spot_img
Home Blog Page 5931

ରାଜ୍ୟରେ ବଢ଼ିବ କରୋନା ଟିକାକରଣ କେନ୍ଦ୍ର ସଂଖ୍ୟା, ସବୁ ଜିଲ୍ଲାପାଳଙ୍କୁ ଚିଠି

ଭୁବନେଶ୍ୱର: ଆଗକୁ ରାଜ୍ୟରେ ବଢ଼ିବ କରୋନା ଟିକାକରଣ କେନ୍ଦ୍ର ସଂଖ୍ୟା । ବିଏସକେୱାଇ ଓ ସିଜିଏପଏସ୍ ଅନ୍ତର୍ଭୁକ୍ତ ଘରୋଇ ହସ୍ପିଟାଲରେ କୋଭିଡ୍ ଟିକାରଣ ହେବ । ଏନେଇ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସମସ୍ତ ଜିଲ୍ଲାପାଳଙ୍କ ସହ ସମସ୍ତ ମହାନଗର ନିଗମକୁ ଚିଠି ଲେଖିଛନ୍ତି ।

ସ୍ଥାନୀୟ ସ୍ତରରେ କୋଭିଡ୍ ଟିକାକରଣ କେନ୍ଦ୍ର ସଂଖ୍ୟା ବୃଦ୍ଧି କରାଯିବ । ଏଥିପାଇଁ ବିଏସକେୱାଇ ଓ ସିଜିଏପଏସ୍ ଅନ୍ତର୍ଭୁକ୍ତ ଘରୋଇ ହସ୍ପିଟାଲରେ ଉପଲବ୍ଧ ଥିବା ସୁବିଧା ଯାଞ୍ଚ କରି ପ୍ରସ୍ତାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ । ଘରୋଇ ହସ୍ପିଟାଲରେ ଆବଶ୍ୟକ କୋଲ୍ଡ ଚେନ୍ ସାମଗ୍ରୀ ଓ କ୍ଷମତା ଥିବା ଆବଶ୍ୟକ । ଏଥିସହ ଏକାଧିକ କଠୋରୀ, ଅପେକ୍ଷା ଗୃହ, ଟିକାକରଣ ଗୃହ ସହ ଟିକାକରଣ ପରେ ପର୍ଯ୍ୟବେକ୍ଷଣ ଲାଗି ସୁବିଧା ଥିବା ଆବଶ୍ୟକ । ଏଥିସହ ଟିକାକରଣ ପରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଗଲେ ଚିକିତ୍ସା ଲାଗି ଘରୋଇ ହସ୍ପିଟାଲ ଆଗ୍ରହ ରଖୁଥିବା ଦରକାର ।

ଏସବୁ ମାନଦଣ୍ଡକୁ ଦେଖି ମହାନଗର ନିଗମ କମିଶନର ଓ ଜିଲ୍ଲାପାଳ ଘରୋଇ ହସ୍ପିଟାଲ ପ୍ରସ୍ତାବ ଦେବାକୁ କୁହାଯାଇଛି । ଜାନୁଆରୀ ୧୬ରୁ ରାଜ୍ୟରେ କୋଭିଡ୍ ଟିକାକରଣ ଜାରି ରହିଛି । ପ୍ରାଥମିକ ପର୍ଯ୍ୟାୟରେ ସରକାରୀ ହସ୍ପିଟାଲରେ କରୋନା ଟିକା ଦିଆଯାଉଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ଘରୋଇ ହସ୍ପିଟାଲରେ ଟିକା ଦେବାକୁ ନିଷ୍ପତ୍ତି ନିଆଯାଉଛି । ଏବେ ରାଜ୍ୟରେ ସ୍ୱାସ୍ଥ୍ୟକର୍ମୀଙ୍କ ସହ ସମ୍ମୁଖ ଯୋଦ୍ଧା ଓ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ କରୋନା ଟିକା ଦିଆଯାଉଛି ।

କୋଭିଡ୍ ଆଣ୍ଟିଜେନ କିଟରେ ତ୍ରୁଟି, କାରଣ ଦର୍ଶାଅ ନୋଟିସ୍ ଜାରି କଲା OSMC  

ଭୁବନେଶ୍ୱର: କରୋନା ଆଣ୍ଟିଜେନ୍ ସପ୍ଲାଏ କରୁଥିବା ୨ଟି ସଂସ୍ଥାକୁ ଓଡ଼ିଶା ରାଜ୍ୟ ଔଷଧ ନିଗମ ନୋଟିସ୍ ଜାରି କରିଛି । ୩ ଦିନ ମଧ୍ୟରେ କାରଣ ଦର୍ଶାଅ ନୋଟିସର ଉତ୍ତର ଦେବାକୁ କୁହାଯାଇଛି । ହରିୟାଣା ଅମ୍ବାଲାର ଅଲପାଇନ୍ ବାୟୋମେଡିକାଲ୍ସ ପ୍ରାଇଭେଟ୍. ଲିମିଟେଡ୍ ଓ ଦିଲ୍ଲୀ ଓଖଲାର ଓସ୍କାର ମେଡିକେୟାର ପ୍ରାଇଭେଟ୍. ଲିମିଟେଡକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ।

