spot_img
Home Blog Page 5932

ଦୀର୍ଘ ଦିନ ପରେ ଓଡ଼ିଶାରୁ ଜଣେ କରୋନା ରୋଗୀଙ୍କ ମୃତ୍ୟୁ, ୭୪ ପଜିଟିଭ

ଭୁବନେଶ୍ୱର: ଓଡିଶାରେ କ୍ରମାଗତ ଭାବରେ କରୋନା ସଂକ୍ରମଣ ମାମଲା ଖସିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୭୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି

ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ରାଜ୍ୟରେ ଦୀର୍ଘ ଦିନ ଧରି ଦୈନିକ କରୋନା ମୃତ୍ୟୁ ମାମଲା ଶୂନ ରହୁଥିବା ବେଳେ ଆଜି ଜଣଙ୍କର ମୃତ୍ୟୁ ଖବର ଆସିଛି । ମୃତ୍ୟୁ ବରଣ କରିଥିବା ୫୪ ବର୍ଷୀୟ ବ୍ୟକ୍ତି ଜଣକ ଭୁବନେଶ୍ୱରର ବାସିନ୍ଦା । ସେ ଡାଇବେଟିସ୍ ରୋଗରେ ପିଡିତ ଥିଲେ ।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୪୫, ଲୋକାଲ କେସ୍ ୨୯ ସମ୍ବଲପୁର ଜିଲ୍ଲାରୁ ସର୍ବାଧିକ ୧୨ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ  ଖୋର୍ଦ୍ଧାରୁ ୮ ଜଣ ପଜିଟିଭ ବାହାରିଛନ୍ତି

ଏଥିସହିତ କରୋନାରେ ଆଜି ଜଣେ ମାତ୍ର କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୧୮୧୧କୁ ବୃଦ୍ଧି ହୋଇଛି ତେବେ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷ ୩୭ ହଜାର ୩୫୧ ଥିବା ବେଳେ ସୁସ୍ଥ ହେଲେଣି ଲକ୍ଷ ୩୪ ହଜାର ୬୪୭ ଆକ୍ଟିଭ କେସ୍ ୭୩୪ ରହିଛି ।

କୋରାପୁଟରୁ ଜବତ, ୮ କୋଟିର ଜାଲ ନୋଟ

କୋରାପୁଟ: ସୁଙ୍କି ଫାଣ୍ଡି ପୋଲିସ ଓ ପଟ୍ଟାଙ୍ଗୀ ଥାନା ପୋଲିସର ମିଳିତ ଉଦ୍ୟମରେ ପ୍ରଚୁର ପରିମାଣର ଜାଲ୍‌ ନୋଟ୍‌ ଜବତ ହୋଇଛି । ମଙ୍ଗଳବାର କୋରାପୁଟରୁ ଜାଲନୋଟ ଜବତ କରିଛି ପୋଲିସ । ସୁନାବେଡ଼ା ଏସଡିପିଓ ନିରଞ୍ଜନ ବେହେରାଙ୍କ ସୂଚନା ମୁତାବକ ଜବତ ହୋଇଥିବା ଜାଲନୋଟର ପରିମାଣ ପାଖାପାଖି ୮ କୋଟି ଟଙ୍କା ହେବ ।

ଛତିଶଗଡ଼ର ରାୟପୁରରୁ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାକୁ ଜାଲ୍‌ନୋଟ୍‌ ଚାଲାଣ କରାଯାଉଥିବାବେଳେ ପୋଲିସ ହାତରେ ଧରାପଡିଥିଲା ଏହି ଗ୍ୟାଙ୍ଗ । ଗାଡ଼ିରେ ଥିବା ସମସ୍ତ ନୋଟ ନକଲି ୫୦୦ଟଙ୍କିଆ ରହିଥିବା ଜଣାପଡିଛି । ଜାଲନୋଟ ଚାଲାଣ ବେଳେ ଏହି ଗାଡ଼ିକୁ ଅଟକାଇବା ସହ ଜବତ କରିବାରେ ସଫଳ ହୋଇଥିଲା କୋରାପୁଟ ପୋଲିସ ।

