spot_img
Home Blog Page 593

‘ଦଲାଇଲାମା ନୁହେଁ, ପରବର୍ତ୍ତୀ ଦଲାଇଲାମାଙ୍କୁ ବେଜିଂ ସ୍ବୀକୃତି ଦେବ’ : ଚୀନ

ନନ୍ଦିଘୋଷ ବ୍ୟୁରୋ:  ପରବର୍ତ୍ତୀ ଦଲାଇଲାମା କିଏ ହେବେ ତାହାକୁ ନେଇ ଚର୍ଚ୍ଚା ଥମୁ ନଥିବାବେଳେ ଦିନକୁ ଦିନ ଏହି ପ୍ରସଙ୍ଗ ଅନ୍ତର୍ଜାତୀୟ ସ୍ତରରେ ପ୍ରମୁଖ ଆଲୋଚନାର କାରଣ ହୋଇଛି । ରବିବାର ଦଲାଇଲାମାଙ୍କ ୯୦ତମ ଜୟନ୍ତୀ ପାଳିତ ହୋଇଥିବାବେଳେ ସେ କାହାକୁ ନିଜର ଉତ୍ତରାଧିକାରୀ ବାଛିବେ ତାହାର ସସପେନ୍ସ ଦୂର ହେଉନାହିଁ । ସେପଟେ ଦଲାଇଲାମା କହିଛନ୍ତି ସେ ଆହୁରି ୪୦ ବର୍ଷ ବଞ୍ଚିବେ । ଧର୍ମଶାଳାରେ ଆୟୋଜିତ ଜୟନ୍ତୀ ଉତ୍ସବରେ ସେ ଏହା କହିଛନ୍ତି । ଶହ ଶହ ବର୍ଷ ଧରି ଚାଲିଆସିଥିବା ବୌଦ୍ଧ ପରମ୍ପରା ଅନୁସାରେ ହିଁ ପରବର୍ତ୍ତୀ ଉତ୍ତରାଧିକାରୀ ବଛାଯିବେ ବୋଲି ଦଲାଇଲାମା କହିଛନ୍ତି ।

ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମାଙ୍କ ଉତ୍ତରାଧିକାରୀଙ୍କୁ ନେଇ ଚୀନ୍ ଏବଂ ତିବ୍ଦତୀୟ ସମ୍ପ୍ରଦାୟ ମଧ୍ୟରେ ବର୍ଷ ବର୍ଷ ଧରି ବିବାଦ ରହିଛି। ଗୋଟିଏ ପଟେ ଧାର୍ମିକ ପରମ୍ପରା ଏବଂ ଆତ୍ମନିର୍ଣ୍ଣୟର ପ୍ରସଙ୍ଗ ରହିଛି, ଏବଂ ଅନ୍ୟପଟେ ଚୀନ୍‌ର ରାଜନୈତିକ ହସ୍ତକ୍ଷେପର ପ୍ରୟାସ ରହିଛି। ଏବେ, ଏହି ବିତର୍କ ମଧ୍ୟରେ, ଭାରତରେ ଚୀନ୍‌ର ରାଷ୍ଟ୍ରଦୂତ ଶୁ ଫେଇହୋଙ୍ଗ୍ ପୁଣି ଥରେ ବେଜିଂର ପୁରୁଣା ଦୃଷ୍ଟିକୋଣକୁ ଦୋହରାଇଛନ୍ତି। ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଦଲାଇ ଲାମାଙ୍କ ପୁନର୍ଜନ୍ମ ଏକ ବ୍ୟକ୍ତିଗତ ନିଷ୍ପତ୍ତି ନୁହେଁ, ବରଂ ଶତାବ୍ଦୀ ପୁରୁଣା ତିବ୍ଦତୀୟ ବୌଦ୍ଧ ପରମ୍ପରାର ଏକ ଅଂଶ, ଯାହା ଗତ ୭୦୦ ବର୍ଷ ଧରି ଚାଲି ଆସୁଛି ।

ପରବର୍ତ୍ତୀ ଦଲାଇଲାମା କିଏ ହେବେ ତାହାକୁ ନେଇ ଚର୍ଚ୍ଚା ଥମୁନଥିବାବେଳେ ଏହି ବିବୃତ୍ତି ତିବ୍ଦତ ଏବଂ ସାରା ବିଶ୍ୱରେ ବୌଦ୍ଧ ଅନୁଗାମୀମାନଙ୍‌କୁ ଦ୍ବନ୍ଦରେ ପକାଇଛି । ରାଷ୍ଟ୍ରଦୂତଙ୍କ ଅନୁଯାୟୀ, ଦଲାଇ ଲାମା ଏହି ପରମ୍ପରାର ଏକ ସଂଯୋଗ, ଏହା ତାଙ୍କ ସହିତ ଆରମ୍ଭ କିମ୍ବା ଶେଷ ହୁଏ ନାହିଁ। ପୁନର୍ଜନ୍ମ ପ୍ରକ୍ରିୟା ଜାରି ରଖିବା କି ନାହିଁ ତାହାର ନିଷ୍ପତ୍ତି କୌଣସି ଏକ ବ୍ୟକ୍ତିଙ୍କ ହାତରେ ନାହିଁ। ସେ ଏହା ମଧ୍ୟ ଦାବି କରିଥିଲେ ଯେ ଜୀଉଜିଆଙ୍ଗ (ତିବ୍ଦତ), ସିଚୁଆନ, ୟୁନାନ, ଗାନସୁ ଏବଂ କିଙ୍ଗହାଇର ତିବ୍ଦତୀୟ ଜନବସତି ଅଞ୍ଚଳରେ ବର୍ତ୍ତମାନ ୧୦୦୦ ରୁ ଅଧିକ ଜୀବିତ ବୁଦ୍ଧଙ୍କ ପୁନର୍ଜନ୍ମ ପ୍ରଣାଳୀ ସକ୍ରିୟ ଅଛି।

‘ଦଲାଇଲାମା ନୁହେଁ, ଚୀନ୍ ଉତ୍ତରାଧିକାରୀ ସ୍ଥିର କରିବ’

ଶୁ ଫେହୋଙ୍ଗଙ୍କ ବକ୍ତବ୍ୟରୁ ଏହା ସ୍ପଷ୍ଟ ଯେ  ଚୀନ ତିବ୍ଦତୀୟ ଧର୍ମଗୁରୁଙ୍କ ଉତ୍ତରାଧିକାରୀ ନିଯୁକ୍ତିରେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବାକୁ ଚାହୁଁଛି। ପ୍ରକୃତରେ ଦଲାଇ ଲାମା ପୂର୍ବରୁ ସାର୍ବଜନୀନ ଭାବରେ କହିଛନ୍ତି ଯେ ତାଙ୍କ ଉତ୍ତରାଧିକାରୀ କେଉଁଠି ଏବଂ କିପରି ଜନ୍ମଗ୍ରହଣ କରିବେ ତାହା ସେ ନିଷ୍ପତ୍ତି ନେବେ। ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ଧାର୍ମିକ ହେବ, ରାଜନୈତିକ ନୁହେଁ। ସେ ଅନେକ ଥର ସୂଚାଇ ଦେଇଛନ୍ତି ଯେ ପରବର୍ତ୍ତୀ ଦଲାଇ ଲାମା ଭାରତରେ ଜନ୍ମଗ୍ରହଣ କରିପାରନ୍ତି। କିନ୍ତୁ ବେଜିଂ ଏହି ଧାର୍ମିକ ପ୍ରକ୍ରିୟାକୁ ରାଜନୈତିକ ଢାଞ୍ଚାରେ ଦେଖୁଛି, ଏବଂ ଏହାର ସଦ୍ୟତମ ବିବୃତ୍ତି ଦୋହରାଇଛି ଯେ ତିବ୍ଦତ ଏବେ ବି କେବଳ ଏକ ‘ଆଞ୍ଚଳିକ ସମସ୍ୟା’ ନୁହେଁ ବରଂ ଧର୍ମ ଏବଂ ସଂସ୍କୃତିର ଏକ ପ୍ରଶ୍ନ।