OSMC Issue Show Cause Notice For Defective Covid Rapid Antigen Kits

ଏହି ୨ ସଂସ୍ଥା ଭୀମସାର ବୁର୍ଲାକୁ କରୋନା ଆଣ୍ଟିଜେନ୍ କିଟ୍ ଯୋଗାଇ ଥିଲେ । ଓସ୍କାର ମେଡିକେୟାର ପ୍ରାଇଭେଟ୍. ଲିମିଟେଡ୍ ଯୋଗାଇଥିବା କିଟର ବ୍ୟାଚ୍ ନମ୍ବର CAG-D008 ଥିବାବେଳେ ଅଲପାଇନ୍ ବାୟୋମେଡିକାଲ୍ସ ପ୍ରାଇଭେଟ୍. ଲିମିଟେଡ୍ ଯୋଗାଇଥିବା କିଟର ବ୍ୟାଚ୍ ନମ୍ବର LCOVG-41220 ରହିଛି ।

OSMC Issue Show Cause Notice For Defective Covid Rapid Antigen Kits

ଏହି ଆଣ୍ଟିଜେନ୍ କିଟରେ ଭିସୁଟ୍ ଛାତ୍ରଛାତ୍ରୀଙ୍କ କରୋନା ଟେଷ୍ଟ କରାଯାଇଥିଲା । କିଟରେ ତ୍ରୁଟି ଥିବାରୁ ୨୯ ଜଣଙ୍କ ରିପୋର୍ଟ କରୋନା ପଜିଟିଭ୍ ଆସିଥିଲା । ଫଳରେ ଭିସୁଟକୁ ସଟଡାଉନ୍ କରାଯିବା ସହ ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଯାଞ୍ଚ ପରେ କିଟରେ ତ୍ରୁଟି ଥିବା ଜଣାପଡ଼ିବା ପରେ ରାଜ୍ୟ ଔଷଧ ନିଗମ କରୋନା ଆଣ୍ଟିଜେନ୍ କିଟ୍ ଯୋଗାଇ ଥିବା ୨ ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ୍ ଜାରି କରି ଜବାବ ମାଗିଛି ।

ରାଜ୍ୟସଭା ଟିଭି ଓ ଲୋକସଭା ଟିଭିର ମିଶ୍ରଣରେ ଆରମ୍ଭ ହେଲା ‘ସଂସଦ ଟିଭି’

ନୂଆଦିଲ୍ଲୀ: ରାଜ୍ୟସଭା ଟିଭି ଓ ଲୋକସଭା ଟିଭିର ମିଶ୍ରଣ । ଦୁଇ ଟିଭିର ମିଶ୍ରଣରେ ଆରମ୍ଭ ହେଲା ସଂସଦ ଟିଭି। ସଂସଦ ଟିଭିର ସିଇଓ ଭାବେ ଅବସରପ୍ରାପ୍ତ ଆଇଏଏସ ଅଫିସର ରବି କପୁରଙ୍କୁ ନିଯୁକ୍ତ କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ରବି କପୁର ଏହି ଦାୟିତ୍ୱ ତୁଲାଇବେ। ରାଜ୍ୟ ସଭା ଟିଭି ଓ ଲୋକ ସଭା ଟିଭିର ମିଶ୍ରଣରେ ସଂସଦ ଟିଭି ଆରମ୍ଭ ହୋଇଛି। ଲୋକସଭା ଟଭି ଅଧ୍ୟକ୍ଷ ଓ ରାଜ୍ୟସଭା ଟିଭି ଅଧ୍ୟକ୍ଷଙ୍କ ମିଳିତ ନିଷ୍ପତ୍ତି ଅନୁସାରେ ଏହି ନିଷ୍ପତ୍ତି ନିଆଯାଇଛି।

ଅନ୍ୟପଟେ ରାଜ୍ୟସଭା ଟିଭି ସିଇଓ ମନୋଜ କୁମାର ପାଣ୍ଡେଙ୍କୁ ଦାୟିତ୍ୱରୁ ନିବୃତ୍ତ କରାଯାଇଛି। ଚାକିରି ସର୍ତ୍ତ ମୁତାବକ ତାଙ୍କୁ ଏକ ମାସର ଦରମା ପ୍ରଦାନ କରାଯିବ। ସଂସଦ ଟିଭିର ସିଇଓ ନିଯୁକ୍ତ ହୋଇଥିବା ରବି କାପୁର ଆସାମ-ମେଘାଳୟ କ୍ୟାଡରର ୧୯୮୬ ବ୍ୟାଚ୍ ଆଇଏଏସ୍‌ ଅଫିସର । ସେ ବୟନ ମନ୍ତ୍ରଣାଳୟର ସଚିବ ଦାୟିତ୍ୱରେ ରହିଥିଲେ। ସେ ୨୦୧୬ରୁ ୨୦୧୯ ପର୍ଯ୍ୟନ୍ତ ଆସାମର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ଥିଲେ।

ସୂଚନାଯୋଗ୍ୟ, ଲୋକସଭା ଟିଭିରେ ଲୋକସଭା ଅଧିବେଶନ ପ୍ରସାରିତ ହୋଇଥାଏ । ୧୯୮୯ରେ ଏହା ଆରମ୍ଭ ହୋଇଥିଲା। ୨୦୧୧ରେ ରାଜ୍ୟସଭା ଟିଭି ଆରମ୍ଭ କରାଯାଇଥିଲା। ଏଥିରେ ରାଜ୍ୟସଭାର ସିଧାପ୍ରସାରଣ କରାଯାଇଥାଏ। ହେଲେ ଏବେ ଉଭୟ ସଂସଦର ଅଧିବେଶନ ସଂସଦ ଟିଭିରେ ପ୍ରସାରିତ ହେବ।