ପରେ ଏନେଇ ସୁନାବେଡ଼ା ଏସଡିପିଓ ନିରଞ୍ଜନ ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ୭କୋଟି ୯୦ ଲକ୍ଷ ଟଙ୍କାର ନକଲି ନୋଟ ଜବତ ହୋଇଛି । ସେପଟେ ଜାଲନୋଟ୍‌ ସହ ଗାଡ଼ିକୁ ପୋଲିସ ଜବତ କରିଛି ଏବଂ ୩ ଜଣକୁ ଗିରଫ କରିଛି । ୩ଜଣଙ୍କ ଘର ଛତିଶଗଡ଼ରେ ହୋଇଥିବା ସୂଚନା ଦେଇଛି ପୋଲିସ ।

ବିଧାନସଭାରେ ଟିକା ନେଲେ ବିଧାୟକ-ପୂର୍ବତନ ବିଧାୟକ

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ତୃତୀୟ ପର୍ଯ୍ୟାୟ ଟିକାରଣ । ସୋମବାର ମୁଖ୍ୟମନ୍ତ୍ରୀ ବିଧାନସଭା ପରିସରରେ ଟିକା ନେଇଥିବାବେଳେ ଆଜି ଅନେକ ବିଧାୟକ ଏବଂ ପୂର୍ବତନ ବିଧାୟକ ଟିକାକରଣ ପକ୍ରିୟାରେ ସାମିଲ ହୋଇଛନ୍ତି ।ସମୁଦାୟ ୨୦ ଜଣ ବିଧାୟକ ଆଜି ଟିକା ନେବେ ବୋଲି ଜଣାପଡିଛି ।

ଆଜିର ଟିକାକରଣ ପ୍ରକ୍ରିୟାରେ ବିଧାୟକ ସୁରେଶ କୁମାର ରାଉତରାୟ ଏବଂ ତାଙ୍କ ପତ୍ନୀ ମଧ୍ୟ ଟିକା ନେଇଛନ୍ତି । ସେହିପରି ବିଧାୟକ ନବ ଚରଣ ମାଝି, ଅରବିନ୍ଦ ଢାଲି, ଶ୍ରୀକାନ୍ତ ସାହୁ, ମୁକେଶ ମହାଲିଙ୍ଗ ମଧ୍ୟ ସାମିଲ ହୋଇଛନ୍ତି । ସେପଟେ ବଲାଙ୍ଗୀରରେ ନରସିଂହ ମିଶ୍ର, କଟକରେ ସୁବାସ ସିଂ ଓ ଦେବାଶିଷ ସାମନ୍ତରାୟ ନେଇଛନ୍ତି ଟିକା ।

ଅନ୍ୟପକ୍ଷରେ ପୂର୍ବତନ ବିଧାୟକ ସୀତାକାନ୍ତ ମହାପାତ୍ର ମଧ୍ୟ ଟିକା ନେଇଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ବିଧାନସଭା ପରିସରରେ ଥିବା ହସ୍ପିଟାଲରେ ଟିକା ନେଇଥିଲେ । ଏବଂ ରାଜ୍ୟବାସୀଙ୍କୁ ମଧ୍ୟ ଟିକାକରଣରେ ସାମିଲ ହେବାକୁ ଆହ୍ବାନ ଦେଇଥିଲେ । ସୋମବାର ଆରମ୍ଭ ହୋଇଥିବା ଭ୍ୟାକ୍ସିନ ପ୍ରକ୍ରିୟାରେ ରାଜ୍ୟର ବରିଷ୍ଠ ନାଗରିକ ମାନେ ସାମିଲ ହୋଇଥିଲେ ।