ଦଲାଇ ଲାମାଙ୍କ ପୁନର୍ଜନ୍ମ ଧାର୍ମିକ ବିଷୟ ନୁହେଁ

ପ୍ରକୃତରେ, ଦଲାଇ ଲାମାଙ୍କ ପୁନର୍ଜନ୍ମ  କେବଳ ଏକ ଧାର୍ମିକ ପ୍ରସଙ୍ଗ ନୁହେଁ। ଏହା ଭାରତ-ଚୀନ ସମ୍ପର୍କର ଏକ ସମ୍ବେଦନଶୀଳ ସମସ୍ୟା । ଭାରତରେ ଦଲାଇ ଲାମାଙ୍କ ଉପସ୍ଥିତି ଏବଂ ନିର୍ବାସିତ ତିବ୍ଦତୀୟ ସରକାରଙ୍କୁ ଆଶ୍ରୟ ଦେବା ଯୋଗୁଁ ବେଜିଂ ଦୀର୍ଘ ସମୟ ଧରି ଅସ୍ୱସ୍ତିକର ହୋଇପଡ଼ିଛି। ଏବେ ଯେତେବେଳେ ଚୀନ୍ ରାଷ୍ଟ୍ରଦୂତ ନିଜେ ଦିଲ୍ଲୀରେ ବସି ଏହି ପ୍ରସଙ୍ଗରେ ଏକ ସ୍ପଷ୍ଟ ବୟାନ ଦେଇଛନ୍ତି, ଏହା ଏକ ସଙ୍କେତ ଯେ ବେଜିଂ ଏହି ପ୍ରସଙ୍ଗରେ କୂଟନୈତିକ ଚାପ ସୃଷ୍ଟି କରିବାକୁ ଚାହୁଁଛି। ଚୀନର ରଣନୀତି ସ୍ପଷ୍ଟ, ତିବ୍ଦତ ସମ୍ପର୍କରେ ଚୀନ୍ କେବଳ ଏକ ଆଭ୍ୟନ୍ତରୀଣ ବିଷୟ ଭାବରେ ଉପସ୍ଥାପନ କରିବାକୁ ଚାହୁଁନାହିଁ ବରଂ ବିଶ୍ୱସ୍ତରରେ ଧାର୍ମିକ ଅଧିକାର ଏବଂ ପାରମ୍ପରିକ ଉତ୍ତରାଧିକାର ପ୍ରକ୍ରିୟାକୁ ରାଜନୈତିକ ନିୟନ୍ତ୍ରଣରେ ରଖିବାକୁ ଚାହୁଁଛି। ସେପଟେ ପରବର୍ତ୍ତୀ ଦଲାଇଲାମା ପ୍ରସଙ୍ଗରେ ଭାରତ କହିଛି- ଉତ୍ତରାଧିକାରୀତ୍ବ ତଥା ଧର୍ମ ଓ ବିଶ୍ବାସ ପ୍ରସଙ୍ଗରେ ଭାରତ କୌଣସି ହସ୍ତକ୍ଷେପ କରିବ ନାହିଁ। ଚୀନ ସହ ବିଭିନ୍ନ ସମ୍ପର୍କ ଦୃଷ୍ଟିରୁ ଦଲାଇଲାମା ବ୍ୟାପାରରେ ଭାରତ ହସ୍ତକ୍ଷେପ ନ କରିବାକୁ ନିଷ୍ପତ୍ତି ନେଇଛି।

 

କାହା ସନ୍ଧାନରେ ଗିଲ୍ ? ବର୍ମିଂହାମରେ ଟିମ ଇଣ୍ଡିଆର ବଡ଼ ବିଜୟ ପରେ କିିଏ ହେଇଗଲା ନିଖୋଜ ?

ନନ୍ଦିଘୋଷ ବ୍ୟୁରୋ: ବର୍ମିଂହାମରୁ କିଏ ହୋଇଗଲେ ନିଖୋଜ ? କାହା ସନ୍ଧାନରେ ଶୁଭମନ ଗିଲ ?  କାହାକୁ ଖୋଜିବୁଲୁଥିଲେ ଗିଲ୍ ? ବର୍ମିଂହମ ଟେଷ୍ଟରେ ଭାରତର ବଡ଼ ବିଜୟ। ବର୍ମିଂହାମରେ ଇତିହାସ ରଚିଲା ଟିମ ଇଣ୍ଡିଆ। ସେମାନେ ଏପରି ସଫଳତା ହାସଲ କରିଛନ୍ତି ଯାହା ଏପର୍ଯ୍ୟନ୍ତ ହୋଇନଥିଲା। ଶୁଭମନ ଗିଲ୍ କେବଳ ପ୍ରଥମ ଭାରତୀୟ ନୁହଁନ୍ତି ବରଂ ବର୍ମିଂହମ ରେ ବିଜୟର ସ୍ୱାଦ ଚାଖିଥିବା ପ୍ରଥମ ଏସୀୟ ଅଧିନାୟକ ମଧ୍ୟ ହୋଇଛନ୍ତି। କିନ୍ତୁ, ତାଙ୍କ ସଫଳତା ପରେ କିଏ ନିଖୋଜ ହୋଇଗଲେ? ବର୍ମିଂହମରେ ଟିମ୍ ଇଣ୍ଡିଆ ଜିତିବା ମାତ୍ରେ ଭାରତୀୟ ଅଧିନାୟକ ଶୁଭମନ ଗିଲ୍ କାହାକୁ ଖୋଜୁଥିବା ଦେଖାଯାଇଥିଲା ? ସେ କାହା ବିଷୟରେ ସାମ୍ବାଦିକ ସମ୍ମିଳନୀରେ ପଚାରିଥିଲେ – ସେ କେଉଁଠି ? ତାହା ଏବେ ଚର୍ଚ୍ଚାରେ । ଶୁଭମନ ଗିଲଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ବର୍ମିଂହମରେ 336 ରନରେ ବିଜୟୀ ହୋଇଛି, ଯାହା କେବଳ ଇଂଲଣ୍ଡରେ ନୁହେଁ ବରଂ ବିଦେଶୀ ମାଟିରେ ମଧ୍ୟ ରନ ଦୃଷ୍ଟିରୁ ସେମାନଙ୍କର ସବୁଠାରୁ ବଡ଼ ବିଜୟ ।

ଶୁଭମନ ଗିଲ କାହାକୁ ଖୋଜୁଥିଲେ ?