ଓଡ଼ିଶା ଓ ପଶ୍ଚିମବଙ୍ଗ ସୀମା ବିବାଦ ପ୍ରସଙ୍ଗକୁ ନେଇ ବୈଠକ ଜାରି

ଭୁବନେଶ୍ୱର: ପଶ୍ଚିମବଙ୍ଗ ଓ ଓଡ଼ିଶା ସୀମା ବିବାଦ ପ୍ରସଙ୍ଗରେ ଆରମ୍ଭ ହେଲା ବୈଠକ। ପଶ୍ଚିମବଙ୍ଗର ୪ ଜଣିଆ ବୈଷୟିକ ଟିମ୍ ପହଞ୍ଚିବା ପରେ ଆଲୋଚନା ଜାରି ରହିଛି । ଅତିରିକ୍ତ ଜିଲ୍ଲା ପାଳଙ୍କ ଅଧ୍ୟକ୍ଷତାରେ ବାଲେଶ୍ବର ସର୍କିଟ୍‌ ହାଉସ୍‌ରେ ବୈଠକ ବସିଛି । ପଶ୍ଚିମବଙ୍ଗ ମେଦିନୀପୁର ଜିଲ୍ଲା ପ୍ରଶାସନର ଅଧିକାରୀ ଓ ବାଲେଶ୍ବର ତହସିଲଦାର, ଲ୍ୟାଣ୍ଡ ରେକର୍ଡ ଅଧିକାରୀ ଓ ଓଡ଼ିଶା ରିମୋଟ ସେନ୍‌ସେସିଂ ଆପ୍ଲିକେସନ୍‌ ସେଣ୍ଟରର ଅଧିକାରୀ ବୈଠକରେ ଯୋଗଦେଇଛନ୍ତି ।

ଗତକାଲି ଓଡ଼ିଶା ଓ ପଶ୍ଚିମବଙ୍ଗର ୮ ଜଣ ଅଧିକାରୀ ଗୋବରଘାଟା, ବିଳାସପୁର, ମାକିଡ଼ିଆ ଓ ରାଜନଗର ମୌଜାର ଜିଓଟ୍ୟାଗ୍‌ ମାଧ୍ୟମରେ ପୂର୍ବରୁ ଚିହ୍ନିତ ରେଫରେନ୍ସ ପଏଣ୍ଟ ଗୁଡ଼ିକୁ ମାପକରି ସୀମା ଖୁଣ୍ଟ ପୋତିଛନ୍ତି। ଓଡ଼ିଶାର ୩୬ ରେଫରେନ୍ସ ପଏଣ୍ଟ ଏବଂ ପଶ୍ଚିମବଙ୍ଗର ୫୨ଟି ରେଫରେନ୍ସ ପଏଣ୍ଟ ଚିହ୍ନଟ କରି ଖୁଣ୍ଟ ପୋତାଯାଇଛି। ଏହି ଚିହ୍ନଟ ସୀମାକୁ ଆଜି ରେକର୍ଡ଼ଭୁକ୍ତ କରାଯିବ।

ଏନ୍‌ଜିଟି ନିର୍ଦ୍ଦେଶରେ କରାଯାଇଥିବା ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଓ ଆଜିର ବୈଠକରୁ ସମାଧାନର ବାଟ ବାହାରିବ ବୋଲି କୁହାଯାଉଛି । ସୀମା ବିବାଦକୁ ନେଇ ଗତ ୨୫ ତାରିଖରେ ପଶ୍ଚିମବଙ୍ଗ ଓ ଓଡ଼ିଶାର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଦୀର୍ଘଦିନ ଧରି ଲାଗି ରହିଥିବା ସୀମା ବିବାଦ ତୁଟୁନଥିବା ବେଳେ ଆଲୋଚନାରୁ ସମାଧାନ ବାହାରିବ ବୋଲି ଆଶା କରାଯାଉଛି।

ଖରାପ କିଟ୍ ଯୋଗୁଁ ଭିସୁଟରେ ଏକାଧିକ ପଜିଟିଭ ମାମଲା ଚିହ୍ନଟ: ଏସିଏସ୍ ପ୍ରଦୀପ୍ତ ମହାପାତ୍ର

ବୁର୍ଲା: ବୁର୍ଲା ଭିସୁଟରେ କେହି ହୋଇନାହାନ୍ତି କରୋନା ପଜିଟିଭ । ଏହି ସୂଚନା ଦେଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ଆଣ୍ଟିଜେନ୍ କିଟ୍‌ ଖରାପ ଯୋଗୁ ବୁର୍ଲାରେ ଏକାଧିକ ପଜିଟିଭି ରିପୋର୍ଟ ଆସିଥିଲା । ପରେ ପୁଣି ଟେଷ୍ଟ କରିବାରୁ ରିପୋର୍ଟ ନେଗେଟିଭ ଆସିଥିବା ପ୍ରଦୀପ୍ତ କହିଛନ୍ତି । ଖୁବଶୀଘ୍ର ସେସବୁ କିଟ୍ ପ୍ରତ୍ୟାହାର କାରଯିବ ବୋଲି ସେ କହିଛନ୍ତି।

ସେପଟେ ବୁର୍ଲାରେ ସ୍ଥିତି ଭଲ ଅଛି । ବୁର୍ଲାରେ କଣ୍ଟେନମେଣ୍ଟ ଜୋନ୍ ହଟିବା ନିଷ୍ପତ୍ତି ସମ୍ବଲପୁର ଜିଲ୍ଲା ପ୍ରଶାସନ ନେବ । ସୁସ୍ଥ ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର ହଷ୍ଟେଲରେ ରଖାଯାଇଛି । ଜଣେ ମାତ୍ର ହସ୍ପିଟାଲରେ ଚିକିତ୍ସା ହେଉଥିଲେ । ଏବେ ସେ ଭଲ ଅଛନ୍ତି  । ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି ।