ହାଥରସ୍ ହତ୍ୟାକାରୀ ବିରୁଦ୍ଧରେ NSA ଲାଗୁ କରିବାକୁ ନିର୍ଦ୍ଦେଶ ଦେଲେ ସିଏମ୍ ଯୋଗୀ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ହାଥରସରେ ପୁଣି ଗର୍ଜିଛି ଗୁଳି। ଘଟିଛି ନିର୍ମମ ଏବଂ ଜଘନ୍ୟ ହତ୍ୟା କାଣ୍ଡ । ଝିଅକୁ ଅସଦାଚରଣ କରିଥିବା ଅଭୁଯୁକ୍ତ ବିରୁଦ୍ଧରେ ଥାନାରେ ଅଭିଯୋଗ କରିବା ଜଣେ ବାପାକୁ ପଡିଛି ମହଙ୍ଗା । ଏବଂ ଦୁର୍ବ୍ୟବହାର କରିଥିବା ଅଭିଯୁକ୍ତ ଅଭିଯୋଗକାରୀ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ତେବେ ଘଟଣାରେ ଅଭିଯୁକ୍ତଙ୍କ ଉପରେ ଜାତୀୟ ସୁରକ୍ଷା ଆଇନ ବା NSA ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି। ସିଏମ୍ ଯୋଗୀ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ମୁତାବକ, ହାଥରସର ନୈଜାରପୁର ବାସୀନ୍ଦା ଅମରୀଶଙ୍କ ଝିଅକୁ ସେହି ଗାଣ ର କିଛି ବ୍ୟକ୍ତି ଦୁର୍ବ୍ୟବହାର କରିଥିଲେ । ଯାହାକୁ ନେଇ ଉକ୍ତ ବ୍ୟକ୍ତି ଜଣଙ୍କ ଥାନାରେ ଅଭିଯୋଗ ମଧ୍ୟ ଦାଖଲ କରିଥିଲେ । ସେପଟେ ଏହି ଘଟଣାରେ ସଂଶ୍ଳିଷ୍ଟ ଥିବା ବ୍ୟକ୍ତି ପ୍ରତିଶୋଧ ପରାୟଣ ହୋଇଥିଲେ । ଅମରୀଶ ନିଜ ଚାଷ ଜମିରେ କାମ କରୁଥିବା ବେଳେ, ହତ୍ୟାକାରୀ ତାଙ୍କ ଉପରକୁ ଚାରି ରାଉଣ୍ଡ ଗୁଳି ଚଳାଇଥିଲେ । ପରେ ଗୁରୁତ୍ତର ଅବସ୍ଥାରେ ଅମରୀଶଙ୍କୁ ଉଦ୍ଧାର କରି ମେଡିକାଲ ନିଆଯାଇଥିଲା ।

ସେପଟେ ଅମରୀଶଙ୍କ ଝିଅ ମେଡିକାଲରେ ପହଁଚିଲା ବେଳକୁ ବାପାର ମୃତ୍ୟୁ ଘଟିଥିବା ଜାଣିବାକୁ ପାଇଥିଲେ । ଏବଂ ହସ୍ପିଟାଲରେ ହିଁ ହତ୍ୟା ପଛରେ ଥିବା କାରଣ ଜାଣିବାକୁ ମିଳିଥିଲା । ପୋଲିସ ମେଡିକାଲରେ ପହଁଚି ତଦନ୍ତ କରିବା ବେଳେ ଏହି ଘଟଣା ବିଷୟରେ କହିଥିଲେ ତାଙ୍କ ଝିଅ । ସେହି ଗାଁର ୪ ଜଣ ବାପାଙ୍କୁ ହତ୍ୟା କରିଥିବା ପୋଲିସକୁ କହିଛନ୍ତି ଅମରୀଶଙ୍କ ଝିଅ ।

୧୦ ଆକାଂକ୍ଷୀ ଜିଲ୍ଲା ପାଇଁ ୧୦ ସଚିବଙ୍କୁ ନିଯୁକ୍ତ କଲେ ରାଜ୍ୟ ସରକାର

ଭୁବନେଶ୍ବର: ରାଜ୍ୟର ୧୦ ଆକାଂକ୍ଷୀ ଜିଲ୍ଲା ପାଇଁ ରାଜ୍ୟ ସରକାର ସଚିବ ସ୍ତରିୟ ଅଧିକାରୀଙ୍କୁ ନିଯୁକ୍ତ କରିଛନ୍ତି । ନୀତି ଆୟୋଗ ଦ୍ୱାରା ଚିହ୍ନଟ ହୋଇଥିବା ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ଜଳସେଚନ ଭଳି କ୍ଷେତ୍ରରେ ପଛୁଆ ଥିବା ୧୦ ଆକାଂକ୍ଷୀ ଜିଲ୍ଲାରେ ବିକାଶମୂଳକ କାମ ଅନୁଧ୍ୟାନ ପାଇଁ ୧୦ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି ।