ବର୍ମିଂହମ ରେ ବିଜୟ ପରେ, ଶୁଭମନ ଗିଲ ଦଳର କୌଣସି ଖେଳାଳି କିମ୍ବା ସପୋର୍ଟ ଷ୍ଟାଫ୍ ନୁହନ୍ତି ବରଂ ଜଣେ ସାମ୍ବାଦିକକୁ ଖୋଜୁଥିଲେ । ଶୁଭମନ ଗିଲ ଏକ ସାମ୍ବାଦିକ ସମ୍ମିଳନୀରେ ତାଙ୍କୁ ତାଙ୍କର ପ୍ରିୟ ସାମ୍ବାଦିକ ବୋଲି କହିଥିଲେ। ଏହି ସେହି ସାମ୍ବାଦିକ ଥିଲେ ଯିଏ ବର୍ମିଂହମ ଟେଷ୍ଟ ଆରମ୍ଭ ହେବା ପୂର୍ବରୁ ଏହି ଗ୍ରାଉଣ୍ଡରେ ଭାରତର ଖରାପ ରେକର୍ଡ ବିଷୟରେ ତାଙ୍କୁ ପଚାରିଥିଲେ। ଶୁଭମନ ଗିଲ ସେତେବେଳେ ତାଙ୍କ କଥାରେ ଉତ୍ତର ଦେଇଥିଲେ ଏବଂ ଏବେ ସେ ଯାହା କହିଥିଲେ ତାହା କରି ମଧ୍ୟ ଦେଖାଇଛନ୍ତି। ଏହି କାରଣରୁ ତାଙ୍କୁ ସେ ଖୋଜୁଥିବାର ଦେଖାଯାଇଥିଲା।

ଶୁଭମନ ଗିଲ୍ ଯାହା କହିଥିଲେ ତାହା କଲେ

ବର୍ମିଂହମ ଟେଷ୍ଟ ଆରମ୍ଭ ହେବା ପୂର୍ବରୁ, ସେ କହିଥିଲେ ଯେ ସେ ଗତ ୫୮ ବର୍ଷରେ କ’ଣ ଘଟିଛି ସେ ବିଷୟରେ ଭାବନ୍ତି ନାହିଁ, କାରଣ ପ୍ରତ୍ୟେକ ଥର ଏକ ଭିନ୍ନ ଦଳ ଖେଳିବାକୁ ଆସିଥାଏ। ସେ କହିଥିଲେ ଯେ ଆମର ଭାରତୀୟ ଦଳ ସର୍ବୋତ୍ତମ ଏବଂ ଯେକୌଣସି ଭୂମିରେ ଯେକୌଣସି ପ୍ରତିଦ୍ୱନ୍ଦ୍ୱୀଙ୍କୁ ପରାସ୍ତ କରିବାର କ୍ଷମତା ଆମର  ଅଛି। ଅବଶ୍ୟ, ସେତେବେଳେ କେହି ଗିଲ୍ ଙ୍କୁ ବିଶ୍ୱାସ କରିନଥିଲେ। କିନ୍ତୁ ଏବେ ସେ ଏହା ପ୍ରମାଣ କରିଛନ୍ତି। ସେଥିପାଇଁ ଯେତେବେଳେ ସେ ବର୍ମିଂହମ ଟେଷ୍ଟ ଜିତିବା ପରେ ସାମ୍ବାଦିକ ସମ୍ମିଳନୀରେ ଆସିଥିଲେ, ସେ ପ୍ରଥମେ ସେହି ସାମ୍ବାଦିକଙ୍କ ବିଷୟରେ ପଚାରିଥିଲେ ଯିଏ ତାଙ୍କୁ ସେହି ପ୍ରଶ୍ନ ପଚାରିଥିଲେ।

ସ୍ବର ବଦଳାଇଲେ ଚିରାଗ ପାଶ୍ବାନ, ନିର୍ବାଚନରେ ଲଢିବା ଲାଗି କଲେ ଘୋଷଣା

ନନ୍ଦିଘୋଷ ବ୍ୟୁରୋ: ପାଖେଇ ଆସୁଛି ବିହାର ନିର୍ବାଚନ। ସେପଟେ ସ୍ବର ବଦଳାଇଛନ୍ତି ଲୋକ ଜନଶକ୍ତି ପାର୍ଟି(ରାମ ବିଳାସ) ମୁଖ୍ୟ ତଥା କେନ୍ଦ୍ରମନ୍ତ୍ରୀ ଚିରାଗ ପାଶ୍ବାନ। ଆସନ୍ତା ବିହାର ବିଧାନସଭା ନିର୍ବାଚନରେ ସେ ପ୍ରତିଦ୍ବନ୍ଦ୍ବିତା କରିବେ ବୋଲି ସୂଚନା ଦେଇଛନ୍ତି । ସରନ ଜିଲ୍ଲାରେ ଆୟୋଜିତ ଏକ ରାଲିରେ ସେ ଏହି ଘୋଷଣା କରିଛନ୍ତି । ଆସନ୍ତା ନିର୍ବାଚନରେ ବିଜେପି, ଜେଡିୟୁ ଓ ଲୋକଜନଶକ୍ତି ପାର୍ଟି (ରାମ ବିଳାସ) ମିଶି ଲଢିବେ । ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ଏନଡିଏର ସଦସ୍ୟ ସଂଖ୍ୟା ୧୩୦। ବିଜେପିର ୭୯, ଜେଡିୟୁର ୪୫, ହମ(ଏ)ର ୪ ଓ ସ୍ବାଧୀନ ୨ ବିଧାୟକ ଅଛନ୍ତି । ବିରୋଧୀ ଇଣ୍ଡିମେଣ୍ଟର ସଦସ୍ୟ ସଂଖ୍ୟା ରହିଛି ୧୧୧। ସେଥିରେ ଆରଜେ଼ଡିର ୭୭, କଂଗ୍ରେସର ୧୯, ସିପିଏମଏଲର ୧୧, ସିପିଆଇର ୨ , ସିପିଏମର ୨ ସଦସ୍ୟ ଅଛନ୍ତି । ଏଆଇଏମଆଇଏମର ଜଣେ ସଦସ୍ୟ ଅଛନ୍ତି ।

୨୦୨୦ ନିର୍ବାଚନରେ ଏଲଜେପି ୧୩୭ ଆସନରେ ଲଢିଥିଲା । ହେଲେ କେବଳ ମାଟିହାନି ଆସନରୁ ବିଜୟୀ ହୋଇଥିଲେ ରାଜ କୁମାର ସିଂ । ମାତ୍ର ପରେ ସେ ଜେଡିୟୁକୁ ଲମ୍ଫ ମାରିଥିଲେ । ଚିରାଗ ହାଜିପୁର ଲୋକସଭା ଆସନରୁ ବିଜୟୀ ହୋଇ କେନ୍ଦ୍ରମନ୍ତ୍ରୀ ଅଛନ୍ତି । ସେ ଆରଜେଡିର ଶିବ ଚନ୍ଦ୍ର ରାମଙ୍କୁ ୧ ଲକ୍ଷ ୭୦ହଜାରରୁ ଅଧିକ ଭୋଟରେ ପରାସ୍ତ କରିଥିଲେ। ଆସନ୍ତା ଅକ୍ଟୋବର କିମ୍ବା ନଭେମ୍ବରରେ ହୋଇପାରେ ବିହାର ବିଧାନସଭା ନିର୍ବାଚନ।

ଆସନ୍ତା ୨୪ ଘଣ୍ଟା ଭିତରେ ମୁଣ୍ଡଳୀରେ ପହଞ୍ଚିବ ପ୍ରଥମ ବନ୍ୟାଜଳ,ସତର୍କ ରହିବାକୁ ପରାମର୍ଶ

କଟକ : ଆସନ୍ତା ୨୪ ଘଣ୍ଟା ଭିତରେ କଟକ ମୁଣ୍ଡଳୀରେ ପହଞ୍ଚିବ ହୀରାକୁଦର ପ୍ରଥମ ବନ୍ୟାଜଳ। ପର୍ଯ୍ୟାୟକ୍ରମେ ୨୦ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ପାଣି । ଗତକାଲି ପ୍ରଥମେ ଡ୍ୟାମ ବାମପାର୍ଶ୍ବର ୭ ନମ୍ବର ସ୍ଲୁଇସ ଗେଟ୍ ଖୋଲାଯାଇଥିଲା । ପରେ ପର୍ଯ୍ୟାୟକ୍ରମରେ ବାମପାର୍ଶ୍ବର ୧୩ ଟି ଓ ଡାହାଣ ପାର୍ଶ୍ବର ୭ଟି ଗେଟ ଖୋଲାଯାଇଥିଲା । ଜଳସ୍ତର ୬୦୫ ଫୁଟ ଖସିବା ପର୍ଯ୍ୟନ୍ତ ଜଳ ନିଷ୍କାସନ ଜାରି ରହିବ।