 

ଡା. ମିଶ୍ର ଆହୁରି କହିଛନ୍ତି ଯେ ରାଜ୍ୟରେ କରୋନା ପଜିଟିଭି କେସ ବଢିଥିଲା । ହେଲେ ଏବେ ନିୟନ୍ତ୍ରଣରେ ଅଛି । ଶହେ ତଳେ ଅଛି ପଜିଟିଭ ସଂଖ୍ୟା। କରୋନା ପଜିଟିଭି ଚିହ୍ନଟ ପରେ ILSକୁ ଜେନମ ପଠାଯାଇଛି । ସେମାନେ NCDSକୁ ପଠାଇବେ । ବାଲେଶ୍ଵରର ଗୋଟିଏ କେସ ଓ ଗଞ୍ଜାମର ୪ଟି କେସ ପଠାଯାଇଛି । ଗଞ୍ଜାମର କରୋନା ପଜିଟିଭ୍‌ ବ୍ୟକ୍ତି ଜଣଙ୍କ ଦକ୍ଷିଣ ଆଫ୍ରିକାରୁ ଫେରିଛନ୍ତି । ତାଙ୍କ ସ୍ୱାସ୍ଥ୍ୟ ବସ୍ଥା ଠିକ ଅଛି।

ସୂଚନାଯୋଗ୍ୟ, ଆଜିର ଟିକାକରଣ ପ୍ରକ୍ରିୟାରେ ବିଧାୟକ ସୁରେଶ କୁମାର ରାଉତରାୟ ଏବଂ ତାଙ୍କ ପତ୍ନୀ ମଧ୍ୟ ଟିକା ନେଇଛନ୍ତି । ସେହିପରି ବିଧାୟକ ନବ ଚରଣ ମାଝି, ଅରବିନ୍ଦ ଢାଲି, ଶ୍ରୀକାନ୍ତ ସାହୁ, ମୁକେଶ ମହାଲିଙ୍ଗ ମଧ୍ୟ ସାମିଲ ହୋଇଛନ୍ତି । ସେପଟେ ବଲାଙ୍ଗୀରରେ ନରସିଂହ ମିଶ୍ର, କଟକରେ ସୁବାସ ସିଂ ଓ ଦେବାଶିଷ ସାମନ୍ତରାୟ ନେଇଛନ୍ତି ଟିକା ।

 

ଅନ୍ୟପକ୍ଷରେ ପୂର୍ବତନ ବିଧାୟକ ସୀତାକାନ୍ତ ମହାପାତ୍ର ମଧ୍ୟ ଟିକା ନେଇଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ବିଧାନସଭା ପରିସରରେ ଥିବା ହସ୍ପିଟାଲରେ ଟିକା ନେଇଥିଲେ । ଏବଂ ରାଜ୍ୟବାସୀଙ୍କୁ ମଧ୍ୟ ଟିକାକରଣରେ ସାମିଲ ହେବାକୁ ଆହ୍ବାନ ଦେଇଥିଲେ । ସୋମବାର ଆରମ୍ଭ ହୋଇଥିବା ଭ୍ୟାକ୍ସିନ ପ୍ରକ୍ରିୟାରେ ରାଜ୍ୟର ବରିଷ୍ଠ ନାଗରିକ ମାନେ ସାମିଲ ହୋଇଥିଲେ ।

 

ଦିଲ୍ଲୀ IITର ନୂଆ ସନ୍ଧାନ, ଏଣିକି ଇ-ଆବର୍ଜନାକୁ ବି କରାଯାଇପାରିବ ପୁନଃ ବ୍ୟବହାର

ନୂଆଦିଲ୍ଲୀ: ଦିନକୁ ଦିନ ଇଲେକ୍ଟ୍ରୋନିକ୍ ବର୍ଜ୍ୟବସ୍ତୁ ବିଶ୍ୱବ୍ୟାପୀ ଏକ ବଡ଼ ସମସ୍ୟା ହେବାରେ ଲାଗିଛି । ଗ୍ଲୋବାଲ୍ ଇ-ୱେଷ୍ଟ ମନିଟର ରିପୋର୍ଟ ଅନୁଯାୟୀ, ୨୦୧୯ରେ ସର୍ବଭାରତୀୟ ସ୍ତରରେ ୫୩.୭ ନିୟୁତ ମେଟ୍ରିକ୍ ଟନ୍ ବର୍ଜ୍ୟବସ୍ତୁ ଉତ୍ପାଦନ ହୋଇଛି। ତେବେ ୨୦୩୦ରେ ଏହା ବଢ଼ି ୭୪.୭ ମିଲିୟନ ମେଟ୍ରିକ୍ ଟନ୍ ହେବ ବୋଲି ଆଶା କରାଯାଉଛି। ତେବେ ଆଇଆଇଟି ଦିଲ୍ଲୀର ବୈନିକମାନେ ଏକ ଟେକ୍ନୋଲୋଜି ବିକଶିତ କରିଛନ୍ତି ଯେଉଁଥିରେ ଇ-ବର୍ଜ୍ୟବସ୍ତୁକୁ ଦକ୍ଷ ପରିଚାଳନା କରାଯାଇପାରିବ। ଏବଂ ଏହାର ପୁନଃ ବ୍ୟବହାର ମଧ୍ୟ କରିହେବ।