ବାଣିଜ୍ୟ ପରିବହନ ସଚିବ ମଧୁସୂଦନ ପାଢୀଙ୍କୁ କନ୍ଧମାଳ ଏବଂ ଗଣଶିକ୍ଷା ଓ ଏମ୍ଏସ୍ଏମ୍ଇ ସଚିବ ସତ୍ୟବ୍ରତ ସାହୁଙ୍କୁ କଳାହାଣ୍ଡି ଜିଲ୍ଲା ଦାୟିତ୍ବ ଦିଆଯାଇଛି । ସେହିପରି ଶକ୍ତି ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ ରାୟଗଡ଼ା, ଖଣି ଓ ଇସ୍ପାତ ସଚିବ ସୁରେନ୍ଦ୍ର କୁମାରଙ୍କୁ ବଲାଙ୍ଗୀର, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ସଚିବ ସନ୍ତୋଷ କୁମାର ଷଡ଼ଙ୍ଗୀଙ୍କୁ କୋରାପୁଟ ଏବଂ ଅନୁସୂଚିତ ଜାତି ଜନଜାତି ସଚିବ ରଞ୍ଜନା ଚୋପ୍ରାଙ୍କୁ ଢେଙ୍କାନାଳ ଦାୟିତ୍ବ ଦିଆାଯାଇଛି ।

ରାଜସ୍ବ ବିଭାଗ ସଚିବ ବିଷ୍ଣୁପଦ ସେଠୀଙ୍କୁ ନୂଆପଡ଼ା, ସାମାଜ କଲ୍ୟାଣ ବିଭାଗ ସଚିବ ଭାସ୍କରଜ୍ୟାତି ଶର୍ମାଙ୍କୁ ଗଜପତି, ଇପିକଲ ପରିଚାଳନା ନିର୍ଦ୍ଦେଶକ ନିତିନ ଭାନୁଦାସ ଜାଓ୍ବଲେଙ୍କୁ ମାଲକାନାଗିରି ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରଓ୍ବାଲଙ୍କୁ ନବରଙ୍ଗପୁର ଜିଲ୍ଲା ଦାୟିତ୍ବ ଦିଆଯାଇଛି ।

ଏହି ଅଧିକାରୀମାନେ ଜିଲ୍ଲା ଗସ୍ତ କରି ବିଭିନ୍ନ ବିକାଶମୂଳକ କାର୍ଯ୍ୟର ନିୟମିତ ଅନୁଧ୍ୟାଳନ କରିବେ । ଏପ୍ରିଲ ପହିଲାରୁ ଏମାନେ ଦାୟିତ୍ବ ନେବା ସହ ୩ ମାସ ପାଇଁ ଜିଲ୍ଲାର ସ୍ଥିତି ଅନୁଧ୍ୟାନ କରିବେ । ରାଜ୍ୟର ଏହି ୧୦ଟି ଜିଲ୍ଲା ପାଇଁ ନୀତି ଆୟୋଗ ମଧ୍ୟ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତ କରିଛନ୍ତି । ଉଭୟ ଅଧିକାରୀ ଜିଲ୍ଲାରେ ସରକାରୀ ଯୋଜନାର କାର୍ଯ୍ୟକାରିତା ଅନୁଧ୍ୟାନ କରିବେ ।

ସ୍ୱାମୀ କାହାର ? ଜୁଇ ପାଖେ ଦୁଇ ସଉତୁଣୀ ହାତାହାତି

ପୁରୀ: ସ୍ୱାମୀର ମୃତ୍ୟୁ ପରେ ବି ତୁଟୁନି ସଉତୁଣୀ ତ୍ରୁଟି । ମୁଗାଗ୍ନି ପାଇଁ ଜୁଇ ପାଖରେ ମୁହାଁମୁହିଁ ହୋଇଛନ୍ତି ଦୁଇ ସଉତୁଣୀ । ସ୍ବର୍ଗଦ୍ବାରରେ ଘଟିଛି ଏଭଳି ଅଭାବନୀୟ ଘଟଣା | ମୁଖାଗ୍ନି ପାଇଁ ଦୁଇ ସଉତୁଣୀ ମୁହାଁମୁହିଁ ହୋଇଛନ୍ତି | ତେବେ ବାପାଙ୍କ ମୁହଁରେ କିଏ ମୁଖାଗ୍ନି ଦେବ ବୋଲି ସ୍ଥିର ହୋଇପାରିନଥିବା ବେଳେ ଦୁଇ ସଉତୁଣୀଙ୍କ ପୁଅ ହାତାହାତି ଯାଏଁ କଥା ଯାଇଛି |