ହୀରାକୁଦ ପାଣି ଯୋଗୁଁ ବନ୍ୟା ଆସିବାର ସମ୍ଭାବନା ନାହିଁ । ତଥାପି ସତର୍କ ରହିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି। ହୀରାକୁଦ ବନ୍ୟାଜଳ ଛଡ଼ାଯିବା ପୂର୍ବରୁ ତଳିଆ ଅଞ୍ଚଳବାସୀଙ୍କୁ ସତର୍କ କରିଛି ପ୍ରଶାସ ନ। ସ୍ଥିତି ଉପରେ ପୋଲିସ, ଅଗ୍ନିଶମ ଓ ଓଡ୍ରାଫ ଟିମ୍ ନଜର ରଖିଛନ୍ତି ।

ଆଜି ମହାପ୍ରଭଙ୍କୁ ଅଧରପଣା ନୀତି : ଚଣ୍ଡିଚାମୁଣ୍ଡା, ଅଶରୀମାନଙ୍କ ତୃପ୍ତି ପାଇଁ ରଥାରୁଢ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ହେବ ପଣା

ପୁରୀ: ବାହୁଡ଼ା ପରେ ରଥରେ ବିଜେ କରିଛନ୍ତି ଦାରୁଦିଅଁ । ଆଜି ବାହୁଡ଼ା ଯାତ୍ରାର ତୃତୀୟ ଦିନରେ ରଥ ଉପରେ ଅନୁଷ୍ଠିତ ହେବ ଅଧରପଣା ନୀତି । ତିନିରଥକୁ ସ୍ୱତନ୍ତ୍ର ଉପଚାରରେ ପୂଜା କରାଯାଇ ପ୍ରସ୍ତୁତ କରାଯାଇଥିବା ସମୟରେ ରଥରେ ବହୁ ଦେବଦେବୀ ବିରାଜମାନ କରିଥାନ୍ତି । ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ସମ୍ପନ୍ନ ହେବା ପରେ ପାର୍ଶ୍ୱ ଦେବଦେବୀ ଓ ଅନ୍ୟାନ୍ୟ ଚଣ୍ଡୀ ଚାମୁଣ୍ଡାଙ୍କୁ ତୃପ୍ତ କରିବାକୁ ଅଧରପଣା କରାଯାଇ ଅଧର ହାଣ୍ଡିକୁ ରଥଉପରେ ଭଙ୍ଗା ଯିବାର ବିଧି ରହିଛି । ସ୍ୱତନ୍ତ୍ର ଭାବେ ଏହି ପଣାକୁ ଶ୍ରୀବିଗ୍ରହ ମାନଙ୍କର ଅଧର ପର୍ଯ୍ୟନ୍ତ ନିର୍ମିତ ୩ଟି ତୁମ୍ଭାକାର ହାଣ୍ଡିରେ ପ୍ରସ୍ତୁତ କରାଯାଇଥାଏ । ଛେନା, ଛାଚି, କ୍ଷୀର, ସର, ଗୋଲମରିଚ, କର୍ପୁର, ଜାଇଫଳ, କଦଳୀ ଆଦିକୁ ମିଶ୍ରଣ କରାଯାଇ ପଣା ପ୍ରସ୍ତୁତ କରାଯିବା ସହ ଏହାକୁ ରଥ ଉପରେ ଭଙ୍ଗାଯିବ ।

ସିଂହଦ୍ୱାର ସମ୍ମୁଖ ଛାଉଣୀମଠର କୂଅରୁ ପାଣିଆ ଆପଟ ସେବକ ପଣା ପାଇଁ ପାଣି ଯୋଗାଇବେ । ପରେ ପତ୍ରିବଡୁ, ସୁଆର ବଡୁ, ଗରାବଡୁ ସେବକ ତିନିରଥରେ ପଣା ପ୍ରସ୍ତୁତ କରିବା ସହ ପୂଜାପଣ୍ଡାମାନେ ପଞ୍ଚ ଉପଚାରରେ ପୂଜା କରିବା ପରେ ରଥ ଉପରେ ଅଧର ହାଣ୍ଡିକୁ ଭାଙ୍ଗାଯିବ । ମଧ୍ୟାହ୍ନ ଧୂପ ପରେ ଅଧର ପଣା ନୀତି ଅନୁଷ୍ଠିତ ହେବ । ଆସନ୍ତାକାଲି ନୀଳାଦ୍ରି ବିଜେ କରିବେ ନୀଳାଦ୍ରିନାଥ । ଗତକାଲି ଥାରେ ସୁନାର କିରୀଟ,କାନରେ ସୁନାର କୁଣ୍ଡଳ। କମରରେ ସୁନାର କମରପଟି ଓ ପାଦରେ ଶ୍ରୀପୟର । ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ହସ୍ତରେ ସୁବର୍ଣ୍ଣର ହଳମୁଷଳ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହସ୍ତରେ ସୁବର୍ଣ୍ଣର ଚକ୍ର ଓ ରୁପାର ଶଙ୍ଖ। ମା’ ସୁଭଦ୍ରାଙ୍କ ସୁବର୍ଣ୍ଣର ତଡ଼ଗି । ସାଙ୍ଗକୁ ରତ୍ନଖଚିତ ଘାଗଡ଼ା ମାଳି, ବାହାଡ଼ା ମାଳି, ତାବିଜ ମାଳି, ହରିଡ଼ା କଦମ୍ୱ ମାଳି, ବାଘନଖୀ ମାଳି, ସେବତୀ ମାଳି, ତିଳକ, ଆଡ଼କାନି, ଚନ୍ଦ୍ର-ସୂର୍ଯ୍ୟ, ଅଳକା, ଓଡ଼ିଆଣୀ, ଚନ୍ଦ୍ରିକା ଆଦି ଆଭୂଷଣ କରି ସୁନାବେଶରେ ଦର୍ଶନ ଦେଇଥିଲେ ଶ୍ରୀଜିଉ । କାଲି ସୁନାବେଶ ଅତ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି । ଲକ୍ଷାଧିକ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଏହି ଅନନ୍ୟ ବେଶ ଦର୍ଶନ କରି ଆଶିଷ ଲାଭ କରିଛନ୍ତି ।