ଏହି ବୈଜ୍ଞାନିକମାନେ କହିଛନ୍ତି ଯେ ସ୍ମାର୍ଟ ସିଟି, ସ୍ୱଚ୍ଛ ଭାରତ ଅଭିଯାନ୍ ଏବଂ ଆତ୍ମନିର୍ଭରଶୀଳ ଭାରତ ଦୃଷ୍ଟିରୁ ଏହି ଟେକ୍ନୋଲୋଜି ବେଶ୍ ଉପଯୋଗୀ। ଏହି ଟେକ୍ଲୋଲୋଜିକୁ ଆଇଆଇଟି ଦିଲ୍ଲୀର କେମିକାଲ୍ ଇଞ୍ଜିନିୟରିଂର ପ୍ରଫେସର କେ.କେ ପନ୍ତ କିଛି ଅନୁସନ୍ଧାନକାରୀଙ୍କ ସହଯୋଗରେ ବିକଶିତ କରିଛନ୍ତି।

ପ୍ରଫେସର ପନ୍ତ କହିଛନ୍ତି ଯେ ଇ-ଆବର୍ଜନାକୁ ସହରୀ ଖଣି ଭାବରେ ମଧ୍ୟ କୁହାଯାଇପାରିବ। ଏଥିରୁ ସହିତ ଧାତୁ ପୁନରୁଦ୍ଧାର ଏବଂ ଶକ୍ତି ଉତ୍ପାଦନ ମଧ୍ୟ କରାଯାଇପାରିବ। ଏହି ନୂଆ ଟେକ୍ନୋଲୋଜିରେ ତିନୋଟି ପ୍ରକ୍ରିୟା ଅଛି । ପ୍ରଥମଟି ହେଉଛି ଇ-ବର୍ଜ୍ୟବସ୍ତୁର ପାୟରୋଲାଇସିସ୍, ଯାହାକି ଉତ୍ତାପ-କ୍ଷୟ-ପଦାର୍ଥକୁ ଗରମ କରି ବିଭିନ୍ନ ପଦାର୍ଥରେ ପୃଥକ କରିବାର ପ୍ରକ୍ରିୟା। ଉଦାହରଣ ସ୍ୱରୂପ, ଯଦି କ୍ୟାଲସିୟମ୍ କାର୍ବୋନାଟ୍ ଗରମ ହୁଏ, କ୍ୟାଲସିୟମ୍ କାର୍ବୋନାଟ୍ କ୍ୟାଲସିୟମ୍ ଅକ୍ସାଇଡରେ ଭାଙ୍ଗି କାର୍ବନ ଡାଇଅକ୍ସାଇଡ୍ ଗ୍ୟାସ୍ ମୁକ୍ତ କରେ, ଦ୍ୱିତୀୟଟି ହେଉଛି, ସେପାରେଶନ ଅଫ୍ ମେଟାଲ୍ ଫ୍ରାକଶନ୍। ଏବଂ ତୃତୀୟଟି ହେଉଛି ରିକଭରି ଅଫ ଇଣ୍ଡିଭିଜୁଆଲ୍ ମେଟଲ୍।

ପ୍ରଫେସର ପନ୍ତ କହିଛନ୍ତି ଯେ ଯଦି ଏହି ଇ-ଆବର୍ଜନା ସମସ୍ୟାର ସମାଧାନ ଠିକ୍ ସମୟରେ ନ କରାଯାଏ ତେବେ ଇ-ଆବର୍ଜନାର ଏକ ପାହାଡ଼ ସୃଷ୍ଟିହୋଇଯିବ। ଏହି ନୂଆ ଟେକ୍ନୋଲୋଜି ସହିତ ପ୍ରତ୍ୟେକ ପ୍ରକାରର ଇ-ବର୍ଜ୍ୟବସ୍ତୁ ଏବଂ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁର ପୁନଃ ବ୍ୟବହାର କରାଯାଇପାରିବ। ଏହି ଟେକ୍ନୋଲୋଜି ବାୟୁମଣ୍ଡଳରେ କୌଣସି ପ୍ରକାରର କ୍ଷତିକାରକ ପଦାର୍ଥ ନିର୍ଗତ କରେ ନାହିଁ। ଫଳରେ ପରିବେଶର ଉପକାର ହେବା ସହିତ ଏହି ଟେକ୍ନୋଲୋଜି ରିସାଇକ୍ଲିଂ ଶିଳ୍ପରେ ବହୁ ସଂଖ୍ୟକ ରୋଜଗାର ମଧ୍ୟ ଯୋଗାଇବ।

 

ଟ୍ୱିଟର୍‌ରେ ହାସ୍‌ଟ୍ୟାଗ୍‌କୁ ରାଜନୈତିକ ବିଜ୍ଞାପନ ଭାବେ ଗ୍ରହଣ କରିପାରନ୍ତି ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ଉପରେ ନିର୍ବାଚନ ଆୟୋଗଙ୍କ ନଜର । ଏଥର ନିର୍ବାଚନରେ ରାଜନୈତିକ ଦଳଗୁଡ଼ିକ ଉପରେ କଡ଼ା ନଜର ରଖିବେ ନିର୍ବାଚନ ଆୟୋଗ । ନିର୍ବାଚନ ବେଳେ ଦଳଗୁଡ଼ିକ କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି ତା’ ଉପରେ ପୂର୍ବରୁ ନିର୍ବାଚନ ଆୟୋଗ ନଜର ରଖୁଥିବା ବେଳେ ଏବେ ସାମାଜିକ ଗଣମାଧ୍ୟମ ଉପରେ ମଧ୍ୟ ଆୟୋଗ ପକ୍ଷରୁ ନଜର ରଖାଯିବ ।

