ସମ୍ବଲପୁର: ବୁର୍ଲା ଭିସୁଟ୍ ସଟଡାଉନ୍ ହେବା ପରେ ହେବାକୁ ଥିବା ସମସ୍ତ ଅଫଲାଇନ୍ ପରୀକ୍ଷାକୁ ବାତିଲ୍ କରି ଦିଆଯାଇଛି । ଆସନ୍ତାକାଲି ଠାରୁ ବିଶ୍ୱବିଦ୍ୟାଳୟର ଶେଷ ବର୍ଷ ଛାତ୍ରଛାତ୍ରୀ ମାନଙ୍କର ଅଫଲାଇନ ପରୀକ୍ଷା ହେବାର ଥିଲା । ବିଶ୍ୱବିଦ୍ୟାଳୟର ୨୯ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ପରେ ପ୍ରଶାସନ ସତର୍କ ପଦକ୍ଷେପ ନେଇଥିଲା । ବିଶ୍ୱବିଦ୍ୟାଳୟକୁ ସଟଡାଉନ ଘୋଷଣା କରାଯିବା ସହ କଣ୍ଟେଣ୍ଟମେଣ୍ଟ ଯୋନ ଓ ବଫର ଯୋନ ଘୋଷଣା କରାଯାଇଥିଲା ।
ଭିସୁଟ୍ ଅଞ୍ଚଳ ଦେଇ ସର୍ବସାଧାରଣ ଯାଇପାରିବେ ନାହିଁ ବୋଲି ମଧ୍ୟ ସୂଚନା ଜାରି କରାଯାଇଛି । ଭିସୁଟର ମରିଚି, ପୁଲହ, ବସିଷ୍ଟ, ଅତ୍ରି, କତ୍ତୃ, ଅନୁରାଧା, ଅରୁନ୍ଧତୀ, ରୋହୀନି ଓ ବିଶାଖା ହଷ୍ଟେଲ ଗୁଡିକୁ କଣ୍ଟେନମେଣ୍ଟ ଜୋନ୍ କରାଯାଇଛି । ସେହିପରି ପୁଲହ ହଷ୍ଟେଲକୁ ବଫର ଯୋନ ଭାବେ ଘୋଷଣା କରିଛି ପ୍ରଶାସନଷ ।
ଏହି ଅଞ୍ଚଳ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମ୍ପୂର୍ଣ୍ଣ ସଟଡାଉନ ରହିବ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ଆଜିଠୁ କ୍ୟାମ୍ପସରେ ସଟଡାଉନ ଲାଗୁ ହୋଇଛି । ଛାତ୍ରଛାତ୍ରୀ ମାନେ ନିଜ ଘରକୁ ଫେରିବା ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ସମସ୍ତ ଛାତ୍ରଛାତ୍ରୀ ଅନଲାଇନରେ ପାଠ ପଢିବେ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।







ଗୋଟିଏ ପଟେ ଇରାନ ସିରିଆର ଏକଛତ୍ରବାଦୀ ଶାସନକୁ ପ୍ରୋତ୍ସାହନ ଦେଉଥିଲା, ଅନ୍ୟ ପଟେ ଆମେରିକା କରୁଥିଲା ଏହାର ବିରୋଧ। ସିରଆର ଏହି ଯୁଦ୍ଧରେ ଲୋକଙ୍କ ସହ ଠିଆହୋଇଥିଲା ଆମେରିକା। ଋଷ ମଧ୍ୟ ଖୋଲାଖୋଲି ଭାବେ ଅସଦଙ୍କ ଏକଛତ୍ରବାଦ ଶାସନକୁ ସମର୍ଥନ କରୁଥିଲା । ଏପରିକି ସିରିଆରେ ନିଜର ସାମରିକ ଘାଟି ତିଆରି କରିସାରିଛି । ଏଠାରୁ ଋଷର ସେନା ସିରିୟାର ବିଦ୍ରୋହୀଙ୍କ ଉପରେ କରୁଛି ଆକ୍ରମଣ । ଏହି ତିନି ଦେଶର ଶତ୍ରୁତାରେ ସିରିୟାର ସାଧାରଣ ଜନତା ବହୁତ ପ୍ରଭାବିତ ହେୁଛନ୍ତି । ସୂଚନା ମୁତାବକ ଏହି ତିନି ଦେଶର ଲଢେଇ ଓ ଆକ୍ରମଣରେ ପାଖାପାଖି ୪ ଲକ୍ଷ ଲୋକଙ୍କର ଜୀବନ ଗଲାଣି। ପାଖାପାଖି ୬୦ ଲକ୍ଷ ଲୋକ ଦେଶ ଛାଡ଼ି ଅନ୍ୟଦେଶରେ ସରଣ ନେଲେଣି।