କିଏ ହେବ ରାଜ୍ୟ ବିଜେପିର ନୂଆ ମୁଖିଆ ? ମନମୋହନ ସାମଲ ନା ନୂଆ ମୁହଁ, କାଲି ନାମାଙ୍କନ

ନନ୍ଦିଘୋଷ ବ୍ୟୁରୋ: ମନମୋହନ ସାମଲଙ୍କୁ ପୁଣି ଥରେ ରାଜ୍ୟ ବିଜେପିର ମଙ୍ଗୁଆଳ ଦାୟିତ୍ଵ ମିଳିବ କି ନା ଆଉ କାହାକୁ ଦିଆଯିବ ସୁଯୋଗ ? ଅନ୍ଯ କେଉଁ ନୂଆ ଯୁବ ମୁହଁ ହେବେ କି ମୁଖିଆ ? ରାଜ୍ୟ ବିଜେପିର ଏମୁଣ୍ଡରୁ ସେମୁଣ୍ଡ ଏବେ ଖାଲି ଏହି ଚର୍ଚ୍ଚା । ରାଜ୍ୟ ବିଜେପି ସଭାପତି ଚୟନ ବାରମ୍ଵାର ଘୁଞ୍ଚିବା ପରେ ଏବେ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ୮ ତାରିଖରେ ଘୋଷଣା ହେବ କିଏ ହେବ ରାଜ୍ୟ ବିଜେପିର ନୂଆ ମୁଖିଆ ।

ବାରମ୍ବାର ତାରିଖ ଗଡ଼ିବା ପରେ ରାଜ୍ୟ ବିଜେପି ସଭାପତି ଚୟନ ପ୍ରକ୍ରିୟା ଆଗେଇଛି । ଦଳୀୟ କାର୍ଯ୍ୟାଳୟରେ ଲାଗିଛି ସଭାପତି ଚୟନର ବିଜ୍ଞପ୍ତି । ଜୁଲାଇ ୭ ତାରିଖରେ ନାମାଙ୍କନ, ୮ ତାରିଖରେ ନିର୍ବାଚନ । ସେହିଦିନ ଅପରାହ୍ନରେ କେନ୍ଦ୍ରୀୟ ନିବାଚନ ଅଧିକାରୀ ସୁନୀଲ ଜୟସ୍ବାଲଙ୍କ ଉପସ୍ଥିତିରେ ନୂଆ ସଭାପତିଙ୍କ ନାଁ ଘୋଷଣା କରାଯିବ । ସଭାପତି ନିର୍ବାଚନର ଭୋଟର ତାଲିକା ବି ପ୍ରକାଶିତ ହୋଇଛି । ଜିଲ୍ଲା ସଭାପତି, ରାଜ୍ୟ କାର୍ଯ୍ୟକାରିଣୀ ଓ ଜାତୀୟ କାର୍ଯ୍ୟକାରିଣୀ ସଭ୍ୟ, ବିଧାୟକ ଓ ସାଂସଦଙ୍କ ମଧ୍ୟରୁ ୧୦ ପ୍ରତିଶତ ସଭାପତି ନିର୍ବାଚନରେ ନିଜର ମତଦାନ କରିବେ । ଏକାଧିକ ନାମାଙ୍କନ ହେଲେ ନିର୍ବାଚନ ହେବ ।

ସଭାପତି ଚୟନ ପାଇଁ ବିଜ୍ଞପ୍ତି ବାହାରିବା ପରେ ବିଜେପିରେ ଅନେକ ପ୍ରଶ୍ନ । ଦଳୀୟ କନ୍ଦଳ ଯୋଗୁଁ ରାଜ୍ୟ ବିଜେପି ସଭାପତି ଚୟନ ତାରିଖ ବାରମ୍ବାର ଘୁଞ୍ଚିଥିଲା । ପୁରୀ ଦଳାଚକଟା ପାଇଁ ବି ଏହାକୁ ସ୍ଥଗିତ ରଖାଯାଇଥିଲା । ଏବେ ସଭାପତିଙ୍କ ନାଁ ଘୋଷଣାର ତାରିଖ ଚୂଡ଼ାନ୍ତ ହୋଇଛି । ମନମୋହନ ସାମଲ କହିଛନ୍ତି, ସଭାପତି ନେଇ କେନ୍ଦ୍ରୀୟ କମିଟି ନିଷ୍ପତ୍ତି ନେବ । ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ର କହିଛନ୍ତି, ସହମତି ଭିତ୍ତିରେ ହୋଇପାରେ ସଭାପତି ଚୟନ । ନୂଆ ସଭାପତି ଆସିବା ପରେ ମୁଖ୍ୟମନ୍ତ୍ରୀଙ୍କ ସହ ମିଶି ଦଳ ଓ ସରକାର ମଧ୍ୟରେ ସମନ୍ବୟ ଉପରେ କାମ କରିବେ ।

ଏବେ ବି ରାଜ୍ୟ ବିଜେପିର ୨୦୦ରୁ ଅଧିକ ମଣ୍ଡଳ ସଭାପତି ଚୟନ ବାକି ଥିବା ବେଳେ ସମ୍ବଲପୁର ଜିଲ୍ଲା ସଭାପତି ନେଇ ସହମତି ହୋଇପାରିନାହିଁ । ବିଜେପି ସରକାରକୁ ଆସିବା ପରେ ସଙ୍ଗଠନ ଏକ ପ୍ରକାର ଠପ୍ ହୋଇଥିବା ବେଳେ ନୂଆ ସଭାପତିଙ୍କ ଆଗରେ ରହିବ ଅନେକ ଆହ୍ବାନ । ସରକାର ଓ ଦଳ ମଧ୍ୟରେ ସମନ୍ବୟ ରଖିବା ହେବ ପ୍ରାଥମିକତା ।

ମହିଳାଙ୍କ ବିରୋଧରେ ଅଶ୍ଳୀଳ ମନ୍ତ୍ରବ୍ୟ ଦେଇଥିବା ବିଧାୟକଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନେଉନି ବିଜେପି ?

ନନ୍ଦିଘୋଷ ବ୍ୟୁରୋ: ନୀଳଗିରି ବିଜେପି ବିଧାୟକଙ୍କ ମହିଳା ବିରୋଧୀ ଅଶ୍ଳୀଳ ମନ୍ତବ୍ୟକୁ ନେଇ ସାରା ରାଜ୍ୟରେ ଝଡ଼, ତେଜୁଛି ଅସନ୍ତୋଷ। ସବୁସ୍ତରରୁ ଆସୁଛି ନିନ୍ଦା ଓ ସମାଲୋଚନା । ସୋର ଥାନାରେ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏତଲା ହୋଇଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ବି କରିଛନ୍ତି ଭର୍ତ୍ସନା । ମହିଳାଙ୍କୁ ସମ୍ମାନ ଓ ସୁରକ୍ଷାର କଥା କହୁଥିବା ବିଜେପି ସରକାର ଏ ଯାଏଁ ବିଧାୟକଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି ବୋଲି ପ୍ରଶ୍ନ ଉଠିବାରେ ଲାଗିଛି ।

ବିଧାୟକ ସନ୍ତୋଷ ଖଟୁଆଙ୍କ ଅଶାଳୀନ ଟିପ୍ପଣୀକୁ ନେଇ ରାଜ୍ୟବ୍ୟାପୀ ଅସନ୍ତୋଷର ନିଆଁ । ଦଳମତ ନିର୍ବିଶେଷରେ କଡ଼ା ସମାଲୋଚନା କରାଯାଉଛି । ସୋର ମହିଳା ବିଜୁ ଜନତା ଦଳ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିବା ବେଳେ ବିଧାୟକଙ୍କୁ ଗିରଫ ସହ ତାଙ୍କ ବିଧାୟକ ପଦ ରଦ୍ଦ ଲାଗି ଦାବି ହୋଇଛି । ସେପଟେ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ନେଇ ବର୍ଷିଛି କଂଗ୍ରେସ । ବିଧାୟକ ଏଭଳି ଭାଷା ପ୍ରୟୋଗ କରିବା ତାଙ୍କ ନିଜ ସଂସ୍କାର ନା ଦଳୀୟ ସଂସ୍କାର ବୋଲି ପ୍ରଶ୍ନ କରିଛି କଂଗ୍ରେସ । ପୁରୀ ଓ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିବା ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ କ’ଣ ଦଳୀୟ କର୍ମୀ ଓ ନେତାଙ୍କୁ ଏହି ଶିକ୍ଷା ଦିଆଯାଇଥିଲା କି ବୋଲି ପ୍ରଶ୍ନ କରିଛି କଂଗ୍ରେସ । ବିଧାୟକଙ୍କ ଅଶୋଭନୀୟ ଆଚରଣ ପାଇଁ ତାଙ୍କୁ ଗିରଫ କରିବା ଆବଶ୍ୟକ ବୋଲି ବିରୋଧୀ ଦାବି କରିଛନ୍ତି ।