ଟୁଇଟରରେ ହାସ୍‌ଟ୍ୟାଗ୍‌ ବ୍ୟବହାର କରାଯାଇ ପ୍ରାର୍ଥୀ ବା ଦଳ ନାଁରେ କରାଯାଉଥିବା ବିଜ୍ଞାପନ ଉପରେ ନିର୍ବାଚନ ଆୟୋଗ ନଜର ରଖିବେ । ପଶ୍ଚିମବଙ୍ଗ ସମେତ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ତାରିଖ ଘୋଷଣା ସରିଥିବା ବେଳେ ଗାଦି ହାତେଇବାକୁ ସବୁ ପ୍ରକାର ଉଦ୍ୟମ ଚଳାଇଛନ୍ତି ରାଜନେତା । ଏଥର ପ୍ରାର୍ଥୀଙ୍କ ପ୍ରଚାର, ନିର୍ବଚନୀ ଖର୍ଚ୍ଚ ସହ ସାମାଜିକ ଗଣମାଧ୍ୟମରେ ଟ୍ରେଣ୍ଡ କରୁଥିବା ହାସ୍‌ଟ୍ୟାଗ୍‌ ଉପରେ ବି ନଜର ରଖିବାକୁ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଛନ୍ତି ।

ସୋସିଆଲ ମିଡିଆ ଉପରେ ନଜର ରଖିବାକୁ ଜିଲାସ୍ତରୀୟ କମିଟି ଗଠନ କରାଯିବ । ଏହି କମିଟି ପ୍ରତିଦିନ ସୋସିଆଲ ମିଡିଆ ହାସ୍‌ଟ୍ୟାଗ୍‌ ଟ୍ରେଣ୍ଡ ଉପରେ ନଜର ରଖିବ । ହାସ୍‌ଟ୍ୟାଗ୍‌ ବ୍ୟବହାର କରାଯାଇ କୌଣସି ଦଳ ବା ପ୍ରାର୍ଥୀଙ୍କ ବିଜ୍ଞାପନ କରାଯିବା ନେଇ ଆଶଙ୍କା କରି ପ୍ୟାନେଲ ଏଭଳି ନିଷ୍ପତ୍ତି ନେଇଛନ୍ତି । ପୋଲ ପ୍ୟାନେଲ ବିଶେଷଜ୍ଞ କମିଟି ପକ୍ଷରୁ ସୁପାରିସ କରାଯିବା ପରେ ସୋସିଆଲ ମିଡିଆ ଉପରେ ନଜର ରଖିବାକୁ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ ଆୟୋଗ ।

ଘର ମାଲିକକୁ ନିଶା ଦେଇ ଲୁଟିନେଲେ ଭଡାଟିଆ ଦମ୍ପତି

ମାଲାକାନଗିରି: ମିଠାରେ ନିଶାଦେଇ ଘରମାଲିକଙ୍କ ଘରୁ ଲୁଟିଲେ ଭଡ଼ାଟିଆ । ଲକ୍ଷେ କିମ୍ବା ଦୁଇ ଲକ୍ଷ ନୁହେଁ, ଏକାଥରକେ 23 ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସୁନା ଅଳଙ୍କାର ଓ ନଗଦ 2 ଲକ୍ଷ ଟଙ୍କା ନେଇଯାଇଛନ୍ତି ଭଡ଼ାଟିଆ । ମାଲାକାନଗିରି ସଦର ମହକୁମା ବିବିଗୁଡ଼ା ବସ୍ତିରେ ଏହି ଘଟଣା ଘଟିଛି ।

ସୂଚନା ମୁତାବକ ଏହି ଲୁଟ୍‌ର ଶିକାର ହୋଇଛନ୍ତି ସୁବାସ ପଟେଲ । ଲୁଟେରା ମାନେ ଭଡ଼ାଟିଆ ସୁବାସଙ୍କ ଘରେ ୩ ମାସ ହେଲା ରହୁଥିଲେ । ଗତକାଲି ରାତିରେ ସୁବାସଙ୍କ ପରିବାର ଲୋକଙ୍କୁ ମିଠାରେ ନିଶା ଦେଇ ଲୁଟ୍‌ କରିଥିବା ଅଭିଯୋଗ ହୋଇଛି । ଲୁଟ୍‌ ପରେ ଭଡ଼ଟିଆ ଦମ୍ପତି ଫେରାର୍ ହୋଇଯାଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛି ।

ଆଜାଦଙ୍କୁ ନେଇ ବଢ଼ୁଛି ଅସନ୍ତୋଷ: ଦିଲ୍ଲୀରେ ଫେରାଦ୍ ହେଲେ ଜମ୍ମୁ କଶ୍ମୀର ଅଧ୍ୟକ୍ଷ

ଜମ୍ମୁ: କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କୁ ନେଇ ଦଳରେ ଅସନ୍ତୋଷ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରିବା ପରେ ତାଙ୍କୁ ନେଇ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । କଂଗ୍ରେସ କର୍ମୀମାନେ ଆଜାଦଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି । ଗତ କିଛି ଦିନ ପୂର୍ବେ ଆଜାଦ ପ୍ରଧାନମନ୍ତ୍ରୀଙ୍କ ସାଧାରଣ ବ୍ୟକ୍ତିତ୍ୱର ପ୍ରଶଂସା କରିଥିଲେ ।

