମ୍ବତଳିଆ ଗାଁର ପ୍ରଧାନ ହେମ୍ବ୍ରମ । ସୋମବାର ପାଟ୍ରୋଲିଂ ବେଳେ ବନ ବିଭାଗ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Forest Department Arresting Two For Forest Fire In Mayurbhanj

ସେହିଭଳି ମଙ୍ଗଳବାର ଶିମିଳିପାଳ ନିକଟବର୍ତ୍ତୀ ଦୁଧିଆଣି ରେଞ୍ଜର ଖଡ଼ିକୁଦର ଜଙ୍ଗରେ ନିଆଁ ଲଗାଉଥିବା ବେଳେ ଅନ୍ୟ ଜଣେ ଯୁବକଙ୍କୁ ଧରିଛି ବନ ବିଭାଗ । ସ୍ଥାନୀୟ ଅଞ୍ଚଳର ଯୁବକ ସାଲୁ ତିଉଙ୍କୁ ବନ ବିଭାଗ ଗିରଫ କରିଛି । ଯୁବକଙ୍କ ନିକଟରୁ ୨୧ଟି ଫାସ ବନ ବିଭାଗ ଜବତ କରିଛି ।

ଇସ୍ତଫା ଦେଲେ ରାୱତ, ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ଧନ ସିଂହ

ଡେରାଡୁନ୍: ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପଦରୁ ମଙ୍ଗଳବାର ଦିନ ଇସ୍ତଫା ଦେଇଛନ୍ତି ତ୍ରିବେନ୍ଦ୍ର ସିଂ ରାଓ୍ବତ । ଆଜି ଅପରାହ୍ନ ୪ଟାରେ ଉତ୍ତରାଖଣ୍ଡ ରାଜ୍ୟପାଳ ବେବି ରାନୀ ମୋର୍ଯ୍ୟଙ୍କ ସହ ସାକ୍ଷାତ କରିବା ସହ ଇସ୍ତଫା ପତ୍ର ହସ୍ତାନ୍ତର କରିଛନ୍ତି । ଆଉ କିଛି ସମୟ ପରେ ସେ ପ୍ରେସ୍ କନଫରେନ୍ସ କରି ସବିଶେଷ ସୂଚନା ଦେବେ ବୋଲି ଜଣାପଡିଛି ।

ବିଜେପିର ଅନେକ ବିଧାୟକ ମାନଙ୍କର ଅସନ୍ତୋଷ ପ୍ରକାଶ ପରେ ତ୍ରିବେନ୍ଦ୍ର ସିଂ ରାଓ୍ବତଙ୍କର ମୁଖ୍ୟମନ୍ତ୍ରୀ ପଦ ସଙ୍କଟରେ ପଡିଥିଲା । ଯାହା ପରେ କେନ୍ଦ୍ରୀୟ ନେତୃତ୍ୱ ମାନସ ମନ୍ଥନ କରିବାରେ ଲାଗି ପଡିଥିଲେ । ଆଉ ସେବେଠାରୁ ତ୍ରିବେନ୍ଦ୍ର ସିଂ ରାଓ୍ବତ ମୁଖ୍ୟମନ୍ତ୍ରୀ ପଦ ହାତ ଛଡା କରିପାରନ୍ତି ବୋଲି ଅନୁମାନ କରାଯାଉଥିଲା ।

୨୦୨୨ରେ ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ହେବ । ଏହା ପୂର୍ବରୁ ବିଦ୍ରୋହୀଙ୍କୁ ଖୁସି କରିବାକୁ ଯାଇ ହାଇକମାଣ୍ଡ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି । ସେପଟେ ତ୍ରିବେନ୍ଦ୍ର ସିଂ ପଦରୁ ହଟିବା ପରେ ସରଗରମ ହୋଇପଡିଛି ରାଜ୍ୟ ରାଜନୀତି । ଏବେ ନୂଆ ମୁଖ୍ୟମନ୍ତ୍ରୀ ପଦରେ କିଏ ବସିବ ସେନେଇ ମାନସ ମନ୍ଥନ ଆରମ୍ଭ ହୋଇଛି ।

ତେବେ ନୂତନ ଭାବେ ବିଧାୟକ ହୋଇଥିବା ଧନ ସିଂହ ରାୱତ ମୁଖ୍ୟମନ୍ତ୍ରୀ କାର୍ଯ୍ୟଭାର ସମ୍ଭାଳିପାରନ୍ତ ବୋଲି ଚର୍ଚ୍ଚା ଜୋର୍ ଧରିଛି । ତାଙ୍କ ବ୍ୟତୀତ ଉତ୍ତରାଖଣ୍ଡର ଡେପୁଟି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ହୋଇପାରନ୍ତି ।