ବିଧାୟକଙ୍କ ଏପରି ଆଚରଣ ବିଜେପିର ମହିଳା ବିରୋଧୀ ଆଭିମୁଖ୍ୟକୁ ଦର୍ଶାଉଛି । ଯେଉଁ ବିଜେପି ନେତାମାନେ ମହିଳା ବିରୋଧୀ କୁତ୍ସିତ ମନ୍ତବ୍ୟ ଦେଇଛନ୍ତି ସେମାନଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି ବୋଲି ପ୍ରଶ୍ନ ଉଠାଇଛି ସିପିଏମ । କାହାକୁ ବ୍ୟକ୍ତିଗତ ଆକ୍ଷେପ ଉଚିତ ନୁହେଁ । ଭୁଲ ସବୁବେଳେ ଭୁଲ। ସାଧାରଣ ଜୀବନରେ ରହିଥିବା ବ୍ୟକ୍ତିର ଉଚ୍ଚାରଣ ଓ ଆଚରଣରେ ସଂଯମତା ରହିବା ଆବଶ୍ୟକ । ବିଧାୟକ ସନ୍ତୋଷ ଖଟୁଆଙ୍କ ବୟାନକୁ ସମାଲୋଚନା କରିଛନ୍ତି ନୀଳଗିରିର ରାଣୀ ତଥା ପୂର୍ବତନ କଂଗ୍ରେସ ବିଧାୟିକା ପ୍ରାର୍ଥିନୀ ମନୋଜା ମଞ୍ଜରୀ ଦେବୀ ।

ଜଣେ ମହିଳା ନେତ୍ରୀଙ୍କ ବିରୋଧରେ ବିଧାୟକ ସନ୍ତୋଷ ଖଟୁଆ ଅତ୍ୟନ୍ତ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି । ଯାହା ତାଙ୍କ ଦଳକୁ ମଧ୍ୟ ଅଡୁଆରେ ପକାଇଛି । ଆଗକୁ ସଂସଦ ଓ ବିଧାନସଭାର ମୌସୁମୀ ଅଧିବେଶନ । ଏହି ପ୍ରସଙ୍ଗରେ ସରକାରୀ ଦଳକୁ ଘେରିବାକୁ ସଜବାଜ ହେଲେଣି ବିରୋଧୀ ।

ରଥାରୂଢ଼ ଶ୍ରୀଜିଉଙ୍କ ସୁନାବେଶ ଦର୍ଶନ କରୁଛନ୍ତି ଭକ୍ତ

ନନ୍ଦିଘୋଷ ବ୍ୟୁରୋ: ଆଜି ମହାପ୍ରଭୁଙ୍କ ସୁନାବେଶ । ରଥାରୂଢ଼ ଶ୍ରୀଜିଉ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ନୀତି ନିର୍ଘଣ୍ଟ ଅନୁଯାଇ ସନ୍ଧ୍ୟା ୫ଟାରେୁ ସୁନାବେଶ ଆରମ୍ଭ ହୋଇଛି । ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରି କୋଟିପୂଣ୍ୟ ଅର୍ଜନ କରୁଛନ୍ତି । ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ ପାଇଁ ପୁରୀରେ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼ ଜମିଛି । ଶୃଙ୍ଖଳିତ ଦର୍ଶନ ନେଇ ପ୍ରଶାସନ ପକ୍ଷରୁ କରାଯାଇଛି ବ୍ୟାପକ ବ୍ୟବସ୍ଥା ।

ସୂର୍ଯ୍ୟ ତୁଲ୍ୟ ତା’ ଶ୍ରୀମୁଖ । ଚନ୍ଦ୍ରମା ତୁଲ୍ୟ ତା’ ଚକାନୟନ । ତା’ କଳା ବଦନରେ ଅସୁମାରି ଚମକ । ସେଥିରେ ପୁଣି ମହଣ ମହଣ ସ୍ବର୍ଣ୍ଣ ଆଭୂଷଣ ମଣ୍ଡିତ । ସୁନା ବେଶରେ ଦୁର୍ଲଭ ଦର୍ଶନ ଦେଉଛନ୍ତି ୩ ବିଗ୍ରହ । ରଥାରୂଢ଼ ଶ୍ରୀଜିଉଙ୍କ ଚତୁର୍ଦ୍ଦିଗରେ ଜନ ସମୁଦ୍ର । ଟିକେ ଦର୍ଶନ ପାଇଁ ବ୍ୟାକୁଳ ଭକ୍ତ । ଶ୍ରୀଜିଉଙ୍କ ସୁନାବେଶ ଶ୍ରୀମନ୍ଦିର ଭିତରେ ବର୍ଷକୁ ୪ ଥର ଅନୁଷ୍ଠିତ ହେଉଥିବା ବେଳେ ଆଷାଢ଼ ଶୁଳ୍କ ପବିତ୍ର ହରିଶୟନ ଏକାଦଶୀରେ ରଥ ଉପରେ ଥରେ କେବଳ ହୋଇଥାଏ ।

ଶୃଙ୍ଖଳିତ ଦର୍ଶନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି l ଲକ୍ଷ ଲକ୍ଷ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବାବେଳେ ପାନୀୟ ଜଳ ଓ ପ୍ରାଥମିକ ଚିକତ୍ସା କେନ୍ଦ୍ର ପ୍ରସ୍ତୁତ ରଖାଯାଇଥିଲା ।

ସରକାରୀ ଆକଳନ ଚଳିତବର୍ଷ ସୁନାବେଶ ପାଇଁ ପୁରୀରେ ୧୫ ଲକ୍ଷ ଭକ୍ତଙ୍କ ସମାଗମ ହେବ । ଶୃଙ୍ଖଳିତ ଦର୍ଶନ ନେଇ କରାଯାଇଛି ବ୍ୟାପକ ବ୍ୟବସ୍ଥା । ଭକ୍ତଙ୍କ ସୁବିଧା ପାଇଁ କଡ଼ାକଡ଼ି ହୋଇଛି ଟ୍ରାଫିକ ବ୍ୟବସ୍ଥା । ଟ୍ରାଫିକ ପରିଚାଳନା ପାଇଁ AI କ୍ୟାମେରାର ସହାୟତା ନେଉଛି ପୋଲିସ । ଏଥିପାଇଁ ପୁରୀ ସହର, ଭୁବନେଶ୍ଵର, କୋଣାର୍କରେ ଲାଗିଛି ମୋଟ ୨୭୫ଟି AI କ୍ୟାମେରା । ଟ୍ରାଫିକ ଓ ଭିଡ ନିୟନ୍ତ୍ରଣ ପାଇଁ ଡ୍ରୋନ ଯୋଗେ କଡ଼ ନଜର ରଖାଯାଇଛି । ଶ୍ରଦ୍ଧାଳୁମାନେ ମାର୍କେଟ ଛକରୁ ବ୍ୟାରିକେଡ୍ ଦେଇ ସିଂହଦ୍ୱାର ସମ୍ମୁଖରେ ତିନି ରଥ ପରିକ୍ରମା କରିବା ପରେ ଫେରିବେ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଅନୁସାରେ ସନ୍ଧ୍ୟା ପ୍ରାୟ ୫ଟାରୁ ସୁନାବେଶ ଆରମ୍ଭ ହୋଇ ରାତି ପ୍ରାୟ ୧୧ଟା ପର୍ଯ୍ୟନ୍ତ ବେଶ ଦର୍ଶନ ବ୍ୟବସ୍ଥା କରାଯାଇଛି ।

୧ ଅଗଷ୍ଟରୁ ୧୦୦ ଦେଶ ଉପରେ ଟ୍ରମ୍ପଙ୍କ ୧୦ ପ୍ରତିଶତ ନୂଆ ଟାରିଫ, ଭାରତ ଉପରେ କ’ଣ ରହିବ ପ୍ରଭାବ ?