            ମଙ୍ଗଳବାର ଜମ୍ମୁ କଶ୍ମୀରରେ କଂଗ୍ରେସ କର୍ମକର୍ତ୍ତା ସେମାନଙ୍କ  ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦଙ୍କ ବିରୋଧ ପ୍ରଦର୍ଶନ କରିଛନ୍ତି  । କର୍ମୀଙ୍କ ପକ୍ଷରୁ କୁହାଯାଇଛି ଯେ, କଂଗ୍ରେସ ଦଳ ତାଙ୍କୁ ବଡ଼ ବଡ଼ ପଦବୀରେ ଅଧିଷ୍ଠିତ କରିଥିଲା, ଆଜି ଦଳକୁ ତାଙ୍କ ସହଯୋଗର ଆବଶ୍ୟକତା ରହିଥିବା ବେଳେ ସେ ବିଜେପି ସହିତ ଘନିଷ୍ଠତା ବୃଦ୍ଧି କରୁଛନ୍ତି । ନିକଟ ଅତୀତରେ ଜମ୍ମୁ କଶ୍ମୀରେ ସମାପ୍ତ ହୋଇଥିବା ଜିଲ୍ଲା ପରିଷଦ ନିର୍ବାଚନରେ ପ୍ରଚାର ପାଇଁ  ଆସିନଥିଲେ । କିନ୍ତୁ ଏବେ ଆସି ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା କରୁଛନ୍ତି ।

             ଜମ୍ମୁରେ ହୋଇଥିଲା ଜି-୨୩ ବୈଠକ

କଂଗ୍ରେସର ବହୁ ନେତା ଦଳର ଶୀର୍ଷ ନେତୃତ୍ୱଙ୍କ ବିରୋଧରେ ଖୁଲମଖୁଲା କ୍ଷୋଭ ପ୍ରକାଶ କରିଥିଲେ । ଗତ କିଛି ଦିନ ପୂର୍ବେ ଜି-୨୩ରେ ସାମିଲ ହୋଇଥିବା ନେତା କଂଗ୍ରେସ ନେତୃତ୍ୱ ପରିବର୍ତ୍ତନ ନେଇ ଦାବି ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଗୁଲାମ ନବୀ ଆଜାଦ, ଆନନ୍ଦ ଶର୍ମା, କପିଲ ସିବଲ୍ ସମେତ ବହୁ ନେତା ଉପସ୍ଥିତ ଥିଲେ ।

ଅପରପକ୍ଷରେ ଗୁଲାମ ନବିଙ୍କ ପ୍ରତିକ୍ରିୟାକୁ ନେଇ ଜମ୍ମୁ କଶ୍ମୀର ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଗୁଲାମ ଅହମ୍ମଦ ମୀର ଅସନ୍ତୋଷ ଅଛନ୍ତି । ଏ ନେଇ ସେ ଦିଲ୍ଳୀ ପହଞ୍ଚି ପ୍ରଭାରୀ ବେଣୁଗୋପାଳଙ୍କ ସହ ସାକ୍ଷାତ କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ହାଥରସ୍ ହତ୍ୟାକାରୀ ବିରୁଦ୍ଧରେ NSA ଲାଗୁ କରିବାକୁ ନିର୍ଦ୍ଦେଶ ଦେଲେ ସିଏମ୍ ଯୋଗୀ

Coronavirus: ଏଣିକି ଟାବଲେଟ୍ ପରି ମିଳିପାରେ କରୋନା ଭ୍ୟାକସିନ୍, ଅନୁସନ୍ଧାନକାରୀମାନେ ଆରମ୍ଭ କଲେ ରିସର୍ଚ୍ଚ

ନୂଆଦିଲ୍ଲୀ: ଭାକସିନ ନାଁରେ ଇଞ୍ଜେକସନ ନେବାକୁ ଡରୁଥିବା ଲୋକଙ୍କ ପାଇଁ ଆସିଛି ଖୁସି ଖବର । ବିଶ୍ୱବାସୀଙ୍କୁ ଖୁବ ଶୀଘ୍ର କରୋନା ଭାଇରସ ଭ୍ୟାକସିନ ଇଞ୍ଜେକସନ ବଦଳରେ ବଟିକା ଉପଲବ୍ଧ କରାଯିବ । ଅକ୍ସଫୋର୍ଡ ୟୁନିଭର୍ସିଟିର ବୈଜ୍ଞାନିକମାନେ ଏହାକୁ ନେଇ ରିସର୍ଚ୍ଚ ଆରମ୍ଭ କରିଛନ୍ତି ।

 

ବ୍ରିଟିଶ ଖବରକାଗଜ ‘ଡେଲି ମେଲ’ର ସୂଚନା ଅନୁଯାୟୀ, ଅକ୍ସଫୋର୍ଡ ଏଷ୍ଟୋଜେନେକା ଭ୍ୟାକସିନର ପ୍ରମୁଖ ଡେବଲପର ସାରା ଗିଲବର୍ଟ ନିଜ ଟିମ ସହ ଇଞ୍ଜେକସନ ଫ୍ରି ଭାକସିନ ଉପରେ କାମ କରିବା ଆରମ୍ଭ କରିଦେଇଛନ୍ତି । ବୈଜ୍ଞାନିକଙ୍କ ଟିମ୍ କରୋନା ଭାଇରସ ପାଇଁ ଏମିତି ଏକ ଭ୍ୟାକସିନର ସନ୍ଧାନ କରୁଛନ୍ତି ଯାହା ଶିଶୁମାନଙ୍କୁ ଫ୍ଲୁ ହେଲେ ଦିଆଯାଉଥିବା ନୋଜାଲ ସ୍ପ୍ରେ ଅଥବା ପୋଲିଓ ଭ୍ୟାକସିନେସନରେ ଦିଆଯାଉଥିବା ଟାବଲେଟ ପରି ହୋଇଥିବ ।