ବାସେଳୀ ସାହି ଅଞ୍ଚଳରେ ରହୁଥିବା ଗଦାଧର ଜେନାଙ୍କ 28ତାରିଖ ରାତି ରେ କଟକ ସଦଗୁରୁ ମେଡିକାଲ ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା | ତେବେ ରାତି ପ୍ରାୟ 11ଟାରେ ମୃତଦେହ ସ୍ବର୍ଗଦ୍ୱାରକୁ ଅଣାଯାଇଥିଲା | ସଂସ୍କାର ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ବ୍ରହ୍ମଗିରି ଥାନା ବେଣ୍ଟପୁର କୋଠସାହିର ରଂଜିତ କୁମାର ଜେନା ତାଙ୍କ ମାଙ୍କୁ ଧରି ସେଠାରେ ପହଞ୍ଚି ନିଜକୁ ସ୍ବର୍ଗତ ଗଦାଧରଙ୍କ ପ୍ରଥମ ପତ୍ନୀଙ୍କ ପୁଅ ବୋଲି ଦାବି କରିବା ସହ ମୁଖାଗ୍ନି ଦେବକୁ କହିଥିଲେ |

ତେବେ ଏହି ଘଟଣାକୁ ନେଇ ଦ୍ଵିତୀୟ ପତ୍ନୀ ଓ ପ୍ରଥମ ପତ୍ନୀଙ୍କ ମଧ୍ୟରେ ବଚସା ଲାଗିଥିଲା | ପରେ ଉଭୟ ପକ୍ଷରୁ ଆସିଥିବା ସମ୍ପର୍କୀୟଙ୍କ ମଧ୍ୟରେ ମଧ୍ୟ ମାରପିଟ ଆରମ୍ଭ ହୋଇଥିଲା | ଏଭଳି ଦୃଶ୍ୟ ଦେଖି ସ୍ବର୍ଗଦ୍ବାର କର୍ମଚାରୀ ପୋଲିସ କୁ ଖବର ଦେଇଥିଲେ | ପରେ ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କୁ ଆଣିଥିବା ବେଳେ ଦୁଇ ପତ୍ନୀଙ୍କ ପୁଅଙ୍କୁ ମୁଖାଗ୍ନି ଦେବାକୁ ଅନୁମତି ଦେଇଥିଲା |

ତେବେ ପୋଲିସ ଘଟଣା ସମ୍ପର୍କରେ ପଚାରିବାରୁ ଜଣାପଡିଥିଲା ମୃତ ଗଦାଧର 16ବର୍ଷ ଧରି ଦ୍ଵିତୀୟ ପତ୍ନୀଙ୍କ ସହ ପୁରୀ ବାସେଳୀ ସାହି ସ୍ଥିତ ଘରେ ରହି ଆସୁଥିଲେ | ସେ ଅସୁସ୍ଥ ଥିବାରୁ ଦ୍ଵିତୀୟ ପତ୍ନୀ ତାଙ୍କୁ ଚିକିତ୍ସା କରାଉଥିଲେ | ତେବେ ପ୍ରଥମ ପତ୍ନୀଙ୍କ ସହ ତାଙ୍କର ବୈବାହିକ ବିଚ୍ଛେଦ ହୋଇଥିବା ଦ୍ଵିତୀୟ ପତ୍ନୀ କହିଥିବା ବେଳେ ପ୍ରଥମ ପତ୍ନୀ ଏହାକୁ ଅସ୍ବୀକାର କରିଛନ୍ତି ।

କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ, ୬ଟି ସ୍ଥାନରେ ଚଢାଉ

ଗଜପତି: ସକାଳୁ ସକାଳୁ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ରାୟଗଡ଼ ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ନାଗେଶ୍ବର ସେନାପତିଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପାରଳାଖେମୁଣ୍ଡିରେ ଭିଜିଲାନ୍ସ ରେଡ୍ ଜାରି ରଖିଥିବା ଜଣାପଡିଛି ।