ନନ୍ଦିଘୋଷ ବ୍ୟୁରୋ: ବିଶ୍ବ ବଜାର ଉପରେ ପୁଣି ଲାଗିବ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ଛାଟ । ଅଗଷ୍ଟ ୧ ତାରିଖରୁ ୧୦୦ ଦେଶର ଆମଦାନୀ ଉପରେ ନୂଆ କରି ଲାଗିବ ୧୦ ପ୍ରତିଶତ ଟାରିଫ । ଆମେରିକୀୟ ଟ୍ରେଜାରୀ ସଚିବ ସ୍କଟ୍ ବେସେଣ୍ଟ ଏହି ସୂଚନା ଦେବା ପରେ ସାରା ବିଶ୍ବରେ ହଇଚଇ ଖେଳିଯାଇଛି । ଏହାକୁ ଆମେରିକାର ଗ୍ଲୋବାଲ ଟ୍ରେଡ ପଲସିରେ ଏକ ବଡ଼ ପରିବର୍ତ୍ତନ ବୋଲି କୁହାଯାଉଛି । ଆଉ ଏହି ଦେଶମାନଙ୍କ ମଧ୍ୟରେ ଭାରତ ବି ରହିଛି । ଆସନ୍ତୁ ଜାଣିବା, ଟ୍ରମ୍ପଙ୍କ ନୂଆ ଟାରିଫ ଭାରତ ଉପରେ କ’ଣ ପ୍ରଭାବ ପକାଇବ ।

ନୂଆ ଟାରିଫ ପ୍ଲାନ୍

ବ୍ଲୁମବର୍ଗଙ୍କୁ ସାକ୍ଷାତକାରରେ ବେସେଣ୍ଟ କହିଛନ୍ତି, ଆମେ ଦେଖୁଛି ରାଷ୍ଟ୍ରପତି ଭଲ ଉଦ୍ଦେଶ୍ୟ ରଖି କଥା ହେଉଥିବା ଦେଶମାନଙ୍କ ସହ କେମିତି ଡିଲ୍ କରୁଛନ୍ତି । ହେଲେ ଏବେ ୧୦୦ ଦେଶଙ୍କ ଉପରେ ଅତି କମରେ ୧୦ ପ୍ରତିଶତ ଟାରିଫ ଲାଗିବ । ରାଷ୍ଟ୍ରପତି ଟ୍ରମ୍ପ ୧୨ ଦେଶଙ୍କ ସହ ‘ନିଅ କିମ୍ବା ଛାଡ଼’ ଷ୍ଟାଇଲରେ ଚୁକ୍ତି କରିଛନ୍ତି । ଏହି ଦେଶମାନଙ୍କ ମଧ୍ୟରେ ଭାରତ, ଜାପାନ ଓ ୟୁରୋପର କିଛି ଦେଶ ଥିବା କୁହାଯାଉଛି । ହେଲେ, ଟ୍ରମ୍ପ ଏହି ଦେଶଙ୍କ ନାଁ କହିବାକୁ ମନା କରିଛନ୍ତି । ସୋମବାରକୁ ଏହାକୁ ଔପଚାରିକ ଭାବେ ଦେଶମାନଙ୍କୁ ପଠାଯିବ ।

ଆଗକୁ ସେ କହିଛନ୍ତି, ଏହି ଟାରିଫର ଉଦ୍ଦେଶ୍ୟ ହେଲା, ଆମେରିକାର ରପ୍ତାନୀକୁ ବୁଷ୍ଟ ଦେବା ଓ ବ୍ୟାପାର ସର୍ତ୍ତକୁ ଆମେରିକା ସପକ୍ଷରେ ରଖିବା ।

ଭାରତ ଉପରେ ପ୍ରଭାବ

ଏବେ ଆସନ୍ତୁ ନଜର ପକାଇବା ଭାରତ ଉପରେ ଟ୍ରମ୍ପଙ୍କ ନୂଆ ଟାରିଫର କି ପ୍ରଭାବ ପଡ଼ିବାକୁ ଯାଉଛି । ସୂଚନାଯୋଗ୍ୟ, ଭାରତ ପାଇଁ ଏହି ନୂଆ ଟାରିଫ ଚିନ୍ତାର କାରଣ ହେବାକୁ ଯାଉଛି । ଏବେ ଆମେରିକା ନିଜ ଦ୍ରବ୍ୟ ଉପରେ ଭାରତକୁ ୨୬ ପ୍ରତିଶତ ଟାରିଫ ରିହାତି ଦେଉଛି । ଏହି ରିହାତି ୯ ଜୁଲାଇକୁ ଶେଷ ହେବାକୁ ଯାଉଛି । ଏହି ସମୟ ଭିତରେ ଦୁଇ ଦେଶ ମଧ୍ୟରେ ବ୍ୟବସାୟକୁ ନେଇ ନୂଆ ଚୁକ୍ତିନାମା ନହେଲେ ଅଗଷ୍ଟ ୧ ତାରିଖରୁ ଭାରତରୁ ରପ୍ତାନୀ ହେଉଥିବା ଦ୍ରବ୍ୟ ଉପରେ ବି ଟାରିଫ ଲାଗିପାରେ । ନିକଟ ସପ୍ତାହରେ ଦୁଇ ଦେଶ ମଧ୍ୟରେ ଆଲୋଚନାରେ ତୀବ୍ରତା ଦେଖିବାକୁ ମିଳିଛି । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଫାଇନାଲ ଡିଲ୍ ହୋଇପାରିନି ।

ଦୁଇ ଦେଶ ମଧ୍ୟରେ ସବୁଠାରୁ ବଡ଼ ସମସ୍ୟା କୃଷି ଓ ଡାଏରୀ ଫାର୍ମକୁ ନେଇ ରହିଛି । ଆମେରିକା ଚାହୁଁଛି ଭାରତ ତାର କୃଷି ଓ ଡାଏରୀ ବଜାରକୁ ଜେନେଟିକାଲି ମଡିଫାଏ ଅଗ୍ରାନିଜିମ୍ (GMO) ଆମଦାନୀ ପାଇଁ ଖୋଲୁ । ହେଲେ ଭାରତ ଚାହୁଁଛି ତା’ର କପଡା, ଚମଡ଼ା ଓ ରତ୍ନ ରପ୍ତାନୀକୁ ଆମେରିକାରେ ଅଧିକରୁ ଅଧିକ ସ୍ଥାନ ମିଳୁ । ଅନ୍ୟପକ୍ଷେ ଆମେରିକା ଭାରତ ସମେତ କୌଣସି ଦେଶକୁ ବି ଷ୍ଟିଲ ସାମଗ୍ରୀ ଉପରେ ରିହାତି ଦେବାକୁ ମନା କରିଦେଇଛି ।