ପ୍ରୋଫେସର ଗିଲବର୍ଟଙ୍କ ସୂଚନା ଅନୁଯାୟୀ ବାବଲେଟ ବା ନୋଜାଲ ସ୍ପ୍ରେ ଫୁସଫୁସ, ତଣ୍ଟି ଏବଂ ନାକର ଇମ୍ୟୁନ ସେଲ୍ସରେ ଭଲ ଭାବରେ କାମ କରିଥାଏ । ଇଞ୍ଜେକସନ ନେବାକୁ ଭୟ କରୁଥିବା ଲୋକଙ୍କ ପାଇଁ ଏହା ନିଶ୍ଚୟ ଏକ ଖୁସି ଖବର । ଏହି ପ୍ରକ୍ରିୟା ଆରମ୍ଭ ହେବା ପରେ ବିଶ୍ୱରେ ଟିକାକରଣ ଅଭିଯାନ ତ୍ୱରାନିତ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି । ଏହାବ୍ୟତୀତ ଭାକସିନକୁ ସଠିକ ତାପମାତ୍ରାରେ ଷ୍ଟୋର କରି ରଖିବାର ସମସ୍ୟା ମଧ୍ୟ ଦୂରହେବ ।

ପ୍ରୋଫେସର ଗିଲବର୍ଟ House of common science and technology committee କୁ କହିଛନ୍ତି ଯେ, ଏପରି ଅନେକ ଫ୍ଲୁ ଭାକସିନ ରହିଛି ଯାହା ନୋଜାଲ ସ୍ପ୍ରେ ମାଧ୍ୟମରେ ଦିଆଯାଇଥାଏ ଏବଂ ସେହି ପ୍ରକ୍ରିୟାରେ କରୋନା ଭାଇରସର ଭ୍ୟାକସିନ ପ୍ରସ୍ତୁତ କରିବା ଏକ ଉତ୍ତମ ପ୍ରୟାସ ଅଟେ । ସେହପରି ଓରାଲ ଭାକସିନେସନ ଉପରେ ମଧ୍ୟ ବିଚାର କରାଯାଉଥିବା ବିଲବର୍ଟ କହିଛନ୍ତି । ଯେଉଁ ଲୋକାମାନଙ୍କୁ ଇଞ୍ଜେକସନ ନେବାରେ ସମସ୍ୟା ହେଉଛି ସେମାନେ ସହଜରେ ବଟିକା ମାଧ୍ୟମରେ ଭ୍ୟାକସିନ ନେଇପାରିବେ ବୋଲି ଗିଲବର୍ଟ କହିଛନ୍ତି ।

କରୋନା ଭାଇରସର ନୋଜାଲ ସ୍ପ୍ରେ ଏବଂ ଟାବଲେଟ ପ୍ରସ୍ତୁତ କରିବା ପାଇଁ ଆହୁର ସମୟ ଲାଗିବ ବୋଲି ଗିଲବର୍ଟ କହିଛନ୍ତି । କାରଣ ପ୍ରଥମେ ଏହାର ସୁରକ୍ଷା ଏବଂ ଏଫିକେସୀ ଟେଷ୍ଟ କରାଯିବ । ସେ ଆଉ ମଧ୍ୟ କହିଛନ୍ତି ଯେ, ଇଞ୍ଜେକସନ ତୁଳନାରେ ଟାବଲେଟ ଭ୍ୟକସିନରୁ ମିଳୁଥିବା ଇମ୍ୟୁନ ରେସପୋନ୍ସ ଟିକେ ଭିନ୍ନ ରହିବ କିନ୍ତୁ ଏହାର ଲାଭ ଅଧିକ ରହିବ । ସେଥିପାଇଁ ଭବିଷ୍ୟତରେ ଭାକସିନ ଦେବାର ଭିନ୍ନ ଭିନ୍ନ ମାଧ୍ୟମ ଉପରେ ବିଚାର କରାଯାଉଛି ।

ବିଗତ ମାସରେ ବ୍ରିଟିଶର ଏକ ବାୟୋଟେକ କମ୍ପାନୀ ଦ୍ୱାରା ପରିଚାଳିତ ଟ୍ରଏଲରେ ଏକ ମାଙ୍କଡ଼କୁ ଦିଆଯାଇଥିବା କରୋନା ଭାଇରସର ଓରାଲ ଭ୍ୟାକସିନ ଅଧିକ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥିଲା । କାଲିଫୋର୍ଣ୍ଣିଆର କମ୍ପାନୀ ଇମ୍ୟୁନିଟିବାୟୋ, ବ୍ରିଟେନରେ ଏହାର ଟେଷ୍ଟ ପାଇଁ ରେଗୁଲେଟୋରୀ ମଞ୍ଜୁରୀ ମାଗିଛି । ତେବେ ଆମେରିକାବାସୀଙ୍କ ଉପରେ ଜାନୁଆରୀ ମାସରୁ ଟାବଲେଟର କ୍ଲିନିକାଲ ଟ୍ରାୟଲ ଆରମ୍ଭ ହୋଇସାରିଛି । ଅନ୍ୟପଟେ ବ୍ରିଟେନରେ ଲୋକଙ୍କ ଉପରେ ନୋଜାଲ ସ୍ପ୍ରେର ଟାୟଲ ଜାରି ରହିଛି । ଆନିମଲ ଷ୍ଟଡୀରେ ସକାରାତ୍ମକ ସୁରକ୍ଷା ଡାଟା ମିଳିବା ପରେ ୟୁକେ ମେଡିସିନ୍ସ ରେଗୁଲେଟୋରୀ ଏଜେନ୍ସି ଟ୍ରାଏଲକୁ ସବୁଜ ସଙ୍କେତ ଦେଇଛି ।