ସୂଚନା ମୁତାବକ ଭିଜିଲାନ୍ସ ଟିମ ଏକାଥରକେ ୬ଟି ସ୍ଥାନରେ ଚଢାଉ ଜାରି ରଖିଛି । ଜଗନ୍ନାଥ ବିହାର ୩ଲେନରେ ଥିବା ନାଗେଶ୍ବରଙ୍କ ବାସଭବନ ସମେତ ବ୍ରହ୍ମପୁର, ଆସିକାର ବନ୍ଧୁ ବାନ୍ଧବଙ୍କ ଘରେ ରେଡ୍ କରୁଛି ଭିଜିଲାନ୍ସ । ଏହା ସହିତ ରାୟଗଡରେ ଥିବା ସରକାରୀ ବାସଭବନ ଓ ପାଞ୍ଚମାଇଲର ଇଟା ଫ୍ୟାକ୍ଟ୍ରିରେ ଚଢ଼ାଉ ଜାରି ରଖିଛି ଚାଲିଛି ।

ଝିଅକୁ ଦୁର୍ବ୍ୟବହାର କଲେ, ଅଭିଯୋଗ କରିବାରୁ ବାପାକୁ ମାରିଦେଲେ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ହାଥରସରେ ପୁଣି ଗର୍ଜିଛି ଗୁଳି । ଘଟିଛି ନିର୍ମମ ଏବଂ ଜଘନ୍ୟ ହତ୍ୟା କାଣ୍ଡ । ଏହି ହତ୍ୟା ପଛରେ ରହିଛି ଦୁର୍ବ୍ୟବହାର କରିବା ଭଳି ସାଙ୍ଘାତିକ ଘଟଣା । ଝିଅକୁ ଅସଦାଚରଣ କରିଥିବା ଅଭୁଯୁକ୍ତ ବିରୁଦ୍ଧରେ ଥାନାରେ ଅଭିଯୋଗ କରିବା ଜଣେ ବାପାକୁ ପଡିଛି ମହଙ୍ଗା । ଏବଂ ଦୁର୍ବ୍ୟବହାର କରିଥିବା ଅଭିଯୁକ୍ତ ଅଭିଯୋଗକାରୀ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରିଛନ୍ତି ।

ସୂଚନା ମୁତାବକ, ହାଥରସର ନୈଜାରପୁର ବାସୀନ୍ଦା ଅମରୀଶଙ୍କ ଝିଅକୁ ସେହି ଗାଣ ର କିଛି ବ୍ୟକ୍ତି ଦୁର୍ବ୍ୟବହାର କରିଥିଲେ । ଯାହାକୁ ନେଇ ଉକ୍ତ ବ୍ୟକ୍ତି ଜଣଙ୍କ ଥାନାରେ ଅଭିଯୋଗ ମଧ୍ୟ ଦାଖଲ କରିଥିଲେ । ସେପଟେ ଏହି ଘଟଣାରେ ସଂଶ୍ଳିଷ୍ଟ ଥିବା ବ୍ୟକ୍ତି ପ୍ରତିଶୋଧ ପରାୟଣ ହୋଇଥିଲେ । ଅମରୀଶ ନିଜ ଚାଷ ଜମିରେ କାମ କରୁଥିବା ବେଳେ, ହତ୍ୟାକାରୀ ତାଙ୍କ ଉପରକୁ ଚାରି ରାଉଣ୍ଡ ଗୁଳି ଚଳାଇଥିଲେ । ପରେ ଗୁରୁତ୍ତର ଅବସ୍ଥାରେ ଅମରୀଶଙ୍କୁ ଉଦ୍ଧାର କରି ମେଡିକାଲ ନିଆଯାଇଥିଲା ।