ଭାରତ ଆଗରେ ଚ୍ୟାଲେଞ୍ଜ

ଟ୍ରମ୍ପଙ୍କ ଏହି ନୂଆ ଟାରିଫ ଭାରତ ପାଇଁ ବଡ଼ ଝଟକା ହୋଇପାରେ । କାରଣ ଆମେରିକା ଭାରତ ପାଇଁ ଏକ ବଡ଼ ଆମଦାନୀ ବଜାର । କପଡ଼ା, ଚମଡ଼ା, ରତ୍ନ ଓ ଗହଣା ପରି କ୍ଷେତ୍ରରେ ବହୁତ କ୍ଷତି ହୋଇପାରେ । ନୂଆ ଟାରିଫ ଲାଗୁ ହେଲେ ଭାରତୀୟ ଦ୍ରବ୍ୟର ମୂଲ୍ୟ ଆମେରିକୀୟ ବଜାରରେ ବଢ଼ିଯିବ । ଫଳରେ ବେପାର କମିବାର ଆଶଙ୍କା ରହିଛି । ଭାରତ ସରକାର ଓ ବ୍ୟବସାୟୀଙ୍କ ହାତରେ ବି ଅଧିକ ସମୟ ନାହିଁ । ୯ ଜୁଲାଇ ସୁଦ୍ଧା କୌଣସି ବୁଝାମଣା ନହେଲେ ଅଗଷ୍ଟ ୧ରୁ ଟାରିଫର ପ୍ରଭାବ ଦେଖିବାକୁ ମିଳିପାରେ ।

ବିଶେଷଜ୍ଞଙ୍କ ଅନୁସାରେ, ଭାରତ ସରକାର ଯଥାଶୀଘ୍ର ଆମେରିକା ସହ କୌଣସି ଅନ୍ତରୀଣ ବୁଝାମଣା କରୁବାକୁ ଚାହୁଁଛନ୍ତି । ହେଲେ ଏହା ବି ନଜରରେ ରଖିବାକୁ ପଡ଼ିବ ଯେମିତି ଭାରତର ହିତରେ ଆଞ୍ଚ ନ ଆସିବ । ବିଶେଷ କରି କୃଷି ଓ ଡାଏରୀ ସେକ୍ଟରରେ ଭାରତ ନିଜ ନୀତିକୁ ନେଇ ସତର୍କ ରହିଛି । ଆଗାମୀ ସପ୍ତାହ ଦୁଇ ଦେଶ ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ ରହିବ । ଯଦି କୌଣସି ବୁଝାମଣା ନହେଲା, ତେବେ ଭାରତୀୟ ବ୍ୟବସାୟୀଙ୍କୁ ବଡ଼ କ୍ଷତି ସହିବାକୁ ପଡ଼ିପାରେ ।

କାଟ୍ରିନା କୈଫଙ୍କ ପ୍ରଥମ ଫିଲ୍ମ: ବୁଡ଼ିଗଲା ଜ୍ୟାକି ସରଫଙ୍କ ପତ୍ନୀଙ୍କ କୋଟି କୋଟି ଟଙ୍କା

ନନ୍ଦିଘୋଷ ବ୍ୟୁରୋ: କାଟ୍ରିନା କୈଫଙ୍କ ନାଁ କିଏ ନ ଜାଣେ । ପିଲାଠୁ ବୟସ୍କ ସମସ୍ତେ ତାଙ୍କ ଫିଲ୍ମ ଦେଖିବାକୁ ପାଗଳ । ଜାଣିଲେ ଆଶ୍ଚର୍ଯ୍ୟ ହେବେ, ବଲିଉଡ଼ରେ ୨୦ ବର୍ଷରୁ ଅଧିକ ହେବ ରାଜ କରୁଥିବା ଏହି ଅଭିନେତ୍ରୀଙ୍କ ଡେବ୍ୟୁ ଫିଲ୍ମ ମାଟି କାମୁଡ଼ି ଥିଲା । ଆଉ ସବୁଠାରୁ ବଡ଼ କଥା ହେଲା ଫିଲ୍ମରେ ଅମିତାଭ ବଚ୍ଚନ, ଜ୍ୟାକି ସରଫ ଏବଂ ଗୁଲସନ ଗୋବରଙ୍କ ପରି ଦିଗଜ କଳାକାର ଥାଇ ବି ଫିଲ୍ମଟି କେବେ ଆସିଲା ଓ କେବେ ଗଲା କେହି ଜାଣି ପାରି ନଥିଲେ । ଆଉ ଏଥିରେ ଟଙ୍କା ଲଗାଇ ଥିବା ଜ୍ୟାକି ସରଫଙ୍କ ପତ୍ନୀ ଆୟଶା ସରଫ କାଙ୍ଗାଳ ହୋଇଯାଇଥିଲେ । ତେବେ ଆସନ୍ତୁ ଜାଣିବା ପୂରା ଘଟଣା…

ସଂଯୋଗରେ କ୍ୟାଟ୍ରିନା ବଲିଉଡ଼ରେ ଏଣ୍ଟ୍ରି ମାରିଥିଲେ । ଆଉ ପ୍ରଥମ ଫିଲ୍ମ ‘ବୁମ’ ବକ୍ସ ଅଫିସରେ ଚିତ ପଟ୍ଟାଙ୍ଗ ମାରିଥିଲା । ୨୦୦୩ରେ ରିଲିଜ ହୋଇଥିବା ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଇଥିଲେ କେଜାଦ ଗୁସ୍ତାଦ । ସାଙ୍ଗଙ୍କ ସହ ଭାରତ ବୁଲିବାକୁ ଆସିଥିବା ପରଦେଶୀ କାଟ୍ରିନା ଏକ ଫ୍ୟାଶନ ଶୋ’ରେ ଭାଗ ନେଇଥିଲେ । ଏହି ଶୋ’ରେ ତାଙ୍କ ଉପରେ କେଜାଦଙ୍କ ନଜର ପଡ଼ିଥିଲା । ଆଉ ସଙ୍ଗେ ସଙ୍ଗେ ସେ ‘ବୁମ୍’ ପାଇଁ କାଟ୍ରିନାଙ୍କୁ ସାଇନ କରାଇ ନେଇଥିଲେ । ଜ୍ୟାକିଙ୍କ ପତ୍ନୀ ଆୟଶା ଏଥିରେ ଟଙ୍କା ଲଗାଇଥିଲେ ।

ଫିଲ୍ମରେ କାଟ୍ରିନା ଜଣେ ସୁପର ମଡେଲ ଚରିତ୍ରରେ ନଜରକୁ ଆସିଥିଲେ । ଏପରିକି ନିଜ ବୟସରୁ ୨୮ ବର୍ଷ ବଡ଼ ଗୁଲଶନ ଗୋବରଙ୍କ ସହ ତାଙ୍କର କିସ ସିନ୍ ବି ଥିଲା । ଫିଲ୍ମରେ ବିଗ୍ ବି ଓ ଜ୍ୟାକିଙ୍କ ପରି କଳାକର ଥିଲେ ବି ୫ କୋଟି ଟଙ୍କା ବଜେଟରେ ନିର୍ମିତ ଏହି ଫିଲ୍ମ ବକ୍ସ ଅଫିସରେ ମାତ୍ର ୧.୨୦ କୋଟି ଟଙ୍କା ରୋଜଗାର କରିଥିଲା ।