ସେପଟେ ଅମରୀଶଙ୍କ ଝିଅ ମେଡିକାଲରେ ପହଁଚିଲା ବେଳକୁ ବାପାର ମୃତ୍ୟୁ ଘଟିଥିବା ଜାଣିବାକୁ ପାଇଥିଲେ । ଏବଂ ହସ୍ପିଟାଲରେ ହିଁ ହତ୍ୟା ପଛରେ ଥିବା କାରଣ ଜାଣିବାକୁ ମିଳିଥିଲା । ପୋଲିସ ମେଡିକାଲରେ ପହଁଚି ତଦନ୍ତ କରିବା ବେଳେ ଏହି ଘଟଣା ବିଷୟରେ କହିଥିଲେ ତାଙ୍କ ଝିଅ । ସେହି ଗାଁର ୪ ଜଣ ବାପାଙ୍କୁ ହତ୍ୟା କରିଥିବା ପୋଲିସକୁ କହିଛନ୍ତି ଅମରୀଶଙ୍କ ଝିଅ ।

କେନ୍ଦ୍ରାପଡ଼ାରେ ଓଲଟିଲା ବସ, ୮ ଯାତ୍ରୀ ଗୁରୁତ୍ତର ଆହତ

କେନ୍ଦ୍ରାପଡା: ମଙ୍ଗଳବାର ସକାଳୁ ଦୁର୍ଘଟଣା । କେନ୍ଦ୍ରାପଡ଼ା ଜିଲ୍ଲା କୁମାରୁଣୀ ଛକରେ ଓଲଟିଲା ଯାତ୍ରୀବାହୀ ବସ୍ । ଫଳରେ ୮ ଜଣ ଯାତ୍ରୀଙ୍କ ଅବସ୍ଥା ବର୍ତ୍ତମାନ ଗୁରୁତ୍ତର ଥିବା ଜଣାପଡିଛି । ସମସ୍ତଙ୍କୁ ମହାକାଳପ଼ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ସୂଚନା ମୁତାବୁକ ବେଣାକନ୍ଦାରୁ ଭୁବନେଶ୍ବର ଯାଉଥିଲା ବେଳେ କୁମାରୁଣୀ ହନୁମାନ ଛକ ନିକଟରେ ଭାରସାମ୍ୟ ହରାଇ ବିଲ ମଧ୍ୟକୁ ଖସି ପଡିଥିଲା ବସ୍ । ସେପଟେ ବସରେ ୪୦ ରୁ ଅଧିକ ଯାତ୍ରୀ ରହିଥିବା ଜଣାପଡିଛି। ଦୁର୍ଘଟଣା ସମ୍ବମନ୍ଧରେ ଖବର ପାଇବା ପରେ ଘଟଣାସ୍ଥଳରେ ଆସି ମହାକାଳପଡା ପୋଲିସ ପହଞ୍ଚିଥିଲା । ଏବଂ ଉଦ୍ଧାର କାର୍ଯ୍ୟ ବର୍ତ୍ତମାନ ସୁଦ୍ଧା ଜାରି ରହିଥିବା ଜଣାପଡିଛି ।

ଚିକିତ୍ସା ଅବହେଳାରୁ ୨ ନବଜାତ ଶିଶୁ ପୁତ୍ରଙ୍କ ମୃତ୍ୟୁ ! ମେଡିକାଲରେ ଉତ୍ତେଜନା

ଯାଜପୁର: ଚିକିତ୍ସା ଅବହେଳାରୁ ୨ ନବଜାତ ଶିଶୁ ପୁତ୍ରଙ୍କ ମୃତ୍ୟୁ ଅଭିଯୋଗ। ଯାଜପୁର ଜିଲ୍ଲା ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଘଟିଛି ଏଭଳି ଘଟଣା। ଡାକ୍ତର ଓ ନର୍ସ ଙ୍କ ଚିକିତ୍ସା ଅବହେଳାରୁ ୨ ନବଜାତ ଶିଶୁ ପୁତ୍ରଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ମେଡିକାଲରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା।

ତେବେ ଖବର ପାଇ ପୋଲିସ ମେଡିକାଲରେ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛି। ତେବେ ସମ୍ପୃକ୍ତ ଡାକ୍ତର ଓ ନର୍ସ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୃତ ଶିଶୁଙ୍କ ବାପା ଦାବି କରିଛନ୍ତି। ସେପଟେ ସମୟ ପୂର୍ବରୁ ପିଲା ଜନ୍ମ ହୋଇଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା ମେଡିକାଲ କତୃପକ୍ଷ କହିଛନ୍ତି।